Unknown

 

 

 

 

 

 

 

 

 

 

 

ମିଥ୍ୟା ବିରୋଧରେ ମଣିଷ

ବାରୋସ୍ ଡନ୍‌ହାମ୍

ଅନୁବାଦ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

ମୋ ମାଆ ଏବଂ ବାପାଙ୍କୁ

....ଯେଉଁମାନଙ୍କ ଦ୍ଵାରା ଜୀବନ ଆସିଥିଲା

ଏବଂ ଜୀବନର ସୁଖ ମଧ୍ୟ ଆସିଥିଲା

 

ସୂଚୀପତ୍ର

 

ମୁଖବନ୍ଧ–ବ୍ଲାର୍କ୍ ଡନ୍‌ହାମ୍‌

ମୁଖବନ୍ଧ–ରିଚାର୍ଡ଼୍ ଏସ୍. ଡନ୍‌ହାମ୍

ମୁଖବନ୍ଧ–ରବର୍ଟ୍ ବ୍ରେଟ୍ ଡନ୍‌ହାମ୍

ପୁସ୍ତକ–ପ୍ରବେଶ–ରଣଧୀର ସିଂହ

୧୯୬୨ର ସଂସ୍କରଣଟିର ଭୂମିକା–ବାରୋସ୍ ଡନ୍‌ହାମ୍

୧.

ଉପକ୍ରମଣିକା : ମିଥ୍ୟାସମୂହ ଏବଂ ଦର୍ଶନବିତ୍‌ମାନେ

୨.

ମନୁଷ୍ୟର ପ୍ରକୃତିକୁ ବଦଳାଇ ହେବନାହିଁ

୩.

ଧନୀମାନେ ଯୋଗ୍ୟ, ଦରିଦ୍ରମାନେ ଅଯୋଗ୍ୟ

୪.

କେତେ ଜାତି ଉଚ୍ଚ, ଆଉକେତେ ନୀଚ

୫.

ପ୍ରତ୍ୟେକ ପ୍ରଶ୍ନର ସବୁବେଳେ ଦୁଇଟା ଦିଗ ରହିଛି

୬.

ତୁମ ଭାବନା ଅନୁସାରେ ତୁମେ

୭.

କଳା ଓ ରାଜନୀତିକୁ ମୋଟେ ମିଶାଇ ହେବନାହିଁ

୮.

ନିଜର ବ୍ୟବସ୍ଥା ନିଜକୁ କରିବାକୁ ହୁଏ

୯.

ସମସ୍ୟାମାନେ ତୁଚ୍ଛା ଶବ୍ଦ

୧୦.

ଶବ୍ଦମାନେ ମୋ’ର କିଛି କରି ପାରିବେନାହିଁ

୧୧.

ସ୍ଵାଧୀନତା ଓ ନିରାପତ୍ତା-ଏକାବେଳେକେ କଦାପି ସମ୍ଭବ ନୁହେଁ

☆☆☆

 

ମୁଖବନ୍ଧ–କ୍ଲାର୍କ୍ ଡନ୍‌ହାମ୍

 

ଏହି ପୁସ୍ତକଟିର ମୂଳ ସଂସ୍କରଣରେ ବାପା ନିଜେ ଲେଖିଥିବା ମୁଖବନ୍ଧଟିରେ ଯେଉଁ ନଅ ବର୍ଷର ପିଲାଟି ବିଷୟରେ ଉଲ୍ଲେଖ କରିଛନ୍ତି, ସେହି ପିଲାଟି ହେଉଛି ମୁଁ । ବର୍ତ୍ତମାନ ମୋତେ ସତୁରୀ ହେଲାଣି । ୧୯୪୮ ମସିହାରେ ସେ ପେନ୍‌ସିଲ୍‌ଭାନିଆ ରାଜ୍ୟରେ ଅବସ୍ଥିତ ଫିଲାଡ଼େଲ୍‌ଫିଆର୍ ଟେମ୍ପ୍‌ଲ୍ ବିଶ୍ୱବିଦ୍ୟାଳରେ ଦର୍ଶନ ବିଭାଗରେ ମୁଖ୍ୟ ଥିଲେ । ବର୍ତ୍ତମାନ ତ ଭାବିଲେ ଅସମ୍ଭବ ଲାଗିବ ଯେ, ଆମେରିକାର ଗୋଟିଏ ଅଗ୍ରଣୀ ବିଶ୍ଵବିଦ୍ୟାଳୟରେ ଏକ ସଂପୂର୍ଣ୍ଣ ବିଭାଗର ମୁଖ୍ୟ ପ୍ରକୃତରେ କେବେ ନିଜର ବେତନରୂପେ ବାର୍ଷିକ ମାତ୍ର ପାଞ୍ଚ ହଜାର ଡଲାର୍ ନେଉଥିଲେ । ମାତ୍ର, ଯେତେ ଦୂର ମନେ ହେଉଛି, ସେତେବେଳେ ପ୍ରକୃତ ଘଟଣା ତାହା ହିଁ ଥିଲା । ତେଣୁ, ଯେତେବେଳେ ପୁସ୍ତକଟିର ପ୍ରକାଶକଙ୍କ ଠାରୁ ସେ ୧୯୪୮ ମସିହାର ପ୍ରଥମ ତିନିମାସ ବାଦତକୁ ଲେଖକର ରୟାଲ୍‌ଟି ରୂପେ ଅଢ଼େଇ ହଜାର ଡଲାର୍‌ର ଗୋଟିଏ ଚେକ୍ ପାଇଥିଲେ, ସେତେବେଳେ ସିଏ ସତେଅବା ସେହି ଘଟଣାଟିକୁ ମୋଟେ ବିଶ୍ଵାସ କରି ପାରୁନଥିବା ପରି ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେଇଟି ତାଙ୍କର ଛଅମାସର ବେତନ ସହିତ ସମାନ ଥିଲା । ମୁଁ ତାହାର ସ୍ଵୟଂ ସାକ୍ଷୀ ହୋଇ ରହିଛି,–ଚେକ୍‌ଟି ରହିଥିବା ଲଫାପାଟିକୁ ଖୋଲିଦେଇ ସେ ସଂପୂର୍ଣ୍ଣ ଭାବରେ ଅବାକ୍ ଓ ନୀରବ ହୋଇ ଯାଇଥିଲେ, କିଞ୍ଚିତ୍ ଗାତ୍ରକୁଞ୍ଚନ କଲେ ତାଙ୍କର ସନ୍ଦେହଟିକୁ ପରିଷ୍କାର କରିଦେବା ଲାଗି ଏକାଧିକ ଦେବତାଙ୍କୁ ସ୍ମରଣ ମଧ୍ୟ କରିଥିଲେ ।

 

ସେତେବେଳେ ସେହି ଦେବତାମାନେ ତାଙ୍କ ପ୍ରତି ଦୟାପରବଶ ହୋଇଥିଲେ । ମାତ୍ର ଆଦୌ ବେଶୀ ଦିନ ପାଇଁ ନୁହେଁ । ୧୯୪୮ ମସିହାରେ ସେହି ‘ମ୍ୟାକାର୍ଥୀ ଯୁଗ’ଟି ମଧ୍ୟ ଆରମ୍ଭ ହୋଇ ଯାଇଥିଲା । ଆମେରିକାନ୍ ରାଜନୀତିକ ଜୀବନରେ ସେହି ଘଟଣାଟି ଘଟୁଥିବା ସମୟରେ ପୁସ୍ତକଟିର ସଫଳତା ସାଧାରଣଙ୍କର ଦୃଷ୍ଟିକୁ ମଧ୍ୟ ଆସିଥିଲା ଏବଂ ଆମେରିକାର ପ୍ରଗତିଶୀଳମାନଙ୍କ ଚକ୍ଷୁରେ ସିଏ ବେଶ୍ ପ୍ରିୟ ବି ହୋଇ ଯାଇଥିଲେ । ନିର୍ଭୀକ ବିଚାରବୁଦ୍ଧିର ଜଣେ ଶକ୍ତିଶାଳୀ ତଥା ସ୍ପଷ୍ଟବାଦୀ ମୁଖପାତ୍ର ରୂପେ ତାଙ୍କୁ ବହୁସ୍ଥାନରୁ ଡାକରା ଆସିଥିଲା ଏବଂ ଅଧିକାରୀମାନଙ୍କୁ ଉଦ୍ଦେଶ୍ୟ କରି ସେ ବହୁତ ସତକଥା ମଧ୍ୟ କହି ପକାଇଥିଲେ । ଏବଂ ଅଚିରେ ଅଧିକାରୀବୃନ୍ଦ ମଧ୍ୟ ଜବାବ ଦେଇଥିଲେ । ଆମର ଚତୁର୍ଦ୍ଦିଗରେ ବାସ କରୁଥିବା ବହୁ ବନ୍ଧୁ ସେହି ତଥାକଥିତ “ଆମେରିକାନ୍ ବୃହତ୍ ଡାହାଣୀଧରା ଅଭିଯାନ”ର ଶିକାର ହୋଇଥିଲେ । ମୋ’ର ମନେପଡ଼ୁଛି, ୧୯୫୧ ମସିହାରେ ଆମେ କେତେଜଣ ଗୋଟିଏ ବେଶ୍ ଓସାରିଆ ପ୍ରକୋଷ୍ଠରେ ଏକଦା ଏକାଠି ବସିଥିଲୁ । ମେଳଟିରେ ଖ୍ୟାତବୋଲି ଜଣାଶୁଣା ଆମେରିକାର ଅଗ୍ରଭାଗରେ ରହିଥିବା କେତେଜଣ ବିଶିଷ୍ଟ ବ୍ୟକ୍ତି ମଧ୍ୟ ରହିଥିଲେ,– ଡରୋଥି ପାର୍କର୍‌, ଲିଲିଆନ୍ ହେଲ୍‌ମାନ୍‌ ଡାସିଏଲ ହାମେଟ ଏବଂ ଆହୁରି କେତେ ଅନ୍ୟମାନେ । ଆମ ସମ୍ମୁଖରେ ନିଉୟର୍କ୍ ରାଜ୍ୟର କ୍ରୋଟୋନ ଉପତ୍ୟକାଟି ସୁବିସ୍ତୃତ ହୋଇ ରହିଥାଏ । ସେତେବେଳେ ମୋତେ ଚଉଦବର୍ଷ । ଏହି ବ୍ୟକ୍ତିଗଣ ପ୍ରତ୍ୟେକେ କଥା କହିବାରେ ବିଶ୍ଵପ୍ରସିଦ୍ଧ ବୋଲି ମୁଁ ସେହି ନିତାନ୍ତ ଅଳ୍ପବୟସରୁ ମଧ୍ୟ ଜାଣି ସାରିଥାଏ । ଆମେରିକା ସଂବିଧାନର କୌଣସି ଗୋଟିଏ ବିଶେଷ ସଂଶୋଧନ ବିଷୟରେ ନିଜର ଆସ୍ଥା ପ୍ରକଟ କରିଥିବାରୁ ଡାଶ୍ ହାମେଟ୍ ଆମେରିକା କଂଗ୍ରେସର ଅବମାନନା କରୁଥିବାର ଅପରାଧରେ ଦଣ୍ଡିତ ହୋଇ ସାରିଥାନ୍ତି । ଖୁବ୍ ବିବର୍ଣ୍ଣ ଏବଂ ପରାଭୂତପ୍ରାୟ ଦିଶୁଥିଲେ । ସିଏ ମାତ୍ର ଅଳ୍ପଦିନ ହେବ କାରାଗାରରୁ ମୁକ୍ତ ହୋଇ ଆସିଥାଆନ୍ତି । ଅନ୍ୟମାନେ ମଧ୍ୟ ଏହି ଅଳ୍ପଦିନ ହେବ ଆପଣା ଆପାଣା ପଦ ହରାଇ ଥାଆନ୍ତି ଅଥବା ବହିଷ୍କୃତ ହୋଇଥାନ୍ତି । ତେଣୁ, ଏପରି ମେଳ ହୋଇ ଏମାନେ ବସିଥିବା ବେଳେ ତ ସେମାନେ ପରସ୍ପର ସମ୍ମୁଖରେ ନିଜର ପ୍ରତିକ୍ରିୟାମାନ ବ୍ୟକ୍ତ କରୁଥାନ୍ତେ ଏବଂ କୋଠରୀଟିକୁ ମୁଖର କରି ହିଁ ରଖିଥାନ୍ତେ । ମାତ୍ର, ସେଦିନ ସେମାନେ କ’ଣ ପାଇଁ ସଂପୂର୍ଣ୍ଣ ଚୁପ୍ ହୋଇ ବସି ରହିଥିଲେ ।

 

ଏହିପରି ନୀରବତା ରାଜତ୍ଵ କରୁଥିବା ସମୟରେ ଆମେ ସମସ୍ତେ ଇଉରୋପ ଯାଏ ଚାଲି ଯାଇଥିଲୁ ଏବଂ ମୋ’ ବାପା ତାଙ୍କର ପରବର୍ତ୍ତୀ ପୁସ୍ତକଟିକୁ ନେଇ କରୁଥିବା ଗବେଷଣା ବିଷୟରେ କଥା ଆରମ୍ଭ କରି ଦେଇଥିଲୁ । ବସ୍ତୁତଃ, ସେତେବେଳେ ଆମେରିକାରେ ଯେଉଁ ରାଜନୀତିକ ଡାଆଣୀ–ଧରାର ସେହି ମହାଗୋଳଟି ଲାଗି ରହିଥିଲା, ଏହା ଫଳରେ ତାଙ୍କୁ ସତେଅବା ବେଶ୍ ନିଷ୍କୃତିଟିଏ ମିଳି ଯାଇଥିଲା । ହଁ, ସେତେବେଳେ ଆମେ ପ୍ରକୃତରେ ଆମେରିକୀୟ ବୌଦ୍ଧିକ ତଥା କଳାତ୍ମକ କ୍ରିୟାଶୀଳତାର ତୁଙ୍ଗ ଓ ସର୍ବୋତ୍ତମମାନଙ୍କୁ ମଧ୍ୟ ଦେଖିବାକୁ ପାଇବା, ଯେଉଁମାନେ କି ତେଣେ ପ୍ରାୟ ଏକ ନିର୍ବାସିତ ଜୀବନଯାପନ କରୁଥିଲେ ଓ ଆମେରିକାକୁ ଆଉ କେବେହେଲେ ଲେଉଟିବେ ନାହିଁ ବୋଲି ସ୍ଥିର କରି ସାରିଥିଲେ । ଏହାଫଳରେ ଆମେରିକାକୁ ଏକ ବିରାଟ କ୍ଷତି ମଧ୍ୟ ସହିବାକୁ ପଡ଼ିଥିଲା ଏବଂ ମୁଁ ଭାବୁଛି, ଆମେରିକା ଦେଶ ସେଥିରୁ ଆଦୌ ମୁକ୍ତ ହୋଇ ପାରିଲାନାହିଁ । ଅବଶ୍ୟ ମୋ’ ବାପା ଏପରି ଦେଶତ୍ୟାଗଟାକୁ ବାଧ୍ୟ ହୋଇ ସ୍ଵୀକାର କରୁନଥିଲେ ଏବଂ ତେଣୁ ଆମେ ଯଥାଶୀଘ୍ର ଆମେରିକା ଫେରି ଆସିବାଲାଗି ବିଚାର କରୁଥିଲୁ । ସେତେବେଳେ ମୋ’ ବାପା ସବୁବେଳେ ଏକ ଖାସ୍ ବର୍ଣ୍ଣନା ଦେଇ ଆମେରିକାକୁ “ଈଶ୍ଵରଙ୍କର ଦେଶ” ବୋଲି କହୁଥିଲେ ।

 

ହଁ, ଆମେ ସେହି ଈଶ୍ଵରଙ୍କର ଦେଶରୁ ଫେରି ଆସିବାର ପ୍ରାୟ ଅବ୍ୟବହିତ ପରେ ହିଁ ବାପାଙ୍କୁ ଅଣ-ଆମେରିକୀୟ କାର୍ଯ୍ୟରେ ଲିପ୍ତ ରହିଥିବାର ଅଭିଯୋଗରେ ତଦ୍‌ବିଷୟକ କମିଟି ଆଗରେ ହାଜର ହେବାଲାଗି ପ୍ରଥମ ସମନଟିଏ ଆସି ପହଞ୍ଚିଥିଲା । ସେଇଟିର ମିଆଦ ପୂରି ଯିବାରୁ ଆଉ ଗୋଟିଏ ବି ଆସିଲା ଏବଂ ଗୋଇନ୍ଦା ସଂସ୍ଥାର ଦୁଇଜଣ ଅବର୍ଜିଆମୁହଁ ବ୍ୟକ୍ତି ଆସି ସେଇଟିକୁ ବାପାଙ୍କୁ ଆଣି ଦେଇଥିଲେ । ଆବ୍ରାହାମ୍ ଲିଙ୍କନ୍‌ଙ୍କ ଜନ୍ମଦିନଟାରେ ଚିଠିଟିକୁ ଆଣି ଦେଉଥିବାରୁ ସେମାନେ କ୍ଷମାପ୍ରାର୍ଥନା କରିଥିଲେ । କେବଳ ନିଜର ନାମ, ଜନ୍ମତାରିଖ ଏବଂ ଜନ୍ମସ୍ଥାନ ବ୍ୟତୀତ କମିଟି ଆଗରେ ଆଉ କିଛିହେଲେ ପ୍ରକାଶ କରିବେନାହିଁ ବୋଲି କହିବାରୁ ବାପାଙ୍କୁ କମିଟିର ଅବମାନନା କରିଥିବା ଦୋଷରେ ଦୋଷୀ କରା ଯାଇଥିଲେ । ଅବଶ୍ୟ ବିଚାରରେ ତାଙ୍କୁ ଦୋଷମୁକ୍ତ କରାଗଲା ଏବଂ ଆଇନ୍‌ର ଇତିହାସରେ ସେହି ଘଟଣାଟି ଗୋଟିଏ ବିଶେଷ ଦୃଷ୍ଟାନ୍ତ ହୋଇ ରହିଥିଲା । ପୂର୍ଣ୍ଣ ଆଇନ୍‌ସଙ୍ଗତ ଭାବରେ ଜଣେ ବ୍ୟକ୍ତି ଯେ ଆପଣାର ବନ୍ଧୁ ଓ ସହଯୋଗୀମାନଙ୍କର ସମ୍ପର୍କରେ ଯେକୌଣସି କଥା ଯୋଗାଇ ଦେବାକୁ ମନା କରି ଦେଇପାରେ, ସେହି କଥାଟି ସ୍ଵୀକୃତ ହୋଇ ଯାଇଥିଲା ।

 

ଅବଶ୍ୟ ବ୍ୟକ୍ତିଗତ ସ୍ତରରେ ଆଇନ୍‌ ସମ୍ବନ୍ଧିତ ଏହି ବିଜୟଟି ସଂପୂର୍ଣ୍ଣ ଭାବରେ ବହୁମୂଲ୍ୟର ଦାବୀ କରିଥିଲା । ଟେମ୍ପ୍‌ଲ୍ ବିଶ୍ଵବିଦ୍ୟାଳୟ ବାପାଙ୍କୁ କର୍ମଚ୍ୟୁତ କଲା; ଅଭିଯୋଗରୂପେ ଘୋଷଣା କରାଯାଇଥିଲା ଯେ ସେ ଏପରି କରି ଏକ “ବୌଦ୍ଧିକ ଔଦ୍ଧତ୍ୟର ପରିଚୟ ପ୍ରଦାନ କରିଛନ୍ତି” ଏବଂ ସେହି ଅବିଚାରଟିର ଅପସାରଣ ସକାଶେ ସୁଦୀର୍ଘ ଅଠେଇଶି ବର୍ଷ ଲାଗିଥିଲା । ବାପା ସଂପୂର୍ଣ୍ଣ ଯୁକ୍ତିଯୁକ୍ତ ଭାବେ ସବୁବେଳେ କହୁଥିଲେ ଯେ ଆଉ ଅନ୍ୟପ୍ରକାରେ କିଛି କରିଥିଲେ ତାହା ତାଙ୍କର “ବୁଦ୍ଧିଗତ ନିର୍ବୋଧତା”ର ହିଁ ପରିଚୟ ଦେଇଥାନ୍ତା । ହଁ, ଅଠେଇଶି ବର୍ଷ ଜଣେ ବିଭାଗୀୟ ମୁଖ୍ୟ ପାଇଁ ପ୍ରକୃତରେ ଗୋଟିଏ ଦୀର୍ଘ ଦଣ୍ଡ ବୋଲି ନିଶ୍ଚୟ କୁହାଯିବ ।

 

ଯାହା ପ୍ରକୃତରେ ହୋଇଥାନ୍ତା, ସେହି ଅଠେଇଶି ବର୍ଷକୁ ବାପା ଆଦୌ କୌଣସି ପ୍ରକାରେ ନଷ୍ଟ ହେବାକୁ ଦେଇନଥିଲେ । ଆମେରିକୀୟ କଳା ତାଲିକାରୁ ତାଙ୍କର ନାମକୁ ଉଠାଇ ଦିଆଯିବା ପରେ ବାପା ଏକାଧିକ ପୁସ୍ତକର ରଚନା କରିଥିଲେ ଏବଂ ସେଗୁଡ଼ିକ ଆମେରିକା ଓ ଆହୁରି ଅନେକ ଦେଶରେ ପ୍ରକାଶ ପାଇଥିଲା । ଏବଂ ବହୁ ଭାଷାରେ ଏକାଧିକ ଦଶନ୍ଧି ଯାବତ୍ ସେ ଆମେରିକା ତଥା ଅନ୍ୟାନ୍ୟ ବହୁ ଦେଶରେ ବକ୍ତୃତା ଦେବାକୁ ଯାଇଥିଲେ ଏବଂ ଶେଷରେ, ଶେଷ ଅଷ୍ଟାବିଂଶ ବର୍ଷଟି ପାଖ ହୋଇ ଆସୁଥିବା ସମୟରେ ବିଶ୍ଵବିଦ୍ୟାଳୟ ସ୍ତରରେ ଅଧ୍ୟାପନା ନିମନ୍ତେ ତାଙ୍କୁ ପୁନର୍ବାର ଡକା ମଧ୍ୟ ଯାଇଥିଲା । ଆପଣାର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେ ଅଧ୍ୟାପନା କରିଥିଲେ, ଏକାଧାରରେ ଦର୍ଶନ ଓ କଳାର ଇତିହାସ ବିଷୟରେ (ହଁ, ରାଜନୀତିର ଇତିହାସ ବିଷୟରେ ମଧ୍ୟ) କ୍ଲାସ୍‌ମାନ ଦେଉଥିଲେ । ତାଙ୍କର ପତ୍ନୀ ତାଙ୍କୁ ସହଯୋଗ କରୁଥିଲେ । କଳା–ଇତିହାସବିତ୍‍, ଏବଂ ଶିଳ୍ପୀ ମୋ’ ମାଆ ଆଲିସ୍ ଡନ୍‌ହାମ୍ । ଅଳ୍ପଦିନ ପରେ ସେ ଟେମ୍ପ୍‌ଲ୍ ବିଶ୍ଵବିଦ୍ୟାଳୟରେ ପୁନର୍ନିଯୁକ୍ତି ଲାଭ କଲେ,–ବରିଷ୍ଠ ପ୍ରଫେସର ଭାବେ ଅଧିଷ୍ଠିତ ହୋଇ ରହିଥିଲେ । ସେତେବେଳେ ତାଙ୍କୁ ଯେତିକି ଆର୍ଥିକ ପରିମାଣର ରାଶି ମିଳୁଥିଲା, ଟେମ୍ପଲ ବିଶ୍ଵବିଦ୍ୟାଳୟ ତାଙ୍କପ୍ରତି କରିଥିବା ଅପରାଧର ତୁଳନାରେ ତାହାକୁ କେବଳ ଅଳ୍ପ ବୋଲି ହିଁ କୁହାଯିବ । ଘଟଣାଗୁଡ଼ିକ ଅବଶ୍ୟ କହିବ ଯେ, ବୁଦ୍ଧିଜୀବୀମାନେ ଆପଣାର ବିଚାର ତଥା ଚିନ୍ତନଗୁଡ଼ିକ ସକାଶେ ଯେଉଁ ମୂଲ୍ୟ ପ୍ରକୃତରେ ଦେଉଥିଲେ, ତାହାର ପ୍ରତିବଦଳରେ ସେମାନଙ୍କୁ ପ୍ରାପ୍ତ ହେଉଥିବା ସମ୍ଭାବ୍ୟ ଅର୍ଥରାଶିଟି ଠାରୁ ତାହା ସର୍ବଦା ହିଁ ବହୁତ ଅଧିକ ଥିଲା । ବିଶେଷତଃ, ଯେତେବେଳେ ସେମାନଙ୍କର ବିଚାରଚୟ ସାଧାରଣ ଭାବରେ ଅଧିକ ପ୍ରସାର ଲାଭ କରୁଥିଲା । ମୋ’ ବାପାଙ୍କ କ୍ଷେତ୍ରରେ ସେହି କଥା ହିଁ ଘଟିଥିଲା ।

 

ମୋ’ ବାପାଙ୍କର ନବେ ବର୍ଷ ବୟସରେ ୧୯୯୫ ମସିହାରେ ଦେହାନ୍ତ ହେଲା । ନିଜ ଜୀବଦ୍ଦଶାର ଶେଷଯାଏ ସେ ଅତ୍ୟନ୍ତ ସରଳ ଭାଷାରେ ସକ୍ରେଟିସ୍ ତଥା ଅନ୍ୟାନ୍ୟ ଦାର୍ଶନିକମାନଙ୍କର ତତ୍ତ୍ଵଗୁଡ଼ିକୁ ଉଦ୍ଧାର କରୁଥିଲେ । ତାଙ୍କର ବଂଶଧରମାନେ ତାଙ୍କ ପରେ ଯେଉଁପରି ଜୀବନ ଅତିବାହିତ କଲେ ତାହା ତାଙ୍କୁ ନିଶ୍ଚୟ ଅତୀବ ସନ୍ତୋଷ ପ୍ରଦାନ କରୁଥିବ । ସେହି ମର୍ଯ୍ୟାଦାପୂର୍ଣ୍ଣ ଉତ୍ତରାଧିକାରଟି ଯେ ମୋ’ର ପୁରୁଷଟିକୁ ବାଦ୍‍ ଦେଇ ଚାଲିଯାଇଛି, ମୁଁ ବସ୍ତୁତଃ ମୋଟେ ସେକଥା କହି ପାରିବିନାହିଁ । ସାଧାରଣତଃ କଳାଗୁଡ଼ିକର କ୍ଷେତ୍ରରେ ଏବଂ ଖାସ୍ ଭାବରେ ରଙ୍ଗମଞ୍ଚରେ ମୋ’ ସାରା ଜୀବନର ଅବଦାନ ରହିଛି । ଏବଂ, ସେହି ଉତ୍ତରାଧିକାରଟି ତାଙ୍କର ନାତିମାନଙ୍କ ଦ୍ଵାରା ଅବଶ୍ୟ ଅଧିକ ପ୍ରଭାଯୁକ୍ତ ହୋଇଛି । ସେମାନେ ଚାରିଜଣଯାକ ଜୀବନରେ ଏକ ନିର୍ଦ୍ଦିଷ୍ଟ ଆଦର୍ଶର ପ୍ରେରଣାରେ ନିଜର ଜୀବନଗୁଡ଼ିକୁ ବଞ୍ଚୁଛନ୍ତି । କଳାର ଏକାଧିକ କ୍ଷେତ୍ର ଆଇନ୍ ଏବଂ ମୁଦ୍ରଣଶିଳ୍ପର କ୍ଷେତ୍ରଗୁଡ଼ିକରେ ସେମାନର ଜଣେ ଜଣେ ସର୍ବୋତ୍ତମ ପ୍ରତିନିଧି ହୋଇ ପ୍ରତିଷ୍ଠିତ ରହିଛନ୍ତି । ସାମ୍ବାଦିକତାର କ୍ଷେତ୍ରରେ, ବିଚାରାଳୟରେ ଅଭିଯୁକ୍ତମାନଙ୍କ ତରଫରୁ ବଳିଷ୍ଠ ବିତର୍କର ପରିଚୟ ଦେବାରେ ବା ଏକ ନୂଆପୀଢ଼ିର କଳାକାରମାନଙ୍କୁ ଶିକ୍ଷାଦାନ କରିବାରେ ଅଜାଙ୍କର ସେହି ନାତିମାନେ କଦାପି ସହଜରେ ନିର୍ବୋଧମାନଙ୍କ ପାଖରେ ନିଜର ମୁଣ୍ଡ ନୁଆଁଇ ନାହାନ୍ତି । ହିଁ, ଏହି ସବୁକିଛି ନିମନ୍ତେ ଯଦି ମୁଁ ନିଜେ ହିଁ ପ୍ରଶଂସାର ପାତ୍ର ବୋଲି ଦାବୀ କରିବି, ତେବେ ସବୁଠାରୁ ଅଧିକ ନ୍ୟାୟୋଚିତ ଭାବରେ ଆଦର୍ଶବାନ୍ ମୋ’ ବାପାଙ୍କ ପାଖରେ କୃତଜ୍ଞତା ପ୍ରକାଶ କରି ହିଁ ମୁଁ ସବୁଠାରୁ ଅଧିକ ପରିମାଣରେ ତାହା କରି ପାରିବାର ଆଶା ପୋଷଣ କରିପାରିବି ।

 

ସଂପୂର୍ଣ୍ଣ ଆଉ ଗୋଟିଏ ପୀଢ଼ିର ହାତରେ ଏହି ଗଭୀର ବିଚାରପୂର୍ଣ୍ଣ ପୁସ୍ତକଟିକୁ ଦେଇ ଦେବାକୁ ଇଚ୍ଛା କରିଥିବା ପ୍ରଫେସର ବିପନ ଚନ୍ଦ୍ରଙ୍କୁ ମୁଁ ପରିଶେଷରେ ଧନ୍ୟବାଦ ଜ୍ଞାପନ କରୁଛି । ମୋ’ ପିତାଙ୍କର ବାର୍ତ୍ତାଟିକୁ ସଂକ୍ଷିପ୍ତ କରି କହିଲେ, ମନୁଷ୍ୟର ପ୍ରକୃତିକୁ ଅବଶ୍ୟ ବଦଳାଇ ହେବ, କଳା ଓ ରାଜନୀତିକୁ ଏକତ୍ର ଯୁକ୍ତ କରି ନିଶ୍ଚୟ ବଞ୍ଚିହେବ । ଏବଂ ସର୍ବୋପରି, ତୁମେ ଅବଶ୍ୟ ସ୍ଵାଧୀନ ରହି ପାରିବ ଓ ତା’ ସହିତ ଆପଣାକୁ ଆପଦଶୂନ୍ୟ କରି ମଧ୍ୟ ଅବଶ୍ୟ ରଖିପାରିବ ।

☆☆☆

 

Unknown

ମୁଖବନ୍ଧ

ରିଚାର୍ଡ ଏସ୍ ଡନ୍‌ହାମ୍

 

୧୯୯୫ ମସିହାରେ ତାଙ୍କ ମୃତ୍ୟୁର କେତେବର୍ଷ ପୂର୍ବରୁ ମୋ’ ପିତାମହ ବାରୋସ୍ ଡନ୍‌ମାନ୍ ଥରେ ଗୋଟିଏ ଲମ୍ବା ଲଫାପା ମୋ’ ହାତରେ ଆଣି ଦେଇଥିଲେ । ନିଉଜର୍ସୀର ପ୍ରିନ୍‌ସଟନରୁ ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ ଅଭିଲେଖାଗାରରୁ ସେହି ଲଫାପାଟି ତାଙ୍କ ନିକଟକୁ ଆସିଥିଲା । ସେତେବେଳେ ସିଏ ତାଙ୍କ ବାସଗୃହରେ ନିଜର ସେହି ପ୍ରିୟ ଓ ପରିଚିତ ଆରାମଚଉକିଟି ଉପରେ ବସିଥାଆନ୍ତି । ସେହି ଆରମଦାୟକ ଚଉକିରେ ବସି ସିଏ ପ୍ରକୃତରେ ବିଂଶ ଶତାବ୍ଦୀର ବହୁସଂଖ୍ୟକ ପ୍ରଖ୍ୟାତ ବ୍ୟକ୍ତିଙ୍କ ସହିତ ଆପଣାର ମତବିନିମୟ କରିଛନ୍ତି : ଦାର୍ଶନିକ ବର୍ଟ୍ରାଣ୍ଡ୍ ରସେଲ୍, ଲେଖକ ଏବଂ ଲେଖିକା ଡରୋଥି ପାର୍କର, ଡୋନାଲ୍‌ଡ଼୍ ଓଗ୍‌ଡ଼େନ୍ ଷ୍ଟିୱାର୍ଟ । ଏଲ୍ଲା ଉଇଣ୍ଟର୍‌ ଏବଂ କବି ହାର୍‌ବର୍ଗଙ୍କ ସହିତ ।

 

ପ୍ରିନ୍‌ସଟନ୍‍ରୁ ଆସିଥିବା ସେହି ପ୍ୟାକେଟ୍‍ଟି ଭିତରେ ସମ୍ଭବତଃ ମୋ’ର ପିତାମହ ଏବଂ ଆଧୁନିକ ପୃଥିବୀର ସର୍ବବୃହତ୍ ପ୍ରତିଭାଙ୍କ ମଧ୍ୟରେ ଦିଆନିଆ ହୋଇଥିବା କେତେକ ପତ୍ରାବଳୀର ଫଟୋନକଲ କରା ଯାଇଥିବା କେତେଗୋଟି ପୃଷ୍ଠା । ଏହି ପତ୍ର–ଆଦାନପ୍ରଦାନଗୁଡ଼ିକର ସନ୍ଦର୍ଭ ମର୍ମଟି ବିଷୟରେ କିଛି ବ୍ୟାଖ୍ୟା କରିଦେବା ପାଇଁ ଆଇନ୍‌ଷ୍ଟାଇନ୍ ଅଭିଲେଖାଗାର ଡକ୍ତର ଡନ୍‌ହାମ୍‌ଙ୍କୁ ଅନୁରୋଧ କରିଥିଲା ।

 

ମୋ’ର ପିତାମହ ମୋତେ ଯାହା କହିଲେ, ମୁଁ ସେଥିରୁ ଜଣାଇବାକୁ ପାଇଥିଲି ଯେ, ଶ୍ରୀଯୁକ୍ତ ଆଇନ୍‌ଷ୍ଟାଇନ୍ ତାଙ୍କର ନୂତନ ପୁସ୍ତକ “ମିଥ୍ୟା ବିରୋଧରେ ମଣିଷ” ପୁସ୍ତକ ନିମନ୍ତେ ଅନୁକୂଳ ମୁଖବନ୍ଧଟିଏ ଲେଖିଦେବେ ବୋଲି ତାଙ୍କୁ ଅନୁରୋଧ କରିଥିଲେ । ଉତ୍ତର ଦେଇ ସେହି ବିଖ୍ୟାତ ବୈଜ୍ଞାନିକ ତାଙ୍କ ନିକଟକୁ ଲେଖିଥିଲେ ଯେ ସିଏ ପ୍ରକୃତରେ ଉକ୍ତ ଅନୁରୋଧଟିକୁ ରକ୍ଷା କରି ପାରିବେନାହିଁ, କାରଣ ଉକ୍ତ ପାଣ୍ଡୁଲିପିର ଗୋଟିଏ ପୃଷ୍ଠାରେ ଏକ ତଥ୍ୟଗତ ଭୁଲ ପ୍ରକୃତରେ ବହି ଯାଇଥିଲା । ମୋ’ର ପିତାମହ ତେଣୁ ପାଣ୍ଡୁଲିପିର ସେହି ନିର୍ଦ୍ଦିଷ୍ଟ ପୃଷ୍ଠାଟିକୁ ଆଉଥରେ ବାହାର କରି ଦେଖିଥିଲେ ଏବଂ ଶ୍ରୀଯୁକ୍ତ ଆଇନ୍‌ଷ୍ଟାଇନ୍ ହିଁ ଠିକ୍ କଥା କହିଛନ୍ତି ବୋଲି ଶେଷରେ ଜାଣି ପାରିଥିଲେ । ଆଇନ୍‌ଷ୍ଟାଇନ୍ ଦର୍ଶାଇ ଦେଇଥିବା ଭୁଲ୍‍ଟିକୁ ସେ ସଂଶୋଧନ କରି ନେଇଥିଲେ-। ଏବଂ ତା’ପରେ ଏପରି ଗୋଟିଏ ଉପଯୁକ୍ତ ମନ୍ତବ୍ୟ ଲେଖି ପଠାଇଲେ, ଯାହାକି ପୁସ୍ତକଟିର ପଛ ମଲାଟରେ ପ୍ରକାଶ ପାଇଥିଲା ।

 

“ପୁସ୍ତକଟିରେ ଅନେକ ଶିକ୍ଷଣୀୟ ବିଷୟ ରହିଛି–ଅତ୍ୟନ୍ତ ସରସ ସାହସଯୁକ୍ତ ଭାବରେ ଲେଖା ହୋଇଛି ଏବଂ ସାଧାରଣଙ୍କ ହିତ ଦୃଷ୍ଟିରୁ ଏହାର ବହୁଳ ପ୍ରଚାର ଏକାନ୍ତ ବାଞ୍ଛନୀୟ”––ଶ୍ରୀ ଆଇନ୍‌ଷ୍ଟାଇନ୍ ଏହିପରି ଲେଖି ଦେଇଥିଲେ । ତାଙ୍କର ଏହିସବୁ କଥା ନିଃସନ୍ଦେହ ଭାବରେ ସାହାଯ୍ୟ ମଧ୍ୟ କଲା, କାରଣ ଦର୍ଶନର ଗୋଟିଏ ପୁସ୍ତକ ହିସାବରେ ସେଇଟି ଏତେ ଅଧିକ ସଂଖ୍ୟାରେ ବିକ୍ରୟ ହୋଇଥିଲା, ଯାହାକୁ ବିରଳ ବୋଲି ନିଶ୍ଚୟ କୁହାଯାଇ ପାରିବ ।

 

ହଁ, ମୁଁ ଖୁବ୍ ଜାଣିପାରୁଛି ଯେ ଏଭଳି ଉଲ୍ଲେଖ କରି ମୁଁ କିଛି ପକ୍ଷପାତ ବିଚାର ମଧ୍ୟ କରୁଛି,–କିନ୍ତୁ ମୁଁ ବିଶ୍ଵାସ ମଧ୍ୟ କରୁଛି ଯେ ମୋ’ର ପିତାମହ ବାରୋସ୍ ତୀକ୍ଷ୍‌ଣ ବୁଦ୍ଧିମତ୍ତା ସହିତ ଆବଶ୍ୟକ ପୁସ୍ତକଟିଏ ପ୍ରସ୍ତୁତ କରିବାର ସକଳ ଆୟାସକୁ ସ୍ଵୀକାର କରିନେଇ ପାରୁଥିଲେ ଏବଂ, ତାଙ୍କ ସଦୃଶ ଜଣେ ଏପରି ଦକ୍ଷପୁରୁଷ ମୁଁ ଆଉ କେଉଁଠିହେଲେ ଦେଖିବାକୁ ପାଇବି ନାହିଁ । ମୁଁ ଜନ୍ମଗ୍ରହଣ କରିବାର ବର୍ଷକ ପୂର୍ବରୁ ୧୯୫୫ ମସିହାରେ ତାଙ୍କର ବନ୍ଧୁ ଆଇନ୍‌ଷ୍ଟାଇନ୍ ପୃଥିବୀରୁ ବିଦାୟ ନେଇଥିଲେ । ସେ ମୋ’ର ପିତାମହଙ୍କୁ ତତ୍କାଳୀନ “କମ୍ୟୁନିଷ୍ଟ ଆତଙ୍କ”ରୁ ବଞ୍ଚାଇ ରଖିବାରେ ବହୁତ ସହାୟତା କରିଥିଲେ । ସେହି ଆତଙ୍କର ପରିଣାମ ସ୍ୱରୂପ ମୋ’ ପିତାମହଙ୍କ ସମେତ ହଜାର ହଜାର ଚିନ୍ତାଶୀଳଙ୍କୁ ଆପଣାର ଜୀବିକା ହରାଇବାକୁ ପଡ଼ିଥିଲା ।

 

ବାରୋସ୍ ଡନ୍‌ହାମ୍ ତ ସର୍ବଦା ବିରଳ ବୁଦ୍ଧିଯୁକ୍ତି ସ୍ତରର ବ୍ୟକ୍ତିମାନଙ୍କର ଗହଣରେ ଆପଣାକୁ ସଚଳ କରି ରଖିଥିଲେ (ଚାର୍ଲି ଚାପ୍‌ଲିନ୍, ସିନ୍ ଓ’ କାସୀ, ଏବଂ ଲେଓନାର୍ଡ୍‌ ବର୍ନ୍‌ଷ୍ଟାଇନ୍ ତାଙ୍କର ପରିଚିତ ଥିଲେ ଏବଂ ହଲିଉଡ଼୍‌ର ଇରା ଗେର୍ସ୍‌ଉଇନ୍ ଏବଂ ଜାଁରେନୋଆଙ୍କ ସହିତ ସିଏ ଏକତ୍ର କେତେଥର ଭୋଜନ କରିଥିବାର ଘଟଣାଗୁଡ଼ିକୁ ଖୁବ୍‍ ସ୍ମରଣ କରୁଥିଲେ । କିନ୍ତୁ ତାଙ୍କର ହୃଦୟ ସର୍ବଦା ହିଁ ଅତ୍ୟାଚାରିତମାନଙ୍କର ନିକଟବର୍ତ୍ତୀ ହୋଇ ରହିଥିଲା ।

 

ଆଇନ୍‌ର ସମର୍ଥନ ସହିତ ଆମେରିକା ଯୁକ୍ତରାଜ୍ୟରେ ଯେ କଳା ନାଗରିକମାନଙ୍କୁ ନିକୃଷ୍ଟ କରି ରଖା ଯାଇଥିଲା, ତାହାର ବିରୋଧ କରି ନାଗରିକମାତ୍ରକେ ସମସ୍ତଙ୍କର ଅଧିକାରଗୁଡ଼ିକୁ ଦାବୀ କରି ଯେଉଁ ଆନ୍ଦୋଳନ ଚାଲିଥିଲା, ସିଏ ତାହାକୁ ସମର୍ଥନ କରିଥିଲେ । ଗାୟକ, ଅଭିନେତା ତଥା ଫିଲାଡ଼େଲ୍‌ଫିଆର ସହସଂଗ୍ରାମୀ ପଲ୍ ରୋବ୍‍ସନ୍‌ଙ୍କ ସହିତ ତାଙ୍କର ମିତ୍ରବତ୍ ସମ୍ପର୍କ ରହିଥିଲା ।

 

ପ୍ରଜାତିଗତ ଉଚ୍ଚନୀଚ ଭେଦକୁ ସମର୍ଥନ କରି ନାତ୍‌ସୀଶାସିତ ଜର୍ମାନୀରେ ଯେପରି ଲକ୍ଷ ଲକ୍ଷ ନିର୍ଦ୍ଦୋଷ ଇହୁଦୀ ଲୋକଙ୍କୁ ହତ୍ୟା କରାଯାଇଥିଲା, ସେ ତାହାର ନିନ୍ଦା କରିଥିଲେ ।

 

ସେ ନାରୀମାନକୁ ସେମାନଙ୍କର ଅଧିକାର ପ୍ରଦାନ କରିବାର କ୍ଷେତ୍ରରେ ନିଃସଙ୍କୋଚ ଭାବରେ ନିଜର ସମର୍ଥନ ଘୋଷଣା କରିଥିଲେ ଏବଂ ପୁରୁଷମାନଙ୍କର ଯେଉଁ କ୍ଷୁଦ୍ର ଗୋଷ୍ଠୀଟି ତାଙ୍କର ପ୍ରିୟ ନିଜ ବିଶ୍ଵବିଦ୍ୟାଳୟରେ ଛାତ୍ରୀମାନଙ୍କୁ ପ୍ରବେଶ କରିବାର ଅଧିକାର ମିଳୁ ବୋଲି ଆନ୍ଦୋଳନ କରିଥିଲେ, ସିଏ ମଧ୍ୟ ସେଇଟି ସହିତ ନିଜକୁ ଅନ୍ତର୍ଭୁକ୍ତ କରି ରଖିଥିଲେ ।

 

ପୃଥିବୀଯାକ ଜାରି ହୋଇ ରହିଥିବା ଔପନିବେଶିକ ଶାସନର ବିଲୋପ ଘଟୁ ବୋଲି ସେ ବ୍ୟାକୁଳ ଭାବରେ ଇଚ୍ଛା କରିଥିଲେ । ଭାରତ ଓ ଆଫ୍ରିକାର ସ୍ଵାଧୀନତା ଆନ୍ଦୋଳନଗୁଡ଼ିକ ପ୍ରତି ତାଙ୍କର ବିଶେଷ ସହାନୁଭୂତି ରହିଥିଲା । ଉପନିବେଶ–ଶାସନର ପରବର୍ତ୍ତୀ ଘାନାର ସର୍ବପ୍ରଥମ ନେତା କ୍ଵାମେ ଙ୍କୃମାଙ୍କର ନିମନ୍ତ୍ରଣ କ୍ରମେ ସେ ୧୯୭୧ ଖ୍ରୀଷ୍ଟାବ୍ଦରେ ସେଠାକୁ ଯାତ୍ରା ମଧ୍ୟ କରିଥିଲେ । ତାଙ୍କର ଦର୍ଶନ ସମ୍ପର୍କୀୟ ଗ୍ରନ୍ଥଗୁଡ଼ିକ ଦ୍ଵାରା ଅଭିଭୂତ ହୋଇ ଙ୍କୃମା ତାଙ୍କୁ ଘାନାରେ ଦର୍ଶନର ଅଧ୍ୟାପନା ଲାଗି ନିମନ୍ତ୍ରଣ କରିଥିଲେ । କିନ୍ତୁ ସିଏ ସେଥିଲାଗି କୃତଜ୍ଞତା ଜ୍ଞାପନ କରିଥିଲେ ମଧ୍ୟ ସେହି ଦାୟିତ୍ଵଟିକୁ ଅବଶ୍ୟ ଗ୍ରହଣ କରି ନଥିଲେ । ଘାନାର ରାଜଧାନୀ ଆକ୍ରାଠାରୁ ପ୍ରେରିତ ନିଜର ଏକ ପତ୍ରରେ ଆପଣାର ଉକ୍ତ ନିଷ୍ପତ୍ତିଟିକୁ ମୋ’ ବାପା ତାଙ୍କର ଏକମାତ୍ର ପୁତ୍ର କ୍ଲାର୍କ୍‌ଙ୍କ ପାଖକୁ ନିମ୍ନପ୍ରକାରେ ଲେଖି ଜଣାଇଥିଲେ; "ପୃଥିବୀର ରକ୍ଷା କରିବା ଯେ ମୋ’ ଜୀବନର ସର୍ବପ୍ରଧାନ କାର୍ଯ୍ୟ, ମୁଁ ସେହି କଥାଟିକୁ ଅବଶ୍ୟ ସ୍ଵୀକାର କରୁଛି; କିନ୍ତୁ କ୍ଷେତ୍ରରେ ମୁଁ ଯାହାକିଛି କରିବି, ମୋତେ ତାହାକୁ ଉତ୍ତର ଗୋଲାର୍ଦ୍ଧର ଏହି ଶୀତୋଷ୍ଣ କଟିବନ୍ଧରେ ରହି କରିବାକୁ ପଡ଼ିବ ।”

 

ବାରୋସ୍ ଡନ୍‌ହାମ୍‌ଙ୍କର ମତଗୁଡ଼ିକ ଅତ୍ୟନ୍ତ ଉଗ୍ର ଥିଲା ବୋଲି ତାଙ୍କ ସମୟର କେତେ ଶାସକବର୍ଗ ବିଚାର କରିଥିଲେ ଏବଂ 'ମିଥ୍ୟାବିରୋଧରେ ମଣିଷ’ ପୁସ୍ତକଟିର ସଫଳତା ହେତୁ ଯେଉଁସବୁ ପ୍ରଖ୍ୟାତି ପ୍ରାପ୍ତ ହୋଇଥିଲା, ତାହାରି ଫଳରେ ୱାଶିଂଟନ୍‌ରେ ଥିବା ଅଣଆମେରିକୀୟ କାର୍ଯ୍ୟଗୁଡ଼ିକୁ ତଦାରଖ କରିବାର କମିଟିର ବିଷଦୃଷ୍ଟି ତାଙ୍କ ଉପରେ ଯାଇ ପଡ଼ିଲା । ସିଏ ଉଚିତ ସମୟ ପୂର୍ବରୁ ହିଁ ନିଜକୁ ଫାସିଷ୍ଟ ବିରୋଧୀ ବୋଲି ଘୋଷଣା କରିଦେଲେ ଏବଂ ଆମେରିକାର କମ୍ୟୁନିଷ୍ଟ ପାର୍ଟିରେ ଯାଇ ଯେ ଯୋଗ ଦେଇଥିଲେ, ତାହାର ଦୁଇବର୍ଷ ପରେ ଯାଇ ଆମେରିକା ସେହି ପୃଥିବୀବ୍ୟାପୀ ଫାସିଜମ୍‌ର ବିରୋଧରେ ରୁଷିଆ ସହିତ ଏକ ମେଣ୍ଟରେ ଯେ ଯୋଗ ଦେଇଥିଲା, ମୋ’ର ପିତାମହ ପରିହାସ କରି ତାହାକୁ ହିଁ ତାଙ୍କର ଏକ ସବାମୂଳ ପାପ ବୋଲି ବର୍ଣ୍ଣନା କରୁଥିଲେ । କ୍ଷମତାରେ ଥିବା ବ୍ୟକ୍ତିମାନେ କିନ୍ତୁ ଏହି ଅତ୍ୟନ୍ତ ପ୍ରତିଭାଧାରୀ ପ୍ରଫେସରଙ୍କୁ ଜଣେ ବିପଜ୍ଜନକ ବ୍ୟକ୍ତି ବୋଲି ଭୟ କରିଥିଲେ, କାରଣ ଜଣେ ଲୋକପ୍ରିୟ ପ୍ରବକ୍ତା ରୂପେ ସେ ଟେମ୍ପଲ୍ ବିଶ୍ଵବିଦ୍ୟାଳୟର ତରୁଣମାନଙ୍କର କୋମଳ ମନଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଆକାର ଦେଇ ଗଢ଼ି ଆଣୁଥିବା ପରି ବୋଧ ହେଉଥିଲେ । ସେହି ବିଶ୍ୱବିଦ୍ୟାଳୟରେ ସେତେବେଳେ ଶ୍ରମିକ ଶ୍ରେଣୀରୁ ହିଁ ଅଧିକସଂଖ୍ୟକ ଛାତ୍ର ଆସି ଅଧ୍ୟୟନ କରୁଥିଲେ ଏବଂ ସେହି କାରଣରୁ ଅନୁଷ୍ଠାନଟିକୁ ଗୋଟିଏ ଜନଗଣଙ୍କର କଲେଜ ବୋଲି କୁହାଯାଉଥିଲା ।

 

ଏହି ପୁସ୍ତକଟି ପ୍ରକାଶ ପାଇବାର ସାତବର୍ଷ ପରେ ମୋ’ର ପିତାମହଙ୍କୁ କଂଗ୍ରେସର ଅବମାନନା କରିଥିବା ଅପରାଧରେ ଦୋଷୀ କରାଯାଇଥିଲା; କାରଣ ସେ ସଂପୃକ୍ତ କମିଟିଟି ଆଗରେ ଯାଇ କୈଫିୟତ୍ ଦେବାପାଇଁ ସମ୍ମତ ହେଲେନାହିଁ । ତାଙ୍କ ନାମରେ ଅଭିଯୋଗମାନ ଅଣାଯାଇ ବିଚାର କରାଗଲା (ବିଚାରରେ ବହୁତ ପରିମାଣରେ ଅର୍ଥବ୍ୟୟ କରାଯାଇଥିଲେ ମଧ୍ୟ ସେ ଦୋଷମୁକ୍ତ ହୋଇଥିଲେ) ଏବଂ ତାଙ୍କର ନାମକୁ କଳାତାଲିକାର ଅନ୍ତର୍ଭୁକ୍ତ କରା ଯାଇଥିଲା । ଜଣେ ପ୍ରଫେସର ହିସାବରେ କୌଣସି ଅର୍ଥୋପାର୍ଜନର ସମର୍ଥ ନହେବାରୁ ତାଙ୍କୁ ସିଏ ଲେଖିଥିବା ପୁସ୍ତକଗୁଡ଼ିକର ଲେଖକୀୟ ପ୍ରାପ୍ୟ ଉପରେ ହିଁ ନିର୍ଭର କରିବାକୁ ହେଲା ବକ୍ତୃତାମାନଙ୍କରୁ ମଧ୍ୟ ସାମାନ୍ୟ ମିଳୁଥିଲା ଏବଂ ତାହା ଫଳରେ ପରିବାରର ସମ୍ବଳ ମଧ୍ୟ ଖୁବ୍ କମ୍ ହୋଇ ଆସିଥିଲା ।

 

ବର୍ଷ ବର୍ଷ ଧରି ସେହି ଦଣ୍ଡଟିକୁ ଭୋଗିବାକୁ ହୋଇଥିଲା ସତ, ମାତ୍ର ମୋ’ର ପିତାମହ ସର୍ବଜନଙ୍କର ସମାନତା, ସ୍ଵାଧୀନତା ଓ ନ୍ୟାୟବିଚାରକୁ ସୁରକ୍ଷିତ ରଖିବାର ସେହି ଆମେରିକୀୟ ଆଦର୍ଶଟିକୁ ଆପଣାର ବିଶ୍ଵାସଟିକୁ ଅବିଚଳ ତଥା ଦୃଢ଼ କରି ରଖିଥିଲେ । ଭିଏଟ୍‌ନାମ୍ ଯୁଦ୍ଧ ସମୟରେ ଯେତେବେଳେ ଯୁଦ୍ଧ ବିରୋଧରେ ପ୍ରଦର୍ଶନକାରୀମାନେ ଆମେରିକାର ଜାତୀୟ ପତାକାରେ ନିଆଁ ଲଗାଇ ଦେଉଥିଲେ, ସେହି ଯୁଦ୍ଧକୁ ସମର୍ଥନ ନକରୁଥିଲେ ମଧ୍ୟ ମୋ’ର ପିତାମହ କାହିଁକି ସେହି ପତାକାଟିକୁ ନିଜ ଘର ଆଗରେ ଛୁଟିଦିନଗୁଡ଼ିକରେ ଉତ୍ତୋଳିତ କରି ରଖିଛନ୍ତି ବୋଲି ମୁଁ ଥରେ ତାଙ୍କୁ ପଚାରିବାରୁ ସିଏ ଉତ୍ତର ଦେଇଥିଲେ, “ଯେଉଁ ଅକୁଳଜାତମାନେ ଏପରି କରୁଛନ୍ତି, ପତାକା ଉପରେ ସେମାନଙ୍କର କୌଣସି ଅଧିକାର ନାହିଁ ।”

 

ଦୀର୍ଘ ପଚିଶିବର୍ଷ କାଳ ଆମେରିକୀୟ ରାଜନୀତି ସମ୍ବନ୍ଧରେ ବିବରଣୀମାନେ ଲେଖିଥିବା ଜଣେ ବ୍ୟକ୍ତି ହିସାବରେ ମୁଁ ବହୁବାର ଦେଖିଛି, ନିର୍ବାଚିତ କର୍ମକର୍ତ୍ତାମାନେ କିପରି ମହାଡ଼ମ୍ବର ସହିତ ନିଜର ଦେହକୁ ଦେଶର ପତାକା ଦ୍ଵାରା ଆବୃତ କରି ରଖିଛନ୍ତି ଏବଂ ସାଧାରଣ ଜନସମୂହଙ୍କୁ ନିଜ ରାଷ୍ଟ୍ରର କେତେ ନା କେତେ ନୀତି ତଥା ନିଷ୍ପତ୍ତିକୁ ଆପଣାର ସମର୍ଥନ ଜ୍ଞାପନ କରିବାକୁ ଉଦବୋଧିତ କରି ରଖିବାର ପ୍ରୟାସ ଆଦି କରିଛନ୍ତି; ଅନ୍ୟ ଦେଶଗୁଡ଼ିକ ଉପରେ ଆମ ନିଜ ଦେଶର ଆକ୍ରମଣ ଏବଂ ଅପେକ୍ଷାକୃତ ଅଧିକ ବିତ୍ତ ରହିଥିବା ବ୍ୟକ୍ତିମାନଙ୍କର ଦେୟ ଟିକସ ପରିମାଣକୁ ହ୍ରାସକରି ଆଣିବା ପ୍ରଭୃତି କେତେକେତେ ଅବସରରେ । (ହଁ, ମୋ’ ପିତାମହଙ୍କର ଜଣେ ବନ୍ଧୁ ଲିଲିଆନ୍ ହେଲ୍‌ମାନ୍ ଥରେ ନିଜ ଦେଶ ଲାଗି ମନୁଷ୍ୟମାନଙ୍କର ପ୍ରୀତିକୁ “ପାଜିମାନଙ୍କର ସର୍ବଶେଷ ଆଶ୍ରୟ” ବୋଲି ବର୍ଣ୍ଣନା କରି ପ୍ରଖ୍ୟାତ ହୋଇଥିଲେ ।)

 

ପ୍ରଥମ ପ୍ରକାଶନରେ ଷାଠିଏ ବର୍ଷ ପରେ ଏହି ପୁସ୍ତକଟିର ପ୍ରାସଙ୍ଗିକତା ଏବେ ମଧ୍ୟ ଉଲ୍ଲେଖନୀୟ ଭାବରେ ସେହି ଆଗ ପରି ଅତୁଟ ହୋଇ ରହିଛି । ସମ୍ପ୍ରତି ନାତ୍‌ସୀ ଏକନାୟକତ୍ଵ ବିରୋଧରେ ସଂଗ୍ରାମ ଏବଂ ପୁଞ୍ଜିବାଦ ଓ କମ୍ୟୁନିଷ୍ଟବାଦ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ଇତିହାସର ଘଟଣାରେ ପରିଣତ ହୋଇ ସାରିଥିଲେ ମଧ୍ୟ ମୋ’ର ପିତାମହ ନିଜ ସମୟରେ ଯେଉଁ ମିଥ୍ୟାଗୁଡ଼ିକୁ ବିସ୍ଫୋଟିତ କରି ଦେଖାଇ ଦେବାକୁ ଉଦ୍ୟମ କରିଥିଲେ, ସେଗୁଡ଼ିକ ଆମର ଏହି ପୃଥିବୀରେ ତଥାପି ଅଛନ୍ତି ।

 

ସେଥିରୁ ଗୋଟିଏ ମିଥ୍ୟା,–ଆମେ କେହିହେଲେ ଉଭୟ ସ୍ଵାଧୀନ ହୋଇ ରହିପାରିବା ନାହିଁ ତେଣେ ଆପଦଶୂନ୍ୟ ମଧ୍ୟ ହୋଇ ପାରିବାନାହିଁ,–ସେଇଟି ଏବେ ମଧ୍ୟ ପତାକାଧାରୀମାନଙ୍କ ମସ୍ତକରେ ଖୁବ୍‌ ବନ୍ଧାହୋଇ ରହିଛି । ୧୯୩୦ ଦଶକର ସେହି ଆର୍ଥିକ ଦୁର୍ଗତି ସମୟଟିର ପରବର୍ତ୍ତୀ ପରିଣାମ ସ୍ୱରୂପ, ରକ୍ଷଣଶୀଳ ରାଜନୀତି–ପକ୍ଷଟି ଯୁକ୍ତି କରିଥିଲେ ଯେ, ସବୁ ନାଗରିକଙ୍କ ସକାଶେ ଏକ ଆର୍ଥିକ ନିରାପତ୍ତାର ଗ୍ୟାରେଣ୍ଟି ଯୋଗାଇ ଦେବାଲାଗି ସରକାର ଯେଉଁ ଚେଷ୍ଟାମାନ କରୁଛି, ତାହାଦ୍ଵାରା ମୁକ୍ତ ବାଣିଜ୍ୟ-କାରବାର ଆଉ ସମ୍ଭବ ହେବନାହିଁ ଏବଂ ସଂସ୍ଥାଗୁଡ଼ିକର କୌଣସି ସ୍ଵାଧୀନତା ବି ରହିବନାହିଁ । ବର୍ତ୍ତମାନ ସେହି ରକ୍ଷଣଶୀଳ ପକ୍ଷଟିର ଦାୟାଦମାନେ ଯୁକ୍ତି କରିବାରେ ଲାଗିଛନ୍ତି ଯେ, ବିଶ୍ଵଦ୍ୟାପୀ ସନ୍ତ୍ରାସବାଦ ବିରୋଧରେ ଲାଗିଥିବା ଆମର ସମରକୁ ଏକ ବିଶ୍ଵସନୀୟ ନିର୍ଭର ଯୋଗାଇ ଦେବାକୁ ହେଲେ ଆମ ନାଗରିକମାନଙ୍କୁ ଆପଣାର ବ୍ୟକ୍ତିଗତ ତଥା ନାଗରିକ ଜୀବନର କେତେକ ସ୍ଵାଧୀନତାକୁ ଯେପରି ହେଲେ ତ୍ୟାଗ କରିବାକୁ ହିଁ ପଡ଼ିବ । ସ୍ଵାଧୀନତା ଓ ନିରାପତ୍ତା ଯେ କଦାପି ଉଭୟେ ଏକାବେଳେକେ ସମ୍ଭବ ହୋଇ ପାରିବେନାହିଁ, ସେହି ମିଥ୍ୟାର ଧାରଣାଟି ଏବେ ମଧ୍ୟ ରହିଛି ଏବଂ ତେଣେ କ୍ଷମତାସୀନ ପକ୍ଷଟି ଉକ୍ତ ଯୁକ୍ତିଟିକୁ କେଡ଼େ ସୁବିଧାଜନକ ଭାବରେ ପୁରା ଓଲଟା କରି ସାରିଲାଣି ।

 

ଆପଣାର ଦୃଢ଼ ନୀତିଗୁଡ଼ିକରେ ଅବିଚଳ ରହି ବାରୋସ୍ ଡନ୍‌ହାମ୍‍ଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିଥିଲା, କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ଜଣେ ଆଶାବାଦୀ ହିଁ ହୋଇ ରହିଥିଲେ । ଏହି ପୁସ୍ତକର ୧୯୬୨ ମସିହାରେ ଲିଖିତ ମୁଖବନ୍ଧରେ ସିଏ ଲେଖିଥିଲେ, “ଖୁବ୍ ସମ୍ଭବ ଯେ ଏପର୍ଯ୍ୟନ୍ତ ଆମେ ଯାହା କେବେହେଲେ ଆଶା କରିନାହୁଁ, ଦିନେ ନା ଦିନେ ଆମେ ଅବଶ୍ୟ ଅଧିକ ପରିମାଣରେ ଅଧିକ ନିରାପଦ ରହିବୁ ତଥା ଅଧିକ ସୁଖ ମଧ୍ୟ ଲାଭ କରିବୁ ।" ଉକ୍ତିଟିର ପଚାଶବର୍ଷ ପରେ ମଧ୍ୟ ଆମେ ସେହି ଆଶାଟିକୁ ହିଁ ପୋଷଣ କରୁଛୁ ।

 

☆☆☆

 

ମୁଖବନ୍ଧ

ରବର୍ଟ୍ ବ୍ରେଟ୍ ଡନ୍‌ହାମ୍

 

“ମିଥ୍ୟା ବିରୋଧରେ ମଣିଷ” ନାମକ ଏହି ବହିଟି ଯେତେବେଳେ ୧୯୪୭ ମସିହାରେ ଏପ୍ରିଲ୍ ମାସରେ ପ୍ରଥମେ ଛାପା ହୋଇ ବାହାରିଲା, ସେତେବେଳେ ଏପରି ଗୋଟିଏ ବହିର ପ୍ରକାଶ ପାଇବାର ସମୟଟି ମଧ୍ୟ ପ୍ରକୃତରେ ଆସି ପହଞ୍ଚି ଯାଇଥିଲା । ଇଉରୋପର ଫାସିବାଦ ଉପରେ ହାସଲ କରା ଯାଇଥିବା ସାମରିକ ବିଜୟଟି ଯଥାର୍ଥଭାବେ ଏହି ଆଶାଟିକୁ ପୋଷଣ କରୁଥିଲା ଯେ ଏଣିକି ମନ୍ଦ ଉପରେ ମାନବଜାତିର ଅବଶ୍ୟ ବିଜୟ ହେବ । ଖୁବ୍ ଦୁର୍ବଳ ହୋଇ ଯାଇଥିବା ବ୍ରିଟିଶ୍ ସାମ୍ରାଜ୍ୟଟି ଆଉ କଦାପି ଓୗପନିବେଶିକ ଶାସନକୁ ନେଇ ତିଷ୍ଠି ପାରିନଥାନ୍ତା ଏବଂ, ଦକ୍ଷିଣପଶ୍ଚିମ ଏସିଆ, ଆଫ୍ରିକା ଏବଂ ମଧ୍ୟ-ପ୍ରାଚ୍ୟର ଅଞ୍ଚଳଗୁଡ଼ିକର ଜନଗଣ ଦୀର୍ଘକାଳର ନିଷ୍ପେଷଣ ପରେ ସ୍ଵାଧୀନତା ଲାଭ କରିବାର ଦ୍ଵାରଦେଶରେ ଯାଇ ଉପସ୍ଥିତ ହୋଇ ଯାଇଥିଲେ । ଶିଳ୍ପୋନ୍ନତ ଦେଶଗୁଡ଼ିକର ଅର୍ଥନୀତିମାନ ଯୁଦ୍ଧ ଫଳରେ ଛିନଛତ୍ର ହୋଇ ବି ଯାଇଥିଲା ଏବଂ ସେମାନେ ନାରୀମାନଙ୍କୁ ମଧ୍ୟ ଆଣି ଶ୍ରମିକଭାବରେ ଖଟାଇବା ନିମନ୍ତେ ବାଧ୍ୟ ହୋଇଥିଲେ । ପୁନର୍ବାର ଲେଉଟିଯାଇ ପାରିବା ଆଉ ସହଜ ହୋଇ ନଥାନ୍ତା । ଏବଂ, ପରିବର୍ତ୍ତନକାତର ଆମେରିକୀୟମାନେ ମଧ୍ୟ ଆଉ କିପରି ଗୋରାକଳା ଜାତିବାଦୀ ଭେଦବ୍ୟବସ୍ଥାଟାକୁ ବି ଉଚିତ ବୋଲି କହି ପାରନ୍ତେ ! ଆମେରିକାର କୃଷ୍ଣକାୟମାନେ ମଧ୍ୟ ତ ପୃଥିବୀ–ମୁକ୍ତିର ସେହି ସାଧାରଣ ପ୍ରୟାସଟିରେ ନାତ୍‌ସୀବାଦୀ ଏବଂ ଜାପାନୀ ଆକ୍ରମଣର ବିରୋଧରେ ଅନ୍ୟ ସମସ୍ତଙ୍କ ସହିତ ଏକତ୍ର ହୋଇ ଯୁଦ୍ଧ କରିଛନ୍ତି ।

 

ଏଥର ବହୁ ଦ୍ଵନ୍ଦ୍ଵାତ୍ମକ ଗତିଶୀଳତା ସହିତ ଇତିହାସ ସର୍ବତ୍ର ହିଁ ଅଗ୍ରସର ହୋଇ ଚାଲିଯିବାର ସମୟଟିଏ ଆସି ପହଞ୍ଚିଥିବା ପରି ମନେ ହେଉଥିଲା । ମନୁଷ୍ୟଜାତିର ସେହି ବୃହତ୍ତମ ସକଳ ଆସ୍ପୃହା ଓ ସକଳ ଜାତି, ଧର୍ମ, ଲିଙ୍ଗର ସର୍ବବିଧ ଅଧିକାରରୁ ବଞ୍ଚିତ ନିମ୍ନସ୍ଥ ବର୍ଗଗୁଡ଼ିକର ଅତ୍ୟାବଶ୍ୟକ ଅଭାବଚୟର ପରିପୂରଣ–ସେଗୁଡ଼ିକର ସମାଧାନ କରିବାକୁ ପଡ଼ିବ ଅର୍ଥାତ୍‍, କର୍ମର ପଥରେ ସମସ୍ତଙ୍କୁ ହିଁ ଅଗ୍ରସର ହେବାକୁ ହିଁ ହେବ ।

 

ସେହି ଅଗ୍ରଗତିର ଦୁଇଟି ଶତ୍ରୁ ରହିଥିଲେ । ପ୍ରତିକ୍ରିୟାଶୀଳ ସ୍ଵାର୍ଥଗୁଡ଼ିକର ଶକ୍ତି ଏବଂ ତଥାପି ଜଡ଼ତା ଅବଲମ୍ବନ କରି ରହିଯିବାର ଶକ୍ତି । ଏବଂ, ମୋ’ର ପିତାମହ ତାଙ୍କର ଏହି ଗ୍ରନ୍ଥଟିରେ ଯେଉଁସବୁ ମିଥ୍ୟାକୁ ବ୍ୟବଚ୍ଛେଦ କରି ଦେଖାଇଦେଲେ, ସେଗୁଡ଼ିକୁ ପ୍ରତିକ୍ରିୟାଶୀଳ ପଟଟି ତଥାପି ବ୍ୟବହାର କରୁଥିଲା । ସେହି ଅସ୍ତ୍ରଗୁଡ଼ିକର ସାହାଯ୍ୟରେ ସ୍ଥିତାବସ୍ଥାର ଯାବତୀୟ ଭେଦବ୍ୟବସ୍ଥା, ଅତ୍ୟାଚାର ତଥା ଅମଙ୍ଗ ଜିଦ୍‌ଗୁଡ଼ିକୁ ଆଉଥରେ ନିଜର ସମର୍ଥନ ଦେଇ ରଖିବା ନିମନ୍ତେ ଚେଷ୍ଟା କରୁଥିଲା, ଯେପରି ମନୁଷ୍ୟଜାତିର କୋଟି କୋଟି ସଂଖ୍ୟାର ବହୁପଟଟା ପରବର୍ତ୍ତୀ ପଦକ୍ଷେପଗୁଡ଼ିକୁ ଆଦୌ ଗ୍ରହଣ କରି ନପାରିବ ଏବଂ ଦାରିଦ୍ର୍ୟ, କ୍ଷୁଧା, ଭୟ ତଥା ଅତ୍ୟାଚାରର କଦାପି ଅବସାନ ହେବନାହିଁ ।

 

ସେହି ୧୯୪୭ ବେଳକୁ ମୋ’ର ପିତାମହ ଯେଉଁପରି ଦେଖି ପାରୁଥିଲେ ସମାଜରେ ପ୍ରଚଳତି ହୋଇ ରହିଥିବା ସେହି ମିଥ୍ୟାଗୁଡ଼ିକରୁ ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବାଧିକ ପରିମାଣରେ ଲାଭବାନ୍ ହେଉଥିଲେ, ସେମାନେ ସମାଜଟା ଯେପରି ଭାବରେ ଗଠିତ ହୋଇ ରହିଥିଲା, ତାହାରିଦ୍ଵାରା ହିଁ ସବାଆଗ ଉପକୃତ ହେଉଥିଲେ । ସେହି ସମାଜକରେ କ୍ଷମତାର ବିତରଣ, ସମ୍ଭାବନା ଓ ଅନ୍ୟାୟୋଚିତ ହୋଇ ରହିଥିଲେ ।

 

ସେମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ଏକଚାଟିଆଗୁଡ଼ାକୁ ସ୍ଥାୟୀ କରି ରଖିଛନ୍ତି; ଏପରି ଏକତ୍ର ହୋଇ ମେଳଗୁଡ଼ିକୁ ଗଢ଼ିଛନ୍ତି, ଯେଉଁମାନଙ୍କର ଧନ-ଅର୍ଜନଗୁଡ଼ାକ ନିଜ ଦେଶର ଏବଂ ଉପନିବେଶରେ ବାସ କରୁଥିବା ମନୁଷ୍ୟମାନଙ୍କର ଶ୍ରମଦ୍ଵାରା ସମ୍ଭବ ହେଉଛି । ଏହି ଖାସ୍ ଗୋଷ୍ଠୀମାନଙ୍କୁ ମୁଁ ବେଳେବେଳେ ‘ପ୍ରତିକ୍ରିୟାଶୀଳ’ ବୋଲି କହିବି ଓ ଆଉ କେତେ ଅବସରରେ ଫାସିଷ୍ଟ ବୋଲି ମଧ୍ୟ କହିବି । ହଁ, ଉଭୟଙ୍କ ମଧ୍ୟରେ ପ୍ରକୃତରେ ଅତି ସୂକ୍ଷ୍ମ କେତୋଟି ଫରକ ରହିଛି । କିନ୍ତୁ ଭେଦଟି ପ୍ରକୃତରେ ଖୁବ୍‍ ତାତ୍ପର୍ଯ୍ୟପୂର୍ଣ୍ଣ । ପ୍ରତିକ୍ରିୟାଶୀଳ ବୋଲି ସେହିମାନଙ୍କୁ କୁହାଯିବ, ଯେଉଁମାନେ ଅଧିକ ସୁବିଧା ରହିଥିବା ଆର୍ଥିକ ସ୍ଥିତିଟିକୁ ସର୍ବପ୍ରକାରେ ସ୍ଥାୟୀ କରି ରଖିଥାନ୍ତି । ଏବଂ, ଉପରେ ଏକ ରାଜନୀତିକ ଗଣତନ୍ତ୍ର ପ୍ରତିଷ୍ଠିତ ରହିଥାଏ । ଫାସିଷ୍ଟ ହେଉଛନ୍ତି ସେହିମାନେ, ଯେଉଁମାନେ କି ଆପଣାର ଅଧିକ ସୁବିଧାପ୍ରାପ୍ତ ଆର୍ଥିକ ସ୍ଥିତିକୁ ବଜାୟ ରଖିବେ ବୋଲି ରାଜନୀତିକ ଗଢ଼ଣଟିକୁ ଭାଙ୍ଗିଦେବା ସକାଶେ ଇଚ୍ଛା କରୁଥାନ୍ତି

 

ଏହି ସଂଜ୍ଞାଟି ଅନୁସାରେ, ପ୍ରତିକ୍ରିୟାଶୀଳମାନେ ଜାତିଗତ ବାଛବିଚାର ନଥିବା ଏକ ମୁକ୍ତ ସମାଜରେ ମଧ୍ୟ ଖୁବ୍ ସମୃଦ୍ଧି ହାସଲ କରିପାରନ୍ତି ଏବଂ ଆପଣାର ସ୍ଥିତିଟିରୁ ପରିତୃପ୍ତି ଲାଭ କରି ସମାନତା ଏବଂ ସ୍ଵାଧୀନତାର ଗୁଣଗାନ କରୁଥାନ୍ତି । କିନ୍ତୁ, “ପ୍ରତିକ୍ରିୟାଶୀଳମାନେ ଯେଉଁ ସ୍ଵାଧୀନତାରେ ପ୍ରଶଂସା କରୁଥାନ୍ତି, ସେଇଟି ହେଉଛି ଶସ୍ତାରେ ଦ୍ରବ୍ୟଗୁଡ଼ିକୁ ଉତ୍ପାଦନ କରି ମହଙ୍ଗାରେ ବିକ୍ରୀ କରିବାର ସ୍ଵାଧୀନତା । ସେମାନେ ଯେଉଁ ସମାନତାର ତାରିଫ କରନ୍ତି, ତାହା ହେଉଛି ସର୍ବତ୍ର ସମାନ ଭାବରେ ମଜୁରିଟା ହିଁ କମ୍ ହୋଇ ରହିବ ଏବଂ ପୁନଶ୍ଚ, ସେମାନେ ଯେଉଁ ଭ୍ରାତୃତ୍ଵର ପ୍ରଶଂସା କରନ୍ତି, ତାହାର ମର୍ମ ହେଉଛି ଯେ ଲକ୍ଷ ଲକ୍ଷ ଶ୍ରମିକ ସେମାନଙ୍କର ଏହି ବ୍ୟବସ୍ଥାଟିକୁ ସୁନାପୁଅ ପରି ମାନି ନେଉଥିବେ । ସେମାନେ ମେସିନ୍‍ଗୁଡ଼ାକ ପାଖରେ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୂର୍ଣ୍ଣ ସନ୍ତୋଷ ସହିତ କାମ ଖଟୁଥିବେ, ମେସିନ୍‌ଗୁଡ଼ିକ ଆଉ କାହାର ସମ୍ପତ୍ତି ହୋଇଥିବ ଓ ଯେଉଁ ଦ୍ରବ୍ୟଗୁଡ଼ିକୁ ସେମାନେ ଉତ୍ପନ୍ନ କରୁଥିବେ, ନିଜେ ସେଗୁଡ଼ିକୁ ଭୋଗ କରୁନଥିବେ ।”

 

ଏହି ଶବ୍ଦଗୁଡ଼ିକରେ ପ୍ରକୃତରେ ବି ଶକ୍ତି ନରହିଛି !

 

ବନ୍ଧନରୁ ମୁକ୍ତ ମନୁଷ୍ୟମାନେ,–ସେମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ଆଉ କ’ଣ ରହିଛି ପ୍ରକୃତରେ ! ଏବଂ, ଯେଉଁମାନଙ୍କର ବାଣୀ ମନୁଷ୍ୟମାନଙ୍କୁ ପ୍ରକୃତରେ ସକ୍ରିୟ କରିଥାଏ, ସେହି ପ୍ରବକ୍ତାମାନେ, ହାତରେ ଜଞ୍ଜିରଗୁଡ଼ାକୁ ଧରି ବୁଲୁଥିବା ଲୋକଙ୍କ ନିମନ୍ତେ ସେମାନଙ୍କ ଠାରୁ ଅଧିକ ବିପଜ୍ଜନକ ଆଉ ପ୍ରକୃତରେ କିଏ ଅଛି ?

 

*      *      *

 

ମାର୍କ୍‌ସ୍ ଇତିହାସର ଯେଉଁ ଦ୍ଵନ୍ଦ୍ଵମୂଳକ ବ୍ୟାଖ୍ୟା ଦେଇଛନ୍ତି, ସେଥିରେ ସମ୍ଭବତଃ ଗୋଟିଏ ଦୋଷ ଥାଇପାରେ । ଏହାକୁ ‘ଇତିହାସ’ ବୋଲି କୁହାଯାଇଛି । ଦ୍ଵିତୀୟ ବିଶ୍ଵଯୁଦ୍ଧକୁ ଯଦି ଫାସିଜମ୍ ଉପରେ ଲୋକତନ୍ତ୍ରର ବିଜୟ ବୋଲି ବସ୍ତୁତଃ କୁହାଯାଏ,–କେବେଳ ଇଉରୋପୀୟ ଫାସିଜମ୍ ଓ ଜାପାନୀ ସାମ୍ରାଜ୍ୟବାଦ ଉପରେ କେବଳ ଗୋଟିଏ ବିଜୟ ହାସଲ କରିବା ବୋଲି କୁହାଯାଏ, ତେବେ ଅବଶ୍ୟ କୁହାଯିବ ଯେ ସେହି ଯୁଦ୍ଧାବସାନର ପରବର୍ତ୍ତୀ ଏକ ବିବାଦଶୂନ୍ୟ ପଦପେକ୍ଷ ହିସାବରେ ଗଣତାନ୍ତ୍ରିକ ମାର୍ଗରେ ପୃଥିବୀସାରା ସବୁ ମନୁଷ୍ୟ ଅବଶ୍ୟ ନିଜର ସ୍ଵାଧୀନତା ହାସଲ କରିବେ ଏବଂ ସମୃଦ୍ଧିର ପଥରେ ଅଗ୍ରସର ହେବେ । କମ୍ୟୁନିଷ୍ଟ୍ ଆଦର୍ଶ ମଧ୍ୟ ଦରିଦ୍ର ଏବଂ ନିଃସ୍ଵମାନଙ୍କ ଲାଗି ସାମାଜିକ ତଥା ଅର୍ଥନୈତିକ ନ୍ୟାୟର ପ୍ରତିଶ୍ରୁତି ପ୍ରଦାନ କରିଥିଲା । (ଆମ ଏଠାରେ ଥିବା ସ୍ଵାଧୀନତାର ମୂର୍ତ୍ତିଟି ପକ୍ଷରୁ ମଧ୍ୟ ସେହି ଘୋଷଣାଟି ହୋଇଥିଲା)* ଏବଂ, ଯେତେବେଳେ ସେହି ବୃହତ୍‍ ମୁଦ୍ରା-ଅବମୂଲ୍ୟନର ବିପର୍ଯ୍ୟୟଟି ଆସି ଉପଗତ ହେଲା ଏବଂ ଆମେରିକାର ପୁଞ୍ଜିବାଦ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଆଉ ତାହାର ଗତିରୋଧ କରି ହେବନାହିଁ ବୋଲି ପ୍ରତୀତ ହୋଇଥିଲା, ସତେବେଳେ ଉକ୍ତ ନ୍ୟାୟର କଦାପି ପ୍ରତିଷ୍ଠାହୋଇ ପାରିବନାହିଁ ବୋଲି ବି ଖୁବ୍ ସ୍ପଷ୍ଟ ହୋଇ ଆସିଥିଲା । ସେହି ସମୟରେ ଆମେରିକୀୟ ଆଦର୍ଶବାଦୀମାନଙ୍କର ସେହି ପୁରୁଷଟି ପୁଞ୍ଜିବାଦୀ ବ୍ୟବସ୍ଥାଟି ମଧ୍ୟରେ ନିହିତ ହୋଇ ରହିଥିବା ବିଫଳତାଗୁଡ଼ିକର ଆଦୌ ସମ୍ମୁଖୀନ ହୋଇ ପାରିବନାହିଁ ବୋଲି ଜାଣି ଆପଣାର ଆସ୍ଥା ସ୍ଥାପନ କରି ପାରୁଥିବା ଆଉଗୋଟିଏ ରାଜନୀତିକ ଦର୍ଶନର ଆଶ୍ରୟ ନେଇଥିଲେ । ମାତ୍ର, ଦ୍ଵିତୀୟ ବିଶ୍ଵଯୁଦ୍ଧଟି ଲାଗିଯିବା ପରେ ବିଶ୍ଵସ୍ତରୀୟ ସମସ୍ୟାଗୁଡ଼ିକର ଯେଉଁଭଳି ବିଶ୍ଳେଷଣ କରାଗଲା, ସେଥିରେ ଦାରିଦ୍ର୍ୟଜନିତ ଅଭାବ, ସମୂହ ସମୂହ ମଧ୍ୟରେ ରହିଥିବା ବ୍ୟବଧାନ ଅର୍ଥାତ୍‍ ଭେଦବିଚାର ତଥା ଅର୍ଥନୈତିକ ସୁଯୋଗଗୁଡ଼ିକର ସମବିତରଣ ବିଷୟରେ ସେପରି କୌଣସି ସଂପୃକ୍ତି ଆଦୌ ନଥିଲା । ଏକ ଶୀତଳ ଯୁଦ୍ଧ ମାଡ଼ି ଆସୁଥିଲା ଏବଂ ପଶ୍ଚିମ ଓ ପୂର୍ବ ନାମକ ଦୁଇପକ୍ଷ ଭିତରେ ସଂଘାତଟା ହିଁ ମୂଳ ପ୍ରସଙ୍ଗରେ ପରିଣତ ହୋଇ ଯାଇଥିଲା । ହଁ, ଗୋଟିଏ ପଟେ ଗଣତନ୍ତ୍ର ଏବଂ ଅପରପଟେ କମ୍ୟୁନିଷ୍ଟବାଦ । ଯୁଦ୍ଧ ତଥା ଉପନିବେଶବାଦର ପରବର୍ତ୍ତୀ କାର୍ଯ୍ୟକ୍ରମ ରୂପେ ଯଥୋଚିତ ସମୂହଗୁଡ଼ିକର ନିର୍ମାଣ କରିବାର କଳ୍ପନାଟି ଗୌଣ ହୋଇ ଯାଇଥିଲା–କମୁନିଜ୍‌ମ୍‌ର ବିରୋଧ କରିବା ହିଁ ମୁଖ୍ୟ ରାଜନୀତି ହେଲା ।

 

*“ସେହି ନୂତନ ବିଶାଳ ମୂର୍ତ୍ତିଟି” ନାମରେ ଏମ୍ମା ଲାମରସ୍‌ଙ୍କର ଯେଉଁ କବିତାଟି ଉକ୍ତ ମୂର୍ତ୍ତିଟିରେ ଖୋଦିତ ହୋଇ ରହିଛି, ସେଥିରେ ଆମେରିକାକୁ ଆସୁଥିବା ନବାଗତମାନଙ୍କର ଉଦ୍ଦେଶ୍ୟରେ ଏହି ଭୂମିଟିର ପ୍ରତିଶ୍ରୁତିଟି ପ୍ରତୀକବତ୍ କାର୍ଯ୍ୟ କରୁଛି, “ଯେଉଁ ଶ୍ରାନ୍ତ ଦାରିଦ୍ର୍ୟପୀଡ଼ିତ ଜନଗଣ ଏକତ୍ର ଗଦାଗଦା ହୋଇ ତୁମର ସେସବୁ ଦେଶରେ ମୁକ୍ତ ହୋଇ ନିଃଶ୍ୱାସଟିଏ ମାରିବେ ବୋଲି ଆକୁଳ ହୋଇ ରହିଛନ୍ତି, ସେମାନଙ୍କୁ ମୋତେ ଆଣିଦିଅ । ତୁମର ଅତ୍ୟନ୍ତ ଗହଳି ଦୁର୍ଗତ ବର୍ଜ୍ୟମାନଙ୍କୁ ଯେଉଁମାନଙ୍କର ନିଜର ବାସ ବୋଲି ମୋଟେ କିଛି ନାହିଁ,–ବାତ୍ୟାଦ୍ଵାରା ନିପୀଡ଼ିତ ସେମାନଙ୍କୁ ମୋ’ଠାକୁ ପଠାଇଦିଅ । ସେମାନଙ୍କୁ ମୋ’ ଗୃହକୁ ବରଗି ଆଣିବି ବୋଲି ମୁଁ ଏହି ସୁବର୍ଣ୍ଣନିର୍ମିତ ଦ୍ଵାରଟି ପାଖରେ ଆପଣାର ଦୀପଟିକୁ ଉତ୍ତୋଳିତ କରି ଅପେକ୍ଷା କରିଛି ।”

 

ଆମେରିକୀୟ ଏହି କମ୍ୟୁନିଷ୍ଟବିରୋଧୀମାନଙ୍କର ବହୁସଂଖ୍ୟକ ଶିବିର ରହିଥିଲା । କେତେ ସତକୁସତ ବିଶ୍ଵାସ କରୁଥିଲେ ଯେ, ଏହି କମ୍ୟୁନିଷ୍ଟବାଦ ହେତୁ ପ୍ରକୃତରେ ପୃଥିବୀଯାକର ରାଜନୀତିକ ଏବଂ ଆର୍ଥିକ ସ୍ଵାଧୀନତା ବିପନ୍ନ ହୋଇଯିବ । ଅନ୍ୟମାନେ ଷ୍ଟାଲିନ୍‌ଙ୍କ ପ୍ରତି ରହିଥିବା ସେମାନଙ୍କର ଭୟ ହେତୁ କମୁନିଜ୍‌ମ୍‌ର ବିରୋଧ କରୁଥିଲେ । ସେମାନେ ଖୁବ୍ ଆଶଙ୍କା କରୁଥିଲେ ଯେ ତାଙ୍କର ଏହି ବ୍ୟାପିଯିବାରେ ଲାଗିଥିବା ଏକାନୟକତ୍ଵଟା ସାରା ପୃଥିବୀକୁ ହିଁ କାବୁ କରିନେବ-। ଆଉ କିଛି ଏପରି ଥିଲେ ଯେଉଁମାନେ କି ସୋଭିଏଟ୍‌ ରୁଷିଆକୁ ଭୟ କରୁଥିଲେ :–ରୁଷିଆ ଯେ ଗଣତନ୍ତ୍ର–ବିରୋଧୀ ଥିଲା ସେଥିପାଇଁ ନୁହେଁ (କାରଣ, ଏହି ପ୍ରତିକ୍ରିୟାଶୀଳ ଗୋଷ୍ଠୀଟା ଆଗରୁ ଇଉରୋପୀୟ ଫାସିଜମ୍ ପ୍ରତି ନିଜର ସମର୍ଥନ ମଧ୍ୟ ବ୍ୟକ୍ତ କରିଥିଲା), କିନ୍ତୁ ରୁଷିଆ ପୁଞ୍ଜିବାଦ–ବିରୋଧୀ ଥିଲା ବୋଲି ତାକୁ ଡରୁଥିଲେ । ଆହୁରି ଅନ୍ୟ ପ୍ରତିକ୍ରିୟାଶୀଳ ସ୍ଵାର୍ଥମାନେ ମଧ୍ୟ ସେମାନଙ୍କର ମିତ୍ର ଥିଲେ, ଯେଉଁମାନେ କି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ କୌଣସି ସଂସ୍କାର ପ୍ରକୃତରେ ହେଉ ବୋଲି ଇଚ୍ଛା କରୁନଥିଲେ । ସେମାନେ ରୁଷିଆର ବିରୋଧ କରିବାଦ୍ଵାରା ସାମାଜିକ ପରିବର୍ତ୍ତନ ହେବା ଉଚିତ ବୋଲି ଇଚ୍ଛୁକ ଥିବା ଭିନ୍ନ ଗୋଷ୍ଠୀଟିର ବଦନାମ କରିବା ସକାଶେ ଏକ ସୁବିଧାଜନକ ଉପାୟ ବି ପାଇ ଯାଇଥିଲେ । ଏମାନଙ୍କର ସର୍ବବିଧ ଆନ୍ଦୋଳନକୁ ସେମାନେ ନିନ୍ଦା ହିଁ କରୁଥିଲେ । ଏବଂ, ସର୍ବଶେଷରେ ଏପରିମାନେ ମଧ୍ୟ ଥିଲେ, ଯେଉଁମାନେ ବି ବସ୍ତୁତଃ ଆଦୌ କୌଣସିଟିରେ ବିଶ୍ଵାସ କରୁନଥିଲେ, କୌଣସିଟିକୁ ଅବିଶ୍ଵାସ ମଧ୍ୟ କରୁନଥିଲେ । ଏମାନେ ତୁଚ୍ଛା ସୁବିଧାବାଦୀଥିଲେ । ଯୋସେଫ୍ ମ୍ୟାକାର୍ଥୀ ଥିଲେ ସେହିପରି ଜଣେ ବ୍ୟକ୍ତି (ବ୍ୟକ୍ତିଗତ ଲାଭପାଇଁ ଅନ୍ୟମାନଙ୍କର ବିଲୋପସାଧନ ଲାଗି ଯଦି ସୁଯୋଗ ତାଙ୍କୁ ମିଳିଥାନ୍ତା, ତେବେ ସେମାନେ ବେଶ୍ ଉତ୍ସାହର ସହିତ ନାତ୍‌ସୀବାଦ ଅଥବା ଷ୍ଟାଲିନ୍‌ବାଦ ଆଡ଼କୁ ମଧ୍ୟ ନିଶ୍ଚୟ ଢଳି ପଡ଼ିଥାନ୍ତେ ।) ସେମାନେ ସଂପୂର୍ଣ୍ଣ ବ୍ୟକ୍ତିଗତ ଭାବରେ ଯେପରି ଯାହାକିଛିର ବି ଆଶ୍ରମକୁ ଧରି ବିଜୟ ହାସଲ କରିବାରେ ଆଗଭର ହୋଇ ରହିଥିଲେ । ପୁନଶ୍ଚ, ଏହି ପକ୍ଷଟି ଭିତରେ ଅନ୍ୟମାନେ ଏପରି ଥିଲେ ଯେଉଁମନେ ବି ଡାଆଣୀମାରଣ ଅଭିଯାନରେ ବାହାରିଥିବା ବ୍ୟକ୍ତିମାନେ ଦର୍ପଣଟିକୁ ଆପଣା ଆଡ଼କୁ ବୁଲାଇ ଆଣି ନିଶ୍ଚୟ ‘ସହଯାତ୍ରୀ’ ବୋଲି ଜାଣି ଥାଆନ୍ତେ,–ସେକାଳର କମ୍ୟୁନିଷ୍ଟ ବିରୋଧର ସେହି ହାୱାଟା ବୋହୁଥିବା ସମୟରେ ସେମାନଙ୍କୁ ସମଧର୍ମୀ ବୋଲି ଚିହ୍ନି ପରୁଥାନ୍ତେ ।

 

ଆମେରିକାର ସର୍ବୋଚ୍ଚ ଗୋଇନ୍ଦା-ସଂସ୍ଥା ସେହି ୧୯୩୦ ସମୟରୁ ହିଁ ମୋ’ ପିତାମହଙ୍କ ବିଷୟରେ ସୂଚନାଦି ସଂଗ୍ରହ କରିବାକୁ ଆରମ୍ଭ କରି ଦେଇଥିଲା । ପିତାମହ ସେହି ସମୟରେ ଲାଙ୍କାଷ୍ଟାର୍‌ଠାରେ ଅବସ୍ଥିତ ଗୋଟିଏ କଲେଜର ଇଂରାଜୀ ପ୍ରଫେସର ଥିଲେ ଫିଲାଡ଼େଲ୍‌ଫିଆରେ ଥିବା ଟେମ୍ପ୍‌ଲ୍ ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗରେ ଯାଇ ଯୋଗ ଦେବା ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ । “ମିଥ୍ୟା ବିରୋଧରେ ମଣିଷ” ଗ୍ରନ୍ଥଟି ବିଷୟରେ ଗୋଇନ୍ଦା ପକ୍ଷଟି ସବୁ କଥା ଜାଣିବା ନିମନ୍ତେ ବେଶ୍‍ ଉତ୍ସୁକ ରହିଥିଲା । ଏପରିକି ବହିଟି ପ୍ରକାଶିତ ହୋଇ ବାହାରିବା ପୂର୍ବରୁ ହିଁ ସେହି ସଂସ୍ଥା ତା’ ବିଷୟରେ କେତେ ପ୍ରତିକୂଳ–ପ୍ରଚାର ମଧ୍ୟ ଆରମ୍ଭ କରି ଦେଇଥିଲେ ।

 

ସଂସ୍ଥା ପାଖରେ ରହିଥିବା ମୋ’ ପିତାମହଙ୍କ ବିଷୟରେ ୧୩.୩.୪୭ର ଫାଇଲରୁ ଜଣାପଡ଼ୁଛି ଯେ ଉକ୍ତ ପୁସ୍ତକଟି ଏପ୍ରିଲ ୮ତାରିଖରେ ବାହାରୁଛି; ସଂସ୍ଥା ଲେଖକଙ୍କୁ ସତର୍କ କରି ଦେଇଥିଲେ ଯେ ଦେଶର ସୁପରିଚିତ କେତେ କାମୁନିଷ୍ଟ ମଧ୍ୟ ତାଙ୍କୁ ଏହି ପୁସ୍ତକଟିକୁ ପ୍ରସ୍ତୁତ କରିବାରେ ସହାୟତା କରିଛନ୍ତି ବୋଲି ଜଣାଯାଇଛି । ହଁ, ସାଧାରଣଙ୍କ ପାଖକୁ ଆସିବା ଆଗରୁ ହିଁ ତାହାର କେତୋଟି କପି କୁଆଡ଼େ ସଂସ୍ଥା ପାଖରେ ଯାଇ ପହଞ୍ଚି ଯାଇଥିଲା ।

 

ଯେପରି ନାଆଁ ପକାଇବା ପରି ଗୋଇନ୍ଦା ସଂସ୍ଥା ଆପଣାର ଆଚରଣ ଗୁଡ଼ିକର ପରିଚୟ ଦେଇଥାଏ, ଏହାକୁ ବେଳେବେଳେ ପ୍ରକୃତରେ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିବାକୁ ଇଚ୍ଛା ବି ହୁଏ । ସଂସ୍ଥାର ଫାଇଲ୍‌ରେ ଜାଗାଏ ଉଲ୍ଲେଖ କରାଯାଇଛି ଯେ, ଏକ ପୁସ୍ତକବିକ୍ରୟ ସଂସ୍ଥାର ବର୍ଣ୍ଣନା ଅନୁସାରେ, ଯେଉଁସବୁ ସାମାଜିକ ମୋହ–ବିଶ୍ଵାସ ମନୁଷ୍ୟସମାଜଠାରୁ ପ୍ରାଚୁର୍ଯ୍ୟ, ସମାନତା ଏବଂ ଶାନ୍ତିର ସମ୍ଭାବନାଗୁଡ଼ିକୁ ଅପହରଣ କରି ନେଇଥାଏ, ଏହି ପୁସ୍ତକରେ ସତେଅବା ଛିଦ୍ରଟାକୁ ହିଁ ଅନ୍ଵେଷଣ କରୁଥିବା ଭଳି ସେଗୁଡ଼ିକର ବିଶ୍ଳେଷଣ କରାଯାଇଛି । ସମର୍ଥନରେ ବହଟିରୁ କେତୋଟି ଉଦ୍ଧୃତି ରହିଛି, ଯେଉଁଟିରେ କି ପୁଞ୍ଜିବାଦର ଅସଲ ସ୍ଵଭାବଟିକୁ ବର୍ଣ୍ଣନା କରାଯାଇଛି । ସେହି ଫାଇଲ୍‌ଟିରେ ବହିଟିରେ ରହିଥିବା ମିଥ୍ୟାଗୁଡ଼ିକର ଏକ ତାଲିକା ମଧ୍ୟ ରହିଛି ଏବଂ ଘୋଷଣା କରାଯାଇଛି ଯେ, ବହିରେ କେତେଗୋଟି ଅଧ୍ୟାୟର ଶୀର୍ଷକରୂପେ “ମନୁଷ୍ୟର ପ୍ରକୃତିକୁ କେହି ବଦଳାଇ ପାରିବନାହିଁ “କେବଳ ଧନୀମାନେ ଯୋଗ୍ୟ ଓ ଗରିବମାନେ ଅଯୋଗ୍ୟ” ଓ “ଜାତିମାନଙ୍କ ଭିତରେ କେତେ ଊର୍ଦ୍ଧ୍ଵ ସ୍ତରର ଏବଂ ଆଉକେତେ ନିମ୍ନ ସ୍ତରର ମଧ୍ୟ ରହିଛିନ୍ତି’–ପ୍ରଭୃତି ସାଂଘାତିକ ରାଜଦ୍ରୋହ–ସୂଚକ କଥାମନ ବ୍ୟବହାର କରାଯାଇଛି ।

 

ସେହି ଫାଇଲ୍‌ରେ କେତୋଟି ସମୀକ୍ଷାମଧ୍ୟ ଅଛି,–ମଲାଟରେ ଉଦ୍ଧୃତିଗୁଡ଼ିକୁ ଉଲ୍ଲେଖ କରାଯାଇଛି । ଶ୍ରୀଯୁକ୍ତ ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ ଲେଖିଛନ୍ତି ।

 

ସକଳ ଦର୍ଶନ–ଭାବନାକୁ ଅଧିକ ସ୍ପଷ୍ଟକରି ଆଣିବାର ଅଭିଳାଷ ରଖେ । ପ୍ରଫେସର ଡନ୍‌ହାମଙ୍କର ଏହି ଗ୍ରନ୍ଥଟି ଏକ ସମୁଚିତ ଦାର୍ଶନିକ ଦୃଷ୍ଟି ଦ୍ଵାରା ଏକ ବିଶ୍ଳେଷଣର ସାହାଯ୍ୟରେ ବର୍ତ୍ତମାନ ଖୁବ୍‍ ପ୍ରଚଳିତ ହୋଇ ରହିଥିବା ସ୍ଲୋଗାନ୍‌ଗୁଡ଼ିକର ମର୍ମଟିକୁ ବ୍ୟାଖ୍ୟା କରି ଦେଖାଇ ଦେଇଛି; ସେହି ସ୍ଲୋଗାନ୍‌ଗୁଡ଼ିକୁ ତ ଏବେ ଅନେକେ ବିନା ପ୍ରଶ୍ନରେ ଗ୍ରହଣକରି ନେଉଛନ୍ତି ଏବଂ ପୁନରାବୃତ୍ତି କରିବାରେ ଲାଗିଛନ୍ତି । ଏବଂ, ତଦ୍ଦ୍ଵାରା ଲୋକମାନଙ୍କର ବିଚାରକୁ ଭୁଲ ଭାବରେ ପରିଚାଳିତ କରି ନେଉଛନ୍ତି ।

 

ଡରୋଥି ପାର୍କର୍ ମନ୍ତବ୍ୟ କରିଛନ୍ତି ଯେ, ପୁସ୍ତକଟି ଅଗ୍ନି ସଦୃଶ ହିଁ ସଂପୃକ୍ତ ସମସ୍ତଙ୍କର ଉପକାର କରିବ ଏବଂ ବହୁ ପୁରାତନ ଅଟ୍ଟାଳିକାକୁ ଭୁଷୁଡ଼ାଇ ପକାଇବ । ଚଳଚ୍ଚିତ୍ର ନାଟକୟ ଲେଖୁଥିବା ଓଗ୍‌ଡେନ୍ ଷ୍ଟୁଆର୍ଟ ଏହାକୁ ଦାର୍ଶନିକର ହାତରେ ଥିବା ଖଣ୍ଡେ ପଥର ବୋଲି କହିଛନ୍ତି, ଯାହାକୁ ମିଥ୍ୟାବାଦୀମାନଙ୍କୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇ ପାରିବ ।

 

ଶ୍ରୀଯୁକ୍ତ ଜନ୍ ଡିୱି ଯେପରି ଗୋଟିଏ ବହିଟିର ଜ୍ୟାକେଟ୍ ପାଇଁ ଯେଉଁଭଳି ସମୀକ୍ଷାଟିଏ ପ୍ରସ୍ତୁତ କରିଥିଲେ ଓ ସେଥିରୁ ଯେପରି ବିବାଦମାନ ଉତ୍‌ଥାପିତ ହେଲା, ସମ୍ଭବତଃ ତାହା ହିଁ ସବୁଠାରୁ ଅଧିକ ପରିମାଣରେ ମୋ’ ପିତାମହଙ୍କୁ କଳା ତାଲିକାର ଅନ୍ତର୍ଭୁକ୍ତ କରି ରଖିବାରେ ପ୍ରକୃତରେ ଗତିଶୀଳତା ଆଣି ଦେଇଥିଲା । ଦାର୍ଶିନିକ ଡିୱି ଲେଖିଥିଲେ :

 

ଡକ୍ଟର ଡନ୍‌ହାମ୍ ଗୋଟିଏ ଚମତ୍କାର ପୁସ୍ତକ ପ୍ରସ୍ତୁତ କରିଛନ୍ତି । ମୁଁ ତ ଏହାକୁ ନିଃସଙ୍କୋଚ ଭାବରେ ଏ ବର୍ଷର ଏକ ନମ୍ବର ପୁସ୍ତକ ବୋଲି ଭାବୁଛି । ଏହି ରଚନାଟି ଆଗାମୀ ବହୁବର୍ଷ ସକାଶେ ଉତ୍ତମ ବିଚାରବୋଧ ତଥା ବୁଦ୍ଧିକ୍ଷେତ୍ରର ସ୍ପଷ୍ଟତାକୁ ଜାଗୃତ କରି ଆଣିବାରେ ଅବଶ୍ୟ ସମର୍ଥ ହେବ ।

 

ମୋ’ର ପିତାମହ ଶ୍ରୀଯୁକ୍ତ ଡିୱିଙ୍କ ପାଖକୁ ପତ୍ର ଲେଖି ଧନ୍ୟବାଦ ଜଣାଇଲେ ଏବଂ କୃତଜ୍ଞ ରହିବା ଲାଗି ସେହି ବହିଟି ହିଁ ଯଥେଷ୍ଟ ବୋଲି ସେ ଉତ୍ତର ଦେଇଥିଲେ “ଆପଣଙ୍କର ଏହି ପୁସ୍ତକଟି ଅତ୍ୟନ୍ତ ସ୍ପଷ୍ଟ ଏବଂ, ତଥ୍ୟଯୁକ୍ତ ଭାବରେ ନିର୍ମଳ ନାନା ଯୁକ୍ତିର ଉପସ୍ଥାପନା କରିପାରିଛି । ବହିଟି ମୋତେ ପୁନର୍ବାର ବହୁତ ସାହସ ପ୍ରଦାନ କରୁଛି ଏବଂ ସେଥିପାଇଁ ମୁଁ ବ୍ୟକ୍ତିଗତ ଭାବରେ ଆପଣଙ୍କ ପାଖରେ ବହୁତ କୃତଜ୍ଞ ହୋଇ ରହିବି ।”

 

ବହିଟି ବାହାରିବାର ମାସକ ମଧ୍ୟରେ (ଏବଂ ଧନ୍ୟବାଦସୂଚକ ଦ୍ଵିତୀୟ ପତ୍ରଟିଏ ପଠାହେବା ପରେ) ଶ୍ରୀଯୁକ୍ତ ଡିୱି ଏକାବେଳେକେ ଏକ ଅନ୍ୟ ଧରଣର ପତ୍ରଟିଏ ଲେଖି ପଠାଇଥିଲେ । ଆପଣାରେ ପ୍ରଥମ ଚିଠିଟିରେ ପ୍ରକଟ କରିଥିବା କଥାଟିକୁ ଭୁଲି ଯାଇଥିବା ପରି ସେ ଏଥର ଲେଖିଥିଲେ ଯେ, ଆପଣାର ମନ୍ତବ୍ୟଟିକୁ ଲେଖି ପ୍ରକାଶକଙ୍କ ନିକଟକୁ ପଠାଇବା ସମୟରେ ମୋ’ ପିତାମହଙ୍କର ଅର୍ଥନୀତି ସମ୍ପର୍କୀୟ ମତଗୁଡ଼ିକ ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ହିଁ ଥିଲେ । ସେ ଏଥର ନିନ୍ଦା କଲାପରି ଲେଖିଥିଲେ, ମୋ’ ପିତାମହ ସେହି କ୍ଷେତ୍ରରେ ଏକଛତ୍ରବାଦର ସୋଭିଏଟ୍ ସଂସ୍କରଣଟିକୁ ସମର୍ଥନ ଜଣାଉଛନ୍ତି । ସେହି କାରଣରୁ ତାଙ୍କର ପ୍ରଥମ ମନ୍ତବ୍ୟଟିକୁ ବହିରେ ଛାପିବା ବିଷୟରେ ପ୍ରକାଶକଙ୍କୁ ନାହିଁ ବୋଲି କହିବା ପାଇଁ ସେ ପିତାମହଙ୍କୁ ପରାମର୍ଶ ଦେଇଥିଲେ । ଗୋଇନ୍ଦା ବିଭାଗର ଫାଇଲରେ ଉଲ୍ଲେଖ କରାଯାଇଥିଲା ଯେ, ଆମେରିକାର ଦର୍ଶନକ୍ଷେତ୍ରରେ ସମସ୍ତଙ୍କର ଅଗ୍ରଣୀ ପରି ରହିଥିବା ଦର୍ଶନିକଙ୍କୁ ଏହି ସନ୍ଦର୍ଭରେ ସେ ପ୍ରକୃତରେ ପ୍ରତାରିତ ହିଁ କରିଛନ୍ତି । ପୁନଶ୍ଚ, ସମସ୍ତ ଘଟଣାଟିରେ ଅଶ୍ଵସ୍ତି ଅନୁଭବ କରିବା ସଙ୍ଗେ ସଙ୍ଗେ ଏକ ନୀତିଗତ ଦୁର୍ବଳତା ଓ ରାଜନୀତିକ ଭୀରୁତ ବ୍ୟତୀତ ଡିୱି ଯେ କାହିଁକି ଏଭଳି ଏକ ଆଚରଣ ଦେଖାଇଲେ, ତାହାର ଆଉ ଅନ୍ୟ କୌଣସି ପ୍ରକାରର ବ୍ୟାଖ୍ୟା ହୁଏତ ଆଦୌ କରି ହେବନାହିଁ ।

 

ଏକଛତ୍ର ଶାସକ ଏବଂ ପ୍ରତିକ୍ରିୟାଶୀଳ ପଦସ୍ଥମାନଙ୍କର ପଶ୍ଚାତରେ ସତ୍ୟକୁ ସଫଳତାର ସହିତ ଦବାଇ ଦେବାର ଗୋଟିଏ ଦୀର୍ଘ ଇତିହାସ ରହିଛି । ହିଟଲର୍‍ ଓ ଷ୍ଟାଲିନ୍‍ ସେମାନଙ୍କର ବିରୋଧ କରୁଥିବା ବ୍ୟକ୍ତିଗଣଙ୍କୁ ହତ୍ୟା କରିଛନ୍ତି, ମଧ୍ୟଯୁଗୀୟ ଇଉରୋପରେ ସେହିପରି କେତେ କେତେ ଅସମ୍ମତଙ୍କୁ ଦ୍ରୋହୀ ବୋଲି ଘୋଷଣା କରି ନିଆଁ ଉପରେ ଚଢ଼ାଇ ଦିଆଯାଇଛି । ଏବଂ, ଯେଉଁ ପ୍ରତିକ୍ରିୟାଶୀଳଗଣ ଏକ ଲୋକତନ୍ତ୍ରୀୟ ବ୍ୟବସ୍ଥାର ସୀମା ଭିତରେ ଅନୁରୂପ ଆଚରଣମାନ କରିବାକୁ ବାଧ୍ୟ ହୋଇଛନ୍ତି, ସେମାନେ ସେହି ଅନ୍ୟ ପକ୍ଷଟିକୁ କଳାତାଲିକାଭୁକ୍ତ କରି ରଖିଛନ୍ତି । ମାତ୍ର, ସେତିକି କହିଲେ ତାହା ଆଦୌ ଯଥେଷ୍ଟ ହେବନାହିଁ; ଯେଉଁଠାରେ ବିଚାରମାନେ ପ୍ରତିଷ୍ଠିତ କ୍ଷମତା ନିମନ୍ତ ଆଶଙ୍କାର କାରଣ ହୁଅନ୍ତି, ସେଗୁଡ଼ିକ ତ ଆପେ ଆପେ ଭୁଷୁଡ଼ି ପଡ଼ିଥାଆନ୍ତି । ଅପର ପକ୍ଷରେ, ସେହି ବିଚାରମାନଙ୍କରେ ଯେତେବେଳେ ପ୍ରକୃତରେ କିଛି ଯୋଗ୍ୟତା ଥାଏ,–ଅଥବା ସେଗୁଡ଼ିକ ପ୍ରକୃତରେ କୌଣସି ଆଶଙ୍କା ସୃଷ୍ଟି କରିଛନ୍ତି ବୋଲି ଅନୁଭୂତ ହୁଏ,–ସେତେବେଳ ସେଗୁଡ଼ିକୁ ଅଭିବ୍ୟକ୍ତ କରିଥିବା ବହୁ ଦଣ୍ଡର ବିଧାନ କରି ଅନ୍ୟମାନଙ୍କୁ ସେପରି କରିବାରୁ ନିବୃତ୍ତ କରିବାକୁ ପଡ଼ିଥାଏ । ଆମେ ଏହାକୁ ଭୟର ହଁ ଏକ ରାଜନୀତି ବୋଲି ହିଁ କହିବା ।

 

ଏହି କିସମର ଅତ୍ୟାଚାରିତା ସର୍ବଦା ବେଶ୍ ସମୟ ନିଏ ଏବଂ ସେଥିପାଇଁ ଖୁବ୍ ଶକ୍ତିର ପ୍ରୟୋଜନ ମଧ୍ୟ ହୋଇଥାଏ । ଏବଂ, ଯେତେବେଳେ ବହୁସଂଖ୍ୟାରେ ମନୁଷ୍ୟମାନଙ୍କୁ ହତ୍ୟା କରାଯାଇ ନଥାଏ, ସେତେବେଳେ ତାହା ଏକାଧିକ ପୁରୁଷଯାଏ ଲାଗି ରହିଥାଏ । ପ୍ରତିକ୍ରିୟାର ରାଜନୀତି ବସ୍ତୁତଃ ଅଧିକ ଫଳଦାୟକ ବୋଲି ସାବ୍ୟସ୍ତହୁଏ, ଯେତେବେଳେ ତାହା ବିରୋଧୀମାନଙ୍କୁ ଅସୁରମାନଙ୍କର ଏକ ସମଷ୍ଟିବୋଲି ଘୋଷଣା କରେ ଓ ସେମାନେ ପଥରୁ ଭ୍ରଷ୍ଟ ହୋଇ ଯାଇଛନ୍ତି ବୋଲି ଅପବାଦମାନ ଦିଏ । ସେଇଟି ସକାଶେ ଆଚରିତ ଗୋଟିଏ ମାର୍ଗରୂପେ ସେମାନଙ୍କୁ ନିନ୍ଦିତ କରିବା ପାଇଁ କିଛି ଆନୁଷ୍ଠାନିକ ଉପଚାରର ଆୟୋଜନ ହୁଏ । ହୁଏତ ସେହି ଅନୁସାରେ ୧୯୫୬ ମସିହାରେ ଅଣଆମେରିକୀୟ କାର୍ଯ୍ୟମାନ କରିବାରେ ଲାଗିଥିବା ବ୍ୟକ୍ତିମାନଙ୍କର ବିଚାର ନିମନ୍ତେ ଔପଚାରିକ ଶୁଣାଣିଗୁଡ଼ିକର ମଧ୍ୟ ଆୟୋଜନ କରିବାର ପଦକ୍ଷେପଟିଏ ନିଆଯାଇଥିଲା । (‘ମିଥ୍ୟା ବିରୋଧରେ ମନୁଷ୍ୟ’ ପୁସ୍ତକଟିକୁ ଯଦି ମିଥ୍ୟାବାଦୀମାନଙ୍କ ଉପରକୁ ଫୋପାଡ଼ିବା ଲାଗି ଗୋଟିଏ ବୋଲୁଅ ବୋଲି କୁହାଯାଏ, ତେବେ ସେହି ଆନୁଷ୍ଠାନିକ ଶୁଣାଣିଟିକୁ ତା’ର ଜବାବରେ ମିଥ୍ୟାବାଦୀମାନେ ହିଁ ଫୋପାଡ଼ୁଥିବାର ଗୋଟିଏ ବୋଲୁଅ ବୋଲି କୁହାଯିବ ।) ଏହି କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତିଟିକୁ ଏକାବେଳେକେ ଧ୍ଵଂସ କରିଦେବାର ରାଜନୀତିକୁ ମଧ୍ୟ ଆଉଗୋଟିଏ ଅସ୍ତ୍ର ବୋଲି କୁହାଯାଇ ପାରିବ, ଯେଉଁଥିରେ କି ପ୍ରତିକ୍ରିୟାବାଦୀ ପକ୍ଷଟି ଆପଣାର ରାଜନୀତିକ ବିପକ୍ଷୀମାନଙ୍କୁ ନେଇ ନିକୃଷ୍ଟ କୌଶଳମାନ ପ୍ରୟୋଗ କରନ୍ତି ବା ସେମାନେ ହାରି ଯାଉଥିବାର ବିପର୍ଯ୍ୟୟଟି ଉପରୁ ସମସ୍ତଙ୍କର ଦୃଷ୍ଟିକୁ ଅପସରାଇ ନେଇଯିବାର ମତଲବରେ ବିରୋଧୀମାନଙ୍କ ନାମରେ କୁତ୍ସାମାନ ରଚନା କରିବାକୁ ଆରମ୍ଭ କରନ୍ତି । ପୁନଶ୍ଚ, ଭାଷାର ପ୍ରୟୋଗକୁ ନେଇ ଆକ୍ରାମଣ କରିବା ମଧ୍ୟ ଆଉଗୋଟାଏ ପ୍ରଚେଷ୍ଟା ହୋଇ ରହିଥିଲା ।

 

୧୯୫୦ ମସିହାରେ କଳାତାଲିକା ଉଦାରତାବାଦୀ ଓ ବାମପନ୍ଥୀମାନଙ୍କ ମଧ୍ୟରେ ଏକ ଦୂରତା ସୃଷ୍ଟି କରାଇବାର ଫିକର କରାଯାଇଥିଲା । ଉଦାରତାବାଦୀଙ୍କ ମଧ୍ୟରେ ଯେଉଁମାନଙ୍କର ବାମପନ୍ଥୀ ରାଜନୀତି ଆଡ଼କୁ କିଛି ସହାନୁଭୂତି ରହିଥିଲା, ସେମାନଙ୍କୁ କମ୍ୟୁନିଷ୍ଟ ବୋଲି ପ୍ରଚାର କରାଗଲା । ଏହି କୌଶଳରେ ପ୍ରତିକ୍ରିୟାବାଦୀଙ୍କର ଜୟ ବି ହୋଇଥିଲା । ଏବଂ ତା’ପରେ, ୧୯୮୦ ବେଳକୁ, ଯେତେବେଳେ କାହାକୁ ବଦନାମ କରିବା ନିମନ୍ତେ ‘ବାମପନ୍ଥୀ’ ବୋଲି କହିବାର ଆଉ ଅବକାଶ ନଥିଲା, ସେତେବେଳେ ସେମାନେ ‘ଉଦାରତାବାଦୀ’ କଥାଟିର ଏକ ନୂତନ ସଂଜ୍ଞା ବାହାର କରିଥିଲେ ଏବଂ ଆମେରିକା ଆହୁରି ଅଧିକ ପରିମାଣରେ ଦକ୍ଷିଣ ପଟକୁ ଢଳି ପଡ଼ିଲା । ଏବେ ତ ମାନ୍ଦାମାନଙ୍କୁ ଏବଂ ୧୯୬୦ବେଳର କେତେକ ପ୍ରତିକ୍ରିୟାବାଦୀଙ୍କୁ ମଧ୍ୟ ଉଦାରପନ୍ଥୀ ବୋଲି କୁହାଯାଉଛି । ଭାଷା ଉପରେ ଆକ୍ରମଣ କରି ପ୍ରତିକ୍ରିୟାବାଦୀମାନେ ଯେଉଁ ପ୍ରାୟ ସଂପୂର୍ଣ୍ଣ ସଫଳତା ହାସଲ କରିଥିଲେ, ସମ୍ପ୍ରତି ଯେ ରାଜନୀତିର ଭାଷାକ୍ଷେତ୍ରରେ ‘ପ୍ରତିକ୍ରିୟାଶୀଳ’ ଶବ୍ଦଟିକୁ ବ୍ୟବହାର କରାଯାଉନାହିଁ, ଆମେ ସେଇଟିକୁ ତାହାର ହିଁ ଏକ ସର୍ବୋତ୍ତମ ଦୃଷ୍ଟାନ୍ତ ବୋଲି କହିବା । ୧୯୪୭ ସମୟରେ ଯେଉଁମାନଙ୍କ ପାଇଁ ସେହି ଶବ୍ଦଟିର ପ୍ରୟୋଗ ହେଉଥିଲା, ସେମାନେ ନିଜକୁ ସମ୍ପ୍ରତି ‘ରକ୍ଷଣଶୀଳ’ ବୋଲି କହୁଛନ୍ତି ।

 

ଏହି ଷାଠିଏ ବର୍ଷର ଅବଧି ମଧ୍ୟରେ ପୃଥିବୀରେ ତୁମୂଳ ପରିବର୍ତ୍ତନମାନ ଘଟିଛି ସତ, ମାତ୍ର ତିଷ୍ଠି ରହିବାର ଯୋଗ୍ୟତା ହାରାଇ ବସିଥିବା କ୍ଷମତାଟା ତଥାପି ଯେଉଁସବୁ ଉପାୟରେ ତିଷ୍ଠି ରହିଛି, ସେଗୁଡ଼ିକ ତିଷ୍ଠି ରହିଛନ୍ତି । ପୃଥିବୀଯାକର ଅତ୍ୟାଚାରିତମାନେ ବର୍ତ୍ତମାନ ମଧ୍ୟ ଅତ୍ୟାଚାରିତ ହେବାରେ ଲାଗିଛନ୍ତି । ୧୯୪୭ ମସିହାରେ ମୋ’ର ପିତାମହ ଯେଉଁ ମିଥ୍ୟାଗୁଡ଼ିକୁ ପ୍ରତ୍ୟକ୍ଷ କରାଇ ଆଣିଥିଲେ, ସେଗୁଡ଼ିକ ଏବେ ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛନ୍ତି ।

 

ବର୍ତ୍ତମାନ ସେହି ତିନୋଟିଯାକ ମିଥ୍ୟା ବିଷୟରେ ବିଚାର କରନ୍ତୁ, ଯେଉଁଗୁଡ଼ିକୁ କି ଆମ ଗୋଇନ୍ଦା ସଂସ୍ଥା ଏତେ ବେଶୀ ଭୟ କରୁଥିଲେ ଯେ, ମୋ’ ପିତାମହଙ୍କର ଫାଇଲ୍ ମଧ୍ୟରେ ସେଗୁଡ଼ିକୁ ଅଲଗା ଅଲଗା ଉଲ୍ଲେଖ କରି ରଖିଥିଲେ । ନୂତନ ନାନା ବୈଜ୍ଞାନିକ ଆବିଷ୍କାର ଏବଂ ଆଧୁନିକ ମାନବୀୟ ଅଭିଜ୍ଞତାମାନ ମଧ୍ୟ ପ୍ରମାଣ କରୁଛନ୍ତି ଯେ ମୋ’ ପିତାମହଙ୍କର କହିବା ପ୍ରକୃତରେ ଠିକ୍‍ ଥିଲା ଏବଂ ମିଥ୍ୟାଗୁଡ଼ିକ ପ୍ରକୃତରେ ମିଥ୍ୟା ହିଁ ଥିଲେ । ମାତ୍ର, ତଥାପି କାନ ଦେଇ ଶୁଣିବାକୁ ଆରମ୍ଭ କଲେ ନିଶ୍ଚୟ ଶୁଣିବାକୁ ପାଇବ ଯେ, ପ୍ରତିକ୍ରିୟାଶୀଳ ଏବଂ ମୌଳବାଦୀ ଅନଚାରୀମାନେ ସେଗୁଡ଼ିକୁ ଏକବିଂଶ ଶତାବ୍ଦୀର ଚେହେରାଟିଏ ଦେଇ ବର୍ତ୍ତମାନ ମଧ୍ୟ ରଟି ହେବାରେ ଲାଗିଛନ୍ତି ।

 

ବସ୍ତୁତଃ ପ୍ରତ୍ୟେକ ଜଡ଼ ତଥା ସମାଜ ସମ୍ପର୍କିତ ବିଜ୍ଞାନ ଏହି ଧାରଣାଟିକୁ ପ୍ରମାଣ କରି ଦେଇଛନ୍ତି ଯେ, “ମନୁଷ୍ୟର ବର୍ତ୍ତମାନର ପ୍ରକୃତିକୁ କେହି କେବେହେଲେ ବଦଳେଇ ଦେଇ ପାରିବନାହିଁ” ନାମକ ମିଥ୍ୟାଟିରେ ଆଦୌ କୌଣସି ସତ୍ୟତା ମୋଟେ ନାହିଁ । ମନୁଷ୍ୟର ପ୍ରକୃତିଟିକୁ ଯେତେଭଳି ସଂଜ୍ଞା ଦେଇ ବ୍ୟାଖ୍ୟା କଲେ ମଧ୍ୟ ତାହା କଦାପି ଯେଉଁଭଳି ରହିଛି, ସବୁଦିନ ସକାଶେ ସେହିଭଳି ରହିବ ବୋଲି ଆଦୌ ଦାବୀ କରାଯାଇ ପାରିବନାହିଁ । ଆମ ସମାଜଟି ସର୍ବଦା ବିବର୍ତ୍ତିତ ହେବାରେ ଲାଗିଛି ବୋଲି ବିଚାରଟିର ଯେ ଏକ ପ୍ରୟୋଜନ ଅବଶ୍ୟ ରହିଛି, ସେକଥାଟିକୁ ସ୍ଵୀକାର କରିବା ମାତ୍ରକେ ସେହି ଅନ୍ୟ ଅନୁମାନଟି ନିଶ୍ଚୟ ଅସିଦ୍ଧ ବୋଲି ପ୍ରମାଣିତ ହିଁ ହେବ । ହଁ, ମନୁଷ୍ୟର ଗବେଷଣା କରୁଥିବା ଜୀବବିଜ୍ଞାନଟି ହୁଏତ ଏକ ହଜାର ବର୍ଷରେ ମଧ୍ୟ ବଦଳି ଯିବନାହିଁ ବୋଲି କୁହାଯାଇ ପାରିବ ସିନା, କିନ୍ତୁ ମନୁଷ୍ୟସମାଜର ଗଢ଼ଣଟି ଗୋଟିଏମାତ୍ର ପୁରୁଷ ମଧ୍ୟରେ ସମ୍ଭବତଃ ବଦଳି ଯାଉଥିବ ।

 

ରକ୍ଷଣଶୀଳମାନେ ଏହି ପରିବର୍ତ୍ତନକୁ ଭ୍ରମାତ୍ମକ ବୋଲି ହୁଏତ କହିବାକୁ ଇଚ୍ଛା କରିବେ-। ସେମାନେ ସମ୍ଭବତଃ ଏପରି କହିବେ ଯେ ସମାଜର ବାହ୍ୟ ଗଢ଼ଣ ତଥା ମଣ୍ଡନଗୁଡ଼ିକ ନୂତନ କୌଶଳ ଆଦିର ପ୍ରବର୍ତ୍ତନ ଅନୁସାରେ ବଦଳି ଯାଉଥିବେ ସତ, କିନ୍ତୁ ମନୁଷ୍ୟମାନଙ୍କର କ୍ରିୟାଶୀଳତା ପଛରେ ରହିଥିବା ପ୍ରେରଣା ଏବଂ ବ୍ୟକ୍ତିମାନେ କରୁଥିବା ନିଷ୍ପତ୍ତିମାନଙ୍କର ରୀତି ସେଇ ଗୋଟିଏ ପ୍ରକାରର ହୋଇ ଅବଶ୍ୟ ରହିଥିବ । ଏବଂ, ଏହିସବୁ କାରଣରୁ ତା’ ପ୍ରକୃତିରେ ମୋଟେ କୌଣସି ପରିବର୍ତ୍ତନ ହେବନାହିଁ । କିନ୍ତୁ, ୧୯୪୭ ମସିହାରେ ଯେଉଁପରି ଘଟିଥିଲା, ସେଇଟି ଏବେ ମଧ୍ୟ କେତେକଙ୍କର ଏକ ଅନୁମାନଗତ ଭୁଲ କସରତ ହିଁ ହୋଇ ରହିଛି ଏବଂ ସେଗୁଡ଼ିକ ସତ୍ତ୍ୱେ ଆଦୌ କିଛିହେଲେ ଭିନ୍ନ ଭାବେ ପ୍ରମାଣିତ ହେଉନାହିଁ କିମ୍ବା ସେପରି ମହତ୍ତ୍ଵପୂର୍ଣ୍ଣ କୌଣସି ଅନ୍ୟ ସତ୍ୟର ପ୍ରତିଷ୍ଠା ହୋଇ ପାରୁନାହିଁ ।

 

ସଂପ୍ରତି ତ ଆମେ ସମସ୍ତେ ଅତ୍ୟନ୍ତ ଅଭ୍ରାନ୍ତ ଭାବରେ ଜାଣିଲୁଣି ଯେ, ମନୁଷ୍ୟମାନଙ୍କର ପ୍ରକୃତିରେ ଉଭୟ ଉତ୍ପତ୍ତି–ସମ୍ୱନ୍ଧୀୟ ଏବଂ ସାମାଜିକ ଦୁଇଟି ତତ୍ତ୍ଵ କାର୍ଯ୍ୟକାରୀ ହୋଇ ରହିଛି । ପ୍ରଥମଟିରେ ପ୍ରଭାବଶାଳୀ ତତ୍ତ୍ଵ ରହିଛି, ଅପ୍ରଭାବୀ ତତ୍ତ୍ଵମଧ୍ୟ ରହିଛି । ଏହି ତତ୍ତ୍ଵଗୁଡ଼ିକ ମଧ୍ୟରେ ଆମର ଆଚରଣଗତ ସ୍ଵତନ୍ତ୍ରଗୁଡ଼ିକ ଅନ୍ତର୍ଗତ ରହିଛି; ମାତ୍ର ଆମେ ବାସ୍ତବ ଜୀବନକ୍ଷେତ୍ରରେ ଯେଉଁଭଳି ଆଚରଣ ଦେଖାଉଛୁ, ସେଗୁଡ଼ିକ ଆଦୌ ସେପରି ଭାବରେ ଅଲଗା ଅଲଗା ଉତ୍ସଦୁଇଟିରୁ କାର୍ଯ୍ୟ କରନ୍ତି ନାହିଁ । ଆମର ପ୍ରକୃତି ଆମକୁ କ୍ରିୟାଶୀଳ ହେବାର କ୍ଷେତ୍ରରେ କିଛି ମାତ୍ରାରେ ସ୍ଵାଧୀନତା ମଧ୍ୟ ପ୍ରଦାନ କରୁଛି, ଏବଂ ସେହି କାରଣକୁ ପ୍ରତ୍ୟେକ ବ୍ୟକ୍ତିର ଆଚରଣଗତ ଗଢ଼ଣଟି ମଧ୍ୟ ଖୁବ୍ ଅଧିକ ପରିମାଣରେ ପରସ୍ପରଠାରୁ ଭିନ୍ନ ହୋଇ ରହିଛି । ଆମେ ମନୁଷ୍ୟମାନେ ଗୋଟିଏ ଗୋଟିଏ ଏପରି ଜୀବ ଯେଉଁମାନଙ୍କର ବିବର୍ତ୍ତନଗତ ପ୍ରକାରମାନେ ସର୍ବଦା ହିଁ ନାନାଭାବେ ନମନୀୟ ଏବଂ ଅନୁକୂଳତାଧର୍ମୀ ହୋଇ ରହିଛନ୍ତି । ଅର୍ଥାତ୍‍, ଜଣେ ମଣିଷର ପ୍ରକୃତିକୁ ବହନ କରୁଥିବାର ଅର୍ଥ ହେଉଛି ସର୍ବଦା ଏକ ପରିବର୍ତ୍ତନ–ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଥିବା ।

 

ତେଣୁ, ଜୀବବିଜ୍ଞାନର ତତ୍ତ୍ଵସତ୍ୟଟି ଅନୁସାରେ ଆମେ, ମନୁଷ୍ୟର ସ୍ଵଭାବକୁ କଦାପି ବଦଳାଇ ପାରିବାନାହିଁ ବୋଲି କୁହାହୋଇ ଆସିଥିବା ସେହି ବିଶ୍ଵାସ ଓ ଅନୁମାନଟିକୁ ପ୍ରକୃତରେ ସଂପୂର୍ଣ୍ଣ ଅସ୍ଵୀକାରମୂଳକ, ଅପ୍ରାସଙ୍ଗିକ ଅର୍ଥାତ୍‍ ମିଥ୍ୟାରେ ଜଡ଼ିତ ବୋଲି କୁହାଯିବ । ଏବଂ, ତର୍କଶାସ୍ତ୍ରର ଆୟତନକୁ ଆସିଲେ, ଯାହା ପ୍ରକୃତରେ ଅନୁକ୍ଷଣ ହିଁ ବଦଳି ଯାଉଛି, ସେଇଟିକୁ ଆମେ ବଦଳାଇ ପାରିବାନାହିଁ ବୋଲି କହିବାରେ ପୁଣି କେଉଁ ଅର୍ଥ କାହିଁକି ରହିବ ? ବସ୍ତୁତଃ, ସେପରି ଗୋଟିଏ ଯୁକ୍ତିକୁ ଆମେ କାହିଁକି ଆଦୌ କୌଣସି ଗୁରୁତ୍ଵ ମଧ୍ୟ ଦେବା ?

 

ପୁନଶ୍ଚ, ମନୁଷ୍ୟର ସ୍ଵଭାବକ୍ଷେତ୍ରଗତ ପୂର୍ବପ୍ରସୀମନଗୁଡ଼ିକୁ ଆଦୌ ବଦଳାଇବା ସମ୍ଭବ ନୁହେଁ ବୋଲି ଗୋଟିଏ ଅନୁମାନ କରାଯାଉଥିଲେ ମଧ୍ୟ ତଥାପି ଧାରଣାଟିକୁ ମିଥ୍ୟା ବୋଲି କୁହାଯିବ । ଆରିଷ୍ଟଟ୍‌ଲ୍ ଯେପରି ଘୋଷଣା କରିଥିଲେ ଓ ଇତିହାସରେ ଯାହା ସବୁ କାଳରେ ସମର୍ଥନ ଲାଭ କରି ଆସିଛି, ମନୁଷ୍ୟ ହେଉଛି ଗୋଟିଏ ସାମାଜିକ ଜୀବ । ଏକ ବହୁନିର୍ଭରଶୀଳତାଯୁକ୍ତ ସମାଜରେ ଥିବା ସବୁ ପ୍ରାଣୀଙ୍କ କ୍ଷେତ୍ରରେ ଯାହା ଘଟେ, ବାହାରକୁ କେତେକ ଦ୍ଵନ୍ଦ୍ଵ ରହିଥିବା ପରି ବୋଧ ହେଉଥିବା ସ୍ଵଭାବମାନେ ତଥାପି ବେଶ୍ ପରସ୍ପର ସାହିତ ଖାପ ଖାଇ ଅବଶ୍ୟ ଅବସ୍ଥାନ କରି ପାରନ୍ତି,–ଏବଂ ଜୀବବିଜ୍ଞାନର ସତ୍ୟର କ୍ଷେତ୍ରରେ ଏପରି ହେବାର ଏକ ପ୍ରାସଙ୍ଗିକତା ମଧ୍ୟ ରହି ପାରିବ । ଏପରି ଏକାଧିକ ଆଚରଣ-ପ୍ରକାର, ଯେଉଁଗୁଡ଼ିକ କି ଅନ୍ୟମାନଙ୍କ ଲାଗି କୌଣସି କ୍ଷତି ନକରି ଜଣେ ବ୍ୟକ୍ତିର ସ୍ଵାର୍ଥଗୁଡ଼ିକୁ ଅଗ୍ରସର କରାଇ ନେଉଥିବେ, ବ୍ୟକ୍ତି ସକଳ ଅବସରରେ ଅବଶ୍ୟ ବାଛି ପାରୁଥିବ । ଏବଂ, ଅନ୍ୟ ପକ୍ଷରେ, ଏକାନ୍ତ ଭାବେ ସ୍ଵାର୍ଥପର ଆପଣାର ସ୍ଵାର୍ଥ ସାଧନ କରୁଥିବାର ଆଚରଣ ସମୟରେ କେବଳ ଏକ ସୀମାଯୁକ୍ତ ସହନଶୀଳତା ଆଣି ଦେଇ ପାରୁଥିବ । ସାମାଜିକ ଜୀବନ ଯାପନ କରୁଥିବା ଗୋଷ୍ଠୀମାନେ ସର୍ବବିଧ ସାମାଜିକତା-ବିରୋଧୀ ସ୍ଵାର୍ଥବୃତ୍ତିରୁ ଆପଣାକୁ ସୁରକ୍ଷିତ କରି ରଖିବାଲାଗି ନିଶ୍ଚୟ ସକ୍ରିୟ ରହିଥିବେ । ବିଶେଷକରି ଯେତେବେଳେ ଜଣେ ଲୁଣ୍ଠନକାରୀ ସ୍ଵଭାବର ହୋଇଥିବେ, ସେହିସବୁ କ୍ଷେତ୍ରରେ । କଳାଭେଦରେ, ପରିଣାମତଃ ଯେଉଁ କାରଣଗୁଡ଼ିକ ରହିବ, ସେସବୁ ସନ୍ତାନ-ଉତ୍ପାଦନଜନିତ ସୁଯୋଗମାନଙ୍କୁ ନିଶ୍ଚୟ ସୀମିତ କରି ରଖିବ ଏବଂ ସେହି ସ୍ଵଭାବଟିକୁ ବାଟ ଛାଡ଼ି ନଦେବାପାଇଁ ହିଁ ନିୟମମାନ ପ୍ରସ୍ତୁତ କରିବ । ପରାର୍ଥପରତା, ଅନୁକମ୍ପା-ପ୍ରଦର୍ଶନ ଏବଂ ସମାଜ-ସଚେତନତା ପ୍ରଭୃତି ସ୍ଵଭାବ ହେତୁ ହୁଏତ ଏକ ଜୀବନହାନି ଘଟିବାର ଆଶଙ୍କା ମଧ୍ୟ ରହିଥିବ ବା ସୁଯୋଗଗୁଡ଼ିକୁ ଆପଣାଆଡ଼ୁ ସୀମିତ କରିଦେବ ସତ, ମାତ୍ର ଆପଣାଦ୍ଵାରା ନିୟନ୍ତ୍ରିତ ସ୍ଵାର୍ଥସାଧନର କ୍ଷେତ୍ରଟି ପରି ଏଗୁଡ଼ିକ ମଧ୍ୟ ଅନୁକୂଳିତ କରି ପାରୁଥିବା ନାନା ଲାଭର ସୂଚନା ଦେଉଥିବେ ଏବଂ ସେଗୁଡ଼ିକୁ ମଧ୍ୟ ବେଶ୍ ଗ୍ରହଣ କରାଯାଉଥିବ । ଏବଂ, ନିଃସ୍ଵାର୍ଥପରତା ଓ ଆତ୍ମସ୍ଵାର୍ଥସାଧନ ଆଡ଼କୁ ଯେଉଁ ବୃତ୍ତିଗୁଡ଼ିକ ଆମର ରହିଥାଏ, ସେଗୁଡ଼ିକ ତଥାପି ଗୋଟିଏ ଅନ୍ୟଟିଠାରୁ ଆଦୌ ବହିର୍ଭୂତ ନୁହନ୍ତି । କେବଳ ଜଣେ କ୍ଵଚିତ୍ ମନୁଷ୍ୟବ୍ୟକ୍ତି,–କେବଳ ସମାଜଛଡ଼ା ମଣିଷ ଯିଏକି ସମାଜରେ ନାନା ଅପରାଧରେ ପ୍ରବୃତ୍ତି ରହିଛି ଅଥବା ଜଣେ ଶହୀଦ ଯିଏକି ସମାଜ ଲାଗି ଜୀବନ ଉତ୍ସର୍ଗ କରୁଛି, ଯାହାରକି ଦୁଇଟି ମଧ୍ୟରୁ କେବଳ ଗୋଟିଏ ରହିଛି ଏବଂ ଅନ୍ୟଟି ପ୍ରକୃତରେ ନାହିଁ ।

 

‘ମିଥ୍ୟା ବିରୋଧରେ ମଣିଷ’ ବହିଟି ପ୍ରକୃତରେ ବୁଝିଥିଲା ଯେ, “ଏକ ସମାଜର ସର୍ବଦା ପରିବର୍ତ୍ତନ ଯେ ଅବଶ୍ୟ ହେବ, ମନୁଷ୍ୟ ସ୍ଵଭାବକୁ ନିରୀକ୍ଷଣ କରି ତୁମେ ଅବଶ୍ୟ ସେକଥା ଜାଣିବାଲାଗି ସମର୍ଥ ହେବ ।” ଆଜି ମନୁଷ୍ୟର ସ୍ଵଭାବ ସମ୍ବନ୍ଧରେ ଏଇଟି ହୁଏତ ଏକମାତ୍ର ସାମାଜିକ ସତ୍ୟରୂପେ ପ୍ରତିଷ୍ଠିତ ହୋଇ ରହିଛି । ଏବଂ, ତେଣୁ, ପରିବର୍ତ୍ତନ ନିମନ୍ତେ ଆଦୌ ଉଦ୍ୟମ କରିବା ଉଚିତ ନୁହେଁ ବୋଲି ଅନ୍ୟମାନଙ୍କୁ ପ୍ରବର୍ତ୍ତାଇବାରେ, ସ୍ଵାର୍ଥବୁଦ୍ଧି ଦ୍ଵାରା ପ୍ରଣୋଦିତ ହେଉଥିବା ଲୁଣ୍ଠନଧର୍ମୀ କାର୍ଯ୍ୟମାନଙ୍କୁ ନିୟନ୍ତ୍ରିତ କରିବାପାଇଁ ପ୍ରୟାସ କରିବାକୁ ସଂପୂର୍ଣ୍ଣ ଅର୍ଥହୀନ ବୋଲି ଘୋଷଣା କରିବା ଅଥବା ଯେହେତୁ ସମାଜରେ ଯୋଜନାବଦ୍ଧ ଭାବରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ, ତେଣୁ ସେହି ଦିଗରେ କୌଣସି ଚେଷ୍ଟା କରିବାଲାଗି ମଥା ନଖେଳାଇବା ପାଇଁ ଶିଖାଇବାରେ ଲାଗିଥିବା,–ଏହିସବୁ ଅକାର୍ଯ୍ୟସାଧନରେ ହିଁ ମିଥ୍ୟାଟି ତଥାପି ଏକ ପଶ୍ଚାଦ୍‍ମୁଖୀ ସାଧନରୂପେ ବ୍ୟବହୃତ ହେବାରେ ଲାଗିଛି ।

 

ପୁନଶ୍ଚ, “ଧନୀମାନେ ହିଁ ଯୋଗ୍ୟ, ଦରିଦ୍ରମାନେ ଯୋଗ୍ୟ ନୁହନ୍ତି” କଥାଟି ମଧ୍ୟ ସମର୍ଥକ ବିଭିନ୍ନ ଭାଷାରେ ସେହି ଲୁଣ୍ଠନଧର୍ମୀ ଅର୍ଥନୀତିର ବାସ୍ତବ ନାନା କ୍ରିୟାଶୀଳତା ଓ ଶିଳ୍ପୋଦ୍ୟୋଗ–କ୍ଷେତ୍ରର ନିୟମଗତ ବହୁ ଖିଲାପର ମାଧ୍ୟମରେ ତାହାର ପକ୍ଷ ସମର୍ଥକମାନଙ୍କ ଦ୍ଵାରା ସର୍ବଦା ବ୍ୟବହୃତ ହୋଇ ଆସିଛି; ସାମାଜିକ କଲ୍ୟାଣସାଧନ ନିମନ୍ତେ କରାଯାଉଥିବା ବହୁ କାର୍ଯ୍ୟକ୍ରମର ବିରୋଧୀମାନେ ସେହିସବୁକୁ କାର୍ଯ୍ୟକାରୀ କରିଛନ୍ତି । ଏବଂ, ଏପରି କହିବାଟା ବର୍ତ୍ତମାନ ଅଧିକ ପ୍ରାସଙ୍ଗିକ ହେବ ଯେ, ସ୍ଵାର୍ଥପରତାର ଯେଉଁ ସୂତ୍ରଟି ଉପରେ ସେଇଟି ଛିଡ଼ାହୋଇ ରହିଛି, ସେଇଟି ବୃହତ୍ତର ବହୁ ସମସ୍ୟାର ସମାଧାନ ଖୋଜିବାର ବିଚାରଟିକୁ ଖୁବ୍ ଢାଙ୍କି ମଧ୍ୟ ରଖିଛି, ଯେଉଁଟି ଉପରେ ଆଖର ଆମ ମନୁଷ୍ୟଜାତିର ତିଷ୍ଠି ରହିବା ହିଁ ମୂଳତଃ ନିର୍ଭର କରୁଛି । ଆମର ସାମାଜିକ ଏବଂ ପ୍ରକୃତି ସମ୍ପର୍କିତ ପରିବେଶଗୁଡ଼ିକୁ ଅନୁକୂଳ କରି ରଖିବାରେ ବାଧାମାନ ଛିଡ଼ା କରି ରଖିଛି ।

 

ଊନବିଂଶ ତଥା ବିଂଶ ଶତାବ୍ଦୀର ଡାର୍‌ୱିନ୍‌ବାଦର ଚିନ୍ତାଧାରାକୁ ଆଣି ସାମାଜିକ କ୍ଷେତ୍ରରେ ପ୍ରୟୋଗ କରିବାର ଯେଉଁ ରୀତିଟି, ସେଇଟି ମୂଳତଃ ଏକ ମୂଳ ଦ୍ଵୈତତାକୁ ଆଧାର କରି ଦଣ୍ଡାୟମାନ ହୋଇଛି । (ସେଇଟି ମଧ୍ୟ ‘ପ୍ରତ୍ୟେକ କାହାଣୀର ଦୁଇ ପ୍ରକାର ଅର୍ଥ ରହିଛି’ ନାମକ ଏକ ଅନ୍ୟ ମିଥ୍ୟାରୁ ଜନ୍ମଗ୍ରହଣ କରିଛି ।) ଯେଉଁ ଭ୍ରାନ୍ତିସୃଷ୍ଟିକାରୀ ଚଷମାଟିକୁ ବ୍ୟବହାର କରି ଆମେ ଦୀର୍ଘକାଳ ଧରି ଅର୍ଥନୈତିକ ଏବଂ ରାଜନୀତି କ୍ଷେତ୍ରରେ ସମ୍ବନ୍ଧଗୁଡ଼ିକ ଉପରେ (ଲୋକତନ୍ତ୍ର/କମ୍ୟୁନିଷ୍ଟବାଦ) ଯେଉଁପରି ଦୃଷ୍ଟିପାତ କରିଆସିଛୁ (ଯୋଗାଣ/ଚାହିଦା, ପୁଞ୍ଜି/ଶ୍ରମ), ସେହି ପରସ୍ପର-ବିପରୀତ ରୀତିଟି ହିଁ ବର୍ତ୍ତମାନ ବହୁତ କିଛିର ନିଷ୍ପତ୍ତି କରିଦେଉଛି । ସୁଯୋଗଟିଏ ଲାଭ କରି ଡାର୍‌ଉଇନ୍‌ବାଦର ସମାଜସମ୍ପର୍କିତ ବ୍ୟାଖ୍ୟାଟି ବ୍ୟକ୍ତିର ଅନୁକୂଳ (ଅଥବା ଅନନୁକୂଳ) ସ୍ଥାନଟିକୁ ନିର୍ଣ୍ଣୟ କରିଦେଉଛି । ତାହାକୁ ବସ୍ତୁତଃ ଆଦୌ ଡାର୍‌ଉଇନ୍‌ବାଦ ବୋଲି କୁହାଯାଇ ପାରିବନାହିଁ, କାରଣ ବିଜ୍ଞାନ ଆମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦର୍ଶାଇ ଦେଇଛି ଯେ, ବିବର୍ତ୍ତନଗତ ସକଳ ପରିବର୍ତ୍ତନରେ ପରିବେଶରେ ଯୋଗ୍ୟତାଟି ମଧ୍ୟ ସର୍ବଦା ମୁଖ୍ୟ ଭୂମିକାଟିକୁ ଗ୍ରହଣ କରିଥାଏ ଏବଂ, ଡାରଉଇନ୍-ତତ୍ତ୍ଵଟିକୁ ସାମାଜିକ ଜୀବନର ସନ୍ଦର୍ଭ ଉପରକୁ ଆଣି ବ୍ୟାଖ୍ୟା କରିବା ସମୟରେ ସାଧାରଣତଃ ଆର୍ଥିକ ଏବଂ ସାମାଜିକ ପରିବେଶଗୁଡ଼ିକ ଆଉ ମନରେ ନଥାଏ, ଯେଉଁଥିରେ କି ନିଜକୁ ଯୋଗ୍ୟ ବୋଲି ସାବ୍ୟସ୍ତ କରିଥିବା ମନୁଷ୍ୟମାନେ ଧନୀ ଓ ସେହି ଅନୁସାରେ ଗରିବ ବୋଲି ଚିହ୍ନିତ ଅନ୍ୟ ପକ୍ଷଟି ଅଯୋଗ୍ୟ ବୋଲି ଘୋଷିତ ହେଉଥାନ୍ତି ।

 

ଅଳ୍ପସଂଖ୍ୟକ ଲୋକଙ୍କ ହାତରେ ଅଧିକ ପରିମାଣ ଧନ ରହିଲେ ଯେତେବେଳେ ଅଧିକସଂଖ୍ୟକମାନେ ବହୁ କଷଣ ଓ କଠୋର ପରିସ୍ଥିତିରେ ରହିବାଲାଗି ବାଧ୍ୟ ହୁଅନ୍ତି, ସେତେବେଳେ ହୁଏତ ପ୍ରତିକ୍ରିୟାବାଦୀ ଅର୍ଥନୀତି-ପଟଟା ଅଳ୍ପସଂଖ୍ୟକ ପକ୍ଷଟିକୁ ଯୋଗ୍ୟ ବୋଲି କହେ ଏବଂ ବହୁସଂଖ୍ୟକଙ୍କର ଅପର ପକ୍ଷଟିକୁ ଅଯୋଗ୍ୟ ବୋଲି କହିଥାଏ ଏବଂ ସମାଜର ଆର୍ଥିକ ଜୀବନଟି ସେହି ନ୍ୟାୟରେ ହିଁ କ୍ରିୟାଶୀଳ ହୋଇ ରହିଥାଏ । ଅବଶ୍ୟ କିଞ୍ଚିତ୍ ଅଧିକ ପ୍ରଶସ୍ତ ଭାବରେ ଦୃଷ୍ଟିପାତ କଲେ ହୁଏତ ଥୋକେ ପରାଙ୍ଗପୁଷ୍ଟ ମଧ୍ୟ ଦୃଷ୍ଟିଗୋଚର ହେବାକୁ ଲାଗନ୍ତି, ଯେଉଁମାନେ କି ସମାଜ ଉପରେ ଲଦି ହୋଇଥାନ୍ତି ଏବଂ ତାହା ସହିତ ବହୁ ସ୍ଥାନ ଏବଂ କ୍ଷେତ୍ର ଏପରି ରହିଥାଆନ୍ତି, ଯେଉଁଠାରେ ଘୋର ଅସନ୍ତୋଷମାନ ଦୃଷ୍ଟ ହୁଅନ୍ତି । ଯଦି ସମାଜରେ ସୁସ୍ଥତା ହିଁ ରହିଥାଏ, ତେବେ ପରିସ୍ଥିତିରେ ସାମାଜିକ ତଥା ଆର୍ଥିକ ସଂସ୍କାରର ପ୍ରବର୍ତ୍ତନ କରାଯାଏ ଏବଂ, ସେହି ସ୍ଥିତିରେ ପରାଙ୍ଗପୁଷ୍ଟ ସେହି ଅପରଟିକୁ ମଧ୍ୟ ଏକ ସହଜୀବୀ ରୂପେ କାମରେ ଲଗାଇ ହୁଏ । ମାତ୍ର, ଯଦି ଏକ ଅଯୋଗ୍ୟ ସମାଜକୁ କୌଣସି ପ୍ରକାରେ ନିୟନ୍ତ୍ରଣ କରାନଯାଏ ଏବଂ ସାମାଜିକ ଦୁର୍ଗତତାମାନେ ସେହିପରି ଲାଗି ରହିଥାନ୍ତି, ତେବେ ଅଧିକ ସୁବିଧା ଲାଭ କରି ରହିଥିବା ଆମ ଅନେକଙ୍କ ଅନୁମାନର ସେହି ଯୋଗ୍ୟ ପକ୍ଷର ଉକ୍ତ ଯୋଗ୍ୟତାଟି ମଧ୍ୟ ସମାଜକୁ ଆଖର ଭୁଷୁଡ଼ି ପଡ଼ିବାରୁ ଆଦୌ ବଞ୍ଚାଇ ରଖି ପାରେନାହିଁ । ଏବଂ, ପୃଥିବୀନାମକ ଆମର ଏହି ନିଜଗୃହଟି ଯେ କ୍ରମଶଃ ଅଧିକରୁ ଅଧିକ ଉତ୍ତପ୍ତ ହେବାରେ ଲାଗିଛି, ସେହି ପରିପ୍ରେକ୍ଷୀରେ ଏଭଳି ଏକ ଦାମ୍ଭିକତା କେବଳ ଏକ ସମୂଳ ବିନାଶର ହିଁ କାରଣ ହୋଇପାରେ ।

 

ମୋ’ ପିତାମହଙ୍କର କାଗଜାତ୍‌ରେ ଗୋଇନ୍ଦା ବିଭାଗର କର୍ତ୍ତାମାନେ ଯେଉଁ ସର୍ବଶେଷ ମିଥ୍ୟାଟିର ଉଲ୍ଲେଖ କରିଥିଲେ, ସେଇଟି ହେଉଛି, “ଏହି ପୃଥିବୀରେ କେତେକ ଜାତିଙ୍କୁ ଉଚ୍ଚତର ଏବଂ ଆଉ କେତେ ଜାତିକୁ ନିମ୍ନତର ବୋଲି କୁହାଯାଇ ପାରିବ ।” ଅସମାନତା ତଥା ଉତ୍ପୀଡ଼ନରୁ ଯେଉଁ ନ୍ୟସ୍ତସ୍ଵାର୍ଥର ପକ୍ଷଟା ଲାଭବାନ୍ ହେଉଥିବ, କେବଳ ସେଇଟି ହିଁ ଏହି ମିଥ୍ୟାଟି ଉପରେ କୌଣସି ଆକ୍ରମଣ ଦେଖିଲେ ନିଜପାଇଁ ପ୍ରମାଦ ଗଣିବ । ହଁ, ସେହି ଅସମାନତା ଏବଂ ଅତ୍ୟାଚାର ତ ଉପନିବେଶ-କାଳର ସେହି ମାଲିକପକ୍ଷଟିକୁ ସୂଚିତ କରି ଦେଉଥିଲା ଏବଂ ଯେଉଁମାନେ ବିଭିନ୍ନ ଗୋଷ୍ଠୀକୁ ପରସ୍ପରଠାରୁ ଅଲଗା କରି ରଖିବାରୁ ନାନାବିଧ ଯୋଜନାକୁ ଆବଶ୍ୟକ ବୋଲି ମାନି ସେଗୁଡ଼ିକର ପକ୍ଷ ସମର୍ଥନ କରୁଥିଲେ । ଏବଂ, ସେହି ଔପନିବେଶିକ ପର୍ଯ୍ୟାୟଟି ବିଦାୟ ନେଇ ଚାଲିଯିବା ପରେ ଏବଂ ଶୀତଳ ଯୁଦ୍ଧରେ ଦୁଇପକ୍ଷର ମଝିରେ ଛିଡ଼ା ହୋଇଥିବା ପ୍ରାଚୀରଟା ଭାଙ୍ଗିସାରିବା ପରେ, ଆମେରିକାରେ ଜଣେ ନାଗରିକର ଅଧିକାରକୁ ସବୁ ନାଗରିକଙ୍କ ଲାଗି ସମ୍ଭବ କରି ଆଣିବାପାଇଁ ଆନ୍ଦୋଳନଟି ଆରମ୍ଭ ହେବା ପରେ ଓ ଦକ୍ଷିଣ ଆଫ୍ରିକାର ପୂର୍ବର ବାଛବିଚାରର ନୀତି ଭିତରୁ ମୁକ୍ତି ଲାଭ କରିବାପରେ ବର୍ତ୍ତମାନ ତ ଖୁବ୍ ପ୍ରତୀତ ହେଉଛି ଯେ ଉକ୍ତ ମିଥ୍ୟାଟି ପରାଭବ ସ୍ଵୀକାର କରିବାକୁ ବାଧ୍ୟ ହେବ ଏବଂ ଛାଇଗୁଡ଼ିକ ତଳେ ବିସ୍ମୃତ ହୋଇ ରହିଯିବ-

 

କିନ୍ତୁ ସେପରି ପ୍ରକୃତରେ ଘଟିଲେନାହିଁ ଓ ତାହାହିଁ ମୋ’ର ପିତାମହଙ୍କ ଲାଗି ଏକ ନୈରାଶ୍ୟର କାରଣ ମଧ୍ୟ ହୋଇଥିଲା । ସିଏ ତ ଅତ୍ୟନ୍ତ ଆଶାବାଦୀ ହୋଇ ବିଶ୍ଵାସ କରୁଥିଲେ ଯେ, ଥରେ ନିଜର ଶକ୍ତିକୁ ଲାଭ କଲେ ‘ନିମ୍ନତର’ ବୋଲି କୁହାଯାଉଥିବା ସେହି ଜାତି ଏବଂ ଗୋଷ୍ଠୀମାନେ ଆପଣାକୁ ଆପଣାଆଡ଼ୁ ଜାହିର କରି ହିଁ ଆସିଥିବା ତଥାକଥିତ “ଉଚ୍ଚତର”ମାନଙ୍କ ପରି ମନୁଷ୍ୟଜାତି ଉପରେ କୌଣସି ଦୁର୍ଗତିକୁ ଡାକି ଆଣିବାର ଆଦୌ କାରଣ ହେବେ ନାହିଁ । ତାଙ୍କର ସେହି ଧାରଣାଟି ମଧ୍ୟରେ ପ୍ରକୃତରେ କେତେ ନା କେତେ ରୋମାଞ୍ଚକରତା ଭରି ରହିଥିଲା; ମାତ୍ର ସିଏ ସେହିପରି ଆଶା କରୁଥିଲେ ମଧ୍ୟ ଘଟଣାମାନେ ସେପରି ଘଟିଲେ ନାହିଁ । ସାଂପ୍ରତିକ ଏହି କାଳର ଇତିହାସ ପ୍ରମାଣ କରି ଦେଉଛି ଯେ, ଯେଉଁମାନେ କାଳକାଳ ଧରି ଅତ୍ୟାଚାରିତ ହୋଇ ଆସିଥିଲେ, ସେମାନେ ନିଜକୁ ଇତିହାସର ସେହି ପୂର୍ବ ଅତ୍ୟାଚାରୀମାନଙ୍କର ତୁଳନାରେ ଆଦୌ ଅଧିକ ଭଦ୍ର ଓ ଅଲଗା ପ୍ରକାରର ବୋଲି ପ୍ରତିପାଦିତ କରି ପାରିଲେନାହିଁ ।

 

ବର୍ତ୍ତମାନ ଗୋଟିଏ ଜାତି ଆଉଗୋଟିଏ ଜାତିକୁ ଯେପରି “ନିର୍ମୂଳ” କରିଦେବାରେ ମାତି ଯାଉଛି, ଯେଉଁସବୁ ଗଣହତ୍ୟା ଏବଂ ଗୃହ-ଯୁଦ୍ଧ ଲାଗି ରହିଛି, ସେଥିରୁ କ୍ଷମତାସୀନମାନଙ୍କର ସେହି ଅନମନୀୟତାଟି ହିଁ ପ୍ରକଟ ହୋଇଯାଉଛି । ସେଗୁଡ଼ିକ ଏବେ ମଧ୍ୟ ଅତୁଟ ରହିଛି,–ଏହିପରି ଏକ ବୀଭତ୍ସ ବିଶ୍ଵାସଧାରା ଉଭୟ ପ୍ରତିକ୍ରିୟାବାଦୀ ଓ ମୌଳବାଦୀମାନଙ୍କ ଉପରେ ସବାର ହୋଇ ରହିଛି । ସେହି ମୌଳବାଦୀ ପ୍ରତିକ୍ରିୟାଶୀଳଗଣ ସବୁଜାତିରେ ଓ ସବୁ ଚେହେରାରେ ରହିଛନ୍ତି; ବୌଦ୍ଧ, ଖ୍ରୀଷ୍ଟିଆନ୍, ମୁସଲିମ୍‍, ହିନ୍ଦୁ, ଇହୁଦୀ,–ଏହିଭଳି ସର୍ବବିଧ ମାର୍କାର ଓ ଛାଞ୍ଚର । ସେମାନେ ମଧ୍ୟ ସେହିପରି ଜିଦଖୋର୍ ଭାବରେ ନିଜକୁ ଉଚ୍ଚତର ଓ ଅଧିକ ଶୁଦ୍ଧ ବୋଲି ଦାବୀ କରୁଛନ୍ତି,–ସମସ୍ତେ ସମାନ ଭାବରେ ଅତ୍ୟାଚାରମାନଙ୍କରେ ଲିପ୍ତ ରହିଛନ୍ତି । ସେଇଟି ପ୍ରକୃତରେ ଏକ ନିତାନ୍ତ ବିରୋଧାଭାସକୁ ହିଁ ପ୍ରମାଣ କରି ଦେଉଛି; ମାତ୍ର, ଏହିସବୁ ଉଚ୍ଚମନ୍ୟମାନେ ସମସ୍ତେ ଯେ ଏକାପରି ଆଚରଣ କରୁଛନ୍ତି, ସେଇଟି ସେହି ମିଥ୍ୟାଟିକୁ ହିଁ ମିଥ୍ୟା ବୋଲି ଦେଖାଇ ଦେଉଛି,–କାରଣ ଏଇଟି ସବୁ ମନୁଷ୍ୟଙ୍କ ଭିତରେ ବିଭାଜିତ ସେହି ଐକ୍ୟଟିକୁ ସଂପୂର୍ଣ୍ଣ ଭାବରେ ଦର୍ଶାଇ ଦେଇ ପାରୁଛି, ଶ୍ଵେତ, କୃଷ୍ଣ, ସାବନା ବର୍ଣ୍ଣ ଆମେ ଯିଏ ଯାହା ହୋଇଥାଉ ପଛକେ, ଆମର ଭଗବାନ ବା ଭଗବାନମାନେ ଯିଏ ବି ହୋଇଥାନ୍ତୁ ପଛକେ, ଆମ ସକଳଙ୍କ ମଧ୍ୟରେ ପାଶବିକ ହେବାଲାଗି ପୂର୍ଣ୍ଣ ସାମର୍ଥ୍ୟ ରହିଛି । ଏବଂ, ସେହି ସାମର୍ଥ୍ୟଟିକୁ ଲଗାଇ ଆମେ ପ୍ରକୃତରେ କ’ଣ କରିବା ବା ନକରିବା, ତାହା ଆମକୁ ସର୍ବଦା ଘୋର ବିପଦ ନାନା ଚିନ୍ତାରେ ଅଶ୍ଵସ୍ତ କରି ଦେଉଥିବ ଅଥବା ଆମ ଭିତରେ ନାନାଭଳି ଆଶାଟିଏ ମଧ୍ୟ ଅଙ୍କୁରିତ ହୋଇ ଆସିବାର କାରଣ ହୋଇ ପାରିବ ।

 

ସଂପୂର୍ଣ୍ଣ ମାନବଜାତି ପ୍ରକୃତରେ ପରସ୍ପରର ଅତ୍ୟନ୍ତ ଏକାଭଳି, ସେହି ସତ୍ୟଟିକୁ ସ୍ଵୀକାର କରୁଥିବା ମୋ’ର ପିତାମହ ନିଜ ଜୀବନର ଦୃଷ୍ଟିରେ ସର୍ବଦା ଆଶାର ପକ୍ଷଟିକୁ ହିଁ ଗ୍ରହଣ କରିଥିଲେ ।

 

 

ପୁସ୍ତକ-ପ୍ରବେଶ

–ରଣଧୀର ସିଂହ

 

ଶ୍ରୀଯୁକ୍ତ ବାଓରାସ୍ ଡନ୍‌ହାମଙ୍କ ଦ୍ଵାରା ଲିଖିତ ‘ମିଥ୍ୟା ବିରୋଧରେ ମଣିଷ’ ପୁସ୍ତକଟି ପାଇଁ ମୂଳରେ ପରିଚିତିଟିଏ ଲେଖିଦେବାକୁ ମୋତେ ଅନୁରୋଧ କରାଯାଇଛି । ମୁଁ ମୋ’ର ଲେଖାଟିର ମୂଳରୁ ହିଁ କହିରଖୁଛି ଯେ, ଯଦି ମୋ’ ନିଜ ପାଖରେ ରହିଥିବା ଗ୍ରନ୍ଥଗୁଡ଼ିକ ମଧ୍ୟରୁ କୌଣସିଟିର ଏକ ଦ୍ଵିତୀୟ ମୁଦ୍ରଣ ଆମ ଦେଶରେ ପ୍ରକାଶିତ ହେଉ ବୋଲି କଥା ହୁଏ, ତେବେ ସେହି ପୁସ୍ତକଟି ଏହି ‘ମିଥ୍ୟା ବିରୋଧରେ ମଣିଷ’ ବୋଲି ମୁଁ ନିଶ୍ଚୟ କହିବି । ଏପରିକି ଏଇଟିକୁ ଚୋରିକରି ଆଣି ଆମର ଏଠାରେ ଛାପି ବାହାର କରାଯାଉ ବୋଲି ମୁଁ ମତ ଦେବି । ଏକଥାଟି ଜାଣି ମୁଁ ବଡ଼ ଖୁସୀ ବି ହୋଇଛି ଯେ, ଏବେ ଏହାର ଏକ ଅଧିକ ଯୋଗ୍ୟ ଭାରତୀୟ ସଂସ୍କରଣ ପ୍ରକାଶିତ ହେବ ବୋଲି ଠିକ୍ ହୋଇଛି । ଏହି ବିଖ୍ୟାତ ପୁସ୍ତକଟିର ଏକ ପୁନଃମୁଦ୍ରଣ ବାହାରିବା ନିମନ୍ତେ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ କରିଥିବାରୁ ସେମାନଙ୍କର ସେହି ସାହସୀ ପଦକ୍ଷେପଟି ପାଇଁ ପ୍ରଫେସର ବିପନ ଚନ୍ଦ୍ର ଓ ନେଶନାଲ୍ ବୁକ୍ ଟ୍ରଷ୍ଟଙ୍କୁ ଆମର ଅବଶ୍ୟ କୃତଜ୍ଞତା ଜଣାଇବା ଉଚିତ ।

 

ଶ୍ରୀ ଜେ.ଡ଼ି. ବର୍ନାର୍ଡ଼୍, ଜେ.ବି.ଏଚ୍. ହାଲ୍‌ଡ଼େନ୍ ଅଥବା ଆଲ୍‌ବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ଭଳି ବିଖ୍ୟାତ ତଥା ଅଗ୍ରଗଣ୍ୟ ବ୍ୟକ୍ତିମାନେ ଏହି ପୁସ୍ତକଟିକୁ ଅତ୍ୟନ୍ତ ଶିକ୍ଷାପ୍ରଦ ବୋଲି ମନେ କରିଛନ୍ତି, ଏଥିରେ ସନ୍ନିହିତ ବୁଦ୍ଧିଦୀପ୍ତତା ଓ ପ୍ରଜ୍ଞାର ପ୍ରଶଂସା କରିଛନ୍ତି,–ତାହାକୁ ହିଁ ସବାଆଗ ଗୋଟିଏ କାରଣ ବୋଲି ଅବଶ୍ୟ କୁହାଯିବ, ଯେଉଁଥିପାଇଁ ଏହାକୁ ପାଠକବର୍ଗଙ୍କର ଗୋଟିଏ ନୂତନ ପିଢ଼ି ହାତରେ ଆଣି ପହଞ୍ଚାଇ ଦେବାର ଏହି ଉଦ୍ୟମଟି କରାଯାଇଛି । କିନ୍ତୁ, ଆଉଗୋଟିଏ ଅଧିକ ମହତ୍ତ୍ୱପୂର୍ଣ୍ଣ କାରଣ ହେଉଛି ଯେ, ବାରୋସ୍ ଡନ୍‌ହାମ୍ ଯେଉଁଭଳି ନିଷ୍ଠାଯୁକ୍ତ ମାର୍ଗରେ ଦର୍ଶନର ଅନୁଶୀଳନ କରିଥିଲେ, ଆମର ଏହି ସମୟଗୁଡ଼ିକ ଲାଗି ତାହା ପ୍ରକୃତରେ ଆଦର୍ଶସ୍ଥାନୀୟ ହୋଇ ରହିଛି ।

 

ଯେଉଁପରି ଗୋଟିଏ ସମୟରେ ଅଧିକତମ ସ୍ଥାନ ଏବଂ ଅବସରରେ ଦର୍ଶନର ଅଧ୍ୟୟନ ଏବଂ ଆଲୋଚନା ବାସ୍ତବ ପୃଥିବୀଠାରୁ ସତେଅବା ପଳାଇ ଯାଉଥିବା ପରି ମୁଖ୍ୟତଃ ଏକ ଭାଷାଗତ ବିଶ୍ଳେଷଣ, ବିଚାରକଳ୍ପନାଗୁଡ଼ିକର ସ୍ପଷ୍ଟୀକରଣ ଏବଂ ଅର୍ଥ-ବିସ୍ତାରଣ ମଧ୍ୟରେ ନିଜକୁ ସୀମିତ କରି ରଖୁଛି ଏବଂ ସେହିପରି କରି ଦର୍ଶନକୁ ଗୋଟିଏ ଗୌଣ ସ୍ତରର ଅଧ୍ୟୟନରେ ପରିଣତ କରିଦେଉଛି,–ଯାହାର କି ମୁଖ୍ୟ ସମସ୍ୟା ଏବଂ ଉପସ୍ଥିତ ଆହ୍ଵାନଗୁଡ଼ିକ ବିଷୟରେ କହିବାକୁ କିଛିହେଲେ ନାହିଁ ଏବଂ ଜୀବନର ଅସଲ ପ୍ରସଙ୍ଗ ବିଷୟରେ ଆଦୌ କିଛି କୁହା ଯାଉନାହିଁ, ସେହି ସମୟରେ ବାରୋସ୍ ଡନ୍‌ହାମ୍ ଆମର ଏହି ପୃଥିବୀକୁ ବୁଝିବାରେ ତଥା ତାହାକୁ ବଦଳାଇବାରେ ରହିଥିବା ଦର୍ଶନର ଦାୟିତ୍ଵକୁ କେଡ଼େ ଦୃଢ଼ ଭାବରେ ଆମ ସମକ୍ଷରେ ଆଣି ଉପସ୍ଥାପିତ କରି ପାରିଛନ୍ତି । “ଦର୍ଶନ ଆମକୁ ଆମର ବନ୍ଧନଗୁଡ଼ିକ ମଧ୍ୟରୁ ମୁକ୍ତ କରି ଆଣି ପାରୁଥିବା ଉଚିତ,–ତା’ ନହେଲେ ତାହାର କୌଣସି ମୂଲ୍ୟ ମଧ୍ୟ ଆଉ କାହିଁକି ରହିବ” ବୋଲି ବାରୋସ୍ ଡନ୍‌ହାମ୍ ଘୋଷଣା କରିଛନ୍ତି । ଅର୍ଥାତ୍, ଅନ୍ୟଶବ୍ଦରେ କହିଲେ, ଦର୍ଶନ ମନୁଷ୍ୟମୁକ୍ତି ନିମନ୍ତେ ଏକ ସାଧନ ହୋଇ ରହିବ । ଯେଉଁସବୁ ସୌଖୀନ୍ ତତ୍ତ୍ଵସିଦ୍ଧାନ୍ତଗୁଡ଼ିକ ପ୍ରକୃତରେ ଏକ ଚଳତ୍‌ଶକ୍ତିରହିତ ସ୍ଥାଣୁତାର ପ୍ରଚାର କରୁଛନ୍ତି ଓ ଆମେ ମୋଟେ କିଛି ଜାଣିପାରିବା ନାହିଁ ଏବଂ କରି ମଧ୍ୟ ପାରିବାନାହିଁ ବୋଲି ପ୍ରଚାର କରୁଛନ୍ତି, ଲେଖକ ସେଗୁଡ଼ିକ ବିଷୟରେ ପ୍ରଶ୍ନବାଚୀ ଉଠାଇଛନ୍ତି ଏବଂ ସେଗୁଡ଼ିକୁ ବର୍ଜନ କରିଛନ୍ତି । ଦର୍ଶନଶାସ୍ତ୍ରୀମାନଙ୍କର ଅଧ୍ୟାପନା-ପ୍ରକୋଷ୍ଠଗୁଡ଼ିକର ତଥା ପାଠ୍ୟପୁସ୍ତକମାନଙ୍କର କ୍ଷୁଦ୍ର ସୀମା ଭିତରୁ ମୁକ୍ତ କରି ଦର୍ଶନକୁ ଜନଗଣଙ୍କର ହାତରେ ଏକ ତୀକ୍ଷ୍‍ଣ ଅସ୍ତ୍ରରୂପେ ଆଣି ଧରାଇ ଦେବାକୁ ଚୀନ୍‌ର ଶ୍ରୀଯୁକ୍ତ ମାଓ ପ୍ରସ୍ତାବ ଦେଇଛନ୍ତି ଏବଂ ସେହିଭଳି କରିବାକୁ ଅତ୍ୟାବଶ୍ୟକ ବୋଲି କହିଛନ୍ତି । ବାରୋସ୍ ଡନ୍‌ହାମ୍ ମଧ୍ୟ ସେହି କର୍ତ୍ତବ୍ୟଟିକୁ ସ୍ଵୟଂ ଗ୍ରହଣ କରି ନେଇଛନ୍ତି । ତେଣୁ, ଏହି ପୁସ୍ତକଟିରେ ଏପରି କେତେକ ସାମାଜିକ ମିଥ୍ୟାର ସନ୍ଧାନ କରି ବାହାର କରିଛନ୍ତି ଓ ସେଗୁଡ଼ିକୁ ନେଇ ଠିଆ ହୋଇଥିବା ଅଟ୍ଟାଳିକାଟିକୁ ସଂପୂର୍ଣ୍ଣ ଭାବରେ ଭାଙ୍ଗି ମଧ୍ୟ ଦେଇଛନ୍ତି । ସେହି ମିଥ୍ୟାଗୁଡ଼ିକ ପ୍ରଧାନତଃ ମନୁଷ୍ୟମାନଙ୍କୁ କେଡ଼େ ପ୍ରକାରେ ପ୍ରାଚୁର୍ଯ୍ୟ, ସମାନତା ଓ ଶାନ୍ତିରୁ ବଞ୍ଚିତ କରି ରଖିଛନ୍ତି । ତାଙ୍କ ମତରେ ଏହି ମିଥ୍ୟାମାନେ ମନୁଷ୍ୟଗଣଙ୍କ ନିମନ୍ତେ ବାସ୍ତବ ଅସଲ ସ୍ଥିତିଗୁଡ଼ିକୁ ଅନ୍ତରାଳ କରି ରଖିଛନ୍ତି ଏବଂ ଅସମାନତା ତଥା ଏକପାଖିଆ ସୁଯୋଗମାନଙ୍କୁ ଉଚିତ ବୋଲି କହିଛନ୍ତି । ସିଏ ଲେଖିଛନ୍ତି ଯେ ସେଗୁଡ଼ିକ କେବଳ ଗୋଟିଏ ଖାସ୍ ବର୍ଗର ସ୍ଵାର୍ଥସାଧନ କରି ଆସିଛନ୍ତି; ସମାଜର ଏହି ବର୍ତ୍ତମାନର ଗଢ଼ଣଟି ଦ୍ଵାରା ଯେଉଁ ବର୍ଗଟି ଉପକୃତ ହୋଇଛି, କେବଳ ତାହାରି ।

 

ଶ୍ରୀଯୁକ୍ତ ବାରୋସ୍ ଡନ୍‌ହାମ୍ ଯେ ମୁଖ୍ୟସ୍ରୋତରେ ଦର୍ଶନକୁ ପୂରାପୂରି ନିଷ୍ପ୍ରୟୋଜନ ବୋଲି କହିଛନ୍ତି, ସେକଥା ଆଦୌ ନୁହେଁ । ଏବଂ, ଏପରି କରି ସେ ପ୍ରକୃତ ଯାହା ଉଚିତ, ତାହା ହିଁ କରିଛନ୍ତି । ସିଏ ଦାର୍ଶନିକ ବିଶ୍ଳେଷଣର ଏହି ଏକାଳଟିର ଉପଲବ୍ଧିଗୁଡ଼ିକ ପ୍ରତି ଆପଣାର ସ୍ଵୀକୃତି ଜଣାଇଛନ୍ତି । କାରଣ, ଆପଣାର ସକଳ ଅତିରିକ୍ତତା ସତ୍ତ୍ୱେ ସେମାନେ ବହୁପ୍ରକାରେ ଆପଣାର ପ୍ରାପ୍ତ ସତ୍ୟଗୁଡ଼ିକର କ୍ଷେତ୍ରରେ ଉତ୍କର୍ଷମାନ ମଧ୍ୟ ସମ୍ଭବ କରି ପାରିଛନ୍ତି । ବିଶ୍ଳେଷଣ-ଶୈଳୀର ସେହି ଅଗ୍ନି ସର୍ବବିଧ ସତ୍ୟକୁ ଆଲୋକିତ କରି ଦେଖାଇ ଦେଇ ପାରିନଥିଲେ ମଧ୍ୟ ବହୁତ ଭ୍ରମାତ୍ମକତାକୁ ଜାଳି ବିଲୁପ୍ତ ମଧ୍ୟ କରି ଦେଇଛି । ତଥାପି ସିଏ ଉଲ୍ଲେଖ ମଧ୍ୟ କରିଛନ୍ତି: “ଦାର୍ଶନିକମାନେ ଏକଦା ସାହସ କରି ଏହି ବିଶ୍ଵର ଏକ ସମଗ୍ର ଚିତ୍ରକୁ ସମକ୍ଷରେ ସ୍ଥାପନ କରି ବହୁ କଳ୍ପନାନୁମାନ କରି ଯାଇଛନ୍ତି ସତ, ବର୍ତ୍ତମାନ କିନ୍ତୁ ଭାଷାର କ୍ଷେତ୍ରଟିକୁ ହିଁ ନିରାପଦ ମଣି ତାହାରି ସୀମାଟି ଭିତରେ ହିଁ ନିଜକୁ ଖୁବ୍ ଆବଦ୍ଧ କରି ରଖିଛନ୍ତି । ଏମାନେ ତ ଜଣେ ଜଣେ ଭବିଷ୍ୟବକ୍ତା ଭାବରେ ଆପଣାର କାର୍ଯ୍ୟଟିକୁ ଆରମ୍ଭ କରି ଦେଇଥିଲେ, ମାତ୍ର ଶେଷକୁ ଜଣେ ଜଣେ ବ୍ୟାକରଣବେତ୍ତା ରୂପେ ହିଁ ଅଟକି ଗଲେ । ଡନ୍‌ହାମ୍ ଐତିହାସିକ ସ୍ଥିତିଗୁଡ଼ିକର ନାନା ପ୍ରତିବନ୍ଧମାନଙ୍କ ଆଡ଼କୁ ଆମର ଦୃଷ୍ଟି ଆକର୍ଷଣ କରିଥିଲେ ଯାହାକି ବିଶ୍ଵବ୍ରହ୍ମାଣ୍ଡ ଉପରୁ ଆମର ଆଗ୍ରହକୁ ସ୍ଥାନାନ୍ତରିତ କରି ଆଣିଥିଲା ଏବଂ ଭାଷାର ସେହି ଆଲୋଚନା ମଧ୍ୟରେ ହିଁ ସଂପୃକ୍ତ ସମସ୍ତଙ୍କୁ ଛନ୍ଦି ରଖିଦେଲା । ପୁନଶ୍ଚ, ବିଶେଷତଃ ଯେଉଁ ଉତ୍ତାପ ଓ ଅପରାଧୀମାନଙ୍କୁ ଖୋଜି ବାହାର କରିବାର ଯେଉଁ ତତ୍ପରତାମାନ ଅନେକ ସମୟରେ ଦେଖିବାକୁ ମିଳୁଛି, କିଞ୍ଚିତ୍ ଖଳତା ସହିତ ଅଥଚ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ଡନହାମ୍ ମତ ଦେଇଛନ୍ତି, “ସବୁ ବିଷୟଗୁଡ଼ିକ ମଧ୍ୟରୁ ଏହି ଭାଷାକ୍ଷେତ୍ରୀୟ ଆଲୋଚନାର ଦିଗଟି ଉପରେ ପୋଲିସ୍ ମଧ୍ୟ ଆଦୌ ସେତେ ଆଖି ପକାଏନାହିଁ ।”

 

ଏଥରୁ ବେଶ୍ ଅନୁମାନ କରିହେବ ଯେ, ଯଦି ଦର୍ଶନର ଅଧ୍ୟୟନକୁ ମନୁଷ୍ୟର ମୁକ୍ତିଲାଗି ଗୋଟିଏ ସାଧନରୂପେ ଗ୍ରହଣ କରାଯାଏ, ତେବେ ସେଥିପାଇଁ ତଦନୁରୂପେ ଏକ ସାହସ ରହିଥିବା ମଧ୍ୟ ନିଶ୍ଚୟ ଆବଶ୍ୟକ ହେବ । ବାରୋସ୍ ଡନ୍‌ହାମଙ୍କ ଭିତରେ ସେହି ସାହସ ପ୍ରକୃତରେ ଥିଲା । ବ୍ୟକ୍ତିଗତ ସ୍ତରରେ, ମ୍ୟାକାର୍ଥି ସଂତ୍ରାସ ସମୟରେ ସେ ଯେଉଁପରି ଭାବରେ ସେହି ଉପଦ୍ରବଟିର ସମ୍ମୁଖୀନ ହୋଇ ପାରିଥିଲେ, ସେଇଥିରୁ ହିଁ ତାଙ୍କର ସେହି ସାହସଟି ପ୍ରତିପାଦିତ ହେଲା । ଅଣ-ଆମେରିକୀୟ କାର୍ଯ୍ୟକଳାପର ବିଚାର କରୁଥିବା କମିଟି ସମ୍ମୁଖରେ ଉପସ୍ଥିତ ହେବାଲାଗି ସମନ ପାଇବାପରେ ସିଏ ସେହି ନିର୍ଦ୍ଦେଶଟିର ପାଳନ କରିବାକୁ ନାସ୍ତି କରିଦେଲେ । କମିଟି ପ୍ରତି ଅବାଧ୍ୟତା ଦେଖାଇ ଥିବାରୁ ତାଙ୍କର ବିଚାର ହେଲା ଏବଂ ‘ବୌଦ୍ଧିକ କ୍ଷେତ୍ରରେ ଉଦ୍ଧତପଣିଆର ପରିଚୟ ଦେଇଥିବା ହେତୁ ତାଙ୍କୁ ନିଜର ପଦରୁ ହଟାଇ ଦିଆ ଯାଇଥିଲା ।’ ଦର୍ଶନଚର୍ଚ୍ଚାର ସ୍ତରରେ, ସିଏ ଯାହାକିଛି ଯେତେବେଳେ ଲେଖିଛନ୍ତି, ସବୁଠାରେ ହିଁ ନିଜର ସେହି ସାହସିକତାର ପରିଚୟ ଦେଇଛନ୍ତି ।

 

‘ମିଥ୍ୟା ବିରୋଧରେ ମଣିଷ’ ସମ୍ପର୍କରେ ମୋ’ର ବ୍ୟକ୍ତିଗତ ଭାବରେ ଗୋଟିଏ ଅଭିଜ୍ଞତା ହୋଇଛି, ଏବଂ ଏଠାରେ ସେଇଟିକୁ ପୁନର୍ବାର ଉଲ୍ଲେଖ କରିବା ଉଚିତ ବୋଲି ମୁଁ ବିଚାର କରୁଛି । ଉଚ୍ଚଶିକ୍ଷା ତଥା ଅଧ୍ୟାପନାକ୍ଷେତ୍ରର ତରୁଣମାନଙ୍କ ଲାଗି ତାହା କିଛିମାତ୍ରାରେ ଅବଶ୍ୟ ଉପକାର କରିବ ବୋଲି ମୋ’ର ମନେ ହେଉଛି । ଜଣେ ଶିକ୍ଷକ ହିସାବରେ କିଞ୍ଚିତ୍ ଖାସ ପରିଚୟ ଅର୍ଜନ କରିବା ପରେ ମୋତେ ମଧ୍ୟ ନିଜର ମନରେ ଏକ ବିଶେଷ ଅନ୍ୟଭାବନା ରଖିଥିବାର ଦୋଷରେ ଦୋଷୀ କରାଯାଇଥିଲା । ଶିକ୍ଷାଦାନର କ୍ଷେତ୍ରରେ ନିୟୋଜିତ ଯେକୌଣସି ବ୍ୟକ୍ତିର ଜୀବନରେ ଏଇଟିରୁ ବଳି ଅଧିକ ନିନ୍ଦନୀୟ ଅଭିଯୋଗ ପ୍ରକୃତରେ ଆଉ କ’ଣ ବା ହୋଇ ପାରିଥାନ୍ତା ? ଅଭିଯୋଗଟି ବିଷୟରେ ଚିନ୍ତା କରି ମୁଁ ଜାଣି ପାରିଥିଲି ଯେ, ଏଇଟିରେ ଅନ୍ୟଭଳି କୌଣସି ଭାବନାକୁ ନେଇ କିଛି ସେପରି କୁହା ହୋଇ ନଥିଲା । ସେପରି କୌଣସି ଏକତରଫା ଭାବନା ରହିଥିଲେ ସେଇଟିକୁ ତ ଛାଡ଼ି ଦିଆଯିବା ଉଚିତ ଓ ଛାଡ଼ି ବି ଦିଆ ଯାଇପାରିବ । ଏଥିରେ ପ୍ରକୃତରେ ଦର୍ଶନ-କ୍ଷେତ୍ରର ହିଁ ଏକ ପ୍ରଶ୍ନ ନିହିତ ହୋଇ ରହିଥିଲା । ହଁ, ନିଜର ଦାର୍ଶନିକ ମୂଳବିଶ୍ଵାସର କେତେକ ପ୍ରଶ୍ନ ରହିଥିଲା, ଯାହାକୁ କଦାପି ପରିତ୍ୟାଗ କରି ହେବନାହିଁ । ମୁଁ ଯେଉଁଭଳି ଏକ ପରବର୍ତ୍ତୀ ଅବସରରେ ଲେଖିଥିଲି, “ଜଣେ ବ୍ୟକ୍ତିର ସର୍ବଦା ଏକ ଦର୍ଶନଗତ ମୂଳପ୍ରତ୍ୟୟ ରହିବ ହିଁ ରହିବ ।” ଏପରି ମଧ୍ୟ କୁହାହୋଇଥାଏ ଯେ, ଏପରି କୌଣସି ଜଣେ ଦରିଦ୍ର ମନୁଷ୍ୟ ମଧ୍ୟ କଦାପି ନଥିବେ, ଯାହାଙ୍କର ନିଜ ଜୀବନରେ କୌଣସି ମୂଳଭୂତ ଦର୍ଶନ ନଥିବ । ଏହି ବିଷୟରେ ସମ୍ଭବତଃ ଆହୁରି କୁହାଯାଇ ପାରିବ ଯେ, ଏପରି କେହି ଧନାଢ଼୍ୟ ବ୍ୟକ୍ତି ଜଣେ ହେଲେ ବି ନଥିବେ, ଯାହାଙ୍କର ନିଜ ଜୀବନଦର୍ଶନ ବୋଲି ମୋଟେ କିଛି ନଥିବ । ଗୋଟିଏ ଦୃଷ୍ଟିରୁ ବିଚାର କରି ଦେଖିଲେ, ଆମେ ପ୍ରତ୍ୟେକ ମଧ୍ୟ ଜଣେ ଜଣେ ଦାର୍ଶନିକ,–ଆମର ଜାଣତରେ ହେଉ କିମ୍ବା ଅଜାଣତରେ ମଧ୍ୟ ହେଉ,–ଆମ ପ୍ରତ୍ୟେକଙ୍କର ଅଳ୍ପବହୁତ ପ୍ରତ୍ୟକ୍ଷ, ସଚେତନ ନିଜସ୍ଵ ମୂଲ୍ୟଗତ ଅବବୋଧଗୁଡ଼ିକ ସର୍ବଦା ରହିଥାଏ,–ମତାମତ, ବିଶ୍ଵାସ, ଜୀବନପ୍ରତି ଦୃଷ୍ଟିକୋଣ ରହିଥାଏ, ଯେଉଁଗୁଡ଼ିକୁ ଆଧାର କରି ଆମେ ଯାବତୀୟ ପ୍ରକାରେ ଆପଣାକୁ ସକ୍ରିୟ କରିବାରେ ଲାଗିଥାଉ, ଯେଉଁଗୁଡ଼ିକ ଅନୁସାରେ ଜୀବନ ବଞ୍ଚୁ । ଏହି ସବୁଗୁଡ଼ିକୁ ଏକାଠି କରି ଆମେ ଜୀବନର ଏକ ଦର୍ଶନ ରହିଥାଏ । ସେହି ଅନୁସାରେ ହିଁ ଆମର ବୋଲି କହି ପାରିବାର ବାସ୍ତବ ଦୃଷ୍ଟି ଓ ଶୈଳୀମାନ ରହିଥାଏ, ମୂଳବୋଧ ତଥା ଅଗ୍ରାଧିକାରମାନ ଗଠିତ ହୋଇ ଯାଇଥାଏ । ଏପରିକି, ଆମେ ବ୍ୟବହାର କରୁଥିବା ଭାଷାରେ ମଧ୍ୟ ଆମର ସେହି ଦର୍ଶନଟି ପ୍ରତିଫଳିତ ହୁଏ ଏବଂ ସାକ୍ଷୀରୂପେ କାର୍ଯ୍ୟ କରୁଥାଏ । ତେଣୁ, ଜଣେ ମନୁଷ୍ୟର ଜୀବନରେ ଏକ ଦର୍ଶନ ରହିଛି ବା ନାହିଁ, ସେଇଟି ଆଦୌ ଅସଲ ପ୍ରଶ୍ନ ନୁହେଁ; ଜଣେ ମନୁଷ୍ୟ ବରଂ କେଉଁଭଳି ଦର୍ଶନଟିଏ ବାଛି ସେହି ଅନୁସାରେ ଆପଣାକୁ ପରିଚାଳିତ କରିବ, ସେଇଟି ହେଉଛି ପ୍ରକୃତରେ ଅଧିକ ଯୁକ୍ତିଯୁକ୍ତ ।...ମୁଁ ମାର୍କ୍‌ସ୍‌ବାଦକୁ ହିଁ ସମଗ୍ରତଃ ନିଜ ଜୀବନର ପରିଚାଳନାକାରୀ ଦର୍ଶନରୂପେ ଗ୍ରହଣକରି ଅବଶ୍ୟ ନେଇଥିଲି, କିନ୍ତୁ ତଥାପି ଏପରି ଅନେକ ସମସ୍ୟା ରହିଥିଲା, ଯାହା ଅଧିକ ସ୍ପଷ୍ଟୀକରଣ ମଧ୍ୟ ଆବଶ୍ୟକ କରୁଥିଲା ଓ ଜଣେ ଶିକ୍ଷକ ହିସାବରେ ମୋ’ର ଦର୍ଶନଟିକୁ କାର୍ଯ୍ୟକାରୀ କରିବାର ଅବସରମାନଙ୍କରେ ସେଗୁଡ଼ିକର ଅପେକ୍ଷା ରହିଥିଲା । ଏହି ଅବକାଶଟିରେ ‘ମିଥ୍ୟା ବିରୋଧରେ ମଣିଷ’ ମୋତେ ବହୁଭାବେ ସାହାଯ୍ୟ କଲା, ମୋତେ ମୋ’ର ଏକାଧିକ ସଂଶୟରୁ ବାହାରକୁ ରାସ୍ତା ଦେଖାଇ ଦେଇଥିଲା । ମୋ’ ମନରେ ରହିଥିବା ବହୁ ପୂର୍ବଧାରଣାକୁ ସ୍ପଷ୍ଟ କରି ଦେଇଥିଲା । ମୁଁ ଅବିଳମ୍ବେ ବାରୋସ୍ ଡନ୍‌ହାମ୍‌ଙ୍କୁ ଏହି ବିଂଶ ଶତାବ୍ଦୀରେ ଥିବା ମୋ’ର ପ୍ରିୟ ଦାର୍ଶନିକ ବୋଲି ଗ୍ରହଣ କରି ନେଇଥିଲି ଏବଂ ମାର୍କ୍‌ସୀୟ ଦର୍ଶନର ଅଧ୍ୟୟନ ନିମନ୍ତେ ସେହିଟିକୁ ପରିଚୟ-ପ୍ରଦାନକାରୀ ପ୍ରଥମ ପୁସ୍ତକରୂପେ ସ୍ଵୀକାର କରି ନେଇଥିଲି । ପ୍ରସଙ୍ଗତଃ, ପୁସ୍ତକଟିରେ ମାର୍କସଙ୍କର ଯେଉଁ ତିନୋଟି ଜାଗାରେ ଉଲ୍ଲେଖ କରାଯାଇଛି, ସେଥିରୁ ସବୁଠାରୁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ଦୃଷ୍ଟାନ୍ତଟି ମୋ’ ମତରେ ମୁଖବନ୍ଧରେ ରହିଛି : “ପ୍ରଖ୍ୟାତ ଚିନ୍ତାନାୟକମାନଙ୍କ ମଧ୍ୟରୁ ମୁଁ ସର୍ବାଧିକ ପରିମାଣରେ ସ୍ପିନୋଜା, ହ୍ୟୁମ୍, ମାର୍କସ୍ ଓ ହ୍ଵାଇଟ୍‌ହେଡ଼୍‌ଙ୍କ ଦ୍ଵାରା ଉପକୃତ ହୋଇଛି ।” ଶ୍ରୀଯୁକ୍ତ ଏଙ୍ଗେଲସ୍ ଅନୁଗାମୀମାନଙ୍କୁ ବହୁତ ଜୋର୍ ଦେଇ ବାରବାର କହୁଥିଲେ ଯେ, କେବଳ ତାଙ୍କର ଓ ମାର୍କ୍‌ସ୍‌ଙ୍କର ଉଦ୍ଧୃତିମାନ ଆଣି ବାଢ଼ିଦେଲେ ଜଣେ କଦାପି ମାର୍କସମାର୍ଗୀ ହୋଇ ଯିବନାହିଁ,–ମାତ୍ର ସେଥିଲାଗି ସେମାନଙ୍କ ସ୍ଥାନରେ ମାର୍କସ୍ ଯେଉଁପରି ପ୍ରକୃତରେ ବିଚାର କରିଥାନ୍ତେ ସେହିପରି ବିଚାର ମଧ୍ୟ କରିବାକୁ ପଡ଼ିବ । ବାରୋସ୍ ଡନ୍‌ହାମ୍ ଆପଣାର ଏହି ପୁସ୍ତକଟିରେ ବସ୍ତୁତଃ ସେହି କଥାଟି କରିଛନ୍ତି ଏବଂ, ମସ୍କୋରୁ ବନ୍ୟାଭଳି ଆସି ପହଞ୍ଚି ଯାଉଥିବା ଔପଚାରିକ ମାର୍କସବାଦର ପୁସ୍ତକଗୁଡ଼ିକ ପରି ପ୍ରସଙ୍ଗଟିକୁ ନେଇ ଆମକୁ କନ୍ଦାଇପକାଇବାର ଚେଷ୍ଟା ନକରି ମାର୍କ୍‌ସ୍‌ବାଦ ବିଷୟରେ ଜ୍ଞାନଲାଭ କରିବାର କ୍ଷେତ୍ରରେ ଆମଲାଗି କେବଳ ଆନନ୍ଦର ହିଁ କାରଣ ହୋଇଛନ୍ତି ।

 

ପ୍ରସ୍ତୁତ ପୁସ୍ତକଟିରେ ଦର୍ଶନର ବର୍ତ୍ତମାନ ସ୍ଥିତି ଓ ସାଧାରଣ ଭାବରେ ମାନବୀୟ ବିଚାରଜଗତ ବିଷୟରେ କହିବାକୁ ଯାଇ ବାରୋସ୍ ଡନ୍‌ହାମ୍ ସେହି “ଦ୍ଵିବିଧ ଅର୍ଥର ଆଭାସଟିଏ ଆଣି ଦେଉଥିବା ଅସ୍ପଷ୍ଟତା”ର ଚର୍ଚ୍ଚା କରିଛନ୍ତି,–ଯାହାକୁ ପାଠ କରି ସମ୍ଭବତଃ ସେତେବେଳେ ସତେଅବା ଗୋଧୂଳି ସମୟର ସେହି ଝାପ୍‌ସାଟା ପରି ଲାଗେ ଓ ପୁଣି କେତେବେଳେ ସତେଅବା ସକାଳ ହୋଇଗଲା ପରି ବି ମନେ ହୋଇଥାଏ । ଶ୍ରୀ ଡନ୍‌ହାମ୍ ତ ସକାଳଟି ହିଁ ହେବ ବୋଲି ଆଶା ପୋଷଣ କରିଥିଲେ, ମାତ୍ର ସେହି ଆଶାଟି ସତେଅବା କ୍ରମେ ବ୍ୟର୍ଥ ହିଁ ହୋଇଗଲା ଏବଂ ବର୍ତ୍ତମାନ ତ ଅସ୍ପଷ୍ଟତାଟା ଆଗ ତୁଳନାରେ ଆହୁରି ଅଧିକ ଅସ୍ପଷ୍ଟ ହୋଇ ଯାଉଥିବା ପରି ମନେ ହେବାରେ ଲାଗିଛି । ସମ୍ପ୍ରତି ଏପରି ଗୋଟିଏ ସ୍ଥିତି ଆମ୍ଭମାନଙ୍କୁ ଆବୋରି ରହିଛି, ଯେତେବେଳେ କି ଏକ ଦିଗରେ ଉତ୍ତର-ଆଧୁନିକତାର ସଂଜ୍ଞାନ ତଥା ସଂସ୍କୃତିର କ୍ଷେତ୍ରରେ ଏକ ଆପେକ୍ଷିକତାବାଦ ହିଁ ଘୋଟି ରହିଛି, ସତ୍ୟ ଏବଂ ବିବେକର ସେହି ଦୀର୍ଘଦିନର ଧାରଣାମାନଙ୍କୁ ନିତାନ୍ତ ନାସ୍ତିମୂଳକ ଭାବରେ ବର୍ଜନ କରାଯାଉଛି, ଜ୍ଞାନାଲୋକର ବାର୍ତ୍ତା ଆଣି ଦେଇଥିବା ସକଳ ମୂଲ୍ୟକୁ ତଥା ବିଶ୍ଵର ଅଗ୍ରଗତି ଓ ବନ୍ଧନମୁକ୍ତି ବିଷୟରେ ସକଳ ଧାରଣାକୁ ପରିତ୍ୟାଗ କରାଯାଉଛି ଏବଂ ତାହାର ପରିଣାମ ସ୍ୱରୂପ ରାଜନୀତିକ ସ୍ଥାଣୁତା ଏବଂ ଆଦର୍ଶଗତ ନାନା ଗତିରୋଧ ହିଁ ରାଜତ୍ଵ କରିବାରେ ଲାଗିଛି । ଏବଂ, ଅପରଦିଗରେ, ସାଧାରଣ ଜନଗଣ ଯେଉଁଟି ଉପରେ ଏତେ ଏତେ ଉଚ୍ଚ ଓ ଅତ୍ୟୁଚ୍ଚ ଆଶାମାନ ସ୍ଥାପନ କରି ଅପେକ୍ଷା କରିଥିଲେ, ସୋଭିଏଟ୍ ରାଷ୍ଟ୍ରର ସେହି ବିପ୍ଳବାତ୍ମକ ପ୍ରୟୋଗଟି ମଧ୍ୟ ଭାଙ୍ଗି ପଡ଼ିଛି । ସେଇଟି ଉପରେ ବାରୋସ୍ ଡନ୍‌ହାମ୍ ମଧ୍ୟ କେତେ ଆସ୍ଥା ରଖି ନଥିଲେ ! ଫଳତଃ ପୁଞ୍ଜିବାଦ ହିଁ ସମଗ୍ର ପୃଥିବୀକୁ ଆପଣାର କର୍ତ୍ତୃତ୍ଵ ଦ୍ଵାରା ଅକ୍ତିଆର କରିନେବ । ପୁଞ୍ଜିବାଦ ମଧ୍ୟ ପୁନର୍ବାର ଦୃଢ଼ତାର ସହିତ ନିଜକୁ ପ୍ରତିଷ୍ଠିତ କରିବ ବୋଲି ଆଗଭର ହେଲାଣି । ଏବେ ତ ପ୍ରାୟ ପୃଥିବୀର ସବୁକିଛି ଉପରେ ଆପଣାର ଧ୍ଵଜା ଉଡ଼ାଇ ଏକ ଜଗତୀକରଣର ପ୍ରକ୍ରିୟା ଆସି ଉପଗତ ହୋଇଗଲାଣି ବୋଲି କୁହାଯାଉଛି ଏବଂ ସେଇଟିର ବାସ୍ତବ ରୂପଟାକୁ ଘୋଡ଼ାଇ ରଖିବା ନିମନ୍ତେ ବର୍ତ୍ତମାନ ପ୍ରାୟ ସକଳ ପ୍ରକାରର ମିଥ୍ୟାପୂର୍ଣ୍ଣ ଭବିଷ୍ୟଚିତ୍ରର ଉପସ୍ଥାପନା ହିଁ କରାଗଲାଣି । ସେଇ ପୁଞ୍ଜିବାଦ ପୁନର୍ବାର ଆପଣାର ନିୟନ୍ତ୍ରଣ–ଜାଲଟିକୁ ମେଲିଦେଇ ସଂପୃକ୍ତ ସମସ୍ତଙ୍କୁ ବୋଧଟିଏ ଆଣି ଦେବାରେ ଲାଗିଛି ଯେ, ପୂର୍ବର ପ୍ରଚଳିତ ନାମଗୁଡ଼ିକୁ ଆଉ ବ୍ୟବହାର କରାଯାଉନାହିଁ । ଉଦାହରଣ ସ୍ୱରୂପ, ଏହି ଉପସ୍ଥିତ କାଳଟିର ଅଭିପ୍ରାୟଗୁଡ଼ିକୁ ଜଗତିକରଣ, ଉଦାରୀକରଣ, ଗଠନଗତ ଅନୁକୂଳନ, ଅର୍ଥନୈତିକ ସଂସ୍କାର, ନୂତନ ଆର୍ଥିକ ନୀତି, (ଏବଂ ଏବେ) ଉଦ୍ୟୋଗୀକରଣ, ବିକାଶ ତଥା ପ୍ରଗତି ଏବଂ ଏପରିକି ନୂତନ ସଭ୍ୟତା ବୋଲି ମଧ୍ୟ କୁହାଯାଉଛି । ବୁଝାଇ ଦିଆଯାଉଛି ଯେ, ତୁମେ ସେଇଟିକୁ ଯାହା କହିପାରିବ ପଛକେ, ପୁଞ୍ଜିବାଦ ବୋଲି କଦାପି କହି ପାରିବନାହିଁ । ଏବେ ସୂଚନାପ୍ରଦାନ ଓ ସମ୍ବନ୍ଧସ୍ଥାପନର ନୂତନ କୌଶଳମାନେ ସେହି ସଞ୍ଚାରଣ-ମାଧ୍ୟମମାନଙ୍କୁ ନିଜ ଅକ୍ତିଆରରେ ରଖିଥିବା ପକ୍ଷଗୁଡ଼ିକର କ୍ଷମତାକୁ ବିପୁଳ ପରିମାଣରେ ବଢ଼ାଇ ଦେଇଛନ୍ତି, ଆପଣାର ବିଜ୍ଞାପନ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ସାହାଯ୍ୟରେ ସେମାନେ ଜନମାନସକୁ ଆପଣାର ମତଲବଗୁଡ଼ିକ ମଧ୍ୟରେ ବାନ୍ଧି ରଖିବା ପାଇଁ ସମର୍ଥ ହୋଇ ଯାଉଛନ୍ତି ଏବଂ ବ୍ୟକ୍ତିମାନଙ୍କ ଭଳି ସଂପୂର୍ଣ୍ଣ ଗୋଟିଏ ଗୋଟିଏ ଜାତିକୁ ମଧ୍ୟ ଆପଣା ଦୂରଦର୍ଶନ ମଧ୍ୟରେ ନେଇ ବାନ୍ଧି ରଖି ପାରୁଛନ୍ତି ଏବଂ ଜନୈକ ଜର୍ମାନ୍ କବିଙ୍କର ଭାଷାରେ, ସେମାନଙ୍କୁ ଏକ ‘ପରୋକ୍ଷ ନିରକ୍ଷରତା’ର ସ୍ତର ମଧ୍ୟକୁ ଠେଲି ଦେଇ ପାରୁଛନ୍ତି । ଆପଣାକୁ ନିଜ ଜୀବନରେ ତିଷ୍ଠି ରହିବାକୁ ସେମାନଙ୍କର ଆଉ କୌଣସି ସ୍ମୃତିଶକ୍ତି, ଭାବନା କିମ୍ବା ଶିକ୍ଷଣପ୍ରକ୍ରିୟା ସହିତ ସଂଲଗ୍ନ ହୋଇ ରହିବାକୁ ପଡ଼ୁନାହିଁ । ସେମାନଙ୍କ ଲାଗି ଏଗୁଡ଼ିକର ଆଉ ପ୍ରାୟ କୌଣସି ମୂଲ୍ୟ ହିଁ ନାହିଁ; ସେମାନେ ଏପରି ଗୋଟିଏ ପୃଥିବୀରେ ଗୋଟିଏ ଗୋଟିଏ ନିଷ୍କ୍ରିୟ ଏକକପ୍ରାୟ ହୋଇ ରହି ଯାଉଛନ୍ତି, ଯେଉଁଠାରେ କି କେବଳ ଜଣେ ବଢ଼ିଆରୁ ବଢ଼ିଆ ଉପଭୋକ୍ତା ହୋଇ ରହିବାଟା ଏକ ସର୍ବମୀମାଂସାକାରୀ ଆଦର୍ଶବାଦରେ ପରିଣତ ହୋଇଛି । ସେହି ଆଦର୍ଶବାଦ ସେମାନଙ୍କୁ କେବଳ ତୁରନ୍ତରୁ ଆହୁରି ତୁରନ୍ତ ଉପଭୋଗଧର୍ମୀ ହୋଇଯିବାକୁ ଏବଂ ସେଇଥିରୁ ପୂର୍ଣ୍ଣତୃପ୍ତି ଲାଭ କରିବାକୁ ଚମତ୍କାର ପ୍ରକାରେ ମଣ କରି ରଖିପାରିଛି । ଏକ ପଣ୍ୟ ଏବଂ ବିପଣିଅଭିମୁଖୀ ସମୂହଜୀବନଗତ ସଂସ୍କୃତି ଜନ୍ମଲାଭ କରୁଛି, ଯାହାକି ଗୋଟିଏ ପାଖରେ ଲୋକମାନଙ୍କ ମଧ୍ୟରେ ତୁଚ୍ଛା ଜଣେ ଜଣେ ଉପଭୋକ୍ତା ହୋଇ ରହିବାର ଏକମାତ୍ର ପ୍ରବୃତ୍ତିଟିଏ ବିକଶିତ କରି ଆଣୁଛି ଏବଂ ତାହା ଦ୍ଵାରା ପୁଞ୍ଜିବାଦୀ ଲାଭ ଉପାର୍ଜନ ଲାଗି ଅଧିକ ସମୃଦ୍ଧି ସମ୍ଭବ କରିବାର ଅଭିପ୍ରାୟରେ ହାଟବଜାରମାନଙ୍କୁ ଆହୁରି ଆହୁରି ପ୍ରସାରିତ କରିନେଉଛି ଏବଂ, ଅନ୍ୟ ପକ୍ଷରେ, ଲୋକମାନଙ୍କର ମସ୍ତିଷ୍କଟାକୁ ଏପରି ଭାବରେ ବନାଇ ନେଇ ପାରୁଛି ଯେ, ସେଇଟିକୁ ପ୍ରାୟ ଏକ ଅନୁସରଣଯୋଗ୍ୟ ଆଦର୍ଶବତ୍ ବ୍ୟବହାର କରି ସେମାନଙ୍କୁ ପ୍ରଗତିକାମୀ ସାମାଜିକ ଆଦର୍ଶମାନଙ୍କ ପାଖରୁ ବିଚ୍ୟୁତ କରି ନେଇଯାଉଛି । ସେମାନଙ୍କର ମୁଣ୍ଡଟାରେ ବେଶ୍ ଶାନ୍ତିଦାୟକ, ଭ୍ରାନ୍ତିପୂର୍ଣ୍ଣ ତଥା ବେଳେ ବେଳେ ପୂରା ମିଥ୍ୟାମୟ ଏବଂ ପ୍ରତିକ୍ରିୟାଶୀଳ ସାମାଜିକ ଓ ରାଜନୀତିକ ବାସ୍ତବତାର ଆକର୍ଷଣକାରୀ କେତେ କେତେ ଚିତ୍ରକୁ ଆଣି ଭର୍ତ୍ତି କରି ଦେଉଛି ।

 

କାର୍ଲ୍ ବେଆର୍ଣ୍ଣ୍‍ଷ୍ଟାଇନ୍ ସେଇଟିକୁ ଏକ ପ୍ରକୃତରେ ନିର୍ବୋଧତାପୂର୍ଣ୍ଣ ସଂସ୍କୃତି ବୋଲି କହିଛନ୍ତି, ଯହିଁରେ ପୃଥିବୀର ଇତିହାସରେ ସର୍ବପ୍ରଥମ ଥରଟି ପାଇଁ ଏହି ବିଚିତ୍ର, ବୋଧଶକ୍ତିହୀନ ଏବଂ ଶିଷ୍ଟତାବର୍ଜିତ ଯାବତୀୟ ଅକାମ୍ୟଗୁଡ଼ାକ ଆମର ସାଂସ୍କୃତିକ ମାପକାଠି ଏବଂ ଏପରିକି ଆମର ସାଂସ୍କୃତିକ ଆକର୍ଷଣରେ ପରିଣତ ହୋଇ ଯାଉଛନ୍ତି । ଏବଂ, ସେହି ଅପସଂସ୍କୃତିର ଅଙ୍ଗୁଳିମାନେ ଆମର ଦୂରଦର୍ଶନ ନାମକ ପର୍ଦ୍ଦା, ଚମତ୍କାର କେତେ କ’ଣମାନଙ୍କୁ ବହନ କରୁଥିବା ଖବରକାଗଜ, ଅବର୍ଜିଆ ପତ୍ରପତ୍ରିକା ଏବଂ ସମାନଗୋତ୍ରୀ ଆହୁରି କେତେ କେତେ ଭିଆଣକୁ ମାଧ୍ୟମ କରି ବହୁପ୍ରକାରେ ସଂକ୍ରମିତ ହୋଇଯାଉଛି, ସତେଅବା ସବୁ ମଣିଷଙ୍କୁ ସେମାନଙ୍କର ମାନସିକ କ୍ରିୟାଶୀଳତାକୁ ଏକାବେଳେ କେଉଁ ରସାତଳ ଯାଏ ଭ୍ରଷ୍ଟ କରିନେବାର ଗୋଟିଏ ସୁଚିନ୍ତିତ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ଜ୍ଞାନ ବଦଳରେ କେତେ କେତେ ଶସ୍ତା ୟାଡ଼ୁସାଡ଼ୁକୁ ଆଣି କାପସ୍ୟୁଲ୍ ପରି ଭୁଞ୍ଜାଇ ଦିଆଯାଉଛି ଏବଂ ମଣିଷସମୁଦାୟଟିକୁ ଜଟିଳ ସମସ୍ୟାଗୁଡ଼ିକର ସରଳରୁ ଆହୁରି ସରଳ ଉତ୍ତରମାନ ପାଇବାକୁ ଇଚ୍ଛା କରିବା ସକାଶେ ହିଁ ଖୁବ୍ ଫୁସୁଲା ଯାଉଛି । ଲୋକଗଣଙ୍କର ଚେତନାକୁ ନାନାବିଧ ନିକିମା ଏବଂ ଅତି ସଂକୀର୍ଣ୍ଣ ଗୁଳାମାନଙ୍କରେ ନେଇ ପକାଇ ଦେବାର ବରାଦ ହେଉଛି ଏବଂ ସେମାନଙ୍କର ଅସଲ ମନର ପ୍ରୟାସ ତଥା କ୍ରିୟାଶୀଳତା ଗୁଡ଼ିକ ସତେଅବା କୋଉ ପଛପଟେ ଯାଇ ଅପଚରା ହୋଇ ପଡ଼ି ରହିଲେଣି । ଏହି ସବୁକିଛିର ସମୂହ ପରିଣାମ ସ୍ୱରୂପ ସବୁ ଭେଜାଲ ହୋଇ ଯାଉଛି; ଲୋକମାନଙ୍କର ପ୍ରଶ୍ନ ପଚାରିବାର ପ୍ରବୃତ୍ତିଟି ମଧ୍ୟ ଅନ୍ତର୍ହିତ ହୋଇଯାଉଛି, ସେମାନେ ଆଉ କ୍ରୋଧ କରୁନାହାନ୍ତି, ଆଦୌ କିଛିକୁ ମଧ୍ୟ ନିଆଁ ଲଗାଇ ଶେଷ କରିଦେବା ପାଇଁ ମନ କରୁନାହାନ୍ତି । ସେମାନଙ୍କର ଭିତରେ ରହିଥିବା ସମୀକ୍ଷା କରି ପାରିବାର ଶକ୍ତିଟିର ମୁଷ୍କଛେଦନ ହିଁ ହୋଇଯାଉଛି । ଏକ ସହଜ ଓ ସ୍ଵାଭାବିକ ସାମାଜିକ ସହଜୀବନ ଦୁର୍ବଳ ହିଁ ହୋଇଯାଉଛି । ଅର୍ଥାତ୍ ଏକ ପ୍ରବଳ ଭୋଗକାମୀ ଉତ୍ସାହ ଫଳରେ ଏବଂ ପଲଧର୍ମୀ ସଂସ୍କୃତିର କବଳରେ ପୁଞ୍ଜିବାଦୀ ସମାଜରେ ବ୍ୟକ୍ତିମାନେ ଅତ୍ୟନ୍ତ ନିଃସଙ୍ଗ ହୋଇ ପଡ଼ୁଛନ୍ତି ଏବଂ ଏହି ଘୋର ପୁଞ୍ଜିବାଦୀ ନିୟନ୍ତ୍ରଣରୁ ନିଜକୁ ଆଦୌ ମୁକ୍ତ ରଖି ପାରୁନାହାନ୍ତି । ଅତ୍ୟାଚାରିତ ଏବଂ ଶୋଷିତ ହୋଇ ହୋଇ ସେମାନେ ବର୍ତ୍ତମାନ ଆପଣାର ମଥାଟାକୁ ସଂପୂର୍ଣ୍ଣ ଭାବରେ ଦାଣ୍ଡବଶ କରି ରଖିଛନ୍ତି ଏବଂ ନିଷ୍କୃତିର କୌଣସି ଉପାୟ ନାହିଁ ବୋଲି ବିଶ୍ଵାସ ବି କଲେଣି । ଶ୍ରୀଯୁକ୍ତ ବାରୋସ୍ ଡନ୍‌ହାମ୍ ଏକଦା ଯେଉଁ ଅସ୍ପଷ୍ଟତା ଓ ଅନ୍ଧକାରାଚ୍ଛନ୍ନତା ବିଷୟରେ ଲେଖିଥିଲେ, ଆଜି ସେଇଟି ଆହୁରି ବହଳ ହୋଇ ଯାଇଛି । ସେଥିରେ କୌଣସି ସନ୍ଦେହର ଅବକାଶ ହିଁ ନାହିଁ ।

 

ତେଣୁ, ପୁସ୍ତକଟିକୁ ମାଧ୍ୟମ କରି ଡନ୍‌ହାମ୍ ଯେପରି ସେତେବେଳେ ସେହି ଅନ୍ଧାରଟିର ଅପସାରଣ ନିମନ୍ତେ ସଂଗ୍ରାମ କରିଥିଲେ, ଠିକ୍ ସେହିପରି ଆମକୁ ମଧ୍ୟ ସ୍ଵୀକାର କରିବାକୁ ହେବ ଯେ, ସେହି ସଂଗ୍ରାମଟି ବର୍ତ୍ତମାନ ସୁନିଶ୍ଚିତ ଭାବରେ ଆହୁରି ଅଧିକ ଅତ୍ୟାବଶ୍ୟକ ହୋଇ ପଡ଼ିଛି । ହଁ, ‘ଦର୍ଶନ ଆମକୁ ମୁକ୍ତ ହେବାର ଏକ ମାର୍ଗ ଦେଖାଇବ, ନହେଲେ ସେହି ଦର୍ଶନର ଆଦୌ କୌଣସି ପ୍ରାସଙ୍ଗିକତା ମଧ୍ୟ କାହିଁକି ରହିବ ?’ –ଡନ୍‌ହାମ୍‍ଙ୍କର ସେହି ପୁସ୍ତକଟିରୁ ଉଚ୍ଚାରିତ ସେହି ବାର୍ତ୍ତାଟି ସେଥିଲାଗି ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି ।

 

ଗ୍ରନ୍ଥଟିର ଏହି ନୂତନ ସଂସ୍କରଣଟି ବାହାରୁଥିବା ସମୟରେ ଦର୍ଶନର ଗୁରୁ ଦାୟିତ୍ଵଟି ବିଷୟରେ ମାର୍କ୍‌ସ୍‌ଙ୍କର ସେହି ବିଖ୍ୟାତ ବ୍ୟାଖ୍ୟାଟି ସର୍ବକାଳ ନିମନ୍ତେ ଯେ ବୁଦ୍ଧିର ଉପାସକମାନଙ୍କ ସକାଶେ ଗୋଟିଏ ମନ୍ତ୍ରପ୍ରାୟ ହୋଇ ରହିବ, ସେଥିରେ ଆଉ କୌଣସି ବିବାଦ ରହିବନାହିଁ :

 

ବର୍ତ୍ତମାନ ଆମର ଚତୁର୍ଦ୍ଦିଗରେ ଯାହାକିଛି ରହିଛି, ସେହି ସବୁଗୁଡ଼ିକର ପୂର୍ଣ୍ଣ ମୋହରହିତ ଭାବରେ ସମୀକ୍ଷା କରିବା ହେଉଛି ଆମର ସବାଆଗ କର୍ତ୍ତବ୍ୟ । ସେହି ସମୀକ୍ଷା ତା’ର ଆପଣାର ଦହନକାରୀ ସାମର୍ଥ୍ୟରୁ ଆପଣାକୁ କଦାପି ନିବୃତ୍ତ କରି ରଖିବନାହିଁ ଅଥବା ଉପସ୍ଥିତ ପ୍ରତିଷ୍ଠିତ କ୍ଷମତାଗୁଡ଼ିକ ସହିତ ଯେଉଁ ଦ୍ଵନ୍ଦ୍ଵ ଜାତ ହେବ, ସେଥିରୁ କଦାପି ଶଙ୍କି ରହି ମଧ୍ୟ ଯିବନାହିଁ ।

 

ଏବଂ ସକାରାତ୍ମକ ଭାବରେ ବୁଝିବା ନିମନ୍ତେ ଆଗ୍ରହ ସ୍ଥାପନ କରି ତଥାପି ଆଦୌ କୌଣସି ପ୍ରକାରେ କମ୍ ପ୍ରତ୍ୟୟଯୁକ୍ତ ନହୋଇ ବାରୋସ୍ ଡନ୍‌ହାମ୍ ମଧ୍ୟ ସେହି ବିଚାରଟିକୁ ବ୍ୟକ୍ତ କରିଛନ୍ତି :

 

ଜଣେ ବିଚାରସମର୍ଥ ବ୍ୟକ୍ତିର କାର୍ଯ୍ୟ ହେଉଛି ଯେ, ସିଏ ବାସ୍ତବ ସ୍ଥିତିଟିର ବର୍ଣ୍ଣନା କରିବାକୁ ଯାଇ ଆପଣାର ଅବଦାନଟିକୁ ଅବଶ୍ୟ ଦେବ; ଯଥାର୍ଥ କଥାଗୁଡ଼ିକ ଯେପରି ପ୍ରକୃତରେ ଠାବ କରି ଯଥାର୍ଥ କାର୍ଯ୍ୟଗୁଡ଼ିକର ସମ୍ପାଦନ ହୋଇପାରିବ, ସିଏ ସେଥିଲାଗି ଅଧିକ କୁଶଳତା ସହିତ ପ୍ରୟାସୀ ହେବ । ....ଆମେ ତାହାକୁ ହିଁ ଯଥାର୍ଥ କୌଣସି ପକ୍ଷପାତ ନଥିବା ଏକ ଆଲୋଚନା ବୋଲି କହିପାରିବା, ଅର୍ଥାତ୍ ସମଗ୍ର ମନୁଷ୍ୟନିୟତିଟି ପ୍ରତି ଆପଣାର ଆନୁଗତ୍ୟ ରଖି ଆମେ ତାହା ଅବଶ୍ୟ କରି ପାରୁଥିବା ।

 

୧୯୬୨ର ସଂସ୍କରଣଟିର ଭୂମିକା

ବାରୋସ୍ ଡନ୍‌ହାମ୍

 

ଯାହାକିଛି ବାସ୍ତବ କ୍ଷେତ୍ରରେ ଘଟୁଛି ଓ ରହିଛି, ତାହାକୁ ବ୍ୟକ୍ତ କରିବା ହେଉଛି ବିଜ୍ଞାନର ଲକ୍ଷ୍ୟ । ସମ୍ଭବତଃ ଆମ ମନୁଷ୍ୟଜାତିର ଅଧେ ବୁଦ୍ଧିକ୍ଷେତ୍ରର ଯାବତୀୟ ପ୍ରଚେଷ୍ଟା ତାହାରି ନିମନ୍ତେ ହିଁ ଉତ୍ସର୍ଗୀକୃତ ହୋଇ ରହିଛି । ଆଉ ଅଧେ ନାନା ସିଦ୍ଧାନ୍ତଗୁଡ଼ିକୁ ବାହାର କରି, ସେଗୁଡ଼ିକର ବିକାଶସାଧନ କରାଇ ଓ ପ୍ରସାରଣ କରାଇ ତଥା ପ୍ରଚାର କରିବାରେ ବ୍ୟୟିତ ହେବାରେ ଲାଗିଛି; ସେହି ସିଦ୍ଧାନ୍ତଚୟ ବାସ୍ତବଟିକୁ ଅଭିବ୍ୟକ୍ତ କରିବାରେ ନୁହଁ, ମାତ୍ର ବଳିଷ୍ଠ ଗୋଷ୍ଠୀମାନଙ୍କର ସ୍ୱାର୍ଥ ତଥା ଉତ୍କର୍ଷଗୁଡ଼ିକୁ ବ୍ୟକ୍ତ କରିବାରେ ତତ୍ପର ରହିଛନ୍ତି । କୌଣସି ସନ୍ଦେହ ନାହିଁ ଯେ, ସେହିସବୁ ସିଦ୍ଧାନ୍ତରେ ନିଜପ୍ରତି ବିଶେଷ ଶ୍ରଦ୍ଧାମାନ ରହିଛି ଏବଂ ସେଗୁଡ଼ିକ ଗୋଟିଏ ଗୋଟିଏ ପ୍ରକାରର ସାମାଜିକ କଳ୍ପନାଚିତ୍ରର ବାହକ ପରି କାର୍ଯ୍ୟ କରୁଛନ୍ତି । ଏବଂ, କଳ୍ପନାଗୁଡ଼ିକ ହେଉଛନ୍ତି ସତକୁସତ କଳ୍ପନା ତଥା ବିଶେଷ ଶ୍ରଦ୍ଧାମାନେ ପ୍ରକୃତରେ କେବଳ ବିଶେଷ ଶ୍ରଦ୍ଧା, ଏହି ପୁସ୍ତକଟିରେ ମୁଁ ମୁଖ୍ୟତଃ ସେହି କଥାଟିକୁ ଦର୍ଶାଇ ଦେବାକୁ ଚାହୁଁଥିଲି ।

 

ସେହି ଖାସ୍ କଳ୍ପନା ଓ ବିଶେଷ ଶ୍ରଦ୍ଧାଜନିତ ଚିତ୍ରମାନେ କାଳେ କାଳେ ବହୁତ ହାନିର କାରଣ ହୋଇଛନ୍ତି ଏବଂ ସେଗୁଡ଼ିକ ମଧ୍ୟରୁ କେତେକ ବର୍ତ୍ତମାନ ମଧ୍ୟ ବେଶ୍ ଚମତ୍କାର ପ୍ରକାରେ ବଳଯୁକ୍ତ ହୋଇ ରହିଛନ୍ତି ! ଏମାନେ ଯଥାର୍ଥ ଯୁକ୍ତିଯୁକ୍ତ ଭାବରେ ଯେ ଏପରି ତିଷ୍ଠି ରହିବାକୁ ସମର୍ଥ ହୋଇଛନ୍ତି ସେକଥା ଆଦୌ ନୁହେଁ, ଇତିହାସରୁ ଭରସା ପାଇବା ହେତୁହିଁ ସମର୍ଥ ହୋଇଛନ୍ତି । ହଁ, ଉପଯୁକ୍ତ ପ୍ରମାଣ ଦ୍ଵାରା କେତେକଙ୍କର ମାନସକ୍ଷେତ୍ରରୁ କେତେକ ମିଥ୍ୟାକୁ ନିଶ୍ଚୟ ଦୂର କରାଯାଇ ପାରିବ; କିନ୍ତୁ, ସମାଜ ଭିତରେ ଅତ୍ୟନ୍ତ ଦୃଢ଼ ଭାବରେ ରହି ଆସିଥିବା ସେହି ମିଥ୍ୟାବୋଧଗୁଡ଼ିକ, ସମାଜଠାରୁ ଖୁବ୍‍ ଅନୁମୋଦନ ଲାଭ କରି ହିଁ ତିଷ୍ଠି ରହିଛନ୍ତି ଓ ସେଗୁଡ଼ିକୁ ପରିହାର କରିବାକୁ ହେଲେ ସେଥି ନିମନ୍ତେ ବୃହତ୍ ନାନା ପରିବର୍ତ୍ତନ ମଧ୍ୟ ଅବଶ୍ୟକ ହେବ । ବସ୍ତୁତଃ, ସେଗୁଡ଼ିକ ଠିକ୍ ନୁହନ୍ତି ବୋଲି ଯେ ସେଗୁଡ଼ିକୁ ବର୍ଜନ କରାଯାଏ ସେକଥା ନୁହେଁ, ସେଗୁଡ଼ିକୁ କୌଣସି କାଳରେ ରାଜନୀତିକ ଜୀବନରେ ଆଉ କୌଣସି ପ୍ରସଙ୍ଗିକତା ନଥାଏ ବୋଲି ସେମାନେ ଅନାବଶ୍ୟକ ହୁଅନ୍ତି ଏବଂ ଅପସରି ଯାଆନ୍ତି । ମାତ୍ର, ସେହି କଥାଟି ପ୍ରକୃତରେ ଘଟିବାଯାଏ ଅବଶ୍ୟ ଦୃଷ୍ଟିଗୋଚର ହୋଇଥାଏ ଯେ କେହି ନା କେହି ସେଗୁଡ଼ିକର ଅବଶ୍ୟ ପ୍ରଚାର କରୁଛନ୍ତି ଏବଂ ସେପରି କରି ଅର୍ଥ ଉପାର୍ଜନ କରୁଛନ୍ତି । ସେହି ଯୁକ୍ତିହୀନ କଳ୍ପନାଗୁଡ଼ିକୁ ବିକଶିତ କରାଇ ଆଣିଥିବା ବିଗତ ଅର୍ଦ୍ଧଶତାବ୍ଦୀଟି ଉପରେ ମୁଁ ଯେତେବେଳେ ପଛକୁ ଚାହିଁ ଦେଖେ, ସେଗୁଡ଼ିକ ପ୍ରାୟ ପ୍ରତ୍ୟେକେ ଏକତ୍ର ହୋଇ ଏପରି ଏକ ପ୍ରମାଦର କାରଣ ଯେ ହୋଇ ଆସିଛନ୍ତି ଯାହାର କି ମୁଁ ପ୍ରଥମରୁ କଳ୍ପନା ମଧ୍ୟ କରିନଥିଲି, ସେତେବଳେ ମୋ’ର ସେହିପରି ମନେ ହୋଇଥାଏ । ପ୍ରଥମ ବିଶ୍ଵଯୁଦ୍ଧଟିରେ ଏତେ ଅଧିକ ରକ୍ତପାତ ଘଟିବ ବୋଲି କେହି ଆଶଙ୍କା କରିନଥିଲେ । ମାତ୍ର ହତ୍ୟାଟା ଯେତିକି ଯେତିକି ବୃଦ୍ଧି ପାଉଥିଲା, ସେହି ହତ୍ୟା ଅପରିହାର୍ଯ୍ୟ ବୋଲି ଏକ ପ୍ରୟୋଜନ ବୋଲି ମଧ୍ୟ ଅନୁଭୂତ ହେବାରେ ଲାଗିଥିଲା । ଯୁଦ୍ଧ ଶେଷ ହେବାର ଦଶବର୍ଷ ପରେ “ପଶ୍ଚିମ”ର ଶାସନକର୍ତ୍ତାମାନେ ଗୋଟିଏ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଲେ ଏବଂ ଅନାହାର ମୃତ୍ୟୁର ଅପନୋଦନ ଆଦୌ ସମ୍ଭବ ହେବନାହିଁ ବୋଲି ବାରମ୍ବାର ଅନୁଭବ କରିଥିଲେ । ପୁନଶ୍ଚ, ସେମାନଙ୍କର ଉପନିବେଶଗୁଡ଼ିକର ଅଧିବାସୀମାନଙ୍କୁ ସେମାନେ ଯେପରି ଉପବାସୀ କରି ରଖିଥିଲେ, ସେମାନେ ସେଇଟିକୁ ମଧ୍ୟ ଅନିବାର୍ଯ୍ୟ ଓ ତେଣୁ ଉଚିତ ବୋଲି ଚିନ୍ତା କରିବାକୁ ଆରମ୍ଭ କଲେ । ସର୍ବଶେଷରେ ଜର୍ମାନୀର ନାତ୍‌ସୀମାନେ ଏହି ପୃଥିବୀରେ ନିତାନ୍ତ ଅନାବଶ୍ୟକ ଭାବରେ ଏତେ ଅଧିକ ସଖ୍ୟର ମନୁଷ୍ୟଗୁଡ଼ାଏ ବାସ କରୁଛନ୍ତି ବୋଲି ବିଶ୍ଵାସ କରି ପ୍ରାୟ ଏକ ସାମାଜିକ କର୍ତ୍ତବ୍ୟର କାର୍ଯ୍ୟକ୍ରମ ହିସାବରେ ଗଣହତ୍ୟାର ଆଚରଣମାନ କରିବାକୁ ଆରମ୍ଭ କରି ଦେଇଥିଲେ-। ଏବଂ ବର୍ତ୍ତମାନ ଆମର ଏହି ସାଂପ୍ରତିକ ବର୍ଷଗୁଡ଼ିକରେ ଆମକୁ ଏପରି ମଧ୍ୟ ବିଶ୍ଵାସ କରିବାଲାଗି ପ୍ରସ୍ତାବ ଦିଆଯାଉଛି ଯେ, ଆମରି ପରି ପଚାଶ ନିୟୁତ ନାଗରିକଙ୍କର ମୃତ୍ୟୁର ସମ୍ମୁଖୀନ ହେବାକୁ କଦାପି ଏକ ଘୋର ହାନିକାରକ ବିପର୍ଯ୍ୟୟ ବୋଲି ଭାବିବା ଆଦୌ ଉଚିତ ହେବନାହିଁ ।

 

ମୋ’ର ଏହି ପୁସ୍ତକଟିରେ ଯେତୋଟି ମିଥ୍ୟାର ଆଲୋଚନା କରାଯାଇଛି, ପରୋକ୍ଷ ବା ପ୍ରତ୍ୟକ୍ଷ ଯେଉଁ ଭଳି ହୋଇଥାଉ ପଛକେ, ସେଗୁଡ଼ିକର ପ୍ରତ୍ୟେକକୁ ମନୁଷ୍ୟମାନଙ୍କୁ ହତ୍ୟା କରିବାର ଘଟଣାଟିକୁ ସତେଅବା ବେଶ୍ ସହନୀୟ ବା ଗ୍ରହଣୀୟ କରି ମାନି ନେବାର ମତଲବରେ ମାନି ନିଆଯାଇଛି; ସେଗୁଡ଼ିକୁ ଏତେ ଅଧିକ ପରିମାଣରେ ଗର୍ହିତ ବୋଲି ନଭାବି ସତେ ଯେପରି ମାର୍ଜନା କରିଦେବା ସକାଶେ ଆମକୁ ପରାମର୍ଶ ଦିଆଯାଇଛି । ସେଗୁଡ଼ିକୁ ଅପରିହାର୍ଯ୍ୟ ଓ ତେଣୁ ଉଚିତ ବୋଲି ଏକ ଧାରଣା ଦେବାପାଇଁ ଚେଷ୍ଟା କରାଯାଇଛି । ମାତ୍ର କେତେ ଶହ ନୁହନ୍ତି, ନିୟୁତ ନିୟୁତ ମନୁଷ୍ୟମାନଙ୍କୁ ହତ୍ୟା କରିବାର ସେହି ଅକାର୍ଯ୍ୟଟିକୁ । ସେହି କାରଣରୁ ଏହି ମିଥ୍ୟା–ଧାରଣାମାନଙ୍କର ଖଣ୍ଡନ ତଥା ପରିହାର କରିବା ଆମର ଏହି ମନୁଷ୍ୟଜାତିର ତିଷ୍ଠି ରହିବା ସକାଶେ ବସ୍ତୁତଃ ଅତ୍ୟାବଶ୍ୟକ ମଧ୍ୟ ହୋଇଛି । ଇତିହାସ ଏପରି ଏକ ବିପଦପୂର୍ଣ୍ଣ କାଳରେ ଜଣେ ବ୍ୟକ୍ତି ପ୍ରମାଦଟିର ଉତ୍ପାଟନ କରି ଆପଣାକୁ ଜଣେ ସଭ୍ୟ ସୁପୁରୁଷ ବୋଲି ସଫଳତାଜନିତ ଏକ ଆନନ୍ଦ ଅନୁଭବ କରିବା ସକାଶେ ଯେତେ ଇଚ୍ଛା କରିବ, ବରଂ ସତ୍ୟଟିକୁ ସରଳ ଭାବରେ ବ୍ୟାଖ୍ୟା କରିଦେଇ ମନୁଷ୍ୟଜାତିକୁ ସେହି ସଙ୍କଟରୁ ବଞ୍ଚାଇ ରଖିବା ଲାଗି ଆପଣାର ବୁଦ୍ଧିଶକ୍ତିକୁ ଯଥାସମ୍ଭବ କାମରେ ଲଗାଇ ଅଧିକ ତତ୍ପର ହେବାରେ ଉତ୍ସାହ ପ୍ରକାଶ କରିବା ନିମନ୍ତେ ସେଇଟିର ତୁଳନାରେ ଅଧିକ ଇଚ୍ଛା ପ୍ରକାଶ କରିବ ।

 

ମୁଁ ବିଚାର କରୁଛି ଯେ ଏକ ଯଥାର୍ଥ ବ୍ୟାଖ୍ୟା କରିଦେଇ ସଂପୃକ୍ତ ସମସ୍ତଙ୍କର ବୋଧକ୍ଷେତ୍ରଟିରେ ଆଲୋକପାତ କରାଇବା ଦ୍ଵାରା ସର୍ବଦା ଅଧିକ ସଫଳତା ମିଳେ ଏବଂ ସେଇଟିକୁ ହିଁ ଅଧିକ ସହୃଦୟତା ବୋଲି ମଧ୍ୟ ସ୍ଵୀକାର କରାଯାଇପାରେ । ଏହି ସଂସ୍କରଣଟିରେ ଯଦି ମୋତେ ପ୍ରକୃତରେ ଆଦୌ କିଛି ହେଲେ ବଦଳାଇବାକୁ ହୁଏ, ତେବେ ମୁଁ ପଞ୍ଚମ ଅଧ୍ୟାୟରେ ରହିଥିବା କଥାଗୁଡ଼ିକର ସ୍ଵରଟିରେ ତଥା କେତେକ ଯୁକ୍ତିଗତ ଉପସ୍ଥାପନାରେ କିଛି ପରିବର୍ତ୍ତନ କରିବାଲାଗି ହିଁ ଇଚ୍ଛା କରିବି । ସେହି ଅଧ୍ୟାୟରେ ଦୃଷ୍ଟିକୋଣଗତ ଏକ ଅନୁବାଦ ଭାବ ରହିଯାଇଛି ଓ ମୁଁ ସେଥିଲାଗି ଅବଶ୍ୟ ଦୁଃଖ ପ୍ରକାଶ କରୁଛି । ମାତ୍ର ଏଇଟି ମଧ୍ୟ ସତ୍ୟ ଯେ ମୋ’ ଭିତରେ ସେହି ଫ୍ୟାସିଷ୍ଟବିରୋଧୀ ଅତିରିକ୍ତ ଉତ୍ସାହ ହେତୁ ସେପରି ଭାବରେ କଥାଗୁଡ଼ିକ ବ୍ୟକ୍ତ ହୋଇ ଯାଇଥିଲା । ହଁ, ମୁଁ ଖୁବ୍ ଦୁଃଖିତ ଯେ ମୁଁ ସେଥିରେ ଡକ୍ତର ଆଲିସ୍ ହାମିଲ୍‌ଟନଙ୍କର କେତେକ କଥାକୁ ଏକାନ୍ତ ନିରର୍ଥକ ବୋଲି କହି ଦେଇଥିଲି । ଶ୍ରୀମତୀ ହାମିଲ୍‌ଟନ୍‍ ହେଉଛନ୍ତି ଉଦାରହୃଦୟା ଗଣ୍ୟମାନ୍ୟ ଜଣେ ମହିଳା, ଯିଏକି ବିଗତ ବର୍ଷଗୁଡ଼ିକରେ ଅତ୍ୟନ୍ତ ଆନ୍ତରିକତା ସହିତ ରାଜନୀତିର ବେତ୍ରଘାତକାରୀ ବାଳକମାନଙ୍କର ପକ୍ଷ ଗ୍ରହଣ କରି କେତେକ ମତବ୍ୟକ୍ତ କରିଛନ୍ତି । ତାଙ୍କର ସେହି ଶ୍ରଦ୍ଧାଟିକୁ ସମ୍ମୁଖରେ ରଖି ଲେଖା ହୋଇଥିଲେ ପଞ୍ଚମ ଅଧ୍ୟାୟଟି ବେଶ୍ ଅଧିକ ପରିମାଣରେ ମାର୍ଜିତ ଓ ଭଲବି ହୋଇ ପାରିଥାନ୍ତା ।

 

ଏହିପରି ଭାବରେ ମିଥ୍ୟାଗୁଡ଼ିକର ନିରସନ କରୁଥିବା ଜଣେ ବ୍ୟକ୍ତି ତା’ର ସମୀକ୍ଷାରେ ରହିଥିବା ପ୍ରମାଦଗୁଡ଼ିକୁ ମଧ୍ୟ ଶିଖି ପାରିବ । ଏପରି ହେବା ଖୁବ୍ ସମ୍ଭବ ଯେ, ସଂଶୋଧନ ପରେ ସଂଶୋଧନମାନ କାରିବାକୁ ରାଜୀ ହୋଇ ଆମେ ସମସ୍ତେ ଦିନେ ନା ଦିନେ ଆପେ ଆଶା କରିଥିବା ଠାରୁ ଆହୁରି ଅଧିକ ପରିମାଣରେ ମଧ୍ୟ ନିଜକୁ ଅଧିକ ନିରାପଦ ତଥା ସୁଖୀ କରି ନେବାରେ ସମର୍ଥ ହୋଇ ପାରିବା ।

 

ବହୁତ ବହୁତ ମୋହ ତଥା ଭ୍ରାନ୍ତିକୁ ସମୟ ଅବଶ୍ୟ ଖାଇ ଦେଉଥାଏ; ତଥାପି, ସଭ୍ୟତାର ବୃଦ୍ଧି ସଙ୍ଗେ ସଙ୍ଗେ ମୋହମାନେ ବି ମସ୍ତକ ଉତ୍ତୋଳନ କରନ୍ତି : ଜନସମୂହର ଅରଣ୍ୟଟା ଜୀବନ୍ତ ବିଚାରମାନଙ୍କରୁ କେଡ଼େ ଗୋପନ ଭାବରେ ଆଦୌ କୌଣସି ଦାୟିତ୍ଵ ନଥିବା ଶସ୍ତା ଶବ୍ଦଗୁଡ଼ାକର ଅଗ୍ନିକୁ ସାଉଁଟି ନେବାରେ ଲାଗିଥିବ,– ସତେଅବା କାହାର ଦିଆସିଲି କାଠିରୁ ଫକ୍ କରି ଗୋଟିଏ ବୁଦାରେ ନିଆଁଟା ଧରି ହୋଇ ଯାଉଥିବ ଏବଂ, ସେଇଟା ବ୍ୟାପିଯିବା ପୂର୍ବରୁ ହିଁ ଯଦି ସେଇଟାକୁ ଗୋଡ଼ରେ ଦଳି ଖତମ କରିଦିଆ ନଯାଏ, ତେବେ ତାହା ବ୍ୟାପି ହିଁ ଯିବ; ଅଥବା, ଗୋଟାଏ ଦଣ୍ଡା ଧରି ତାହାକୁ ନିଭାଇ ନଦେଲେ, ସେଇଟି ଦୀର୍ଘ ଦଶ ବର୍ଷର ଫଳନ୍ତି ଆବାଦଟିକୁ ଜାଳି ପକାଇବ,–ପୂରା ଆକାଶଟିକୁ ଧୂଆଁରେ କଳା ବି କରିଦେବ ।

 

–ରବର୍ଟ ବ୍ରିଜେସ୍,–‘ସୌନ୍ଦର୍ଯ୍ୟର ଦାୟପତ୍ର’, I, ୫୯୯-୬୦୭

 

ଏପରି ଅନେକ ବଦ୍ଧମୂଳ ଦୃଢ଼ବିଶ୍ଵାସମାନ ଅବଶ୍ୟ ରହିଛନ୍ତି ଏବଂ ମୁଁ ସେହିଗୁଡ଼ିକୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ଦେଖାଇ ଦେଇଛି । ଏବଂ, ଯଦି କେତୋଟିକୁ ତଥାପି ଛାଡ଼ି ଯାଇଥିବି, ତେବେ କିଞ୍ଚିତ୍ ନିଜ ବିଚାରର ପ୍ରୟୋଗ କରି ଯେକୌଣସି ବ୍ୟକ୍ତି ସେଗୁଡ଼ିକୁ ଠାବ କରି ପାରିବ ତଥା ସେଗୁଡ଼ିକରୁ ମୁକ୍ତ ହୋଇ ପାରିବ ।

 

–ସ୍ପିନୋଜା, ଏଥିକସ୍, ପ୍ରଥମ ଭାଗ, ପରିଶିଷ୍ଟ, ଶେଷ କେତୋଟି ବାକ୍ୟ ।

☆☆☆

 

Unknown

ଉପକ୍ରମଣିକା : ମିଥ୍ୟାସମୂହ ଏବଂ ଦର୍ଶନବିତ୍‌ମାନେ

 

“ଆପଣ ଜଣେ ଦର୍ଶନବିତ୍”-ଏକଦା ଡକ୍ଟର ଜନ୍‌ସନଙ୍କୁ ଶ୍ରୀ ଅଲିଭର୍ ଏଡ଼୍‌ୱାଡ଼ର୍ସ୍ କହିଥିଲେ, “ମୋ’ ସମୟରେ ମୁଁ ମଧ୍ୟ ଜଣେ ଦର୍ଶନବିତ୍ ହେବାକୁ ଚେଷ୍ଟା କରିଛି, ମାତ୍ର କିପରି କଣ ହେଉଥିଲା ମୁଁ ଆଦୌ ଜାଣି ପାରୁନଥିଲି, ମାତ୍ର ସେପରି କରିବା ମାତ୍ରକେ ମୋ’ ଭିତରଟାରେ ସର୍ବଦା ଗୋଟାଏ ଖୁସୀ ଆସି ପଶି ଯାଉଥିଲା ।” ଦୁଇଟିଯାଇ ବୃଦ୍ଧ,–ଜଣେ ପଞ୍ଚଷଠି ଓ ଆଉଜଣେ ସତଷଠି ବର୍ଷର–ସେମାନଙ୍କର କଲେଜରେ ଅଧ୍ୟୟନ କରିଥିବାର ଦିନଗୁଡ଼ିକୁ ପୁନର୍ବାର ମନେ ପକାଉଥିଲେ । ମୁଁ ତ ସାହସ କରି ଏପରି କହିପାରିବି ଯେ, ଡକ୍ଟର ଜନ୍‌ସନ ଅର୍ଜନ କରିଥିବା ବିଦ୍ୟା ପ୍ରକୃତରେ ସଂପୂର୍ଣ୍ଣ ଭାବରେ ଅଜେୟ ହିଁ ଲାଗୁଥିଲା,–ବହୁବ୍ୟାପ୍ତ ଥିଲା,–ହଁ, ଅତ୍ୟନ୍ତ ଭବ୍ୟ ଥିଲା, ସୁଦୃଢ଼ ହୋଇ ରହିଥିଲା । ବିଚରା ଅଲିଭର୍, ଯିଏକି “ସେପରି କୌଣସି ଅନୁଭବର ଭାଜନ ନହୋଇ ହିଁ ଜୀବନଟିକୁ ବିତେଇ ଦେଇଥିଲେ”, ସିଏ ସବୁବେଳେ ଦର୍ଶନକୁ ସତେଅବା ଅସ୍ପଷ୍ଟତାପୂର୍ଣ୍ଣ ଆଉକିଛି ବୋଲି ଭାବୁଥିଲେ । ପୁନଶ୍ଚ, ଏଇଟି ମଧ୍ୟ ଗୋଟିଏ ସତ୍ୟକଥା ଯେ, ଏକାଧିକ ଦାର୍ଶନିକ ମଧ୍ୟ ଆମର ଏହି ଦୁଃଖଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା ପୃଥିବୀରେ ତୁମେ କିପରି ସମ୍ଭବ ସର୍ବୋତ୍ତମ ଭାବରେ ବଞ୍ଚିପାରିବ, ସେହି କଥାଟିର ବ୍ୟାଖ୍ୟା କରି ଆପଣାର ସମୟଟିକୁ ସାରି ଦେଇଛନ୍ତି ।

 

ଏବଂ, ଆମେ ଡକ୍ଟର ଜନସନଙ୍କୁ କେବେହେଲେ ଦର୍ଶନକୁ ଏକ ବୃତ୍ତି ପରି ଗ୍ରହଣ କରିଥିବା ଦାର୍ଶନିକମାନଙ୍କର ଶ୍ରେଣୀରେ ଆଣି ଅନ୍ତର୍ଭୁକ୍ତ କରି ପାରିବା ନାହିଁ । ଏମାନେ ତ ବରଂ ନିଜ ଜୀବନରେ ଏକ ଅନ୍ୟ ଧାରାକୁ ଗ୍ରହଣ କରି ନେଇଥାନ୍ତି ଏବଂ ସେମାନେ ପ୍ରଜ୍ଞା ବୋଲି ଯେତିକିରେ ଯୋଗ୍ୟ ହୋଇ ପାରିଥାନ୍ତି ତାହା ସ୍ପଷ୍ଟତଃ କଦାପି ଜନସନ୍‌ଙ୍କର ସମତୁଲ ହୋଇ ନଥାଏ । ଏବଂ, ମୁଁ ଭାବୁଛି, କେବଳ ଯେ ଗୋଟାଏ ଖୁସୀ ତାଙ୍କୁ ହୁଡ଼ାଇ ନେଇଯିବା ହେତୁ ଶ୍ରୀଯୁକ୍ତ ଅଲିଭର୍ ଏଡ଼୍‌ୱାର୍ଡ଼ସ୍ ଜଣେ ଦାର୍ଶନିକ ହୋଇ ପାରିଲେନାହିଁ, ସେକଥା ଆଦୌ ନୁହେଁ । ଯେଉଁ ବ୍ୟକ୍ତିମାନଙ୍କୁ ତଥାପି ସେହି ସମ୍ମାନ ଦେଇ ଜଣେ ଜଣେ ଦାର୍ଶନିକ ବୋଲି କୁହା ଯାଇଥାଏ, ସେମାନେ ସମସ୍ତେ ଏକ ଅତ୍ୟନ୍ତ ପ୍ରଶଂସାଯୁକ୍ତ ପରମ୍ପରା ଭିତରେ ଅବଶ୍ୟ ନିଜନିଜର ସ୍ଥାନ ଲାଭ କରିଛନ୍ତି । ଦର୍ଶନବିଚାରର ସେହି ଆରମ୍ଭ କାଳରେ ଥେଲିସ୍‌ଙ୍କର ଏକ ଛାୟାଯୁକ୍ତ ବୃହତ୍ତା ପ୍ରତିଷ୍ଠିତ ହୋଇ ରହିଛି;–ଦର୍ଶନର ଏକାଳଟିରେ ମଧ୍ୟ ଅବଶ୍ୟ ସେହିପରି ଏକ ବୃହତ୍ ଜଣେ କାହାର ଛାୟା ମଧ୍ୟ ଅବଶ୍ୟ ଦୃଷ୍ଟିଗୋଚର ହେଉଥିବ,–ମାତ୍ର କାହାର ? ଡିୱିଙ୍କର, ରସେଲ୍‌ଙ୍କର, ସାଣ୍ଟାୟନାଙ୍କର ଅଥବା ଭିଟ୍‌ଗେନ୍‌ଷ୍ଟାଇନ୍‌ଙ୍କର ? ଜିଭଟି ଅବଶ୍ୟ ପ୍ରତ୍ୟେକଙ୍କୁ ଛୁଇଁ ଆସିବା ପରି ଅନୁଭବ କରିଥାଏ, ମାତ୍ର ତଥାପି ଗୋଟିଏ କାହାରି ନାମକୁ ପ୍ରକାଶ କରେନାହିଁ । କାରଣ, ପ୍ରକୃତରେ ଏହି ଛାୟାଟି କୌଣସି ଜଣେ ଦାର୍ଶନିକଙ୍କର ନୁହେଁ, ଛାୟାଟି ସମଗ୍ର ଏହି ପୃଥିବୀଟିର ।

 

ଅଧିକ ସ୍ପଷ୍ଟ କରି କହିବାକୁ ଗଲେ, ଏଠାରେ ପୃଥିବୀର ସେହି ଛାଇଟାକୁ ହିଁ ରାତ୍ରି ବୋଲି କୁହାଯାଇଛି । ଏହି ତୁଳନାଟିକୁ ମୁଁ ମୋଟେ ଅତ୍ୟନ୍ତ କଠୋର ଭାବରେ ଆଣି ବ୍ୟବହାର କରିବାକୁ ଇଚ୍ଛା କରିବି ନାହିଁ । ଦର୍ଶନ-ଅଧ୍ୟୟନର ସାମ୍ପ୍ରତିକ ଅବସ୍ଥା ଏବଂ ମାନବୀୟ ବିଚାରର ସ୍ଥିତିଟା ଏବେ ମଧ୍ୟ ଏଭଳି ହୋଇନାହିଁ ଯେ, ତାହାକୁ

 

ଏପରି ଗୋଟିଏ ଅନ୍ଧାର ବୋଲି କୁହାଯିବ, ଯାହାକୁ କି କୌଣସି ତାରକା ଦୂର କରି ପାରିବେନାହିଁ;–ଏକ ଅତି କାଲୁଆ ରାତିରେ ତାହା ହେଉଛି ତ୍ରାସର ଏକ ପ୍ରାଚୀର,–

 

ହୁଏତ ସେତିକି ଯାଏ କହିହେବ । ଅଥବା, ଆମେ ତାହାକୁ ସେହି ବିଭ୍ରାନ୍ତକାରୀ ଅସ୍ପଷ୍ଟତା ବୋଲି ମଧ୍ୟ କହି ପାରିବା, ଯାହା ସମ୍ଭବତଃ ଗୋଟିଏ ଗୋଧୂଳିର କ୍ଷଣପରି ହେଇ ପାରିବ, ଏକ ସିନ୍ଦୂରା ଫାଟୁଥିବାର କ୍ଷଣ ବୋଲି ଯାହାକୁ କୁହାଯାଇ ପାରିବ । ବୃତ୍ତିଜୀବୀ ଦର୍ଶନଶାସ୍ତ୍ରୀମାନେ ନିଜନିଜର ମତଗୁଡ଼ିକ ଉପରେ ବହୁ ପରିମାଣର ବିଶ୍ଵାସ ରଖିଥିବା ପରି ଖୁବ୍ ମନେ ହେଉଛନ୍ତି; ମାତ୍ର ହୁଏତ ଦର୍ଶନ ଉପରେ ସେତେଯାଏ ବିଶ୍ଵାସ କରି ପାରିନାହାନ୍ତି । ସେମାନଙ୍କ ଭିତରୁ କେତେ ବସ୍ତୁତଃ ବେଶ୍ ନିଃସଙ୍କୋଚ ହୋଇ କହି ପାରୁଛନ୍ତି ଯେ ଦର୍ଶନ କହିଲେ ଯେ ପ୍ରକୃତରେ କ'ଣ କ’ଣ କଥାକୁ ବୁଝାଇବା ଉଚିତ, ସେମାନେ ସେହି କଥାଟିକୁ ଆଦୌ ଭଲ କରି ଜାଣିନାହାନ୍ତି । ସେମାନଙ୍କର ସେହି କଥିନିଠାରୁ ଆହୁରି ଅଧିକ ବିସ୍ମୟକର କଥାଟି ହେଉଛି ଯେ, ସଂପୃକ୍ତ ସେହି ବ୍ୟକ୍ତିମାନେ ସେକଥାଟାକୁ ମୁହଁ ଖୋଲି କହି ବି ପାରୁଛନ୍ତି । କାରଣ, ଆହୁରି ଅଧିକ ଅସଙ୍ଗତିଯୁକ୍ତ କଥା ଏପରି ସ୍ଵୀକାର କରିବା ଠାରୁ କ’ଣ ହେବ ଯେ, ଜୀବନଯାକର ଏତେ ବୌଦ୍ଧିକ ଶ୍ରମ କରିବାର ଶେଷ ଚରଣଟିରେ ପହଞ୍ଚି ସେମାନେ କହି ପାରୁଛନ୍ତି ଯେ, ସତକୁସତ ସତ୍ୟ ତଥା ଜ୍ଞାନ ବିଷୟରେ ସେମାନେ କ’ଣ ପ୍ରକୃତରେ ଚର୍ଚ୍ଚା କରିବାରେ ଏତେ ସଘନ ଭାବରେ ରତ ଥିଲେ, ସେବିଷୟରେ ସେମାନଙ୍କର କୌଣସି ସ୍ପଷ୍ଟ ଧାରଣା ତଥାପି ହୋଇ ପାରିନାହିଁ ।

 

ଏପରି ଗୋଟିଏ ବିଚିତ୍ର ସ୍ଥିତି ପଛରେ ଗୋଟିଏ କାରଣ ଅବଶ୍ୟ ରହିଛି ଯେ, ସେହି ବୃତ୍ତିଜୀବୀ ମହଲଟିର ବୁଝିବାର ଧାରାଟି ଅନୁସାରେ ଦର୍ଶନ ପାରମ୍ପରିକ ଭାବରେ ପ୍ରାୟ ନିଜେ କାତ ମାରି ନିଜର ଡଙ୍ଗାଟିକୁ ଚଲାଇ ନେବା ଭଳି ଗୋଟିଏ ଧନ୍ଦା ହୋଇ ରହିଆସିଛି । ଦର୍ଶନର ପ୍ରତ୍ୟେକ ଅଧ୍ୟୟନକାରୀ ତା’ର ପୂର୍ବଗାମୀମାନଙ୍କଠାରୁ ହିଁ ଆପଣାର ଖାଦ୍ୟ ସଂଗ୍ରହ କରି ଆଣିଛି ଏବଂ ବାସ୍ତବଟା ଭିତରକୁ ଇଚ୍ଛା କରିବା ପୂର୍ବରୁ ହିଁ ହେଗେଲ୍ କିମ୍ବା କାଣ୍ଟ୍‌ଙ୍କର ବ୍ୟୂହ ଭିତରେ ଯାଇ ଦ୍ରବ୍ୟଗୁଡ଼ିକୁ ଚୟନ କରିଛି । ଫଳତଃ ଉତ୍ତରାଧିକାର ସୂତ୍ରରେ ମିଳିଥିବା ସେହି ବିତ୍ତଗୁଡ଼ିକର ହିଁ ଅବିଚ୍ଛିନ୍ନ ଭାବରେ ଅଧିକରୁ ଅଧିକ ପ୍ରାଞ୍ଜଳତା ସହିତ ବ୍ୟାଖ୍ୟାମାନ ହୋଇଛି, ଶିବିର ସହିତ ଶିବିରର ବିବାଦ ହୋଇଛି ଏବଂ ସେଥିରେ ବ୍ୟକ୍ତିମାନେ ସ୍ଵକଳ୍ପନାଗୁଡ଼ିକୁ ନେଇ ବେଶ ସତର୍କତା ସହିତ କ୍ରୀଡ଼ାରତ ହୋଇ ରହିଛନ୍ତି । ଏବଂ ସେହି ପ୍ରକ୍ରିୟାଟିରେ କେତେକ ସିଦ୍ଧାନ୍ତର ସୁଧାର ଏବଂ ସଂଶୋଧନ ହୋଇଯାଇଛି ଓ ଅନ୍ୟଗୁଡ଼ିକ ନାକଚ ହୋଇ ଯାଇଛି । ଏହି ଦୁଇଟିରୁ ଯେକୌଣସି ଗୋଟିଏ ପଟେ ରହିଥିଲେ ମଧ୍ୟ ପ୍ରାୟ ସମପରିମାଣର ଦାର୍ଶନିକ ପ୍ରୟାସମାନ କରିବାକୁ ହୋଇଛି-

 

ଦ୍ଵିତୀୟ ଆଉଗୋଟିଏ କାରଣ ହେଉଛି, ଦର୍ଶନନାମକ ଆମର ଏହି ବିଷୟଟି ସଂସ୍କାରବଶତଃ ବୃହତ୍ତର ସାଧାରଣ ସିଦ୍ଧାନ୍ତଗୁଡ଼ିକୁ ନେଇ ବ୍ୟସ୍ତ ରହିଛି ଏବଂ ତେଣୁ କୁଆଡ଼େ କେତେଦୂରରେ ଯାଇ ରହିଥିବା ପରି ମନେ ହୋଇଛି ଓ ତାହା ଗୋଟାଏ କିଛି ଖୁବ୍ ଭୟଙ୍କର ଅବଶ୍ୟ ହୋଇଥିବ ବୋଲି ଧାରଣା ଆଣି ଦେଇଛି । “ଆଜି ମୁଁ ପୂରା ଗହମରୁ ପ୍ରସ୍ତୁତ ହୋଇଥିବା ଅଟାର ରୁଟି ଖାଇବି” ବୋଲି ବିଚାର କରି ଯଦି ତୁମେ ତଦନୁରୂପ କାର୍ଯ୍ୟ କର, ତେବେ ତୁମେ ଏକ ବିଶେଷ କିସମର ରୁଟି ଏବଂ ବିଶେଷ କିସମର ଭୋଜନ ନିମନ୍ତେ ସବୁକିଛି କରୁଛି ବୋଲି ତାଦ୍ଵାରା ସମସ୍ତେ ଅବଶ୍ୟ ବୁଝିବେ । ଏବଂ, ଯଦି ତୁମେ ପୁନଶ୍ଚ, “ମୁଁ ପୂରା ଗହମରୁ ପ୍ରସ୍ତୁତ ରୁଟି ସହିତ ଆଜି ଭୋଜନ କରିବି, କାରଣ ତାହା ମୋତେ ଅଧିକ ଖାଦ୍ୟସାର ଯୋଗାଇବ” ବୋଲି କହିବ, ତେବେ ମଧ୍ୟ ତାହା ନିଶ୍ଚୟ ସମସ୍ତଙ୍କର ପୂରା ବୋଧଗମ୍ୟ ହେବ,–ତୁମେ ଏପରି କହି ଏକ ଖାଦ୍ୟବିଜ୍ଞାନର ଆଭାସ ଦେଉଥିଲେ ମଧ୍ୟ ତଥାପି ବୋଧଗମ୍ୟ ହେବ । ଏବଂ, ତୁମେ ଯଦି ତା'ପରେ ପୁନର୍ବାର ପୂରା ଗହମରୁ ତିଆରି ହୋଇଥିବା ଅଟାର ରୁଟି କ’ଣ ପାଇଁ ଅଧିକ ଖାଦ୍ୟସାର ଯୋଗାଇଦିଏ ବୋଲି ବିଶଦ ଭାବରେ କହି ବସିବ, ତେବେ ତଦ୍ୱାରା ତୁମେ ବର୍ତ୍ତମାନ ରସାୟନବିଜ୍ଞାନ ଓ ଶରୀରବିଜ୍ଞାନ ଆଦି କେତେ ବିଜ୍ଞାନର ଆୟତନ ଭିତରେ ଯାଇ ପ୍ରବେଶ କରୁଛ ବୋଲି ବେଶ୍‍ ବୁଝିହେବ; ଏବଂ ଏଥର ଅବଶ୍ୟ ତୁମ କଥାକୁ ଅପେକ୍ଷାକୃତ କମ୍ ବୁଝିହେବ-। ଅନ୍ତତଃ, ଏସବୁ ବିଷୟ ସହିତ କମ୍ ମନୁଷ୍ୟ ପରିଚିତ ଥିବେ । ତୁମେ ହୁଏତ ଏଠାରେ କ୍ଷଣକ ସକାଶେ ଅଟକିବ ଏବଂ କହିବ, “ହଁ, ମୋ’ର ଭୋଜନ ମୋତେ ଯେତେ ଅଧିକ ଖାଦ୍ୟସାର ଆଣି ଯୋଗାଇ ଦେବ, ତଦ୍ଵାରା ମୁଁ ସେତିକି ପରିମାଣରେ ଅଧିକ ସୁସ୍ଥ ବି ହୋଇପାରିବି”-। ଏହାଦ୍ଵାରା ତୁମେ ପୂର୍ବରୁ ସୂଚିତ କରିଥିବା ବିଜ୍ଞାନଗୁଡ଼ିକ ସହିତ ଆରୋଗ୍ୟବିଦ୍ୟାର କଥାଟିଏ ଆଣି ଯୋଡ଼ି ଦେଇଥିବ ଏବଂ ଏଥର ତୁମର ସିଦ୍ଧାନ୍ତଟିର ବ୍ୟାପ୍ତିକ୍ଷେତ୍ରଟି ମଧ୍ୟ ଅଧିକ ପ୍ରସାରିତ ହୋଇ ଯାଇଛି ବୋଲି ଜଣାଯିବ । ଏହି ସିଦ୍ଧାନ୍ତଟିରେ ସମସ୍ତେ ଆପଣାର ସମ୍ମତି ଅବଶ୍ୟ ଦେବେ,–ସେମାନେ ଏସବୁ ବିଷୟରେ କିଛି ଜାଣିନାହାନ୍ତି ବୋଲି ସମ୍ମତି ଦେବେ, ସେକଥା ଆଦୌ ନୁହେଁ-। ମାତ୍ର, ମନେ କରାଯାଉ ଯେ ତୁମେ ଅଥବା ଆଉକେହି ଏଥର ପୁଣି ପଚାରିବେ, ଏହା କିପରି ସମ୍ଭବ ହେଉଛି ଯେ, କୌଣସି ଫସଲର ଦାନାଗୁଡ଼ିକୁ ଆଣି, ଉଡ଼ାଇ, କୁନ୍ଦରେ ପେଷି, ରୁଟି ତିଆରି କରି ଖାଇ ହଜମ କରିବାପରେ ସେଗୁଡ଼ିକ ଆମ ଶରୀରର ହାଡ଼ ଓ ତନ୍ତୁରୂପେ ରୂପାନ୍ତରିତ ହୋଇଯାଉଛି ।” ତୁମକୁ ସମ୍ଭବତଃ ଏକଥାଟି ଜଣାନଥିବ ଯେ ଅଢ଼େଇ ହଜାର ବର୍ଷ ପୂର୍ବେ ଗ୍ରୀସ୍‌ର ଦାର୍ଶନିକ ଶ୍ରୀଯୁକ୍ତ ଆନେକ୍ସାଗୋରାସ୍ ମଧ୍ୟ ଅବିକଳ ସେହି ପ୍ରଶ୍ନଟିକୁ ପଚାରିଥିଲେ : “ଯେଉଁ ଦ୍ରବ୍ୟରେ କେଶର କୌଣସି ଉପାଦାନ ନାହିଁ, ସେହି ଉପାଦାନରୁ କେଶ ଉତ୍ପାଦନ କରିପାରିବା କିପରି ସମ୍ଭବ ହେବ; ଯେଉଁ ଦ୍ରବ୍ୟରେ ମାଂସ ନାହିଁ, ସେଥିରୁ କିପରି ମାଂସ ସମ୍ଭବ ହେବ-?” ସତେ ତ, ଏକଥା କିପରି ସମ୍ଭବ ହେବ ? ବିଜ୍ଞାନମାନେ ଆମକୁ ଯେଉଁ ପ୍ରମାଣ ଆଣି ଦେଉଛନ୍ତି, ସେଥିରୁ ପ୍ରକୃତରେ ତାହାହିଁ ସମ୍ଭବ ହେଉଥିବା ପରି ବୋଧ ହେଉଛି । କିନ୍ତୁ, ତାହା କିପରି ହେଉଛି-? ବିଜ୍ଞାନମାନଙ୍କର ବାହାରେ ଦର୍ଶନଶାସ୍ତ୍ରରେ ହିଁ ଉତ୍ତରଟି ରହିଛି ।

 

ଆମେ ବର୍ତ୍ତମାନ ଆଉଗୋଟିଏ ବାଟରେ କଥାଟିର ପାଖକୁ ଆସିବା । ତୁମେ ତ ଟିକିଏ ପୂର୍ବରୁ କହିଛ, “ମୁଁ ଖାଉଥିବା ଖାଦ୍ୟରେ ଯେତିକି ଅଧିକ ଖାଦ୍ୟସାର ଥିବ, ସେହି ଅନୁସାରେ ମୁଁ ଅଧିକ ସୁସ୍ଥ ମଧ୍ୟ ରହିବି ।” ବର୍ତ୍ତମାନ ମନେ କରାଯାଉ ଯେ ଆଦୌ ଶ୍ରଦ୍ଧା ନଥିବା ଜଣେ ବନ୍ଧୁ ଭତ୍ତର ଦେଇ କହିବେ, “କ’ଣ ହେଲା ସେଥିରୁ ?” ଏହିଭଳି ଏକ ମନ୍ତବ୍ୟକୁ, ପ୍ରଥମେ ପ୍ରଥମେ ବକ୍ତା ହୋଇ ଛିଡ଼ା ହେବାକୁ ବାହାରି ଥିବା ବକ୍ତାମାନେ ଏକ “ଆହ୍ଵାନ” ବୋଲି ମନେ କରିବେ (ଏମାନେ ତ ବିଗତ ପଚିଶି ବର୍ଷ ହେଲା ମୋତେ ସେହି ଆହ୍ଵାନଟିକୁ ହିଁ ଦେବାରେ ଲାଗିଛନ୍ତି–ସେହି ପରିଚିତ ଗଭୀର ଉଦରଟି ମଧ୍ୟରୁ ବାହାରୁଥିବା ସେହି ଗମ୍ଭୀରତା ପୂର୍ଣ୍ଣ କଣ୍ଠସ୍ଵରରେ) । ହଁ, ତୁମକୁ ଉତ୍ତର ଦେବାକୁ ହିଁ ପଡ଼ିବ ଓ ଉତ୍ତରଟି ନିଶ୍ଚୟ ଏହିପରି ହେବ “ସୁସ୍ଥ ରହିବା ହେଉଛି ପ୍ରକୃତରେ ଏକ ଭଲ କଥା” । “ହଁ, ତୁମପାଇଁ ଗୋଟିଏ ଭଲ କଥା ନା ସମସ୍ତଙ୍କ ପାଇଁ ?” –ସେହି ଆଦୌ ଅମ୍ବି ରହି ଯାଉନଥିବା ସିଦ୍ଧାନ୍ତୀଟି ପୁନର୍ବାର ପ୍ରଶ୍ନ କରିବ । “ସମସ୍ତଙ୍କ ପାଇଁ”–ତୁମେ କହିବ, କାରଣ କଥାଟିକୁ କେବଳ ନିଜର ହିତସୀମା ମଧ୍ୟରେ ତୁମେ ଆଦୌ ଆବଦ୍ଧ କରି ରଖିବାକୁ ଇଚ୍ଛା କରୁନଥିବ । ବର୍ତ୍ତମାନ କଥାଟି ଖୁବ୍ ସ୍ପଷ୍ଟ ହୋଇଯିବ ଯେ, “କ’ଣ ହେଲା ସେଇଠୁ ?” ପ୍ରଶ୍ନଟିର ଉତ୍ତର ଦେବାକୁ ଯାଇ ତୁମେ ଯେ ତାହା ଫଳରେ ନୀତିଶାସ୍ତ୍ର ଭିତରକୁ ଟାଣି ହୋଇଗଲ, ତାହା ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଇଥିବ । ଏବଂ, “ସମସ୍ତଙ୍କ ପାଇଁ ଉତ୍ତରଟିକୁ ଦେବା ସଙ୍ଗେ ସଙ୍ଗେ ମଧ୍ୟ ତୁମେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ନୀତିଶାସ୍ତ୍ର ମଧ୍ୟକୁ ଯେ ଟାଣି ହୋଇ ଯାଇଛ, ସେ କଥାଟି ମଧ୍ୟ ପ୍ରତିପାଦିତ ହୋଇ ଯାଉଥିବ । ଏହି ନୀତିଶାସ୍ତ୍ର ହେଉଛି ଦର୍ଶନଶାସ୍ତ୍ରର ଗୋଟିଏ ଅଂଶ, ଏବଂ ତେଣୁ, ସେହି ଭୋଜନ ସମୟର ରୁଟିଟା ଯାଇ ତୁମରି ପାକସ୍ଥଳୀରେ ପହଞ୍ଚିବା ପୂର୍ବରୁ ତୁମ ଦର୍ଶନ ମଧ୍ୟରେ ଯାଇ ପହଞ୍ଚି ଗଲଣି ବୋଲି ଅବଶ୍ୟ ଆବିଷ୍କାର କରିବ ।

 

ଏହି କଥୋପକଥନମୂଳକ ଚର୍ଚ୍ଚାଟିକୁ ଯଦି ଆମେ ଆଗକୁ ଆଉଟିକିଏ ଲମ୍ବାଇଦେଇ ପାରିବା, ତେବେ ଏହି ବିଷୟରେ ଆମ ମନରେ ରହିଥିବା ହୁଏତ ଶେଷ ସଂଦେହଗୁଡ଼ିକ ମଧ୍ୟରେ ନିଶ୍ଚୟ ଦୂର ହୋଇଯିବ । ପ୍ରଶ୍ନକର୍ତ୍ତା ପୁନର୍ବାର ପ୍ରଶ୍ନ କରିବେ, ସିଏ ସମ୍ଭବତଃ ଆପଣାକୁ ଜଣେ ସକ୍ରେଟିସ୍ ବୋଲି ବିଚାର କରୁଥିବେ, “ଏହି ସ୍ଵାସ୍ଥ୍ୟ ମଧ୍ୟ ପ୍ରତ୍ୟେକଙ୍କ ପାଇଁ ହିତକାରୀ ହେବ, ସେକଥାଟିର କୋଉ କାରଣ ରହିଛି ?” ତୁମେ ଉତ୍ତର ଦେବ, “କାରଣ ହେଉଛି ଯେ ସୁସ୍ଥ ଥିବା ସମୟରେ ମନୁଷ୍ୟମାନଙ୍କୁ ପ୍ରକୃତରେ ଭଲ ଲାଗେ ।’’ “ଆଚ୍ଛା”–ପୁନର୍ବାର ପ୍ରଶ୍ନ ଆସିବ,–ଏଥର କିନ୍ତୁ ଆପଣାକୁ ସକ୍ରେଟିସ୍ ବୋଲି ନୁହେଁ, କୌଣସି ଆମେରିକୀୟ କଲେଜର ପ୍ରଫେସର ଭଳି କଳ୍ପନା କରି, “ମୁଁ ଖୁବ୍ ଜାଣିପାରୁଛି ଯେ ତୁମେ ହେଉଛ ଜଣେ ପୂରା ସୁଖବାଦୀ ଏବଂ ଯେହେତୁ ତୁମେ ଅଧିକରୁ ଅଧିକ ମନୁଷ୍ୟଙ୍କ ନିମନ୍ତେ ଅଧିକରୁ ଅଧିକ ସୁଖର କାମନା କରୁଛ, ତୁମକୁ ଜଣେ ସ୍ଵାର୍ଥୀ ପ୍ରୟୋଜନବାଦୀ ବୋଲି ମଧ୍ୟ କୁହାଯାଇ ପାରିବ ।” କିଞ୍ଚିତ୍ ଅଶ୍ଵସ୍ତ ଅନୁଭବ କରୁଥିବା ପରି ତୁମେ ପଚାରିବ, “ଏଥିରେ କୌଣସି ଭୁଲ୍ ବା ମନ୍ଦ ମଧ୍ୟ ରହିଛି କି ?” “ଅନେକ ମନ୍ଦ ଓ ଭୁଲ୍ ରହିଛି । ଭଦାହରଣ ସ୍ଵରୂପ, ସେହି ସୁଖବାଦୀ ବିରୋଧିତାଟି ରହିଛି ।” ତୁମେ ଅନୁଭବ କରିବ, ସତେ ଯେପରି ତୁମ ଗୋଡ଼ତଳେ ଥିବା ମାଟି ଖସି ଖସି ଚାଲିଯାଉଛି । ତେଣୁ ତୁମର ଏକ ଟାଣ ପଥର ଦରକାର ଯାହାକୁ ଆଶ୍ରା କରି ତୁମେ ଛିଡ଼ା ହୋଇ ରହିପାରିବ । ହଁ, ଏଥର ସେହିପରି ବେଶ୍ ପଥରଟିଏ ବି ମିଳିଗଲା: “ମୁଁ ଭାବୁଛି, ନିଜକୁ ସୁସ୍ଥ ରଖିବା ହେଉଛି ପ୍ରତ୍ୟେକ ଲୋକର ଏକ କର୍ତ୍ତବ୍ୟ ।” କିନ୍ତୁ ତା’ ପରେ ସେହି ପଥରଟା ମଧ୍ୟ ଫାଟି ଯାଉଥିବା ପରି ଲାଗିବ । ଆର ବ୍ୟକ୍ତିଜଣକ କହିବେ, “ଆଜ୍ଞା, ଆପଣ ତ ବର୍ତ୍ତମାନ ଆପଣାର ଭୂଇଁଟିକୁ ହିଁ ବଦଳାଇ ଦେଇଛନ୍ତି । ବର୍ତ୍ତମାନ ଆପଣ ଦାର୍ଶନିକ କାଣ୍ଟଙ୍କ୍ ବାଟ ଧରୁଛନ୍ତି । କିନ୍ତୁ, ଆପଣ କ’ଣ ପ୍ରକୃତରେ ଭାବୁଛନ୍ତି ଯେ, କାଣ୍ଟ୍ ଯେଉଁ ଅପରିହାର୍ଯ୍ୟ ଓ ଅବଶ୍ୟ କର୍ତ୍ତବ୍ୟର ଆଲୋଚନା କରିଛନ୍ତି, ସେଥିରୁ ଆପଣାର ସ୍ୱାସ୍ଥ୍ୟର ଏକ ମାର୍ଗର ଅନୁସରଣ କରିବା ମଧ୍ୟ ଗୋଟିଏ ?” ନା–ଏଥିରୁ ମଧ୍ୟ ନିରାପଦ ରହିବା ସମ୍ଭବ ହେଉନାହିଁ ଏବଂ ତେଣୁ ଆଉଥରେ ଆଉକିଛି ଚେଷ୍ଟା କରି ଉତ୍ତର ବାହାର କରାଯାଉ : “ହଁ, ସୁଖ ମିଳୁ କିମ୍ବା ନମିଳୁ, କୌଣସି କିଛିକୁ ନିଜର କର୍ତ୍ତବ୍ୟ ବୋଲି ମନେ କରାଯାଉ ବା ନକରାଯାଉ, ପ୍ରତ୍ୟେକ ଲୋକ ପ୍ରକୃତରେ ସୁସ୍ଥ ରହିବା ନିମନ୍ତେ ଇଚ୍ଛା କରେ ।” ଏଥର ଯାଇ ପ୍ରାୟ ଏକ ଯୁକ୍ତିକ୍ଷେତ୍ରୀୟ ପରାଭବ ହେତୁ ହିମସ୍ଖଳନଟି ତଳକୁ ଖସିବାକୁ ହୁଏତ ଆରମ୍ଭ କରିବ ! “ବାବୁ ଆଜ୍ଞା, ବାବୁ ଆଜ୍ଞା, ବର୍ତ୍ତମାନ ଆପଣ ବାସ୍ତବ ସତ୍ୟଟି ସହିତ ମୂଲ୍ୟତତ୍ତ୍ଵଟିକୁ ଗୋଳାଇ ମିଶାଇ ଦେଉଛନ୍ତି । ଏଇଟିକୁ ଏକ ସର୍ବପ୍ରାଥମିକ ପ୍ରକାରର ଭୁଲ୍ ବୋଲି କୁହାଯିବ ।” “ତେବେ ଆପଣ ଆଉଖଣ୍ଡ ରୁଟି ନିଅନ୍ତୁ !”

 

ଏହି କ୍ଷେତ୍ରରେ ଆପଣ କିପରି ଅଗ୍ରସର ହୋଇଥାଆନ୍ତେ, ମୁଁ ସେହି ବିଷୟରେ କିଛି କହିବି କି ? ସର୍ବପ୍ରଥମ କଥାଟି ହେଛି ଯେ, ଯୁକ୍ତିର ଏହି କ୍ଷେତ୍ରଟିରେ ଆପଣ ହିଁ ସର୍ବଦା ଆଗେ ଆଗେ ରହିଥିବେ । ସିଏ ଯେତେବେଳେ, “ସମସ୍ତଙ୍କ ନିମନ୍ତେ ସ୍ଵାସ୍ଥ୍ୟ କାହିଁକି ଗୋଟିଏ ଉତ୍ତମ ବସ୍ତୁ” ବୋଲି ପଚାରିଲେ, ସେତେବେଳେ ଆପଣ ଉତ୍ତର ଦେଇଥାନ୍ତେ ଯେ, “ଏହି ମତଟିର ସପକ୍ଷରେ ସମସ୍ତଙ୍କର ଏହିଭଳି ଧାରଣାଟିଏ ରହିଛି । ତେଣୁ ସେହି ଧାରଣାଟି ଠିକ୍ ନୁହେଁ ବୋଲି ଦର୍ଶାଇ ଦେବା ନିମନ୍ତେ ବର୍ତ୍ତମାନ ଯାହା କିଛି କୁହନ୍ତୁ ।” ଏହିପରି ଏକ କୌଶଳ ଦ୍ଵାରା ଭୂମିକାର କ୍ଷେତ୍ରରେ ଏକ ପରିବର୍ତ୍ତନ ହୋଇଯାଏ,–ବର୍ତ୍ତମାନ ଆପଣ ପ୍ରଶ୍ନ ପଚାରନ୍ତି ଏବଂ ଅପର ପକ୍ଷଟି ତାହାର ଉତ୍ତର ଦିଏ । ସିଏ ତା' ଫଳରେ ସମରକ୍ଷେତ୍ରଟିକୁ ପରଖି ଦେଖିବାକୁ ଅବଶ୍ୟ କିଞ୍ଚିତ୍ ଅଟକନ୍ତେ ଏବଂ ନିତାନ୍ତ ଶୀତଳ ମୁଦ୍ରାରେ “କ'ଣ କହୁଛନ୍ତି ଆପଣ ?” ବୋଲି ତାଙ୍କର ଧ୍ୟାନକୁ ବେଶ୍ ଭାଙ୍ଗି ଦେଇ ପାରନ୍ତେ ।

 

ଯାବତୀୟ ନୀତିସମ୍ବନ୍ଧୀ ତତ୍ତ୍ଵରେ ଅସୁବିଧାମାନ ଖୁବ୍ ରହିଛି ବୋଲି ସେହି ପ୍ରଫେସର ଖୁବ୍ ଉତ୍ତମ ଭାବରେ ନିଶ୍ଚୟ ଜାଣିଥିବେ । ଏବଂ, ସିଏ ଏପରି କୌଣସି ସ୍ଥିତିରେ ଯାଇ ପଡ଼ିଯିବାକୁ ଆଦୌ ଇଚ୍ଛା କରିବେନାହିଁ, ଯେଉଁଟିକୁ କି ତୁମେ ତତ୍‌କ୍ଷଣାତ୍ ଦୁର୍ବଳ କରିଦେଇ ପାରିବ । ତେଣୁ ସିଏ ତା'ପରେ ଏକ ପରୀକ୍ଷାମୂଳକ ସ୍ଵଭାବର ପଦକ୍ଷେପ ଗ୍ରହଣ କରିବେ : “ଆପଣ ତ ଖୁବ୍ ଜାଣନ୍ତି ଯେ, ‘ଭଲ’ ବୋଲି କହିଲେ ନିର୍ଭୁଲ ଭାବରେ ବସ୍ତୁତଃ କ’ଣ ବୁଝାଏ, ତାହା କହିଦେଇ ପାରିବା ଆଦୌ ସହଜ ନୁହେଁ ।” ଆପଣ କହିବେ, “ପ୍ରକୃତରେ ସହଜ ନୁହେଁ, ମାତ୍ର ତା’ର କ'ଣ ସେଥିପାଇଁ ଅର୍ଥ ହେବ ଯେ ଆମେ ମୋଟେ ଚେଷ୍ଟା କରିବାନାହିଁ ?” ପ୍ରଫେସର ଉତ୍ତର ଦେବେ,–ବର୍ତ୍ତମାନ ତ ସିଏ ପ୍ରାୟ ପରାଭୂତ ହିଁ ହୋଇ ଯାଇଥିବେ, “ହଁ, ମୁଁ ମଧ୍ୟ ଏକଥା ବିଶ୍ୱାସ କରିବାକୁ ଇଚ୍ଛା କରିବି ଯେ, ‘ଭଲ’ର ଆଦୌ କୌଣସି ପୂରା ସଂଜ୍ଞା ଦେଇ ହେବନାହିଁ ବୋଲି ପ୍ରଫେସର ଜର୍ଜ୍ ଇ. ମୁର୍ ଯଥାର୍ଥରେ କହିଛନ୍ତି” । ତୁମେ ଜର୍ଜ୍ ଇ. ମୁର୍‌ଙ୍କ ବିଷୟରେ କିଛି ବି ଶୁଣି ନଥିବ, ତଥାପି ଆପଣଙ୍କୁ ଆପଣାର କୌଶଳଟିକୁ ଅବଲମ୍ବନ କରି ରହିବାକୁ ପଡ଼ିବ : “ଆପଣ କ'ଣ ଏପରି କହିବାକୁ ଚାହୁଛନ୍ତି ‘ଭଲ’ କହିଲେ କହିଲେ କିଛି କଥାକୁ ଅବଶ୍ୟ ଦୁଝାଇବ, ମାତ୍ର ସେଇଟି ବାସ୍ତବରେ କ’ଣ ବୋଲି କେହି କହି ପାରିବନାହିଁ ।” “ହଁ, ଏହି ଦୃଷ୍ଟିକୋଣଟିରେ ମଧ୍ୟ କିଞ୍ଚିତ୍ ଅନ୍ତର୍ବିରୋଧ ରହିଯାଇଛି,”–ଦୀର୍ଘଶ୍ଵାସ ତ୍ୟାଗ କରି ପ୍ରଫେସର କହିବେ, “ମୁଁ ଭାବୁଛି ଏପରି ହୁଏତ ଅପେକ୍ଷାକୃତ ଅଧିକ ସମ୍ଭବ ଯେ, ଜଣେ ଯେତେବେଳେ କୌଣସି ବସ୍ତୁକୁ ‘ଭଲ’ ବୋଲି କହୁଛନ୍ତି, ସେତେବେଳେ ସେ ସେହି ମତଟି ପ୍ରତି ନିଜର ଏକ ବ୍ୟକ୍ତିଗତ ସମର୍ଥନ ହିଁ ଜ୍ଞାପନ କରୁଛନ୍ତି । ଏକ ନିର୍ଦ୍ଦିଷ୍ଟ ଗୁରୁତ୍ଵ ପ୍ରଦାନ କରୁଥିବା ପରି କଣ୍ଠରେ ଜଣେ ବ୍ୟକ୍ତି କିଛି କହୁଥିବା ପରି ।” “ହଁ, ଗୋଟିଏ ଶୂକର ଯେପରି ଗଁ ଗଁ ହୋଇ ରହୁଥିବା ଥାନଟି ବିଷୟରେ ଆପଣାର ସମର୍ଥନକୁ ଜ୍ଞାପନ କରେ, ସେହିପରି କି ?” –ଆପଣ ପଚାରନ୍ତି । “ହଁ, ମୋଟାମୋଟି ସେହିପରି,–ଯଦିଓ ମୁଁ ସେଭଳି ଗୋଟିଏ ଉପମା କେବେହେଲେ ବ୍ୟବହାର କରିନଥାନ୍ତି ।"

 

ଏବଂ, ବର୍ତ୍ତମାନ ଆପଣ ଏକ ସାଂଘାତିକ ପ୍ରହାର ଦେବାଲାଗି ପ୍ରସ୍ତୁତ ହୋଇ ସାରିଥିବେ । “ହଁ, ମୁଁ ଯେତେବେଳେ ‘ସ୍ଵାସ୍ଥ୍ୟ ସବୁ ମନୁଷ୍ୟଙ୍କ ପାଇଁ ଭଲ’ ବୋଲି କହୁଛି, ସେତେବେଳେ ମୁଁ ମଧ୍ୟ କ’ଣ ସେହିପରି ଗଁ ଗଁ ଶବ୍ଦ ହିଁ କରୁଛି ?” “ହଁ, ଯଦି କଥାଟିକୁ ଆପଣ ସେହି ପ୍ରକାରେ କହିବାକୁ ଇଚ୍ଛା କରୁଥିବେ ।” “ଏବଂ, ସ୍ଵାସ୍ଥ୍ୟହାନିକୁ ଯଦି ଆଉ କେହି ଭଲ ବୋଲି ବିଚାର କରିବ, ତେବେ ସିଏ ମଧ୍ୟ ଗଁ ଗଁ ହେଉଛି ବୋଲି ମଧ୍ୟ କହିହେବ କି ?” “ହଁ”, “ପ୍ରଫେସର୍, ଆପଣ ମୋତେ ରୁଟିର ସେହି ଖଣ୍ଡଟିକୁ ଫେରାଇ ଦିଅନ୍ତୁ ।” “କିନ୍ତୁ ବର୍ତ୍ତମାନ ଆପଣ ହିଁ ତ ମୋତେ ସେଇଟିକୁ ଦେଲେ ।” “ହଁ, ସେଥିପାଇଁ ମୁଁ ଦୁଃଖ ପ୍ରକାଶ କରୁଛି । ବର୍ତ୍ତମାନ ମୁଁ ମୋ’ର ଗଁ ଗଁ ଗୁଡ଼ିକୁ ବଦଳାଇ ଦେଇଛି ।”

 

ଆପଣ ସିନା ଜାଣି ପାରୁନଥିଲେ, ସେହି ପ୍ରଫେସର ପ୍ରକୃତରେ ଜଣେ ଯୁକ୍ତିଆଶ୍ରିତ ପ୍ରତ୍ୟକ୍ଷବାଦୀ ହିଁ ଥିଲେ । ସେହି ଅତ୍ୟନ୍ତ ବିଚିତ୍ର ଦର୍ଶନ–ସମ୍ପ୍ରଦାୟର ଜଣେ ବ୍ୟକ୍ତି ଥିଲେ, ଯେଉଁମାନଙ୍କର ତତ୍ତ୍ଵ ଓ ସୂତ୍ରଗୁଡ଼ିକୁ ଆମେ ପରବର୍ତ୍ତୀ ଗୋଟିଏ ଅଧ୍ୟାୟରେ ପରୀକ୍ଷା କରି ଦେଖିବା-। ଅବଶ୍ୟ, ପ୍ରକୃତ କଥାଟି ହେଉଛି ଯେ ସେହି ଆରଜଣକ, ଯିଏ ଆପଣଙ୍କୁ ପ୍ରଶ୍ନମାନ ପଚାରୁଥିଲେ, ସେ ଆପଣଙ୍କୁ ବେଶ୍ ସାଧ୍ୟ କରି ରଖିଥିଲେ, ଏବଂ, ଜଣେ ପ୍ରଶ୍ନକର୍ତ୍ତା ରୂପେ ଆପଣ ମଧ୍ୟ ତାଙ୍କୁ ସାଧ୍ୟ କରି ପାରିଲେ । ଆପଣ ଉଭୟେ ପ୍ରତ୍ୟେକେ ପ୍ରକୃତରେ କ'ଣ କହିବାକୁ ଇଚ୍ଛା କରୁଥିଲେ, ସେଇଟିକୁ ଜାଣିବା ନିମନ୍ତେ ଏଇଟି ପ୍ରକୃତରେ ଗୋଟିଏ କଷ୍ଟକର ପ୍ରକ୍ରିୟା । ଶେଷରେ ଜଣାଗଲା ଯେ, ଆପଣ ଯାହାସବୁ କହୁଥିଲେ, ସେଗୁଡ଼ିକୁ ସେଗୁଡ଼ିକର ନିର୍ଦ୍ଦିଷ୍ଟ ଅର୍ଥରେ ସ୍ଵୟଂ ଜାଣିନଥିଲେ ଏବଂ, ଶେଷରେ ସିଏ ମଧ୍ୟ ବେଶ୍ ଧରା ପଡ଼ିଗଲେ ଯେ, ସିଏ ବସ୍ତୁତଃ ମୋତେ କିଛି ମଧ୍ୟ ବୁଝି ନଥିଲେ ଏବଂ ସେଇଟି ସ୍ଵୀକାର କରିବାକୁ ବାଧ୍ୟ ହେଲେ ।

 

ସୁତାରାଂ, ଏଇଟି ହେଉଛି ଦର୍ଶନକ୍ଷେତ୍ରର ସର୍ବୋତ୍ତମ ପ୍ରକ୍ରିୟା । ଏହାକୁ ଆମେ ବୋଧକଳ୍ପନା ଗୁଡ଼ିକର ବିଶ୍ଳେଷଣ ବୋଲି କହିବା । ଏଥିରୁ ତିନୋଟି ଫଳ ପ୍ରାପ୍ତ ହେବ : (୧) କୌଣସି ଶବ୍ଦ ଅଥବା ଉକ୍ତିର ଆଦୌ କୌଣସି ଅର୍ଥ ରହିଛି କି ନାହିଁ, ଆମେ ସେକଥାଟିକୁ ଆବିଷ୍କାର କରୁ; (୨) ସେହି ଅର୍ଥଟି ବସ୍ତୁତଃ କ'ଣ, ସେକଥାଟିକୁ ଆବିଷ୍କାର କରୁ, (୩) ଏଥିରୁ ଆହୁରି କ’ଣ ସବୁ ବାକ୍ୟର ପୂର୍ବାନୁମାନ କରାଯାଇ ପାରିବ, ସେଇଟିର ଆବିଷ୍କାର ମଧ୍ୟ ସମ୍ଭବ ହୁଏ । ସେହି ଅନୁମାନଗୁଡ଼ିକର ବଳରେ ହିଁ ତ ପ୍ରଦତ୍ତ ଉକ୍ତିଟି ମଧ୍ୟ ସତ୍ୟ ବୋଲି ପ୍ରମାଣିତ ହୋଇପାରେ । ଅବଶ୍ୟ, ଏକଥା ମଧ୍ୟ ସମ୍ଭବ ଯେ, ଆମେ ଏକ ଅତିମାତ୍ରାର ଉତ୍ସାହ ଦେଖାଇ ଏହି ପ୍ରକ୍ରିୟାଟିକୁ ବ୍ୟବହାର ମଧ୍ୟ କରିପାରିବା ଏବଂ ସେପରି କରି ସେଇଟିକୁ ଆଖର ଗୋଟାଏ ତୁଚ୍ଛା ବିତଣ୍ଡାର ସ୍ତରକୁ ହୁଏତ ନେଇ ଆସିବା । ତଥାପି, ଯଦି ତୁମେ ସମୟ ତଥା ଧୈର୍ଯ୍ୟର କୌଣସି ହିସାବ ରଖି ପ୍ରକ୍ରିୟାଟିକୁ ଦଉଡ଼ାଇ ନନିଅ, ତେବେ ତୁମେ ଆଦୌ ଆମର ଉପସ୍ଥିତ ପୃଥିବୀଟିକୁ ଜାଣି ପାରିବନାହିଁ ବା ସେଇଟି ସହିତ ତୁମର ରହିଥିବା ସମ୍ବନ୍ଧଟି ସମ୍ପର୍କରେ ମଧ୍ୟ ଅଜ୍ଞ ହୋଇ ରହିଯିବ ।

 

ଉଦାହରଣ ସ୍ଵରୂପ, ଯେତେ ଯାହା ମନେ ହେଉଥିଲେ ମଧ୍ୟ ଏହି କଥାଟି କଦାପି ଅବଶ୍ୟମ୍ଭାବୀ ନୁହେଁ ଯେ, ତୁମ ପାଇଁ ଅଥବା ପ୍ରତ୍ୟେକ ମନୁଷ୍ୟ ପାଇଁ ସ୍ଵାସ୍ଥ୍ୟ ଏକ ଉତ୍ତମ ଏବଂ କାମ୍ୟ ବସ୍ତୁ ହୋଇ ନିଶ୍ଚୟ ରହିବ । ହଁ, ଆମେ ନିଶ୍ଚୟ ଗୋଟିଏ ଅର୍ଥରେ ଉକ୍ତିଟିକୁ ଠିକ୍ ବୋଲି କହିପାରିବା । ଆମ କହିପାରିବା ଯେ, ଏକାଧିକ କାମ୍ୟ ଭିତରେ ସ୍ଵାସ୍ଥ୍ୟ ମଧ୍ୟ ଗୋଟିଏ କାମ୍ୟ । କିନ୍ତୁ, ସ୍ଵାସ୍ଥ୍ୟ ହିଁ ସବୁଠାରୁ ଅଧିକ କାମ୍ୟ ବୋଲି ଯଦି କୁହାଯାଏ, ତେବେ ସେହି ଉକ୍ତିଟିକୁ ଆଉ ସଂପୂର୍ଣ୍ଣ ଭାବରେ ଭ୍ରମଶୂନ୍ୟ ବୋଲି ସମ୍ଭବତଃ କୁହାଯାଇ ପାରିବନାହିଁ । ଅନ୍ୟାନ୍ୟ ‘ଅଧିକ କାମ୍ୟ’ ମୂଲ୍ୟଗୁଡ଼ିକ ମଧ୍ୟରେ ସ୍ଵାସ୍ଥ୍ୟ ମଧ୍ୟ ସ୍ପଷ୍ଟତଃ ଏକ ମୂଲ୍ୟ ବୋଲି ପରିଚିତ ହୋଇ ପାରିଛି ଏବଂ ସେହି ଅନ୍ୟଗୁଡ଼ିକର କାମରେ ଲାଗି ପାରୁଛି, ସେହି କଥାଟିକୁ ଖୁବ୍ ଦାବୀ କରାଯାଇ ପାରିବ । ଜଣେ ବ୍ୟକ୍ତିକୁ ତା’ର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପ୍ରଶଂସା କରିବା ଆଗରୁ ହିଁ ଆପଣାର ସ୍ଵାସ୍ଥ୍ୟକୁ ନେଇ ସିଏ ପ୍ରକୃତରେ କିପରି କେଉଁ କାମରେ ଲଗାଉଛି, ଆମେ ସେହି କଥାଟିକୁ ନିଶ୍ଚୟ ଜାଣିବା ପାଇଁ ଇଚ୍ଛା କରିବା । ଏବଂ, ଏପରି ବେଶ୍ କେତେ କେତେ ସ୍ଵାସ୍ଥ୍ୟବାନ୍ ବ୍ୟକ୍ତି ଅବଶ୍ୟ ଥିବେ, ଯେଉଁମାନେ କି ଏଭଳି ନାନା ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ହୋଇ ରହିଥାନ୍ତି ଯେ, ଆମେ ସେମାନଙ୍କୁ ଏହି ପୃଥିବୀରେ ବଞ୍ଚିରହିବା ଲାଗି ମଧ୍ୟ ଅଯୋଗ୍ୟ ବୋଲି ଭାବିବାକୁ ଆରମ୍ଭ କରିବା,–ସେମାନେ ଏହିପରି ଭାବରେ ସୁସ୍ଥ ହୋଇ ରହିଥାନ୍ତୁ ବୋଲି ତ ଆହୁରି କମ୍ ହିଁ ଇଚ୍ଛା କରୁଥିବା !

 

ଏହିପରି ଭାବରେ, ଯେପର୍ଯ୍ୟନ୍ତ ଆମର ବିଚାର ଓ ଭାବନାଟି ଯାଇ ପାରୁଥିବ, ଯାବତୀୟ ଉକ୍ତିଗୁଡ଼ିକର ପଶ୍ଚାତରେ ରହିଥିବା ଅର୍ଥ ଓ ଅନୁମାନଗୁଡ଼ିକର ବିଶ୍ଳେଷଣ କରିବା, ସେହି ଉଦ୍ୟମମାନଙ୍କୁ ନ୍ୟାୟତଃ ଦର୍ଶନକ୍ଷେତ୍ରର ଅନ୍ତର୍ଗତ ବୋଲି କୁହାଯିବ । ଏଇଟି କରିବା ନିମନ୍ତେ ତୁମକୁ ଯେ ଜଣେ ଖାସ୍ ଦାର୍ଶନିକର କୌଣସି ବୃତ୍ତି ଅବଲମ୍ବନ କରିବାକୁ ହେବ ମୁଁ ଆଦୌ ସେପରି ଚିନ୍ତା କରୁନାହିଁ । ବରଂ ଏପରି କୁହାଯିବ ଯେ, ଯଥେଷ୍ଟ ବୁଦ୍ଧିଶକ୍ତି ଓ ଆବଶ୍ୟକ ବିଶ୍ଳେଷଣ ନିମନ୍ତେ ଯଥେଷ୍ଟ କୌଶଳ ରହିଥିବା ଓ ଜାଣିଥିବା ଯେକୌଣସି ବ୍ୟକ୍ତି ପ୍ରକୃତରେ ତାହା କରି ପାରିବ । ବସ୍ତୁତଃ ପ୍ରତ୍ୟେକ ବ୍ୟକ୍ତିର ହିଁ ଏଦିଗରେ ପ୍ରୟାସ କରିବା ଖୁବ୍ ଉଚିତ ହେବ, ଯେପରିକି ସେହି ବୃତ୍ତିଟିକୁ ଆପଣାର ଏକ ଖାସ୍ ଧନ୍ଦା ବୋଲି ବିଚାର କରୁଥିବା ଦର୍ଶନ–ପ୍ରବୀଣମାନେ ସେଥିରୁ ଓହରି ଯିବେ ଏବଂ ଅନ୍ୟ ଅବଶିଷ୍ଟ ମନୁଷ୍ୟ ଏପରି ଏକ ସ୍ଵତନ୍ତ୍ର ସାମର୍ଥ୍ୟର ଭାଜନ ମଧ୍ୟ ହୋଇପାରିବେ, ଏବଂ ଦର୍ଶନନାମକ ସେହି କ୍ଷେତ୍ରଟି ପର୍ଯ୍ୟନ୍ତ ନିଜକୁ ଉତ୍ତୀର୍ଣ୍ଣ କରି ନେଇଯିବେ । ଯଦି ଏହିପରି ଭାବରେ ଆମେ ପ୍ରୟାସଟିକୁ ଏକ ପାରସ୍ପରିକ ସହଯୋଗର କ୍ରିୟାଶୀଳତା ଯୋଗାଇ ଦେଇ ପାରିବା, ତେବେ ପ୍ରକୃତରେ କହିହେବ ଯେ, ଶେଷରେ ଆମଭିତରୁ ପ୍ରାୟ ଅଧିକାଂଶ ସେହି ସ୍ତରରେ ଯାଇ ପହଞ୍ଚିଯିବେ ।

 

ଦର୍ଶନ ଏବଂ ବିଭିନ୍ନ ବିଜ୍ଞାନକ୍ଷେତ୍ର

 

ପୃଥିବୀର ସବୁ ମଣିଷ ଯାହାକିଛି ଜ୍ଞାନର ଅଧିକାରୀ ହୋଇ ପାରୁଛନ୍ତି, ସେଗୁଡ଼ିକୁ ଗୋଟିଏ ଚେହେରା ପ୍ରଦାନ କରି ସଂହତ ଭାବେ ଦେଖିବା, ଦର୍ଶନ କହିଲେ ସେକାଳର ଗ୍ରୀକ୍‍ମାନେ ସେହିପରି ଗୋଟିଏ କଥାକୁ ବୁଝୁଥିଲେ । ହଁ, ସେହି ବୁଝିବାଟିର କ୍ଷେତ୍ର ଭିତରେ ନାନା ବିଭାଗ ଏବଂ ବିଭାଜନମାନ ମଧ୍ୟ ରହିଥିଲା । ପ୍ରକୃତିକୁ ନେଇ ଦର୍ଶନ, ନୈତିକ ଜୀବନକୁ ନେଇ ଦର୍ଶନ, ରାଜନୀତି, ନ୍ୟାୟତତ୍ତ୍ଵ, ‘ଆତ୍ମା’, ସ୍ଵର୍ଗର କଳ୍ପନା ମଧ୍ୟରେ ରହିଥିବା ନାନା ଅସ୍ଥିତ୍ଵ, ଏବଂ ବସ୍ତୁତଃ ଭେଷଜ ବିଷୟରେ ମଧ୍ୟ ଦର୍ଶନ । ପୁନଶ୍ଚ, ଜଣେ ବ୍ୟକ୍ତି, ଯଦି ଅଧ୍ୟୟନ ନିମନ୍ତେ ତା’ ପାଖରେ ଯଥେଷ୍ଟ ସୁଯୋଗ ଥାଏ, ସିଏ ମଧ୍ୟ ଏହି ଯାବତୀୟ ବିଷୟରେ ପୂର୍ଣ୍ଣ ଆତ୍ମବିଶ୍ଵାସର ସହିତ ବହୁତ କଥା କହି ପାରୁଥିଲା । ଉଦାହରଣ ସ୍ଵରୂପ, ଏପରି ଅନୁମାନ କରିହେଉଛି ଯେ, ପ୍ଲେଟୋ ଅନ୍ତତଃ ଦୁଇଟି ଅବକାଶରେ ଆପଣାର ସବୁଯାକ ଜ୍ଞାନ ତଥା ଅନୁମାନଗୁଡ଼ିକୁ ଗୋଟିଏ ଲେଖାଏଁ ରଚନା ମଧ୍ୟରେ ଆକାର ପ୍ରଦାନ କରିଛନ୍ତି । * ଆରିଷ୍ଟଟଲ୍‌ଙ୍କର ସଂପୂର୍ଣ୍ଣ ରଚନାବଳୀକୁ ତ ଗୋଟାଏ ପ୍ରକାରର ଜଣେମାତ୍ର ବ୍ୟକ୍ତିଦ୍ଵାରା ଲିଖିତ ହୋଇଥିବା ବିଶ୍ଵକୋଷ ବୋଲି କୁହାଯାଇ ପାରିବ ।

 

*Republic ଏବଂ Timaeus ପୁସ୍ତକରୁ ।

 

ସଂପ୍ରତି ଏହିସବୁ ଗୌରବ ଆଉ ମୋଟେ ସମ୍ଭବ ହୋଇ ପାରିବନାହିଁ, କାରଣ ଆମେ ଅର୍ଜନ କରିବାକୁ ରହିଥିବା ଜ୍ଞାନର ପରିମାଣ ମଧ୍ୟ ବସ୍ତୁତ ଅଗାଧ ଏବଂ ଅପାର ହୋଇ ଯାଇଛି । ଏବେ, ଉଦାହରଣ ସ୍ଵରୂପ, ଜଣେ ଜୀବବିଜ୍ଞାନୀକୁ ମଧ୍ୟ ଖାଲି ବିଜ୍ଞାନକ୍ଷେତ୍ରର ଯେ ସବୁକିଛି ଆଦୌ ଜଣାନଥିବ, ସିଏ ତା’ ନିଜର କ୍ଷେତ୍ର ଜୀବବିଜ୍ଞାନର ମଧ୍ୟ ସବୁକିଛି ଜାଣି ନଥିବ । ସିଏ କେବଳ ନିଜ କ୍ଷେତ୍ରଟିକୁ ଜାଣିଥିବ; ହୁଏତ ଦୃଷ୍ଟାନ୍ତସ୍ଵରୂପ କେବଳ ଭଦ୍‌ଭିଦବିଜ୍ଞାନକୁ ଜାଣିଥିବ, କିମ୍ବା ଜୀବାଣୁଶାସ୍ତ୍ର ଅଥବା ଉତ୍ପତ୍ତିସମ୍ବନ୍ଧୀ ବିଜ୍ଞାନଟିକୁ ଜାଣିଥିବ,–ସମ୍ଭବତଃ ସେଇଟିର କୌଣସି ଏକ ଅଂଶକୁ ଜାଣିଥିବ । ମନେ ହେଉଛି, ଏହିପରି ଭାବରେ ଜାଣିବାର ଏହି ପରିସରଗୁଡ଼ିକୁ ସତେଯେପରି ଜାଣିଜାଣି ଅତ୍ୟଳ୍ପ ଓ ସଂକୀର୍ଣ୍ଣ କରି ଅଣାଯାଇଛି । ତଥାପି, ଏହି କଥାଟିର ଆରପଟଟିକୁ ମଧ୍ୟ ସତ୍ୟ ବୋଲି ସ୍ଵୀକାର କରିବାକୁ ହେବ; ଜଣେ ବୈଜ୍ଞାନିକର ବ୍ୟକ୍ତିଗତ ପରିସରଟି କିନ୍ତୁ ମୋତେ ସଂକୀର୍ଣ୍ଣ ହୋଇ ଯାଇନାହିଁ ,–କିନ୍ତୁ ସମଗ୍ର ପରିସରଟି ସଂକୀର୍ଣ୍ଣ ହୋଇ ଆସିଛି । ଏବଂ, ଜ୍ଞାନର ସମଗ୍ର ଭୂମିବିସ୍ତାରଟି ପ୍ରକୃତରେ ସଂପୂର୍ଣ୍ଣ ଅକଳ୍ପନୀୟ ଭାବରେ ବହୁବ୍ୟାପ୍ତ ହୋଇ ଯାଇଛି । ବୈଜ୍ଞାନିକର ମନଃକ୍ଷେତ୍ରଟି ତଥାପି ତା’ର ସାମର୍ଥ୍ୟ ମୁତାବକ ଅବଶ୍ୟ ପ୍ରଲମ୍ବିତ ହୋଇ ପାରିଛି ସିନା, ମାତ୍ର ସିଏ ତଥାପି ବିଜ୍ଞାନର ସବୁକିଛିକୁ ତା’ର ଭଣ୍ଡାର ଭିତରକୁ ଆଣି ଭର୍ତ୍ତି କରିଦେଇ ପାରୁନାହିଁ । ଯେଉଁ ବୋତଲଟି ଏକଦା ଜଣେ ମନୁଷ୍ୟର ବିଶ୍ଵ ବିଷୟରେ ସବୁଯାକ ଜ୍ଞାନକୁ ନିଜ ଭିତରେ ଭରି ଦେଇ ପାରୁଥିଲା, ଏବେ ସେଇଟି ସତେଅବା ସମୁଦ୍ରକୁ କେବଳ ଶଙ୍ଖେରେ ହିଁ ପରିଣତ ହୋଇଯାଇଛି ।

 

ମୁଁ ଭଲ କରି ଜଣେ ଯେ ଏବେ କୌଣସି ବିଷୟରେ ଜଣେ ବିଶେଷଜ୍ଞ ହିସାବରେ ଅଧିକରୁ ଅଧିକ ଜ୍ଞାନ ଅର୍ଜନ କରିବାର ସେହି ରୀତିଟିକୁ ନିନ୍ଦା କରିବା ଗୋଟିଏ ଫେଶନ୍ ପରି ହୋଇଯାଇଛି ଏବଂ ଜଣେ ତା’ର ମତଗୁଡ଼ିକୁ ଅବଶ୍ୟ ଯଥାସମ୍ଭବ ‘ପ୍ରଶସ୍ତ’ କରି ରଖିବ ବୋଲି ପରାମର୍ଶ ଦିଆଯାଉଛି । ଏବେ ଯାବତୀୟ ବିଶ୍ଳେଷଣର ନିନ୍ଦା କରି ସମନ୍ଵୟାତ୍ମକ ଶୈଳୀଟିର ବହୁତ ପରିମାଣରେ ପ୍ରଶଂସା କରାଯାଉଛି । କିନ୍ତୁ, ଯଦି ମୁଁ ପ୍ରକୃତରେ ଗୁଡ଼ାଏ ଭୁଲ କରୁନଥାଏ, ଯେଉଁମାନେ ଆମର ବିଷୟବୋଧ ଓ ମତଗୁଡ଼ିକ ସର୍ବଦା ପ୍ରଶସ୍ତ ହୋଇଥିବା ଉଚିତ ବୋଲି କେତେ ବଡ଼ ପାଟି କରି କହିବାରେ ଲାଗିଛନ୍ତି, ସେମାନଙ୍କର ମତଗୁଡ଼ିକ ଅବଶ୍ୟ ବେଶ୍ ପ୍ରଶସ୍ତ ବୋଲି ହୁଏତ କହିହେବ ସିନା, ମାତ୍ର ସେଗୁଡ଼ିକର ଗର୍ଭରେ ସାର ହୋଇ ପ୍ରାୟ କିଛିହେଲେ ନାହିଁ ଏବଂ, ଯେଉଁମାନେ ସର୍ବାଧିକ ଉତ୍ସାହ ଦେଖାଇ ସମୟର ପକ୍ଷ ସମର୍ଥନ କରି କହନ୍ତି, (ସେମାନଙ୍କ ବକ୍ତବ୍ୟ ମଧ୍ୟରେ କୌଣସି ପ୍ରକୃତ ବିଶ୍ଳେଷଣ ନଥିବାରୁ) ସେମାନେ ଏକ ସମନ୍ଵୟ ସମ୍ଭବ କରି ପାରିବା ଭଳି ସେମାନଙ୍କ ପାଖରେ ସେପରି କୌଣସି ସାମଗ୍ରୀ ନାହିଁ । ବିଶଦଭାବରେ କିଛି ଜାଣିବାକୁ ହେଲେ ଜଣେ ବୈଜ୍ଞାନିକକୁ ପ୍ରକୃତରେ ବିଶେଷଜ୍ଞଟିଏ ହେବାକୁ ହିଁ ପଡ଼ିବ ଏବଂ ତେଣୁ ଆପଣାର ଅର୍ଜିତ ସକଳ ଜ୍ଞାନକୁ କେବଳ ଉଜାଇଁଦେଇ ହିଁ ଜଣେ ତା’ର ଜଣେ ବିଶେଷଜ୍ଞର ଭୂମିକାକୁ ମଧ୍ୟ ଛାଡ଼ିଦେଇ ପାରିବ । ଏବଂ, ଉପାର୍ଜନ କରିବାକୁ ରହିଥିବା ଆହୁରି କେତେ କେତେ ଜ୍ଞାନ ଅର୍ଜନ କରିବାକୁ ମଧ୍ୟ ତା ସହିତ ଛାଡ଼ିଦେବାକୁ ପଡ଼ିବ ।

 

ଜଣେ ଯେ ଗୋଟିଏ ବିଶେଷ ବିଷୟରେ ବିଶେଷ ଜ୍ଞାନ ଅର୍ଜନ କରିଛି, ଏହା ତା’ର ଏକ ପରାଜୟକୁ ନୁହେଁ, ବିଜୟକୁ ହିଁ ସୂଚିତ କରିଦେଇଛି । ସେହି ବ୍ୟକ୍ତିଟି ଯେ କେତେ ବିପୁଳ ପରିମାଣର ଅଧିକାରୀ ହୋଇପାରିଛି, ତାହାରି ସୂଚନା ଦେଉଛି, ତା'ର ଦାରିଦ୍ର୍ୟପଣକୁ ଆଦୌ ନୁହେଁ । ଏବଂ, ଜଣେ ଜଣେ ବ୍ୟକ୍ତି ହିସାବରେ ଆମେ କଦାପି କାହାରି ବିଶେଷଜ୍ଞତାର ହାସଲ କରି ଥିବାର ଦେଖି ମୋଟେ ଦୁଃଖ କରିବା ଉଚିତ ନୁହେଁ ବୋଲି ମୁଁ ଯେପରି ଭାବୁଛି, ଠିକ୍ ସେହିପରି କୌଣସି ଗୋଟିଏ ଖାସ୍ ବିଷୟରେ କଥା ପଡ଼ିଥିଲେ ଆମେ ଆଦୌ ଦୁଃଖିତ ହେବାନାହିଁ । ସୁଦୀର୍ଘ ଯେଉଁ ଶତାବ୍ଦୀମାନଙ୍କରେ ଦର୍ଶନ ଉପଲବ୍ଧ ସକଳ ଜ୍ଞାନକୁ ଯେଉଁପରି ଭାବରେ ଆପଣାର ପରିଧି ମଧ୍ୟକୁ ଆଣି ପାରୁଥିଲା, (ସେତେବେଳେ ପରିମାଣଟା ଆଦୌ ଅଧିକ ହିଁ ନଥିଲା) କ୍ରମେ ସେଗୁଡ଼ିକ ଏପରି ଗୋଟିଏ ସମୟକୁ ବାଟ ଛାଡ଼ି ମଧ୍ୟ ଦେଲା, ଯେତେବେଳେ କି ସଦ୍ୟ ଆବିର୍ଭୂତ ବିଜ୍ଞାନଗୁଡ଼ିକ, ପୂର୍ବର ଆପଣାର ସେହି ମଉରସୀ ଘରଟିକୁ ଛାଡ଼ି ଦେଇ ନିଜର ଆବଶ୍ୟକତା ଅନୁସାରେ ସବୁକିଛି ଆହରଣ କରି ନେଇଥିଲେ ଓ ଯାହାକିଛି ବାକୀ ରହିଲା, ତାହାକୁ ଦର୍ଶନ ପାଇଁ ଛାଡ଼ି ଦେଇଥିଲେ । ଏହିପରି ଭାବରେ ପ୍ରଥମ କାଳର ସେହି ‘ପ୍ରାକୃତିକ ଦର୍ଶନ' ପଦାର୍ଥବିଜ୍ଞାନ, ରସାୟନ–ବିଜ୍ଞାନ, ଏବଂ ଜ୍ୟୋତିର୍ବିଜ୍ଞାନ ଆଦିରେ ପରିଣତ ହୋଇଥିଲା ଏବଂ ‘ରାଜନୀତି ଦର୍ଶନ’ ସମାଜ ବିଜ୍ଞାନ ହେଲା ଓ ‘ମନଃସମନ୍ଧୀୟ ଦର୍ଶନ’ ମନୋବିଜ୍ଞାନ ହୋଇଗଲା । ଏହି ଶେଷଟି ତ ମାତ୍ର ଏହି ଚାଳିଶି ବର୍ଷ ହେବ ଘଟିଛି । ସେଥିଲାଗି କେତେ ଭୟ ପ୍ରଦର୍ଶନ କରି ଓ ଅଭିଶାପ ଦେଇ କେତେ ହୋ’ ହୋ’ ହୋଇଛି ଏବଂ ଅକୁଣ୍ଠିତ ଭାବରେ କେତେ କ୍ଷତବିକ୍ଷତ ମଧ୍ୟ କରାଯାଇଛି । କ୍ଷତିଗୁଡ଼ିକ ତ ପୂରା ଶୁଖିବାକୁ ତଥାପି ବାକୀ ଅଛି ।

 

ଏକ ଐତିହାସିକ ଭୂମି ଉପରେ କହିବାକୁ ଗଲେ, ବିଜ୍ଞାନିଗୁଡ଼ିକ ଯେତିକିକୁ ଛାଡ଼ିଦେଇ ଯାଇଥିଲେ, ବର୍ତ୍ତମାନ ଦର୍ଶନ କହିଲେ ସେତିକିକୁ ହିଁ ବୁଝିବାକୁ ପଡ଼ିବ । ତା'ପରେ କେହି ନୀତିଶାସ୍ତ୍ରର ଅଧ୍ୟୟନ କରିନଥିଲେ, ଏପରିକି ସମାଜବିଜ୍ଞାନ, ନ୍ୟାୟଶାସ୍ତ୍ର, ସୌନ୍ଦର୍ଯ୍ୟତତ୍ତ୍ଵ ଅଧ୍ୟୟନ କରିନଥିଲେ । ତତ୍ତ୍ଵମୀମାଂସା ଅଧ୍ୟୟନ କରିବାକୁ କେହି ପ୍ରୟୋଜନ ବୋଲି ବିଚାର କଲେନାହିଁ ଓ ତେଣୁ କେହି ତତ୍ତ୍ଵମୀମାଂସା ଅଧ୍ୟୟନ କରିନଥିଲେ । ଏହି ବିଷୟଗୁଡ଼ିକ ଦର୍ଶନଶାସ୍ତ୍ରର ଗୋଟିଏ ଗୋଟିଏ ଅଂଶ ହୋଇ ରହିଥିଲେ । ଗଣିତଶାସ୍ତ୍ରୀମାନେ ନ୍ୟାୟଶାସ୍ତ୍ର ଉପରେ ଆପଣାର ଲୋଭଦୃଷ୍ଟି ପକାଉଥିଲେ ମଧ୍ୟ ଏବଂ ସୂକ୍ଷ୍ମକଳାର ସମ୍ଭ୍ରାନ୍ତ ଅଧ୍ୟୟନକାରୀମାନେ ସୌନ୍ଦର୍ଯ୍ୟତତ୍ତ୍ଵ ଆଡ଼େ କିଛି ମନ୍ଥି ଦେଇ ଆସିବେ ବୋଲି ମନ କରୁଥିଲେ ମଧ୍ୟ, ପ୍ରକୃତରେ ବାସ୍ତବତଃ ସେହିପରି ଘଟିଥିଲା । ମୁଁ ଖୁବ୍ ଖୁସୀ ହୋଇ ଜଣାଇ ଦେବାକୁ ଚାହୁଛି ଯେ, ସେହି ଖାସ୍ ବିଷୟମାନେ ମଧ୍ୟ ଏପର୍ଯ୍ୟନ୍ତ ଯାବତୀୟ ପ୍ରଲୋଭନର ପ୍ରତିରୋଧ କରି ଆସିଛନ୍ତି ।

 

ମାତ୍ର, ଏକ ଭିନ୍ନ ମାର୍ଗର ଅନୁସରଣ କରି ମଧ୍ୟ ଆମେ କଥାଟିର ଚର୍ଚ୍ଚା କରିପାରିବା । ଏଥିରେ କୌଣସି ସଂଶୟ ନାହିଁ ଯେ, ବିଜ୍ଞାନର ପ୍ରତ୍ୟେକ କ୍ଷେତ୍ରର ଆପଣା ସୀମାମାନେ ଅବଶ୍ୟ ରହିଛନ୍ତି । ଊଦାହରଣ ସ୍ଵରୂପ, ପଦାର୍ଥବିଜ୍ଞାନ ଏବଂ ରସାୟନବିଜ୍ଞାନ ପରସ୍ପର ସହିତ ଅତ୍ୟନ୍ତ ଘନିଷ୍ଟ ଭାବରେ ସମ୍ବନ୍ଧିତ ହୋଇ ରହିଛନ୍ତି; କିନ୍ତୁ ଏପରି ଗୋଟିଏ ବେଳ ଅବଶ୍ୟ ଆସିବ, ଯେତେବେଳେ କି ଜଣେ କେବଳ ରସାୟନ ବିଜ୍ଞାନର ଆଲୋଚନା କରିବା ସମୟରେ ସିଏ ପଦାର୍ଥ ବିଜ୍ଞାନର ବି ଆଲୋଚନା କରୁଛି ବୋଲି କୁହାଯାଇ ପାରିବ । ରସାୟନବିଜ୍ଞାନ ଓ ଜୀବବିଜ୍ଞାନ ମଧ୍ୟରେ ବି ଘନିଷ୍ଟ ସମ୍ପର୍କ ରହିଛି ଏବଂ ସେହିପରି, ସମୟଟିଏ ଆସିବ, ଯେତେବେଳେ କି ଜଣେ କେବଳ ଜୀବବିଜ୍ଞାନର ଆଲୋନା କରୁଛି ଓ ରସାୟନ ବିଜ୍ଞାନର ଆଲୋଚନା କରୁନାହିଁ ବୋଲି କହିହେବ । ପୁନଶ୍ଚ, ପ୍ରତ୍ୟେକ ବିଜ୍ଞାନରେ ତା'ର ବୃହତ୍ ତଥା କ୍ଷୁଦ୍ର ସାଧାରଣ ନିୟମସୂତ୍ରମାନ ମଧ୍ୟ ରହିଛି ଏବଂ ବୃହତ୍ ନିୟମସୂତ୍ରଗୁଡ଼ିକ ସେହି କ୍ଷେତ୍ରର ସଂପୂର୍ଣ୍ଣ ଆୟତନଟିକୁ ସଂଗଠିତ କରି ଆଣିବାପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ, ଯେଉଁ ସାଧାରଣ ନିୟମସୂତ୍ରଗୁଡ଼ିକ ଯେ କୌଣସି ଏକକ ବିଜ୍ଞାନ ଅପେକ୍ଷା ଆୟତନରେ ଅଧିକ ବୃହତ୍, ଆମେ ସେଗୁଡ଼ିକ ବିଷୟରେ ମଧ୍ୟ କିପରି କ’ଣ ବିଚାର କରିବା ? (ଏହି ଏକକ ବିଜ୍ଞାନମାନେ ଉଦାହରଣ ସ୍ଵରୂପ ଗଣିତ ଏବଂ ପଦାର୍ଥବିଜ୍ଞାନ କିମ୍ବା ରସାୟନବିଜ୍ଞାନ ଓ ଜୀବବିଜ୍ଞାନ) ଉପଯୁକ୍ତ ବୈଜ୍ଞାନିକମାନେ ଆସିବେ ଏବଂ ଆମେ ସେହିମାନଙ୍କ ହାତରେ ହିଁ ଏହି କାର୍ଯ୍ୟଟିକୁ ଛାଡ଼ିଦେଇ ପାରିବା । ବସ୍ତୁତଃ, ଏହିପରି ଭାବରେ ବୈଜ୍ଞାନିକ ନାନାବିଧ ମଧ୍ୟବର୍ତ୍ତୀ କ୍ଷେତ୍ରଗୁଡ଼ିକର ମଧ୍ୟ ବିକାଶ ହୋଇଥାଏ ଏବଂ ଫଳରେ ଗଣିତସମ୍ପର୍କିତ ପଦାର୍ଥ ବିଜ୍ଞାନ ଏବଂ ଜୀବ–ରସାୟନର ଆବିର୍ଭାବ ସମ୍ଭବ ହୁଏ । କିନ୍ତୁ ଯେଉଁସବୁ ସାଧାରଣ ନିୟମସୂତ୍ର ସବୁ ବିଜ୍ଞାନର ସୂତ୍ରକୁ ଲଂଘନ କରି ଅବସ୍ଥିତ ଥାଆନ୍ତି, ଆମେ କିପରି ଭାବରେ ସେଗୁଡ଼ିକର ସମ୍ମୁଖୀନ ହେବା ? ଏଗୁଡ଼ିକର ସମ୍ପର୍କରେ ଯେକୌଣସି ବୈଜ୍ଞାନିକର କିଛି ନା କିଛି ମହତ୍ତ୍ଵପୂର୍ଣ୍ଣ କଥା କହିବାଲାଗି ନିଶ୍ଚୟ ଅବକାଶ ଥିବ ସତ, ମାତ୍ର କେବଳ ବିଜ୍ଞାନର ନିଜ ଅଧ୍ୟୟନକ୍ଷେତ୍ରଟିକୁ ଆଧାର କରି କୌଣସି ବୈଜ୍ଞାନିକ ମୀମାଂସକ ଭାବରେ ସେଗୁଡ଼ିକ ବିଷୟରେ ମୋଟେ କିଛି ହଁ କହି ପାରିବନାହିଁ ।

 

ଏପରି ସାଧାରଣ ସତ୍ୟମାନେ କ’ଣ ପ୍ରକୃତରେ ରହିଛନ୍ତି ? ହଁ, ଅବଶ୍ୟ ରହିଛନ୍ତି ଏବଂ ଆମେ ମନୁଷ୍ୟମାନେ ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତରେ ହିଁ ସେଗୁଡ଼ିକୁ ନେଇ କାରବାର ହେଉଥାଉ । ଉଦାହରଣ ସ୍ଵରୂପ, ଦ୍ଵିତୀୟ ବିଶ୍ୱଯୁଦ୍ଧର ଘଟଣାଟିକୁ ନିଆଯାଉ ଯେଉଁଟି କି ସମ୍ଭାବ୍ୟ ଅଧିକରୁ ଅଧିକ ଅନ୍ତରଙ୍ଗ ଭାବରେ ଏକାଧିକ ବର୍ଷ କାଳ ଆମ ଭିତରୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମଧ୍ୟ ନିଜ ସହିତ ସଂପୃକ୍ତ କରି ରଖିଥିଲା । ସେହି ଯୁଦ୍ଧଟି ବିଷୟରେ ଆମକୁ ଆପଣାର ମନଗୁଡ଼ିକୁ ନିର୍ଦ୍ଦିଷ୍ଟ ପ୍ରକାରେ ତିଆରି କରିନେବାକୁ ପଡ଼ିଥିଲା; ସେଇଟି ପ୍ରକୃତରେ ଉଚିତ ଅଥବା ଉଚିତ ନୁହେଁ, ସେହି ବିଷୟରେ; ତାହାକୁ ନ୍ୟାୟୋଚିତ ବୋଲି କହିହେବ ଅଥବା ଏପରି ଏକ ମନ୍ଦ ବୋଲି, ଯାହାକୁ କଦାପି ନିବାରି ହେବନାହିଁ ! କେତେ ମତ ଦେଉଥିଲେ ଏହା ପ୍ରକୃତରେ ସେହି ପ୍ରକାରର ମନ୍ଦଟିଏ, କାରଣ ଠିକ୍ ପ୍ରଥମ ମହାଯୁଦ୍ଧ ପରି ଏଇଟି ମଧ୍ୟ ଏକ ମନ୍ଦର ପ୍ରତିନିଧିତ୍ଵ କରୁଥିଲା, ଯାହାର ଦୁଃଶକ୍ତିଗୁଡ଼ିକର କଦାପି ଉପଶମ ସମ୍ଭବ କରି ହେବନାହିଁ । ଯଦି ସେମାନଙ୍କୁ ତାହାର ପ୍ରମାଣ ଦେବାକୁ ବାଧ୍ୟ କରା ଯାଇଥାନ୍ତା, ତେବେ ଏହିପରି ଲୋକମାନେ ସମ୍ଭବତଃ ଏହିପରି କହିଥାନ୍ତେ, “ହଁ, ଇତିହାସର ତ ସର୍ବଦା ପୁନରାବୃତ୍ତି ହିଁ ହୁଏ ଏବଂ ବର୍ତ୍ତମାନ ମଧ୍ୟ ସେହି ପୁନରାବୃତ୍ତିଟି ଘଟୁଛି-।” “ଏପରି ଅନୁମାନ କରିବାର କ’ଣ ପ୍ରମାଣ ରହିଛି ?” ବୋଲି ଯଦି ଆମେ ପଚାରି ଥାଆନ୍ତେ, ତେବେ ସେମାନେ ସମ୍ଭବତଃ ଉତ୍ତର ଦେଇଥାନ୍ତେ, “ସମଗ୍ର ବିଶ୍ଵବ୍ରହ୍ମାଣ୍ଡଟା ତ ବସ୍ତୁତଃ ଏକ ମେସିନ୍ ପରି ଚାଲିଛି–ଏଠାରେ ଯେକୌଣସି ଗୋଟିଏ କଥା ବାରବାର ହେବାରେ ହିଁ ଲାଗିଛି-।”

 

ଏଠାରେ ମଧ୍ୟ ଆମକୁ ଗୋଟିଏ ସୁପରିଚିତ ସାଧାରଣ ସତ୍ୟଟିଏ ପ୍ରାପ୍ତ ହୋଇଯାଉଛି; ସେଇଟି କହିବ ଯେ, ଯାବତୀୟ ପରିବର୍ତ୍ତନ ସର୍ବଦା ଏକ ଯନ୍ତ୍ରବତ୍ ଢଙ୍ଗରେ ହେଉଛି, ସବୁକିଛିର କେବଳ ପୁନରାବୃତ୍ତି ହିଁ ହେଉଛି । ଏବଂ, ପରିବର୍ତ୍ତନର ସ୍ୱଭାବଟି ମଧ୍ୟ ଏପରି ଯେ, କୌଣସି ଗୋଟିଏ ବିଜ୍ଞାନ କେବେହେଲେ ସଂପୂର୍ଣ୍ଣ ବ୍ୟାଖ୍ୟା ପ୍ରଦାନ କରି ପାରିବନାହିଁ, କାରଣ ଏଇଟି ଏପରି ଏକ ପ୍ରସଙ୍ଗ, ଯେଉଁଥିରେ କି ସର୍ବବିଧ ବିଜ୍ଞାନର ଅବଶ୍ୟ କିଛି କହିବାକୁ ରହିଥାଏ । ପୁନଶ୍ଚ, ଭିନ୍ନ ଭିନ୍ନ ବିଜ୍ଞାନ ପରିବର୍ତ୍ତନ ବିଷୟରେ ଭିନ୍ନ ଭିନ୍ନ ବିବରଣୀ ମଧ୍ୟ ଆଣି ଦେଇଥାନ୍ତି । ଅଜୈବ ପଦାର୍ଥମାନଙ୍କର ଅଧ୍ୟୟନ କରୁଥିବା ସମୟରେ ପରିବର୍ତ୍ତନ ‘ଶକ୍ତି’ ଭଳି ପ୍ରତୀତ ହୁଏ ଓ ଜୀବନ୍ତ ସତ୍ତାଗୁଡ଼ିକର ଅଧ୍ୟୟନ କରୁଥିବା ସମୟରେ ତାହା ‘ଜୀବନ’ଟିଏ ଭଳି ମନେ ହୋଇଥାଏ । ମାତ୍ର, ଦ୍ଵିତୀୟ ମହାଯୁଦ୍ଧର ବିରୋଧୀ ପକ୍ଷଟି ଯେଉଁସବୁ ପ୍ରଶ୍ନର ଉତ୍‌ଥାପନ କରିଥିଲା, ବସ୍ତୁତଃ ସେଇଟି ହେଉଛି; ସର୍ବବିଧ ପରିବର୍ତ୍ତନ ପଛରେ କେବଳ ଗୋଟିଏ ପୁନରାବୃତ୍ତି ହିଁ ରହିଥାଏ ନା ଏହାଦ୍ଵାରା ପୃଥିବୀ ଭିତରକୁ କିଛି ନୂଆର ମଧ୍ୟ ପ୍ରବେଶ ଘଟିବାର ମାର୍ଗ ଖୋଲି ବି ଯାଏ ? ଯଦି, ଏହି ଦ୍ଵିତୀୟ କଥାଟି ଠିକ୍ ହୁଏ, ତେବେ ଏପରି ଏକ ସମ୍ଭାବନା ଅବଶ୍ୟ ରହିଛି ବୋଲି କୁହାଯାଇ ପାରିବ ଯେ, ଦ୍ଵିତୀୟ ମହାଯୁଦ୍ଧଟି ପ୍ରଥମ ମହାଯୁଦ୍ଧଠାରୁ ନିଶ୍ଚୟ ମୌଳିକ ଭାବରେ ଏକ ଭିନ୍ନ ଘଟଣା ଥିଲା ଏବଂ ତେଣୁ ଏକ ଏକାବେଳେକେ ଭିନ୍ନ ପ୍ରକାରେ ତାହାର ମୂଲ୍ୟାୟନ କରାଯାଇ ପାରିବ ।

 

ହଁ, ପ୍ରଥମେ ଗୋଟିଏ ସାମାଜିକ ସମସ୍ୟା ବିଷୟରେ ଆମେ ଯେଉଁ ବିବାଦଟିର ସମ୍ମୁଖୀନ ହୋଇଥିଲେ, ବର୍ତ୍ତମାନ ତ ସେଇଟି ସତେଯେପରି ପୂରାପୂରି ଦର୍ଶନର କ୍ଷେତ୍ରରେ ଯାଇ ପ୍ରବେଶ କରିଛି । କୌଣସି ଗୋଟିଏ ବିଜ୍ଞାନ କଦାପି ପ୍ରଶ୍ନଟିର ଉତ୍ତର ଦେଇ ପାରିବନାହିଁ । ସବୁ ପ୍ରକାରର ବିଜ୍ଞାନ ଏକାଠି ହୋଇ ମଧ୍ୟ ଉତ୍ତର ଦେଇ ପାରିବେନାହିଁ,–ତଥାପି ଏହି କ୍ଷେତ୍ରରେ ସେମାନେ ଯୋଗାଇ ଦେଇ ପାରୁଥିବା ସାକ୍ଷ୍ୟଗୁଡ଼ିକର ଅବଶ୍ୟ ଖୁବ୍ ମହତ୍ତ୍ଵ ରହିଥିବ । କେବଳ ଏପରି କୌଣସି ବ୍ୟକ୍ତି (ସିଏ ଯେକୌଣସି ବ୍ୟକ୍ତିଟିଏ ମଧ୍ୟ ହୋଇ ପାରନ୍ତି), ଯିଏକି ସବୁଯାକ ସାକ୍ଷ୍ୟକୁ ଏକତ୍ର ଗଅଁଠାଇ ସେଗୁଡ଼ିକର ମୂଲ୍ୟାୟନ କରି ପାରୁଥିବେ । ଏବଂ, ମୁଁ ଭାବୁଛି, ସେହି ଖାସ୍ ଦୃଷ୍ଟିକୋଣଟିକୁ ନିଶ୍ଚୟ ଏକ ଦାର୍ଶନିକ ଦୃଷ୍ଟିକୋଣ ବୋଲି କୁହାଯିବ । ଏବଂ ମୋ’ର ଏପରି ଭାବିବାଟା ଯଦି ଠିକ୍‌ ହୋଇଥାଏ, ତେବେ ସେହିପରି ଏକଥା ମଧ୍ୟ ସତ୍ୟ ହେବ ଯେ, କଦାପି କୌଣସି ଅବକାଶରେ ମଧ୍ୟ ଦର୍ଶନକ୍ଷେତ୍ରର ସେହି ପ୍ରୟାସଟି ମନୁଷ୍ୟର ଜୀବନରୂପୀ ଆୟତନଟି ପାଇଁ ସଂପୂର୍ଣ୍ଣ ଭାବରେ ଅପ୍ରାସଙ୍ଗିକ ବୋଲି ସାବ୍ୟସ୍ତ ହେବନାହିଁ ।

 

ତେଣୁ, କୌଣସି କିଛିର ଅନୁସନ୍ଧାନ କରୁଥିବା ସମୟରେ ସେଥିରେ ଦାର୍ଶନିକ ଉପାଦାନଟିଏ ରହିଲେ ଏକ ମୀମାଂସାରେ ଆସି ପହଞ୍ଚିବାରେ ଆଦୌ ସେପରି କୌଣସି ଅସୁବିଧା ଭିତରେ ଆସି ମୋଟେ ପଶିଯିବାକୁ ପଡ଼ିବନାହିଁ । ଯେକୌଣସି ଅବସରରେ ଯେତେବେଳେ ଆମେ ଏପରି କିଛି ସାଧାରଣ ସତ୍ୟକୁ ଆଖିରେ ରଖି କିଛି କରୁ ଯାହାକି କୌଣସି ଗୋଟିଏ ବିଜ୍ଞାନ ଅଥବା ଏକାଧିକ ବିଜ୍ଞାନର ସମ୍ମିଳିତ ପ୍ରୟାସସୀମାଟିର ବାହାରେ ରହିଥାଏ, ସେତେବେଳେ ଦର୍ଶନର ହିଁ ସହାୟତାଟିଏ ଅବଶ୍ୟ ଗ୍ରହଣ କରିବାକୁ ହୁଏ । ନ୍ୟାୟଯୁକ୍ତି ତଥା ବୈଜ୍ଞାନିକ ପଦ୍ଧତିର ଅନ୍ତର୍ନିହିତ ସ୍ଵଭାବଟିର ସମ୍ମୁଖୀନ ହେଉଥିବା କୌଣସି ବିଷୟରେ ନିଷ୍ପତ୍ତି କରିବା ସମୟରେ ତାହାର ପ୍ରୟୋଜନ ରହିଥାଏ । ହଁ, କୌଣସି ନୀତିଗତ ମୂଲ୍ୟାୟନ ସହିତ ଯୋଡ଼ିହୋଇ ରହିଥିବା ସମସ୍ୟାଗୁଡ଼ିକର ସାମନା କରୁଥିବା ବେଳେ ପ୍ରକୃତରେ ସେହିପରି ଏକ ପ୍ରୟୋଜନ ଅବଶ୍ୟ ଆସେ ଏବଂ ବସ୍ତୁତଃ ଆମର ଯାବତୀୟ ସମସ୍ୟା ତ କୌଣସି ନା କୌଣସି ସୂତ୍ରରେ ନୀତିଗତ କୌଣସି ମୂଲ୍ୟାୟନ ସହିତ ଅବଶ୍ୟ ଜଡ଼ିତ ହୋଇ ରହିଥାଏ ! ଉପସଂହାର କରି ଆମେ ତେଣୁ ଏପରି କହି ପାରିବା ଯେ, ପ୍ରକୃତରେ ଦର୍ଶନର ସେହି ଦୃଷ୍ଟି–ଆୟତନଟି ଆମକୁ ଆମର ସର୍ବବିଧ ତର୍ଚ୍ଚାଗତ କଥୋପକଥନ ବିଷୟରେ ଆମର ନିହିତ ମତଲବଟି ବିଷୟରେ ଯଥାର୍ଥ ବାରତାଟିଏ ଆଣି ଦେଇଯାଏ; କଥୋପକଥନର ସେହି ସମୟରେ ଆମର ବସ୍ତୁତଃ ସେପରି କିଛି ଅର୍ଥ ଆଦୌ ରହିଛି କି ନାହିଁ, ସେହି ବିଷୟରେ ମଧ୍ୟ ଅବସରଟିକୁ ସ୍ପଷ୍ଟ କରି ଦେଇଥାଏ ।

 

ମିଥ୍‌ଗୁଡ଼ିକର ପ୍ରୟୋଜନୀୟତା

 

ବାରୋନ୍ ଦ’ହଲ୍‌ବ୍ୟାକ୍ ଏକଦା ଲେଖିଥିଲେ, “ପ୍ରକୃତି ବିଷୟରେ ଅଜ୍ଞାନ ହୋଇ ରହିଥିବାବୁ ହିଁ ମନୁଷ୍ୟ ଦୁଃଖକୁ ବାରବାର ଡାକି ଆଣିଥାଏ ।” ଏହି ସତ୍ୟଟିର ଏକ ପୂର୍ଣ୍ଣ ଗଭୀରତା ରହିଛି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ମନୁଷ୍ୟଜାତିର ଭବିଷ୍ୟଟିର ମଧ୍ୟ ତାହାରିଦ୍ୱାରା ମୀମାଂସା ହେଉଛି । ହଁ, କେବଳ ଜ୍ଞାନଲାଭ କରିବାରୁ ମଧ୍ୟ ଗୋଟିଏ ପ୍ରକାରର ସନ୍ତୋଷ ନିଶ୍ଚୟ ମିଳେ । ଆମେ ସମ୍ଭବତଃ ଏଭଳି ମଧ୍ୟ ଅନୁଭବ କରିଥାଉ ଯେ, ପରିସ୍ଥିତିଗୁଡ଼ିକର ପ୍ରହାରଗୁଡ଼ିକୁ ଏଡ଼ି ପାରୁନଥିଲେ ମଧ୍ୟ, ଏହି ପ୍ରହାରଚୟ ଯେ କେଉଁ କାରଣରୁ ହେଉଛି, ସେତିକି ଜାଣିବାରୁ ମଧ୍ୟ ଅବଶ୍ୟ କିଛି ସାନ୍ତ୍ଵନା ସର୍ବଦା ମିଳିଯାଏ । ତଥାପି, ସେହି ସନ୍ତୋଷଟି କେତେ ଅଧିକ ନହୁଅନ୍ତା, ଯଦି ସେହି ସାନ୍ତ୍ୱନାଲାଭଟି ମୋଟେ ଆବଶ୍ୟକ ହିଁ ନହୁଅନ୍ତା, ଯଦି ଉପସ୍ଥିତ ପରିସ୍ଥିତିସକଳ ବିଷୟରେ ଆମର ଜ୍ଞାନରେ ରୂପାନ୍ତରଟିଏ ଘଟି ପାରୁଥାନ୍ତା,–ଯଦି ଆମର ଜ୍ଞାନର କ୍ଷେତ୍ରରେ ଆବଶ୍ୟକ ବୃଦ୍ଧି ହେଉଥାଆନ୍ତା ଓ ଆମେ ସେହି ପରିସ୍ଥିତିମାନଙ୍କୁ ଡେଇଁଯାଇ ପାରୁଥାନ୍ତୁ !

 

କଡ଼ର ସୀମା ମଧ୍ୟରେ ରହିଥିବା ପୃଥିବୀଟିର କ୍ଷେତ୍ରରେ ଏହି କଥାଟି ବହୁତ ପରିମାଣରେ ସମ୍ଭବ ହୋଇଛି ଏବଂ ବିଗତ ତିନିଶହ ବର୍ଷ ମଧ୍ୟରେ ସେଇଟିକୁ ହାସଲ କରି ପାରିଥିବାକୁ ଆମର ଏକ ବୃହତ୍ ଲାଭ ବୋଲି କୁହାଯାଇ ପାରିବ । ବହୁବିସ୍ତାରିତ କେତେ କେତେ କ୍ଷେତ୍ରରେ ମନୁଷ୍ୟ ଯେ କେତେ ନା କେତେ ଅସାଧାରଣ ପରିମାଣରେ ପ୍ରଭୁତ୍ଵ ଲାଭ କରି ପାରିଛି, ଏଠାରେ ପୁନର୍ବାର ସେଗୁଡ଼ିକର ଉଲ୍ଲେଖ କରିବା ଆଦୌ ଆବଶ୍ୟକ ହେବନାହିଁ । କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ, ସେହି ପ୍ରଭୁତ୍ୱଲାଭଟି ପ୍ରକୃତରେ ଏତେ ବୃହତ୍ ଓ ବହୁକ୍ଷେତ୍ରୀ ଯେ, ପୃଥିବୀର ସବୁ ମଣିଷଙ୍କର ଯାବତୀୟ ଅଭାବକୁ ତଦ୍ଦ୍ୱାରା ସଂପୂର୍ଣ୍ଣ ଭାବରେ ଦୂର କରାଯାଇ ପାରିବ-। ଆମେ ଏବେ ସର୍ବଦା ହିଁ ପ୍ରତ୍ୟାଶିତ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ସୁରକ୍ଷିତ କରି ରଖି ପାରିବୁ ଏବଂ, ଆମର ଏହି ନାନାବିଧ ଜ୍ଞାନକୌଶଳ ଆମପାଇଁ ଯେଉଁ ପ୍ରାଚୁର୍ଯ୍ୟଙ୍କୁ ସମ୍ଭବ କରି ପାରିଛି, ଆମେ ତାହାର ବସ୍ତୁତଃ କୌଣସି ଅନ୍ଦାଜ ହିଁ କରି ପାରିବା ନାହିଁ । ଏହି ଆଧୁନିକ କାଳର ମନୁଷ୍ୟମାନେ କାର୍ଯ୍ୟତଃ ଯାହା ଯାହା ସବୁ ହାସଲ କରି ଦେଖାଇ ଦେଇଛନ୍ତି, ପୂର୍ଣ୍ଣ ନିଃସନ୍ଦେହ ଭାବରେ ପ୍ରମାଣଦ୍ଵାରା ଦର୍ଶାଇ ଦେଉଛି ଯେ, ତଥାକଥିତ ବିଶ୍ଵାସ ଆଦୌ ନୁହେଁ, ଜ୍ଞାନ ହିଁ ପ୍ରକୃତରେ ଏହି ବାସ୍ତବ ସକଳ ପର୍ବତକୁ ଟାଳିଦେଇ ପାରୁଛି ।

 

ମାତ୍ର, ଯେତେବେଳେ ଆମେ ସମାଜର କ୍ଷେତ୍ରଟି ବିଷୟରେ ବିଚାର କରିବା, ଜଣେ ମନୁଷ୍ୟର ତା’ର ସହମନୁଷ୍ୟମାନଙ୍କ ସହିତ ରହିଥିବା ସମ୍ବନ୍ଧଗୁଡ଼ିକର ଚିନ୍ତା କରିବାକୁ ଯିବା, ସେତେବେଳେ ଏହିଭଳି କୌଣସି ଶୁଭସୂଚକ ନିୟନ୍ତ୍ରଣ ରହିଥିବା ପରି ଆଦୌ ଦେଖିବାନାହିଁ । ଏତେ ଏତେ କୌଶଳକୁ ପ୍ରୟୋଗ କରି ପ୍ରକୃତିରୁ, ଯେଉଁସବୁ ଦାନ ଆମକୁ ଉପଲବ୍ଧ ହେଉଛି, ସେଗୁଡ଼ିକ ସମସ୍ତଙ୍କର ହିତରେ ଲାଗୁନାହିଁ ଏବଂ ସମସ୍ତଙ୍କୁ ସେଗୁଡ଼ିକ ମିଳି ପାରୁନାହିଁ ବୋଲି ପ୍ରାୟ ତାହାର ଏକ ବିନାଶକାରୀ ପରିଣାମ ସ୍ଵରୂପ ତଦ୍ଦ୍ୱାରା ସେଗୁଡ଼ିକର ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେଉଛି । ଯେତେବେଳେ ଉତ୍ପାଦନର କ୍ଷେତ୍ରରେ ମାନ୍ଦା ସମୟଗୁଡ଼ିକ ଆସି ପହଞ୍ଚୁଛି, ସେତେବେଳେ ସେଗୁଡ଼ିକୁ ଅତିବେଶୀ ଉତ୍ପାଦନ କରିଥିବାର କାରଣରୁ ଆମକୁ ଓଲଟି ଅଭାବର ସମ୍ମୁଖୀନ ହେବାକୁ ପଡ଼ୁଛି । ସେତେବେଳେ ଆମର ଏହି ମେସିନ୍‌ମାନେ ଆଦୌ କୌଣସି ଶ୍ରମର ଲାଘବ କରି ପାରୁନାହାନ୍ତି; ସେମାନେ ବସ୍ତୁତଃ କେତେକଙ୍କୁ ସମ୍ପଦଗୁଡ଼ିକର ଅଧିକାରୀ କରି ନିକିମା କରି ରଖୁଛନ୍ତି ଏବଂ ଅଧିକଙ୍କୁ ଦରିଦ୍ର କରାଇ ମଧ୍ୟ ନିକିମା କରି ବସାଇ ଦେଉଛନ୍ତି ।

 

ଯୁଦ୍ଧମାନେ ଲାଗି ରହିଛନ୍ତି ଏବଂ ଆମକୁ ଧ୍ଵଂସ କରୁଛନ୍ତି । ଗୋଟିଏ ଗୋଟିଏ ଇଲାକାର ସମଗ୍ର ଜନସମୂହ ନାନା ଉତ୍ପୀଡ଼ନ ସହ୍ୟ କରୁଛନ୍ତି ଏବଂ ଦାସ ହୋଇ ଯାଉଛନ୍ତି କାରଣ, ସେମାନଙ୍କର ଅଞ୍ଚଳଗୁଡ଼ିକରେ କାମ୍ୟ ସମ୍ପଦମାନେ ରହିଛନ୍ତି । ଗଣତନ୍ତ୍ର ଦ୍ୱାରା ଶାସିତ ଦେଶମାନେ ଅନ୍ୟାନ୍ୟ କେତେ ସ୍ଥାନରେ ଫାସିଜ୍‌ମ୍‌ର ଅଭ୍ୟୁଦୟ ହେଉଥିବାର ଦେଖି ନିଜ ନିଜ ଦେଶର ସମ୍ମାନିତ ନାଗରିକମାନଙ୍କର ଚିତ୍ତରେ ମଧ୍ୟ ଠିକ୍ ସେହିଭଳି ନାନା ପଶୁତୁଲ୍ୟ ଆନନ୍ଦଲାଗି ବହୁ ଅବକାଶର ଆବିଷ୍କାର କରି ପାରୁଛନ୍ତି । ଏବଂ ପରିଶେଷରେ, ବିଜ୍ଞାନ ତଥା ନିରପେକ୍ଷ ଅଧ୍ୟୟନର ସକଳ ଟେକ୍‌ନିକ୍ ସେହି ଫାସିଜ୍‌ମ୍ ଭିତରେ ଏପରି ଏକ ନିଷ୍ଠୁର ଶତ୍ରୁର ସାମନା କରୁଛନ୍ତି, ଯାହାକି ନିଜର ପ୍ରାୟ ଏକ ସ୍ଵାଭାବିକ ବାସ୍ତବଜୀବନ ରୂପେ ପ୍ରତାରଣା ତଥା ଭ୍ରାନ୍ତିକୁ ବ୍ୟାପ୍ତ କରି ଦେଉଛି ।

 

ଯୁଗପତ୍ ଭାବରେ, ଏହି କଥାଟି ମଧ୍ୟ ନିଶ୍ଚିତ ଭାବରେ ସତ୍ୟ ଯେ ମନୁଷ୍ୟର ସ୍ଵଭାବ ଓ ତା’ ସମାଜ ବିଷୟରେ ଆମଲାଗି କିଛି ଜ୍ଞାନ ମଧ୍ୟ ଇତିମଧ୍ୟରେ ଉପଲବ୍ଧ ହୋଇ ପାରିଛି । ପ୍ରକୃତରେ ବହୁତ ଜ୍ଞାନ ହିଁ ଉପଲବ୍ଧ ହୋଇଛି; କିନ୍ତୁ କ୍ଷୁଦ୍ର ତଥା ଅପେକ୍ଷାକୃତ ଅଧିକ ସୁଯୋଗମାନଙ୍କୁ ଆତ୍ମସାତ୍ କରି ରହିଥିବା କେତେକ ଗୋଷ୍ଠୀମାନଙ୍କ ସକାଶେ ତାହା ଖୁବ୍ ସୀମିତ, ବାଧାପ୍ରାପ୍ତ ଓ ବସ୍ତୁତଃ ବଡ଼ ଦୂଷିତ ହୋଇଯାଉଛି । ଆପଣାର କ୍ଷମତା ବଜାୟ ରଖିବାକୁ ହିଁ ସେହି ଗୋଷ୍ଠୀମାନେ ସେପରି ଘଟାଇବାରେ ତତ୍ପର ହୋଇ ରହିଛନ୍ତି । ଏହି ପ୍ରୟାସଟିକୁ ଚରିତାର୍ଥ କରିବାରେ ସେମାନଙ୍କୁ ବହୁବହୁ ସଂଖ୍ୟାର ମନୁଷ୍ୟଙ୍କୁ ପ୍ରତାରିତ କରିବାକୁ ହେଉଛି । ଫଳରେ ନିର୍ଦ୍ଦିଷ୍ଟ କେତେଗୋଟି ବିଶ୍ୱାସକୁ ଖାସ୍ ଭାବରେ ବାଛି ତୁମୂଳ ପ୍ରଚାରମାନ କରାଯାଉଛି । ସେମାନେ ସେହି ପ୍ରଚାରଦ୍ୱାରା ବିଜ୍ଞାନପ୍ରତି ଅନୁଗତ ହୋଇ ରହିବେ ବୋଲି ଆଦୌ ନୁହେଁ,–ମାତ୍ର ମଣିଷମାନଙ୍କର ଆଚରଣଟାକୁ ସେହି ପ୍ରଚାରଗୁଡ଼ିକ ପ୍ରଭାବିତ କରିବ ବୋଲି ତାହାର ଆଶ୍ରୟ ଗ୍ରହଣ କରାଯାଉଛି । ସାଧାରଣ ଭାବେ କହିଲେ, ସତ୍ୟଗୁଡ଼ିକୁ ଆମର ପୃଥିବୀଟିରେ କେବଳ ସେତିକିଯାଏ ତିଷ୍ଠି ରହିବାଲାଗି ଅନୁମତି ଦିଆଯାଉଛି, ଯେପର୍ଯ୍ୟନ୍ତ ତାହା ସମାଜର ଶାସକମାନଙ୍କୁ ହିଁ ଫାଇଦା ଆଣି ଦେଇପାରୁଛି । ପ୍ରାୟ ଏକ ନିକଟ ଅତୀତରେ ଏଭଳି ସମୟଟିଏ ଥିଲା, ଯେତେବେଳେ କି ଏହି ଶାସକଗଣ ଆମ ପୃଥିବୀର ଆକାର ଗୋଲ ବୋଲି କହୁଥିବା ଜ୍ଞାନଟିଙ୍କୁ ମଧ୍ୟ ସହ୍ୟ କରୁନଥିଲେ ।

 

ଜ୍ଞାନୀମାନଙ୍କର ପୃଥିବୀରେ ବିଜ୍ଞାନଗୁଡ଼ିକର ଗୋଟିଏ ସୋପାନକ୍ରମ ରହିଛି,–ଗଣିତ ଏବଂ ପଦାର୍ଥବିଜ୍ଞାନ ସେହି କ୍ରମଟି ମଧ୍ୟରେ ସବାଉପରେ ରହିଛନ୍ତି ଓ ମନୋବିଜ୍ଞାନ ଏବଂ ସାମାଜବିଜ୍ଞାନ ଉଭୟ ସବାତଳେ ଅଛନ୍ତି । ଉପରର ସେହି ଥାକମାନଙ୍କରେ ରହିଥିବା ବୈଜ୍ଞାନିକ ଜଣେ ଜଣେ ରଜା ପରି ଓ ସେମାନଙ୍କର ଆସନଗୁଡ଼ିକ ହେଉଛି ଦୃଢ଼ତମ । ତଳସ୍ଥ ଥାକମାନଙ୍କରେ ଯେଉଁମାନେ ଅଛନ୍ତି, ସେମାନେ ଆଂଶିକ ଭାବରେ ବିନୀତ ଓ ଆଂଶିକ ଭାବରେ ବିଦ୍ରୋହୀ ସ୍ଵଭାବର । ଏହି ସୋପାନ ତଥା ସ୍ତରର କ୍ରମରେ ଅସଲ ପରଖଟି ହେଉଛି ଯେ, ଉପରମାନେ ହେଉଛନ୍ତି ଅଧିକ ସୁନିଶ୍ଚିତ ଏବଂ ତଳମାନେ ସେତେ ସୁନିଶ୍ଚିତ ନୁହନ୍ତି । ସାଧାରଣତଃ ଅନୁମାନ କରାଯାଏ ଯେ, ଯେକୌଣସି ଜ୍ଞାନର କ୍ଷେତ୍ରଟି ଅଧିକ ଗଣିତଧର୍ମୀ ହେବ, ସେଇଟିକୁ ହିଁ ଅଧିକ ସୁନିଶ୍ଚିତ ବୋଲି କୁହାଯାଇ ପାରିବ । ଏବଂ, ଏକଥା ମଧ୍ୟ ବିଶ୍ଵାସ କରାଯାଏ ଯେ, ଯେଉଁ ଜ୍ଞାନ ତଥା ଅଧ୍ୟୟନ ଯେତେ ସୁନିଶ୍ଚିତ ଭାବରେ ନିଜର ପ୍ରାପ୍ତ ଫଳଗୁଡ଼ିକୁ ଆଣି ପ୍ରଦାନ କରି ପାରୁଥିବ, ତାହାକୁ ହିଁ ଅପେକ୍ଷାକୃତ ସତ୍ୟର ଅଧିକ ନିକଟବର୍ତ୍ତୀ ବୋଲି ବିଶ୍ଵାସ କରାଯିବ । ମୁଁ ଭାବୁଛି ଏହି ପରଖଟି ମଧ୍ୟରେ ତଥାପି ଏକ ଅସ୍ପଷ୍ଟତା ଅବଶ୍ୟ ରହିଯାଉଛି । କିନ୍ତୁ, ଭିନ୍ନ ଭିନ୍ନ ବିଜ୍ଞାନର କ୍ଷେତ୍ରରେ ଯେ ଏକ ଥାକବିଚାର ରହିଛି, ଏଇଟି ଆଦୌ ତାହାର ପ୍ରକୃତ କାରଣ ନୁହେଁ । ପ୍ରକୃତ କାରଣଟି ହେଉଛି ଯେ, ପ୍ରାକୃତିକ ବିଜ୍ଞାନମାନ ରାଜନୀତିକ ଦୃଷ୍ଟିରୁ ମୋଟା ମୋଟି ନିଷ୍ପକ୍ଷ ଥାଆନ୍ତି-। ମାତ୍ର, ଅନ୍ୟ ପକ୍ଷରେ, ସମାଜସମ୍ବନ୍ଧୀ ବିଜ୍ଞାନମାନେ ପ୍ରକୃତରେ ବିସ୍ଫୋରକ ବହୁ ଉପାଦାନରେ ଭରପୂର ହୋଇ ରହିଥାନ୍ତି । ତେଣୁ, ନିତାନ୍ତ ଆବଶ୍ୟକ ଏବଂ ଉଚିତ ମଧ୍ୟ ହୋଇଯାଏ ଯେ, ସମାଜସମ୍ପର୍କିତ ବିଜ୍ଞାନଗୁଡ଼ିକୁ ସେତେ ବେଶୀ ମର୍ଯ୍ୟାଦା ମିଳିବା ସମ୍ଭବ ହୁଏ ନାହିଁ ଏବଂ ଏପରିକି ଦାବୀ ମଧ୍ୟ କରାଯାଏ ଯେ ସମାଜବିଜ୍ଞାନ ବୋଲି ପ୍ରକୃତରେ କିଛି କଦାପି ସମ୍ଭବ ହେବନାହିଁ-? ନିଶ୍ଚିତତାର ଉକ୍ତ ସେହି ମାନଦଣ୍ଡଟି ଦ୍ଵାରା ପ୍ରେରିତ ହୋଇଯାଇ ବହୁସଂଖ୍ୟକ ପଦାର୍ଥବିଜ୍ଞାନୀ ମଧ୍ୟ ଏହି ମତଟିକୁ ବହୁପ୍ରଚାରିତ କରି ରଖିବାର କ୍ଷେତ୍ରରେ ସହାୟତା କରିଛନ୍ତି ।

 

ପୁନଶ୍ଚ, ଏହି କଥାଟି ମଧ୍ୟ ବେଶ୍ ସତ୍ୟ ଯେ, ସ୍ଵୟଂ ସମାଜବିଜ୍ଞାନଗୁଡ଼ିକ ଭିତରେ ମଧ୍ୟ ତାହାର ସଂକ୍ରମଣ ହୋଇଯାଇଛି । ଏଠାରେ ମୁଁ ସେହି ତଦ୍‌ବିତ୍ ବିଦ୍ଵାନମାନଙ୍କ ବିଷୟରେ କହୁନାହିଁ, ଯେଉଁମାନେ କି ଆପଣାର ଆର୍ଥିକ ଉଚ୍ଚାକାଙ୍‌କ୍ଷାଗୁଡ଼ିକର କ୍ଷେତ୍ରରେ ପରିତୃପ୍ତ ହୋଇ ସାରିବା ପରେ କେଡ଼େ ଅନୁଗତ ଭାବରେ ସେହିଭଳି ଯୁକ୍ତିଗୁଡ଼ିକୁ ଦର୍ଶାଇବାରେ ନିଜର ଜୀବନଗୁଡ଼ିକୁ ଉତ୍ସର୍ଗୀକୃତ କରି ରଖିଛନ୍ତି । ମୁଁ ତ ସେହି ବାସ୍ତବ ସତ୍ୟସ୍ଥିତି ସମ୍ପର୍କରେ କହୁଛି ଯେଉଁଟିରେ କି ଅଧ୍ୟୟନକାରୀଙ୍କୁ ବହୁ ଚାପର ଅଧୀନ କରି ରଖାଯାଇଛି, ସେମାନଙ୍କର କଟୁସ୍ୱାଦଯୁକ୍ତ ସତ୍ୟଗୁଡ଼ିକୁ ସେମାନେ କିଞ୍ଚିତ୍ ମଧୁର କରି ଉପସ୍ଥାପିତ କରିବାକୁ ଉଚିତ ବୋଲି ମନେ କରୁଛନ୍ତି ଏବଂ ପରିଣାମ ସ୍ଵରୂପ ସେମାନେ ସମାଜବିଷୟକ ଅଧ୍ୟୟନ ଭିତରକୁ ଏପରି ଗୋଟିଏ ଦୃଷ୍ଟିକୋଣକୁ ପ୍ରବେଶ କରାଇ ଆଣିବାରେ ଯତ୍ନବାନ ହେଉଛନ୍ତି, ଯାହାକି ସେମାନେ ଅଧ୍ୟୟନ କରିବାକୁ ଯାଉଥିବା ସମାଜଟି ଦ୍ଵାରା ହିଁ ପ୍ରସୀମିତ ହୋଇ ରହିଛି । ହଁ, ଏହି ଯାବତୀୟ ଅସୁବିଧାଗୁଡ଼ିକୁ ଅବଶ୍ୟ ଅତିକ୍ରମ କରିହେବ, ଅନ୍ତତଃ ଅବଶ୍ୟ ହ୍ରାସ କରି ଆଣିହେବ; ମାତ୍ର ସେଗୁଡ଼ିକ ରହିଥିବା ହେତୁ ସେମାନେ ତଦ୍ଦ୍ୱାରା ଏହି ବିଜ୍ଞାନଟିକୁ ସେଇଟି ପ୍ରକୃତରେ ନ୍ୟାୟତଃ ଯେଉଁପରି ହୋଇ ପାରୁଥାନ୍ତା, ତା'ଠାରୁ ବହୁତ ଊଣା ଗୋଟିଏ ଆୟତନକୁ ହିଁ ନେଇ ଆସୁଛନ୍ତି । ଉଦାହରଣ ସ୍ଵରୂପ, ମନୋବିଜ୍ଞାନ ପ୍ରକୃତରେ ଏକ ବିଜ୍ଞାନ ହିସାବରେ ବହୁତ ଅଧିକ କିଛି ହୋଇ ପାରୁଥାନ୍ତା, ଯଦି ସେହି କ୍ଷେତ୍ରର ଏତେ ଅଧିକସଂଖ୍ୟକ ଅଧ୍ୟୟନକାରୀ ଏଭଳି ସିଦ୍ଧାନ୍ତମାନଙ୍କୁ ସିଦ୍ଧ ସତ୍ୟମାନଙ୍କ ପରି ଦେଖାଇବା ସକାଶେ ବ୍ୟସ୍ତ ହୋଇ ପଡ଼ୁନଥାନ୍ତେ ଯେ, ମଜୁରି ଖଟୁଥିବା ଶ୍ରମଜୀବୀମାନଙ୍କର ବୁଦ୍ଧିମାପର କ୍ଷେତ୍ରରେ ଏକ ନିମ୍ନସ୍ତରର ଅଙ୍କସଂଖ୍ୟା ରହିଛି ଏବଂ ପରାଧୀନ ରାଜ୍ୟଗୁଡ଼ିକର ପ୍ରଜାମାନେ ଆପେ ଆପଣାର ଶାସନ କରିବାଲାଗି କଦାପି ସମର୍ଥ ହେବେନାହିଁ । ସମାଜବିଜ୍ଞାନ ତ ଅଧିକ ନ୍ୟାୟ ସହିତ ଏକ ବିଜ୍ଞାନ ହୋଇ ପାରନ୍ତା, ଯଦି ସେଥିରେ ମନୁଷ୍ୟମାନଙ୍କର ସମାଜସ୍ଥ ଆଚରଣ ଉପରେ ଅର୍ଥନୀତିର ଅବଶ୍ୟ ଏକ ପ୍ରଭାବ ପଡ଼େ ବୋଲି ସେହି ସତ୍ୟଟିକୁ ଖୁବ୍ ନରମ କରି ବ୍ୟକ୍ତ କରିବାର ବଡ଼ ଅଶ୍ଵସ୍ତିକର ଆବଶ୍ୟକତାଦ୍ଵାରା ମଜବୁର ହେବାକୁ ପଡ଼ୁନଥାନ୍ତା । ଯେତେବେଳେ ତେଣେ କୁରାଢ଼ିମାନେ ପଜା ହେଉଥାନ୍ତି, ସେତେବେଳେ ବିଜ୍ଞାନ ଯାହା କହିବାର କଥା ତାହା ମୋଟେ କହି ପାରେନାହିଁ ।

 

ପ୍ରାକୃତିକ ବିଜ୍ଞାନୀମାନଙ୍କୁ, ସେମାନଙ୍କୁ ଏହିପରି ଯେତେ ଯେତେ ସମ୍ମାନ ଏବଂ ମର୍ଯ୍ୟାଦା ପ୍ରଦର୍ଶନ କରାଯାଉଛି, ସେଥିରେ ସେମାନଙ୍କର ଗୁଡ଼ାଏ ଉତ୍‌ଫୁଲ୍ଲ ହୋଇ ପଡ଼ିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । କାରଣ, ଅତୀତରେ ଏପରି ଗୋଟିଏ ସମୟ ଥିଲା, ଯେତେବେଳେ ସେମାନେ ମଧ୍ୟ ବର୍ତ୍ତମାନର ସମାଜବିଜ୍ଞାନ ପରି ସମାନ ଅବସ୍ଥାରେ ରହିଥିଲେ । ସେତେବେଳେ ଯେଉଁ ସମ୍ଭ୍ରାନ୍ତବଂଶୀୟମାନେ ଏକ ସାମନ୍ତବାଦୀ ସମାଜରେ ଶାସକରୂପେ ରହିଥିଲେ, (ସେହି ସମୟର ବିଶ୍ଵାସଟି ଅନୁସାରେ) ସେମାନେ ସିଧା ପରମେଶ୍ଵରଙ୍କ ଦ୍ଵାରା ନିଯୁକ୍ତ ହୋଇ ପୃଥିବୀକୁ ଆସିଛନ୍ତି ବୋଲି ଦୃଢ଼ଭାବରେ ବିଶ୍ଵାସ କରୁଥିଲେ । ଆପଣାର ସେହି ଅଧିକାର–ମାହାଲଟି ସହିତ ସେମାନେ ଏହି ବାହ୍ୟ ପୃଥୀ–ନାମକ ସଂସାରଟି ବିଷୟରେ ଭିଆଣ କରା ଯାଇଥିବା ମିଥ୍‌ଗୁଡ଼ିକର ଏକ ବହୁମଞ୍ଜୁଳ ଗଢ଼ଣଟି ଉପରେ ଉଭା ଦେଇ କେଡ଼େ ଚମତ୍କାର ପ୍ରକାରେ ତିଷ୍ଠି ରହିଥିଲେ । ସେହି ଆଦ୍ୟ କାଳର ବୈଜ୍ଞାନିକ ଆବିଷ୍କାରଗୁଡ଼ିକୁ ସେମାନେ କେବେହେଲେ ଆଦୌ କୌଣସି ଉଦାର ବୁଝାମଣାର ଦୃଷ୍ଟିରେ ଦେଖୁ ନଥିଲେ । ବ୍ରୁନୋଙ୍କୁ ନିଆଁରେ ପୋଡ଼ି ହତ୍ୟା କରା ଯାଇଥିଲା ଓ ଗାଲିଲିଓଙ୍କୁ ନାନାପ୍ରକାରର ଭୟପ୍ରଦର୍ଶନ କରା ଯାଇଥିଲା । ସେମାନେ ଏହି ପୃଥିବୀ ବିଷୟରେ କେତେକ ସତକଥା କହିଥିଲେ ବୋଲି ନୁହେଁ, ମାତ୍ର ସତ୍ୟକଥାମାନଙ୍କୁ କହିଦେବାଟା ସମ୍ଭ୍ରାନ୍ତମାନଙ୍କର ସେହି କାଳର ପ୍ରଭୁତ୍ୱଟି ସହିତ ମୋଟେ ଅନୁକୂଳ ହେଲାନାହିଁ ଅର୍ଥାତ୍ ଖାପ ଖାଇଲା ନାହିଁ ବୋଲି ସେମାନଙ୍କୁ ଉକ୍ତ ଦଣ୍ଡମାନ ଦିଆ ଯାଇଥିଲା । ପ୍ରକୃତିବିଜ୍ଞାନକୁ ବସ୍ତୁତଃ ଗୋଟିଏ ଅସ୍ତ୍ରପରି ବ୍ୟବହାର କରାଗଲା । ଯାହାକୁ ମଧ୍ୟବିତ୍ତ ବର୍ଗଟି ସମ୍ଭ୍ରାନ୍ତଶ୍ରେଣୀ ବିରୋଧରେ ତିଆରି କରିଥିଲା ଏବଂ ତେଣୁ ସେହି ସମ୍ଭ୍ରାନ୍ତଶ୍ରେଣୀ ସେହି ଅସ୍ତ୍ରଟି କିପରି ଯେ ତିଆରି ହୋଇ ନପାରିବ, ସେଥିଲାଗି ଯତ୍ପରୋନାସ୍ତି ନାନା ଉଦ୍ୟମ କରିଥିଲେ-। ଏହି ପୃଥିବୀ ହେଉଛି ସୂର୍ଯ୍ୟର ପ୍ରଦକ୍ଷିଣ କରୁଥିବା ଗୋଟିଏ ଗୋଲାକାର ପିଣ୍ଡ ବୋଲି ଯେତେବେଳେ ଗାଲିଲିଓ ଦାବୀ କରିଥିଲେ । ସେହି ସମୟରେ ସାମନ୍ତବାଦୀମାନେ ପୃଥିବୀ ସ୍ଥିର ରହିଛି ବୋଲି କଳ୍ପନା କରୁଥିଲେ, ତାହା ପ୍ରକୃତରେ ବହୁତ କିଛିକୁ “ଚୂରମାର” କରିଦେବାକୁ ଆସି ପହଞ୍ଚିଥିବା ପରି ଲାଗିଥିଲା । ଠିକ୍ ସେହିପରି ଯେତେବେଳେ ଏବେ ଜଣେ ସମାଜ–ବୈଜ୍ଞାନିକ ପୁଞ୍ଜିବାଦରେ ଅନ୍ତର୍ନିହିତ ହୋଇ ରହିଥିବା ପ୍ରକୃତିଟି ହେତୁ ଯୁଦ୍ଧର ଉତ୍ପତ୍ତି ହେଉଛି ବୋଲି କହିବାଦ୍ୱାରା ବର୍ତ୍ତମାନର ବହୁତ କିଛି ଚୁରମାର ହୋଇ ଯିବାପରି ଲାଗୁଛି । ଗାଲିଲିଓଙ୍କ ବିରୋଧରେ ଇନ୍‌କ୍ଵିଜିଟର୍‍ମାନଙ୍କର ଶକ୍ତିଟିକୁ ଆଣି ଲଗାଇ ଦିଆ ଯାଇଥିଲା । ଏବଂ, ସେହିପରି ବିଚାରବୁଦ୍ଧିହୀନ, ସମାଜବିଜ୍ଞାନୀର ବିରୋଧରେ ଶାସକମାନଙ୍କର ତଥା ଅମୁକ ଅଥବା ଢମୁକଟାର ଅନୁସନ୍ଧାନ କରିବା ପାଇଁ ବସିଥିବା କମିଟିର ବଳଟାକୁ ମଧ୍ୟ ଏବେ ଲଗାଇ ଦିଆଯାଉଛି-

 

“ଏକଦା ଆମେ ଯେପରି ଭୋଗିଛୁ, ବର୍ତ୍ତମାନ ତୁମେମାନେ ସେହିପରି ଭୋଗିବାରେ ଲାଗିଛ” ବୋଲି ସେହି ଅନୁଶାସନଟିରୁ ଶିକ୍ଷା ଲାଭ କରି ପଦାର୍ଥ-ବିଜ୍ଞାନୀମାନେ ହୁଏତ କିଞ୍ଚିତ୍ ସଜ୍ଞାନ ହୋଇ ପାରନ୍ତେ ଯେ, ସେମାନଙ୍କର ନିଜର ଶ୍ରମଗୁଡ଼ିକ ମଧ୍ୟ ନାନାଭଳି ଅର୍ଥନୈତିକ ସ୍ଵାର୍ଥର କବଳରେ ପଡ଼ି ଖୁବ୍ ସୂକ୍ଷ୍ମ ଭାବରେ ନାନା ସୀମାର କଟକଣା ଭିତରେ ବାଧ୍ୟ ହୋଇ ରହିଯାଉଛି । ଏଇଟି ନିଶ୍ଚୟ ଏକ ସତ୍ୟ ଘଟଣା ଯେ, ଜଣେ ଜଣେ ପଦାର୍ଥବିଜ୍ଞାନୀ ହିସାବରେ ସେମାନଙ୍କ ଉପରେ ମୋଟେ କିଛିହେଲେ ଦାବୀ କରା ଯାଉନାହିଁ ଏବଂ ମିଥ୍‌ଗୁଡ଼ିକୁ ସୃଷ୍ଟି କରି ରଖିବା ପାଇଁ ସେମାନଙ୍କୁ ବାଧ୍ୟ କରା ଯାଉନାହିଁ । ସେମାନଙ୍କ ମଧ୍ୟରୁ ମୁଁ କାହାକୁ ଜଣକୁ ମଧ୍ୟ ଏପରି ଯୁକ୍ତିଟିଏ ବାଢ଼ିବାର କେବେ ଶୁଣିବାକୁ ପାଇନାହିଁ ଯେ, ପରମାଣୁର ଗବେଷଣା ଭିତରେ ଏପରି କିଛି ଉପାଦାନ ବସ୍ତୁତ୍ୱ ରହିଛି ଯାହାକି ମନୁଷ୍ୟନାମକ ଆକାରଟିଏ ରୂପେ ଗଠିତ ହୋଇ ସେମାନଙ୍କୁ ଏକ ତୁଚ୍ଛା ଲାଭର ଲାଳସା ଭରି ରହିଥିବା ଗୋଟିଏ ଗୋଟିଏ ପଶୁରୂପେ ତିଆରି କରି ପକାଉଛି । ତଥାପି, ଆଣବିକ ଗବେଷଣାକୁ ନେଇ ଚାଲିଥିବା ମତଦ୍ଵୈଧଟି ସମୟରେ ବୈଜ୍ଞାନିକମାନେ ଦେଖିବାକୁ ପାଇଥିଲେ ଯେ, ସେମାନଙ୍କର ଅଧ୍ୟୟନର କ୍ଷେତ୍ରଟିକୁ ନାନା ସୀମାଦ୍ଵାରା କିଳି ଋଖିବାକୁ ଓ ଏପରିକି ଲୋପ କରିଦେବାକୁ ଯେଉଁ ଏକାଧିକ ପ୍ରୟାସ ହେବାରେ ଲାଗିଛି, ସେଇଟିର ସାମନା କରିବାକୁ ହେଲେ ସେମାନଙ୍କୁ ଯେପରି ହେଲେ ଏକଜୁଟ ହେବାକୁ ପଡ଼ିବ । ସତ୍ୟର ଆବିଷ୍କାର ଏବଂ ସମସ୍ତଙ୍କର ଗୋଚରକୁ ଆଣିବାର ଅଭିପ୍ରାୟରେ ସେଗୁଡ଼ିକର ପ୍ରକାଶନ–ଏଗୁଡ଼ିକ ସର୍ବଦା ହିଁ କୌଣସି ନା କୌଣସି ମହାସଙ୍କଟ ମଧ୍ୟରେ ଯାଇ ପଡ଼ିଥାଆନ୍ତି । ତେଣୁ, ବିଜ୍ଞାନଗୁଡ଼ିକ ଭିତରେ ଯେଉଁ ପାହାଚ ପାହାଚ ହୋଇ ଗଢ଼ଣଟିଏ ରହିଛି, ସେଇଟିର ଅବସାନ ଘଟାଇ ପାରସ୍ପରିକ ସହଯୋଗିତାର ଏକ ସମତାମଣ୍ଡଳ ଭିତରକୁ ସେଗୁଡ଼ିକୁ ନେଇ ଆସିବାକୁ ପଡ଼ିବ ଏବଂ ତେବେଯାଇ ଏକ ସମଗ୍ର ହିସାବରେ ବିଜ୍ଞାନର ଆଦୌ କୌଣସି ସମୃଦ୍ଧି ଯାଇ ସମ୍ଭବ ହେବ ।

 

ଆମର ଏହି ପୂର୍ଣ୍ଣ ବ୍ରହ୍ମାଣ୍ଡଟି ବିଷୟରେ ଯେଉଁ ମିଥ୍‌ମାନେ ରହିଛନ୍ତି, ସେଗୁଡ଼ିକ ମଧ୍ୟରୁ ବହୁସଂଖ୍ୟକ ମିଥ୍ ତଥାପି ରହିବେ । ଏପରି ବିଶ୍ୱାସ ସବୁ ରହିଛି ଯେ ଗୋଟିଏ ପାଖକୁ ଢଳି କରି ରହିଥିବା କୌଣସି ସିଡ଼ିକୁ ଚଲାଇ ହେବ ବା ଭଜା ହୋଇଥିବା ଖଣ୍ଡେ ଘୁଷୁରିମାଂସକୁ ଜହ୍ନଆଲୁଅ ପଡ଼ିଥିବା କୌଣସି ସ୍ଥାନରେ ଆଣି ଟଙ୍ଗାଇଦେଲେ ଦେହର କଳାଚିହ୍ନମାନେ ନିଶ୍ଚୟ ଚାଲିଯିବେ । କେବଳ ପ୍ରତ୍ୟକ୍ଷ ସତ୍ୟମାନଙ୍କର ନିରପେକ୍ଷ ଭାବରେ ପ୍ରସାର କରିବାକୁ ପ୍ରକାଶ ପାଉଥିବା ଦୈନିକ କାଗଜମାନେ ଏବେ ମଧ୍ୟ ପାଠକମାନଙ୍କର ମାର୍ଗଦର୍ଶନ କରାଇ କଦାପି ମିଥ୍ୟା ନହେଉଥିବା ଫଳିତ ଜ୍ୟୋତିଷକୁ ଆଣି ବାଢ଼ି ଦେଉଛନ୍ତି । ଏହିସବୁ ହାଲୁକା ମାୟାର ଅବଶ୍ୟ କାର୍ଯ୍ୟତଃ ପଦାର୍ଥବିଜ୍ଞାନରେ କୌଣସି ସ୍ଥାନ ନାହିଁ । ମାତ୍ର, ସମାଜ ସହିତ ସମ୍ପର୍କ ରହିଥିବା ଅଧ୍ୟୟନମାନଙ୍କରେ ଅବଶ୍ୟ ଅନ୍ୟପ୍ରକାରେ ଘଟେ । ସମାଜର ରୀତି ସମ୍ପର୍କରେ ବହୁବିଧ ମିଥ୍ ଥାଏ ଏବଂ ସେଗୁଡ଼ିକ ବହୁସଂଖ୍ୟକ ଗ୍ରନ୍ଥରେ ଭର୍ତ୍ତି ହୋଇ ରହିଥାନ୍ତି ଓ ଏଡ଼େ ପାଟିରେ ଚିତ୍କାର କରୁଥାଆନ୍ତି । ସେହି ବିଜ୍ଞାନଟିର ମଞ୍ଜ ଭିତରୁ ହିଁ ଚିତ୍କାର କରିବାରେ ଲାଗିଥାନ୍ତି । ଏହିସବୁ ମିଥ୍‌କୁ ଅପସାରିତ କରି ନେଇଯିବାଠାରୁ ସମ୍ଭବତଃ ଅଧିକ ମହତ୍ତ୍ଵପୂର୍ଣ୍ଣ ଅନ୍ୟ କୌଣସି କାର୍ଯ୍ୟ ହିଁ ପ୍ରକୃତରେ ନଥାଏ । କାରଣ, ତେବେଯାଇ ସିନା ମନୁଷ୍ୟର ଆପଣା ସ୍ଵଭାବ ତଥା ଭବିଷ୍ୟସ୍ଥିତିର ଅଧ୍ୟୟନ କରୁଥିବା ଏହି କ୍ଷେତ୍ରଟିକୁ ତ ସର୍ବାପେକ୍ଷା ଅଧିକ ମୂଲ୍ୟବାନ ବୋଲି କହିହେବ ଏବଂ ସେଥିରେ ପ୍ରକୃତରେ ଯଥାର୍ଥ ସୁସ୍ଥତା ତଥା ଶକ୍ତି ମଧ୍ୟ ରହିଛି ବୋଲି ବିଶ୍ଵାସ କରିହେବ ।

 

ଏହି ମିଥ୍‌ଗୁଡ଼ିକ ସମଗ୍ର ମାନବଜାତି ନିମନ୍ତେ ଆଦୌ ଲାଭକର ହୁଅନ୍ତା ନାହିଁ ଓ, ଯାହାକିଛି ଆମର ଦୁଃଖ ଏବଂ କଷଣମାନଙ୍କୁ ଦୂର କରାଇ ପାରିବ, ସେହିସବୁ ଜ୍ଞାନର ହିଁ ସର୍ବଦା ଏକ ପ୍ରୟୋଜନ ରହିଥାଏ । ପୁନଶ୍ଚ, ଏହି ମିଥ୍‌ମାନେ ମନୁଷ୍ୟଜାତିର କୌଣସି ଗୋଟିଏ ଭାଗ ନିମନ୍ତେ ମଧ୍ୟ ବିଶ୍ୱାସ ସ୍ଥାପନ କରିବାର ଏକ ବସ୍ତୁ ରୂପେ ନିର୍ଦ୍ଦିଷ୍ଟ ଭାବରେ ଉପକାରୀ ବୋଲି ସାବ୍ୟସ୍ତ ହୁଅନ୍ତିନାହିଁ । କିନ୍ତୁ, ଅବଶିଷ୍ଟ ଭାଗଟିର ମନୁଷ୍ୟମାନଙ୍କ ଭିତରେ ସେଗୁଡ଼ିକ ପ୍ରକୃତରେ ରହିଥିବା ସମୟରେ ମିଥ୍‌ମାନେ ଖାସ୍‌ ଗୋଟିଏ ଗୋଷ୍ଠୀ ଲାଗି ଲାଭଜନକ ହୋଇଥାଆନ୍ତି । ଏହିପରି ଭାବରେ, ପୃଥିବୀଟା ପ୍ରକୃତରେ ଚେପ୍‌ଟା କିମ୍ବା ଚେପ୍‌ଟା ନୁହେଁ, ଜଣେ ସମ୍ଭ୍ରାନ୍ତ ମନୁଷ୍ୟ ସେବିଷୟରେ ସେପରି ଗମ୍ଭୀର ଭାବରେ କିଛି ଚିନ୍ତା କରୁନଥିଲେ ମଧ୍ୟ, ତା’ ପାଇଁ ଏହି କଥାଟି ଅତ୍ୟନ୍ତ ଗୁରୁତ୍ୱ ରହିଥିବା କଥାଟିଏ ହୋଇ ଅବଶ୍ୟ ରହିବ ଯେ, ତା’ର ଶତ୍ରୁ ସେହି ବଣିକଟି ପୃଥିବୀ ଗୋଲ୍‌ ବୋଲି ଜାଣିବାକୁ କୌଣସି ଅବସର ପାଇବନାହିଁ; କାରଣ, ସେହି କଥାଟିକୁ ଜାଣିଲେ ସିଏ ସମଗ୍ର ପୃଥିବୀ ବ୍ୟାପି ବାଣିଜ୍ୟ ଦ୍ୱାରା ଅନ୍ୟତ୍ର ରହିଥିବା ସମ୍ପଦଗୁଡ଼ିକ ହାସଲ କରିବା ସକାଶେ ବ୍ୟାକୁଳ ହୋଇ ଉଠିବ । ଆମ ଏକାଳଟିରେ ମଧ୍ୟ ମତଲବଟି ସେହି ଏକାଭଳି ହୋଇ ରହିଛି, କିନ୍ତୁ ସେହି ସମ୍ପର୍କିତ ଭିତ୍ତିଭୂମିଟି ଇତିମଧ୍ୟରେ ବଦଳି ଗଲାଣି ।

 

ଆଧୁନିକ ଆମ ସମାଜଟିର ସ୍ୱଭାବକ୍ଷେତ୍ରରେ ପ୍ରଧାନ ତିନୋଟି ଲକ୍ଷଣ ରହିଛି, ଯେଉଁଗୁଡ଼ିକୁ ଗୋପନ କରି ରଖିବା ନିମନ୍ତେ ଅଥବା ଦେଖି ତଥାପି ନଦେଖିଲା ପରି ଆଚରଣ କରିବା ନିମନ୍ତେ ମିଥ୍‌ମାନେ ଏକ ମତଲବ ରଖିଛନ୍ତି :

 

ପ୍ରଥମତଃ, ସର୍ବଦା ଏହି ପୃଥିବୀରେ ପ୍ରଚୁର ସମ୍ପଦ ରହିଛି ବୋଲି ଇଚ୍ଛା କରି ହିଁ ଅସ୍ୱୀକାର କରାଯାଉଛି । କେବଳ ଯୁଦ୍ଧସମୟଟିକୁ ଛାଡ଼ିଦେଲେ, ଆମ ପାଖରେ ରହିଥିବା ଜ୍ଞାନକୌଶଳମାନେ ଯେଉଁ ବିପୁଳ ପରିମାଣର ଉତ୍ପାଦନ ସମ୍ଭବ କରନ୍ତେ, ସେତେ ସାମଗ୍ରୀର ଉତ୍ପାଦନ ହେଉନାହିଁ । ଏବଂ, ଆମେ ନିଜର ଏହି ଜ୍ଞାନକୌଶଳଗୁଡ଼ିକୁ ସେତେ ବେଗରେ ବିକଶିତ ମଧ୍ୟ କରୁନାହୁଁ, ଆମେ ପ୍ରକୃତରେ ଯେତେଦୂର କରିପାରନ୍ତେ । ଅନ୍ୟ ଭାବରେ କହିଲେ, କେବଳ ବିନାଶକାରୀ କେତେ ଉଦ୍ଦେଶ୍ୟର ସାଧନ ନିମନ୍ତେ ଆମେ ପ୍ରଚୁର ପରିମାଣରେ ଉତ୍ପାଦନ କରିବା ଦିଗରେ ମନ ଦେଉଛୁ । ମାତ୍ର, ଗଠନମୂଳକ ଉଦ୍ଦେଶ୍ୟଗୁଡ଼ିକର କ୍ଷେତ୍ରରେ ଆମର ଉତ୍ପାଦନ କ’ଣ ପାଇଁ କେଁ କେଁ କରିବାକୁ ଆରମ୍ଭ କରିବାକୁ ଆରମ୍ଭ କରୁଛି ଏବଂ ଶେଷରେ ବନ୍ଦ ହୋଇଯାଉଛି ।

 

ଦ୍ୱିତୀୟରେ, ଯାହାକିଛି ଉତ୍ପନ୍ନ ହେଉଛି ତାହାକୁ ବିତରଣ କରିବାରେ ଅତ୍ୟନ୍ତ ମାତ୍ରାରେ କ୍ରୂର ଅସମାନତା ରହିଯାଉଛି । ଆମ ସମାଜର ଗୋଟିଏ ପଟେ ଅଚଳାଚଳ ଧନ ସ୍ତୂପୀକୃତ ହୋଇ ରହୁଛି ଏବଂ ତେଣେ ଅପର ପଟେ ଅତିସଘନ ହୋଇ ଘୋର ଦାରିଦ୍ର୍ୟ ଅବସ୍ଥାନ କରୁଛି । ସହରର ଧନୀକବର୍ଗ ପଟେ ରହିଥିବା ଧନସମୃଦ୍ଧି ଆଖିମାନଙ୍କୁ ଝଲସାଇ ଦେଉଛି ଏବଂ ତାହାଦ୍ୱାରା ଅନ୍ୟ ଦେଶମାନଙ୍କରେ ଓ ଅତୀତର ଉପନିବେଶ ହୋଇ ରହିଥିବା ଅଞ୍ଚଳର ଦେଶମାନଙ୍କରେ ଓ ଅତୀତର ଉପନିବେଶ ହୋଇ ରହିଥିବା ଅଞ୍ଚଳର ଦେଶଗୁଡ଼ିକ ଉପରେ ଯେଉଁ ଅପମାନଜନକ ଭାଗ୍ୟଟିକୁ ଲଦି ଦିଆ ହୋଇଛି, ଉକ୍ତ ଧନାଢ଼୍ୟତା ତାହାକୁ ମୋଟେ ଘୋଡ଼ାଇ ରଖିପାରୁନାହିଁ । ଆମ ନିଜ ସମାଜରେ ମଧ୍ୟ ବାସ କରୁଥିବା ବଞ୍ଚିତମାନେ (ଆମେରିକା ଦେଶର ନିଗ୍ରୋମାନଙ୍କ ପରି) ସେହିପରି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ପେଷି ହୋଇ ରହିଛନ୍ତି । କୌଣସି ମନୁଷ୍ୟ ଏହିସବୁକୁ ଆଖି ମେଲା ରଖି ଦେଖୁଥିବ ଏବଂ ତଥାପି ନ୍ୟାୟ ଅଛି ବୋଲି କହି ପାରିବନାହିଁ ।

 

ତୃତୀୟ କଥାଟି ହେଉଛି, ଆମର ଏହି ଯାବତୀୟ ଲୋକତାନ୍ତ୍ରିକ ଗଢ଼ଣ ଏବଂ ଅନୁଷ୍ଠାନଗୁଡ଼ିକ ସତ୍ତ୍ୱେ ଯୁକ୍ତରାଜ୍ୟ ଆମେରିକାର ଆମ ନାଗରିକମାନଙ୍କର ବସ୍ତୁତଃ ଆମ ଜାତୀୟ ଅର୍ଥନୀତି ଉପରେ କୌଣସି ନିୟନ୍ତ୍ରଣ ନାହିଁ । କେବଳ ଗୋଟିଏ କ୍ଷୁଦ୍ର ଗୋଷ୍ଠୀ ସେହି ଅର୍ଥନୀତିର ଦାୟିତ୍ୱରେ ରହିଛନ୍ତି ଏବଂ, ତାହାର ବସ୍ତୁତଃ କିପରି ଭାବରେ ବ୍ୟବସ୍ଥାମାନ ହେବ, ସେଇଟିକୁ ସେହି ଅର୍ଥନୀତିର ସ୍ୱଭାବଟି ଅନୁସାରେ ହିଁ ନିର୍ଣ୍ଣୟ କରାଯାଉଛି । ଅର୍ଥାତ୍‌, କୌଣସି ଦ୍ରବ୍ୟର ଉତ୍ପାଦନଦ୍ୱାରା ଯଦି ଆମର ଅଧିକ ଲାଭ ହବ, ତେବେ କେବଳ ସେହିଗୁଡ଼ିକର ଉତ୍ପାଦନ ହେଉଛି-। ଆମ ରାଜନୀତିର ମାହାଲଗୁଡ଼ିକ ମଧ୍ୟ ପ୍ରାୟ ନିୟମତଃ ଆମ ଅର୍ଥନୀତିର ସ୍ୱାର୍ଥଜଡ଼ିତ ନିର୍ଦ୍ଦେଶ ଇତ୍ୟାଦିକୁ ମାନୁଛନ୍ତି । ଆମ ରାଜନୀତିକ ଅନୁଷ୍ଠାନଗୁଡ଼ିକର କଥା ଅନୁସାରେ ଆମର ଅର୍ଥନୀତି ପ୍ରାୟ ନିର୍ଦ୍ଧାରିତ ହେଉନାହିଁ ।

 

ଯଦି ଆମେ ଏହି ତିନୋଟିଯାକ ସ୍ଥିତି ବିଷୟରେ ମନୋଯୋଗ ସହକାରେ ବିଚାର କରିବା, ତେବେ ଅବଶ୍ୟ ଏକଥା ଜାଣିବାକୁ ସମର୍ଥ ହେବା; ସେଗୁଡ଼ିକ ଏପରି ଭାବରେ ସମ୍ଭବ ହୋଇଛନ୍ତି, ସେଥିନିମନ୍ତେ ମିଥ୍ୟା ଧାରଣାଗୁଡ଼ିକ ଅତ୍ୟନ୍ତ ଆବଶ୍ୟକ ହେବେ ଏବଂ ଅବଶ୍ୟ ରହିବେ । କିଏ ଏପରି ମନୁଷ୍ୟ ରହିଛି, ଯିଏ କି, ଉଦାହରଣ ସ୍ୱରୂପ, ଜାଣି ଜାଣି ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ସମାଜକୁ ବର୍ଜନ କରିବ, କାରଣ ସେପରି କଲେ, ଉତ୍ତମ ବାସଗୃହ, ଉତ୍ତମ ଆହାର ଓ ପରିଧାନ ଏବଂ ଉତ୍ତମ ଚିକିତ୍ସା ତଥା ଶିକ୍ଷାସୁଯୋଗକୁ ମଧ୍ୟ ବର୍ଜନ କରିବାକୁ ପଡ଼ିବ । ଏବଂ, ନିଜପାଇଁ ଓ ନିଜର ପରିବାର ପାଇଁ ତ ସିଏ ବର୍ତ୍ତମାନ ସେହିଗୁଡ଼ିକୁ ପାଇପାରିବ ବୋଲି ନିଜର ସାରା ଜୀବନ ବିତାଇ ଦେଉଛି । ପ୍ରାଚୁର୍ଯ୍ୟ ଥିବା ଗୋଟିଏ ସମାଜର ଅନ୍ତର୍ଭୁକ୍ତ ହେବାକୁ ଯଦି ମନୁଷ୍ୟମାନଙ୍କୁ ଛାଡ଼ି ନଦେବାକୁ ହିଁ ନିଷ୍ପତ୍ତି ହୋଇଥାଏ, ତେବେ ସେମାନଙ୍କୁ ନିଜକୁ କେତୋଟି ସିଦ୍ଧାନ୍ତ ସାହାଯ୍ୟରେ ଅବଶ୍ୟ ନିବର୍ତ୍ତାଇ ରଖିବାକୁ ହେବ; ସେହି ସିଦ୍ଧାନ୍ତ ଏବଂ ନୀତିମାନେ ଅବଶ୍ୟ ଏହି କଥାଟିକୁ ଦର୍ଶାଇ ଦେଇ ପାରୁଥିବେ ଯେ (୧) ଯେପରି ଗୋଟିଏ ଲକ୍ଷ୍ୟକୁ ଆଦୌ ପୂରଣ କରି ହେବନାହିଁ ଅଥବା, (୨) ସେହି ଲକ୍ଷ୍ୟଟିକୁ ଆଦୌ ପ୍ରକୃତରେ କାମ୍ୟ ବୋଲି କୁହା ଯିବନାହିଁ ।

 

ମନେ କରାଯାଉ ଯେ, ପ୍ରଥମଟିକୁ ଗ୍ରହଣ କରିନେଇ ତୁମେ ଏକଥା ଦେଖାଇବା ଲାଗି ଚେଷ୍ଟା କରିବ ଯେ, ଏକ ପ୍ରାଚୁର୍ଯ୍ୟ ରହିଥିବା ସମାଜରେ ପ୍ରକୃତରେ ପହଞ୍ଚି ହେବନାହିଁ । ଅବଶ୍ୟ, ଜ୍ଞାନକୌଶଳର ଦୃଷ୍ଟିରୁ କଦାପି ପ୍ରାଚୁର୍ଯ୍ୟ ସମ୍ଭବ ନୁହେଁ ବୋଲି ତୁମେ କଦାପି ଯୁକ୍ତି କରି ପାରିବନାହିଁ; କାରଣ ଏହି କଥାଟି ସଂପୂର୍ଣ୍ଣ ଭାବରେ ସତ୍ୟ ଯେ ଏକ ପ୍ରାଚୁର୍ଯ୍ୟ ସମ୍ଭବ କରିବାର ଯଥେଷ୍ଟ ସାଧନ ଆମପାଖରେ ରହିଛି ଏବଂ ସେହି ସାଧନଗୁଡ଼ିକର ପରିମାଣ ମଧ୍ୟ ଆଗକୁ ଅବଶ୍ୟ ଆହୁରି ବୃଦ୍ଧି ହିଁ ପାଇବ । ଶ୍ରୀଯୁକ୍ତ ମାଲ୍‌ଥସ୍‌ ବା ଅନ୍ୟ କୌଣସି ସିଦ୍ଧାନ୍ତକାରୀ ଅର୍ଥନୀତିଜ୍ଞ ଆଉ କଦାପି ଯେତେ ଯାହା ବ୍ୟାଖ୍ୟା କରି ଦେଖାଇବାକୁ ଇଚ୍ଛା କଲେ ମଧ୍ୟ କାହାରିକୁ ବିଶ୍ୱାସ ଆଣି ଦେଇ ପାରିବେନାହିଁ ଯେ ଲୋକସଂଖ୍ୟା ବୃଦ୍ଧି ପାଉଥିବା ଅନୁସାରେ ପୃଥିବୀରେ ଖାଦ୍ୟ–ଉତ୍ପାଦନ କେବେହେଲେ ଉପଲବ୍ଧ ହେବନାହିଁ । ତେଣୁ, ଆମେ କଦାପି କୌଣସି ପ୍ରାଚୁର୍ଯ୍ୟ ହାସଲ କରି ପାରିବନାହିଁ ବୋଲି କରାହେଉଥିବା ଉକ୍ତିଟିକୁ ଆମକୁ ହୁଏତ ଆଉ ଅନ୍ୟ କୌଣସି ଆଧାର ଉପରେ ନେଇ ଠିଆ କରାଇବାକୁ ପଡ଼ିବ । ଉଦାହରଣ ସ୍ୱରୂପ, କେହି ହୁଏତ ଏପରି କହିପାରିବ ଯେ, ମନୁଷ୍ୟର ପ୍ରକୃତି ସ୍ୱଭାବତଃ ଅତ୍ୟନ୍ତ ସ୍ୱାର୍ଥପର ହୋଇ ତିଆରି ହୋଇଛି ଏବଂ ସିଏ ନିତାନ୍ତ ସାମାନ୍ୟ କଥାରେ ମଧ୍ୟ ଅନ୍ୟମାନଙ୍କ ସହିତ ଲଢ଼େଇ କରିବାକୁ ବାହାରି ପଡ଼ୁଛି ଯେ, ସିଏ ସେଇଟି ଭିତରୁ କଦାପି ବାହାରି ଆସି ପାରିବ ନାହିଁ ଏବଂ ତେଣୁ ମନୁଷ୍ୟମାନେ କେବେହେଲେ ସମସ୍ତଙ୍କ ସକାଶେ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନର ଚିନ୍ତା ହିଁ କରି ପାରିବେନାହିଁ । ସେଥିନିମନ୍ତେ କାର୍ଯ୍ୟ କରିପାରିବା ତ ଆହୁରି ଅଧିକ ଦୁରୂହ ହିଁ ହେବ । ତେଣୁ, ଏହିପରି ଥୋକେ ନିଶ୍ଚୟ ଏହିପରି କ୍ଷୁଧା ସହ୍ୟ କରିବେ ଏବଂ କାଳ କାଳଯାଏ ଏହିପରି ଭାବରେ ଏକ ଆରେକୁ କଷଣ ଦେବାରେ ଲାଗିଥିବେ ଓ ହତ୍ୟା କରୁଥିବେ । ଏହି ପୃଥିବୀପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବା ପର୍ଯ୍ୟନ୍ତ ସେହିପରି ଅବଶ୍ୟ କରୁଥିବେ । କିମ୍ବା, ଜଣେ ହୁଏତ ଏପରି କହିବ ଯେ, ପ୍ରାଚୁର୍ଯ୍ୟ ରହିଥିବା କୌଣସି ସମାଜର ଯୋଜନା କରିବାରେ ମନୁଷ୍ୟ କେବେହେଲେ ସମର୍ଥ ହେବନାହିଁ : ନିମ୍ନମାନର ମଥା ରହିଥିବା ମନୁଷ୍ୟ ପୃଥିବୀରେ ବହୁସଂଖ୍ୟାରେ ବାସ କରୁଛନ୍ତି ଓ ଅପର ପକ୍ଷରେ ସର୍ବୋତ୍ତମ ମଥାଗୁଡ଼ିକ ମଧ୍ୟ ଏଡ଼େ ବଡ଼ ସମସ୍ୟାର ହୁଏତ ସାମନା ବି କରି ପାରିବେନାହିଁ । ଏହି ସବୁକିଛିକୁ ଅନ୍ଦାଜରେ ରଖି ତୁମେ ହୁଏତ କହିପାରିବ ଯେ, ବର୍ତ୍ତମାନ ଉପଲବ୍ଧ ହେଉଥିବା ଜ୍ଞାନକୌଶଳ ଇତ୍ୟାଦିର ଦୃଷ୍ଟିରୁ ପ୍ରାଚୁର୍ଯ୍ୟ ସମ୍ଭବ ବୋଲି କୁହାଯାଇ ପାରିଲେ ମଧ୍ୟ, ମାନସିକ ପ୍ରସ୍ତୁତି ଇତ୍ୟାଦିରୁ ବିଚାର କରି ଦେଖିଲେ ତାହା ଆଦୌ ସମ୍ଭବ ହେବନାହିଁ । ହଁ, କଦାପି ସମ୍ଭବ ହେବନାହିଁ ।

 

ପୁନଶ୍ଚ, ମନେ କରାଯାଉ, ଦ୍ଵିତୀୟ କଥାଟି ମୁତାବକ, ଆପଣ ଏପରି କହିବା ପାଇଁ ଚେଷ୍ଟା କରିବେ : ପ୍ରାଚୁର୍ଯ୍ୟ ରହିଥିବା ଗୋଟିଏ ସମାଜକୁ ଆମ ମନୁଷ୍ୟମାନଙ୍କର କାମ୍ୟ ବୋଲି କୁହାଯାଇ ପାରିବନାହିଁ । ମାତ୍ର, ସକଳ ପ୍ରାଚୁର୍ଯ୍ୟର ଲକ୍ଷ୍ୟ ହେଉଛି ଯେ, ତାହା ଆମକୁ ଏକ ସନ୍ତାପରହିତ ଶାନ୍ତ ଜୀବନର ଚିନ୍ତାମୁକ୍ତତା ଆଣି ଦେଇଥାଏ ଏବଂ, ତାହା ପ୍ରକୃତରେ ଏତେ ଅଧିକ ପରିମାଣରେ ବାଞ୍ଛନୀୟ ଯେ, ତା’ର ବିରୋଧ କରି କେହି ଆସି କୌଣସି ଯୁକ୍ତି କରିବ ବୋଲି କଳ୍ପନା ମଧ୍ୟ କରାଯାଇ ପାରିବନାହିଁ; ତଥାପି, ଏହି ସମ୍ପର୍କରେ ଏକାଧିକ ଯୁକ୍ତି ଆଣି ବାଢ଼ି ଦିଆ ଯାଇଥାଏ । ଉଦାହରଣ ସ୍ୱରୂପ, ଏପରି କୁହାଯାଉଥାଏ ଯେ, ‘ନିରାପଦ’ ହୋଇ ରହିବାଠାରୁ ବରଂ କାହାର ‘ଅଧୀନ ହୋଇ ନରହିବା’ ହେଉଛି ଅଧିକ ଭଲ, ଏବଂ ନାନା ଆରାମ ଭିତରେ ଜୀବନ କଟାଉଥିବା ବହୁସଂଖ୍ୟକ ମାମୁଲି ମନୁଷ୍ୟଙ୍କ ତୁଳନାରେ ବରଂ ଦୁଃସାହସ ରହିଥିବା ଟାଣୁଆ ଅଳ୍ପସଂଖ୍ୟକ ମଣିଷ ରହିଥିବା ମଧ୍ୟ ଅଧିକ ପରିମାଣରେ କାମ୍ୟ । ଏପରି ମଧ୍ୟ କୁହାଯାଇପାରେ ଯେ, ନିକୃଷ୍ଟ ସ୍ତରର ମନୁଷ୍ୟସମୂହଗୁଡ଼ିକ ପ୍ରାଚୁର୍ଯ୍ୟରେ ରହିବା ନିମନ୍ତେ ଆଦୌ ଉପଯୁକ୍ତ ନୁହନ୍ତି, ସେମାନେ ସେପରି ଏକ ଜୀବନର ମର୍ଯ୍ୟାଦାକୁ ହୁଏତ ବୁଝିବେନାହିଁ ଏବଂ ସେମାନେ ତାହାକୁ ଇଚ୍ଛା ହିଁ କରିବେନାହିଁ । ଏପରି ଆହୁରି ମଧ୍ୟ କୁହାଯାଇପାରେ ଯେ, ପ୍ରତ୍ୟେକ ପ୍ରଶ୍ନର ଯେହେତୁ ସର୍ବଦା ଦୁଇଟା ପାଖ ରହିଛି, ପ୍ରାଚୁର୍ଯ୍ୟର ମଧ୍ୟ ସମ୍ଭବତଃ ଅବଶ୍ୟ କେତେକ ଅଲାଭ ମଧ୍ୟ ରହିଛି; ଉଦାହରଣ ସ୍ୱରୂପ, ବିଳାସପୂର୍ଣ୍ଣ ଇନ୍ଦ୍ରିୟସୁଖର ସେହି ଗଭୀର ଜଳଟା ମଧ୍ୟରେ ମନୁଷ୍ୟର ‘ଆତ୍ମା’ଟା ହୁଏତ ଏପରି ବୁଡ଼ିଯିବ ଯେ ଆଉ ସେଥିଭିତରୁ ଉଦ୍ଧାର ପାଇ ବାହାରି ଆସି ପାରିବନାହିଁ । ତେଣୁ କିଛି କଷଣ ସହି ପଡ଼ି ରହିବାର କଠୋର ଅନୁଭବ ମଧ୍ୟ ରହିବା ଆବଶ୍ୟକ ହେବ । ମୁଁ ଭାବୁଛି, ଏହିସବୁ କଥାରୁ ବେଶ୍‌ ଉତ୍ତମରୂପେ ଜାଣି ହୋଇ ଯାଉଥିବ ଯେ, ସମସ୍ତଙ୍କୁ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ଜୀବନ ଉପଲବ୍ଧ ହେବା ଉଚିତ ବିଷୟରେ ଯେଉଁମାନେ ଆପତ୍ତି କରନ୍ତି, ସେମାନେ ସର୍ବତ୍ର କେଡ଼େ ଚମତ୍କାର ଭାବରେ ନ୍ୟାଯ୍ୟ ଅଳପ ଭିତରେ ରହିବାକୁ ବାଧ୍ୟ ହେଉଥିବା ମନୁଷ୍ୟମାନଙ୍କର ଆତ୍ମିକ ଉନ୍ନତି ବିଷୟରେ ପ୍ରକୃତରେ ଖୁବ୍‌ ଚିନ୍ତା କରୁଥାନ୍ତି ।

 

ଆଧୁନିକ ସମାଜରେ ଦୃଷ୍ଟିଗୋଚର ହେଉଥିବା ଅନ୍ୟ ଦୁଇଟି କଥା–ଅସମାନତା ଏବଂ ଅର୍ଥନୀତିଗତ ନାନା ସ୍ୱତନ୍ତ୍ର ସୁବିଧା,–ସେମାନେ ମଧ୍ୟ ଅନୁରୂପ ପ୍ରକାରେ କେତେକ ମିଥ୍ୟାକୁ ସୃଜି ରଖିଥାଆନ୍ତି । କେତେକ ଜାତିଙ୍କୁ ନୀରସ ବୋଲି ଅବଶ୍ୟ କହିବାକୁ ହେବ ଏବଂ ଜୀବବିଜ୍ଞାନର ବିଚାର ଅନୁସାରେ ସେମାନେ ନିଶ୍ଚୟ ଅଯୋଗ୍ୟ ବୋଲି କୁହାହେବା ଉଚିତ ବୋଲି ଯେଉଁ ମିଥ୍ୟାଟି ରହିଛି, ଏକ ଅସଲ କଥାକୁ ଦର୍ଶାଇ ଦେବାପାଇଁ ସେଗୁଡ଼ିକର ଉପସ୍ଥାପନା କରାଯାଏ ଯେ, ସମଗ୍ର ମନୁଷ୍ୟଜାତିର କ୍ଷେତ୍ରରେ କଦାପି କୌଣସି ସାମାଜିକ ଅଥବା ଅର୍ଥନୀତି–କ୍ଷେତ୍ରର ସମାନତା ହିଁ ହେବନାହିଁ । “ଯାହାର ଯେଉଁଭଳି ବିଚାର ତାହାର ସେହିପରି ଜୀବନ” ବୋଲି ରହିଥିବା ମିଥ୍ୟାଟି ବସ୍ତୁତଃ ସମାନତା ନାମକ ସେହି ଅଭିଳାଷଟିକୁ ବ୍ୟକ୍ତି-ସ୍ତରର ଗୋଟିଏ ମାନସିକତାର ଏକ ତତ୍ତୁଲ୍ୟ ଖିଆଲୀ କଳ୍ପନାଟିଏ ପରି ଚିନ୍ତା କରାଯାଏ ଏବଂ, “କେବଳ ଭାଷାର ପ୍ରୟୋଗ ଓ ଛଳଦେଇ ସର୍ବବିଧ ସମସ୍ୟାର ଉତ୍‌ଥାପନ କରା ଯାଉଥାଏ” ନାମକ ଅନ୍ୟ ମିଥ୍ୟାଟି ମଧ୍ୟ ସମାନତାକୁ ଏକ ନିରର୍ଥକ ସେହିପରି ଗୋଟିଏ ଶବ୍ଦ ବୋଲି କହି ଉଡ଼ାଇ ଦେବାରେ ଚେଷ୍ଟା ହୋଇଥାଏ । ଠିକ୍‌ ସେହିପରି, “ମନୁଷ୍ୟର ସ୍ୱଭାବଟାକୁ ତୁମେ କେବେହେଲେ ବଦଳାଇ ପାରିବନାହିଁ,” “ଧନୀମାନେ ଯୋଗ୍ୟ ଓ ଗରିବମାନେ ଅଯୋଗ୍ୟ” “ବାବୁ ତୁମକୁ ଆପେ ହିଁ ଆପଣାର ସବୁକୁଛିକୁ ସମ୍ଭବ କରିବାକୁ ପଡ଼ିବ” ଇତ୍ୟାଦି ମିଥ୍ୟାଗୁଡ଼ିକ,–ଏହି ସବୁଗୁଡ଼ିକୁ ବସ୍ତୁତଃ ଏହି ଅବିଧାନଟିକୁ ଉଚିତ ବିଧାନ ବୋଲି ଦର୍ଶାଇବାକୁ ବାଢ଼ି ଦିଆଯାଆନ୍ତି ଯେ, ସବୁକାଳରେ ଅଳ୍ପସଂଖ୍ୟକ କେତେ ମଣିଷ ହିଁ ବହୁସଂଖ୍ୟକ ଅନ୍ୟ ପକ୍ଷଟିକୁ ଅବଶ୍ୟ ଶାସନ କରିବେ । ଏହିପରି ଭାବରେ ଅଧିକାଂଶ ସମାଜରେ ପ୍ରଚଳିତ ହୋଇ ଆସିଥିବା ମିଥ୍ୟା ସବୁ ମନୁଷ୍ୟଙ୍କୁ ଭାଗ ଦେବାକୁ କହୁଥିବା ଗଣତନ୍ତ୍ରର ବିରୋଧ କରେ ଏବଂ ତଦ୍ଦ୍ୱାରା ଆଉଗୋଟିଏ ପ୍ରକାରେ ପ୍ରମାଣ କରି ଦେଉଥାଏ ଯେ ପ୍ରକୃତ ସତ୍ୟଟି ଗଣତନ୍ତ୍ରର ପକ୍ଷରେ ହିଁ ଥାଏ । ସମାଜରେ ପ୍ରଚଳିତ ଥିବା ଅଧିକସଂଖ୍ୟକ ମିଥ୍ୟା ସବୁକିଛି ଯେପରି ଅଛି ତାହାକୁ ସବୁଦିନ ପାଇଁ ସ୍ଥାୟୀ କରି ରଖିବାକୁ ନିଜର ଲକ୍ଷ୍ୟରୂପେ ଗ୍ରହଣ କରିଥାଏ ଏବଂ ସେପରି କରି ପ୍ରକାରାନ୍ତରେ କହି ଦେଉଥାଏ ଯେ, ପୃଥିବୀର ଭବିଷ୍ୟତଟି ପ୍ରକୃତରେ ସମୁଦାୟ ମାନବଜାତିର ସମ୍ପଦ ହେବାକୁ ଅବଶ୍ୟ ଅଗ୍ରସର ହେବାରେ ଲାଗିଛି ।

 

ସମାଜର ପ୍ରଚଳିତ ଏହି ମିଥ୍ୟାଗୁଡ଼ିକରୁ ପ୍ରକୃତରେ କେଉଁମାନେ ଲାଭବାନ୍‌ ହୁଅନ୍ତି ? ହଁ, ସ୍ପଷ୍ଟତଃ ସେଇମାନେ ସମାଜର ଏହି ବର୍ତ୍ତମାନର ଗଠନଟି ଦ୍ୱାରା ଲାଭବାନ ହେଉଛନ୍ତି । ସେମାନଙ୍କ ହାତରେ ବହୁତ କିଛି ଏକଚାଟିଆ ହୋଇ ରହିଛି ଏବଂ ସେହିମାନେ ହିଁ ଅନୁରୂପ ପ୍ରକାରେ ସଂଗଠନମାନଙ୍କୁ ଗଠନ କରିଛନ୍ତି, ଯାହାଦ୍ୱାରା ନିଜ ଦେଶର ତଥା ଉପନିବେଶର ଅଧିବାସୀଗଣଙ୍କର ଶ୍ରମଲବ୍ଧ ଧନ ମୁଖ୍ୟତଃ ସେହିମାନଙ୍କ ହାତକୁ ଚାଲିଯାଉଛି । ମୁଁ ଏହି ଗୋଷ୍ଠୀଗୁଡ଼ିକୁ ସ୍ଥାନବିଶେଷରେ ‘ପ୍ରତିକ୍ରିୟାଶୀଳ’ ପକ୍ଷ ବୋଲି କହିବି । ଏବଂ ବେଳେବେଳେ ‘ଫାସିଷ୍ଟ’ ବୋଲି କହିବି । ଏହି ଦୁଇଟି ଭିତରେ ହୁଏତ କେବଳ ଏକ ସୂକ୍ଷ୍ମ ପାର୍ଥକ୍ୟ ହିଁ ରହିଛି; କିନ୍ତୁ ପାର୍ଥକ୍ୟଟିର ମଧ୍ୟ ଗୋଟିଏ ମହତ୍ତ୍ୱ ଅବଶ୍ୟ ରହିଛି । ‘ପ୍ରତିକ୍ରିୟାଶୀଳ’ମାନେ ଆପଣାର ନାନା ବିଶେଷ ଅର୍ଥନୈତିକ ସୁବିଧାଗୁଡ଼ିକୁ ଗୋଟିଏ ରାଜନୀତିକ୍ଷେତ୍ରର ଗଣତାନ୍ତ୍ରିକ ଗଢ଼ନ ଭିତରେ ଉପଭୋଗ କରି ରହିଥାନ୍ତି । ଏବଂ, ଫାସିଷ୍ଟମାନେ ଆପଣାର ସେହି ବିଶେଷ ସୁବିଧା ରହିଥିବା ଅର୍ଥନୀତିଗତ ସ୍ଥିତିଟିକୁ ବଜାୟ ରଖିବାପାଇଁ ରାଜନୀତି–ସ୍ତରର ଗଣତାନ୍ତ୍ରିକ ଢାଞ୍ଚାଟିକୁ ଭାଙ୍ଗି ଦେବାଲାଗି କ୍ରିୟାଶୀଳ ରହିଥାଆନ୍ତି । ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗୋଟିଏ ଗୋଷ୍ଠୀକୁ ଛାଡ଼ି ଅନ୍ୟ ଗୋଷ୍ଠୀଟି ମଧ୍ୟକୁ ଚାଲିଯିବାର ଏକ ପ୍ରକ୍ରିୟା ମଧ୍ୟ ସର୍ବଦା ଲାଗି ରହିଥାଏ । ଜର୍ମାନୀର ଉଦ୍ୟୋଗସ୍ୱାମୀ ଶ୍ରୀ କ୍ରୁପ୍‌ଙ୍କୁ ପ୍ରଥମ କାଳର ନିଜର ପ୍ରତିକ୍ରିୟାଶୀଳ ଖୋଳଟିକୁ ପରିତ୍ୟାଗ କରି ଫାସିଷ୍ଟ କ୍ରୁପ୍‌ ବନିଯିବାରେ ଆଦୌ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଯେତେବେଳେ ଗଣତାନ୍ତ୍ରିକ ବ୍ୟବସ୍ଥାର ଅନୁଷ୍ଠାନଗୁଡ଼ିକର ତରଫରୁ ପ୍ରତିକ୍ରିୟାଶୀଳମାନଙ୍କର କ୍ଷମତାକୁ ସୀମିତ କରି ରଖିବାର ଉଦ୍ୟମମାନ କରାଯାଇଥାଏ ମୁଖ୍ୟତଃ ସେହି ସମୟରେ ଏହିପରି ଶିବିର-ପରିବର୍ତ୍ତନ ଇତ୍ୟାଦି କରାଯାଇଥାଏ । କାରଣ, ପ୍ରତିକ୍ରିୟାଶୀଳମାନେ ଯେଉଁ ସ୍ୱାଧୀନତାର ପ୍ରଶଂସା କରନ୍ତି, ସେଇଟି ହେଉଛି ଶସ୍ତାରେ ଉତ୍ପାଦନ କରିବା ଓ ମହଙ୍ଗାରେ ବିକ୍ରୟ କରିବାର ସ୍ୱାଧୀନତା । ସେମାନେ ଯେଉଁ ସମାନତାର ଏଡ଼େ ପ୍ରଶଂସା କରନ୍ତି ସେଇଟି ହେଉଛି ସମାନ ଭାବରେ ତଳେ ରହିଥିବା ଶ୍ରମିକମାନଙ୍କୁ ଅଳପ ମଜୁରି ଦେବାର ସ୍ୱାଧୀନତା ଏବଂ ଭାତୃତ୍ୱଭାବର ପ୍ରଶଂସା ସେମାନେ କରନ୍ତି, ସେଇଟି ହେଉଛି ଯେ, ନିୟୁତ ନିୟୁତ ସଂଖ୍ୟାରେ ଶ୍ରମିକମାନେ କଥା ମାନୁଥିବେ ଏବଂ ବାଧ୍ୟ ହୋଇ ରହିବେ, ସକାଳୁ ସଞ୍ଜଯାଏ ପୂର୍ଣ୍ଣ ସନ୍ତୁଷ୍ଟ ହୋଇ ମେସିନ୍‌ଗୁଡ଼ାକ ଭିତରେ କାମ ଖଟିବେ, ଯେଉଁଗୁଡ଼ିକ ସେମାନଙ୍କର ନିଜ ସମ୍ପତ୍ତି ହୋଇନଥିବେ ଓ ଏପରି ଦ୍ରବ୍ୟଗୁଡ଼ିକର ଉତ୍ପାଦନ କରୁଥିବ, ଯାହାକି କେବେ ମଧ୍ୟ ସେମାନଙ୍କର ନିଜ ଘରମାନଙ୍କର ବ୍ୟବହାରର ସାମଗ୍ରୀରୂପେ ବ୍ୟବହୃତ ହେଉନଥିବ ।

 

ମିଥ୍ୟାଗୁଡ଼ିକର ବିଶ୍ଳେଷଣ

 

ଏହି ସର୍ବବିଧ ମିଥ୍ୟା ସେଗୁଡ଼ିକୁ ଉଦ୍‌ଭାବନ କରିଥିବା କୌଣସି ବ୍ୟକ୍ତିର ମନ ଭିତରେ ଆଗରୁ ନିଶ୍ଚୟ ରହିଥିଲା ବୋଲି ଯଦି ଆମେ ଭାବିବା, ତେବେ ଭୁଲ୍‌ ହିଁ କରିବା । ବରଂ, ଏପରି କୁହାଯିବ ଯେ, ନାନାବିଧ ଶ୍ରମ ସଂସ୍ଥାନରେ ବିଭିନ୍ନ ଲୋକମାନଙ୍କର ମଥାରେ ଏମାନେ ଗୋଟିଏ ଗୋଟିଏ ଧାରଣା ହୋଇ ଅବସ୍ଥାନ କରୁଥିଲେ ଏବଂ ଏକ ଅଚାନକ ଭାବରେ ସେଗୁଡ଼ିକର ଏକ ପ୍ରଚାରମୂଲ୍ୟ ଆବିଷ୍କୃତ ହେଲା । ଉଦାହରଣ ସ୍ୱରୂପ, ଗୋଟିଏ ଗୋଟିଏ ଦ୍ରବ୍ୟ ହିସାବରେ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ରହିଥାଏ,–ମାତ୍ର ସେହି ସ୍ଥଳରେ ଶ୍ରେଣୀ ତଥା ପ୍ରଣାଳୀମାନଙ୍କ ବିଷୟରେ ଯାହାକିଛି କୁହାହେଉଥାଏ, ସେଗୁଡ଼ିକର ଆଦୌ କୌଣସି ବାସ୍ତବ ମୂଲ୍ୟ ହିଁ ନଥାଏ,–ଏହି କଥାଟି ବିଷୟରେ ବିଚାର କରାଯାଉ । ଆପେ ଲେଖିଥିବା ଗୋଟିଏ ବହିରେ ଏକଦା ଶ୍ରୀଯୁକ୍ତ ଷ୍ଟୁଆର୍ଟ ଚେଜ୍‌ ଏହି କଥାଟିର ପ୍ରଚାର କରିଥିଲେ । ଏହି ସିଦ୍ଧାନ୍ତଟି ବହୁକାଳରୁ ରହି ଆସିଥିଲା । ପ୍ରାଚୀନ ଗ୍ରୀକ୍‌ ଦର୍ଶନରେ ଆମେ ସେଇଟିର ଆଲୋଚନା ହୋଇଥିବା ମଧ୍ୟ ଦେଖିବାକୁ ପାଉ । ମାତ୍ର, ବିଶେଷ ଭାବରେ ଏଇଟି ହେଉଛି ମଧ୍ୟଯୁଗୀୟ ଦର୍ଶନର ଗୋଟିଏ ସିଦ୍ଧାନ୍ତ । ସେହି ସମୟରେ ସେଇଟିର ଏକ ଅତ୍ୟନ୍ତ ଉଦ୍‌ବେଳନକାରୀ ପ୍ରଭାବ ମଧ୍ୟ ପଡ଼ିଥିଲା । ସିଦ୍ଧାନ୍ତଟିରେ ବସ୍ତୁତଃ କୌଣସି ସତ୍ୟ ନଥିଲା । ପ୍ରକୃତରେ ଚତୁର୍ଦ୍ଦଶ ଶତାବ୍ଦୀରେ ତାହାର ପ୍ରଭାବଟି ଅତ୍ୟନ୍ତ ବିପ୍ଳବାତ୍ମକ ପରି ଅନୁଭୂତ ହୋଇଥିଲା, କାରଣ ସେତେବେଳେ ତାହା ତତ୍କାଳୀନ ସାମନ୍ତପ୍ରଥାର ବିରୋଧରେ ଉଦ୍ଦିଷ୍ଟ ଥିଲା । ଶ୍ରୀଯୁକ୍ତ ଚେଜ୍‌ ଏଇଟିକୁ ଯେତେବେଳେ ବିଂଶ ଶତାବ୍ଦୀରେ କାମରେ ଲଗାଇବାକୁ ମନ କଲେ, ସେତେବେଳେ ମଧ୍ୟ ତାହାର ଏକ ତୁମୂଳପ୍ରାୟ ପ୍ରଭାବ ପଡ଼ିଥିଲା, କାରଣ ସେତେବେଳେ ଫାସିଷ୍ଟ୍‌ବିରୋଧୀ ସଂଗ୍ରାମଟିକୁ ଅଚଳ କରିଦେବାର କାର୍ଯ୍ୟରେ ତାହାକୁ ବ୍ୟବହାର କରାଗଲା ।

 

ଅଥବା, ଜୀବବିଜ୍ଞାନ–ଜନିତ କୌଣସି ଅଯୋଗ୍ୟତାରୁ ହିଁ କେତେ ମନୁଷ୍ୟ ଦରିଦ୍ର ହୋଇ ରହିଛନ୍ତି ବୋଲି ଶ୍ରୀ ହେଆର୍‌ବର୍ଟ୍‌ ସ୍ପେନ୍‌ସରଙ୍କର ବିଶ୍ୱାସଟିର ବିଚାର କରାଯାଉ । ସେତେବେଳେ ଅର୍ଥନୀତିର କ୍ଷେତ୍ରରେ ଲାଗିଥିବା ପ୍ରତିଦ୍ୱନ୍ଦିତାକୁ ପ୍ରକୃତରେ ଉଚିତ ବୋଲି ସଚେତନ ଭାବରେ କୌଣସି ଅଭିପ୍ରାୟ ରଖି ସିଏ ସେହି ସିଦ୍ଧାନ୍ତଟିକୁ ବାହାର କରିଥିଲେ ବୋଲି ନିଶ୍ଚୟ କୁହାଯାଇ ପାରିବନାହିଁ । ଜଙ୍ଗଲରେ ପଶୁମାନଙ୍କର ଜୀବନ ଓ ଊନବିଂଶ ଶତାବ୍ଦୀର ମଧ୍ୟଭାଗରେ ଆର୍ଥିକ କ୍ଷେତ୍ରରେ ମନୁଷ୍ୟମାନଙ୍କର ଆଚରଣ ମଧ୍ୟରେ ଏକ ବୃହତ୍‌ ସାମଞ୍ଜସ୍ୟ ଲକ୍ଷିତ ହେବାର ଦେଖି ସେ କେବଳ ବିସ୍ମିତ ହୋଇ ଯାଇଥିଲେ । ସିଏ ଅନୁମାନ କଲେ ଯେ, ଜଙ୍ଗଲରେ ଦୃଷ୍ଟିଗୋଚର ହେଉଥିବା ରୀତିଟି ସମ୍ଭବତଃ ମନୁଷ୍ୟର ସମାଜ ମଧ୍ୟକୁ ସଂକ୍ରାମିତ ହୋଇ ଆସିଛି ଏବଂ ସ୍ପେନ୍‌ସର୍‌ ସେହି ଅନୁସାରେ ଆପଣାର ଏକ ଗବେଷଣାରେ ପ୍ରବୃତ୍ତ ହୋଇଥିଲେ । ସେଥିରୁ ଯେଉଁ ତଥ୍ୟଗୁଡ଼ିକ ମିଳିଲା, ସମସ୍ତେ ତାହାର ଉଚ୍ଚପ୍ରଶଂସା କରିଥିଲେ । କିନ୍ତୁ, ମୁଁ ଏପରି ଅନ୍ଦାଜ କରୁଛି ଯେ, ଆପଣାର ଶେଷ ଜୀବଦ୍ଦଶା ପର୍ଯ୍ୟନ୍ତ ସେ ନିଜକୁ ଜଣେ ତୁଚ୍ଛା ପ୍ରଚାରମାର୍ଗୀ କରି ଦେଇଥିଲେ ବୋଲି ଏତେ ଟିକିଏ ଧାରଣା ମଧ୍ୟ କରିନଥିବେ ।

 

ପୁନଶ୍ଚ, କେତେ କେତେ ମିଥ୍ୟାବିଶ୍ୱାସରେ କିଛି ଅଂଶରେ ସତ୍ୟର କିଛି ଉପାଦାନ ମଧ୍ୟ ରହିଥାଏ ସତ, ମାତ୍ର ଏତେ ଏତେ ଅସ୍ପଷ୍ଟତା ଓ ଭ୍ରମାତ୍ମକ ପ୍ରୟୋଗ ସେଗୁଡ଼ିକ ଉପରେ ମାଡ଼ି ରହିଥାଏ ଯେ, ଫଳରେ ଭିତରର ଉକ୍ତ ସତ୍ୟଟି ମଧ୍ୟ ସଂପୂର୍ଣ୍ଣ ଭାବରେ ଘୋଡ଼ାଇ ହୋଇ ରହିଯାଏ-। ଅବଶ୍ୟ, ସକଳ ମିଥ୍ୟାବିଶ୍ୱାସ ମଧ୍ୟରେ ସେଇଟି ନିଶ୍ଚୟ ସତ୍ୟ ହୋଇଥିବ ବୋଲି ପ୍ରକୃତର ଏକ ବାତାବରଣ ରହିଥାଏ । ଏହିସବୁ ମିଥ୍ୟାର ଅନ୍ୟ ମିଥ୍ୟାମାନଙ୍କର ତୁଳନାରେ ଏକ ବହୁପରିମାଣର ଅନୁକୂଳତା ରହିଥିବା ପରି ମନେ ବି ହୁଏ । ସେଗୁଡ଼ିକରୁ ଯେପରି ପ୍ରକୃତରେ ଏକ ପ୍ରତ୍ୟୟ ଦେଇ ପାରିବାଭଳି କିଛି ନିଆଁ ବାହାରି ପାରିବ, ସେଥିପାଇଁ ସେଗୁଡ଼ିକୁ ବେଶ୍‌ ଉତ୍ତମ ପ୍ରକାରେ ଉତ୍ତପ୍ତ କରି ଆଣିବାକୁ ପଡ଼େ । ଉଦାହରଣ ସ୍ୱରୂପ, ଏକ ପ୍ରକୃତ ଅର୍ଥରେ ମନୁଷ୍ୟର କେବେ ମଧ୍ୟ କୌଣସି ପରିବର୍ତ୍ତନ ହୁଏନାହିଁ ଏବଂ, ପ୍ରତ୍ୟେକ ପ୍ରଶ୍ନ ତଥା ସମସ୍ୟାର ସର୍ବଦା ଦୁଇଟି ପାଖ ରହିଥାଏ ବୋଲି ଯେଉଁ ଉକ୍ତିଟି, ସେଥିରେ ମଧ୍ୟ ଏକ ସତ୍ୟୋପାଦାନ ରହିଛି । କିନ୍ତୁ, ସେହି ସତ୍ୟୋପାଦାନ ରହିଥିବାର ବୋଧଟିରୁ ଯେଉଁ ଅନୁମାନମାନେ ନିଷ୍ପନ୍ନ ହୋଇ ଆସିବେ, ସେଗୁଡ଼ିକ ଆମେ ସେଥିରୁ ପାଇବୁ ବୋଲି ଆଶା କରୁଥିବା ଅନୁମାନଗୁଡ଼ିକରୁ ହୁଏତ ଏକାବେଳେକେ ଅନ୍ୟ ପ୍ରକାରର ହେବେ । ମିଥ୍ୟାବିଶ୍ୱାସଗୁଡ଼ିକର ନିର୍ମାତାଗଣ ଏହିସବୁ ସିଦ୍ଧାନ୍ତଗୁଡ଼ିକର ପିଠିରେ ବସି ତେଣୁ ସେଗୁଡ଼ିକୁ ନିର୍ଭରର ଏକାନ୍ତ ଅଯୋଗ୍ୟ ଗୁଡ଼ିଏ ଆରୋହଣ ବୋଲି ଜାଣିବାକୁ ପାଇବେ । ସେହି ଆରୋହଣମାନ ତ ଏଭଳି ହୋଇଥିବେ ଯେ, ଏତେ ଟିକିଏ ଭୁଲ ହୋଇଯିବା ମାତ୍ରକେ ସେମାନେ ନିଶ୍ଚୟ ଆରୋହଣକାରୀକୁ ତା’ ଆସନରୁ ସିଧା ତଳକୁ ପକାଇଦେଇ ପାରିବେ ।

 

ଗୋଟିଏ ଅର୍ଥରେ, ସକଳ ମିଥ୍ୟାବିଶ୍ୱାସକୁ ପ୍ରକୃତରେ ଏହିଭଳି ଏକ ଦଶାର ସମ୍ମୁଖୀନ ହେବାକୁ ହିଁ ପଡ଼େ;–ସେଗୁଡ଼ିକ ଅର୍ଦ୍ଧେକ ପରିମାଣରେ ସତ୍ୟ ଅଥବା ସଂପୂର୍ଣ୍ଣରୂପେ ମିଥ୍ୟା ଯାହା ହୋଇଥାନ୍ତୁ ପଛକେ, ସେହି ଦଶା ହିଁ ହୁଏ । ତେଣୁ, ଜଣେ ସମୀକ୍ଷାକାରୀ ନିମନ୍ତେ ଅପେକ୍ଷାକୃତ ଅଧିକ ସୁଖକର କର୍ତ୍ତବ୍ୟ ହେଉଛି ଯେ, ସେହି ବିଶ୍ୱାସଟି ପ୍ରକୃତରେ ସତ୍ୟ ହୋଇଥିଲେ ମଧ୍ୟ, ଯାହା ସେଇଟିର ପ୍ରମାଣ କରି ଦେବାପାଇଁ ରହିଥିଲା, ହୁଏତ ସେଇଟି ତାହାକୁ କଦାପି ପ୍ରମାଣ କରି ପାରିବନାହିଁ କିମ୍ବା ସଂପୂର୍ଣ୍ଣ ଭାବରେ ତାହାର ଓଲଟାଟାକୁ ପ୍ରମାଣ କରୁଥିବ, ସିଏ ସେଇଟିକୁ ଦର୍ଶାଇ ଦେବ । ଜୀବନ କହିଲେ ଏପରି ଗୋଟିଏ ସଂଗ୍ରାମକୁ ବୁଝାଇବ, ଯହିଁରେ ଯୋଗ୍ୟମାନେ ହିଁ ତିଷ୍ଠି ରହି ପାରନ୍ତି ଓ ଅଯୋଗ୍ୟମାନେ ବିଲୁପ୍ତ ହୁଅନ୍ତି,–ଏଠାରେ ସେହି ସିଦ୍ଧାନ୍ତଟିର ବିଚାର କରାଯାଉ । ସେହି ସିଦ୍ଧାନ୍ତଟି ଦ୍ୱାରା ଦେଖାଇ ଦେବାର ପ୍ରୟାସ କରାଯାଇଛି ଯେ, ଏକ ସାଧାରଣ ନିୟମ ପରି ରହିଥିବା ପରି ଆମେ ଦୁର୍ଗତ ମନୁଷ୍ୟମାନଙ୍କ ନିମନ୍ତେ ସହାୟତାର କୌଣସି କାର୍ଯ୍ୟକ୍ରମ ଗ୍ରହଣ କରିବାନାହିଁ କିମ୍ବା ସାମାଜିକ ନିରାପତ୍ତା ନିମନ୍ତେ କୌଣସି ବୀମାର ବ୍ୟବସ୍ଥା କରିବାନାହିଁ, କାରଣ ଏସବୁ ଦ୍ୱାରା ପରିମାଣତଃ ଯୋଗ୍ୟମାନଙ୍କୁ ବଞ୍ଚିତ କରି ଅଯୋଗ୍ୟମାନେ ହିଁ ବଞ୍ଚି ରହିବାର ସୁଯୋଗ ଲାଭ କରିବେ । ଠିକ୍ ଏହିଭଳି କେତେକ କାରଣରୁ ସ୍ୱୟଂସ୍ପେନ୍‌ସର୍‌ ମଧ୍ୟ ସାର୍ବଜନୀନ ଶିକ୍ଷାର ପ୍ରଚଳନ ହେବା ଉଚିତ ନୁହେଁ ବୋଲି ମତ ଦେଉଥିଲେ । ହଁ, ବର୍ତ୍ତମାନ ମନେ କରାଯାଉ ଯେ, ଏହି ଜୀବନ ହେଉଛି ପ୍ରକୃତରେ ଏକ ସଂଗ୍ରାମ ଏବଂ ସଂଘର୍ଷର କ୍ଷେତ୍ର ଏବଂ ଏପରି ମଧ୍ୟ ମନେ କରାଯାଉ ଯେ, ମାନବଜାତିର ଦରିଦ୍ର ବଞ୍ଚିତ ପକ୍ଷଟି ଆପଣାର ଶକ୍ତିକୁ ଠୁଳ କରିଆଣି ଧନୀମାନଙ୍କର ଶକ୍ତିକୁ ଯାଇ ଆସନଚ୍ୟୁତ ହିଁ କଲେ । ସେଥିରୁ ପରିମାଣତଃ ଏପର ଘଟିବ ଯେ, ସେହି ଦରିଦ୍ର ମନୁଷ୍ୟମାନେ ଅତ୍ୟନ୍ତ ସନ୍ଦେହଶୂନ୍ୟ ଭାବରେ ପ୍ରମାଣ କରି ଦେଖାଇ ଦେଇ ପାରିଲେ ଯେ ସେମାନେ ବସ୍ତୁତଃ ଯୋଗ୍ୟ ଥିଲେ ଏବଂ ଧନୀମାନଙ୍କର ପକ୍ଷଟି ଅଯୋଗ୍ୟ ଥିଲେ । ଅର୍ଥାତ୍, ସ୍ପେନ୍‌ସରଙ୍କର ସେହି ସିଦ୍ଧାନ୍ତଟି ଗୋଟିଏ ପକ୍ଷରେ ବିପ୍ଳବକୁ ଉଚିତ ବୋଲି କହୁଛି ଏବଂ ତେଣେ ସ୍ଥିତାବସ୍ଥାକୁ ବଜାୟ ରଖିବାର ସପକ୍ଷରେ ମଧ୍ୟ ମତ ଦେଉଛି । ଯାବତୀୟ ଉପସ୍ଥିତ ବସ୍ତୁସ୍ଥିତିଟିର ଆଲୋଚନା କରି ଯେତେବେଳେ ତୁମେ ବିପ୍ଳବକୁ ଉଚିତ ବୋଲି କହୁଛ, ସେତେବେଳେ ସେଥିରେ କେଉଁମାନେ ଜୟଲାଭ କରିବେ, ସେଇଟିକୁ ଆଗତୁରା ଭାବରେ ଉଚିତ ବୋଲି ଘୋଷଣା କରିବାକୁ ମୋଟେ ଯଥାର୍ଥ ବୋଲି କୁହା ଯିବନାହିଁ । ବରଂ, ସକଳ କ୍ଷେତ୍ରରେ, ସ୍ପଷ୍ଟତଃ ପରସ୍ପରର ବିରୋଧୀ ହୋଇ ରହିଥିବା ଦୁଇଟିଯାକ ସକ୍ରିୟତାକୁ ଯେଉଁ ସିଦ୍ଧାନ୍ତ ସମାନ ଭାବରେ ସମର୍ଥନ ଜ୍ଞାପନ କରେ, ମର୍ମତଃ ତାହାର କୌଣସି ଅର୍ଥ ହିଁ ନାହିଁ ବୋଲି କହିବାକୁ ହେବ-

 

କିନ୍ତୁ, ଏହି ମିଥ୍ୟାବିଶ୍ୱାସମାନଙ୍କର ଭିନ୍ନ ଭିନ୍ନ ଉତ୍ପତ୍ତିକାରଣ ରହିଥିଲେ ମଧ୍ୟ, ସେମାନେ ସମସ୍ତେ ପ୍ରାୟ ଗୋଟିଏ ପଦ୍ଧତିରେ ହିଁ ପ୍ରସାରିତ ହୁଅନ୍ତି । ସେମାନଙ୍କର ସର୍ବବିଧ ଆକୃତିରେ ସେଗୁଡ଼ିକର ସଂପ୍ରସାରିତ ହେବାର ଯାବତୀୟ କ୍ଷେତ୍ରରେ–ପ୍ରେସ୍‌, ରେଡ଼ିଓ, ପାଠାଗାର ଏବଂ ଭାଷଣମଞ୍ଚ ସକଳ ମାଧ୍ୟମରେ ଅଜାଡ଼ି ହୋଇ ପଡ଼ି ଥାଆନ୍ତି । ଯେଉଁସବୁ ନିରପେକ୍ଷ ବ୍ୟାଖ୍ୟାମାନଙ୍କୁ ବାହନ କରି ସେଗୁଡ଼ିକର ପ୍ରସାର ହୁଏ, ସେଗୁଡ଼ିକ ଭିତରେ ସେହି ଅନୁରୂପ ଦୃଷ୍ଟିକୋଣମାନେ ନିହିତ ହୋଇ ରହିଥାଆନ୍ତି । ସମସ୍ତେ ଖବରଗୁଡ଼ିକୁ ସିନା ପରୀକ୍ଷା କରନ୍ତି, କିନ୍ତୁ ସେହି ଦୃଷ୍ଟିକୋଣମାନଙ୍କୁ କେହି ପରୀକ୍ଷା କରନ୍ତି ନାହିଁ । ପ୍ରତ୍ୟେକ ପ୍ରଶ୍ନର ସର୍ବଦା ଦୁଇଟି ପାଖ ଅବଶ୍ୟ ଥାଏ ବୋଲି ଯେଉଁ ଧାରଣାଟାଏ ରହିଥାଏ, ସେହିଟିକୁ ଯୁକ୍ତିସଙ୍ଗତ ବୋଲି ନିଶ୍ଚୟ ସ୍ୱୀକାର କରିବାକୁ ହେବ । ଏବ‍ଂ, ସେହି କଥାଟିକୁ ଆଧାର କରି ଆମର ମନ୍ତବ୍ୟକାରୀ ପ୍ରତିକ୍ରିୟାଶାଳୀ ପାଖଟିରେ ରହିଥିବା ଭଲ କଥାମାନଙ୍କୁ ତଥା ଗଣତାନ୍ତ୍ରିକ ପାଖଟିରେ ଥିବା ଭଲ କଥାଗୁଡ଼ିକରେ ଥିବା ମନ୍ଦ କଥାଗୁଡ଼ିକୁ ଦେଖାଇ ଦେବାଲାଗି ଆଗଭର ହୋଇ ଯାଆନ୍ତି । ମନୁଷ୍ୟର ଏହି ସ୍ୱଭାବଟା ତାହା ଭିତରେ ଥିବା ସ୍ୱାର୍ଥପରତାରୁ କଦାପି ବାହାରି ପାରିବନାହିଁ ବୋଲି ରହିଥିବା ଧାରଣାଟିକୁ ମଧ୍ୟ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରା ଯାଉଥିବ ଓ ସେଇଟିକୁ ଆଧାର କରି ଆମ ମନ୍ତବ୍ୟକାରୀ ସମ୍ବାଦଟି ମଧ୍ୟରୁ ଗତିଶୀଳତାର ସକଳ ଉପାଦାନକୁ ବାହାର କରି ନେଇ ଯାଉଥିବେ । ଯାବତୀୟ ଆତ୍ମ–ପ୍ରତ୍ୟାହାର ଏବଂ ସମାଜ-ମନସ୍କତାକୁ ମଧ୍ୟ ବାହାର କରିନେବେ । ଅନ୍ତତଃ, ଗଣତାନ୍ତ୍ରିକ ପକ୍ଷଟାରେ ସେହିପରି ହିଁ ଘଟିବ ।

 

ସଂବାଦ-ବ୍ୟାଖ୍ୟାର ଏହି ସମୁଦାୟ ଧନ୍ଦାଟି ବସ୍ତୁତଃ ଏଭଳି ଗୋଟିଏ ଅନୁମାନକୁ ଆଶ୍ରା କରି ଛିଡ଼ା ହୋଇଥାଏ ଯେ, ଲୋକେ ଯେତେବେଳେ ଯାହାସବୁ କହନ୍ତି, ସେମାନେ ସେଗୁଡ଼ିକୁ ସେହି ଅର୍ଥରେ ଆଦୌ ଗ୍ରହଣ କରିନଥାନ୍ତି । ସାଧାରଣ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ କହୁଥିବା କଥାମାନଙ୍କୁ ଯଦି ସର୍ବଦା ଅଥବା ଅଧିକାଂଶ ସମୟରେ ସେଗୁଡ଼ିକ ପ୍ରକାଶ କରୁଥିବା ଅର୍ଥରେ ଗ୍ରହଣ କରାଯାଏ, ତେବେ ଏହି ବ୍ୟାଖ୍ୟାକାରୀମାନଙ୍କର ବ୍ୟାଖ୍ୟା କରି ବୁଝାଇ ଦେବାଲାଗି ପ୍ରକୃତରେ ଆଉ କିଛି ବି ରହୁନଥାନ୍ତା । ଘଟଣାମାନ ବସ୍ତୁତଃ ଯେପରି ଘଟିଛି, ସେମାନେ କାର୍ଯ୍ୟତଃ ସେହିପରି ହିଁ ବୟାନ କରି ଦେଉଥାନ୍ତେ । ମାତ୍ର, ସେମାନଙ୍କ ନିମନ୍ତେ ତେବେ ଏକ ଐତିହାସିକ ଜ୍ଞାନ ରହିଥିବା ଆବଶ୍ୟକ ହୁଅନ୍ତା ଏବଂ ପୁନଶ୍ଚ ‘ଭିତିରି କଥା’ ଗୁଡ଼ିକୁ ଆଣି ଦେଇ ପାରୁଥିବା ଜଣେ ଜଣେ ବ୍ୟକ୍ତିରୂପେ ସେମାନଙ୍କର ଭୂମିକାଟିରେ ରହିବା ଲାଗି ଆଉ କୌଣସି ଅବକାଶ ମଧ୍ୟ ରହନ୍ତାନାହିଁ । ପୁନଶ୍ଚ, ଯଦି ବାହାର ବୋଲି କିଛି ନଥିବ, ତେବେ ଭିତର ବୋଲି ମଧ୍ୟ ଖାସ୍‌ କିଛି ହୋଇ କଦାପି କିଛି ରହିବନାହିଁ ଏବଂ, ସତ୍ୟମାନଙ୍କୁ ଘୋଡ଼ାଇ ରଖିବା ସକାଶେ ଉପରେ ଘୋଡ଼ାଇ ରଖିବାର ଢାଲଟାଏ ନଥିଲେ ଗୁପ୍ତ ହୋଇ ରହିଥିବା ସତ୍ୟ ବୋଲି ଆଉ କାହିଁକି କ’ଣ ବା ରହିପାରନ୍ତା ! ଏବଂ, ସେଇଥିପାଇଁ ଖବରମାନଙ୍କର ବ୍ୟାଖ୍ୟାକାରୀମାନଙ୍କୁ ପ୍ରକୃତରେ ସେହିପରି ଏକ ଢାଲ ଓ ମଲାଟର ଭୂମିକା ଗ୍ରହଣ କରିବାକୁ ହୋଇଥାଏ ଏବଂ, ପ୍ରତ୍ୟେକ ମନୁଷ୍ୟ ଭିତରେ ସ୍ୱଭାବତଃ ମିଥ୍ୟା ଆଡ଼କୁ ଯେଉଁ ପ୍ରବଣତାଟି ରହିଛି, ସେଇଟି ହେତୁ ହିଁ ସେଇଟିକୁ ସ୍ଥାନଟିଏ ଦିଆଯାଇଛି ବୋଲି ଶ୍ରୋତାମାନଙ୍କୁ ପ୍ରବର୍ତ୍ତାଇବାକୁ ପ୍ରବର୍ତ୍ତାଇବାକୁ ପଡ଼େ ।

 

ଏଥିରୁ ପ୍ରକୃତରେ ଅସାଧାରଣ ନାନା ଫଳ ମିଳିଥାଏ । ଜଣେ ସ୍ତମ୍ଭକାର ଗୋଟିଏ ବର୍ଷରେ ସମ୍ଭବତଃ ୩୫୦ ଗୋଟି ସ୍ତମ୍ଭ ଲେଖୁଥିବ, କାରଣ ସବେତନ ଛୁଟିଦିନଗୁଡ଼ିକୁ ସିଏ ବାଦ୍‌ ଦେଉଥିବ । ଦଶବର୍ଷରେ ସେ ସାଢ଼େ ତିନିହଜାର ସ୍ତମ୍ଭ ଲେଖିଥିବ ଏବଂ କୋଡ଼ିଏ ବର୍ଷରେ ସାତ ହଜାର । ପ୍ରତ୍ୟେକ ସ୍ତମ୍ଭରେ ଯଦି ପାଞ୍ଚଶହ ଶବ୍ଦ ଥାଏ, ତେବେ ସେହି ଅବଧିଟି ମଧ୍ୟରେ ସେ ୩୫ ଲକ୍ଷ ଶବ୍ଦ ଲେଖିଥିବ ଏବଂ ତଥାପି ତା’ ଲେଖା ଅବ୍ୟାହତ ରହିଥିବ । ହୁଏତ ସେତେଯାଏ ବଳିଷ୍ଠ ନହେଲେ ମଧ୍ୟ ଚାଲିଥିବ । ଏବଂ, ଏଭଳି ସ୍ତମ୍ଭକାରମାନେ ରହିଛନ୍ତି, ଯେଉଁମାନେ କି ଏହି ଉଚ୍ଚତାରେ ଆସି ପହଞ୍ଚି ପାରିଛନ୍ତି ଏବଂ ତଥାପି ସେହି ସାତହଜାର ସ୍ତମ୍ଭ ଓ ୩୫ ଲକ୍ଷ ଶବ୍ଦର ଆକ୍ରାନ୍ତଟିରେ ମନୁଷ୍ୟଜାତି ବିଷୟରେ ହୁଏତ ଥରେ ମଧ୍ୟ ପ୍ରଶଂସାସୂଚକ ବା ସୌହାର୍ଦ୍ଦ୍ୟସମ୍ପନ୍ନ କଥାଟିଏ କହି ନାହାନ୍ତି । ଶବ୍ଦ ପରେ ଶବ୍ଦ, ବାକ୍ୟ ପରେ ବାକ୍ୟ, ଛାପା ପୃଷ୍ଠାଗୁଡ଼ିକର ସେହି ଧାଡ଼ିମାନେ ହୁଏତ ଦୀର୍ଘରୁ ଆହୁରି ଦୀର୍ଘ ହେବାରେ ଲାଗିଥିବା ସର୍ପମାନଙ୍କ ସଦୃଶ ପୃଥିବୀ ଉପରେ ଗୁଡ଼ାଇ ହୋଇ ରହିଥିବେ ଓ ଏପରିକି ଏହାପରେ ତାରକାଗଣଙ୍କର ଗାତ୍ରରେ ନିଜର ଦାନ୍ତମାନଙ୍କୁ ନେଇ ବସାଇ ଦେବାର ଅଭିପ୍ରାୟରେ ଆପଣାକୁ ଆହୁରି ବି ଲମ୍ବ କରିବାରେ ଲାଗିଥିବେ ସିନା, କିନ୍ତୁ କୌଣସି ଗୋଟିଏ ଶବ୍ଦ ଅଥବା ବାକ୍ୟରେ, ଛାପା ହୋଇଥିବା ସେହି ଗୋଟିଏ ଧାଡ଼ିରେ ମଧ୍ୟ ସେହି ଲେଖାଳିମାନେ ମନୁଷ୍ୟମାନଙ୍କର ନିପୀଡ଼କମାନଙ୍କର ବିରୋଧ କରି ମନୁଷ୍ୟସମୂହର ପକ୍ଷ ନେଇନଥିବେ, ଦୁର୍ବଳ ପ୍ରତି ଏତେ ଟିକିଏହେଲେ ସହାନୁଭୂତି ପ୍ରକାଶ କରିନଥିବେ, ଏହି ଯାବତୀୟ ପ୍ରଚଣ୍ଡତା ସହିତ ଗଞ୍ଜଣାମାନ ସହ୍ୟ କରୁଥିବା ସେହି ପକ୍ଷ ନେଇ । ସେମାନେ ତ କହିବେ, “ଆମକୁ ଯେଉଁ ହାତଟି ଦାନା ଯୋଗାଉଛି, ଆମେ କ’ଣ ତା’ ହେଲେ ସେହି ହାତଟିକୁ ଯାଇ କାମୁଡ଼ିବୁ ?” କାମୁଡ଼ିବାର ସାମର୍ଥ୍ୟ ରହିଥିଲେ ମଧ୍ୟ ସେମାନେ ତଥାପି କାମୁଡ଼ିବେ ନାହିଁ ଏବଂ କାମୁଡ଼ିବା ପାଇଁ ଇଚ୍ଛା କରୁଥିଲେ ମଧ୍ୟ କାମୁଡ଼ି ପାରିବେ ନାହିଁ । କାରଣ, ଆହାର ପାଇ ଲାଭ କରୁଥିବା ସେହି ତୃପ୍ତିଟା ଦାନ୍ତର ମାଢ଼ିମାନଙ୍କୁ ସବୁବେଳେ ଦୁର୍ବଳ ହିଁ କରିଥାଏ ।

 

କାରଣ, ସମାଜରେ ରହିଥିବା ମିଥ୍ୟାପ୍ରତ୍ୟୟଗୁଡ଼ିକ ଏପରି ପୃଷ୍ଠଭୂମିଟିଏ ଆଣି ଯୋଗାଇ ଦିଅନ୍ତି, ଯାହାକୁ ଅବଲମ୍ବନ କରି ବ୍ୟାଖ୍ୟାମାନଙ୍କର ଉପସ୍ଥାପନ କରାଯାଏ ଏବଂ ନୀତିଗୁଡ଼ିକର ବର୍ଣ୍ଣନା କରା ହୋଇଥାଏ । ଏଇଟି ଏକାନ୍ତ ଭାବରେ ଏକ ସତ୍ୟ କଥା ଯେ, ସେହି ଭ୍ରାନ୍ତି–ଉତ୍ପାଦନକାରୀ ପୃଷ୍ଠଭୂମିଟି ପରିବର୍ତ୍ତେ ସତ୍ୟର ଏକ ପୃଷ୍ଠଭୂମିର ପ୍ରତିଷ୍ଠା ନକରିଥିବା ପର୍ଯ୍ୟନ୍ତ ଆମେ ସେହି ବ୍ୟାଖ୍ୟାମାନଙ୍କୁ ଏବଂ ନୀତିମାନଙ୍କୁ କେବେହେଲେ ମଧ୍ୟ ବୁଝି ପାରିବାନାହିଁ-। ଏବଂ, ସେହି କାର୍ଯ୍ୟଟିକୁ କରିପାରିବା ସକାଶେ ନିର୍ଦ୍ଦିଷ୍ଟ ଭାବରେ ଦାର୍ଶନିକମାନେ ହିଁ ଯୋଗ୍ୟତମ ବୋଲି ସାବ୍ୟସ୍ତ ହୁଅନ୍ତି ଏବଂ, ବସ୍ତୁତଃ ଏହି କର୍ତ୍ତବ୍ୟଟିକୁ ହିଁ ସେମାନେ କେତେ ନା କେତେ ପାଣ୍ଡିତ୍ୟପୂର୍ଣ୍ଣ ଯୁକ୍ତିମାନ ବାଢ଼ି ଦେଇ ଅସ୍ୱୀକାର କରି ଆସିଛନ୍ତି, ତାହାରି ପରିଣାମରେ ସେମାନଙ୍କର ବହିମାନ ସାଧାରଣତଃ ତୁଚ୍ଛା ଅପଠିତ ହୋଇ ରହି ଯାଇଥାନ୍ତି, ସେମାନଙ୍କର ଶ୍ରେଣୀଗୃହଗୁଡ଼ିକ ଅତ୍ୟନ୍ତ ଅଶ୍ୱସ୍ତିକର ଭାବରେ ଖାଲି ପଡ଼ିଥାଏ । କାରଣ, ଆମ ଜୀବନର ମୂଲ୍ୟଗୁଡ଼ିକ ଏହି ବିଶ୍ୱପୃଥ୍ୱୀର ଗଠନଟି ମଧ୍ୟରେ ପ୍ରକୃତରେ ଦୃଢ଼ଭାବରେ ଅଭିନିବେଶିତ ହୋଇ ରହିଛି ଏବଂ ଏଣେ ସମ୍ପାଦକ ଓ ବ୍ୟାଖ୍ୟାକାରୀମାନେ ଏବଂ ରାଜନୀତିରେ ଥିବା ଲୋକମାନେ ପ୍ରତ୍ୟେକ ସାଧାରଣ ଯିଏ ସିଏ ମଣିଷକୁ ପ୍ରତ୍ୟହ ଗିନାଏ କ୍ଷୀର ଉପଲବ୍ଧ ହେବା ବିଷୟରେ ଯେତେବେଳେ ସନ୍ଦେହ ହିଁ ବ୍ୟକ୍ତ ଯେ କରୁଛନ୍ତି, ସେହି ପ୍ରଶ୍ନଟି ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବା ନିମନ୍ତେ କିଏ ବା ଇଚ୍ଛା କରୁଛି ? ପୁନଶ୍ଚ, ଏଣେ କୂଟନୀତି-ବିଶାରଦମାନେ ପରମାଣୁ ବୋମାକୁ ନେଇ ହାତ ଖୁଜୁବୁଜୁ କରୁଥିବା ବେଳେ ଏବଂ ପୃଥିବୀକୁ ଯେ ତଥାପି ବନ୍ଧୁଭାବାପନ୍ନ ଓ ସଦିଚ୍ଛାପୂର୍ଣ୍ଣ ବୋଲି କହିହେବ କି ନାହିଁ, ସେଇଟିକୁ ନେଇ କୌଣସି ଚର୍ଚ୍ଚା କରିବା ଲାଗି କିଏ ବା ଇଚ୍ଛା କରୁଛି ?

 

ଏହିପରି ଭାବରେ ମର୍ଯ୍ୟାଦା ନଥିବା ନାନା ସମସ୍ୟାମାନଙ୍କରେ ନିଜର ଶକ୍ତିଗୁଡ଼ିକୁ ନିୟୋଜିତ କରି ଦାର୍ଶନିକଗଣ ଆପଣାର ପରମ୍ପରାଟାକୁ ପାସୋରି ଯାଇଛନ୍ତି, ବିଶେଷତଃ ସ୍ୱପରମ୍ପରାର ସେହି ଅଂଶଟିକୁ ପାସୋରି ଦେଇଛନ୍ତି, ଯେଉଁଟି ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ବିକାଶ ଲାଭ କରିଥିଲା । କାରଣ, ତାହା ଏଭଳି ଗୋଟିଏ ସମୟ ଥିଲା ଯେତେବେଳେ ବଡ଼ ଏବଂ ସାନ ସବୁ ଦାର୍ଶନିକ ଏକ ସାମନ୍ତବାଦୀ ସମାଜର ସମର୍ଥନ କରୁଥିବା ମିଥ୍ୟାପ୍ରତ୍ୟୟ ଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଚିରି ପକାଇବାରେ ଆପଣାକୁ ମନୋନିବିଷ୍ଟ ଏବଂ ତତ୍ପର କରି ରଖିଥିଲେ । ସେହି ଆଶ୍ଚର୍ଯ୍ୟଜନକ ଯେଉଁ ଅଟ୍ଟାଳିକାଟିର ଭୂମି ଏକାବେଳେ ଏହି ପୃଥିବୀଟିରୁ ହିଁ ଉନ୍ମେଷଲାଭ କରିଥିଲା ଏବଂ ଯାହାର ଊର୍ଦ୍ଧ୍ୱସ୍ଥ ଭାଗଟି ସ୍ୱର୍ଗକୁ ସ୍ପର୍ଶ କରି ରହିଥିଲା, ସେମାନେ ତାହାର ଆଦୌ ଖଣ୍ଡେ ପଥରକୁ ନେଇ ଆଉଖଣ୍ଡେ ପଥର ଉପରେ ଉଗାରି ଦେଉନଥିଲେ । ପ୍ରଥମ ତୋରଣଟିକୁ ଯେତେବେଳେ ଦେକାର୍ତ୍‌ ଦୁର୍ବଳ କରି ଦେଇଥିବାର ସମୟଟିରୁ କାଣ୍ଟ୍‌ ବାରୁଦର ଭଣ୍ଡାରଟିରେ ଏକ ବିସ୍ଫୋରଣ ଘଟାଇଥିବା ପର୍ଯ୍ୟନ୍ତ, କାର୍ଯ୍ୟଟି ଅବିଚ୍ଛିନ୍ନ ଭାବରେ ସର୍ବଦା ଲାଗି ରହିଥିଲା, ଅତ୍ୟନ୍ତ ଯତ୍ନଶୀଳ ଭାବରେ ଆଗକୁ ଯାଇଥିଲା,–ପୂର୍ଣ୍ଣ ଉତ୍ସାହର ସହିତ ଓ ଏପରିକି ପୁଲକର ସହିତ ଲାଗି ରହିଥିଲା । ଦୁର୍ଗଟିର ତତ୍କାଳୀନ ରକ୍ଷକମାନେ ପ୍ରଚଣ୍ଡ ହୋଇ ପଡ଼ିଥିଲେ ସିନା, କିନ୍ତୁ ସେମାନଙ୍କ ଭିତରେ କୌଣସି ଶକ୍ତି ହିଁ ନଥିଲା । ଏବଂ ଭଲ୍‌ଟେଆର୍ ଓ ତାଙ୍କରି ଅନ୍ୟ ସ୍ୱଧର୍ମୀମାନଙ୍କର ସେହି ମରଣାତ୍ମକ କ୍ଷୁଦ୍ର ଅସ୍ତ୍ରଗୁଡ଼ିକରୁ ନିର୍ଗତ ଅଗ୍ନିଟି ଦ୍ୱାରା ସେମାନେ ନିଜନିଜର ଆଶ୍ରୟସ୍ଥଳଗୁଡ଼ିକରେ ଯାଇ ଲାଖି ରହିଲେ ।

 

ଏହି ଧ୍ୱଂସପର୍ବଟି ପ୍ରକୃତରେ କିପରି ସମ୍ଭବ ହୋଇଥିଲା ? ମିଥ୍ୟାପ୍ରତ୍ୟୟମାନଙ୍କର ମଞ୍ଜ ଭିତରେ ଥିବା ଅଯୁକ୍ତିକରତାଗୁଡ଼ିକୁ ଦେଖାଇ ଦେଇ ଏବଂ ସେଗୁଡ଼ିକର ଯେ ବାସ୍ତବ ସତ୍ୟଟି ସହିତ ଆଦୌ କୌଣସି ସଂଗତି ନଥିଲା, ସେଗୁଡ଼ିକ ଆଡ଼କୁ ଅଙ୍ଗୁଳିନିର୍ଦ୍ଦେଶ କରିଦେଇ ତାହା ପ୍ରକୃତରେ ହୋଇପାରିଲା । ଏହି ବାସ୍ତବ ପୃଥିବୀ ତଥା ମନୁଷ୍ୟର ଇତିହାସ ମଧ୍ୟରୁ ସର୍ବବିଧ ଅଲୌକିକ ଉପାଦାନକୁ ଅପସାରିତ କରିନେଇ ତାହା ସମ୍ଭବ ହୋଇଥିଲା । କାରଣ, ଏଥିରେ ମୋଟେ କୌଣସି ସନ୍ଦେହ ନାହିଁ ଯେ, ଯାବତୀୟ ଘଟଣାର ପ୍ରକୃତ ସ୍ୱଭାବଟିକୁ ଲୁଚାଇ ରଖି ସର୍ବଦା ତିଷ୍ଠି ରହିଥିବା ସେହି ଅଲୌକିକ ଘଟଣାବୋଧମାନ ଏହି ପୃଥିବୀର ଯାବତୀୟ ବ୍ୟବସ୍ଥାତନ୍ତ୍ରରୁ ବାହାର କରିନେବ ଏବଂ ସବୁକିଛିକୁ ଏକ ଅରାଜକତାରେ ହିଁ ପରିଣତ କରିଦେବ । ତା’ପରେ ସେଇଟି ଉପରେ ମନୁଷ୍ୟର ଆଉ କୌଣସି ନିୟନ୍ତ୍ରଣ ରହିବନାହିଁ, ତାହାକୁ ଦେବତା ଅଥବା ଶଇତାନ ପରି କୌଣସି ଅତିଭୌତିକ ସତ୍ତାର ଖିଆଲ ମଧ୍ୟରେ ହିଁ ନେଇ ରଖିଦେବ । ତାହାରି ଉପରେ ନିର୍ଭର କରି ରହିଥିବା ଆମ ପୃଥିବୀଟି ନ୍ୟାୟତଃ ଏକ ଡାଆଣୀବିଦ୍ୟା ଉପରେ ତିଷ୍ଠି ରହିବ ଏବଂ ବିଜ୍ଞାନ ଆଡ଼କୁ ମନ କରିବନାହିଁ । ହଁ, ପୃଥ୍ୱୀବିଜ୍ଞାନୀ ଉପରେ ଯାଦୁଗରର ବିଜୟ ହେବ ।

 

ବିଂଶ ଶତାବ୍ଦୀର ସାମାଜିକ ମିଛପ୍ରତ୍ୟୟଗୁଡ଼ିକ ମଧ୍ୟ ପ୍ରାୟ ସେହି କିସମର କେତୋଟି ଅଲୌକିକ ଧାରଣା ଉପରେ ଠିଆ ହୋଇ ରହିଛି । ଉଦାହରଣ ସ୍ୱରୂପ, ସେହି ଧଳା ଚମ ଥିବା ଜଣେ ମନୁଷ୍ୟକୁ ଏଠି ରହିବାକୁ ହୁଏ, ସଂପୂର୍ଣ୍ଣ ଭାବରେ ସେହି ପ୍ରୟୋଜନଟି ଅନୁସାରେ ତାକୁ ସ୍ପଷ୍ଟତଃ ଅଧିକ ଗୁଣଯୁକ୍ତ ଏବଂ ଅଧିକ ମୂଲ୍ୟବାନ୍‌ ବୋଲି କହି ଜଣେ କଳାଚମ ମନୁଷ୍ୟ ଠାରୁ ଶ୍ରେଷ୍ଠ ବୋଲି ହିଁ ଘୋଷଣା କହିବା ଅବଶ୍ୟ ଆବଶ୍ୟକ ହେବ । ….ଏକ ଖାସ୍‌ କାଳରେ ଯେକୌଣସି ବ୍ୟକ୍ତି ଆପଣାର ଖିଆଲ ଅନୁସାରେ ଯାହାକିଛି ଭାବୁଛି, ଯଦି ତାହାହିଁ ସତ୍ୟ ବି ହୁଏ, କିମ୍ବା କୌଣସି ଶବ୍ଦାଭିଧାନର ପ୍ରୟୋଗ କରି ଯଦି ସମସ୍ୟାଗୁଡ଼ିକର ସମାଧାନ କରାଯାଇ ପାରିବ, ତେବେ ଆମର ଏହି ପୂରା ପୃଥିବୀଟାକୁ ମଧ୍ୟ ସଂପୂର୍ଣ୍ଣ ଭାବରେ କୌଣସି ଯାଦୁଗରୀରୁ ସମ୍ଭବ ହୋଇଥିବା ବସ୍ତୁଟିଏ ବୋଲି ଅବଶ୍ୟ କୁହାଯିବ, ଯାହାଫଳରେ କି ଆଉ କୌଣସି କିଛିକୁ ଆଦୌ ଚିହ୍ନି ହେବନାହିଁ; ସେହି ଅଲୌକିକ ଘଟଣାମାନଙ୍କୁ ମଧ୍ୟ କିପରି ଚିହ୍ନିହେବ ।

 

ଏହି ଅଧ୍ୟାୟଟିର ମୂଳ ଆଡ଼କୁ ମୁଁ ଯେପରି ସୂଚନା ଦେଇଥିଲି, ସାମାଜିକ ମିଛପ୍ରତ୍ୟୟମାନଙ୍କର ଏକ ଦାର୍ଶନିକ ବିଶ୍ଳେଷଣ ସମ୍ଭବତଃ ସେଇଟିରୁ ଆରମ୍ଭ କରାଯାଇ ପାରିବ । ତାହା କୌଣସି ଗୋଟିଏ ସେହିଭଳି ପ୍ରତ୍ୟୟର ପ୍ରକୃତ ଅର୍ଥଟିର ସନ୍ଧାନ କରି ବାହାର କରିବାକୁ ଆରମ୍ଭ କରିବ । ଗୋଟିଏ ସେହିପରି ପ୍ରତ୍ୟୟର ଆଦୌ କୌଣସି ଅର୍ଥ ରହିଛି କି ନାହିଁ, ସେକଥାଟିକୁ ପରୀକ୍ଷା କରି ଦେଖିବ, ତା’ ପରେ ସେହି ଅର୍ଥଟିକୁ ସମ୍ବନ୍ଧିତ ସକଳ ବିଜ୍ଞାନର କ୍ଷେତ୍ରରୁ ଆହୃତ ହୋଇଥିବା ବାସ୍ତବ ତଥ୍ୟଗୁଡ଼ିକ ସହିତ ତୁଳନା କରିବ । ସଂପୃକ୍ତ ମିଥ୍ୟାପ୍ରତ୍ୟୟଟି କେଉଁସବୁ ସତ୍ୟକୁ ଠିକ୍‌ ବୋଲି ଗ୍ରହଣ କରି ନେଇଛି ଏବଂ ସେଥିରୁ ଆହୁରି ଆଗକୁ ମଧ୍ୟ କେଉଁସବୁ ସତ୍ୟାନୁମାନ ନିହିତ ହୋଇ ରହିଛି, ତଦ୍ଦ୍ୱାରା ସେହି କଥାଟି ଜଣା ପଡ଼ିବ । ଏବଂ, ଶେଷରେ ତଦ୍ଦ୍ୱାରା ମନୁଷ୍ୟମାନଙ୍କର ଆଚରଣଟି ଉପରେ କେଉଁଭଳି ପ୍ରଭାବ ମଧ୍ୟ ପଡ଼ିଛି ତାହାକୁ ଯତ୍ନର ସହିତ ଦେଖାଇଦେବ । ଯିଏ ସେହି ମିଥ୍‌ଗୁଡ଼ିକୁ ସତ୍ୟ ବୋଲି ମନେ କରୁଛି, ସିଏ ପ୍ରକୃତରେ କ’ଣ ସବୁ କରିବା ଲାଗି ସମର୍ଥ ହେବ, ସେଇଟିକୁ ପଚାରିବାର ମାଧ୍ୟମରେ ଉକ୍ତ ବିଷୟଟିକୁ ନିଶ୍ଚୟ ଜାଣିବ । ସାଧାରଣ ଭାବରେ ସିଧା ଲକ୍ଷ୍ୟଟି ଏହାହିଁ ହୋଇ ରହିଥିବ ଯେ, ମିଥ୍‌ଟି ସହିତ ବାସ୍ତବ ଜୀବନକ୍ଷେତ୍ରରେ ପ୍ରକୃତରେ ଆଦୌ କୌଣସି ମେଳ ନଥାଏ । ମିଥ୍‌ମାନେ ସର୍ବଦା ଅବାସ୍ତବଗୁଡ଼ିକୁ ହିଁ ବାସ୍ତବ ବୋଲି ମାନି ନିଅନ୍ତି ଅଥବା ସେଗୁଡ଼ିକ ବିଷୟରେ ସେହିପରି ଅନୁମାନ କରନ୍ତି ଏବଂ ତଦ୍ଦ୍ୱାରା ଆଉ ଏକ ଅଧିକ ଭଲ ପୃଥିବୀ ନିମନ୍ତେ ପ୍ରକୃତରେ କିଛି କରିବାର ପ୍ରଚେଷ୍ଟାକୁ ପଣ୍ଡ କରି ଦେଇଥାନ୍ତି । ଅଥବା, ଏପରିକି, ଆହୁରି ଅଧିକ ଖରାପ ଗୋଟିଏ ପୃଥିବୀ ନିମନ୍ତେ କ୍ରିୟାଶୀଳ ରହିବା ସକାଶେ ଉତ୍ସାହିତ କରୁଥାନ୍ତି । ଅନ୍ୟ ଶବ୍ଦରେ କହିଲେ, ମିଥ୍‌ମାନେ ସେଗୁଡ଼ିକୁ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କୁ ତୁଚ୍ଛା ଜଣେ ଜଣେ ପଳାୟନବାଦୀ ହେବାରେ ସାହାଯ୍ୟ କରନ୍ତି କିମ୍ବା ଜଣେ ଜଣେ ଉଗ୍ରବାଦୀ ବନି ସହସା କିଛି ଅବଶ୍ୟ ବଦଳାଇ ଦେବେ ବୋଲି ସେମାନଙ୍କୁ ଉତ୍ତୋଜନା ହେଉଥାନ୍ତି ।

 

ଏହି ପୁସ୍ତକରେ ମୁଁ ଯେଉଁ ମିଥ୍‌ଗୁଡ଼ିକୁ ଗୋଟିଏ ଗୁଚ୍ଛ କରି ସେଗୁଡ଼ିକର ବିଶ୍ଳେଷଣ କରିଛି, ଏଥିରୁ କୌଣସି ଧାରଣା କରାହେବନାହିଁ ଯେ ସେହିଗୁଡ଼ିକ ହିଁ ସାମ୍ଭାବ୍ୟ ସକଳ ନିର୍ବାଚନକୁ ନିଃଶେଷିତ କରି ଦେଉଛି । ମୁଁ ଅବଶ୍ୟ ବିଚାର କରୁଛି ଯେ, ମୋ’ ଦ୍ୱାରା ନିର୍ବାଚିତ ଏଗୁଡ଼ିକୁ ବହୁପ୍ରସାରିତ ଏବଂ ମୌଳିକ ବୋଲି ନିଶ୍ଚୟ କୁହାଯାଇ ପାରିବ । ସେଗୁଡ଼ିକୁ ପ୍ରକୃତ ମର୍ମାର୍ଥଗୁଡ଼ିକ ଅନୁସାରେ ଦର୍ଶନକ୍ଷେତ୍ରରେ ଗୋଟିଏ ଗୋଟିଏ ମିଥ୍‌ ବୋଲି କୁହାଯିବ, କାରଣ ସେଗୁଡ଼ିକ ହେଉଛନ୍ତି ସେହି ସାଧାରଣଭାବେ ପ୍ରଚଳିତ କେତୋଟି ସତ୍ୟାନୁମାନ ଏବଂ ସେଗୁଡ଼ିକରୁ ଆହୁରି ବହୁତ ସଂଖ୍ୟାରେ ସେଗୁଡ଼ିକର ବିଶେଷ ପ୍ରୟୋଗଗୁଡ଼ିକୁ ମଧ୍ୟ ଠାବ କରିହେବ । ପୁନଶ୍ଚ, ସେଗୁଡ଼ିକରେ ବିଗତ ବହୁ ବହୁ କାଳଗୁଡ଼ିକର ନାନା ଦାର୍ଶନିକ ସମସ୍ୟା ମଧ୍ୟ ପ୍ରଚ୍ଛନ୍ନ ହୋଇ ରହିଛି ଏବଂ ସେହି କାରଣରୁ, ଦର୍ଶନବିଚାରର ଇତିହାସ ସହିତ ପରିଚିତ ଯେକୌଣସି ବ୍ୟକ୍ତି ଅନାୟାସରେ ସେଗୁଡ଼ିକ ନିର୍ମାଣ କରି ଆଣିଥିବା ପ୍ରକ୍ରିୟାଗତ ପ୍ରଣାଳୀଟିକୁ ବେଶ୍‌ ବାରିନେଇ ପାରିବ ।

 

“ତୁମେ କଳା ଓ ରାଜନୀତିକୁ ଏକତ୍ର ମିଶାଇଦେଇ ପାରିବନାହିଁ” ଓ “ତୁମକୁ ନିଜର ସକଳ ବ୍ୟବସ୍ଥା ନିଜକୁ ହିଁ କରିବାକୁ ହେବ”,–ଏହି ଦୁଇଟିଯାକ ମିଥ୍‌ର ମୂଲ୍ୟବିଷୟକ ତତ୍ତ୍ୱକ୍ଷେତ୍ରଟି ସହିତ ଖୁବ୍‌ ସମ୍ବନ୍ଧ ରହିଛି । ପ୍ରଥମଟି ଏକ ସୌନ୍ଦର୍ଯ୍ୟବୋଧଗତ ପ୍ରଶ୍ନ ଏବଂ ଦ୍ୱିତୀୟଟି ନୀତିଶାସ୍ତ୍ରର ଗୋଟିଏ ପ୍ରଶ୍ନ । ଆହୁରି ଚାରୋଟି, “ସବୁ ପ୍ରଶ୍ନ ଓ ସମସ୍ୟାର ସର୍ବଦା ବୁଇଟି ପାଖ ରହିଛି”, “ଯେଉଁଭଳି ଭାବିବ, ପରିଣାମ ସେହିଭଳି ଅବଶ୍ୟ ହେବ”, “ସମସ୍ୟାଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଶବ୍ଦଗତ ସମସ୍ୟା” ଓ “ଶବ୍ଦମାନେ ମୋ’ ଲାଗି କଦାପି କୌଣସି କ୍ଷତି ପହୁଞ୍ଚାଇ ପାରିବେନାହିଁ”–ଏଗୁଡ଼ିକର ଜ୍ଞାନତତ୍ତ୍ୱ ଏବଂ ସିଦ୍ଧାନ୍ତଗୁଡ଼ିକ ସହିତ ସମ୍ପର୍କ ରହିଛି ଏବଂ ଚାରୋଟିଯାକ ମିଶି ସେମାନେ ଉକ୍ତ କ୍ଷେତ୍ରର ଯାବତୀୟ ବିଷୟର ଆଲୋଚନା କରି ପାରୁଛନ୍ତି । ଅବଶିଷ୍ଟ ଯେଉଁ ଚାରିଗୋଟି, ମନୁଷ୍ୟ ଓ ସମାଜର ସ୍ୱଭାବଟି ସହିତ ସେମାନଙ୍କର ସମ୍ପର୍କ ରହିଛି । ସାଧାରଣ ତତ୍ତ୍ୱ ହିସାବରେ ସେମାନଙ୍କୁ କିଞ୍ଚିତ୍‌ ଏକ କ୍ଷୁଦ୍ର କ୍ଷେତ୍ରର ବୋଲି କୁହାଯିବ । ମାନବ–ଜ୍ଞାନର ସମୁଦାୟ ପରିସରଟିର କଳ୍ପନାଟି ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ସେହିପରି କୁହାଯାଇ ପାରିବ । ତଥାପି, ଆପଣା ଆପଣାର କ୍ଷେତ୍ରରେ ସେଗୁଡ଼ିକ ଅବଶ୍ୟ ମୌଳିକ ପରି ଗଣାଯିବେ । ଅର୍ଥାତ୍‌, ଯଦି ମିଥ୍‌ ନହୋଇ ସେମାନେ ଗୋଟିଏ ଗୋଟିଏ ସତ୍ୟ ହୋଇଥାନ୍ତେ, ତେବେ ବର୍ତ୍ତମାନ ସେହି କ୍ଷେତ୍ରରେ ଜ୍ଞାନ ବୋଲି ସ୍ୱୀକାର କରି ନିଆ ଯାଉଥିବା ସବୁକିଛିକୁ ବଳି ଯିବାପାଇଁ ମଧ୍ୟ ଯଥେଷ୍ଟ ବୋଲି ପ୍ରମାଣିତ ହେବେ ।

 

ଏବଂ, ମୁଁ ବର୍ତ୍ତମାନ ଅନୁମାନ କରିବି ଯେ, ନିଜର ନିର୍ବାଚନ ଅନୁସାରେ, ଆକସ୍ମିକ ଭାବରେ ଅଥବା, ପ୍ରାୟ ଏକ ସହଜାତ ପ୍ରବୃତ୍ତି ଦ୍ୱାରା ଆକର୍ଷିତ ହୋଇ ଜଣେ ବ୍ୟକ୍ତି ଜଣେ ଦାର୍ଶନିକ ହୋଇଥାଉ ପଛକେ, ଜଣେ ପାଠକକୁ ତା’ ନିଜ ଭିତରକୁ ନିଶ୍ଚୟ ଆମନ୍ତ୍ରିତ କରି ନିଆଯାଇ ପାରିବ । ମୁଁ ନିଜ ଜୀବନରେ ହୁଏତ ବହୁସଂଖ୍ୟକ ଡ୍ରାଗନ୍‌ଙ୍କୁ ହତ୍ୟା କରି ପାରିଛି ବୋଲି ଅବଶ୍ୟ କେବେହେଲେ ଦାବୀ କରିବିନାହିଁ । ତେଣୁ, ଯଦି ସେମାନଙ୍କ ଭିତରୁ ତଥାପି କିଛି ଆପଣାର କ୍ଷତଗୁଡ଼ିକୁ ନେଇ ତଥାପି ଜୀବନ ରହିଛି ବୋଲି ସୂଚାଉଥାନ୍ତି, ତେବେ ପାଠକ ସେମାନଙ୍କୁ ନିଜେ ହତ୍ୟା କରିବାକୁ ସମ୍ମତ ହେବ ଏବଂ ତଦ୍ଦ୍ୱାରା ନିଜ ଉଦାରତାର ପ୍ରତିପାଦନ କରିପାରିବ ।

 

ମନୁଷ୍ୟର ପ୍ରକୃତିକୁ ବଦଳାଇ ହେବନାହିଁ

 

ଏହି ପୃଥିବୀ ଓ ଏଥିରେ ରହିଥିବା ସର୍ବବିଧ ସବୁକିଛିକୁ ନେଇ ଏହି ମଣିଷ ବିଚିତ୍ର ନାନା ମତର ପୋଷଣ କରିଆସିଛି; ମାତ୍ର ସେ ନିଜ ବିଷୟରେ ଯାହାସବୁ ମତମାନ ବ୍ୟକ୍ତ କରିଛି, ସମ୍ଭବତଃ ସେହିଗୁଡ଼ିକ ହେଉଛି ସବୁଠାରୁ ଅଧିକ ବିଚିତ୍ର । ସବୁ କାଳରେ ସେ ବାରମ୍ବାର ଆପଣାକୁ ଗୋଟିଏ ବିଶୁଦ୍ଧ ଆକସ୍ମିକତା ଅଥବା ଭାଗ୍ୟ ହାତରେ ଏକ କ୍ରୀଡ଼ନକ ପରି ବିଚାର କରିଛି, ଦେବତା ଏବଂ ରାକ୍ଷସମାନେ ତାକୁ ନେଇ ଖେଳ ଖେଳୁଛନ୍ତି ବୋଲି ଭାବିଛି, କେଉଁସବୁ ଭାଗବତ ବରାଦ କିମ୍ବା ପ୍ରକୃତି ଦ୍ୱାରା ଲାଳିତ ଶିଶୁଜୀବଟିଏ ବୋଲି ନିଜକୁ ଅନ୍ଦାଜ କରିଛି, ସେହି ପ୍ରଥମ ଯୁଗର ଏକ ଆଦିମାନବର ଅଳିଆଗଦାର ଅଳିଆଟାଏ ବୋଲି ମନେ କରିଛି । ଏପରିକି, ଅନ୍ୟ ପକ୍ଷରେ, ଆପଣାକୁ ବିବର୍ତ୍ତନ–ପ୍ରକ୍ରିୟାର ସର୍ବଶେଷ ଏବଂ ସର୍ବୋତ୍ତମ ପ୍ରାଣୀ ବୋଲି ଧରିନେଇଛି । ଆପଣା କଳ୍ପନାରୁ ମଣିଷ କେଡ଼େ ଥାକଥାକ କରି ଜୀବଉଦ୍‌ଭବର ବଂଶକ୍ରମଟିଏ ଫାନ୍ଦିଛି ଏବଂ ଆପଣାର ଭାବନାଟାକୁ ବୁଣି କେତେ କେତେ ଘଟଣାସତ୍ୟର ଉପସ୍ଥାପନା କରିଦେଇଛି । ପଛକୁ ଦୃଷ୍ଟି ପକାଇ ଏହି ପୃଥିବୀରେ ଏକଦା ଅବସ୍ଥିତ ରହିଥିବା ସ୍ୱର୍ଗର ନକ୍ସାମାନ ଆଙ୍କିଛି, କେତେ କେତେ ସୁବର୍ଣ୍ଣଯୁଗ ତଥା ଆଦୌ କୌଣସି ବିକୃତି ପ୍ରବେଶ କରିନଥିବା ପ୍ରାକୃତିକ ଜୀବନଯାପନର ଚିତ୍ରଣ ମଧ୍ୟ କରିଛି । ଏବଂ, ପ୍ରାୟ ତାହାର ସମାନ ଏକ ପୂର୍ଣ୍ଣ ପ୍ରତ୍ୟୟରେ ସେ ଆଗକୁ ଅବଶ୍ୟ ଏହି ପୃଥିବୀପୃଷ୍ଠରେ ସମ୍ଭବ ହେବାକୁ ଯାଉଥିବା ନୂତନ ସ୍ୱର୍ଗଗୁଡ଼ିକର କଥା ମଧ୍ୟ କହିଛି,–ନୂଆ ନୂଆ ସୁଖ ଓ ପ୍ରମୋଦର ନନ୍ଦନକ୍ଷେତ୍ର ତଥା ନୂଆ ନୂଆ ପରିପୂର୍ଣ୍ଣତାର । ସେ ବିଶ୍ୱବ୍ରହ୍ମାଣ୍ଡର କେତେ କ’ଣ ଆବିଷ୍କାର କରି ଲୋକଲୋଚନକୁ ଆଣିଛି ଏବଂ ଅଣୁ ପରମାଣୁର ଜ୍ଞାନକ୍ଷେତ୍ରରେ ପ୍ରଭୁତ୍ୱ ଅର୍ଜନ କରିଛି । ମନେ ହୋଇଛି ଯେ, ସିଏ କ୍ରମେ ସବୁକିଛିକୁ ଜାଣିବାରେ ସମର୍ଥ ହୋଇ ପାରିଲାଣି, କେବଳ ନିଜକୁ ଛାଡ଼ି ।

 

ଏହାର ଗୋଟିଏ କାରଣ ହେଉଛି ଯେ, ଏକ ନିୟନ୍ତ୍ରଣ ହାସଲ କରିବା ଦ୍ୱାରା ହିଁ ଯାବତୀୟ ଜ୍ଞାନ ଆପଣାକୁ ପ୍ରକଟ କରି ଆଣିଥାଏ । ଯଦି ଜଣେ ମନୁଷ୍ୟ ଗୋଟିଏ ସେତୁ ନିର୍ମାଣ କରିପାରୁଛି ଯାହା କି ଯାବତୀୟ ପ୍ରକାରର ଯାତାୟତକୁ ବିଶ୍ୱସନୀୟ ଭାବରେ ସହ୍ୟ କରି ନେଉଛି, ତେବେ ତ ଜଣେ ଅବିଳମ୍ବେ ଅବଶ୍ୟ ବିଶ୍ୱାସ କରିବ ଯେ, ସେହି ଲୋକଟି ଇଞ୍ଜିନିଅରିଂ ନାମକ ସେହି ବିଦ୍ୟାଟିରେ ପ୍ରବୀଣତା ଅର୍ଜନ କରିଛି । କିନ୍ତୁ, ଏହି କିସମର ଏକ ପ୍ରମାଣ, ଯାହାକି ପ୍ରୟୋଗ ବଳରେ ସନ୍ଦେହଶୂନ୍ୟ ଭାବରେ ପ୍ରତିଷ୍ଠିତ ହୋଇଛି, ତାହା ଆମ ସାମାଜିକ ଜୀବନର କ୍ଷେତ୍ରରେ କଦାପି ଦୃଷ୍ଟିଗୋଚର ହେବନାହିଁ । ଆମେ ଆଗରୁ ଅବସରକ୍ରମେ ଉଲ୍ଲେଖ କରିଛୁ ଯେ, ମନୁଷ୍ୟମାନେ ଏହି ବାହାରର ଜଡ଼ ପୃଥିବୀଟି ଉପରେ ଯେତେ ଯାହା ନିୟନ୍ତ୍ରଣ ଅର୍ଜନ କରନ୍ତୁ ନା କାହିଁକି, ସେମାନେ ନିଜର ପାରସ୍ପରିକ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ କୌଣସି ସଚେତନ ତଥା ସୁଯୋଜିତ ନିୟନ୍ତ୍ରଣ ଲାଭ କରି ପାରିବେନାହିଁ । ଯାବତୀୟ ଅର୍ଥରେ ଅନ୍ୟ ସବୁକିଛି ଠାରୁ ସର୍ବାଧିକ ପରିମାଣରେ ଅଧିକ ମହତ୍ତ୍ୱପୂର୍ଣ୍ଣ ଏହି କ୍ଷେତ୍ରଗୁଡ଼ିକରେ ମନୁଷ୍ୟମାନେ ପ୍ରକୃତରେ ଯେତିକି ଅଜ୍ଞାନ ହୋଇ ରହିଥାନ୍ତି, ସତେ ଯେପରି ତା’ ଅପେକ୍ଷା ଆହୁରି ଅଧିକ ଅଜ୍ଞାନ ହୋଇ ରହିଥିବା ପରି ମନେ ହୁଅନ୍ତି ।

 

ମନୋବୈଜ୍ଞାନିକ ତତ୍ତ୍ୱଚୟ ଏବେ ଯେପରି ପ୍ରାୟ ଏକ ଅରାଜକ ସ୍ଥିତିରେ ଅଛନ୍ତି, ସେଥିରୁ ମଧ୍ୟ ଏହି ପ୍ରତୀତ ହେଉଥିବା ଅଜ୍ଞାନଟି ବିଷୟରେ ଏକ ପରିଚୟ ମିଳିଯିବ । ଏପରି କୌଣସି ଗୋଟିଏହେଲେ ବିବାଦରହିତ ମୀମାଂସକ ସିଦ୍ଧାନ୍ତ ନାହିଁ, ଯେଉଁଥିରେ କି ମନୋବିତ୍‌ମାନେ ଏକମତ ହୋଇଯିବେ । ଆପେକ୍ଷିକତାବାଦର ତତ୍ତ୍ୱର କ୍ଷେତ୍ରଟିରେ ପଦାର୍ଥବିଜ୍ଞାନୀ ଯେପରି ସମସ୍ତେ ସମ୍ମତ ହୋଇ ଯାଉଛନ୍ତି, ଏହି ଅନ୍ୟ କ୍ଷେତ୍ରଟିରେ ସେପରି ଆଦୌ ହୋଇ ପାରିବନାହିଁ । ବରଂ ଓଲଟି ଏପରି ହେବ ଯେ, ସେଥିରେ ସର୍ବଦା ଏପରି ଏକାଧିକ ସିଦ୍ଧାନ୍ତମାନ ଥିବ, ଯେଉଁମାନେ ପ୍ରତ୍ୟେକେ ହିଁ ସ୍ୱୀକୃତି ଦାବୀ କରୁଥିବେ । ସେହିଗୁଡ଼ିକ ମଧ୍ୟରୁ କେତେକ ସିଦ୍ଧାନ୍ତ–ଶ୍ରୀ ଫ୍ରଏଡ଼୍‌ଙ୍କର ସିଦ୍ଧାନ୍ତ ହେଉଛି ସେଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ସିଏ ଏଭଳି ଗୋଟିଏ ମତବ୍ୟକ୍ତ କରନ୍ତି ଯେ, ନିଜ ସହଜାତ ପ୍ରବଳ ବାସନାଟି ଦ୍ୱାରା ପ୍ରକୃତରେ ବାଧ୍ୟ ଏବଂ ପରିଚାଳିତ ହୋଇ ମଣିଷମାନଙ୍କର ଆଚରଣଗୁଡ଼ିକ ବ୍ୟକ୍ତ ହେଉଥାନ୍ତି; ଏବଂ, ଅପର ପକ୍ଷରେ, ଆଚରଣବାଦୀମାନଙ୍କ ପରି ଅନ୍ୟମାନେ ମତ ଦିଅନ୍ତି ଯେ ଆମ ପରିବେଶ ଦ୍ୱାରା ପ୍ରଭାବିତ ହୋଇ ସେଗୁଡ଼ିକ ନିର୍ଦ୍ଦିଷ୍ଟ ପ୍ରକାରେ ବ୍ୟକ୍ତ ହେଉଥାନ୍ତି । ଏହିସବୁ ନାନାବିଧ ମତ ତଥା ଅନ୍ୟମତରୁ ଅବଶ୍ୟ ସୂଚିତ ହୋଇଯିବ ଯେ ଆମ ବିଜ୍ଞାନ ଏବେ ମଧ୍ୟ ଅତ୍ୟନ୍ତ ଅପରିପକ୍ୱ ସ୍ଥିତିରେ ରହିଛି ଏବଂ ବର୍ତ୍ତମାନ ଯେତିକ ତଥ୍ୟର ଆବିଷ୍କାର ଏବଂ ବିଶ୍ଳେଷଣ ହୋଇ ପାରୁଛି, ତାହା ଅତ୍ୟନ୍ତ ଅସଂପୂର୍ଣ୍ଣ ବୋଲି ହିଁ କହିବାକୁ ହେବ ।

 

କିନ୍ତୁ, ଏହି ମନୋବିଜ୍ଞାନ ଯେତେ ଅପରିପକ୍ୱ ହୁଏତ ହୋଇଥିଲେ ମଧ୍ୟ ଏପରି କୌଣସି ଅନୁମାନ କରିବାପାଇଁ ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ ଯେ, ଏଥିରେ ଆଗକୁ କୌଣସି ଅଭିବୃଦ୍ଧି ମୋଟେ ହେବନାହିଁ ଏବଂ ଉପଲବ୍ଧ ତଥ୍ୟରୁ ସଫଳ ଭାବରେ କୌଣସି ସିଦ୍ଧାନ୍ତରେ କଦାପି ପହଞ୍ଚି ହେବନାହିଁ । ଖୁବ୍‌ ନିଶ୍ଚିନ୍ତ ବୋଲି ମନେ ହେଉଛି ଯେ, ଆହୁରି ଅଧିକ ଅଧ୍ୟୟନ ଦ୍ୱାରା ସେହିପରି ସିଦ୍ଧାନ୍ତମାନ ଗୋଚରକୁ ଆସିବ ଏବଂ, ଆପଣାର ସମାଜଜୀବନଗତ ସମ୍ପର୍କମାନଙ୍କରେ ମନୁଷ୍ୟମାନେ ଅଧିକ ମଜବୁତ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ପୂର୍ଣ୍ଣ ନିଃସନ୍ଦେହ ଭାବରେ ସେହି ପ୍ରକ୍ରିୟାଟି ନିଶ୍ଚୟ ତ୍ୱରାନ୍ୱିତ ମଧ୍ୟ ହେବ । ବର୍ତ୍ତମାନ ସ୍ଥିତି ଯେପରି ହୋଇ ରହିଛି, ସେହି ଦୃଷ୍ଟିରୁ ଅବଶ୍ୟ କିଞ୍ଚିତ୍‌ ସତର୍କତା ସହିତ ମନୋବିଜ୍ଞାନର ସିଦ୍ଧାନ୍ତଗୁଡ଼ିକର ବିଚାର କରିବାକୁ ହେବ; ଏପରିକି, ଏହି ଅଧ୍ୟାୟଟିରେ ମୁଁ ଯେଉଁଟିର ଚର୍ଚ୍ଚା କରିବାକୁ ଯାଉଛି, ସେଇଟି ବିଷୟରେ ମଧ୍ୟ ।

 

ମନୋବିଜ୍ଞାନର ସ୍ଥିତିଟି ଏହିପରି ଅନିଶ୍ଚିତ ଅବସ୍ଥାରେ ରହିଥିବା ହେତୁ ମିଥ୍ୟା ପ୍ରତ୍ୟୟମାନ ଅଧିକ ସ୍ଥାୟୀ ହୋଇ ରହିପାରିବା ସକାଶେ ବେଶ୍‌ ଏକ ଅନୁକୂଳତା ମିଳିଯାଉଛି ଏବଂ ସେଗୁଡ଼ିକ ରହିଥିବା ପର୍ଯ୍ୟନ୍ତ ଖାସ୍‌ ବିଜ୍ଞାନର ଅଗ୍ରଗତିଟି ମଧ୍ୟ ବାଧାପ୍ରାପ୍ତ ହେଉଛି । ଯେଉଁ ବ୍ୟକ୍ତିମାନେ ସାମାଜିକ ସ୍ଥିତି ଏବଂ ଅସ୍ଥିତି ବିଷୟରେ ପୂର୍ବରୁ ହିଁ ସିଦ୍ଧାନ୍ତମାନ କରି ନିଜ ମନଭିତରେ ସ୍ଥାପି ରଖିଛନ୍ତି, ସେମାନେ ମଧ୍ୟ ବୈଜ୍ଞାନିକ ତଥ୍ୟ ବୋଲି ପ୍ରତୀତ ହେଉଥିବା ସବୁକିଛିରୁ ଅକୁଣ୍ଠିତ ଭାବରେ ବହୁତ କିଛି ଆରହଣ କରିପାରିବେ ଏବଂ, ଯଥେଷ୍ଟ ପରିମାଣରେ କୌଣସି ପ୍ରାମାଣିକତା ରହିଥିବା କୌଣସି ସତ୍ୟ ନାହିଁ, ଯାହାକି ସେମାନଙ୍କୁ ନିବୃତ୍ତ କରି ରଖିପାରିବ । ପୁନଶ୍ଚ, ଆମେ ତ ପ୍ରତ୍ୟେକେ ଏହି ପୃଥିବୀରେ ଅନ୍ୟ ମନୁଷ୍ୟମାନଙ୍କ ଭିତରେ ହିଁ ବାସ କରୁଛୁ ଏବଂ ସେଥିରୁ ପରସ୍ପର ସମ୍ବନ୍ଧରେ, ଏପରିକି ନଚାହୁଥିଲେ ମଧ୍ୟ ଆମର ଯାହାକିଛି ଅଭିଜ୍ଞତା ମଧ୍ୟ ହେଉଛି, ସେଗୁଡ଼ିକରେ ମଧ୍ୟ ଆମର ମନୁଷ୍ୟର ପ୍ରକୃତି ବିଷୟରେ କେତେ ନିର୍ଦ୍ଦିଷ୍ଟ ପ୍ରତ୍ୟୟ ଅବଶ୍ୟ ରହିଛି । ଅର୍ଥାତ୍‌, ଆମେ ସମସ୍ତେ ମଧ୍ୟ ଜଣେ ଜଣେ ଅଳ୍ପ ବହୁତ ପରିମାଣରେ ଏକ ମନୋବୈଜ୍ଞାନିକର ଭୂମିକାରେ ରହିଛୁ ଏବଂ ନିଜନିଜର ମତ ଏବଂ ଧାରଣାଗୁଡ଼ିକ ସହିତ ଗୋଟିଏ କିସମର ରହସ୍ୟାତ୍ମକ ଏକ ଯଥାର୍ଥତାକୁ ଆଣି ଯୋଡ଼ି ଦେଉଛୁ, ଯେଉଁଟି ସହିତ କି ଘରୋଇ ଟୁଣୁକାଟୁଣୁକି ଉପରେ ବିଶ୍ୱାସ ରହିଥିବା ହେତୁ ଜଣେ ଚିକିତ୍ସକର ପରାମର୍ଶର ବିରୋଧ କରୁଥିବା ଜଣେ ବ୍ୟକ୍ତିର ତୁଳନା ହୁଏତ କରାଯାଇ ପାରିବ ।

 

ଏହିପରି ଏକ ଜଳବାୟୁରେ ଭ୍ରାନ୍ତିମାନେ ପ୍ରକୃତରେ ବହୁସଂଖ୍ୟକ ହେବାର ଦେଖାଯାଉଛି । ଏବଂ, ମୋ’ ବିଚାରରେ, ସେଗୁଡ଼ିକ ମଧ୍ୟରେ ଏପରି ସର୍ବତ୍ର ପରିଦୃଷ୍ଟ ହେଉଥିବା ଅନ୍ୟ କୌଣସିଟିଏ ସମ୍ଭବତଃ ନଥିବ, ଯେଉଁଟି କି “ମନୁଷ୍ୟର ପ୍ରକୃତିକୁ ମୋଟେ ବଦଳାଇ ହେବନାହିଁ” ନାମକ ଭ୍ରାନ୍ତିର ସମକକ୍ଷ ହୋଇ ପାରିବ । ସେଇଟି ଯଦି ଏତେ ଏତେ କ୍ଷେତ୍ରରେ ମନୁଷ୍ୟମାନଙ୍କୁ ଉପକୃତ କରୁନଥାନ୍ତା, ତେବେ ଖୁବ୍‌ ପୁରାତନ ଏହି ବହୁପରିଚିତ କଥାଟି ନିଶ୍ଚିତ ଭାବରେ ଆଦୌ କୌଣସି ପ୍ରୟୋଜନୀୟତା ନଥିବା ଧାରଣାମାନେ ଗଚ୍ଛିତ ହୋଇ ରହିଥିବା ଗୃହରେ ବହୁଦିନୁଁ ରହି ସାରନ୍ତାଣି । ପାପ ଆଚରଣ କରୁଥିବା ମନୁଷ୍ୟ, ପବିତ୍ର ସନ୍ଥବର୍ଗ, ରାଜ୍ୟଶାସକ ଏବଂ ଦାସମାନେ, ଦାର୍ଶନିକ ଓ ଯତିବୃନ୍ଦ, ଧର୍ମଗୁଡ଼ିକର ବ୍ୟାଖ୍ୟାକାରୀ, ମନର ଚିକିତ୍ସକ, ସାମ୍ବାଦିକ, ରାଜନୀତିଜ୍ଞ ଓ ଅଧ୍ୟାପକ ଯାବତୀୟ ସମସ୍ତଙ୍କର ନାନା ବିଚିତ୍ର ବହୁବିଧ ଗୋଷ୍ଠୀମାନଙ୍କରେ ସେହି କଥାଟିକୁ ଭଳି ଭଳି ମହତ୍ୱ ପ୍ରଦାନ କରି ଘୋଷଣା କରାଯାଇ ଆସିଛି । ସେହି କଥାଟିକୁ ଅନେକେ କହିଛନ୍ତି, ଅନେକେ ସେଥିରେ ବିଶ୍ୱାସ ସ୍ଥାପନ କରିଛନ୍ତି, ଏବଂ ବହୁତ କମ୍‌ ମନୁଷ୍ୟ ତାହାକୁ ବୁଝୁଛନ୍ତି ।

 

ଏହି ପ୍ରତ୍ୟୟଗୁଡ଼ିକର ବହୁପ୍ରକାରେ ବ୍ୟବହାର ହୋଇଛି । ଏହି ପୃଥିବୀରେ ଦାରିଦ୍ର୍ୟ ରହିଛି କି ? ଦାରିଦ୍ର୍ୟ ଅଛି, କାରଣ ଲୋକମାନଙ୍କ ହାତରେ ସେମାନଙ୍କର ସ୍ୱଭାବ ହେତୁ ହିଁ ସମ୍ବଳ ନାହିଁ । ଲୋକମାନେ କୌଣସି କାମର ଅଭାବରୁ ବେକାର ହୋଇ ବସିଛନ୍ତି କି ? କାରଣ, ଲୋକମାନେ ସେମାନଙ୍କର ସ୍ୱଭାବ ହେତୁ ହିଁ ଅଳସୁଆ ହେଉଛନ୍ତି । ପୃଥିବୀରେ ଯୁଦ୍ଧମାନେ ହେବାରେ ଲାଗିଛନ୍ତି କି ? ଯୁଦ୍ଧମାନେ ଲାଗିଛନ୍ତି, କାରଣ ଲୋକମାନେ ସେମାନଙ୍କର ସ୍ୱଭାବ ହେତୁ ହିଁ ଯୁଦ୍ଧ ହେଉ ବୋଲି ଇଚ୍ଛା କରନ୍ତି । ଅର୍ଥନୀତିର ପ୍ରତିଦ୍ୱନ୍ଦିତାର କ୍ଷେତ୍ରରେ ଲୋକମାନେ ଏକ ଆରେକୁ ଠକନ୍ତି କି, ଏକ ଆରେକର ଅନିଷ୍ଟ କରନ୍ତି କି ଓ ପରସ୍ପରକୁ ଦେୱାଲିଆ ବି କରିଦିଅନ୍ତି କି ? ହଁ, ସେମାନେ ଏସବୁ କରନ୍ତି କାରଣ ସେମାନେ ଆପଣାର ସ୍ୱଭାବ ହେତୁ ହିଁ ଲାଭ କମାଇବାର ସେମାନଙ୍କର ଅଭିପ୍ରାୟଟିକୁ ଚରିତାର୍ଥ କରନ୍ତି । କେତେ ଲୋକ କ୍ରୀତଦାସ ହୋଇ ରହିଥିବାବେଳେ ଆଉ କେତେ ଲୋକ ସେହି କ୍ରୀତଦାସମାନଙ୍କର ମାଲିକ ହୋଇଥିଲେ କି-? ଅଥବା କେତେ ମଣିଷ ବେଠି ଖଟୁଥିବା ସମୟରେ କେତେ ରାଜା ହୋଇ ମଧ୍ୟ ରହିଥିଲେ-? ସେପରି ଘଟିଥିଲା, କାରଣ ସେମାନେ ସେହିଭଳି ବେଠି କରିବେ ଏବଂ ରାଜା ହୋଇ ବସିବେ ବୋଲି ପୂର୍ବରୁ ନିର୍ଦ୍ଦେଶିତ ହୋଇ ରହିଥିଲା । ଯେଝା ଅନୁସାରେ ଯିଏ ସେହିପରି ହେବେ ବୋଲି-

 

ଅଥବା, ପୁନଶ୍ଚ କେହି ଅପରାଧୀ ହେବାକୁ ବାଧ୍ୟ ହେବେନାହିଁ କି ଏବଂ, ଯେଉଁମାନେ ଆଗରୁ ଅପରାଧୀରୂପେ ଚିହ୍ନିତ ହୋଇଛନ୍ତି, ଆମେ ସେମାନଙ୍କୁ ମଧ୍ୟ ଥଇଥାନ କରାଇବା କି ? ନାହିଁ, କାରଣ ସେପରି କଲେ କୌଣସି ଲାଭ ହେବନାହିଁ : ତୁମେ ମନୁଷ୍ୟର ପ୍ରକୃତିକୁ କେବେହେଲେ ବଦଳାଇ ପାରିବନାହିଁ । ବିଭିନ୍ନ ଜାତି ଏବଂ ସମୂହ ଭିତରେ ଆମେ ନ୍ୟାୟ ତଥା ସମାନତାର ପ୍ରତିଷ୍ଠାପାଇଁ ପ୍ରକୃତରେ କିଛି କରିବା କି ? ନାହିଁ, ସେଥିରେ ଆଦୌ କିଛି ଲାଭ ନାହିଁ, କାରଣ ତୁମେ ମନୁଷ୍ୟର ପ୍ରକୃତିକୁ ବଦଳାଇ ପାରିବନାହିଁ । ଆମେ ବିଜ୍ଞାନର ଆଲୋକକୁ ସମଗ୍ର ମନୁଷ୍ୟଜାତି ଆଡ଼କୁ ପ୍ରସାରିତ କରିଦେବା କି ? ନାହିଁ, ତଦ୍ଦ୍ୱାରା କିଛି ଫଳ ହେବନାହିଁ, କାରଣ ଆପଣ ମନୁଷ୍ୟର ମୂର୍ଖତାକୁ ବଦଳାଇ ପାରିବେନାହିଁ ।

 

ଅଥବା, ପୁନଶ୍ଚ, ଆଉରି ଖୁବ୍‌ ଅନ୍ୟ ପ୍ରକାରର ସେହି ସତର୍କବାଣୀଟି : ବର୍ତ୍ତମାନ ଯେଉଁମାନେ ଭୋଟ୍‌ ଦେବାର ଅଧିକାର ଲାଭ କରିନାହାନ୍ତି, ଆମେ ସେମାନଙ୍କୁ ମଧ୍ୟ ସେହି ଅଧିକାର ପ୍ରଦାନ କରିବା କି ? ସଂପୂର୍ଣ୍ଣ ଅସମ୍ଭବ, ଆଗ ସେମାନଙ୍କୁ ଶିକ୍ଷିତ ହେବାକୁ ପଡ଼ିବ । ଇହୁଦୀ ଓ ନିଗ୍ରୋମାନଙ୍କ କ୍ଷେତ୍ରରେ ଯେଉଁସବୁ ବାଛବିଚାର କରାଯାଉଛି, ଆମେ ସେଗୁଡ଼ିକୁ ବିଲୁପ୍ତ କରିଦେବାର ଇଚ୍ଛା କରିବା କି ? ଅସମ୍ଭବ, ସମପାଗ ସେମାନଙ୍କର “ଦୃଷ୍ଟିକୋଣ” ଗୁଡ଼ିକରେ ପରିବର୍ତ୍ତନ ଆଣିବାକୁ ପଡ଼ିବ । ସମାଜର ବର୍ତ୍ତମାନ ଧରଣଟିରେ ମୀମାଂସକ ଭାବରେ ଆମେ କିଛି ଉନ୍ନତି ସାଧନ କରିବାପାଇଁ ଇଚ୍ଛା କରିବା କି ? ଆଦୌ ସମ୍ଭବ ନୁହେଁ : ଆଗ ମନୁଷ୍ୟମାନଙ୍କର ଆତ୍ମାର କ୍ଷେତ୍ରଟା ଅବଶ୍ୟ ବଦଳିବ, “ବସ୍ତୁବାଦ” ଯିବ ଏବଂ “ଆଧ୍ୟାତ୍ମିକତା”ର ପ୍ରତିଷ୍ଠା ହେବ ।

Unknown

 

ହୁଏତ ବେଶ୍‌ ମନେ ହୋଇପାରେ ଯେ, ଏହି ଶେଷ ପ୍ରକାରର କଥାଗୁଡ଼ିକର କ୍ଷେତ୍ରରେ ମନୁଷ୍ୟମାନଙ୍କର ପ୍ରକୃତିଟା ବଦଳାଇବା ବିଷୟରେ ହୁଏତ କିଛି ଯୁକ୍ତିଯୁକ୍ତତା ରହିଥିବା ପରି ମନେହେବ । ଅବଶ୍ୟ ସେପରି ମନେ ହେବାରେ ମଧ୍ୟ ଗୋଟିଏ ବିଭ୍ରାନ୍ତି ନିଶ୍ଚିତ ଭାବରେ ରହିଛି, କାରଣ ଯେଉଁ ପରିବର୍ତ୍ତନଟି ପ୍ରଥମେ ଆସୁ ବୋଲି ଧରି ନିଆଯାଉଛି, ଏକ ପରିବର୍ତ୍ତନ ପ୍ରକୃତରେ ସମ୍ଭବ ହେବା ଲାଗି ଯେଉଁପରି ସାମାଜିକ ପରିବେଶଟିଏ ଆବଶ୍ୟକ, ଅନୁମିତ ପରିବର୍ତ୍ତନଟି ତା’ଠାରୁ ବସ୍ତୁତଃ ବହୁ ଦୂରରେ ଯାଇ ରହିଛି । ତେଣୁ, ସେହି କଳ୍ପନାଟିର ପଶ୍ଚାତରେ କୌଣସି ବାସ୍ତବତା ନାହିଁ, ସେହିଭଳି କଳ୍ପନା କରୁଥିବା ଲୋକମାନଙ୍କର ମନଭିତରେ କେଡ଼େ ଚମତ୍କାର ଭାବେ ଏକ ଭାସମାନ ଅବସ୍ଥାରେ ହିଁ ରହିଛି ।

 

ଉଦାହରଣ ସ୍ୱରୂପ, ଆମେରିକାର ନିଗ୍ରୋମାନଙ୍କୁ ଭୋଟ ଦେବାର ଅଧିକାରରୁ ବଞ୍ଚିତ କରି ରଖିବାର ପ୍ରସଙ୍ଗଟିର ବିଚାର କରାଯାଉ । ଆମ କଳ୍ପନାର ବିରୋଧୀଟି କହୁଛି ଯେ, ନିଗ୍ରୋମାନେ ଶିକ୍ଷିତ ନହୋଇଥିବା ଯାଏ ସେମାନଙ୍କୁ ଭୋଟ୍‌ ଦେବାର ଅଧିକାର ପ୍ରଦାନ କରିବାର କଥାଟିକୁ ସିଏ ଆଦୌ ଚିନ୍ତା ହିଁ କରି ପାରୁନାହିଁ । ଏବଂ, ସିଏ ପ୍ରକୃତରେ ଏକ ଲୋକତନ୍ତ୍ରର ପକ୍ଷରେ ରହି ଏପରି କହୁଛି ବୋଲି ଆମେ ଅବଶ୍ୟ ତାହାର ପ୍ରଶଂସା କରିବା । କିନ୍ତୁ, ଶିକ୍ଷାଳୟମାନଙ୍କରେ ଯଥେଷ୍ଟ ପ୍ରକାରେ ପ୍ରବେଶ କରିବାର ସୁଯୋଗ ଲାଭ କରି ପାରିବେନାହିଁ । ଏବଂ, ରାଜ୍ୟର ବିଧାନରେ ଅନୁରୂପ ଦ୍ୱାରଗୁଡ଼ିକୁ ଉନ୍ମୁକ୍ତ କରିନଦେଲେ ସେମାନେ କେବେହେଲେ ଉପଯୁକ୍ତ ଭାବରେ ବିଦ୍ୟାଳୟରେ ପ୍ରବେଶ କରି ପାରିବେନାହିଁ । ଏବଂ ବିଧାନର କ୍ଷେତ୍ରରେ ତାହା କେବେହେଲେ ସମ୍ଭବ ହେବନାହିଁ, ଯେପର୍ଯ୍ୟନ୍ତ ନିର୍ବାଚିତ ହୋଇ ଯାଉଥିବା ବ୍ୟକ୍ତିମାନେ ଭୋଟ–ଅଧିକାରରୁ ବଞ୍ଚିତ ହୋଇ ରହିଥିବା ସେହି ସମୂହଗୁଡ଼ିକ ଭୋଟ ଦେବାକୁ ଅନୁମତି ନପାଇଲେ ସେପରି ପ୍ରତିନିଧି ଅତ୍ୟନ୍ତ ଅଳ୍ପ ସଂଖ୍ୟାରେ ହିଁ ନିର୍ବାଚିତ ହେବେ । ତେଣୁ, ଆମର ସେହି ବନ୍ଧୁଜଣକ ଭୋଟ ଦେବାର ଅଧିକାର–ପ୍ରଦାନକୁ ଗଡ଼ାଇ ଦେବାକୁ ଇଚ୍ଛା କରୁଥିବା ଦ୍ୱାରା ଭୋଟ ଦେଉଥିବା ଲୋକଙ୍କୁ ଭୋଟ୍‌ ଦେବାଲାଗି ଯୋଗ୍ୟ କରିବାକୁ ସମର୍ଥ ହେବେବୋଲି ବିଚାର କରା ଯାଉଥିବା ସେହି ଶିକ୍ଷାଟିକୁ ମଧ୍ୟ ଗଡ଼ାଇ ଦେଉଛନ୍ତି । ଯେଉଁ ପରିବର୍ତ୍ତନଟି ହେଉ ବୋଲି ସେ ଇଚ୍ଛା କରୁଛନ୍ତି, ସିଏ ସେଇଟିକୁ ଅସମ୍ଭବ କରି ହିଁ ରଖିଛନ୍ତି ଏବଂ, ତାଙ୍କର ଟୀକାକାରୀମାନେ ସମ୍ଭବତଃ ଏପରି ଅନୁମାନ ବି କରିବେ ଯେ, ସିଏ ପ୍ରକୃତରେ ପ୍ରକୃତ କଥାଟି ହେଉ ବୋଲି କେବେ ଇଚ୍ଛା କରିନାହାନ୍ତି ।

 

ଆଦର୍ଶମାନେ ଅନୁରୂପ କ୍ରିୟାଶୀଳତା ସହିତ ସମ୍ବନ୍ଧିତ ନହୋଇଥିବା ଯାଏ ଜଣେ ଆଦର୍ଶବାଦୀ ହେବା ପ୍ରକୃତରେ ଅତ୍ୟନ୍ତ ସହଜ । ଏହିପରି ବ୍ୟକ୍ତିମାନେ ଯେତେବେଳେ ଉଚିତ ଶକ୍ତିଗୁଡ଼ିକର ସମ୍ମୁଖୀନ ହୋଇଛନ୍ତି କିମ୍ବା ଏକ ନିଷ୍ପତ୍ତି ଗ୍ରହଣ କରିବାର ପ୍ରୟୋଜନର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ସେମାନେ ଏହିଭଳି ଗୋଟିଏ ଯୁକ୍ତିର ଆଶ୍ରୟ ଗ୍ରହଣ କରିବେ ଯେ, ଯାହା ହେଉ ପଛକେ ପ୍ରକୃତ ପରିବର୍ତ୍ତନ ଆଦୌ କିଛି ହେବନାହିଁ ଏବଂ ଆମେ କେବଳ ବାହ୍ୟ କେତେଟା କଥାକୁ ନେଇ ତାଳି ପକାଇବାରେ ହିଁ ଲାଗିଥିବା । କାରଣ, ପରିବର୍ତ୍ତନ ସମ୍ଭବ ହେବନାହିଁ ବୋଲି ଯେଉଁମାନେ ତାହାର ସମର୍ଥନରେ କଥା କହନ୍ତି, ସେମାନେ ପ୍ରକୃତରେ ଆଦୌ ପରିବର୍ତ୍ତନମାନ ହେଉ ବୋଲି କେବେହେଲେ ଇଚ୍ଛା କରୁନଥାନ୍ତି । ଆମର ଏହି ତୃତୀୟ ନମ୍ବରର କଥାଟି ପ୍ରଥମ ଦୁଇଟିଯାକ ବିଷୟରେ ପ୍ରକୃତରେ ସେହି ଏକା କଥାଟିକୁ ହିଁ ଅବଶ୍ୟ କହିବ । ଏହି ଦୁଇଟି ଆଉ କୌଣସି ଖାସ୍‌ ଅଧ୍ୟୟନ ଦରକାର କରିବନାହିଁ ।

 

ପ୍ରଥମଟିର ଚର୍ଚ୍ଚାରେ ପ୍ରଦତ୍ତ ମନ୍ତବ୍ୟଗୁଡ଼ିକ ମନୁଷ୍ୟମାନେ ଆପଣାର ପ୍ରକୃତି ହେତୁ ହିଁ ଯାହାକିଛି କରନ୍ତି ବୋଲି ଯୁକ୍ତି କରୁଥିବା ସମୟରେ କେତୋଟି ଖାସ୍‌ ଅର୍ଥନୀତି-ସମ୍ପର୍କିତ ଓ ରାଜନୀତିକ ଚରିତ୍ରଗୁଡ଼ିକୁ ହିଁ ବୁଝାଇ ଦେଉଥାନ୍ତି । ତାହାକୁ କଦାପି କେବଳ ଏକ ବାସ୍ତବ ଅନୁଭୂତିରୁ ପ୍ରସୂତ ହୋଇଥିବା ଉକ୍ତି ବୋଲି କହି ଆଡ଼େଇ ଦେଇ ହେବନାହିଁ । କାରଣ, ଏଥିରେ ପରୋକ୍ଷ ଭାବରେ ଗୋଟିଏ ନିର୍ଦ୍ଦିଷ୍ଟ ମତକୁ ଉଚିତ ବୋଲି ହିଁ ଘୋଷଣା କରିବାର ପ୍ରୟାସଟିଏ ଜଡ଼ିତ ହୋଇ ରହିଥାଏ । ଦୃଷ୍ଟିକୋଣଟିକୁ କେଡ଼େ ସହଜ ଆଶାବାଦୀ ଉତ୍ସାହରେ “ସଂପୂର୍ଣ୍ଣ ବାସ୍ତବବାଦୀ” ବୋଲି କୁହାଯାଏ ଏବଂ ସେଇଟିର ପକ୍ଷବାଦୀମାନେ ଗଭୀରତାଯୁକ୍ତ ଭାବରେ ନହେଲେ ମଧ୍ୟ କେଡ଼େ ଦୀର୍ଘାୟିତ ଭାବରେ ସମ୍ଭବତଃ ଯୁକ୍ତି କରିବାକୁ ମଧ୍ୟ ଆଗେଇ ଆସୁଥାନ୍ତି । ସେମାନେ ସର୍ବଦା ସେହି ଆଦୌ ଖଣ୍ଡନ କରି ନହେଉଥିବା ବିଧାନଗୁଡ଼ିକର କଥା କହନ୍ତି ଯାହାକୁ କି ପ୍ରକୃତି ଅର୍ଥାତ୍‌ ପ୍ରକୃତିର ପରମ ଅଧିଷ୍ଠାତା ମନୁଷ୍ୟଜୀବନର କ୍ଷେତ୍ରଗୁଡ଼ିକ ସକାଶେ ନିର୍ଣ୍ଣିତ କରି ରଖିଛନ୍ତି । ଗ୍ରହମାନଙ୍କର ଗତିଗୁଡ଼ିକୁ ସେହି କାରଣରୁ କେତେ ସକାରାତ୍ମକ ଆଗ୍ରହ ସହିତ ଲକ୍ଷ୍ୟ କରାଯାଇଛି, ବସ୍ତୁତଃ ସେହି ବିଷୟରେ ଏକ ବିସ୍ମୟ ମଧ୍ୟ ପ୍ରକଟ କରାଯାଇଛି ଏବଂ, ଏହି ଅନୁଭୂତିସକଳକୁ ଯଦି ତୁମେ ଆଦୌ କମ୍‍ ଅନିବାର୍ଯ୍ୟ ହୋଇ ରହିଥିବା ମନୁଷ୍ୟଜୀବନର ଯାବତୀୟ ଗତିଶୀଳତାର କ୍ଷେତ୍ରରେ ନେଇ ପ୍ରୟୋଗ କର, ତେବେ ଅବଶ୍ୟ ଦେଖିବାକୁ ପାଇବ ଯେ, ମନୁଷ୍ୟଗଣଙ୍କର ସର୍ବବିଧ ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ତଥା ଯାବତୀୟ ନୃଶଂସତା ମଧ୍ୟ ସତେଅବା ଏକ ବିଶ୍ୱବିଧାନର ଅନ୍ତର୍ଗତ ହୋଇ ରହିଥିବା ଗୋଟିଏ ଐଶ୍ୱର୍ଯ୍ୟ ସଦୃଶ କେଡ଼େ ଝଲମଲ ହୋଇ ଦେଖାଯିବାକୁ ଆରମ୍ଭ କରିବ । ଅତ୍ୟନ୍ତ କଟ୍ଟର ଏବଂ କଠୋର ବାସ୍ତବବାଦୀଟିଏ ଏହିଭଳି କେଡ଼େ ଭାବପ୍ରବଣ ହୋଇ ତାହା ବ୍ୟକ୍ତ କରୁଥିବ ଏବଂ ଏକ ଅନିବାର୍ଯ୍ୟ ଏବଂ ଅନପନେୟ ସ୍ଥିତାବସ୍ଥା ଆଗରେ ଖୁସୀ ହୋଇ ନିଜର ମସ୍ତକଟିକୁ ଆନତ କରି ଆଣିବ ।

 

ଏହି ମତସାରଣୀରେ ଥିବା ଦ୍ୱୀତୀୟଟି ମଧ୍ୟ ବହୁତ ପରିମାଣରେ ସେହି ପ୍ରଥମଟି ପରି; ଉଭୟ ମଧ୍ୟରେ କେବଳ ଏତିକି ଫରକ ରହିଛି ଯେ, ଏଇଟିରେ ନୈତିକତା ନାମକ ପଦାର୍ଥଟି ଲାଗି ଆଦୌ କୌଣସି ସ୍ଥାନ ନଥାଏ । ଏହି ମତଗୁଡ଼ିକର ପକ୍ଷରେ ରହିଥିବା ମନୁଷ୍ୟମାନେ ସାଧାରଣତଃ ଅଧିକ ପ୍ରସନ୍ନତା ସହିତ ଆପଣାକୁ ବ୍ୟକ୍ତ କରନ୍ତି ଏବଂ ନୀତିଗତ କୌଣସି ପ୍ରଶ୍ନ ସମ୍ପର୍କରେ ସେମାନଙ୍କର ମଥା ଆଦୌ ଘୂରୁନଥାଏ । ସେମାନେ ଅବଶ୍ୟ ଏକମତ ହେବେ ଯେ, କେହି ଯୁଦ୍ଧଟାଏ ଆବଶ୍ୟକ କରୁନଥିଲେ ତଥାପି ତୁମେ ଯୁଦ୍ଧଟିଏ କରିପାରିବ ଏବଂ ମନୁଷ୍ୟପ୍ରକୃତି ବର୍ତ୍ତମାନ ଯେଉଁପରି ଅଛି, ଏହି ପୃଥିବୀରେ ଯୁଦ୍ଧ ନିଶ୍ଚୟ ହେବ ଓ ମନୁଷ୍ୟମାନେ ନିଶ୍ଚୟ ଅନାହାରର ସମ୍ମୁଖୀନ ହେଉଥିବେ । ହଁ, ସମାନତା ରହିବା ଅବଶ୍ୟ ଖୁବ୍ କାମ୍ୟ, ମାତ୍ର ଦୁର୍ଭାଗ୍ୟବଶତଃ “ବାସ୍ତବ” ଅବସ୍ଥାଟି ଏହିପରି ହୋଇ ରହିଛି ଯେ, କେତେ ମଣିଷ ଅନ୍ୟ ମନୁଷ୍ୟମାନଙ୍କର ତୁଳନାରେ ଅପେକ୍ଷାକୃତ ଅଧିକ ନିମ୍ନ ସ୍ତରରେ ଅଛନ୍ତି ଏବଂ ସେମାନେ ସମ୍ଭବତଃ ସେହି ଅନ୍ୟମାନଙ୍କର କଦାପି ସମତୁଲ ହୋଇ ପାରିବେନାହିଁ ।

 

ହଁ, ଏଠାରେ ଆମେ ଏପରି ଜଣେ ବାସ୍ତବବାଦୀକୁ ଭେଟୁଥିବା, ଯିଏ କି ସର୍ବଦା ତା’ ର କାନ ପାଖରେ ସେହି ସହଜ ତଥା ସ୍ଥୂଳ ଦୂରଦର୍ଶିତାଟି ତାକୁ ସତର୍କ କରି ଦେଉନଥିଲେ ସିଏ ଅବଶ୍ୟ ଜଣେ ଆଦର୍ଶବାଦୀ ହୁଅନ୍ତା । ସର୍ବବିଧ ଉତ୍ତମ ବୋଲି ପରୀକ୍ଷିତ ନୀତି ସହିତ ସିଏ ଅବଶ୍ୟ ଏକମତ ହେଉଥିବ ଏବଂ ସେହିପରି ଏକମତ ହୋଇ ସିଏ ତୁମକୁ ଏକ ଯଥାର୍ଥ ପ୍ରତ୍ୟୟ ମଧ୍ୟ ଦେଉଥିବ ଯେ, ତା’ର ହୃଦୟଟି ପ୍ରକୃତରେ ଠିକଣା ସ୍ଥାନଟିରେ ସର୍ବଦା ରହିଛି,–ତା’ ର ସେହି ସଂଶୟାତ୍ମକ ଅନ୍ୟ ସ୍ଥିତିଟି ବାଧ୍ୟ ହୋଇ ହୁଏତ ଅନ୍ୟ କେଉଁଠାରେ ରହିଥିଲେ ମଧ୍ୟ ହୃଦୟଟି ଯେଉଁଠି ରହିବା ଉଚିତ, ଠିକ୍ ସେହିଠାରେ ରହିଛି । ସିଏ ସ୍ଵଭାବତଃ ଆପଣା ଆଡ଼ୁ କେବେ ନୀତିଗୁଡ଼ିକୁ ଗ୍ରହଣ କରେନାହିଁ, ବରଂ ନୀତିମାନେ ହିଁ ତାକୁ ଗ୍ରହଣ କରିଥାନ୍ତି । ଆପଣାର ଜୀବନାଚାର ମଧ୍ୟରେ ସେ ଗୁଣଟିକୁ ଅର୍ଜନ କରିଥିବାର ସୁଖଟି ସହିତ ଆଦୌ ସେହି ଅନୁସାରେ କିଛି ନକରୁଥିବାର ଏକ ଆତ୍ମସାନ୍ତ୍ଵନାକୁ କେଡ଼େ ଅଭିଜ୍ଞ ଭାବରେ ଯୁକ୍ତ ହିଁ କରି ରଖିଥାଏ । ସେହି ବ୍ୟକ୍ତିଟିକୁ ଯେଉଁ ସୁଖ ମିଳୁଥିବ, ଆମେ ଅବଶ୍ୟ ତାହାର କଳ୍ପନା କରିପାରିବା ।

 

ଏହିସବୁ ଯାବତୀୟ ପ୍ରକାରର ମତ ତଥା ମିଜାଜ ଭିତରେ ଆମେ ବର୍ତ୍ତମାନ ଏକ ସାଧାରଣ ମତଲବ ପ୍ରକୃତରେ ଜଡ଼ିତ ହୋଇ ରହିଛି ବୋଲି ନିଶ୍ଚୟ ଦେଖି ପାରୁଥିବା । ମନୁଷ୍ୟମାନଙ୍କୁ କୌଣସି ବୈଜ୍ଞାନିକ ସତ୍ୟର ଆଲୋକ ଯୋଗାଇ ଦେଇ ତାହାର ଦୃଷ୍ଟିକୁ ଆଲୋକିତ କରିଆଣିବାକୁ ତାହା ଆପଣାର ଲକ୍ଷ୍ୟରୂପେ ଗ୍ରହଣ କରିନଥାଏ; ବରଂ ଅନ୍ୟ ପକ୍ଷରେ, ଏକ ମୋହଭଙ୍ଗକାରୀ କଳ୍ପନାର ଅସ୍ପଷ୍ଟତା ଦ୍ଵାରା ସମାଜର ପରିବର୍ତ୍ତନର ବାଟ ଓଗାଳି ରହିଥାଏ । ମନୁଷ୍ୟମାନଙ୍କର ଜୀବନ ଏବଂ ସେମାନଙ୍କର ହୃଦୟଗତ ବାସନାଗୁଡ଼ିକ ମଝିରେ ଆଦୌ କଦାପି ଲଙ୍ଘିହୋଇ ପାରୁନଥିବା ବାଧାର ପ୍ରାଚୀର ଠିଆ ହୋଇ ରହିଛି ବୋଲି ଯଦି ସେମାନଙ୍କୁ ପ୍ରତ୍ୟୟଟିଏ କୌଣସି ପ୍ରକାରେ ଦିଆ ଯାଇପାରେ, (ସର୍ବଦା ସେହିଭଳି ହିଁ ଅନୁମାନ କରାଯାଏ) ତେବେ ସେମାନେ ପ୍ରକୃତରେ ଆଉ ଆଦୌ କୌଣସି ଉନ୍ନତି ଏବଂ ଅଗ୍ରଗତି ଲାଗି ସଂଗ୍ରାମ କରିବେନାହିଁ ଏବଂ ତା’ ବଦଳରେ କେବଳ ପରିସ୍ଥିତିଟା ସେମାନଙ୍କ ନିମନ୍ତେ ଯେତେବେଳେ ଯାହା ଅଳ୍ପ ବା ବହୁତ ଛାଡ଼ି ଯାଉଥିବ, ସେମାନେ କେବଳ ସେତିକିରେ ସନ୍ତୁଷ୍ଟ ରହୁଥିବେ । ଏହିପରି ଏକ ଦର୍ଶନ ଦ୍ଵାରା ବେଶ୍ ଥିର ରହି ସେମାନେ ନିଜର ନଶ୍ଵର ଜୀବନଟି ଯାକ କର୍ମ କରିବାରେ ଧାଇଁଥିବେ ଏବଂ ସର୍ବଦା ଏତିକିମାତ୍ର ଜାଣିଥିବେ ଯେ, ସେମାନଙ୍କ ଭାଗ୍ୟରେ ଭୋଗ କରିବାକୁ ହେଉଥିବା ଏହି ସର୍ବବିଧ ଶ୍ରମ, ପରାଜୟ ତଥା ମୃତ୍ୟୁ ସମେତ ସର୍ବବିଧ ବିପର୍ଯ୍ୟୟକୁ ବସ୍ତୁତଃ ଭୋଗ କରିବାକୁ ହିଁ ପଡ଼ିବ, କାରଣ ସ୍ଵଭାବତଃ ସେମାନେ ସେଗୁଡ଼ିକୁ ଭୋଗ କରିବେ ବୋଲି ପ୍ରକୃତରେ ସ୍ଥିରୀକୃତ ହୋଇ ରହିଛି ।

 

ଏହି ଯୁକ୍ତିଟିର ଅତିଶୋଚନୀୟ ମେଦଟି ତଳେ ଯେଉଁ ଅନ୍ତରସ୍ଥ ଅସ୍ଥିଟି ତାହାକୁ ଧାରଣ କରି ରହିଛି, ବର୍ତ୍ତମାନ ଆମେ ସେଇଟିର କିଞ୍ଚିତ୍ ନିରୀକ୍ଷଣ କରିବା । କେତେକ କ୍ଷେତ୍ରରେ ମନୁଷ୍ୟର ପ୍ରକୃତିଟାକୁ ଆଦୌ ବଦଳାଇ ହେବନାହିଁ ବୋଲି କୁହା ଯାଉଥାଏ ଏବଂ, ସେହି କ୍ଷେତ୍ରଗୁଡ଼ିକ ମନୁଷ୍ୟର ସ୍ଥିତିରେ ଉନ୍ନତି ତଥା ଅଗ୍ରଗତିର ବହୁ ପ୍ରଧାନ ମାର୍ଗ ଉପରେ ବାଧା ହୋଇ ଛିଡ଼ା ହୋଇଥାଏ । ଅନ୍ୟ ଭାଷାରେ କହିଲେ, ଗ୍ରହଣ କରାଯାଇ ପାରୁଥିବା କାର୍ଯ୍ୟକ୍ରମଗୁଡ଼ିକ ଯେତେ ମୋହକ ସମ୍ଭାବନାର ପ୍ରତିଶ୍ରୁତିମାନ ଆଣି ଦେଉଥିଲେ ଏବଂ ପ୍ରତ୍ୟୟଯୁକ୍ତ ହୋଇ ରହିଥିଲେ ମଧ୍ୟ ମନୁଷ୍ୟମାନେ ତଥାପି ସେହି ପୁରାତନ ମାର୍ଗଗୁଡ଼ିକରେ ହିଁ ଯିବାକୁ ଇଚ୍ଛା କରିବେ, ଯେଉଁଗୁଡ଼ିକ କି ସେମାନଙ୍କ ନିମନ୍ତେ ଏହି କେତେ କେତେ ବିପର୍ଯ୍ୟୟର କାରଣ ହୋଇ ଆସିଛି । ଯଦି ଏହାହିଁ ପ୍ରକୃତ ସ୍ଥିତିଟି ହୋଇଥାଏ, ତେଣୁ ଉଚିତ ବୋଲି ଦିଶୁଥିବା ଏକମାତ୍ର ପନ୍ଥାଟି ହେବ ଯେ, ସେମାନେ ସେହି କାର୍ଯ୍ୟକ୍ରମଗୁଡ଼ିକୁ ବର୍ଜନ ହିଁ କରିବେ ଏବଂ ପ୍ରତିଶ୍ରୁତିଗୁଡ଼ିକୁ ଭୁଲିଯିବେ,–ଏବଂ, ଏଇଟି ମଧ୍ୟ ସତ ଯେ, ଏହିପରି ବର୍ଜନ କରିବା ଏବଂ ଭୁଲିଯିବା ପରେ ମନୁଷ୍ୟ ଲାଗି ଆଉ ଆଶା କରିବାର କିଛି ହିଁ ବାକୀ ରହିବନାହିଁ ।

 

ପ୍ରଧାନତଃ ଦୁଇଟି କଥାକୁ ନଜରରେ ରଖି ମନୁଷ୍ୟର ପ୍ରକୃତିକୁ କଦାପି ବଦଳାଇ ହେବନାହିଁ ବୋଲି କୁହାଯାଏ : (୧) ପୃଥିବୀସାରା ମନୁଷ୍ୟମାନେ ଭାରି ସ୍ଵାର୍ଥପର ଏବଂ ସେମାନଙ୍କର ସେହି ସ୍ଵାର୍ଥପରତାର କୌଣସି ଆରୋଗ୍ୟ ସମ୍ଭବ ହେବନାହିଁ ଏବଂ, (୨) ଗୋଟିଏ ଗୋଟିଏ ପଲ ଭିତରେ ବାସ କରୁଥିବା ଏହି ମନୁଷ୍ୟମାନଙ୍କର ଆଦୌ କୌଣସି ଉଚିତ ବୁଦ୍ଧିସାମର୍ଥ୍ୟ ନଥାଏ ଏବଂ ସେମାନଙ୍କ ଜୀବନରେ କୌଣସି ଶିକ୍ଷାର ପ୍ରଭାବ ମଧ୍ୟ ପଡ଼େନାହିଁ, ଅଥବା, ଏତିକି ଅବଶ୍ୟ ସତ୍ୟ ଯେ, ସେମାନଙ୍କ ମଧ୍ୟରେ ଯଥେଷ୍ଟ ପରିମାଣରେ ଏକ ବୁଦ୍ଧି ନଥାଏ ଯାହାବଳରେ କି ମନୁଷ୍ୟଜୀବନର ସମ୍ମୁଖୀନ ହେବାକୁ ପଡ଼ୁଥିବା କୌଣସି ବ୍ୟାପାରର ଏକ ବୁଦ୍ଧିଯୁକ୍ତ ସମାଧାନ ସମ୍ଭବ ହୋଇ ପାରିବ । ଯଦି ଏହି ଦୁଇଟି ଉକ୍ତି ଭିତରୁ ପ୍ରଥମଟି ସତ ହୋଇଥାଏ, ତେବେ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ମନୁଷ୍ୟମାନେ ପୃଥିବୀରେ ବଞ୍ଚୁଥିବା ଏହି ଆପଣା ଜୀବନରେ ଏକ ଟାଣ ମୂଳଦୁଆ–ସମ୍ପନ୍ନ ସହଜୀବନଯୁକ୍ତ ସମାଜ କଦାପି ସମ୍ଭବ ହେବନାହିଁ । ଏବଂ, ଯଦି ଦ୍ଵିତୀୟଟି ସତ ହୁଏ, ତେବେ ଆଦୌ କୌଣସି ଭାଗ୍ୟଜନିତ ବିପର୍ଯ୍ୟୟରୁ ଅଥବା ସାମାଜିକ ଅବ୍ୟବସ୍ଥାରୁ ମନୁଷ୍ୟଜାତି ନିଜକୁ କଦାପି ରକ୍ଷା ମଧ୍ୟ କରି ପାରିବନାହିଁ । ଏହି ପରିମାଣଗୁଡ଼ିକୁ ପ୍ରକୃତରେ ଭୟଙ୍କର ବୋଲି କହିବାକୁ ହେବ । ସେହି ଉକ୍ତିଗୁଡ଼ିକ ତେବେ ପ୍ରକୃତରେ ସତ୍ୟ କି ? ଆମେ ପରୀକ୍ଷା କରି ଦେଖିବା ।

 

ମନୁଷ୍ୟର ସ୍ଵାର୍ଥପରତା, ଯାହାର କୌଣସି ଆରୋଗ୍ୟ ନାହିଁ

 

ଥ୍ରାସିମାକସ୍‌ଙ୍କଠାରୁ ଆରମ୍ଭ କରି ମାକିଆଭେଲିଙ୍କ ଲଗାଏତ ଆମ ଏକାଳରେ ସେହିମାନଙ୍କର କଥାଗୁଡ଼ିକୁ କହୁଥିବା ଏହି ସମସ୍ତଙ୍କ ପର୍ଯ୍ୟନ୍ତ ଉଦାସୀନଗଣଙ୍କର ଏହି ଦୀର୍ଘଧାଡ଼ିର ମନ୍ତବ୍ୟଦାତାମାନେ ଏହି ଗୋଟିଏ କଥାକୁ ହିଁ ସତେଅବା ଏକ ମନ୍ଦ ଅଭିପ୍ରାୟ ଦ୍ଵାରା ପ୍ରେରିତ ହୋଇ ନିଜଭିତରେ ଲୁଚାଇ ରଖିଥିବା ଉଲ୍ଲାସବୋଧଟିର ଘୋଷଣା କରି ଆସିଛନ୍ତି । ସେହି ଉକ୍ତିଟିକୁ ଠିକ୍ ବୋଲି ଗ୍ରହଣ କରିନେବାକୁ ହିଁ ଏହି ବାସ୍ତବ ପୃଥିବୀରେ ଆମ ମଣିଷମାନଙ୍କ ନିମନ୍ତେ ଖୁବ୍ ଅନୁମାନ ବି କରାଯାଇଛି । ଏପରିକି ଧର୍ମପ୍ରବଚନର ପରିଚିତ କଥାଟି ଅନୁସାରେ କହିଲେ, ମୁକ୍ତିର ଏକ ଉପାୟ ବୋଲି କୁହାଯାଇଛି । ବସ୍ତୁତଃ ଖୁବ୍ ଅସଙ୍ଗତ ପରି ଲାଗୁଛି ଯେ ଜଣେ ମନୁଷ୍ୟ ଆପଣାକୁ ନରକର ଗୋଟିଏ ପ୍ରାଣୀ ବୋଲି ଧରିନେଇ ସ୍ଵର୍ଗରାଜ୍ୟରେ ଯାଇ ପ୍ରବେଶ କରିବ । ମାତ୍ର, ଯଦି ମୁଁ ପ୍ରାମାଣିକ ସେହି ବ୍ୟାଖ୍ୟାତାମାନଙ୍କର କଥାର ଭୁଲ ଅର୍ଥ ନକରୁଥାଏ, ସେମାନେ ପ୍ରକୃତରେ ଠିକ୍ ଏହି ଏକ କଥାକୁ ହିଁ ଦାବୀ କରିଛନ୍ତି ।

 

କିନ୍ତୁ, ସେକଥା ଯାହା ହୋଇଥାଉ ପଛକେ, ଜଣେ ମଣିଷର ଅନ୍ୟ ମଣିଷଟିଏ ପ୍ରତି ଯେଉଁ ଅମଣିଷପଣିଆର ଆଚରଣ କରା ଯାଇଥାଏ, ଆପଣା ଲାଗି କେତେକ ଖାସ୍ ଲାଭ ହାସଲ କରିବାର ଅଭିପ୍ରାୟରେ ଅନ୍ୟ ମନୁଷ୍ୟମାନଙ୍କର ସ୍ଵାର୍ଥକୁ ଯେପରି ଭାବରେ ଜଳାଞ୍ଜଳି ଦିଆଯାଏ, ଆମେ ସେଇଟିକୁ ହିଁ ‘ସ୍ଵାର୍ଥପରତା’ ବୋଲି ବୁଝିବା । ସେହି ସ୍ଵାର୍ଥପରତାର ଏକ ସଂପୂର୍ଣ୍ଣ ଭାବରେ ଚରମ ଦୃଷ୍ଟାନ୍ତ ହେଉଛି ପୂର୍ଣ୍ଣ ସଂଗଠିତ ଭାବରେ ଆମେ ସେଥିପାଇଁ ହିଂସାର ଆଚରଣ ମଧ୍ୟ କରିବା, ଯାହାକୁ ଯୁଦ୍ଧ ବୋଲି କୁହାଯିବ । ସେହିଟି ଅନୁସାରେ, ଆମେ ଚତୁର୍ଦ୍ଦିଗରୁ ହିଁ ଏହିପରି ଗୋଟିଏ ଦାବୀ ହେଉଥିବାର ଶୁଣିବାକୁ ପାଉ ଯେ, ଏହି ଯୁଦ୍ଧ ରହିବ ହିଁ ରହିବ ଅର୍ଥାତ୍ ଏହାର ଆଦୌ ବିଲୋପ ସାଧନ କରାଯାଇ ପାରିବନାହିଁ, କାରଣ ତାହାର ଚେରଟି ତ ମନୁଷ୍ୟର ସେହି ସ୍ଵଭାବଟାରେ ରହିଛି, ଯାହାକୁ ଆମେ କେବେହେଲେ ବଦଳାଇ ପାରିବାନାହିଁ । ବର୍ତ୍ତମାନ ଆମେ ସେହି ମର୍ମରେ କରାଯାଇଥିବା କେତେଗୋଟି ଉକ୍ତିକୁ ପରୀକ୍ଷା କରି ଦେଖିବା :

 

ମନୁଷ୍ୟ ଏକ ଶ୍ଵାପଦ ଜୀବ,–ଏବଂ ମୁଁ ଏହି କଥାଟିକୁ ବାରମ୍ବାର କହିବି । ସର୍ବବିଧ ଦ୍ଵନ୍ଦ୍ଵ ଏବଂ ସଂଘର୍ଷ,–ସେଇଟି ହେଉଛି ଜୀବନର ସର୍ବମୂଳ ସତ୍ୟ ଏବଂ ଉତ୍ସ । ସଂଘର୍ଷ ହିଁ ଜୀବନ । ଏବଂ, ଯେତେ ଦୟାର୍ଦ୍ର-ହୃଦୟ ଏବଂ ଶାନ୍ତିକାମୀ ହୋଇଥିଲେ ମଧ୍ୟ ତା’ର ଅନ୍ତର୍ଗତତମ ଆତ୍ମାଟିକୁ ଏତେ ସୁଖ ଆଣି ଦେଉଥିବା ପ୍ରବୃତ୍ତିଟିକୁ ସିଏ କଦାପି ଉତ୍ପାଟିତ କରି ପାରିବନାହିଁ ।*

 

ଡକ୍ଟର ଚାର୍ଲ୍‌ସ୍ ମେୟୋଙ୍କର ମତରେ ଏପରି କଳ୍ପନା କରିବାର ଆଦୌ କୌଣସି ଅର୍ଥ ନଥିଲା ଯେ ଆମେ ଯୁଦ୍ଧକୁ ଆଦୌ କୌଣସି ସମୟରେ ବିଲୁପ୍ତ କରିଦେଇ ପାରିବା । ଜଣେ ଜଣେ ମନୁଷ୍ୟ ହିସାବରେ ଆମ ଉତ୍ତରାଧିକାରର ଗୋଟିଏ ଅଂଶରୂପେ ଆମେ ଯୁଦ୍ଧ ନାମକ ଦ୍ରବ୍ୟଟିକୁ ପାଇଛୁ ଏବଂ ତେଣୁ ତାହା ଆମ ନିୟନ୍ତ୍ରଣର ଗୋଟାସୁଦ୍ଧା ବାହାରେ ହିଁ ରହିଛି ।**

 

ଏହି ସାନ୍‌ଫ୍ରାନ୍‌ସିସ୍କୋ ସହରରେ ଥାଇ ଆମେ ଯାହାକିଛି କରୁ ନା କାହିଁକି, ତଦ୍ଦ୍ଵାରା ମନୁଷ୍ୟର ମୂଳ ପ୍ରକୃତିଟିକୁ କେବେହେଲେ ବଦଳାଇ ପାରିବାନାହିଁ । ...ଏବଂ, ତା’ର ସେହି ପ୍ରକୃତିର ମଧ୍ୟରେ ହିଁ ତ ଯୁଦ୍ଧର ଜଟିଳ କାରଣମାନେ ନିହିତ ହୋଇ ରହିଛନ୍ତି ।***

 

* Oswald Spengler : “The Return of the Cascars”, American Mercury. Vol. 31, P.137.

 

**John M. Fletcher : Human Natureand World Peace”, Virginia Quarterly Review, Vol. 20. P.351 ମିଷ୍ଟର ଫ୍ଲେଚର ଭିନ୍ନମତ ପୋଷଣ କରିଛନ୍ତି ।

 

*** Hanson W. Baldwin : “San Francisco Outlook,” the New York Times, May 21.1945.P.10.

 

ତା’ପରେ ଏପରି ବ୍ୟକ୍ତ କରିଥିବା ଶ୍ରୀଯୁକ୍ତ ବଲ୍‌ଡ଼୍‌ୱିନ୍ ଉକ୍ତ ସତ୍ୟଟିକୁ ପ୍ରାୟ ଜଣେ ସମରବିଭାଗର ଉତ୍ସାହୀ ବିଶ୍ଳେଷଣକାରୀର ଯୋଗ୍ୟତା ପ୍ରଦର୍ଶନ କରି ପ୍ରାୟ ଏକ ଅତ୍ୟନ୍ତ ଧୀର ଉଦାସୀନତା ସହିତ ସ୍ଵୀକାର କରିବାକୁ ମଧ୍ୟ ଆଗେଇ ଯାଇଥିଲେ :

 

ପଥର ପ୍ରଦର୍ଶନ କରାଉଥିବା ତାରାଟି ଏବେ ମଧ୍ୟ ଆଲୋକ ଦେଉଛି; ଏବଂ ଗୋଟିଏ ଅଥବା ଦୁଇଟି ଶତାବ୍ଦୀରେ ଲକ୍ଷ୍ୟଟିକୁ ଆଦୌ ହାସଲ କରି ହେବନାହିଁ । ତଥାପି ସିଦ୍ଧି ଲାଭ କରିବାକୁ ହେଲେ ଆମକୁ ଅବଶ୍ୟ ସଂଘର୍ଷ କରିବାକୁ ହେବ, ଆଗକୁ ମାଡ଼ି ଯାଉଥିବାକୁ ପଡ଼ିବ । ସେହି ତାରକାଟି ଆଖର ଭ୍ରାନ୍ତି ଜାତ କରୁଥିବା ଗୋଟିଏ ମୃଗତୃଷ୍ଣା ହୋଇଥିଲେ ମଧ୍ୟ ସେହି ପ୍ରୟାସଟିର ଅବଶ୍ୟ ଫଳ ମିଳିବ । ମୃତ୍ୟୁ ହେଉଛି ଏପରି ଏକ ସତ୍ୟ, ଯାହାକୁ କି ଜୀବନର ଏକ ଅବଶ୍ୟ ଅଙ୍ଗରୂପେ ସ୍ଵୀକାର କରିବାକୁ ପଡ଼ିବ । ତଥାପି ସେହି ମୃତ୍ୟୁରୂପକ ସତ୍ୟଟି ଆମକୁ ଯେପରି ନିରାଶ କରି ନପକାଏ । ସର୍ବଶେଷରେ ମୃତ୍ୟୁ ଉପରେ ଜୀବନର ବିଜୟ ହିଁ ଘୋଷିତ ହେବ ହିଁ ହେବ,–ଏବଂ ମନୁଷ୍ୟର ସର୍ବବିଧ ଦର୍ଶନ ସେହି ବିଚାରଟି ସହିତ ସଂଯୁକ୍ତ ହୋଇ ରହିଛି । ତେଣୁ, ଯୁଦ୍ଧ ଯେ ଅବିଚ୍ଛିନ୍ନ ଭାବରେ ଲାଗିରହିଛି, ଆମେ ସେଥିରେ ନିରାଶ ହୋଇ ପଡ଼ିବା କାହିଁକି-?

 

ଆମେ କାହିଁକି ନିରାଶ ହୋଇ ପଡ଼ିବା ? କାରଣ, ଯୁଦ୍ଧଟିଏ ଲାଗିଲେ ନିଜର ବନ୍ଧୁମାନଙ୍କର ପ୍ରାଣହାନି ଘଟେ, ନିଜର ପିଲାମାନେ ମରଣର ସମ୍ମୁଖୀନ ହୁଅନ୍ତି ଏବଂ ଆପଣାର ମଧ୍ୟ ମୃତ୍ୟୁ ହୋଇଥାଏ । କାରଣ, ଜଣେ ମନୁଷ୍ୟ ଯାହାକିଛି ଗଢ଼ି ଠିଆ କରି ରଖିଥାଏ, ସେଗୁଡ଼ିକ ଧ୍ଵଂସ ହୋଇଯିବାର ଶଙ୍କା ଥାଏ । ପରେ ଆଉଗୋଟିଏ ଯୁଦ୍ଧରେ ଲିପ୍ତ ହେବା ନିମନ୍ତେ ପ୍ରଥମେ ଯୁଦ୍ଧଟିଏ ଲଢ଼ିବା, ତାହାକୁ କେବଳ ମୂର୍ଖତା ବୋଲି ହିଁ କୁହାଯିବ । ଯଦି, ମନୁଷ୍ୟର ଏହି ପ୍ରକୃତି ପ୍ରକୃତରେ ଅବଶ୍ୟମ୍ଭାବୀ ହୋଇ ରହିଥିବା ଏହି ଯୁଦ୍ଧକୁ ଜନ୍ମ ଦେଉଥାଏ, ତେବେ ଚାଲ ସେହି ସତ୍ୟଟିକୁ ସ୍ଵୀକାର କରିନେବା ଓ ତା’ର ଚତୁର୍ଦ୍ଦିଗରେ ଏହିସବୁ ନାନା ସାନ୍ତ୍ଵନାଦାୟକ ଅର୍ଥହୀନତାକୁ ବୁଣି ରଖିବାପାଇଁ କୌଣସି ଚେଷ୍ଟା କରିବାନାହିଁ ।

 

ହଁ, ମୃଗତୃଷ୍ଣାମାନଙ୍କର ପଛରେ ଧାଇଁବାର ଏକ ମୂଲ୍ୟ ତଥାପି ରହିଛି ବୋଲି ଶ୍ରୀ ବଲ୍‌ଡ଼୍‌ୱିନ୍ ଯେ ବିଚାର କରୁଛନ୍ତି, ଆମେ ତାଙ୍କର ସେହି ଉକ୍ତିଟିରୁ କିଞ୍ଚିତ୍ ଉତ୍ସାହ ସଂଗ୍ରହ କରିବାକୁ ଚେଷ୍ଟା କରିବା । ଅର୍ଥାତ୍, ତାଙ୍କର ସେହି କଥାଟିକୁ ଅନ୍ୟ ଶବ୍ଦରେ କହିଲେ, ସିଏ ପ୍ରକୃତରେ ଭାବୁଛନ୍ତି ଯେ, ସମଗ୍ର ମନୁଷ୍ୟଜାତି ନିମନ୍ତେ କେତୋଟି ମରୀଚିକାକୁ ମଧ୍ୟ ନିଜ କଳ୍ପନାରେ ସ୍ଥାନ ଦେବାର କିଛି ମୂଲ୍ୟ ଅବଶ୍ୟ ରହିଛି । ତେବେ, କୁହାଯାଇ ପାରିବ ଯେ, କେତୋଟି ମରୀଚିକାର କଳ୍ପନା କରିବାର ତଥାପି ମୂଲ୍ୟ ରହିଛି ବୋଲି ବିଚାର କରୁଥିବା ଜଣେ ମନୁଷ୍ୟ ଖୁବ୍ ସମ୍ଭବ ଯଥେଷ୍ଟ ଧ୍ୟାନ ଦେଇ କଳ୍ପନା ଏବଂ ବାସ୍ତବ ମଧ୍ୟରେ ରହିଥିବା ଫରକଟିକୁ ବିଚାର ବି କରି ପାରିବନାହିଁ, ତେଣୁ, ବେଶ୍ ସମ୍ଭବ ଯେ ସେ ମନୁଷ୍ୟର ପ୍ରକୃତି ଏବଂ ଯୁଦ୍ଧ ମଧ୍ୟରେ ରହିଥିବା ସମ୍ବନ୍ଧଟିର ମୀମାଂସା କରିବାକୁ ଯାଇ ଧୋକାରେ ପଡ଼ିଯିବ । ଏବଂ, ଆମେ ପ୍ରକୃତରେ ଧରି ନେଇ ପାରିବା ଯେ, ସିଏ ନିଶ୍ଚିତ ଭାବରେ ଧୋକାରେ ହିଁ ପଡ଼ି ଯାଇଛନ୍ତି ଏବଂ, ସେହି ଅନ୍ୟ ଦୁଇଜଣ ଶ୍ରୀ ସ୍ପେଙ୍ଗ୍‍ଲର୍ (ସିଏ ନିଜକୁ ନାଜୀବାଦ୍‌କୁ ଦୀକ୍ଷିତ କରି ନେଇଥିଲେ) ଏବଂ ଡକ୍ଟର ମେୟୋ ଦୁହେଁ ମଧ୍ୟ ସମାନ ଭାବରେ ଯାଇ ଧୋକା ଭିତରେ ପଡ଼ି ଯାଇଛନ୍ତି ।

 

ମୁଁ କହିଛି ଯେ, ମଣିଷ ମଣିଷ ପ୍ରତି ଯେଉଁ ଅମାନବିକ ଆଚରଣ କରେ, ଯୁଦ୍ଧ ହେଉଛି ତାହାର ଗୋଟିଏ ଚୂଡ଼ାନ୍ତ ଏବଂ ନିର୍ମମତମ ଦୃଷ୍ଟାନ୍ତ । ତେଣୁ, ଏଇଟି ହେଉଛି ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକାର ଆଚରଣର ଏକ ସର୍ବଶେଷ ସୀମା । ସେହି ଧରଣର ଏକ ଆଚରଣ ମନୁଷ୍ୟ–ପ୍ରକୃତିରେ ଏକ ଅବଶ୍ୟମ୍ଭାବୀ ଦୃଷ୍ଟାନ୍ତ ନୁହେଁ ବୋଲି ଯଦି ଆମେ ଦର୍ଶାଇଦେଇ ପାରିବା ତେବେ ଚରମ ସୀମାର ସେଇଟିକୁ ମଧ୍ୟ ଆମେ ମାନବ-ସ୍ଵଭାବର ଗୋଟିଏ ଅପରିହାର୍ଯ୍ୟ ଦୃଷ୍ଟାନ୍ତ ବୋଲି କେବେହେଲେ କହିବାନାହିଁ । ଉଦାହରଣ ସ୍ୱରୂପ, ଏକ ଚୂଡ଼ାନ୍ତ ପରିମାଣର ଉଜ୍ଜ୍ଵଳତାକୁ ଜଳୁଥିବା ଏକ ଆଲୁଅର ଚୂଡ଼ାନ୍ତ ଦୃଷ୍ଟାନ୍ତ ବୋଲି କୁହାଯାଇ ପାରିବ । ଏବଂ ତେଣୁ, ଆଲୁଅଟି ପ୍ରକୃତରେ ଜଳୁନାହିଁ ବୋଲି ଯଦି ଆମେ ଦର୍ଶାଇ ଦେଇ ପାରିବା, ତେବେ ସେଇଟିର ସେହି କ୍ଷେତ୍ରରେ ଏକ ଚୂଡ଼ାନ୍ତ ମାତ୍ରାର ଉଜ୍ଜ୍ଵଳତା ରହିଛି ବୋଲି ମଧ୍ୟ ମୋଟେ ଅନୁମାନ କରାଯାଇ ପାରିବନାହିଁ ।

 

ପୁନଶ୍ଚ, ମନୁଷ୍ୟମାନେ ଯାହାକିଛି କରନ୍ତି, ସେଗୁଡ଼ିକ ସର୍ବଦା ହିଁ ଅନ୍ୟ ମନୁଷ୍ୟମାନଙ୍କ ଲାଗି କ୍ଷତି ତଥା କୌଣସି ନା କୌଣସି ପ୍ରକାରେ ବଞ୍ଚିତ ହେବାର କାରଣ ହୋଇଥାଏ କି ? ବର୍ତ୍ତମାନ ଆମେ ଏହି ପ୍ରଶ୍ନଟିକୁ ଆପଣାକୁ ପଚାରିବା । ଏପରି କଦାପି ଅସ୍ଵୀକାର କରି ହେବନାହିଁ ଯେ, ମନୁଷ୍ୟମାନେ କରୁଥିବା କେତେକ କାର୍ଯ୍ୟର ପରିଣାମ ସେହିପରି ଅବଶ୍ୟ ହୋଇଥାଏ । ମାତ୍ର, ପ୍ରକୃତରେ ସବୁଗୁଡ଼ିକର ପରିଣାମ ସେହିଭଳି ହୋଇଥାଏ କି ? ନାହିଁ–ଏହାର ଏକ ସଂପୂର୍ଣ୍ଣ ଭାବରେ ସରଳ ଉତ୍ତର ହେଉଛି ଯେ ସେପରି କଦାପି ହୁଏନାହିଁ । ପରିଚିତ ଅନ୍ୟ ଲୋକମାନଙ୍କ ସହିତ ଜଣେ ମନୁଷ୍ୟର ଯେଉଁ ବ୍ୟକ୍ତିକ୍ଷେତ୍ରର ସମ୍ବନ୍ଧସବୁ ଥାଏ, ସେଗୁଡ଼ିକରେ ଏପରି କର୍ମାଦିର ଆଚରଣ ଅପେକ୍ଷାକୃତ ଭାବରେ ବହୁତ କମ୍ ସଂଖ୍ୟାରେ ଦେଖିବାକୁ ମିଳିଥାଏ । ଏକ ସାମାଜିକ ପରିମାପକ ଉପରେ ପକାଇ ଦେଖିଲେ, ସେହି ଅନୁପାତଟି ବରଂ କିଞ୍ଚିତ୍ ଅଧିକ ହୋଇଥାଏ, ମାତ୍ର ଏପରିକି ଏହି କ୍ଷେତ୍ରରେ ମଧ୍ୟ, ଏକ ମୌଳିକ ସାମାଜିକ ବାସ୍ତବ ସ୍ଥିତିରୂପେ ଗଣ୍ୟ ହେଉଥିବା ଶ୍ରମବିଭାଜନର ଚରିତ୍ରଟି, କୌଣସି ସମାଜ ଯେତେ ଅଧିକ ପରିମାଣରେ ପ୍ରତିଦ୍ୱନ୍ଦ୍ୱିତାଧର୍ମୀ ହୋଇଥିଲେ ମଧ୍ୟ, ସଚରାଚର ପ୍ରାୟ ଏକ ଅସଚେତନ ପ୍ରକାରେ ସହଯୋଗମୂଳକ ଆଚରଣର କ୍ଷେତ୍ରଟିଏ ହୋଇ ରହିଥିବାର ମଧ୍ୟ ଦେଖିବାକୁ ମିଳେ । ସମାଜର ସାମୂହିକ କଲ୍ୟାଣସାଧନ ପାଇଁ ସମସ୍ତେ ବହୁତ ବହୁତ ସହଯୋଗ ହିଁ କରନ୍ତି । ଏପରି ଏକ ସମାଜ, ଯେଉଁଥିରେ କି କେହି ଜଣେ ମନୁଷ୍ୟ ମଧ୍ୟ ଅନ୍ୟମାନଙ୍କର ଉପକାର ଲାଗି ମୋଟେ କେବେହେଲେ କିଛି ହିଁ କରିନାହିଁ, ସେଭଳି ସମାଜରେ ବସ୍ତୁତଃ ଶ୍ରମବିଭାଜନର ରୀତିଟି ଆଦୌ କେବେ ମଧ୍ୟ ନଥିଲା ବୋଲି କୁହାଯିବ । ଏବଂ, ଏଇ ସମାଜକୁ ଆମେ ବସ୍ତୁତଃ କ୍ଵଚିତ୍ ହିଁ ଏକ ସମାଜ ବୋଲି କହିବା ଲାଗି ସମ୍ମତ ହେବା ।

 

ଏହାଦ୍ୱାରା ଆମେ ଏହି ସତ୍ୟଟିକୁ ପ୍ରତିଷ୍ଠିତ କରି ଦେଇଛୁ ଯେ, ଲୋକମାନେ ଯାହାକିଛି କାର୍ଯ୍ୟ ବିଭିନ୍ନ ସମୟରେ କରନ୍ତି, ସେଗୁଡ଼ିକ ମଧ୍ୟରେ କେତୋଟି ଅନ୍ୟ ମନୁଷ୍ୟମାନଙ୍କର ଉପକାର ହିଁ କରିଥାଏ । ଅବଶ୍ୟ ସେହି ଆର ସତ୍ୟଟିକୁ ମଧ୍ୟ ସ୍ଵୀକାର କରିବାକୁ ହେବ ଯେ, କରା ଯାଉଥିବା ଆଉ କେତୋଟି କାର୍ଯ୍ୟ ତାହା କରନ୍ତିନାହିଁ । ଆମେ ସେଥିରୁ ଏହିଭଳି ଅନୁମାନଟିଏ କରିପାରିବା, ଯେଉଁ ଆଚରଣଟି ଦ୍ଵାରା ଅନ୍ୟ ମନୁଷ୍ୟମାନଙ୍କର ଉପକାର ହୁଏ, ଅନ୍ୟ ମନୁଷ୍ୟମାନଙ୍କର କ୍ଷତି ସାଧନ କରୁଥିବା ଆଚରଣଟି ପରି ସେଇଟିର ମଧ୍ୟ ମନୁଷ୍ୟର ସ୍ଵଭାବ ତଥା ପ୍ରକୃତିର କ୍ଷେତ୍ରରେ ଅନ୍ତତଃ ସମାନ ପରିମାଣରେ ଗୋଟିଏ ସଂଗତି ରହିଥାଏ । ଏହି କଥାଟି ସତ୍ୟ ହେଲେ, ଏହିପରି କଥାଟିଏ କହିବା ବସ୍ତୁତଃ କଦାପି ସମ୍ଭବ ହେବନାହିଁ ଯେ, ମନୁଷ୍ୟର ପୂରା ପ୍ରକୃତିଟି ହିଁ ସ୍ଵାର୍ଥପର;–ଅର୍ଥାତ୍ ମନୁଷ୍ୟମାନଙ୍କର ସବୁକିଛି କାର୍ଯ୍ୟରେ ସର୍ବଦା ଏକ ସ୍ଵାର୍ଥପରତା ଅବଶ୍ୟ ରହିଥାଏ ।

 

ତଥାପି, ଏହି ସବୁକିଛିକୁ ଠିକ୍ ବୋଲି ସ୍ଵୀକାର କରିବା ପରେ ମଧ୍ୟ ଏକଥାଟି ହୁଏତ ତଥାପି ସତ୍ୟ ହୋଇ ପାରିବ ଯେ, ମନୁଷ୍ୟର ପ୍ରକୃତି ଭିତରେ ଏକ ସାମାଜିକ ମନସ୍କତା ଯେଉଁପରି ଥାଏ, ସ୍ଵାର୍ଥପରତା ମଧ୍ୟ ଠିକ୍ ସେହିପରି ନିଶ୍ଚୟ ରହିଥାଏ, ଏବଂ ସେଇଟିରୁ ମୁକ୍ତ ହେବା ଆଦୌ ସମ୍ଭବ ହୁଏନାହିଁ । ଏକ ସ୍ଥୂଳ ପ୍ରକାରେ କଥାଟିକୁ କହିଲେ, ଏହି ମତଟି ବ୍ୟକ୍ତ କରିବାର ଅର୍ଥ ହେବ ଯେ, ମନୁଷ୍ୟର ଜୀବନରେ ଏକାନ୍ତ ଆବଶ୍ୟକ ହେଉଥିବା ଏପରି କେତେ ବସ୍ତୁ ରହିଥାନ୍ତି ଏବଂ ସେମାନେ ସେଗୁଡ଼ିକ ଲାଭ କରିବାର ଏପରି ଅଭିଳାଷ ରଖିଥାନ୍ତି ଯେ, ସେଗୁଡ଼ିକର ପ୍ରାପ୍ତି ନିମନ୍ତେ ସେମାନଙ୍କୁ ଅନ୍ୟ ମନୁଷ୍ୟମାନଙ୍କର ଅବଶ୍ୟ କ୍ଷତିସାଧନ କରିବାକୁ ହୋଇଥାଏ । ଆପାତତଃ ହୁଏତ ପ୍ରକୃତରେ ସେପରି କିଛି ବସ୍ତୁ ନିଶ୍ଚିତ ଭାବରେ ଥାଆନ୍ତି । ମାତ୍ର, ସେହି ପଦାର୍ଥମାନଙ୍କୁ ଲାଭ କରିବା ପୂର୍ବରୁ ହିଁ ତୁମକୁ ଆଉଗୋଟିଏ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅନୁମାନ କରିବାକୁ ହିଁ ପଡ଼ିବ : ତୁମକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜାଣିବାକୁ ହେବ ଯେ, ଉକ୍ତ ପଦାର୍ଥମାନଙ୍କୁ ଲାଭ କରିବାର ପ୍ରକୃତରେ ଆଦୌ କୌଣସି ଅନ୍ୟ ଉପାୟ ନାହିଁ । କାରଣ, ଯଦି ଆଉ କୌଣସି ଉପାୟରେ (ଉଦାହରଣ ସ୍ୱରୂପ ସହଯୋଗ ଦ୍ଵାରା) ସେଗୁଡ଼ିକୁ ଲାଭ କରାଯାଇ ପାରିବ, ତେବେ ମନୁଷ୍ୟମାନେ ସେଇଟିକୁ ଗ୍ରହଣ କରିବା ନିମନ୍ତେ ତୁମପାଖରେ ପ୍ରକୃତରେ ଆଉ କ’ଣ କାରଣ ରହିଛି ? ତେଣୁ, ସେହି କ୍ଷେତ୍ରରେ କେବଳ ଗୋଟିଏ କଥାଟିକୁ ତୁମେ ହୁଏତ ଉଚିତ ବୋଲି ମାନି ନେଉଥିବ ଯେ, ମନୁଷ୍ୟର ଯାବତୀୟ ଆଚରଣ ସର୍ବଦା ଏକ ସ୍ଵାର୍ଥପରତା ଦ୍ଵାରା ହିଁ ପ୍ରେରିତ ହୋଇଥାଏ । ମାତ୍ର, ସେହି ଦାବୀଟିକୁ ତ ଆମେ ଇତିପୂର୍ବରୁ ଆଦୌ ସତ୍ୟ ନୁହେଁ ବୋଲି ପ୍ରମାଣ କରିଛୁ । ଅର୍ଥାତ୍, ତୁମପାଖରେ ସେପରି ଦାବୀ କରିବାକୁ କୌଣସି କାରଣ ନାହିଁ ।

 

ବର୍ତ୍ତମାନ ଅନୁମାନ କରାଯାଉ, ଏପରି ସମସ୍ତେ କହନ୍ତି ଯେ, ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ବାସନାମାନ ଥାଏ ଏବଂ ସେଗୁଡ଼ିକର ପୂରଣ ନିମନ୍ତେ ସେମାନେ ଚେଷ୍ଟା କରୁଥାନ୍ତି । ଏବଂ, ତେଣୁ ସେହିଭଳି କରି ସେମାନେ ସେମାନଙ୍କର ନିଜର ସ୍ଵାର୍ଥ ବୋଲି କିଛି ରହିଛି ବୋଲି ସର୍ବଦା ପ୍ରକଟ କରି ବି ଥାଆନ୍ତି । ହଁ, ପୂର୍ଣ୍ଣ ସନ୍ଦେହରହିତ ଭାବରେ କହିହେବ ଯେ ସେମାନେ ସେହିପରି କରନ୍ତି । ନିଜର ବାସନାଗୁଡ଼ିକ ବ୍ୟତୀତ କୌଣସି ମନୁଷ୍ୟବ୍ୟକ୍ତିର ଆଉ କୌଣସି ବାସନା କେବେହେଲେ ବି ନଥାଏ ଏବଂ ସେଗୁଡ଼ିକୁ ପୂରଣ କରିବାର ପ୍ରକ୍ରିୟାରେ ସିଏ ଏକ ନିଜସ୍ୱ ଆଗ୍ରହକୁ ମଧ୍ୟ ବ୍ୟକ୍ତ କରୁଥାଏ । ମାତ୍ର, ସେହି ନିଜସ୍ୱ ଆଗ୍ରହଟାକୁ ମୋଟେ ସ୍ଵାର୍ଥପରତା ବୋଲି କୁହାଯିବନାହିଁ । ସ୍ଵାର୍ଥପରତା କହିଲେ ତ ନ୍ୟାୟତଃ ନିଜର ବାସନାଗୁଡ଼ିକୁ ଏପରି ଭାବରେ ଚରିତାର୍ଥ କରିବାକୁ ବୁଝାଇବ, ଯାହାଦ୍ୱାରା କି ଆଉଜଣେ କାହାକୁ ବଞ୍ଚିତ କରି ତାହାକୁ ସମ୍ଭବ କରାଯାଏ । ନିଜସ୍ୱ ଆଗ୍ରହଗୁଡ଼ିକୁ ପୂରଣ କରିବାରେ ଚେଷ୍ଟିତ ରହିବା,–ତାହାକୁ ଆମେ ହୁଏତ ପ୍ରତ୍ୟେକ ମନୁଷ୍ୟର ପ୍ରକୃତି ମଧ୍ୟରେ ଥିବା ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଂଶ ବୋଲି ଗ୍ରହଣ କରି ପାରିବା । ବସ୍ତୁତଃ ମୁଁ ସ୍ଵୟଂ ତାହାକୁ ସେହିଭଳି ବୋଲି ଗ୍ରହଣ ମଧ୍ୟ କରୁଛି । ମାତ୍ର, ତା’ ବୋଲି ଆମେ ଯେ ସ୍ଵାର୍ଥପରତାକୁ ମଧ୍ୟ ମାନବିକ ସ୍ଵଭାବର ଏକ ଅପରିହାର୍ଯ୍ୟ ଅଂଶ ବୋଲି ସ୍ଵୀକାର କେରିନେବା, ସେକଥା ଆଦୌ ନୁହେଁ । ଆମେ ଆଦୌ ସେଭଳି ଅନୁମାନଟିଏ କରି ପାରିବାନାହିଁ । ଅବଶ୍ୟ, କେବଳ ଆଉଜଣକୁ ବଞ୍ଚିତ କରି ହିଁ ଆମକୁ ନିଜର ବାସନାଗୁଡ଼ିକୁ ପୂରଣ କରିବାକୁ ହିଁ ହୋଇଥାଏ, ସେପରି ଅନୁମାନ କଲେ କଥାଟି ନିଶ୍ଚୟ ଅନ୍ୟ ପ୍ରକାରର ହେବ । ଆମେ ପୂର୍ବରୁ ଆଲୋଚନା କରିଥିବା କଥାପରି ସେହି ପ୍ରଚ୍ଛନ୍ନ ଅନୁମାନଟିକୁ ମଧ୍ୟ ସଂପୂର୍ଣ୍ଣ ମିଥ୍ୟା ବୋଲି ଜାଣି ରଖିବାକୁ ହେବ । ଅନ୍ୟ ମନୁଷ୍ୟମାନଙ୍କ ସହିତ ନାନା ସହଯୋଗରେ ପ୍ରତ୍ୟହ ଜଡ଼ିତ ହୋଇ ରହି ହିଁ ଆମେ ନିଜର ବାସନାଗୁଡ଼ିକର ପୂରଣ କରୁ, ଆମ ଜୀବନରେ ସର୍ବଦା ଏହିଭଳି ହିଁ ଘଟିଥାଏ । ଏଭଳି ମଧ୍ୟ ବସ୍ତୁତଃ କୁହାଯାଇ ପାରିବ ଯେ, ଆମ ନିଜର ସ୍ଵପ୍ନଗୁଡ଼ିକ ମଧ୍ୟରୁ କେତୋଟିକୁ ସମ୍ଭବ କରିବାକୁ ହେଲେ ଆମକୁ ଅନ୍ୟ ମନୁଷ୍ୟମାନଙ୍କର ବାସନାପୂରଣ ସହିତ ସଂପୃକ୍ତ ରହିବାକୁ ମଧ୍ୟ ହୋଇଥାଏ । ଯଦି ପ୍ରକୃତରେ ଏପରି ନହୁଅନ୍ତା, ତେବେ, ଗୋଟିଏ ଉଦାହରଣ ଦେଇ କହିଲେ, ଆମକୁ ନିୟମିତ ତଥା ନିର୍ଭରଯୋଗ୍ୟ ଭାବରେ ଆପଣାର ଆହାର ମିଳିବା ବିଷୟରେ ମୋଟେ କଳ୍ପନା କରି ହୁଅନ୍ତାନାହିଁ ।

 

ଯେହେତୁ ଆମେ ବର୍ତ୍ତମାନ ବାସନାଗୁଡ଼ିକର ପ୍ରଶ୍ନଟିକୁ ନେଇ ଆଲୋଚନା କରୁଛୁ ତେବେ, ମନୁଷ୍ୟମାନେ ସାଧାରଣତଃ କ’ଣ ସବୁ ଆବଶ୍ୟକତାର ପୂରଣ ହେଉ ବୋଲି ଇଚ୍ଛା କରନ୍ତି, ଚାଲ ସେହି କଥାଟିକୁ ପଚାରିବା । ଆମକୁ ନାନା ଭ୍ରାନ୍ତିରେ ପକାଇ ରଖୁଥିବା ଉଡ଼ା ଧାରଣାମାନଙ୍କୁ (ଯଥା ସବୁ ମଣିଷ ‘କ୍ଷମତା’ ହିଁ ଚାହାନ୍ତି) ବାଦ୍ ଦେଇ ପାରିଲେ ଏବଂ ସାଧାରଣ ପ୍ରକୃତ ବାସନାଗୁଡ଼ିକ ବିଷୟରେ ଜାଣିବାଲାଗି ଇଚ୍ଛା କରୁଥିଲେ, ଆମେ ପ୍ରଥମେ କେତେକଙ୍କ ଠାରେ ଦୃଷ୍ଟିଗୋଚର ହେଉଥିବା ନାନାବିଧ ବିକୃତି ଓ ଅତିପ୍ରୀତିମାନଙ୍କୁ (ସେହି ସର୍ବବିଧ ରୋଗତୁଲ୍ୟ ଲକ୍ଷଣଗୁଡ଼ିକୁ) ଆମ ବିଚାରରୁ ବାହାର କରିଦେବା ଏବଂ ଜାଣିବାକୁ ସମର୍ଥ ହେବା ଯେ, ସବୁ ମନୁଷ୍ୟ ପ୍ରକୃତରେ ଅନ୍ନ ଚାହାନ୍ତି, ବସ୍ତ୍ର ଏବଂ ବାସଟିଏ ଚାହାନ୍ତି, ସହଚାରିତା ଇଚ୍ଛା କରୁଥାନ୍ତି, କ୍ରୀଡ଼ାଜନିତ କିଞ୍ଚିତ ଖୁସୀ ଇଚ୍ଛା କରନ୍ତି ଏବଂ ଯୌନକ୍ଷେତ୍ରର ତୃପ୍ତି ମଧ୍ୟ କାମନା କରୁଥାନ୍ତି । ନିଜର ଆଚରଣ ଗୁଡ଼ିକ ଉପରେ କିଞ୍ଚିତ ଅନ୍ତଃଦୃଷ୍ଟି ପ୍ରୟୋଗ କରି ଏବଂ ଅନ୍ୟମାନଙ୍କର ଆଚରଣକୁ ମଧ୍ୟ ତନଖି,–ସେମାନେ ବର୍ତ୍ତମାନ ଆମ ଚତୁର୍ଦ୍ଦିଗରେ ରହି ଥାଆନ୍ତୁ ଅଥବା ଅତୀତର କୌଣସି ସମୟର ହୋଇଥାନ୍ତୁ ପଛକେ, ଆମେ ଖୁବ୍ ଜାଣି ପାରୁ ଯେ, ଏହି ବାସନାଗୁଡ଼ିକ ଗୋଟିଏ ଗୋଟିଏ ମୌଳିକ ବାସନା ଏବଂ ମନୁଷ୍ୟ ମାତ୍ରକେ ପୃଥିବୀରେ ତାହା ସମସ୍ତଙ୍କର ରହିଛି । ପୁନଶ୍ଚ, ବ୍ୟକ୍ତି ତଥା ସମୂହଟିଏ ତିଷ୍ଠି ରହିବାକୁ ହେଲେ ସେଗୁଡ଼ିକର ସର୍ବପ୍ରଥମେ ପୂରଣ ହୋଇ ପାରୁଥିବା ଆବଶ୍ୟକ । ଏପରି କହିବା ଅବଶ୍ୟ ଯୁକ୍ତିଯୁକ୍ତ ହେବ ଯେ, ଏହି ବାସନାଗୁଡ଼ିକ ଅନୁସାରେ ହିଁ ମନୁଷ୍ୟର ଆଚରଣଗୁଡ଼ିକ ସଂପୂର୍ଣ୍ଣ ପ୍ରକୃତିପ୍ରେରିତ ଭାବରେ ଅବଶ୍ୟ ସାକାର ହେବାରେ ଲାଗିଥିବେ ।

 

ତେବେ, ଏଇଟି ଭିତରେ ‘ଅବଶ୍ୟମ୍ଭାବୀ’ ବୋଲି କୁହାଯାଉଥିବା ସେହି ସ୍ଵାର୍ଥପରତା ନାମକ ସ୍ଵଭାବଟି ପୁଣି କେଉଁଠି ରହିଥିବ ? ଏହି ବାସନାଗୁଡ଼ିକ ସେଗୁଡ଼ିକର ସ୍ଵଭାବରେ ଆଦୌ କୌଣସି ପ୍ରକାରେ ଦୋଷଯୁକ୍ତ ବୋଲି ଆଦୌ ମନେ ହେଉନାହାନ୍ତି ଏବଂ, ଅନ୍ତତଃ ସେଗୁଡ଼ିକ ଭିତରୁ ଦୁଇଗୋଟି,–ସହଚାରଣା ଓ ଯୌନପ୍ରୀତିର ବାସନା,–ସେମାନେ ମୂଳତଃ ଗୋଟିଏ ଗୋଟିଏ ସାମାଜିକ ବାସନା । ଏପରି ଦୁଇଟି ଆଦୌ କୌଣସି ପ୍ରକାରେ ହାନି ଘଟାଉନଥିବା ତତ୍ତ୍ଵର କ୍ଷେତ୍ରରେ ସେମାନେ ମନୁଷ୍ୟମାନଙ୍କୁ କୌଣସି ପ୍ରକାରେ ଭ୍ରଷ୍ଟ କରି ଦେଉଥିବାର କାରଣ ବୋଲି ଆମେ କିପରି ଦାବୀ କରି ପାରିବା ? ଯଦି ଏହି ପ୍ରକାର ବାସନାଗୁଡ଼ିକ ସ୍ଵଭାବତଃ ମନ୍ଦ ହୋଇଥାନ୍ତେ, ତେବେ, ଆମେ ସମସ୍ତେ ଯେତେବେଳେ ଆହାର ଗ୍ରହଣ କରୁଛୁ, କୌଣସି ଖେଳ ଖେଳୁଛୁ ଅଥବା ଲୁଗାପଟା ପିନ୍ଧୁଛୁ, ସକଳ ଅବସରରେ ଆମେ ଗୋଟିଏ ଗୋଟିଏ ମନ୍ଦ କାର୍ଯ୍ୟ କରୁଛୁ ବୋଲି ନିଶ୍ଚୟ କୁହାଯାଉଥାନ୍ତା । ଏକଥାଟି ସଂପୂର୍ଣ୍ଣ ନିଃସନ୍ଦେହ ଭାବରେ ସତ୍ୟ ଯେ, ଖାସ୍ ସେହି ବାସନାମାନଙ୍କରେ ଆଦୌ କୌଣସି ମନ୍ଦ ରହିନାହିଁ,–ମାତ୍ର, ବେଳେବେଳେ ଯେଉଁପରି ଭାବରେ ସେଗୁଡ଼ିକୁ ଚରିତାର୍ଥ କରାଯାଇଥାଏ, ମନ୍ଦ କେବଳ ତାହାରି ଭିତରେ ରହିଛି । ତେଣୁ, ଯେଉଁ ଦୃଷ୍ଟିକୋଣଟିଏ ରଖି ଏହି ବାସନାଗୁଡ଼ିକୁ ହିଁ ସ୍ଵଭାବତଃ ମନ୍ଦ ବୋଲି କୁହାଯାଏ, ସେଇଟି ହେଉଛି ଗୋଟିଏ ଅଙ୍କୁଶ ନଥିବା ମତ ଏବଂ, ଯେତେବେଳେ ଜଣେ ସାଧାରଣ ମନୁଷ୍ୟର ପ୍ରୟୋଜନଗୁଡ଼ିକ ଦ୍ଵାରା ନିରଙ୍କୁଶ କ୍ଷମତାର ରହିଥିବା ମଣିଷଟି ଆପଣାକୁ ବିପନ୍ନ ବୋଲି ବିଚାର କରେ, ହୁଏତ ସିଏ ସେତିକିବେଳେ ଏହିପରି ମତଟିଏ ବ୍ୟକ୍ତ କରିଥାଏ । ବସ୍ତୁତଃ, ଏକଥାଟି ମଧ୍ୟ ବେଶ୍ ସମ୍ଭବ ବୋଲି ଲାଗୁଛି ଯେ, ପ୍ରକୃତପକ୍ଷେ ମନୁଷ୍ୟର ଅନ୍ତର୍ନିହିତ ସ୍ଵାର୍ଥପରତା ବିଷୟରେ ସମାଜରେ ପ୍ରଚଳିତ ସେହି ମିଛ ପ୍ରତ୍ୟୟଟି ସେଇଥିରୁ ଜନ୍ମଲାଭ କରିଛି ।

 

ଯୁକ୍ତିଟିକୁ ଆମେ ଆଉଥରେ ସ୍ମରଣ କରିବା । ମନୁଷ୍ୟମାନଙ୍କର ସବୁଯାକ କର୍ମ ନୁହେଁ, କେବଳ କେତେଗୋଟି କାର୍ଯ୍ୟରେ ଅନ୍ୟମାନଙ୍କର କ୍ଷତି କରିବାର ଅଭିପ୍ରାୟଟି କେଉଁଠି ରହିଥାଏ ବୋଲି ଆମେ ଆଗରୁ ହିଁ ଦେଖିଛୁ । ଏବଂ, ତେଣୁ, ସେହି କେତୋଟିକୁ ଆମେ ‘ସ୍ଵାର୍ଥପର’ ବୋଲି ମଧ୍ୟ କହିବା । ସେହି କାର୍ଯ୍ୟଚୟ ମଧ୍ୟରେ ରହିଥିବା ସ୍ଵାର୍ଥପରତା ସେଗୁଡ଼ିକୁ ପ୍ରେରିତ କରୁଥିବା ବାସନାମାନଙ୍କଠାରୁ ଜାତ ହୋଇନଥାଏ, ମାତ୍ର, ଯେଉଁସବୁ ନାନା ଅଭିପ୍ରାୟ ଜନିତ ଖାସ୍ ପ୍ରେରକମାନେ ସେହି କ୍ଷେତ୍ରରେ ରହିଥାନ୍ତି, ସେହିମାନେ ହିଁ ତାହାକୁ ସମ୍ଭବ କରି ଆଣନ୍ତି । ମାତ୍ର, ଯଦି ମନୁଷ୍ୟର ପ୍ରକୃତି ଧର୍ମତଃ ସ୍ଵାର୍ଥପର ହୋଇ ରହିଥାଆନ୍ତା, ତେବେ ଯେକୌଣସି ପରିସ୍ଥିତିରେ ମଧ୍ୟ ସେମାନେ ଅବଶ୍ୟ ସ୍ଵାର୍ଥପର ହୁଅନ୍ତେ । ତେଣୁ, କେବଳ କେତୋଟି ପରିସ୍ଥିତିରେ ସେମାନେ ସେହିଭଳି ହୁଅନ୍ତି । ଅର୍ଥାତ୍, ମନୁଷ୍ୟର ପ୍ରକୃତି ତା’ ଭିତରେ ରହିଥିବା କୌଣସି କାରଣରୁ ସ୍ଵାର୍ଥପର ନୁହେଁ । ଏହି ଯୁକ୍ତିଟି ଆମକୁ ମନୁଷ୍ୟନାମକ ଏହି ଜାତିଟିର ପ୍ରକୃତ ଚରିତ୍ର ବିଷୟରେ ଅବଶ୍ୟ ଏକ ମୂଳ ଅନୁମାନ ଆଣି ଦେଇ ଯାଉଥିବ ।

 

ବର୍ତ୍ତମାନ ଆମେ ସୀମାଟାକୁ ଦର୍ଶାଇ ଦେଉଥିବା ଆରମ୍ଭର ସେହି କଥାଗୁଡ଼ିକ ପାଖକୁ ଫେରିବା । ଅର୍ଥାତ୍, ଖାସ୍ ମଣିଷର ସ୍ଵଭାବରେ ଏପରି କିଛି ଉପାଦାନ ଯଦି ନାହିଁ, ଯାହାକି ମନୁଷ୍ୟମାନଙ୍କୁ ପରସ୍ପରକୁ ହାନି ପହୁଞ୍ଚାଇବା ନିମନ୍ତେ ପ୍ରବୃତ୍ତ କରୁଥିବ, ତେବେ ମନୁଷ୍ୟର ପ୍ରକୃତିରେ ଏଭଳି ମଧ୍ୟ ଆଦୌ କିଛି ନାହିଁ ବୋଲି ଆମେ ଅବଶ୍ୟ ସ୍ଵୀକାର କରିବା, ଯାହାକି ଯୁଦ୍ଧକୁ ଆବଶ୍ୟକ ଓ ଅବଶ୍ୟମ୍ଭାବୀ ବୋଲି ବିଚାର କରୁଥିବ । ହଁ, କେତେକ ନିର୍ଦ୍ଦିଷ୍ଟ ପରିବେଶରେ ଯୁଦ୍ଧଟାଏ ଲାଗୁଥିବ ସିନା, କିନ୍ତୁ ମନୁଷ୍ୟର ପ୍ରକୃତି ଭିତରେ ନ୍ୟାୟତଃ କିଛିହେଲେ ନାହିଁ, ଯାହାକି ସେହିଭଳି ପରିସ୍ଥିତିଗୁଡ଼ିକୁ ଅନିବାର୍ଯ୍ୟ କରି ରଖୁଥିବ । ମନୁଷ୍ୟର ପ୍ରକୃତି ବିଷୟରେ ବିଚାର କରୁଥିବା ସମୟରେ ସେପରି ସ୍ଥିତିଟିଏ ନିଶ୍ଚୟ ରହିଥିବ ବୋଲି ଆମେ କେବେହେଲେ ସ୍ଵୀକାର କରି ନେବାନାହିଁ । ମୁଁ ତ ପ୍ରକୃତରେ ଏପରି ବି ବିଚାରୁଛି ଯେ, ମନୁଷ୍ୟମାନଙ୍କର ପ୍ରକୃତି ବରଂ ଏପରି ଗୋଟିଏ ଅନ୍ୟ ଧାରାରେ ଗଢ଼ା ହୋଇଛି, ଯାହାଫଳରେ କି ଭବିଷ୍ୟତରେ ଦିନେ ମନୁଷ୍ୟମାନେ ଯୁଦ୍ଧର ଅନୁକୂଳ ଏହି ପରିସ୍ଥିତିଗୁଡ଼ିକୁ ଦୂର ହିଁ କରିଦେଇ ପାରିବେ । କାରଣ, ବସ୍ତୁସ୍ଥିତିମାନେ ଏବେ ଯେପରି ଭାବେ ଅଛନ୍ତି, ତାହା ଫଳରେ ମନୁଷ୍ୟଗଣ ଯୁଦ୍ଧର ସମ୍ଭାବନାକୁ ଦୂର ହିଁ କରିଦେବେ, ଏବଂ ତା’ ନହେଲେ ସେହି ଯୁଦ୍ଧ ମନୁଷ୍ୟମାନଙ୍କୁ ଏକାବେଳେକେ ମୂଳପୋଛ କରିଦେବ ।

 

ଏହି କଥାଟି ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ ହେବ ଯେ, ଯୁଦ୍ଧ ବିଷୟରେ ମନୁଷ୍ୟର ସ୍ଵଭାବ ଆଗ୍ରହୀ ତୁଳନାରେ ପ୍ରକୃତରେ ଅଧିକ ପରିମାଣରେ ଅନାଗ୍ରହୀ ହୋଇ ରହିଥାଏ । ଉଦାହରଣ ସ୍ୱରୂପ ଅନ୍ୟ ମନୁଷ୍ୟମାନଙ୍କର ସହଚାରିତା ଲାଭ କରିବା ଲାଗି ଯେଉଁପରି ଆଗ୍ରହ ରହିଛି, ତେବେ ଯୁଦ୍ଧର ଏକ ପରିସ୍ଥିତି ଆସି ପହଞ୍ଚିବା ମାତ୍ରକେ ମନୁଷ୍ୟମାନେ ନିଜକୁ ବେଶ୍ ମୁକ୍ତ ଏବଂ ଆଶ୍ଵସ୍ତ ଅନୁଭବ କରୁଥାନ୍ତେ । ବର୍ତ୍ତମାନ ତ କାର୍ଯ୍ୟତଃ ତାହାର ବିପରୀତ କଥାଟି ହିଁ ଦେଖିବାକୁ ଅବଶ୍ୟ ମିଳିବ । ମନୁଷ୍ୟର ସାଧାରଣ ସୁସ୍ଥ ପ୍ରକୃତିଟି ନିମନ୍ତେ ଯୁଦ୍ଧ ବସ୍ତୁତଃ ଏତେ ଅଧିକ ପରିମାଣରେ ଅରୁଚିକର ହୋଇ ରହିଥାଏ ଯେ, ମନୁଷ୍ୟମାନଙ୍କୁ ତ ସେଥିପାଇଁ ବିଜ୍ଞପ୍ତି ପ୍ରଦାନ କରି ଠୁଳ କରି ଆଣିବାକୁ ହୋଇଥାଏ ଏବଂ, ଯୁଦ୍ଧରୁ ଯେଉଁ ମନଃସ୍ତରୀୟ ଅପରିଣାମ ମାନଙ୍କର ଶିକାର ହେବାକୁ ହୁଏ, ସେଥିପାଇଁ ଏକାଳର ଆଧୁନିକ ସୈନ୍ୟବାହିନୀମାନଙ୍କୁ ତ ବିଶେଷଜ୍ଞ ମନଃଚିକିତ୍ସକଗଣଙ୍କୁ ମଧ୍ୟ ନିଯୁକ୍ତ କରି ରଖିବାକୁ ହୋଇଥାଏ । ଯାହାକିଛି ମନୁଷ୍ୟର ପ୍ରକୃତି ନିମନ୍ତେ ଅନୁକୂଳ ତଥା ସଂଗତ, ଆମେ ନିଜ ଭିତରୁ ସ୍ଵାଭାବିକ ଭାବରେ ଖୁସୀ ରହିଥିବାରୁ ହିଁ ତାହାର ପରୀକ୍ଷା ହୁଏ ଏବଂ, ସେହି ପରୀକ୍ଷାର ମାନଦଣ୍ଡରେ ମାପି କହିବାକୁ ଗଲେ ଯୁଦ୍ଧ ତ ବସ୍ତୁତଃ କେବଳ ଏକ ନିତାନ୍ତ ଅସ୍ଵାଭାବିକ ଘଟଣା ବୋଲି ଅବଶ୍ୟ ଅନୁଭବ ହେବ ।

 

ଆହୁରି ଗୋଟିଏ କଥା ବି କହିବାକୁ ଅଛି । ମନୁଷ୍ୟର ପ୍ରକୃତି ପୂରା ସ୍ଵାର୍ଥପର ଏବଂ ତାହାର ଆଦୌ କୌଣସି ଆରୋଗ୍ୟ ସମ୍ଭବ ନୁହେଁ ବୋଲି ଯେଉଁ ତତ୍ତ୍ଵଟି ରହିଛି, ସେଇଟିକୁ କେବଳ ଅନୁମାନ ଦ୍ଵାରା ପ୍ରସୂତ କଥା ବୋଲି କଦାପି କହି ହେବନାହିଁ । ଏଇଟିକୁ ଆମେ ଏକ ନୀତିଗତ ବିଚାର ବୋଲି ମଧ୍ୟ କହିବା, ଯାହାକି ଆପଣାର ଏକ ନିନ୍ଦାସୂଚକ ଭାବକୁ ବ୍ୟକ୍ତ କରିବାପାଇଁ ଇଚ୍ଛା କରୁଛି । ସମାଜରେ ରହି ଆସିଥିବା ଅନ୍ୟ ବହୁତ ମିଥ୍ୟାବିଶ୍ଵାସଗୁଡ଼ିକ ସଦୃଶ ସେଥିରେ କିଛି ବିଜ୍ଞାନସମ୍ପର୍କିତ ଧାରଣା ରହିଛି, କିଛି ନୀତି-ଭାବନାର ଧାରଣା ମଧ୍ୟ ରହିଛି; ଦୁଇଟାଯାକକୁ ଯୋଡ଼ିଦିଆ ଯାଇଛି (ଦୁହିଁଙ୍କୁ ନେଇ ଏକାଠି ଅଡ଼ୁଆ କରି ଦିଆଯାଇଛି ବୋଲି ତାହାକୁ କହି ହେବନାହିଁ) । ମନୁଷ୍ୟମାନେ ଯେଉଁପରି ଭାବରେ ଗଢ଼ା ହୋଇଛନ୍ତି, ସେମାନେ ତ ଅବଶ୍ୟ ସେହିପରି ହୋଇ ରହିବେ ବୋଲି ଆମକୁ କୁହାଯାଉଛି, ମନୁଷ୍ୟମାନଙ୍କ ପ୍ରକୃତିଟା ମଧ୍ୟ ଏକ ମନ୍ଦ ପ୍ରକୃତି ବୋଲି କୁହାହେଉଛି । ଅର୍ଥାତ୍ ଏହାର ଆପତ ଅର୍ଥଟିଏ ହେବ ଯେ, ଆମେ ତାହାକୁ ଦେଖି ସେଇଟିକୁ ମନ୍ଦ ବୋଲି କହିବା, ତାହାକୁ ଜାଣି ତାହାର ନିନ୍ଦା କରିବା । ସମ୍ଭବତଃ ଏହି କଥାଟିକୁ ଶୁଣି ଆମକୁ ବେଶ୍ ଆଶ୍ଚର୍ଯ୍ୟ ବି ଲାଗିବ ଯେ, ଯେଉଁ ପ୍ରାଣୀମାନେ ଏତେ ଏତେ ଦୁଷ୍ଟତାର ରଙ୍ଗକୁ ଗାତ୍ରସାରା ବୋଳି ହୋଇ ପୃଥିବୀକୁ ଆସିଛନ୍ତି, ସେମାନେ ପୁଣି ଏହି ନୈତିକ ମାନଦଣ୍ଡ ଗୁଡ଼ିକର କଳ୍ପନା କରି ପାରୁଛନ୍ତି ଓ ତଦ୍ଦ୍ଵାରା ନିଜକୁ ଧିକ୍କାର ମଧ୍ୟ କରୁଛନ୍ତି; ଯେଉଁ ନିପଟ ପାପୀମାନେ ପୁଣି କିପରି ବେଳେବେଳେ କଳ୍ପନା କରି ପାରୁଛନ୍ତି, ସେଗୁଡ଼ିକର କେବେ ଏକ ଉନ୍ନତିବିଧାନ ହୋଇପାରିବ । କିନ୍ତୁ ଏହି ନୀତିଗତ ମତବିଚାରଟିର ନିଜସ୍ୱ ବୋଲି କହିପାରିବା ଭଳି କେତେକ ନିର୍ଦ୍ଦିଷ୍ଟ ସାମାଜିକ ପରିଣାମ ମଧ୍ୟ ରହିଛି ଏବଂ ସେଗୁଡ଼ିକର ବ୍ୟାଖ୍ୟା କରିବାର ପ୍ରୟୋଜନ ରହିଛି ।

 

ଯଦି ମନୁଷ୍ୟର ପ୍ରକୃତି ଭିତରେ ଏପରି ଗୋଟିଏ ସ୍ଵାର୍ଥପରତା ରହିଛି, ଯାହାକୁ କି କେବେହେଲେ ବଦଳାଇ ହେବନାହିଁ, ତେବେ ସେଇଟି ଯେଉଁ ପରିମାଣରେ ସେହିପରି ହୋଇ ରହିଥିବ, ତେବେ ସେହି ଅପରାଧଟିରେ ମନୁଷ୍ୟମାନେ ସମାନ ମାତ୍ରାରେ ନିଶ୍ଚୟ ଭାଗୀ ହେବେ । “ସେଇ ଯେଉଁ ସର୍ବପ୍ରଥମ ମାନବଟି ଅପରାଧ କରିଥିଲା, ତଦ୍ଦ୍ଵାରା ଆମେ ସବୁ ମଣିଷ ହିଁ ଅପରାଧୀ ହୋଇ ରହିଛୁ” । କିନ୍ତୁ ଗୋଟିଏ ମୂଳ ଘଟଣାରୂପେ ଯଦି ଏହା ସତ୍ୟ ହୋଇଥାଏ ଯେ, ସେହି ଅପରାଧଟିରେ ସବୁ ମନୁଷ୍ୟଙ୍କର ସମାନ ଭାଗ ରହିଛି, ତେବେ କୌଣସି ଜଣେ ବ୍ୟକ୍ତି ଅଥବା ବ୍ୟକ୍ତିମାନଙ୍କର ସମୂହକୁ ଆମେ ଖାସ୍ ଭାବରେ ଦୃଷ୍ଟ ବୋଲି ମୋଟେ କହି ପାରିବାନାହିଁ । ଏବଂ, ପୁନଶ୍ଚ, ସେଥିରୁ ଏପରି ଗୋଟିଏ ଅନୁଭବ ମଧ୍ୟ ଆସିବ ଯେ, ଆଉଜଣେ ପାପୀକୁ ଜଣେ ପାପୀ କହି ନିନ୍ଦା କରିବା ନିମନ୍ତେ ତା’ର କୌଣସି ଅଧିକାର ମଧ୍ୟ ରହିବନାହିଁ । ଏହିସବୁ ସ୍ଥିତିରୁ ଦୁଇଟି ସାମାଜିକ ପରିଣାମ ନିଶ୍ଚୟ ଆସି ଉପୁଜିବ :

 

(୧) କୌଣସି ଜଣେ ମନୁଷ୍ୟ ବା ମନୁଷ୍ୟମାନଙ୍କର ସମୂହକୁ କଦାପି ଆମ ସାମାଜିକ ଅନ୍ୟାୟର ଉତ୍ସରେ ରହିଥିବା କାରଣ ବୋଲି କହି ଚିହ୍ନାଇ ଦେବା ଅସମ୍ଭବ ହୋଇ ରହିବ ଏବଂ ତେଣୁ, ଖାସ୍ ସେହିମାନେ ହିଁ ମାନବଚୟଙ୍କ କଲ୍ୟାଣ ଦିଗରେ ଏକମାତ୍ର ବିପଦ ଅର୍ଥାତ୍ ବାଧା ବୋଲି କହି ହେବନାହିଁ । ଅପରାଧମାନଙ୍କର କ୍ଷେତ୍ରରେ ସବୁ ମନୁଷ୍ୟ ସମାନ ଭାବରେ ଦୋଷୀ ବୋଲି ଯେପରି କୁହାଯାଉଛି, ସେଇଟିର ଆଳରେ ଜଣେ ବ୍ୟକ୍ତି ତଥା ବ୍ୟକ୍ତିମାନଙ୍କର ସମୂହଟି ଖୁବ୍ ଲୁଚି ରହିଯାଇ ପାରିବ ଏବଂ ତେଣୁ ଆଦୌ କୌଣସି ଶାସ୍ତି ପାଇବନାହିଁ । ଏପରି ଗୋଟିଏ ସ୍ଥିତିରେ ଜଣେ ଶୋଷଣକାରୀ, ଯାବତୀୟ ଲାଭଚୟର ଅଧିକାରୀ ତଥା ଉପନିବେଶଗୁଡ଼ିକର ଶାସନ କରୁଥିବା ଜଣେ ସାମ୍ରାଜ୍ୟବାଦୀ ନିଶ୍ଚୟ କହିପାରିବ, “ମୁଁ ତ ଏସବୁ କରି ମୋ’ର ମାନୁଷୀ ପ୍ରକୃତ ପରିଚୟଟିଏ ହିଁ ପ୍ରଦାନ କରୁଛି ।’’ ବସ୍ତୁତଃ ସେମାନେ ସେହି କଥାଗୁଡ଼ିକୁ ହିଁ କହନ୍ତି । ନ୍ୟୁରେମ୍‌ବେଆର୍ଗ୍ ଠାରେ ଯୁଦ୍ଧ–ଅପରାଧୀୟମାନଙ୍କର ବିଚାର କରାଯାଉଥିବା ସମୟରେ ଶ୍ରୀ ଗ୍ୟୋରିଙ୍ଗ୍ ସେହିପରି କଥାଟିଏ କହିଥିଲେ ଯେ, ସିଏ ତ କେବଳ ସେହି କାର୍ଯ୍ୟଟି କରୁଥିଲେ, ଯାହାକି ଅନ୍ୟ ଯେକୌଣସି ଜଣେ ବ୍ୟକ୍ତି ନିଶ୍ଚୟ କରିଥାନ୍ତା ।

 

(୨) ଆମ ଭିତରୁ ଜଣେ କେହିହେଲେ ମଧ୍ୟ ଦାବୀ କରି ପାରିବାନାହିଁ ଯେ, କୌଣସି ଅନ୍ୟାୟକୁ ଦୂର କରିବା ନିମନ୍ତେ ଆମର କୌଣସି ଅଧିକାର ଅଛି । ସବୁ ମନୁଷ୍ୟ ସମାନ ଭାବରେ ହିଁ ଜଣେ ଜଣେ ପାପ କରୁଥିବା ବ୍ୟକ୍ତି ବୋଲି ଯଦି ପ୍ରକୃତରେ ସତ ହୋଇଥାଏ, ଏବଂ ଯେହେତୁ ପାପ କରୁଥିବା କୌଣସି ବ୍ୟକ୍ତିର ଆଉ ଜଣେ ମନୁଷ୍ୟକୁ ପାପୀ ବୋଲି କହିବାର ଅଧିକାର ନଥାଏ,–ଏହି କଥାଟି ଯଦି ଠିକ୍ ବୋଲି ସ୍ଵୀକାର କରି ନିଆଯାଏ, ତେବେ ଲାଭଖୋର ଓ ଶୋଷଣକାରୀ ଓ ସାମ୍ରାଜ୍ୟବାଦୀମାନଙ୍କୁ କୌଣସି ଶାସ୍ତି ଦେବାକୁ ମଧ୍ୟ ଆମର କୌଣସି ଅଧିକାର ରହିବନାହିଁ । ମୋ’ର ମନେ ପଡ଼ୁଛି, ସ୍ପେନ୍‌ରେ ଗୃହଯୁଦ୍ଧ ଲାଗିଥିବା ସମୟରେ, ସକଳ ଜାତି ସମାନ ପରିମାଣରେ ଆକ୍ରମଣ କରିବାରେ ଦୋଷୀ ଏବଂ ତେଣୁ ସ୍ପେନ ଉପରେ ଆକ୍ରମଣ କରିଥିବାର ଦୋଷରେ ଦୋଷୀ କରି ଜର୍ମାନ୍ ଓ ଇଟାଲୀୟମାନଙ୍କର ନିନ୍ଦା କରିବା ପାଇଁ ଆଉ କୌଣସି ଦେଶର ଅଧିକାର ନାହିଁ ବୋଲି ସେତେବେଳେ ପାଦ୍ରୀ ଏ. ଜେ. ମସ୍ତେ ଦୃଢ଼ ଭାବରେ ଦାବୀ କରିଥିଲେ । ଏହିପରି ଯୁକ୍ତିଟିଏ ପ୍ରକୃତରେ କାହାକୁ ଆଦୌ କିଛି ବି କରାଇ ଦେବନାହିଁ । ଯଦି ଆମେ ସମସ୍ତେ ସେଇ ମତଟି ଅନୁସାରେ କାର୍ଯ୍ୟ କରିଥାନ୍ତୁ, ତେବେ ତଦ୍ଦ୍ଵାରା କେବଳ ଆକ୍ରମଣକାରୀ ପକ୍ଷଟି ଆଗରେ ଉଚ୍ଚ ନୈତିକ କାରଣଟିଏ ଦର୍ଶାଇ ନିଜକୁ ସମର୍ପଣ ହିଁ କରି ଦେଇଥାନ୍ତୁ ।

 

ତେଣୁ, ମୁଁ ଏଠାରେ ଭାବୁଛି ଯେ ମନୁଷ୍ୟମାନଙ୍କର ସ୍ଵାର୍ଥପରତା ବିଷୟରେ ରହିଥିବା ତତ୍ତ୍ଵଟିର ପ୍ରକୃତ ସାମାଜିକ କାରଣଟି ଆମକୁ ଏଠାରେ ମିଳିଯାଉଛି । ସେଇଟି ରହିଛି, କାରଣ ସେଇଟିର ସାହାଯ୍ୟ ଗ୍ରହଣ କରି ଏକ ସାମାଜିକ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରାଯାଇ ପାରୁଛି । ପ୍ରକୃତ କୌଣସି ବସ୍ତୁସ୍ଥିତି ସହିତ ତା’ର କିଛି ପ୍ରାସଙ୍ଗିକତା ଥିବାରୁ ସେପରି ହେଉନାହିଁ । ସେଇଟି ରହିଛି, କାରଣ ତାହା କ୍ଷମତାରେ ରହିଥିବା କେତେ ମନୁଷ୍ୟଙ୍କର ଅସାମାଜିକ ଆଚରଣଟିକୁ ଗୁପ୍ତ କରି ରଖିବାରେ ସଫଳ ହେଉଛି । ତାହା ରହିଛି, କାରଣ ସେଗୁଡ଼ିକ ବିଷୟରେ ଆମର ବିରୋଧ ପ୍ରକଟ କରିବାର କ୍ଷେତ୍ରରେ ଅବଶ୍ୟ ଯେଉଁ ନୈତିକ ସାହସିକତାଟି ଆବଶ୍ୟକ ହୁଅନ୍ତା, ସେଇଟି ଉକ୍ତ ସାହସକୁ ଆମଠାରୁ ଅପହରଣ କରି ନେଇଯାଉଛି । ଏବଂ, ସେହି କାରଣରୁ ଆମେ ସେଇଟିକୁ ଆଦର୍ଶଗତ ଶୃଙ୍ଖଳମାନଙ୍କ ମଧ୍ୟରୁ ଗୋଟିଏ ବୋଲି ଅବଶ୍ୟ କହିବା, ଯାହାକି ମନୁଷ୍ୟ ଜାତିର ଦେହରେ ଶୃଙ୍ଖଳ ବାନ୍ଧି ତାକୁ ଅଚଳ କରି ରଖିଛି । ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ମନୁଷ୍ୟମାନେ ଅବଶ୍ୟ ଅପରାଧମାନ କରିପାରିବେ; କିନ୍ତୁ ସେହି ପାପମାନଙ୍କର କୌଣସି ଆରୋଗ୍ୟ ହୋଇ ପାରିବନାହିଁ ବୋଲି ବିଶ୍ଵାସ କରି ସେମାନେ ନିଃସନ୍ଦେହ ଭାବରେ ସବୁଠାରୁ ଅଧିକ ଜଘନ୍ୟ ଏବଂ ବିକଟ ପାପର ଆଚରଣ ଅବଶ୍ୟ କରିବାରେ ଲାଗିଥିବେ ।

 

ମନୁଷ୍ୟର ମୂର୍ଖତା ଯାହାର ଆରୋଗ୍ୟ ନାହିଁ

 

ଆମେ ବର୍ତ୍ତମାନ ଅବଶ୍ୟ ଉତ୍ତମ ଭାବରେ ଉପଲବ୍ଧି କରି ପାରୁଥିବା ଯେ, ମନୁଷ୍ୟମାନଙ୍କର ସ୍ଵଭାବରେ ଆଦୌ କିଛି ନାହିଁ, ଯାହାକି ସ୍ଵାର୍ଥପରତା ଦ୍ଵାରା ପ୍ରେରିତ ହୋଇ ଏକ ଅଧିକ ଉତ୍ତମ ଅର୍ଥାତ୍ କାମ୍ୟ ପୃଥିବୀକୁ ସମ୍ଭବ କରି ଆଣିବାରେ ବାଧା ଦେବ ଏବଂ ବାଟ ଛାଡ଼ିବନାହିଁ । ତଥାପି, ଏହି କଥାଟି ମଧ୍ୟ ଆଲୋଚନା କରିବାକୁ ରହିଛି ଯେ, ସେଇଟିକୁ ସମ୍ଭବ କରିବାପାଇଁ ଯେଉଁପରି ବୁଦ୍ଧି ରହିବା ଉଚିତ, ମନୁଷ୍ୟମାନଙ୍କ ଠାରେ ହୁଏତ ତାହାର ଅଭାବ ରହିଛି-। ହଁ, ଏପରି ହୁଏତ ହେଉଥିବ ଯେ, ମନୁଷ୍ୟନାମକ ଏହି ସମଷ୍ଟିଟାକୁ ଗୋଟାଏ ଘୋର ମୂର୍ଖତା ଆଚ୍ଛନ୍ନ କରି ରଖିଛି କିମ୍ବା, ଏକ ଅପେକ୍ଷାକୃତ କିଞ୍ଚିତ୍ କମ୍ କଠୋର କରି କହିଲେ, ମନୁଷ୍ୟଜାତିକୁ ଆପେ ଆପଣା ଭାଗ୍ୟର ନିୟନ୍ତ୍ରଣ କରିବାକୁ ହେଲେ ଯେଉଁସବୁ ସମସ୍ୟାର ସମାଧାନ ତାକୁ ଅବଶ୍ୟ କରିବାକୁ ହେବ, ସେହି ତୁଳନାରେ ତା’ର ବୁଦ୍ଧି ଆଦୌ ସେତେ ବଳଯୁକ୍ତ ହୋଇ ପାରିନାହିଁ-

 

ଏହି ପ୍ରକାରର ନାନା ମନ୍ତବ୍ୟ ଦେଉଥିବା ସାଧାରଣ ପତ୍ରପତ୍ରିକାମାନଙ୍କର କୌଣସି ଅଭାବ ହିଁ ନାହିଁ । ମୁଁ ଉଦାହରଣ ଦେଇ କହିପାରିବି ଯେ, ଲେଖକମାନଙ୍କ ଠାରେ ଏଭଳି ବିଶ୍ଵାସଟିଏ ଖୁବ୍ ଦୃଢ଼ ହୋଇ ରହିଛି ଯେ, ତୁମେ ଯାହାକିଛି ଲେଖି ଛାପିଦେଇ ପାରିବ, ତାହା ଅବଶ୍ୟ ତୁମପାଖରେ ବେଶ୍ ବୁଦ୍ଧି ରହିଛି ବୋଲି ପ୍ରତିପାଦିତ କରି ଦେଉଥିବ । ଏହିସବୁ ଯାବତୀୟ ପ୍ରକଟଣ, ସେଗୁଡ଼ିକ ବେଳେ ବେଳେ ଯେପରି ପ୍ରେତଟିଏ ପରି ଓ ଆଉ ବେଳେ ବେଳେ ଭୟସଂଚାରକାରୀ ହୋଇ ରହିଥାନ୍ତି, ସେଗୁଡ଼ିକ ଜଣେ ଲେଖକକୁ ପାଠକର ତୁଳନାରେ ଏକ ଊର୍ଦ୍ଧ୍ଵତର ସ୍ତରରେ ରହିଥିବାର ପ୍ରତୀତି ଆଣି ଦେଉଥାଏ ବୋଲି ବିଚାର କରାଯାଏ ଏବଂ, ଯେଉଁମାନେ ସେଗୁଡ଼ିକୁ ପାଠ କରିବେନାହିଁ, ଲେଖକ ତ ସେମାନଙ୍କ ଠାରୁ ଅମାପପ୍ରାୟ ଏକ ପ୍ରବନ୍ଧଲେଖକ ତାହାରି ମୁତାବକ ଏପରି ମନେମନେ ଚିନ୍ତା କରିଥିଲେ :

 

ଯେଉଁମାନେ ଲେଖାଲେଖି କରନ୍ତି, ବକ୍ତୃତା ପ୍ରଦାନ କରନ୍ତି, ଏଠିକୁ ଏବଂ ସେଠିକୁ ବୁଲି ଯାଆନ୍ତି, ଏବଂ, ସାଧାରଣ କ୍ଷେତ୍ରମାନଙ୍କର ସମ୍ମାନିତ ପଦମାନଙ୍କରେ ରହନ୍ତି ତଥା ସର୍ବଦା ସଂବାଦପତ୍ରମାନଙ୍କର ସବାପ୍ରଥମ ପୃଷ୍ଠାରେ ସ୍ଥାନ ମଧ୍ୟ ପାଆନ୍ତି, ଜଣେ ମାମୁଲି ନିମ୍ନ ସ୍ତରର ମନୁଷ୍ୟ କେଉଁଭଳି ଭାବରେ ତା’ର ସମୟଟିକୁ ଅତିବାହିତ କରୁଥିବ ବୋଲି ସେମାନେ ଭାବୁଥିବେ-? ହଁ, ସିଏ ପ୍ରତିଦିନ ନିଶ୍ଚୟ ଖାଦ୍ୟ ଖାଉଥିବ, ସ୍ତ୍ରୀ–ସଂଗମ କରୁଥିବ, ନିଜର ପିଲାମାନଙ୍କୁ ଜଗୁଥିବ, ରାତିରେ ନାଚିବାକୁ ଯାଉଥିବ, ହୁଏତ କାହା ସହିତ ଝଗଡ଼ା ମଧ୍ୟ କରୁଥିବ ବା ଅନ୍ୟାନ୍ୟ ନାନା ପ୍ରସଙ୍ଗରେ ୟା’ ତା’ ସହିତ କଥା ହେଉଥିବ । ଏତିକି ବ୍ୟତୀତ ତା’ର ପ୍ରକୃତରେ ଆଉ କ’ଣସବୁ କରିବାକୁ ରହିଥିବ ?*

 

* Eleanor R. Wembridge : “The Danger of the High Hat.” the Forum, Vol. 94. P 310.

 

ଯଦି ଲେଖିକା ତାଙ୍କର ପ୍ରବନ୍ଧରେ ଜଣେ ସାଧାରଣ “ଯିଏ ସିଏ” ମଣିଷ ବିଷୟରେ ଦେଇଥିବା ବର୍ଣ୍ଣନାଟି ସତ୍ତ୍ୱେ ତା’ ଜୀବନରେ ତଥାପି ଏକ ସଂପୂର୍ଣ୍ଣତା ଅବଶ୍ୟ ରହିଛି ଏବଂ ସେଥିରେ ସିଏ ତଥାପି ଆଗ୍ରହୀ ହୋଇ ରହିଛି ବୋଲି ଅନୁଭବ କରୁଛି ବୋଲି ମୁଁ କହିବି, ତେବେ ମୋତେ ସିଏ ନିଶ୍ଚୟ କ୍ଷମା କରିବେ । ଜଣେ ସାଧାରଣ ମନୁଷ୍ୟ ଏବଂ ଆଉଜଣେ ଖ୍ୟାତିସମ୍ପନ୍ନ ମଣିଷର ଜୀବନ ମଧ୍ୟରେ ବସ୍ତୁତଃ ସେତେବେଶୀ ବ୍ୟବଧାନ ନଥାଏ । ଯେଉଁମାନେ ଲେଖାଲେଖି କରନ୍ତି, ବକ୍ତୃତା ଦିଅନ୍ତି, ଯାତ୍ରା କରୁଥାନ୍ତି, ଅତିଥିଗଣଙ୍କର ଆପ୍ୟାୟନ କରନ୍ତି, ଖାସ୍ ପଦ ଓ ସମ୍ମାନାଦିର ଅଧିକାରୀ ହୋଇଥାନ୍ତି, ସେମାନଙ୍କ ଭିତରୁ ବସ୍ତୁତଃ କେତେଜଣ ନାଚିବାକୁ ଯେ ଯାଉଥିବେ ମୁଁ ସେକଥା କହି ପାରିବିନାହିଁ । କିନ୍ତୁ ଏହି କଥାଟି ପ୍ରାୟ ସର୍ବଜନବିଦିତ ହୋଇ ରହିଛି ଯେ ସେମାନେ ବେଶ୍ ସଂଯମର ସହିତ ଯୌନସଂଗମାଦିରେ ଲିପ୍ତ ରହିଥାନ୍ତି । ହଁ, ସେମାନଙ୍କର ପିଲାପିଲି ମଧ୍ୟ ଥାଇପାରନ୍ତି ଏବଂ ସେମାନଙ୍କର ହେପାଜତ ମଧ୍ୟ ସେମାନେ ହୁଏତ କରୁଥିବେ । ତଥାପି, ପ୍ରବନ୍ଧର ଲେଖିକା ଆଗକୁ ଯାଇ କେତେକ ବେଶ୍ ନିରାଶାଜନକ ସାଧାରଣ ସିଦ୍ଧାନ୍ତ କରିବାକୁ ମଧ୍ୟ ମନ କରିଛନ୍ତି :

 

ପ୍ରଜ୍ଞାପୂର୍ଣ୍ଣ କୌଣସି କଥାକୁ ବୁଝି ପାରୁ ନଥାନ୍ତି ବୋଲି ସେହି ଅଜ୍ଞାନ ମନୁଷ୍ୟମାନେ ସେଗୁଡ଼ିକୁ ବର୍ଜନ କରିଥାନ୍ତି କି ? ବା, ତାହାକୁ ବୁଝନ୍ତି, କିନ୍ତୁ ସେଇଟି ଦ୍ଵାରା କ’ଣସବୁ କାରଣରୁ ରୁଷ୍ଟ ହୋଇ ପଡ଼ନ୍ତି ବୋଲି ସେପରି କରନ୍ତି ? ଏହି ଦୁଇଟିଯାକ ସମ୍ଭାବନାକୁ ମୁଁ ଠିକ୍ ବୋଲି ଭାବୁଛି ।

 

ମନୁଷ୍ୟମାନଙ୍କଠାରେ ଯେଉଁ ମୂର୍ଖତାଟି ପ୍ରାୟ ଘର କରି ରହିଛି ବୋଲି ବିଶ୍ଵାସ କରାଯାଏ, ଏହି ଦୁଇଟିଯାକ ପ୍ରକୃତରେ ତାହାରି ଗୋଟିଏ ଗୋଟିଏ ଦମ୍ଭପୂର୍ଣ୍ଣ ଏବଂ ଏପରିକି ନିତାନ୍ତ ଅଶିଷ୍ଟତାପ୍ରଦର୍ଶକ ସଂସ୍କରଣ ବୋଲି କୁହାଯାଇ ପାରିବ । ଅବଶ୍ୟ ତାହାର ଗୋଟିଏ ଅଧିକ ସୂକ୍ଷ୍ମ ଏବଂ ଦାର୍ଶନିକ ଢଙ୍ଗର ଅନ୍ୟ ସଂସ୍କରଣ ରହିଛି, ଯାହାକି ମନୁଷ୍ୟମାନଙ୍କ ଠାରେ ସାଧାରଣତଃ ଅବସ୍ଥିତ ରହିଥିବା ମୂର୍ଖତା ବଦଳରେ ଅଧିକରୁ ଆହୁରି ଅଧିକ ଉତ୍ତମ ସ୍ତରର ମନୁଷ୍ୟର ଭାବନାଶକ୍ତିଟିରେ ଯେ କେତେ ଶୋଚନୀୟ ଭାବରେ ଯଥେଷ୍ଟ ଶକ୍ତି ରହିନଥାଏ, ସେହି କଥାଟିକୁ ଦାୟୀ କରାଯାଇଛି । ଯେଉଁ ସମୟରେ ଗତ ମାନ୍ଦା ଆର୍ଥିକ ସ୍ଥିତିଟି ପୁଞ୍ଜିବାଦର ବ୍ୟବସ୍ଥାଟିକୁ ଆସି ଦୋହଲାଇ ଦେଉଥିଲା, ସେତେବେଳେ ସେହି ବ୍ୟବସ୍ଥାର କୌଣସି ପୁନର୍ଗଠନ ସମ୍ଭବ କରିବାର ପ୍ରୟାସ କରିବାକୁ ନାନାପ୍ରକାରର ଦାବୀ କରାଯାଇଥିଲା । ତା’ ଫଳରେ ହୁଏତ ବ୍ୟକ୍ତିସ୍ତରୀୟ ଯୋଜନାମାନଙ୍କର ସେହି ଉପସ୍ଥିତ ଅରାଜକତାର ସ୍ଥାନରେ ଏକ ସାମାଜିକ ଯୋଜନାକୁ ସମ୍ଭବ କରିହେବ ବୋଲି ବିଚାର ହେଉଥିଲା । ସେହି ଦାବୀମାନେ ଆଦୌ ଅଯୌକ୍ତିକ ନଥିଲେ ଏବଂ ପୂର୍ବର ଦୃଷ୍ଟିକୋଣଟିକୁ ସମର୍ଥନ କରୁଥିବା ଯେଉଁମାନେ ଏହି ଅନ୍ୟଟି ମଧ୍ୟରେ ଅବଶ୍ୟ କେତେକ ଯୌକ୍ତିକତା ରହିଛି ବୋଲି ଦେଖିବାକୁ ପାଇଥିଲେ, ସେତେବେଳେ ସେମାନେ ଦୃଢ଼ତା ସହିତ ଏହି କଥାଟିକୁ କହିବା ଲାଗି ବାଧ୍ୟ ହୋଇଥିଲେ ଯେ, ସାମାଜିକ ଯୋଜନାର ପ୍ରସ୍ତାବଟି ଯେତେ ଗ୍ରହଣୀୟ ହୋଇଥଲେ ମଧ୍ୟ, ସେଇଟିକୁ ବାସ୍ତବ କ୍ଷେତ୍ରରେ ମୋଟେ ପ୍ରୟୋଗ କରାଯାଇ ପାରିବନାହିଁ । ଏହିଭଳି ଦୃଢ଼ୋକ୍ତିର ସମର୍ଥନରେ ଏକ ଆଧାରରୂପେ ସେମାନେ ଗୋଟିଏ ପକ୍ଷରେ ରହିଥିବା ଏପରି ଗୋଟିଏ ଏଡ଼େ ବିରାଟ ସମସ୍ୟା ଏବଂ ତାହାର ସମ୍ମୁଖୀନ ହେଉଥିବା ଆମର ଏହି ମନୁଷ୍ୟମନର ଅସମର୍ଥତା ମଧ୍ୟରେ ରହିଥିବା ବ୍ୟବଧାନଟିକୁ ଦେଖାଇ ଏକ ଅତ୍ୟନ୍ତ ବିରସତାପୂର୍ଣ୍ଣ ତୁଳନାରେ ଉପସ୍ଥାପନା କରିଥିଲେ । ଶ୍ରୀଯୁକ୍ତ ୱାଲ୍‌ଟର୍ ଲିପମାନ୍ ଯାହାଙ୍କର ଶୈଳୀଠାରୁ ମତମାନେ ଅଧିକ ଧୀରତାଯୁକ୍ତ ବୋଲି ବେଳେ ବେଳେ ମନେ ହୋଇଥାଏ, ସେ ଯଥେଷ୍ଟ ବିସ୍ତାରିତ ଭାବରେ ସିଦ୍ଧାନ୍ତଟିକୁ ବୁଝାଇ ଦେଇଥିଲେ, ଖୁବ୍ ସନ୍ତୁଳିତ ଭାଷାରେ ବୁଝାଇ ଦେଇଥିଲେ । ସିଏ କହିଥିଲେ :

 

ତେଣୁ ମର୍ମତଃ ସର୍ବବିଧ ନୀତି ଭିତରେ ତଥା ସରକାରମାନଙ୍କ ସ୍ତରରେ ଏହି ଅସୁବିଧାଟି ସବୁବେଳେ ରହିଛି ଯେ, ବିଚରା ଆମର ଏହି ମନୁଷ୍ୟମାନଙ୍କର ମନଟାକୁ ସକଳ ବିଷୟରେ ଜୀବନ ସମ୍ବନ୍ଧରେ ଏକ ବାହ୍ୟ ଆଙ୍ଗିକ ଏବଂ ସରଳୀକୃତ ଦୃଷ୍ଟିକୋଣ ଗ୍ରହଣ କରିବାକୁ ପଡ଼େ । ତେଣୁ, ଆମ ବୁଦ୍ଧିର ଏହି ସାନ ସାନ ଶିଶି ଭିତରେ ଜୀବନରୂପକ ଏହି ମହାସାଗରଟିକୁ ଆଦୌ ଭରି ଦେଇ ରଖି ହୁଏନାହିଁ । ଜୀବନ ସହିତ ମନୁଷ୍ୟ ଏହି ଯେଉଁ ସଂଗ୍ରାମ କରିଆସୁଛି, ମନ ନାମକ ଆମର ସେହି ସାଧନଟି ତ ବସ୍ତୁତଃ ସେଇଟିରୁ ବିବର୍ତ୍ତିତ ତଥା ଉଦ୍‍ଭୂତ ହୋଇ ଆସିଛି ଏବଂ, ଯୁକ୍ତିବୁଦ୍ଧିର ଅବିଚ୍ଛିନ୍ନତା ଉପରେ ଆପଣାକୁ ସମୁଚିତ କରି ରଖିବାର ବସ୍ତୁତଃ ଏହିଭଳି ଅର୍ଥ ହେବ ଯେ, ଆମକୁ ଅତ୍ୟନ୍ତ କଠୋର ଓ ଅବିଚଳିତ ଭାବରେ ସିଧା ହୋଇ ଠିଆ ହୋଇ ପାରିବାକୁ ହେବ,–ସେଇଟି ହିଁ ଆମକୁ ସର୍ବଦା ଭାରି କ୍ଳାନ୍ତ କରି ପକାଏ ଏବଂ ସେଥିପାଇଁ ଆମକୁ ପୁନର୍ବାର ଯଥାସମ୍ଭବ ଅଧିକ ଶୀଘ୍ର ନଇଁ ପଡ଼ିବାର ଅଥବା ବସିଯିବାର ମୂଳ ଅବସ୍ଥାଟିକୁ ଲେଉଟି ଆସିବାକୁ ହିଁ ପଡ଼େ ।*

 

* The Lippmann; “The Government of Posterity”. Atlantic Monthly Vol. 138. P. 550.

 

ହଁ, ଦେହଟି କେତେବେଳେ କେଉଁ ଅବସ୍ଥାରେ ଯାଇ ରହେ, ସେଇଟି ବେଶ୍ ଆଗ୍ରହୋଦ୍ଦୀପକ । ଏଠାରେ ଆମର ତ ଧାରଣା ହେଉଥିବ ଯେ ଶ୍ରୀଯୁକ୍ତ ଲିପମାନ୍ ବେଶ୍ ଉଷୁମ ଦେଇ ପାରୁଥିବା ଚୁଲିଟିର ଉପରେ ଅବସ୍ଥିତ ସମତଳ ଥାକଟି ଉପରେ ବସି ଆପଣାର ପ୍ରବନ୍ଧଗୁଡ଼ିକୁ ଲେଖୁଥିବାର ଏକ ଖୁବ୍ ଧାରଣା ହେଉଛି ଏବଂ, ଏହିପରି ବିଚାର କରି ଓ ଲେଖିସାରି ସିଏ ସତକୁସତ ଅତ୍ୟନ୍ତ କ୍ଳାନ୍ତ ଅନୁଭବ କରି ନିଜର ସୋଫାକୁ ଫେରି ଆସି ଦେହଟିକୁ ଆରମଦାୟକ ଭାବରେ ବଙ୍କା କରି ବସି ଯାଉଛନ୍ତି । ମୁଁ ତ ଯଥେଷ୍ଟ ପରିମାଣରେ କପଟ ପରିତ୍ୟାଗ କରି କହିବି ଯେ, ମୂଳରେ ଅଥବା ଆଉ ଯେଉଁଠାରେ ରହିଥାଉ ପଛକେ, ପୂରା ସମୟଟା ବେଶ୍ ଗୋଟିଏ ନଇଁବା ଅବସ୍ଥାଟିରେ ହିଁ ମୁଁ ଏହି ପୂରା ବହିଟାକୁ ଲେଖିଛି । ଏବଂ, ସମସ୍ତ ସମୟ ଅତ୍ୟନ୍ତ ଆରାମଦାୟକ ଅନୁଭବ ମଧ୍ୟ କରିଛି । କିନ୍ତୁ, ଅପର ପକ୍ଷରେ, ଶ୍ରୀଯୁକ୍ତ ଲିପ୍‍ମାନ୍‍ଙ୍କ ଲେଖାଟିର ଶୀର୍ଷକଟି (The Government of Posterity–ଭବିଷ୍ୟ ବଂଶଧରମାନଙ୍କର ଶାସନ) ପ୍ରକୃତରେ ପରବର୍ତ୍ତୀ ପୁରୁଷମାନଙ୍କର କଥା ମୋଟେ କହୁନାହିଁ, ତାହା ବିଚାରର ଏକ ନୂତନ ଶରୀରରଚନା ସହିତ ସମ୍ପର୍କ ରଖିଥିବା ଗୋଟିଏ ସ୍ଥାନନିର୍ଦ୍ଧାରଣ ବିଷୟରେ କିଛି କହିବାଲାଗି ଇଚ୍ଛା କରୁଛି ।

 

ଶ୍ରୀଯୁକ୍ତ ଲିପ୍‌ମାନ୍‍ଙ୍କର ଉକ୍ତିଟି ଦ୍ଵାରା ଯେପରି କୁହାଯାଇଛି, ସେଥିରେ ଗୋଟିଏ ସ୍ଥିତିକୁ ଆଉଗୋଟିଏ ସ୍ଥିତି ସହିତ ତୁଳନା କରାଯାଇଛି ଏବଂ, ଯେତେବେଳେ ଏକ ତୁଳନାର ଆଶ୍ରୟ ନେଇ କୌଣସି ଯୁକ୍ତି କରାଯାଏ, ସେତେବେଳେ ଔପଚାରିକ ଭାବରେ ସେଇଟିକୁ ଆଦୌ ପ୍ରାମାଣିକ ବୋଲି କହି ହୁଏନାହିଁ । ତାଙ୍କର ସେହି ଯୁକ୍ତିଟିକୁ ଅବଶ୍ୟ ପ୍ରମାଦଟିଏ ରହି ଯାଉଥିବାର ସର୍ବୋତ୍ତମ ଏକ ଦୃଷ୍ଟାନ୍ତ ବୋଲି ଆଦୌ କହି ହେବନାହିଁ । କାରଣ, ତୁମେ ଅନିର୍ଦ୍ଦିଷ୍ଟ କାଳ ଯାଏ ଛିଡ଼ା ହୋଇ ରହି ପାରୁଛ କି ନାହିଁ, ସେଇଟି ମୋଟେ ପ୍ରଶ୍ନ ନୁହେଁ; ବରଂ ପ୍ରଶ୍ନଟା ହେଉଛି ଯେ ନିଜର ଅଭୀଷ୍ଟଟିକୁ ଲାଭ କରି ପାରିବା ଲାଗି ତୁମେ ଯଥେଷ୍ଟ ସମୟ ପର୍ଯ୍ୟନ୍ତ ଠିଆ ହୋଇ ପାରୁଛ କି ନାହିଁ । ଏଇଟି ସଂପୂର୍ଣ୍ଣ ଭାବରେ ସତ ଯେ, ଗୋଟିଏ ଯୁକ୍ତି ସହିତ ସଂପୃକ୍ତ ରହି ତୁମେ କେବେହେଲେ ଆପଣା ମଧ୍ୟରେ ଅବିଚ୍ଛିନ୍ନ ଭାବରେ ସଂକେନ୍ଦ୍ରିତ ହୋଇ ରହି ପାରିବ ନାହିଁ । ତେଣୁ, ତୁମେ ଆଶା କରୁଥିବା ଫଳଟିକୁ ହାସଲ କରି ପାରିବା ଭଳି ଯଥେଷ୍ଟ କାଳ ସଂକେନ୍ଦ୍ରିତ ରହି ପାରିବ କି ? ସେଇଟି ହେଉଛି ଅସଲ ପ୍ରଶ୍ନ ।

 

ଏଠାରେ ଆମକୁ ଏହି ସତ୍ୟଘଟଣାକୁ ଜାଣି ଆଚମ୍ବିତ ଲାଗିବ ଯେ, ଯୁଦ୍ଧ ସମୟରେ ସେହି ସଂପୂର୍ଣ୍ଣ ତତ୍ତ୍ଵଟିର ସମ୍ମୁଖୀନ ନହୋଇ ତାହାକୁ ପ୍ରକୃତରେ ଗଢ଼ାଇ ଦିଆଯାଇଥିଲା । କୌଣସି ପ୍ରକାର ସନ୍ଦେହର ଅବକାଶ ରହିବା ଉଚିତ ନୁହେଁ ଯେ, କୌଣସି ଗୋଟିଏ ଜାତି ବା କେତୋଟି ଜାତି ଏକତ୍ର ଗଠନ କରିଥିବା ମେଣ୍ଟ ମନୁଷ୍ୟମାନେ ବହୁ ବିସ୍ତାର ସହିତ ବିଦ୍ୟମାନ ରହିଥିବା ସାମାଜିକ ସମସ୍ୟାଗୁଡ଼ିକୁ ଆଦୌ ବୁଝି ପାରିବେନାହିଁ ବୋଲି ଗୋଟିଏ ତତ୍ତ୍ଵକୁ ଆଧାର କରି ଏକ ବିଶ୍ଵଯୁଦ୍ଧକୁ ବସ୍ତୁତଃ ଗଡ଼ାଇଦେଇ ପାରିଥାନ୍ତେ । ଏପରି କୌଣସି ମତର ସମର୍ଥନ କରିବାର ଅର୍ଥ ହେଉଛି ଯେ, ବିଜୟ ପ୍ରାପ୍ତ କରିବାର ଲକ୍ଷ୍ୟଟିକୁ ସେମାନେ ତୁଚ୍ଛା ଆକସ୍ମିକ କୌଣସି କିଛିଟିର ହାତରେ ନେଇ ସମର୍ପି ଦେଇଥାନ୍ତେ ଏବଂ ଏକ ସଂଶୟବାଦର ବଶବର୍ତ୍ତୀ ହୋଇ ସର୍ବବିଧ ରଣନୀତି-ସମ୍ପର୍କୀୟ ଯୋଜନା ତଥା ରାଜନୀତିକ କାର୍ଯ୍ୟକ୍ରମକୁ ଅଚଳ କରି ସାମାଜିକ ସମସ୍ୟାଚୟକୁ ବୁଝିବାକୁ ସାମର୍ଥ୍ୟ ଲାଭ କରିବାଯାଏ ଯଦି ଅପେକ୍ଷା କରାଯାଆନ୍ତା, ତେବେ, ସେମାନଙ୍କୁ ଯେ ଶାନ୍ତିସ୍ଥାପନାରେ କଦାପି ଏକତ୍ର କରାଯାଇ ପାରନ୍ତାନାହିଁ, ଜଣେ ଦୁର୍ବୋଧ୍ୟ ଅନୁଭବସ୍ତରର ଶ୍ରୀଯୁକ୍ତ ଲିପ୍‌ମାନଙ୍କୁ ସେହି କଥାଟିକୁ ଅବଶ୍ୟ ଦର୍ଶାଇବାକୁ ହେବ । ହଁ, “ମନୁଷ୍ୟମାନଙ୍କର ବିବର୍ତ୍ତନକୁ କୌଣସି ସଚେତନ ନିୟନ୍ତ୍ରଣ ମଧ୍ୟକୁ ଯେ ଅଣାଯାଇ ପାରିବ”, ସେହି କଥାଟିକୁ ଏକ ବିଶ୍ଵାସଯୋଗ୍ୟ ଅର୍ଥକଳ୍ପନା ମଧ୍ୟକୁ ଆଣିପାରିବା କେବଳ ଏକ ଭ୍ରାନ୍ତି ହୋଇ ରହିବ ବୋଲି ୧୯୩୬ ମସିହାରେ ଯିଏ ଆମକୁ କହିଥିଲେ, ତାହାଙ୍କୁ ହିଁ ୧୯୪୭ ମସିହାରେ ଅବଶ୍ୟ ଆମ ଆଗରେ କହିବାକୁ ପଡ଼ିବ ଯେ, ସେପରି ଏକ ଅର୍ଥର କଳ୍ପନା ନକରିବାଟି ହିଁ ହେଉଛି ଅବଶ୍ୟ ଗୋଟିଏ ଭ୍ରାନ୍ତି ।

 

ଘଟଣାମାନଙ୍କର ବାସ୍ତବ ଗତିକୁ ଯେତେବେଳେ ଏହିଭଳି ଯୁକ୍ତିଟିଏ କରି ଏହିପ୍ରକାରେ ଖଣ୍ଡନ କରାଯାଉଥାଏ, ତେବେ ନିଶ୍ଚୟ ଜାଣିବାକୁ ହେବ ଯେ ସେହି ଯୁକ୍ତିଟି ମଧ୍ୟରେ ହିଁ କିଛି ନା କିଛି ପ୍ରମାଦଯୁକ୍ତ ହୋଇ ରହିଛି । “ଆମର ଏହି ବୁଦ୍ଧିର ଅତିସାନ ବୋତଲଗୁଡ଼ିକ ଭିତରେ ଅନୁଭବର ମହାସମୁଦ୍ରଟାକୁ ଆଣି କଦାପି ଅଜାଡ଼ି ଦିଆଯାଇ ପାରିବନାହିଁ” ବୋଲି ଶ୍ରୀ ଲିପ୍‌ମାନ୍ ଯେତେବେଳେ କହନ୍ତି, ସେତେବେଳେ ସିଏ ଭାବୁଥାଆନ୍ତି ଯେ ପ୍ରତ୍ୟେକ ମନୁଷ୍ୟବ୍ୟକ୍ତିକୁ ପ୍ରକୃତରେ (ଶିଶିଟିଏ ପରି) ସଂପୂର୍ଣ୍ଣ ଭାବରେ ଏକୁଟିଆଟି ପୃଥିବୀର ସାମନା କରିବାକୁ ପଡ଼ିଥାଏ । ଏବଂ, ଏଇଟି ମଧ୍ୟ ସଂପୂର୍ଣ୍ଣ ଭାବରେ ସତ୍ୟ ଯେ, ଏକାକୀ ଭାବରେ ଜଣେ ବ୍ୟକ୍ତି ସମଗ୍ର ବାସ୍ତବଟାକୁ ବୁଝିବାକୁ ଆଦୌ ସମର୍ଥ ହେବନାହିଁ; ଆଧୁନିକ ଦାର୍ଶନିକମାନଙ୍କ ଭିତରେ ସବାବଡ଼ ବୋଲି ସ୍ଵୀକୃତ ହେଉଥିବା ସ୍ପିନୋଜା ଅବଶ୍ୟ ଏକଥାଟି ମଧ୍ୟ ସମ୍ଭବ ବୋଲି ଭାବୁଥିଲେ । କିନ୍ତୁ, ଏହି ସମସ୍ତ ପୃଥିବୀକୁ ବୁଝିବାଲାଗି ପ୍ରୟାସ କରୁଥିବା ଜଣେମାତ୍ର ବ୍ୟକ୍ତି ନୁହେଁ, ମାତ୍ର ସଂପୂର୍ଣ୍ଣ ମାନବସମଷ୍ଟିଟି ହିଁ ତାହାକୁ ବୁଝିବା ଲାଗି ଆଗ୍ରହୀ ହୋଇଛନ୍ତି ବୋଲି ବିଚାର କରିବା ସମୟରେ କଥାଟି ପ୍ରକୃତରେ ଖୁବ୍ ଅଲଗା ପ୍ରକାରର ମଧ୍ୟ ହୋଇଯାଏ । ବିଜ୍ଞାନ ସମାଜସ୍ଥ ସର୍ବଜନଙ୍କର ଗୋଟିଏ ସମ୍ପଦ; ଅର୍ଥାତ୍, ଏଇଟି ହେଉଛି ପରସ୍ପର ସହିତ ଯାବତୀୟ ସମ୍ବନ୍ଧରେ ଗୁନ୍ଥା ହୋଇ ରହିଥିବା ସକଳ ବୈଜ୍ଞାନିକଙ୍କର ସମ୍ପଦ । ଜଣେ ବୈଜ୍ଞାନିକ ପାଖରେ ଅପେକ୍ଷାକୃତ ଯେଉ କ୍ଷୁଦ୍ର ପରିଧିର ଜ୍ଞାନଟି ରହିଥାଏ, ସେଇଟି ଅନ୍ୟ ବୈଜ୍ଞାନିକମାନଙ୍କ ପାଖରେ ରହିଥିବା କ୍ଷୁଦ୍ର ଜ୍ଞାନଗୁଡ଼ିକ ଉପରେ କ୍ରିୟା କରିଥାଏ ଓ ଉଚିତ ସମୟଟି ଆସି ପହଞ୍ଚିବା ମୁତାବକ ଆପେକ୍ଷିକତାର ସିଦ୍ଧାନ୍ତ ସଦୃଶ ଏକ ଯଥାର୍ଥ ବିଶ୍ଵସ୍ତରୀୟ ଜ୍ଞାନ ସମ୍ଭବ ହୁଏ, ଏବଂ, ତା’ପରେ ତାହାର ଏକ ଯଥାର୍ଥ ପ୍ରୟୋଗକ୍ଷେତ୍ରମାନଙ୍କ ବିକାଶ ଆଡ଼େ ବାଟ ଫିଟାଇ ଦେଇଥାଏ । ପରମାଣୁ-ଶକ୍ତିର ବିକାଶକୁ ଆମେ ତାହାର ଏକ ଦୃଷ୍ଟାନ୍ତ ହିସାବରେ ନିଶ୍ଚୟ ଗ୍ରହଣ କରି ପାରିବା । ଏବଂ, ଏହି କଥାଟି ମଧ୍ୟ ଅବଶ୍ୟ ସମ୍ଭବ ହୋଇପାରେ ଯେ କୌଣସି ଜଣେ ବୈଜ୍ଞାନିକ ମଧ୍ୟ ସମାଜ ବିଷୟରେ ସକଳ ଜ୍ଞାନ ଅର୍ଜନ କରିବ ଏବଂ ଆମର ବାହ୍ୟ ପୃଥିବୀଟି ବିଷୟରେ ସବୁକିଛି ଜ୍ଞାନର ଅଧିକାରୀ ମଧ୍ୟ ହେବ ଓ ତାହାରି ବଳରେ ସେମାନଙ୍କୁ ନିଜ ନିୟନ୍ତ୍ରଣ ମଧ୍ୟକୁ ବି ଆଣିବ । ମାତ୍ର, ସମୁଦାୟ ପୃଥିବୀର ପ୍ରତିନିଧିତ୍ଵ କରି ଏକ ସଂପୂର୍ଣ୍ଣ ସମର୍ଥତା ସହିତ ମାନବଜାତି ତାହାର ଯେ ଖୁବ୍ ସାମନା କରିପାରିବ, ସେହିଟି ସମ୍ପର୍କରେ କେହି କ୍ଵଚିତ୍ ପ୍ରଶ୍ନଟିଏ ଉତ୍‌ଥାପନ କରିବାକୁ ସମର୍ଥ ହେବ ।

 

ତେବେ, ଶ୍ରୀ ଲିପ୍‌ମାନ୍ ପ୍ରକୃତରେ ଆମଲାଗି କ’ଣ ପ୍ରମାଣ କରି ପାରିଛନ୍ତି ? ସିଏ ଦେଖାଇବାକୁ ଚାହୁଛନ୍ତି ଯେ କୌଣସି ସମାଜ କେବଳ ବ୍ୟକ୍ତିମାନଙ୍କର ଇଚ୍ଛାଗୁଡ଼ିକ ଦ୍ଵାରା ପରିଚାଳିତ ହୋଇ ଏବଂ ସକଳ ଅରାଜକତା ସହିତ କାର୍ଯ୍ୟଗୁଡ଼ିକୁ କରି କେବଳ ଏପରି ଗୋଟିଏ ମନୁଷ୍ୟସମଷ୍ଟିରେ ପରିଣତ ହୋଇଯିବ, ଯେଉଁଥିରେ କି ଲୋକମାନଙ୍କର ସର୍ବବିଧ କଲ୍ୟାଣସାଧନକୁ ପ୍ରଧାନତଃ ଏକ ଆକସ୍ମିକତାର ହାତରେ ଛାଡ଼ି ଦେବାକୁ ପଡ଼ିବ । ସିଏ ଏକଥା ମଧ୍ୟ ଦେଖାଇବା ସକାଶେ ଚେଷ୍ଟା କରିଛନ୍ତି, ଯଦି ଆମେ ଏହିପରି ଆକସ୍ମିକତାଗୁଡ଼ିକୁ ବିଲୋପ କରି ତାହାସ୍ଥାନରେ ଏକ ନିୟନ୍ତ୍ରଣର ପ୍ରତିଷ୍ଠା ଇଚ୍ଛା କରୁଥାଉ, ତେବେ ମନୁଷ୍ୟଜାତିକୁ ଏକତ୍ର ପୂର୍ଣ୍ଣ ସହଯୋଗର ଆଧାର ଉପରେ ନିଜର ସ୍ଥିତିଗୁଡ଼ିକର ସମାଧାନ କରିବାକୁ ପଡ଼ିବ । ହଁ, ଏକଥା ମଧ୍ୟ ସତ ଯେ ଆବଶ୍ୟକ ପ୍ରକାରେ ସେତେ ଦୀର୍ଘ ପର୍ଯ୍ୟନ୍ତ ଯାଇପାରିବା ଯାଏ ସିଏ ମହଜୁଦ ହୋଇ ରହିନଥିଲେ ଏବଂ ସେତେଦୂର ପହଞ୍ଚି ପାରିନଥିଲେ । ଅବଶ୍ୟ, ସମ୍ଭବତଃ ଅନ୍ୟମାନେ ତାହା କରିପାରିବେ ।

 

ଅତ୍ୟନ୍ତ ବିଚିତ୍ର ବୋଧହୁଏ ଯେ, ଏତେ ଏତେ ବିଜୟ ତଥା ସାଫଲ୍ୟ ସହିତ ଏକ ଯଥାର୍ଥ ସହଜବୁଦ୍ଧିର ଅଧିକାରୀ ହୋଇଥିବାର ସାକ୍ଷ୍ୟ ବହନ କରୁଥିବା ଆମେରିକାର ଲୋକେ ଗୋଟିଏ ମୁହୂର୍ତ୍ତ ଲାଗି ମଧ୍ୟ ମନୁଷ୍ୟଜାତିଟା ପ୍ରକୃତରେ ପୂରା ମୂର୍ଖ ଓ ତାହାର ଆଦୌ କୌଣସି ସଂଶୋଧନ କଦାପି ସମ୍ଭବ ନୁହେଁ ବୋଲି ନିଜଭିତରେ ଏକ ବିଶ୍ଵାସ ପୋଷଣ କରୁଥିବେ । କେବଳ ଆମେରିକାର ଇତିହାସ ନୁହେଁ, ଇତିହାସ ମାତ୍ରେ ସମସ୍ତେ ହିଁ ସେହି ଧାରଣାଟିକୁ ଖଣ୍ଡନ କରୁଛନ୍ତି । ହଁ, ମଧ୍ୟଯୁଗ ଭଳି ମନୁଷ୍ୟମାନେ ବସ୍ତୁତଃ ଅତି କ୍ଵଚିତ୍ ଏପରି ସର୍ବବ୍ୟାପକ ଭାବରେ ଅଜ୍ଞାନର ବଶବର୍ତ୍ତୀ ହୋଇ ରହିଛନ୍ତି । ସେହି ଯୁଗଟିରେ ତ ନାନା ରୋଗଦ୍ଵାରା ପୀଡ଼ିତ ହୋଇ ପଡ଼ିଥିବା ମନୁଷ୍ୟମାନଙ୍କୁ ଫଳିତ ଜ୍ୟୋତିଷ୍କର ପରାମର୍ଶ ଗ୍ରହଣ କରି ଚିକିତ୍ସା କରାଯାଉଥିଲା ଏବଂ ଲୋକମାନଙ୍କର ଜୀବନରେ ଆସି ପହଞ୍ଚୁଥିବା ସୁଖଦୁଃଖଗୁଡ଼ିକ ଏକ ପକ୍ଷରେ ପ୍ରାୟ ସମାନ କିମ୍ଭୂତ ଭାବରେ ଗୋଟିଏ ପକ୍ଷରେ ସନ୍ଥମାନଙ୍କର କ୍ରୋଧ ଓ ଅନ୍ୟ ପକ୍ଷରେ ପ୍ରେତମାନଙ୍କର କୁପ୍ରଭାବମାନ ପଡ଼ୁଥିବାର ପରିଣାମ ବୋଲି କଳ୍ପନା କରା ହେଉଥିଲା । ମନୁଷ୍ୟମାନେ ଇତିମଧ୍ୟରେ ତଥାପି ଆଂଶିକ ଭାବରେ ସେହି ସ୍ଥିତିଟା ଭିତରୁ ବାହାରି ଆସି ପାରିଛନ୍ତି ଏବଂ ଆଧୁନିକ ପୃଥିବୀର ବିଜ୍ଞାନ ତଥା ଔଦ୍ୟୋଗିକ ଯନ୍ତ୍ରକୌଶଳଗୁଡ଼ିକୁ ସମ୍ଭବ କରିଛନ୍ତି । ଏବଂ, ଏହି ସବୁକିଛି ଏପରି ଏକ ସାମାଜିକ ଅଭିଜ୍ଞତା ପ୍ରାପ୍ତ ହୋଇ ପାରିଥିବା ବୃହତ୍ ବିଦ୍ୟାଳୟରେ ସମ୍ଭବ ହୋଇଛି, ଯେଉଁଠାରେ କି, ସେମାନଙ୍କର ଆପଣା ସଂଗ୍ରାମ ତଥା ସମ୍ମୁଖରେ ଆସି ପହଞ୍ଚୁଥିବା ତାତ୍କାଳିକ ସମସ୍ୟାଗୁଡ଼ିକର ସମାଧାନ କରିବାର ସେହି ପ୍ରୟାସପୂର୍ଣ୍ଣ ପ୍ରକ୍ରିୟାରେ ଲୋକମାନେ ନିଜର ପୃଥିବୀଟିକୁ ଜାଣିବାରେ ସମର୍ଥ ହୋଇଛନ୍ତି ଏବଂ ସେଇଟି ଉପରେ ପ୍ରଭୁତ୍ଵ ଲାଭ କରିଛନ୍ତି ।

 

ସର୍ବଶେଷରେ, ଆପଣାର ନିଜ ଭାଗ୍ୟଟି ଉପରେ ନିୟନ୍ତ୍ରଣ ହାସଲ କରିବାରେ ମଧ୍ୟ ମନୁଷ୍ୟର ବୁଦ୍ଧି ଖୁବ୍ ଦୁର୍ବଳ ଓ ତେଣୁ ଅସମର୍ଥ ରହିଛି ବୋଲି ତୁମେ ଅଥବା ମୁଁ ତଥାପି ବିଶ୍ଵାସ କରିବାରେ ଲାଗିଥିଲେ ମଧ୍ୟ ଆମେ ବରଂ ଏପରି ବିଶ୍ଵାସ କରିବା ଅଧିକ ଉଚିତ ହେବ ଯେ, ସମାଜର ଶାସନ କରୁଥିବା ପ୍ରକୃତ କର୍ତ୍ତାମାନେ ଏପରି କେବେହେଲେ ବିଶ୍ଵାସ କରିନାହାନ୍ତି । ସେମାନଙ୍କର ବସ୍ତୁତଃ ସବୁ ସମୟରେ ହିଁ ଏକ ଦୃଢ଼ ପ୍ରତ୍ୟୟ ରହି ଆସିଛି ଯେ, ପୂରା ସମାଜଟିକୁ ଆପଣାର ବୋଲ ଅନୁସାରେ ପରିଚାଳିତ କରିବା ସକାଶେ ଓ ଆପଣାର ମର୍ଜି ମୁତାବକ ତାହାକୁ ମଣ କରି ରଖିବା ସକାଶେ ସେମାନଙ୍କ ଠାରେ ଅବଶ୍ୟ ସାମର୍ଥ୍ୟ ରହିଛି । ସେହି ମିଛପ୍ରତୀତିଟି ସେମାନଙ୍କ ନିମନ୍ତେ ନୁହେଁ, ମାତ୍ର ଆମ ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଛି । ଏବଂ, ସେମାନଙ୍କର କାର୍ଯ୍ୟଗୁଡ଼ିକ ଫଳରେ ଏକ ସମାଜକ୍ଷେତ୍ରୀୟ ବିପର୍ଯ୍ୟୟ ଯେତେବେଳେ ଅବଶ୍ୟମ୍ଭାବୀ ହୋଇ ପଡ଼ୁଛି, ସେମାନେ ସେହିସବୁ ସମୟରେ ହିଁ ଉକ୍ତ ମିଥ୍ୟାଟିକୁ ବେଶ୍ କାମରେ ଲଗାଉଛନ୍ତି; ମନୁଷ୍ୟମାନଙ୍କର ସ୍ଵାର୍ଥପରତାର ସେହି ଅନ୍ୟ ମିଥ୍ୟାଧାରଣାଟି ପରି । କାରଣ, ସେପରି କରି ସେମାନେ ନିଜର କୌଣସି ଅସମର୍ଥତାକୁ ସେହି ନିମନ୍ତେ ଦାୟୀ ନକରି ମନୁଷ୍ୟଭିତରେ ସେହିପରି ନାନା ଭୁଲ କରିବାର ଏକ ପ୍ରବଣତା ରହିଥିବାରୁ ହିଁ ଏସବୁ ବିପର୍ଯ୍ୟୟ ଘଟୁଛି ବୋଲି ବେଶ୍ କହି ପାରୁଛନ୍ତି । ତେଣୁ :

 

ଯାବତୀୟ ଯୁଦ୍ଧ ଲାଗୁଥିବାର ସେହି ସବାମୂଳ ଉତ୍ସ ସଦୃଶ ଚୂଡ଼ାନ୍ତ କାରଣଟି ଯେ ଶାସକ ତଥା କୂଟନୀତିକମାନଙ୍କର ଦୁଷ୍ଟ ସ୍ଵଭାବ ମଧ୍ୟରେ ନୁହେଁ, ଆନ୍ତର୍ଜାତିକ ସ୍ତରରେ ଅର୍ଥ ଯୋଗାଇ ଦେଉଥିବା ବ୍ୟକ୍ତିମାନଙ୍କର ଲୋଭରେ ଏବଂ ଯୁଦ୍ଧାସ୍ତ୍ରଗୁଡ଼ିକୁ ତିଆରି କରୁଥିବା ମହଲଟିରେ ଅଥବା “ପୁଞ୍ଜିବାଦରେ ଅନ୍ତର୍ନିହିତ ହୋଇ ରହିଥିବା ବିରୋଧିତା ମାନଙ୍କରେ” ଆଦୌ ରହିନାହିଁ ବୋଲି ଆମେ ଯେପର୍ଯ୍ୟନ୍ତ ସ୍ଵୀକାର କରିନାହୁଁ, ସେପର୍ଯ୍ୟନ୍ତ ଏହି ଯୁଦ୍ଧଗୁଡ଼ିକୁ ଆମେ କଦାପି ରୋକି ରଖିପାରିବାନାହିଁ । ସର୍ବମୂଳ କାରଣଟି ହେଉଛି ଯେ, ଏସବୁ ବିଷୟରେ ସାଧାରଣ ମନୁଷ୍ୟ ଏବଂ ଭୋଟଦାତା ସଂପୂର୍ଣ୍ଣ ଭ୍ରମପୂର୍ଣ୍ଣ ରାଜନୀତିକ ନିର୍ଣ୍ଣୟଗୁଡ଼ିକ ମଧ୍ୟରେ ବାନ୍ଧି ହୋଇ ରହିଛି । *

 

* Sir Norman Angell : “Peace and the common Man. American Mercury. Vol. 59. P. 251

 

ତେଣୁ, ତୁମେ ନିଶ୍ଚୟ ଦେଖି ପାରିବ ଯେ, ପୃଥିବୀପୃଷ୍ଠରେ ଲାଗିଥିବା ଏହି ଯୁଦ୍ଧମାନଙ୍କୁ ନେଇ ଏହି ଯାବତୀୟ କୂଟନୀତି ସ୍ତରର ଅଭିସନ୍ଧି ଏବଂ ବଜାରର ଏହି ନାନା ପ୍ରତିଦ୍ୱନ୍ଦିତାଗୁଡ଼ିକର ପ୍ରକୃତରେ କିଛିହେଲେ କରିବାକୁ ହିଁ ନାହିଁ । ଆମ ସମସ୍ତଙ୍କର ଏହି ସର୍ବବିଧ ଦୋଷଯୁକ୍ତ ଧାରଣାସକଳ ହେତୁ ହିଁ ଯୁଦ୍ଧମାନେ ଲାଗି ଆସିଛନ୍ତି । ହୁଏତ ଏହି କଥାଟିରେ ଅବଶ୍ୟ କିଛି ସତ୍ୟ ମଧ୍ୟ ରହିଛି । ମାତ୍ର, ଯଦି ଆମର ମତ ଏବଂ ଧାରଣାଗୁଡ଼ିକ ଅଧିକ ବିଚକ୍ଷଣ ହୋଇଥାନ୍ତେ, ତେବେ ସେଇ କୂଟନୀତିକଗଣ ଓ ବଜାରର ଲୋଭୀପକ୍ଷଟା ପକୃତରେ ସେଇଟିକୁ ଅଧିକ ପସନ୍ଦ କରନ୍ତେ କି ?

 

ମନୁଷ୍ୟର ପ୍ରକୃତି ଏବଂ ସାମାଜିକ ପରିବର୍ତ୍ତନ

 

‘ମନୁଷ୍ୟର ପ୍ରକୃତିକୁ ତୁମେ କେବେହେଲେ ବଦଳାଇ ପାରିବନାହିଁ’ ନାମକ ଏହି ଅନୁମାନଟି ଶାସକବର୍ଗଙ୍କର ଦୁଷ୍କର୍ମମାନଙ୍କୁ ଘୋଡ଼ାଇ ରଖୁଥିବା ସହିତ ଆଉଗୋଟିଏ ଅଧିକ ବୃହତ୍ ଅଭିପ୍ରାୟକୁ ମଧ୍ୟ ଚରିତାର୍ଥ କରିଥାଏ ଯେ, ତାହା ଆମ ସମାଜର ଏହି ଚଳନ୍ତି ବ୍ୟବସ୍ଥାଗୁଡ଼ିକର ପକ୍ଷଟିକୁ ସବୁବେଳେ ସମର୍ଥନ କରୁଥାଏ । ଆମେ ଏହି ପୃଥିବୀର ଅଧିକତମ ଭାଗରେ ସେହି ବ୍ୟବସ୍ଥାମାନେ ପୁଞ୍ଜିବାଦର ଅନୁସରଣ କରୁଥିବାରୁ ଏହି ସିଦ୍ଧାନ୍ତଟା ଆମକୁ ଦର୍ଶାଇ ଦେବାକୁ ଇଚ୍ଛା କରୁଥାଏ ଯେ, ମନୁଷ୍ୟର ପ୍ରକୃତିଟି ବର୍ତ୍ତମାନ ଯେଉଁପରି ହୋଇ ରହିଛି, ଠିକ୍ ସେହିପରି ହୋଇ ରହିଥିବା ପର୍ଯ୍ୟନ୍ତ, ଏକାନ୍ତ ଅନିବାର୍ଯ୍ୟ ଭାବରେ ଆମ ସମାଜଟା ମଧ୍ୟ ସେହି ପୁଞ୍ଜିବାଦୀ ନିର୍ଦ୍ଦେଶରେ ହିଁ ଚାଲୁଥିବ । ‘ପୁଞ୍ଜିବାଦ’ ଶବ୍ଦଟି ଦ୍ଵାରା ଯଦି ଆମେ ଏପରି ଗୋଟିଏ ସାମାଜିକ ନକ୍ସାକୁ ବୁଝୁଥିବା, ଯେଉଁଠାରେ କି ଭୂମି ଏବଂ ଉତ୍ପାଦନର ସାଧନଗୁଡ଼ିକ ଉପରେ ଜଣେ ଜଣେ ବ୍ୟକ୍ତିଙ୍କର ଅଧିକାର ଓ ନିୟନ୍ତ୍ରଣ କାଏମ୍ ରହିଥିବ ଏବଂ ସେହି ବ୍ୟକ୍ତିମାନେ ମୂଳତଃ ଅଧିକ ଲାଭ କମାଇବାର ମତଲବଟିର ପ୍ରେରଣା ଦ୍ଵାରା ସଚଳ ହୋଇ ରହିଥିବେ, ତେବେ ଏହାର ଠିକ୍ ବିପରୀତ ବ୍ୟବସ୍ଥାଟି ଚଳୁଥିବା ସମାଜ ନ୍ୟାୟତଃ ଏପରି ହେବ, ଯେଉଁଥିରେ ଭୂମି ଓ ଉତ୍ପାଦନ-ସାଧନମାନେ ସମାଜ ହାତରେ ରହିବେ ଏବଂ ସେହି ସମାଜଦ୍ଵାରା ନିୟନ୍ତ୍ରିତ ହେଉଥିବେ-। ଏବଂ, ସେହି କ୍ଷେତ୍ରରେ ଲାଭ ନୁହେଁ, ଦ୍ରବ୍ୟମାନଙ୍କର ସହଜ ଉତ୍ପାଦନ ହିଁ ସକଳ ସଚଳତାର ମୂଳ ପ୍ରେରଣା ହୋଇ ରହିଥିବ । ଏବଂ, ସେହି ଅନୁସାରେ ହିଁ, ତୁମେ ମନୁଷ୍ୟର ମୂଳ ଚରିତ୍ରକୁ ମୋଟେ ବଦଳାଇ ପାରିବନାହିଁ ବୋଲି ଘୋଷଣା କରୁଥିବା ସେହି ସିଦ୍ଧାନ୍ତଟିର ମଧ୍ୟ, ଆପଣା କାର୍ଯ୍ୟକ୍ରମର ଏକ ଅବଶ୍ୟ ଅଂଶରୂପେ, ଏହି କଥାଟିକୁ କାର୍ଯ୍ୟତଃ ଦେଖାଇଦେବାର ଗୋଟିଏ ଦାୟିତ୍ଵ ରହିଥିବ ଯେ, ମନୁଷ୍ୟର ସ୍ଵଭାବ ଯେଉଁଭଳି ସେହିଭଳି ହୋଇ ରହିଥିବା ପର୍ଯ୍ୟନ୍ତ ସାମ୍ୟବାଦ କଦାପି ସମ୍ଭବ ହେବନାହିଁ । ଏଠାରେ ତାହାରି ଆମେ ତିନୋଟି ଦୃଷ୍ଟାନ୍ତ ଦେବା :

 

ଆମେ ବିଶ୍ଵାସ କରିଥିଲୁ ଯେ ବ୍ୟକ୍ତିଟିଏ ହିଁ ଉଦ୍ୟମଟିଏ ଆରମ୍ଭ କରିବ ଏବଂ ସବୁ କିଛି ବେସରକାରୀ ବ୍ୟକ୍ତିଗତ ବ୍ୟବସ୍ଥାରେ ହିଁ ଚାଲିବ,–ତେବେଯାଇ ଆଦୌ କୌଣସି ଅବିଚ୍ଛିନ୍ନ ପ୍ରଗତି ମଧ୍ୟ ହେବ । ଏବଂ, କେତେଗୋଟି ଅଳ୍ପସଂଖ୍ୟକ ଆଇନ-ଭଙ୍ଗକାରୀ ମନୁଷ୍ୟ ତଥା ଆଇନ୍-ଭଙ୍ଗକାରୀ କାରବାର ବିରୋଧରେ ଆମକୁ ସମ୍ଭବତଃ କେତେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଲେ ମଧ୍ୟ ଆମେ କଦାପି ଯାବତୀୟ ଗତିଶୀଳତାର ସେହି ମୂଳ ମୀମାଂସକ ନୀତିଟିକୁ ନଷ୍ଟ କରି ଦେବାନାହିଁ ଯେ ବ୍ୟକ୍ତିମାନେ ଗ୍ରହଣ କରୁଥିବା ସକଳ ପଦକ୍ଷେପ ତଥା ବେସରକାରୀ କାରବାରଟି ହିଁ ଆମ ଜୀବନ ତଥା କାରବାରଗୁଡ଼ିକୁ ସମ୍ପନ୍ନତା ଆଣି ଯୋଗାଇଦେବ । *

 

* Glenn Frank : “The outlook for American Institutions,” Vital Speeches, Vol. 4. P. 52

 

କେବଳ ଦୁଇଟି ଲକ୍ଷ୍ୟଦ୍ଵାରା ପ୍ରେରିତ ହୋଇ ଆମେ ମନୁଷ୍ୟମାନେ ଯାବତୀୟ କର୍ମ କରିଥାଉ । ଗୋଟିଏ ହେଉଛି ଯେ, କର୍ମଟିକୁ ନକଲେ ଆମେ ଶାସ୍ତି ପାଇବା ଏବଂ ଅନ୍ୟଟି ହେଉଛି ଯେ, କାର୍ଯ୍ୟଟିକୁ କଲେ ଆମକୁ ତାହାର ଏକ ପ୍ରତିଦାନ ନିଶ୍ଚୟ ପ୍ରାପ୍ତ ହେବ । ଶାସ୍ତି ପାଇବାର ଭୟଟା ବସ୍ତୁତଃ ଏକ କ୍ରୀତଦାସକୁ ହିଁ କୌଣସି କର୍ମରେ ପ୍ରବୃତ୍ତ କରି ରଖିଥାଏ । ଶ୍ରମଟିଏ ଖଟିବାକୁ ହିଁ ହେବ, ନହେଲେ ଉର୍ଦ୍ଧ୍ଵସ୍ଥ ଜଣେ କର୍ମକର୍ତ୍ତା ଅଥବା ମାଲିକଠାରୁ ବେତ୍ରପ୍ରହାର ନିଶ୍ଚୟ ମିଳିବ । ହଁ, ଲାଭ ବା ପ୍ରତିଦାନ ପାଇବାର ସେହି ଆଶାଟି ହିଁ ଜଣେ ସ୍ଵାଧୀନ ବ୍ୟକ୍ତିର ସକଳ ଉଦ୍ୟମକୁ ପ୍ରେରଣା ଆଣି ଯୋଗାଇଥାଏ । ଏବଂ, ପ୍ରେରଣା ଲାଭ କରିବାର ସେହି ରୀତିଟାକୁ ଯଦି ନଷ୍ଟ କରି ଦିଆଯାଏ, ପୁଞ୍ଜିବାଦ ନାମରେ ବିଦିତ ସେହି ଲାଭପ୍ରାପ୍ତିର ବ୍ୟବସ୍ଥାଟି ଯଦି ପ୍ରକୃତରେ ନରହେ, ତେବେ ଆମେରିକାର ଜନସମୂହଠାରେ ସ୍ପଷ୍ଟତଃ କୌଣସି କର୍ମ କରିବାର ଅଭିଲାଷ ମଧ୍ୟ ଆଉ କ’ଣ ପାଇଁ ରହିବ ?

 

ପ୍ରତିଦାନ ପାଇବାର ଗୌରବଦ୍ଵାରା ଉଦ୍‌ବୁଦ୍ଧ କରାଇ ରଖିଥିବା ସେହି ପ୍ରେରଣାରୁ ହିଁ କର୍ମରତ ହୋଇ ରହିଥିବା ମୁକ୍ତ ମନୁଷ୍ୟମାନଙ୍କ ପରିବର୍ତ୍ତେ, ସେତେବେଳେ ଆମେ ସମସ୍ତେ ଆମ ରାଷ୍ଟ୍ରର ଜଣେ ଜଣେ କ୍ରୀତଦାସରେ ପରିଣତ ହୋଇଯିବା,–ଶାସ୍ତି ପାଇବାର ଭୟଦ୍ଵାରା ତାଡ଼ିତ ହୋଇ ଆମ କାର୍ଯ୍ୟଗୁଡ଼ିକୁ କରୁଥିବା । *

 

ବିଗତ ଅଳ୍ପ କେତେ ବର୍ଷର ଅବଧିଟି ମଧ୍ୟରେ ସାମ୍ୟବାଦୀ ପ୍ରଣାଳୀର ପ୍ରଧାନ ଦୋଷଟି ବିଷୟରେ ସ୍ପଷ୍ଟ ପ୍ରମାଣଟିଏ ମିଳିଯାଇ ପାରିଛି । ସେହି ପ୍ରଣାଳୀଟି ମନୁଷ୍ୟର ପ୍ରକୃତି ପ୍ରଭୃତିର କୌଣସି ବିଚାର କରେନାହିଁ,–ତେଣୁ ତାହା ପ୍ରକୃତରେ ବାସ୍ତବଟି ଠାରୁ ବହୁତ ବାହାରେ ରହିଥାଏ ଏବଂ ଯାହା ଫଳରେ ସ୍ଵୀକାର ମଧ୍ୟ କରେନାହିଁ ଯେ, ମାନବମାନଙ୍କର ଯାବତୀୟ ଉଦ୍ୟମର ପ୍ରଧାନତମ ପ୍ରେରଣାଟି ଜଣେ ବ୍ୟକ୍ତିର ନିଜ ସ୍ଵାର୍ଥର କ୍ଷେତ୍ରଟିରେ ଥାଏ ଏବଂ ତେଣୁ ସକଳବିଧ ଅର୍ଥନୈତିକ କ୍ଷେତ୍ରରୁ ଏହି ସ୍ଵାର୍ଥଟିକୁ ବାଦ୍ ଦେଲେ ପରିଣାମତଃ ଏକ ସଂପୂର୍ଣ୍ଣ ଅଚଳ ଅବସ୍ଥା ଆସି ପହଞ୍ଚିଯାଏ ।" **

 

* Hon. John Rankin, Congressional Record, June 17, 1943, p. 5978 ରୁ ଉଦ୍ଧୃତ । Shades of Jeremy Benrham and the “two sovereign masters” ! The philosophy of a man who advocated universal suffrage has descended to a man who defends the poll tax.

 

** Alferdo Rocco : “The Political Doctrines of fascism,” a speech delivered at Perugia in 1925. It is reprinted entire in D.O. Wagner’s Social Reformers, Macmillan, New York, 1939.

 

 

ଖୁବ୍ ଭଲ କଥା । ତେବେ, ବର୍ତ୍ତମାନ ମନେ କରାଯାଉ ଯେ, ଆମେ ପ୍ରକୃତରେ ଏହି ପ୍ରଶ୍ନଗୁଡ଼ିକୁ ପଚାରିବା : ଇଟାଲୀ ଦେଶର ଫାସିଷ୍ଟ ରାଷ୍ଟ୍ରଟା ନା ସୋଭିଏଟ୍ ସାମ୍ୟତନ୍ତ୍ରଗୁଡ଼ିକୁ ନେଇ ଗଠିତ ସେହି ଇଉନିଅନ୍‌ଟି,–ତେବେ ଏମାନଙ୍କ ଭିତରୁ କେଉଁଟି “ବାସ୍ତବତାର ବାହାରେ” ଯାଇ ରହିଛି ? ଦୁଇଟି ମଧ୍ୟରୁ କେଉଁଠାରେ ହିଁ ସବୁକିଛି ସଂପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଛି । ଏହି ବିଷୟରେ କରାଯାଇଥିବା ଘୋଷଣାଗୁଡ଼ିକ ତ କେତେ ଭୁଲ୍ ବୋଲି ପ୍ରମାଣିତ ହୋଇଛି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ସୋଭିଏଟ୍ ଇଉନିଅନ୍ ଯେ ଏପର୍ଯ୍ୟନ୍ତ ମଧ୍ୟ ଭାଙ୍ଗି ନଯାଇ ତିଷ୍ଠି ରହିଛି, ଆଗର ସବୁ ଅନୁମାନଗୁଡ଼ିକୁ ତାହା ବହୁତ ଜଟିଳ ଧନ୍ଦାରେ ନେଇ ପକାଇ ମଧ୍ୟ ଦେଉଛି । କାରଣ, ଆମ ଏହିକାଳର ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞମାନଙ୍କର ଯୁକ୍ତି ଅନୁସାରେ ସେହି ରାଷ୍ଟ୍ରଟି ତ ବହୁତ ଦିନରୁ ଅସ୍ତିତ୍ଵ ହରାଇ ସାରିଥାନ୍ତା, କାରଣ ମନୁଷ୍ୟର ସ୍ଵଭାବ ସହିତ ତାହାର ମୋଟେ କୌଣସି ମେଳ ରହିନଥାନ୍ତା । ହଁ, ତେଣୁ ବର୍ତ୍ତମାନ ସେହି ଅନୁମାନଟିକୁ ସମ୍ଭବତଃ କେତୋଟି ଘଟଣା ଦେଇ ସମ୍ବଳିତ କରାଯାଇ ପାରିବ, କେବଳ ଆମେ ଯଦି ମନେ କରିବା ଯେ, ଯେତେ ଯାହା କୁହାଗଲେ ମଧ୍ୟ ସୋଭିଏଟ୍ ଇଉନିଅନ୍ ଏବେ ମଧ୍ୟ ଗୋଟିଏ ପୁଞ୍ଜିବାଦୀ ରାଷ୍ଟ୍ର ହୋଇ ରହିଛି । ଏବଂ, ଅତି ସହଜରେ ସେହି ଅନୁମାନଟିର ପରୀକ୍ଷା ନିଆଯାଇ ପାରନ୍ତା : ଆପଣ ଏକ ଲକ୍ଷ ଡଲାର୍ ସାଙ୍ଗରେ ନେଇ ସେଠାକୁ ଯାଆନ୍ତୁ ଏବଂ ସେଠାରେ ଗୋଟିଏ କାରଖାନା ତିଆରି କରି ସେଥିରେ ଆବଶ୍ୟକ ଯନ୍ତ୍ରପାତି ଆଣି ବସାଇ ପାରିବେ ଓ କାରଖାନାଟିକୁ ଶ୍ରମିକମାନଙ୍କୁ ନିଯୁକ୍ତ କରି ଚଲାଇବାର ଅନୁମତି ଲାଭ କରି ପାରିବେ କି ନାହିଁ, ସେକଥାଟିକୁ ପରୀକ୍ଷା କରନ୍ତୁ । ଆପଣଙ୍କୁ କଦାପି ସେଥିଲାଗି ଅନୁମତି ମିଳିବନାହିଁ ଏବଂ, ଗୋଟିଏ ସାମ୍ୟବାଦୀ ରାଷ୍ଟ୍ର ଓ ଗୋଟିଏ ପୁଞ୍ଜିବାଦୀ ରାଷ୍ଟ୍ର ମଧ୍ୟରେ ଠିକ୍ ସେଇଟି ହିଁ ଅସଲ ଭେଦ ବୋଲି ଜଣା ପଡ଼ିବ ।

 

ଦୁଇଟିଯାକ ବ୍ୟବସ୍ଥା ମଧ୍ୟରେ କ’ଣ ସବୁ ଉତ୍ତମ ଉପାଦାନ ରହିଛି, ତାହାର କୌଣସି ଆଲୋଚନା ନକରି,–ସେହି କ୍ଷେତ୍ରଟିରେ ହୁଏତ କିଛି ଯୁକ୍ତିଯୁକ୍ତ ଫରକ ମଧ୍ୟ ଥାଇପାରେ, ସୋଭିଏଟ୍ ଇଉନିଅନ୍‌ର ବିରୋଧୀମାନେ ସେହି ପ୍ରକାଣ୍ଡ ବିରୋଧଟିର ବର୍ଷ ବର୍ଷ କାଳ କେତେ କଷ୍ଟ ସ୍ଵୀକାର କରି ଯୁଗପତ୍ ଭାବରେ ସାମ୍ୟବାଦକୁ ଗୋଟିଏ ବିପଜ୍ଜନକ ଶାସନବ୍ୟବସ୍ଥା ବୋଲି ବିଶ୍ଵାସ କରିଛନ୍ତି ଏବଂ ତାହା ଅତିରେ ନିଶ୍ଚୟ ଭୁଷୁଡ଼ି ପଡ଼ିବ ବୋଲି ମନ୍ତବ୍ୟମାନ ଦେଇଛନ୍ତି । ସେମାନେ ସେଇଟିରେ ନିହିତ ହୋଇ ରହିଥିବା ବିପଦଗୁଡ଼ିକରୁ ନିଜକୁ ରକ୍ଷା କରିବା ବିଷୟରେ କହିଛନ୍ତି, ତାହାକୁ ବୟକଟ୍ କରାଯିବା ବିଷୟରେ ଘୋଷଣା କରିଛନ୍ତି ଏବଂ ଅନୁକୂଳ ଚୁକ୍ତିଗୁଡ଼ିକରେ ଆବଦ୍ଧ ହୋଇ ରହିବାର ପରାମର୍ଶ ଦେଇଛନ୍ତି । ଏମାନଙ୍କର ନିଜ ସିଦ୍ଧାନ୍ତ ଅନୁସାରେ ଯାହାର ଆଦୌ କୌଣସି ଶକ୍ତି ନାହିଁ ବୋଲି ଦର୍ଶାଯାଇଛି, ସେଇଟିର ବିରୋଧରେ ଆବଶ୍ୟକ ସଶସ୍ତ୍ର କୌଣସି ହସ୍ତକ୍ଷେପ ହେବା ଉଚିତ ବୋଲି ବି କହିଛନ୍ତି । ହଁ, ସେଥିରେ ଅନ୍ତର୍ଗତ ହୋଇ ରହିଥିବା ଯୁକ୍ତିଗୁଡ଼ିକର ପଟ ଉପରେ ବିଚାର କଲେ ସିଦ୍ଧାନ୍ତଟା ତ ବେଶ୍ ସଙ୍ଗତିଯୁକ୍ତ ପରି ଲାଗୁଥିଲା; କାରଣ, ଯଦି ସାମ୍ୟବାଦଟା ସଂପୂର୍ଣ୍ଣ ସତ୍ୟ ଭାବରେ ମନୁଷ୍ୟ ପ୍ରକୃତିର ବିପରୀତ ଗୋଟିଏ ମାର୍ଗ, ତେବେ ତାହା କଦାପି କୌଣସି ଔଦ୍ୟୋଗିକ କ୍ରିୟାଶୀଳତାକୁ ସମ୍ଭବ କରି ପାରିବନାହିଁ, କୌଣସି ସେନାବାହିନୀ ଗଠନ କରି ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ପାରିବନାହିଁ ଏବଂ ଲୋକମାନେ ମଧ୍ୟ ତାହାକୁ ଆଦୌ ସମର୍ଥନ କରିବେନାହିଁ । କିନ୍ତୁ, ସେହି ସିଦ୍ଧାନ୍ତଟିର ବାସ୍ତବ ସହିତ ଆଦୌ କୌଣସି ସାଦୃଶ୍ୟ ନଥିଲା ।

 

ଉକ୍ତ ସିଦ୍ଧାନ୍ତରେ ଏହି ଭୁଲ୍‌ଟା ରହିଥିଲା ଯେ, ତାହା ମନୁଷ୍ୟର ପ୍ରକୃତି ସମ୍ବନ୍ଧରେ ଗୋଟିଏ ଭୁଲ ଅନୁମାନ କରୁଥିଲା । କେବଳ ଗୋଟିଏ ଛାଞ୍ଚ ବା ପ୍ରକାରର ସାମାଜିକ ଗଢ଼ଣର ଆଚରଣସ୍ଥ ପ୍ରକାଶଗୁଡ଼ିକୁ ଭିତ୍ତି କରି ତାହା ଅତ୍ୟନ୍ତ ଏକପାଖିଆ ଭାବରେ ତାହା କରୁଥିଲା । ଇଚ୍ଛା କରିଥିଲେ ଖୁବ୍ ସହଜରେ ଭୁଲଟାକୁ ଏଡ଼ି ଦିଆଯାଇ ହୋଇଥାନ୍ତା; ସାମ୍ୟବାଦର ଅନ୍ୟ କିସମଟି ବିଷୟରେ ରହିଥିବା ବିଦ୍ଵେଷଟିର ବାହାରେ ରହି ତାହା ଅବଶ୍ୟ କରାଯାଇ ପାରିଥାନ୍ତା; ଏହି ଗୋଟିଏ ବାସ୍ତବକୁ ସ୍ଵୀକାର କରି କରାଯାଇ ପାରିଥାନ୍ତା ଯେ, ସାମନ୍ତବାଦ ସମୟରେ ମନୁଷ୍ୟର ପ୍ରକୃତି ସେଇଟି ଅନୁସାରେ ସଙ୍ଗତିଯୁକ୍ତ ହୋଇ ଏକଦା ରହି ପାରୁଥିଲା ଏବଂ ତଥାପି ଆହୁରି ପୂର୍ବରୁ ନାନାବିଧ ପିତୃକର୍ତ୍ତୃତ୍ଵଯୁକ୍ତ ଅବସ୍ଥା ସହିତ ରହି ପାରିଥିଲା । ଏତେ ଏତେ ଦୂର ଅତୀତକାଳକୁ ଯାଇ ଇତିହାସରୁ ନଜିର ଦେବାର ମଧ୍ୟ ଆଦୌ ପ୍ରୟୋଜନ ନାହିଁ, ଆମର ଏହି ସମକାଳୀନ ପୃଥିବୀଟିରେ ରହିଥିବା ସମାଜଗୁଡ଼ିକ ବିଷୟରେ ନୃତତ୍ତ୍ଵଜ୍ଞାନ କରିଥିବା ସର୍ବେକ୍ଷଣରୁ ମଧ୍ୟ ଆମକୁ ଯଥେଷ୍ଟ ଦୃଷ୍ଟାନ୍ତ ଆଣି ଦର୍ଶାଇ ଦିଅନ୍ତା ଯେ, ମନୁଷ୍ୟମାନଙ୍କର ସେହି ପ୍ରକୃତିଟି ବହୁସଂଖ୍ୟକ ସାମାଜିକ ଗଠନ ସହିତ ସଙ୍ଗତି ରକ୍ଷା କରିବାକୁ ଅବଶ୍ୟ ସମର୍ଥ ହେବ । ହୁଏତ ଏଇଟି ମଧ୍ୟ ଗୋଟିଏ ସତ୍ୟ ଯେ, ମନୁଷ୍ୟର ପ୍ରକୃତି ସର୍ବତ୍ର ପ୍ରୋତ୍ସାହନଟିଏ ଆବଶ୍ୟକ କରୁଥାଏ; ମାତ୍ର କେବଳ ଲାଭ ହେବ ବୋଲି ସେହି ଗୋଟିଏ ମାତ୍ର ଆକାଙ୍‌କ୍ଷା ପୋଷଣ କରି ତାହା ଯେ ଆଦୌ କୌଣସି କର୍ମରେ ପ୍ରବୃତ୍ତ ହୁଏ, ତାହା ଆଦୌ ସତ୍ୟ ନୁହେଁ; ଏବଂ ଏକ ପ୍ରକୃତ ସଙ୍ଗତି ସହିତ ବ୍ୟାଖ୍ୟାଟିଏ କରିବାର ଇଚ୍ଛା କରୁଥିଲେ ସେଇଟି ମନୁଷ୍ୟମାନଙ୍କର ଏହି ଜଗତର ଆଦୌ ଏକ ବୃହତ୍ ଭାଗରେ ପ୍ରକୃତରେ ଦେଖିବାକୁ ମୋଟେ ମିଳିବନାହିଁ ।

 

ତେଣୁ, ଯଦି ମନୁଷ୍ୟ ଭିନ୍ନ ଭିନ୍ନ ସମାଜବ୍ୟବସ୍ଥା ମଧ୍ୟରେ ଆପଣାର ଜୀବନ ବଞ୍ଚିଛି ଓ ସବୁଠାରେ ମଧ୍ୟ ସଂପୂର୍ଣ୍ଣ ଭାବରେ ଚିହ୍ନିହୋଇ ପାରୁଥିବା ପରି ସେହି ଗୋଟିଏ ଜୀବ ମନୁଷ୍ୟ ହିଁ ତାହା କରିଛି, ତେବେ ସେଥିରୁ ଏପରି ଗୋଟିଏ ନିଷ୍କର୍ଷ କରିହେବ ଯେ, ମନୁଷ୍ୟର ପ୍ରକୃତିକୁ ଆଧାର କରି ସିଏ ବାସ କରୁଥିବା ସମାଜଟାରେ କେଉଁଭଳି ବ୍ୟବସ୍ଥା ଅବଶ୍ୟ ରହିବ ହିଁ ରହିବ, ଆମେ ସେହି ସତ୍ୟଟିକୁ କଦାପି ବାହାର କରି ପାରିବାନାହିଁ । କିନ୍ତୁ, ଅନ୍ୟ ପକ୍ଷରେ ମନୁଷ୍ୟର ପ୍ରକୃତିରୁ ଏପରି ସତ୍ୟଟିଏ ମଧ୍ୟ ଆବିଷ୍କାର କରିହେବ ଯେ, ସମାଜରେ ସବୁବେଳେ ହିଁ କୌଣସି ନା କୌଣସି ପରିବର୍ତ୍ତନ ଅବଶ୍ୟ ହେଉଥିବ । କାରଣ, ଏକ ସାମାଜିକ ପରିବର୍ତ୍ତନ ତ ଏଇଥିପାଇଁ ହେଉଥାଏ ଯେ, ପୃଥିବୀଯାକ ମନୁଷ୍ୟମାନେ ଯିଏ ଯେଉଁଠି ବାସ କରୁଥାନ୍ତୁ ପଛକେ, ସେମାନଙ୍କର ସର୍ବଦା ଏକା ମୌଳିକ ଆବଶ୍ୟକତାମାନ ଥାଏ ଏବଂ ସେଗୁଡ଼ିକର ପରିପୂରଣ ହୋଇ ପାରୁନାହିଁ, କାରଣ ସେମାନେ ଏକ ଖାସ୍ ସାମାଜିକ ବ୍ୟବସ୍ଥା ମଧ୍ୟରେ ବାସ କରୁଛନ୍ତି ବୋଲି ସେମାନେ ଯେତେବେଳେ ଦେଖନ୍ତି, ସେମାନେ ସେଇଟିକୁ ବଦଳାନ୍ତି ଓ ଆଉ ଗୋଟିଏ ବ୍ୟବସ୍ଥାର ପ୍ରତିଷ୍ଠା କରିଥାନ୍ତି । ଏବଂ, ଏହିସବୁ ପରିବର୍ତ୍ତନର ଧାରାଟି ଭିତରେ ମନୁଷ୍ୟମାନେ ଆପେ ମଧ୍ୟ ବଦଳନ୍ତି । ସେହି ଆଦିପ୍ରାଚୀନ କାଳର ଯୁଦ୍ଧରତ ମନୁଷ୍ୟ ତ କେଉଁ କାଳରୁ ହିଁ ଗଲାଣି ଏବଂ ଏକ ଆଧୁନିକ ସମାଜରେ ଏକ ଅନୁକରଣ ଅଥବା ବିଦ୍ରୂପଯୁକ୍ତ ପୁଲକ ଦ୍ଵାରା ପ୍ରେରିତ ହୋଇ ଆମେ କଦାପି ତାକୁ ପୁନର୍ବାର ସମ୍ଭବ କରି ଆଣି ପାରିବାନାହିଁ । ସେକାଳର ସମାଜରେ ପ୍ରଚଳିତ ପିତୃସତ୍ତାର ଶାସନରେ ସର୍ବୋଚ୍ଚ ସ୍ଥାନରେ ଅଧିଷ୍ଠିତ ପୁରୁଷଟି, ଗ୍ରୀକ୍ ସମାଜର ସମ୍ଭ୍ରାନ୍ତ ଜଣେ, ରୋମ୍-ସମୟର ସାମନ୍ତ-ସେମାନେ ସମସ୍ତେ ବିଦାୟ ନେଇ ଚାଲିଗଲେଣି । ମଧ୍ୟଯୁଗର ଶୌର୍ଯ୍ୟଶାଳୀ ନାଇଟ୍ (Knight) ମଧ୍ୟ ତା’ର ଯୁଦ୍ଧରେ ବ୍ୟବହୃତ କୃପାଣଟି ସହିତ ସମାଧିମଧ୍ୟରେ ଯାଇ ରହିଛି । ପ୍ରତ୍ୟେକଙ୍କ ସହିତ କେବଳ ଅସ୍ଥି ତଥା ସମ୍ବଳନଯୁକ୍ତ ବାହୁମାନେ ନୁହନ୍ତି, ଯାବତୀୟ କ୍ରିୟାଶୀଳତାର ଶୀଳ ତଥା ଶୈଳୀମାନେ ମଧ୍ୟ ବିଲୁପ୍ତ ହୋଇ ଯାଇଛନ୍ତି । କୌଣସି ଏକ କ୍ଷୁଦ୍ର ନଗର-ରାଷ୍ଟ୍ରରେ ଜଣେ ଆଧୁନିକ ମନୁଷ୍ୟକୁ ଆଉ ମୋଟେ ଜଣେ ମୁକ୍ତ ନାଗରିକ ବା କ୍ରୀତଦାସ ହୋଇ ରହିବାର ଆବଶ୍ୟକତା ନାହିଁ, ଜଣେ ଚୁକ୍ତିବଦ୍ଧ ଆଜୀବନ ଭୃତ୍ୟ ଅଥବା ସାମନ୍ତ ସର୍ବକ୍ଷମ ହୋଇ ରହିବାର ପ୍ରୟୋଜନ ମଧ୍ୟ ନାହିଁ । ସିଏ ତ ବର୍ତ୍ତମାନ କୌଣସି ଜାତିର ନାଗରିକ ହୋଇ ଆପଣାର ଜୀବନ ବଞ୍ଚୁଛି ଓ ସମ୍ଭବତଃ ଏକ ଅଦୂର ପରବର୍ତ୍ତୀ କାଳରେ ଜଣେ ବିଶ୍ଵ-ନାଗରିକ ମଧ୍ୟ ହେବାକୁ ପ୍ରସ୍ତୁତ ହେଉଛି ।

 

ଏହିପରି ଭାବରେ, ପରିବର୍ତ୍ତନକୁ ହିଁ ଆମେ ସମାଜସ୍ଥ ଜଣେ ମନୁଷ୍ୟର ସର୍ବମୂଳ ସଂଜ୍ଞା ବୋଲି ଜାଣିବା । ଇତିହାସର ଚକ୍ଷୁ ଦେଇ ଦେଖିଲେ, ମନୁଷ୍ୟନାମକ ଏହି ସମୂହଟି ତ ଏକ ବିସ୍ତୃତିସମ୍ପନ୍ନ ଏବଂ ସଦା-ଅଭିନବ ମହାଖଣ୍ଡ ପରି ଦୃଷ୍ଟିଗୋଚର ହିଁ ହେବ, ଯିଏକି, ଜଣେ ଜଣେ ବ୍ୟକ୍ତିର କ୍ଷେତ୍ରରେ ଯେପରି କଳ୍ପନା କରାଯାଇଥାଏ, ଆଦୌ ମାତ୍ର ସତୁରି ବର୍ଷ ସକାଶେ ଏହି ପୃଥିବୀକୁ ଆସିନାହିଁ : ସିଏ ସମ୍ଭବତଃ ୫୦୦,୦୦୦ ବର୍ଷ ହେଲା ହିଁ ଏଠାରେ ରହିଛି । ତାହାର ସେହି ସମୂହଟିର ଇତିହାସରେ କେତେ ବହୁଭିନ୍ନ ନାନା ସଂସ୍କୃତି, ସଭ୍ୟତା, ଅର୍ଥବ୍ୟବସ୍ଥା, ଧର୍ମ, ଜ୍ଞାନକୌଶଳ ଏବଂ ଜୀବନଦର୍ଶନ ଅନ୍ତର୍ଗତ ହୋଇ ରହିଛି । ଏହି ସବୁଗୁଡ଼ିକ ମଧ୍ୟରେ ନାନାଭଳି ପାରସ୍ପରିକ ପ୍ରଭାବ-ସଂକ୍ରମଣ ଅବ୍ୟାହତ ରହିଛି ଏବଂ ସେଇଟି ଫଳରେ ସର୍ବଦା ହିଁ ସେଗୁଡ଼ିକ ମଧ୍ୟରେ ବହୁ ରୂପବଦଳା ମଧ୍ୟ ଲାଗିରହିଛି । ରୋମାନ୍‌ମାନେ ଗ୍ରୀସ୍‌ର ସେହି କାଳର ପୃଥିବୀଟି ଉପରେ ବିଜୟ ଘୋଷଣା କରିଥିଲେ ଏବଂ ତଦ୍ଦ୍ଵାରା, ପରିମାଣତଃ, ସେମାନଙ୍କର ନିଜ ସଂସ୍କୃତିରେ ହିଁ ଗ୍ରୀକ୍ ଉପାଦାନମାନ ଆସି ପ୍ରବିଷ୍ଟ ହୋଇଥିଲା । ଏକାଳର ଆଫ୍ରିକା ମହାଦେଶର ଔପନିବେଶିକ ବ୍ୟବସ୍ଥାଟିର ପ୍ରତିଷ୍ଠା ହେବା ପରେ ସେଠାରେ ସମୂହଗୁଡ଼ିକର ଜୀବନରେ ଉପରୁ ଆସି କେତେ ନା କେତେ ପରିବର୍ତ୍ତନ ସତେଅବା ଲଦିହୋଇ ଯାଇଥିଲା ଏବଂ, ସ୍ଥାନୀୟ ଅଧିବାସୀଙ୍କର ତଦ୍ଦ୍ଵାରା ଅନେକ ସମୟରେ ଯେ ବସ୍ତୁତଃ ଉପକାର ହିଁ ହେଉଥିଲା, ଆଦୌ ତାହା ନୁହେଁ । ସତେଅବା ପ୍ରତିଶୋଧ ନେଲା ପରି ଆଫ୍ରିକୀୟ କଳା ତଥା ସ୍ଥପତିର ଇଉରୋପୀୟ ସେହି କ୍ଷେତ୍ରଗୁଡ଼ିକରେ ଶକ୍ତିଶାଳୀ ବହୁତ ପ୍ରଭାବ ଯାଇ ପଡ଼ିଥିଲା । ଗୋଟିଏ ସ୍ଥାନରେ ଆଚରିତ ସାମନ୍ତବାଦ ମଧ୍ୟ କିପରି ଆଉଗୋଟିଏ ସ୍ଥାନର ପୁଞ୍ଜିବାଦକୁ ଅର୍ଥନୀତିର କ୍ଷେତ୍ରରେ ପ୍ରଭାବିତ କରିପାରିବ, ଆଧୁନିକ ଦର୍ଶନର କ୍ଷେତ୍ରରେ ସେଇଟିର ଏକ ଦୃଷ୍ଟାନ୍ତ ବି ବେଶ୍ ମିଳିଯିବ ।

 

ଏପରି ବିଚାର କରିବା ଲାଗି ବସ୍ତୁତଃ ଆଦୌ କୌଣସି କାରଣ ନାହିଁ ଯେ, ଇତିହାସ ନାମକ ଉକ୍ତ ବୃହତ୍ ପ୍ରକ୍ରିୟାଟି ସଂପ୍ରତି ଯେଉଁ ସୋପାନରେ ଅଛି, ତାହା ସବୁଦିନ ସେହି ସୋପାନରେ ହିଁ ଅବଶ୍ୟ ରହିବ । ମାତ୍ର, ପ୍ରକୃତରେ ଆମର ଏହି ଯୁଗଟିରେ ଘଟଣାସମୂହ ଏପରି ଏକ ଦୁର୍ଜେୟ ବେଗରେ ଗତି କରିବାରେ ଲାଗିଛନ୍ତି ଯେ, ଯଥେଷ୍ଟ ଦୈର୍ଘ୍ୟ ରହିଥିବା ଗୋଟିଏ ଭାଗ୍ୟବାନ୍ ବ୍ୟକ୍ତିର ଜୀବଦ୍ଦଶାରେ ସମଗ୍ର ଇତିହାସଟାର ତୁଳନାରେ ହୁଏତ ବହୁତ ଅଧିକ କେତେ କ’ଣ ରହିଥିବା ଭଳି ଅବଶ୍ୟ ଦୃଷ୍ଟିଗୋଚର ହୋଇପାରିବ । ଘଟଣାସମୂହର ଏହି ବେଗଟି ଆମକୁ ଆଦୌ ଆଖିବୁଜା ଆଉ କେଉଁଠାକୁ ନେଉନାହାନ୍ତି । ଆମେ ଏକ ସମାହିତ ବିଚାରଯୁକ୍ତ ଦୃଷ୍ଟିରେ ଦେଖି ପାରିଲେ ତାହାର ପ୍ରବାହ ଏବଂ ଦିକ୍‌ନିର୍ଦ୍ଦେଶ ବିଷୟରେ ବହୁତ କିଛି ଅନୁମାନ ବି କରିପାରିବା । ସବାଆଗ ଦୃଷ୍ଟିଟି ତ ସେହି ସାଧାରଣ ସାନ ମଣିଷଟି (ଆମର ପ୍ରବନ୍ଧକାର ସେହି ଶବ୍ଦଟିକୁ ବ୍ୟବହାର କରିଛନ୍ତି) ଉପରେ ବିଶେଷ ଭାବରେ ଯାଇ ପଡ଼ିବ, ଯିଏକି ଆପଣାର ସେହି ମନୁଷ୍ୟଧର୍ମଟି ଦ୍ଵାରା ଚାଳିତ ହୋଇ, ଆହାର ଏବଂ ବାସଗୃହ ସକାଶେ ରହିଥିବା ତା’ର ସେହି ସର୍ବକାଳର ପ୍ରୟୋଜନଟିର ବୋଲ ମାନି କେତେ ନା କେତେ କୌଶଳର ଉଦ୍‌ଭାବନ କରିଛି, ନୂତନ ବହୁ ବହୁ ଜ୍ଞାନ ଅର୍ଜନ କରିଛି ତଥା ନୂଆ ନାନାବିଧ ଆଚରଣର ସହାୟତା ଦ୍ଵାରା ଆପଣା ଆବଶ୍ୟକତାଚୟର ପୂରଣ କରିବାରେ ଆପଣାକୁ ତତ୍ପର କରି ରଖି ଆସିଛି । ଖୁବ୍ ଦେଖି ହେଉଛି ଯେ, କାର୍ଯ୍ୟକ୍ଷେତ୍ରର କୌଣସି ଅଧିକ ସହଯୋଗଯୁକ୍ତ ସାମାଜିକ ଆଚରଣ ତାକୁ ଅଧିକ ସଂଗ୍ରହର ହିଁ ଉପଯୁକ୍ତ କରିନେଉଛି ବୋଲି ଆବିଷ୍କାର କରି ପାରିବାରୁ ସେ ପୂର୍ବ କାଳର ମତିଶୂନ୍ୟ ପ୍ରତିଦ୍ୱନ୍ଦିତାର ସେହି ଜଙ୍ଗଲଧର୍ମୀ ଆଚରଣ ରୀତିଟାରେ ତଥାପି ବନ୍ଧାହୋଇ ପଡ଼ି ରହିବାକୁ ଏକ ଏକାନ୍ତ ନିର୍ବୋଧତା ବୋଲି ଜାଣୁଛି । କୌଣସି ଅମୂର୍ତ୍ତ ଆଦର୍ଶଚୟର ଆକର୍ଷଣରେ ଟାଣି ହୋଇ ଆଦୌ ନୁହେଁ, ବରଂ ମନୁଷ୍ୟର ସ୍ଵପ୍ରକୃତି ଓ ସାମାଜିକ ଜୀବନର ସ୍ଥୂଳ ପ୍ରୟୋଜନମାନଙ୍କୁ ହୃଦୟଙ୍ଗମ କରୁଥିବାରୁ ହିଁ ସେ ଏହିଭଳି ଗୋଟିଏ ପ୍ରତ୍ୟୟ କରିପାରୁଛି । ଆପଣାର କେତେକ ଲକ୍ଷଣର କ୍ଷେତ୍ରରେ ମନୁଷ୍ୟର ପ୍ରକୃତିରେ ପରିବର୍ତ୍ତନ ଘଟୁଛି ଏବଂ ଆଉକେତେକ କ୍ଷେତ୍ରରେ କୌଣସି ପରିବର୍ତ୍ତନ ଘଟୁ ବି ନାହିଁ । ତେଣୁ, ସେହି ଆଦିକାଳର ପୁରାତନ ମନୁଷ୍ୟଟି ଅନୁକ୍ଷଣ ନୂତନ ହେବାରେ ଲାଗିଛି, ଏବଂ ସେହି କାରଣରୁ ନୂତନ ମନୁଷ୍ୟଟି ଅନୁକ୍ଷଣ ବୃଦ୍ଧ ହୋଇଯିବ ପରି ପ୍ରତୀତ ହେବାରେ ଲାଗିଛି ।

 

ସୁତରାଂ, ଏହି ମନୁଷ୍ୟ କେବେହେଲେ ବଦଳିବନାହିଁ ବୋଲି ଧରିନେଇ ସେମାନେ ବ୍ୟକ୍ତିଗତ ଭାବରେ ସମସ୍ତଙ୍କୁ ଆପଣାର ଅଧୀନରେ ରଖିଥିବେ ବୋଲି ଯେଉଁମାନେ ଆଶା ବାନ୍ଧିଥିଲେ, ସେମାନେ ପରାଭୂତ ହିଁ ହେବେ । ସମ୍ଭବତଃ ସେହି ଆଶାମାନଙ୍କୁ ସେଗୁଡ଼ିକର ସର୍ବଚରମ ସୀମା ପର୍ଯ୍ୟନ୍ତ ଅନୁସରଣ କରିସାରିଲେ ଯାଇ ଆମେ ସେମାନଙ୍କୁ ଆମର ଶେଷ କଥାଟିକୁ ଶୁଣାଇ ଦେଇ ପାରିବା ।

 

ମନୁଷ୍ୟର ପ୍ରକୃତିକୁ ଯେ ତୁମେ ବଦଳାଇ ପାରିବନାହିଁ, ସେଇଟି କଦାପି ଅସଲ ଅଶୁଭ ନୁହେଁ;–ମନୁଷ୍ୟର ପ୍ରକୃତି ତୁମକୁ କଦାପି ବଦଳାଇ ପାରିବନାହିଁ, ସେଇଟି ହେଉଛି ପ୍ରକୃତ ଅଶୁଭ ।

☆☆☆

 

Unknown

ଧନୀମାନେ ଯୋଗ୍ୟ, ଦରିଦ୍ରମାନେ ଅଯୋଗ୍ୟ

 

୧୮୪୮ର ଦୁଇବର୍ଷ ପରର କଥା । ସେହି ପ୍ରକୃତରେ ଅତ୍ୟନ୍ତ ଭୟଙ୍କର ବର୍ଷଟିରେ ଇଉରୋପୀୟ ସମାଜରୂପକ ଭୂଇଁଟା ଫାଟି ଆଁ ହୋଇଗଲା : ରାଜାମାନେ ସିଂହାସନଚ୍ୟୁତ ହୋଇ ଯାଇଥିଲେ ଏବଂ ସବୁଠାରେ ଉଚ୍ଚ କ୍ଷମତାରେ ରହି ଆସିଥିବା ବ୍ୟକ୍ତିମାନେ ଏଭଳି ଦୃଶ୍ୟମାନ ଦେଖିବାକୁ ପାଇଲେ ଯେ ନିତାନ୍ତ ସାଧାରଣ ମଣିଷମାନେ ଉଚ୍ଚ ଉଚ୍ଚ ନିନାଦ ଦେଇ ସହରର ରାସ୍ତାମାନଙ୍କ ଉପରେ ପ୍ରତିବାଦ କରି ବାହାରିଛନ୍ତି । ଫେବ୍ରୁଆରୀ ମାସରେ ରାଜଧାନୀ ପାରିସ୍‌ରେ ଲୁଇ ଫିଲିପ୍‌ଙ୍କର ପତନ ହେଲା, ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ମେଟର୍‌ନିକ୍ ରାଜ୍ୟ ଛାଡ଼ି ପଳାଇ ଯାଇଥିଲେ, ଇଟାଲୀର ମିଲାନ୍ ସହର ଅଷ୍ଟ୍ରିୟା ବିରୋଧରେ ବିଦ୍ରୋହ କଲା, ବର୍ଲିନ୍ ସହରର ରାସ୍ତାମାନଙ୍କ ଉପରେ ମଧ୍ୟ ମଣିଷ ମଣିଷଙ୍କ ମଧ୍ୟରେ ଯୁଦ୍ଧ ଲାଗିଲା ଏବଂ ବାଭାରିଆରେ ରଜା ଗାଦି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏକ ଦ୍ଵୀପର ଅଧିବାସୀ ହୋଇଥିବାରୁ ବ୍ରିଟେନ୍‌ର ସମ୍ଭ୍ରାନ୍ତଶ୍ରେଣୀ ମହାଦେଶରେ ଏହିସବୁ ବିପ୍ଳବର ଗୋଳଗୁଡ଼ାକ ଲାଗିଯିବାର ଦେଖି ପ୍ରଥମେ ବିସ୍ମିତ ହେଲେ ଓ ତା’ପରେ ଖୁବ୍ ଭୟଭୀତ ହୋଇ ପଡ଼ିଥିଲେ । ଇଂଲଣ୍ଡରେ ଚାର୍ଟିଷ୍ଟମାନଙ୍କର ଜାଗରଣ ହୋଇଥିଲା ଓ ସେମାନଙ୍କର ଶକ୍ତି ବୃଦ୍ଧି ପାଉଥିବା ପରି ଲାଗୁଥିଲା ।

 

୧୮୪୯ ମସିହା ଜାନୁଆରୀ ୨ ତାରିଖ ଦିନ ଶ୍ରୀଯୁକ୍ତ ଚାର୍ଲ୍‌ସ୍ ଗ୍ରେଭିଲ୍ ସତେଅବା ଅତ୍ୟନ୍ତ ଆଶ୍ଵସ୍ତ ଅନୁଭବ କରୁଥିବା ପରି ଆପଣାର ବହୁମୂଲ୍ୟବାନ୍ ଡାଏରୀ ଖାତାରେ ସତେଅବା ବେଶ୍ ଥିରି ଥିରି ଶବ୍ଦରେ ନିଜର କେତୋଟି ଭାବନାକୁ ପ୍ରକାଶ କରିଥିଲେ । ସେହି ବର୍ଷଟା ଗତ ହୋଇଯିବା ପରେ ସତେଅବା ଲୋକମାନଙ୍କର ଶକ୍ତିଟା ମଧ୍ୟ ନିଷ୍ପ୍ରଭ ହୋଇ ଯାଇଥିବା ପରି ଅନୁମାନ କରି ବେଶ୍ ବିପଦମୁକ୍ତ ଅନୁଭବ କରି ସିଏ ଲେଖିଥିଲେ : “ସମାଜର ସବୁଯାକ ଉପାଦାନରେ ଏପରି ଏକ ଚାଞ୍ଚଲ୍ୟକୁ ସୃଷ୍ଟି କରି ଏହି ଯାହାକିଛି ଘଟିଗଲା, ସେସବୁ ଘଟିବ ବୋଲି କେହି ସ୍ଵପ୍ନରେ ମଧ୍ୟ ଚିନ୍ତା କରିନଥିଲେ । ପ୍ରକୃତରେ କେଡ଼େବଡ଼ ଏକ ଉତ୍‌ଶୃଙ୍ଖଳାକୁ ଆମେ ଆମ ଆଖିଆଗରେ ଦେଖିବାକୁ ନପାଇଲୁ : ଏକ ସଂପୂର୍ଣ୍ଣ ଜ୍ଞାନଶୂନ୍ୟତା, ବୃଥା ଦମ୍ଭ, ଆସ୍ଫାଳନ, ଦାରିଦ୍ର୍ୟ, ଉଚ୍ଚ ଏବଂ ଆହୁରି ଉଚ୍ଚ ଆକାଂକ୍ଷାମାନ ଆଦୌ କୌଣସି ସଂଯମ ରହିନଥିବା କେତେ କେତେ ଘଟଣା । ପୃଥିବୀବ୍ୟାପୀ ଘଟିଲା ଏବଂ ଯେଉଁପରି ଇଚ୍ଛା କଲା, ସେହିପରି ଭାବରେ ହିଁ ସବୁକିଛିକୁ ଆସି ଓଲଟପାଲଟ ଓ ଇତସ୍ତତଃ କରିଦେଲା । ଲୋକତନ୍ତ୍ର ଅଥବା ହିତ କରିବାର ଇଚ୍ଛା କରୁଥିବା କୌଣସି ଭାବନା ଆଗରୁ ଏତେ ପରିମାଣରେ କେବେହେଲେ ଲଗାମଛଡ଼ା ହୋଇ ନଥିଲା (ଅଥବା, ଖୁବ୍ କ୍ଵଚିତ୍ ହୋଇଥିଲା) ଆପଣାର ସର୍ବବିଧ ବୃହତ୍ ତଥା କଳ୍ପନାପ୍ରସୂତ ଖିଆଲମାନଙ୍କୁ ଆକାର ଦେବାରେ ଏପରି କେବେ ମଧ୍ୟ ସାହାଣମାନଙ୍କୁ ମେଲା କରିଦେଇ ନଥିଲା । ଏବଂ ଏଥର ତ ଚାଲିଯିବା ପୂର୍ବରୁ କେବଳ ଧ୍ଵଂସ, ଆତଙ୍କ ଏବଂ ନିରାଶା ଗୁଡ଼ାଏ ସ୍ତୂପ ଆକାରରେ ଏପରି ରଖିଦେଇ ଗଲା,–ପୂରା ଇଉରୋପ ଯାହାର ପରିଣାମଗୁଡ଼ିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ହିଁ ପ୍ରତ୍ୟକ୍ଷ କରିପାରୁଛି ।"

 

ହଁ, ତତ୍‌କାଳୀନ ‘ପଞ୍ଚ୍’ ପତ୍ରିକାରେ ଶ୍ରୀଯୁକ୍ତ ଗ୍ରେଭିଲ୍ କଥାଗୁଡ଼ିକୁ ଏହିପରି ଭାବରେ ଶବ୍ଦର ବର୍ଣ୍ଣନା କରି କହିଥିଲେ । ଏବଂ, ସତେଅବା ଏକ ଅତ୍ୟନ୍ତ ସହଜ ଗୋଟିଏ ମୁଦ୍ରାରେ ଆଖିର ଭ୍ରୂଲତାଟିକୁ ପୋଛି ଦେଇ ସିଏ ପ୍ରାଚୁର୍ଯ୍ୟ ଏବଂ ଶାନ୍ତି ମଧ୍ୟରେ ଏହି କ୍ଷଣିକ ପୃଥିବୀ–ସଂସାରର ଜୀବନ କ୍ଷେତ୍ରରେ ମନୁଷ୍ୟର ଏକ ପ୍ରୟାସ ବୋଲି ତାହାକୁ ହୁଏତ ମନେ କରି ତା’ ଉପରେ କୌଣସି ଗୁରୁତ୍ଵ ଦେଇନଥିଲେ । ହଁ, ସିଏ ନିଶ୍ଚୟ ସେହି ସମୟରେ ଲଣ୍ଡନ ସହରରେ ଜଣେ ନିର୍ବାସିତ ବ୍ୟକ୍ତି ହୋଇ ବାସ କରୁଥିବା ଜର୍ମାନୀର ଆଉଜଣେ ଲେଖିଥିବା କଥାଗୁଡ଼ିକୁ ଆଦୌ ପାଠ କରିନଥିଲେ, ଯିଏକି ଗୋଟାଏ ଭୂତହିଁ ଇଉରୋପର ପଛରେ ଧାଇଁଛି ବୋଲି କହିଥିଲେ ଏବଂ ସମାଜର ଅତ୍ୟାଚାରିତମାନଙ୍କୁ ସେମାନଙ୍କ ପାଦର ବେଡ଼ି ବ୍ୟତୀତ ପ୍ରକୃତରେ ଆଉ କିଛିହେଲେ ହରାଇବାକୁ ପଡ଼ିବନାହିଁ ବୋଲି ଚେତାଇ ଦେଇଥିଲେ ।

 

ଯେତେବେଳେ ୧୮୪୮ ମସିହାର ଖାସ୍ ଉପଦ୍ରବଟା କ୍ରମେ ଶାନ୍ତ ହୋଇ ଯାଇଥିଲା, ଯେତେବେଳେ ପୁରାତନ ଶାସନକାରୀମାନେ ପୁନର୍ବାର ନିଜନିଜର ସେହି କଅଁଳ ଗଦି-ଆସନଗୁଡ଼ିକୁ ବାହୁଡ଼ି ଆସିଥିଲେ ଏବଂ ଯେତେବେଳେ ରାଜାମାନେ ପୁନର୍ବାର ଆପଣା ଆପଣାର ଉବ୍ୟତାମାନଙ୍କୁ ଫେରିଥିଲେ, ସେତେବେଳେ ସମାଜର ଶ୍ରେଷ୍ଠଜନମାନେ ଆପଣାର ଆଦର୍ଶଟିର କିଞ୍ଚିତ୍ ପୁନର୍ମୂଲ୍ୟାୟନ କରିବାକୁ ମଧ୍ୟ ଆରମ୍ଭ କଲେ । ପ୍ରକୃତରେ ବହୁ ପୂର୍ବରୁ ହିଁ ସେଇ କାର୍ଯ୍ୟଟିକୁ କରିବା ଉଚିତ ଥିଲା,–କାରଣ, ଯାବତୀୟ ଯନ୍ତ୍ରପାତି ପରି ଆମ ବିଚାରମାନେ ମଧ୍ୟ ତୁଚ୍ଛା ପଡ଼ିରହିଲେ ଅବଶ୍ୟ ଅଚଳ ହୋଇ ଯାଆନ୍ତି ଏବଂ, ଗୋଟିଏ ଆଧୁନିକ ଗହମକ୍ଷେତକୁ ସେହି ପୁରୁଣା କୋଡ଼ିଗୁଡ଼ାକ ଦ୍ଵାରା ଚଷୁଥିବା ପରି ସାମନ୍ତଦାବୀ ନାନା ସିଦ୍ଧାନ୍ତକୁ ଅବଲମ୍ବନ କରି ଗୋଟିଏ ଆଧୁନିକ ରାଷ୍ଟ୍ରଶାସନକୁ ସେହି ଆଗପରି ଚଳାଇବାକୁ ମଧ୍ୟ ଏକ ନିର୍ବୋଧ ପ୍ରୟାସ ବୋଲି କହିବାକୁ ପଡ଼ିବ । ଯଦି ଜଣେ ପାଠକର ଗୋଟିଏ ପ୍ରୟୋଗକୁ ପରୀକ୍ଷା କରି ଦେଖିବାକୁ ଆଗ୍ରହ ଥିବ, ତେବେ, ସ୍ଵୟଂ ଈଶ୍ଵର ହିଁ ଆମ ରାଜାମାନଙ୍କୁ ରାଜ୍ୟଗୁଡ଼ିକର ଶାସନ କରିବାର ଅନୁମତି ପ୍ରଦାନ କରିଛନ୍ତି ବୋଲି ସେକାଳର ଉକ୍ତ ସିଦ୍ଧାନ୍ତଟିକୁ ପ୍ରୟୋଗ କରି ପ୍ରକୃତରେ କେତେଜଣେ ଲୋକଙ୍କର ହୃଦ୍‌ବୋଧ କରାଇ ଆକୃଷ୍ଟ କରିପାରୁଛି, ସିଏ ଅବଶ୍ୟ ସେଇଟିକୁ ପରୀକ୍ଷା କରି ଦେଖିପାରିବ ।

 

ନିଜର ଗୋଡ଼ତଳୁ ମାଟି ଖସି ଖସି ଯାଉଥିବା କୌଣସି ଗୋଷ୍ଠୀ ଯେଉଁ ବିଚାରଗୁଡ଼ିକ ଦ୍ଵାରା ପରିଚାଳିତ ହୋଇ ଆପଣାର କ୍ଷମତାଟିକୁ ଅତୁଟ ରଖିଥାଏ, ତେବେ ତାହାର ସେହି ନିଜ ସମୟଟିର ବୌଦ୍ଧିକ ଜଳବାୟୁଟିରେ ସିଏ ନିଜକୁ ଅନୁକୂଳ ରଖିଛି ବୋଲି ଅବଶ୍ୟ କୁହାଯିବ । ଏହିଭଳି ଗୋଟିଏ ଜଳବାୟୁ ଯେ ସ୍ପଷ୍ଟତଃ ସର୍ବଦା ସେହି ଗୋଟିଏ ପାଗକୁ ହିଁ ପ୍ରତିପାଦିତ କରୁଥାଏ, ସେକଥା ନୁହେଁ; ମାତ୍ର, ତାହା ସବୁବେଳେ ହିଁ ଭଳି ଭଳି ପ୍ରକାରର ମଧ୍ୟ ହୋଇପାରେ,–କେତେବେଳେ ଶୁଖିଲା ତ ଆଉ କେତେବେଳେ ଓଦା, କେତେବେଳେ ଶାନ୍ତ ତ ପୁଣି କେତେବେଳେ ଝଡ଼ ଓ ପବନ । କେତେବେଳେ ବରଫ ପଡ଼ୁଛି ତ ପୁଣି ଆଉ କେତେବେଳେ ଗରମ ମଧ୍ୟ ଲାଗୁଛି । ଆମେ ତେଣୁ ଏହି ଶାସନକର୍ତ୍ତାମାନଙ୍କୁ ସତେଅବା ଜଣେ ଜଣେ ପାଗସମ୍ବନ୍ଧୀୟ ନିପୁଣ ବିଜ୍ଞାନୀ ବୋଲି ଖୁବ୍ କଳ୍ପନା କରିପାରିବା, ଯେଉଁମାନେ କି ଭିନ୍ନ ଭିନ୍ନ କିସମର ଭିନ୍ନ ଭିନ୍ନ ବ୍ୟାଖ୍ୟା ମଧ୍ୟ ପ୍ରଦାନ କରି ପାରୁଥିବେ । କିନ୍ତୁ, ବ୍ୟାଖ୍ୟାଟି ଯାହା ହୋଇଥାଉ ପଛକେ, ସକଳ କ୍ଷେତ୍ରରେ ଏମାନେ ଅବଶ୍ୟ ଦର୍ଶାଇ ଦେବାକୁ ଇଚ୍ଛା କରୁଥିବେ ଯେ, ବର୍ତ୍ତମାନ ଯେଉଁପରି ଜଳବାୟୁଟିଏ ସମ୍ଭବ ହୋଇଛି, ସେଇଟି କୌଣସି ପ୍ରକାରେ ଅଧିକ ଭଲ ହୋଇନଥାନ୍ତା-

 

ମଧ୍ୟଯୁଗରେ ସେହି ଉଦ୍ୟମଟି ଚମତ୍କାର ଭାବରେ ହିଁ ଉତ୍କର୍ଷସ୍ଥାନୀୟ ହୋଇ ରହିଥିଲା, କାରଣ ସେତେବେଳେ ତ ଖୁବ୍ କମ୍ ପରିମାଣର ଜ୍ଞାନ ରହିଥିଲା ଓ ବହୁତ ଅଧିକ ରହସ୍ୟାବୃତ ଅବସ୍ଥାରେ ହିଁ ଥିଲା । କିନ୍ତୁ, ତା’ପରେ ବିଜ୍ଞାନର ଉତ୍‌ଥାନ ଘଟିଲା, ଯାହାଫଳରେ ଜ୍ଞାନର ପରିମାଣରେ ବୃଦ୍ଧି ଘଟିବାରେ ଲାଗିଛି ଏବଂ ରହସ୍ୟଗୁଡ଼ିକ କମି ଯାଉଛନ୍ତି । ଏବଂ ତେଣୁ ଆଦର୍ଶଗୁଡ଼ିକର ସର୍ଜନାକ୍ଷେତ୍ରରେ ଜଣେ ଆଧୁନିକ ନିର୍ମାତାକୁ ଖୁବ୍ କଷ୍ଟ କରିବାକୁ ପଡ଼ୁଛି । ବସ୍ତୁଚୟର ବାସ୍ତବ ପ୍ରକୃତିଟି ଅନୁସାରେ ଆମେ ଖୋଜୁଥିବା ସିଦ୍ଧାନ୍ତଗୁଡ଼ିକରେ ଯାଇ ପହଞ୍ଚିବା ତୁଳନାରେ ତୁଚ୍ଛା ଆମେ ମନରୁ ଉଦ୍‌ଭୂତ କଳ୍ପନାମାନଙ୍କୁ ଭିତ୍ତି କରି ତଦନୁସାରେ ଏକ ସିଦ୍ଧାନ୍ତରେ ଆସି ପହଞ୍ଚିଯିବା ସର୍ବଦା ଅନେକ ଅଧିକ ସହଜ ଅବଶ୍ୟ ହେବ । ପୁନଶ୍ଚ, ସେହି ବିଜ୍ଞାନର କ୍ଷେତ୍ରଟିରେ ମଧ୍ୟ, ଆମ ଭିତରେ ପୂର୍ବରୁ ହିଁ ରହିଥିବା କୌଣସି ଇପ୍ସିତ ଆଗ୍ରହ ଅନୁସାରେ ଆମେ ଆମର ବିଜ୍ଞାନକୁ ମଧ୍ୟ ବେଶ୍ ଅନୁକୂଳିତ କରିନେଇ ପାରିବା,–ଏପରି ମଧ୍ୟ ଘଟିଛି । ମଧ୍ୟ-ଊନବିଂଶ ଶତାବ୍ଦୀର ସେହି କେଡ଼େ ପ୍ରିୟ ସନ୍ତାନ ବିବର୍ତ୍ତନର ସିଦ୍ଧାନ୍ତଟି କେତେ ଚମତ୍କାର ଭାବରେ ପ୍ରତିଷ୍ଠିତ କ୍ଷମତାଟାର ସେବାରେ ମଧ୍ୟ ବ୍ୟବହୃତ ହୋଇଥିଲା । ମନୁଷ୍ୟସମାଜର ପଥପ୍ରଦର୍ଶକ ସର୍ବୋଚ୍ଚମାନେ ଯେଉଁମାନେ ଏକଦା ଭଗବାନଙ୍କ ନାମ ନେଇ ଆପଣାର ଯାବତୀୟ ବିଚାରମାନଙ୍କୁ ସତ୍ୟ ବୋଲି ଚଳାଇ ନେଇଥିଲେ, ସେମାନେ ବର୍ତ୍ତମାନ ସତେଅବା କେତେ ତୃପ୍ତ ହୋଇଗଲା ପରି ମନୁଷ୍ୟମାନଙ୍କର ପୂର୍ବଜ ବାନରମାନଙ୍କର ଦ୍ଵାହି ଦେଇ ତାହାକୁ ଚଳାଇ ନେଇ ପାରିଲେ ।

 

ହଁ, ଘଟଣାଗୁଡ଼ିକର ଅନୁକ୍ରମରେ ୧୮୪୮ ମସିହାର ମାତ୍ର ଦୁଇବର୍ଷ ପରେ ଲଣ୍ଡନ ସହରରେ ଗୋଟିଏ ବହି ଛାପା ହୋଇ ବାହାରିଲା,–ସାମାଜିକ ଘଟଣାଚୟକୁ ତାହା ପୂରା ବିଜ୍ଞାନସମ୍ମତ ବୋଲି ଦାବୀ କରିଥିଲା,–‘ଆମ ସମାଜରେ କେତେ ମନୁଷ୍ୟ ଧନବାନ୍ ଓ ପୁଣି କେତେ ମନୁଷ୍ୟ ଦରିଦ୍ର ହୋଇ ରହିଛନ୍ତି’ ର ଏକ ଅଧ୍ୟୟନ କରି ବହିଟି ଘୋଷଣା କଲା ଯେ ଆମେ ଅଭାବରେ ରହିଥିବା କେତେକଙ୍କ ହିତାକାଙ୍‌କ୍ଷୀ ହୋଇ ଯାହା କରୁଛୁ, ତାହାକୁ ଆମେ ନୈତିକତା ସମ୍ପର୍କରେ କେବଳ ଏକ ଭୁଲ୍ ବୋଧ ରହିଥିବା ହେତୁ ହିଁ ସେପରି କରୁଛୁ । ବହିଟି ପୁଣି ଦର୍ଶାଇ ଦେଇଥିଲା ଯେ ମନୁଷ୍ୟମାନଙ୍କର ସମାଜସ୍ଥ ଜୀବନଟିରେ ଯେଉଁ ସରକାରମାନେ ଯେତିକି ପ୍ରଭାବ ପକାଉଛନ୍ତି, ସେମାନଙ୍କୁ ପ୍ରକୃତରେ ସେତିକି ମନ୍ଦ ବୋଲି କୁହାଯାଇ ପାରିବ । ସେହି ଯେଉଁ ବହିଟିକୁ ମନରେ ଭୟ ସଂଚାର କରୁଥିବା ଭଳି Demostatics (ମନୁଷ୍ୟଜୀବନର ସ୍ଥିତିବିଜ୍ଞାନ) ବୋଲି ଏକ ଶୀର୍ଷକ ଦିଆ ଯାଇଥାନ୍ତା, ସେହିଟିର ପ୍ରକୃତରେ Social Statics (ସମାଜବିଷୟକ ସ୍ଥିତିବିଜ୍ଞାନ) ରୂପେ ନାମକରଣ ହୋଇଥିଲା । ଏହି ଦ୍ଵିତୀୟ ଶୀର୍ଷକଟି ଆଦୌ କୌଣସି ପ୍ରକାରେ କମ୍ କଠୋର ମଧ୍ୟ ନୁହେଁ, କିନ୍ତୁ କାଳକ୍ରମେ ବହୁବ୍ୟବହୃତ ହୋଇ ତାହା ହୁଏତ ବେଶ୍ ମୃଦୁ କଥାଟିଏ ପରି ମନେ ହେଲାଣି । ପୁସ୍ତକଟିର ଲେଖକ ହେଉଛନ୍ତି ଶ୍ରୀଯୁକ୍ତ ହେର୍ବର୍ଟ୍ ସ୍ପେନ୍‌ସର୍ ଏବଂ ଏଇଟି ତାଙ୍କଦ୍ଵାରା ଲିଖିତ ସର୍ବପ୍ରଥମ ବହି ।

 

ଏହି ପୃଥିବୀ ବିଷୟରେ ସେପରି ବ୍ୟସ୍ତ ନହୋଇ ନିଶ୍ଚିନ୍ତ ହୋଇ ରହିପାରିବା ସକାଶେ ଯେଉଁ ଭିନ୍ନ ଭିନ୍ନ ବାଟ ରହିଛି,–ଆପଣାର ଜୀବନରେ ସତକୁ ସତ ଏକ ଛନ୍ଦ ଅଥବା ଗଢ଼ଣ ରହିଛି ଏବଂ ଠିକ୍ ସେଇଟି ମଧ୍ୟ ଏହି ସଂପୂର୍ଣ୍ଣ ବସ୍ତୁସମଗ୍ରଟିରେ ମଧ୍ୟ ଆବିଷ୍କାର କରାଯାଇ ପାରିବ, ଏହିପରି ଏକ ବୋଧର ସମର୍ଥ ହେବା,–ସମ୍ଭବତଃ ସେଇଟିକୁ ସବୁଠାରୁ ଅଧିକ ସହଜ ବାଟ ବୋଲି କୁହାଯିବ । ଊନବିଂଶ ଶତାବ୍ଦୀ ଇଂଲଣ୍ଡର ସେହି ବ୍ୟକ୍ତି,–ଯିଏକି ଏକାଧାରରେ ଜଣେ ଦାର୍ଶନିକ ଏବଂ ଉଦ୍ୟୋଗକ୍ଷେତ୍ରୀୟ ପୁଞ୍ଜିବାଦ ଭିତରେ ମଧ୍ୟ କ୍ରିୟାଶୀଳ ହୋଇ ରହିଥିଲେ, ଏହି ସତ୍ୟଟି ଫଳରେ ଇତର ଜୀବମାନଙ୍କ ଜୀବନରେ କାର୍ଯ୍ୟକାରୀ ହୋଇ ରହିଥିବା ଗୋଟିଏ ସଂଘର୍ଷ ସର୍ବକ୍ଷଣ ଲାଗିରହିଛି ବୋଲି ଦେଖି ପ୍ରକୃତରେ ଏକ ପ୍ରସନ୍ନତା ହିଁ ଅନୁଭବ କରିଥିଲେ । ଏବଂ, ଜଣେ ମନୁଷ୍ୟ ହିସାବରେ ତାଙ୍କର ନିଜ ସଂଘର୍ଷଟିର ତୁଳନାରେ ସେହି ଅନ୍ୟଟିକୁ ସେ ଅଧିକ ତୀକ୍ଷ୍‍ଣ ବୋଲି ଅନୁମାନ ମଧ୍ୟ କରିଥିଲେ । ଏଥିରେ ସେ ନିଃସନ୍ଦେହ ପ୍ରକାରେ ଜାଣିବାକୁ ପାଇଥିଲେ ଯେ, ସେହି ସଂଘର୍ଷ ଇତରମାନଙ୍କର ଜୀବନରେ ଅଧିକ ବେଗ ସହିତ ଲାଗି ରହିଛି ଏବଂ, ସେଠାରେ ମଧ୍ୟ, ଯାହାର ଶକ୍ତି ଅଧିକ, ସେଇ ଜୟଲାଭ କରୁଛି । ଅପେକ୍ଷାକୃତ କମ୍ ପରିମାଣରେ ବିକାଶଲାଭ କରିଥିବା ସ୍ନାୟୁଗତ ସାମର୍ଥ୍ୟ ଅନୁସାରେ ହେଲେ ମଧ୍ୟ ସେମାନେ ସେମାନଙ୍କ ମଧ୍ୟରେ ପିତୃତ୍ଵର ଅଧିକାରୀ ହୋଇ ପାରିଥିବାର ଆନନ୍ଦଟିକୁ ଅନୁଭବ କରୁଛନ୍ତି ଏବଂ ସେହି ଜୀବବିଜ୍ଞାନଗତ ସ୍ତରରେ ସେହି ସଜୀବମାନେ ସେହି କାରଣରୁ ମାଈମାନଙ୍କୁ ମଧ୍ୟ ପ୍ରଲୁବ୍ଧ କରି ପାରୁଛନ୍ତି । ଠିକ୍ ସେହିପରି ଜଣେ ସଫଳ ଅର୍ଥ ଯୋଗାଣକାରୀ ସହରରେ ଗୋଟିଏ ଦିନ ରହିସାରିବା ପରେ ନିଜ କ୍ଲବ୍‌ରେ ବିଲିଆର୍ଡ଼୍ ଖେଳରେ ଯାଇ ଯୋଗ ଦେଉଛି ତଥା ଏକ ପ୍ରତିଦ୍ୱନ୍ଦିତା–ସଚେତନ ଖେଳୁଆଡ଼ର ଭାବ ସହିତ ଗୋଟିଏ ପ୍ରତିଯୋଗିତା ଆବଶ୍ୟକ ହେଉଥିବା କାରବାରରେ ଏହି ସମଗ୍ର ଗତିଶୀଳ ପ୍ରକୃତିଟି ସହିତ ରହିଥିବା ଆପଣାର ସମ୍ୱନ୍ଧଟିକୁ ହିଁ ସୂଚିତ କରୁଛି ।

 

ଆପଣାର ଜୀବନରେ ଶ୍ରୀ ସ୍ପେନ୍‌ସର୍‌ ଏପରି ଜଣେ ବ୍ୟକ୍ତି ଥିଲେ, ଯିଏକି ସକଳ କିଛିକୁ ପୂରା ସ୍ପଷ୍ଟଭାବରେ ଦେଖି ପାରୁଥିଲେ । ଏକଦା ଯେତେବେଳେ ଜର୍ଜ ଇଲିଅଟ୍‌ ତାଙ୍କ କପାଳଉପରେ କୌଣସି ଗାର ନାହିଁ ବୋଲି ମନ୍ତବ୍ୟ କରିଥିଲେ, ସେତେବେଳେ ଏକ ଉତ୍ତର ଦେଇ ସ୍ପେନ୍‌ସର୍‌ କହିଲେ ଯେ, “ହଁ, ମୁଁ ତ କେବେହେଲେ କୌଣସି ଦ୍ୱିଧା ଭିତରେ ପଡ଼େନାହିଁ କାରଣ, ମୋ’ର ଅନୁମାନ, ସେହି କାରଣରୁ ହିଁ ମୋ’ର କପାଳରେ କୌଣସି ଗାର ନଥାଏ ।”* “ସିଏ ନିଜେ କହିଛନ୍ତି ଯେ, ଆଦୌ କୌଣସି ପ୍ରକାରର ପୂର୍ବନିର୍ଦ୍ଦିଷ୍ଟ ଅନୁମାନର ସମାଧାନ କରିବା ନିମନ୍ତେ ସିଏ କେବେହେଲେ କୌଣସି କାର୍ଯ୍ୟରେ ହାତ ଦିଅନ୍ତି ନାହିଁ; କିନ୍ତୁ, ଯେଉଁଠୁ କେଉଁଠୁ ଆକସ୍ମିକ ଭାବରେ ଆସି ପହଞ୍ଚୁଥିବା ତଥ୍ୟଗୁଡ଼ିକରୁ ହିଁ ସେ ସିଦ୍ଧାନ୍ତମାନଙ୍କୁ ଗଠିତ କରି ଆଣିଥାଆନ୍ତି । “ଏବଂ, ଏହିପରି ଭାବରେ, ଅଳପ ଅଳପ କରି ନାନାଭଳି ତାତ୍କାଳିକ ଶୈଳୀରେ, ସଚେତନ ଭାବରେ କୌଣସି ମନୋଯୋଗ ନଥାଇ ତଥା ସେପରି କୌଣସି ଖାସ୍‌ ପ୍ରୟାସ ମଧ୍ୟ ନକରି ମୋ’ ସମ୍ମୁଖରେ ଗୋଟିଏ ସୁସଂହତ ଏବଂ ସଂଗଠିତ ସିଦ୍ଧାନ୍ତ ଆବିର୍ଭୂତ ହୋଇ ଆସିବା ପରି ଲାଗେ ।”** ହଁ, ଗବେଷଣାର ଏହି ଶୈଳୀଟି, ଏହି ମାର୍ଗଟି ବେଶ୍‌ ସୁଖପ୍ରଦ ଅବଶ୍ୟ ହେଉଥିବ ସିନା, ମାତ୍ର ତାହାକୁ କେବେହେଲେ ପ୍ରମାଦଶୂନ୍ୟ ବୋଲି କୁହାଯିବନାହିଁ ଏବଂ, ସେଥିପାଇଁ ଶ୍ରୀଯୁକ୍ତ ହକ୍‌ସ୍‌ରେ କିଞ୍ଚିତ୍‌ କଟୁତା ସହିତ ମତ ଦେଇଥିଲେ ଯେ, ଏକ ଦୁଃଖଦ ଘଟଣା ସମ୍ବନ୍ଧରେ ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ଯେଉଁପରି ସିଦ୍ଧାନ୍ତଟିଏ କାଢ଼ି ବାଢ଼ି ଦେଇଛନ୍ତି, ସେଇଟି ପ୍ରକୃତରେ ସତ୍ୟଟିର ସମ୍ମୁଖରେ ପ୍ରକୃତରେ ସଂପୂର୍ଣ୍ଣ ଭାବରେ ମାଡ଼ ହିଁ ଖାଇଯାଉଛି । ***

 

*Herbert Spencer : An Autobiography. Appleton, New York, 1904, Vol, 1. pp, 462-3.

 

** ତତ୍ରୈବ, Vol, 1. P. 464

 

*** ତତ୍ରୈବ, Vol. 1. P. 467.

 

ଅବଶ୍ୟ, ଏହି କଥାଟିରେ ସନ୍ଦେହ କରିବାର କୌଣସି କାରଣ ନାହିଁ । ଠିକ୍ ଏହି ପଦ୍ଧତିଟି ସାହାଯ୍ୟରେ ଶ୍ରୀ ସ୍ପେନ୍‌ସର୍‌ ଆମେ ବର୍ତ୍ତମାନ ଏଠାରେ ଆଲୋଚନା କରୁଥିବା ସିଦ୍ଧାନ୍ତଟିକୁ ବିକାଶ କରାଇ ଆଣିଥିଲେ । ଏବଂ, ଡାର୍‌ଉଇନ୍‌ ତାଙ୍କ ଡାର୍‌ଉଇନ୍‌ବାଦଟିକୁ ଆମ ଲାଗି ଆଣି ବାଢ଼ି ଦେବାର ନଅ ବର୍ଷ ଆଗରୁ ହିଁ ସିଏ ତାଙ୍କର ସାମାଜିକ ଡାର୍‌ଉଇନ୍‌ବାଦକୁ କେଡ଼େ ଭବ୍ୟ ଏବଂ ଶାସ୍ତ୍ରୀୟ କଦରରେ ବ୍ୟାଖ୍ୟା କରି ଦେଇଥିଲେ । ବର୍ତ୍ତମାନ ଏହି କଥାଟିକୁ ଭାବି ହୁଏତ ବେଶ୍‌ ଏକ ସାନ୍ତ୍ୱନା ମଧ୍ୟ ଅନୁଭବ କରିହେଉଛି ଯେ ସେହି ସୈଦ୍ଧାନ୍ତିକ ଖାସ୍‌ କଥାଟିକୁ ଜୀବବିଜ୍ଞାନର କ୍ଷେତ୍ରରେ ଯୁକ୍ତିଯୁକ୍ତ ବୋଲି ସାବ୍ୟସ୍ତ ହେବା ପୂର୍ବରୁ ମଧ୍ୟ ବିବର୍ତ୍ତନବାଦର ସିଦ୍ଧାନ୍ତଟିକୁ ମନୁଷ୍ୟର ସାମାଜିକ ଜୀବନର ଚର୍ଚ୍ଚା ଭିତରକୁ ପ୍ରଲମ୍ବିତ କରି ନିଆ ଯାଇଥିଲା । ଏହିଗୁଡ଼ିକୁ ଗୋଟିଏ ପ୍ରମାଦ ବୋଲି ଅବଶ୍ୟ କୁହାଯିବ, ଯାହାଦ୍ୱାରା କି ଜଣେ ସମୀକ୍ଷକର କାର୍ଯ୍ୟଟି ମଧ୍ୟ ଅପରିମିତ ଭାବରେ ସହଜ ମଧ୍ୟ ହୋଇ ପାରିଛି । ଏବଂ, ଯେଉଁ “ବୈଜ୍ଞାନିକମାନେ” ଏବେ ମଧ୍ୟ ଇତରପ୍ରାଣୀମାନଙ୍କର ଜୀବନରେ ଅବିରତ ଲାଗି ରହିଥିବା ସଂଘର୍ଷ ଏବଂ ସେହି ସଂଘର୍ଷରେ ଯୋଗ୍ୟ ଏବଂ ପ୍ରକୃତ ବୋଲି ପ୍ରମାଣିତ ହୋଇ ବିଜୟ ହାସଲ କରୁଥିବା ଶ୍ୱାପଦଧର୍ମୀ ଗୁଣମାନଙ୍କର ତଥାପି ପ୍ରଶଂସା ଗାନ କରନ୍ତି, ସେମାନେ କେବଳ ଏତିକି କଥାକୁ ଅବଶ୍ୟ ଯେପରି ମନେ ପକାଇବାକୁ ଏକ ଚେଷ୍ଟା କରିବେ ଯେ ଏପରି ଯେଉଁ ବ୍ୟକ୍ତି ଯାହାଙ୍କ ଆଖିପତା ଉପରେ ଗୋଟିଏ ହେଲେ ରେଖାଚିହ୍ନ ନଥିଲା ଓ ମନର କ୍ଷେତ୍ରରେ ଦ୍ୱିଧା ବୋଲି ଆଦୌ କିଛି ନଥିଲା, ତାଙ୍କରି ଚେତନାରହିତ ବିଚାରଣାମାନଙ୍କରୁ ସେମାନଙ୍କର ଏହି ମହାନ୍‌ ସିଦ୍ଧାନ୍ତଟି ଜନ୍ମଲାଭ କରିଥିଲା ।

 

ବଞ୍ଚି ରହିବା ନିମନ୍ତେ ସଂଘର୍ଷ

 

ଆମେ କ’ଣ ତେବେ ଜାଣିବା ଯେ, ଏହିପରି ଗୋଟିଏ ଦୃଷ୍ଟିଦ୍ୱାରା ପ୍ରେରିତ ହୋଇ ସ୍ପେନ୍‌ସର୍‌ ନିଜର ସତ୍ୟଟିକୁ ଏତେ ଅଧିକ ସ୍ପଷ୍ଟ ଭାବରେ ଦେଖି ପାରିଥିଲେ ? ବହୁବିଧ ସଂଘାତ ଏବଂ ଉପଦ୍ରବଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା ପ୍ରାଣୀମାନଙ୍କର ଏହି ସଂସାରଟିକୁ ପରିପୂର୍ଣ୍ଣ କରି ଜୀବ ଜୀବ ମଧ୍ୟରେ ଏକ ଅତି କଠୋର ସଦାକାଳୀନ ସଂଗ୍ରାମର ରାଜତ୍ୱ ଲାଗି ରହିଛି । ସକଳ ଜୀବଜାତି ତଥା ଜାତିଗୁଡ଼ିକରେ ଥିବା ପ୍ରତ୍ୟେକ ଜୀବ କେବଳ ସବାଆଗ ଯେକୌଣସି ମତେ ତିଷ୍ଠି ରହିବାର ନାନା ପ୍ରୟାସ କରିବାରେ ଲାଗିଛନ୍ତି ଏବଂ ସେହି ପ୍ରକ୍ରିୟାଟି ମଧ୍ୟରେ ରହି ସେମାନେ ଗୋଟିଏ ଆରେକୁ ଖାଇ ବି ପକାଉଛନ୍ତି । କାଳେ ଆଉ କେଉଁ ଜୀବଟିଏ ଆସି ଗିଳି ପକାଇବ, ଏହିପରି ଏକ ଅନିଶ୍ଚିତ ପ୍ରମାଦ ଭିତରେ ହିଁ ପ୍ରତ୍ୟେକ ଜୀବ ବାସ କରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ପୋକ ଗୋଟିଏ ଚଢ଼େଇର ଖାଦ୍ୟ ହେଉଛି, ଚଢ଼େଇ ମଧ୍ୟ ଏକ ବ୍ୟାଧର ଖାଦ୍ୟ ହୋଇ ରହିଛି । ଏବଂ, ବ୍ୟାଧ ମଧ୍ୟ କାହାର ଶିକାର ହେବ ବୋଲି ଏକ ଆଶଙ୍କା ଭିତରେ ରହିବାକୁ ବାଧ୍ୟ ହେଉଛି ? ହଁ, ଯଦି ସିଏ ଜଙ୍ଗଲ ବାହାରେ ଆଉ କେଉଁଠି ଯାଇ ବାସ କରିବ କିମ୍ବା ମାଂସଭୋଜୀ ଶ୍ୱାପଦମାନଙ୍କର ଆକ୍ରମଣରୁ ନିଜକୁ ମୁକ୍ତ ରଖିପାରିବ, ତେବେ ସିଏ ସମ୍ଭବତଃ ଉକ୍ତ ଆହାରଚକ୍ରଟିରେ ତା’ ଲାଗି ନିର୍ଣ୍ଣିତ ହୋଇ ରହିଥିବା ସ୍ଥାନଟିରୁ ବାହାରେ ବାହାରେ ଯାଇ ରହିପାରିବ । ମାତ୍ର, ଘଟଣା ଯେଉଁଠାରେ ଯେଉଁ ପ୍ରକାରେ ଘଟୁ ପଛକେ, ପ୍ରାଣୀମାନଙ୍କର ଜୀବନଟା ଯେ ଆହାର ଉପରେ ସକଳ ଅବସ୍ଥାରେ ନିର୍ଭରଶୀଳ ହୋଇ ଅବଶ୍ୟ ରହିବ, ସେହି କଥାଟିକୁ କେହି କଦାପି ଅସ୍ୱୀକାର କରି ପାରିବନାହିଁ । ଯିଏ ବଞ୍ଚିବ, ତାକୁ ଯେକୌଣସି ମତେ ଖାଇବାକୁ ବି ହେବ ଏବଂ, ବଞ୍ଚି ରହିଥିବା ପ୍ରତ୍ୟେକ ଜୀବକୁ ହତ୍ୟା ମଧ୍ୟ କରିବାକୁ ପଡ଼ିବ ।

 

ଅର୍ଥାତ୍, ଉନବିଂଶ ଶତାବ୍ଦୀର ଜଣେ ମତିମାନ୍‌ ବୁଦ୍ଧିସଂପନ୍ନ ବ୍ୟକ୍ତି ଏହି ବିଶ୍ୱଯାକର ଜୀବନନାଟକଟିକୁ ଯେଉଁଭଳି ଗୋଟିଏ ଦୃଷ୍ଟିରେ ଦେଖିବାପାଇଁ ପ୍ରେରଣା ପାଉଥିଲା, ଆହୁରି ପ୍ରାଚୀନ ତଥା ଅତୀତ କୌଣସି ଯୁଗର ପିତୁଳା–ପୂଜକର ନିଃସନ୍ଦେହ ଭାବରେ ସେଇଟି ଅଧିକ ଭୟାନକ ହୋଇ ରହିଥିଲା,–ପ୍ରାଚୀନ କାଳର ସେହି ମନୁଷ୍ୟମାନଙ୍କ ଲାଗି ତାହା ଅକଳ୍ପନୀୟ ହିଁ ଥିଲା,–ସ୍ୱାର୍ଥପରତା ଏବଂ ନୃଶଂସତା ଦ୍ୱାରା ଭରି ରହିଥିଲା ଏବଂ ସେଗୁଡ଼ିକ ଆବଶ୍ୟକ ଓ ଅନିବାର୍ଯ୍ୟ ବୋଲି ବିଚାର କରାଯାଉଥିଲା । ବିଚାର କରାଯାଉଥିଲା ଯେ ଏହି ପ୍ରକୃତି ଆମକୁ ବିଦାରି ଲୁପ୍ତ କରିଦେବ ବୋଲି ନଖ ଓ “ଦାନ୍ତମାନଙ୍କୁ ବିସ୍ତାର କରି” ଅପେକ୍ଷା କରି ରହିଛି ଏବଂ, ସେହି ମାର୍ଗରେ ତ କବି ଟେନିସନ୍ ସ୍ପେନ୍‌ସର୍‌ଙ୍କ ସମ୍ମୁଖରେ ଆପଣାକୁ ନିରୁପାୟପ୍ରାୟ ବୋଧ କରିଥିଲେ : ଅବଶ୍ୟ ସିଏ ଯେପରି କୌଣସି ଅତିବେଶୀ ବିଚଳିତ ହୋଇ ନଥିଲେ ଏବଂ ସେହି ସିଦ୍ଧାନ୍ତଟିରୁ ଆମ ସମାଜ ପାଇଁ ମଧ୍ୟ ଶିକ୍ଷଣୀୟ ଅଳ୍ପ କେତୋଟି କଥା ତଥାପି ଦର୍ଶାଇ ଦେବାପାଇଁ ପ୍ରୟାସ କରିଥିଲେ ।

 

ଟେନିସନ୍‌ କହିଥିଲେ, ଦୃଶ୍ୟଟି ନିଶ୍ଚୟ ନିରାଶାଜନକ, ଏବଂ ଭାବପ୍ରବଣ ମନୁଷ୍ୟମାନଙ୍କ ନିମନ୍ତେ ଅବଶ୍ୟ ଅସହନୀୟ । ତଥାପି, ତାହାର ଏକ ଭଲ ଦିଗ ମଧ୍ୟ ରହିଛି । ସେଇଟି ଅନୁସାରେ, ବୃଦ୍ଧାବସ୍ଥାଟା ଆସି ପହଞ୍ଚିଯିବା ଫଳରେ ନିଜର ଏକଦା ରହିଥିବା ସେହି ପୂର୍ବ ଶକ୍ତିରୁ ବଞ୍ଚିତ ହୋଇ ଯେତେବେଳେ ଜୀବନଟା ଆଉ ଆଦୌ ସୁଖ ଦେଇ ପାରେନାହିଁ, ସେତେବେଳେ ଆଉଗୋଟିଏ ଶିକାରୀ ପ୍ରାଣୀ ଆସି କେବଳ ଖାଇଥିବା ଖାଦ୍ୟର ରୋମନ୍ଥନ କରୁଥିବା ଉକ୍ତ ପ୍ରାଣୀଟିକୁ ହତ୍ୟା କଲେ ତାହାକୁ ଗୋଟିଏ ଅନୁଚିତ କାର୍ଯ୍ୟ ବୋଲି କହି ହେବନାହିଁ-। କାରଣ, ସେତେବେଳେ ତ ସର୍ବବିଧ ଅସମର୍ଥତା ସହିତ ଖାଲି ଘୋଷାରି ହୋଇ ହିଁ ଉକ୍ତ ପ୍ରାଣୀଟି କେବଳ ଯନ୍ତ୍ରଣା ହିଁ ଭୋଗ କରୁଥିବ ଏବଂ ଶେଷରେ ସିଏ ଅନାହାର ହେତୁ ଦିନେ ମରି ମଧ୍ୟ ଯିବ-।* ଏହି ସନ୍ଦର୍ଭରେ ତ ଆମ ସମସ୍ତଙ୍କର ସେହି ଯୁକ୍ତିଟି ନିଶ୍ଚୟ ମନେ ପଡ଼ିଯିବ, ଯେଉଁଟିକୁ କହି ଗଳ୍ପର ସେହି ହେଟାବାଘଟି ମଧ୍ୟ ବୁଢ଼ା ହୋଇ ଯାଇଥିବା ମେଷଟି ଆଗରେ ବାଢ଼ିଥିଲା-। ହେଟାବାଘ କହିଥିଲା ଯେ ମେଷଟିକୁ ହତ୍ୟା କରି ସିଏ ତ ପ୍ରକୃତରେ ତାହାର ଏକ ଉପକାର ହିଁ କରିବ । ଏହି କାହାଣୀଟିରୁ ଆହୁରି ମଧ୍ୟ ମନେ ପଡ଼ିଯାଉଛି, କିପରି କାର୍ଡ଼ିନାଲ୍ ବେଲାର୍ମିନ୍‌ ଏକଦା ତରୁଣ ବୟସର ଧର୍ମଦ୍ରୋହୀମାନଙ୍କୁ ନିଆଁରେ ପକାଇ ହତ୍ୟା କରିବାର କାର୍ଯ୍ୟଟିକୁ ନ୍ୟାୟୋଚିତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ଯୁକ୍ତି ଦେଖାଇ ସିଏ କହୁଥିଲେ ଯେ, ଆମେ ସେମାନଙ୍କୁ ଯେତେ ଅଧିକ ଦିନ ଏହି ପୃଥିବୀରେ ବଞ୍ଚି ରହିବାର ସୁଯୋଗ ଦେବା, ସେମାନେ ବସ୍ତୁତଃ ତାହା ଫଳରେ ସେତିକି ଅଧିକ ପରିମାଣରେ ହିଁ ନରକଭୋଗ ଲାଗି ବାଧ୍ୟ ହେଉଥିବେ-

 

* Herbert Speneer : Social Sraties, Appleton, New York, 1888. P. 353

 

ଏବଂ, ଆଉଗୋଟିଏ ଉପକାର ବି ରହିଛି । ଶ୍ରୀଯୁକ୍ତ ସ୍ପେନ୍‌ସର୍‌ କହିଛନ୍ତି : “ଆମେ ଆଉଗୋଟିଏ କଥା ମଧ୍ୟ ମନେ ରଖିବା ଯେ ମାଂସଭକ୍ଷୀ ଶତ୍ରୁପ୍ରାଣୀମାନେ ଉଦ୍‌ଭିଦଭୋଜୀମାନଙ୍କ ପଲରୁ କେବଳ ଯେ ସମର୍ଥ ଅବସ୍ଥାଟି ଚାଲି ଯାଇଥିବା ପ୍ରାଣୀମାନଙ୍କୁ ଅପସରାଇ ନିଅନ୍ତି ତା’ ନୁହେଁ, ସେମାନେ ରୁଗ୍‌ଣ, ଶାରୀରିକ ଗଠନଗୁଡ଼ିକର କ୍ଷେତ୍ରରେ ବହୁଭାବେ ବିକୃତିଯୁକ୍ତ ତଥା ଧାଇଁବାରେ ଏବଂ ଆପଣାର ଶକ୍ତିଗୁଡ଼ିକୁ ପ୍ରୟୋଗ କରିବାରେ ଅସମର୍ଥ ଅନ୍ୟଗୁଡ଼ାକୁ ମଧ୍ୟ ଅପସାରିତ କରନ୍ତି ।’’ * ଏହିପରି ଭାବରେ, “ଯଥେଷ୍ଟ ଅସମର୍ଥତା ନଥିବା ପ୍ରାଣୀମାନଙ୍କର ଯାବତୀୟ ନିରର୍ଥକ ସଂଖ୍ୟାବୃଦ୍ଧି ଦ୍ୱାରା ଉକ୍ତ ପ୍ରାଣୀଜାତିର ଗୁଣାତ୍ମକତାଟି କ୍ରମେ ହ୍ରାସ ହୋଇଯିବାର ଆଶଙ୍କାଟିକୁ ମଧ୍ୟ ଅଟକାଇ ରଖିହୁଏ ଏବଂ ପରିପାର୍ଶ୍ୱଗତ ସ୍ଥିତିଗୁଡ଼ିକ ସହିତ ଯଥାର୍ଥ ଭାବରେ ସଂପୂର୍ଣ୍ଣ ଅନୁକୂଳିତ କରି ରଖିବାରେ ସଂପୃକ୍ତ ଜୀବମାନଙ୍କର ଦେହକୁ ଏକ ସ୍ଥାୟୀ ସାମର୍ଥ୍ୟ ଆଣି ଦେଇଥାଏ । ସେଇଥିରୁ ତ ସେମାନେ ସଂପୂର୍ଣ୍ଣ ଭାବରେ ଏକ ସୁଖୀ ଜୀବନଯାପନ ମଧ୍ୟ କରିଥାନ୍ତି ।“ ଅର୍ଥାତ୍ ପ୍ରାଣୀମାନଙ୍କର ଯୌଥ ଜୀବନଟି ମଧ୍ୟ ସେମାନଙ୍କର ସମୂହ ମଧ୍ୟରୁ ଅଯୋଗ୍ୟମାନଙ୍କୁ ଅନ୍ତର କରିଦିଆ ଯାଉଥିବାରୁ ଏହିପରି ଭାବରେ ଉପକୃତ ହେଉଥାଏ । ତେଣୁ, ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ଗୋଟିଏ ଶ୍ୱାପଦ ଜନ୍ତୁ ସେମାନଙ୍କୁ ହତ୍ୟା କରି ସେମାନଙ୍କ ଉପରେ ଦୟାର ବର୍ଷଣ କରିବାକୁ ଅବଶ୍ୟ ବାଧ୍ୟ ହେଉଥିବ ।

 

*ତତ୍ରୈବ ।

 

ଏହି ମତଗୁଡ଼ିକୁ ନେଇ ଆମେ ଆଦୌ କୌଣସି ଆଲୋଚନା ମଧ୍ୟରେ ପ୍ରବେଶ କରିବାକୁ ଇଚ୍ଛା କରିବା ନାହିଁ । ଅନ୍ତତଃ ବର୍ତ୍ତମାନ ପାଇଁ ମୁଁ ଏଇଟିରୁ ନିଜକୁ ନିବୃତ୍ତ କରି ରଖିବି । କିନ୍ତୁ, ଏହିପରି ଏକ ଦୃଷ୍ଟିକୋଣ ଗ୍ରହଣ କରିନେଲେ ସେଇଟି ସହିତ ଆଉ ଆଉ ଯେଉଁସବୁ ପରବର୍ତ୍ତୀ କଥାଗୁଡ଼ିକ ମନରେ ଉଦୟ ହୋଇ ଆସିବ, ଆମେ ସେହିଗୁଡ଼ିକ ବିଷୟରେ କିଛି ଚିନ୍ତା କରିବା । ଗୋଟିଏ ବାଘ ଯଦି ନିଜର ଆହାର ସମୟରେ ମୃଗମାଂସ ଖାଇବାକୁ ମନ କରିବ, ତେବେ ତାକୁ ଯେ କେବଳ ତା’ ଦାନ୍ତ ଓ ନଖମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିବାକୁ ପଡ଼ିବ ତା’ ନୁହେଁ, ମାତ୍ର ଗୋଟିଏ ହରିଣ ତୁଳନାରେ ତାକୁ ଅଧିକତର ବେଗରେ ଧାଇଁ ପାରିବାକୁ ହେବ । ସିଏ ଯେଉଁ ହରିଣଟିକୁ ଧରି ପାରିବ, ତା’ ଧାଇଁବାର ବେଗଟି ବାଘର ବେଗ ତୁଳନାରେ କମ୍‌ ହୋଇଥିବ,–ସିଏ ଅନ୍ୟ ହରିଣମାନଙ୍କ ପରି ସେଡ଼େ ବେଗରେ ଦଉଡ଼ି ପାରୁନଥିବ । ଅନ୍ୟ ପକ୍ଷରେ, ବାଘଟି ପଛରୁ ଗୋପନରେ ଧାଇଁ ଆସି ମାଡ଼ିବସିଲା ପରି ଯଦି କୌଣସି ହରିଣ ନଥିବ, ତେବେ ତାକୁ ମଧ୍ୟ ଗୋଟିଏ ଅଯୋଗ୍ୟ ବାଘ ବୋଲି କୁହାଯିବ ଏବଂ ତେଣୁ ସିଏ ମଧ୍ୟ ନିଜର ବାଘନାମକ ଜାତିଟି ପାଇଁ ଏକ ଅସମ୍ମାନର କାରଣ ହେବାପାଇଁ କାହିଁକି ବଞ୍ଚି ରହିବ ? ତେଣୁ, ପୃଥିବୀରେ ଜୀବନ ଧରି ତିଷ୍ଠି ରହିବାର ବୃହତ୍‌ ସଂଗ୍ରାମଟିରେ ଶିକାର ଯାଏ ପହଞ୍ଚି ନପାରୁଥିବା ଗୋଟିଏ ହରିଣ ଓ ବାଘର କବଳରେ ପଡ଼ୁଥିବା ହରିଣ ଦୁହେଁ ହିଁ ହାରିଯିବେ । ହଁ, ଯୁକ୍ତିଟିରେ ପ୍ରକୃତରେ କେଉଁଠାରେ କ’ଣ ବିରୋଧାଭାସ ନିଶ୍ଚୟ ରହି ଯାଉଥିବା ପରି ଲାଗୁଛି । କାରଣ, ବେଶ୍‌ ବୋଧ ହେଉଛି ଯେ, ଯଦି ଶିକାରକୁ ଧରି ପାରୁନଥିବା ସେହି ବାଘ ଏବଂ ବାଘ ହାବୁଡ଼ରେ ପଡ଼ି ଯାଉଥିବା ହରିଣ,–ଦୁହିଁଙ୍କ ମଧ୍ୟରେ କେବେ ଭେଟ ହୋଇ ଯାଆନ୍ତା, ତେବେ ଯାଇ ବାଘଟିକୁ ଆହାର ମିଳି ପାରନ୍ତା ଏବଂ ତେବେଯାଇ ସିଏ ଜୀଇ ରହି ପାରନ୍ତା । ତେଣେ, ଅପର ପକ୍ଷରେ, ଶିକାର ଯାଏ ଯାଇ ପହଞ୍ଚି ପାରୁଥିବା ବାଘଟି ମୋଟେ ଧରି ହୋଇ ପାରୁନଥିବା ହରିଣ ପଛରେ ଗୋଡ଼ାଇ ତଥାପି ଆହାର କରି ପାରୁନଥାନ୍ତା ଏବଂ ତେଣୁ ସିଏ ମଧ୍ୟ କ’ଣ ପାଇଁ ବଞ୍ଚି ରହୁ ବୋଲି କହି ହୁଅନ୍ତା ? ତେବେ ଏହି ଯେଉଁସବୁ ଅନୁଚିତ ଘଟଣା ଶ୍ରୀଯୁକ୍ତ ସ୍ପେନ୍‌ସର୍‌ଙ୍କ ସିଦ୍ଧାନ୍ତର ବିରୋଧରେ ହିଁ ଯାଉଛି, ସେଗୁଡ଼ିକ କେବେ ପ୍ରକୃତରେ ଘଟିଲେ ଯୋଗ୍ୟ ବୋଲି ସାବ୍ୟସ୍ତ ହୁଅନ୍ତେ-। ତେବେ, ଏହାଠାରୁ ଅଧିକ ଅକଳ୍ପନୀୟ ବିପର୍ଯ୍ୟୟଟିଏ ଏହି ପୃଥିବୀରେ ଆଉ କ’ଣ ବା ଘଟିପାରନ୍ତା ?

 

ମୋ’ର ଯୁକ୍ତିଟି ଯେ ନ୍ୟାୟଶାସ୍ତ୍ରର ଡାଳଗୁଡ଼ିକୁ ଧରି ମନେ ମନେ ଆମେ କେଉଁଯାଏ କଳ୍ପନା କରିଯାଇ ପାରନ୍ତେ, ସେଇଟି ତାହାରି ଗୋଟିଏ ଚାତୁରୀ ମାତ୍ର । ବର୍ତ୍ତମାନ ସେଇଟି ସହିତ ମୁଁ ଗୋଟିଏ ଗମ୍ଭୀରତା ରହିଥିବା ଯୁକ୍ତିକୁ ଆଣି ଉପସ୍ଥାପିତ କରିବି । ଅନୁମାନ କରାଯାଉ ଯେ ସବୁ ହରିଣଙ୍କ ଠାରୁ ଅଧିକ ବେଗରେ ଦଉଡ଼ି ପାରୁଥିବା ହରିଣମାନେ ଏବଂ ସେହିପରି ସର୍ବାଧିକ ବେଗରେ ଦଉଡ଼ି ପାରୁଥିବା ଅତି ପରିମାଣରେ ପେଟୁ ବାଘମାନେ,–କେବଳ ସେହିମାନେ ଲୁପ୍ତ ନହୋଇ ପୃଥିବୀରେ ତିଷ୍ଠି ରହିଥିବେ । ହଁ, ଆମେ ଏକଥାଟିକୁ ମଧ୍ୟ ଅନୁମାନ କରିବା ଯେ, ଆପଣାର ଯୌନଗତ ନିର୍ବାଚନ ଦ୍ୱାରା ପରିଚାଳିତ ହୋଇ ଏମାନେ ପରବର୍ତ୍ତୀ ପୁରୁଷଗୁଡ଼ିକୁ ଆପଣାର ସେହି ଖୁବ୍‌ ପ୍ରଶଂସାଯୋଗ୍ୟ ଗୁଣଗୁଡ଼ିକୁ ଉତ୍ତରାଧିକାରର ସୂତ୍ରରେ ପ୍ରଦାନ କରିବେ, ଯେଉଁମାନେ କି ଆପେ ମଧ୍ୟ ସେହି ସୂତ୍ରଟି ଅନୁସାରେ ସେହିଭଳି ଅବଶ୍ୟ କରୁଥିବେ । ଏହିପରି ଭାବରେ ପୁରୁଷପରେ ପୁରୁଷ ଅତିକ୍ରାନ୍ତ ହୋଇଯିବା ସହିତ ସେମାନେ ଅଧିକରୁ ଅଧିକ ପରିପୂର୍ଣ୍ଣତା ହାସଲ କରିବାରେ ଲାଗିଥିବେ । ଏହି ସେଯାଏ ଆସି ପହଞ୍ଚିବା ପରେ ଅପେକ୍ଷାକୃତ ଅଧିକ ଯୋଗ୍ୟ ବାଘ ତଥା ଅଧିକ ଯୋଗ୍ୟ ହରିଣ ମଧ୍ୟରେ ଲାଗି ରହିଥିବା ପ୍ରତିଯୋଗିତା ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବରେ ଅବଶ୍ୟ ଅଧିକ କୌଶଳଯୁକ୍ତ ଏବଂ ଅଧିକ ଆୟାସପୂର୍ଣ୍ଣ ହିଁ ହେବ । ପୁନଶ୍ଚ, ଆବଶ୍ୟକତାଗୁଡ଼ିକର ସମ୍ମୁଖୀନ ହେବାକୁ ଯାଇ ଏହି ସମଗ୍ର ଜୈବ ଜଗତରେ ଅପେକ୍ଷାକୃତ କମ୍‌ ଦକ୍ଷତା ଥିବା ଜୀବମାନଙ୍କର ବାର୍ଷିକ ହତ୍ୟାହାର ତଥାପି ତିଷ୍ଠି ରହୁଥିବା ବାକୀମାନଙ୍କର ନିରାପତ୍ତାକୁ ଅତିମାତ୍ରାରେ ହିଁ ବିପନ୍ନ କରିଦେବ । ସେମାନେ ତେଣିକି ଏପରି ଜୀବଧାରୀ ପ୍ରାଣୀଗଣଙ୍କୁ ଶିକାର କରିବା ନିମନ୍ତେ ବାଧ୍ୟ ହେବେ, ଯେଉଁମାନଙ୍କୁ ଶିକାର କରିବା ଅପେକ୍ଷାକୃତ ଅଧିକ କଷ୍ଟକର ହେଉଥିବ ଏବଂ, ଅନ୍ୟ ପକ୍ଷରେ ସେମାନଙ୍କ ପଛରେ ଶିକାର କରିବାର ଲକ୍ଷ୍ୟରେ ଏପରି ଜନ୍ତୁମାନେ ମଧ୍ୟ ଧାବମାନ ଥିବେ, ଯେଉଁମାନଙ୍କର ହାବୁଡ଼ରୁ ଖସିଯିବା ପ୍ରକୃତରେ ଅଧିକ କଷ୍ଟକର ହେଉଥିବ । ବିଚରା ସାନ ମାଈ ହରିଣଟିଏ ତା’ର କକାକୁ ଧରି ପାରିଥିବା ବାଘଟିର କବଳରୁ ପଳାଇ ଯାଉଥିବା ସମୟରେ ସମ୍ଭବତଃ ପରବର୍ତ୍ତୀ ଏକ ସମୟରେ ସ୍ୱୟଂ ସେହି ବାଘର କବଳରେ ଯାଇ ପଡ଼ିଯିବ,–କାରଣ ତାହାର ଗୋଟିଏ ନିର୍ଦ୍ଦିଷ୍ଟ କାରଣ ହୋଇଥିବ ଯେ, ସେତେବେଳେ ବାଘର କବଳରେ ପଡ଼ିବା ସକାଶେ ଆଉ ଜଣେ ମଧ୍ୟ କକା ନଥିବେ । ତେଣୁ, ଏହିପରି ଗୋଟିଏ ଏଡ଼େ ଚମତ୍କାର ବିବର୍ତ୍ତନ–ସିଦ୍ଧାନ୍ତର ପ୍ରକ୍ରିୟାରେ ଶେଷ ପରିଣାମଟି ନିଶ୍ଚୟ ଏପରି ହେବ ଯେ, ପୃଥିବୀରୂପକ ଏହି କ୍ଷେତ୍ରରେ ଏକ ଅତ୍ୟନ୍ତ ବିଶାଳ ପ୍ରକାରର ପରିପୂର୍ଣ୍ଣତା ଥିବ,–ଏବଂ ତେଣେ, ତା’ ସହିତ ଗୋଟିଏ ବିଶାଳ ପ୍ରକାରର ଅସୁରକ୍ଷା ମଧ୍ୟ ରହିଥିବ । ଏବଂ, ସେହି ବିସ୍ମୟକାରୀ ସାମର୍ଥ୍ୟମାନଙ୍କର ଅଧିକାରୀଗଣ ସେଗୁଡ଼ିକ ସତ୍ତ୍ୱେ ତଥାପି କୌଣସି ପ୍ରକାରେ ଏକ ଅଧିକ ଭଲ ଅବସ୍ଥାରେ ରହିନଥିବେ ।

 

ଏବଂ, ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ଅନୁଭବ କରୁଥିଲେ ଅଥବା ଅନୁଭବ କରୁଛନ୍ତି ବୋଲି ଭାବୁଥିଲେ ଯେ, ଇତର ଜୀବମାନଙ୍କର କ୍ଷେତ୍ରରେ ଏହି ଯେଉଁ ସଂଗ୍ରାମଟି ଲାଗିଛି, ସେହି ସିଦ୍ଧାନ୍ତଟିକୁ ଆମ ମନୁଷ୍ୟମାନଙ୍କର ସମାଜରେ ମଧ୍ୟ ନିଶ୍ଚୟ ପ୍ରୟୋଗ କରାଯାଇ ପାରିବ । ହଁ, ମନୁଷ୍ୟମାନଙ୍କର ସାମାଜିକ ଜୀବନରେ ଆମେ ସର୍ବଦା ଏହି ସତ୍ୟଟିକୁ ଅବଶ୍ୟ ପ୍ରତ୍ୟକ୍ଷ କରି ପାରୁଥିବା ଯେ, ସେଇଟି ଭିତରେ କେତେ ମନୁଷ୍ୟ ସମୃଦ୍ଧି ହାସଲ କରିଛନ୍ତି ଏବଂ ଆଉକେତେ ହାରି ଯାଇଛନ୍ତି ଓ ନିଃସ୍ୱ ହୋଇଛନ୍ତି । କେତେ ମନୁଷ୍ୟ କାମ ପାଇଛନ୍ତି ଏବଂ କର୍ମରତ ହୋଇ ରହିଛନ୍ତି ଏବଂ ଆଉକେତେ ବେକାର ହୋଇ ବସିଛନ୍ତି (ହଁ, ଭାରି ବିଚିତ୍ର ହିଁ ଲାଗୁଛି, କେବଳ କୌଣସି ଯୁଦ୍ଧ ଲାଗିଥିବା ସମୟକୁ ବାଦ୍‌ ଦେଲେ); ହଁ, ଏପରି ଗୋଟିଏ ପୃଥିବୀ, ଯେଉଁଠାରେ କେତେକ ଲୋକ ଶାସନ କରୁଛନ୍ତି ଏବଂ ଅନ୍ୟସମସ୍ତେ ଶାସିତ ହେଉଛନ୍ତି,–କେତେକ ମୁକ୍ତ ଏବଂ ସ୍ୱାଧୀନ, ଓ ଅନ୍ୟମାନେ ନାନା ଦାସତ୍ୱର ବେଡ଼ି ଦ୍ୱାରା ବନ୍ଧା ହୋଇ ରହିଛନ୍ତି । ସର୍ବୋପରି ଏପରି ଏକ ନାନା ପ୍ରାଣମୂର୍ଚ୍ଛା ଯୁଝିବାମାନ ଲାଗିରହିଛି,–ସେହି ସର୍ବବିଧ ଯୁଝିବାରେ ସମସ୍ତେ ଅର୍ଥନୀତି ତଥା ସମାଜକ୍ଷେତ୍ରର ସମ୍ପଦମାନଙ୍କୁ ନିଜର ଅଧିକାରବଶ କରି ରଖିବା ନିମନ୍ତେ ନିତ୍ୟ ବ୍ୟସ୍ତ ହୋଇ ଧାଇଁଛନ୍ତି । ମାତ୍ର, ସମ୍ପଦମାନେ ଅତ୍ୟନ୍ତ ଅଳପ ହିଁ ଥିବାରୁ ସମସ୍ତେ ସେଗୁଡ଼ିକୁ ଏକତ୍ର ଆଦୌ ଲାଭ କରି ପାରୁନାହାନ୍ତି । ତେଣୁ, ଏହାର ଏକ ସଂପୂର୍ଣ୍ଣ ସ୍ପଷ୍ଟ ପରିଣାମ ଅବଶ୍ୟ ହେବ ଯେ, ସେହି ଯୁଝିବାରେ କେତେ (ସମ୍ଭବତଃ ଅନେକ) ହାରିବେ ଏବଂ, ଜିତିବା ନିମନ୍ତେ ଯେଉଁସବୁ କୌଶଳ ଲୋଡ଼ା, ଏମାନେ ସେଗୁଡ଼ିକର ଅଧିକାରୀ ହୋଇ ନଥିବାରୁ ହିଁ ପ୍ରକୃତରେ ଲଢ଼ାଇଟାରେ ହାରିଯିବେ । ପୁନଶ୍ଚ, ଅର୍ଥନୀତିକ୍ଷେତ୍ରର ସେହି ସଂଗ୍ରାମରେ ପରାଜୟ ଲଭିବାଦ୍ୱାରା ସେମାନେ ବି ଠିକ୍‌ ସେହି ପରିଣାମଗୁଡ଼ିକର ସମ୍ମୁଖୀନ ହେବେ, ଯଥେଷ୍ଟ ବଳ ନଥିବା ହରିଣଟିକୁ ମଧ୍ୟ ଯେଉଁଟିର ସାମନା କରିବାକୁ ପଡ଼ିଥିଲା । ହରିଣଟିର ଆବଶ୍ୟକ ବଳ ନଥିବାରୁ ତ ସିଏ ବାଘର କବଳରେ ଯାଇ ପଡ଼ିଲା । ବରଷ ପରେ ବରଷ ଅନାହାର ଏବଂ ମୃତ୍ୟୁ ଆସି ସମାଜରେ ବାସ କରୁଥିବା ଏହିପରି ଅସଫଳ ମନୁଷ୍ୟମାନଙ୍କୁ ଏଠୁ ଅନ୍ତର କରି ନେଇଯାଉଛି,–ବିଜୟୀମାନେ ହିଁ ରହି ପାରୁଛନ୍ତି,–ସେମାନେ ଆମର ଏହି ପୃଥ୍ୱୀଜୀବନଟିକୁ ମଣ୍ଡନ କରି ରହିଛନ୍ତି ଏବଂ, ପରବର୍ତ୍ତୀ ପୀଢ଼ିଗୁଡ଼ିକୁ ଅସଲ ଶିକ୍ଷାଗୁଡ଼ିକୁ ପ୍ରଦାନ କରୁଛନ୍ତି ।

 

ଏବଂ, ଆପଣାର କଥାଗୁଡ଼ିକୁ ଯେ କେଉଁମାନଙ୍କୁ କହିବାଲାଗି ଇଚ୍ଛା କରୁଛନ୍ତି, ଅତ୍ୟନ୍ତ ଭଲକରି ସ୍ପେନ୍‌ସର୍‌ ସେକଥା ଜାଣିଛନ୍ତି : “ଏହି ଅସମର୍ଥମାନେ ଯେଉଁ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି, ଏହି ଅସାବଧାନମାନଙ୍କୁ ଯେଉଁ ଦୁଃଖମାନ ଭୋଗିବାକୁ ହେଉଛି, ଅଳସୁଆମାନେ ଯେ ଅନାହାରରେ ରହୁଛନ୍ତି, ଏବଂ ବଳବାନ୍‌ମାନେ ଯେ ଦୁର୍ବଳମାନଙ୍କୁ ପଛକୁ ଠେଲିଦେଇ ଆଗକୁ ଚାଲିଯାଇ ପାରୁଛନ୍ତି,–ସେହି କାରଣରୁ ହିଁ ଏତେ ଏତେ ମନୁଷ୍ୟ ତୁଚ୍ଛା ଢିପଗଡ଼ିଆମାନଙ୍କରେ ପଡ଼ି କଷଣମାନ ଭୋଗ କରୁଛନ୍ତି,–ଏବଂ ଏହି ସବୁକିଛି ଗୋଟିଏ ବୃହତ୍‌ ତଥା ବହୁ ଦୂରକୁ ଦେଖି ପାରୁଥିବା ଏକ ଶୁଭଚିନ୍ତାର ବରାଦକ୍ରମେ ହିଁ ଘଟୁଛି ।” * ପାଠକମାନେ ଲକ୍ଷ୍ୟ କରିଥିବେ ଯେ, ଏହିସବୁ ନାନା ବର୍ଗର ଉଲ୍ଲେଖ କରିଥିବା ସମୟରେ ସ୍ପେନ୍‌ସର୍‌ ଏପରି ନାମମାନଙ୍କୁ ବାଛି ପାରିଛନ୍ତି, ଯେଉଁମାନଙ୍କ ପ୍ରତି ସାଧାରଣତଃ ପ୍ରାୟ ଏକ ନୈତିକ ହୀନ ନଜର ରହିଥାଏ;–ଏବଂ, ସେପରି କରି ସେ ନିଜର ଯୁକ୍ତିଟି ମଧ୍ୟରେ ବେଶ୍‌ ପରୋକ୍ଷ ଭାବରେ ବସ୍ତୁତଃ ଏପରି ଗୋଟିଏ ଔଚିତ୍ୟ–ବୋଧର ପ୍ରବେଶ ଘଟାଇଛନ୍ତି, ଯେଉଁଟିକୁ କି ଆମେ ପରେ ଖିଅକୁ ପରୀକ୍ଷା କରି ଦେଖିପାରିବା । ମାତ୍ର, ଏକଥାଟି ଅତ୍ୟନ୍ତ ସ୍ପଷ୍ଟ ହୋଇଯିବ ଯେ, ସ୍ପେନ୍‌ସର୍‌ ଯେଉଁମାନଙ୍କୁ ‘ଅସମର୍ଥ’ ଏବଂ ‘ଆଳସ୍ୟପରାୟଣ’ ବୋଲି କହୁଛନ୍ତି, ସେମାନେ ହେଉଛନ୍ତି ସେହିସବୁ ଶ୍ରମିକ ଯେଉଁମାନଙ୍କୁ ଯଥେଷ୍ଟ ମଜୁରି ମିଳୁନାହିଁ ଅଥବା ଯେଉଁମାନଙ୍କ ହାତରେ କୌଣସି କାମ ନାହିଁ । ସିଏ ‘ଅସାବଧାନ’ ବୋଲି ସେହିମାନଙ୍କୁ କହୁଛନ୍ତି, ଯେଉଁମାନେ କି ଆର୍ଥିକ ଉପାର୍ଜନ ମାନଙ୍କର କ୍ଷେତ୍ରରେ ହୁଏତ ଗୋଟିଏ ଭରସା ରଖି ଆଗକୁ ପାଦ ପକାଇଥିଲେ ଓ ତା’ ପରେ ହାରିଗଲେ–ସିଏ ‘ଦୁର୍ବଳ’ ବୋଲି ସେହିମାନଙ୍କୁ ବୁଝୁଛନ୍ତି, ଯେଉଁମାନେ କି କୌଣସି କାରଣରୁ ନିଜର ସାମାଜିକ ଭାଗ୍ୟଟିକୁ ତଥାପି ଆପଣାର ନିୟନ୍ତ୍ରଣ ଭିତରେ ରଖିବାକୁ ସମର୍ଥ ହୁଅନ୍ତିନାହିଁ । ହଁ, ସେହିମାନେ ଭାଗ୍ୟହୀନ ଓ ତେଣୁ ଅଯୋଗ୍ୟ, ଯେଉଁମାନଙ୍କ ହାତରୁ କି, ସ୍ପେନ୍‌ସର୍‌ଙ୍କ ଭାଷାରେ, ସେହି “ବୃହତ୍‌ ଓ ଦୂରଦୃଷ୍ଟି–ସମ୍ପନ୍ନ ଶୁଭାକାଙ୍‌କ୍ଷା” ଟି ଯଥାଶୀଘ୍ର ନିଷ୍କୃତି ପାଇବା ଲାଗି ପ୍ରୟାସ କରୁଥାଏ ।

 

*ତତ୍ରୈବ, p. 354.

 

ବସ୍ତୁତଃ, ଅନ୍ତତଃ ତାହାହିଁ ହେବ, ଯଦି ଆମେ ଉକ୍ତ ପ୍ରକ୍ରିୟାଟିକୁ କମାଇ ଆଣିବା ସକାଶେ କୌଣସି ଚେଷ୍ଟା କରିବାନାହିଁ । ବେଶ୍‌ ଦୁର୍ଭାଗ୍ୟର ବିଷୟ ଯେ, ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ସେହିପରି ବିଚାର କରୁଛନ୍ତି । ସର୍ବଦା ବହୁସଂଖ୍ୟକ ଏପରି ଅଯୋଗ୍ୟ ମାନବହିତୈଷୀ ଓ ଦରିଦ୍ର–ବନ୍ଧୁମାନେ ରହିଥାନ୍ତି, ଯେଉଁମାନେ କି ଦରିଦ୍ରମାନଙ୍କ ନିମନ୍ତେ ସହାୟକ ବିଶେଷ ଆଇନ୍‌ମାନ ତିଆରି ହେଉ, ସେମାନଙ୍କୁ ଅନ୍ନସହାୟମାନ ଦିଆଯାଉ, ବେକାର ରହିଥିବା ଯାଏ ଭତ୍ତା ମିଳୁ ଏବଂ ସେହି ଦିଗରେ ସରକାର ମଧ୍ୟ ସ୍ୱତନ୍ତ୍ର କର୍ମପ୍ରକଳ୍ପମାନ ହାତକୁ ନିଅନ୍ତୁ ବୋଲି ଦାବୀ କରି କୋଳାହଳ କରନ୍ତି । ଏହିସବୁ ପଦକ୍ଷେପ ନିଆଯିବା ଫଳରେ ସମାଜରୁ ଅଯୋଗ୍ୟମାନଙ୍କୁ ଅପସାରିତ କରିନେବାର ପ୍ରକ୍ରିୟାଟି ଯେ ବିଳମ୍ବିତ ହୁଏ, ସେତିକି ନୁହେଁ, ସେସବୁ କ୍ଷେତ୍ରରେ ବସ୍ତୁତଃ ଯୋଗ୍ୟମାନଙ୍କୁ ବଞ୍ଚିତ କରାଯାଇ ସତେଅବା ଅତ୍ୟନ୍ତ ଅବିବେକୀ ଭାବରେ ତାହା କରାଯାଇଥାଏ । ଆର୍ଥିକ ଉପାର୍ଜନର କ୍ଷେତ୍ରରେ ଜଣେ ବିପୁଳ ପ୍ରତିଭାଧାରୀଙ୍କୁ ଟିକସ ଦେବାକୁ ପଡ଼େ, ଯେପରିକି ଜଣେ ସାମର୍ଥ୍ୟହୀନ ବ୍ୟକ୍ତି ତଥା ତା’ର ପରିବାରର ପୋଷଣ ସମ୍ଭବ ହୋଇପାରିବ । ଏହି ଦ୍ୱିତୀୟ ଲୋକଟି ତ ଅର୍ଥକାରବାରର ରାମ କି ବିଷ୍ଣୁ କିଛି ଜାଣିନଥାଏ,–ଏସବୁ ସିଏ ଆଗରୁ କେବେ ଦେଖିଥାଏ ଯେ, ସେସବୁ ସମ୍ପର୍କରେ ଆଦୌ କିଛିହେଲେ ଜାଣିଥାନ୍ତା-? ହଁ, ପ୍ରଥମ ବ୍ୟକ୍ତି ଟିକସ ଦିଅନ୍ତି, କାରଣ ତାଙ୍କ ପାଖରେ ଅଧିକ ଅର୍ଥ ଥାଏ । ସିଏ ଟିକସ ଦିଅନ୍ତି, କାରଣ ସିଏ ଅଧିକ କୌଶଳ ଅର୍ଜନ କରିଥାନ୍ତି । ଏପରି ହେବାଦ୍ୱାରା ଘୋର ଅନ୍ୟାୟ ହେଉଥାଏ । ଏବଂ, ଯେଉଁ ସରକାରମାନେ ଏପରି କରିବାଦ୍ୱାରା ଜୀବନକ୍ଷେତ୍ରର ସବୁଠାରୁ ବଡ଼ ନିୟମଟିକୁ ଅମାନ୍ୟ କରୁଥାନ୍ତି, ସେମାନଙ୍କୁ ଆମେ ତେବେ କ’ଣ ବୋଲି କହିବା ?

 

ଏହି ଯାବତୀୟ କ୍ରୋଧକୁ ପ୍ରକୃତରେ ଏକ ଅନୁଚିତ ସ୍ଥାନରେ ହିଁ ବ୍ୟକ୍ତ କରାଯାଉଛି । ପ୍ରକୃତ ସକଳ କ୍ଷେତ୍ରରେ ଗୋଟିଏ ପକ୍ଷରେ ପ୍ରକୃତିର ନିୟମ ଓ ଆଉଗୋଟିଏ ପକ୍ଷରେ ନୈତିକ ତଥା ଆଇନ୍‌ ଦ୍ୱାରା କ୍ରିୟାଶୀଳ ହୋଇ ରହିଥିବା ଯାବତୀୟ ନିୟମ ଭିତରେ ସର୍ବଦା ଗୋଟିଏ ପ୍ରଭେଦ ଥାଏ । ପ୍ରକୃତିର କୌଣସି ନିୟମକୁ ଭଙ୍ଗ କରି ହୁଏନାହିଁ । ଯଦି ମୁଁ ପ୍ରକୃତିର ଗୋଟିଏ ନିୟମକୁ ମାନିବିନାହିଁ ବୋଲି ବିଚାରି ଦଶମହଲାରେ ରହିଥିବା ଏକ ଖିଡ଼ିକିରୁ ତଳକୁ ଲମ୍ଫ ପ୍ରଦାନ କରିବି, ତେବେ ତଦ୍ଦ୍ୱାରା ଯେଉଁ ବିପର୍ଯ୍ୟୟ ଘଟିବ, ତାହାକୁ କୌଣସି ଆଇନ୍‌ ଭଙ୍ଗ କରିଥିବା ହେତୁ ମୁଁ ପାଇଥିବା ଏକ ଶାସ୍ତି ବୋଲି ଆଦୌ କୁହାଯିବନାହିଁ, । ନାଇଁ, ବରଂ ମୁଁ ନିୟମଟିକୁ ଭାଙ୍ଗି ପାରିଲିନାହିଁ ବୋଲି ସେହି ବିପର୍ଯ୍ୟୟଟି ଘଟିଲା ବୋଲି ଅଧିକ ଯୁକ୍ତିର ସହିତ କୁହାଯାଇ ପାରିବ । ଠିକ୍ ସେହିପରି କଥାଟିଏ ଏହି ପୃଥିବୀରେ ଆମର ଜୀବନଧାରଣ ବିଷୟରେ ମଧ୍ୟ ନିଶ୍ଚୟ କୁହାଯିବ : ଆମେ ଯେତେ ଯେତେ ସୌଜନ୍ୟଭାବ ଦ୍ୱାରା ପ୍ରେରିତ ହୋଇ ଲୋକହିତୈଷଣାଗୁଡ଼ିକର କ୍ଷେତ୍ରରେ ତତ୍ପର ରହିଲେ ମଧ୍ୟ ଅଯୋଗ୍ୟମାନେ କ୍ରମେ ଅପସରି ଯିବାର ପ୍ରକ୍ରିୟାଟିକୁ ବନ୍ଦ କରିଦେଇ ପାରିବାନାହିଁ । ହଁ, ତଦ୍ଦ୍ୱାରା ହୁଏତ ପ୍ରକ୍ରିୟାଟି କିଛି ପରିମାଣରେ ବିଳମ୍ବିତ ହେବ ଏବଂ ତଦ୍ଦ୍ୱାରା ପରବର୍ତ୍ତୀ ପୁରୁଷଟିକୁ ତା’ର ସାମର୍ଥ୍ୟଟିର ତୁଳନାରେ ଗୋଟିଏ ବୃହତ୍ତର “ବୋଝ” ହିଁ ବୋହିବାକୁ ହେବ । ଏବଂ, ଶ୍ରୀଯୁକ୍ତ ସ୍ପେନ୍‌ସର୍‌ କହିବେ ଯେ, “ଆମକୁ ସେଇ ପ୍ରକ୍ରିୟାଟି ମଧ୍ୟଦେଇ ହିଁ ଗତି କରିବାକୁ ପଡ଼ିବ ଏବଂ ପରିଣାମଗୁଡ଼ିକୁ ଅବଶ୍ୟ ଭୋଗିବାକୁ ହେବ । ପୃଥିବୀରେ ସେପରି କୌଣସି ଗତି ନାହିଁ । ରାଷ୍ଟ୍ରନୀତିଜ୍ଞମାନେ ଗଭୀର ଚିନ୍ତା କରି ଅତ୍ୟନ୍ତ ବୁଦ୍ଧିଚତୁରତା ଖଟାଇ ବାହାର କରି ପାରୁଥିବା ଭଳି ଆଦୌ କୌଣସି ଆଇନ୍‌ ନାହିଁ, ମାନବସୌହାର୍ଦ୍ଦ୍ୟ ଦ୍ୱାରା ପ୍ରେରିତ ହୋଇ ପୃଥିବୀକୁ ତା’ର ସମୁଚିତ ମାର୍ଗକୁ ଆଣି ପାରିବାର କୌଣସି ଯୋଜନା ମଧ୍ୟ ନାହିଁ, କମ୍ୟୁନିଷ୍ଟ ଆଦର୍ଶ ଦ୍ୱାରା ଅନୁପ୍ରାଣିତ କୌଣସି ସର୍ବସମାଧାନକାରୀ ଅମୋଘ ସୂତ୍ର ନାହିଁ ଏବଂ କେବେ କୌଣସି ପରିବର୍ତ୍ତନ ଘଟାଇଥିବା ଏବଂ ଆଦୌ ଘଟାଇ ପାରିବା କୌଣସି ସଂସ୍କାର ମଧ୍ୟ ନାହିଁ ଯାହାକି ସେଗୁଡ଼ିକୁ ବିନ୍ଦୁଏ ମଧ୍ୟ ଊଣା କରି ଆଣି ପାରିବ-।”*

 

*ତତ୍ରୈବ pp 353-356.

 

ପ୍ରକୃତିର ନିୟମ ଏବଂ ନୀତି ତଥା ନୈତିକତା ଦୃଷ୍ଟିରୁ ପ୍ରବର୍ତ୍ତନ କରା ଯାଉଥିବା କୌଣସି ଆଇନ୍‌–ଏହି ଦୁଇଟି ଯାକକୁ ଗୋଳିଆମିଶା କରିଦେବାର ଏହି ଯେଉଁ ଅଭ୍ୟାସଟି,–ତାହା କାଳକାଳରୁ ରହିଆସିଛି ଓ ବହୁ ପ୍ରମାଦର କାରଣ ହୋଇଛି । ସେଇଟିକୁ ନ୍ୟାୟଶାସ୍ତ୍ରର ପରିଚିତ ବହିଗୁଡ଼ିକରେ କଥାର ଅର୍ଥଗୁଡ଼ିକୁ ଏକାଠି ଗୋଳିଆମିଶା କରିଦେବାର ଏକ ଦୋଷ ବୋଲି କୁହାଯାଇଛି । କିନ୍ତୁ ଏହାଦ୍ୱାରା ଯେତେ ଯାହା ଦୁର୍ବିପାକର ସମ୍ମୁଖୀନ ହେବାକୁ ପଡ଼ିଥାଉ ପଛକେ, ତଦ୍ଦ୍ୱାରା ମୋଟେ ନିରସ୍ତ ନହୋଇ ମନୁଷ୍ୟମାନେ ସବୁବେଳେ ସେଇଟିକୁ ହିଁ ଅବଶ୍ୟ କରିବେ । ତେଣୁ :

 

ମୁଁ ସେପରି ଉଲ୍ଲେଖଯୋଗ୍ୟ ଭାବରେ ଧର୍ମଭାବଯୁକ୍ତ ଜଣେ ମନୁଷ୍ୟ ନହୋଇଥିଲେ ମଧ୍ୟ ଈଶ୍ୱରଦ୍ୱାରା ପ୍ରବର୍ତ୍ତିତ ବିଧାନମାନଙ୍କ ପ୍ରତି ମୋ’ର ଏକ ଗଭୀର ସମ୍ମାନ ରହିଛି । ସେହିସବୁ ବିଧାନ ଗୋଟିଏ ଗୋଟିଏ ଦୃଷ୍ଟାନ୍ତରୂପେ ପ୍ରକୃତିରେ ପ୍ରତ୍ୟକ୍ଷ ହୋଇ ରହିଥିବାର ମୁଁ ଅତ୍ୟନ୍ତ ସ୍ପଷ୍ଟଭାବରେ ଦେଖିପାରୁଛି,–ଖ୍ରୀଷ୍ଟିଆନ୍‌ ଏବଂ ଅଣଖ୍ରୀଷ୍ଟିଆନ୍, ତୀକ୍ଷ୍‌ଣବୁଦ୍ଧିଯୁକ୍ତ ଏବଂ ସତେଅବା ଆଦୌ ବୁଦ୍ଧି ନଥିବା ଜଣେ ବର୍ବର–ସମସ୍ତେ ସେଗୁଡ଼ିକୁ ଦେଖି ପାରୁଛନ୍ତି । ସେହିସବୁ ବିଧାନ ସର୍ବବିଧ କାଳ, ଲୋକସମୂହ ଓ ଭୌଗଳିକ ଅବସ୍ଥିତିକୁ ଅତିକ୍ରମ କରି ବିଦ୍ୟମାନ ରହିଛନ୍ତି । ହଁ, ଆମର ଏହି ପୃଥିବୀର ମହାସମ୍ମିଳନୀ ଓ ବିଧାନପ୍ରବର୍ତ୍ତକଗଣ ସେଗୁଡ଼ିକୁ ଅକାମୀ କରିଦେବାକୁ କିମ୍ବା ସେଗୁଡ଼ିକରେ ଆଉ କ’ଣସବୁ ମିଶାଇ ଆଉକିଛି କରି ପକାଇବାକୁ ବହୁ କ୍ଷୀଣ ପ୍ରୟାସ କରୁଛନ୍ତି ସିନା, ମାତ୍ର ପ୍ରକୃତିର ନିୟମଗୁଡ଼ିକ ଏଗୁଡ଼ିକୁ ହସି ଉଡ଼ାଇ ହିଁ ଦେଉଛି । ମାଧ୍ୟାକର୍ଷଣର ବିଧାନଟି ହେଉଛି ସେହିପରି ଏକ ପ୍ରାକୃତିକ ନିୟମ । ଖୁବ୍‌ ସୌଭାଗ୍ୟର କଥା ଯେ ଆମ ବିଧାନମାନଙ୍କର ନିର୍ମାତାମାନେ ଏପର୍ଯ୍ୟନ୍ତ ସେଇଟି ବିଷୟରେ କୌଣସି ହସ୍ତକ୍ଷେପ କରିନାହାନ୍ତି । …ଏବଂ, ଜୀବଜାତିଗୁଡ଼ିକର ସଂସାରରେ ସର୍ବଦା ଏକ ନିର୍ବାଚନର ପ୍ରକ୍ରିୟା ମଧ୍ୟ ଲାଗିରହିଛି ଅଥବା ସର୍ବାଧିକ ଶକ୍ତିମନ୍ତମାନେ ଯେ ତିଷ୍ଠି ରହିଛନ୍ତି, ସେଇଟି ହେଉଛି ପ୍ରକୃତିର ଆଉ ଗୋଟିଏ ବିଧାନ । ହଁ, ଅର୍ଥନୀତିର କ୍ଷେତ୍ରରେ ଯୋଗାଣ ଓ ଚାହିଦାର ନିୟମଟି ମଧ୍ୟ ଆଉଗୋଟିଏ । ମଣିଷମାନଙ୍କ ଦ୍ୱାରା ନାନା ବିଧାନର ପ୍ରଣୟନ ନିମନ୍ତେ ଯେତେ ଯେତେ ଢାଞ୍ଚାର କଳ୍ପନା କରାଯାଇ ଆସିଛି,–ଦେଶର ସର୍ବୋଚ୍ଚ ବିଧାୟିକା ହେଉ ଅଥବା ଗୀର୍ଜାମାନଙ୍କର ସଂଗଠନ ହେଉ ଏମାନେ କେବଳ ଏଗୁଡ଼ିକର ନିନ୍ଦା କରି ହିଁ ଆସିଛନ୍ତି ।*

 

* Walter Linn : “Social Insurance: Constructive Destruction.” Annals of the American Academy of political and Social Science, Vol. 170, p. 8.

 

ଶ୍ରୀଯୁକ୍ତ ଲିନ୍‌ ସ୍ପେନ୍‌ସର୍‌ଙ୍କର୍ ତୁଳନାରେ କୌଣସି ବୁଦ୍ଧି–ସମର୍ଥିତ ଯୁକ୍ତିର ଅଧିକ ନିକଟବର୍ତ୍ତୀ ହୋଇଛନ୍ତି ବୋଲି ଆଦୌ କୁହାଯିବନାହିଁ । କିନ୍ତୁ, ସେହି କ୍ଷେତ୍ରରେ ବେଶ୍‌ ଆଗ୍ରହର ସହିତ ଲକ୍ଷ୍ୟ କରିହେବ ଯେ, ସିଏ ଆପଣାର ସିଦ୍ଧାନ୍ତଟିକୁ ଉପସ୍ଥାପିତ କରିବାରେ ଏକ ଅନେକ ଅଧିକ ଓଜନଦାର ଆଧାର ଉପରେ ଆପଣାର ଏହି ଉକ୍ତିଟିକୁ ନେଇ ଛିଡ଼ା କରାଇ ପାରିଛନ୍ତି, ଯାହାକୁ କି ସିଏ ସ୍ୱୟଂ ଈଶ୍ୱର ବୋଲି କହିଛନ୍ତି । ପୁନଶ୍ଚ, ଏହି କ୍ଷେତ୍ରରେ ହୁଏତ ଆହୁରି ଅଧିକ ଆଗ୍ରହୋଦ୍ଦୀପକ କଥାଟି ହେଉଛି ଯେ, ଉକ୍ତ ମନ୍ତବ୍ୟଟିରେ ଆମେ ତାଙ୍କର ସେହି ଦୁଇଟି କଥାକୁ ପରସ୍ପରର ପାଶ୍ୱବର୍ତ୍ତୀ ରୂପେ ବିଚାର କରିପାରିବା । ଏହି ଲେଖାଟିର ଆରମ୍ଭରେ ଶ୍ରୀଯୁକ୍ତ ଲିନ୍‌ ନିମ୍ନଲିଖିତ ଏକ ଟିପ୍ପଣୀ ଦେଇଥିଲେ :

 

ଏହି ଲେଖାଟିରେ ଲେଖକ ଏକ ଗୁରୁତ୍ୱ ଦେଇ କହିବାକୁ ଇଚ୍ଛା କରୁଛନ୍ତି ଯେ, ସେ ଏହାଦ୍ୱାରା ଏପରି କୌଣସି ଗୋଷ୍ଠୀର ମତଗୁଡ଼ିକୁ ବ୍ୟକ୍ତ କରିବାକୁ ଯାଉନାହାନ୍ତି, ଯେଉଁଟିରେ ସିଏ ସଂପୃକ୍ତ ଅଛନ୍ତି ଅଥବା ଏକଦା ସଂପୃକ୍ତ ରହିଥିଲେ ।

 

ପୁନଶ୍ଚ, ଲେଖାଟିର ଶେଷରେ ପତ୍ରିକାଟିର ସମ୍ପାଦକ ଏହିପରି ଟିପ୍ପଣୀ ପ୍ରଦାନ କରିଛନ୍ତି–

 

….ଶ୍ରୀ ଲିନ୍‌ ପୂର୍ବରୁ ସଂବାଦପତ୍ରରେ ଲେଖାମାନ ଲେଖୁଥିଲେ ଏବଂ ୧୯୧୩ ମସିହାରେ ପେନ୍‌ସିଲ୍‌ଭାନିଆ ରାଜ୍ୟସ୍ତରୀୟ ଶିଳ୍ପୋଦ୍ୟୋଗୀମାନଙ୍କର ସଂସ୍ଥାରେ ଯୋଶେଫ୍‌ ଗ୍ରଣ୍ଡିଙ୍କ ସହିତ ଏକାଠି ହୋଇ କାର୍ଯ୍ୟ କରୁଥିଲେ ।

 

ହଁ, ବିଂଶ ଶତାବ୍ଦୀରେ ରାଜନୀତି ବିଜ୍ଞାନ ଓ ସମାଜବିଜ୍ଞାନ ଏହି ସ୍ଥିତିରେ ରହିଥିଲା ।

 

ସମାଜର ଶ୍ରେଷ୍ଠ ବର୍ଗଟି ଉପରେ ଏକ ଦୃଷ୍ଟିପାତ

 

ଏଯାଏ ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ଏବଂ ଶ୍ରୀଯୁକ୍ତ ଲିନ୍‌ ଯେଉଁ ଯୁକ୍ତିଟିର ଉପସ୍ଥାପନା କରିଛନ୍ତି, ସେଥିରୁ ଦୁଇଗୋଟି ମୂଳସୂତ୍ରର ପ୍ରତିପାଦନ କରାଯାଇଛି : (୧) ଆମେ ସାଧାରଣ ମନୁଷ୍ୟମାନଙ୍କର ସାମର୍ଥ୍ୟରେ ଯେତେ ଯାହା ଉନ୍ନତି ସମ୍ଭବ କରିଆଣିବା ପାଇଁ ଚେଷ୍ଟା କରିବା ପଛକେ, ତଦ୍ଦ୍ୱାରା ଘଟଣାଗୁଡ଼ିକର ବାସ୍ତବ କ୍ଷେତ୍ରରେ ଆଦୌ ସେପରି କୌଣସି ତାତ୍ପର୍ଯ୍ୟ ରହିଥିବା ପ୍ରଭେଦ ସମ୍ଭବ କରି ହେବନାହିଁ ଏବଂ (୨) ଯତ୍‌କିଞ୍ଚିତ ପାର୍ଥକ୍ୟ ହୁଏତ ସମ୍ଭବ କରି ହେବ, ତାହାର କେବଳ ଏକ କୁପରିଣାମ ହିଁ ଘଟିବ, କାରଣ ତାହା ଯୋଗ୍ୟମାନଙ୍କ ଭିତରୁ ଅଯୋଗ୍ୟମାନଙ୍କୁ ବାଛି ବାହାର କରିଦେବାର କାର୍ଯ୍ୟଟିରେ ବାଧା ହିଁ ସୃଷ୍ଟି କରିବ । ଏଣୁ, ଆମେ ଯେତେ ଯେତେ ସଂସ୍କାର ଆଣିବାଲାଗି ଚେଷ୍ଟା କରିବା, ସେଗୁଡ଼ିକ ବୃଥା ହେବ ଓ ବହୁ ବିପଦର କାରଣ ମଧ୍ୟ ହେବ ।

 

ବର୍ତ୍ତମାନ, ଯଦି ଆମେ ଏପରି ଏକ ଅନୁମାନ କରିବା (ମୁଁ ବ୍ୟକ୍ତିଗତ ଭାବରେ ସେପରି କୌଣସି ଅନୁମାନ କରେନାହିଁ) ଯେ, ଆମ ସମାଜ ମଧ୍ୟରେ ଥିବା ଶ୍ରେଷ୍ଠ ବା ଶିଷ୍ଟ ବର୍ଗଟି ବିବର୍ତ୍ତନର ଅଗ୍ରଗତି ହେଉଥିବା ସଙ୍ଗେ ସଙ୍ଗେ ଆପଣାର ଏହି ବିଶେଷ ଶିଖରଥାନଟିରେ ଆସି ଉପନୀତ ହୋଇଛି, ତେବେ ସେହି ବିଶିଷ୍ଟମାନଙ୍କ ଗୋଷ୍ଠୀଟି ପ୍ରକୃତରେ କେଉଁମାନଙ୍କୁ ନେଇ ଗଢ଼ାହୋଇଛି, ଆମେ ବସ୍ତୁତଃ ସେହି କଥାଟିକୁ ଅନୁସନ୍ଧାନ କରିବା । ଶ୍ରୀଯୁକ୍ତ ସ୍ପେନ୍‌ସର୍‌ଙ୍କର ମତଟିରେ ଏକଦା ବେଶ୍‌ ସ୍ପଷ୍ଟ ହୋଇଯାଉଥିବ ଯେ ଯେଉଁମାନେ ଅର୍ଥନୀତିର କ୍ଷେତ୍ରରେ ସର୍ବଦା ଲାଗିଥିବା ସଂଘର୍ଷରେ ବିଜୟୀ ହୋଇଛନ୍ତି, ଅଧିକ ଧନର ଅଧିକାର ପ୍ରାପ୍ତ ହୋଇଛନ୍ତି, ସେହିମାନଙ୍କୁ ନେଇ ଆମର ଏହି ବିଶିଷ୍ଟ ବର୍ଗଟି ଗଠିତ ହୋଇ ଆସିଛି । ହଁ, ସେହି ସମୂହଟିରେ ମଧ୍ୟମ ସ୍ତରର ଯୋଗ୍ୟତା ରହିଥିବା କିଛି ବ୍ୟକ୍ତି ମଧ୍ୟ ଅବଶ୍ୟ ସାମିଲ ହୋଇଥିବେ । ଏହି ବର୍ଗଟିରେ ଏପରି ବ୍ୟକ୍ତିମାନେ ରହିଛନ୍ତି, ଯେଉଁମାନଙ୍କର କ୍ଷମତାକୁ ମୁଖ୍ୟତଃ ଆର୍ଥିକ କ୍ଷମତା ବୋଲି କୁହାଯିବ; ପୁନଶ୍ଚ, ଆଉ କିଛିଙ୍କ ପାଖରେ ଅଧିକ ରାଜନୀତିକ କ୍ଷମତା ରହିଥିବ ଏବଂ, ସେମାନଙ୍କ ସହିତ ଏପରି ଅନ୍ୟମାନେ ମଧ୍ୟ ରହିଥିବେ ବୋଲି ବେଶ୍‌ ଅନୁମାନ କରି ହେଉଛି, ଯେଉଁମାନଙ୍କ ଠାରେ କଳାଗତ ତଥା ସାହିତ୍ୟିକ ନାନା ପ୍ରତିଭା ମଧ୍ୟ ନିଶ୍ଚୟ ଥିବ । କିନ୍ତୁ, ଏହି କଥାଟି ମଧ୍ୟ ଖୁବ୍‌ ସତ୍ୟ ଯେ, ଏହି ଶେଷୋକ୍ତ ଗୋଷ୍ଠୀର ବ୍ୟକ୍ତିମାନେ ଆପଣାର ପ୍ରତିଭାଗୁଡ଼ିକ ପ୍ରତିଷ୍ଠିତ କରାଇବାରେ କିଛି ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିବେ ।

 

ବେଳେ ବେଳେ ମୁଁ ଏପରି ଗୋଟିଏ ବିଚାର କରିଥାଏ ଯେ, ଯେଉଁ ଯୁଗପର୍ଯ୍ୟାୟଗୁଡ଼ିକୁ ଇତିହାସରେ ଗୋଟିଏ ଗୋଟିଏ ବିଶେଷ ଉଲ୍ଲେଖନୀୟ ଯୁଗ ବୋଲି କୁହାଯାଏ, ସେଗୁଡ଼ିକର ଚଳଣିରେ ଗୋଟିଏ ନିନ୍ଦନୀୟ କୌଶଳ ମଧ୍ୟ ଖୁବ୍‌ କାର୍ଯ୍ୟ ବି କରୁଥାଏ ଯାହାର ପ୍ରୟୋଗ କରି ସେମାନେ ଆପଣାର ଖୁବ୍‌ ପ୍ରିୟ ବିଚାରଗୁଡ଼ିକୁ ହୁଏତ କିଞ୍ଚିତ୍‌ ବିଦ୍ରୂପ ମଧ୍ୟ କରନ୍ତି । ସତେଅବା ସେତେବେଳେ ଘଟୁଥିବା ଘଟଣାଗୁଡ଼ିକରେ ଏକ ପରିହାସ ମଧ୍ୟ ପ୍ରଚ୍ଛନ୍ନ ରହିଥାଏ, ଯାହାକି ସତେଅବା ବୁଦ୍‌ବୁଦ୍‌ ସଦୃଶ ଉପରକୁ ଚାଲିଆସେ ଏବଂ ଉପରିଭାଗରେ ଶାନ୍ତିଟିକୁ ବେଶ୍‌ ବ୍ୟାହାର କରିପକାଏ । ସେହି ବିଦ୍ରୂପଟି ଏପରି ଏକ ସାହସଯୁକ୍ତ, ଏବଂ ଏପରିକି ଏକ ଦୁଃସାହସ ଦ୍ୱାରା ପ୍ରେରିତ ସାହିତ୍ୟିକତା ଦ୍ୱାରା ସମ୍ଭବ ହୁଏ, ଯାହାକୁ ଅବଲମ୍ବନ କରି ଉକ୍ତ ପର୍ଯ୍ୟାୟଟିର କେତେ ବ୍ୟକ୍ତି କାଳଟିର ବିଚାରଚୟର ପ୍ରକୃତ ଅନ୍ତଃସମ୍ପଦଗୁଡ଼ିକୁ ଜୀବନରେ ପ୍ରକୃତରେ ବଞ୍ଚି ପାରୁଥାନ୍ତି । କାରଣ, ପ୍ରତ୍ୟେକ ସେଣ୍ଟ୍‌ ଫ୍ରାନ୍‌ସିସ୍‌ଙ୍କ ସହିତ ହୁନିପର୍‌ ନାମକ ଜଣେ ଭିକ୍ଷୁଙ୍କର ଆବିର୍ଭାବ ହୁଏ ଏବଂ ପ୍ରତ୍ୟେକ ନେପୋଲିଅନ୍‍ଙ୍କ ସମାନ୍ତର ହୋଇ ଜଣେ ଲୁଇ ବୋନାପାର୍ଟ୍‌ ମଧ୍ୟ ସମ୍ଭୂତ ହୁଅନ୍ତି । ଏବଂ, ଆମର ଏହି ଆଧୁନିକ ସମୟରେ ବ୍ୟକ୍ତିବାଦ ଯେହେତୁ ସତେଅବା ଏକ ସର୍ବମୀମାଂସକ ବିଚାର ସଦୃଶ ପ୍ରତିଷ୍ଠା ଲାଭ କରିଛି, ସେହି କାରଣରୁ ତାହା ହାତରେ ବହୁତ ଶକ୍ତି ରହିଥିବା ତଥା ଶ୍ଳେଷର ସୃଷ୍ଟି କରି ପାରୁଥିବା ‘ମୁଁ’ ନାମକ ପୁଞ୍ଜିଟି ମଧ୍ୟ ରହିଛି । କେତେ କେତେ ପୂର୍ଣ୍ଣ ପ୍ରାମାଣିକତାଯୁକ୍ତ ପ୍ରତିଭା ପୁନର୍ଜାଗରଣ ଏବଂ ରୋମାଣ୍ଟିକ୍‌ ଆନ୍ଦୋଳନର ଆମ ଆଧୁନିକ ଇତିହାସର ମଧ୍ୟଦେଇ ତରଙ୍ଗାୟିତ ହୋଇ ଆସିବାରେ ଲାଗିଛନ୍ତି । ତା’ ପରେ ପରିହାସଟା ଆରମ୍ଭ ହୋଇଯାଉଛି ଏବଂ ତା’ ପରେ କ୍ରମେ ବିଦ୍ରୂପର ଗୋଟିଏ ଶିଖରଯାଏ ବେଶ୍‌ ଚାଲିଯାଉଛି । ଯେଉଁଠାରେ ପହଞ୍ଚି ରାଷ୍ଟ୍ରନୀତିଜ୍ଞମାନେ ଜଣେ ଜଣେ ବିଦୁଷକ ପରି ଆଚରଣ କରୁଛନ୍ତି ଓ କେତେ ପାଣ୍ଡିତ୍ୟ ଅର୍ଜନ କରିଥିବା ମହାବ୍ୟକ୍ତିଗଣ ପ୍ରାୟ ଗୋଟାସୁଦ୍ଧା ଭଣ୍ଡ ପାଲଟିଯାଇ ନିଜକୁ ପୃଥିବୀରେ ସକ୍ରିୟ ହୋଇ ରହିଥିବା ବିବର୍ତ୍ତନପ୍ରକ୍ରିୟାଟାରୁ ସମ୍ଭବ ହୋଇଥିବା ଗୋଟିଏ ଗୋଟିଏ ସର୍ବୋତ୍ତମ ଉତ୍ପାଦ ବୋଲି ଘୋଷଣା ବି କରୁଛନ୍ତି । କହିବାକୁ ଇଚ୍ଛା କରୁଛନ୍ତି, ସତେ ଯେପରି ଅଗ୍ରଗତି ତଥା ସମୃଦ୍ଧି ଲାଗି କେବଳ ସେହିମାନେ ହିଁ ଏକମାତ୍ର ଯୋଗ୍ୟ, ଏବଂ ତେଣୁ କେବଳ ସେହିମାନେ ହିଁ ବଞ୍ଚି ରହିବେ ।

 

ସେହି ନିଜ କାଳଟିର ତରୁଣମାନଙ୍କର ବହୁ ବହୁ ଦୀପ୍ତିସମ୍ପନ୍ନ ଐଶ୍ୱର୍ଯ୍ୟ ମଧ୍ୟରେ ହିଁ ରାଣୀ ଏଲିଜାବେଥଙ୍କର ଇଂଲଣ୍ଡଦେଶ ଏହି ବ୍ୟକ୍ତିବାଦଟାକୁ ତାହାର ଯଥାର୍ଥ ଗୁରୁତ୍ୱ ଦେଇ ଦେଖାଇ ଦେଉଥିଲା, ସେହି ଇଂଲଣ୍ଡର ଉକ୍ତ ପ୍ରୟାସଟିରେ ଠିକ୍‌ ତାହାର ଏକ ବ୍ୟଙ୍ଗଚିତ୍ର ମଧ୍ୟ ଖୁବ୍‌ ଦେଖିବାକୁ ମିଳୁଥିଲା । ମନୁଷ୍ୟ ଭିତରେ ରହିଥିବା ଯେଉଁ ଆଗ୍ରହଟି ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ରହିଥିବା ତା’ର ବ୍ୟକ୍ତିପରିଚୟଟିରେ ହିଁ ଯେପରି ସବୁଠାରୁ ଅଧିକ ପରିମାଣରେ ଦେଖୁଥାଏ । ଇତିହାସକୁ ଯେପରି କେବଳ ବୀରମାନଙ୍କର ଗୋଟିଏ ଶୋଭାଯାତ୍ରାରୂପେ ଦେଖାଇ ଦେବାକୁ ଇଚ୍ଛା କରେ, ସମାଜ କହିଲେ ଯେପରି ପରସ୍ପର ସହିତ ମୋଟେ ଧକ୍କା ନବାଜି ବ୍ୟକ୍ତିଏକକମାନେ ପୂର୍ଣ୍ଣ ଅବଲୀଳା ସହିତ ଆଗକୁ ଚାଲି ଯାଉଥିବାର ଏକ ଅବିଚ୍ଛିନ୍ନତା ବୋଲି ବୁଝିପାରେ, ସିଏ ସେଇଟିକୁ ହିଁ ଯଥାର୍ଥ ସ୍ୱାଧୀନତା ବୋଲି ସର୍ବଦା ବୁଝୁଥାଏ । ଅନ୍ୟ ପକ୍ଷରେ, ପ୍ରାୟ ଏକ ଅଚେତା ଭିତରେ ରହି ସେହି ସମାଜର ଏକ ବ୍ୟଙ୍ଗଚିତ୍ର ଆଙ୍କିବାରେ ପ୍ରବୃତ୍ତ ରହି ରୋମାଣ୍ଟିକ୍‌–ପରବର୍ତ୍ତୀ ବ୍ୟକ୍ତିବାଦୀ ମନଟି ମନୁଷ୍ୟ ବିଷୟରେ ଏକ ଜିଜ୍ଞାସାକୁ ସମ୍ଭବ କରିବାକୁ ଯାଇ କ୍ରମେ ତୁଚ୍ଛା ନିଜର ବ୍ୟକ୍ତିଗତ ସମସ୍ୟାଗୁଡ଼ିକରେ ହିଁ ପ୍ରବଳ ମାତ୍ରାରେ ଆଗ୍ରହୀ ହେଲା ;–ଇତିହାସ କହିଲେ ସେ ଏପରି ଗୋଟିଏ ଦୀର୍ଘ ଅନିଶ୍ଚିୟତାକୁ ବୁଝିଲା, ଯାହାକି ଆସି ପହଞ୍ଚି ଯିବାଲାଗି ସତେଅବା ଅପେକ୍ଷା କରି ରହିଥିଲା ଏବଂ ସ୍ୱାଧୀନତା କହିଲେ କେତେକ ଆଦୌ କୌଣସି ବାରଣ ନଥିବା ଜଙ୍ଗଲୀ ଝୁଙ୍କମାନଙ୍କୁ ହିଁ ବୁଝିଲା । ସେହି କାଳରେ ଅକ୍ସ୍‌ଫୋର୍ଡ଼ର ଜଣେ ଅଭିଜ୍ଞ ଅଧ୍ୟାପକ ଆପଣାର ଛାତ୍ରଗଣଙ୍କୁ ଖୁବ୍‌ସମ୍ଭବ, “ବାବୁମାନେ, ଆପଣମାନେ ଯେ କେବଳ ସର୍ବଶକ୍ତିମାନ୍‌ ପରମେଶ୍ୱରଙ୍କ ଅବମାନନା କରିଛନ୍ତି ତା’ ନୁହେଁ, ଆପଣମାନେ ମୋତେ ମଧ୍ୟ ଅତିମାତ୍ରାରେ ଅପ୍ରସନ୍ନ କରିଛନ୍ତି’’ ବୋଲି କହିବାକୁ ଆବଶ୍ୟକ ମଣିଥାଆନ୍ତା ।

 

ଅନୁମାନ କରିବା ବେଳକୁ ବଡ଼ ବିଚିତ୍ର ଲାଗୁଛି ଯେ ଏକ ସାମାଜିକ ଘଟଣାକ୍ଷେତ୍ରରେ ସେହି ‘ମୁଁ’ ନାମକ ଏଡ଼େ ପରାକ୍ରମୀ ବାଦଶାହଟି କେଡ଼େ ସମଗ୍ର ନିସ୍ପୃହତାର ଭାବ ଦେଖାଇ ଅଲଗା ହୋଇ ରହି ଯାଇଥାଏ । ଆୟର୍ଲାଣ୍ଡ୍‌ରେ କର୍ମରତ ଜଣେ ବିଶିଷ୍ଟ ସରକାରୀ କର୍ତ୍ତା ଥରେ ସୁରାପାନରେ ମତ୍ତହୋଇ ନିଜ ମୁଣ୍ଡର ହ୍ୟାଟ୍‌ଟି ହଜାଇ ଦେଇଥିଲେ ଏବଂ ସେହି ସଂକ୍ରାନ୍ତରେ ଆୟର୍ଲାଣ୍ଡ୍‌ର କାଥୋଲିକ୍‌ମାନଙ୍କର ଗୋଟିଏ ସଭାରେ ଭାଷଣ ଦେବା ସମୟରେ କହିଥିଲେ : ତୁମ ସମସ୍ତଙ୍କୁ ପ୍ରକୃତରେ ଧିକ୍, ପ୍ରକୃତରେ ସହସ୍ରବାର ଧିକ, ପ୍ରକୃତରେ ସହସ୍ରବାର ଧିକ୍,–ତୁମମାନଙ୍କର ମୁକ୍ତିର ବିଧାନ କରିବା ସକାଶେ ମୁଁ ଏଠାକୁ ଆସିଲି ଏବଂ ତୁମେମାନେ ମୋ’ ଟୋପିଟିକୁ ଚୋରି କରିନେଲ !” * ରାଜା ଚତୁର୍ଥ ଉଇଲିଅମ୍‌, ଯିଏକି ସିଂହାସନରେ ଆରୂଢ଼ ହେବାର ଘଟଣାଟିରେ ଅନ୍ୟ ସମସ୍ତଙ୍କ ଅପେକ୍ଷା ସ୍ୱୟଂ ଅଧିକ ବିସ୍ମିତ ହୋଇ ଯାଇଥିଲେ, ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିବା ଅବସରରେ ଔପଚାରିକ ଭାବରେ ଶୋକପ୍ରକାଶ କରିବାକୁ ଯାଇ ସହକାରୀମାନଙ୍କୁ କହିଥିଲେ, “ତୁମେମାନେ କେଡ଼େ ଖରାପ କଲମଟାଏ ମୋତେ ଆଣି ଦେଇଛ, କହିଲ !” ଏବଂ, ତାହାର ଅଳ୍ପଦିନ ପରେ, ଏକ ଧର୍ମ–ସମ୍ପ୍ରଦାୟସ୍ଥ ପ୍ରତିନିଧିମାନଙ୍କୁ ସ୍ୱାଗତ କରି ସେ କହିଥିଲେ, “ହେ ମହାଶୟମାନେ, ଆପଣମାନଙ୍କ ପ୍ରତି ରହିଥିବା ମୋ’ର ଶ୍ରଦ୍ଧା ଯଦି ଆପଣମାନଙ୍କ ସମ୍ପର୍କରେ ମୋ’ର ରହିଥିବା ସର୍ବବିଷୟକ ଅଜ୍ଞାନଟିର ସମାନ ହୁଏ, ତେବେ ତାହାକୁ ବାସ୍ତବିକ ସୀମାହୀନ ବୋଲି ହିଁ କୁହାଯିବ ।”

 

* Leaves from the Vreville Diary, edited by Philips Morrell, Everleigh Nash & Grayson, London, 1930, p, 86. The anecdotes about William IV are on pp, 99 and 105 respectively.

 

ଊନବିଂଶ ଶତାବ୍ଦୀରେ ଯୋଗ୍ୟ ମନୁଷ୍ୟମାନେ ନିଃସନ୍ଦେହ ଭାବରେ ଅତ୍ୟନ୍ତ ବିଚିତ୍ର ପ୍ରକାରର ହିଁ ଥିଲେ । ହଁ, ସେହି ସମୟର ଜଣେ ବୟୋବୃଦ୍ଧ କାର୍ଲାଇଲ୍‌ ସ୍ମରଣକୁ ଆସନ୍ତି,–ସିଏ ପ୍ରତ୍ୟହ ଅନର୍ଗଳ ଭାବରେ କେବଳ ଗୁଡ଼ାଏ ଭର୍ସନା କରିବାରେ ହିଁ ଲାଗିଥିଲେ,–ସକଳ କଥା କିପରି ଏକ ଅତି ଭୟଙ୍କର ଏବଂ କେଡ଼େ ନିନ୍ଦନୀୟ ସ୍ତରକୁ ଯେ ଖସି ଆସିଲା, କାର୍ଲାଇଲ୍‌ ସେଥିରେ ଘୋର ରୁଷ୍ଟହୋଇ ପଡ଼ୁଥିଲେ,–ଅନ୍ୟ ଯାବତୀୟ ମନ୍ଦଗୁଡ଼ିକ ମଧ୍ୟରେ ଲଣ୍ଡନରେ ଥିବା ଚିଡ଼ିଆଖାନାରେ ବାନରମାନଙ୍କର ପ୍ରଦର୍ଶନୀଟାକୁ ମଧ୍ୟ ଗୋଟିଏ ଘୋର ବିପର୍ଯ୍ୟୟର ବିଷୟ ବୋଲି କହୁଥିଲେ । ଏଠାରେ ଡକ୍ଟର ଆର୍ନୋଲ୍‌ଡ଼୍‌ଙ୍କର କଥାଟିକୁ ମଧ୍ୟ ସ୍ମରଣ କରି ହେଉଛି, ଯିଏକି ସତେଅବା ଆଦୌ କୌଣସି ଚିନ୍ତାଶୂନ୍ୟ ରଗ୍‌ବିବାସୀମାନଙ୍କର ଆଚରଣକୁ ଦେଖି ଚକିତ ହୋଇ ଯାଉଥିଲେ,–ସେହି ଅଧିବାସୀମାନେ ପ୍ରକୃତରେ କେତେ କେତେ ପାପ କରୁଥିଲେ ଓ ତଥାପି ସେମାନଙ୍କ ମନରେ ଟିକିଏ ହେଲେ ଦୁଃଖ ନଥିଲା । ପୁନଶ୍ଚ, ଶ୍ରମିକମାନେ ଗଠନ କରୁଥିବା ସଂଘଗୁଡ଼ିକୁ ଦେଖି ସିଏ ଅତ୍ୟନ୍ତ ଆତଙ୍କିତ ମଧ୍ୟ ହେଉଥିଲେ । ଯାବତ ଅନିଷ୍ଟର କାରଣ ଏହି ଭୟଙ୍କର ନୂତନ ଯନ୍ତ୍ରମାନେ,–ଦଙ୍ଗା ଲଗାଇ ଦେବାକୁ ଓ ଲୋକମାନଙ୍କୁ ହତ୍ୟା କରିବାକୁ ସେମାନେ ସର୍ବଦା ହିଁ ପ୍ରସ୍ତୁତ ହୋଇ ରହିଛନ୍ତି । କାର୍ଲାଇଲ୍‌ ବହୁତ ସମୟରେ ସେହି “ଶାନ୍ତଶିଷ୍ଟ ଉତ୍ତମ ଦରିଦ୍ରମାନଙ୍କର” ଦୃଷ୍ଟାନ୍ତ ଦେଉଥିଲେ, “ଯେଉଁମାନଙ୍କର ଘରକୁ ଗଲେ ଆମେ ସମସ୍ତେ ବହୁତ ଶିକ୍ଷା ଅବଶ୍ୟ ପାଇବା ।” ହଁ, ସେହି ଧାଡ଼ିରେ ଜେରେମି ବେନ୍‌ଥାମ୍‌ ମଧ୍ୟ ସ୍ମରଣକୁ ଆସିବେ, ଯିଏକି ବେନ୍ଥାମ୍‌ ସୋସାଇଟିର ଶତବର୍ଷୀୟ ଉତ୍ସବ–ଆପ୍ୟାୟନର ଅବସରରେ ସଶରୀର ଉପସ୍ଥିତ ରହିବା ନିମନ୍ତେ ସମ୍ମତି ପ୍ରଦାନ କରିଥିଲେ । କେମ୍ବ୍ରିଜ୍‌ର ଜଣେ ବରେଣ୍ୟ ଅଧ୍ୟାପକ ତଥା ରାଜସଭାର ବିଶେଷ ଶ୍ରଦ୍ଧାଳୁ ଅସ୍କାର ବ୍ରାଉନିଙ୍ଗ୍‌ ବି ମନେ ପଡ଼ିବେ, ଯିଏ ରାଜା ଦ୍ୱିତୀୟ ଉଇଲିୟମଙ୍କୁ “ମୁଁ ଭେଟିଥିବା ଅତ୍ୟୁତ୍ତମ ସମ୍ରାଟମାନଙ୍କ ଭିତରେ ଜଣେ” ବୋଲି ଏକଦା ମନ୍ତବ୍ୟଟିଏ ଦେଇଥିଲେ । ତା’ ସହିତ ଲର୍ଡ଼ ପାନ୍‌ମ୍ୟୁର୍‌ ମଧ୍ୟ ସ୍ମରଣମଧ୍ୟରେ ଆସିବେ, ଯିଏକି “ଦୁର୍ଦ୍ଦମ ବୃଷଭ” ତୁଲ୍ୟ ଥିଲେ, ଯୁଦ୍ଧବିଭାଗର ସର୍ବୋଚ୍ଚ ଭାରପ୍ରାପ୍ତ ବ୍ୟକ୍ତି ହୋଇ ରହିଥିଲେ ଓ ଶ୍ରୀମତୀ ଫ୍ଲରେନ୍‌ସ୍‌ ନାଇଟିଙ୍ଗେଲ୍‌ ପ୍ରବର୍ତ୍ତନ କରାଇବାର ଉଦ୍ୟମ କରୁଥିବା ଯାବତୀୟ ସଂସ୍କାରର ଘୋର ବିରୋଧ କରୁଥିଲେ । କ୍ରିମିଆ ଯୁଦ୍ଧ ସମୟରେ ଏଣୁତେଣୁ ଟେଲିଗ୍ରାମ୍‌ ପଠାଇ ବହୁତ ବିଭ୍ରାନ୍ତିର ମଧ୍ୟ କାରଣ ହୋଇଥିଲେ । ପୁଣି, ଲର୍ଡ଼ କର୍ଜନ୍‌ ମଧ୍ୟ ମନେ ପଡ଼ିବେ, କେଡ଼େ ଦେଦୀପ୍ୟମାନ ହୋଇ ଚମକି ପାରିଥିବା ସେହି ଏଡ଼େ ବଡ଼ ଜଣେ ଅଭିମାନୀ, ଯିଏକି ଏକଦା ଏକ ଉତ୍ସବଭୋଜୀ ବେଳେ ଶ୍ରୋତାମାନଙ୍କୁ ତାଙ୍କର ବୁଦ୍ଧିଜୀବୀ ବରିଷ୍ଠତରମାନଙ୍କ ସହିତ ସମ୍ପର୍କ ସ୍ଥାପନ କରିବାଲାଗି ପ୍ରସ୍ତାବ ଦେଲେ ସିନା, ମାତ୍ର ତାଙ୍କର ସେହି ମନ୍ତବ୍ୟଟାକୁ ପୁଣି ସତେଅବା ହଠାତ୍‌ କିଛିକ୍ଷଣ ନିମନ୍ତେ ଲାଗି ଯାଇଥିବା ନିଦରୁ ଉଠିଯିବା ପରି ଲର୍ଡ଼ ହଟନ୍‌ ବେଶ୍‌ ବଡ଼ ପାଟିରେ ଜବାବ ଦେଇଥିଲେ, “ସେଥିପାଇଁ ମୋଟେ କୌଣସି କଷ୍ଟ କରିବା ଆବଶ୍ୟକ ହେବନାହିଁ ଆଜ୍ଞା !” *

 

* The anecdotes about Carlyle are from Spencer’s Autobiography, Vol, I. pp 440-3. Those about Dr. Arnold and Lord Panmure are from Lytton Strachey’s Eminent Victorians, Garden city, New York. Pp. 233, 224, 223 and 168 respectively. Those about Oscar Browning and Lord Curzon are from E.F Benson’s As We Were. Blue Ribbon Books, New York, 1930, pp, 115 and 175 respectively.

 

ହଁ, ଊନବିଂଶ ଶତାବ୍ଦୀରେ ସେହି ଯୋଗ୍ୟମାନେ ସୁନିଶ୍ଚିତ ଭାବରେ ଖୁବ୍‌ ବିଚିତ୍ର ଥିଲେ-। ସେମାନଙ୍କ ପରେ ବିଂଶ ଶତାବ୍ଦୀରେ ଯେଉଁ ଉତ୍ତରପୁରୁଷମାନେ ସେମାନଙ୍କର ଗୁଣଗୁଡ଼ିକୁ ବହନ କରି ସର୍ବାଧିକ ପରିମାଣରେ ଆସି ଆବିର୍ଭୂତ ହେଲେ, ସେମାନେ ତ ଆଦୌ କୌଣସି ବାଡ଼ବତା ନରଖି ଆହୁରି ଅଧିକ ଶବ୍ଦାଡ଼ମ୍ବର କରିଥିଲେ ଏବଂ ଯାବତୀୟ ସୀମାକୁ ଅତିକ୍ରମ କରି ମିଥ୍ୟାମାନ କହିଲେ । ନିଜ ସ୍ୱଭାବ ମଧ୍ୟରେ ରହିଥିବା ଲକ୍ଷଣଗୁଡ଼ିକୁ ସେମାନେ ପୂର୍ବପୁରୁଷଙ୍କର ସ୍ୱପ୍ନସୀମାଗୁଡ଼ିକୁ ଡେଇଁଯାଇ ପ୍ରକୃତରେ କେତେ କୁଆଡ଼େ ବ୍ୟାପ୍ତ ମଧ୍ୟ କରିନେଇ ପାରିଛନ୍ତି-। ହଁ, ଗୁଏରିଙ୍ଗ୍ ଏବଂ ଗୁଏବେଲ୍‌ସ୍‌ମାନେ ଯେ ସେହି ବିବର୍ତ୍ତନ ନାମକ ଗତି–ସ୍ରୋତରେ ମଥାନ ଉପରେ ଯାଇ ବସିଛନ୍ତି, ଯାବତୀୟ କଳ୍ପନା ତ ସେଇଟି ଉପରେ ଆଖି ପକାଇ ସତେଅବା କୌଣସି ପଙ୍କ ଭିତରେ ଯାଇ ଲାଖି ଯାଉଥିଲା ପରି ଲାଗୁଛି । ଆଚମ୍ବିତ ହୋଇ ପ୍ରଶ୍ନଟିଏ ବାହାରି ଆସୁଛି, ଏହିପରି ଏକ ମହାମେଦଯୁକ୍ତ ସ୍ଥୂଳତା ଏବଂ ଧୂର୍ତ୍ତତାଟାକୁ ସୃଷ୍ଟି କରିବାଲାଗି କ’ଣ ଆମର ପୃଥିବୀ କୋଟି କୋଟି ବର୍ଷ ହେଲା ପ୍ରୟାସ କରିଆସିଲା ? ତେଣୁ, ଯଦି କେତେଜଣ ଏହିପରି ଯୋଗ୍ୟ ମନୁଷ୍ୟ ବସ୍ତୁତଃ ଏତେ ଅଧିକ ପରିମାଣରେ କିମ୍ଭୂତ ଏବଂ ମନ୍ଦ ହିଁ ହୋଇଛନ୍ତି, ତେବେ ବିବର୍ତ୍ତନର ସେହି ସିଦ୍ଧାନ୍ତଟିରେ ନିଶ୍ଚୟ କେତେ ପ୍ରମାଦ ଅବଶ୍ୟ ଥିବ ବୋଲି କାହାର ସନ୍ଦେହ ଜାତ ହେଲେ, ତାହାକୁ ହୁଏତ ନିଶ୍ଚୟ କ୍ଷମା କରାଯାଇ ପାରିବ ।

 

ଅନିବାର୍ଯ୍ୟତା ଏବଂ ନୀତିଶାସ୍ତ୍ର

 

ବିବର୍ତ୍ତନବାଦ ହେଉଛି ଜୀବବିଜ୍ଞାନର ଏକ ପ୍ରସଙ୍ଗ । ବର୍ତ୍ତମାନ ଏହି ପୃଥିବୀ-ପୃଷ୍ଠରେ ଯେତେଯେତେ ଜାତିର ଜୀବମାନେ ରହିଛନ୍ତି, ସେମାନେ ନିଜନିଜର ଏହି ବର୍ତ୍ତମାନର ଅବସ୍ଥାରେ କିପରି ପହଞ୍ଚିଛନ୍ତି, ଜୀବବିଜ୍ଞାନ ସେହି ବିଷୟରେ ଗୋଟିଏ ବ୍ୟାଖ୍ୟା ଦେବାକୁ ଆପଣାର କ୍ଷେତ୍ରରୂପେ ଗ୍ରହଣ କରିଥାଏ । ଏହି ସମ୍ପର୍କରେ ସିଏ ଯେତେ ଯେତେ ତଥ୍ୟ ସଂଗ୍ରହ କରିଥାଏ, ସେଗୁଡ଼ିକୁ ଏକତ୍ର କରିଆଣି କେବଳ ସାଧାରଣ ବ୍ୟାଖ୍ୟାଟିଏ ହିଁ ଦେଇଥାଏ । ଉକ୍ତ ସିଦ୍ଧାନ୍ତଟି ଏକ ସୁନିର୍ଦ୍ଦିଷ୍ଟ ଆକାର ପାଇବା ପୂର୍ବରୁ, ଶ୍ରୀ ସ୍ପେନ୍‌ସର୍‌ ଯାହା କରିଥିଲେ, ସେଥିରୁ ଆମେ ଜାଣିବାକୁ ପାଇଥାଉ ଯେ, (୧) ସିଦ୍ଧାନ୍ତଟାକୁ ସେ ମନୁଷ୍ୟସମାଜର କ୍ଷେତ୍ରରେ ପ୍ରୟୋଗ କରିଥିଲେ ଏବଂ (୨) ତାକୁ ଏକ ନୀତିତତ୍ତ୍ୱ ସହିତ ନେଇ ମିଶାଇ ଦେଇଥିଲେ । ଅର୍ଥାତ୍, ସେ ଯୁକ୍ତିଟିଏ ବାଢ଼ି ଦର୍ଶାଇ ଦେଇଥିଲେ, ସବୁ ପ୍ରାଣୀଙ୍କର ଜଗତରେ ଯେଉଁ ପ୍ରକ୍ରିୟାଟି କାର୍ଯ୍ୟ କରୁଛି, ଏବଂ ପ୍ରାଣୀମାନେ ପୃଥିବୀରେ ତିଷ୍ଠି ରହିପାରିବାର କ୍ଷେତ୍ରରେ ଯୋଗ୍ୟମାନଙ୍କୁ ଅଯୋଗ୍ୟଗଣଙ୍କୁ ଅଲଗା କରି ଦେଖାଇ ଦେଉଛି, ଠିକ୍ ସେହି ପ୍ରକ୍ରିୟା ମନୁଷ୍ୟମାନଙ୍କର ସମାଜରେ ମଧ୍ୟ ଜୀବନର କ୍ଷେତ୍ରରେ ଯେଉଁମାନେ ସଫଳ ହେବେ ଏବଂ ଯେଉଁମାନେ ସଫଳ ନହେବେ, ସେମାନଙ୍କୁ ପରସ୍ପରଠାରୁ ଅଲଗା କରି ଦେଖାଇ ଦେଉଛି । ଏବଂ, ପୁନଶ୍ଚ, ସେହିପରି ନୈତିକତାର ଜଗତରେ ମଧ୍ୟ ଉତ୍ତମମାନଙ୍କୁ ଅନୁତ୍ତମ ଅର୍ଥାତ୍‌ ମନ୍ଦମାନଙ୍କ ଠାରୁ ଅଲଗା କରି ଦେଖାଇ ଦେଉଛି । ସ୍ପେନ୍‌ସର୍‌ ସ୍ୱୟଂ ବ୍ୟବହାର କରିଥିବା “ବୃହତ୍‌, ଦୂରଦୃଷ୍ଟିସମର୍ଥ ଶୁଭକାମିତା” ବାକ୍ୟାଂଶଟିର ସମ୍ଭବତଃ ଅନ୍ୟ କୌଣସି ପ୍ରକାରର ମୋଟେ ବ୍ୟାଖ୍ୟା କରାଯାଇ ପାରିବନାହିଁ । ତେଣୁ, ସେହି ଖାସ୍‌ ତତ୍ତ୍ୱାନୁମାନଟି ମୁତାବକ, ମନୁଷ୍ୟମାନଙ୍କର ସମାଜରେ ଯେଉଁମାନେ ଗୋଟିଏ ଗୋଟିଏ ଜୀବ ହିସାବରେ ପ୍ରକୃତରେ ଯୋଗ୍ୟ, ଅର୍ଥନୀତିର କ୍ଷେତ୍ରରେ ସଫଳ ଏବଂ ନୈତିକତାର କ୍ଷେତ୍ରରେ ମଧ୍ୟ ଉତ୍ତମ ବୋଲି ପ୍ରମାଣିତ ହେବେ, ସେମାନେ ସକଳେ ସବୁବେଳେ ସେହି ଏକା ଗୋଷ୍ଠୀକୁ ହିଁ ବୁଝାଉଥିବେ । ଏବଂ, ସେହି ଅନୁସାରେ, ସେମାନଙ୍କର ବିପରୀତମାନେ ମଧ୍ୟ ସେହି ଗୋଟିଏ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ହୋଇ ରହିଥିବେ,–ଗୋଟିଏ ଗୋଟିଏ ଜୀବ ହିସାବରେ ଅଯୋଗ୍ୟ, ଅର୍ଥନୀତିର କ୍ଷେତ୍ରରେ ଅସଫଳ ଏବଂ ନୈତିକତାର କ୍ଷେତ୍ରରେ ମଧ୍ୟ ରହିଥିବା ମନ୍ଦମାନେ ।

 

ବର୍ତ୍ତମାନ ବେଶ୍ ସ୍ପଷ୍ଟ ମଧ୍ୟ ହୋଇଯିବ ଯେ, ସିଏ ବିବର୍ତ୍ତନବାଦର ସିଦ୍ଧାନ୍ତଟି ଅନୁସାରେ ବର୍ତ୍ତମାନ ସମାଜରେ ରହିଥିବା ଧନସମ୍ପତ୍ତିର ବିଭାଜନକୁ ମଧ୍ୟ ଉଚିତ ବୋଲି କହିବା ନିମନ୍ତେ ଅନୁରୂପ ଯୁକ୍ତି ଦେଖାଇ ସେହି ତିନୋଟିଯାକ ଗୋଷ୍ଠୀକୁ ଚିହ୍ନଟ ବି କରିଦେବେ । କାରଣ, ଅର୍ଥନୀତିର ସଂସାରଟିରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିମାନେ ଯଦି ଏକ ଜୀବଗୋଷ୍ଠୀର କ୍ଷେତ୍ରରେ ଯୋଗ୍ୟ ବୋଲି ପ୍ରମାଣିତ ନହେବେ, ତେବେ ବିବର୍ତ୍ତନବାଦର ସେହି “ବିଧାନ”ଟି ଅର୍ଥନୈତିକ ସଫଳତାର କୌଣସି ବ୍ୟାଖ୍ୟା ମଧ୍ୟ ପ୍ରଦାନ କରି ପାରିବନାହିଁ । ପୁନଶ୍ଚ, ଜଣେ ଜଣେ ଜୀବ ଦୃଷ୍ଟିରୁ ଦୋଷରହିତ କିମ୍ବା ଅର୍ଥନୀତିର କ୍ଷେତ୍ରରେ ସଫଳ ଯଦି କେହି ନୈତିକତାର ହିସାବରେ ଉତ୍ତମ ହୋଇନଥିବେ, ତେବେ ସେମାନଙ୍କ ପାଖରେ ରହିଥିବା ଧନଗୁଡ଼ିକ ସେମାନଙ୍କ ପାଖରେ ରହିବା ଉଚିତ ବୋଲି ଆମେ ଆଦୌ ଦର୍ଶାଇ ପାରିବାନାହିଁ । ଠିକ୍‌ ଏକାଭଳି ବାଡ଼ଟିଏ ପକାଇ ଜୀବବିଜ୍ଞାନର ମାନଦଣ୍ଡ ଉପରେ ଅର୍ଥନୀତି କ୍ଷେତ୍ରର ଅସଫଳତାର କୌଣସି ବ୍ୟାଖ୍ୟା ପ୍ରଦାନ କରିବା ସମ୍ଭବ ହେବନାହିଁ; ଅର୍ଥାତ୍, ମନୁଷ୍ୟମାନଙ୍କ ଭିତରେ ରହିଥିବା ଦରିଦ୍ର ଶ୍ରେଣୀଟା ସକଳ ଯୁକ୍ତି ଅନୁସାରେ କଷଣମାନ ଅବଶ୍ୟ ଭୋଗ କରୁଥିବ ବୋଲି ଦର୍ଶାଇ ପାରିବା ଆଦୌ ସମ୍ଭବ ହେବନାହିଁ ।

 

ଶ୍ରୀ ସ୍ପେନ୍‌ସର୍‌ ଯେତେବେଳେ ମନୁଷ୍ୟର ସମାଜକୁ ଭୂମି କରି ବିବର୍ତ୍ତନବାଦୀ ସିଦ୍ଧାନ୍ତଟିକୁ ପ୍ରୟୋଗ କଲେ ଏବଂ ଯେତେବେଳେ ସିଏ ତାହାକୁ ନୈତିକ ବିଧାନ ସହିତ ନେଇ ଯୋଡ଼ି ଦେଇଥିଲେ, ସେପରି କରି ସେତେବେଳେ ସେ ମସ୍ତ ଆକାରର ଦୁଇଟି ଲମ୍ଫପ୍ରଦାନର ଆଶ୍ରୟ ଦେଇଥିଲେ । ଏପରି ଦୁଃସାହସିକ ଭାବରେ ଉଡ଼ି ପଳାଇବା ନିମନ୍ତେ ପ୍ରକୃତରେ ତାଙ୍କ ପାଖରେ ଅନୁରୂପ ସାଧନ ହିଁ ନଥିଲା । କାରଣ, ଏପରି ଆଦୌ ଅବଶ୍ୟମ୍ଭାବୀ ନୁହେଁ ଯେ, ଜୀବବିଜ୍ଞାନର ଏକ ସିଦ୍ଧାନ୍ତ ସମାଜବିଜ୍ଞାନର ସିଦ୍ଧାନ୍ତକ୍ଷେତ୍ରରେ ମଧ୍ୟ ସିଦ୍ଧ ବୋଲି ପ୍ରତିପାଦିତ ହେବ, ଅଥବା, ବିଭିନ୍ନ ପ୍ରାଣୀଜାତିମାନଙ୍କ ଭିତରେ ରହିଥିବା ସମ୍ବନ୍ଧମାନଙ୍କର କ୍ଷେତ୍ରରେ ଯେଉଁସବୁ ସାଧାରଣ ସୂତ୍ରଚୟ କାର୍ଯ୍ୟ କରୁଛି ବୋଲି ପରିଲକ୍ଷିତ ହେଉଥିବ, ସେଗୁଡ଼ିକ କୌଣସି ଗୋଟିଏ ପ୍ରାଣୀଜାତିର ନିଜ କ୍ଷେତ୍ରରେ ବିଦ୍ୟମାନ୍‌ ରହିଛି ବୋଲି କଦାପି ଦୋଷଶୂନ୍ୟ ଭାବରେ କୁହାଯାଇ ପାରିବନାହିଁ । ଏବଂ, ଏହି ଆଉଗୋଟିଏ କଥାକୁ ମଧ୍ୟ ଆହୁରି କମ୍‌ ଅବଶ୍ୟାମ୍ଭାବୀ ଭାବରେ ଅନୁମାନ କରାଯାଇ ପାରିବ ଯେ, ବାସ୍ତବ ସତ୍ୟଗୁଡ଼ିକୁ ନେଇ ଯାହାକିଛି କରୁଥିବା ବୈଜ୍ଞାନିକ ସତ୍ୟାନୁମାନଗତ ସୂତ୍ରଗୁଡ଼ିକୁ ଆମେ ନୈତିକତାର କ୍ଷେତ୍ରରେ ଥିବା ସତ୍ୟଗୁଡ଼ିକ ଆଡ଼କୁ ମଧ୍ୟ ପରିଚାଳିତ କରି ନେଇପାରିବା । ସେଗୁଡ଼ିକ ତ ପ୍ରକୃତରେ ମୂଲ୍ୟଗୁଡ଼ିକୁ ନିଜ ଅଧ୍ୟୟନର ସାମଗ୍ରୀରୂପେ ଗ୍ରହଣ କରୁଥିବେ । ହୁଏତ କେହି ଏପରି ଅବଶ୍ୟ କହିପାରିବେ ଯେ, ବିବର୍ତ୍ତନର ସମଗ୍ର ପଥଟି ସର୍ବଦା ଆପଣାର ଗୋଟିଏ ମାର୍ଗର ହିଁ ଅନୁସରଣ କରୁଥିଲା ଏବଂ ସେହି ଅନୁସାରେ ଆପଣାର ନିଜସ୍ୱ ନିଷ୍କର୍ଷଗୁଡ଼ିକୁ ଦର୍ଶାଇ ମଧ୍ୟ ଦେଲା । କିନ୍ତୁ, ବର୍ତ୍ତମାନ ତ ଏପରି ସମ୍ଭବ ହେବା ନିମନ୍ତେ ଗୋଟିଏ ଦୀର୍ଘ ପଥ ଅବଶ୍ୟ ବାକୀ ରହିଛି, ଯେଉଁଟିରେ ଆଗକୁ ଯାଇ ପ୍ରାଣୀମାନଙ୍କର ଏହି ବିବର୍ତ୍ତନଗତ ପଥଟିରେ ନୀତିଗତ ମୂଲ୍ୟମାନେ ମଧ୍ୟ ନିହିତ ହୋଇ ରହିଛନ୍ତି ବା ସେଥିରୁ କେବଳ ଉତ୍ତମ ଉତ୍ପାଦ ହିଁ ସର୍ବଦା ସମ୍ଭବ ହୋଇ ଆସିଛି । ତେଣୁ, ଧନୀ ଏବଂ ଅଧିକ କ୍ଷମତାଶାଳୀମାନେ ପ୍ରାଣୀଜୀବନର କ୍ଷେତ୍ରରେ ମଧ୍ୟ ଯୋଗ୍ୟ ବୋଲି ସ୍ୱୀକାର କରି ନେଉଥିଲେ ମଧ୍ୟ, ସେମାନେ ନୈତିକ କ୍ଷେତ୍ରରେ ଯୋଗ୍ୟ ବୋଲି ଆମେ ସେଥିରୁ କଦାପି ଏକ ଉପସଂହାର କରିନେଇ ପାରିବାନାହିଁ । ତୁମେ ଯେପରି ଚାହୁଛ, ସେମାନେ ଗୋଟିଏ ଗୋଟିଏ ପ୍ରାଣୀ ହିସାବରେ ଶାରୀରିକ ସ୍ତରରେ ସେତିକି ଯୋଗ୍ୟ ବୋଲି ହୁଏତ ମାନି ନେଇପାର, ମାତ୍ର ସେମାନେ ହୁଏତ ନୈତିକତାର କ୍ଷେତ୍ରରେ ତଥାପି ସେତିକି ଶୋଚନୀୟ ହୋଇ ରହିଥିବା ମଧ୍ୟ ଖୁବ୍‌ ସମ୍ଭବ ହୋଇ ପାରିବ । ହଁ, ଆଉ ଅଧିକ କୌଣସି ଯୁକ୍ତିର ସାହାଯ୍ୟ ନନେଇ କୁହାଯାଇ ପାରିବ ଯେ, ପ୍ରାଣୀସ୍ତରୀୟ ବିବର୍ତ୍ତନଟିଏ ସମ୍ଭବତଃ ଏକ ନୈତିକ ନିମ୍ନଗମନର ବେଶ୍‌ ଦୃଷ୍ଟାନ୍ତ ହୋଇ ପାରିବ ।

 

ଶ୍ରୀଯୁକ୍ତ ସ୍ପେନ୍‌ସର୍‌ ପ୍ରକୃତରେ ସେପରି କୌଣସି ଅଧିକା ଯୁକ୍ତିର ଉପସ୍ଥାପନା କରିନାହାନ୍ତି ବା, ମୁଁ ଯେତେଦୂର ଜାଣେ, ଏହି ସିଦ୍ଧାନ୍ତଟିର ବଳବାନ୍‌ ସମର୍ଥକମାନଙ୍କ ଭିତରୁ ମଧ୍ୟ ସେହିପରି କିଛି କରିଥିବାର ଦୃଷ୍ଟିଗୋଚର ହୁଏନାହିଁ । ସେମାନେ ସମସ୍ତେ ଏବଂ ସ୍ପେନ୍‌ସର ହୁଏତ ଏପରି ଏକ ଅନୁମାନ କରିଥିବା ପରି ଲାଗୁଛନ୍ତି ଯେ, ତୁମେ ଯଦି କେତେକ ଘଟଣାକୁ ଅବଶ୍ୟମ୍ଭାବୀ ବୋଲି ମାନୁଥିବା ଗୋଟିଏ ସିଦ୍ଧାନ୍ତକୁ ଦୃଢ଼ପ୍ରତିଷ୍ଠିତ କରି ପ୍ରମାଣ କରି ପାରିଛ, ତେବେ ତୁମର ସେଇଟି କରିବାଦ୍ୱାରା ସେଗୁଡ଼ିକର ନୈତିକ ମୂଲ୍ୟଟିର ମଧ୍ୟ ଦୃଢ଼ ପ୍ରତିଷ୍ଠା ଅବଶ୍ୟ ହୋଇଯାଇଛି । କୌଣସି ଏକ ସମାଜ ବର୍ତ୍ତମାନ ଯେଉଁପରି ଅଛି ଠିକ୍‌ ସେହିପରି ରହିବ ବୋଲି ପୂର୍ବରୁ ନିର୍ଦ୍ଦେଶିତ ହୋଇ ରହିଥିଲା,–ଏବଂ ତାହା ଆଦୌ ଅନ୍ୟପ୍ରକାରର ହୋଇ ନଥାନ୍ତା,–ଏପରି କହିବାର ଅର୍ଥ ହେଉଛି, ସମାଜର ଏହି ସ୍ଥିତିଟିକୁ ଅବଶ୍ୟମ୍ଭାବୀ ବୋଲି ଜାଣି ସ୍ୱୀକାର କରିନେବା । ଅର୍ଥାତ୍‌, ଆମର ଏହି ସାଂପ୍ରତିକ କାଳର ଅର୍ଥନୈତିକ ସଂଗ୍ରାମରେ ଯେଉଁମାନେ ଲୁପ୍ତ ହୋଇ ନଯାଇ ତିଷ୍ଠି ରହି ପାରିଛନ୍ତି, ସେହିମାନଙ୍କର ହିଁ ଉକ୍ତ ସୂତ୍ରଗତ ଅନୁମାନଟି ଅନୁସାରେ ତିଷ୍ଠି ରହିବାର କ୍ଷମତା ମଧ୍ୟ ରହିଥିଲା । ଏଇଟିକୁ ଆଦୌ ଅନ୍ୟଥା କରାଯାଇ ପାରିବନାହିଁ, ଏବଂ, ଏଇଟି ଯେ ଏହିପରି ଗୋଟିଏ ଅବସ୍ଥାରେ ରହିଛି, ସେହି କଥାଟିକୁ ଶାନ୍ତ ହୋଇ ସ୍ୱୀକାର କରିନେବାକୁ ପଡ଼ିବ ।

 

ଏହି ଅନିବାର୍ଯ୍ୟତା ବା ଅବଶ୍ୟମ୍ଭାବିତାର ଅର୍ଥଟି ବିଷୟରେ ଆମେ ଅଧିକ ଅନୁସଂଧାନ କରିବା । ସ୍ପେନ୍‌ସର୍‌ ଏବଂ ତାଙ୍କ ପରି ଅନ୍ୟମାନେ କଥାଟିକୁ ଯେଉଁପରି ଗୋଟିଏ ଅର୍ଥ ଦେଇ ବ୍ୟବହାର କରିଛନ୍ତି, ସେଇଟି ଅନୁସାରେ ତାହାର ଅର୍ଥ ହେବ ଯେ, ମନୁଷ୍ୟମାନେ ଯେତେ ଯାହା କରନ୍ତୁ ବା ନକରନ୍ତୁ, ସେଗୁଡ଼ିକ ଉପରେ ନିର୍ଭର ନକରି କେତେକ ଘଟଣା ଅବଶ୍ୟ ଘଟେଇବେ । ଅର୍ଥାତ୍‌ ସାମାଜିକ ଅବଶ୍ୟମ୍ଭାବିତାର ଏହାହିଁ ଅର୍ଥ ହେବ ଯେ, ସମାଜର ସର୍ବବିଧ ସ୍ଥିତି ବିଷୟରେ ମନୁଷ୍ୟମାନଙ୍କର ଆଦୌ ହାତ ନାହିଁ ଏବଂ, ସେହି କାରଣରୁ ସମାଜରେ ଅସହାୟ ହୋଇ ବଞ୍ଚୁଥିବା ମନୁଷ୍ୟମାନେ ଭୋଗ କରୁଥିବା କଷଣଗୁଡ଼ିକୁ ନିରାକରଣ କରିବାର କ୍ଷେତ୍ରରେ ହିଁ ପ୍ରକୃତରେ ଯାହାକିଛି କରାଯାଇ ପାରିବ । ଇତିହାସର ଘଟଣାମାନେ ସମୁଦ୍ରର ତରଙ୍ଗ ପରି ଆଗକୁ ଆଗକୁ ଅବଶ୍ୟ ମାଡ଼ି ଚାଲି ଯାଉଥିବେ ଏବଂ ଆମ ଭଳି କ୍ଷୁଦ୍ର ଗୋଟିଏ ଗୋଟିଏ ଅଳ୍ପବଳ ଜୀବଙ୍କୁ ଆପଣାର ଇଚ୍ଛା ଅନୁସାରେ ଆଣି ଯେଉଁଠି ମନ ସେଠି ଫିଙ୍ଗି ବି ଦେବେ ଏବଂ ଏହି ଦୁର୍ବଳ ଦାନ୍ତ ତଥା କେଡ଼େ ସହଜରେ ଭାଙ୍ଗି ଯିବାର ଭୟ ରହିଥିବା ହାତ ଥିବା ଆମେ ଜଣେ ଜଣେ ହୁଏତ ପାଖରେ ଥିବା କୌଣସି ପ୍ରସ୍ତରଖଣ୍ଡକୁ ଆଶ୍ରା କରି ତଥାପି ଜୀବନଟିକୁ ବଞ୍ଚାଇ ରଖିବାର ଆଶାମାନ କରିବାରେ ଲାଗିଥିବା ।

 

ତେଣୁ, ମନୁଷ୍ୟମାନେ ପ୍ରକୃତରେ ସାମର୍ଥ୍ୟହୀନ ବୋଲି କହି ସାମାଜିକ ଅବଶ୍ୟମ୍ଭାବିତାର ଅର୍ଥ କରିବା ମାତ୍ରକେ, ନୈତିକତା ପାଇଁ ପ୍ରକୃତରେ ଆଦୌ କୌଣସି ଭୂମି ରହିଛି କି ବୋଲି ଗୋଟିଏ ପ୍ରଶ୍ନ ନିଶ୍ଚୟ ଉତ୍‌ଥାପିତ ହେବ । ନୈତିକତା ନାମରେ କିଛି ତ ସେତିକିବେଳେ ଯାଇ ରହିବ, ଯେତେବେଳେ ଏକ ଅନୁକୂଳତାର ବିଚାର ଦ୍ୱାରା ପରିଚାଳିତ ହୋଇ ମନୁଷ୍ୟମାନେ ଆପଣାର ଚାରିପାଖରେ ରହିଥିବା ପରିବେଶଟିରେ ଆବଶ୍ୟକ ସଂଶୋଧନ ତଥା ପରିବର୍ତ୍ତନ ଘଟାଇ ପାରିବାର ଏକ ସମ୍ଭାବନା ଅବଶ୍ୟ ଥିବ; ସେତିକି ସମ୍ଭବ ନହେଲେ ଆଦୌ କୌଣସି ନୈତିକତା ପ୍ରକୃତରେ ରହିବାର ଆଉ କି ଅବକାଶ ରହିବ ? ମନେ କରାଯାଉ ଯେ ମୁଁ ନିଜକୁ ଜଣେ ବୈଜ୍ଞାନିକ ଭାବରେ ତିଆରି କରିବି ଓ ସେହି ମାର୍ଗରେ ମାନବଜାତିର ସର୍ବୋତ୍ତମ ସେବା କରି ପାରିବି ବୋଲି ଏକ ନିଷ୍ପତ୍ତି ଗ୍ରହଣ କଲି । ମାତ୍ର, ତା’ ପରେ, ଯଦି ମୁଁ ସେହି ଅନୁସାରେ ଉପଯୁକ୍ତ ଶିକ୍ଷାଟିକୁ ଲାଭ କରି ନପାରିଲି, କିମ୍ୱା, ସେଇଟିକୁ ଲାଭ କରିବା ପରେ ଯଦି ସେଇଟିକୁ କାମରେ ଲଗାଇବାକୁ ମୋତେ କୌଣସି ସୁଯୋଗ ନମିଳିଲା, ତେବେ ମୋ’ର ସେହି ନିଷ୍ପତ୍ତିଟିର ଆଉ କୌଣସି ଅର୍ଥ ହିଁ ରହିବନାହିଁ । ଏଥିରୁ ପ୍ରତିପାଦିତ ହେବ ଯେ, ମୁଁ କେବଳ ମିଛଟାରେ ଏଇଟି ବା ସେଇଟି ହେବାର ସ୍ୱପ୍ନ ଦେଖୁଥିଲି । କଳ୍ପନା କରାଯାଇ ପାରିବ ଯେ, କେବଳ ଜଣେ ବ୍ୟକ୍ତିର କେବଳ ଗୋଟିଏ ନିଷ୍ପତ୍ତି ଗ୍ରହଣ କରିବା ନୁହେଁ, ସକଳ ବ୍ୟକ୍ତି ସର୍ବବିଧ ନିଷ୍ପତ୍ତିମାନଙ୍କୁ ଗ୍ରହଣ କରିବାର କ୍ଷେତ୍ରରେ ମଧ୍ୟ ଠିକ୍ ସେହି ଅବସ୍ଥାଟି ହିଁ ଏକ ନିୟାମକ ହୋଇ ଯଦି ରହିଥାଏ, ତେବେ ସକଳ ନୈତିକତାର ସେହି ସ୍ଥିତିରେ ତୁଚ୍ଛା ପରାଜୟ ଲଭିବା ହିଁ ଏକମାତ୍ର ଗତି ହୋଇ ରହିବ । ଯଦି ଗୋଟିଏ ସ୍ଥାନରେ ଆଦୌ କୌଣସିଟିକୁ ସଫଳ ଭାବରେ ସମ୍ଭବ କରି ନହେବ, ତେବେ ସେଠାରେ କୌଣସି ନିଷ୍ପତ୍ତି ମଧ୍ୟ ଗ୍ରହଣ କରାଯାଇ ହେବନାହିଁ ଏବଂ, ଯେଉଁଠାରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନପାରିବ, ସେଠାରେ କୌଣସି ଗୁଣ ବା ମୂଲ୍ୟ ଆରୋପ କରାଯିବାର କୌଣସି ତାତ୍ପର୍ଯ୍ୟ ମଧ୍ୟ ନଥିବ । ଏପରି ଗୋଟିଏ ପୃଥିବୀରେ ଭଲ ବୋଲି କିଛି ନଥିବ, ମନ୍ଦ ବୋଲି ବି ଆଦୌ କିଛି ନଥିବ, କେବଳ ପୃଥିବୀ ହିଁ ରହିଥିବ ।

 

ତେଣୁ, ଆମେ ଯଦି ଶ୍ରୀଯୁକ୍ତ ସ୍ପେନ୍‌ସର୍‌ଙ୍କ ପରି ଆମର ଏହି ବର୍ତ୍ତମାନର ସମାଜକୁ ମନୁଷ୍ୟମାନଙ୍କର ନିୟନ୍ତ୍ରଣ ବାହାରେ ରହିଥିବା ଏକ ଶକ୍ତିଦ୍ୱାରା ସୃଷ୍ଟ ଓ ପରିଚାଳିତ ହେଉଥିବା ଗୋଟିଏ କ୍ଷେତ୍ରରୂପେ ସ୍ୱୀକାର କରିନେବା, ତେବେ ଆମେ ଅବଶ୍ୟ ଦେଖିପାରିବା ଯେ, ଏହି ସମୁଦାୟ କ୍ଷେତ୍ରରେ ଏପରି ଆଉ କ’ଣଟିଏ ନିୟାମକରୂପେ ପ୍ରତିଷ୍ଠିତ ରହିଛି, ଯାହାକୁ କି ସକଳ ନୈତିକ ମୂଲ୍ୟାୟନର ବାହାରେ ବୋଲି କଳ୍ପନା କରାଯାଇ ପାରିବ । ଏବଂ, ନୈତିକତାର ସକଳ ସମ୍ଭାବନାଟି ତ କେବଳ ଏହି ମନୁଷ୍ୟର ହିଁ ସାମର୍ଥ୍ୟକ୍ଷେତ୍ରର ଅନ୍ତର୍ଗତ ହୋଇ ରହିଛି ଏବଂ, ତେଣୁ, ଯାହାକିଛି ଏଇଟିର ବାହାରେ, ସେଥିରେ ଆଦୌ କୌଣସି ଆରୋପ କେବେହେଲେ କରାଯାଇ ପାରିବନାହିଁ । ଏବଂ, ଯଦି ମଣିଷର ସମାଜକୁ ମଧ୍ୟ ସେହି ବାହାରେ କେଉଁଠି ଠାବ କରାଯାଏ, ତେବେ, ସେହି ମଣ୍ଡଳଟିକୁ ମଧ୍ୟ ଏକ ଧୂମକେତୁ ବା ଭୂମିକମ୍ପ ସଦୃଶ ସଂପୂର୍ଣ୍ଣ ଭାବରେ ନୈତିକତା–ନିରପେକ୍ଷ ବୋଲି ହିଁ କୁହାଯିବ । ଏହି ଅନ୍ୟ କ୍ଷେତ୍ରଗୁଡ଼ିକ ତ ଯେପରି ଅଛନ୍ତି, କେବଳ ସେହିପରି ହୋଇ ରହିଛନ୍ତି; ଏବଂ, ଯେତିକି କରି ପାରିବେ, ସେତିକି ହିଁ କରୁଛନ୍ତି । ମାତ୍ର, ଆମ ସମାଜଟିକୁ ଯଦି ସେହିପରି ସକଳ ନୈତିକତାର ନିରପେକ୍ଷ ବୋଲି ବିଚାର କରାଯାଏ, ତେବେ ତାହାର କୌଣସି ସଂଗଠନ ଅଥବା ଭାଗକୁ ମଧ୍ୟ ଆମେ ଭଲ ବା ମନ୍ଦ ବୋଲି କେବେ କହି ପାରିବାନାହିଁ । ସମାଜରେ ଘଟୁଥିବା ଘଟଣାଗୁଡ଼ିକୁ ଆମେ ସେତେବେଳେ ବର୍ଣ୍ଣନା କରି କହିପାରିବା ସତ, ତେବେ ସେଗୁଡ଼ିକ ଏପରି ହେବା ଉଚିତ ଥିଲା ବା ଏପରି ହେବା ଉଚିତ ବୋଲି ଆଦୌ କହି ପାରିବାନାହିଁ । ଏବଂ, ଶ୍ରୀଯୁକ୍ତ ସ୍ପେନ୍‌ସର୍‌ଙ୍କର ସିଦ୍ଧାନ୍ତଟି ଠିକ୍ ଏହି ଶେଷୋକ୍ତ କଥାଟିକୁ କହିବାକୁ ହିଁ ଇଚ୍ଛା କରିଛି । ଅର୍ଥାତ୍, ତାହା ଏପରି କାର୍ଯ୍ୟଟିଏ କରିଛି, ଯାହାକି ତାଙ୍କର ନିଜ ଯୁକ୍ତିଟି ଦ୍ୱାରା ସଂପୂର୍ଣ୍ଣ ଅସମ୍ଭବ ବୋଲି ପ୍ରତିପାଦିତ ହୋଇଯାଉଛି । ସମାଜରେ ଥିବା ସମ୍ବନ୍ଧଗୁଡ଼ିକୁ ଅବଶ୍ୟମ୍ଭାବୀ ବୋଲି କହି ସ୍ପେନ୍‌ସର୍‌ଙ୍କର ତତ୍ତ୍ୱଟି ସେଗୁଡ଼ିକର ଔଚିତ୍ୟ ପ୍ରତିପାଦନ କରିବା ନିମନ୍ତେ ଆଉ ପ୍ରକୃତରେ କୌଣସି ଯୁକ୍ତି ପାଇ ପାରିନାହିଁ । ଧନୀମାନେ ଯୋଗ୍ୟ ବୋଲି ବେଶ୍ କହିପାରୁଛି, କିନ୍ତୁ ସେମାନଙ୍କୁ ଉତ୍ତମ ବୋଲି କହି ପାରୁନାହିଁ, ଦରିଦ୍ରମାନେ ଅଯୋଗ୍ୟ ବୋଲି କହିପାରୁଛି, ମାତ୍ର ସେମାନେ ମନ୍ଦ ବୋଲି କହି ପାରୁନାହିଁ ।

 

ଏହି ଅବଶ୍ୟମ୍ଭାବିତାର ଆଉଗୋଟିଏ ପାର୍ଶ୍ୱ ରହିଛି ଏବଂ ସେହି ସିଦ୍ଧାନ୍ତଟି ସେଇଟି ଉପରେ ଆଦୌ ଦୃଷ୍ଟି ଦେଇନାହିଁ । ଏକ ନକାରାତ୍ମକ ଶୈଳୀରେ ବିଚାର କଲେ ଅବଶ୍ୟମ୍ଭାବିତାର ତତ୍ତ୍ୱଟି ମନୁଷ୍ୟମାନଙ୍କର ସାମର୍ଥ୍ୟ–କ୍ଷେତ୍ରରେ ବେଶ୍‌ ସୀମାଟିଏ ମଧ୍ୟ ଟାଣି ଦେଉଛି; କିନ୍ତୁ ସକରାତ୍ମକ ଦୃଷ୍ଟିରେ ଦେଖିଲେ, ତାହା ସର୍ବଦା ଏକ ସୁଯୋଗକୁ ହିଁ ବୁଝାଉଛି । ଏଇଟି ଆମକୁ ବିଶ୍ୱାସର ସହିତ ଆମ ନିଜର ବ୍ୟକ୍ତିଗତ ଆଚରଣ ଓ ଆମ ସାମାଜିକ ପ୍ରୟାସମାନଙ୍କର ସକଳ ପରିଣାମ ବିଷୟରେ କିଛି ନା କିଛି ଭବିଷ୍ୟବାଣୀ କରିବାର ସାମର୍ଥ୍ୟ ଆଣି ଯୋଗାଇ ଦେଉଛି । ତାହାକୁ ଜାଣି ଆମେ କେବଳ କେତୋଟି ଅନୁମାନମାତ୍ର କରିବାର ଅନିଶ୍ଚିତତା ଗୁଡ଼ିକରୁ ମୁକ୍ତ ରହିପାରୁଛୁ ଏବଂ ସେହି ପରିମାଣରେ ଆପଣାକୁ ଆଉ ଅସମର୍ଥ ବୋଲି ଅନୁଭବ କରୁନାହୁଁ, ଏବଂ ଏହି ପୃଥିବୀ ତଥାପି ଆମର ଶକ୍ତି ଭିତରେ ଆୟତ୍ତ ହୋଇ ରହିଥିବା ପରି ମଧ୍ୟ ଲାଗୁଛି । ମନେ କରାଯାଉ ଯେ, ଆମେ କ ନାମକ ଏକ ବସ୍ତୁକୁ ପାଇବା ସକାଶେ ଇଚ୍ଛା କରୁଛୁ ଏବଂ, ପୁନର୍ବାର ମନେ କରାଯାଉ ଯେ, ଖ ନାମକ ଏକ କାର୍ଯ୍ୟ କଲେ କ ନାମକ ଉକ୍ତ ବସ୍ତୁଟି ଆମର ହସ୍ତଗତ ହୋଇପାରିବ । ତା’ ପରେ, ସେହି କ ବସ୍ତୁଟିକୁ ଲାଭ କରିବାକୁ ହେଲେ ଆମକୁ କେବଳ ସେହି ଖ କାର୍ଯ୍ୟଟିକୁ କରିବାକୁ ହେଉଛି । ଅର୍ଥାତ୍‌, ଅପରିହାର୍ଯ୍ୟତାଟି ଏହି କ୍ଷେତ୍ରରେ ଖ ଏବଂ କ ମଧ୍ୟରେ ରହିଥିବା ସମ୍ବନ୍ଧଟିର କ୍ଷେତ୍ରରେ ନିହିତ ହୋଇ ରହିଛି ଏବଂ, ନିଶ୍ଚିତ ଭାବରେ ଏହି ଅବଶ୍ୟମ୍ଭାବିତାଟି ହିଁ ଆମ ବାସନାଟିର ପୂରଣ କରିବାକୁ ସମ୍ଭବ କରିଦେଉଛି । କିନ୍ତୁ, ଶ୍ରୀ ସ୍ପେନ୍‌ସର୍‌ ଓ ଅନ୍ୟମାନେ ଯେପରି କହୁଛନ୍ତି, ସେହିଟି ହେଉଛି ଯେ, ଆମେ ଯେକୌଣସି କାର୍ଯ୍ୟ କରିବା ପଛକେ, ତଥାପି କ ନାମକ ସେହି ବସ୍ତୁଟିକୁ କଦାପି ଲାଭ କରି ପାରିବାନାହିଁ । ଏହିପରି ଭାବରେ ଏକ ସଂପୂର୍ଣ୍ଣ ନକରାତ୍ମକ ଅର୍ଥରେ ସେମାନେ ସେହି ଅବଶ୍ୟମ୍ଭାବିତାର ଅନୁମାନଟିକୁ କରୁଛନ୍ତି ଏବଂ ତଦ୍ଦ୍ୱାରା ଏକ ନୈତିକ ଦୃଷ୍ଟିକୋଣରୁ ଯେଉଁ ଖାସ୍‌ ପରିବର୍ତ୍ତନ ଗୁଡ଼ିକ ସବୁଠାରୁ ଅଧିକ ପରିମାଣରେ ଆମପାଇଁ କାମ୍ୟ, ସେମାନେ ସେଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଅସମ୍ଭବ କରି ରଖୁଛନ୍ତି । ଯେଉଁ ଉପସ୍ଥିତିଟି ଆମକୁ ଭଲ ଲାଗୁଛି, ସେଇଟି ଅବଶ୍ୟ ସେହିପରି ହୋଇ ରହିବ ଓ ମୋଟେ ବଦଳିବ ନାହିଁ ବୋଲି ଯେପରି ପ୍ରକୃତରେ ଏକ ଗ୍ୟାରେଣ୍ଟି ଦେଇହେବ, ସେଥିଲାଗି ଏଇଟି ହେଉଛି ସବୁଠାରୁ ଅଧିକ ସହଜ ରାସ୍ତା ।

 

ପ୍ରକୃତରେ ଏକ ପକ୍ଷପାତ କଲାପରି କେବଳ ନକରାତ୍ମକ ବ୍ୟାଖ୍ୟାଗୁଡ଼ାକୁ ଏପରି ପ୍ରାୟ ଯାବୁଡ଼ି ରହିବା, ଏଇଟି ହେଉଛି ସେହିଭଳି ବ୍ୟକ୍ତିମାନଙ୍କର ଗୋଟିଏ ଗୋଟିଏ ବିଶେଷ ଲକ୍ଷଣ, ଯେଉଁମାନଙ୍କର ବିଶେଷ ସ୍ୱାର୍ଥଟା ଏକ ଖାସ୍‌ ସମାଜ–ବ୍ୟବସ୍ଥାକୁ ନିର୍ଭର କରି ରହିଥାଏ । ଏବଂ ସେହିପରି କରି ସେମାନେ ପରିବର୍ତ୍ତନର ଯାବତୀୟ ସମ୍ଭାବନା ପାଇଁ ସତେଅବା ଗୋଟାଏ “ଚିରକାଳସ୍ଥାୟୀ ନାହିଁ” ବୋଲି କହିବାରେ ଲାଗିଥାନ୍ତି । ଏବଂ, ଶ୍ରୀ ସ୍ପେନ୍‌ସର୍‌ଙ୍କର ସିଦ୍ଧାନ୍ତଟି ମଧ୍ୟରେ ସେହିଟିକୁ ତାଙ୍କ ନିଜ ମିଜାଜଟିର ଛାଞ୍ଚ ଭିତରେ ପକାଇ ଆହୁରି ଅଧିକ ବଳଯୁକ୍ତ କରି ରଖାଯାଇଛି । ସ୍ପେନ୍‌ସର୍ ଆମକୁ କହିଛନ୍ତି, “ମୋଟେ କେହି ଏହି କଥାଟିକୁ ଅସ୍ଵୀକାର କରି ପାରିବେନାହିଁ ଯେ ମୋତେ ଅଭିପ୍ରାୟ କରି ବହୁତ ସମାଲୋଚନା ହେଉଛି... ଦୋଷମାନଙ୍କୁ ଦେଖାଇଦେବାଟା ସର୍ବପ୍ରଧାନ ମନୋବୃତ୍ତି ହୋଇ କାର୍ଯ୍ୟ କରୁଛି,–ଅତ୍ୟନ୍ତ ଅରୁଚିକର ଭାବରେ ସେଇଟି ହିଁ ପ୍ରମୁଖ ହୋଇଛି ।” * ଏବଂ, ସେହି ଅନୁସାରେ, ଗୋଟିଏ ଉଦାହରଣ ସ୍ଵରୂପ, ଇଟାଲୀ ଦେଶର କଳାକୃତିମାନ ସଗୃହୀତ ହୋଇ ରହିଥିବା ଗ୍ୟାଲେରୀମାନଙ୍କୁ ପରିଦର୍ଶନ କରିବା ପରେ ସ୍ପେନସର୍ ମହାନ୍ ଚିତ୍ରନିର୍ମାତାମାନଙ୍କର ଦୋଷମାନଙ୍କୁ ଦର୍ଶାଇଦେଇ ହିଁ ଦୀର୍ଘ ବକ୍ତୃତା ଦେଇଥିଲେ-। ସେମାନଙ୍କର ନାନା ଶୋଚନୀୟ ଅକ୍ଷମତା ବିଷୟରେ ସେ ବିସ୍ତାରିତ ଭାବରେ ବହୁତ କଥା କହିଥିଲେ । ସିଏ କହିଥିଲେ ଯେ, ଭାଗ୍‌ନର୍ ଜଣେ ବିରାଟ କଳାକାର ସିନା ଥିଲେ, ମାତ୍ର ସଂଗୀତକାର ହିସାବରେ ଆଦୌ ସେପରି ବିରାଟ ନଥିଲେ । ପରେ ସେ ବରଂ ଆଉଜଣେ ସଂଗୀତକାର ମାୟର୍‌ବିଅର୍‌ଙ୍କୁ ସେହି କୃତିତ୍ଵଟିକୁ ପ୍ରଦାନ କଲେ । ତାଙ୍କର ପିତା, ଯାହାଙ୍କ ଠାରୁ ଶ୍ରୀଯୁକ୍ତ ଲାମାର୍କ୍‌ଙ୍କର ତତ୍ତ୍ଵଟିର ଅନୁସରଣ କରି କରି ସିଏ ଏହି ଗୁଣଟିକୁ ଉତ୍ତରାଧିକାର ସୂତ୍ରରେ ଲାଭ କରିଛନ୍ତି ବୋଲି ସ୍ପେନ୍‌ସର୍ ଭାବୁଥିଲେ, ସିଏ ଅନ୍ୟ ମନୁଷ୍ୟମାନଙ୍କ ନିର୍ବୋଧତାଗୁଡ଼ିକୁ ଦର୍ଶାଇ ଦେଇ ସେମାନଙ୍କ ପାଖରେ ବକ୍ତୃତା ଦେବାରେ ବେଶ୍ ଅଭ୍ୟସ୍ତ ଥିଲେ । ଥରେ, ତାଙ୍କ ଆଗରେ ସେଭଳି କୌଣସି ଅନୁରୋଧ ବ୍ୟକ୍ତ କରାଯାଇ ନଥିଲେ ମଧ୍ୟ ସିଏ ଜଣେ ନିଶା ଘାରିଥିବା ସହଯାତ୍ରୀଙ୍କ ଆଗରେ ନୀତି-ଉପଦେଶମାନ ନେଇ ଅଜାଡ଼ି ଦେଇଥିଲେ । ସେଗୁଡ଼ିକୁ ଶୁଣି ସେହି ହାଲୁକା ମିଜାଜର ବ୍ୟକ୍ତିଜଣକ ଉତ୍ତର ଦେଇ ତାଙ୍କୁ କହିଥିଲେ, “ଆଜ୍ଞା, ଆପଣ ତ ନିଶ୍ଚୟ ଜାଣନ୍ତି ଯେ ଯାବତୀୟ ପ୍ରକାରର ଅନ୍ତତଃ କିଛି କିଛି ଲୋକ ସର୍ବଦା ରହିଥାଆନ୍ତି ଏବଂ ମୁଁ ହେଉଛି ସେହି ପ୍ରକାରର ଅବଶ୍ୟ ଜଣେ ।” ଖୁବ୍ ଲାଗୁଛି ଯେ, ସେହି ଅଯୋଗ୍ୟମାନଙ୍କ ଭିତରେ ମଧ୍ୟ ଅନେକ ପ୍ରଜ୍ଞାବୁଦ୍ଧି ଏବଂ ସହିଷ୍ଣୁଭାବ ସର୍ବଦା ନିଶ୍ଚିତଭାବେ ରହିଥାଏ ।

 

*Herbert Spencer : An Autobiography, Vol. 2.p. 512. The anecdote about his father is in Vol. 1, p.58. Spencer’s honesty about himself is a very endearing trait. It is strange how these murderous theories are sometimes found in lovable men.

 

ଯୋଗ୍ୟ ମଣିଷମାନେ ମଧ୍ୟ ଭଲ ମଣିଷ କି ?

 

ଏହିପରି ଭାବେ ଆମେ ବର୍ତ୍ତମାନ ଦେଖି ପାରୁଥିବା ଯେ ଅତ୍ୟନ୍ତ ଡାର୍‌ଉଇନ୍-ବିରୋଧୀ ଏହି ଡାର୍‌ୱିନବାଦଟିଏ ସତେଅବା ଏକ ଅନୁଚିତ ପଦ୍ଧତିର ଅନୁସରଣ କରି ବିଜ୍ଞାନ ଭିତରେ ନୀତିଶାସ୍ତ୍ରକୁ ଆଣି ପୂରାଇ ଦେଉଛି ଏବଂ ପୁନଶ୍ଚ, ଯୁଗପତ୍ ଭାବରେ ଆମର ଏହି ସମାଜର ମଧ୍ୟ ଏପରି କଳ୍ପନା କରୁଛି, ଯାହାର ପରିଣାମ ସ୍ଵରୂପ ସେହି ନୀତିଶାସ୍ତ୍ରର ସମାଜର ଜୀବନରେ କେବେହେଲେ ପ୍ରୟୋଗ ମଧ୍ୟ କରାଯାଇ ପାରିବନାହିଁ । ହଁ, ସେହି ଅନୁଚିତ ପଦ୍ଧତିଟି କିପରି ସମ୍ଭବ ହୋଇ ପାରିଲା, ବର୍ତ୍ତମାନ ସେହି କଥାଟିକୁ ଦେଖିବା ସମ୍ଭବତଃ ବେଶ୍ ଉପଯୋଗୀ ହେବ ।

 

ଏହି ଆଲୋଚନାରେ ସେହି ‘ଯୋଗ୍ୟ’ ଶବ୍ଦଟି ହେଉଛି ସର୍ବପ୍ରଧାନ ଦୋଷୀ । ଏକଥା ସତ ଯେ, ସେହି ପ୍ରାଚୀନ ଗ୍ରୀକ୍‌ମାନଙ୍କ ସମୟରୁ ସେହି ଶବ୍ଦଟି ଭିତରେ ଏକ ଗଭୀର ନୈତିକତା-ସୂଚକ ଅର୍ଥ ନିହିତ ହୋଇ ରହି ଆସିଛି । ଏହାକୁ ଉଭୟେ, ପ୍ଲେଟୋ ଏବଂ ଆରିଷ୍ଟଟଲ୍ ଏକ ମୁଖ୍ୟ ନୈତିକ ଜୀବନରୀତିର ଦ୍ୟୋତକରୂପେ ବିଚାର କରୁଥିଲେ (ମାତ୍ର ମୋଟେ ଏକ ଡାର୍‌ଉଇନୀୟ ଅର୍ଥରେ ନୁହେଁ । ବସ୍ତୁତଃ ପ୍ଲେଟୋ ତ ଯୋଗ୍ୟତା ଶବ୍ଦଟିକୁ ଏକ ଉଚ୍ଚତର ବ୍ୟଞ୍ଜନା ପ୍ରଦାନ କରି ଏକ ବିଶ୍ଵ-ବିଧାନର ଉଚ୍ଚତାକୁ ବହନ କରି ନେଇଥିଲେ । ସେହି ଦୁହେଁଯାକ ସର୍ବକାଳ ନିମନ୍ତେ ପ୍ରୟୋଗ ହୋଇ ପାରୁଥିବା ଭଳି ସେହି ଶବ୍ଦଟିର କୌଣସି ଅର୍ଥଟିଏ ପ୍ରତିଷ୍ଠିତ କରି ଯାଇନାହାନ୍ତି ସତ, ମାତ୍ର ତାହାର ନୀତିସୂଚକ ସ୍ତରଟିକୁ ଏକ ଖାସ୍ ପ୍ରତିଷ୍ଠା ପ୍ରଦାନ କରିବାର ପ୍ରୟାସରେ ସେମାନଙ୍କର ବହୁତ ଅବଦାନ ରହିଥିଲା । ଦାର୍ଶନିକମାନେ ବ୍ୟବହାର କରି ଯାଇଥିବା ଶବ୍ଦମାନେ ସେମାନଙ୍କର ମୃତ୍ୟୁ ଅନ୍ତେ ପ୍ରାୟ ନିୟମତଃ ଏକ ଅର୍ଦ୍ଧସ୍ପଷ୍ଟ ପ୍ରତିଧ୍ୱନି ସଦୃଶ ସାଧାରଣ କଥୋପକଥନରେ ପ୍ରବେଶ କରି ବହୁତ ସମୟରେ ବାରମ୍ବାର ଧ୍ଵନିତ ହେବାରେ ଲାଗିଥାନ୍ତି । ଏବଂ, ସେହି କାରଣରୁ ବେଳେବେଳେ ଏପରି ମଧ୍ୟ ସମ୍ଭବ ହୋଇଯାଏ ଯେ, ଆମେ ଯେତେବେଳେ ଗୋଟିଏ ବସ୍ତୁକୁ ‘ଯୋଗ୍ୟ’ ବୋଲି କହୁ, ସେତେବେଳେ ସେଇଟି ଉପରେ ଏକ ନୈତିକ ସମର୍ଥନର ଆରୋପଣ କରି ଦେଉଥିବାଟି ବେଶ୍ ସମ୍ଭବ ହୋଇପାରେ । ଖୁବ୍ ବିଶ୍ଵାସ କରିବାକୁ ମନ ହୁଏ ଯେ, ଯଦି କୌଣସି ବସ୍ତୁ ପ୍ରକୃତରେ ଯୋଗ୍ୟ ତେବେ ନିଶ୍ଚୟ ଉତ୍ତମ ବି ହେବ ଏବଂ, ସେହି ଏକା ଅନୁମାନଟି ଅନୁସାରେ, ଯଦି କୌଣସି ବସ୍ତୁ ଯୋଗ୍ୟ ନୁହେଁ, ତେବେ ତାହା କଦାପି ଉତ୍ତମ ହୋଇନଥିବ । ଅର୍ଥାତ୍, ଏହି ‘ଯୋଗ୍ୟ’ ନାମକ ଶବ୍ଦଟିର ଯେତେ ଯେତେ ସନ୍ଦର୍ଭରେ ବ୍ୟବହାର ସମ୍ଭବ ହେଉଥିବ, ତାହାର ହୁଏତ ସେତିକିଟି ଅଧିକରୁ ଅଧିକ ଅର୍ଥ ମଧ୍ୟ ରହିଛି ବୋଲି ପ୍ରମାଣିତ ହେବ ଏବଂ ପ୍ରତ୍ୟେକଟି ସନ୍ଦର୍ଭରେ, ଯେତେ ଝାପ୍‌ସା ଭାବରେ ହେଲେ ମଧ୍ୟ ଆମେ ଏକ ନୀତିବ୍ୟଞ୍ଜକ ବିଚାର ସେଥିରୁ ସେଇଟିକୁ ଭଲ ବା ମନ୍ଦ ବୋଲି କହିବା ନିମନ୍ତେ ମଧ୍ୟ ଉତ୍ସାହିତ ହେଉଥିବା । ମୋ’ର ତ ଏପରି ଏକ କଳ୍ପନା କରିବାକୁ ଇଚ୍ଛା ମଧ୍ୟ ହେଉଛି ଯେ, ଶ୍ରୀଯୁକ୍ତ ସ୍ପେନ୍‌ସର୍‌ଙ୍କର ଅନୁଗାମୀମାନେ “କେବଳ ସବୁଠାରୁ ଅଧିକ ଉତ୍ତମମାନେ ହିଁ ରହିବେ” କଥାଟି କେବଳ ଏକ କାନରୁ କାନ ହୋଇ ପ୍ରଚଳିତ ହୋଇ ଆସିଥିବା ପ୍ରତିଧ୍ୱନିମାତ୍ର ବୋଲି କ୍ଵଚିତ୍ ଅନୁଭବ କରିଥିବେ ।

 

ଏହି ବ୍ୟାପାରଟି ପ୍ରକୃତରେ ଆହୁରି ଅଧିକ ପରିମାଣରେ ସ୍ପଷ୍ଟ ହୋଇଯିବ, ଯେତେବେଳେ ଆମେ ପ୍ରକୃତରେ ହୃଦୟଙ୍ଗମ କରିବା ଯେ, ବିଜ୍ଞାନସମ୍ମତ ଡାର୍‌ଉଇନ୍‌ବାଦ ଯେତେବେଳେ ଶବ୍ଦଟିକୁ ବ୍ୟବହାର କରିଥାଏ, ସେତେବେଳେ ‘ଯୋଗ୍ୟ’ କହିବା ସମୟରେ କଥାଟିକୁ ସଂପୂର୍ଣ୍ଣ ଭାବରେ ଗୋଟିଏ ଅର୍ଥରେ ହିଁ ମନୁଷ୍ୟ, ଅନ୍ୟାନ୍ୟ ପ୍ରାଣୀଗଣ ତଥା ଉଦ୍ଭିଦ ମାନଙ୍କର କ୍ଷେତ୍ରରେ ପ୍ରୟୋଗ କରେ । ଶବ୍ଦର ବୈଜ୍ଞାନିକ ଅର୍ଥରେ ତାହାକୁ ପ୍ରୟୋଗ କରୁଥିବା ସମୟରେ ଯଦି ସେଥିରେ ପ୍ରକୃତରେ କୌଣସି ନୈତିକତା-ସୂଚକ ଅର୍ଥକୁ ଆଣି ଯୋଡ଼ି ଦିଆ ଯାଉଥିଲା, ତେବେ ଅର୍ଥଟିକୁ ଉଦ୍ଭିଦ ଓ ଇତରଜୀବମାନଙ୍କୁ ଅନ୍ତର୍ଭୁକ୍ତ କରିନେବା ଭଳି ପ୍ରସାରିତ କରିଦେବାକୁ ହେବ ଏବଂ ଫଳରେ ଆମେ ତା’ପରେ ସରୀସୃପମାନଙ୍କୁ ଏକ ଗୁଣାତ୍ମକ ଆରୋପ କରି ଭଲ ବା ଖରାପ ବୋଲି କହିବା; ଓକ୍ ବୃକ୍ଷମାନଙ୍କୁ ମଧ୍ୟ ସେହି ମାପଟି ପକାଇ ବିଶେଷଣମାନ ପ୍ରଦାନ କରିପାରିବା । ମାତ୍ର, ଏହାକୁ ଏକ ବିଶୁଦ୍ଧ ଭାବରେ ନିର୍ବୋଧ କଥାଛଡ଼ା ଆଉ କିଛି ବୋଲି ମୋଟେ କୁହା ଯିବନାହିଁ । ନୈତିକତାର ଏକ ଭାବକୁ ବ୍ୟକ୍ତ କରୁଥିବା ଯାବତୀୟ ବିଶେଷଣ କେବଳ ମନୁଷ୍ୟମାନଙ୍କର କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ କିମ୍ବା, ଆଦୌ କୌଣସି ମୂଲ୍ୟ ବା ମୂଲ୍ୟହୀନତାର ତରାଜୁ ଅନୁସାରେ ପକାଇ ବିଚାର କରା ହେଉଥିବା ବସ୍ତୁଗୁଡ଼ିକର କ୍ଷେତ୍ରରେ ତାହା କରିହେବ । ହଁ, କେବଳ ମନୁଷ୍ୟମାନଙ୍କର ପରିପ୍ରେକ୍ଷୀରେ ମୂଲ୍ୟବିଶିଷ୍ଟ ଅଥବା ମୂଲ୍ୟହୀନ ବସ୍ତୁଗୁଡ଼ିକ ବିଷୟରେ ମତବ୍ୟକ୍ତ କରୁଥିବାର ଅବସରମାନଙ୍କରେ-। କେବଳ ଯେଉଁ ଏକମାତ୍ର ଦିଗରୁ ବିବର୍ତ୍ତନର ପ୍ରକ୍ରିୟାଟି ଶାୟତ ନୈତିକତାର ଅନ୍ୟ ଉପାଦାନଟିକୁ ଆଣି ଯୋଡ଼ିହେବ, ସେଇଟି ହେଉଛି ଯେ ସେଇଟି ଦ୍ଵାରା ପରିଣାମତଃ ଏଭଳି କେତୋଟି ସତ୍ତାର ଉଦ୍ଭବ ହେଲା, ଯେଉଁମାନଙ୍କ ଠାରେ ନୈତିକତା ସହିତ ସମ୍ପର୍କିତ କୌଣସି ସାମର୍ଥ୍ୟ ସମ୍ଭବତଃ ରହିଥିଲା । କିନ୍ତୁ, ଯେଉଁ ସରୀସୃପମାନେ ବର୍ତ୍ତମାନ ପୃଥିବୀରେ ତିଷ୍ଠି ରହିଛନ୍ତି, ସକଳ ଅବସରରେ କେବଳ ଏତିକି କୁହାଯାଇ ପାରିବ ଯେ, ସେମାନଙ୍କଠାରେ ଅବଶ୍ୟ କେତେକ ନିର୍ଦ୍ଦିଷ୍ଟ ସାମର୍ଥ୍ୟ ବା ଗୁଣ ରହିଥିଲା, ଯେଉଁଗୁଡ଼ିକ ବଳରେ ସେମାନେ ପୃଥିବୀରେ ତିଷ୍ଠି ରହି ପାରିଲେ ।

 

ହଁ, ବିବର୍ତ୍ତନ ଓ ନୈତିକତା ମଧ୍ୟରେ ରହିଥିବା ସମ୍ପର୍କଟି ବିଷୟରେ ଆମକୁ ଆଉଏକ ତଥ୍ୟ ବି ମିଳିବ, ଯେତେବେଳେ କି ତିଷ୍ଠି ରହି ପାରିବାର ଅନୁକୂଳ ବୋଲି କୁହା ଯାଉଥିବା ଆମ ନିଜଠାରେ ରହିଥିବା ଗୁଣଗୁଡ଼ିକୁ ମଧ୍ୟ ଆମେ ପରୀକ୍ଷା କରିବା । ସେହି ଗୁଣମାନେ ବହୁ ପ୍ରକାରର ତଥା ବହୁସଂଖ୍ୟକ; ଡାରଉଇନଙ୍କ ପରେ ମଧ୍ୟ ସେହି ଗୁଣଗୁଡ଼ିକର ତାଲିକାଟା ସର୍ବଦା ଅଧିକରୁ ଅଧିକ ଦୀର୍ଘ ହୋଇ ଆସିଛି ଏବଂ ସେଥିରେ ଭୌତିକ ଓ ରାସାୟନିକ ତଥା ଜୀବବିଜ୍ଞାନ–ସମ୍ୱନ୍ଧୀୟ ବହୁ ଗୁଣ ଅନ୍ତର୍ଗତ ହୋଇ ରହିଛି । ଆମ ସାଧାରଣମାନଙ୍କର ଜାଣିବା ଅନୁସାରେ, ସେଗୁଡ଼ିକ ହେଉଛନ୍ତି ଶାରୀରିକ ବଳ, ବେଗସମର୍ଥତା, ବୁଦ୍ଧି, ଆତ୍ମରକ୍ଷା ଲାଗି ଉପଯୋଗୀ ନାନାବିଧ ବର୍ଣ୍ଣ ଓ ରଙ୍ଗ, ରକ୍ଷାକାରୀ ପ୍ରାକୃତିକ ପ୍ରତିରୋଧକମାନ ଏବଂ ପ୍ରକୃତିଦତ୍ତ କେତେଗୁଡ଼ିଏ ଅସ୍ତ୍ର (ଦାନ୍ତ, ଶୁଣ୍ଢ, ନଖ ଇତ୍ୟାଦି) । ଆଉଗୋଟିଏ ସର୍ବାଧିକ ମହତ୍ତ୍ୱପୂର୍ଣ୍ଣ ଗୁଣ ହେଉଛି ଜନନଶକ୍ତି; କାରଣ, ଯେଉଁ ଜୀବଜାତିଟି ସର୍ବଦା ଅସଂଖ୍ୟ ଅର୍ଥାତ୍ ବହୁ ସଂଖ୍ୟାର ସନ୍ତାନମାନଙ୍କୁ ଜନ୍ମ ଦେଇପାରେ, ସ୍ପଷ୍ଟତଃ ତାହାରି ହିଁ ତିଷ୍ଠି ରହିବା ନିମନ୍ତେ ସକଳ ହିସାବ ଅନୁସାରେ ଅଧିକ ସମ୍ଭାବନା ଥାଏ । ସେହି ଗୁଣଟି ହେତୁ ପୃଥିବୀରେ ଠେକୁଆମାନେ ତିଷ୍ଠି ରହିଛନ୍ତି,–କାରଣ କେବଳ ନିଜର ଖୁବ୍‍ ବେଗ ସହିତ ଧାଇଁବାର ଶକ୍ତିଟି ବ୍ୟତୀତ ଆତ୍ମରକ୍ଷା ସକାଶେ ସେମାନଙ୍କର ଅନ୍ୟ କୌଣସି ବଳ ହିଁ ନାହିଁ । ସାଧାରଣତଃ ଉଦ୍ଭିଦମାନେ ମଧ୍ୟ ସେହି କାରଣରୁ ତିଷ୍ଠି ରହିଛନ୍ତି । ମାତ୍ର, ସ୍ପେନ୍‌ସର୍‌–ମତବାଦୀମାନେ ସେହି ଜନନଶକ୍ତିଟିର କୌଣସି ଉଲ୍ଲେଖ କରିନାହାନ୍ତି । ହଁ, ଧନୀମାନଙ୍କର ତୁଳନାରେ ଦରିଦ୍ରମାନଙ୍କର ଅଧିକ ଜନନଶକ୍ତି ଥିବାରୁ, ସେହି ବିଚାରଟିକୁ ଆମ ସମାଜର କ୍ଷେତ୍ର ଭିତରକୁ ପ୍ରସାରିତ କରିନେଇ ଆମେ ଏହି ସିଦ୍ଧାନ୍ତଟିରେ ଯାଇ ଉପନୀତ ହେବା ଯେ, ଦରିଦ୍ରମାନେ ହେଉଛନ୍ତି ଧନୀମାନଙ୍କ ଅପେକ୍ଷା ତେଣୁ ଅଧିକ ଯୋଗ୍ୟ ମଧ୍ୟ ହୋଇଥିବେ,–ଏବଂ, ସକଳ କ୍ଷେତ୍ରରେ ତ ଆମକୁ ଏପରି ଏକ ଭୟଙ୍କର ସିଦ୍ଧାନ୍ତରୁ ସର୍ବଦା ଦୂରରେ ହିଁ ରହିବା ଉଚିତ ହେବ । ସ୍ପେନସରୀୟମାନେ ଯେ ସେଇଟିର କୌଣସି ଉଲ୍ଲେଖ କରିନାହାନ୍ତି, ସେହିଟି ପଶ୍ଚାତରେ ସେମାନଙ୍କର ଏକ ଅଭିପ୍ରାୟ ମଧ୍ୟ ରହିଛି ଏବଂ ତାହାରି ଫଳରେ ହିଁ ଉକ୍ତ ସଂପୂର୍ଣ୍ଣ ତତ୍ତ୍ଵଟିର ମଧ୍ୟରେ ଏକ ଅଭିସନ୍ଧିପୂର୍ଣ୍ଣ ଉଦ୍ଦେଶ୍ୟ ରହିଛି ବୋଲି ସବୁଠାରୁ ଅଧିକ ପରିମାଣରେ ଧରା ପଡ଼ି ଯାଉଛି ।

 

ଲୁପ୍ତ ନହୋଇ କୌଣସି ଜୀବଜାତି ଯେ ପୃଥିବୀରେ ତିଷ୍ଠି ରହିବାର ଯେଉଁ ଗୁଣଟି ବିଷୟରେ ଡାର୍‌ଉଇନ୍ ସବୁଠାରୁ ଅଧିକ ମହତ୍ତ୍ଵ ଦେଇଥିଲେ ଏବଂ ଅନ୍ୟ ପକ୍ଷରେ ସ୍ପେନ୍‌ସର୍‌ ଯାହା କରିନାହାନ୍ତି, ସେଇଟି ହେଉଛି,-ସହଯୋଗିତା,–ପାରସ୍ପରିକ ସହଯୋଗର ଏକ ପ୍ରବୃତ୍ତି । ଡାର୍‌ଉଇନ୍ କହିଛନ୍ତି :

 

ଉଚ୍ଚ ପ୍ରାଣୀମାନଙ୍କର ସ୍ତରରେ ଅତ୍ୟନ୍ତ ସାଧାରଣ ଭାବରେ ପରସ୍ପର ମଧ୍ୟରେ ଯେଉଁ ପରିଚାର୍ଯ୍ୟାଟି ରହିଥିବାର ଅନୁମାନ କରାଯାଇ ପାରିବ, ସେଇଟି ହେଉଛି ଯେ ସେମାନେ ଜଣେ ଅନ୍ୟକୁ କୌଣସି ବିପଦ ବିଷୟରେ ସାବଧାନ କରାଇ ଦିଅନ୍ତି ଏବଂ ସେଇଟି ସମସ୍ତଙ୍କର ବୋଧସୀମା ଭିତରେ ରହିଥାଏ... ଠେକୁଆମାନେ ପଛରେ ଥିବା ଦୁଇ ଗୋଡ଼ ଉପରେ ଛିଡ଼ା ହୋଇ ଡେଇଁବାକୁ ଆରମ୍ଭ କରନ୍ତି ଏବଂ ତାହାରିଦ୍ଵାରା ଏକ ସଂକେତ ଦିଅନ୍ତି; ମେଣ୍ଢା ଏବଂ ଛେଳି ପରି ସାନ ଦିଶୁଥିବା ବନ୍ୟ ହରିଣମାନେ ଆଗ ଦୁଇଟିଯାକ ଗୋଡ଼ର ସାହାଯ୍ୟ ନେଇ ଠିକ୍ ସେହିପରି କରନ୍ତି ଏବଂ ସେତେବେଳେ ହୁଇସିଲ୍ ବାଜିବା ଭଳି ଶବ୍ଦ କରୁଥାନ୍ତି । ବହୁ ଚଢ଼େଇ ଏବଂ ସ୍ତନ୍ୟପାୟୀ ପ୍ରାଣୀ ଜଗୁଆଳି ଜଗାଇ ରଖନ୍ତି । *

 

ତା’ପରେ ଡାର୍‌ଉଇନ୍ ଅନ୍ୟାନ୍ୟ କେତେ କିସମର ସହଯୋଗିତାର ମଧ୍ୟ ଉଲ୍ଲେଖ କରିଛନ୍ତି :

 

ସମାଜ ପରି ଏକଯୂଥ ହୋଇ ବାସ କରୁଥିବା ପ୍ରାଣୀମାନେ ଗୋଟିଏ ଅନ୍ୟପାଇଁ ବହୁତ ଦରକାରୀ କାର୍ଯ୍ୟ କରିଦିଅନ୍ତି । ଘୋଡ଼ାମାନେ ଦାନ୍ତଦ୍ଵାରା ପରସ୍ପରକୁ ଟୁଙ୍କି ଦିଅନ୍ତି, ଗାଈମାନେ ଚାଟିବାକୁ ଆରମ୍ଭ କରନ୍ତି । କୌଣସି ସ୍ଥାନରେ କୁଣ୍ଡାଇ ହେଉଥିଲେ ସେମାନେ ଏହିପରି କରିଥାନ୍ତି-। ବାହାରୁ ଆସି ଲାଗିଥିବା ପରଶୋଷୀ ଟିଙ୍କ ବା ଉକୁଣୀମାନଙ୍କୁ ବାନରମାନେ ପରସ୍ପରର ଦେହକୁ ଖୋଜି ଉଁଛି ନେଇଥାନ୍ତି । **

 

ଆକ୍ରମଣ ଏବଂ ଆତ୍ମରକ୍ଷା,–ସହଯୋଗିତାର ସେହି ପ୍ରବୃତ୍ତିଟି ସେହି ଉଭୟ କ୍ଷେତ୍ର ମଧ୍ୟକୁ ପ୍ରସାରିତ ହୋଇ ରହିଥାଏ । ଡାର୍‌ଉଇନ୍ ତ କେତେ ପ୍ରଶଂସା ଏବଂ ବିସ୍ମୟକୁ ବ୍ୟକ୍ତ କରି ଗୋଟିଏ ବାନରଛୁଆକୁ ଉଦ୍ଧାର କରାଯାଇ ଥିବାର ସେହି କାହାଣୀଟିକୁ ଉଦ୍ଧାର କରିଛନ୍ତି, ଯେଉଁ ଅବସରଟିରେ ପଲେ କୁକୁରଙ୍କ କବଳରୁ ଗୋଟିଏ ବୁଢ଼ା ମାଙ୍କଡ଼ ତାହାକୁ ରକ୍ଷା କରିଥିଲା ।*** ଉଦ୍ଧାରକାରୀ ଉକ୍ତ ବାନରଟି ପ୍ରକୃତିରେ କାର୍ଯ୍ୟ କରୁଥିବା କୌଣସି ବିଧାନ ବିଷୟରେ ଆଦୌ କିଛି ହିଁ ଜାଣିନଥିଲା, ଯାହାକି ତା’ ଯୂଥରେ ବାସ କରୁଥିବା କୌଣସି ଅଧିକ ଦୁର୍ବଳ ଆଉଗୋଟିଏର ମୃତ୍ୟୁରେ ଉଲ୍ଲସିତ ଅନୁଭବ କରିବାଲାଗି ତାକୁ କୌଣସି ଶିକ୍ଷା ଦେଇଥିଲା ।

 

* Charles Darwin : The descent of Man. Modern Library Edition, p,474.

 

** ତତ୍ରୈବ

 

*** ତତ୍ରୈବ

 

ଜୀବମାନେ ଏହି ତିଷ୍ଠି ରହିବାରେ ସହାୟତା କରୁଥିବା ବହୁବିଧ ଗୁଣଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାପାଇଁ ମନ କଲେ ତୁମକୁ ବସ୍ତୁତଃ ଖୁବ୍ ଚକିତ ଲାଗିବ ଯେ, ସେଗୁଡ଼ିକ ମଧ୍ୟରୁ ଖୁବ୍ ଅଳ୍ପସଂଖ୍ୟକଙ୍କର କ୍ଷେତ୍ରରେ ହିଁ ଏକ ନୈତିକ ମୂଲ୍ୟବୋଧର ଆଦୌ କୌଣସି ସମ୍ଭାବନା କିମ୍ବା ସମର୍ଥତା ନିହିତ ହୋଇ ରହିଛି । ହୁଏତ, ବଳ ସାମର୍ଥ୍ୟ ଥିବ, ହୁଏତ ଜନନଶକ୍ତି ମଧ୍ୟ ରହିବ,–କିନ୍ତୁ ବୁଦ୍ଧି ଅବଶ୍ୟ ଥିବ, ସହଯୋଗିତା ମଧ୍ୟ ଅବଶ୍ୟ ରହିଥିବ । ତଥାପି, ଆମେ ଦେଖିପାରୁଛୁ ଯେ, ଏଗୁଡ଼ିକ ମଧ୍ୟରୁ କୌଣସି ଗୋଟିକରେ ମଧ୍ୟ, ଏପରିକି ସହଯୋଗୀତାର ପ୍ରବୃତ୍ତିଟି ସମେତ,–ସେଗୁଡ଼ିକୁ ଆଦୌ ଧର୍ମତଃ କେବେହେଲେ ଭଲ ବୋଲି କୁହାଯାଇ ପାରିବନାହିଁ; ମାତ୍ର, ସେମାନଙ୍କୁ ଆମେ ଯେଉଁ ଭାବେ ବ୍ୟବହାର କରିବାକୁ ମନ କରିବା, କେବଳ ସେହି ଅନୁସାରେ ହିଁ ସେଗୁଡ଼ିକର କୌଣସି ମୂଲ୍ୟ ରହିଛି ବୋଲି କହିହେବ । ହଁ, ଜଣେ ନିଉଟନ୍‌ଙ୍କ ଅପେକ୍ଷା ଜଣେ ସାମ୍‌ସନ୍ ସମାଜ ନିମନ୍ତେ ନିଶ୍ଚୟ ଅଧିକ ମୂଲ୍ୟର ବୋଲି କୁହାଯାଇ ପାରିବ କି ? ଗୋଟିଏ ଅତ୍ୟନ୍ତ ଧୂର୍ତ୍ତ ତଥା ଜଣେ ଚୋରର ପ୍ରବୃତ୍ତି ରହିଥିବା ବୁଦ୍ଧିକୁ ଏକ ମଧ୍ୟମଶ୍ରେଣୀୟ ଅଥଚ ସାଧୁତାଯୁକ୍ତ ବୁଦ୍ଧିର ତୁଳନାରେ ଅଧିକ ମୂଲ୍ୟର ବୋଲି କୁହାଯିବ କି ? ବିଶ୍ଵଯୁଦ୍ଧରେ ଏପାଖର ମିତ୍ରଶକ୍ତିମାନଙ୍କର ଶତ୍ରୁ ହୋଇ ଅବତୀର୍ଣ୍ଣ ହୋଇଥିବା ଜାତିମାନଙ୍କ ମଧ୍ୟରେ ରହିଥିବା ସେହି ସମୟଟିର ସେହି ସହଯୋଗିତାକୁ ସେମାନଙ୍କ ସହିତ ସହଯୋଗ କରିବା ନିମନ୍ତେ ଏ ପକ୍ଷଟିର ‘ନାହି’ ବୋଲି କହି ଦେଇଥିବାଟିର ତୁଳନାରେ ଆମେ ଅଧିକ ମୂଲ୍ୟବାନ୍ ବୋଲି କହିବା କି ? ଏହି ଗୁଣଚୟ ହିଁ ଏକ ଜୀବଜାତି ଏବଂ ଜଣେ ବ୍ୟକ୍ତିକୁ ତିଷ୍ଠି ରହିବାରେ ସହାୟତା କରୁଥାଏ; ମାତ୍ର ତା’ ନହେଲେ ସେହି ଗୁଣମାନେ କେତେବେଳେ ଭଲ ଅଥବା କେତେବେଳେ ମନ୍ଦ ବି ହୋଇ ରହିଥାନ୍ତି । ପୁନଶ୍ଚ, ଉକ୍ତ ତିଷ୍ଠି ରହିବାଟି ହିଁ ଯଦି ଏକ ଉତ୍ତମ କଥା ହୋଇ ନଥାଏ, ତେବ ତଥାପି ତିଷ୍ଠି ରହିବାର କ୍ଷେତ୍ରରେ ସେମାନଙ୍କର ଅବଦାନକୁ କଦାପି ଠିକ୍ ବା ଉଚିତ ବୋଲି କହି ହେବନାହିଁ ଏବଂ ସେହି କ୍ଷେତ୍ରରେ ସମ୍ପୃକ୍ତ ବ୍ୟକ୍ତିମାନେ ମଧ୍ୟ ଆପଣାର ଯାବତୀୟ କର୍ମଦ୍ୱାରା ସେମାନଙ୍କର ତିଷ୍ଠି ରହିଥିବାକୁ ଯଦି ଉଚିତ ବୋଲି ସିଦ୍ଧ କରି ନପାରନ୍ତି, ତେବେ ସେଇଟିକୁ ମଧ୍ୟ ଏକ ଉତ୍ତମ କଥା ବୋଲି କୁହା ଯିବନାହିଁ ।

 

ଅର୍ଥାତ୍, ଜୀବବିଜ୍ଞାନର ଭୂମିଟିକୁ ବିଚାରରେ ରଖି ଆମେ ଯେଉଁମାନଙ୍କୁ ଯୋଗ୍ୟ ବୋଲି କହିବା, ସେମାନେ ଯେ ସେହି କାରଣରୁ ନୈତିକ ବିଚାରଟିର କ୍ଷେତ୍ରରେ ମଧ୍ୟ ନିଶ୍ଚୟ ଯୋଗ୍ୟ ହେବେ, ସେକଥା ଆଦୌ ନୁହେଁ । ପୁନଶ୍ଚ, ଅର୍ଥନୀତିର କ୍ଷେତ୍ରରେ ସେ ସଫଳ ଅବଶ୍ୟ ହେବେ, ସେକଥା ମଧ୍ୟ ନୁହେଁ । ଦେହର ବଳ, ବୁଦ୍ଧିମତ୍ତା, ଜନନଶକ୍ତି ଏବଂ ସହଯୋଗ, ଏମାନେ ମୋଟେ ସବୁ ଅବସରରେ ଅର୍ଥନୀତିର କ୍ଷେତ୍ରରେ ଅନିବାର୍ଯ୍ୟ ଭାବରେ ସଫଳତା ଆଣି ଦେଇନଥାନ୍ତି । ଆମେ ଏଭଳି ଏକାଧିକ ଉଦାହରଣ ସହିତ ପରିଚିତ ନିଶ୍ଚୟ ଥିବା, ଯେଉଁଠି ଧନ ଥିବ, ଉଚ୍ଚ ପଦ ମଧ୍ୟ ରହିଥିବ, ମାତ୍ର ତେଣେ ବହୁ ଦୁର୍ବଳତା, ନିର୍ବୋଧତା, ବ୍ୟର୍ଥତା ଏବଂ ସ୍ଵାର୍ଥପରତା ମସ୍ତକ ଉପରେ ଶୋଭା ବି ପାଉଥିବ । ପୁନଶ୍ଚ, ଏହି ଗୁଣମାନ ଯେତେ ପରିମାଣରେ ଆର୍ଥିକ ସ୍ତରର ସଫଳତାକୁ ପ୍ରକୃତରେ ପ୍ରଭାବିତ କରନ୍ତି, ସେମାନଙ୍କର ସେହିସବୁ ପ୍ରଭାବ ଭିନ୍ନ ଭିନ୍ନ ସାମାଜିକ ଗଠନବ୍ୟବସ୍ଥା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଗୋଟିଏ କୃଷିନିର୍ଭର ଏବଂ ପିତୃପ୍ରଧାନ ସମୂହରେ ଜନନଶକ୍ତିକୁ ହିଁ ବହୁତ ମହତ୍ତ୍ଵପୂର୍ଣ୍ଣ ବୋଲି ବିଚାର କରାଯାଏ, ସେସବୁ କ୍ଷେତ୍ରରେ ଜଣେ ନାରୀ ସହିତ ଆଉଜଣେ ନାରୀର ତୀବ୍ର ବିବାଦ ଲାଗି ରହିଥାଏ । କିନ୍ତୁ, ଆଧୁନିକ ସମାଜରେ ଜନନଶକ୍ତିକୁ ତ ଅଧିକତର ଅବସରରେ ଆୟ-ପରିମାଣ ଦୃଷ୍ଟିରୁ ଏକ ବୋଝ ବୋଲି ଅନୁଭବ କରାଯାଏ, ସେଥିରୁ ଧନାଗମ ଦୃଷ୍ଟିରୁ ସେତେ ବେଶୀ ଅବଦାନ ଅଛି ବୋଲି ବିଚାର କରା ଯାଉନଥାଏ । କୌଣସି ମେସିନ୍-ପ୍ରଧାନ ଯୁଗରେ ଦେହର ବଳକୁ ସେତେବେଶୀ ଆର୍ଥିକ ମୂଲ୍ୟ ଦିଆଯିବାର କୌଣସି କାରଣ ନଥାଏ । ବରଂ, ବୁଦ୍ଧିକୁ ହିଁ ଅଧିକ ପରିମାଣରେ ଲୋଡ଼ାଯାଏ, ଏବଂ, ସହଯୋଗିତାର କ୍ଷେତ୍ରରେ ? ହଁ, ସେଥିରେ ସବା ଉପରେ ରହିଥିବା ମାଲିକମାନେ ହିଁ ସେଇଟିକୁ ମୂଲ୍ୟ ଦେଉଥାନ୍ତି ଏବଂ, ଅପର ପକ୍ଷରେ, ଅଧସ୍ତନ ଦଳମାନେ ହିଁ ସେଇଟିର ପ୍ରକୃତ ଅନୁଶୀଳନ କରିବାକୁ ଇଚ୍ଛା କରନ୍ତି ।

 

ଯଦି, ଏହିପରି ଭାବରେ, ଜୀବବିଜ୍ଞାନର କ୍ଷେତ୍ରଟି ଦୃଷ୍ଟିରୁ ଯୋଗ୍ୟ ବିବେଚିତ ହେଉଥିବା ମନୁଷ୍ୟମାନେ ଆଦୌ ଅନିବାର୍ଯ୍ୟତଃ ନୀତିର କ୍ଷେତ୍ରରେ ଉତ୍ତମ ହୋଇ ନଥାନ୍ତି ଓ ଅର୍ଥନୈତିକ କାରବାରକ୍ଷେତ୍ରରେ ମଧ୍ୟ ସଫଳ ହୁଅନ୍ତି ନାହିଁ, ତେବେ ଉକ୍ତ ତିନୋଟିଯାକ ଗୋଷ୍ଠୀକୁ ସେହି ଏକା ପ୍ରକାରର ବୋଲି ଦାବୀ କରିବାର ସ୍ପେନ୍‌ସରୀୟ ସିଦ୍ଧାନ୍ତଟି ମଧ୍ୟ ପ୍ରକୃତରେ ଯଥାର୍ଥ ହୋଇ ରହେନାହିଁ । ଅଯୋଗ୍ୟ, ଦରିଦ୍ର ଏବଂ ଅପାତ୍ର ତିନୋଟିଯାକ ବର୍ଗକୁ ଏକା ବୋଲି ଚିହ୍ନାଇଦେବାର ସେହି ନ୍ୟାୟଟି ମଧ୍ୟ ଆଉ ଆଦୌ ସିଧା ଠିଆ ହୋଇ ପାରେନାହିଁ । ଯେଉଁ ମନୁଷ୍ୟମାନଙ୍କୁ ସ୍ପେନ୍‌ସର୍ ଆଳସ୍ୟପରାୟଣ, ଅବିବେକୀ ଏବଂ ଅସମର୍ଥ ବୋଲି କହିଛନ୍ତି, ସେମାନେ ତ ପ୍ରକୃତରେ ସେହିପରି ଏକ ସ୍ଥିତିରେ ରହିଛନ୍ତି, କାରଣ ସେମାନେ ସମାଜରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରରେ ରହିଛନ୍ତି; ସେମାନେ ବିବେକହୀନ, କାରଣ ସମାଜ ଭିତରେ ଚଳାଇଥିବା ପ୍ରତିଦ୍ଵନ୍ଦ୍ଵିତା ସେମାନଙ୍କ ଠାରୁ ଏପରି କେତେକ ପ୍ରତ୍ୟାଶା ରଖୁଚି, ଯେଉଁଗୁଡ଼ିକୁ ପୂରଣ କରିବାଲାଗି ସେମାନଙ୍କ ପାଖରେ କୌଣସି କ୍ଷମତା ନାହିଁ; ଏବଂ ସେମାନେ ଅସମର୍ଥ ହୋଇ ରହିଛନ୍ତି (ପ୍ରକୃତରେ ରହିଛନ୍ତି), କାରଣ କୌଣସି ଅନୁରୂପ ପ୍ରଶିକ୍ଷଣର କ୍ଷେତ୍ରରେ ପ୍ରବେଶ କରିବାକୁ ସେମାନଙ୍କର କୌଣସି ସମ୍ଭାବନା ନାହିଁ ଅଥବା ସେମାନେ ଅର୍ଜନ କରିଥିବା କୁଶଳତାଗୁଡ଼ିକରୁ ସେମାନଙ୍କୁ ବଳପୂର୍ବକ ବଞ୍ଚିତ କରି ରଖାଯାଇଛି । ଜଣେ ବଳସମ୍ପନ୍ନ, ବୁଦ୍ଧିମାନ ଏବଂ ଏକ କୁଶଳତା ଅର୍ଜନ କରିଥିବା ମେକାନିକ୍‌କୁ ଯେ ପଇଁଚାଳିଶି ବର୍ଷ ବୟସରେ ଗୋଟାଏ ରଦି ଜମା ହୋଇଥିବା ଗଦାକୁ ଫିଙ୍ଗି ଦିଆଯାଏ, ତାହା ବିବର୍ତ୍ତନଟିରେ ନିହିତ ଥିବା କୌଣସି ପ୍ରକ୍ରିୟା ପାଇଁ ହୁଏନାହିଁ ଏବଂ, ଯେଉଁ ବ୍ୟକ୍ତିମାନେ ତାକୁ ନେଇ ସେହିପରି ଫିଙ୍ଗି ଦିଅନ୍ତି, ସେମାନେ ହୁଏତ ସଫଳ ବୋଲି ଗଣା ହେଉଥିଲେ ମଧ୍ୟ ଆଦୌ ଯୋଗ୍ୟ ନୁହନ୍ତି, ଭଲ ବି ନୁହନ୍ତି ।

 

ଆଉ ଅଧିକ କିଛି କହିବାକୁ ଗଲେ, ଉକ୍ତ ତତ୍ତ୍ଵଟିରେ ଏପରି ଏକ ପରସ୍ପରବିରୋଧୀ କଥାଟିଏ ମଧ୍ୟ ରହିଥାଏ : ଧନୀମାନଙ୍କର ଏବଂ କ୍ଷମତାଶାଳୀ ମାନଙ୍କର କ୍ଷମତା,–ତାହା ସଂପୂର୍ଣ୍ଣ ସିଧା ଭାବରେ ହିଁ ଦରିଦ୍ରମାନଙ୍କର ଦାରିଦ୍ର୍ୟ ଓ କମ୍ ବଳମାନଙ୍କର କମ୍ ବଳ ଉପରେ ହିଁ ସର୍ବଦା ନିର୍ଭର କରି ରହିଥାଏ । ବସ୍ତୁତଃ, ଶ୍ରମ ଖଟୁଥିବା ବ୍ୟକ୍ତିମାନଙ୍କର ଶ୍ରମରୁ ହିଁ ଲାଭମାନଙ୍କୁ ଦୁହିଁ ନେଇ ଧନର ଉପାର୍ଜନ ଲାଗି ରହିଥାଏ । ଯଦି ଶ୍ରମିକ ବୋଲି କେହି ନଥାନ୍ତେ, ତେବେ ଆଦୌ କୌଣସି ଲାଭ ମଧ୍ୟ ହୁଅନ୍ତା ନାହିଁ, କୌଣସି ଧନାଗମର ସମ୍ଭାବନା ନଥାନ୍ତା ଏବଂ, ଶ୍ରୀଯୁକ୍ତ ସ୍ପେନ୍‌ସର୍ ଯେଉଁପରି ଅବସ୍ଥାଟିର କଳ୍ପନା କରୁଛନ୍ତି, ସେଇଟି ଯଦି ପ୍ରକୃତରେ ରହନ୍ତା, ତେବେ ସେହି ଧନବାନ୍‌ମାନେ ହିଁ ପ୍ରାଣପଣେ ସକଳ ବଳ ଲଗାଇ ଏକ ସଂଘର୍ଷ କରିବାକୁ ବାଧ୍ୟ ହୁଅନ୍ତେ ଏବଂ ବିବର୍ତ୍ତନର ପ୍ରକ୍ରିୟାଟିକୁ ସେମାନଙ୍କୁ ସେହି ଅଳ୍ପବଳ ମନୁଷ୍ୟଗଣଙ୍କର ସେବାରୁ କୌଣସି ପ୍ରକାରେ ବଞ୍ଚିତ କରିବାପାଇଁ ମୋଟେ ଛାଡ଼ି ଦିଅନ୍ତେନାହିଁ । ସେମାନଙ୍କର ନିଜ ଯାବତୀୟ ବଳର ବୃଦ୍ଧି ନିମନ୍ତେ ତ ସେହି ଅଳ୍ପବଳମାନେ ହିଁ ବିବର୍ତ୍ତନ ଏତେ ବେଶୀ ଅତ୍ୟାବଶ୍ୟକ ହୋଇ ରହିଛନ୍ତି । ଏକ ଶେଷଥର ପାଇଁ ସ୍ପେନ୍‌ସର୍‌ଙ୍କର ସେହି ବିଶେଷ ପାରିଭାଷିକ ବୋଲିଟି ପାଖରୁ ଫେରିଆସି ଆମେ ହୁଏତ ଏପରି କହିପାରିବା ଯେ, ଏହି ଯୋଗ୍ୟମାନେ ପ୍ରକୃତରେ ଅଯୋଗ୍ୟମାନଙ୍କୁ ଆବଶ୍ୟକ କରୁଛନ୍ତି,–ଗୋଟିଏ ପରାଙ୍ଗଭୋଜୀ ଯେପରି ତା’ର ଆଗନ୍ତୁକ ଜୀବମାନଙ୍କୁ ମଧ୍ୟ ଆବଶ୍ୟକ କରୁଥାଏ । ନହେଲେ ସେହି ଯୋଗ୍ୟମାନେ କିପରି ତିଷ୍ଠି ମଧ୍ୟ ରହିପାରନ୍ତେ ? କିନ୍ତୁ, ଅଯୋଗ୍ୟମାନେ କଦାପି ଯୋଗ୍ୟମାନଙ୍କୁ ଆବଶ୍ୟକ କରୁନଥାନ୍ତେ । ସେହି ଯୋଗ୍ୟମାନେ ନଥିଲେ ଏମାନେ ଅତ୍ୟନ୍ତ ଉତ୍ତମ ଭାବରେ ଅବଶ୍ୟ ତିଷ୍ଠି ରହି ପାରନ୍ତେ ।

 

 

ଯୋଗ୍ୟପଣ ଓ ଫାସିଷ୍ଟ୍‌ବାଦ୍

 

୧୮୫୦ ମସିହାଟି ଠାରୁ ପ୍ରଚାର କରିବାରେ ତତ୍ପର ରହିଥିବା ବ୍ୟକ୍ତିମାନେ ଜୀବବିଜ୍ଞାନର ଦୃଷ୍ଟିରୁ ପୃଥିବୀରେ ସର୍ବଦା ରହି ଆସିଥିବା ଅସମାନତାଟି ବିଷୟରେ କେତେ ଭିନ୍ନ ଭିନ୍ନ ପ୍ରକାରେ ପ୍ରଚାର କରି ଆସିଛନ୍ତି । ସେମାନେ ସେମାନଙ୍କୁ ଏକ ବିରୋଧୀ ସିଦ୍ଧାନ୍ତ ବୋଲି ଲାଗୁଥିବା ମେଣ୍ଡେଲୀୟ ସୂତ୍ରଟିର (ପ୍ରାୟ ସମାନଭାବରେ ନାନାପ୍ରକାରେ ପ୍ରମାଦଯୁକ୍ତ) ଖଣ୍ଡନ କରିବାପାଇଁ ଉକ୍ତ ପ୍ରଚାରମାନ କରିଛନ୍ତି । ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଂଶ ଶତାବ୍ଦୀର ବିଂଶୀୟ ଦଶକଟିରେ ସେହି ପ୍ରଚାରକୁ ଯୁଦ୍ଧର ଦ୍ଵନ୍ଦ୍ଵଟିରୁ ଜନ୍ମ ଲାଭ କରିଥିବା ଜାତୀୟତାବାଦୀ ଭାବପ୍ରକୋପ ଗୁଡ଼ିକ ସହିତ ଗୋଟାସୁଦ୍ଧା ବିଲୀନ କରିଦେବାର ଚେଷ୍ଟା କରାଯାଇଥିଲା; ଏବଂ, ସେହି ପ୍ରକ୍ରିୟାଟାରେ ଜାତି, ପ୍ରଜାତିତ୍ଵ ଏବଂ ଜୀବଗତ ବର୍ଗ-ତିନୋଟିଯାକକୁ ହିଁ ଏପରି ଏକାଠି ଗୋଳାଇ ଘାଣ୍ଟି ଦେବାର ଉଦ୍ୟମଟିଏ ହୋଇଥିଲା, ଯେପରିକି ସେମାନେ ଗୋଟିଏ ପୁଞ୍ଜ ସଦୃଶ ଦେଖାଯିବେ ଏବଂ ତେଣୁ ଗୋଟିକୁ ଅନ୍ୟ ଗୋଟିକଠାରୁ ଅଲଗା ବୋଲି ଆଦୌ ବାରି ହେବନାହିଁ । ସେକାଳର ଗୋଟିଏ ବେଶ୍ ଲୋକପ୍ରିୟ ବହିରେ,–ଏପରି ଗୋଟିଏ ପ୍ରକାରର, ଯାହାକୁ କି ପ୍ରକୃତରେ ଆଗରୁ କିଛି ଜାଣିଥିବା ବ୍ୟକ୍ତିମାନେ ପାଠ କରିଥାଆନ୍ତି,-ଜୀବବିଜ୍ଞାନୀ ହୋମ୍‌ସ୍‌ କହିଛନ୍ତି :

 

ବାହାରୁ ଅନ୍ୟ ଦେଶମାନଙ୍କରୁ ଆମ ଦେଶକୁ ବସବାସ କରିବା ନିମନ୍ତେ ଆସୁଥିବା ଅନେକେ ଅତ୍ୟନ୍ତ ଉତ୍ତମ ବଂଶମାନଙ୍କରେ ଯେ ଜନ୍ମଗ୍ରହଣ କରିଥିଲେ, ସେଥିରେ କୌଣସି ସନ୍ଦେହ ନାହିଁ;–ତଥାପି ବେଶ୍ ବୃହତ୍ ସଂଖ୍ୟାରେ ଆସି ପହଞ୍ଚିଥିବା ଗ୍ରୀକ୍, ଦକ୍ଷିଣ ଇଟାଲୀୟ ତଥା ପର୍ଟୁଗାଲ୍, ସିରିଆ ଓ ତୁରସ୍କରୁ ଆଗତ ଲୋକମାନେ ପ୍ରକୃତରେ ନର୍ଡ଼ିକ୍ ବଂଶଜମାନଙ୍କର ବୌଦ୍ଧିକ ସ୍ତରର ସମକକ୍ଷ ହୋଇ ପାଇବେ କି ନାହିଁ, ସେହି ବିଷୟରେ ଗଭୀର ସନ୍ଦେହମାନ ପ୍ରକଟ କରାଯାଇଛି । *

 

ଅପେକ୍ଷାକୃତ ଅଧିକ ଏକ ପରବର୍ତ୍ତୀ କାଳରେ, ଯିଏ ଅବଶ୍ୟ ବୈଜ୍ଞାନିକ ନୁହନ୍ତି, ସେପରି ଜଣେ ଲେଖକ ତ ଉଲ୍ଲେଖ କରିଛନ୍ତି ଯେ, ଭୂମଧ୍ୟସାଗରୀୟ ଲୋକମାନଙ୍କ ସମ୍ପର୍କରେ ହିଟଲର୍ ମଧ୍ୟ ଏକ ଅନୁରୂପ ମତ ବ୍ୟକ୍ତ କରିଛନ୍ତି ।

 

କିନ୍ତୁ, ତୃତୀୟ ଦଶନ୍ଧିଟିରେ ଏକ ସାମାଜିକ ସଙ୍କଟ ଯହୁଁ ଯହୁଁ ଅଧିକ ଗଭୀର ହେବାକୁ ଆରମ୍ଭ କରିଥିଲା, ସମଗ୍ର ମନୁଷ୍ୟଜାତି ବିଷୟରେ ଅତ୍ୟନ୍ତ ନିନ୍ଦାବ୍ୟଞ୍ଜକ ବାକ୍ୟମାନ ପ୍ରୟୋଗ କରିବା କ୍ରମେ ବେଶ୍ ସମ୍ଭବ ହୋଇ ଆସିଥିଲା । ଜୀବବିଜ୍ଞାନରୁ ପ୍ରାପ୍ତ ତଥ୍ୟଗୁଡ଼ିକରେ ଆଦୌ କୌଣସି ପରିବର୍ତ୍ତନ ହୋଇନଥିଲା, କିନ୍ତୁ ସତେଅବା ଅତ୍ୟନ୍ତ ନିରାଶାପୂର୍ଣ୍ଣ ସେହି କାଳରେ ନିରାଶାପୂର୍ଣ୍ଣ ମନ୍ତବ୍ୟମାନ କେହି ବ୍ୟକ୍ତ କଲେ ସମସ୍ତଙ୍କୁ ସେଗୁଡ଼ିକୁ ସତେଅବା ଅଧିକ ବିଶ୍ଵାସଯୋଗ୍ୟ ଭଳି ଲାଗିଲା । ଏବଂ, ଉକ୍ତ ତଥ୍ୟଗୁଡ଼ିକୁ ଯୋଗାଇଦେବା ନିମନ୍ତେ ଡକ୍ଟର୍ ଆଲେକ୍ସିସ୍ କାରେଲ୍ ମଧ୍ୟ ଆସି ପହଞ୍ଚି ଯାଇଥିଲେ :

 

ଅଧିକାଂଶ ସଭ୍ୟ ମନୁଷ୍ୟ ଚେତନାର କେବଳ ଏକ ପ୍ରାଥମିକ ସ୍ତରର ପରିଚୟ ହିଁ ଦେଇ ଥାଆନ୍ତି । କେବଳ କୌଣସି ସହଜ କର୍ମଟିଏ କରିଦେବା ପାଇଁ ସେମାନଙ୍କର ସାମର୍ଥ୍ୟ ରହିଥାଏ ଏବଂ ଆମର ଏହି ଆଧୁନିକ ସମାଜରେ ଜଣେ ବ୍ୟକ୍ତିର ତିଷ୍ଠିରହିବା ସକାଶେ ସେତିକି ବେଶ୍ ଯଥେଷ୍ଟ ହୁଏ । ...ସେହି ବ୍ୟକ୍ତିମାନେ ତ ଏପରି ପଲ ପଲ ଶିଶୁମାନଙ୍କୁ ଜାତ କରାଇଛନ୍ତି, ଯେଉଁମାନଙ୍କ ବୁଦ୍ଧି କେବଳ ସେହି ଅଳ୍ପବିକଶିତ ସ୍ତରରେ ହିଁ ରହିଛି ।**

 

ଏହି ଉଦ୍ଧୃତିଟିକୁ ଉଚିତ ମତେ ବୁଝିବା ମୋ’ ପାଇଁ କିଞ୍ଚିତ୍ କଷ୍ଟକର ହିଁ ହେଉଛି, କାରଣ ପିଲାମାନେ ଏହି ପୃଥିବୀରେ ପଲ ପଲ ହୋଇ ରହିଥିବାର ଧାରଣାଟି ସହିତ ମୁଁ ଏବେ ମଧ୍ୟ ଅଭ୍ୟସ୍ତ ହୋଇନାହିଁ । ତଥାପି, ମୁଁ ବେଶ୍ ଅନୁଭବ କରି ପାରୁଛି ଯେ, ପ୍ରକୃତରେ ସେହି ଗ୍ରୀକ୍, ସିରିଆ-ଅଧିବାସୀ ବା ତୁରସ୍କୀୟମାନେ ମୋଟେ ଅଯୋଗ୍ୟ ନୁହନ୍ତି, ମାତ୍ର, ସାଧାରଣ ଭାବରେ କହିଲେ ଏହି “ସଭିଏଁ ମନୁଷ୍ୟମାନେ” ହେଉଛନ୍ତି ଅସଲ ଅଯୋଗ୍ୟ । ଏବଂ, ଆପଣାର ପାଠକମାନଙ୍କୁ ଡକ୍ଟର କାରେଲ୍ ଏପରି ସାଧନଟିଏ ଆଣି ଯୋଗାଇ ଦେଇଛନ୍ତି, ଯାହାର ସାହାଯ୍ୟରେ ଯାହାକୁ ଚାହିଁବେ, ତାକୁ ମଧ୍ୟ ବେଶ୍ ଅବଜ୍ଞାପୂର୍ଣ୍ଣ ଭାବରେ ନିଶ୍ଚୟ ଦେଖିପାରିବେ ।

 

* Samuel J. Holmes : The Trend of a Race, Harcourt, Brace & Co, New York, 1921, pp, 351-2.

 

** Alexis Carrel : Man, the unknown. Harper & Brother, New York, 1939, p, 139.

 

ହୋମ୍‌ସ୍ ଓ କାରେଲ୍ ଏହି ଦୁଇଜଣଯାକ ବୈଜ୍ଞାନିକଙ୍କୁ ଅବଶ୍ୟ ଏକ ଗୌରବ ଦିଆଯିବା ଉଚିତ ଯେ ସେମାନେ ଛଦ୍ମ-ଡାର୍‌ଉଇନ୍‌ବାଦର ଏହି ସବୁଠାରୁ ଅଧିକ ପରିମାଣରେ ଅନ୍ଧକାରାଚ୍ଛନ୍ନ ହୋଇ ରହିଥିବା କଣଟି ଉପରେ କିଞ୍ଚିତ୍ ଆଲୋକପାତ କରିଛନ୍ତି, କାରଣ ସେଗୁଡ଼ିକ ଦ୍ଵାରା ବାଳୁଙ୍ଗାମାନେ ଦୂର ହୋଇ ଯିବାର ପ୍ରାକୃତିକ ପ୍ରକ୍ରିୟାଟି ବେଶ୍ ମନ୍ଥର ହୋଇ ଯାଇଥାଏ । ତେବେ, ଉକ୍ତ ପ୍ରକ୍ରିୟାରେ ଏକ ମନ୍ଥରତା ଆଣିଦେବା ଯଦି ଏକ ଅନୁଚିତ କାର୍ଯ୍ୟ ହୋଇଥାଏ, ତେବେ ସେଇଟିରେ ଏକ ଅଧିକ ବେଗ ସମ୍ଭବ କରିବାକୁ ଅବଶ୍ୟ ଗୋଟିଏ ଉତ୍ତମ କାର୍ଯ୍ୟ ବୋଲି କୁହାଯିବା ହୁଏତ ଉଚିତହିଁ ହେବ । ଏବଂ, ଯଦି ‘ଅଯୋଗ୍ୟମାନେ’ ସମାଜପାଇଁ ପ୍ରକୃତରେ ଗୋଟିଏ ଅନାବଶ୍ୟକ ବୋଝ ହୋଇଥାନ୍ତି, ତେବେ ସେମାନଙ୍କଠାରୁ ଯଥାସମ୍ଭବ ଅଧିକ ଶୀଘ୍ର ନିଷ୍କୃତି ଲାଭ କରିବାକୁ ହିଁ କାମ୍ୟ ବୋଲି କୁହାଯିବ । ଏବଂ, ସେହି କାରଣରୁ ହିଁ ଡକ୍ଟର ହୋମ‌୍‌ସ୍ ପ୍ରସ୍ତାବ ଦେଇଥିଲେ ଯେ,

 

ଯେଉଁମାନଙ୍କୁ ପସନ୍ଦ କରିନାହିଁ ବୋଲି ପ୍ରକୃତି ସେମାନଙ୍କୁ ଆବଶ୍ୟକ ଗୁଣଚୟକୁ ପ୍ରଦାନ କରିବାରେ ସର୍ବଦା କୁଣ୍ଠିତ ହୋଇ ରହିଆସିଛି, ସେମାନଙ୍କୁ ସାମୂହିକ ଭାବରେ ଆପଣାକୁ ବିନଷ୍ଟ କରିଦେବା ନିମନ୍ତେ ଉତ୍ସାହିତ କରିବା ସକାଶେ ନିଶ୍ଚୟ କେତେକ ଉପାୟର ପ୍ରଚଳନ କରାଯିବା ଉଚିତ ।*

 

ଏବଂ, ଡକ୍ଟର କାରେଲ୍ ଲେଖିଥିଲେ ଯେ,

 

ଜଣେ ବ୍ୟକ୍ତି ପୃଥିବୀରେ ତିଷ୍ଠି ରହିପାରିବା ସକାଶେ ଆଗେ ସଂପୂର୍ଣ୍ଣ ଭାବରେ ନିଜର ତଦନୁକୂଳ ସାମର୍ଥ୍ୟ ନିର୍ଭର କରୁଥିଲା । ଆଧୁନିକ ସଭ୍ୟତା କ୍ରମେ ତା’ ନିମନ୍ତେ ସ୍ୱାସ୍ଥ୍ୟରକ୍ଷା, ଆରାମ, ଉତ୍ତମ ଖାଦ୍ୟ, ସହଜ ଓ ଅଳ୍ପଶ୍ରମସାପେକ୍ଷ ଜୀବନଧାରଣ, ଆରୋଗ୍ୟଗୃହ, ଚିକିତ୍ସକ ଓ ସେବାକାରିଣୀ ଇତ୍ୟାଦି ଆଣି ଖଞ୍ଜିଦେବା ଦ୍ଵାରା ବର୍ତ୍ତମାନ ତ ଏପରି ବହୁତ ମନୁଷ୍ୟଙ୍କୁ ଜୀବିତ ଅବସ୍ଥାରେ ରଖିଛି, ଯେଉଁମାନେ କି ଗୁଣାତ୍ମକ ସାମର୍ଥ୍ୟମାନଙ୍କ କ୍ଷେତ୍ରରେ ଖୁବ୍ ପଛରେ ଯାଇ ରହିଛନ୍ତି । ଏହି ଅଳ୍ପସମର୍ଥ ଓ ସେମାନଙ୍କ ଠାରୁ ଜାତ ପରବର୍ତ୍ତୀମାନେ ପ୍ରଭୂତ ପରିମାଣରେ ଶ୍ଵେତକାୟ ଜନସମୂହମାନଙ୍କର ଶକ୍ତିକୁ କ୍ଷୀଣ କରି ଦେଉଛନ୍ତି । ଆମକୁ ହୁଏତ ଏହି କୃତ୍ରିମ ସ୍ୱାସ୍ଥ୍ୟ ଏବଂ ସ୍ଵାଚ୍ଛନ୍ଦ୍ୟର ମାର୍ଗଟିକୁ ବର୍ଜନ ହିଁ କରିବାକୁ ହେବ ସଂପୂର୍ଣ୍ଣ ଭାବରେ ପ୍ରକୃତି ଦ୍ଵାରା ସଂପ୍ରବର୍ତ୍ତିତ ସ୍ୱାସ୍ଥ୍ୟର ମାର୍ଗ ଗ୍ରହଣ କରିନେବାକୁ ହେବ, ଯାହାକି ନିଜକୁ ଅନୁକୂଳିତ କରି ବଞ୍ଚିବାର ପ୍ରଣାଳୀଟିର ଉତ୍କର୍ଷ ଦ୍ଵାରା ସମ୍ଭବ ହୁଏ ଏବଂ ଯାବତୀୟ ରୋଗବିକାରର ନିଜ ଭିତରୁ ହିଁ ପ୍ରତିରୋଧ କରି ପାରିବାକୁ ସମର୍ଥ ମଧ୍ୟ କରିଥାଏ ।

 

* Op.cit, p 382

 

ହଁ, ପ୍ରକୃତରେ ‘ହୁଏତ’ ! ଡକ୍ଟର କାରେଲ୍ ନିଶ୍ଚୟ କେତେ ସତର୍କତା ସହିତ ‘ହୁଏତ’ ବୋଲି କହିବାକୁ ମନେ କରିଛନ୍ତି । କାରଣ, ଏହିସବୁ ସୂତ୍ର ତଥା ପରାମର୍ଶର ପରିଣାମମାନଙ୍କୁ ଦେଖିଥିଲେ ତାଙ୍କର ପାଠକମାନଙ୍କ ମଧ୍ୟରୁ ବସ୍ତୁତଃ ଅନେକେ ଆତଙ୍କିତ ହୋଇ ଉଠିଥାନ୍ତେ । ଏଇଠି ପ୍ରକୃତରେ ଏପରି ଗୋଟିଏ ସହଯୋଗକାମୀ ମାନସିକତାର ଗୋଟିଏ ଅଂଶ, ଯାହାକି ପ୍ରକୃତ ଅପରାଧଗୁଡ଼ିକରୁ ନିରସ୍ତ ହୋଇ ରହିବା ସକାଶେ ଇଚ୍ଛା କରୁଥାଏ ସିନା, ମାତ୍ର ଏଣେ ସେହିଗୁଡ଼ିକ ଆଡ଼କୁ ଆପଣାର ସୈଦ୍ଧାନ୍ତିକ ପଥଟିକୁ ବେଶ୍ ଉନ୍ମୁକ୍ତ କରି ଦେଉଥାଏ । ଏବଂ, କାରେଲ୍ ଯେଉଁଟିର ପ୍ରଚାର କରିଥିଲେ, ନାତ୍‌ସୀମାନେ ତାହାକୁ କାର୍ଯ୍ୟକାରୀ କଲେ । ମନୁଷ୍ୟମାନଙ୍କର ଗୋଟିଏ ଗୋଟିଏ ସଂପୂର୍ଣ୍ଣ ସମୂହକୁ ବିଲୁପ୍ତ କରାଗଲା, ଅପେକ୍ଷାକୃତ କିଞ୍ଚିତ୍ ନରମ ଶବ୍ଦରେ ସେହି ଭୟଙ୍କର କାଣ୍ଡଟାକୁ ‘ଗଣହତ୍ୟା’ ବୋଲି କୁହାଯାଇଥିଲା । ଖାର୍କୋଭ୍‌ଠାରେ ଯୁଦ୍ଧ-ଅପରାଧୀମାନଙ୍କର ଯେଉଁ ବିଚାର ହେଲା, ଜର୍ମାନ୍ ଗୋଇନ୍ଦା ପୋଲିସବାହିନୀର ଜଣେ ସଦସ୍ୟ ତାଙ୍କୁ ଏକ ଅନୁରୂପ ପ୍ରଶିକ୍ଷଣ ଦ୍ଵାରା କିପରି ଦୀକ୍ଷାଟିଏ ଦିଆ ଯାଇଥିଲା, ତାହାରି ଏକ ଦୃଷ୍ଟାନ୍ତ ଦେଇ ବୟାନ କରିଥିଲେ,

 

ସୋଭିଏଟ୍ ରୁଷିଆରାଜ୍ୟର, ବିଶେଷ କରି ରୁଷ୍‌ଜାତିର ଲୋକେ ହେଉଛନ୍ତି ପ୍ରକୃତରେ ଏକ ନୀରସ ସ୍ତରର : ତେଣୁ, ସେମାନଙ୍କ ମଧ୍ୟରୁ ବହୁତ ବହୁତଙ୍କୁ କେବଳ ବିଲୁପ୍ତ କରିଦେବାକୁ ହେବ ଏବଂ ଯେଉଁ ଅଳ୍ପସଂଖ୍ୟକ ତା’ପରେ ବାକୀ ରହିବେ, ସେମାନେ ଯାଇ ଜର୍ମାନୀଦେଶର ଜମିମାଲିକମାନଙ୍କର ଜମିରେ ବେଠି ହିଁ ଖଟିବେ । **

 

* Op, cit, p.211-2

 

** Quoted in Sayers & Kahn : The Plot against the Peace, The Dial Press, New York, 1945, p, 121

 

ଏବଂ ନାତ୍‌ସୀମାନେ ଉକ୍ତ ସାମୂହିକ ହତ୍ୟାର ଟେକ୍‌ନିକଗୁଡ଼ିକୁ ପୂରା ପକ୍କା କରି ଆଣୁଥିବାର ପୂର୍ବ ବର୍ଷଗୁଡ଼ିକରେ ସେମାନେ ଏହି ନିମ୍ନଲିଖିତ ଭାବରେ ପ୍ରସ୍ତୁତ ମଧ୍ୟ ହେଉଥିଲେ :

 

ସ୍ଵୟଂକ୍ରିୟ ରାଇଫଲ୍‍ମାନଙ୍କରୁ ଗୋଟିଏ ରାଉଣ୍ଡ୍ ଗୁଳି ମରାଯାଇ ସାରିବା ପରେ ମୁଁ ଦେଖିବାକୁ ପାଇଲି ଯେ ଏକାଧିକ ମହିଳା ଟଳଟଳ ହେବାରେ ଲାଗିଥିଲେ, ନିତାନ୍ତ ଅସହାୟ ଭାବରେ ବାହୁମାନଙ୍କୁ ଟେକି ପୁଣି ତଳକୁ ପକାଇ ଦେଉଥିଲେ ଏବଂ ହୃଦୟବିଦାରକ ଚିତ୍କାରମାନ କରୁଥିଲେ ଏବଂ ଚତୁର୍ଦ୍ଦିଗରେ ଏଠି ସେଠି ଛିଡ଼ା ହୋଇ ରହିଥିବା ଜର୍ମାନ୍‌ମାନଙ୍କ ଆଡ଼କୁ ଧାଇଁ ଯାଉଥିଲେ । ଏବଂ, ତା’ପରେ, ସେହି ଜର୍ମାନ୍‌ମାନେ ନିଜ ପିସ୍ତଲରୁ ଗୁଳି ମାରି ସେମାନଙ୍କୁ ଭୂତଳଶାୟୀ କରି ଦେଉଥିଲେ । .....ବହୁସଂଖ୍ୟକ ମାଆ,-ଭୟ ଏବଂ ଦୁଃଖରେ ସେମାନଙ୍କର ମୁଣ୍ଡ ପ୍ରକୃତରେ ଆଉ ଆଦୌ କାମ କରୁନଥିଲା, କରୁଣ ଚିତ୍କାର କରି ଜଙ୍ଗଲ ଭିତରେ ଅବସ୍ଥିତ ସେହି ଅପନ୍ତରାରେ ଏଣେ ତେଣେ ହୋଇ ଦଉଡ଼ୁଥିଲେ, ନିଜର ସାନ ସନ୍ତାନମାନଙ୍କୁ ଛାତିପାଖରେ ଜାକି ଧରିଥିଲେ,–ସେମାନେ ପ୍ରକୃତରେ କୌଣସି ନିରାପଦ ଥାନଟିଏ ହିଁ ଖୋଜିବାରେ ଲାଗିଥିଲେ । ଜର୍ମାନୀପକ୍ଷର ସେହି ଗୋଇନ୍ଦା ପୋଲିସ୍‌ମାନେ ସେମାନଙ୍କୁ ସେମାନଙ୍କର ମାଆମାନଙ୍କ ଠାରୁ ବଳପୂର୍ବକ ଅଲଗା କରି ନେଉଥିଲେ ଏବଂ ସେମାନଙ୍କୁ ଆପଣାର ଗୋଡ଼ ଅଥବା ହାତଗୁଡ଼ିକ ସାହାଯ୍ୟରେ ଗାତ ଭିତରେ ନେଇ ପକାଇ ଦେଉଥିଲେ । ମାଆମାନେ, ଯେଉଁମାନେ କି ସେହି ପିଲାମାନଙ୍କ ଆଡ଼କୁ ଦଉଡ଼ି ଯାଉଥିଲେ, ସେମାନଙ୍କୁ ଗୁଳି କରି ତଳେ ପକାଇ ଦିଆ ଯାଉଥିଲା । *

 

* Testimony of an eyewithness, Alexander Bespalov. Quoted by Sayers & Kahn, Op, cit, 9, 122.

 

ଛୁଆମାନଙ୍କୁ ଏହିପରି ହତ୍ୟା କରିବାଠାରୁ ବଳି ଆମ ମଣିଷମାନଙ୍କର ଆଉ ଅଧିକ ଦୟନୀୟ ଆଦୌ କୌଣସି ଅଧୋଗତି ଅଛି କି ? ନାହିଁ, କଦାପି ନାହିଁ ଏବଂ, ଯଦି ମନୁଷ୍ୟ ସେତିକି ତଳକୁ ଯିବାପାଇଁ ବାହାରି ପାରିବ, ତେବେ ସେଇ ପିଲାମାନଙ୍କୁ ଗୁଡ଼ାଏ ‘ପଲ’ ବୋଲି ମଧ୍ୟ ବିଚାର କରିବ । ଏବଂ, ଡକ୍ଟର କାରେଲଙ୍କ ଠାରୁ ସେହି ଜର୍ମାନ୍ ଗୋଇନ୍ଦାଙ୍କ ଯାଏ ପ୍ରକୃତରେ ଏତେ କମ୍ ଦୂରତା ରହିଥାଏ ଯେ, ଦୁଇଟି ମଧ୍ୟରେ ଗୋଟିଏ ସୁଉକି ନିମନ୍ତେ ମଧ୍ୟ ଆଦୌ କୌଣସି ଜାଗା ମଧ୍ୟ ରହିନଥିବ । ଏବଂ, ସେହି ଛଦ୍ମ ଡାର୍‌ଉଇନ୍‌ବାଦ ଓ ଫାସିଷ୍ଟ୍‌ବାଦୀ ସିଦ୍ଧାନ୍ତଟି ମଝିରେ ବି ଆଗରୁ ଆଲୋଚିତ ‘ସାମାଜିକ ସ୍ଥିତିଶାସ୍ତ୍ର’ ଗ୍ରନ୍ଥଟିର ଗୋଟିଏ ପୃଷ୍ଠା ନିମନ୍ତେ ମଧ୍ୟ ଜାଗା ହେବନାହିଁ ।

 

୧୮୪୮ ଖ୍ରୀଷ୍ଟାବ୍ଦ ପରେ ଇତିମଧ୍ୟରେ ପ୍ରାୟ ଶହେବର୍ଷ ବିତିଯାଇ ସାରିଛି । ଆରମ୍ଭ କାଳଟିର ସେହି କେଡ଼େ ଉଜ୍ଜ୍ଵଳ ଦେଖା ଯାଉଥିବା ପ୍ରାଚୁର୍ଯ୍ୟର ଦୃଶ୍ୟପଟଟି ଏକ ଅତି କଟୁ ଅନ୍ଧକାରାଚ୍ଛନ୍ନତା ମଧ୍ୟରେ ଖୁବ୍ ହଜି ଯାଇଥିବା ପରି ହୁଏତ ମନେ ହେଉଥିବ, ବସ୍ତୁତଃ, ସବୁ ମନୁଷ୍ୟଙ୍କୁ ଏହା ପ୍ରକୃତରେ ମନେ ହେବ; କେବଳ ଯେଉଁମାନେ ଆଧୁନିକ ଇତିହାସର ଗୁପ୍ତ ରହସ୍ୟଟିକୁ ବୁଝିଛନ୍ତି, ସେମାନେ ଆଗକୁ ଦୃଷ୍ଟି ପକାଇ କିଛି ଭିନ୍ନ ପ୍ରକାରେ ଦେଖି ପାରୁଥିବା ସେମାନେ ସ୍ପଷ୍ଟ ଭାବରେ ଦେଖି ପାରୁଥିବେ ଯେ, ଏହି ଅବଧିଟି ମଧ୍ୟରେ ସାଧାରଣ ମନୁଷ୍ୟମାନେ ସର୍ବଦା ଆଗକୁ ଆଗକୁ ଯିବାରେ ଲାଗିଛନ୍ତି । ସେମାନେ ସମ୍ପ୍ରତି ଗ୍ରେଭିଲ୍‌ଙ୍କର ମିଥ୍ୟାପବାଦଗୁଡ଼ାକୁ ଆଦୌ ସ୍ଵୀକାର କରୁନାହାନ୍ତି, ଶ୍ରୀ ନୀତ୍‌ଶେଙ୍କର ସେହି ନୈରାଶ୍ୟଜନକ ଅବିଜ୍ଞାନଟାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରୁଛନ୍ତି ଏବଂ ସ୍ପେନ୍‌ସର୍‌ଙ୍କର ବହୁପ୍ରକାରେ ପଥଚ୍ୟୁତ କରିବାକୁ ଚାହୁଥିବା ମିଥ୍ୟାନୁମାନଗୁଡ଼ିକୁ ମଧ୍ୟ ବର୍ଜନ କରୁଛନ୍ତି । ଜନପକ୍ଷଟି ଇତିମଧ୍ୟରେ ସେହି ନାତ୍‌ଜୀ ଉତ୍ପୀଡ଼କମାନଙ୍କୁ ହଟାଇ ଦେଇଛି ଏବଂ, ଯେଉଁ ଉତ୍ପୀଡ଼କବର୍ଗ ତଥାପି କେଉଁଠି ବାହାରିବେ ବୋଲି ଆଶଙ୍କା ରହିଛି, ସେମାନଙ୍କର ମଧ୍ୟ ଆହୁରି ଶୀଘ୍ର ବିଲୋପସାଧନ କରିବ ବୋଲି ତିଆରି ହେଉଛି-। ସେମାନେ ଏହି ପରିବର୍ତ୍ତନକାରୀ ସଂଘର୍ଷକୁ ଏକ ବିଜୟରେ ହିଁ ପରିଣତ କରିବେ ଓ ସତେଅବା କୌଣସି ଜଙ୍ଗଲ ବିଷୟରେ କଳ୍ପିତ ବିଷୟରେ କଳ୍ପିତ ଅନୁଶ୍ରୁତିକୁ ଆମ ସଭ୍ୟ ପୃଥିବୀର ଏକ ସତ୍ୟଘଟଣାରେ ରୂପାନ୍ତରିତ କରିଦେବେ ।

 

ମନୁଷ୍ୟ, ବାନର ନାମରେ ପରିଚିତ ହୋଇ ଆସିଥିବା ସେହି ଜୀବଟି ଜ୍ଞାନର ବଳଦ୍ଵାରା ପରିପୁଷ୍ଟ ହୋଇ ଏବେ ପୃଥିବୀଟିଏ ଗଢ଼ୁଛି !

☆☆☆

 

Unknown

କେତେ ଜାତି ଉଚ୍ଚ, ଆଉକେତେ ନୀଚ

 

“ହଁ, ସେମାନେ ଯାଇ ସବୁ ଜାଗାରେ ପଶି ଯାଉଛନ୍ତି,” –ମୋ’ ପଡ଼ୋଶୀ କହିଲେ । ଖାଉଥିବା କଣ୍ଟା ସାହାଯ୍ୟରେ ସେ ପୁଳାଏ ମାଂସକୁ ପାଟି ଭିତରକୁ ମୁହାଁଇ ଦେଉଥାନ୍ତି । ଆମେ ଭୋଜନର ମୁଖ୍ୟ ବକତଟିରେ ଆସି ପହଞ୍ଚି ଯାଇଥାଉ ଏବଂ ଆମ କଥୋପକୋଥନଇ ମୁଖ୍ୟ ବିଷୟଟିକୁ ମଧ୍ୟ ଠିକ୍ ସେହିକ୍ଷଣି ଆରମ୍ଭ ବି କରିଥାଉ । କାରଣ, ଆମ ସମାଜର ଉଚ୍ଚ ବର୍ଗମାନଙ୍କର କାଇଦାଟି ଅନୁସାରେ ଖାଦ୍ୟଗ୍ରହଣ ଏବଂ କଥୋପକଥନ,–ଦୁଇଟିଯାକ ଯୁଗପତ୍ ଭାବରେ ହିଁ ଘଟି ଥାଆନ୍ତି । ବା,–ଅଧିକ ନିର୍ଭୁଲ ଭାବରେ ସମ୍ଭବତଃ ଏପରି କୁହାଯିବ ଯେ, ସେହି ଉଚ୍ଚ ମହଲମାନଙ୍କରେ ଭୋଜନ ଓ କଥୋପକୋଥନ ପ୍ରଧାନତଃ ଗୋଟିଏ ମେଳରେ ବସିଥିବା ସମୟରେ ହୋଇଥାଏ ।

 

ସେଦିନର ସେହି ଆହାରମେଳଟିରେ ଆମେ ପ୍ରଥମେ ସୁପ୍ ପିଇଥିଲୁ ଓ ଇରାନ୍ ଦେଶର ନିରାପତ୍ତା ବିଷୟରେ ଘୋର ଚିନ୍ତା ବ୍ୟକ୍ତ କରିଥିଲୁ । ତା’ପରେ ରୋଷ୍ଟ୍ କରାଯାଇଥିବା ମାଂସ ଆସି ପହଞ୍ଚିବାରୁ, ଆମେ ସେଦିନ ଯେଉଁ ପ୍ରାଣୀଟିର ମାଂସ ଭୋଜନ କରିଥିଲୁ ତା’ର ଚେହେରା ସହିତ କିଞ୍ଚିତ ସାମଞ୍ଜସ୍ୟ ରହିଥିବା ଜଣେ ଭଦ୍ରମହିଳା, ଯିଏକି ଟେବୁଲ୍‌ର ଅପର ପାର୍ଶ୍ଵରେ ଉପବେଶନ କରିଥିଲେ, ଏହି ଧରଣର ଭୋଜନମାନ କ୍ରମେ ବିରଳ ହୋଇ ଆସିଲେଣି ବୋଲି ଏକ ମନ୍ତବ୍ୟ ବ୍ୟକ୍ତ କରିବାକୁ ଆରମ୍ଭ କଲେ । ତେଣେ ରନ୍ଧାଘରଗୁଡ଼ାକ ମଧ୍ୟ ଖାଲି ପଡ଼ିଛି ବୋଲି ଖେଦ ମଧ୍ୟ କରୁଥିଲେ ।

 

“ସେମାନେ ତ ସମସ୍ତେ କୌଣସି ଶିଳ୍ପକାରଖାନାକୁ ଯାଇ କାମ କରିବାକୁ ମନ କରୁଛନ୍ତି”, ସେ ଧିକ୍କାର କଲାପରି କହୁଥିଲେ,–“ସେମାନେ ଆଉ ଆପଣାର ପ୍ରକୃତ ସ୍ଥାନଟିକୁ ମଧ୍ୟ ଜାଣୁନାହାନ୍ତି ।”

 

“କେଉଁମାନେ ?” –ମୁଁ ପଚାରିଲି । ମାତ୍ର ମହିଳା ଜଣକ ସତେଅବା ଏକ ଦୟାର୍ଦ୍ର ମୁଦ୍ରାରେ ମୋ’ ଆଡ଼େ ଅନାଇଲେ ଏବଂ ତା’ପରେ ସେହି ଗୃହଟିର ଗୃହିଣୀଙ୍କ ସହିତ କଥା ହେବାକୁ ଲାଗିଲେ । ସେତେବେଳେ ଯାଇ ମୋ’ ପାର୍ଶ୍ଵରେ ବସିଥିବା ଆଉଜଣେ ବ୍ୟକ୍ତି ଏଣେ ଆଉଜି ଆସିଲେ । ମନେ ହେଉଥିଲା, ପ୍ରକୃତରେ ତାଙ୍କରି ହିଁ ମୋ’ କଥାର ଜବାବ ଦେବାପାଇଁ ଯଥେଷ୍ଟ ଜ୍ଞାନ ମଧ୍ୟ ରହିଥିଲା ।

 

ସିଏ କହିଲେ, “ହଁ, ସେମାନେ ପ୍ରକୃତରେ ସବୁଠାରେ ଯାଇ ପଶି ଯାଉଛନ୍ତି । ଜାଣନ୍ତି, କାଲି ମୁଁ-ହୋଟେଲକୁ ଭୋଜନ କରି ଯାଇଥିଲି । ସେଠାରେ ସେମାନେ ଗୋଟାଏ ପୂରା ଟେବୁଲ ଅଧିକାର କରି ଉପବିଷ୍ଟ ଥିଲେ ।”

 

“କେଉଁମାନେ ?” –ମୁଁ ପଚାରିଥିଲି ।

 

“ଆଉ କିଏ ? ସେହି ଇହୁଦୀମାନେ । ସେମାନେ ତ ଯେଉଁଠି ସେଠି ଯାଇ ପଶି ଯାଉଛନ୍ତି !”

 

“ସେମାନେ ସେଠାରେ ପ୍ରବେଶ ନକରି ପାରିବାର କୌଣସି କାରଣ ଅଛି କି ?”

 

ମୋ’ର ଏହି କଥାଟିକୁ ଶୁଣି ସିଏ ସତେଅବା କେଡ଼େ ବଡ଼ ଆଁ ଟାଏ କରି ପକାଇଲେ । ମୁଁ ଖୁବ୍ ଦେଖି ପାରୁଥାଏ ଯେ, ସିଏ ସଂପ୍ରତି ଖାଇଥିବା ରୋଷ୍ଟ୍ ମାଂସରୁ ନିତାନ୍ତ ଛୋଟ ହୋଇ ଖଣ୍ଡଟିଏ ତାଙ୍କ ଦାନ୍ତ ତଳ ମାଢ଼ିଟିରେ ଲାଗି ରହିଥିଲା । ସିଏ ତା’ପରେ ମୁହଁଟିକୁ ବନ୍ଦ କରି ଆଣିଥିଲେ ଏବଂ, ସେଦିନ ଭୋଜନ ସଭାଟିର ଅଧିକାଂଶ ସମୟଟି ତାଙ୍କର କେବଳ ରୋମନ୍ଥନରେ ହିଁ କଟିଥିଲା ।

 

*      *      *

 

ଆମେରିକୀୟ ରାଜନୀତିରେ ଏକ ପରମ୍ପରା ରହିଛି, ଯେଉଁଟି ମୁତାବକ ଦେଶର ପ୍ରେସିଡେଣ୍ଟ୍‌ଙ୍କୁ ନିର୍ବାଚନ କରିବାର ଅଭିଯାନଟି ଯଥାସମ୍ଭବ ଏକ ସର୍କସ୍ ଭଳି ନିଶ୍ଚୟ ହେବ ବୋଲି ସତେଅବା ପରାମର୍ଶଟିଏ ଦେଇଥାଏ । ସେହି ପରମ୍ପରାର ରକ୍ଷା କରି କରାଯାଉଥିବା ଅଭିଯାନଟି ବେଶ୍ ପ୍ରୀତିକର ମଧ୍ୟ ହୋଇଥାଏ, କାରଣ ସେଥିରେ ବିବିଧ ସମସ୍ୟାର ଚର୍ଚ୍ଚା କରାଯାଉଥିବା ସମୟରେ ଏକ ପ୍ରଫୁଲ୍ଲତାର ଭାବ ସର୍ବଦା ରହିଥାଏ ଏବଂ, ଆମର ସେହି ପ୍ରଫୁଲ୍ଲତାକୁ ଖୁବ୍ ସମ୍ଭବ ଏକ ଜାତୀୟ ବିଶେଷ ପରିଚିତି ବୋଲି କୁହାଯିବ, ଯେଉଁଟି ଆମକୁ ପ୍ରକୃତରେ ସର୍ବାଧିକ ପରିମାଣରେ ପ୍ରୀତିଦାୟକ ବୋଧ ହୋଇଥାଏ । ତଥାପି ଏହି ନିର୍ବାଚନଟି ନ୍ୟାୟତଃ ଗୋଟିଏ ଗମ୍ଭୀର ବ୍ୟାପାର ଏବଂ, ଯେଉଁ ଖାସ୍ ପରମ୍ପରାଟି ପ୍ରାର୍ଥୀ ହୋଇଥିବା ବ୍ୟକ୍ତିମାନେ, ବିଶେଷତଃ ବିରୋଧୀ ଦଳର ପ୍ରାର୍ଥୀମାନେ ଯଥାସମ୍ଭବ ଅଧିକ ସଫଳତା ସହିତ ସର୍କସ୍‌ମାନ ଦେଖାନ୍ତୁ, ଜୋକର୍ ହୁଅନ୍ତୁ ଓ ଜାଦୁଗର ବନନ୍ତୁ ବୋଲି ସର୍ବଦା ପ୍ରତ୍ୟାଶା ରଖିଥାଏ, ସେଇଟିକୁ ଗୋଟିଏ ଶୋଚନାଯୋଗ୍ୟ ପରମ୍ପରା ବୋଲି ମଧ୍ୟ କହିବାକୁ ହେବ ।

 

୧୯୪୪ ମସିହାର ପ୍ରେସିଡେଣ୍ଟ୍ ନିର୍ବାଚନର ଅଭିଯାନଟି କେତେକ ପରିମାଣରେ ପୂର୍ବର ଅଭିଯାନମାନଙ୍କର ତୁଳନାରେ ଖୁବ୍ ନିଆରା ଭାବରେ ହୋଇଥିଲା । ସେତେବେଳେ ଅନୁଷ୍ଠିତ ହୋଇଥିବା ସର୍କସ୍‌ଧର୍ମୀ ଖେଳଟାରେ ଗୁଡ଼ିଏ ଅତ୍ୟୁତ୍ସୁକତା ଭରି ରହିଥିଲା, ଜୋକର୍‌ଗିରିରେ ଏକ ଦ୍ଵେଷଭାବ ଥିବାର ସ୍ପଷ୍ଟ ହୋଇ ଯାଉଥିଲା । ଯାଦୁଗରୀ କାରବାରରେ ଏକ ଅସାଧୁତା ବି ରହିଥିଲା, ଯାହାକି ପୂର୍ବ ଅବସରର ସବୁକିଛିକୁ ବଳି ଯାଇଥିଲା । ସେହି ଯାବତୀୟ କୋଳାହଳ ପଛରେ ମନୋଯୋଗୀ ଶ୍ରୋତାବୃନ୍ଦ ହିଟ୍‌ଲର୍-ପୂର୍ବ ଜର୍ମାନୀର ରାଜନୀତିଟାର ଏକ ତୀକ୍ଷ୍‌ଣ ଅନ୍ତଃସ୍ଵର ସର୍ବଦା ରହିଥିଲା ବୋଲି ଖୁବ୍ ବୁଝି ପାରୁଥିଲେ ।

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବ୍ୟକ୍ତିଗତ ଭାବରେ ଏବଂ ସର୍ବସାଧାରଣଙ୍କ ସମ୍ମୁଖରେ ଏପରି ଜଣେ ବ୍ୟକ୍ତିଙ୍କ ପ୍ରତି ଆକ୍ରମଣାତ୍ମକ ବାକ୍ୟମାନ ପ୍ରୟୋଗ କରିବା ବେଶ୍ କଷ୍ଟକର ଥିଲା, ଯିଏକି ଏକାଧାରରେ ଆମେରିକାର ପ୍ରେସିଡେଣ୍ଟ୍ ଥିଲେ ଓ ସୈନ୍ୟବାହିନୀର ସର୍ବୋଚ୍ଚ ସେନାପତି ମଧ୍ୟ ହୋଇ ରହିଥିଲେ । ପୁନଶ୍ଚ, ଯେଉଁ ନାଗରିକଗଣ ତାଙ୍କୁ ଭୋଟ ଦେଇଥିବାରୁ ସେ ତିନି ତିନିଥର ସେହି ପଦକୁ ନିର୍ବାଚିତ ହୋଇ ସାରିଥିଲେ, ତାଙ୍କୁ କୌଣସି ବୃହତ୍ ଅସାଧୁତାର ଆରୋପ ଦ୍ଵାରା ଅଭିଯୁକ୍ତ କରାଇବାର ପ୍ରାୟ କୌଣସି ସମ୍ଭାବନା ମଧ୍ୟ ନଥିଲା । ତାଙ୍କ ବିରୋଧରେ ଲଢ଼ିବାର କୌଶଳଗୁଡ଼ିକୁ ନିର୍ଦ୍ଧାରଣ କରୁଥିବାର ବିରୋଧପକ୍ଷୀୟ ବ୍ୟକ୍ତିମାନେ ଆପଣାର ସର୍ବପ୍ରଧାନ ଆକ୍ରମଣର ଲକ୍ଷ୍ୟବସ୍ତୁ ରୂପେ ଏପରି ଅନ୍ୟଜଣେ ବ୍ୟକ୍ତିଙ୍କୁ ବାଛିଥିଲେ, ଯିଏକି ଜନ୍ମତଃ ଜଣେ ବିଦେଶୀୟ ଥିଲା, ଶ୍ରମିକମାନଙ୍କର ନେତା ହୋଇଥିଲା ଓ ସାଂସ୍କୃତିକ ସମ୍ପର୍କାଦିର କ୍ଷେତ୍ରରେ ଜଣେ ଇହୁଦୀ ଥିଲା । ଭାରି ଧୂର୍ତ୍ତତା ସହିତ ଏପରି ଲୋକଟିକୁ ବଛା ଯାଇଥିଲା, କାରଣ କୌଶଳଗୁଡ଼ିକୁ ନିର୍ଦ୍ଧାରଣ କରୁଥିବା ବ୍ୟକ୍ତିମାନେ ଆଶା କରିଥିଲେ ଯେ, ଏହି କ୍ଷେତ୍ରରେ ସେମାନେ ଏପରି କଲେ ସର୍ବାଧିକ ମନୁଷ୍ୟଙ୍କର ଘୃଣାକୁ ସବୁଠାରୁ ଅଧିକ ସଘନ ଭାବରେ ଅବଶ୍ୟ ଠୁଳ କରି ଆଣିପାରିବେ । ହଁ, ସେମାନେ ତ ସଫଳତାର ବେଶ୍ ନିକଟବର୍ତ୍ତୀ ମଧ୍ୟ ହୋଇଥିଲେ ବୋଲି କୁହାଯାଇ ପାରିବ ।

 

ଏକ ବସ୍ତ୍ରଶିଳ୍ପର ଶ୍ରମିକମାନଙ୍କର ସଂଗଠନର ମୁଖ୍ୟ ନେତୃତ୍ଵସ୍ଥାନରେ ଥିବା ଶ୍ରୀଯୁକ୍ତ ସିଡ଼ନୀ ହିଲ୍‌ଟନ୍ ହିଁ ଏହି ଯାବତୀୟ ବୁଦ୍ଧିକୌଶଳର ଶିକାର ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନର ଏହି ଅଭିଯାନରେ ତାଙ୍କର କୌଣସି ବିଶେଷ ଉଲ୍ଲେଖଯୋଗ୍ୟ ଭୂମିକା ନଥିଲା : ସିଏ ଜନୈକ ପ୍ରାର୍ଥୀଙ୍କୁ ଯୋଗ୍ୟ ବୋଲି ଭାବିଥିଲେ ଏବଂ ସିଏ ଯେପରି ନିର୍ବାଚନରେ ଜୟଲାଭ କରିବେ, ସେଥିରେ ସକ୍ରିୟ ଭାବେ ସାହାଯ୍ୟ କରୁଥିଲେ । ଅବଶ୍ୟ ପ୍ରାର୍ଥୀଜଣକ ଏପରି ଏକ ଶ୍ରମିକ ଖାସ୍‌ଗୋଷ୍ଠୀର ପ୍ରତିନିଧିତ୍ଵ କରୁଥିଲେ, ପ୍ରତିକ୍ରିୟାଶୀଳ ଅନ୍ୟମାନେ ଯାହାର କଠୋର ବିରୋଧ କରୁଥିଲେ । ପୁନଶ୍ଚ, ସିଏ ଜଣେ ଇହୁଦୀ ଥିଲେ ଏବଂ ଅତ୍ୟନ୍ତ ସହଜରେ ହିଁ ଫାସିଷ୍ଟ୍ ଆକ୍ରମଣଟିର ଶିକାର ହୋଇଗଲେ ।

 

୧୯୪୪ ମସିହା ଅକ୍ଟୋବର ମାସରେ ପ୍ରାୟ ତିରିଶ ଲକ୍ଷ ଆମେରିକାବାସୀ ପୋଷ୍ଟ୍‌କାର୍ଡ଼ରେ ଲେଖା ଗୋଟିଏ ଗୋଟିଏ ପତ୍ର ପାଇଥିଲେ । ସେହି ପୋଷ୍ଟ୍‌କାର୍ଡ଼ଟିର ଆଗ ପଟରେ, ଯେପରିକି ତାହା ପାଠକମାନଙ୍କର ଅବଶ୍ୟ ଦୃଷ୍ଟିରେ ପଡ଼ିବ, ଶ୍ରୀ ହିଲମାନଙ୍କ ବିଷୟରେ ଏକ ବିବରଣୀ ପ୍ରଦତ୍ତ ହୋଇଥିଲା; ଉଲ୍ଲେଖ ଥିଲା ଯେ ସେ ରୁଷିଆରେ ଜନ୍ମ ହୋଇଛନ୍ତି ଏବଂ, କମ୍ୟୁନିଷ୍ଟ କୌଣସି କମିଟିର ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ପଛପଟକୁ ବାର୍ତ୍ତାଟିଏ ଥିଲା : ଏହି ଆମେରିକା ହେଉଛି ଆପଣଙ୍କର ଦେଶ । ଆପଣ ତାହାକୁ ଶ୍ରୀ ହିଲ୍‌ମାନଙ୍କ ହାତରେ ସମର୍ପି ଦେବାକୁ ଇଚ୍ଛା କରୁଛନ୍ତି କି ?

 

କାରଣ, ଆମେରିକାର ରାଜନୈତିକ ଜୀବନରେ ଏବେ ମଧ୍ୟ ଗୋଟିଏ ବର୍ଜିତ ଶବ୍ଦପ୍ରାୟ ହୋଇ ରହିଛି ଯେ, ଜଣେ କୌଣସି ପ୍ରକାର ଆକ୍ରମଣ କରି ପାରିବନାହିଁ । ଅନ୍ତତଃ ଏହି ପର୍ଯ୍ୟନ୍ତ କିଞ୍ଚିତ୍ ଶାଳୀନତା ଅବଶ୍ୟ ରହିଛି । ତେଣୁ, ପୋଷ୍ଟକାର୍ଡ଼ର ଲେଖକ ଗୋଟିଏ ପରୋକ୍ଷ ଇଙ୍ଗିତରେ ପ୍ରୟୋଗ କରି ବ୍ୟାପାରଟିକୁ ସମ୍ଭବ କରି ପାରିଲେ । ହଁ, ମନୁଷ୍ୟମାନଙ୍କର ବାହାଦୁରିପଣ ଉପରେ ମଧ୍ୟ ରାଜନୀତିର ଏହିଭଳି ପ୍ରଭାବ ପଡ଼ିଥାଏ ।

 

ଏବଂ, ଯଦି ତଥାପି ଭୋଜନରେ ଦିଆ ଯାଇଥିବା ବିଷ କାଟୁ ନକରିବ, ତେଣୁ ଶ୍ରୀ ହିଲ୍‌ମାନ ରୁଷିଆରେ ଜନ୍ମ ହୋଇଛନ୍ତି ବୋଲି ଉଲ୍ଲେଖ ଥିଲା, ତେଣୁ କାହିଁକି ସ୍ଵୀକାର ନକରିବ ଯେ, ସିଏ ସେହି ଦେଶର ଚରମ ମତବାଦଟାରୁ ମଧ୍ୟ ଖୁବ୍‌ସମ୍ଭବ ପ୍ରେରଣା ପାଇଥିବେ । ସିଏ କ’ଣ ପାଇଁ ଅଧିକ ଶାଳୀନତା ରକ୍ଷା କରି, ଉଦାହରଣ ସ୍ଵରୂପ, ଇଂଲଣ୍ଡରେ ଜନ୍ମ ନହେଲେ ! ତା’ ହୋଇଥିଲେ ତ ସିଏ କାହାର ମାନ ପ୍ରକୃତରେ କେତେ ଅଧିକ ଅଥବା କେତେ କମ୍ ତାହାର ଏକ ତୁଳନାତ୍ମକ ଧାରଣା ନିଶ୍ଚୟ ଅର୍ଜନ କରି ପାରିଥାନ୍ତେ । ଏବଂ, ସିଏ ତ ପୁଣି ଏଠାରେ ଗୋଟାଏ ତୁଚ୍ଛା ‘କମ୍ୟୁନିଷ୍ଟ’ ଶ୍ରମିକ ସଂଗଠନର ସବା ଉପରର ନେତା ହୋଇ ବସିଛନ୍ତି । ନ୍ୟାୟତଃ, ଆଉକିଛି ବୁଝାଇ କହିବାର ପ୍ରୟୋଜନ ରହିବ କି ?

 

ହଁ, ଅବଶ୍ୟ ପ୍ରୟୋଜନ ରହିବ । ଏବଂ ଭୋଟ୍‌ଦାତାମାନେ ନିଶ୍ଚୟ କିଛି ଅଧିକ ଜାଣିବାକୁ ଇଚ୍ଛା କରୁଥିଲେ ।

 

*      *      *

 

ଯେଉଁମାନେ ବକ୍ତୃତା ଦିଅନ୍ତି, ଯେଉଁମାନେ ସ୍ତମ୍ଭଲେଖମାନ ଲେଖନ୍ତି ଏବଂ ଯେଉଁମାନେ କୌଣସି ନିର୍ବାଚନରେ ପ୍ରାର୍ଥୀ ହୋଇ ଛିଡ଼ା ହୋଇଥାନ୍ତି, ସେମାନେ ଶବ୍ଦମାନଙ୍କର ଶକ୍ତି ଉପରେ ସର୍ବତ୍ର ଏକ ପ୍ରଚ୍ଛନ୍ନ ଆସ୍ଥା ରଖିଥାନ୍ତି । ବଛା ହୋଇଥିବା କେତୋଟି ଶବ୍ଦ ଯେତେବେଳେ ବଛା ଯାଇଥିବା ଏକ କ୍ରମରେ ଏକତ୍ର ହୋଇ ରହି ଥାଆନ୍ତି, ସେହି କ୍ଷେତ୍ରରେ ମନେ କରାଯାଇଥାଏ ଯେ, ସେଗୁଡ଼ିକୁ ବାରମ୍ବାର ପୁନରାବୃତ୍ତି କରି କହିଲେ ସେଥିରୁ ଏପରି ଗୋଟିଏ ପ୍ରଭାବ ସମ୍ଭବ ହେବ, ଯାହାର ତୁମେ କୌଣସି ପ୍ରତିରୋଧ କରି ପାରିବନାହିଁ । ବଛା ବଛା ଶବ୍ଦାଦିର ଏହିପରି ପ୍ରତ୍ୟେକ ପ୍ରୟୋଗକାରୀ ଏବଂ ବିଜ୍ଞାପନଦାତା ଆଶା କରୁଥାଏ ଯେ ତା’ର ଏହି ଭେରୀଟିକୁ ବଜାଇବା ମାତ୍ରକେ ତୁଙ୍ଗ ଏବଂ ଦୃଢ଼ ପାଚେରୀମାନେ ମଧ୍ୟ ଅଲବତ ଭାଙ୍ଗିଯିବେ ଏବଂ ଭୁଷୁଡ଼ି ପଡ଼ିବେ । ଖୁବ୍ ଜୋରରେ ଶବ୍ଦ ହେଉଥାଏ ଏବଂ ତେଣୁ ବେଳେବେଳେ ସେହିପରି ବି ହୁଏ । କିନ୍ତୁ ଆଉ ବେଳେବେଳେ ସେହି ଭେରୀ ବଜାଇବାବାଲାଙ୍କୁ ଗାଲଗୁଡ଼ିକ କେବଳ ଫାଟିଯିବାଟା ହିଁ ସାର ହୋଇଥାଏ । ଏବଂ, ସେତିକିବେଳେ ତାହାକୁ ସେମାନଙ୍କର ମନୁଷ୍ୟଜାତି ନିମନ୍ତେ ସର୍ବୋତ୍କୃଷ୍ଟ ସେବା ବୋଲି ଆମେ ଅବଶ୍ୟ କହିବା ।

 

ସେହି ବର୍ଷର ସେପ୍‌ଟେମ୍ବର ୧୨ ତାରିଖରେ କଂଗ୍ରେସର ବିବରଣୀରେ (ପୃଷ୍ଠା-୭୭୦୯)ରେ ପ୍ରାଚୀରକୁ ଭୁଷୁଡ଼ାଇ ପକାଇବାର ଏକ ପ୍ରୟାସ ହୋଇଥିବାର ଆମେ ଦେଖିବାକୁ ପାଉ । ଅବଶ୍ୟ ଭେରୀଟିର ସେହି ନାଦଟିରେ ଅତ୍ୟନ୍ତ ସାବଧାନତା ସହିତ ଇହୁଦୀମାନଙ୍କ ପ୍ରତି ଏକ ଆକ୍ଷେପର ପ୍ରୟୋଗ କରାଯାଇଛି । ଏଠାରେ ମୁଁ ସଂପୂର୍ଣ୍ଣ କଥୋପକଥନଟିକୁ ପ୍ରଦାନ କରିବି :

 

ଶ୍ରୀମତୀ ଲିଉସ୍–ବାଚସ୍ପତି ମହାଶୟ ମାତ୍ର ଦଶ ସେକେଣ୍ଡ୍ ନିମନ୍ତେ ଏହି ଗୃହରେ କିଛି ବ୍ୟକ୍ତ କରିବା ଲାଗି ଏକ ସର୍ବସମ୍ମତ ସମର୍ଥନ ପ୍ରାର୍ଥନା କରୁଛି ।

 

ବାଚସ୍ପତି–କନେକ୍‌ଟିକଟ୍‍ର ମାନ୍ୟବର ମହିଳା ସଦସ୍ୟଙ୍କର ଏହି ଅନୁରୋଧଟି ବିଷୟରେ କାହାର କୌଣସି ଆପତ୍ତି ଅଛି କି ?

 

ନାହିଁ, କାହାର କୌଣସି ଆପତ୍ତି ନଥିଲା ।

 

ଶ୍ରୀମତୀ ଲ୍ୟୁସ୍–ବାଚସ୍ପତି ମହାଶୟ, ଆପଣ ଶ୍ରୀଯୁକ୍ତ ସିଡ଼୍‌ନୀଙ୍କ ବିଷୟରେ ସଂପୂର୍ଣ୍ଣ ଭାବରେ ସବୁ ସ୍ପଷ୍ଟ କରି ଦିଅନ୍ତୁ ।

 

ସଦନରେ ହୋଇଥିବା ସବୁଯାକ ଭାଷଣ ମଧ୍ୟରେ ଏଇଟିକୁ ପ୍ରକୃତରେ ସଂକ୍ଷିପ୍ତତମ ବୋଲି କୁହାଯିବ, ଏବଂ, ଏଇଟିକୁ ଗୋଟିଏ ଏପରି ଦୃଷ୍ଟାନ୍ତ ବୋଲି ମଧ୍ୟ କୁହାଯାଇ ପାରିବ, ଯେଉଁଥିରୁ କି ପ୍ରକୃତରେ ବହୁତ କିଛି ପ୍ରକଟ ବି ହୋଇ ଯାଇଥିଲା ।

 

ସେହି ବର୍ଷ ଡିସେମ୍ବର ୧୫ ତାରିଖରେ ସେହି କନେକ୍‌ଟିକଟ୍‌ର ସେହି ସଦସ୍ୟା ମାନ୍ୟବର ପୋପ୍ ଦ୍ଵାଦଶଙ୍କର ଏକ ଦର୍ଶନ ଲାଭ କରିଥିଲେ । ସେଠାରେ ସେ ଉଚ୍ଚାରଣ କରିଥିବା କଥାଗୁଡ଼ିକୁ ମଧ୍ୟ ଆମେ ପ୍ରେସ୍ ମାଧ୍ୟମରେ ପାଇପାରିବୁ । ସେଥିରେ କେଡ଼େ ଭବ୍ୟ ଭାବରେ ତାହାକୁ ବ୍ୟକ୍ତ କରାଯାଇଛି :

 

ପ୍ରତିନିଧି ଶ୍ରୀମତୀ କ୍ଳେଆର୍ ବୁଥ୍ ଲିଉସ୍ (କନେକ୍‌ଟିକଟ୍‌ର ପ୍ରତିନିଧି) କହିଥିଲେ ଯେ ନାରୀମାନେ ହିଂସାବଳର ପ୍ରୟୋଗକରି ଶାନ୍ତିର ପ୍ରତିଷ୍ଠା କରାଇବାରେ ପୁରୁଷମାନଙ୍କର ତୁଳନାରେ ସର୍ବଦା କମ୍ ବିଶ୍ଵାସ ରଖି ଥାଆନ୍ତି । ପାରସ୍ପରିକ ବୁଝାମଣା ଓ ସଦ୍‌ଭାବ ଦ୍ଵାରା ଶାନ୍ତିର ପ୍ରତିଷ୍ଠା କରିବାରେ ସେମାନଙ୍କର ଅଧିକତର ବିଶ୍ଵାସ ରହିଥାଏ ।

 

କ’ଣ ପ୍ରକୃତରେ ସବୁ ମହିଳା ?

 

*      *      *

 

୧୯୪୬ ମସିହା ଜାନୁଆରୀ ମାସରେ ଆମେରିକା ଯୁକ୍ତରାଜ୍ୟରେ ଏପରି ଏକ ବିଲ୍ ଆଣିବାଲାଗି ପ୍ରସ୍ତୁତିମାନ ହେଉଥିଲା, ଯେଉଁଟିକୁ ଆଗତ କରାଯିବା ଫଳରେ ଏକ ନିତାନ୍ତ ଅଶୋଭନୀୟ ସ୍ଥିତି ଆସି ଉପସ୍ଥିତ ହେଲା । ଅବଶ୍ୟ, ଖୁବ୍ ବୁଝିହେବ ଯେ, କୌଣସି ବିଲକୁ ଗୃହୀତ ନକରାଇ ଦେବାଲାଗି ବିଧାନନିର୍ମାଣ କରୁଥିବା ସଭାମାନଙ୍କରେ ଏହିଭଳି ନାନଭଳି ଅଶୋଭନୀୟ ପରିସ୍ଥିତିର ସୃଷ୍ଟି କରା ଯାଇଥାଏ । ଅବଶ୍ୟ ସେଥି ନିମନ୍ତେ ଅଳ୍ପ ସଂଖ୍ୟା ରହିଥିବା ପକ୍ଷଟିର ସଦସ୍ୟମାନଙ୍କୁ ବେଶ୍ ଗୋଟିଏ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କଥା କହିବାଲାଗି ଛାଡ଼ି ଦେବାକୁ ପୂରା ଦଉଡ଼ି ଛାଡ଼ି ଦିଆ ଯାଇଥାଏ । ବସ୍ତୁତଃ, ସେହି କଥା ପରେ କଥା କହିବାର ପର୍ବଟିର ମଧ୍ୟ ଗୋଟିଏ ଶେଷ ମଧ୍ୟ ଥାଏ, କାରଣ ଏକ ନିର୍ଦ୍ଦିଷ୍ଟ ଅବଧି ପରେ ସିନେଟ୍‌ସଭ୍ୟମାନେ ବିଲ୍‍ଟିର ଆଉ ଅଧିକ ଆଲୋଚନା ନକରି ସାରିଦିଅନ୍ତି ଏବଂ ସେଇଟିକୁ ଡେଇଁ ଯାଇ ଅନ୍ୟ ପ୍ରସଙ୍ଗମାନଙ୍କୁ ଅଗ୍ରସର ହୋଇ ଯାଇଥାନ୍ତି ।

 

ଏଠାରେ ଆମେ ବର୍ଣ୍ଣନା କରୁଥିବା ସେହି ଅଶୋଭନୀୟ ଅଡ଼ୁଆ ସ୍ଥିତିଟିକୁ ସୃଷ୍ଟି କରିବାରେ ମିସିସିପିର ସିନେଟ୍-ସଦସ୍ୟ ଶ୍ରୀଯୁକ୍ତ ବିଲ୍‌କୋ ନେତୃତ୍ଵ ନେଇଥିଲେ । ସେହିଟି ବିଷୟରେ ଆପଣାର ବୟାନଗୁଡ଼ିକୁ ଦେଉଥିବା ସମୟରେ ସିଏ ରାଜନୀତି କ୍ଷେତ୍ରରେ ଥିବା ଏପରି ଏକାଧିକ ତତ୍ତ୍ଵମାନଙ୍କର ଉଲ୍ଲେଖ କରିଥିଲେ, ଯାହାକି ତାଙ୍କର ସେହିପରି ଆଚରଣଟିକୁ ଏକ ସମର୍ଥନ ଯୋଗାଇ ଦେଉଥିବା ପରି ମନେ ହେଉଥିଲା । ତାଙ୍କ ବକ୍ତବ୍ୟଟିରେ ଏକ ସର୍ବାଧିକ ପରିମାଣରେ ଆଗ୍ରହୋଦ୍ଦୀପକ ଏଇଟି ମଧ୍ୟ ଥିଲା :

 

ଦକ୍ଷିଣ କାଲିଫର୍ଣ୍ଣିଆର ଶ୍ରୀଯୁକ୍ତ କନଷ୍ଟାନ୍-ମିସିସିପିର ମାନ୍ୟବର ସିନେଟ୍‌ ସଦସ୍ୟଙ୍କୁ ମୁଁ ପ୍ରଶ୍ନଟିଏ ପଚାରିବି । ସିଏ କ’ଣ ଏହି କଥାଟିରେ ବିଶ୍ଵାସ କରୁନାହାନ୍ତି ଯେ, ଯଦି ପ୍ରତିନିଧି-ସଭା ଓ ସିନେଟ୍‌ରେ ଗୃହୀତ ହୋଇଥିବା ୬୦ ବା ଏପରିକି ୭୫ ପ୍ରତିଶତ ଆଇନକୁ ହତ୍ୟା କରି ଦିଆ ଯାଇଥାନ୍ତା, ତେବେ ଏହି ଜାତି ପ୍ରକୃତରେ ଏକ ଅଧିକ ଭଲ ଅବସ୍ଥାରେ ଥାଆନ୍ତା ?

 

ଶ୍ରୀଯୁକ୍ତ ବିଲ୍‌ବୋ–ମୁଁ ମଧ୍ୟ ସବୁକାଳେ ଏହିପରି ଭାବିଆସିଛି ଯେ କୌଣସି ଆଇନ୍‌କୁ ଗ୍ରହଣ କରିବା ଅପେକ୍ଷା ତାହାର ବେକକୁ କାଟି ହତ୍ୟା କରିଦେବା ଦ୍ଵାରା ହିଁ ବରଂ ଅଧିକ ଲାଭ ହୋଇଥାଏ ।

 

ଆମ ସମାଜ ବିଷୟରେ ମାନ୍ୟବର ସଦସ୍ୟ ତାଙ୍କର ଯେଉଁ ଦୃଷ୍ଟିକୋଣଟିର ସୂଚନା ଦେଇଥିଲେ ଓ ଯେଉଁପରି ଭାବରେ ଅନ୍ୟମାନେ ଯେଉଁ ପ୍ରତିକ୍ରିୟାମାନ ପ୍ରକାଶ କରିଥିଲେ, ଏଠାରେ ଆମର ଆହୁରି ଅଧିକ ଉଦ୍ଦେଶ୍ୟ ସାଧନ ଲାଗି ସେଇଟିର ଅଧିକ ପ୍ରାସଙ୍ଗିକତା ରହିଛି । ପରବର୍ତ୍ତୀ କୌଣସି ଅବସରରେ ସେଗୁଡ଼ିକରୁ କେତୋଟି ସହିତ ଆମେ ନିଶ୍ଚୟ ଅଧିକ ପରିଚିତ ହୋଇ ପାରିବା । ଏଠାରେ ସରଂକ୍ଷିତ ବିବରଣୀତିରୁ ଅବିକଳ ଉତାରି ଆଣିଥିବା ଗୋଟିଏ ପତ୍ରର ସର୍ବପ୍ରଥମ ପାରାଟିକୁ ହିଁ ମୁଁ ଉଦ୍ଧାର କରିବାକୁ ଇଚ୍ଛା କରୁଛି । ଶ୍ରୀଯୁକ୍ତ ବିଲବୋ ସେହି ଚିଠି ଡକ୍ଟର ଜେମ୍‌ସ ଏ. ଡୋମ୍ବ୍ରାସ୍କି ନାମକ ଜନୈକ ବ୍ୟକ୍ତିଙ୍କ ନିକଟକୁ ପଠାଇଥିଲେ ବୋଲି ନିଜେ ଘୋଷଣା କରିଥିଲେ :

 

ପ୍ରିୟ ଡୋମ୍ବ୍ରାଭ୍‌ସ୍କି; (ସଦସ୍ୟମାନଙ୍କର ହାସ୍ୟରୋଳ)

 

ମିସିସିପି ରାଜ୍ୟର ଜ୍ୟାକ୍‌ସନ୍ ସହରରେ ବାସ କରୁଥିବା ମୋ’ର ଜଣେ ବନ୍ଧୁଙ୍କର ମାରଫତ ମୁଁ ଇହାଦେ ଏକ ପତ୍ର ପାଇଛି, ଯେଉଁଥିରେ କି ଦୁଇ ପୃଷ୍ଠା ବିସ୍ତାରରେ ଉଲ୍ଲେଖ କରାଯାଇଛି ଯେ, ଆପଣଙ୍କର ଆମେରିକା-ବିରୋଧୀ ନିଗ୍ରୋ-ମାର୍କା ସାମ୍ୟ-ଭାବନା, କମ୍ୟୁନିଷ୍ଟ ବିଚାରଦ୍ୱାରା ମିଶ୍ରିତ ସେହି ଚେହେରାଟି ଦେଶଯାକ ନିଜକୁ ବ୍ୟାପ୍ତ କରିଦେବାର ଏକ ଅଭିପ୍ରାୟ ମଧ୍ୟ ପୋଷଣ କରୁଛି । ଏକ ପ୍ରଚଣ୍ଡ କାମନାଦ୍ଵାରା ପ୍ରେରିତ ହୋଇ ଏହି ରାଜ୍ୟର ଜଣେ ବା କେତେଜଣ ସିନେଟ୍-ସଦସ୍ୟ ଉପଭୋଗ କରୁଥିବା ଅଧିକାର ତଥା ବିଶେଷାଧିକାର ବିରୋଧରେ ଗୋଟିଏ ତଥ୍ୟସମ୍ବଳିତ ଅଭିଯୋଗ ଆଣିବାକୁ ଉଦ୍ୟମ କରୁଛନ୍ତି ଏବଂ ତଦ୍ଦ୍ଵାରା ଏହି ବୃହତ୍‍ ସଭାଟିରେ ଯାହାକିଛି ପ୍ରସ୍ତାବିତ ହୋଇ ଆସୁଥିବେ, ସେଥିରେ ଆପଣମାନଙ୍କ ତରଫରୁ କିଛି ଆପତ୍ତି ରହିଥିଲେ ଆପଣମାନେ ଏଣୁତେଣୁ ତର୍କ କରାଇ ବାଧାମାନ ସୃଷ୍ଟି କରିବେ । *

 

ପତ୍ରଟି ଯେଉଁଠାରୁ ଆସିଛି, ସେଇଟିକୁ ବୁଝିଥିଲେ ଆମେ ଏହି ପାରାଟିରେ ରହିଥିବା କଥାମାନଙ୍କ ଦ୍ଵାରା କଦାପି ଚକିତ ହୋଇ ଯିବାନାହିଁ । ମାତ୍ର, ସେଥିରେ ଥିବା ଆରମ୍ଭଟି ହିଁ ନିଶ୍ଚୟ ଚକିତ କରିବ :

 

ପ୍ରିୟ ଡୋମ୍ବୋଭ୍‌ସ୍କି : (ସଦସ୍ୟମାନଙ୍କର ହାସ୍ୟରୋଳ)

 

ଅନ୍ୟ କଥାରେ କହିଲେ, ‘ଏଡ଼ୋମ୍ବୋଭ୍‌ସ୍କି’ ନାଆଁଟିକୁ ହିଁ ଉଚ୍ଚାରଣ କରିବା ସଙ୍ଗେ ସଙ୍ଗେ ଯୁକ୍ତରାଜ୍ୟ ଆମେରିକାର ସିନେଟ୍ ସଭାରେ ସଦସ୍ୟମାନେ ସେହିପରି ଏକ ହାସ୍ୟରୋଳ କରିଥିଲେ ।

 

*      *      *

 

ପୋଲାଣ୍ଡ ଦେଶର ମଇଦାନେକ, ନାମକ ଗୋଟିଏ ସହର ନିକଟରେ ନାତ୍‌ସୀମାନେ ଏକ ଦୀର୍ଘାୟତନ ଧ୍ଵଂସକାଣ୍ଡର କୀର୍ତ୍ତିଟିଏ ରଚନା କରିଥିଲେ । ** ଚତୁର୍ଦ୍ଦିଗରେ ତାରବାଡ଼ ଦିଆଯାଇଥିବା ଗୋଟିଏ ଘେର ଭିତରେ କୋଡ଼ି କୋଡ଼ି ସଂଖ୍ୟାର ଅଟ୍ଟାଳିକାମାନ ଠିଆ ହୋଇଥିଲେ; କିନ୍ତୁ ସେଗୁଡ଼ିକ ଭିତରୁ ଦୁଇଟି ଅଟ୍ଟାଳିକାର ଏକ ବିଶେଷ ମହତ୍ତ୍ଵ ମଧ୍ୟ ରହିଛି । ସେଥିରୁ ଗୋଟିକରେ ମୃତ୍ୟୁ ଗ୍ରାସରେ ପଡ଼ିଥିବା ବ୍ୟକ୍ତିମାନଙ୍କର ପରିଧାନଗୁଡ଼ିକୁ ଗଦା କରି ରଖାଯାଇଛି–କେତେ ବଡ଼ ଗଦାଟିଏ ହୋଇଛି ଏବଂ କେତେ କେତେ ବିଷାଦର ସ୍ମୃତିକୁ ସୂଚାଇ ଦେଉଛି,–ଗଦାଟିରେ ବଡ଼ ମଣିଷମାନଙ୍କର ପ୍ୟାଣ୍ଟ୍‌କୋଟ୍ ରହିଛି ଓ ସାନପିଲାଙ୍କର ଜୋତାଗୁଡ଼ିଏ ମଧ୍ୟ ଅଛନ୍ତି ।

 

* Congressional Record, Vol, 92, No, 13, p, 591.

 

** ଏହି ଅନୁଚ୍ଛେଦର ତଥ୍ୟଗୁଡ଼ିକ AP and UP dispatches ର ସେପ୍ଟେମ୍ବର ୧, ୧୯୪୪ ଏବଂ ୱାଶିଂଟନ୍‌ରେ ଅବସ୍ଥିତ ସୋଭିଏଟ୍ ଦୂତାବାସର ବୁଲେଟିନ୍ (ଅଗଷ୍ଟ ୨୭ ଏବଂ ସେପ୍ଟେମ୍ବର ୧) ରୁ ଉଦ୍ଧୃତ । ଏହି ବୁଲେଟିନ୍ ଦୁଇଟି ରୁଷିଆର ନାଟ୍ୟକାର Konstantin Simonow ଙ୍କ ଦ୍ଵାରା ଲେଖାଯାଇଥିଲା ।

 

ଅନ୍ୟ ଅଟ୍ଟାଳିକାଟିରେ ତିନୋଟି କୋଠରୀ ଥିଲା । ପ୍ରଥମ କୋଠରୀରେ ବନ୍ଦୀମାନଙ୍କ ଦେହରୁ ସବୁ ଲୁଗାପଟା ଉତାରି ଦିଆ ଯାଉଥିଲା ଏବଂ ଦ୍ଵିତୀୟ କୋଠରୀଟିରେ ସେମାନଙ୍କୁ ଉପରେ ରହିଥିବା ଏପରି ନଳମୁହଁମାନଙ୍କର ବାଟ ଦେଇ ଚାଲିଯିବାକୁ ହେଉଥିଲା, ଯେଉଁଗୁଡ଼ିକୁ ଖୋଲିଦେବା ମାତ୍ରକେ ଠିକ୍ ବର୍ଷା ପରି ପାଣିମାନେ ଆସି ଦେହଉପରେ ବରଷି ଯାଉଥିଲେ । ଏବଂ, ତୃତୀୟଟିରେ ଏମାନଙ୍କୁ ନେଇ ଏପରି ସାନ୍ଧି ସୁନ୍ଧି ଭର୍ତ୍ତି କରାଯାଉଥିଲା, ଯେପରିକି ତଳେ ପଡ଼ିଯିବାର ଆଦୌ କୌଣସି ସମ୍ଭାବନା ନଥିଲା । ବାହାରୁ ତିନୋଟି ପାଇପ ଏହି କୋଠରୀ ଭିତରକୁ ଆସିଥିଲେ ଏବଂ ଏପରି ଚତୁର୍ଥ କଣାଟିଏ ମଧ୍ୟ ଥିଲା, ଯେଉଁଠି ଥାଇ ଜଣେ ଜଗୁଆଳି ଭିତରେ କ’ଣ ଘଟଣାମାନ ଘଟୁଛି, ସେଗୁଡ଼ିକୁ ବେଶ୍ ଦେଖି ପାରୁଥିଲା ।

 

କୋଠରୀ ଭିତରେ ହୁଏତ ଦୁଇଶଜଣ ମଣିଷଙ୍କୁ ଆଣି ଖୁନ୍ଦି ଦିଆଯିବା ପରେ, ପାଇପ୍‌ଗୁଡ଼ିକ ବାଟ ଦେଇ ହଠାତ୍ କ’ଣ ସବୁ ଗୁଣ୍ଡ ବର୍ଷା ଆକାରର ଆସି ଅଜାଡ଼ି ହୋଇ ପଡ଼ୁଥିଲା ଏବଂ ପବନର ସ୍ପର୍ଶ ବାଜିବା ମାତ୍ରକେ ସେଗୁଡ଼ିକୁ ମରଣାତ୍ମକ ବିଷାକ୍ତ ବାଷ୍ପମାନ ନିର୍ଗତ ହେବାକୁ ଆରମ୍ଭ କରୁଥିଲା । ତା’ପରେ ଉପରୁ ସେହି କଣାଟି ବାଟେ ସବୁ ଦେଖୁଥିବା ଜଗୁଆଳିର କାମ ଥିଲା ଯେ, ସିଏ ସବୁ ଘଟଣାକୁ ଉତ୍ତମଭାବେ ଦେଖିବା ଏବଂ ସେହି ଦୁଇଶହ ମନୁଷ୍ୟଙ୍କ ଦେହରୁ ଯେ ପ୍ରାଣମାନ ବାହାରି ଯାଇ ସାରିଲାଣି ସେହି, କଥାଟିକୁ ନିର୍ଭର ଭାବରେ ଜାଣିପାରିବ; ଏଥିରେ ମୋଟେ କୌଣସି ସନ୍ଦେହ ନାହିଁ ଯେ, ସେହି କର୍ତ୍ତବ୍ୟଟିକୁ କରିବାରେ ସେ ବେଶ୍ ଆନନ୍ଦ ଲାଭ କରୁଥିଲା ।

 

ମୃତଦେହଗୁଡ଼ିକୁ ତା’ପରେ କିଛି ସମୟ ନିମନ୍ତେ ଥାକ ଉପରେ ଥାକ କରି ରଖି ପୋତିକରି ରଖା ଯାଉଥିଲା । ସେଥିଲାଗି ଖୁବ୍ ଗହୀରିଆ କରି ଖୋଳା ଯାଇଥିବା ଟ୍ରେଞ୍ଚ୍‌ମାନେ ମହଜୁଦ ରହିଥିଲେ । କିନ୍ତୁ ଯୁଦ୍ଧର ଗତିପଥଟି ପଶ୍ଚିମ ଦିଗକୁ ମୁହାଁଇବାରୁ (ଅନୁବାଦକର ଟିପ୍ପଣୀ–କାରଣ ଜର୍ମାନ ପକ୍ଷଟି ହାରିବାକୁ ଆରମ୍ଭ କରିଥିଲେ) ନାତ୍‌ସୀମାନେ ସେମାନେ କରିଥିବା ଏହିସବୁ ଅପରାଧର ଆଦୌ କୌଣସି ଚିହ୍ନ ରହୁ ବୋଲି ଇଚ୍ଛା କରିନଥିଲେ । ଏବଂ ସେହି ଉଦ୍ଦେଶ୍ୟରେ ସେମାନେ ଗୋଟିଏ କବରଖାନା ତିଆରି କରିଥିଲେ–ସେଥିରେ ଗୋଟିଏ ଗୋଟିଏ ଧାଡ଼ିରେ ପାଞ୍ଚଟି ଲେଖାଏଁ ଚୁଲା ଥିଲା–ଜଣେ ମଣିଷର ଶରୀର ନିମନ୍ତେ ଯେପରି ଜାଗା ହୋଇଯିବ, ସେହି ଅନ୍ଦାଜରେ ଚୁଲାମାନଙ୍କୁ ତିଆରି କରାହୋଇଥିଲା ଶବଗୁଡ଼ିକୁ ସେହି ମୁତାବକ ଠିକ୍ ସେହି ଅନୁପାତର ଏକ ବଡ଼ କରଚୁଲି ସାହାଯ୍ୟରେ ଉଠାଇ ଯଥାସ୍ଥାନକୁ ସ୍ଥାନାନ୍ତରିତ କରା ମଧ୍ୟ ଯାଇଥିଲା । ପ୍ରଥମେ ପ୍ରଥମେ ଶବଦାହ କାର୍ଯ୍ୟଟି ମନ୍ଥର ଗତିରେ କରାଯାଉଥିଲା,–କାରଣ ଚୁଲାଗୁଡ଼ିକ ଯଥେଷ୍ଟ ପରିମାଣରେ ଉତ୍ତପ୍ତ ହୋଇ ପାରିନଥିଲା । କିନ୍ତୁ ନାତ୍‌ସୀ ‘ବିଜ୍ଞାନ’ଟା ବିଶେଷ ବୁଦ୍ଧି ଖଟାଇ ଚୁଲାର ଉତ୍ତାପକୁ ୧୫୦୦ ଡିଗ୍ରୀଯାଏ କରିନେଇ ପାରିଲା ଓ ତେଣୁ ତା’ପରେ ଦିନକୁ ହାରାହାରି ୨୦୦୦ ପର୍ଯ୍ୟନ୍ତ ମୃତଶରୀରମାନଙ୍କର ସତ୍କାର କରାଯାଇଥିଲା ଏବଂ ଏହିପରି ଭାବରେ ମଇଦାନେକ୍‌ଠାରେ ୧୫ ଲକ୍ଷ୍ୟ ମନୁଷ୍ୟଙ୍କର ଜୀବନାବସାନ ଘଟିଥିଲା ।

 

ଦିନେ ସନ୍ଧ୍ୟା ସମୟରେ ଯେତେବେଳେ ଦାହସ୍ଥାନମାନେ ପରାକ୍ରମ ସହିତ ସକ୍ରିୟ ହୋଇ ରହିଥିଲେ, ବନ୍ଦୀମାନଙ୍କର ଗୋଟିଏ ନୂଆ ଦଳ ଆସି ସେଠାରେ ପହଞ୍ଚିଥିଲେ । ନିଶ୍ଚୟ ଏକ ଭୁଲ ହେତୁ ସେପରି ଘଟିଲା, କାରଣ ବନ୍ଦୀମାନେ ଯେପରି ଏହିସବୁ ଘଟଣାର ସୁରାକ ମଧ୍ୟ ପାଇବେନାହିଁ, ସେହିପରି ବରାଦ ହୋଇ କାର୍ଯ୍ୟଗୁଡ଼ିକୁ କରାଯାଉଥିଲା । ନୂଆମାନେ ‘ଆସି ପହଞ୍ଚିବା ସମୟରେ ଦୈବାତ୍ ନାତ୍‌ସୀ ସର୍ବୋଚ୍ଚ କର୍ତ୍ତାଜଣେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ବନ୍ଦୀମାନଙ୍କ ଭିତରେ ରହିଥିବା ଜଣେ ମହିଳାଙ୍କର ଆଖିଟା ମଧ୍ୟ ସେଠାରେ କରାଯାଉଥିବା କାର୍ଯ୍ୟଟି ଉପରେ ଆସି ପଡ଼ିଯିବାରୁ, ସେମାନଙ୍କର ଭାଗ୍ୟରେ ଯେ ପ୍ରକୃତରେ କି ଦଶାଟିଏ ରହିଛି ତାହାର ଅନୁମାନ କରିପାରିବା ମାତ୍ରକେ ସେ ଉଚ୍ଚସ୍ଵରରେ ଚିତ୍କାର କରି ଉଠିଥିଲେ । ସର୍ବୋଚ୍ଚ କର୍ତ୍ତା ତାଙ୍କୁ ଚୁପ୍ ହୋଇଯାଆ ବୋଲି ଆଦେଶ ଦେଲେ,–ମାତ୍ର ସିଏ ଆଉ ଚୁପ୍ ହେବାର ଅବସ୍ଥାରେ ହିଁ ନଥିଲେ ଏବଂ ତଥାପି ଆଦେଶ ଅନୁସାରେ ଦୁଇଜଣ ଜଗୁଆଳି ବଳପୂର୍ବକ ସେହି ମହିଳାଙ୍କୁ ଧରି ଗୋଟିଏ ଚୁଲା ଭିତରକୁ ଫିଙ୍ଗି ଦେଲେ । ମହିଳାଙ୍କ ମୁଣ୍ଡରେ ଥିବା କେଶରେ ନିଆଁଲାଗି ଯାଉଥିବା ସମୟରେ ମୁହୂର୍ତ୍ତକ ଲାଗି ଜାଗାଟି କିଞ୍ଚିତ୍ ଆଲୋକିତ ହୋଇ ଉଠିଥିଲା । ଏବଂ, ମହିଳାଙ୍କ ମୁଖରୁ ଏକ ସର୍ବଶେଷ ଭୟଙ୍କର ଚିତ୍କାର ଶୁଣିବାକୁ ମିଳିଥିଲା ।

 

*      *      *

 

ଏହିପରି ଏଠାରେ ଦିଆ ଯାଇଥିବା ସବୁଯାକ ଘଟଣା ଏକାଠି ହୋଇ ସେହି ଏକା ପ୍ରକାରର ନିଦର୍ଶନଟିଏ ସୂଚାଇ ଦେଉଛନ୍ତି । ଏପରି ଯେ କେବଳ ଅତୀତ ହୋଇ ଯାଇଥିବା ଆମ ଇତିହାସରେ ଘଟି ଯାଇଛି ତ’ ନୁହେଁ ଘଟଣାଗୁଡ଼ିକ ତଥାପି ଆଗକୁ ମଧ୍ୟ ଘଟିପାରେ । ତେଣୁ, ଭୋଜନ କରିବାର ଟେବୁଲ ଉପରେ ବସିଥିବା ମୋ’ର ସେହି ବନ୍ଧୁଜଣଙ୍କ ଠାରୁ ଟିକେଟ୍ ମରା ହୋଇଥିବା ପୋଷ୍ଟ୍‌କାର୍ଡ଼ଟି ଲଗାଏତ ସେହି ଧୋକରେ ଆଣି ପକାଇ ଦେଉଥିବା ସ୍ଲୋଗାନଟି ସମେତ,–ଏବଂ ତା’ପରେ ସିନେଟ ସଦନରେ ସେହି ହାସ୍ୟରୋଳଟି ମଧ୍ୟ–ମଇଦାନଟେକ୍‌ରେ ଥିବା ମୃତ୍ୟୁ ଭିଆଉଥିବା ସେଇ କାରଖାନାଟି ପର୍ଯ୍ୟନ୍ତ,–ଏକ ସରଳରେଖା ହିଁ ସଂପୂର୍ଣ୍ଣ ଅପରୋକ୍ଷ ଭାବରେ ଲମ୍ବି ଆସିଛି । ବିଗତ କୋଡ଼ିଏ ବର୍ଷର ଅବଧିରେ ଜର୍ମାନୀ ସେହି ରାସ୍ତାଟିରେ ହିଁ ଗତି କରିଥିଲା । ଅନ୍ୟମାନେ ମଧ୍ୟ ଖୁବ୍ ପାରିବେ ।

 

କୌଣସି ଯାତ୍ରା କେବେହେଲେ ସେମାନେ ଶେଷକୁ ଯାଇ ପହଞ୍ଚୁଥିବା ସ୍ଥାନଟିରେ ମୋଟେ ଆରମ୍ଭ ହୁଅନ୍ତି ନାହିଁ ଏବଂ ତେଣୁ କୌଣସି ଅତ୍ୟନ୍ତ ଆତୁର ଏବଂ ଉତ୍ସାହୀ ଜାତି ବିଦ୍ଵେଷବାଦୀ ମଧ୍ୟ ଏହି ଉପସ୍ଥିତ ମୁହୂର୍ତ୍ତଟିରେ କୌଣସି ମୃତ୍ୟୁଶିବିରଟିଏ ସଙ୍ଗେ ସଙ୍ଗେ ଆଦୌ ଗଢ଼ିଦେଇ ପାରିବନାହିଁ । ତାକୁ ଗୋଟିଏ ସ୍ଥାନରୁ ଆଗ ବାହାରି ହିଁ ଲକ୍ଷ୍ୟଆଡ଼କୁ ଯିବାକୁ ପଡ଼ିବ ଏବଂ, ସିଏ ବାହାରିବା ମାତ୍ରକେ ଆପଣ ମଧ୍ୟ ତା’ ସହିତ ବାହାରିବେ ବୋଲି ନିଶ୍ଚୟ ଆଶା ରଖିଥିବ । କାରଣ, ବାସ୍ତବ କଥାଟି ମଧ୍ୟ ହେଉଛି ଯେ, ଯଦି ଆପଣ ତା’ ସହିତ ନବାହାରିବେ, ସିଏ ମଧ୍ୟ ସେଠାରେ ମୋଟେ ଯାଇ ପହଞ୍ଚି ପାରିବନାହିଁ ।

 

ତେଣୁ, ସେହି ମନୁଷ୍ୟଟି ଆପଣଙ୍କୁ କେତେ ଉପହାସ କରିବ, ଆପଣଙ୍କର କାନ ପାଖେର କେତେ କ’ଣ ଫୁସ୍‌ଫୁସ୍ କରି କହିବ, ମିଛଟାରେ କେତେ କଥା ଫାନ୍ଦିବ ଏବଂ ଆଦୌ କୌଣସି ହୋସ୍ ନରଖି କେତେ କଥାବାର୍ତ୍ତା ମଧ୍ୟ ହେବ । ହଁ, କେଡ଼େ ଖବରକାଗଜିଆ ଢଙ୍ଗରେ ନିଗ୍ରୋମାନଙ୍କୁ ନିର୍ଦ୍ଦିଷ୍ଟ ଢଙ୍ଗରେ ଚିହ୍ନାଇ ଦେଉଥିବ ସିନା, ମାତ୍ର ଅନ୍ୟ କାହାରିକୁ ଆଦୌ ସେପରି ଭାବରେ ଚିହ୍ନଟ କରାଇବାଦେକୁ ଚାହୁନଥିବ; ଯେଉଁ ସଂପୃକ୍ତ ସମୂହଟି ବିଷୟରେ ଖାସ୍ ବାସସ୍ଥାନଗୁଡ଼ିକୁ ନିର୍ଣ୍ଣୟ କରି ଦିଆଯାଇଛି,–ସ୍କୁଲ ଓ କଲେଜମାନଙ୍କରେ କୋଟା–ବ୍ୟବସ୍ଥାମାନ ରହିଛି, ଖାସ୍ କ୍ଲବ୍ ଏବଂ ଭ୍ରାତୃମେଳମାନଙ୍କରେ ଯେଉଁସବୁ ଗୁପ୍ତ ବିଧାନମାନ ପ୍ରଚଳିତ ରହିଛି,–ଏବଂ ଆହୁରି ସହସ୍ର ସହସ୍ର ମିଛ ଅସମାନତାମାନ,–ଏହି ସବୁଗୁଡ଼ିକ ତ ତାକୁ ତା’ର ସାଧାରଣ ଅଭିଯାନଟି ପାଇଁ ରସଦ ଆଣି ଯୋଗାଇ ଦେଉଥିବେ । ମନୁଷ୍ୟଗଣଙ୍କ ମଧ୍ୟରେ ଯେଉଁ ଦମ୍ଭଭାବନାମାନ ରହିଥାଏ, ସିଏ ସେଇଟିର ଖୁବ୍ ଚମତ୍କାର ଫାଇଦା ଉଠାଉଥିବ । ଅନ୍ୟମାନଙ୍କ ଠାରୁ ସମୁଚିତ ବ୍ୟବହାର ପାଉଥିବା ଏବଂ ତେଣୁ ବହୁବିଧ ନୈରାଶ୍ୟଦ୍ଵାରା ଜର୍ଜର ହୋଇ ରହିଥିବା ବିଚରା ଖାସ୍ ମନୁଷ୍ୟମାନେ ଅନ୍ତତଃ ଗୋଟିଏ କୌଣସି କ୍ଷେତ୍ରରେ ସାଧାରଣତଃ ନିଜକୁ ଅନ୍ୟମାନଙ୍କ ଠାରୁ ଅଧିକ ଏବଂ ଉଚ୍ଚତମ ବୋଲି ଅନୁଭବ କରିଥାଆନ୍ତି । ଏବଂ, ଏହି ଯାବତୀୟ ସବୁକିଛି କରିବାପରେ ମଧ୍ୟ ତଥାପି ସତେଅବା ସେତିକି ହେଲାନାହିଁ ବୋଲି ହୁଏତ ଅନୁଭବ କରୁଥିବା ପରି, ଆମର ସମାଜଟା ପିଲାମାନଙ୍କର ମନରେ ମଧ୍ୟ ସେମାନେ ଆଦୌ କୌଣସି ନୈରାଶ୍ୟବୋଧର କବଳରେ ଯାଇ ପଡ଼ି ଯିବାର ବହୁ ପୂର୍ବରୁ ହିଁ, ଏହି ଜାତିକୁ ନେଇ ବହୁ ମିଥ୍ୟା ରଚନାରେ ଭର୍ତ୍ତି ବି କରିଦିଏ ।

 

ଏହିପରି ଭାବରେ ଏହି ଜାତିବାଦୀମାନେ ଆମ ସମ୍ମୁଖରେ ଗୋଟିଏ ବୃହତ୍ତର ଓ ଭୟଙ୍କର ସମସ୍ୟାକୁ ଆଣି ଥୋଇଛନ୍ତି । ତେଣୁ, ସମାଜର ଏକ ନବଗଠନ ହେଉଛି ଏକ ଏପରି ସମସ୍ୟା, ଯେଉଁଟିକୁ ସର୍ବବୃହତ୍ ବୋଲି ନିଶ୍ଚୟ କୁହାଯିବ । ସର୍ବବିଧ ଆବଶ୍ୟକ ଶସ୍ତ୍ର ସାହାଯ୍ୟରେ ଆମକୁ ସେହି ମତିଗତ ବଛାବିଚାରବାଦର ସାମନା କରିବାକୁ ହେବ । ମତଦାନର ଅଧିକାର, ସାଧାରଣ ଜୀବନରୁ ବାଛବିଚାରବାଦୀଙ୍କୁ ବହିଷ୍କୃତ କରି ରଖିବା ଅନୁରୂପ ଆଇନ୍‌ଗୁଡ଼ିକର ପ୍ରଣୟନ, ସର୍ବବିଧ ବାଛବିଚାରକୁ ବେଆଇନ୍ ବୋଲି ଘୋଷଣ କରିବା, ଏବଂ ସମୁଚିତ ଶିକ୍ଷା–ଏହିଗୁଡ଼ିକ ଦ୍ଵାରା ସମସ୍ତଙ୍କ ମନରୁ ସେହି ଘୋର ବିକୃତିଟା ବିଷୟରେ ବ୍ୟାପି ରହିଥିବା ମିଥ୍ୟାମାନଙ୍କର ବିଲୟ ଘଟାଇବା ଆବଶ୍ୟକ ହେବ । ଏଇଟି ହେଉଛି ପ୍ରକୃତ ଅର୍ଥରେ ବ୍ୟକ୍ତିଗତ ନିରାପତ୍ତାର ଏକ ସମସ୍ୟା । କାରଣ, ପ୍ରତ୍ୟେକ ଅବସରରେ ଆଖର ଏହିପରି ଘଟେ ଯେ ନୀଚ ଜାତିଙ୍କୁ ନିଜଠାରୁ ଅଲଗା କରି ଅନ୍ୟତ୍ର ରହିବାକୁ ଦେବାଠାରୁ ଆରମ୍ଭ କରି ଗଣହତ୍ୟା ଯାଏ ସାମାଜିକ ଅସମାନତାର ଏହି ଯାବତୀୟ ଘଟଣା ଦାସ ହୋଇ ବଞ୍ଚିବାକୁ ଓ ଦାସ ହୋଇ ମରିବାକୁ ଆଦୌ ଉଚ୍ଛୁକ ହେଉ ନଥିବା ପ୍ରତ୍ୟେକ ମନୁଷ୍ୟକୁ ହିଁ ଗିଳି ପକାଇବାକୁ ବାହାରିଥାଏ ଏବଂ ତାହାର ସତ୍ୟାନାଶ କରିଦିଏ ।

 

ଦ୍ଵେଷ-ମନୋଭାବର ଆଧାରତତ୍ତ୍ଵ

 

ମନୁଷ୍ୟମାନଙ୍କୁ ନାନାବିଧ ଜାତିର ମଧ୍ୟମ ସାହାଯ୍ୟରେ ଦେଖିବା,–ବିଜ୍ଞାନର କ୍ଷେତ୍ରରେ ଏହି ପ୍ରଣାଳୀଟିର ଅନ୍ତତଃ ଯେତିକି ଉପଯୋଗିତା ରହିଥାଏ, ତାହାକୁ ଆମେ କେବଳ ଏତିକି ବୋଲି ଅବଶ୍ୟ ଜାଣିବା ଯେ ତଦ୍ଦ୍ଵାରା ମନୁଷ୍ୟମାନଙ୍କୁ ସେମାନଙ୍କୁ ସେମାନଙ୍କର ସୁଦୀର୍ଘ ଉତ୍ସସୂତ୍ରଟି ଅନୁସାରେ କେତୋଟି ଶ୍ରେଣୀରେ ବିଭାଜିତ କରିବା ବେଶ୍ ସମ୍ଭବ ହୁଏ । ସେହି ବିଭାଜନ–ପଦ୍ଧତିଟି ଦ୍ଵାରା ଜଣେ ଉଦାହରଣ ସ୍ୱରୂପ, ନୃତତ୍ତ୍ଵବିତ୍ ସେହି ଦୂରପ୍ରାୟ ଏକ ଆଦିମକାଳର ମନୁଷ୍ୟମାନଙ୍କର ସ୍ଥାନରୁ ସ୍ଥାନାନ୍ତର ହୋଇ ଗତି କରିଥିବାର ଏକ ସୁରାଖ (ଅନ୍ତତଃ ଅନୁମାନ–ସ୍ତରରେ) ପ୍ରାପ୍ତ ହୋଇଥାଏ । ମସ୍ତକ ଖୁପୁରିମାନଙ୍କୁ ତୁଳନା କରାଯାଏ ଭୂପୃଷ୍ଠରେ ପୋତି ହୋଇ ପଡ଼ିଥିବା ସ୍ତରଗୁଡ଼ିକୁ ମିଳାଇ ଦେଖାଯାଏ, ଯେଉଁସବୁ ସ୍ଥାନରୁ ଉକ୍ତ ଖପୁରିମାନେ ମିଳିଥାନ୍ତି । ଏବଂ, ଏସବୁଥିରୁ ତାକୁ ଏହି ଏକାଳର ମନୁଷ୍ୟଟିର ବିବର୍ତ୍ତନ ବିଷୟରେ ମଧ୍ୟ କିଛି ତଥ୍ୟ ମିଳି ଯାଉଥାଏ । ତଥାପି, ପ୍ରକୃତରେ କିଛିହେଲେ ଖ୍ୟାତି ରହିଥିବା ଜଣେ ନୃବିଜ୍ଞାନୀ କେବେହେଲେ ଏପରି ଭାବିବନାହିଁ ଯେ, ଅମୁକ କିସମର ମନୁଷ୍ୟଟି ଦୁଷ୍ଟ ସ୍ଵଭାବର ଥିଲା ଏବଂ ସେହି ଅନ୍ୟ କାଳରେ ମଣିଷଟି ପ୍ରକୃତରେ ଜଣେ ଭଲମଣିଷ ମଧ୍ୟ ଥିଲା ।

 

ପୁନଶ୍ଚ, କୌଣସି ଗୋଟିଏ ବାସ୍ତବ ସତ୍ୟକୁ ଆଧାର କରି ହିଁ ଏହି ଶ୍ରେଣୀ–ବିଭାଜନ କରା ଯାଇଥାଏ । ସେହି ସତ୍ୟଟି ହେଉଛି ଯେ, କେତେସଂଖ୍ୟକ ମନୁଷ୍ୟ ସମସ୍ତଙ୍କଠାରେ ଗୋଟିଏ ବା କେତେଗୋଟି ଗୁଣ ସାଧାରଣ ଭାବରେ ଥିବାର ଦେଖାଯାଏ । ଏହି କଥାଟିକୁ ଏକ ସହାୟକ ବା ସାଧନରୂପେ ବ୍ୟବହାର କରି ଏପରି ଗୋଟିଏ ଅନୁମାନ ମଧ୍ୟ କରିହୁଏ ଯେ, ତାହାକୁ କେନ୍ଦ୍ର କରି ଲବ୍ଧ ଜ୍ଞାନଗୁଡ଼ିକୁ ବେଶ୍ ସଂଗଠିତ କରି ମଧ୍ୟ ଆଣିହୁଏ ଯେଉଁମାନେ ରସାୟନବିଦ୍ୟା, ଉଦ୍‌ଭିଦବିଜ୍ଞାନ ଅଥବା ପ୍ରାଣୀବିଜ୍ଞାନର ଅଧ୍ୟୟନ କରୁଥାନ୍ତି, ସେମାନେ ଅଗଣିତ ବହୁ ନାମ ଏବଂ ବହୁସଂଖ୍ୟା ସମୂହର ସମ୍ମୁଖୀନ ହୋଇ ନିଶ୍ଚିତ ଭାବରେ ଅବଶ୍ୟ ବହୁତ ଅଡ଼ୁଆରେ ପଡ଼ିଯିବା ପରି ଅବୁଭବ କରନ୍ତି ସିନା, କିନ୍ତୁ ତଥାପି ଅନୁଭବ କରୁଥାନ୍ତି ଯେ, ଏହିପରି ଶ୍ରେଣୀବିଭାଗଗୁଡ଼ିକର ବିନା ସାହାଯ୍ୟରେ ପ୍ରାସଙ୍ଗିକ ହେବା ଭଳି କୌଣସି ଜ୍ଞାନକୁ ସଂଗଠିତ କରି ଆଣିବା ଆଦୌ ସମ୍ଭବ ହୁଅନ୍ତାନାହିଁ ।

 

ଉପଲବ୍ଧ ଜ୍ଞାନଟିକୁ ଏହିପରି ସଂଗଠିତ କରି ଆଣିବାର ଗୋଟିଏ ଗୋଟିଏ ସାଧନରୂପେ ଭିନ୍ନ ଭିନ୍ନ ବର୍ଗ ପ୍ରକୃତରେ ଭିନ୍ନ ଭିନ୍ନ ପରିମାଣର ସଫଳତା ଲାଭ କରିଥାନ୍ତି ଏହିଭଳି ଗୋଟିଏ ପ୍ରକୃତରେ ରହିଛି ଅଥବା ତାହାକୁ ସେହିପରି ରୂପଟିଏ ଦେଇ ଗଠିତ କରି ଯେ ଆଣିହେବ,–କେବଳ ସେତିକିକୁ ମଧ୍ୟ ଆମେ କେବେହେଲେ ଯଥେଷ୍ଟ ବୋଲି ଧରି ନେବାନାହିଁ । ଯେକୌଣସି ବର୍ଗ ଆପଣାର ଉପଯୋଗିତାର କ୍ଷେତ୍ରରେ ମଧ୍ୟ ବୃଦ୍ଧିଲାଭ କରୁଥାଏ ଏବଂ ସେହି ଅନୁସାରେ ତାହାର ବୈଜ୍ଞାନିକ ମହତ୍ତ୍ଵରେ ବୃଦ୍ଧି ଘଟୁଥାଏ–ଆପଣାକୁ ମୂଳ କରି ଆପଣାର ଚତୁର୍ଦ୍ଦିଗରେ ଅଧିକରୁ ଅଧିକ ଜ୍ଞାନ ସମ୍ଭାରି ହୋଇ ଆସୁଥିବାର ଅନୁପାତରେ ହିଁ ସେହି ବୃଦ୍ଧିଟି ସମ୍ଭବ ହୁଏ । ମନେ କରାଯାଇ ପାରିବ ଯେ, ଜଣେ ହଳଦିଆ ରଙ୍ଗର ବସ୍ତୁମାନଙ୍କୁ ଏଥର ଗଚ୍ଛାଇ ଆଣି ଗୋଟିଏ ଶ୍ରେଣୀର ଗଠନ କରିବ ବୋଲି ଆଗ୍ରହ ରଖିଛି, ଅର୍ଥାତ୍, ସିଏ ହଳଦିଆ ରଙ୍ଗର ଫୁଲଟିଏ ଏବଂ ହଳଦିଆ ଦେଖା ଯାଉଥିବା ମୁଣ୍ଡାଏ ଗନ୍ଧକକୁ ଏକତ୍ର ଗୋଟିଏ ଶ୍ରେଣୀରେ ଆଣି ରଖିବାକୁ ବିଚାର କରିବ । ହଁ ଏପରି ଗୋଟିଏ ଶ୍ରେଣୀ ଅଛି ବୋଲି ସେତେବେଳେ କହିହେବ ସିନା, କିନ୍ତୁ ଶ୍ରେଣୀଟି ତଥାପି ବଡ଼ ଦରିଦ୍ରହୋଇ ରହିଥିବ । ସେହି ଶ୍ରେଣୀର ନମୁନାଗୁଡ଼ାକୁ ଦେଖି ଏତେ ଅଳ୍ପ ପରିମାଣରେ ଆଦୌ କୌଣସି ଅନୁମାନ କରିପାରିବା ସମ୍ଭବ ହେବ ଯେ, ସେଥିରୁ ଏକ ସାଧାରଣ ଜ୍ଞାନସତ୍ୟ କ୍ଵଚିତ୍ ଆହରଣ କରି ହେଉଥିବ । ହଁ, ଶ୍ରେଣୀଟିଏ ରହିଛି ସତ, କିନ୍ତୁ କେବଳ ଆପେକ୍ଷିକ ଭାବରେ ରହିଛି ଏବଂ ମୋ’ ମତରେ ତା’ର ଆଦୌ କୌଣସି ଉପଯୋଗିତା ନଥିବ ।

 

ମାତ୍ର, ଅନ୍ୟ ପକ୍ଷରେ, ଯଦି ଆମେ ମୂଷା, ଗୁଣ୍ଠୁଚି, ଓଧ, ଏମାନଙ୍କୁ ଗୋଟିଏ ଶ୍ରେଣୀରେ ଅନ୍ତର୍ଗତ କରି ଆଣିବା ଏବଂ ଗୋଟିଏ ସାଧାରଣ ବର୍ଗନାମ ଦେଇ ସେମାନଙ୍କୁ ଚିହ୍ନିବା,–ତେବେ ଆମେ ବହୁତ ଅଧିକ ସଫଳତା ପାଇଁ ପାରିବା । ହିଁ ଉଲ୍ଲେଖ କରା ଯାଇଥିବା ତିନୋଟିଯାକ ଜୀବ ସେମାନଙ୍କର ଚେହେରାରେ ପରସ୍ପରଠାରୁ ବହୁତ ଅଲଗା ଅଲଗା ହୋଇଥିଲେ ମଧ୍ୟ ସେମାନଙ୍କ ଦାନ୍ତଗୁଡ଼ିକ ଏକାପ୍ରକାରେ ଗଢ଼ା ହୋଇଛନ୍ତି ଏବଂ, ଏକଥା ମଧ୍ୟ ସତ୍ୟ ଯେ, ସେଇଟି ସକାଶେ ସେମାନଙ୍କର ସମସ୍ତଙ୍କର ଚାଲିଚଳନ ଓ ଜୀବନ ବଞ୍ଚିବାର ଢଙ୍ଗ ମଧ୍ୟ ଗୋଟିଏ ପ୍ରକାରର ହୋଇ ରହିଛି । ଏହିପରି ଭାବରେ, ମୂଷା, ଗୁଣ୍ଡୁଚି ଓ ଓଧମାନଙ୍କ ବିଷୟରେ ଆମକୁ ଯାହାସବୁ ଜଣା ଅଛି, ସେଗୁଡ଼ିକର ଏକ ବୃହତ୍ ଅଂଶକୁ ଆମେ ସେହି ଶ୍ରେଣୀଟି ବିଷୟରେ ଏକତ୍ର କରି ରଖିପାରିବ । ଅର୍ଥାତ୍, ଏହି ଶ୍ରେଣୀନାମକ ସତ୍ୟଟିଏ ନିଶ୍ଚୟ ରହିଛି ଏବଂ ତାହାକୁ ଗୋଟିଏ ଉପଯୋଗୀ ସାଧନରୂପେ ଖୁବ୍ ବ୍ୟବହାର କରାଯାଇ ପାରିବ ।

 

ଆମେ ଦେଖିଥିବା ଯେ, ଦାନ୍ତଗୁଡ଼ିକର ଗଠନପ୍ରଣାଳୀକୁ ଆଧାର କରି ଏହି କ୍ଷେତ୍ରରେ ଗୋଟିଏ ବର୍ଗ ତିଆରି କରାଯାଇଛି ଏବଂ ତଦ୍ଦ୍ଵାରା ଏଡ଼େ ଛୋଟିଆ ବିଷୟକୁ କେନ୍ଦ୍ର କରି ଆମେ ଏତେବେଶୀ ଜ୍ଞାନକୁ ଏକତ୍ର କରି ସଂଗଠିତ କରି ଆଣିପାରୁଛୁ । ଦନ୍ତପଂକ୍ତିର ଗଠନକୁ ତେଣୁ ଆମେ ଏହି କ୍ଷେତ୍ରରେ ଗୋଟିଏ ଆଧାରସ୍ଥ ଗୁଣ ବୋଲି କହୁଛୁ । ଏହି ଗୁଣଗୁଡ଼ିକୁ ଗୋଟିଏ ଗୋଟିଏ ମୀମାଂସକ ଗୁଣ ବୋଲି ମଧ୍ୟ କୁହାଯାଇଥାଏ, କାରଣ ଅନ୍ୟ ସକଳ ଗୁଣଚୟର ତୁଳନାରେ ସେହିଟି ହିଁ ଆମକୁ ଉକ୍ତ ବସ୍ତୁଗୁଡ଼ିକ ବିଷୟରେ ଅଧିକ ତଥ୍ୟ ପ୍ରଦାନ କରୁଥାଏ, ସେଗୁଡ଼ିକର କାର୍ଯ୍ୟ ବିଷୟରେ ମଧ୍ୟ କେତେ ଅଧିକ ପ୍ରକଟ କରି ଆଣେ । ଏବଂ ଅନ୍ୟ ପକ୍ଷରେ, ‘ହଳଦିଆ’ ବୋଲି କହିବାଦ୍ଵାରା ସେହି ହଳଦିଆ ରଙ୍ଗର ଫୁଲ ଅଥବା ହଳଦିଆ ଦିଶୁଥିବା ଗନ୍ଧକଟି ବିଷୟରେ ରଙ୍ଗଗତ ଯେଉଁ ସାଦୃଶ୍ୟ ରହିଛି, ସେଇଟି ପ୍ରକୃତରେ କେବଳ ଉପରିଭାଗର ସାଦୃଶ୍ୟ । ଅସଲ ଅର୍ଥାତ୍ ମୀମାଂସକ ଉପାଦାନମାନଙ୍କର କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ଅବଶ୍ୟ ବହୁ ଗଭୀର ପାର୍ଥକ୍ୟ ରହିଛି । *

 

ତେଣୁ, ଯେତେବେଳେ ଆମେ ପ୍ରାପ୍ତ ଜ୍ଞାନଗୁଡ଼ିକୁ ଗୋଟିଏ ସଂଗଠନ ଆଣି ଦେବାପାଇଁ ଇଚ୍ଛା କରୁଥିବା, ସେତେବେଳେ ଆମେ ସର୍ବବିଧ ଶ୍ରେଣୀ–ବିଭାଜନ ନ୍ୟାୟତଃ ଅଧାରଭୂତ ଗୁଣଗୁଡ଼ିକ ଉପରେ ଯେ ପ୍ରତିଷ୍ଠିତ ହୋଇ ରହିଛି, ସେହି ବିଷୟରେ ଆମେ ନିଶ୍ଚୟ ସାବଧାନ ରହିବା । ତେବେ, ଆମେ ଯେଉଁସବୁ ଶ୍ରେଣୀକୁ ସମ୍ଭବ କରି ଆଣି ପାରୁଥିବା, ଯେଉଁଥିରେ କି ଅନ୍ତର୍ଗତ ଏକକମାନଙ୍କ ଭିତରେ ସର୍ବାଧିକ ପରିମାଣର ସାଦୃଶ୍ୟମାନ ରହିଥିବ ଏବଂ ଅନ୍ୟାନ୍ୟ ଶ୍ରେଣୀମାନଙ୍କ ସହିତ ସେମାନଙ୍କର ରହିଥିବା ପାର୍ଥକ୍ୟଗୁଡ଼ିକୁ ମଧ୍ୟ ସର୍ବାଧିକ ପରିମାଣରେ ବାରି ହେଉଥିବ । କିନ୍ତୁ, ମନେ କରାଯାଉ ଯେ, ଆମେ ଯଦି ଜ୍ଞାନଗୁଡ଼ିକର ସଂଗଠନ ନକରି ବରଂ ଅଜ୍ଞାନଗୁଡ଼ିକର ସଂଗଠନ କରି ଆଣିବାକୁ ମନ କରି, ଏହି କାର୍ଯ୍ୟଟିରେ ମନ ଦେଇଛୁ, ଆମ ଭିତରେ ରହିଥିବା ସେଇଟିର ଭୁଲ୍‍ଧାରଣାଟିକୁ ହିଁ ସଂଗଠିତ କରିବା ଲାଗି ଆଗ୍ରହ କରୁଛୁ, ତା’ହେଲେ ଆମକୁ ସଂପୂର୍ଣ୍ଣ ବିପରୀତ କାମଟିକୁ ହିଁ କରିବାକୁ ପଡ଼ିବ । ପ୍ରଧାନ ଗୁଣଗୁଡ଼ିକୁ ନଦେଖି ଅପ୍ରଧାନଗୁଡ଼ିକ ଉପରେ ନିଘା ଦେବାକୁ ପଡ଼ିବ । କୌଣସି ଏକ ସମଷ୍ଟିରେ ଥିବା ଏକକମାନେ କିପରି ପରସ୍ପର ସହିତ ଏକ ସାଦୃଶ୍ୟ ରଖିଛନ୍ତି, ଆମେ ସମ୍ଭବତଃ ସେହି ପ୍ରଶ୍ନଟିକୁ ଆଡ଼େଇ ଏଣେ ରଖିଦେବା ସକାଶେ ମନ କରୁଥିବା । ଫଳରେ, ଆମେ କରିଥିବା ବିଭାଜନଟି ଅସ୍ପଷ୍ଟ ହୋଇ ରହିଥିବା,–ଭାରି ହୁଗୁଳା ନହୋଇ ରହିବ,–ଏବଂ ଯେଉଁ ବ୍ୟକ୍ତି ତଥା ଏକକମାନେ ରହନ୍ତୁ ବୋଲି ଇଚ୍ଛା କରି ଆମେ ଯେଉଁମାନଙ୍କୁ ବାଛିଥିବା, ସେହି ଅନୁସାରେ ହିଁ ଆମଦ୍ଵାରା ତିଆରି ସେହି ସମଷ୍ଟିଟି ଗଠିତ ହୋଇଥିବ ।

 

* ଏହି ଆଲୋଚନାଟି S.H Meilone : An Introductory Textbook Logic 18th Edition Willian Blackwood & Sons. Edinburgh Chapter V. Part IIIରୁ ଉଦ୍ଧୃତ । ଏହାର ଘଟଣାଗୁଡ଼ିକ କୌଣସି ତଥ୍ୟବିତ୍ ପାଇଁ ଅନ୍ତରଙ୍ଗ, କିନ୍ତୁ Melloneଙ୍କର ପୁସ୍ତକଟି ମୋର ବର୍ଣ୍ଣନା ତଥା ସଂପୂର୍ଣ୍ଣ ବ୍ୟାଖ୍ୟା ନିମନ୍ତେ ତଥ୍ୟପ୍ରଦାନ କରେ ।

 

ଏହିମନ୍ତେ, ଆଗ ଅବଶ୍ୟକ ବ୍ୟବସ୍ଥାଗୁଡ଼ିକୁ କରିସାରି ଆମେ ତା’ପରେ ସେହି ଶ୍ରେଣୀଟିରୁ କେତେକ ଖାସ୍ ବ୍ୟକ୍ତିଙ୍କୁ ବାହରେ ରଖିବା ନିମନ୍ତେ ମଧ୍ୟ ଇଚ୍ଛା କରିବା, କାରଣ ଏହିସବୁ କୌଶଳ ଏକାନ୍ତ ଅବଶ୍ୟକ ବୋଲି ଆମକୁ ବୋଧ ହେବ ଏବଂ ସେହି ଅନୁସାରେ କିଛି କାରବାର ଅବଶ୍ୟ କରିବାକୁ ପଡ଼ିବ । ହଁ, ସେତେବେଳେ ଆମେ ନାତ୍‌ସୀମାନଙ୍କ ପରି, ଯେଉଁମାନଙ୍କ ଦେହରେ ‘ଆର୍ଯ୍ୟ’ର ରକ୍ତ ଅଛି, ସେମାନଙ୍କୁ ଜାପାନୀମାନଙ୍କ ଭିତରୁ ଅଲଗା କରି ଆଣିବାକୁ ଇଚ୍ଛା କରିବା ଅଥବା ରୁଷୀୟମାନଙ୍କ ଭିତରୁ ‘ଏସୀୟ’ ମାନଙ୍କୁ ବାହାର କରିନେଇ ଅଲଗା କରି ଦେଖିବା । ଏବଂ, ଏହି ବର୍ଗଚୟ ଯଦି ବିଜ୍ଞାନର କୌଣସି ବିଧାନ ଅନୁସାରେ ଖାସ୍ ଗୋଟିଏ ଜାତିର ଅନ୍ତର୍ଗତ ବୋଲି ବୋଧ ହେଉନାହିଁ, ତେବେ ସେଥିରୁ କେଉଁ ବ୍ୟାଘାତଟା କାହିଁକି ବି ହୋଇଯିବ ? ପ୍ରକୃତ କଥା ହେଉଛି ଯେ, ଆମେ ଏହି କ୍ଷେତ୍ରରେ ଜ୍ଞାନର ଆଦୌ ନୁହେଁ, ବାଛିବିଚାରଟାର ହିଁ ଏକ ସଂଗଠିତ ରୂପ ବାହାର କରିବାକୁ ପ୍ରୟାସ କରୁଛୁ । ଆଲୋକର ପ୍ରସାର ନକରି ଆମେ ଘୃଣାର ପରିସରଗୁଡ଼ିକୁ ହିଁ କେବଳ ବଢ଼ାଇ ଦେଉଛୁ । ଏବଂ, ସର୍ବୋପରି ଜନଗଣ ଯେପରି ବିଜ୍ଞାନ ପାଇଁ ନିଃସ୍ପୃହ ରହି ମିଥ୍ୟାକୁ ହିଁ ଯାବୁଡ଼ି ରହିବେ, ସେମାନଙ୍କୁ ସେଇଟି ସହିତ ଅଭ୍ୟସ୍ତ କରି ରଖିବା ସକାଶେ ସେମାନଙ୍କର ମନଗୁଡ଼ିକୁ ଆମେ ବିଗାଡ଼ି ମଧ୍ୟ ଦେଉଛୁ ।

 

ତେଣୁ, ଜାତିଗତ ବାଛବିଚାର କରୁଥିବା ଜଣେ ଖାସ୍ ବ୍ୟକ୍ତି ଯେତେବେଳ ସେହି ନୃଶଂସ ମାର୍ଗରେ ଉତ୍ସାହ ସହିତ ବାହାରି ପଡ଼ୁଛି ଏବଂ ପରିଶେଷରେ ସେହି ମାରଣବନ୍ଦୀଶାଳାଗୁଡ଼ିକୁ ହିଁ ଡାକି ଆଣିବାର ମାର୍ଗଟିକୁ ଉନ୍ମୋଚିତ କରିଦେଉଛି, ସେତେବେଳେ ସିଏ ସକଳ ବିଜ୍ଞାନ ଏବଂ ନ୍ୟାୟବୁଦ୍ଧି ସହିତ ନିଜର ସବୁଯାକ ଖିଅକୁ ସଂପୂର୍ଣ୍ଣ ଭାବରେ ଛିନ୍ନ ହିଁ କରିଦେଉଛି । ଜାତିଗୁଡ଼ିକ ମଧ୍ୟରେ ଏକ ଶ୍ରେଣୀ–ବିଭାଜନକୁ ଦର୍ଶାଇ ଦେବାର ଅଭିପ୍ରାୟରେ, ଯେଉଁ ଗୁଣ ଏବଂ ସାମର୍ଥ୍ୟଗୁଡ଼ିକ ଅସଲ, ସେ ସେଗୁଡ଼ିକୁ ଛାଡ଼ି ଏପରି ଗୋଟିଏ ଗୁଣଲକ୍ଷଣକୁ ଆଧାର ବୋଲି ଗ୍ରହଣ କରୁଛି, ଯେଉଁଟିକୁ କି ତୁମେ ଚଟ୍ କରି ବାରିନେଇ ପାରିବ ଓ ତା’ପରେ ଘୃଣା ହିଁ କରିବ । ଏବଂ, ଆମ ଦେହର ଚମଡ଼ାର ରଙ୍ଗଠାରୁ ବଳି ଆଉ ଅଧିକ ଅପରୋକ୍ଷ ହୋଇ ଅନ୍ୟ କିଛିହେଲେ ନଥିବାରୁ ଏବଂ ନାକର ଆକାରଟି ଅପେକ୍ଷା ଅଧିକ ପ୍ରତ୍ୟକ୍ଷ ହୋଇ ଆମ ସମସ୍ତଙ୍କର ମୁହଁ ଉପରେ ଅଧିକ ପ୍ରମୁଖ ଭାବରେ ମୋଟେ କିଛି ଦେଖାଯାଉ ନଥିବାରୁ, ସେଇଗୁଡ଼ିକୁ ହିଁ ସବାଆଗ ଆଖିରେ ଆସି ପଡ଼ିଯାଉଛି । ଆଖିଟିକୁ ଖୋଲିଦେବା ମାତ୍ରେ ଆମେ ସମସ୍ତେ ଖୁବ୍ ଅନାୟାସରେ ଅବଶ୍ୟ ଦେଖିପାରିବା ଯେ କେତେ ମଣିଷଙ୍କର ଦେହ ଉପରର ଚମ ହଳଦିଆ ରଙ୍ଗର ଏବଂ ଆଉ କେତେକଙ୍କର ଶ୍ୟାମଳ ବର୍ଣ୍ଣର, କେତେକଙ୍କର ନାକ ବେଶ୍ ଉଚ୍ଚ ଏବଂ ଆଉ କେତେକଙ୍କର ଚେପ୍‌ଟା । କୌଣସି କିଛିକୁ ନିଜ ଆଖିରେ ଦେଖି ପାରିବା ସକାଶେ ଏବଂ ସେଥିରୁ ଅଲଗା ବୋଲି ଚିହ୍ନି ପାରିବା ସକାଶେ ଏକ ସାଧାରଣ ବୁଦ୍ଧି ରହିଥିଲେ ତାହାହିଁ ଯଥେଷ୍ଟ ହେବ । ଏବଂ, ହଳଦିଆ ଓ କଳା ଚମ ଥିବା ମଣିଷମାନଙ୍କୁ ଘୃଣା କରାଯାଉ ବୋଲି କାହାକୁ ରାଜୀ କରାଇବାକୁ ହୁଏ, ତେବେ ସେତିକି ବିଦ୍ୟା ହାସଲ କରି ତୁମେ ନିଶ୍ଚୟ ଜଣେ ପକ୍କା ଜାତିଗତ ବାଛବିଚାରବାଦୀ ହୋଇ ପାରିବ । ଏବଂ, ସେଥିପାଇଁ ତୁମଠାରେ କୌଣସି ବୁଦ୍ଧି ଅବଶ୍ୟ ଥିବାର ଆବଶ୍ୟକତା ହିଁ ନଥିବ ।

 

ତେଣୁ, ଏକ ସଂପୂର୍ଣ୍ଣ ସ୍ପଷ୍ଟ କଥା ଯେ କେବଳ କେତେଟା ସଦୃଶ ଶବ୍ଦକୁ ଛାଡ଼ିଦେଲେ ଜାତିବାଦ ଏବଂ ବିଜ୍ଞାନ ମଧ୍ୟରେ ପ୍ରକୃତରେ କୌଣସି ମେଳ କିମ୍ବା ସମଞ୍ଜସ୍ୟ ଦେଖିବାକୁ ହିଁ ମିଳିବନାହିଁ । ଏବଂ ସେହି ସଦୃଶ ଶବ୍ଦମାନଙ୍କୁ ଜାତିବାଦୀମାନେ ଏପରି ଶିରାପ୍ରଶିରା ବାହାର କରତି ଭୟଙ୍କର ରୀତିରେ ଦେଖାଇ ଦେଇଛନ୍ତି ଯେ, ସେଥିରେ ଅର୍ଥ–ଅସଦ୍‌ବ୍ୟବହାର ଗୋଟିଏ ଖରସ୍ରୋତରେ ପଡ଼ି ଯାବତୀୟ ବୁଦ୍ଧିସମର୍ଥିତ ଅର୍ଥଟି ପ୍ରକୃତରେ ଅଦୃଶ ହୋଇ ରହିଯାଇଛି । ବସ୍ତୁତଃ, ଜାତିବାଦର ପରାକ୍ରମଟା କ୍ରମେ ଏପରି ବୃହତ୍ ହୋଇଯାଇଛି ଯେ, ସେଥିରେ ଅନ୍ତର୍ଗତ ହୋଇ ରହିଥିବା ସଜ୍ଞାଗୁଡ଼ିକର ଏପରି ଆଦୌ କୌଣସି କୁଣ୍ଢ ପାଉନଥିବା ଅବିବେକୀ ବ୍ୟାଖ୍ୟାମାନ କରାଯାଉଛି ଯେ, ସତ ଏବଂ ସାଧୁ ବୈଜ୍ଞାନିକମାନେ ପ୍ରକୃତରେ ଆଉ ସେହି ଶବ୍ଦଗୁଡ଼ିକୁ ଆଦୌ ବ୍ୟବହାର କରିବେ କି ନାହିଁ, ସେବିଷୟରେ ଘୋର ସଂଶୟରେ ମଧ୍ୟ ପଡ଼ିଯାଉଛନ୍ତି । କାରଣ ଯଦି ସେହି ଜାତିବାଦୀମାନେ ପୂରା କଠୋର ପ୍ରକାରେ ନଛୋଡ଼ବନ୍ଧା ହୋଇ ଇହୁଦୀମାନଙ୍କୁ ଅବଶ୍ୟ ଗୋଟିଏ ଜାତି ବୋଲି କହିବାକୁ ହେବ ବୋଲି ସ୍ଥିର କରି ନେଇଛନ୍ତି, ସେହି କ୍ଷେତ୍ରରେ ବୈଜ୍ଞାନିକମାନେ ଇହୁଦୀ ଜନସମୂହଟି ଆଦୌ ଗୋଟିଏ ଜାତି ନୁହେଁ ବୋଲି ଉତ୍ତମରୂପେ ଜାଣିଛନ୍ତି । ଏବଂ, ଯଦି ବହୁସହସ୍ର ମନୁଷ୍ୟ ଜାତିବାଦୀମାନଙ୍କର କଥାଟିକୁ ଗ୍ରହଣ କରି ନିଅନ୍ତି, ତେବେ ଜଣେ ବୈଜ୍ଞାନିକ ସେଇ ଶବ୍ଦଟିକୁ ତା’ ଆପଣାର ଅଧିକ ଉଚିତ ଏବଂ ସୁଚିନ୍ତିତ ଅର୍ଥରେ ବ୍ୟବହାର କଲେ ସେଥିରୁ ପ୍ରକୃତରେ ଆଉ କ’ଣ ବା ଫଳ ମିଳିବ ? ତେଣୁ, ସିଏ ତ ଅଗତ୍ୟା ନିଶ୍ଚୟ ଏପରି ଅନୁଭବ କରିବ ଯେ, ଯଦି ସିଏ କାର୍ଯ୍ୟତଃ ଏହି କ୍ଷେତ୍ରରେ ଅନ୍ୟ ଗୋଟିଏ ଶବ୍ଦ ବ୍ୟବହାର କରିବା, ସେଥିରୁ ବରଂ ବହୁତ ଫଳ ମିଳି ପାରିବ ।

 

କିନ୍ତୁ ଏଇଟିକୁ ମଧ୍ୟ ତଥାପି ଏକ ଉଚିତ ଦୃଷ୍ଟିକୋଣ ବୋଲି କୁହାଯିବନାହିଁ । କାରଣ ସେପରି କରି ଜାତିବାଦୀମାନଙ୍କର ଶବ୍ଦଗୁଡ଼ିକର କଦର୍ଥ କରିବା ଏବଂ ଅର୍ଥଗୁଡ଼ିକ ଯେଉଁଠି ସେଠି ବିକିଦେଇପାରିବାର ଯେଉଁ ଅଧିକାରଟା ରହିଛି, ଏହାଦ୍ଵାରା ମାନି ନିଆଗଲା ପରି ହିଁ ହେବ । ଏବଂ ମୋ’ ମତରେ ସେହି ଅଧିକାରଟି ପ୍ରକୃତରେ କାହାରିହେଲେ ନାହିଁ । ନାହିଁ, ବରଂ ଏକ ସଂଗ୍ରାମରେ ଯୋଗ ଦେବାକୁ ହେବ, ଏବଂ ବିଜୟ ହାସଲ କରି ଶବ୍ଦମାନଙ୍କୁ ପୁନର୍ବାର ଛଡ଼ାଇ ଆଣିବାକୁ ହିଁ ହେବ, ଗୋଟିଏ ନୂଆ ଭାଷାକୁ ଶିଖିବା ନିମନ୍ତେ ଯୋଗାଇ ନଦେଇ, ଲୋକମାନଙ୍କ ପାଖରେ ଯେଉଁ ଭାଷାଟି ରହିଛି, ତାହାକୁ ଏକ ବୈଜ୍ଞାନିକ ରୀତିରେ ବ୍ୟବହାର କରିବା ନିମନ୍ତେ ଆମେ ସେମାନଙ୍କୁ ନିଶ୍ଚୟ ଶିକ୍ଷାଦେବା । ହଁ, ଯଦି ଏହି ପୃଥିବୀରେ ଜାତିମାନେ ଅଛନ୍ତି, ତେବେ ସେମାନେ କେଉଁ ଅର୍ଥରେ ରହିଛନ୍ତି, ଆମେ ସେହି କଥାଟିକୁ ସରଳ କରି ବୁଝାଇଦେବା । ଯଦି ମନୁଷ୍ୟମାନେ ପ୍ରକୃତରେ କେତେ ସମଷ୍ଟିଗତ ଲକ୍ଷଣ ଏବଂ ସ୍ଵଭାବକୁ ଉତ୍ତରାଧିକାରର ସୂତ୍ରଦ୍ଵାରା ଲାଭ କରି ଥାଆନ୍ତି, ତେବେ ଆମେ ଖୁବ୍ ସେହିପରି ସରଳ ଭାବରେ ସେମାନଙ୍କୁ ସେଗୁଡ଼ିକ ବିଷୟରେ ମଧ୍ୟ ଅବଶ୍ୟ ଯାଇ ବୁଝାଇଦେବା । ମାତ୍ର, ସର୍ବୋପରି ଏହି ସଂପୂର୍ଣ୍ଣ ଜାତିବାଦୀ ଅନୁମାନଗୁଡ଼ିକ ଯେ କେଉଁସବୁ ଆଧାର ଉପରେ ଦଣ୍ଡାୟମାନ ହୋଇ ରହିଛନ୍ତି, ଆମେ ପ୍ରଥମେ ଆପେ ମଧ୍ୟ ସେଗୁଡ଼ିକୁ ବିଶେଷ ଭାବରେ ନିଶ୍ଚୟ ବୁଝିବା ।

 

ଜାତିବାଦ ନାମକ ପଦାର୍ଥଟି ପ୍ରକୃତରେ କେଉଁସବୁ ଦାବୀ କରିବାପାଇଁ ମାନ ବଳାଉଥାଏ ? ଜାତିବାଦ ଘୋଷଣା କରୁଥାଏ ଯେ, କେତେ କେତେ ମଣିଷଙ୍କର ଏପରି ଗୋଟିଏ ଗୋଟିଏ ସମଷ୍ଟି ରହିଛି, ଯେଉଁମାନେ କି ସେମାନଙ୍କ ଦେହର କେତେଗୁଡ଼ିଏ ଲକ୍ଷଣରୁ ପୂରା ବାରିହୋଇ ପଡ଼ିଥାଆନ୍ତି । ଏବଂ, ଏକ ନିର୍ଦ୍ଦିଷ୍ଟ ସମୂହରେ ଜନ୍ମ ଲଭିଥିବାରୁ ସେମାନେ ଅବଶିଷ୍ଟ ମନୁଷ୍ୟ ସମୂହଗୁଡ଼ିକ ସକାଶେ ପ୍ରକୃତରେ ବହୁ ବିପଦର କାରଣ ହୋଇ ରହିଥାନ୍ତି । ତେଣୁ ଏହି ଅନ୍ୟମାନଙ୍କର ଏକ କର୍ତ୍ତବ୍ୟ ହେଉଛି ଯେ, ଏମାନେ ସେହି ସମଷ୍ଟିଗୁଡ଼ିକ ପାଖରୁ ଦୂରରେ ରହିବେ, ସେମାନଙ୍କୁ ବାସନ୍ଦ କରି ରଖିବେ, ସେମାନଙ୍କୁ ଶାସ୍ତି ଦେବେ ଏବଂ, ବସ୍ତୁତଃ ସେମାନଙ୍କର ଅସ୍ତିତ୍ଵଟାକୁ ମଧ୍ୟ ଲୋପ କରିଦେବେ । ଆପଣାର ଏହି ଦାବୀଗୁଡ଼ିକର ସମର୍ଥନ କରିବାକୁ ଯାଇ ସେହି ଜାତିବାଦୀମାନଙ୍କୁ ଏହି ଦୃଷ୍ଟାନ୍ତଗୁଡ଼ିକୁ ଦର୍ଶାଇ ଦେବାରୁ ମଧ୍ୟ ପଡ଼େ :

 

(୧) ମନୁଷ୍ୟମାନଙ୍କର କେତୋଟି ଖାସ୍ ସମଷ୍ଟି ପ୍ରକୃତ ଅନ୍ୟ ମନୁଷ୍ୟମାନଙ୍କ ଠାରୁ ଏତେ ଅନ୍ୟଭଳି ଯେ, ସେମାନଙ୍କର ବ୍ୟବହାର ତଥା ଚାଲିଚଳନ ମଧ୍ୟ ପୂରା ଅନ୍ୟ ପ୍ରକାରର ହୋଇଥାଏ ।

 

(୨) ଏବଂ, ସେହି ବିଚିତ୍ର ଚାଲିଚଳନ ଏବଂ ଆଚରଣମାନେ ପୁରୁଷାନୁକ୍ରମେ ସେମାନଙ୍କ ଭିତରେ ପ୍ରକୃତରେ ଗଢ଼ି ଆସୁଥାନ୍ତି ଓ ସେହି କାରଣରୁ ସେହିସବୁ ଗୋଷ୍ଠୀର ପ୍ରତ୍ୟେକ ବ୍ୟକ୍ତିଠାରେ ମଧ୍ୟ ସେଗୁଡ଼ିକ ନିଶ୍ଚୟ ପ୍ରକଟ ହୁଅନ୍ତି, ସେହିଗୁଡ଼ିକୁ ଆଦୌ ପରିତ୍ୟାଗ କରି ପାରିନଥାନ୍ତି ।

 

(୩) ଏହି ଲକ୍ଷଣମାନଙ୍କ ଭିତରେ ଅନ୍ତତଃ କେତୋଟିକୁ ଅବଶ୍ୟ ‘ମନ୍ଦ’ ବୋଲି କହିବାକୁ ହୋଇଥାଏ ଏବଂ ସେହି, ‘ମନ୍ଦ’ ପ୍ରକାରଗୁଡ଼ିକ ହିଁ ସେହି ଲୋକମାନଙ୍କ ଠାରେ ପ୍ରଧାନ ହୋଇ ରହିଥାନ୍ତି ।

 

(୪) ଏବଂ, ‘ଉତ୍ତମ’ ଧାରଣ ଓ ଆଚରଣ ଥିବା ସେହି ଅନ୍ୟ ଗୋଷ୍ଠୀମାନଙ୍କର ସର୍ବଦା ଏକ କର୍ତ୍ତବ୍ୟ ହୋଇ ରହିବ ଯେ ସେମାନେ ‘ମନ୍ଦ’ ସ୍ୱଭାବର ଅନ୍ୟ ବ୍ୟକ୍ତିମାନଙ୍କ ସମଷ୍ଟିକୁ ଆପଣାର ସ୍ଵାର୍ଥ ମୁତାବକ ହିଁ ନାନାଭାବେ ବାଧ୍ୟ କରି ରଖିବେ; ଅର୍ଥାତ୍, ଏମାନେ ଯେପରି ମନେ କରିବେ, ସେହି ଖରାପମାନେ ସେହିପରି ରହିବାଲାଗି ଅବଶ୍ୟ ବାଧ୍ୟ ହେବେ ।

 

ଅଳପ ସମୟ ଚିନ୍ତା କଲେ ଆମେ ଅବଶ୍ୟ ସ୍ପଷ୍ଟଭାବରେ ହୃଦୟଙ୍ଗମ କରିପାରିବା ଯେ, ଜଣେ ଜାତିବାଦୀ ଏହିପରି ଭାବରେ ହେଉ ବୋଲି ନିଶ୍ଚୟ ଦାବୀ କରିବ । ସିଏ ଚାହିବ ଯେ, ସଂଖ୍ୟାଲଘୁ ସମୂହମାନେ ପ୍ରକୃତରେ ଅଲଗା ହୋଇ ରହନ୍ତୁ । ସିଏ ସେମାନଙ୍କୁ ଏକ ବାଛବିଚାରର ଭାବନା ସହିତ ଦେଖି ନାନାବିଧ ମାର୍ଗର ଉଦ୍‌ଭାବନ କରିବ, ଏକାଧିକ ନୀତିଯୁକ୍ତି ଦର୍ଶାଇ ସେଗୁଡ଼ିକୁ ଉଚିତ ବୋଲି କହିବ ଏବଂ ତେଣୁ ସେହି ଅବର ଅନ୍ୟମାନଙ୍କ ଅପେକ୍ଷା ତା’ ନିଜ ଗୋଷ୍ଠୀରେ ବାସ କରିଥିବା ସମସ୍ତେ ପ୍ରକୃତରେ ଏକ ଉଚ୍ଚତର ନୈତିକ ସ୍ତରରେ ରହିଛନ୍ତି ବୋଲି କେତେ ଯୁକ୍ତି ଦେଖାଇ କହୁଥିବ । ହଁ, ତା’ର ଏହି ଉପସ୍ଥାପନାଟି ସମୁଚିତ ବୋଲି ମାନିବା ପୂର୍ବରୁ ଏପରି ଏକ ଯୁକ୍ତି କରାଯାଇପାରିବ ଯେ, ଯଦି ଏହିଭଳି ସ୍ଥିତିଟିଏ ପ୍ରକୃତରେ ରହିଛି, ତେବେ ଉଚ୍ଚତର ସମୂହଟିର ସର୍ବପ୍ରଥମ କର୍ତ୍ତବ୍ୟ ଅବଶ୍ୟ ହେବ ଯେ, ସିଏ ସେହି ନିମ୍ନ ଅନ୍ୟ ସମୂହଟିକୁ ଶିକ୍ଷିତ କରିନେବ, ଯେପରିକି ସେହି ଅନ୍ୟମାନେ ମଧ୍ୟ ତା’ର ସ୍ତରକୁ ଚାଲିଆସି ପାରିବେ । କିନ୍ତୁ ଜଣେ ଜାତିବାଦୀ ସେଥିଲାଗି ରାଜୀ ହେବନାହିଁ; ସେହି ଅନ୍ୟମାନଙ୍କୁ ଶିକ୍ଷା ଦ୍ଵାରା ନିଜ ସ୍ତରକୁ ଉଠାଇ ଆଣିବାକୁ କଦାପି ଚାହିବନାହିଁ । ସିଏ ତ ବସ୍ତୁତଃ ସେମାନଙ୍କର ଉପରେ ଅତ୍ୟାଚାର କରିବାକୁ ଇଚ୍ଛା କରୁଥିବ । ତେଣୁ, ସିଏ ଖୁବ୍ ଦୃଢ଼ ଭାବରେ ଏଭଳି ଏକ ମତ ପୋଷଣ କରୁଥିବ ଯେ, ନାଇଁ, ନାଇଁ, ସେହି ତଳ ସ୍ତରରେ ଥିବା ସେମାନଙ୍କର ଆଚରଣକୁ କଦାପି ଦୂର କରାଯାଇ ପାରିବନାହିଁ,– କାରଣ, ତାହାକୁ ତ ସେମାନେ ଜନ୍ମ ଜନ୍ମ ଧରି ଗୋଟିଏ ଉତ୍ତରାଧିକାର ଭାବେ ହିଁ ବହି ଆଣିଛନ୍ତି । ଏବଂ, ଯଦି ତାହା ଏହିପରି ଭାବରେ ଜନ୍ମଗତ ହୋଇଥାଏ, ତେବେ ସେଇଟି ତ ସେହି ସମୂହଟି ଭିତରେ ଏକ ମୂଳଭୂତ ଲକ୍ଷଣ ହୋଇ ରହିଛି ଏବଂ, ସେମାନଙ୍କର ସେହି ସ୍ଵଭାବମାନ ମଧ୍ୟ ତେଣୁ ମୂଳଭୂତ ଭାବରେ ଅନ୍ୟ ସମୂହମାନଙ୍କର ସ୍ଵଭାବଠାରୁ ଭିନ୍ନ ମଧ୍ୟ ହୋଇଛି-। ଏବଂ, ସେହି ଭିନ୍ନତାଟିକୁ ସେପରି ଏକ ଖାସ୍ ମର୍ଯ୍ୟାଦା ଦେଇ ଦେଖାଯିବା ହୁଏତ ସମ୍ଭବ ଯେ, ସେମାନଙ୍କ ଆଖିରେ ‘ନୀରସ’ ସମୂହଗୁଡ଼ିକରେ ବାସ କରୁଥିବା ଲୋକମାନେ ସେମାନଙ୍କୁ ଆକାରରେ ମନୁଷ୍ୟମାନଙ୍କ ଭଳି ଦେଖା ଯାଉଥିବେ ସିନା, ମାତ୍ର ନ୍ୟାୟତଃ ମନୁଷ୍ୟ ପରି ମୋଟେ ଦିଶିବେନାହିଁ । ଜାତିବାଦରେ ବିଶ୍ଵାସ କରୁଥିବା ଜଣେ ନାତସୀ ସଂପୂର୍ଣ୍ଣ ଭାବରେ ସତ୍ୟ ବୋଲି ମଧ୍ୟ ଅନୁଭବ କରୁଥିଲା ଯେ, ସେମାନଙ୍କ କବଳ ମଧ୍ୟରେ ନିପୀଡ଼ିତ ହେଉଥିବା ଏହି ମନୁଷ୍ୟାକାରମାନଙ୍କୁ ପ୍ରକୃତରେ କ୍ଵଚିତ୍ ହିଁ ଇତରଜୀବମାନଙ୍କଠାରୁ ଆଦୌ ଭିନ୍ନ ବୋଲି କୁହାଯାଇ ପାରିବ । କେବଳ ବାହାରେ ଥିବା ଅବଶିଷ୍ଟ ପୃଥିବୀଟା ସିନା ଆଖର ନାତ୍‌ସୀମାନଙ୍କ ବିଷୟରେ ଏକ ଅନ୍ୟ ଧାରଣା କରିପାରିଲା ।

 

ହଁ, ଉପରର ସେହି ଚାରିଗୋଟି ପ୍ରତିପାଦ୍ୟ ଉପରେ ହିଁ ଜାତିବାଦୀ ଦୃଷ୍ଟିକୋଣଟି ପ୍ରକୃତରେ ଛିଡ଼ା ହୋଇ ରହିଛି । ଏବଂ, ସେମାନେ ନାନା ଆଡ଼ମ୍ବରଯୁକ୍ତ ପ୍ରକାରେ ଅତିମାତ୍ରାରେ କାମନାଯୁକ୍ତ ହୋଇ ରହିଥିଲେ ମଧ୍ୟ ଓ ମନୋଭୂମିରେ ଗୋଟାସୁଦ୍ଧା ଶୁଖିଲା ହୋଇ ପଡ଼ିଥିଲେ ମଧ୍ୟ ଏହି ଜାତିବାଦୀମାନେ ସେମାନଙ୍କର ଅଭିପ୍ରାୟଟା ବିଷୟରେ ଯେତେ କ୍ଷୀଣ ହେଲେ ମଧ୍ୟ ତଥାପି କିଞ୍ଚିତ୍ ଧାରଣା ଦେଇପାରନ୍ତି । କିନ୍ତୁ, ସେମାନେ ଏହି କଥାଟିକୁ ଜାଣିନଥାନ୍ତି ଏବଂ ଜାଣିବାକୁ ଇଚ୍ଛା କରୁନଥାନ୍ତି ଯେ, ସେହି ଚାରୋଟିଯାକ ଆଧାରତତ୍ତ୍ଵ ଏବଂ ସେଗୁଡ଼ିକରୁ ନିଷ୍ପନ୍ନ ହେଉଥିବା ସିଦ୍ଧାନ୍ତଟି,–ସେଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ମିଥ୍ୟା ।

 

ଜାତିବାଦ,-ଏକ ସମୀକ୍ଷା

 

ଏହିପରି ଭାବରେ ଆମ ଆଗରେ ଚାରୋଟି ଉକ୍ତି ରହିଛନ୍ତି, ଯେଉଁଗୁଡ଼ିକୁ ସତ୍ୟ ବୋଲି ଆଖି ବୁଜି ମାନି ନିଆଯାଇଛି । ପୁନଶ୍ଚ, ଗୋଟିଏ ପଞ୍ଚମ ଅନୁମାନ ମଧ୍ୟ ରହିଛି, ଯାହାକି ଏକ କିୟାଶୀଳତା ଲାଗି ଆଧାରଟିଏ ଆଣି ଯୋଗାଇ ଦେଉଛି । ଗୋଟିଏ ପଟେ ପ୍ରଥମ ସେହି ଚାରୋଟି ଏବଂ ଅପର ପକ୍ଷରେ ଗୋଟିଏ,–ଦୁଇଟି ମଧ୍ୟରେ ଆଧାରବାକ୍ୟ ଏବଂ ସିଦ୍ଧାନ୍ତ ମଧ୍ୟରେ ଏକ ସମ୍ପର୍କ ହିଁ ରହିଛି । ସାଧାରଣତଃ ଏହିପରି ହୁଏ ଯେ, ଗୋଟିଏ ପ୍ରତିପାଦ୍ୟରେ ଯଦି ଗୋଟିଏ ଆଧାରବାକ୍ୟ ମଧ୍ୟ ମିଥ୍ୟା ବୋଲି ପ୍ରମାଣ କରିଦେଇ ହୁଏ, ତେବେ ତଦ୍ଦ୍ୱାରା ସିଦ୍ଧାନ୍ତଟି ପୂରା ଭୁଲ ବୋଲି ଅବଶ୍ୟ ଧରି ନିଆଯାଏ ନାହିଁ ,–ସେଇଟିକୁ ନେଇ କେବଳ କିଛି ସଂଶୟ ଆସି ପହଞ୍ଚି ଯାଇଥାଏ । ଅର୍ଥାତ୍, ଅନ୍ୟ କେତେକ କାରଣରୁ ସେଇ ସିଦ୍ଧାନ୍ତଟି ତଥାପି ଠିକ୍ ବି ହୋଇପାରେ । କିନ୍ତୁ, ବର୍ତ୍ତମାନ ଆମ ସମକ୍ଷରେ ଯେଉଁ ଯୁକ୍ତିଟି ବିଷୟରୂପେ ରହିଛି, ସେଇଟିର କ୍ଷେତ୍ରରେ ଆଉ ଅନ୍ୟ କୌଣସି କାରଣ ରହିବାର ମଧ୍ୟ କୌଣସି ଅବକାଶ ନାହିଁ । କାରଣ, ଏକ ବିଶ୍ଳେଷଣ ଦ୍ଵାରା ଜଣେ ଜାତିବାଦୀର ଆଧାରବାକ୍ୟମାନଙ୍କର ମୂଲ୍ୟାୟନ କରି ଆମେ କେବଳ ସେହିଗୁଡ଼ିକୁ ବାଛିଛୁ, ଯେଉଁଗୁଡ଼ିକର ସତ୍ୟଟିକୁ ଠିକ୍ ବୋଲି ଗ୍ରହଣ କରିନେଲେ ଯାଇ ସିଦ୍ଧାନ୍ତଟିକୁ ମଧ୍ୟ ଠିକ୍ ବୋଲି କୁହାଯାଇ ପାରିବ । ଆମେ କହୁଥିଲୁ ଯେ, ଯଦି ପଞ୍ଚମଟିକୁ ସତ୍ୟ ବୋଲି ସ୍ଵୀକାର କରିବାକୁ ହୁଏ, ତେବେ ପ୍ରଥମର ସେହି ଚାରୋଟିକୁ ମଧ୍ୟ ସତ୍ୟ ବୋଲି ପ୍ରଥମେ ହିଁ ମାନିନେବାକୁ ହେବ । ଏବଂ, ଏଥିରୁ ଆମେ ଏପରି ମଧ୍ୟ ଅନୁମାନ କରିପାରିବା ଯେ, ଯଦି ପ୍ରଥମ ଚାରିଟିରୁ ଗୋଟିଏ ବି ଭୁଲ ହୋଇଥାଏ, ତେବେ ଶେଷଟି ଅର୍ଥାତ୍ ସିଦ୍ଧାନ୍ତଟି ମଧ୍ୟ ଭୁଲ ହେବ ହିଁ ହେବ । ଅନ୍ୟ ଭାଷାରେ କହିଲେ, ସିଦ୍ଧାନ୍ତଟି ଭୁଲ ବୋଲି ଦର୍ଶାଇ ଦେବାଲାଗି, ଏହି ଚାରୋଟି ଆଧାରବାକ୍ୟରୁ କୌଣସି ଗୋଟିଏକୁ ଭୁଲ୍ ବୋଲି ଦର୍ଶାଇଦେଲେ ନିଶ୍ଚୟ ଯଥେଷ୍ଟ ହେବ । ଏହି କ୍ଷେତ୍ରରେ ଚାରୋଟିଯାକ ଆଧାରବାକ୍ୟ ହିଁ ଭୁଲ । ଏହି ସବୁଯାକ ଗୋଟି ଗୋଟି କରି ସମ୍ପଦ ପ୍ରକୃତରେ ଏହି ଭଳି ଜାଣି ଆମେ ଏକ ଅଡ଼ୁଆରେ ଯାଇ ପଡ଼ିଯିବା ।

 

ତେଣୁ, ମୁଁ ଭାବୁଛି, ଚାରୋଟିଯାକ ସେହି ଆଧାରବାକ୍ୟ ଯେଉଁ କ୍ରମରେ ଅଛନ୍ତି, ବର୍ତ୍ତମାନ ଆମେ ସେଗୁଡ଼ିକର ଗୋଟିଏ ପରେ ଗୋଟିଏ କରି ବିଚାର କରିବା ଏବଂ ସେଗୁଡ଼ିକର ବିଶ୍ଳେଷଣ କରି ସେଗୁଡ଼ିକୁ ଜାଣିବା । ଏହି ପଦ୍ଧତିଟିରେ ଏହି ବିଶେଷ ସୁବିଧାଟି ଅଛି ଯେ, ତଦ୍ଦ୍ୱାରା ଜାତିବାଦୀ ଯୁକ୍ତି ଦୃଷ୍ଟିଟି ମଧ୍ୟରେ ରହିଥିବା ଅଯୁକ୍ତି କରତାଟା ସଂପୂର୍ଣ୍ଣ ଭାବରେ ସ୍ପଷ୍ଟ ହୋଇଯିବ । କାରଣ, ମୁଁ ଭାବୁଛି, ଏଇଟିକୁ ଖଣ୍ଡନ କରୁଥିବା ଗୁଡ଼ାଏ ତଥ୍ୟ ଆଣି ଗଦା କରିଦେଲେ ତାହା କଦାପି ଯଥେଷ୍ଟ ହେବନାହିଁ । ଜାତିବାଦ ଯେ ବସ୍ତୁସତ୍ୟର ବିରୋଧ କରୁଛି, କେବଳ ସେତିକି ନୁହେଁ, ମାତ୍ର ଯେକୌଣସି ବୌଦ୍ଧିକ ମାନଦଣ୍ଡରେ ମାପିଲେ ସେଇଟି ହେଉଛି ତୁଚ୍ଛା ନିରର୍ଥକ,-ଏହି କଥାଟିକୁ ଦେଖାଇ ଦେଇ ପାରିଲେ ଆମର ଯାବତୀୟ ଯୁକ୍ତି ପ୍ରକୃତରେ ଅଧିକ ପରିମାଣରେ ଅକାଟ୍ୟ ମଧ୍ୟ ହୋଇପାରିବ । ତେବେ, ବର୍ତ୍ତମାନ ସେଥିରୁ ସର୍ବପ୍ରଥମେ ଥିବା କଥାଟିର ବିଚାର କରାଯାଉ :

 

(୧) କେତେକ ମନୁଷ୍ୟଗୋଷ୍ଠୀ ଥାଆନ୍ତି, ଯେଉଁମାନଙ୍କର ସ୍ଵଭାବ ଅବଶିଷ୍ଟ ମାନବଜାତିର ତୁଳନାରେ ଏତେ ଅନ୍ୟଭଳି ହୋଇ ରହିଥାଏ ଯେ, ସେମାନଙ୍କର ଯାବତୀୟ ଆଚରଣ ମଧ୍ୟ ମୂଳଭୂତ ଭାବରେ ଅଲଗା ପ୍ରକାରର ହୁଏ ।

 

ଯେତେବେଳେ ଦୁଇଟି ସମଷ୍ଟି ପରସ୍ପରଠାରୁ ମୂଳଭୂତ ଭାବରେ ଅଲଗା ପରି ଦୃଷ୍ଟିଗୋଚର ହୁଅନ୍ତି, ସେତେବେଳେ ସେମାନଙ୍କର ଚେହେରା ଅଲଗା ଅଲଗା ପ୍ରକାରର ଦେଖାଯାଏ, ସେମାନଙ୍କ ଯାବତୀୟ କାର୍ଯ୍ୟ ଏବଂ ଅବଶିଷ୍ଟ ପୃଥିବୀଟି ସହିତ ସେମାନଙ୍କର ସମ୍ବନ୍ଧମାନ ମଧ୍ୟ ଅଲଗା ପ୍ରକାରର ହୋଇଥାଏ । ଏହିପରି ଏକ ପରିସ୍ଥିତିରେ ଏହିପରି ଶ୍ରେଣୀର ଜୀବମାନେ ଅଧିକ ପରିମାଣରେ ହିଁ ପରସ୍ପର ସଦୃଶ ହୋଇଥିବାର ଦେଖା ଯାଆନ୍ତି;–ଅନ୍ୟ ଶ୍ରେଣୀଗୁଡ଼ିକରେ ଥିବା ଜୀବମାନଙ୍କ ସହିତ ସେମାନଙ୍କର ଯେତିକି ସାମଞ୍ଜସ୍ୟ ରହିଥାଏ, ନିଜ ଶ୍ରେଣୀର ଜୀବମାନଙ୍କ ସହିତ ତା'ଠାରୁ ଅଧିକ ସାମଞ୍ଜସ୍ୟ ରହିଥାଏ । ଉଦାହରଣ ସ୍ଵରୂପ, ସିଂହମାନଙ୍କର ଗୋଡ଼ରେ ପଞ୍ଝାମାନ ଥାଏ ଏବଂ ଘୋଡ଼ାଙ୍କ ଗୋଡ଼ରେ ଖୁରା ରହିଥାଏ । ସେମାନଙ୍କ ଦେହର ଚେହେରା, ଜୀବନଧାରଣର ଯାବତୀୟ ଧାରା ଏବଂ ଅବଶିଷ୍ଟ ପୃଥିବୀଟି ସହିତ ସେମାନଙ୍କର ରହିଥିବା ସମ୍ବନ୍ଧଗୁଡ଼ିକ ମଧ୍ୟ ଅନୁରୂପ ପ୍ରକାରେ ଅଲଗା ରହିଥିବାର ଦେଖାଯାଏ । ସିଂହ ଓ ଘୋଡ଼ା ପରସ୍ପର ସହିତ ଯୌନ ସମ୍ପର୍କ କରି ପାରିବେ ନାହିଁ,–ସେମାନେ କଦାପି ଗୋଟିଏ ଥାନରେ ଏକାଠି ବି ହୋଇ ପାରିବେନାହିଁ, କାରଣ ଘୋଡ଼ା ଉପରେ ତା’ ଆଖି ପଡ଼ିବା ମାତ୍ରକେ ଏହାକୁ ପାଇଲେ ମୋତେ କେଡ଼େ ସୁସ୍ଵାଦୁ ଭୋଜନଟିଏ ମିଳିଯିବ ବୋଲି ସିଂହ ଚିନ୍ତା କରୁଥିବ ଏବଂ ସିଂହକୁ ଦେଖି ତ ଘୋଡ଼ା ଆତଙ୍କିତ ହୋଇ ଉଠିବ ଏବଂ ପ୍ରାଣ ଭୟରେ ଦଉଡ଼ି ପଳାଇବାକୁ ମନ କରିବ । ତେଣୁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଏମାନେ ହେଉଛନ୍ତି ପରସ୍ପର ଠାରୁ ଗୋଟିଏ ଗୋଟିଏ ସଂପୂର୍ଣ୍ଣ ଭିନ୍ନ ଭିନ୍ନ କିସମର ହିଁ ପ୍ରାଣୀ । ଯଦି ଏପରି ଦର୍ଶାଇ ଦିଆଯାଇ ପାରନ୍ତା (ସେକଥା କଦାପି ସମୃଦ୍ଧ ହେବ ନାହିଁ) ଦୁଇ ମନୁଷ୍ୟଜାତି ମଧ୍ୟରେ ରହିଥିବା ଫରକଗୁଡ଼ିକ ଘୋଡ଼ା ଓ ସିଂହ ମଧ୍ୟରେ ରହିଥିବା ଫରକଗୁଡ଼ାକ ଭଳି ଗୋଟାସୁଦ୍ଧା ଭିନ୍ନ, ତେବେ ଏହି ଜାତିବାଦ ପଛରେ ଆଦୌ କିଛି ବି ବୈଜ୍ଞାନିକ ମୂଳସତ୍ୟ ରହିଛି ବୋଲି ହୁଏତ ତଥାପି କିଛି ଦାବୀ କରି ହୁଅନ୍ତା ।

 

ବର୍ତ୍ତମାନ ଆମେ ଆଉଗୋଟିଏ ଦୃଷ୍ଟାନ୍ତକୁ ପରୀକ୍ଷା କରି ଦେଖିବା । ଯଦି ତୁମେ ଗୋଟିଏ ବାଘକୁ ଗୋଟିଏ ଚିତାବାଘ ସହିତ ତୁଳନା କରିବାକୁ ମନ କରନ୍ତ, ତେବେ ପ୍ରାୟ ତତ୍‌କ୍ଷଣାତ୍ ଦେଖି ପାରନ୍ତ ଯେ, ଗୋଟିକର ଦେହରେ ପଟି ପଟି ଚିହ୍ନ ଅଛି ଏବଂ ଆରଟିର ଦେହ ଉପରେ ଟୋପାମାନ ଅଛି । ତଥାପି, ତୁମେ ନିଶ୍ଚୟ ଦେଖିପାରିବ ଯେ, ବାଘ ଏବଂ ଚିତାବାଘ ଭିତରେ ବହୁତ ବହୁତ ସାମଞ୍ଜସ୍ୟ ମଧ୍ୟ ରହିଛି । ଉଭୟଙ୍କର ପାଦରେ ପଞ୍ଝା ଏବଂ ଉଭୟ ହେଉଛନ୍ତି ବିଲେଇ ଶ୍ରେଣୀର । ପୁନଶ୍ଚ, ଏହି ଦୁହେଁ ସେହି ଶ୍ରେଣୀର ଏପରି ଦୁଇଟି ପ୍ରାଣୀ, ଯେଉଁମାନେ ଗର୍ଜନ କରିପାରନ୍ତି,–ସେହି ଶ୍ରେଣୀରେ ଅନ୍ୟସମସ୍ତେ ତ କେବଳ ଘୁଡ଼ୁଘୁଡ଼ୁ ହିଁ ହେଉଥାନ୍ତି । ଏବଂ, ଯଦି ଏହିସବୁ ବିବିଧ ଗୁଣମାନଙ୍କର ମହତ୍ତ୍ଵଟିକୁ ତୁମେ ଓଜନ କରି ଦେଖିବ, ତେବେ ନିଶ୍ଚୟ ଜାଣିବ ଯେ ବାଘ ଦେହର ପଟି ପଟି ଚିହ୍ନ ଓ ଚିତାବାଘ ଦେହରେ ରହିଥିବା ଟୋପି ଟୋପି ଚିହ୍ନ,–ତାହାରି ସାହାଯ୍ୟରେ ହିଁ ତ ଦୁଇ ଜନ୍ତୁଙ୍କ ମଧ୍ୟରେ ଫରକ ରହିଛି ବୋଲି ଖୁବ୍ ପରିଷ୍କାର ଭାବରେ ଜାଣି ହୋଇଯାଏ । କିନ୍ତୁ ଉଭୟଙ୍କର ଆଚରଣ–କ୍ଷେତ୍ରରେ ସେହିଟିର ବହୁତ କମ୍ ଭୂମିକା ରହିଥାଏ । ସେମାନେ ଯେ ଦୁହେଁ ସେହି ବିରାଡ଼ି–ଶ୍ରେଣୀର ଗୋଟିଏ ଗୋଟିଏ ଜୀବ, ତାହାହିଁ ସେମାନଙ୍କର ସ୍ଵଭାବ ତଥା ବଞ୍ଚିବାର ପ୍ରଣାଳୀକୁ ନିର୍ଦ୍ଧାରିତ କରି ରଖିଥାଏ । ମନୁଷ୍ୟମାନଙ୍କର କ୍ଷେତ୍ରରେ ଜାତି ଜାତି ଭିତରେ ରହିଥିବା ପାର୍ଥକ୍ୟଗୁଡ଼ିକୁ ଯଦି ବାଘ ଏବଂ ଚିତାବାଘ ଭିତରେ ଥିବା ପାର୍ଥକ୍ୟମାନଙ୍କ ଭଳି ବୋଲି ଦେଖାଇ ଦିଆଯାଇ ପାରନ୍ତା, ତେବେ ପୂରା ଜାଣି ହୁଅନ୍ତା ଯେ ଏହି ଜାତିବାଦର କଥାଟିର ପ୍ରକୃତରେ ଆଦୌ କୌଣସି ବୈଜ୍ଞାନିକ ଆଧାର ନାହିଁ ।

 

ସିନେଟର ସଦସ୍ୟ ନୃତତ୍ତ୍ଵବିଜ୍ଞାନୀ ଶ୍ରୀ ବିଲ୍‌ବୋଙ୍କର ମତରେ ତ ଏହି ଜାତିଗତ ଫରକଗୁଡ଼ିକୁ ସିଂହ ଓ ଘୋଡ଼ା ଭିତରେ ରହିଥିବା ଫରକଗୁଡ଼ିକର ସମାନ ବୋଲି ଦର୍ଶାଯାଇଛି :

 

ଗୋଟିଏ ଜାତିଠାରୁ ଆଉଗୋଟିଏ ଜାତି ନିଶ୍ଚୟ ଅଲଗା ହୋଇ ରହିବ ବୋଲି ମୁଁ ଯାହା କହିଥିଲି, ସେଇଟି ଗୋଟିଏ ପ୍ରକୃତିର ହିଁ ନିୟମ ଥିଲା । ତେଣୁ, ଜାତିମାନେ ଗୋଟିଏ ଆଉଗୋଟିଏ ଠାରୁ ଅଲଗା ହୋଇ ରହିବା,-ଏଇଟି ତ ପ୍ରକୃତି ମଧ୍ୟରେ ସଂପୂର୍ଣ୍ଣ ଭାବରେ ରହିଥିବା ଏକ ପ୍ରାକୃତିକ ବିଧାନ । ଇତରପ୍ରାଣୀଙ୍କ ସଂସାରରେ ମଧ୍ୟ ସେହି ପ୍ରାକୃତିକ ବିଧାନଟି କାର୍ଯ୍ୟ କରୁଛି । ଆମ କ୍ଷେତମାନଙ୍କରେ ଘୋଡ଼ା ଓ ଗୋରୁ ଗୋଟିଏ ଧାଡ଼ିରେ ଛିଡ଼ା ହୋଇଥିବାର କେବେହେଲେ ଦେଖିବାକୁ ମିଳେନାହିଁ । ନାଇଁ, ଗୋରୁମାନେ ଅଲଗା ହୋଇ ଥାଆନ୍ତି, ନିଜ ବାଟରେ ଯାଉଥାନ୍ତି । ଆଉଗୋଟିଏ ବାଟରେ ଅଲଗା ହୋଇ ଘୋଡ଼ାମାନେ ଯାଉଥାଆନ୍ତି । ଘୁଷୁରି ଏବଂ ମେଣ୍ଢା ପରସ୍ପରଠାରୁ ଅଲଗା ରହନ୍ତି । ଘୁଷୁରିଙ୍କର ଅଲଗା ପଲ, ମେଣ୍ଢାମାନଙ୍କର ମଧ୍ୟ ଅଲଗା ଆଉଗୋଟିଏ ପଲ । ମନୁଷ୍ୟଜାତିର କ୍ଷେତ୍ରରେ ମଧ୍ୟ ସେହି ନିୟମଟି କାର୍ଯ୍ୟ କରେ । ମଙ୍ଗୋଲୀୟ ଜାତିଗୁଡ଼ିକ ଏକତ୍ର ବାସ କରନ୍ତି । ସେମାନେ ପରସ୍ପର ମଧ୍ୟରେ ବୈବାହିକ ସମ୍ବନ୍ଧ ସ୍ଥାପନ କରନ୍ତି; ଏକତ୍ର ହୋଇ ରହିବାକୁ ଇଚ୍ଛା କରନ୍ତି, ଏକତ୍ର ବେପାର ତଥା ବ୍ୟବସାୟ ଆଦି ମଧ୍ୟ କରନ୍ତି । ଲୋହିତ ଭାରତୀୟଙ୍କର ମଧ୍ୟ ସେହି ରୀତି, ମୋ’ ଜାଣିବାରେ ନିଗ୍ରୋମାନେ ହେଉଛନ୍ତି କେବଳ ଗୋଟିଏ ମାତ୍ର ଶ୍ରେଣୀ, ଯିଏକି ଆପଣାର ଜାତିକୁ ନେଇ କ'ଣ ପାଇଁ ଲଜ୍ଜିତ ଅନୁଭବ କରେ ଏବଂ ଶ୍ୱେତକାୟ ଜାତିଟି ସହିତ ସାମାଜିକ ସମାନତା ହାସଲ କରିବାକୁ ଚେଷ୍ଟା କରେ । ସେମାନଙ୍କର ଅଧିକ ସଂଖ୍ୟକ ନେତା ପ୍ରଚାର କରନ୍ତି ଯେ, ଏହି ଦେଶରୁ ଜାତିଗତ ପ୍ରଶ୍ନଟିର ସମାଧାନ କରିବାକୁ ହେଲେ ଏକମାତ୍ର ପନ୍ଥା ହେଉଛି ଯେ, ଶ୍ଵେତ ଏବଂ କୃଷ୍ଣ ଏକାଠି ବାସ କରିବେ, ସେମାନଙ୍କ ମଧ୍ୟରେ ସଙ୍କରୀକରଣର ପ୍ରକ୍ରିୟା କାର୍ଯ୍ୟକାରୀ ହେବ ଓ ସେମାନଙ୍କ ଭିତରେ ବିବାହସମ୍ପର୍କ ମଧ୍ୟ କାର୍ଯ୍ୟକାରୀ ହୋଇପାରିବ ।*

 

* Congressional Record, Vol, 92, No.14, p, 649 contradictory juxtaposition of “segregation” “monegrelisation” and “intermarriage” is in the original text

 

ସିନେଟର୍‌ ସଦସ୍ୟ ଓ’ ଦାନିଏଲ୍ ଏଥିରେ ନିଜର ସମର୍ଥନ ଜ୍ଞାପନ କରିଛନ୍ତି; ସ୍ଵୟଂ ନିଗ୍ରୋମାନେ ଆପଣାର ବର୍ଗଟି ବିଷୟରେ କିପରି କ’ଣ ଅନୁଭବ କରୁଛନ୍ତି, ସିଏ କେବଳ ସେହି କଥାଟିକୁ ଜାଣିବା ପାଇଁ ଇଚ୍ଛା କରିଛନ୍ତି :

 

ଟେକ୍‌ସାସ୍ ହେଉଛି ଗୋଟିଏ ଚମତ୍କାର ରାଜ୍ୟ । ମୁଁ ଏହି କଥାଟିକୁ କହୁଛି, ଯେପରିକି ମୁଁ ଏକ ସଂସ୍କାରର ବିରୋଧ କରି ଯାହା କହିବି, ତଦ୍ଵାରା ମୁଁ କୃଷ୍ଣକାୟ ଜାତିଟିର ଅଧିକାରଗୁଡ଼ିକର କୌଣସି ଉଲ୍ଲଙ୍ଘନ କରୁଛି ବୋଲି ଯେପରି କେହି ଭୁଲ୍ ନବୁଝନ୍ତି । ଏଠି ଦକ୍ଷିଣ ପଟର ରାଜ୍ୟମାନଙ୍କରେ ଆମେ ସେମାନଙ୍କୁ ଭଲପାଉ ଓ ସେମାନେ ମଧ୍ୟ ଆମକୁ ଭଲ ପାଆନ୍ତି । ଆମେ ପ୍ରତ୍ୟେକେ ଯିଏ ଯାହା ସ୍ଥାନରେ ରହିଥାଉ । ସେମାନଙ୍କୁ ଛାଡ଼ିଦେଲେ ଆମେ ପ୍ରକୃତରେ କ’ଣ କରିବୁ ଓ ଆମକୁ ଛାଡ଼ି ସେମାନେ କ’ଣ କରିବେ, ସେକଥା ମୁଁ କଳ୍ପନା କରି ପାରେନାହିଁ । ଦୁହେଁ ବେଶ୍ ପରସ୍ପରକୁ ନେଇ ଭଲରେ ଥାଉ, କିନ୍ତୁ ଏକତ୍ର ଗୋଟିଏ ଜାଗାରେ ବାସ କରୁନାହିଁ । ଆମ ଭିତରେ କୌଣସି ବୈବାହିକ ସମ୍ପର୍କ ମଧ୍ୟ ନାହିଁ । ଟେକ୍‌ସାସ୍ ରାଜ୍ୟର କୃଷ୍ଣକାୟମାନେ ଆପଣାର ଜାତି ବିଷୟରେ ଗର୍ବ ଅନୁଭବ କରିଥାନ୍ତି । ସେମାନେ ସେହିପରି ଗର୍ବ ଅନୁଭବ କରନ୍ତି, ଠିକ୍ ଶ୍ଵେତାଙ୍ଗ ଲୋକେ ମଧ୍ୟ ଆପଣାର ଜାତିଟିକୁ ନେଇ ଯେଉଁପରି ଗର୍ବ ଅନୁଭବ କରିଥାଆନ୍ତି । *

 

ସିନେଟ୍-ସଦସ୍ୟ କନ୍‌ଷ୍ଟାନ୍ ବିଜ୍ଞାନ ମଧ୍ୟଦେଇ ଈଶ୍ଵରତତ୍ତ୍ଵ ଭିତରେ ବି ପଶି ଯାଇଛନ୍ତି :

 

ନିଉୟର୍କ ଗଲେ ସେଠାରେ ମୁଁ ଦେଖିବାକୁ ପାଇଥାଏ ଯେ କୃଷ୍ଣକାୟ ବ୍ୟକ୍ତିମାନେ ହାଲେମ୍ ଯାଇ ସେଠାରେ ଏକାଠି ହୋଇଛନ୍ତି । ଏକ ସହଜାତ ପ୍ରବୃତ୍ତି ରହିଥିବାରୁ ସେମାନେ ସେହିଭଳି କରନ୍ତି । ଅବଶ୍ୟ ଦେଖିବାକୁ ମିଳିପାରିବ ଯେ, ସେହି ଜାତିଚୟର ବ୍ୟକ୍ତିମାନେ ମଧ୍ୟ ଏକତ୍ର ହୁଅନ୍ତି, ସେମାନେ ଏକତ୍ର ହେବାପାଇଁ ପ୍ରକୃତରେ ଇଚ୍ଛା କରୁଥାନ୍ତି । ଅନ୍ୟ ଜାତିର ବ୍ୟକ୍ତିମାନେ ସେମାନଙ୍କର ସେହି ଏକତ୍ର ହେବାରେ ଆଦୌ ହସ୍ତକ୍ଷେପ କରନ୍ତୁ ବୋଲି ସେମାନେ କେବେହେଲେ ଚାହାନ୍ତି ନାହିଁ । ଏହି କଥାଟି ମନୁଷ୍ୟମାନଙ୍କର ସ୍ଵାଭାବିକ ପ୍ରକୃତି ବ୍ୟତୀତ ଆଉ ଅନ୍ୟ କିଛି ହିଁ ନୁହେଁ । ଅତୀତରେ ମଧ୍ୟ ସର୍ବଦା ଏହିପରି ହୋଇ ଆସିଛି । ଆଗତ କରାଯାଇଥିବା ଏହି ବିଧେୟକଟିରେ ସ୍ଵୟଂ ଈଶ୍ଵର ଏକଦା କରିଥିବା ଏକ ରୀତିଟିରେ ପରିବର୍ତ୍ତନ ଆଣିବା ଲାଗି ଏକ ଚେଷ୍ଟା କରାଯାଇଛି । ଏହି ରୀତିଟିକୁ ଆମେ ମନୁଷ୍ୟମାନେ କେବେ କରିନାହୁଁ । ସେହି ଈଶ୍ଵର ହିଁ ମୋ’ ମୁହଁକୁ ଗୋରାବର୍ଣ୍ଣ କରି ତିଆରି କରିଛନ୍ତି, ଆଉ କେତେକଙ୍କର ମୁହଁକୁ ପୀତବର୍ଣ୍ଣ ଓ ପୁଣି ଆହୁରି କେତେକଙ୍କର ମୁହଁକୁ କଳା ମଧ୍ୟ କରିଛନ୍ତି । ମୁଁ ମୋଟେ ଏପରି କରିନାହିଁ । ତେଣୁ, ବିଧାନ ଗଢ଼ୁଥିବା ଏହି ସଭାଟି ସେହି ସ୍ଥିତିଟିକୁ ଆଦୌ ବଦଳାଇ ଦେଇ ପାରିବନାହିଁ । **

 

* Congressional Record, Vol, 92, No.14, p, 670.

 

** Congressional Record, Vol, 92, No.13, p, 579

 

ପୁନଶ୍ଚ, ଜାତି ଜାତି ମଧ୍ୟରେ ଲକ୍ଷିତ ହେଉଥିବା ପାର୍ଥକ୍ୟଗୁଡ଼ିକର ଭୂମି ସଦୃଶ ବୈଜ୍ଞାନିକମାନେ ଯେଉଁସବୁ କଥାର ବିଚାର କରିଥାନ୍ତି, ସେଗୁଡ଼ିକ ମୂଳତଃ ଶାରୀରିକ,–ଉଚ୍ଚତା, ମସ୍ତକର ଆକାର, ଚମର ବର୍ଣ୍ଣ, ଆଖି ଏବଂ କେଶର ରଙ୍ଗ ଓ ମୁଣ୍ଡବାଳ ଧରଣ ଏବଂ ପରିମାଣ । ଜାତିବାଦ ମଧ୍ୟ ଏହିସବୁ ଭୂମିଟିକୁ ବିଚାରକୁ ନିଏ; ଜାତିବାଦ ଅନୁସାରେ ସବୁଠାରୁ ଅଧିକ ଉନ୍ନତ ସ୍ତରର ଜଣେ ମନୁଷ୍ୟ ହେଉଛି ସମ୍ଭବତଃ ଛଅ ଫୁଟ ଲମ୍ବା, ମସ୍ତକଟି ମଧ୍ୟ ଲମ୍ବା ହିଁ ଦିଶୁଥିବ, ମୁଣ୍ଡର ବାଳ ହାଲୁକା କହରା ରଙ୍ଗର, ସତେଅବା ଢେଉପରି ଦେଖା ଯାଉଥିବ । ଏହି ଆଦର୍ଶ ପରଖଟି ଠାରୁ ଯେଉଁମାନେ କିଛି ଅଲଗା ପ୍ରକାରର ହୋଇଥିବେ, ଜାତିବାଦୀମାନେ ସେମାନଙ୍କୁ ସେହିପରି ଏକ ପରିମାଣରେ ନୀରସ ବୋଲି କହିବାକୁ ଇଚ୍ଛା କରିବେ ।

 

ହଁ, ପାର୍ଥକ୍ୟଗୁଡ଼ିକୁ ସାଧାରଣତଃ ଏହିପରି ଭାବରେ ଅନୁମାନ କରାଯାଇଥାଏ । ଏବଂ ସେହିଗୁଡ଼ିକୁ ଆଧାର କରି ଜାତିବାଦୀମାନେ ଭଳି ଭଳି ସ୍ଵଭାବ ମଧ୍ୟ ଦୃଷ୍ଟିଗୋଚର ହୁଏ ବୋଲି ଅନୁମାନ କରନ୍ତି । ଉଦାହରଣ ସ୍ଵରୂପ, ସେମାନେ ବିଚାର କରିଥାନ୍ତି ଯେ, ଯେଉଁ ବ୍ୟକ୍ତିର ମୁଣ୍ଡର ବାଳ କୁଞ୍ଚୁକୁଞ୍ଚିଆ ହୋଇଥାଏ ଏବଂ ଚମର ରଙ୍ଗ ନିଗ୍ରୋମାନଙ୍କ ପରି କଳା, ସିଏ ନିଶ୍ଚୟ ଅଳସୁଆ ସ୍ୱଭାବର ହୋଇଥିବ; ଯାହା ମୁଣ୍ଡର ବାଳ କଳା, ଦେହର ରଙ୍ଗ ଶ୍ୟାମଳ ଏବଂ ନାକ ବଙ୍କା ଓ ତେଢ଼ା ଦିଶୁଥିବ, ତେବେ ଆପଣାର ବ୍ୟାବସାୟିକ କାରବାରରେ ସେହି ବ୍ୟକ୍ତି ଅତ୍ୟନ୍ତ ସୁଧଖୋର ହେବ । ଏପରି ଭାବରେ ସେମାନଙ୍କ ପାଖରେ ବାସ୍ତବ ଏବଂ କାଳ୍ପନିକ ଗଦା ଗଦା ଉଦାହରଣ ମହଜୁଦ ରହିଥାଏ ଏବଂ ଆପଣାର ବିଶ୍ଵାସଗୁଡ଼ିକୁ ଠିକ୍ ବୋଲି ଦର୍ଶାଇ ଦେଇଥିବା ବେଳେ ସେମାନେ ଅସୁମାରି ଭାବରେ ସେହିଗୁଡ଼ିକର ହିଁ ଉଲ୍ଲେଖ କରୁଥାନ୍ତି । ସେମାନେ ଅନ୍ୟାନ୍ୟ ଦୃଷ୍ଟାନ୍ତମାନ ମଧ୍ୟ ପ୍ରଦାନ କରନ୍ତି ,–ସେଗୁଡ଼ିକର ସଂଖ୍ୟା ଏତେ ବେଶୀ ନୁହେଁ ଅଥବା ସେଗୁଡ଼ିକ ଏତେ ଅଧିକ ପରିମାଣରେ ଚମକପ୍ରଦ ବି ହୋଇନଥାନ୍ତି । ସେମାନେ ସେଗୁଡ଼ିକୁ ଗୋଟିଏ ଗୋଟିଏ ‘ବ୍ୟତିକ୍ରମ’ ହିସାବରେ ହିଁ ଉଦ୍ଧାର କରିଥାନ୍ତି । ଅର୍ଥାତ୍, ସେମାନେ ଯେ ପୂର୍ଣ୍ଣ ସାଧୁତାର ସହିତ ଜାତିବାଦର ପକ୍ଷ ସମର୍ଥନ କରୁଛନ୍ତି, ନିଜର ହୃଦ୍‌ବୋଧ କରାଇବା ଅଭିପ୍ରାୟରେ ସେମାନେ ସେଗୁଡ଼ିକର ଉପସ୍ଥାପନା କରିଥାନ୍ତି । ମାତ୍ର, ଏକ ବୈଜ୍ଞାନିକ ଦୃଷ୍ଟିରୁ ବିଚାର କରି ଦେଖିଲେ, ସେହି ଯାବତୀୟ ଉଦ୍ୟମର କୌଣସି ଫଳ ହିଁ ହୁଏନାହିଁ । ପ୍ରଥମ ଅଂଶରେ ଦିଆ ଯାଇଥିବା ଦୃଷ୍ଟାନ୍ତଗୁଡ଼ିକର ସହାୟତା ନେଇ ଆଦୌ କୌଣସି ନିୟମର ପ୍ରତିପାଦନ ହୋଇନଥାଏ ଏବଂ ତେଣୁ, ତା’ ପରେ ଆଉ କୌଣସି ନିୟମ ବାକୀ ମଧ୍ୟ ନଥାଏ, ଯାହା ସମ୍ପର୍କରେ କି ଦ୍ଵିତୀୟ ଗୁଚ୍ଛଟିକୁ କେତୋଟି ବ୍ୟତିକ୍ରମ ଭାବରେ ବ୍ୟବହାର କରାଯାଇ ପାରିବ ।

 

ସୁତରାଂ, କେତେ ମନୁଷ୍ୟଙ୍କର ଚେହେରା ଏହିପରି ହୋଇଥିବା ହେତୁ ସେମାନଙ୍କର ଆଚରଣ ଯେ ଏହି ଖାସ୍ ପ୍ରକୃତିର ହୋଇଛି, ଏପରି ଦାବୀ କରିବା ନିମନ୍ତେ ସେହି କ୍ଷେତ୍ରରେ ପ୍ରକୃତରେ କେଉଁ ସମ୍ବନ୍ଧ ରହିଥିବ ? ଅର୍ଥାତ୍, ଚମଡ଼ାର ରଙ୍ଗ, ମୁଣ୍ଡବାଳର ବନାଟ ବା ଉଚ୍ଚତାକୁ ଭିତ୍ତି କରି ଆମେ ବସ୍ତୁତଃ ଜଣେ ବ୍ୟକ୍ତିର ଆଚରଣ ବିଷୟରେ କିପରି ଆଦୌ କୌଣସି ଭବିଷ୍ୟବାଣୀ କରିପାରିବା ? ଅତ୍ୟନ୍ତ ସ୍ପଷ୍ଟ ଯେ ଆମେ ସେପରି ଆଦୌ କିଛିହେଲେ କରି ପାରିବା ନାହିଁ । ଯଦି ଡେଙ୍ଗା ଓ କହରା ବାଳ ରହିଥିବା ଲୋକମାନେ,–ସେମାନଙ୍କୁ ଆଗେ ‘ନର୍ଡ଼ିକ୍' ବୋଲି କୁହାଯାଉଥିଲା, ଏବେ ଆର୍ଯ୍ୟଶ୍ରେଣୀୟ ବୋଲି କୁହାଯାଉଛି,–ସେହି କାରଣରୁ ହିଁ ଅଧିକ ଗୁଣଯୁକ୍ତ ଏବଂ ବୁଦ୍ଧିମାନ୍ ହେବେ, ତେବେ ଆମର ଏହି ଯୁଗରେ ଗୁଣମାନଙ୍କର ଅଧିକାରୀ ହେବା ପ୍ରକୃତରେ ଗୋଟାପଣେ ସହଜ ହୋଇଯାଇଛି ବୋଲି କୁହାଯାଇ ପାରିବ । ଯଦି କୃଷ୍ଣବର୍ଣ୍ଣ ଏବଂ ଗେଡ଼ା ମନୁଷ୍ୟମାନେ ସେହି କାରଣରୁ ଅବଶ୍ୟ ଦୃଷ୍ଟ ହୁଅନ୍ତି, ତେବେ ସେମାନେ ତ ଯେତେ ଯାହା ଚେଷ୍ଟା କଲେ ମଧ୍ୟ ସେହି ମନ୍ଦଟାକୁ ମୋଟେ ପରିତ୍ୟାଗ କରି ପାରିବେନାହିଁ । ଏବଂ, ସେଥିପାଇଁ ଆମେ ସେମାନଙ୍କୁ ଆଉ ଦୋଷ ମଧ୍ୟ କାହିଁକି ଦେବା,–ଏବଂ ତେଣୁ ସେମାନଙ୍କ ଠାରୁ ଅଧିକ ସରସା ସେହି ଅନ୍ୟମାନେ ମଧ୍ୟ ଆଦୌ କୌଣସି ପ୍ରଶଂସା କାହିଁକି ପାଇବେ ?

 

ତେଣୁ, ଚମର ରଙ୍ଗ ଏବଂ ଜଣେ ମନୁଷ୍ୟର ଚରିତ୍ର ମଧ୍ୟରେ କାର୍ଯ୍ୟକାରଣଗତ କୌଣସି ସମ୍ପର୍କ ରହିଛି ବୋଲି ପ୍ରତିପାଦିତ କରିବା ପ୍ରକୃତରେ କଷ୍ଟକର ବୋଲି ଦେଖି ପାରୁଥିବାରୁ ଜାତିବାଦୀମାନେ ମୁଣ୍ଡର ଗଢ଼ଣ ଓ ଆକାର ଉପରେ ବିଶ୍ଵାସ କରିବାକୁ ଆରମ୍ଭ କରିଛନ୍ତି । ବଡ଼ ଖପୁରିଟିଏ ଥିଲେ ମସ୍ତିଷ୍କ ବି ବଡ଼ ହେବ ଏବଂ, ହୁଏତ ଏକ ଅନୁମାନ କରାଯାଇ ପାରିବ ଯେ, ତାହା ଫଳରେ ଜଣେ ବ୍ୟକ୍ତି ନିଶ୍ଚୟ, ଅଧିକ ଭାବିପାରିବ । ମାତ୍ର ହାୟ, ଏପରି ଆଶା କରିବାରେ ମଧ୍ୟ କୌଣସି ଫଳ ମିଳିବନାହିଁ । ପରୀକ୍ଷାଦ୍ୱାରା ଦେଖାଯାଇ ସାରିଛି ଯେ ଜଣେ ଅଳ୍ପବୁଦ୍ଧି ମୂର୍ଖର ହିଁ ଆକାରରେ ସବୁଠାରୁ ବଡ଼ ଆକାରର ମସ୍ତିଷ୍କଟିଏ ଥାଏ ଏବଂ ଅପର ପକ୍ଷରେ, ବହୁତ ବୁଦ୍ଧି ଥିବା ଏକାଧିକ ବ୍ୟକ୍ତିଙ୍କର ବସ୍ତୁତଃ ସାନ ଆକାରର ମସ୍ତିଷ୍କ ରହିଥିଲା ବୋଲି ଦୃଷ୍ଟିଗୋଚର ହୋଇଛି । ତେଣୁ, ମନୁଷ୍ୟମାନଙ୍କ ମସ୍ତିଷ୍କର ଗଠନ ଓ ମସ୍ତକର ବୃହତ୍ ବା କ୍ଷୁଦ୍ର ଆକାର ସହିତ ସେମାନଙ୍କ ବୁଦ୍ଧି ସହିତ ପ୍ରକୃତରେ ମୋଟେ କୌଣସି ସମ୍ବନ୍ଧ ନାହିଁ ।

 

ତେଣୁ, ଶରୀର-ଘଠନ ତଥା ଆକୃତି ଇତ୍ୟାଦି ସହିତ କଣେ ବ୍ୟକ୍ତି ଅଥବା ଗୋଟିଏ ଜାତିର ଆଚରଣମାନେ ଭଲ ଅଥବା ମନ୍ଦ ହେବେ ବୋଲି ବିଚାର କରିବାର ଏକ ସମ୍ଭାବନା ରହିଥାଏ ବୋଲି କଦାପି ଦାବୀ କରାଯାଇ ପାରିବ ନାହିଁ । ଆମେ ସମସ୍ତେ ତ ଆହୁରି ଅଧିକ ଅଡ଼ୁଆରେ ମଧ୍ୟ ପଡ଼ିବା, ଯେତେବେଳେ ଏହି ସତ୍ୟଟିକୁ ଜାଣିବା ଯେ, ଏହି ତମାମ ପୃଥିବୀରେ ଏପରି ଗୋଟିଏ ଜାତି ମଧ୍ୟ କେଉଁଠାରେ ନାହାନ୍ତି ଯେଉଁମାନଙ୍କ ଠାରେ ଆମେ କଳ୍ପନା କରୁଥିବା ଲକ୍ଷଣଗୁଡ଼ିକ ସଂପୂର୍ଣ୍ଣ ଭାବରେ ଅବଶ୍ୟ ରହିଥିବେ । ନୀଳ ନଦୀର ସବାମୂଳ ଉପର ଅଞ୍ଚଳରେ ଯେଉଁ ନିଗ୍ରୋମାନେ ବାସ କରନ୍ତି, ସେମାନେ ହେଉଛନ୍ତି ଛଅଫୁଟ ଦୁଇ ଇଞ୍ଚ ଉଚ୍ଚ ଏବଂ ସେମାନଙ୍କର ପଡ଼ିଶାରେ ଥିବା ସାବନା ରଙ୍ଗର ପିଗ୍‌ମିମାନଙ୍କର ଉଚ୍ଚତା କେବଳ ଚାରି ଫୁଟ ଆଠଇଞ୍ଚ । ପୃଥିବୀଯାକ ଡେଙ୍ଗା ଓ ଗେଡ଼ା ମନୁଷ୍ୟମାନେ ଏହିପରି ଏକତ୍ର ପାର୍ଶ୍ୱବର୍ତ୍ତୀ ହୋଇ ହିଁ ବାସ କରନ୍ତି । କୌଣସି ଗୋଟିଏ ସମୂହରେ ମଧ୍ୟ ମସ୍ତକର ଆକାରରେ ଫରକ ଥାଏ । * ଉଦାହରଣ ସ୍ଵରୂପ, ଆମେରିକାର ଲୋହିତ ଭାରତୀୟଙ୍କ ମଧ୍ୟରେ ଲମ୍ବମୁଣ୍ଡ ଅଛନ୍ତି, ଗୋଲ୍ ମୁଣ୍ଡମାନେ ମଧ୍ୟ ରହିଛନ୍ତି । ଏବଂ, ଏସିଆ ମାଇନର୍‌ରେ ଏପରିକି ନିକଟ ସଂପର୍କୀୟଙ୍କ ଭିତରେ ମଧ୍ୟ ସେହିପରି ଭିନ୍ନଭିନ୍ନ ଚେହେରାର ମଣିଷ ବାସ କରନ୍ତି ।*

 

*ଅନୁଚ୍ଛେଦରେ ଦିଆଯାଇଥିବା ଘଟଣାଗୁଡ଼ିକ The Race of Mankind, by Ruth Benedict and Gene Weltfish, Public Affairs Pamphlets. No, 85 ରୁ ଉଦ୍ଧୃତ । House of Military Affairs Committee ଏହି ପ୍ରଚାରପତ୍ର ସୈନ୍ୟବାହିନୀରେ ବାଣ୍ଟିବା ନିମନ୍ତେ ଏପ୍ରିଲ, ୧୯୪୪ରେ ଅନୁମତି ଦେଇନଥିଲେ ।

 

ଚମର ରଙ୍ଗ ବିଷୟରେ ଆମେ ପାଇଥିବା ତଥ୍ୟମାନେ ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ଉଲ୍ଲେଖଯୋଗ୍ୟ । ଏକ ଭୌଗୋଳିକ ସନ୍ଦର୍ଭରେ କହିବାକୁ ଗଲେ, ବେଶ୍ କୁହାଯାଇ ପାରିବ ଯେ, ପଶ୍ଚିମ ଆଫ୍ରିକାରେ ପ୍ରକୃତରେ ସବୁଠାରୁ ଅଧିକ କଳାଚମର ମଣିଷ ବାସ କରୁଛନ୍ତି ଏବଂ ଉତ୍ତର-ପଶ୍ଚିମ ଇଉରୋପରେ ସବୁଠାରୁ ଅଧିକ ଗୋରାମାନେ । ସବୁଠାରୁ ଅଧିକ ପୀତମାନେ ଦକ୍ଷିଣପୂର୍ବ ଏସିଆରେ । ମାତ୍ର, ପ୍ରକୃତ ସତ୍ୟଟି ଏହିପରି ଅବଶ୍ୟ ହେବ ଯେ, ଏଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଚରମ ନାମକରଣ; କାରଣ, ସାଧାରଣ କ୍ଷେତ୍ରରେ ସେପରି କେଉଁଠିହେଲେ ଦେଖିବାକୁ ମିଳିବନାହିଁ । କାରଣ, ମନୁଷ୍ୟମାନଙ୍କ ଦେହର ବସ୍ତୁତଃ ଯାହାକିଛି ରଙ୍ଗ, ସେଗୁଡ଼ିକ ଆଦୌ ଗୋଟାସୁଦ୍ଧା ଏଇଟି ନୁହେଁ କିମ୍ବା ଗୋଟାସୁଦ୍ଧା ସେଇଟି ମଧ୍ୟ ନୁହେଁ,–ସବୁକିଛି କେବଳ ଏକ ମଧ୍ୟବର୍ତ୍ତୀ ବର୍ଣ୍ଣର । ଯେତେଦୂର ଅନୁମାନ କରି ହେଉଛି, ଏହି ମଧ୍ୟବର୍ତ୍ତୀ ବର୍ଣ୍ଣଟି ହିଁ ସର୍ବପ୍ରଥମେ ପ୍ରକୃତରେ ରହିଥିଲା ଏବଂ ଚମର ଗାଢ଼ ରଙ୍ଗଟା ପରେ ବିବର୍ତ୍ତିତ ହୋଇ ଆସିଥିଲା । ଅର୍ଥାତ୍, ଚମଡ଼ାର ରଙ୍ଗକୁ ଗୋଟିଏ କଠୋର ମାନବରୂପେ ବିଚାର କରି ଜାତି ଜାତି ମଧ୍ୟରେ ଆମେ ଯାହାକିଛି ଶ୍ରେଣୀ ବିଭାଜନ କରିବା ପାଇଁ ମନ କଲେ ମଧ୍ୟ, ବିବର୍ତ୍ତନର କ୍ଷେତ୍ରଟିରୁ ଉପଲବ୍ଧ ହେଉଥିବା ପ୍ରକୃତ ତଥ୍ୟଟି ସେଇଟିକୁ ସତେଅବା ସଂପୂର୍ଣ୍ଣ ଭାବରେ ଓଲଟାଇ ଦେଉଥିବା ପରି ଅନୁଭବ ହେବ ।

 

ପୁନଶ୍ଚ, ସଂପ୍ରତି ଏହି କଥାଟି ମଧ୍ୟ ଜ୍ଞାତ ହୋଇଗଲାଣି ଯେ ପ୍ରକୃତରେ ଦୁଇଟି ରାସାୟନିକ ଉପାଦାନ ହେତୁ ଆମ ଦେହର ରଙ୍ଗଟି ନିର୍ଦ୍ଧାରିତ ହୋଇଥାଏ । ସେଥିରୁ ଗୋଟିଏ ପୀତ ରଙ୍ଗର ସୃଷ୍ଟି କରେ ଏବଂ ଆରଟି ସାବନା ରଙ୍ଗର । ଏକଥାଟି ମଧ୍ୟ ଜଣା ହୋଇ ସାରିଲାଣି ଯେ ଆମ ପ୍ରତ୍ୟେକଙ୍କର ଚମରେ ଏହି ରାସାୟନିକ ଉପାଦାନମାନେ ରହିଛନ୍ତି,–ଅବଶ୍ୟ ଭିନ୍ନ ଭିନ୍ନ ଅନୁପାତରେ ରହିଛନ୍ତି । ସେହି ବିଭିନ୍ନତାଗୁଡ଼ିକ ଯେତେବେଳେ ଆମ ଚମ ତଳକୁ ଥିବା ରକ୍ତକଣାଗୁଡ଼ିକ ଆଣି ଦେଉଥିବା ରଙ୍ଗଟି ସହିତ ମିଶ୍ରିତ ହେଉଛନ୍ତି, ସେଥିଲାଗି ହିଁ ଉକ୍ତ ପ୍ରତ୍ୟେକଟି ଭିନ୍ନତା ପରିଲକ୍ଷିତ ହେଉଛି ।

 

ପ୍ରକୃତରେ ଭାରି ଆଚମ୍ବିତକାରୀ କଥାଟିଏ ଯେ, ଯେଉଁସବୁ ଗୁଣ ଓ ଲକ୍ଷଣମାନଙ୍କ ହେତୁ ଆମେ ପରସ୍ପର ଠାରୁ ଭିନ୍ନ ବୋଲି ବିବେଚିତ ହେଉଛୁ, ସେହିଗୁଡ଼ିକରୁ ହିଁ ମନୁଷ୍ୟଜାତି ମଧ୍ୟରେ ରହିଥିବା ଏକତ୍ଵଟି ମଧ୍ୟ ପ୍ରତିପାଦିତ ହୋଇଯାଉଛି । ଆମ ଦେହର ରଙ୍ଗ କଳା, ଗୋରା କିମ୍ବା ହଳଦିଆ ବି ହୋଇପାରେ, ମାତ୍ର ଆମ ପ୍ରତ୍ୟେକଙ୍କ ଭିତରେ ସେହି ଦୁଇଟିଯାକ ଉପାଦାନ, ମେଲାନିନ୍ ଏବଂ କାରୋଟିନ୍, ଅବଶ୍ୟ ରହିଛି । ଅର୍ଥାତ୍, ସେହି ଚମଟି ହେତୁ ଆମେ ପରସ୍ପରର ଭାଇ, ଏବଂ ଚମର ତଳଟି ହେତୁ ମଧ୍ୟ ଜଣେ ଅନ୍ୟ ଜଣକର ଭାଇ । ଏବଂ, ସେକାଳର ଜଣେ ବୃଦ୍ଧବ୍ୟକ୍ତି ଶ୍ରୀଯୁକ୍ତ କିପ୍‌ଲିଙ୍ଗ୍ ଯେଉଁ ନୀରସିଆ କଥାଟାକୁ କହିଥିଲେ, ସେଇଟିଙ୍କୁ କୌଣସି ବିସ୍ତାରିତ ଭାବରେ ଉଖାରି ଦେଖିବାକୁ ମନ ନକରି,–ସାମ୍ରାଜ୍ୟର ଅନୁବୃତ୍ତିଟାର ଅବସାନ ପରେ ସେଇଟିର ମଧ୍ୟ ଅବସାନ ଘଟିସାରିଛି,–ଆମେ ସେଥିରେ ଏହି ଆଉଗୋଟିଏ କଥାକୁ ମଧ୍ୟ ମିଶାଇ ଅବଶ୍ୟ କହିବା ଯେ, ପୂର୍ବ (ଆମେ ଯେପରି ଖୁବ୍ ଜାଣିଛୁ, ପୂର୍ବ ପୂର୍ବ ହୋଇ ରହିଛି) ଏବଂ, ପଶ୍ଚିମ (ପଶ୍ଚିମ ମଧ୍ୟ ପଶ୍ଚିମ ହୋଇ ରହିଛି) ବର୍ତ୍ତମାନ ପ୍ରତ୍ୟହ ପରସ୍ପରକୁ ଭେଟୁଛନ୍ତି; –ଆମର ଏହି ମନୁଷ୍ୟଶରୀରଟିକୁ ଭିତ୍ତି କରି ଚିରକାଳ ନିମନ୍ତେ ହିଁ ଏକ ଆରେକୁ ଭେଟିବାରେ ଲାଗିଛନ୍ତି ।

 

ତେଣୁ, ସେହି ଯୁକ୍ତିଟିକୁ ତ ଆମେ କେବଳ ବଳହୀନ ବୋଲି କହିବା, ଯେଉଁଟି କି ଜାତିବାଦୀମାନଙ୍କର ବିଚାରଗୁଡ଼ିକୁ ପ୍ରତିଷ୍ଠିତ କରିବା ନିମନ୍ତେ ପ୍ରୟାସ କରୁଛି । ସର୍ବବିଧ ପ୍ରତ୍ୟେକ ସମୂହରେ ବାସ କରୁଥିବା ବ୍ୟକ୍ତିମାନେ ଏପରି ଭାବରେ ଗଠିତ ହୋଇଛନ୍ତି ଯେ ସେମାନେ ଅନ୍ୟ ସମୂହଗୁଡ଼ିକର ବ୍ୟକ୍ତିମାନଙ୍କ ସହିତ ନାନା ସୂତ୍ରରେ ବନ୍ଧା ହୋଇ ଜୀବନ ବଞ୍ଚୁଛନ୍ତି; ଏପରିକି, ଯେଉଁସବୁ ଗୁଣ କେବଳ ଏକା ସେହିମାନଙ୍କ ଠାରେ ରହିଛି ବୋଲି ଅନୁମାନ କରାଯାଉଛି, ସେଗୁଡ଼ିକୁ ମଧ୍ୟ ଅନ୍ୟମାନଙ୍କ ସହିତ ଏକତ୍ର ବଞ୍ଚୁଛନ୍ତି । ମନୁଷ୍ୟମାନଙ୍କର ପ୍ରତ୍ୟେକ ସମୂହରେ ଗୋଟିଏ ଏପରି ଭୂମି ରହିଛି, ଯାହାର ସାହାଯ୍ୟରେ କି ସେଇଟିରେ ବାସ କରୁଥିବା ବ୍ୟକ୍ତିମାନଙ୍କର ଆଚରଣ ଏବଂ ସ୍ଵଭାବ ବିଷୟରେ ଆଦୌ କିଛିହେଲେ ଅନୁମାନ କରାଯାଇ ପାରିବନାହିଁ । ତେଣୁ, ଏଇଟିକୁ ନେଇ ଯେଉଁ ଶ୍ରେଣୀବିଭାଜନମାନ କରାଯାଉଛି, ସେଗୁଡ଼ିକୁ ଆଧାର କରି ଆମେ କୌଣସି ଜ୍ଞାନର ପ୍ରତିଷ୍ଠା କରି ପାରିବାନାହିଁ ଏବଂ ତେଣୁ, ଆଦୌ କୌଣସି ତାତ୍ପର୍ଯ୍ୟ ସହିତ ମନୁଷ୍ୟମାନଙ୍କୁ ଏକାଧିକ ଶ୍ରେଣୀରେ ବିଭକ୍ତ ବି କରି ପାରିବାନାହିଁ । ସଂକ୍ଷେପରେ କହିଲେ, ଯେପରି ଆଗରୁ କୁହାଯାଇଛି, କେବଳ ନାନା ଅଜ୍ଞାନର ନାନାବିଧ ସଂଗଠନ ହିଁ ସେହି ଶ୍ରେଣୀକରଣ ଦ୍ଵାରା କରାଯାଇ ପାରିବ । ଏବଂ, ଏହିସବୁ ଯୁକ୍ତି ଦର୍ଶାଇ ଆଦୌ କୌଣସି ଆତ୍ମସଙ୍ଗତି ରହିଥିବା ବୁଦ୍ଧିସମର୍ଥିତ ଆଉ କେଉଁ ସମ୍ଭାବ୍ୟ ଜିଜ୍ଞାସା ମଧ୍ୟ ପ୍ରକୃତରେ ରହିଥିବ ?

 

ବସ୍ତୁତଃ, ଜାତିବାଦକୁ ମୂଳ କରି ଯାହାକିଛି ଶ୍ରେଣୀବିଭାଜନ କରାଯାଇଥାଏ, ତାହା ଆଖର ବିଫଳ ହିଁ ଯେ ହୁଏ, ତାହାର କାରଣ ହେଉଛି ଯେ, ଏହି ପୃଥିବୀର ମନୁଷ୍ୟମାନେ ଚମଡ଼ାର ରଙ୍ଗ ଅଥବା ମସ୍ତକର ଆକୃତି ବା କେଶର ଘନତାକୁ ନିଠ କରି ଆଦୌ ନିଜର ଜୀବନ ବଞ୍ଚନ୍ତି ନାହିଁ,–ସେମାନେ ତ କେତେଗୁଡ଼ିଏ ଗୁଣ ଏବଂ ସାମର୍ଥ୍ୟର ଅର୍ଜନ କରି ବଞ୍ଚନ୍ତି, ଯାହାକି ସେମାନଙ୍କୁ ଜଣେ ଜଣେ ମନୁଷ୍ୟର ହିଁ ମର୍ଯ୍ୟାଦା ଆଣି ଦେଇଥାଏ । ତୁମେ ଯେପରି ଚାହୁଁଛ କିମ୍ବା ଯେଉଁଭଳି ଭୂମି ଉପରେ ତାହା କରିବାକୁ ଇଚ୍ଛା କରୁଛି, ମନୁଷ୍ୟମାନଙ୍କୁ ଭାଗ ଭାଗ କରି ଦେଖାଇବା ସକାଶେ ଯେତେ ଅଗ୍ରସର ହୁଅ ପଛକେ, ସେମାନଙ୍କ ଭିତରେ ଅଧିକ ପରିମାଣରେ ସାମଞ୍ଜସ୍ୟମାନ ରହିଛି ବୋଲି ସର୍ବଦା ଦୃଷ୍ଟିଗୋଚର ହେବ । କାରଣ, ସେମାନେ ସମସ୍ତେ ସବାଆଗ ଜଣେ ଜଣେ ମନୁଷ୍ୟ ଏବଂ, ତୁମେ ହୁଏତ ଯେଉଁ ଖାସ୍ କୌଣସି ଗୁଣର ମାନଦଣ୍ଡ ଉପରେ ଯେତେବେଳେ ବିଚାର କରିବାପାଇଁ ପ୍ରବୃତ୍ତ ହେବ, କେବଳ ସେତିକିବେଳେ ହିଁ ସେମାନେ ଜଣେ ଆଉଜଣକ ଠାରୁ ଫରକ ବୋଲି ପ୍ରତୀୟମାନ ହେବାକୁ ଲାଗିବେ । ସେମାନଙ୍କର ଅସ୍ଥିବିନ୍ୟାସ ଏକାଭଳି, ଶରୀରର ସ୍ଥିତିମାନେ ଏକାଭଳି, ମାନସିକ କ୍ରିୟାଶୀଳତାମାନ ଏକାଭଳି । ସମସ୍ତଙ୍କର ସର୍ବନିମ୍ନ ଆର୍ଥିକ ଆବଶ୍ୟକତାମାନେ ମଧ୍ୟ ଏକା,–ସମସ୍ତେ ପରସ୍ପରର ସଙ୍ଗକାମନା କରନ୍ତି, ପରସ୍ପର ସହିତ ଏକତ୍ର ନାନା ଖେଳ ଖେଳିବାର ଆକାଙ୍‌କ୍ଷା ରଖିଥାନ୍ତି । ନିଜ ପରିବେଶଟି ଦ୍ଵାରା ପ୍ରତ୍ୟେକେ ପ୍ରସୀମିତ ହୋଇ ରହିଥାନ୍ତି ଏବଂ ମୋଟେ ପଳାଇଯାଇ ପାରନ୍ତି ନାହିଁ । ଏବଂ, ପ୍ରତ୍ୟେକଙ୍କର ଜୀବନରେ ଉନ୍ନତି ଓ ଅବନତି,–ସେହି ଦୁଇଟିଯାକର ପୂର୍ଣ୍ଣ ସମ୍ଭାବନା ରହିଥାଏ । ହଁ, ଶାଇଲକ୍‌ର ମୁହଁରୁ ନିମ୍ନୋକ୍ତ କଥାଗୁଡ଼ିକୁ କୁହାଇଥିବା ସମୟରେ ସେକ୍‌ସପିଅର୍‌ଙ୍କର ମନରେ ନିଶ୍ଚୟ ସେହି କଥାଟି ହିଁ ରହିଥିଲା :

 

“ଜଣେ ଇହୁଦୀର ମଧ୍ୟ ଦୁଇଟା ଆଖି ରହିଛି, ହାତମାନେ ଅଛନ୍ତି, ଅବୟବସକଳ ରହିଛନ୍ତି, ବିସ୍ତାରଚୟ ଅଛନ୍ତି; ଇନ୍ଦ୍ରିୟବୋଧ, ଭାବାବେଗ ତଥା ଭାବସଂପୃକ୍ତିମାନେ ବି ଅଛନ୍ତି । ସିଏ ଅନ୍ୟ ସବୁ ମନୁଷ୍ୟଙ୍କ ପରି ଆହାର ଗ୍ରହଣ କରେ, ତା’ ଦେହରେ ମଧ୍ୟ ଅସ୍ତ୍ରମାନଙ୍କରୁ ଏକାଭଳି ଆଘାତ ଆସି ବାଜୁଛି । ସିଏ ମଧ୍ୟ ସେହି ଏକା ରୋଗମାନଙ୍କରେ ପଡ଼ୁଛି, ଏକା ଉପାୟରେ ଆରୋଗ୍ୟ ଲାଭ କରୁଛି, ଶୀତ ଏବଂ ଗ୍ରୀଷ୍ମରେ ଠିକ୍ ଏକାଭଳି ଉଷୁମ କିମ୍ବା ଶୀତଳ ଦରକାର କରୁଛି,–ଜଣେ ଖ୍ରୀଷ୍ଟିଆନ୍ ପରି ଜଣେ ଇହୁଦୀ ମଧ୍ୟ ସେହି ସବୁକିଛିର ସମ୍ମୁଖୀନ ହେଉଛି-। ତୁମେ ଆମ ଦିହରେ କଣ୍ଟାଟାଏ ଫୋଡ଼ିଦେଲେ ଆମ ଦେହରୁ ମଧ୍ୟ ରକ୍ତ ବାହାରୁଛି । ଆମକୁ ସଲସଲ କଲେ ଆମକୁ ମଧ୍ୟ ହସ ମାଡ଼ୁନାହିଁ କି ? ତୁମେ ଆମକୁ ବିଷ ଦେଲେ ଆମେ ମଧ୍ୟ ମରୁନାହୁଁ କି । ଏବଂ, ତୁମେ ଆମପ୍ରତି କୌଣସି ଅନୁଚିତ କାର୍ଯ୍ୟ କଲେ, ଆମେ ମଧ୍ୟ ପ୍ରତିଶୋଧ ନେବୁନାହିଁ କି ? ଯଦି ଆମେ ସବୁକିଛିରେ ତୁମମାନଙ୍କ ପରି, ତେବେ ଏହି ସବୁଯାକ କ୍ଷେତ୍ରରେ ତୁମ ଆମ ମଧ୍ୟରେ ନିଶ୍ଚୟ ସାଦୃଶ୍ୟ ରହିବ ହିଁ ରହିବ ।”*

 

*The Marchant of Venice, Act. III. Scene I, II 50-58. It is interesting to observe that in the passage Shakespeare shows himself aware that Jews are not a race, but more nearly a nation.

 

ତେଣୁ, ମନୁଷ୍ୟମାନଙ୍କ ଭିତରେ କେତେକ ଗୋଷ୍ଠୀ ଅନ୍ୟମାନଙ୍କଠାରୁ ଏପରି ଅନ୍ୟ ପ୍ରକାରର ହୋଇ ରହିଥାଆନ୍ତି ଯେ, ସେମାନଙ୍କର ସ୍ଵଭାବ ଏବଂ ଆଚରଣ ମଧ୍ୟ ମୂଳଭୂତ ଭାବରେ ଅନ୍ୟପ୍ରକାର ହୋଇଥାଏ ବୋଲି ଜାତିବାଦୀମାନେ ଖୁବ୍ ଦୃଢ଼ତା ସହିତ ଯେଉଁ ଦାବୀ କରିଥାନ୍ତି, ଆମେ ସେଇଟିକୁ ସଂପୂର୍ଣ୍ଣ ଭାବରେ ଅସ୍ଵୀକାର କରୁଛୁ । ଏକ ପ୍ରଶସ୍ତତମ ଭୂମିରେ ସବୁ ମନୁଷ୍ୟଙ୍କର ପ୍ରକୃତି ଏବଂ ଆଚରଣ ଏକାପରି ହିଁ ହୋଇଥାଏ । ଏବଂ ଜାତିବାଦୀମାନେ ଯେପରି ସମୟ ସମୟରେ କହିଥାଆନ୍ତି, ଯଦି ପ୍ରତ୍ୟେକ ଗୋଷ୍ଠୀ ମୋଟାମାଟି ନିଜରି ଆଚରଣ–ପ୍ରକାରଟିକୁ ଅବଲମ୍ବନ କରି ରହିବା ଉଚିତ ବୋଲି ଗ୍ରହଣ କରାଯାଏ, ତେବେ ସେଥିରୁ ଏହି ଅସଲ ନିଷ୍କର୍ଷଟି ଅବଶ୍ୟ ବାହାରିବ ଯେ, ସବୁ ମନୁଷ୍ୟଙ୍କର ସର୍ବୋଚ୍ଚ କର୍ତ୍ତବ୍ୟ ହେଉଛି ଯେ ସେମାନେ ସମସ୍ତେ ପରସ୍ପର ସହିତ ସର୍ବଦା ସଂଯୁକ୍ତ ହୋଇ ରହିବେ । ଯାବତୀୟ ଯୁକ୍ତି ତଥା ଯାବତୀୟ ନ୍ୟାୟଶାସ୍ତ୍ର ଫାସିଷ୍ଟବାଦକୁ ନୁହେଁ, ଜନତନ୍ତ୍ରକୁ ହିଁ ପ୍ରତିଷ୍ଠିତ କରାଇଥାଏ । ମୋ’ର ମନେ ହେଉଛି, ସେହି କାରଣଟି ହେତୁ ମୁଁ ଫାସିଷ୍ଟମାନେ ଆପଣାର ରକ୍ତକୁ ଏକ ଅବଲମ୍ବନରୂପେ ଗ୍ରହଣ କରି ଯାବତୀୟ ବିଚାରରେ ପ୍ରବୃତ୍ତ ହେବାଲାଗି ବରଂ ଅଧିକ ପସନ୍ଦ କରିଥାନ୍ତି ।

 

ରକ୍ତକୁ ନେଇ ତତ୍ତ୍ଵ କାଢ଼ିବା

 

ଜାତିବାଦୀ ସେହି ଆଧାରତତ୍ତ୍ଵ ଗୁଡ଼ିକରୁ ଆମେ ଏହାପରେ ଦ୍ଵିତୀୟଟିର ଆଲୋଚନା କରିବା :

 

(୨) ଏହି ସ୍ଵଭାବମାନେ ବଂଶ-ଅନୁକ୍ରମରେ ଗଢ଼ି ଆସିଥାନ୍ତି,–ଏବଂ, ତେଣୁ ଏହିସବୁ ସମୂହରେ ବାସ କରୁଥିବା ଜଣେ ବ୍ୟକ୍ତି ମଧ୍ୟ ସେଗୁଡ଼ିକୁ ଏଡ଼ି ଦେଇ ପାରେନାହିଁ ବା ସେଗୁଡ଼ିକରୁ ମୁକ୍ତ ହୋଇ ବାହାରି ଆସିବାରେ ଆଦୌ ସଫଳ ହୁଏନାହିଁ ।

 

ଗଣନାତୀତ ବହୁବର୍ଷ ଧରି କଳ୍ପନାମାନଙ୍କରୁ ନିଃସୃତ ହୋଇ ଆସିଥିବା ଯେଉଁ ବିଚାର ତଥା ଧାରଣାମାନେ ମନୁଷ୍ୟର ପୃଥିବୀଟିକୁ ଉତ୍ପୀଡ଼ିତ କରି ରଖିଛନ୍ତି, ସେଗୁଡ଼ିକ ମଧ୍ୟରୁ ରକ୍ତ–ବିଷୟକ ସେହି କଳ୍ପନାକୁ ମୂଳ କରି ବାହାର କରାଯାଇ ଆସିଥିବା ତତ୍ତ୍ଵଟିକୁ ସମ୍ଭବତଃ ସର୍ବାଧିକ ପରିମାଣରେ ମତାନ୍ଧ ପ୍ରକାରର ବୋଲି କୁହାଯାଇ ପାରିବ । ରକ୍ତ ହେଉଛି ଗୋଟିଏ ସାହାଯ୍ୟକାରୀ ତରଳ ପଦାର୍ଥ, ଯେଉଁଟି ନଥିଲେ ଆମେ କେହି ଜୀବନ ଧରି ରହି ପାରିବାନାହିଁ । ତେଣୁ, ଏଇଟି ପ୍ରକୃତରେ ଅତ୍ୟନ୍ତ ମୂଲ୍ୟବାନ୍ । ରକ୍ତ ହିଁ ଆମର ଶାରୀରିକ ଅସ୍ତିତ୍ଵର ନିକଟବର୍ତ୍ତୀ ହୋଇ ରହିଛି ଏବଂ ଏକ ଅନ୍ତରଙ୍ଗ ଉପାଦାନ ରୂପେ କାର୍ଯ୍ୟ କରୁଛି । ରକ୍ତ ଆମର ଚମତଳେ ସଦା ପ୍ରବାହିତ ହେବାରେ ଲାଗିଛି ଏବଂ ତେଣୁ ଆମେ ତାକୁ ବାହାରୁ କେବେହେଲେ ଦେଖି ପାରୁନାହୁଁ । ଅତ୍ୟନ୍ତ ମୂଲ୍ୟବାନ୍, ଅତ୍ୟନ୍ତ ଘନିଷ୍ଠ ଏବଂ ଆମ ଆଖିକୁ ପ୍ରତ୍ୟକ୍ଷ ହେଉନଥିବା ଗୋଟିଏ ଉପାଦାନ,–ଯେକୌଣସି ପ୍ରକାରର ରହସ୍ୟବାଦକୁ ସୃଜନ କରି ଆଣିବାରେ ଏତିକି ହିଁ ଆବଶ୍ୟକ ହେବ ।

 

ପୁନଶ୍ଚ, ଏକ ଦୀର୍ଘ କାଳରୁ କାବ୍ୟଗତ ଆଳଙ୍କାରିତାର କ୍ଷେତ୍ରରେ ରକ୍ତର ମଧ୍ୟ ଏକ ପରିଚିତ ଭୂମିକା ରହିଆସିଛି ଏବଂ ସେହିଟିର ମାଧ୍ୟମରେ ତାହା ଜୀବନର ତଥା ଜୀବନ–ବଳିଦାନ ଦୁଇଟିଯାକର ପ୍ରତୀକ ହୋଇ ରହିଆସିଛି । ମୁକ୍ତିଲାଭକୁ ବୁଝାଇଛି, ନରକବାସର ଦୁର୍ଦ୍ଦଶାଟିକୁ ମଧ୍ୟ ବୁଝାଇ ଆସିଛି । ନୂତନ ବସ୍ତୁଚୟର ଉପସ୍ଥିତିକୁ ବୁଝାଇଛି ଏବଂ ପୁରାତନ ବସ୍ତୁମାନଙ୍କର ତିଷ୍ଠି ରହିବାକୁ ମଧ୍ୟ ବୁଝାଇଛି । ଏକ ଏପରି ପ୍ରତୀକସଦୃଶ ବସ୍ତୁ, ଯେଉଁଥିରେ କି ଏକାଧିକ ବିରୋଧିତା ଅନ୍ତର୍ଗତ ହୋଇ ରହିଛି ଏବଂ, ତାହା ସେତେବେଳେ ଯେପରି ଇଚ୍ଛା ସେହିପରି ବ୍ୟବହାର କରି ପାରିବା ଭଳି ଶବ୍ଦଟିଏ କିମ୍ବା ବସ୍ତୁଟିଏ ଖୋଜୁଥିବା ମନୁଷ୍ୟମାନଙ୍କର ପ୍ରୟୋଜନଗୁଡ଼ିକୁ ପୂରଣ କରିବାଭଳି ଚମତ୍କାର ଭାବରେ ଅନୁକୂଳ ହୋଇ ରହିଆସିଛି । ରୂପକ ଦେଇ କଳ୍ପନା କରିବା ଏବଂ ଏକ ବାସ୍ତବ ସତ୍ୟକୁ ଜାଣିବା,–ଏହି ଉଭୟ ମଧ୍ୟରେ ରହିଥିବା ପାର୍ଥକ୍ୟକୁ ଗୁପ୍ତ କରି ରଖି ସେହି ବ୍ୟକ୍ତିମାନେ ଭାବଗତ ଧାରଣାମାନଙ୍କୁ ଏହି ବାସ୍ତବ ପୃଥିବୀର ପ୍ରକୃତ ବର୍ଣ୍ଣନାରୂପେ ବେଶ୍ ଚଳାଇ ଦେଇପାରନ୍ତି । ଏବଂ, ସେଗୁଡ଼ିକରେ ବିଶ୍ଵାସ କରୁଥିବା ଲୋକମାନେ ସେମାନଙ୍କୁ ଅବଶ୍ୟ ମିଳି ଯାଆନ୍ତି ।

 

ଆଗକାଳର ଆମ ସାମନ୍ତବାଦୀ ସମାଜରେ, ଯେଉଁଠାରେ ନିଜର ସଂପତ୍ତିକୁ ସମ୍ଭ୍ରାନ୍ତଗଣ ସ୍ଥାୟୀ ଭାବରେ ଆପଣାର ପରିବାରର ଅଧିକାରରେ ରଖିବାକୁ ଯାଇ ଏକ ସମସ୍ୟାମଧ୍ୟରେ ପଡ଼ିଥିଲେ, ସେତେବେଳେ ଏପରି କଳ୍ପନାଟିଏ କରିବା ଦ୍ଵାରା ଦେଶ୍ ଫାଇଦା ହୋଇପାରିଲା ଯେ, ସମ୍ପତ୍ତି ଗୋଟିଏ ପରିବାରରେ ବାପଠାରୁ ପୁଅ ହାତକୁ ନିଶ୍ଚୟ ଆସିପାରିବ । ସେମାନେ ତ ଗୋଟିଏ ବଂଶର, ତେଣୁ ଏକା ‘ରକ୍ତ’ର । ଏହିପରି ଗୋଟିଏ ରଙ୍ଗକପଡ଼ା ପିନ୍ଧି ସାମନ୍ତବାଦୀ ପ୍ରଥାର ସମର୍ଥକ ବ୍ୟାଖ୍ୟାକାରୀମାନେ ସେହି ନିରାଟ ଅର୍ଥନୈତିକ ବାସ୍ତବଟିକୁ ଲୁଗା ପିନ୍ଧାଇ ଘୋଡ଼ାଇ ରଖିଥିଲେ ଯେ, ଏହାଦ୍ଵାରା ଗୋଟିଏ ଗୋଟିଏ ସମ୍ଭ୍ରାନ୍ତ କୁଳର ପରିବାର ହାତରେ ଅଜସ୍ର ସମ୍ପତ୍ତି ଆସି ଠୁଳ ହୋଇ ଯାଇଥିଲା । ତା’ପରେ ଯେତେବେଳେ ପୁଞ୍ଜିବାଦ ଆସିଥିଲା, ସେତେବେଳେ ଯିଏ କାରଖାନାର ମାଲିକ ହେଲା, ସମ୍ପତ୍ତି ତାହାରି ହାତକୁ ଆସିଲା । ସେତେବେଳେ ସେହି ମାଲିକମାନେ ହିଁ ବୁହତ୍ ବଜାରମାନଙ୍କର ନିୟନ୍ତ୍ରଣ କରିଥିଲେ ଏବଂ ତଦ୍ଦ୍ୱାରା କ୍ରମେ ରକ୍ତସାଦୃଶ୍ୟର କଳ୍ପନା ବା ଭାବନାଟି କାର୍ଯ୍ୟତଃ ଗୋଟାଏ ଗୋଟାଏ ପୂରା ଜାତିମାନଙ୍କୁ ନିଜର ଆଖି ଆଗରେ ଦେଖିବାକୁ ଆରମ୍ଭ କଲା । ଏହି ଘଟଣାଟି ଆସି ଊନବିଂଶ ଶତାବ୍ଦୀରେ ଗୋଟିଏ ବାସ୍ତବ ରୂପ ଲାଭ କଲା ଯେତେବେଳେ ‘ରକ୍ତଗତ ଜ୍ଞାତିତ୍ଵ’ ତଥା ‘ଜାତି' ଦୁଇଟିଯାକ ଗୋଟିଏ ପରିଧି ମଧ୍ୟରେ ଆସି ସମ୍ମିଳିତ ହୋଇ ଯାଇଥିଲେ । ଶ୍ରୀଯୁକ୍ତ କୋନ୍ତ୍ ଦ ଗୋବିନ୍ୟୁ, ତାଙ୍କୁ ଅଧିକ ଶ୍ରଦ୍ଧା ସହକାରେ ରୋମାଣ୍ଟିକ୍ ନାନା ଗପର ଜଣେ ଲେଖକ ହିସାବରେ ବରଂ ସମସ୍ତେ ଜାଣିଥିଲେ, ସିଏ ଏହି ଜାତିଗତ ପାର୍ଥକ୍ୟଗୁଡ଼ିକୁ ଆଧାର କରି ସାମାଜିକ ବରିଷ୍ଠତା ବିଷୟରେ ଆପଣାର ସିଦ୍ଧାନ୍ତଟିକୁ ଆଣି ବାଢ଼ି ଦେଇଥିଲେ । ‘ରକ୍ତ’ ସହିତ ‘ଜାତି’ର ଭାବନାକୁ ମିଶାଇବାର ବିଦଗ୍ଧତାଗୁଡ଼ିକୁ ଚାକ୍ଷୁଷ କରି ଆଣିବାର ସେହି ଖାସ୍ ଦାୟିତ୍ଵଟି ତୁଲାଇବାର କାର୍ଯ୍ୟଟି ପ୍ରକୃତରେ ବିଂଶ ଶତାବ୍ଦୀ ଆସିବାଯାଏ ବୋଧହୁଏ ଅପେକ୍ଷା କରୁଥିଲା ।

 

ଗୋଟିଏ ଜାତିର ସମସ୍ତେ ଯେ ରକ୍ତସାଦୃଶ୍ୟର ଏକ ବନ୍ଧନରେ ପରସ୍ପର ସହିତ ବାନ୍ଧି ହୋଇ ରହିଛନ୍ତି, ସେହି ଭାବନାଟି ଦ୍ଵାରା ପ୍ରକୃତରେ ଦୁଇଟି ମୁଖ୍ୟ ଉଦ୍ଦେଶ୍ୟ ସାଧିତ ହୋଇଛି : ଅନ୍ୟ ଜାତିମାନଙ୍କୁ ପରାଜିତ କରିବାର ଅଭିଯାନଟି ଲାଗି ଏହାଦ୍ଵାରା ଜାତିଗୁଡ଼ିକୁ ଗୋଟିଏ ମଉକା ମିଳିଯାଇଛି ଏବଂ, ନିଜ ଭୂଇଁଟିରେ ମଧ୍ୟ ଅଧିବାସୀମାନଙ୍କ ମଧ୍ୟରେ ତଥାପି ଏକ ବିଭାଜନ ସମ୍ଭବ କରିବା ସକାଶେ ସେମାନଙ୍କୁ ସାମର୍ଥ୍ୟ ଯୋଗାଇ ଦେଇଛି । ଭଦାହରଣ ସ୍ଵରୂପ, ଜର୍ମାନ୍ ଜାତିର ଲୋକେ ଏବଂ ସେମାନଙ୍କର ବଂଶଧରମାନେ ସାରା ପୃଥିବୀରେ ହିଁ ବ୍ୟାପ୍ତ ହୋଇ ରହିଥିବାରୁ, ଜର୍ମାନ୍ ‘ରକ୍ତ’ ଯେଉଁଠି ଯେତେ ଜାଗାରେ ଥାଉ ପଛକେ, ସେଠାରେ ମଧ୍ୟ ଜର୍ମାନୀ ଅବଶ୍ୟ ରହିଛି ବୋଲି ନାତ୍‌ସୀମାନଙ୍କୁ ଦାବି କରିବା ପାଇଁ ବେଶ୍ ସାମର୍ଥ୍ୟଟିଏ ଏକଦା ମିଳି ଯାଇଥିଲା । ତେଣୁ, ଜର୍ମାନ୍ ଶାସନର ରାଜ୍ୟସୀମା ଯେତେବେଳେ ପ୍ରସାର ଲାଭ କରିବାର ସୁଯୋଗଟିଏ ମିଳି ଯାଉଥିଲା, ସେତେବେଳେ ଯେଉଁ ଜର୍ମାନମାନେ ନୂଆ କରି ମୂଳ ପିତୃଭୂମିଟିକୁ ଫେରି ଆସୁଥିଲେ, ଆଉଗୋଟିଏ ବିଦେଶୀ ରାଜ୍ୟର ନିମ୍ନ ସ୍ତରର ଏକ ସମୂହର ଉତ୍ପୀଡ଼ନରୁ ସେମାନଙ୍କୁ ମୁକ୍ତ କରି ଅଣାଯାଇଛି ବୋଲି ଘୋଷଣା କରି ହେଉଥିଲା । ଏବଂ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ସଂପୂର୍ଣ୍ଣ ସମଷ୍ଟିଟି ଏହିପରି ଭାବରେ ମୁକ୍ତ ହୋଇ ଅସଲ ଏକତ୍ର ମଧ୍ୟକୁ ଫେରି ନଆସିଥିବା ପର୍ଯ୍ୟନ୍ତ ଜର୍ମାନ୍ ସୈନ୍ୟ-ପରାକ୍ରମଟା ଏହିପରି ନିଶ୍ଚୟ ଆପଣାକୁ କ୍ରିୟାଶୀଳ କରି ରଖିବ ବୋଲି ସର୍ବଦା ଆଶା ମଧ୍ୟ ରଖୁଥିଲା । ଏବଂ ହାୟ, ଏହି କାଟର ଉଦ୍ଧାରକର୍ତ୍ତାମାନଙ୍କ ହାତରୁ ଏହି ପୃଥିବୀଟି ରକ୍ଷା ପାଇବ ବୋଲି ଏବେ ମଧ୍ୟ ବାକୀ ଅଛି ।

 

ଏଣେ, ଯୁଗପତ୍ ଭାବରେ ନାତ୍‌ସୀମାନେ ନିଜ ଦେଶରେ ମଧ୍ୟ ଆପଣାର ରାଜପଣଟାକୁ ଅଧିକରୁ ଅଧିକ ଦୃଢ଼ କରି ଆଣୁଥିଲେ ଏବଂ ସେଥିପାଇଁ ନିଜ ଜାତିରେ ମଧ୍ୟ ଏକ ମିଛ ବିଭାଜନର ସର୍ଜନା କରିବାରେ ଲାଗିଥିଲେ । ଆଗରୁ ତ ଗୋଟିଏ ଘୃଣାପୂର୍ଣ୍ଣ ଦୂରତାଭାବ ଅତ୍ୟନ୍ତ ଅନମନୀୟ ଭାବରେ ଦେଶରେ ବ୍ୟାପ୍ତ ହୋଇ ରହିଥିଲା ଏବଂ ସେମାନେ ସେଥିରୁ ଫାଇଦା ଉଠାଇବାକୁ ସ୍ଥିର କରିଥିଲେ । ସେମାନେ ସ୍ୱୟଂ ଭିଆଇଥିବା ଓ ଖୁବ୍ ତୀବ୍ର କରି ରଖିଥିବା ମନ୍ଦଗୁଡ଼ିକ ନିମନ୍ତେ ଦେଶର ଇହୁଦୀମାନଙ୍କ ଉପରେ ଦୋଷ ଦେଲେ । ତା'ପରେ କେଡ଼େ ସୂକ୍ଷ୍ମ ଭାବରେ ସଂପୂର୍ଣ୍ଣ ବେଗରେ ସମଗ୍ର ଇହୁଦୀମାନଙ୍କ ଉପରେ ପାଶବିକ କାଣ୍ଡମାନ ଆରମ୍ଭ ହେଲା ଏବଂ ପରିଶେଷରେ ଏପରି ମଧ୍ୟ ହେଲା ଯେ, ଯେଉଁମାନେ ପ୍ରକୃତ ହତ୍ୟାକାରୀ ନଥିଲେ, ସେମାନେ ମଧ୍ୟ ଆପଣାକୁ ଉକ୍ତ ହତ୍ୟାକାରୀମାନଙ୍କ ସହିତ ଅନ୍ତତଃ ଏକ ସମାନ ପରିଧାନରେ ଆବୃତ କରି ରଖିବାକୁ ଇଚ୍ଛା କରିଥିଲେ ।

 

ଏହି ରକ୍ତ-ସାଦୃଶ୍ୟର କଳ୍ପନାଟିକୁ ସାମାଜିକ ସଂପର୍କସ୍ତରରେ ଯେଉଁସବୁ ପ୍ରକାରେ ବ୍ୟବହାର କରାଯାଇ ଆସିଛି, ତାହାର ଏକ ଅଧ୍ୟୟନ ଯଦି ସେଇଟି ମଧ୍ୟରେ ରହିଥିବା ନିପଟ ମିଥ୍ୟାଟିକୁ ଦର୍ଶାଇ ଦେଇ ନପାରୁଥାଏ, ତେବେ କେତୋଟି ବିଜ୍ଞାନସମ୍ମତ ପ୍ରକୃତ ସତ୍ୟ ହୁଏତ ସେହି କ୍ଷେତ୍ରରେ ନିର୍ଣ୍ଣାୟକ ରୂପେ ଅବଶ୍ୟ କାର୍ଯ୍ୟ କରିବ । ପ୍ରଥମ କଥାଟି ହେଉଛି, ରକ୍ତକୁ କେତୋଟି ଶ୍ରେଣୀ ବା ପ୍ରକାରରେ ବିଭକ୍ତ କରି ହେବ ସିନା, ମାତ୍ର ଏହିସବୁ ପ୍ରକାରର ଜାତିଗତ ସମଷ୍ଟିର ଅବଧାରଣାଟି ସହିତ କୌଣସି ସମ୍ପର୍କ ନାହିଁ । ଆମେ କଳ୍ପନା କରି ପାରୁଥିବା ପ୍ରତ୍ୟେକ ଜାତିର ମନୁଷ୍ୟମାନଙ୍କ ଠାରେ ଏହି ସବୁଯାକ ପ୍ରକାର ବିଦ୍ୟମାନ ରହିଥାଏ । ଏହି ପ୍ରକୃତ କଥାଟିକୁ ଜାଣି ଗଣତାନ୍ତ୍ରିକ ମନୋଭାବ ରହିଥିବା ବ୍ୟକ୍ତିମାନେ ନିଶ୍ଚୟ ଖୁସୀ ହେବେ ଯେ, ଅଷ୍ଟ୍ରେଲିଆର ଗହନ ଅରଣ୍ୟବାସୀ ଏବଂ ଆମେରିକାର ଆଦିମମାନଙ୍କ ଶରୀରରେ ରକ୍ତରେ ଯେଉଁସବୁ ପ୍ରକାର ରହିଛି, ସେମାନଙ୍କ ଦେହରେ ମଧ୍ୟ ଠିକ୍ ସେହି ପ୍ରକାରମାନେ ଅଛନ୍ତି । ଏବଂ, ମନୁଷ୍ୟଜାତି ପ୍ରକୃତରେ ଗୋଟିଏ ବୋଲି ଘୋଷଣା କରୁଥିବା ସିଦ୍ଧାନ୍ତଟିକୁ ପ୍ରକୃତରେ ସଂପୂର୍ଣ୍ଣ ଅଭ୍ରାନ୍ତ ବୋଲି ଜାଣିରଖିବା ନିମନ୍ତେ ଏଠାରେ ହୁଏତ ଉଲ୍ଲେଖ କରାଯାଇ ପାରିବ ଯେ, ଜଣେ ବ୍ୟକ୍ତିର ଦେହର ରକ୍ତକୁ ଆଉଜଣେ ବ୍ୟକ୍ତି ଦେହ ମଧ୍ୟକୁ ପ୍ରବେଶ କରାଉଥିବା ସମୟରେ ରକ୍ତର ଯେଉଁ ଅଂଶଟି ସବୁଠାରୁ ଅଧିକ ଆବଶ୍ୟକ ବୋଲି ପରିଗଣିତ ହୁଏ, ସେହି ପ୍ଲାଜ୍‌ମା ପ୍ରତ୍ୟେକ ମନୁଷ୍ୟର ଦେହରେ ସର୍ବତ୍ର ସେହି ଗୋଟିଏ ପ୍ରକାରର ହୋଇ ରହିଥାଏ ।

 

ଦ୍ଵିତୀୟରେ, ରକ୍ତଦ୍ଵାରା ଆମେ ଉତ୍ତରାଧିକାରର ସୂତ୍ରରେ ଆମ ପୂର୍ବପୁରୁଷମାନଙ୍କ ଠାରୁ ଆଦୌ କୌଣସି ସ୍ଵଭାବ ଲାଭ କରିନଥାଉ । ଏହି ସ୍ଵଭାବମାନେ ତ ଜୀବବିଜ୍ଞାନରେ ‘ଜିନ୍' ବୋଲି କୁହାଯାଉଥିବା ତତ୍ତ୍ଵଟି ଦ୍ଵାରା ବାହିହୋଇ ଆସନ୍ତି । ଅନ୍ୟ ସକଳ ପ୍ରମାଣ ସଦୃଶ ଏହି ଜୀନ୍-ବିଜ୍ଞାନଟି ମଧ୍ୟ ପ୍ରମାଣ କରି ଦେଖାଇ ଦେଉଛି ଯେ, ମାନବଜାତିକୁ ଆମେ ପ୍ରକୃତରେ ଗୋଟିଏ ସମୁଦାୟ ବୋଲି ହିଁ ଜାଣିବା ଏବଂ ସେଥିରେ ଉପର ତଳ ଏକ ସୋପାନକ୍ରମରେ ଅଥବା ଜାତି ଜାତି ବିଚାରରେ ଆଦୌ କିଛି ମଧ୍ୟ ସର୍ଜନା ହୋଇନାହିଁ । ମଣିଷମାତ୍ରେ ସମସ୍ତେ ପ୍ରକୃତରେ ଗୋଟିଏ ଉତ୍ସରୁ ଉଦ୍‌ଭୂତ ହୋଇ ଆସିଛନ୍ତି ବୋଲି ଯେପରି ସମ୍ଭବ ବୋଲି ଲାଗୁଛି, ଏବଂ ମନୁଷ୍ୟମାନଙ୍କର ଭିନ୍ନ ଭିନ୍ନ ଗୋଷ୍ଠୀ ଇତିହାସର ସଂପୂର୍ଣ୍ଣ କାଳଟିରେ ହିଁ ଯେପରି ପରସ୍ପର ସହିତ ବିବାହ–ସମ୍ବନ୍ଧରେ ଆବଦ୍ଧ ହୋଇ ଆସିଛନ୍ତି, ତାହାରି ଫଳରେ କୌଣସି ନିର୍ଦ୍ଦିଷ୍ଟ ଶାରୀରିକ ଲକ୍ଷଣ ନିମନ୍ତେ ଆବଶ୍ୟକ ନିର୍ଦ୍ଦିଷ୍ଟ ଜିନ୍‌ଟି ବର୍ତ୍ତମାନ ପୃଥିବୀଯାକ ଏକାଧିକ ମନୁଷ୍ୟସମଷ୍ଟିଙ୍କ ଠାରେ ପ୍ରକୃତରେ ଦେଖିବାକୁ ମିଳୁଛି । ତେଣୁ, ଯଦି କେତୋଟି ଖାସ୍ ଗୁଣକୁ ଆଧାର କରି ଗୋଟିଏ ‘ଜାତିକୁ’ ଅଲଗା ପରି ବିହ୍ନଟ କରି ରଖିବାର ପ୍ରୟାସ କରାଯାଏ, ତେବେ ଅବଶ୍ୟ ଦେଖାଯିବ ଯେ, ଯେଉଁସବୁ ବ୍ୟକ୍ତି ଅନୁରୂପ କୌଣସି ଗୁଣର ପରିଚୟ ଦେଉଛନ୍ତି ବୋଲି ସେମାନଙ୍କୁ ସେଇଟି ମଧ୍ୟରେ ଅନ୍ତର୍ଭୁକ୍ତ କରିବାକୁ ଯାଇ ଆହୁରି ମଧ୍ୟ କେତେ ଗୁଣ ସମସ୍ତଙ୍କ ଭିତରେ ପରିଲକ୍ଷିତ ହେଉ ନଥିବାରୁ ସେମାନଙ୍କୁ ସେଇଟିରୁ ଅଲଗା କରି ମଧ୍ୟ ଦେଖିବାକୁ ହେଉଛି ।

 

ତୃତୀୟତଃ, ଜାତିବାଦ ସ୍ଵଭାବ ଓ ଆଚରଣମାନଙ୍କୁ ମଧ୍ୟ ମନୁଷ୍ୟମାନେ ପୂର୍ବପୁରୁଷଙ୍କ ଠାରୁ ଆଣିଥାନ୍ତି ବୋଲି ଦାବୀ କରିବାର ଚେଷ୍ଟା କରିଥାଏ ଏବଂ ସେଗୁଡ଼ିକ ପ୍ରକୃତରେ କଦାପି ସେହିଭଳି ନୁହନ୍ତି । କେତେ ବ୍ୟକ୍ତି ମୂକ ଏବଂ ବଧିର ହୁଅନ୍ତି, କେତେକଙ୍କ ଠାରେ ହେମୋଫିଲିଆ ରହିଥାଏ, ଏବଂ ସେସବୁ ଜିନ୍‌ଗୁଡ଼ିକର କାରଣରୁ ହିଁ ହୋଇଥାଏ । କିନ୍ତୁ, ଏପରି କୌଣସି ପ୍ରମାଣ ନାହିଁ, ଯାହାକି ଏପରି ଅନୁମାନଟିଏ କରିବାପାଇଁ ଆମକୁ ପ୍ରବୃତ୍ତ କରିବ ଯେ, ମନୁଷ୍ୟମାନଙ୍କର ରାଜନୀତିକ ତଥା ସାମାଜିକ ଆଚରଣମାନେ ମଧ୍ୟ ସେହି ଉତ୍ସରୁ ସମ୍ଭବ ହେଉଥିବେ । ଉଦାହରଣ ସ୍ଵରୂପ, ଯଦି ପୁଞ୍ଜିବାଦ ଅର୍ଥରେ ଜଣେ ଲାଭଖୋର ହେବା ନିମନ୍ତେ ଅନୁରୂପ ଜିନ୍‌ଟିଏ ରହିଛି ବୋଲି ମନେ କରାଯାଏ, ତା’ ହେଲେ ଏପରି ମଧ୍ୟ ମନେ କରିବାକୁ ହେବ ଯେ, ସାମନ୍ତବାଦ କାଳର ବୃହତ୍ ସାମନ୍ତମାନେ ଏବଂ ପ୍ରାଚୀନ କାଳର କ୍ରୀତଦାସଗୁଡ଼ିଏ ରଖିଥିବା ମାଲିକମାନେ ମଧ୍ୟ ସେହିପରି ଅନ୍ୟ ପ୍ରକାରର କେତୋଟି ଜିନ୍ ଦ୍ଵାରା ଅବଶ୍ୟ ପ୍ରଭାବିତ ହୋଇଥିବେ । ଏବଂ, ଏବେ ସେହିସବୁ ଜିନ୍ କ୍ରମେ ଦୁର୍ବଳ ହୋଇ ଯାଇଥିବାରୁ ଉକ୍ତ ଆଚରଣଗୁଡ଼ିକ ମଧ୍ୟ ଆଉ ସମ୍ଭବ ହେଉନାହିଁ । ଆମକୁ ନିଶ୍ଚୟ କହିବାକୁ ପଡ଼ିବ ଯେ, ପୁଞ୍ଜିବାଦୀ ଆଚରଣମାନ ଘଟାଇଥିବା ଜିନ୍‌ ସକାଳ ପୂର୍ବର ସେହି ସାମନ୍ତବାଦୀ ସମୟରେ ହୁଏତ ପୃଷ୍ଠଭାଗରେ ଯାଇ ରହିଥିଲେ କିମ୍ବା କୌଣସି ଗୋଟିଏ ପ୍ରକାରର ଗୁଣ-ପରିବର୍ତ୍ତନ ଘଟିବା ହେତୁ ସମ୍ଭବ ହେଲେ । ଏହା ଫଳରେ, ଏବେ ସମାଜର ପରିବର୍ତ୍ତନ ବିଷୟରେ ମିଳୁଥିବା ପ୍ରମାଣଗୁଡ଼ିକ ଦ୍ଵାରା ପରିଚାଳିତ ହୋଇ ଇତିହାସରେ ଆଧାରିତ ଯେଉଁ ବିବରଣୀମାନ ଦିଆଯାଉଛି, ସେଗୁଡ଼ିକର ଆଉ କୌଣସି ଅର୍ଥ ରହିବନାହିଁ ଏବଂ ତା’ ଥାନରେ ଜିନ୍-ବିଜ୍ଞାନର ନାନା କଳ୍ପନାପ୍ରସୂତ ଅସ୍ପଷ୍ଟ ପ୍ରୟୋଗ ଦ୍ଵାରା ନିର୍ଣ୍ଣୟମାନ କରାଯିବ ।

 

ଉତ୍ତରାଧିକାର ସୂତ୍ରରୁ ପ୍ରାପ୍ତ ଏକ ଅସ୍ଥିବିନ୍ୟାସତତ୍ତ୍ଵ ଏବଂ ଶରୀର-ଗଠନର ଅତ୍ୟନ୍ତ ପ୍ରଶସ୍ତ ନାନା ସୀମାର ବେଢ଼ା ମଧ୍ୟରେ ମନୁଷ୍ୟର ସକଳ ଆଚରଣ ପରିବେଶଗତ ପ୍ରଭାବମାନଙ୍କ ଦ୍ୱାରା ହିଁ ନିର୍ଦ୍ଧାରିତ ହୋଇଥାଏ । ସ୍ଵୟଂ ସମାଜ ହେଉଛି ସେହି ପରିବେଶଗୁଡ଼ିକ ମଧ୍ୟରେ ସର୍ବବୃହତ୍, କୌଣସି ଏକ ପୁରୁଷାନୁକ୍ରମିକ ଅନୁକୂଳତାର କାରଣରୁ ଯେ ବର୍ତ୍ତମାନ ଏହି ପୁଞ୍ଜିବାଦୀମାନେ ଅଛନ୍ତି, ସେକଥା ଆଦୌ ନୁହେଁ; ପ୍ରକୃତରେ ପଣ୍ୟ ତଥା ଅନ୍ୟାନ୍ୟ ବସ୍ତୁର ଉତ୍ପାଦନ ଏବଂ ବିତରଣର କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ବ୍ୟବସ୍ଥାମାନେ ରହିଛନ୍ତି ବୋଲି ପୁଞ୍ଜିବାଦ ରହିଛି । ସେହିପରି ସେହି ଏକା ସାମାଜିକ ବ୍ୟବସ୍ଥାରୀତିଟି ହିଁ କାରଖାନାର ଶ୍ରମିକମାନଙ୍କର ସାମ୍ପ୍ରତିକ ଅସ୍ତିତ୍ଵ ଓ ଆଚରଣଟିକୁ ନିର୍ଦ୍ଧାରିତ କରୁଛି । ଦୁଇଟିଯାକ ଗୋଷ୍ଠୀ କାହିଁକି ସେମାନଙ୍କର ବର୍ତ୍ତମାନର ଅବସ୍ଥା ମଧ୍ୟରେ ରହିଛନ୍ତି ଅଥବା ଏକ ଅଲଗା ଜାତି ବୋଲି କଳ୍ପନା କରାଯାଉଥିବା ଗୋଷ୍ଠୀଟିଏ କାହିଁକି ଏତରଫରେ ବା ଅନ୍ୟ ତରଫରେ ରହିଛି, ତାହାର ଆଦୌ କୌଣସି ଜିନ୍-ସମ୍ପର୍କିତ କାରଣ ନାହିଁ । ଏପରିକି ବର୍ତ୍ତମାନ ସମୟରେ ଲୋକସାହିତ୍ୟ ମଧ୍ୟ ସେହି କଥାଟିକୁ ସ୍ଵୀକାର କରୁଛି;–ଗୋଟିଏ ଶ୍ରେଣୀରୁ ଅନ୍ୟ ଶ୍ରେଣୀଟି ମଧ୍ୟକୁ ଉଠିଯାଇ ପାରିବାର ସମ୍ଭାବନାଟି ବିଷୟରେ ବିଜ୍ଞାପନ ଦ୍ଵାରା ପ୍ରଚାର କରିବା ସମୟରେ ଲୋକସାହିତ୍ୟ ସେହି କଥାଟିକୁ ବ୍ୟକ୍ତ କରିଦେଉଛି ।

 

ଅତଏବ, “କ’ଣ ପାଇଁ ଅନ୍ୟ କେହି ନମିଳିଲେ ଯାଇ ତୁମେ ନିଗ୍ରୋମାନଙ୍କୁ କୌଣସି କାମରେ ଲଗାଇବ ଓ ଭୃତ୍ୟମାନଙ୍କ ଭିତରୁ କେତେ ଜଣଙ୍କୁ ବିଦା କରିଦେବାରେ ଏକ ପ୍ରୟୋଜନ ଆସିବା ମାତ୍ରକେ ସବାଆଗ ନିଗ୍ରୋମାନଙ୍କୁ ବାହାର କରିଦେବ” ବୋଲି ଯେଉଁ କଥାଟି ରହିଛି, ତାହାର କେବଳ ଏକ ସାମାଜିକ କାରଣ ରହିଛି, କଦାପି କୌଣସି ଜୀବବିଜ୍ଞାନ ସହିତ ସମ୍ବନ୍ଧିତ କାରଣ ନାହିଁ । ପୁନଶ୍ଚ, ଆମ ସମାଜରେ କେତୋଟି ଖାସ୍ ବ୍ୟବସାୟ ତଥା ଜୀବିକାବୃତ୍ତିର କ୍ଷେତ୍ରରେ କାହିଁକି ଖୁବ୍ କମ୍‍ସଂଖ୍ୟକ ଇହୁଦୀ ଦେଖିବାକୁ ମିଳୁଛନ୍ତି, ସେଇଟିର ମଧ୍ୟ ଜୀବବିଜ୍ଞାନଗତ କୌଣସି କାରଣ ନାହିଁ, କେବଳ ଏକ ସାମାଜିକ କାରଣ ହିଁ ରହିଛି । ଏବଂ, ଏହି ସାମାଜିକ କାରଣଗୁଡ଼ିକ ଯେ ଅଛନ୍ତି, ସେଥିପାଇଁ ଆମ ସମାଜର ଶାସକମାନଙ୍କୁ ନିଶ୍ଚୟ କମ୍ ବାହାଦୂରୀ ହିଁ ଦେବାକୁ ହେବ । ଏପରି ଶୋଚନୀୟ ସ୍ଥିତିଟିଏ ଅଛି, କାରଣ ସ୍ଵୟଂ ନିଗ୍ରୋମାନେ ହିଁ ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଖୁନ୍ଦାଖୁନ୍ଦି ହୋଇ ରହିଛନ୍ତି ଏବଂ ଯଥାସମ୍ଭବ ଅଧିକ ଶସ୍ତା ମହଜୁଦ ଶ୍ରମିକ ପଲଟିଏ ଯୋଗାଇ ଦେଉଛନ୍ତି । ପୁନଶ୍ଚ, ଇହୁଦୀମାନେ ମଧ୍ୟ ଏପରି ଏକ ମନ୍ଦ ସ୍ଥିତିରେ ଅଛନ୍ତି, ତାହାର କାରଣ ହେଉଛି ଯେ ‘ଆର୍ଯ୍ୟ’ ଗୋଷ୍ଠୀର ବୃହତ୍ ବ୍ୟବସାୟୀମାନେ ସେମାନଙ୍କ ସହିତ ଯେପରି ସେତେ ବୃହତ୍ ପ୍ରତିଦ୍ଵନ୍ଦୀ ହୋଇ କେହି ବାହାରିବେ ନାହିଁ, ସେମାନେ ତାହାହିଁ ଇଚ୍ଛା କରୁଛନ୍ତି ।

ହଁ, ପ୍ରକୃତରେ ସେହି ନାତ୍‌ସୀମାନେ ଯଦି ଆମଲାଗି ଏକ ମିଥ୍ୟାବିଶ୍ଵାସ ଯୋଗାଇ ଦେଇଥିଲେ ଯେ ମନୁଷ୍ୟଗଣଙ୍କର ସର୍ବବିଧ ଆଚରଣ ଏକ ‘ଜାତିଧର୍ମୀ ଆତ୍ମା’ର ବିଧାନ ଅନୁସାରେ ପୂର୍ବରୁ ହିଁ ନିର୍ଦ୍ଧାରିତ ହୋଇ ରହିଛି, ତେବେ ଏଠାରେ ଏକଥାଟିକୁ ମଧ୍ୟ ନିଶ୍ଚୟ ସ୍ଵୀକାର କରିବାକୁ ହେବ ଯେ, ସେମାନେ ଆମକୁ ସେହି ବିଧାନଟିର ସଂପୂର୍ଣ୍ଣ ଖଣ୍ଡନ କରୁଥିବାର ସତ୍ୟଟିକୁ ମଧ୍ୟ ଆମ ହାତରେ ଦେଇ ଯାଇଥିଲେ । କାରଣ, ସେମାନେ ଯେତେବେଳେ ଆପଣାର ସେହି ସାସନଟିକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରି ରଖିବାର ସମସ୍ୟାଟିର ସମ୍ମୁଖୀନ ହୋଇଥିଲେ, ଏବଂ ବାହାର ବିଦେଶରେ ଏକ ବିଜୟ-ଅଭିଯାନରେ ଯାତ୍ରା କରିବା ସକାଶେ ଜର୍ମାନ୍‍ମାନଙ୍କୁ ସଂଗଠିତ କଲେ, ସେତେବେଳେ ସେମାନେ ଆଦୌ ମନୁଷ୍ୟମାନଙ୍କୁ ‘ମାନ୍ଦା’ କରି ପକାଉଥିବା ଟିଉଟନିକ ବ୍ୟକ୍ତିତ୍ଵଟି ଉପରେ କୌଣସି ପ୍ରତ୍ୟୟ ସ୍ଥାପନ କରିନଥିଲେ ବା ଦୂର ଜଙ୍ଗଲ ଯୁଗଟାର ସେହି ଆଦିମ ପ୍ରବୋଧନଟାରେ ମଧ୍ୟ କୌଣସି ମନ ଦେଇନଥିଲେ । ସେମାନେ ସେପରି ନକରି, ଖବରକାଗଜର କ୍ଷେତ୍ରଟାକୁ ଦଖଲ କରି ନେଇଥିଲେ, ରେଡ଼ିଓକୁ, ସ୍କୁଲ ଏବଂ ବିଶ୍ଵବିଦ୍ୟାଳୟଗୁଡ଼ିକୁ ତଥା ସଂସ୍କୃତି କ୍ଷେତ୍ରର ସକଳ ମାଧ୍ୟମକୁ ଆପଣାର ଅକ୍ତିଆର ମଧ୍ୟକୁ ନେଇ ଯାଇଥିଲେ ଏବଂ ସେଗୁଡ଼ିକୁ ନିଜର ଖାସ୍ ଅଭିପ୍ରାୟମାନଙ୍କରେ ପୂରଣ କରିବାରେ ବ୍ୟବହାର କରିଥିଲେ । ଅର୍ଥାତ୍, ନିଜ ନାଗରିକମାନଙ୍କର ଭାବନା ଏବଂ କଳ୍ପନାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ପ୍ରକାରେ ଖାସ୍ ପ୍ରସୀମିତ କରି ରଖିବାର ସାଧନ ରୂପେ ବ୍ୟବହାର କରିଥିଲେ ।

 

ଫାସିଷ୍ଟବାଦର ତତ୍ତ୍ଵଟା ଯାହାକିଛି କହୁ ପଛକେ, ଫାସିଷ୍ଟ୍‌ମାନଙ୍କ ଦ୍ଵାରା ପ୍ରକୃତରେ କରାଯାଇଥିବା କାର୍ଯ୍ୟଗୁଡ଼ିକ ପରିଷ୍କାର ଭାବରେ ଏକଥା ଖୁବ୍ ସ୍ଵୀକାର କରିଛନ୍ତି ଯେ, ସେହି ପ୍ରସୀମନର ପରିଣାମ ସ୍ଵରୂପ ହିଁ ସକଳ ସାମାଜିକ ଆଚରଣ ବସ୍ତୁତଃ ସମ୍ଭବ ହୋଇଥାଏ । ଯଦି ଏହି କଥାଟି ସତ ହୁଏ, ତେବେ ଆମେ ସେହି ଅନ୍ୟ କଥାଟିକୁ ମଧ୍ୟ ପ୍ରତ୍ୟାଶା କରିପାରିବା ଯେ, ଉକ୍ତ ପ୍ରସୀମନର ପ୍ରକ୍ରିୟାଟି ଦ୍ୱାରା ଏସବୁର ପରିବର୍ତ୍ତନ ଅବଶ୍ୟ ସମ୍ଭବ ହେବ । ସେହିଟି ମୁତାବକ, ଯଦି କେତେକ ମନୁଷ୍ୟଙ୍କ ଭିତରେ ଆଚରଣଗତ ଏପରି ପ୍ରକାରମାନ ଦୃଷ୍ଟିଗୋଚର ହେଉଥାଏ, ଯାହାକୁକି ଆମେ ନିତାନ୍ତ ଅବାଞ୍ଛିତ ବୋଲି ବିଚାର କରୁଥାଉ, ତେବେ ସେହି କ୍ଷେତ୍ରରେ ଉକ୍ତ ମନୁଷ୍ୟମାନଙ୍କୁ ଆମେ ଅନ୍ୟମାନଙ୍କ ଠାରୁ ଅଲଗା କରି ଆଉ କେଉଁଠାରେ ନେଇ ରଖିବାର ଅଥବା ସେମାନଙ୍କୁ ବିଲୁପ୍ତ କରିଦେବାର କୌଣସି ଚିନ୍ତା କରିବାନାହିଁ । ଆମେ ପରିବେଶଗତ କାରଣମାନଙ୍କୁ ଦୂର କରିବାକୁ ଚେଷ୍ଟା କରିବା । ଯଦି ଗବେଷଣା ଦ୍ଵାରା ସଂଯୋଗବଶତଃ ଜଣେ ନିଗ୍ରୋ କ'ଣ ପାଇଁ ଆଳସ୍ୟପରାୟଣ ହୋଇ ରହିଥିବାର ସୂଚନାଟିଏ ମିଳୁଛି, ତେବେ ସେହି କ୍ଷେତ୍ରରେ ତା’ର ଦାରିଦ୍ର୍ୟଟାକୁ ବଢ଼ାଇ ଦେବା ଆମର ମୋଟେ କର୍ତ୍ତବ୍ୟ ହେବନାହିଁ;–ଦାରିଦ୍ର୍ୟ ବଢ଼ିଲେ ତ ତା’ର ଆଳସ୍ୟଟା ଆହୁରି ଅଧିକ ବଢ଼ିଯିବ । ଆମେ ପ୍ରକୃତରେ ତା' ଲାଗି ଉପଯୁକ୍ତ ଯଥେଷ୍ଟ ଖାଦ୍ୟର ବ୍ୟବସ୍ଥା କରିବା ଏବଂ ତେବେ ତା’ର ଆଳସ୍ୟଟା ବି ତା’ ପରେ ନିଶ୍ଚୟ ଅନ୍ତର୍ନିହିତ ହୋଇଯିବ ।

 

କେହି ମନ୍ଦ ଜାତି ଅଛନ୍ତି କି ?

 

ଆମେ ବର୍ତ୍ତମାନ ଶେଷ ଦୁଇଟିଯାକ ଆଧାରତତ୍ତ୍ଵର ଚର୍ଚ୍ଚା କରିବା । ଏକାଠି ଦୁଇଟି-ଯାକର । କାରଣ, ଦୁଇଟିଯାକର ହିଁ ନୀତିଶାସ୍ତ୍ର ସହିତ ସମ୍ପର୍କ ରହିଛି :

 

(୩) ଏହିସବୁ ସ୍ଵଭାବଗୁଡ଼ିକ ମଧ୍ୟରୁ କେତୋଟି ‘ମନ୍ଦ', ଏବଂ ଏହି ମନ୍ଦ ସ୍ଵଭାବମାନେ ହିଁ ସର୍ବଦା ଅଧିକ ପରାକ୍ରମୀ ହୁଅନ୍ତି ।

 

(୪) ଆଉ କେତେ ଗୋଷ୍ଠୀ ଥାଆନ୍ତି, ଯେଉଁମାନଙ୍କର ସ୍ୱଭାବ ଶାଳୀନ ଏବଂ ‘ଭଲ’ । ସେହିମାନେ ହିଁ ମନ୍ଦ ସ୍ଵଭାବ ରହିଥିବା ସେହି ଅନ୍ୟ ବ୍ୟକ୍ତିମାନଙ୍କୁ ନିଜ ଅକ୍ତିଆର ମଧ୍ୟରେ ରଖିବା ଉଚିତ ।

 

ଏହିଭଳି ଗୋଟାଏ ଗୋଟାଏ ସ୍ଥୂଳ ନୈତିକ ପରାମର୍ଶ ପ୍ରକୃତରେ କାହାରି ମନରେ ପ୍ରତ୍ୟୟ ଦେଇ ପାରେନାହିଁ,–କାରଣ, ସେମାନେ ଏପରି ବହୁତ କଥାକୁ ଘୋଡ଼ାଇ ରଖିଥାନ୍ତି, ଯେଉଁଗୁଡ଼ିକୁ ଆମର ସବାଆଗ ହିଁ ଜାଣିବାର ଆବଶ୍ୟକତା ରହିଥାଏ,–ଜଣେ ଜଣେ ବ୍ୟକ୍ତି ହିସାବରେ ସେମାନଙ୍କ ଆଚରଣର ପ୍ରକାର ବିଷୟରେ ଆମର ସବାଆଗ ଜାଣିଥିବା ଉଚିତ । ମନ ହୋଇଥାଏ, ଯେପରିକି ଗୋଟିଏ ଗୋଟିଏ ସ୍ଥୂଳ ପରାମର୍ଶବାକ୍ୟ ବୟାନ କରିଦେଇ ଅନେକ ଲୋକ ମୂଳରୁ ହିଁ ଗୋଟିଏ କ’ଣର ନିନ୍ଦା କରିବାକୁ ଇଚ୍ଛା କରନ୍ତି ଓ ଆଉସବୁ କ’ଣକୁ ଆରମ୍ଭରୁ ହିଁ ଉଚିତ ବୋଲି ଘୋଷଣା କରୁଥାନ୍ତି । କୌଣସି ଆଚରଣର ବାସ୍ତବ ଅଧ୍ୟୟନ କରିବା ପୂର୍ବରୁ ହିଁ ସେମାନେ ତାହା କରିଥାଆନ୍ତି । ପୁନଶ୍ଚ, ଭିନ୍ନ ଭିନ୍ନ ଜାତିମାନଙ୍କର ଶାରୀରିକ ଲକ୍ଷଣଗୁଡ଼ିକୁ ଭିତ୍ତି କରି ସଂପୂର୍ଣ୍ଣ ନିର୍ଭୁଲ ଭାବରେ କିଛି ସାଧାରଣ ସିଦ୍ଧାନ୍ତ ବାହାର କରିବା କଦାପି ସମ୍ଭବ ହେଉ ନଥିବାରୁ, ନୈତିକ ଆଚରଣର କ୍ଷେତ୍ରରେ ମଧ୍ୟ ସେହିପରି କିଛି ସାଧାରଣ ସିଦ୍ଧାନ୍ତ ବାହାର କରିବାରେ ଆମକୁ କୌଣସି ଅଧିକ ସଫଳତା ମୋଟେ ମିଳି ପାରିବନାହିଁ । ‘ଭଲ’ ଏବଂ ‘ମନ୍ଦ’ କହିଲେ ସତକୁସତ କ'ଣସବୁ ବୁଝାଉଛି, କେତୋଟି ସମଷ୍ଟିର କ୍ଷେତ୍ରରେ ପ୍ରୟୋଗ କରି ନଦେଖିଲେ ସେହି ପ୍ରୟୋଗଟି ଅନୁସାରେ ସେମାନଙ୍କର ନିୟତିଗୁଡ଼ିକୁ ଗଠିତ କରି ନପାରିଲେ, ସେପରି ଏକ ନିର୍ଣ୍ଣୟ କରି ପକାଇଲେ ଆମକୁ ନାନା ଅସୁବିଧାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିବ-। ଅତ୍ୟନ୍ତ ନିର୍ମମ ଭାବରେ କଠୋର ହେବା ଫଳରେ ଅଗଣିତ ମଣିଷଙ୍କ ଉପରେ କେତେ କେତେ ଉତ୍ପୀଡ଼ନକୁ ଆଣି ଲଦି ଦିଆଯାଇଛି, ତାହାରି ପରିପ୍ରେକ୍ଷୀରେ ସେହି ନୈତିକ ସିଦ୍ଧାନ୍ତଗୁଡ଼ିକରେ ନିହିତ ହୋଇ ରହିଥିବା ପ୍ରକୃତ ସତ୍ୟଟିର ନିର୍ଦ୍ଧାରଣ କରିବାକୁ ବସିଲେ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେବା । ସାଧାରଣ ଜୀବନର କ୍ଷେତ୍ରରେ ରହିଥିବା ସେପରି କୌଣସି ପାପାଚାର ନୁହେଁ, ବରଂ ସମୁଚିତ ବୁଝାମଣାର ଅଭାବ ହେତୁ ହିଁ ନୈତିକ ମୂଲ୍ୟବିଚାରର କାର୍ଯ୍ୟଟି ପ୍ରକୃତରେ ଅତ୍ୟନ୍ତ ବାଧାପ୍ରାପ୍ତ ହୋଇ ରହିଥାଏ । ହଁ, କାଠଖଣ୍ଡଟା ବସ୍ତୁତଃ ଆମ ନିଜର ଆଖିରେ ହିଁ ଥାଏ ଏବଂ ସେତେବେଳେ ଆଉ ଜଣକର ଆଖିରେ କ’ଣ ରାଶିଦାନା ଆକାରର ବସ୍ତୁଟିଏ ପଡ଼ିଛି ବୋଲି ଆମେ ଆପତ୍ତି ହିଁ କରୁଥାଉ ।

 

କିନ୍ତୁ, ମୁଁ ଭାବୁଛି ଯେ, କୌଣସି ଉଚ୍ଚତାତ୍ତ୍ୱିକ ବିଶୁଦ୍ଧ ନଜିର ଇତ୍ୟାଦିର ବିନା ସହାୟତାରେ ମଧ୍ୟ ଏହି ପ୍ରଶ୍ନଟିର ସମାଧାନ ଅବଶ୍ୟ ସମ୍ଭବ ହୋଇ ପାରିବ । ଏପରି ମନେ କରାଯାଉ ଯେ ଆମେ ନୀରସ ବୋଲି କୁହାଯାଉଥିବା ଜାତିଗୁଡ଼ିକର ସ୍ୱଭାବ ସହିତ ତଥାକଥିତ ଅଧିକ ଅର୍ଥାତ୍ ସରସା ଜାତିଗୁଡ଼ିକର ଆଚରଣର ତୁଳନା କରିବାକୁ ଯାଉଛୁ । ସେଥିରୁ ଆମକୁ ଯେଉଁ ଉତ୍ତରଗୁଡ଼ିକ ପ୍ରାପ୍ତ ହେବ, ସେଗୁଡ଼ିକ ଅତି ସ୍ପଷ୍ଟ ଏବଂ ସମାନ ଭାବରେ ଅତ୍ୟନ୍ତ ଅନିଷ୍ଟକାରକ । ହଁ, ସେହି ଭୋଜନ ସମୟରେ ମୋ' କତିକୁ ଯେଉଁ ବ୍ୟକ୍ତିଟି ଆସୀନ ଥିଲେ, ସିଏ ପ୍ରକୃତରେ ଜଣେ ନିଗ୍ରୋ ନୁହନ୍ତି କିମ୍ବା ଜଣେ ଇହୁଦୀ ମଧ୍ୟ ନୁହନ୍ତି । ଏବଂ, ଯିଏ ସେହି କୁତ୍ସାରଟନାକାରୀ ପୋଷ୍ଟକାର୍ଡ଼ଟି ଲେଖିଥିଲେ ବା ଉକ୍ତ କପଟପୂର୍ଣ୍ଣ ସ୍ଲୋଗାନ୍‌ଟି ଲେଖିଥିଲେ, ସିଏ ମଧ୍ୟ ନିଗ୍ରୋ ନୁହନ୍ତି ବା ଇହୁଦୀ ମଧ୍ୟ ନୁହନ୍ତି । କୌଣସି ନିଗ୍ରୋ ଅଥବା ଇହୁଦୀ ମଇଦାନ୍‌କେନର ମାରଣ-ଶିବିରକୁ ତିଆରି କରି ନଥିଲା । ନାହିଁ, ମୋଟେ ନୁହେଁ, ଏମାନେ ସମସ୍ତେ ସେହି ‘ଆର୍ଯ୍ୟ’ ବର୍ଗଟାର ହିଁ ଥିଲେ । ମନୁଷ୍ୟଜାତିର ସମୁଦାୟ ଇତିହାସରେ କୌଣସି ନିଗ୍ରୋ କିମ୍ବା କୌଣସି ଇହୁଦୀ, ବସ୍ତୁତଃ ନୀରସ ବୋଲି କୁହାଯାଉଥିବା ଜାତିର ଅନ୍ତର୍ଗତ କୌଣସି କେହି ମନୁଷ୍ୟଜାତିର ଏତେ କଷଣର କାରଣ ଆଦୌ ହୋଇଛି, ଆପଣାକୁ କେଡ଼େ ଖୁସୀ ହୋଇ ଉଚ୍ଚ ଏବଂ ସରସ ବୋଲି କହୁଥିବା ଜାତିମାନେ ଭିଆଇଥିବା କଷଣଗୁଡ଼ିକ ସହିତ ଯାହାର ଏତେ ଟିକିଏ ମଧ୍ୟ ତୁଳନା ହୋଇ ପାରିବ ।

 

ଅର୍ଥାତ୍, ଜାତିବାଦୀମାନେ ଯେପରି ସର୍ବଦା କହି ଆସିଛନ୍ତି, ନୈତିକ ତରାଜୁଟା ପ୍ରକୃତରେ ତା’ର ଠିକ୍ ଓଲଟାଟାକୁ ଦେଖାଇ ଆସିଛି । ତେବେ, ମଣିଷମାନଙ୍କ ଦ୍ଵାରା ଆଦୌ କଳ୍ପନା କରି ହେଉଥିବା ଯାବତୀୟ ଦୁଷ୍କୃତିର ଅଧିକାରୀ ହୋଇ ରହିବାଟା ଯଦି ଜଣେ ଗୁଣବାନ୍ ମନୁଷ୍ୟ ବା ଏକ ମନୁଷ୍ୟସମୂହର ପ୍ରମାଣ ହୁଏ, ତେବେ ସେହି ଜାତିବାଦୀମାନଙ୍କୁ ନିଶ୍ଚୟ ଗୁଣଯୁକ୍ତ ବୋଲି କୁହାଯିବ । ସର୍ବବିଧ ଅନ୍ୟାୟକୁ ମନରେ ପାଞ୍ଚି ଆଚରଣରେ ପ୍ରକଟ କରିବାର ପକ୍ଷଟିକୁ ଯଦି ନ୍ୟାୟରେ ଅବଶ୍ୟ ରହିଛି ବୋଲି କୁହାଯିବ, ତେବେ ଜାତିବାଦର ସମର୍ଥକମାନେ ଅବଶ୍ୟ ନ୍ୟାୟପଟେ ଅଛନ୍ତି । ଯଦି ଅତି ଘୃଣ୍ୟ ଓ ସର୍ବବିଧ ଅଶୁଦ୍ଧତା ମଧ୍ୟରେ ଅବଗାହି ରହିବାକୁ ଶୁଦ୍ଧ ହେବା ବୋଲି କୁହାଯାଏ, ତେବେ ସେହିମାନେ ହିଁ ଅବଶ୍ୟ ଶୁଦ୍ଧ ବୋଲାଇବେ । କିନ୍ତୁ, ଆପଣାକୁ ‘ଆର୍ଯ୍ୟ' ବୋଲାଉଥିବା ଏହି ବର୍ଗଟି ତଥା ତାହାର ଅତିମାତ୍ରାରେ ଅସହନୀୟ ଜ୍ଞାତିମାନଙ୍କ ପ୍ରତି ଶ୍ରୀ ଜୋନାଥାନ୍ ସୁଇଫ୍‌ଟଙ୍କର ସେହି ବିଖ୍ୟାତ ନ୍ୟାୟଟି ଲାଗି ସେମାନେ ନିଶ୍ଚୟ ଅଧିକାରୀ ହେବେ : “ସେମାନେ ହେଉଛନ୍ତି ନିତାନ୍ତ କ୍ଷୁଦ୍ର ଏବଂ ଘୃଣାସ୍ପଦ ସେହି ଦୃଷ୍ଟ କୀଟମାନଙ୍କର କେବଳ ବିନାଶ ନିମନ୍ତେ ରହିଥିବା ଏକ ଜାତି ବା ସମୂହ ଏବଂ ଆମର ଏହି ପୃଥିବୀ ପୃଷ୍ଠରେ ଏପରି ସଲସଲ ହେଉଥିବାରୁ ସ୍ଵୟଂ ପ୍ରକୃତିଟି ମଧ୍ୟ ଅଦ୍ଭୂତପୂର୍ବ ଭାବରେ ପୀଡ଼ିତ ହୋଇ ରହିବା ଲାଗି ବାଧ୍ୟ ହେଉଛି-!”

 

ଯଦି ଆମ ମନୁଷ୍ୟମାନଙ୍କର ସମୂହମାନେ ନୀତିଗତ ନ୍ୟାୟବିଚାରର ଅଧୀନ ହୋଇ ରହିବାକୁ ଇଚ୍ଛା କରନ୍ତେ, ତେବେ ସେହି ପ୍ରକୃତ ଗୁଣମାନେ ବସ୍ତୁତଃ କେଉଁଠାରେ ଯେ ରହିଛନ୍ତି, ଏହି ସଂପ୍ରତିକାଳର ଅମାନୁଷିକତାଟି ସେମାନଙ୍କୁ ସେହି ବିଷୟରେ ବେଶ୍ ସହଜରେ ହିଁ କହି ଦିଅନ୍ତା । କିନ୍ତୁ ଏଠାରେ ଆମେ ପରିଶେଷରେ ସେଥିମଧ୍ୟରୁ ମାତ୍ର ଗୋଟିକର ଅନୁମାନ କରିବା,–ସେଇଟି ହେଉଛି ସବୁଠାରୁ ଅଧିକ ପରିମାଣରେ ଅସଭ୍ୟ ଓ ବର୍ବରତାଯୁକ୍ତ । ଅନୁମାନ କରାଯାଉ ଯେ, ଏହି ଯେଉଁ ତଥାକଥିତ ‘ଆର୍ଯ୍ୟ’ମାନଙ୍କ ହାତରେ ଏହି ଚାବୁକମାନ ରହିଛି, ବିଷାକ୍ତ ବାଷ୍ପର ପ୍ରକୋଷ୍ଠଗୁଡ଼ିକ ରହିଛି, ଭ୍ରାମ୍ୟମାଣ ବନ୍ଦୀଗୃହମାନେ ଅଛନ୍ତି,–ସେମାନଙ୍କର ସବୁଯାକ ଅବଜ୍ଞା, ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ବୋଲି ମାନିବା ଓ ଅନ୍ୟମାନଙ୍କୁ ନିଜଠାରୁ ଅଲଗା କରି ରଖିବା, ସେମାନେ ସମ୍ଭବତଃ ପ୍ରକୃତରେ ଅନ୍ୟ ସମୂହମାନଙ୍କ ତୁଳନାରେ ନୈତିକ ସ୍ତରରେ ଏକ ଉଚ୍ଚତର ସୋପାନର । ତେବେ, ସେମାନଙ୍କର ଏହି ଉଚ୍ଚତର ସ୍ତର ତଥା ଉଚ୍ଚତର ମର୍ଯ୍ୟାଦା ସେମାନଙ୍କୁ ଅନ୍ୟମାନଙ୍କ ଉପରେ ମାଲିକ ହୋଇ ବସିବାଲାଗି ଏକ ଅଧିକାର ଯୋଗାଇ ଦେଉଛି କି ? ଏବଂ ନିଜର ଖୁସୀଟା ଅନୁସାରେ ଏମାନେ ସେମାନଙ୍କ ଉପରେ ଆପଣାର ଶାସନକୁ ଜାରି କରି ରଖିବେ କି ଓ ସେମାନଙ୍କ ଉପରେ ଅତ୍ୟାଚାର କରିବେ କି ? କିନ୍ତୁ ଏପରି ଏକ ଭୟାବହ ଅବସ୍ଥା ଭିଆଇ ପାରିବା ସେମାନଙ୍କ ପକ୍ଷରେ କିପରି ସମ୍ଭବ ମଧ୍ୟ ହେବ ? ଅତ୍ୟାଚାର ଅର୍ଥ ହେଉଛି ନାନା ବଳର ପ୍ରୟୋଗ କରି ଓ ଅନେକ ସମୟରେ ହିଂସାତ୍ମକ ନାନା ଶୋଷଣର ଆଶ୍ରୟ ନେଇ କେତେକ ଅଳ୍ପସଂଖ୍ୟକ ମନୁଷ୍ୟମାନଙ୍କର ଏକ ଗୋଷ୍ଠୀର କାର୍ଯ୍ୟ । ହଁ, ଯେଉଁମାନେ ଅଧିକ କ୍ଷମତାର ଅଧିକାରୀ ହୋଇଥିବେ, ସେହିମାନେ ତାହା କରିପାରିବେ ଏବଂ ତାହାକୁ ସ୍ଥାୟୀ କରି ରଖିବେ । କିନ୍ତୁ, ବାହ୍ୟ ଭୌତିକ ସ୍ତରରେ ହେଉ ଅଥବା ନୈତିକ ସ୍ତରରେ ହେଉ, ସେହି ଅଧିକ ଏବଂ ଉଚ୍ଚତର ହେବାର ପଣଟିକୁ କେବେହେଲେ ମଧ୍ୟ ନ୍ୟାୟଯୁକ୍ତ ବୋଲି କୁହା ଯିବନାହିଁ । ପୁନଶ୍ଚ, ଜନତନ୍ତ୍ରକୁ ମାର୍ଗରୂପେ ଗ୍ରହଣ କରିଥିବା ଏକ ନୈତିକତା ତାହାକୁ କେବଳ ଘୃଣା ହିଁ କରିବ ଏବଂ ପୃଥିବୀଯାକ ସର୍ବତ୍ର ହିଁ ତାହାର ବିଲୁପ୍ତି ଘଟୁ ବୋଲି ଅବଶ୍ୟ ଇଚ୍ଛା କରୁଥିବ ।

 

*       *      *

 

ଏହିପରି ଭାବରେ ଭିନ୍ନ ଭିନ୍ନ ମନୁଷ୍ୟମୂହ ମଧ୍ୟରେ ନାନାବିଧ ଗଭୀର ପାର୍ଥକ୍ୟମାନ ରହିଛି ଏବଂ, ସେହି ପାର୍ଥକ୍ୟଗୁଡ଼ିକ ଆଚରଣଗତ ନାନା ବିଶେଷତ୍ଵ ରୂପେ ପୁରୁଷରୁ ପୁରୁଷ ଅବଶ୍ୟ ଗଡ଼ି ଆସୁଛନ୍ତି ବୋଲି ଜଣେ ଜାତିବାଦୀ ଯଦି ଦର୍ଶାଇ ବି ଦେଇ ପାରନ୍ତା, (ସିଏ ପ୍ରକୃତରେ ସେହିଟିକୁ କଦାପି ଦେଖାଇଦେଇ ପାରିବନାହିଁ )–କେତେକ ସମୂହଙ୍କର ସ୍ଵଭାବ ଓ ଆଚରଣଗୁଡ଼ିକ ଭଲ ଏବଂ ଆଉ କେତେକେତେଙ୍କର ମନ୍ଦ ବୋଲି ଯଦି ତଥାପି କହନ୍ତା, ତେବେ ସିଏ କେବେହେଲେ ଏହି କଥାଟିକୁ ଦେଖାଇ ପାରନ୍ତାନାହିଁ ଯେ, ଉତ୍ତମ ଆଚରଣର ସମୂହଗୁଡ଼ିକ ଯେ ଅନ୍ୟମାନଙ୍କୁ ଆପଣାର ଅଧୀନସ୍ଥ କରି ରଖିଛନ୍ତି, ସେଇଟିଦ୍ଵାରା ସିଏ ନ୍ୟାୟ ହିଁ କରୁଛି । ହଁ, ତା’ର ଏଠାରେ ଉଲ୍ଲେଖ କରାଯାଇଥିବା ଉକ୍ତିର କେବଳ ସେହି ଗୋଟିଏ ପରିଣାମ ମିଳିବ,–ସିଏ ଶୂନ ହିଁ ପାଇବ । ଏହି କାଟର ମନୁଷ୍ୟମାନେ ଏବେ ଆମର ଏହି ପୃଥିବୀସାରା କିପରି ନିଜର ନିୟନ୍ତ୍ରଣକୁ ଜମାଇ ରଖିଛନ୍ତି, ସେହି କଥାଟିକୁ ଚିନ୍ତା କରିବା ମାତ୍ରକେ ପ୍ରକୃତରେ ହୃତ୍‌କମ୍ପ ଜାତ ହୋଇଥାଏ ।

 

ହଁ, ବସ୍ତୁତଃ ହୃତ୍‌କମ୍ପ ଜାତ ହୋଇଥାଏ, କିନ୍ତୁ ତଥାପି ଅବଶ୍ୟ ଏହି କ୍ଷେତ୍ରରେ ସକ୍ରିୟ ହେବା ନିମନ୍ତେ ଏକ ସଂକଳ୍ପ ମଧ୍ୟ ଜନ୍ମେ । ହଁ, କ୍ରିୟାଶୀଳ ନହୋଇ କୌଣସି ଅନ୍ୟ ଗତି ହିଁ ନାହିଁ । ଅତ୍ୟନ୍ତ ଧୈର୍ଯ୍ୟ ସହିତ ସଂପୃକ୍ତ ସମସ୍ତଙ୍କୁ ଶିକ୍ଷିତ କରି ଆଣିବାକୁ ହେବ ଏବଂ ପ୍ରକୃତରେ ଫଳ ଦେଇ ପାରୁଥିବା ଏକ ରାଜନୀତିକ ନିୟନ୍ତ୍ରଣ ମଧ୍ୟ ଅବଶ୍ୟ ସମ୍ଭବ ହେବ । ଏହିପରି ଉପଯୁକ୍ତ ପଦକ୍ଷେପମାନଙ୍କୁ ଗ୍ରହଣ କରି ବର୍ତ୍ତମାନ ପୃଥିବୀରେ ବାସ କରୁଥିବା ଜାତିମାନଙ୍କର ସାଧାରଣ ଜୀବନ ଏପରି ଗଠିତ ହୋଇ ଆସିବ ଯେ, ଆଉ ମଇଦାନେକମାନେ କେବେହେଲେ ଘଟିବେନାହିଁ, ଆଉ କୌଣସି ହିଟ୍‌ଲରର ପୁନରାବୃତ୍ତି ହେବନାହିଁ ,–କୁଇସ୍‌ଲିଙ୍ଗ ଆଦୌ ସମ୍ଭବ ହେବେନାହିଁ,–କୌଣସି ଦେଶର ବିଧାନ ତିଆରି କରୁଥିବା ସଭାମାନଙ୍କରେ କୌଣସି ଜାତିବାଦୀ ପ୍ରବେଶ କରିବେନାହିଁ ଏବଂ, ଇହୁଦୀମାନଙ୍କର ବିରୋଧ କରି କୌଣସି ସ୍ଲୋଗାନ୍ ଦିଆ ଯିବନାହିଁ । ଯେତେବେଳେ ଏହିଗୁଡ଼ିକ ସମ୍ଭବ ହୋଇ ଆସିବ, ତେବେ ବନ୍ଧୁମାନଙ୍କର ମେଳ ଭିତରେ ଆପଣାର ଆହାରକୁ ବାଣ୍ଟି କରି ଖାଇବା ମଧ୍ୟ ସମ୍ଭବ ହେବ ଏବଂ ଆଦୌ କାହାରି ପ୍ରତି ଗୋଟିଏ ମାତ୍ର ଘୃଣାବାକ୍ୟ ପ୍ରୟୋଗ ନକରି ଆମେ ସମସ୍ତେ ସେହି ଆହାରକୁ ପ୍ରକୃତରେ ପାଟିକୁ ନେଇ ମଧ୍ୟ ପାରିବା ।

 

ଆମେ ଏଥିରେ ସଫଳତା ଅର୍ଜନ କରି ନପାରିବାର ମୋଟେ କୌଣସି କାରଣ ନାହିଁ, ଏହି ମନୁଷ୍ୟ ନାମକ ଶ୍ରେଷ୍ଠ ଜାତିଟି ଆପଣାର ସର୍ବଶ୍ରେଷ୍ଠମାନଙ୍କୁ ସବୁକାଳେ ହିଁ ସମ୍ଭବ କରି ଆଣିଛି, ଏବଂ, ଏହି ପୃଥିବୀର ଜନତନ୍ତ୍ରରେ ଆସ୍ଥା ରଖିଥିବା ଜନସମୂହ ମଧ୍ୟରେ, ଆମରି ଜୀବନରେ ତାହାର ସେହି ମୂଳଦୁଆଟିଏ ମଧ୍ୟ ଅବଶ୍ୟ ପଡ଼ିଥିଲା । ଆମ ପାଖରେ ଆବଶ୍ୟକ ଜ୍ଞାନଚୟ ରହିଛି, ଆବଶ୍ୟକ ଶକ୍ତି ଅଛି; ଜ୍ଞାନ ଏବଂ ଶକ୍ତିସଂପନ୍ନତାର ସେହି ଆବଶ୍ୟକ ମିଳନଟି ମଧ୍ୟ ଆମ ଭିତରେ ସମ୍ଭବ ହୋଇଛି, ଯେଉଁଟି ଦ୍ୱାରା ଆମେ ଉକ୍ତ ବିଜୟଟିକୁ ପ୍ରକୃତରେ ହାସଲ କରି ପାରିବା । ଜାତିଗତ ବାଛବିଚାରର ଏହି ମିଥ୍ୟାଗୁଡ଼ିକ,–ସେଗୁଡ଼ିକୁ ଯେତେ ଯେତେ ହିଂସା ତଥା ଘୃଣା ଦ୍ୱାରା ସଂବଳିତ କରି ରଖାଯାଇଥାଉ ପଛକେ, ଆଖର ତାହା ଆମ ବିରୋଧରେ ଛିଡ଼ା ହୋଇ ଆମକୁ କେବେହେଲେ ପରାଜିତ କରିଦେଇ ପାରିବନାହିଁ ।

☆☆☆

 

Unknown

ପ୍ରତ୍ୟେକ ପ୍ରଶ୍ନର ସବୁବେଳେ ଦୁଇଟା ଦିଗ ରହିଛି

 

୧୯୩୩ ମସିହା ଅଗଷ୍ଟ ମାସରେ ଏକ ପୁରାତନ ଅଥଚ କ୍ଵଚିତ୍ ସେପରି ସମ୍ମାନର ଯୋଗ୍ୟ ବୋଲି ବିଚାର କରା ଯାଉଥିବା ‘ଦି ଲିଭିଙ୍ଗ୍ ଏଜ୍‍’ ନାମକ ଏକ ପତ୍ରିକାରେ ଗୋଟିଏ ମୂଳ ବିଷୟରେ ତିନିଗୋଟି ଲେଖା ପ୍ରକାଶ ପାଇଥିଲା । ‘ହିଟ୍‌ଲରଙ୍କ ସହିତ ଆଗେଇଚାଲ’,–ଲେଖାଗୁଡ଼ିକ ଏହି ଶୀର୍ଷକରେ ଲିଖିତ ହୋଇଥିଲେ । ସେତେବେଳେ ଜର୍ମାନ୍ ସରକାରୀ ଭବନ ନିଆଁଲାଗି ଭସ୍ମ ହୋଇଯିବାର ସେହି ପ୍ରତାରଣାଟି, ସେଠା ସ୍ଵତନ୍ତ୍ର ଭାବରେ ତାଲିମପ୍ରାପ୍ତ ସୈନ୍ୟବାହିନୀ ଦ୍ଵାରା କରା ଯାଉଥିବା ହିଂସାପୂର୍ଣ୍ଣ ଅଘଟଣାମାନ ଏବଂ ନୂଆ ଲୋଲୁପତାଗୁଡ଼ିକ ସବୁ ସଂପୂର୍ଣ୍ଣ ଭାବରେ ଧରା ପଡ଼ି ସାରିଥିଲା । ଅବଶ୍ୟ ସେଗୁଡ଼ିକର ଜଣେ ବିବରଣୀକାର ଖୁବ୍ ଶାନ୍ତ ମୁଦ୍ରାରେ ରହି ସେଗୁଡ଼ିକର ମୂଲ୍ୟାୟନ କରି ପାରିଥିଲେ । ଲେଖିବା ଡକ୍ଟର ଆଲିସ୍ ହାମିଲ୍‌ଟନ୍‌ ଏକ ବୃହତ୍ତର ପ୍ରଚ୍ଛଦ ସହିତ ସବୁଗୁଡ଼ିକର ବିଚାର କରିଥିଲେ । ଯିଏ ନାତ୍‌ସୀମାନଙ୍କର ଦୃଷ୍ଟିକୋଣଟିକୁ ସମକ୍ଷରେ ରଖି ଲେଖାଗୁଡ଼ିକୁ ଲେଖିଥିଲେ । ତାଙ୍କର ସେହି ଲେଖିବା ଅନୁସାରେ :

 

ଏହିପରି ବ୍ୟକ୍ତିମାନଙ୍କୁ ସଂପୂର୍ଣ୍ଣଭାବେ ଛି’ ବୋଲି ନିନ୍ଦା କରିବା ପ୍ରକୃତରେ ଖୁବ୍ ସହଜ,–ସେମାନଙ୍କୁ ପାଗଳ ଅଥବା ଭୀରୁ ବୋଲି କହିବା ମଧ୍ୟ ସହଜ,–ମାତ୍ର ସେପରି କହିବା କେବଳ ନିର୍ବୋଧତା ହିଁ ହେବ । କଥାଟି ଯେଉଁଭଳି ହୋଇଥାଉ ପଛକେ, ଆମେ କଦାପି ପାସୋରିଦେବା ନାହିଁ ଯେ, ସେତେବେଳେ ଜର୍ମାନୀ ଏକ ଯୁଦ୍ଧରେ ଯୋଗ ଦେଇଥିଲା, ଏବଂ, ଆମେ ଏଠାରେ ମଧ୍ୟ ଖୁବ୍ ନିଶ୍ଚିତ ଭାବରେ ଆମ ନିଜର ଆଦର୍ଶବାଦୀମାନଙ୍କ ମନରେ ମହାଯୁଦ୍ଧଟି ସମୟରେ ଘଟିଥିବା ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନଟି ବିଷୟରେ ଆଦୌ ବିସ୍ମୃତ ହୋଇ ପାରିନାହୁଁ । ହଁ, ଯୁଦ୍ଧସମୟର ସକଳ ନିର୍ମମତା, ଅନମନୀୟତା ଏବଂ କେଡ଼େ କୁତ୍ସିତ ନାନାବିଧ ବ୍ୟକ୍ତିଗତ ପ୍ରତିଶୋଧପରାୟଣତା ସତ୍ତ୍ୱେ ତଥାପି ଅନୁଭବ କରିହୁଏ ଯେ, ଯେଉଁଟି ନିମନ୍ତେ ଜର୍ମାନ୍ ଜନଗଣ ସତକୁସତ ବୁଭୁକ୍ଷିତ ହୋଇ ରହିଥିଲେ ଏବଂ, ଯେତେଯାହା ପ୍ରଗଳ୍‌ଭତା ସହିତ ଅତିରଞ୍ଜିତ କରି କହିଲେ ମଧ୍ୟ ବାହାରେ ଥାଇ ପ୍ରାୟ ଗୋଟିଏ ଉଦାସୀନତାର ଭାବ ବ୍ୟକ୍ତ କରି ଅନୁଗତ ଆଙ୍ଗ୍ଲୋ-ସାକ୍‌ସ୍‌ନମାନେ ଯେତେ ଯାହା ଉଦ୍‌ଗାର କରିବାକୁ ଇଚ୍ଛା କଲେ ମଧ୍ୟ ସେହି ଜର୍ମାନ୍‌ମାନଙ୍କୁ ତଥାପି ସଂପୂର୍ଣ୍ଣଭାବରେ ଦିଗହୀନ ବୋଲି କହି ହେବନାହିଁ । ଏହି କ୍ଷେତ୍ରରେ ଅବଶ୍ୟ ଏପରି କିଛି ରହିଛି, ଯେଉଁ ବିଷୟରେ କି ଆମେ କିଞ୍ଚିତ୍ ଚିନ୍ତା କରିପାରିବା ।*

 

* The Living Age, Vol, 344, p.484

 

ମନେ ରଖିବାକୁ ହେବ ଯେ, ଏହି ଲେଖିକାଙ୍କର ନାତ୍‌ସୀ ଆଦର୍ଶ ପ୍ରତି କୌଣସି ସହାନୁଭୂତି ନଥିଲା । ସିଏ ଯେ କେତେ ବିଚାରଶୀଳ ଭାବରେ ଆପଣାର କଥାଗୁଡ଼ିକୁ କହିଛନ୍ତି, ସେଇଥିରୁ ହିଁ ତାହାର ପ୍ରମାଣ ମିଳି ଯାଉଛି । ତାଙ୍କର ଉକ୍ତିଟି ମଧ୍ୟରେ ଏପରି ଗୋଟିଏ ସ୍ଵଚ୍ଛତା ରହିଛି ଯେଉଁଟିକୁ କେବେହେଲେ ଅସ୍ଵୀକାର କରାଯାଇ ପାରିବନାହିଁ, ଯାହାକି ସଂଯୋଗବଶତଃ କେତେକ ଅପରାଧ-ଆଚରଣର ଦୃଷ୍ଟାନ୍ତ ଦେଖି ଆଦୌ ବିଚଳିତ ହୋଇ ଯାଉନାହିଁ । ତଥାପି, ଅନ୍ୟପକ୍ଷରେ ଏଥିରେ ମଧ୍ୟ କୌଣସି ସନ୍ଦେହ ରହିବାର ଅବକାଶ ନାହିଁ ଯେ, ଏହି ଲେଖାଟିର ପ୍ରଭାବ ନାତ୍‌ସୀମାନଙ୍କ ମତର ଅତ୍ୟନ୍ତ ଅନୁକୂଳ ହୋଇଛି ଏବଂ ‘ଏଥିରୁ ଆହୁରି କ’ଣ କିଛି ସ୍ପଷ୍ଟ ହୋଇଆସୁଛି’ କଥାଟିକୁ ମଧ୍ୟ ନିଶ୍ଚୟ ଖୁବ୍ ସୁହାଉଛି । ଏହିପରି ଏକ ସମୟରେ, ଯେତେବେଳେ ପୃଥିବୀର ଜନସମୂହ ଗ୍ରହଣ କରିଥିବା ଏକ ମୀମାଂସାକାରୀ କ୍ରିୟାଶୀଳତା ତଥାପି ହିଟ୍‌ଲର୍‌କୁ କ୍ଷମତାଚ୍ୟୁତ କରି ପାରିଥାନ୍ତା, ଏବଂ ତଦ୍ଦ୍ଵାରା ମନୁଷ୍ୟଜାତିକୁ ପରବର୍ତ୍ତୀ ବିପର୍ଯ୍ୟୟମାନଙ୍କରୁ ବଞ୍ଚାଇ ରଖି ପାରିଥାନ୍ତା ସେତେବେଳେ ଲେଖିକା ଆମକୁ ତଥାପି ଦଣ୍ଡେ ଅଟକି ଯିବାକୁ ଏବଂ ଚିନ୍ତା କରିବାକୁ କହୁଛନ୍ତି ।

 

ଲେଖିକା ଏପରି ଆଉଗୋଟିଏ ନିବେଦନ ମଧ୍ୟ କରୁଛନ୍ତି ଏବଂ ଆମ ନିଜ ଭିତରେ ରହିଥିବା ଏକ ସମାନଜାତୀୟ ସ୍ଵଭାବକୁ ଉଖାରି ଆଣିବାକୁ ଇଚ୍ଛା କରୁଛନ୍ତି ଯେ, ଆମେ ଆଙ୍ଗ୍ଲୋସାକ୍‌ସନମାନେ ସତେଅବା ଅତ୍ୟନ୍ତ ଉଦାସୀନ ହୋଇ ରହିଛୁ । ହଁ, ଆମକୁ ପୁଣି ଭାରି ସରଳ ତଥା କେଡ଼େ ସ୍ପଷ୍ଟ ବ୍ୟାଖ୍ୟାକୁ ବିଶ୍ଵାସ ନକରିବାକୁ କୁହାଯାଉଛି । କାହାକୁ ନିନ୍ଦାଗୁଡ଼ାଏ କରି ଉଡ଼ାଇଦେବା ପ୍ରକୃତରେ ଖୁବ୍ ସହଜ ଏବଂ, ଜର୍ମାନୀର ଜନଗଣ ଯେଉଁଟି ପାଇଁ ବୁଭୁକ୍ଷିତ ହୋଇ ରହିଛନ୍ତି, ସେଇଟି ବିଷୟରେ ଆମେ ଅବଶ୍ୟ ସହାନୁଭୂତିଶୀଳ ହୋଇ ରହିବା ବୋଲି ଆମକୁ କୁହାଯାଇଛି । ଆମର ଏହି ଆଧୁନିକ କାଳର ସାମ୍ୱାଦିକମାନଙ୍କର ଲେଖାମାନଙ୍କରେ ନାନା ବିସ୍ମୟକାରୀ କେତେ କ’ଣ ଭରି ରହିଛି; ମାତ୍ର, ଏଇଟି ପରି ଆଉ ଅନ୍ୟ କେଉଁଠାରେ ଶିଷ୍ଟ ମାନସିକତାର ଏତେ ଅଧିକ ପରିମାଣରେ ଅସଦ୍‌ବ୍ୟବହାର କରାଯାଇଛି ବୋଲି ମୋର ମନେ ହେଉନାହିଁ ।

 

ହଁ, ଏହି ଏତେ ଉଦାସୀନ ଆଙ୍ଗ୍ଲୋସାକ୍‌ସନମାନେ । ଯେଉଁ ରାଜନୀତି ସହିତ ସଂପୃକ୍ତ ପ୍ରାଣୀମାନଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିବା ଏହି ବିଶେଷଟିର ପ୍ରୟୋଗ ହୋଇଛି, ଏପରି କରି ସେମାନଙ୍କର ପ୍ରକୃତରେ କୌଣସି ବଦ୍‍ନାମ କରା ଯାଇନାହିଁ । ମୁଁ ଅବଶ୍ୟ ସେହି ନାମଟିକୁ ଏକ ପ୍ରତୀକାତ୍ମକ ଅର୍ଥ ଦେଇ ବ୍ୟବହାର କରିବି, ଯେଉଁଥିରେ କି କୌଣସି ଜାତିବାଦୀ ବ୍ୟଞ୍ଜନା ଆଦୌ ନଥିବ । କାରଣ ଏହି କଥାଟି ଅତ୍ୟନ୍ତ ସୁନିଶ୍ଚିତ ଯେ, ସେହିପରି ଏକ ବିଶେଷଣ ଦ୍ଵାରା ଚିହ୍ନିତ କରିଦିଆ ଯାଇଥିବା ପ୍ରାଣୀଟା ପୃଥିବୀର ସକଳ ଜଳବାୟୁରେ ଏବଂ ମନୁଷ୍ୟମାନଙ୍କର ସକଳ ସମୂହରେ ମଧ୍ୟ ଦେଖିବାକୁ ମିଳିଥାଏ; ଶିକ୍ଷା କରିବାର ଏକ ଅବିଚ୍ଛିନ୍ନ ପ୍ରକ୍ରିୟା ଦ୍ଵାରା ସେ ଆପଣାର ସର୍ବବୃହତ୍ ପ୍ରତିଭାକୁ ଅର୍ଜନ କରିଥାଏ,–ଉତ୍ତରାଧିକାର ସୂତ୍ରରେ କଦାପି ଲାଭ କରିନଥାଏ । କିଛି ଶିକ୍ଷା କରିବନାହିଁ ଓ ନିଶ୍ଚଳ ହୋଇ ଯେଉଁଠି ସେଇଠି ବସିଥିବ, ସେହି ଉତ୍ତରାଧିକାରିତାକୁ ପ୍ରକୃତରେ ସେହିପରି ଗୋଟିଏ ଭାରି କଷ୍ଟକର କଳା ବୋଲି କୁହାଯିବ ।

 

ପ୍ରଥମ ଅବଲୋକନରେ ଏହିଭଳି ଏକ କଳା ହୁଏତ କିଞ୍ଚିତ୍ ଅଯୌକ୍ତିକ ଭାବରେ ବେଶ୍ ସରଳ ବୋଲି ଲାଗିପାରେ । ଏଥିରେ ଆମେ ଆଦୌ ଭଳିଯିବା ନାହିଁ, ନିଜର ମାଂସପେଶୀଗୁଡ଼ିକୁ ହାଲୁକା କରି ଆଣିବା ଏବଂ ତେବେ ଆମେ ଆଶା କରୁଥିବା ଫଳଟି ମଧ୍ୟ ଅବଶ୍ୟ ମିଳିଯିବ । କିନ୍ତୁ, ଏକ ଜୀବରୂପେ ଆମର ଆବଶ୍ୟକତା ଏବଂ ସାମାଜିକ ଜୀବନର ପ୍ରୟୋଜନ,–ଉଭୟ କାରଣରୁ ଏକ କ୍ରିୟାଶୀଳତା ସେହି କ୍ଷେତ୍ରରେ ନିଶ୍ଚୟ ଅବଶ୍ୟମ୍ଭାବୀ ହୋଇ ରହିଥିବ, ଯାହାଫଳରେ କି ସକ୍ରିୟ ଭାବରେ, କିଛି ନକରିବା ନିମନ୍ତେ ଆମେ ଏକ କାରଣର ଅନୁସନ୍ଧାନ କରୁଥିବା ପରି ଅନୁଭବ କରିବା । ଦ୍ଵିତୀୟ ଏବଂ ତୃତୀୟ ଅଧ୍ୟାୟରେ ଯେଉଁ ଅନ୍ଧବିଶ୍ଵାସମାନଙ୍କର ଚର୍ଚ୍ଚା କରାଯାଇଛି, ସେଗୁଡ଼ିକ ଆମକୁ ପ୍ରକୃତରେ କିଛି ନକରିବା ନିମନ୍ତେ ହିଁ ପରାମର୍ଶ ଦେଇଛି । କାରଣ, ସେହି କ୍ଷେତ୍ରରେ ଏକ ଧାରଣା ରହିଛି ଯେ, ତୁମେ ଯେତେ ଯାହା କର ପଛକେ, ତଦ୍ଦ୍ଵାରା କୌଣସି ଫଳ ହେବନାହିଁ । ମନୁଷ୍ୟର ପ୍ରକୃତିଟି ଯଦି କେବେ ବଦଳୁ ନଥାଏ କିମ୍ବା ସମାଜରେ ଥିବା ଅସମାନତାଟିରୁ ଉପୁଜୁଥିବା ମନ୍ଦଗୁଡ଼ିକ ଯଦି ବିବର୍ତ୍ତନର ସେହି କଠୋର ନିୟମଟିର ହିଁ ଅଧୀନ ହୋଇ ରହିଛନ୍ତି, ତେବେ ଏଥିରେ ଆଦୌ କାହିଁକି ସଂଶୟ ରହିବା ଯେ ସେଗୁଡ଼ିକ ଲାଗି ଆମ ମୁଣ୍ଡମାନଙ୍କୁ (ଗୋଡ଼ମାନଙ୍କୁ ମଧ୍ୟ) ସଂପୃକ୍ତ କରି କେବେ କୌଣସି ଲାଭ ହେବ ନାହିଁ ।

 

ଆଦୌ କିଛିହେଲେ ନକରିବାର ଏହି ଯାବତୀୟ କାରଣ ମୁଖ୍ୟତଃ ସେହି ବ୍ୟକ୍ତିମାନଙ୍କୁ ପ୍ରଭାବିତ କରେ, ଯେଉଁମାନଙ୍କ ଜୀବନରେ ସେପରି କୌଣସି ତୀବ୍ର ନୈତିକ ଅବବୋଧମାନ ବି ନଥାଏ; ସେହି ବ୍ୟକ୍ତିମାନେ ନିଜ ନିଜ ଭାଗ୍ୟର ଭୂମିଗୁଡ଼ିକୁ ନେଇ ବେଶ୍ ସନ୍ତୁଷ୍ଟ ହୋଇ ରହିଥାନ୍ତି । ସେମାନେ ଅନ୍ୟମାନଙ୍କୁ ଏତେ କଷଣ ମଧ୍ୟରେ ରହି ଘାଣ୍ଟି ହେଉଥିବାର ଦେଖି ହୁଏତ କେବଳ ଏକ ଅଶାନ୍ତି ଅନୁଭବ କରନ୍ତି । ସେଇଟିକୁ ବେଶ୍ ବୁଝି ମଧ୍ୟ ହୁଏ, କାରଣ ପ୍ରକୃତରେ ଏକ ଦୀର୍ଘ କାଳରୁ ବ୍ୟକ୍ତିଗତ ସମୃଦ୍ଧିଲାଭର ଏକ ସ୍ତବ୍ଧ କରି ଦେଉଥିବା ପରିଣାମ ବୋଲି ସମସ୍ତେ ସ୍ଵୀକାର କରି ଆସିଛନ୍ତି । ଅବଶ୍ୟ ଏପରି ବହୁସଂଖ୍ୟକ ଜନଗୋଷ୍ଠୀ ରହିଛନ୍ତି, ଯେଉଁମାନେ ବହୁ ଆରାମ ଏବଂ ଏପରିକି ଧନସମ୍ପନ୍ନତାର ଅଧିକାରୀ ହୋଇ ମଧ୍ୟ ରହିଛନ୍ତି ଏବଂ ତଥାପି ଯୁଗପତ୍ ଭାବରେ ସେମାନଙ୍କ ଚଉପାଶରେ ବାସ କରୁଥିବା ଅନ୍ୟ ମନୁଷ୍ୟଗଣଙ୍କ ନିମନ୍ତେ ଏକ ଦରଦ ଅବଶ୍ୟ ରଖିଛନ୍ତି । ଏତେ ମନୁଷ୍ୟ ବହୁତ ବହୁତ ଦୁଃଖର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନଙ୍କର ସଜ୍ଞାନତା ଅଛି ଏବଂ ସେମାନେ ଅନ୍ୟାୟଗୁଡ଼ିକର ପ୍ରତିବାଦ ବି କରୁଛନ୍ତି । ଏବଂ, ସେମାନଙ୍କର କ୍ଷେତ୍ରରେ ଏପରି ହେବା ଖୁବ୍ ସ୍ଵାଭାବିକ ଯେ, ସେମାନେ ଆପଣାର ଉକ୍ତ ଭାବନାଗୁଡ଼ିକ ଦ୍ଵାରା ପ୍ରେରିତ ହୋଇ ସର୍ବଦା କିଛି ହେବା ଉଚିତ ବୋଲି ମଧ୍ୟ ନିଜ ଭିତରେ ଅନୁଭବ କରୁଛନ୍ତି । ଖୁବ୍ ଅନୁମାନ କରାଯାଇ ପାରୁଛି ଯେ ବେଶ୍ ଏକ ଭାରସାମ୍ୟ ରକ୍ଷା କରି ସେମାନେ ଆପଣାର ଜୀବନଗୁଡ଼ିକୁ ମଧ୍ୟ ବଞ୍ଚି ପାରିଲେ ଏବଂ, ସେମାନେ ପାଦ ପକାଇ ଚାଲୁଥିବା ସେହି ତାରଟି ଉପରେ ହୁଏତ କିଛି କାରଣରୁ ସାମାନ୍ୟ ଆଉକ’ଣ ଏକ ଗତିଶୀଳତା ଆସି ପହଞ୍ଚି ଯାଇଥାନ୍ତା ଏବଂ ସେମାନେ ସଂପୂର୍ଣ୍ଣ ଗଭୀର ଭାବରେ, ସତେଅବା ନିଜକୁ ଆଦୌ ଅଟକାଇ ପାରି ନପାରି ଏକ କ୍ରିୟାଶୀଳତା ମଧ୍ୟକୁ ଡେଇଁ ପଡ଼ିଥାଆନ୍ତେ ।

 

ତେଣୁ, ଏପରି କୌଣସି କ୍ରିୟାଶୀଳତା କେବେ ନହେଉ ବୋଲି ଯେଉଁ ବ୍ୟକ୍ତିମାନେ ବାଟ ଓଗାଳି ଅଟକାଇ ରଖିବାକୁ ଇଚ୍ଛା କରୁଥାନ୍ତି, ସେମାନେ ଉକ୍ତ ମନୁଷ୍ୟମାନେ ଯେପରି ସର୍ବବିଧ ସ୍ଥିତିରେ ପୂର୍ଣ୍ଣ ଭାରସାମ୍ୟ ରକ୍ଷା କରି ଅବଶ୍ୟ ଚାଲିବାରେ ଲାଗିଥିବେ, ସେହିପରି ଏକ ଅନୁକୂଳତାକୁ ବଜାୟ ରଖିବାକୁ ହିଁ ଆପଣାର ଏକ କେଡ଼େ ବଡ଼ ସମସ୍ୟା ବୋଲି ଗ୍ରହଣ କରି ନେଇଥାନ୍ତି । ହଁ, ସେଇଟି ପ୍ରକୃତରେ ଗୋଟିଏ ସ୍ଵତନ୍ତ୍ର କୁଶଳତାର କାର୍ଯ୍ୟଟିଏ, ଏବଂ ସେଇଟିକୁ ଦକ୍ଷତାର ସହିତ ତୁଲାଇ ନପାରିଲେ, ତୁମେ ଅଟକାଇ ରଖିବାକୁ ଇଚ୍ଛା କରୁଥିବା ଉକ୍ତ ବ୍ୟକ୍ତିମାନେ ନିଶ୍ଚୟ ସେହି ଭାରସାମ୍ୟଟିକୁ ଟଳିଯିବେ ଏବଂ କୌଣସି ନା କୌଣସି ପ୍ରକାରେ ଅବଶ୍ୟ କ୍ରିୟାଶୀଳ ହେବେ, ଅବଶ୍ୟ କିଛି କରିବେ । ହଁ, ସେହି ମଞ୍ଚସଜ୍ଜାଟି ପ୍ରକୃତରେ ଖୁବ୍ କୁଶଳତାର ଅପେକ୍ଷା ରଖିଥାଏ ସତ, କିନ୍ତୁ ତଥାପି ଅତ୍ୟନ୍ତ ଚମତ୍କାର ଭାବରେ ସରଳ ମଧ୍ୟ ହୋଇଥାଏ । ଅର୍ଥାତ୍, ତୁମେ ଯେତେବେଳେ କୌଣସି ତାର ଉପରେ ଏକ ଭାରସାମ୍ୟ ରକ୍ଷା କରି ଛିଡ଼ା ହୋଇଛ, ସେତେବେଳେ ତୁମଲାଗି ପ୍ରକୃତରେ କ’ଣ କେଉଁଭଳି କରିବାର ସମ୍ଭାବନା ରହିଛି, ତୁମେ ଆପଣାକୁ ସେହି ପ୍ରଶ୍ନଟିକୁ ପଚାର । ହଁ, ତୁମେ କେବଳ ଗୋଟିଏ କଥା କରିପାରିବ : ତୁମେ କଥା କହିପାରିବ, ଏବଂ, କୋଉ ବିଷୟରେ କଥା କହିବ ? ଡାହାଣ ତଥା ବାଆଁ, କେଉଁ ପଟକୁ ଢଳି ପଡ଼ିଲେ ପ୍ରକୃତରେ କ’ଣ ହେବ, ସେଇଟିର ଆପେକ୍ଷିକ ସୁଫଳଗୁଡ଼ିକ ବିଷୟରେ ତୁମେ କହିବ ।

 

ପୁନଶ୍ଚ, ଆଉଗୋଟିଏ ଏପରି ସମଷ୍ଟି ମଧ୍ୟ ରହିଥାଏ, ଯେଉଁଟିକୁ ଆମେ ଏହି ଶ୍ରେଣୀ ମଧ୍ୟକୁ ଅନ୍ତର୍ଭୁକ୍ତ କରି ଆଣିପାରିବା । ଏପରି ଲୋକମାନେ ଥାଆନ୍ତି, ଯେଉଁମାନେ ଆମେ ଗୋଟାଏ କିଛି କରିବାକୁ ଯାଉଛୁ ବୋଲି ଅନୁଭବ କରି ବେଶ୍ ଆନନ୍ଦଲାଭ କରନ୍ତି, ସେମାନେ ଘଟଣାଗୁଡ଼ିକ ସହିତ ଆପଣାକୁ ଖୁବ୍ ଅନ୍ତରଙ୍ଗ ଭାବରେ ପରିଚିତ କରି ରଖିଥାନ୍ତି । ତଥାପି, କୌଣସି ଏକ ନିର୍ଦ୍ଦିଷ୍ଟ ସ୍ରୋତ ଭିତରେ ନିଜକୁ ନେଇ ସଂପୃକ୍ତ କରିଦେବା ପାଇଁ ଇଚ୍ଛା କରନ୍ତିନାହିଁ; ହଁ, କର୍ମଟି ସହିତ କିଞ୍ଚିତ ପରିଚିତି ରକ୍ଷା କରିବାକୁ ଇଚ୍ଛା କରନ୍ତି ଓ (ସେମାନେ ଆପେ ଏବିଷୟରେ ଯେପରି କହିଥାଆନ୍ତେ) କ’ଣ ସବୁ ଘଟୁଛି ସେବିଷୟରେ ମଧ୍ୟ ଭିତରର ବହୁକଥା ଜାଣିବାକୁ ପ୍ରୟାସ କରନ୍ତି । ଜଣେ ତାର ଉପରେ ଛିଡ଼ା ହୋଇଥିବା ଓ ବାଟ ଚାଲୁଥିବା ନିପୁଣ କଳାକାର ମଧ୍ୟ କେବେହେଲେ ଏତେ ଏତେ ବିଷୟ ଜାଣି ପାରନ୍ତାନାହିଁ । ତଥାପି, ସେମାନେ ଆହୁରି ଏକଥାଟିକୁ ମଧ୍ୟ ସର୍ବଦା ଇଚ୍ଛା କରୁଥାନ୍ତି,–ସେମାନେ ଆପଣାର ନିରପେକ୍ଷତାଟି ମଧ୍ୟ କେବେହେଲେ ତ୍ୟାଗ କରିବେନାହିଁ; କାରଣ ସେପରି କଲେ ତାହା ଏକ ଅସାଧୁତା ହୋଇଯିବ । ଅର୍ଥାତ୍, ସେତେବେଳେ ନିରପେକ୍ଷତାର ପ୍ରକୃତରେ ଏହିପରି ଅର୍ଥଟିଏ ହେବ ଯେ ଜଣେ ବ୍ୟକ୍ତି ସକଳ ପ୍ରକାରର ପ୍ରବାହ ସହିତ ସଂପୂର୍ଣ୍ଣ ଭାବେ ସୁପରିଚିତ ହୋଇ ରହିଥିବ ଓ ସାଧୁତା କହିଲେ ନିଜ ମନରେ ସିଏ କେବେହେଲେ ମଧ୍ୟ କୌଣସି ସ୍ଥିର ନିଷ୍ପତ୍ତି ଗ୍ରହଣ ନକରିବାକୁ ହିଁ ବୁଝାଇବ ।

 

ତେବେ, ଏକ ଭାରସାମ୍ୟ ବଜାୟ ରଖିବାକୁ ନୀତି ବୋଲି ମାନି ନେଉଥିବା ଜଣେ ମନୁଷ୍ୟର ପାର୍ଶ୍ଵବର୍ତ୍ତୀ ରୂପେ ଆମେ ସେହି ସଦାକୁଣ୍ଠାଗ୍ରସ୍ତ ମନୁଷ୍ୟଟିକୁ ମଧ୍ୟ ଅବସ୍ଥାପିତ କରିବା । ଏବଂ, ଅବଶ୍ୟ କୁହାଯାଇ ପାରିବ ଯେ ଏହିପରି କୁଣ୍ଠାଗ୍ରସ୍ତ ହୋଇ ମଝିରେ ଲଟକି ରହିଥିବା ରୀତିଟିକୁ ଆଦୌ କୌଣସି ପ୍ରକାରର ବ୍ୟାୟାମ ଓ କସରତ ବୋଲି କୁହା ଯିବନାହିଁ । ସକଳ ବ୍ୟାୟାମ ତ ଆମର ମାଂସପେଶୀକୁ ଏପରି ସୁପ୍ରଶସ୍ତ ଭାବରେ ତାଲିମ ଦେଇ ଗଢ଼ି ଆଣିବାକୁ ଇଚ୍ଛା କରୁଥାଏ, ଯେପରିକି ସେମାନେ ଶରୀରର ସର୍ବବିଧ ସଂଚାଳନକୁ ପୂର୍ଣ୍ଣ ତକ୍ଷଣ-ନିୟନ୍ତ୍ରଣ ମଧ୍ୟରେ ରଖି ପାରିବେ ଏବଂ ତାହା ସାହାଯ୍ୟରେ ଚତୁଃପାର୍ଶ୍ୱର ପୃଥିବୀଟି ଉପରେ ମଧ୍ୟ ନିୟନ୍ତ୍ରଣ ଅର୍ଜନ କରି ପାରିବେ । ଗୋଟିଏ ଅର୍ଥରେ କହିଲେ, ଏହି ବ୍ୟାୟାମ ବା କସରତ ହେଉଛି ଏକ ଶୃଙ୍ଖଳା । ମାତ୍ର, ଅନ୍ୟ ପକ୍ଷରେ, ମଝିରେ ଲଟକି ରହିବାର ଏହି କାଇଦାଟି ସମ୍ଭବତଃ ଯେତେ ଯାହା ଏକ କସରତ ବା ଏପରିକି ଗୋଟାଏ ରଜ୍ଜୁକ୍ରୀଡ଼ା ପରି ଲାଗୁଥିଲେ ମଧ୍ୟ, ତଦ୍ଦ୍ଵାରା ଆଦୌ କୌଣସି ଶୃଙ୍ଖଳା ନୁହେଁ, ବରଂ ବିଶୃଙ୍ଖଳାଟି ଆସି ପାଦରେ ପଡ଼ି ଯାଉଥାଏ । ସେହି କ୍ଷେତ୍ରର ପ୍ରଦର୍ଶନମାନେ ଯେତେ ଯାହା ବିସ୍ମୟ ଜନ୍ମାଇ ପାରୁଥିଲେ ମଧ୍ୟ କେବଳ କେତେଗୁଡ଼ିଏ ପରସ୍ପରବିରୋଧୀ ଶକ୍ତିର ତୁଚ୍ଛା ଏକ ଖେଳ ହୋଇ ରହିଥାନ୍ତି ଏବଂ ଲଟକି ରହିଥିବା ମନୁଷ୍ୟଟିର ଉକ୍ତ ଶକ୍ତିଗୁଡ଼ିକ ଉପରେ କୌଣସି ଅକ୍ତିଆର ବା ପ୍ରଭାବ ନଥାଏ । ପରସ୍ପର ସହିତ ତୁଚ୍ଛା ବାଡ଼େଇ ହୋଇ ଯାଉଥିବା ଢେଉ ଉପରର ଗୋଟିଏ ସୋଲ ପଡ଼ି ଖାଲି ଏପଟ ସେପଟ ଘୁଙ୍ଗାଳି ହୋଇ, ସିଏ ଅପେକ୍ଷାକୃତ ଅଧିକ ଶକ୍ତିଶାଳୀ ଢେଉଟିଦ୍ଵାରା ପରିଚାଳିତ ହୁଏ ଏବଂ ଉକ୍ତ ଢେଉଟି ତା’ଆଡ଼କୁ ମାଡ଼ି ଆସୁଥିବା ପରି ତାକୁ ବୋଧ ହେବାରେ ଲାଗିଥାଏ । ହଁ, ସତେଅବା କେଡ଼େ ବିଚାରପୂର୍ଣ୍ଣ ଭାବରେ ଏବଂ ପ୍ରତାପଯୁକ୍ତ ହୋଇ ମାଡ଼ି ଆସୁଥାଏ । ଏବଂ, ଉପରେ ସେହି ପରିଚିତ ଆକାଶଟି ବିସ୍ତାରିତ ହୋଇ ରହିଥାଏ, ପରିଚିତ ପ୍ଳାବନାଟା ମଧ୍ୟ ତଳପଟେ ରହିଥାଏ । ତାକୁ ବହିନେବାରେ ଲାଗିଥିବା ସେହି ଜଳରାଶିଟି ସହିତ ତା’ର ଏହି ପ୍ରତ୍ୟକ୍ଷ ପରିଚୟକୁ ସିଏ ବସ୍ତୁତଃ ଉପଭୋଗ କରୁଥାଏ ଏବଂ ନିଜ ଭିତରେ ସିଏ ସର୍ବଦା ଯେଉଁପରି ଥିଲା, ଠିକ୍ ସେହିପରି ରହିଛି ବୋଲି ଏକ ସନ୍ତୋଷ ମଧ୍ୟ ଅନୁଭବ କରୁଥାଏ ।–ହଁ, ବିଚରା ସେହି ସଦା ସାଧୁ, ଶୁଦ୍ଧ ଏବଂ କଦାପି ବୁଡ଼ିବା ନିମନ୍ତେ ଇଚ୍ଛା ନକରୁଥିବା ସେହି ସୋଲଟି !

 

ଏବଂ, ଏହି ବହୁପ୍ରକାରେ ବିସ୍ତାରଯୁକ୍ତ ପ୍ରବାହରତ ଏହି ପୃଥିବୀଟି, ସଦା ଭାସି ଭାସି ଯାଉଥିବା ଓ ସଦା ବଦଳିବାରେ ଲାଗିଥିବା ଆମ ପୃଥିବୀଟିରେ ଅନ୍ତହୀନ ଭାବରେ କେତେ ଭଟ୍ଟା ଏବଂ କେତେ ଜୁଆର ଲାଗି ନ ରହିଥାଏ । ତରଙ୍ଗ ଆସି ତରଙ୍ଗ ସହିତ ବାଡ଼େଇ ହୋଇଯାଏ, ଗୋଟିଏ ଜଳାବର୍ତ୍ତ ଆଉଏକ ଜଳାବର୍ତ୍ତ ପାଖରେ ଆସି ହାବୁଡ଼ି ଯାଏ,–ସତେ ଯେପରି ଏହି ସବୁକିଛି କୌଣସି ଯନ୍ତ୍ରବତ୍ ନିତ୍ୟବିଧାନର ଅଧୀନ ହୋଇ ପ୍ରକୃତରେ ରହିଛି । ସୋଲଟି ବିଶାଳ ତରଙ୍ଗର ଗୋଟିଏ ପାର୍ଶ୍ଵକୁ ଭାସି ଚାଲି ଯାଉଥାଏ, ଶିଖରରେ ପହଞ୍ଚି ଠିକ୍ ସେହିପରି ବହୁସଂଖ୍ୟକ ଉଚ୍ଚତାମାନଙ୍କୁ ଦେଖେ ଏବଂ ମୂର୍ଚ୍ଛିତ ହୋଇ ଗଲାପରି ଆଉ ଏକ ଉଚ୍ଚତା ମଧ୍ୟରେ ଅଦୃଶ୍ୟ ହୋଇ ଯାଉଥାଏ । ମନେ ହେଉଛି, ଏହିପରି ଭାବରେ ପ୍ରତ୍ୟେକ ତରଙ୍ଗର ଦୁଇଟି ଢାଲୁ ରହିଛି, ଏବଂ ପ୍ରତ୍ୟେକ ତଳର ମଧ୍ୟ ଦୁଇଟି ତରଙ୍ଗ ରହିଛି । ହଁ, ପ୍ରତ୍ୟେକ ପ୍ରଶ୍ନର ପ୍ରକୃତରେ ଦୁଇଟି ଦିଗ ରହିଛି-

 

ବର୍ତ୍ତମାନ ଆମେ ଆଦୌ କୌଣସି ବିଳମ୍ବ ନକରି ମାନିଦେବା ହୁଏତ ଉତ୍ତମ ହେବ ଯେ, ପ୍ରତ୍ୟେକ ପ୍ରଶ୍ନର ଦୁଇଟି ଦିଗ ରହିଛି ବୋଲି ଯାହା କୁହାଯାଉଛି, ତା’ ପଛରେ ପ୍ରକୃତରେ ଗୋଟିଏ ସୁନିଶ୍ଚିତ ଏକ ନ୍ୟାୟଦ୍ଵାରା ସମର୍ଥିତ ଅର୍ଥବୋଧ ମଧ୍ୟ ରହିଛି । ଏପରି ସର୍ବଦା ହିଁ ସମ୍ଭବ ହେବ ଯେ ଯେକୌଣସି ମନ୍ତବ୍ୟର ପାର୍ଶ୍ଵବର୍ତ୍ତୀ ହୋଇ ସର୍ବତ୍ର ଆଉଗୋଟିଏ ମନ୍ତବ୍ୟ ରହିଛି, ଯେଉଁଟି କି ସେହି ପୂର୍ବଟିର ସିଧା ବିରୋଧ ମଧ୍ୟ କରୁଛି । ଯେତିକି ପ୍ରକୃତରେ ଆବଶ୍ୟକ, ଦ୍ଵିତୀୟ ଉକ୍ତିଟିରେ କେବଳ ସେତିକି ରହିଛି; ପ୍ରଥମଟିକୁ ଖଣ୍ଡନ କରିବା ସକାଶେ ଯେତିକି ଆବଶ୍ୟକ, କେବଳ ସେତିକି ରହିଛି । ଏଣୁ ଉଦାହରଣ ସ୍ୱରୂପ, ମୁଁ ଯଦି ଏଠାରେ କାଲି ବର୍ଷା ହୋଇଥିଲା ବୋଲି କହେ, ତେବେ ମୋ’ର ସେହି ଉକ୍ତିଟିକୁ ଖଣ୍ଡନ କରି ଅନ୍ୟ ଏକ ଉକ୍ତି ଆବଶ୍ୟକ ହେବ ଯେ, ନାଇଁ, କାଲି ଏଠାରେ ପ୍ରକୃତରେ ବର୍ଷା ହୋଇନଥିଲା ।

 

କେବଳ ଏହି ଗୋଟିଏ ଅର୍ଥରେ ଆମେ ସୁନିଶ୍ଚିତ ରହି ପାରିବା ଯେ, ହଁ, ବସ୍ତୁତଃ ପ୍ରତ୍ୟକ ପ୍ରଶ୍ନର ଦୁଇଟି ଦିଗ ଅବଶ୍ୟ ରହିଛି । କିନ୍ତୁ, ଯେଉଁମାନେ ସବୁବେଳେ ଆଦୌ କୌଣସି ସିଦ୍ଧାନ୍ତରେ ଆସି ପହଞ୍ଚିବାଟିକୁ ଏଡ଼ି ଦେବାରେ ଲାଗିଥାନ୍ତି, ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ଯେ, ଏପରି ହେଲେ ଦୁଇଟି ମନ୍ତବ୍ୟ ମଧ୍ୟରୁ କୌଣସି ଗୋଟିଏ ନିଶ୍ଚୟ ଆଦୌ ସତ୍ୟ ହୋଇ ନଥିବ । ‘କାଲି ଏଠାରେ ବର୍ଷା ହୋଇଥିଲା’ ଏବଂ ‘ନାଇଁ, କାଲି ଏଠାରେ ବର୍ଷା ହୋଇ ନଥିଲା’, ସ୍ପଷ୍ଟତଃ ଦୁଇଟିଯାକ ଉକ୍ତି କେବେହେଲେ ସତ ହେବେନାହିଁ । ଏକଥାଟି ମଧ୍ୟ ସମାନ ଭାବରେ ଖୁବ୍ ସ୍ପଷ୍ଟ ଯେ, ଦୁଇଟିରୁ ଗୋଟିଏ ନିଶ୍ଚୟ ମିଛ ହେବ ଏବଂ ଆଉଗୋଟିଏ ସତ ହେବ । ବ୍ୟକ୍ତିମାନେ ଯେତେ ଯାହା ବୀତସ୍ପୃହ ଓ ଅସଂମ୍ପୃକ୍ତ ହୋଇ ରହିଥିଲେ ମଧ୍ୟ ଅବଶ୍ୟ ସ୍ଵୀକାର କରିବେ ଯେ, ସତ୍ୟର ପରିମାପକ ଦ୍ଵାରା ତଉଲି ଦେଖିଲେ ଦୁଇଟିଯାକ ଉକ୍ତିରୁ ଗୋଟିଏ ‘ଦିଗ’ ଅପରଟି ଠାରୁ ସଂପୂର୍ଣ୍ଣ ଭାବରେ ଭିନ୍ନ । ତେଣୁ, ସର୍ବବିଧ ବିତର୍କରେ ଏହି କଥାଟି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଯେ, ପ୍ରତ୍ୟେକ ଅବସରରେ କେନ୍ଦ୍ରସ୍ଥ ପ୍ରଶ୍ନଟିକୁ ଅତ୍ୟନ୍ତ ଯତ୍ନ ସହିତ ନ୍ୟାୟ ଦୃଷ୍ଟିରୁ ଗୋଟିଏ ଗୋଟିଏ ବିରୋଧୀ ଉକ୍ତି ରୂପେ ସର୍ବଦା ବ୍ୟକ୍ତ ହିଁ କରିବାକୁ ପଡ଼ିବ । ବିତର୍କଟି ପ୍ରକୃତରେ ନିଜ ସମକ୍ଷରେ କେଉଁ ବିଷୟଟିକୁ ରଖି ଉତ୍‌ଥାପିତ ହୋଇଛି, ସେଇଟି ବିଷୟରେ ସଂପୂର୍ଣ୍ଣ ଭାବରେ ନିଶ୍ଚିତ ହୋଇ ରହିବା ନିମନ୍ତେ କେବଳ ଏହି ଗୋଟିଏ ମାତ୍ର ଉପାୟ ରହିଛି ।

 

ସେହି ଚିହ୍ନଟଟିର ସାହାଯ୍ୟରେ ପୁନର୍ବାର କହିଲେ, ଗୋଟିଏ ଗୋଟିଏ ବିଶେଷ ଅବସରମାନଙ୍କରେ ସମାନ ଭାବରେ ଯୁକ୍ତିଯୁକ୍ତ ଲାଗୁଥିବା ଦୁଇଟି ବିକଳ୍ପ ପରସ୍ପରର ପାର୍ଶ୍ଵବର୍ତ୍ତୀ ହୋଇ ରହି ପାରୁଥିଲେ, ସେହି ସ୍ଥଳରେ ଉକ୍ତ ଦୁଇ ବିକଳ୍ପକୁ ପରସ୍ପରର ବିପରୀତ ବୋଲି କୁହାଯିବନାହିଁ ଏବଂ, ସେମାନେ ପରସ୍ପରର ବିପରୀତ ହୋଇ ନଥିବାରୁ, ସେଗୁଡ଼ିକର ସଂଖ୍ୟା ମଧ୍ୟ ସକଳ ପରିସ୍ଥିତିରେ ସେହି ଦୁଇରେ ସୀମିତ ହୋଇ ରହିବାର ମଧ୍ୟ କୌଣସି କାରଣ ନାହିଁ । ଏବଂ, ପରସ୍ପର ସହିତ ସଙ୍ଗତି ରହିଥିବା ଉକ୍ତିଗୁଡ଼ିକର ସଂଖ୍ୟା ମଧ୍ୟ କେତେଯାଏ ହେବ, ସେହି ବିଷୟରେ ଆଦୌ କୌଣସି ସୀମା ଆଦୌ ନିର୍ଦ୍ଦିଷ୍ଟ କରିଦେଇ ହେବନାହିଁ । ସେହି କାରଣରୁ, ସଦାକୁଣ୍ଠା ପ୍ରକାଶ କରୁଥିବା ଓ ଭରସାମ୍ୟଟିଏ ବଜାୟ ରଖିଥିବା,–ଏହି ଉଭୟ କିସମର ବ୍ୟକ୍ତିମାନଙ୍କୁ ସର୍ବତ୍ର ଏହିପରି ଏକ ଦ୍ଵନ୍ଦ୍ୱର ହିଁ ସମ୍ମୁଖୀନ ହେବାକୁ ପଡ଼େ : ଯଦି ବିକଳ୍ପଗୁଡ଼ିକ ପରସ୍ପରର ବିରୋଧୀ ହୁଅନ୍ତି, ତେବେ ସେଗୁଡ଼ିକର ସଂଖ୍ୟା କେବେହେଲେ ଦୁଇରୁ ଅଧିକ ହେବନାହିଁ ଏବଂ, ସେଗୁଡ଼ିକ ମଧ୍ୟରୁ ଗୋଟିଏ ନିଶ୍ଚୟ ମିଛ ହେବ;–ଏବଂ, ବିତର୍କଗୁଡ଼ିକ ପରସ୍ପରର ବିରୋଧୀ ହୋଇ ନଥିଲେ,–ସେହି କ୍ଷେତ୍ରରେ ସେମାନଙ୍କ ମଧ୍ୟରେ ହୁଏତ ସଙ୍ଗତି ରହିଥିବ,–ମାତ୍ର ସେମାନଙ୍କର ସଂଖ୍ୟା କେବେହେଲେ ଦୁଇରେ ସୀମାବଦ୍ଧ ହୋଇ ରହିବନାହିଁ । ସେଗୁଡ଼ିକର ସଂଖ୍ୟା ଅଥବା ଯୁକ୍ତିଯୁକ୍ତତା,-ଦୁଇଟି ମଧ୍ୟରୁ ଗୋଟିକୁ ଅବଶ୍ୟ ଆମ ସଂଶୟଟିର ଜବାବ ଦେବାକୁ ପଡ଼ିବ ।

 

ଏପରି ମଧ୍ୟ ସମ୍ଭବ ହୋଇପାରେ ଯେ, କୁଣ୍ଠାଦ୍ଵାରା ସବୁବେଳେ ଗ୍ରସ୍ତ ଏବଂ ଏକ ଭାରସାମ୍ୟ ରକ୍ଷା କରିବାଲାଗି ପ୍ରୟାସରତ,–ଦୁହିଁଙ୍କ ମଧ୍ୟରୁ କେହି ଜଣେ ମଧ୍ୟ ଏହି ଉପରଲିଖିତ ଦ୍ଵନ୍ଦ୍ୱଟି ଦ୍ଵାରା ମୋଟେ ଖୁବ୍ ବେଶୀ କୌଣସି ଅଡ଼ୁଆ ଭିତରେ ଯାଇ ପଡ଼ି ଯାଉଥିବା ପଡ଼ି ଅନୁଭବ କରିବେନାହିଁ । କାରଣ, ସର୍ବପ୍ରଥମ ସତ୍ୟକଥାଟା ହେଉଛି ଯେ, ତର୍କଣା-କ୍ଷେତ୍ରର ବିରୋଧାଭାସମାନଙ୍କର ସନ୍ଦର୍ଭଟି ଉପରେ ସେମାନେ ଆଦୌ ଗମ୍ଭୀର ଭାବରେ ସେପରି କିଛି ଚିନ୍ତା କରି ନଥିବେ, ସେମାନେ ଖୁବ୍‌ସମ୍ଭବ ବେଶ୍ ସହଜ ତଥା ଭଦ୍ର ଭାବରେ ଏହି ବିଷୟରେ କିଛି ସଜ୍ଞାନ ହୋଇ ରହିଥିବେ ଯେ, କୌଣସି ଦୁଇ ପକ୍ଷ ମଧ୍ୟରେ ଦ୍ୱନ୍ଦ୍ୱ ରହିଥିଲେ ଦୁଇଟିଯାକ ପଟର ସମର୍ଥକମାନେ ଆଖର ଦୁଇଟି ପକ୍ଷ ହୋଇ ବାହାରି ପଡ଼ନ୍ତି । ପୁନଶ୍ଚ, ଏହି କ୍ଷେତ୍ରରେ ଏକାବେଳେକେ ବହୁସଂଖ୍ୟକ ପକ୍ଷ ରହିବାର ଏକ ସମ୍ଭାବନା ବିଷୟରେ ସେମାନେ ହୁଏତ ଆହୁରି କମ୍ ପରିମାଣରେ ଆତଙ୍କିତ ଅନୁଭବ କରୁଥିବେ । କିନ୍ତୁ, ପ୍ରକୃତ କଥା ହେଉଛି, ପକ୍ଷମାନଙ୍କର ସଂଖ୍ୟା ଯେତିକି ଅଧିକ ହେବ, ସେତିକି ସେତିକି ଅଧିକସଂଖ୍ୟକ କ୍ଷେତ୍ର ମଧ୍ୟ ଚର୍ଚ୍ଚା ଭିତରକୁ ନିଶ୍ଚୟ ଆସିବ ଏବଂ, ସେହି କ୍ଷେତ୍ରମାନଙ୍କ ସଂଖ୍ୟାରେ ଅଧିକ ହେଉଥିବା ସହିତ, କୌଣସି ଏକ ଖାସ୍ ଚୂଡ଼ାନ୍ତ ନିଷ୍ପତ୍ତିରେ ଆସି ପହଞ୍ଚିବା ମଧ୍ୟ ଅଧିକ କଷ୍ଟକର ହେବ । ଏବଂ, ନିଷ୍ପତ୍ତିଟି ଚୂଡ଼ାନ୍ତ ହୋଇ ନପାରୁଥିଲେ କୌଣସି ସକ୍ରିୟ ପଦକ୍ଷେପ ଗ୍ରହଣ କରିବାଟି ମଧ୍ୟ ବେଶ୍ ଗଡ଼ି ଗଡ଼ି ଯାଉଥିବ-। ମୋ’ର ତ ପ୍ରକୃତରେ ଖୁବ୍ ଭୟ ହେଉଛି ଯେ, ମୋ’ ଆଲୋଚନା ଭିତରର ଏହି ଅନିଶ୍ଚୟତା ହୁଏତ କେବଳ ସେହି ସଦାକୁଣ୍ଠିତ ପକ୍ଷଟିର ଖଳତାଟାକୁ ହିଁ ଭାରି ସୁହାଇଲା ପରି ହୋଇଯିବ ।

 

ଆମେ ବର୍ତ୍ତମାନ ଆଉଏକ ଦୃଷ୍ଟିକୋଣରୁ କଥାଟିର ଆଲୋଚନା କରିବା । ପ୍ରତ୍ୟେକ ପ୍ରଶ୍ନର ସର୍ବଦା ଦୁଇଟି ଦିଗ ରହିଛି ବୋଲି ଯେତେବେଳେ ଲୋକମାନେ କହନ୍ତି, ସେମାନେ ଯେ ତଦ୍ଦ୍ଵାରା କୌଣସି ବୈଜ୍ଞାନିକ ସତ୍ୟର ନିର୍ଦ୍ଧାରଣ ହୋଇପାରୁ ବୋଲି ସବାଆଗ ଇଚ୍ଛା କରୁଥାନ୍ତି, ସେକଥା କଦାପି ନୁହେଁ । ସେମାନେ ବରଂ ସମ୍ଭବତଃ ରାଜନୀତିକ ତଥା ସାମାଜିକ କେତେକ ସମସ୍ୟା ବିଷୟରେ ଚିନ୍ତା କରୁ ଥାଆନ୍ତି । ନାନା କାର୍ଯ୍ୟକ୍ରମ ଯେ ସର୍ବଦା ଲୋକସମର୍ଥନ ପାଇବା ସକାଶେ ଚେଷ୍ଟା କରିବାରେ ଲାଗିଥାନ୍ତି, ସେମାନେ ସେହି କଥାଟିକୁ ବେଶ୍ ଉତ୍ତମରୂପେ ଜାଣନ୍ତି । ଏବଂ, ପକ୍ଷସମର୍ଥକ ଉତ୍ସାହୀଗଣଙ୍କର ଉତ୍ସାହଗୁଡ଼ିକ ବିଷୟରେ ସେମାନଙ୍କର ନ୍ୟାୟତଃ ବହୁତ ସନ୍ଦେହ ରହିଥାଏ । ଏବଂ, ତେଣୁ, ‘ଦୁଇଟିଯାକ ପକ୍ଷ ବିଷୟରେ ତଥାପି ବହୁତ କିଛି କହିବାକୁ ରହିଛି’ ବୋଲି ଯେତେବେଳେ ସେମାନେ ଏକ ପ୍ରତ୍ୟୟପୂର୍ଣ୍ଣ କଥାଟିଏ ଶୁଣନ୍ତି, ସେତେବେଳେ ସେମାନଙ୍କର ସେହି ଭିତରର ଅଡ଼ୁଆଟାକୁ ମଧ୍ୟ ଗୋଟିଏ ଆଶ୍ରୟ ଖୁବ୍ ମିଳି ଯାଇଥାଏ ।

 

ପୁନଶ୍ଚ, ମୁଖ୍ୟତଃ ତର୍କ କରିବାର ଏକ ବାହକ ବା ସାଧନରୂପେ ଯେତେବେଳେ ସିଦ୍ଧାନ୍ତଗୁଡ଼ିକୁ ବ୍ୟବହାର କରାଯାଉଥାଏ, ସେତେବେଳେ ସେହି ସିଦ୍ଧାନ୍ତମାନେ ମଧ୍ୟ ସେହି ଅନୁପାତରେ ନିଜ ଭିତରେ ରହିଥିବା ସତ ଉପାଦାନଟିକୁ ହରାଇ ବସନ୍ତି । ସେହିପରି ବ୍ୟବହୃତ ହେବାଦ୍ଵାରା ଉକ୍ତ ସିଦ୍ଧାନ୍ତଟି ଭିନ୍ନ ଭିନ୍ନ ଏତେ ଏତେ ସନ୍ଦର୍ଭରେ ଆକୃତିମାନ ଧାରଣ କରିବାକୁ ଆରମ୍ଭ କରେ ଯେ, ମୂଳ ଅର୍ଥଟିର ଅସଲ ଆବେଦନଟି ମଧ୍ୟ କ୍ରମେ ଶିଥିଳ ହୋଇ ଯାଉଥାଏ ଏବଂ ବହୁସଂଖ୍ୟକ ସନ୍ଦର୍ଭଗୁଡ଼ିକ ଅନୁସାରେ ବହୁସଂଖ୍ୟକ ଅର୍ଥବ୍ୟାଖ୍ୟା ମଧ୍ୟ ଆସି ଉଭା ହେବାକୁ ଆରମ୍ଭ କରନ୍ତି । ଫଳରେ ଯେଉଁ ଅସ୍ପଷ୍ଟତାଟି ଆବିର୍ଭୂତ ହୋଇଆସେ, ତାହା ଯଥାର୍ଥ ବିଚାରଟି ନିମନ୍ତେ ଘାତକପ୍ରାୟ କାର୍ଯ୍ୟ କରେ । ସେତେବେଳେ ସିଦ୍ଧାନ୍ତଟି ସତେଅବା ଏକ ତୁଚ୍ଛା ନିରର୍ଥକ ମୁଦ୍ରାରେ ହିଁ ପରିଣତ ହୋଇଯାଏ ଯାହାକୁ ଯଥେଚ୍ଛା ଭାବରେ ଦେଖାଇ ବୁଲିବାକୁ ପଡ଼େ ଏବଂ ଶେଷରେ ତାହା ନିଜର ପରାଭବକୁ ମଧ୍ୟ ଡାକି ଆଣିଥାଏ ।

 

ପ୍ରତ୍ୟେକ ପ୍ରଶ୍ନର ଦୁଇଟି ପାର୍ଶ୍ଵ ରହିଛି ବୋଲି ଏହି ଯେଉଁ ନୀତିବିଧାନଟି, ଏହି ପୁସ୍ତକରେ ଆଲୋଚିତ ଅନ୍ୟ ମିଥ୍ୟାମାନଙ୍କର ତୁଳନାରେ ସେଇଟି ସର୍ବାଧିକ ପରିମାଣରେ ଏହି ବହୁସଂଖ୍ୟକ ଅର୍ଥର ଅନୁମାନଟିଏ ଆଣି ଲଦି ଦେଉଥିବାର ଧାରଣାଟିଏ ଦ୍ଵାରା କଷ୍ଟଭୋଗ କରେ-। ଏଠାରେ ଆମେ ଏପର୍ଯ୍ୟନ୍ତ ମଧ୍ୟ ଉଲ୍ଲେଖ କରିନାହୁଁ ଯେ, ଏହି ନୀତିଟିର ଏପରି ଏକ ନ୍ୟାୟଯୁକ୍ତି-ସଙ୍ଗତ ବଳବାନ୍ ଅର୍ଥଟିଏ ରହିଛି, ଯାହାକୁ କି ଆଦୌ କେହିହେଲେ ସେହିପରି ପ୍ରକୃତରେ ହେଉ ବୋଲି ଇଚ୍ଛା କରିବେନାହିଁ । ତେଣୁ, ପ୍ରାୟ ମୂଳରୁ ହିଁ ସେଇଟିରୁ ତାହାର ମୂଳ ତର୍କସିଦ୍ଧ ଅର୍ଥଟିକୁ ଅଲଗା କରି ନେଉଥିବା ହେତୁ ଆମେ ସେଇଟିରେ ଅର୍ଥଗୁଡ଼ିକର କ୍ଷେତ୍ରରୁ ନ୍ୟାୟତଃ ବେଶ୍ ଖିଆଲପୂର୍ଣ୍ଣ ଭାବରେ ବହୁ ବିଚିତ୍ର ଅର୍ଥକୁ ବାସ୍ତବ କ୍ଷେତ୍ରରେ ଅବଶ୍ୟ ଚଲାଇ ଦିଆ ଯାଉଥିବାର ମଧ୍ୟ ସର୍ବଦା ଏକ ପ୍ରତ୍ୟାଶା ମଧ୍ୟ ରଖିପାରିବା । ମୂଳ ଅର୍ଥଟିରୁ କଦାପି ସଙ୍ଗତି ସହିତ ସେହି ଯାବତୀୟ ଅନୁମାନଙ୍କୁ ନିଷ୍ପନ୍ନ କରାଯାଇ ପାରନ୍ତାନାହିଁ; କିନ୍ତୁ ଯେତେ ଯେତେ ଅବସରରେ ସେହି ଅର୍ଥଗୁଡ଼ିକର ଦାବୀ କରାଯାଉଥିବ, ଆମେ ତାହାରି ଭିତରୁ ହିଁ ଉକ୍ତ ଅନୁମାନଗୁଡ଼ିକୁ ବେଶ୍ ସମ୍ଭବ କରି ଆଣି ପାରୁଥିବା । ହଁ, ଏଠାରେ ସେହି ନାନା ଅର୍ଥର ମୁଁ ଯେଉଁ ତାଲିକାଟିକୁ ଦେଉଛି, ସେଇଟିକୁ ମଧ୍ୟ ଅସଂପୂର୍ଣ୍ଣ ବୋଲି କୁହାଯିବ ଅଥବା, ଅନ୍ୟପକ୍ଷରେ, ହୁଏତ ଏପରି ମଧ୍ୟ ସମ୍ଭବ ଯେ, ତାଲିକାଟିକୁ ମୁଁ ଅଧିକ ପରିମାଣରେ ହୁଏତ ବେଶି ଲମ୍ବାଇ ମଧ୍ୟ ଦେଇଛି । (ହଁ, ଆପେ ମଧ୍ୟ ସମ୍ଭବତଃ ଏହି ଆଦ୍ୟରୁ ହିଁ ଜଣେ କୁଣ୍ଠାଗ୍ରସ୍ତ ବ୍ୟକ୍ତି ସଦୃଶ ଏପରି କହୁଛି କି ?) କିନ୍ତୁ, ସେକଥା ଯାହା ହୋଇଥାଉ ନା କାହିଁକି, ସେହି ଉଚିତ ପରିମାଣଟିଏ ରକ୍ଷା କରି ପାରିବାର କ୍ଷେତ୍ରରେ ମୁଁ କେତେଦୂର ଆପଣାକୁ ନିଷ୍ଠାଯୁକ୍ତ କରି ରଖି ପାରିଛି, ସେକଥାର ବିଚାର କରିବା ସକାଶେ ମୁଁ ଜଣେ ପାଠକର ବ୍ୟକ୍ତିଗତ ଅଭିଜ୍ଞତାକୁ ହିଁ ଏଠାରେ ଆବାହନ କରୁଛି ।

 

ହଁ, ପ୍ରତ୍ୟେକ ପ୍ରଶ୍ନର ସବୁବେଳେ ଯେ ଅବଶ୍ୟ ଦୁଇଟା ଦିଗ ରହିଛି, ସେହି ଉକ୍ତିଟିରେ ମୁଁ ସାତଗୋଟି ସମ୍ଭାବ୍ୟ ଅର୍ଥ ରହିଥିବାର ଦେଖି ପାରୁଛି । ମୁଁ ସବାଆଗ ସେଇଗୁଡ଼ିକର ଉଲ୍ଲେଖ କରିବି ଏବଂ ତା’ପରେ ଗୋଟି ଗୋଟି କରି ପ୍ରତ୍ୟେକଟିର ଆଲୋଚନା କରିବି । ସେହି ସାତୋଟି ଅର୍ଥ ହେଉଛନ୍ତି :

 

(୧) ପ୍ରମୁଖ ସାମାଜିକ ସମସ୍ୟାଗୁଡ଼ିକ ମନୁଷ୍ୟଜାତିକୁ ଦୁଇଟି ଗୋଷ୍ଠୀରେ ବିଭକ୍ତ କରି ଦର୍ଶାଇ ଦେଉଥାନ୍ତି; ଏବଂ ପ୍ରତ୍ୟେକ ଗୋଷ୍ଠୀର ସେହି ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ପରିମାଣରେ ସଙ୍ଗତି ରହିଥିବା ଯୁକ୍ତି ମଧ୍ୟ ସବୁବେଳେ ରହିଥାଏ ଏବଂ, ଅନ୍ୟ ପକ୍ଷରେ କିଛି ନା କିଛି ମାତ୍ରାରେ ଏକ ସ୍ଵାର୍ଥଭାବନା ମଧ୍ୟ ବେଶ୍ ପ୍ରକାଶ ପାଉଥାଏ ।

 

(୨) ଯେକୌଣସି ଖାସ୍ ପରିସ୍ଥିତିରେ ବହୁସଂଖ୍ୟକ ସମାନ ଭାବରେ ଉତ୍ତମ ଗୁଡ଼ିଏ ପସନ୍ଦ ମଧ୍ୟ ନିଶ୍ଚୟ ଥାଏ ।

 

(୩) ପ୍ରତ୍ୟେକ ସିଦ୍ଧାନ୍ତ ଭିତରେ ଅବଶ୍ୟ କିଛି ପରିମାଣରେ ସତ୍ୟ ଥାଏ, କିଛି ପରିମାଣରେ ଭ୍ରାନ୍ତି ବା ତ୍ରୁଟି ମଧ୍ୟ ଥାଏ । ଏବଂ ତେଣୁ, ଆମର ସେହି ପ୍ରତ୍ୟେକଟିରୁ ସତ୍ୟଟିକୁ ବାଛି ନେବାବି ଅବଶ୍ୟ ଉଚିତ ହୁଏ ।

 

(୪) କୌଣସି ଗୋଟିଏ ପକ୍ଷରେ ସମର୍ଥନ କରିବା ଦ୍ଵାରା ତାହାର ବିଜ୍ଞାନସମ୍ମତ ନିରପେକ୍ଷତାଟି ବଷଟ ହୋଇଯାଏ ।

 

(୫) ପରସ୍ପରର ବିରୋଧ କରୁଥିବା ସେହି ତତ୍ତ୍ଵଗୁଡ଼ିକୁ ତୁମେ ଯେତେ ଅଧିକ ପରିମାଣରେ ବୁଝିବ, ସେଗୁଡ଼ିକର ପକ୍ଷ ସମର୍ଥନ କରୁଥିବା ମନୁଷ୍ୟମାନଙ୍କ ଲାଗି ତୁମେ ସେତେ ଅଧିକ ସହାନୁଭୂତି ମଧ୍ୟ ଅନୁଭବ କରିବ ।

 

(୬) ଏହିପରି ଭାବରେ ତତ୍ତ୍ଵଗୁଡ଼ିକୁ ନେଇ ଯାବତୀୟ ମତଭେଦରେ ପ୍ରତ୍ୟେକର ହିଁ ଆପଣାର ମତଟିକୁ ବ୍ୟକ୍ତ କରିବାର ଅବଶ୍ୟ ଅଧିକାର ରହିଥିବ ।

 

(୭) ସମସ୍ୟାଗୁଡ଼ିକର ସଂପୂର୍ଣ୍ଣ ଭାବରେ ଅଧ୍ୟୟନ କରିନଥିବା ପର୍ଯ୍ୟନ୍ତ ଆମେ କଦାପି କୌଣସି ନିଷ୍ପତ୍ତିରେ ଆସି ପହଞ୍ଚି ଯିବାନାହିଁ ।

 

ମୁଁ ଅବଶ୍ୟ କହି ରଖିବି ଯେ, ପ୍ରଥମ, ଦ୍ଵିତୀୟ ଓ ତୃତୀୟ,–ଏହି ଅର୍ଥଗୁଡ଼ିକ କୁଣ୍ଠାଟିଏ ଦ୍ଵାରା ସର୍ବଦା ଆନ୍ଦୋଳିତ ହୋଇ ରହିଥିବା ପକ୍ଷଟିର । ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ,–ଏଗୁଡ଼ିକ ଭାରସାମ୍ୟବାଦୀ ପଟଟିର ଲକ୍ଷଣ । ଏବଂ, ସପ୍ତମଟି, ଯେଉଁଟି ସ୍ପଷ୍ଟତଃ ଗୋଟିଏ ପୂରା ସତକଥା, ସେଇଟିକୁ ବସ୍ତୁତଃ ଯେକୌଣସି ବ୍ୟକ୍ତିର ସନ୍ଦର୍ଭରେ ମଧ୍ୟ କୁହାଯାଇପାରିବ ।

 

ଅନ୍ଧବିଶ୍ଵାସ ରହିଥିବା ଛଅଗୋଟି ଅର୍ଥ

 

(୧) ପ୍ରଥମ ସମ୍ଭାବନା ଅର୍ଥଟିର କ୍ଷେତ୍ରରେ ଏପରି ମନେ ହୋଇଥାଏ ଯେ, ପ୍ରତ୍ୟେକ ପ୍ରଶ୍ନର ଆଦୌ ଦୁଇଟି ଦିଗ ପ୍ରକୃତରେ ନଥିଲେ ମଧ୍ୟ ପ୍ରତ୍ୟେକ ମୁଖ୍ୟ ପ୍ରଶ୍ନର ଦୁଇଟି ଦିଗ ନିଶ୍ଚୟ ରହିଥାଏ ଏବଂ, ଏହି ଦୁଇଟି ମଧ୍ୟରୁ ପ୍ରତ୍ୟେକଟି ସପକ୍ଷରେ କିଛି ତର୍କସଙ୍ଗତ ଯୁକ୍ତି ମଧ୍ୟ ରହିଥାଏ, ଓ ଯୁଗପତ୍ ଭାବରେ କିଛି ପରିମାଣରେ ଏକ ନିଜସ୍ଵାର୍ଥ ମଧ୍ୟ ଥାଏ । ଅର୍ଥାତ୍, ପ୍ରମୁଖ ପ୍ରଶ୍ନମାନେ ଆମ ଆଗରେ ଏକ ଧ୍ରୂବୀକରଣର ଉପସ୍ଥାପନା ହିଁ କରି ଥାଆନ୍ତି । କାରଣ, ସେଗୁଡ଼ିକର କ୍ଷେତ୍ରରେ ଲୋକମାନଙ୍କର ସଂପୂର୍ଣ୍ଣ ସମୂହମାନେ ସମ୍ପୃକ୍ତ ହୋଇ ରହିବାକୁ ଇଚ୍ଛା କରୁଥିବାର ପ୍ରବୃତ୍ତିଟିଏ ଦୃଷ୍ଟିଗୋଚର ହେଉଥାଏ ଏବଂ ସେଇଟି ଭିତରେ ଆସି ପ୍ରବେଶ ନକରିଥିବା ମନୁଷ୍ୟମାନଙ୍କର ସଂଖ୍ୟା କ୍ରମଶଃ ଊଣା ହେବାରେ ଲାଗିଥାଏ । ସେମାନେ ଦୁଇଟି ମଧ୍ୟରୁ କେଉଁଟିକୁ ବାଛିବେ, ତାହା ସେମାନଙ୍କର ନିଜ ଆଗ୍ରହଗୁଡ଼ିକ ଉପରେ ଆଧାରିତ ଥିବ; ଅର୍ଥାତ୍, ଦୁଇଟି ମଧ୍ୟରୁ କେଉଁଗୁଡ଼ିକରେ ଶତ୍ରୁମାନଙ୍କ ତୁଳନାରେ ବନ୍ଧୁମାନେ ହିଁ ଅଧିକ ସଂଖ୍ୟାରେ ରହିଛନ୍ତି, ଲୋକମାନଙ୍କର ପସନ୍ଦ ସେହି ଅନୁସାରେ ପରିଚାଳିତ ହେଉଥିବ । ସଂଘର୍ଷଟି ଚାଲିଥିବା ସମୟରେ ଉଭୟ ପଟ ଆପଣା ବିଷୟରେ ଉତ୍ତମରୁ ଆହୁରି ଅଧିକ ଉତ୍ତମ ବୋଲି ଦେଖାଇହେବା ନିମନ୍ତେ ତତ୍ପର ଥିବେ ଏବଂ, ଯେହେତୁ ଦୁଇଟିଯାକ ପଟେ ଆବଶ୍ୟକ ପ୍ରଚାର ନିମନ୍ତେ ପ୍ରତିଭାସମ୍ପନ୍ନ ନେତାବୃନ୍ଦ ମଧ୍ୟ ରହିଥିବେ, ଦୁଇଟିଯାକ ପକ୍ଷର କାର୍ଯ୍ୟକ୍ରମଗୁଡ଼ିକ ସର୍ବଦା ସମାନ ଭାବରେ ଅକାଟ୍ୟ ବୋଲି ପ୍ରତୀତ ହେଉଥିବ । ସେମାନେ ପରସ୍ପରର ବିରୋଧ କରୁଥିବେ ଓ ତଥାପି ପ୍ରତ୍ୟେକେ ଅକାଟ୍ୟ ପରି ଲାଗୁଥିବେ,–ଦୁଇ କାର୍ଯ୍ୟକ୍ରମ ସତେଅବା ଗୋଟିଏ ଆରଟିକୁ ପୂରା କାଟି ଦେଉଥିବା ପରି ବୋଧ ହେଉଥିବେ । ତେଣୁ, ନିଜସ୍ଵାର୍ଥଟି ଯେହେତୁ ସବାବଡ଼ ପ୍ରେରଣାରୂପେ କାର୍ଯ୍ୟ କରୁଥିବ, ସେଗୁଡ଼ିକ ପ୍ରକୃତରେ ଶ୍ରୋତାଙ୍କ ମାନସରେ କିଛି ସନ୍ଦେହ ବି ଜାଗୃତ କରି ଜାଗୃତ କରି ଆଣୁଥିବେ । ସୋଲଟି ତେଣୁ ଉଭୟ ପଟେ କେବଳ ସନ୍ତରଣ ହିଁ କରିବାରେ ଲାଗିଥିବ ।

 

(୨) ଅର୍ଥାତ୍, ସମାନ ଭାବରେ ଅକାଟ୍ୟ ଓ ସମାନ ଭାବରେ ସନ୍ଦେହ ଦ୍ଵାରା ଆନ୍ଦୋଳିତ । ପ୍ରଥମଟି ଗୋଲକଧନ୍ଦାରେ ନେଇ ପକାଇ ଦେଉଥିବ ଏବଂ ଦ୍ଵିତୀୟଟି ଅଚଳ କରି ଦେଉଥିବ । ତେଣୁ, ଏହିପରି ଭାବାଳୁତାର ପ୍ରଚ୍ଛନ୍ନ କ୍ରିୟାଶୀଳତାର ଫଳରେ ନିତାନ୍ତ ଅଡ଼ୁଆରେ ନେଇ ପକାଇ ଦେଉଥିବା ଫଳମାନ । ସମ୍ପୃକ୍ତ ମନୁଷ୍ୟମାନେ ଦୁଇଟିଯାକ କାର୍ଯ୍ୟକ୍ରମକୁ ଏପଟେ ତଥା ସେପଟେ ଥାପି ‘ଓଜନ’ କରିବାରେ ଲାଗିଥିବେ; ଅର୍ଥାତ୍ ସେଗୁଡ଼ିକ ଭିତରେ ହିଁ ରହିଥିବା ସଂଗତି ଏବଂ ହାଉଲେ ହାଉଲେ ହୃଦ୍‌ବୋଧ କରାଇ ଆଣୁଥିବା ବାହାରର ଫଳଦାୟକତାର ଭୂମି ଉପରେ ସେଗୁଡ଼ିକର ତୁଳନା କରାଯାଉଥିବ । ସତେ ଯେପରି କୌଣସି ଇତିହାସଗତ ନିର୍ଦ୍ଦିଷ୍ଟ ମଞ୍ଚ ସହିତ ସେମାନଙ୍କର କୌଣସି ସଂଗତି ନାହିଁ, ସେହିପରି ମନେ ହେଉଥିବ । କିନ୍ତୁ, ବସ୍ତୁତଃ ସେହି ସଂଗତିଟି ହିଁ ସବୁକିଛିର ମୀମାଂସା କରୁଥିବ ଏବଂ ସେଇଟି ଦ୍ଵାରା ହିଁ ସେଗୁଡ଼ିକର ଭାଗ୍ୟ ନିୟନ୍ତ୍ରିତ ହେବାରେ ଲାଗିଥିବ । ତାତ୍କାଳିକ ସାମାଜିକ ଭୂମିପଟଟିରୁ ଯେତେଯେତେ କାଳ୍ପନିକତା ଭିତରେ ସେଗୁଡ଼ିକୁ ନେଇ ପ୍ରବିଷ୍ଟ କରାଇ ରଖିଥିଲେ ମଧ୍ୟ, କାର୍ଯ୍ୟକ୍ରମଗୁଡ଼ିକ ପରସ୍ପରର ସମାନ କାଟର ବୋଲି ଖୁବ୍ ପ୍ରତ୍ୟୟଟିଏ ଆଣି ଦେଉଥିବେ, ସେହି ଭୂମିପଟଟିରେ ହିଁ ମଗ୍ନ ହୋଇ ରହିଥିବେ ଏବଂ ନିତାନ୍ତ ମୀମାଂସକ ଭାବରେ ଏକ ଅସାମାନ୍ୟତାକୁ ପ୍ରକଟ କରି ଆଣୁଥିବେ । ଏବଂ, ଯେଉଁ ପସନ୍ଦଟିଏ କରିବାର କାର୍ଯ୍ୟଟି ସତେଯେପରି ଗୋଟିଏ ଶୂନ୍ୟ ମଧ୍ୟରେ ନୀରବ ହୋଇ ପଡ଼ିଥିଲା, ସେଇଟି ପ୍ରକୃତ ସମୟଟି ଆସି ପହଞ୍ଚିଲା ବୋଲି ବର୍ତ୍ତମାନ ଚିତ୍କାର କରିବାକୁ ଅଗ୍ରସର ହୋଇଯିବ-। ବିଚରା ଏକ ନିଷ୍ପତ୍ତି କରିବା ବିଷୟରେ ଏପର୍ଯ୍ୟନ୍ତ କୁଣ୍ଠାଗ୍ରସ୍ତ ହୋଇ ରହିଥିବା ବ୍ୟକ୍ତିର କାନରେ ଏହି ଯାବତୀୟ ସ୍ଵର ସତେଅବା ଟାଇଁ ଟାଇଁ ହୋଇ ବାଜି ଉଠିବ ଏବଂ, କେବଳ ନିଜର କାନମାନଙ୍କୁ ବନ୍ଦ କରି ରଖି ହିଁ ସିଏ ସେଇଟିରୁ ବାହାରେ ରହି ପାରିବ ।

 

ଏବଂ, ଅଚଳ ହୋଇ ରହିବାର ସେହି ଅନ୍ୟ ଅବସ୍ଥାଟି ଏହିପରି ଏକ ଅନୁମାନରୁ ଆସେ ଯେ, ଏହି କ୍ଷେତ୍ରରେ ଉଭୟ ପଟେ ଏକ ସ୍ଵାର୍ଥଭାବନା ବିଦ୍ୟମାନ ଥିବାରୁ ପ୍ରକୃତରେ ଦୁଇ ପକ୍ଷ ସମାନ ଭାବରେ ଦୂଷିତ ହୋଇ ଯାଇଛନ୍ତି । ହଁ, ତାହା ହୁଏତ କିଞ୍ଚିତ୍ ବିସ୍ମିତ ବି କରି ଦେଉଥିବ, ମାତ୍ର ଏପରି ବହୁ ମନୁଷ୍ୟ ସର୍ବଦା ଥାଆନ୍ତି, ଯେଉଁମାନେ ମନୁଷ୍ୟମାନଙ୍କୁ ନେଇ ଘଟୁଥିବା କୌଣସି ଘଟଣା ଭିତରେ ପଶିବାକୁ ମନା କରିଦିଅନ୍ତି । କାରଣ, ସେମାନେ ଏହି ହେତୁ ସମାଜରେ ଥିବା ପ୍ରତ୍ୟେକ ଅନୁଷ୍ଠାନ ତଥା ରାଜନୀତି-କ୍ଷେତ୍ରର ସକଳ ସଚଳତାକୁ ଅଶୁଦ୍ଧ ବୋଲି ବିଚାର କରିଥାଆନ୍ତି । ଆତ୍ମୋତ୍ସର୍ଗର ସେହି ଖାସ୍ ଦୀପ୍ତିଟି ଦ୍ଵାରା ଚକିତ ହୋଇ ଯାଉଥିବାରୁ ଏହି ପ୍ରକାରର ମନୁଷ୍ୟମାନେ ସତେଅବା ଏକ ପ୍ରକୃତ ଆନ୍ଦୋଳନ ଲାଗି ଅପେକ୍ଷା କରି ରହନ୍ତି ଏବଂ ଏପରି ଗୋଟିଏ କାର୍ଯ୍ୟକ୍ରମ ଲାଗି ଅନିଶା କରି ରହିଥାନ୍ତି, ଯାହାଦ୍ୱାରା କି ସେଗୁଡ଼ିକୁ ଆରମ୍ଭ କରିଥିବା ବ୍ୟକ୍ତିମାନେ ବ୍ୟକ୍ତିଗତ ଭାବରେ କୌଣସି ପ୍ରକାରେ ମଧ୍ୟ ଲାଭବାନ୍ ହେବେନାହିଁ । ସେମାନେ ଏପରି ଗୋଟିଏ ସାମାଜିକ ଆନ୍ଦୋଳନ ଲାଗି ଦୀର୍ଘକାଳ ଅପେକ୍ଷା କରି ରହିଥାନ୍ତି, ଯେଉଁଥିରେ ଅଂଶଗ୍ରହଣ କରିଥିବା ମନୁଷ୍ୟମାନେ ବେଶ୍ ସଚେତନ ଭାବରେ ବହୁ ପ୍ରତିକୂଳତା ସୃଷ୍ଟି କରି ଆଣିଥାନ୍ତି । ଏପରି ଏକ ଆନ୍ଦୋଳନ ପ୍ରକୃତରେ ଏକ ବିଚିତ୍ର ସାମାଜିକ ଆନ୍ଦୋଳନ ହେବାକୁ ବାଧ୍ୟ ହେବ । ଏଣୁ, ଏକ ବିବାଦର ଉଭୟ ପକ୍ଷ ଯେ ସ୍ଵାର୍ଥଭାବନାର ନିଶ୍ଚୟ ପରିଚୟ ଦେବେ, ସମ୍ଭବତଃ ସେଇଟି ହିଁ ପ୍ରକୃତରେ ସତ୍ୟଟିକୁ ସ୍ପଷ୍ଟ କରି ଆଣିବ; ତରଙ୍ଗର ଦୁଇଟିଯାକ ପାଖରେ ପ୍ରକୃତରେ ଜଳ ହିଁ ରହିଛି ବୋଲି ଆମ ଆଲୋଚନାର ସେହି ସୋଲଖଣ୍ଡଟା ଘୋଷଣା କରିବାଦ୍ଵାରା ଯେପରି ସତ୍ୟଟିର ପ୍ରକାଶ ହୁଅନ୍ତା, ଠିକ୍ ସେହିପରି ।

 

ପୂରା ସନ୍ଦେହଶୂନ୍ୟ ଭାବରେ ଏହି କଥାଟି ଅବଶ୍ୟ ସତ୍ୟ ଯେ, ଯେକୌଣସି ଯୁକ୍ତି ଏବଂ ଆଲୋଚନାରେ ଗୋଟାଏ ସ୍ଵାର୍ଥ ଆସି ପଶିଗଲେ ସେଗୁଡ଼ିକ ଅତ୍ୟନ୍ତ ଦୂଷିତ ହୋଇ ଯାଇଥାନ୍ତି । ଏକ ସ୍ଵାର୍ଥସିଦ୍ଧି ନିମନ୍ତେ ଅନ୍ୟମାନଙ୍କୁ ଠକିବାର ଆବଶ୍ୟକତା ରହିଥିଲେ ପ୍ରକୃତରେ ସବୁ ଦୂଷିତ ହୋଇ ଯାଇଥାଏ । ମାତ୍ର, ଆପଣାର କୌଣସି ସ୍ଵାର୍ଥ ପୂରଣ ହେବ ବୋଲି କାହିଁକି ସର୍ବଦା ଅନ୍ୟମାନଙ୍କୁ ଠକିବା ଆବଶ୍ୟକ ହେବ ? (ଆମ ଅଧିକାଂଶଙ୍କ ପାଇଁ ଆଦୌ ଅନେକ ସମୟରେ ନୁହେଁ) ବରଂ, ଅପରପକ୍ଷରେ, ଏହି ସ୍ୱାର୍ଥ-ଭାବନାଟି ମୋଟେ ଅସାଧୁ ହେବା ଆବଶ୍ୟକ ହେବନାହିଁ, ଏବଂ ସେହି କାରଣରୁ ତ ଶ୍ରୀଯୁକ୍ତ ଫ୍ରାଙ୍କଲିନ ଏକଦା ସାଧୁତାକୁ ହିଁ ସର୍ବୋତ୍ତମ ରାଷ୍ଟ୍ରନୀତି ବୋଲି ଘୋଷଣା ମଧ୍ୟ କରିଥିଲେ । ତେଣୁ, ଯେଉଁଠାରେ ଧୋକା ଦିଆହେଉ ନଥିବ, ସେଠାରେ ଜାଣିଶୁଣି କୌଣସି ବିତର୍କକୁ ଆମେ କଦାପି ପ୍ରଦୂଷିତ ମଧ୍ୟ କରି ପାରିବାନାହିଁ । ଅର୍ଥାତ୍, କୌଣସି ଗୋଷ୍ଠୀରେ ସ୍ଵାର୍ଥଭାବନାଟିଏ ରହିଛି ବୋଲି ଆମେ କଦାପି ସେହି ହେତୁ ଅନୁମାନ କରିବାନାହିଁ ଯେ, ତାହାର କାର୍ଯ୍ୟକ୍ରମରେ ମଧ୍ୟ ନିଶ୍ଚୟ ଛଳନାପୂର୍ଣ୍ଣ କିଛି ରହିଥିବ । ନିଜ ଘରେ ନିଆଁଟା ଲାଗିନଯାଉ ବୋଲି ଯଦି ଜଣେ ବ୍ୟକ୍ତି ମୋ’ଘରେ ଲାଗିଥିବା ନିଆଁକୁ ନିଭାଇବାରେ ମୋତେ ସାହାଯ୍ୟ କରେ, ତେବେ ସିଏ ସ୍ଵାର୍ଥଦ୍ଵାରା ପ୍ରେରିତ ହୋଇ ସେପରି କରୁଛି ବୋଲି କହିଲେ ତାହା ନିର୍ବୋଧତା ହିଁ ହେବ । ଏବଂ, ସେହିପରି ଏକ ଭାବନାପୂର୍ଣ୍ଣ ଚାଳିତ ହେଉଥିବା ମୁଁ ଯଦି ସେହି ବ୍ୟକ୍ତିଙ୍କର ସାହାଯ୍ୟ ନିମନ୍ତେ ତାଙ୍କୁ ଧନ୍ୟବାଦ ନଦିଏ, ତେବେ ସେଇଟି ମଧ୍ୟ ଆଦୌ କମ୍ ଅଶୋଭନୀୟ ହେବନାହିଁ ।

 

ଏଭଳି ଯୁକ୍ତିମାନଙ୍କର ପଶ୍ଚାତରେ ଏପରି ଏକ ଅନୁମାନ ପ୍ରଚ୍ଛନ୍ନ ହୋଇ ରହିଥାଏ ଯେ, ଯେଉଁକଥାଟି ବା କାର୍ଯ୍ୟାନୁଷ୍ଠାନଟି ମୋ’ଲାଗି ଅନୁକୂଳ ହେଉଛି, ସେଇଟି ସଂପୂର୍ଣ୍ଣ ନିଃସନ୍ଦେହ ଭାବେ ସେହି କାରଣରୁ ହିଁ ଅନ୍ୟମାନଙ୍କର ହିତ ପାଇଁ ଆଦୌ ଅନୁକୂଳ ହେବନାହିଁ । ପୁନଶ୍ଚ, ସେହି ଧାରଣାଟି ମଧ୍ୟ ଏପରି ଗୋଟିଏ ଜୀବନଦୃଷ୍ଟି ଉପରେ ଛିଡ଼ା ହୋଇଛି ଯେ, ଏହି ପୃଥିବୀର ସ୍ଵାର୍ଥଗତ ଭାବନା ସକଳ କ୍ଷେତ୍ରରେ ଅନ୍ୟ ପ୍ରତ୍ୟକଙ୍କର ସ୍ଵାର୍ଥଭାବନାରୁ ଅନ୍ତତଃ ପୂରା ସ୍ଵତନ୍ତ୍ର ହୋଇ ରହିଛି, ସମ୍ଭବତଃ ସେଗୁଡ଼ିକର ବିରୋଧ କରୁଛି । ଅର୍ଥାତ୍, ସମସ୍ତେ ସମସ୍ତଙ୍କ ସହିତ ଯୁଦ୍ଧରତ ହୋଇ ରହିଛନ୍ତି,–ଏଇଟିକୁ ଏକ ଏକାବେଳେକେ ମୌଳିକ ସତ୍ୟ ବୋଲି ମାନି ନିଆ ଯାଇଥାଏ । ପୁସ୍ତକଟିର ତୃତୀୟ ଅଧ୍ୟାୟରେ ଯେଉଁପରି କୁହା ହୋଇଛି, ସେହି ଅନୁମାନଟି ଶୁଦ୍ଧ ଭାବରେ କେବଳ ଗୋଟାଏ କଳ୍ପନା । ଏପରିକି, ଇତରପ୍ରାଣୀଙ୍କର ଜୀବନକ୍ଷେତ୍ରରେ ମଧ୍ୟ ସେମାନଙ୍କ ମଧ୍ୟରେ ସର୍ବତ୍ର ଏକ ସଂଗ୍ରାମ ଲାଗି ରହିଥିବା ପରି ସମାନ ପରିମାଣରେ ସହଯୋଗିତାର ନାନା ଦୃଷ୍ଟାନ୍ତ ଦେଖିବାକୁ ମିଳେ । ହଁ, ସେହି ଅନୁମାନଟି ମିଛ ବୋଲି ଅନୁଭୂତ ହେଉଥିବାରୁ ହିଁ ଆମେ ସମସ୍ତେ ସେହି ବିଶ୍ଵାସଟା ଦ୍ଵାରା ପ୍ରେରିତ ହିଁ ଏକ ସୁନ୍ଦର ପୃଥିବୀ ବିଷୟରେ ଏତେ ଏତେ ଆଶା କରିବାରେ ଲାଗିଥାଉ ।

 

ତେଣୁ, କୌଣସି ଏକ କାର୍ଯ୍ୟକ୍ରମ ଦ୍ଵାରା ସେହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଥିବା ଗୋଷ୍ଠୀଟିର ରହିଥିବା ଏକ ସ୍ଵାର୍ଥାଭାବନା ମଧ୍ୟ ପ୍ରକଟ ହେଉଥାଏ, ଏହି ଅନୁମାନଟି ଦ୍ଵାରା ସେହି କାର୍ଯ୍ୟକ୍ରମଟି ଦ୍ଵାରା କେବଳ ଖରାପ ହେଉଛି କିମ୍ବା ପ୍ରତାରଣା କରାଯାଉଛି ବୋଲି କଦାପି କୁହା ଯିବନାହିଁ, ହଁ, ସେହି କାର୍ଯ୍ୟକ୍ରମଟିରୁ ବାସ୍ତବ କ୍ଷେତ୍ରରେ ଯେଉଁ ଫଳ ହେଉଛି ବା ନହେଉଛି, ଆମେ କେବଳ ସେଇଟିରୁ ସିନା ସେଥିରେ କେତେକ’ଣ ପ୍ରତାରଣା ବା ମନ୍ଦ ରହିଛି, ତାହାର କୌଣସି ଅବଧାରଣା ଆଦୌ କରିପାରନ୍ତେ । କିନ୍ତୁ, ସେଇଟି ବିଷୟରେ କୌଣସି ଯଥାର୍ଥ ବିଚାର କରିବାକୁ ଇଚ୍ଛା କଲେ ଆମକୁ ଏକ ସଂପୂର୍ଣ୍ଣ ଐତିହାସିକ ଦୃଶ୍ୟପଟ ମଧ୍ୟରେ ସବୁଯାକ କାର୍ଯ୍ୟକ୍ରମ ତଥା ସମସ୍ୟାଚୟକୁ ଦେଖି ପାରିବାର ଏକ ସଂପୂର୍ଣ୍ଣ ଚେଷ୍ଟା ମଧ୍ୟ କରିବାକୁ ହେବ । ଏହିପରି ଭାବରେ ଏହି ଗୋଷ୍ଠୀଟି ଅଥବା ସେହି ଗୋଷ୍ଠୀଟି ଏକ ସ୍ଵାର୍ଥଭାବନା ସହିତ କାର୍ଯ୍ୟଟିକୁ କରୁଛି ବୋଲି ଜାଣିବାର ସେହି ସମସ୍ୟାଟି ପ୍ରକୃତରେ ନିତାନ୍ତ ଗୌଣ ହିଁ ହୋଇଯିବ । ଏହି ପ୍ରସଙ୍ଗରେ ସବାଆଗ ଏହି ଯେଉଁ ମୁଖ୍ୟ ପ୍ରଶ୍ନଟିର ଉତ୍ତରଟିକୁ ଜାଣିବା ଆବଶ୍ୟକ ହେବ, ସେଇଟି ହେଉଛି, ଏହି ଆଲୋଚିତ ଗୋଷ୍ଠୀଟି ସାମାଜିକ ଅଗ୍ରଗତିରେ ବସ୍ତୁତଃ କେଉଁଭଳି ଏକ ଭୂମିକା ଗ୍ରହଣ କରିଛି । ଯଦି ସେହି ଭୂମିକାଟି ଯଥାର୍ଥ ଏବଂ ଉପଯୁକ୍ତ ହୋଇଥାଏ, କାର୍ଯ୍ୟକ୍ରମଟି ପଛରେ ଯଦି ପ୍ରଗତିଶୀଳ ସାଧୁଦୃଷ୍ଟି ରହିଥାଏ, ତେବେ ସେହି କ୍ଷେତ୍ରରେ ସ୍ଵାର୍ଥଭାବନାଟିଏ ରହିବା ଆଦୌ ବାଧକ ହେବନାହିଁ,–ମନୁଷ୍ୟଜାତି ନିମନ୍ତେ ତାହା ବରଂ ଏକ ବରଦାନ ରୂପେ କାର୍ଯ୍ୟ କରିବ ।

 

ଶ୍ରମିକମାନେ କରୁଥିବା ଆନ୍ଦୋଳନଟିର କ୍ଷେତ୍ରରେ ଏହି ସ୍ଥିତିଟି ବିଶେଷ ଭାବରେ ଅବସ୍ଥିତ ରହିଛି । ଶ୍ରମିକମାନେ ଆମମାନଙ୍କର ସମାଜରେ ଏପରି ଏକ ସ୍ଥିତିରେ ରହିଛନ୍ତି ଯେ, ନିଜର ଉନ୍ନୟନ କଳ୍ପେ କରା ଯାଉଥିବା ସେମାନଙ୍କର ସର୍ବବିଧ ଆନ୍ଦୋଳନ ପ୍ରକୃତରେ ବର୍ତ୍ତମାନର ଅସମାନତା ଓ ପ୍ରପୀଡ଼ନ ବିରୋଧରେ ଗୋଟିଏ ଗୋଟିଏ ସଂଗ୍ରାମରେ ମଧ୍ୟ ପରିଣତ ହୋଇଯାଉଛି,–ଉଭୟ ବୃହତ୍‍ ଓ କ୍ଷୁଦ୍ର ଯାବତୀୟ ଅସମାନତା ତଥା ନିପୀଡ଼ନ, ଯାହାଦ୍ୱାରା ଅନ୍ୟମାନେ ସମସ୍ତେ ମଧ୍ୟ ସନ୍ତପ୍ତ ଏବଂ ବିପଦଗ୍ରସ୍ତ ହୋଇ ରହିଛନ୍ତି । ସମାଜରେ ବାସ କରୁଥିବା କେତୋଟି ଭାଗ (ବିଶେଷ ଉଲ୍ଲେଖଯୋଗ୍ୟ ଭାବରେ ନିମ୍ନମଧ୍ୟବିତ୍ତମାନେ) ବାରମ୍ବାର ପ୍ରକୃତରେ ଦେଖାଇ ଦେଇଛନ୍ତି ଯେ, ସେମାନେ ଫାସିଷ୍ଟବାଦୀ ବିପର୍ଯ୍ୟୟଗୁଡ଼ିକ ସମୟରେ ବେଶ୍ ସହଜରେ ସେହିମାନଙ୍କ ପକ୍ଷଟି ଆଡ଼କୁ ଢଳି ଯାଉଛନ୍ତି; କିନ୍ତୁ, ଶ୍ରମିକଶ୍ରେଣୀ, ଆମର ସମାଜରେ ସେହି ଶ୍ରେଣୀଟି ଯେପରି ସ୍ଥିତିରେ ରହିଛି, ସର୍ବଦା ଫାସିଜମ୍‍ର ଶତ୍ରୁ ହୋଇ ବାହାରୁଛି, ସେଇଟିକୁ ମଙ୍ଗାଇଦେଇ ଆଦୌ ନିଜଆଡ଼କୁ ବୁଝାଇ ନେଇ ହେଉନାହିଁ । ସମାଜରେ ରହିଥିବା କେତୋଟି ଭାଗ ଇହୁଦୀ-ଘୃଣା, ନିଗ୍ରାବିରୋଧିତା ଏବଂ ବାଛବିଚାରର ଆଚରଣ ଏବଂ ଅବାଞ୍ଛିତ ବହିରାଗତମାନଙ୍କୁ ଦେଶରୁ ନିକାଲିଦେବା ପ୍ରଭୃତି ସାମୟିକ ହଲଚଲ ଗୁଡ଼ିକରୁ ବେଶ୍ ସ୍ଥୂଳ ଆନନ୍ଦ ଲାଭ କରୁଛନ୍ତି (ଅଥବା ଲାଭ କରିହେବ ବୋଲି ବି ଭାବୁଛନ୍ତି); ମାତ୍ର, ଯଦି ଶ୍ରମିକମାନଙ୍କ ଆପଣା ବର୍ଗଟି ମଧ୍ୟରେ ଏହିସବୁ ବିଭେଦସୃଷ୍ଟିକାରୀ କାର୍ଯ୍ୟଗୁଡ଼ିକ ପ୍ରତି ଆଦୌ କୌଣସି ସହିଷ୍ଣୁତା-ଭାବ ଆସି ପ୍ରବେଶ କରେ, ଶ୍ରମିକମାନଙ୍କର ତା’ପରେ କୌଣସି ଆନ୍ଦୋଳନ ଅଥବା ସଂଗ୍ରାମ ତେବେ ସମ୍ଭବ ହିଁ ହେବନାହିଁ । ସମାଜରେ ଥିବା କତିପୟ ଶ୍ରେଣୀ ଏହି ପୁସ୍ତକରେ ଆଲୋଚିତ ହୋଇଥିବା ସେହି ଗୁର୍ଦ୍ଦୁ ମିଥ୍ୟା ତଥା ଅନ୍ଧବିଶ୍ଵାସରେ ବେଶ୍ ମାତି ଯାଉଥିଲେ ମଧ୍ୟ ହୁଏତ ତଥାପି ସେପରି କୌଣସି ବୃହତ୍ ଦୁର୍ବିପାକର ସମ୍ମୁଖୀନ ହେବାକୁ ବାଧ୍ୟ ହେବେନାହିଁ । କିନ୍ତୁ, ଏହିସବୁ ମିଥ୍ୟା ଶ୍ରମିକମାନଙ୍କର ଆନ୍ଦୋଳନଟି ଲାଗି ଘାତକ ହିଁ ହେବ ଏବଂ ତେଣୁ, ଏପରି କିଛି ଘଟିବାର ସମ୍ଭାବନାଟିଏ ଘ୍ରାଣ କରିବା ମାତ୍ରେହିଁ ସେଇଟିକୁ ନଷ୍ଟ କରିଦେବାକୁ ପଡ଼ୁଥିବ ।

 

ଏଣୁ, ଆପଣାର ସେହି ବୈପ୍ଳବିକ ବିଜୟଗୁଡ଼ିକର ସମୟରେ ଯେପରି ପୁଞ୍ଜିବାଦୀମାନେ ଜଡ଼ବିଜ୍ଞାନର ଧ୍ଵଜାକୁ ହାତରେ ଧରି ବାହାରିଥିଲେ, ସେହିପରି ଶ୍ରମିକମାନଙ୍କର ଏହି ଆନ୍ଦୋଳନ ଆମର ଏହି ସଂପ୍ରତିକାଳରେ ସମାଜ-ବିଜ୍ଞାନର ଧ୍ଵଜାଟିକୁ ହାତରେ ଧରି ହିଁ ଆଗକୁ ବାହାରିଛି । ଏବଂ, ଏହି କ୍ଷେତ୍ରରେ ପ୍ରକୃତରେ କିଏ କେତେ ପରିମାଣର ଜ୍ଞାନର ଅଧିକାରୀ ହୋଇ ପାରିଲା, ସେଇଟି ମୋଟେ ସବାଆଗର ସମସ୍ୟା ଓ ପ୍ରଶ୍ନ ନୁହେଁ; ଅତ୍ୟନ୍ତ ସରଳ ଭାବରେ ବ୍ୟକ୍ତ କଲେ ସେହି ପ୍ରଶ୍ନଟି ହେଉଛି ଯେ, ପୁଞ୍ଜିବାଦର ସଫଳତାଟି ଯେପରି ସେହି ପୂର୍ବକାଳର ଆଲକେମି ଏବଂ ଫଳିତ ଜ୍ୟୋତିଷ ସହିତ ସଂଗତି ରଖି ଆଦୌ ରହି ପାରିଲାନାହିଁ, ଠିକ୍ ସେହିପରି ଏହି ଶ୍ରମିକପକ୍ଷଟିର ସଫଳତାଟି କଦାପି ମାଞ୍ଚେଷ୍ଟର ଅର୍ଥନୀତି ଏବଂ ମାଇନ୍ କାମ୍ଫ୍ (ହିଟ୍‌ଲରଙ୍କର ଆତ୍ମଜୀବନୀ,–“ମୋ’ର ସଂଗ୍ରାମ”) ସହିତ କେବେହେଲେ ସାଲିଶ୍ କରି ରହି ପାରିବନାହିଁ ।

 

ଆମେ ସ୍ଵୀକାର କରିବା ଯେ ସେମାନେ ଦଖଲ କରି ରହିଥିବା ଇତିହାସର କ୍ଷେତ୍ରଟିରେ କେତେକ ବ୍ୟକ୍ତି ପ୍ରକୃତରେ ବେଶ୍ ବିଚିତ୍ର ଭାବରେ ଭାଗ୍ୟବାନ୍ ହୋଇ ରହିଥାନ୍ତି । ଆମେ ଅନେକେ ତ ଯାବତୀୟ ଗୁଣକୁ ସବୁଠାରୁ ଅଧିକ ସନ୍ତାପଯୁକ୍ତ ଭାବରେ ଏକ ସଂଗ୍ରାମ ପରି ଦେଖିଥାଉ ଏବଂ, ଅଧିକରୁ ଅଧିକ ଉତ୍ତମ ଅର୍ଥରେ ସମ୍ଭବତଃ ଏକ କର୍ତ୍ତବ୍ୟ ପରି ଦେଖୁ । ତେଣୁ, ଆମେ ସେହି ବହୁସଂଖ୍ୟକ ଜନଗଣଙ୍କୁ ସମ୍ମୁଖରେ ରଖି ବସ୍ତୁତଃ କେତେ ଈର୍ଷା ଅନୁଭବ ନକରିବା ଯେ, ନାନା ରହସ୍ୟବାଦିତା, ଅଜ୍ଞାନ ଓ ନୃଶଂସତାକୁ ସେମାନେ କେବେହେଲେ ମାନି ରହିଯିବେ ନାହିଁ ଏବଂ ସେଥିଲାଗି କଦାପି ରହସ୍ୟବାଦୀ ହେବେନାହିଁ, ଅଜ୍ଞାନ ମଧ୍ୟରେ ଆଦୌ ରହିଯିବେ ନାହିଁ କିମ୍ବା କୌଣସି ନୃଶଂସତାକୁ ମଧ୍ୟ ବରଦାସ୍ତ କରିବେନାହିଁ । ସତେଅବା କୌଣସି କିମିଆ ହୋଇଥିବା ପରି ସେମାନଙ୍କର ନିଜର ସ୍ଵାର୍ଥ ସବୁ ମନୁଷ୍ୟଙ୍କର ସ୍ୱାର୍ଥ ସହିତ ଏକାଠି ବନ୍ଧା ହୋଇ ସବୁବେଳେ ରହିଥାଏ । ତେଣୁ ଯେଉଁମାନେ ସଦାକୁଣ୍ଠିତ ଏବଂ କେବେହେଲେ ଆଦୌ କିଛି କରିବେନାହିଁ, ସେମାନେ ସେହି ଖୁବ୍ ଶ୍ଵସ୍ତିଦାୟକ ଗୁଣଟିକୁ ଯାବୁଡ଼ି ଧରିଥାନ୍ତୁ ଏବଂ, ଇଚ୍ଛା କରୁଥିବା ଯାଏ ଏହି ସୀମାହୀନ ସଂଶୟଟିର ଅନିଶ୍ଚୟତାଟିକୁ ତଥାପି ବର୍ଜନ କରିଥାଆନ୍ତୁ !

 

*      *      *

 

(୨) ନିଜର ସେହି ତରଙ୍ଗର ଚୂଡ଼ାରୁ, ଆମେ କହୁଥିଲୁ ସୋଲଖଣ୍ଡଟି ସମାନ ପ୍ରକାରର ବହୁ ତରଙ୍ଗ ଶିଖରକୁ ଦେଖିଥାଏ । ତେଣୁ, ଖୁବ୍ ସମ୍ଭବ ଯେ, ତାହା ବହୁସଂଖ୍ୟକ ବିକଳ୍ପ ସମ୍ଭାବନାର ଅନୁମାନ କରି ଭାରି ପ୍ରୀତ ହୋଇଯାଏ । ତେଣୁ, ଯେତେବେଳେ ପ୍ରତ୍ୟେକ ପ୍ରଶ୍ନର ଦୁଇଟି ଦିଗ ରହିଛି ବୋଲି ତାହା ଘୋଷଣା କରେ, ସେତେବେଳେ ସେ ଅନେକ ସମୟରେ କଥାଟିର ଅର୍ଥକୁ ଏହିପରି ଭାବରେ ବୁଝିଥାଏ ଯେ, ଯେକୌଣସି ଅବସ୍ଥାରେ ଏପରି ସମାନ ଭାବରେ ଉପଯୁକ୍ତ ବହୁ ବିକଳ୍ପ ନିଶ୍ଚୟ ଥିବ, ଯାହାମଧ୍ୟରୁ ତୁମେ ଗୋଟିକୁ ବାଛିନେଇ ପାରିବ । କିଛି ପରିମାଣରେ ଏହିଭଳି ଗୋଟିଏ ସ୍ଥିତି ବା ଅନୁମାନରେ ଆସି ପହଞ୍ଚିହୁଏ, ଯେତେବେଳେ କି ତୁମେ ନିତାନ୍ତ ସାଧାରଣ ସମସ୍ୟାମାନଙ୍କରୁ ମହତ୍ତ୍ଵପୂର୍ଣ୍ଣ ଏକାଧିକ ସାମାଜିକ ସମସ୍ୟା ମଧ୍ୟକୁ ଆପଣାକୁ ପ୍ରକୃତରେ ପ୍ରସାରିତ ମଧ୍ୟ କରିନେଇ ପାରିବ । ଉଦାହରଣ ସରୂପ, ଯଦି ମୁଁ ଏହି ଛୁଟିଟିକୁ କିପରି ଭାବରେ କଟାଇବି, ସେହି ବିଷୟରେ ଯୋଜନା କରୁଥିବି, ସମ୍ଭବତଃ ଏପରି ଅଧଡ଼ଜନେ ପର୍ଯ୍ୟନ୍ତ ପ୍ରକାରର ମାର୍ଗ ଥିବ, ମୁଁ ଯେପରି ସେହି ଛୁଟିଟିକୁ କାଟି ପାରିବି ଏବଂ ପ୍ରତ୍ୟେକଟି ମାର୍ଗ ମଧ୍ୟ ନିଶ୍ଚୟ ସମାନ ଭାବରେ ଆକର୍ଷକ ହୋଇଥିବ ଓ ମୋଟେ ଗୋଟିଏ ଛୁଟି କଟାଇବାର ଆନନ୍ଦ ମଧ୍ୟ ଦେଇ ପାରୁଥିବ । ଅଥବା, ଯଦି ମୁଁ ପ୍ରତ୍ୟହ କେତେ ଘଣ୍ଟା ପୁସ୍ତକମାନ ପଢ଼ି କଟାଇବି ବୋଲି ସ୍ଥିର କରିବି, ତେବେ ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ମୁଁ ସେହି ଅନୁସାରେ ଏକାଧିକ ପୁସ୍ତକ ପାଠ ମଧ୍ୟ କରିପାରିବି, ଏବଂ ସେଥିରୁ ମୋତେ ସମାନ ଭାବରେ ଆନନ୍ଦ ମିଳିବ ଏବଂ ମୁଁ ତଦ୍ଦ୍ୱାରା ବେଶ ଲାଭବାନ୍ ହୋଇ ପାରିବି । ଜଣେ ବ୍ୟକ୍ତି, ଯାହାର ଜୀବନ ସର୍ବଦା ଭଳି ଭଳି ଆଗ୍ରହରେ ପୂରି ରହିଥିବ ଏବଂ ସିଏ ସେଥିରୁ ବହୁସଂଖ୍ୟକ ସନ୍ତୋଷ ବି ଲାଭ କରୁଥିବ, ସିଏ ଖୁବ୍ ଅନୁଭବ କରୁଥିବ ଯେ, ଜୀବନର ସକଳ ଅବସର ହିଁ ଜଣେ ମନୁଷ୍ୟକୁ ଏକାବେଳେକେ ଅନେକ ମାର୍ଗ ଅବଶ୍ୟ ଯୋଗାଇ ଦେଉଥିବ ଏବଂ ସିଏ ସେଥିରେ ଅଭ୍ୟସ୍ତ ମଧ୍ୟ ହୋଇ ଯାଇଥିବ ।

 

ଅବଶ୍ୟ, ଦର୍ଶନଶାସ୍ତ୍ରବିତ୍ ଆରିଷ୍ଟାଟ୍‌ଲ୍ ଏପରି ଗୋଟିଏ ଧାରଣାକୁ ଉପଯୁକ୍ତ ବ୍ୟାଖ୍ୟା ଦେଇ ବୁଝାଇ ଦେଇଥିଲେ ଯେ, ପ୍ରତ୍ୟେକ ଅବସର ସକାଶେ ସର୍ବଦା କେବଳ ଗୋଟିଏ ମାତ୍ର କର୍ମ ରହିଥାଏ, ଯାହାକି ସେହି ଅବସର ଲାଗି ଯଥେଷ୍ଟ ପରିମାଣରେ ଅନୁକୂଳ ହୋଇ ରହିଥାଏ । ସେହି କର୍ମଟିକୁ ସିଏ ପ୍ରକୃତରେ ସମୁଚିତ ବୋଲି କହିଛନ୍ତି ଓ ସେଇଟିରୁ ଆମେ ଯେଉଁଭଳି ଯେତେବେଳେ ମଧ୍ୟ ଦୂରକୁ ଚାଲି ଯାଉଥିବା, ସେଇଟିକୁ ପ୍ରକୃତରେ ଦୁରନ୍ତ ଚରମ ବୋଲି କୁହାଯିବ । କାରଣ, ଯେତେବେଳେ ସେଗୁଡ଼ିକ ଏପରି ଗୋଟିଏ ଗୋଟିଏ କ୍ରିୟାରେ ପରିଣତ ହୋଇଯିବ, ଯେତେବେଳେ ଉକ୍ତ ଅବସରଟିରୁ ଆଶା କରାଯାଉଥିବା ଫଳପ୍ରାପ୍ତିଟି ଦୃଷ୍ଟିରୁ ତାହା କମ୍ ସମର୍ଥ ବୋଲି ପ୍ରତିପାଦିତ ହେବ ଅଥବା ସେତେବେଳେ ଆମେ ଯେତିକି ସହ୍ୟ କରି ପାରିଥାନ୍ତେ, ସେହି ତୁଳନାରେ ହୁଏତ ଅଧିକ ବି ହେବ । ମନେ କରାଯାଇପାରେ ଯେ କେତେକ ସୈନିକଙ୍କର ଗୋଟିଏ ଗୋଷ୍ଠୀ ଏପରି ଗୋଟିଏ ସ୍ଥିତିରେ ରହିଛନ୍ତି, ଯାହା ହେତୁ ସେମାନେ ନିଜକୁ ରକ୍ଷା କରି ପାରିବା ମଧ୍ୟ ଅବଶ୍ୟ ସମ୍ଭବ ବୋଲି ମନେ ହେଉଥିବ, ସେତେବେଳେ ‘ସମୁଚିତ’ ବା ଯଥାର୍ଥରେ ସାହସଯୁକ୍ତ କାର୍ଯ୍ୟଟି କହିଲେ ସେମାନଙ୍କର ସେହି ଅସ୍ଥିତିଟିରେ ଯେପରି ହେଲେ ଅବସ୍ଥିତ ହୋଇ ରହିବାକୁ ହିଁ ବୁଝାଇବ । ଯଦି ସେମାନେ ସେଠାରୁ ହଟି ଆସନ୍ତି, ତେବେ ସେମାନେ ଆପଣାର ଭୀରୁତାର (ଅତ୍ୟନ୍ତ ଅସମର୍ଥ ଏକ ଅବସ୍ଥାର) ପରିଚୟ ଦେବେ । ପୁନଶ୍ଚ, ଯଦି ସେମାନେ ଆହୁରି ଆଗକୁ ଯିବାଲାଗି ନିଷ୍ପତ୍ତି ଗ୍ରହଣ କରିବେ ଏବଂ ନିଜକୁ ଜଣା ପକାଇଦେବେ ଏବଂ ନିଜର ସେହି ସ୍ଥାନଟିକୁ ହରାଇ ବସିବାର ଏକ ଆଶଙ୍କା ସୃଷ୍ଟି କରିବେ, ତେବେ ତଦ୍ଦ୍ଵାରା ସେମାନଙ୍କର ଦୁଃସାହସଟି ଅବଶ୍ୟ ଜଣା ପଡ଼ିଯିବ (ଚରମ ଅତିରିକ୍ତତା ବୋଲି ଯାହାକୁ କହିହେବ) । ପୁନଶ୍ଚ, ଏକ ଉଚିତ କାର୍ଯ୍ୟ ମଧ୍ୟ ପରିସ୍ଥିତିମାନ ବଦଳି ଯାଉଥିବା ସହିତ ବଦଳି ଯାଇଥାଏ । ଏହିପରି ଭାବରେ, ଯଦି ଅବସ୍ଥିତ ରହିବାର ସ୍ଥାନଟି ଯୁକ୍ତିଯୁକ୍ତ ନହୁଏ ଏବଂ ସୈନ୍ୟମାନେ ଯଦି ସେହି ସ୍ଥାନଟିକୁ ତଥାପି ଦଖଲ କରି ରହିଥାନ୍ତି, ତେବେ ସେମାନେ ସାହସ ପରିବର୍ତ୍ତେ ଏକ ଦୁଃସାହସର ପରିଚୟ ହିଁ ଦେଲେ ବୋଲି ନିଶ୍ଚୟ କୁହାଯିବ । କିନ୍ତୁ, ଅନ୍ୟ ପକ୍ଷରେ, ଯଦି ଏକ ଆକ୍ରମଣ ସମ୍ଭବ ବୋଲି ବୋଧ ହେଉଥାଏ ଓ ଯଦି ସେମାନେ ସେହିଠାରେ ହିଁ ଆଗପରି ରହନ୍ତି, ତେବେ ତାହାକୁ ସାହସ ବଦଳରେ ଭୀରୁତା ବୋଲି କୁହାଯିବ । ଯଦି ମାନବୀୟ ଚିନ୍ତାକ୍ଷେତ୍ରକୁ ଆରିଷ୍ଟଟ୍‌ଲ୍‌ଙ୍କର ଏକ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ଅବଦାନ ବୋଲି ଏହି ସିଦ୍ଧାନ୍ତଟିକୁ କୁହାଯାଏ, ତେବେ ଆମେ ଅବଶ୍ୟ ସ୍ଵୀକାର କରିବା ଯେ, ତାହା ପ୍ରକୃତରେ ସର୍ବବିଧ ଉତ୍ତମ ଯୋଜନାର ମର୍ମପ୍ରସଙ୍ଗଟିକୁ ବ୍ୟକ୍ତ କରିପାରିଛି । ସର୍ବପ୍ରଥମେ ବସ୍ତୁସ୍ଥିତିଟିର ଏକ ବିଶ୍ଳେଷଣ, ତା’ପରେ ନିଷ୍ପତ୍ତି ଅନୁସାରେ କାର୍ଯ୍ୟଟିର ସାଧନ । ଏହିପରି ଏକ ସ୍ଥିତି ସକଳ ଅର୍ଥରେ ଗୋଟିଏ ମାନକର କାର୍ଯ୍ୟ ହିଁ କରିଥାଏ, ଯାହାର ସାହାଯ୍ୟ ଗ୍ରହଣ କରି ଆମେ ସକଳ ପ୍ରସ୍ତାବନାର ମଧ୍ୟ ପରୀକ୍ଷା ଅବଶ୍ୟ କରିପାରିବା ଏବଂ, ସ୍ଥିତିଟିର ପ୍ରକୃତ ଘଟଣାକ୍ଷେତ୍ରରେ ଏକ ପ୍ରତ୍ୟକ୍ଷ ଔଚିତ୍ୟ ରହିଥିବା ହେତୁ ସେହି ଅବକାଶରେ ବୃଥା ଗୁଡ଼ାଏ ଇଚ୍ଛାର ହିଁ ପୋଷଣ କରିବାର ଆଉ କୌଣସି ଆଶଙ୍କା ମଧ୍ୟ ନଥିବ । ଏହିପରି ଏକ ନିଷ୍ପତ୍ତି ଗ୍ରହଣ କରି କାର୍ଯ୍ୟ କରିବା, ଯଥାର୍ଥରେ ଯେକୌଣସି କାର୍ଯ୍ୟ କରିବା କହିଲେ ସେହି କଥାଟିକୁ ତ ବୁଝାଇବ । ଜଣେ ପ୍ରତ୍ୟକ୍ଷ କ୍ଷେତ୍ରର ପ୍ରଜ୍ଞାର ଅଧିକାରୀ ହୋଇ ପାରିଥିବା ବ୍ୟକ୍ତି ପରି ଆରିଷ୍ଟାଟ୍‌ଲ୍ ତାହାହିଁ କହିଥାନ୍ତେ ।

 

ମୁଁ ଅନୁମାନ କରୁଛି, ପ୍ରତିମାନଟି ଠାରୁ ସାମାନ୍ୟ ଦୂରକୁ ଚାଲିଗଲେ ବେଳେ ବେଳେ ଯେଉଁପରି ଏକ ସ୍ଥିତି ଆସିବ, ସେତେବେଳେ ହୁଏତ ବୋଧ ହେବ ଯେ, ପ୍ରକୃତରେ ସକଳ ଅବସରରେ ହିଁ ସମାନ ଭାବରେ ଉପଯୁକ୍ତ ଏକାଧିକ ନିଷ୍ପତ୍ତି ମଧ୍ୟ ନିଶ୍ଚୟ ଗ୍ରହଣ କରିଯାଇ ପାରିବ-। କିନ୍ତୁ, ଏଇଟିବେଳେ ମଧ୍ୟ ସବୁଠାରୁ ଅଧିକ ଉତ୍ତମ ବୋଲି ଲାଗୁଥିବା କେବଳ ସେହି ଗୋଟିଏ ମାତ୍ର ନିଷ୍ପତ୍ତି ଗ୍ରହଣ କରିବାର ଏକ ଅବସର ଉନ୍ମୁକ୍ତ ହୋଇ ରହିଛି ବୋଲି ଭାବୁଥିବା ସେହି ଅନୁଭବଟି ପ୍ରକୃତରେ ଏକ ଆଦର୍ଶସ୍ଥାନୀୟ ପରାମର୍ଶ ରୂପେ ଆମର ବିଶ୍ଳେଷଣରେ ଅବଶ୍ୟ ଏକ ନିର୍ଦ୍ଦିଷ୍ଟତା ଆଣିଦେବ । ଏଇଟି ସତକୁସତ ଅଛି ବୋଲି ଆମେ ମଧ୍ୟ ଆପଣା ପାଖରେ ପ୍ରତ୍ୟୟଟିଏ ଦେଉଥିବା,–ଏପରିକି ଉତ୍ତମରୁ ଆହୁରି ଅଧିକ ଉତ୍ତମ ପ୍ରୟାସ ସହିତ ସେଇଟି ତଥାପି ଉପଲବ୍ଧ ହେଉନଥିଲେ ବି ଆମେ ଆପଣାକୁ ତଥାପି ସେହିପରି ଏକ ପ୍ରତ୍ୟୟ ଦେଉଥିବା-। ତଦ୍ଦ୍ଵାରା ଆମେ ସେହି ବିଷୟରେ ଗୋଟିଏ ସ୍ଥୂଳ ଅନୁମାନ କରି ପାରିବା ଏବଂ କର୍ମଟିକୁ କରିବା-

 

କିନ୍ତୁ, କୌଣସି ସାମୂହିକ ସକ୍ରିୟତାର କ୍ଷେତ୍ରରେ ଏକାବେଳେକେ ଅନେକ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିବ ବୋଲି କହୁଥିବା ସିଦ୍ଧାନ୍ତଟି ହୁଏତ ଅତିମାତ୍ରାରେ ବିପଦମାନ ରହିଥିବା ନାନା ପରିଣାମର କାରଣ ହେବ । ଯଦି ବହୁସଂଖ୍ୟକ ମନୁଷ୍ୟ ଏକତ୍ର କ୍ରିୟାଶୀଳ ହୋଇ କେତୋଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଇଚ୍ଛା କରୁଥାନ୍ତି, ତେବେ ଏହି କଥାଟି ଖୁବ୍ ସ୍ପଷ୍ଟ ହୋଇ ଯାଉଛି ଯେ, ସେମାନେ କାର୍ଯ୍ୟକାରୀ କରିବାକୁ ଯାଉଥିବା କାର୍ଯ୍ୟକ୍ରମଟି ବିଷୟରେ ସେମାନଙ୍କର ସହମତି ରହିଥିବ । ଯଦି ସେମାନଙ୍କ ମଧ୍ୟରୁ କେତେଜଣ ଗୋଟିଏ କାର୍ଯ୍ୟକ୍ରମକୁ ଗ୍ରହଣ କରିବେ, ଆଉ କେତେଜଣ ଏକ ଦ୍ଵିତୀୟ କାର୍ଯ୍ୟକ୍ରମ ଗ୍ରହଣ କରୁଥିବେ ଏବଂ ଆଉକେତେ ମଧ୍ୟ ତୃତୀୟ କ’ଣଟିଏ କରିବାକୁ ବାହାରିବେ, ତେବେ ସେମାନେ ଏକତ୍ର ମିଳି ଆଦୌ କୌଣସି କାର୍ଯ୍ୟ କରି ପାରିବେନାହିଁ । ହଁ, ତିନୋଟିଯାକ କାର୍ଯ୍ୟକ୍ରମ ସମାନ ଭଲ ବୋଲି କହି ଆମେ ବାଟ ଛାଡ଼ିଦେଲେ ମଧ୍ୟ ସେମାନେ ପ୍ରକୃତରେ କିଛିହେଲେ କରି ପାରିବେନାହିଁ । କାରଣ, ଖୁବ୍ ସମ୍ଭବ କାର୍ଯ୍ୟକ୍ରମଗୁଡ଼ିକ ଆଦୌ ସମାନ ଭାବରେ ଭଲ ବି ହୋଇନଥିବେ । କାରଣ, ସେତେବେଳେ ମଧ୍ୟ ସେହି ମନୁଷ୍ୟମାନେ ଗୋଟିଏ ପରିବର୍ତ୍ତେ ତିନୋଟି କାର୍ଯ୍ୟକ୍ରମ ହିଁ ଚଳାଉଥିବେ । ସେମାନଙ୍କର ଶକ୍ତିଗୁଡ଼ିକ ତିନିଭାଗ ହୋଇ ରହିଥିବ । ମାତ୍ର ଗୋଟିଏ ପଥରମୁଣ୍ଡାକୁ ପାହାଡ଼ ଉପରକୁ ଉଠାଇ ନେଇଯିବା ପରିବର୍ତ୍ତେ ସେମାନେ ତିନୋଟି ପଥରମୁଣ୍ଡା ଉଠାଇବାରେ ଅଣ୍ଟା ଭିଡ଼ି ଲାଗିଥିବେ । ଏବଂ, ଉପରକୁ କ’ଣ ଯିବେ, ତିନୋଟିଯାକ ପଥର ସେହି ତଳେ ହିଁ ରହିଥିବେ, ହୁଏତ ଆଦୌ ଉହୁଙ୍କୁ ମଧ୍ୟ ନଥିବେ । ତେଣୁ, ଏପରି ଅବଶ୍ୟ ହେବା କୁହିତ ଯେ, ସେମାନେ ସମସ୍ତେ ଏକତ୍ର ‘ଠିକ୍’ ପଥରଟିକୁ ଉଠାଇ ଉପରକୁ ନେବାପାଇଁ ଚେଷ୍ଟା କରିବେ । (ଅର୍ଥାତ୍, ପ୍ରକୃତରେ ଯେଉଁଟିକୁ ଉପରକୁ ନିଆଯାଇ ପାରିବ) ଏବଂ, ଆପଣାର ଯାବତୀୟ ଚେଷ୍ଟାକୁ ସେହିଠାରେ ସଂକେନ୍ଦ୍ରିତ କରି ରଖିଥିବେ ।

 

ଏହି କଥାଟି ପ୍ରକୃତରେ ଏତେ ଅଧିକ ପରିମାଣରେ ସତ୍ୟ ଯେ, ଏହାକୁ ଅସ୍ଵୀକାର କରିବାଟି ବସ୍ତୁତଃ କାଳକାଳରୁ ହିଁ ଦ୍ରୋହୀ ହେବାର ଏକ ସାଧନରୂପେ ବ୍ୟବହୃତ ହୋଇ ଆସିଛି । ଏହାକୁ ଗୋଟିଏ ଆଳରୂପେ ବ୍ୟବହାର କରି ଦ୍ରୋହ ଏବଂ ବିଶ୍ଵାସଘାତକତା କରୁଥିବା ବ୍ୟକ୍ତିମାନେ ନିଜର ଅନ୍ୟ ସଙ୍ଗୀମାନଙ୍କ ପରି ସେହି ଗୋଟିଏ କାର୍ଯ୍ୟକ୍ରମକୁ ଗ୍ରହଣ କରୁଛନ୍ତି ବୋଲି କହି ପାରିଛନ୍ତି, ଏବଂ ତଥାପି, ସେଇଟିକୁ ଯେପରି ସମ୍ପାଦିତ କରି ନହେବ, ସେଥିଲାଗି ସମ୍ଭାବ୍ୟ ସବୁକିଛି କାର୍ଯ୍ୟ କରିଛନ୍ତି । ଉଦାହରଣ ସ୍ୱରୂପ, ଫାସିଷ୍ଟବାଦକୁ ଯେପରି ଭାବରେ ହେଉ ପଛକେ ଧ୍ୱଂସ କରିବାକୁ ହେବ ବୋଲି ସେମାନେ ‘ସମ୍ମତି’ ପ୍ରଦାନ କରିଛନ୍ତି, ମାତ୍ର ଏଣେ ଜିଦ୍‌ଧରି ବସିଛନ୍ତି ଯେ, ସେମାନଙ୍କ ସହିତ ସାମୂହିକ ଭାବରେ କୌଣସି ସଂଗ୍ରାମରେ ପ୍ରବୃତ୍ତ ନହୋଇ ସେମାନଙ୍କୁ ବରଂ ବ୍ୟକ୍ତିଗତ ଭାବରେ ସେହି ମାର୍ଗରୁ ଓହରାଇ ଆଣିବାର ଚେଷ୍ଟା କରିବା ଉଚିତ । ଏହିପରି ଭାବରେ ଆମେ କାହାରି ଉପରକୁ କୌଣସି ପ୍ରାକାର ଆଘାତ ନଆଣି ଫାସିଷ୍ଟବାଦକୁ ଅବଶ୍ୟ ପରାସ୍ତ କରିପାରିବା ବୋଲି ସେମାନେ ମତ ଦେଇଛନ୍ତି । ଏହିପରି ଭାବରେ ଏକ ବିତର୍କ ହିଁ ଆରମ୍ଭ ହୋଇଛି ଏବଂ ସେଇଟି ପ୍ରକୃତରେ ପ୍ରାୟ ଅନନ୍ତକାଳ ପର୍ଯ୍ୟନ୍ତ ଲାଗି ରହିଛି । ଏବଂ, ଇତିମଧ୍ୟରେ ଟ୍ୟାଙ୍କ୍ ଏବଂ ତୋପଗୁଡ଼ିକୁ ନେଇ ଫାସିଷ୍ଟମାନେ ଆସି ପହଞ୍ଚି ଯାଇଛନ୍ତି ଏବଂ ତେଣୁ ସେତେବେଳେ ପ୍ରକୃତରେ କିଏ କାହାକୁ ବଦଳାଇବ, ସେହି ପ୍ରଶ୍ନଟି ତୁଚ୍ଛା ଏକ ମକ୍ତବୀ ଆଲୋଚନାରେ ହିଁ ପର୍ଯ୍ୟବେସିତ ହୋଇ ରହିଯାଇଛି ।

 

ଏହି ଯାବତୀୟ କୌଶଳ ସଂଗଠିତ ସର୍ବବିଧ ଗୋଷ୍ଠୀମାନଙ୍କ ପାଖରେ ସଂପୂର୍ଣ୍ଣ ଭାବରେ ପରିଚିତ ହୋଇ ରହିଛି । ଗୋଟିଏ ନିଷ୍ପତ୍ତିରେ ଆସି ପହଞ୍ଚୁଥିବା ବେଳକୁ ଏକ ବିକଳ୍ପ ସତେଅବା ଅଧିକ ଚକଚକ ଦେଖାଯାଇଛି ଏବଂ ଗୃହୀତ ହୋଇ ଯିବାପରି ମନେ ହେଉଥିବା ନିଷ୍ପତ୍ତିଟି ଯେଉଁଠି ସେଇଠି ରହିଯାଇଛି । ଏବଂ, ବେଶ୍ ଚାତୁର୍ଯ୍ୟପୂର୍ଣ୍ଣ ଭାବରେ ସେହିଟି ଭିତରେ ସର୍ବବିଧ ଆକର୍ଷଣକାରୀ ଉପାଦାନ ସତେଅବା ଏକତ୍ର ହୋଇ ରହିଥିବା ପରି ମନେ ବି ହୋଇଛି,–ସହାନୁଭୂତି, ସମ୍ମାନ, ସମ୍ଭାବନା ସବୁକିଛି । ଅର୍ଥାତ୍, ଅସଲ ପରୀକ୍ଷାଟି ତଥାପି କରାଯାଇ ନଥିବାରୁ,–ଅର୍ଥାତ୍ କାର୍ଯ୍ୟକ୍ରମଟି ସତକୁସତ ଉପସ୍ଥିତ ସ୍ଥିତିଗୁଡ଼ିକର ଅନୁରୂପ ହୋଇଛି କି ନାହିଁ, ସେହି ପରୀକ୍ଷାଟି,–ଚକ୍‌ଚକ୍‌ଟା ଅବଶ୍ୟ ସେହିପରି ସ୍ଥାୟୀ ହୋଇ ରହିଥିବ,–ଆଦୌ ମଉଳନ ପଡ଼ି ଯିବନାହିଁ ଏବଂ ଉକ୍ତ ଗୋଷ୍ଠୀଟି ମଧ୍ୟ, କାହାଣୀର ସେହି ଗଧଟି ପରି, ଏପାଖ ସେପାଖ ଦୁଇପାଖରେ ସମାନ ଦୂରତା ରକ୍ଷା କରି ଘାସର ଦୁଇଟା ବୋଝ ଥୁଆ ହୋଇ ରହିଥିଲେ ମଧ୍ୟ ଆଖର ମୃତ୍ୟୁମୁଖରେ ପଡ଼ିବ ।

 

*      *      *

 

(୩) ଆମେ ଏହାପରେ ଅନୁମାନ କରିବା ଯେ, ଆଦୌ କୌଣସି ନିଷ୍ପତ୍ତି ଗ୍ରହଣ କରି ପାରୁନଥିବା ସେହି ଅନୁରୂପ କାଟର ଜଣେ ବ୍ୟକ୍ତି ସମୁଦ୍ରରୁ ଘରକୁ ଫେରିଛି ଏବଂ ନିଜର ପ୍ରାଣଶକ୍ତିଟିକୁ କିଛି ପରିମାଣରେ ଅନୁଭବ ବି କରିପାରୁଛି । ଏକ ସୁଦୀର୍ଘ ସମୟ ସମୁଦ୍ରର ଢେଉ ଉପରେ ଉପରକୁ ଉଠିଯିବା ଓ ପୁନର୍ବାର ତଳକୁ ଚାଲିଆସିବା ଫଳରେ ତା’ ଭିତରେ ଆଉ ନୂଆ ବୋଲି ଆଦୌ କିଛି ଘଟିବ ବୋଲି କୌଣସି ପ୍ରତ୍ୟୟ ହିଁ ନାହିଁ ସତ, ମାତ୍ର ନାନା କିସମର ଏହି ତରଙ୍ଗମାନଙ୍କରେ ଲୁକ୍କାୟିତ ହୋଇ ରହିଥିବା ବିପଦଗୁଡ଼ିକ ବିଷୟରେ ସିଏ କିଛି ସଜ୍ଞାନ ହୋଇ ପାରିଛି । ତା’ର ମନରେ ଏପରି ଭାବନାଟିଏ ଆସୁଛି ଯେ, ଏହି ଗୋଟିଏ ଦୃଷ୍ଟିରୁ ଦୁଇଟାଯାକ ପାଖ ଖୁବ୍ ଏକାଭଳି ପରି ଲାଗନ୍ତି ଏବଂ ପ୍ରତ୍ୟେକଟିରେ କିଛି ଉପାଦାନଗତ ମିଥ୍ୟା ପ୍ରକୃତରେ ଥାଏ । ତେବେ, ଏପରି କ’ଣ ସମ୍ଭବ ହୁଅନ୍ତାନାହିଁ ଯେ ସିଏ ଏପାଖ ଓ ସେପାଖ ଦୁଇଟିରୁ ହିଁ ସେହି ମିଥ୍ୟାଟିକୁ ବାହାର କରିଦେଇ ପାରନ୍ତା ଏବଂ ସେହିପରି କରି ଉଭୟଙ୍କୁ ଗୋଟିଏ ଏକତା ଭିତରକୁ ନେଇ ଆସି ମଧ୍ୟ ପାରନ୍ତା ? ଯଦି ଉଭୟ ପାର୍ଶ୍ଵ ବିଷୟରେ ବହୁତ କିଛି କୁହାଯାଇ ପାରିବାକୁ ବାକୀ ରହିଛି, ତେବେ ଆମେ ସେହି ‘ବହୁତକିଛି’ ଗୁଡ଼ାକୁ କ’ଣ ପାଇଁ ଅଲଗା କରି ନ ଦେବା ଏବଂ ଏହିପରି ଭାବରେ ପ୍ରକୃତରେ ସେଥିରୁ ସେହି ଗୋଟିଏ ସିଦ୍ଧାନ୍ତକୁ ସମ୍ଭବ କରି ଆଣିବା,–ହଁ, ଗୋଟିଏ କାର୍ଯ୍ୟକ୍ରମ ହିଁ ସମ୍ଭବ କରି ପାରିବା ? ଏହା ଫଳରେ କୁଣ୍ଠାଗ୍ରସ୍ତ ହୋଇ ରହିଥିବା ବ୍ୟକ୍ତିଟି ଅଧିକ ଗ୍ରହଣଶୀଳ ହୋଇଯାଏ ।

 

ତେଣୁ, ଏପରି ଅନୁମାନଟି କରାଯାଉ ଯେ, ଏପରି ଗୋଟିଏ ହେଲେ କୌଣସି ସିଦ୍ଧାନ୍ତ ନାହିଁ, ଯେଉଁଥିରେ କି ସବୁଯାକ ସତ୍ୟ ଅବଶ୍ୟ ଅଛି; ମାତ୍ର ପ୍ରତ୍ୟେକ ସିଦ୍ଧାନ୍ତରେ ସତ୍ୟର କେତେକ ଅଂଶ ରହିଛି । ଏହି ଦୃଷ୍ଟିଟି ମଧ୍ୟରେ ଭଦ୍ରତା ରହିଛି, ଏକ ସତର୍କତା ମଧ୍ୟ ରହିଛି । ଏହାଦ୍ୱାରା କାହାରି ଭାବସଂବେଦନ ଉପରେ ଆଦୌ କୌଣସି ଆଘାତ ଦିଆ ଯାଉନାହିଁ,–କାରଣ ପ୍ରତ୍ୟେକଟିର ପ୍ରାସଙ୍ଗିକତାକୁ ଏଥିରେ ସ୍ଵୀକୃତି ଦିଆଯାଇଛି । ପୁନଶ୍ଚ, ଏଥିରେ ଶଙ୍କାର କୌଣସି ଅବକାଶ ନାହିଁ, କାରଣ ପ୍ରତ୍ୟେକଟିରେ ମଧ୍ୟ ଏକ ପରିପୂର୍ଣ୍ଣ ଯଥାର୍ଥତାର ଅଭାବ ରହିଛି ବୋଲି ସୂଚାଇ ଦିଆଯାଇଛି । ପୁନଶ୍ଚ, ଏହି ଭାବନାଟି ମଧ୍ୟରେ ବୃଥା ସମୟ ନଷ୍ଟ ହେବନାହିଁ ବୋଲି ଗୋଟିଏ ଭରସା ମଧ୍ୟ ରହିଛି । ଆମକୁ ଆଉ ଅଲଗା ଅଲଗା କରି ସତ୍ୟର ଆବିଷ୍କାର କରିବାକୁ କିମ୍ବା ବିଶ୍ଳେଷଣ କରିବାକୁ ହେଉନାହିଁ,–ଏକ ବ୍ୟବସ୍ଥା ଭିତରେ ବାନ୍ଧି କରି ଦେଖିବାକୁ ମଧ୍ୟ ହେଉନାହିଁ । ଏବଂ, ଅନ୍ୟ ବ୍ୟକ୍ତିମାନେ ଚିନ୍ତା କରି ଯେଉଁସବୁ ସାଧାରଣ ବିଚାରରେ ଆସି ଉପନୀତ ହୋଇଛନ୍ତି, ଆମେ ଆପଣାର ବିବେକଟିଏ ପ୍ରୟୋଗ କରି ସେଥିରୁ ପ୍ରକୃତରେ କେତେଗୁଡ଼ିଏ ବାଛି ନେଇ ପାରୁଛୁ । ହଁ, ଏହା ଫଳରେ ଗୋଟାଏ ଘାଣ୍ଟ ରନ୍ଧାହେଲା ପରି ଲାଗୁଛି ସତ, କିନ୍ତୁ ସେହି ଘାଣ୍ଟ ବେଶ୍ ପୁଷ୍ଟିକର ହୋଇ ପାରୁଛି ।

 

ଏବଂ, ପ୍ରଥମତଃ, ମୁଁ ବିଚାରୁଛି ଯେ, ପ୍ରକୃତରେ, ପ୍ରତ୍ୟେକ ସିଦ୍ଧାନ୍ତରେ ନିଶ୍ଚୟ କିଛି ନା କିଛି ସତ୍ୟର ହିଁ ପ୍ରତିପାଦନ ହୋଇଥାଏ ବୋଲି ଯେପରି ଦାବୀ କରାଯାଏ, ସେକଥା ଆଦୌ ଠିକ୍ ନୁହେଁ । ସଂଖ୍ୟାରେ ଅଳପ ହୋଇଥିଲେ ମଧ୍ୟ କେତେକ ଏପରି ସିଦ୍ଧାନ୍ତ ବା ତତ୍ତ୍ଵ ଥାଆନ୍ତି, ଯେଉଁଗୁଡ଼ିକରେ କି କୌଣସି ଏକ ବିଶାଳ ଅଟ୍ଟାଳିକା ପ୍ରମାଣରେ ମିଥ୍ୟା ହିଁ ରହିଥାଏ ଏବଂ ଏପରି ଆଶ୍ଚର୍ଯ୍ୟଜନକ ପ୍ରସାର ସହିତ ଅଙ୍ଗବିସ୍ତାର କରି ତାହା ଅବସ୍ଥିତ ଥାଏ ଯେ, ସତ୍ୟଟି ସତେଅବା ଆଦୌ ପାର୍ଶ୍ଵ ହିଁ ମାଡ଼େନାହିଁ । ଉଦାହରଣ ସ୍ଵରୂପ, ଫଳିତ ଜ୍ୟୋତିଷ ତଥା ସଂଖ୍ୟାମାନଙ୍କର ପ୍ରତୀକାତ୍ମକ ହିସାବରୁ ଭାଗ୍ୟମାନଙ୍କର ଏକ ଭବିଷ୍ୟାନୁମାନ କରିବା,–କୌଣସି ଉଦାରମନା ଦର୍ଶନବିଦ୍ୟାବିତ୍ ସେଗୁଡ଼ିକରୁ ପ୍ରକୃତରେ କେଉଁସବୁ ସତ୍ୟର ଆହରଣ କରିବାପାଇଁ ସମର୍ଥ ହେବ ଏବଂ ସେହିଗୁଡ଼ିକୁ ଭିତ୍ତି କରି ଏକ ନିଜସ୍ଵ ମେଦିନୀଦୃଷ୍ଟିର ଅବତାରଣା କରି ଆଣିବାକୁ ଚେଷ୍ଟା କରିବ, ମୁଁ ପ୍ରକୃତରେ ସେହି ବିଷୟରେ କିଛିହେଲେ ଅନୁମାନ ହିଁ କରି ପାରିବିନାହିଁ । ବିଚାର କରି କହିବା ତ, ଡକ୍ଟର ଗୋଏବେଲ୍‌ସଙ୍କର ଜାତିବାଦୀ ସୂତ୍ରମାନଙ୍କରୁ ସିଏ କେଉଁ ଉକ୍ତିଗୁଡ଼ିକୁ ପ୍ରକୃତରେ ବାଛି ବି ପାରିବ ?

 

ଦ୍ଵିତୀୟତଃ, ପ୍ରକୃତ ଘଟଣାଗୁଡ଼ିକ ବିଷୟରେ ପୂର୍ବରୁ ଏକ ସାଧାରଣ ଧାରଣା ନଥିଲେ ଏହିସବୁ ନାନାବିଧ ସିଦ୍ଧାନ୍ତରୁ ଆମେ ବସ୍ତୁତଃ ଆଦୌ କିଛି ବି ବାଛିନେଇ ପାରିବାନାହିଁ । ଯଦି ତଥାପି ବାଛିବାଲାଗି ଇଚ୍ଛା କରିବା, ତେବେ ସୁନିଶ୍ଚିତ ଭାବରେ ଏପରି କେତେକ ମାନଦଣ୍ଡର ଭିତ୍ତି ଉପରେ ସେପରି କରିବା, ଯାହା ଫଳରେ କି ସତ୍ୟମାନଙ୍କୁ ମିଥ୍ୟାଗୁଡ଼ିକ ଠାରୁ ଅଲଗା କରି ଦେଖି ପାରିବା ନିମନ୍ତେ ଆମର ଏକ ସାମର୍ଥ୍ୟ ପ୍ରକୃତରେ ରହିଥିବ । ତା’ ନହେଲେ ଆମେ ମନଇଚ୍ଛା ହୁଏତ ଏଇଟିକୁ କିମ୍ବା ସେଇଟିକୁ ବାଛିବା ଏବଂ ତଦ୍ଦ୍ଵାରା ଆମର ସଂପୂର୍ଣ୍ଣ ନିର୍ବାଚନଟି ଏପରି ଉଭୟ ସତ୍ୟ ଏବଂ ମିଥ୍ୟାର ଏକ ସମ୍ମିଶ୍ରଣରେ ପରିଣତ ହୋଇଯିବ, ଯେପରି ହେବା ଉଚିତ ବୋଲି ଆମେ ସମ୍ଭବତଃ ମୋଟେ ଇଚ୍ଛା କରିନଥିଲୁ । କିନ୍ତୁ, ଆମର ଏହି ନିର୍ବାଚନଟି ଯେପରି ନିଶ୍ଚୟ ପ୍ରଜ୍ଞାଯୁକ୍ତ ହେବ, ଯଦି ଆମ ପାଖରେ ପ୍ରକୃତରେ ସେହି ଅନୁସାରେ କେତେକ ସତ୍ୟ ମଧ୍ୟ ଥିବ, ତେବେ, ସେହି ସତ୍ୟ ପରିମାଣଟିକୁ ଆମେ କଦାପି କୌଣସି ହାଲୁକା ଗ୍ରହଣଶୀଳତା ଦେଖାଇ ମୋଟେ ଗ୍ରହଣ କରି ନଥିବା । ଏଣୁ, ଏହି ଗ୍ରହଣଶୀଳ ହୋଇ ରହିବାର ଉଦାରତାଟିର କେଉଁଭଳି ଉପଯୋଗମାନ ହୋଇ ପାରିବ, ତାହା ସତ୍ୟ-ଜିଜ୍ଞାସାର ଏପରି ଗୋଟିଏ ପ୍ରକ୍ରିୟା ଉପରେ ନିର୍ଭର କରିବ, ଯାହାକି କେବେ ହାଲୁକା ଭାବରେ ଗ୍ରହଣଶୀଳ ହୋଇନଥିବା ଜଣେ ଉଦାରମନା ମନୁଷ୍ୟ ଭିନ୍ନ ଭିନ୍ନ ପକ୍ଷଗୁଡ଼ିକରେ ରହିଥିବା ସତ୍ୟଗୁଡ଼ିକର ଅନୁସନ୍ଧାନ କରୁଥିବା ସମୟରେ, କେଉଁସବୁ ପକ୍ଷରେ କେତେ ପରିମାଣରେ ସତ୍ୟ ରହିଛି, ସେହି କଥାଟିକୁ ଆବିଷ୍କାର କରି ପାରିବା ପୂର୍ବରୁ ହିଁ ସତ୍ୟଟି ପ୍ରକୃତରେ କ’ଣ, ସେହି କଥାଟିକୁ ନିଶ୍ଚୟ ଆଗ ଆବିଷ୍କାର କରିଥିବ ।

 

ଏହି କାର୍ଯ୍ୟଟିକୁ ସମ୍ପାଦିତ କରିସାରି ସିଏ ଆଗକୁ ଯାଇ ଦେଖିବ ଯେ, ସତ୍ୟର ମାନଦଣ୍ଡକୁ ଆଧାର କରି ବିଚାର କଲେ ସେହି ଭିନ୍ନ ଭିନ୍ନ ପକ୍ଷ ଗୁଡ଼ିକରେ ପ୍ରକୃତ ପକ୍ଷେ ଏକ ଗମ୍ଭୀର ଅସନ୍ତୁଳନ ବିଦ୍ୟମାନ ରହିଛି । ଜଣା ପଡ଼ିଯିବ ଯେ, ଏକ ସମଗ୍ର ସିଦ୍ଧାନ୍ତକୁ ତା’ର ଗଠନରୂପଟିକୁ ପ୍ରଦାନ କରିଥିବା ଦାବୀଗୁଡ଼ିକ ଖାସ୍ ସିଦ୍ଧାନ୍ତଟି ଦୃଷ୍ଟିରୁ ଆଦୌ ସମାନ ଭାବରେ ମହତ୍ତ୍ଵପୂର୍ଣ୍ଣ ନୁହନ୍ତି । କେତେକଙ୍କର ପ୍ରାୟ ଅପରିହାର୍ଯ୍ୟ ଭାବରେ ଏକ ମହତ୍ତ୍ଵ ରହିଛି ଏବଂ ଆଉ କେତୋଟିର ଅପେକ୍ଷାକୃତ କମ୍ ଗମ୍ଭୀର ମହତ୍ତ୍ଵ ରହିଛି । ଏପରି କେତେ ତତ୍ତ୍ଵସୂତ୍ର ରହିଛନ୍ତି ଯେଉଁମାନଙ୍କୁ କି ସେଗୁଡ଼ିକର ମୂଳଭୂତ ଘୋଷଣାରେ ଠିକ୍ ବୋଲି କୁହାଯିବ, ମାତ୍ର ଟିକିନିଖି କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଭୁଲ ବୋଲି କୁହାଯାଇ ପାରୁଥିବ; ଏବଂ, ଆହୁରି ମଧ୍ୟ ଏପରି କେତେ ଥିବେ, ଯେଉଁମାନେ ସେମାନଙ୍କର ମୌଳିକ ଉକ୍ତିରେ ଭୁଲ ବୋଲି ସାବ୍ୟସ୍ତ ହେଉଥିବେ ଏବଂ ତଥାପି ବେଶ୍ ଆକସ୍ମିକ ଭାବରେ କେତେକ ଟିକିନିଖିରେ ଠିକ୍ ରହିଥିବେ । ତଥାପି, ଆହୁରି ଅନ୍ୟକେତେ ମଧ୍ୟ ଥିବେ, ମୁଁ ପୂର୍ବରୁ ଯେପରି କହିଛି, ଯେଉଁଗୁଡ଼ିକ ମୂଳରୁ ଅଗ ପର୍ଯ୍ୟନ୍ତ ଭୁଲ ହୋଇଥିବେ,–ଓ ବହୁତ ସମୟରେ ଇଚ୍ଛାକୃତ ଭାବରେ ଭୁଲ ହୋଇଥିବେ । ଏହି ସବୁଯାକ ତତ୍ତ୍ଵକୁ ସମାନ ଭାବରେ ଆଗ୍ରହୋଦ୍ଦୀପକ ଏବଂ ସମାନଭାବରେ ମୂଲ୍ୟବାନ ବୋଲି ବିଚାରିବା,–ସେଇଟି ପ୍ରକୃତରେ ଆମ ନିରପେକ୍ଷତାର ଏକ ବିଚିତ୍ର କସରତ ହିଁ ହେବ ଏବଂ, ସେହି କ୍ଷେତ୍ରରେ ଭିନ୍ନ ଭିନ୍ନ ଶ୍ରେଷ୍ଠତା ମଧ୍ୟରେ କେବଳ ଭୁଲ୍‌ର ହିଁ ସମାନ ବିବରଣମାନ ବିକୀର୍ଣ୍ଣ ହୋଇ ରହିଥିବ ।

 

ତେଣୁ, ଏହି ଉଦାରହୃଦୟ ଗ୍ରହଶୀଳତାର ବୃହତ୍ ବିପଦଟି ହେଉଛି ଯେ, ତାହା ବୈଜ୍ଞାନିକ ଅନୁସନ୍ଧାନର ସ୍ଥାନରେ ଏକ ବ୍ୟକ୍ତିଗତ ପସନ୍ଦ/ଅପସନ୍ଦର ଧନ୍ଦାକୁ (ଯାବତୀୟ ସମ୍ଭାବନାରେ ଏକ ଖିଆଲ ଦ୍ଵାରା ଅନୁପ୍ରେରିତ) ଆଣି ଥୋଇଦେବାର ଗୋଟିଏ ବିଶେଷ ବୁଦ୍ଧି ଓ ପ୍ରତିଭାକୁ ପ୍ରୟୋଗ କରୁଥାଏ । ହଁ, ଏହି କ୍ଷେତ୍ରରେ ଏକ ବ୍ୟକ୍ତିପ୍ରଧାନ ଭାବନା ହିଁ ନିହିତ ରହିଥାଏ,–ଏପରି ଏକ ବୋଧ ରହିଥାଏ, ଯାହାକି ଆପଣାର ଭାବନାର ନିର୍ଦ୍ଦେଶନାଟିକୁ ପ୍ରକୃତ ବସ୍ତୁସତ୍ୟ ଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ବୋଲି ଗ୍ରହଣ କରିବାକୁ ଅଧିକ ଆଗ୍ରହ ଦେଖାଏ । ଏବଂ, ଯଦି ଆଖର ମାର୍ଗଶେଷଟି ଯାଏ ସେହି ରୀତିଟି ହିଁ ଅନୁସୃତ ହୁଏ, ତେବେ ତାହା ସକଳ ବିଜ୍ଞାନ ଓ ସକଳ ପ୍ରଜ୍ଞାର ନିଶ୍ଚୟ ବିଲୋପସାଧନ ହିଁ କରିବ । ଏହି ଧାରାଟା ଏପରି ଗୋଟିଏ ମୁକ୍ତମାନସିକତାର ପ୍ରତିନିଧିତ୍ଵ କରୁଥାଏ, ଯେଉଁଟିରେ ଆମର ମନ ଏତେଗୁଡ଼ାଏ ମୁକ୍ତ ଖୋଲା ହୋଇ ରହିଥାଏ ଯେ, ତଦ୍ଦ୍ଵାରା ଆଉ ସବୁକିଛି ହିଁ ବିଫଳ ବୋଲି ସାବ୍ୟସ୍ତ ହୋଇଥାଏ ଏବଂ ପରିମାଣରେ ମୃତ ତଥା ନୀରବ ରିକ୍ତତା ଅବଶେଷ ରୂପେ ଥାଏ, ଏବଂ ନିଃସନ୍ଦେହ ଭାବରେ ସେଥିରୁ ଆଦୌ କୌଣସି ସ୍ପନ୍ଦନ ବି ହୁଏନାହିଁ ।

 

*      *      *

 

(୪) ଆମର ସେହି ସଦାକୁଣ୍ଠିତ ମନୁଷ୍ୟଟିର ଆଲୋଚନାଟି ଏହିଠାରେ ଶେଷ ହେଉ । ଦ୍ଵିତୀୟ କାଟର ସେହି ଭାରସାମ୍ୟ-ରକ୍ଷାକାରୀର ପରିଚୟଟି ଆମେ ତିନିପ୍ରକାରେ ପାଇଥାଉ; ତାହାକୁ ବୁଦ୍ଧିକ୍ଷେତ୍ରର ଏକ ବିଦଗ୍ଧତାର ପରିଚୟ ମିଳୁନଥିଲେ ମଧ୍ୟ ସେଥିରୁ ଏକ ପ୍ରକାରର ଦୂରତା ରକ୍ଷା ଅବଶ୍ୟ ସୂଚିତ ହୋଇ ଯାଉଥାଏ । ସେହି ବ୍ୟକ୍ତିଟି ନିଜକୁ ଯଥାକ୍ରମେ ଜଣେ ବୈଜ୍ଞାନିକ, ମନୁଷ୍ୟ ଲାଗି ଦରଦର ଭାବନା ରହିଥିବା ଜଣେ ବ୍ୟକ୍ତି ଏବଂ ସର୍ବଦା ନ୍ୟାୟର ପ୍ରତିଷ୍ଠା ହେଉ ବୋଲି ଇଚ୍ଛା କରୁଥିବା ଜଣେ ମନୁଷ୍ୟଭାବେ ପରିଚିତ କରାଇଥାଏ । ସେଗୁଡ଼ିକୁ ଆମେ ତିନିଗୋଟି ପ୍ରାୟ ଗୋଟିଏ ଗୋଟିଏ ପ୍ରାନ୍ତରେ ଅବସ୍ଥିତ ରହିଥିବା ଭୂମିକା ବୋଲି ଜାଣିବା ।

 

ପ୍ରଥମ କିସମର ସେହି ବର୍ଗୀୟ ମନୁଷ୍ୟଟି ଆମକୁ କହୁଥାଏ ଯେ, ଅନ୍ୟ ମନୁଷ୍ୟମାନଙ୍କର ବିରୋଧ କରି ଏକ କାର୍ଯ୍ୟକ୍ରମକୁ ଏକ କାର୍ଯ୍ୟକ୍ରମକୁ ଗ୍ରହଣ କରିବା ଦ୍ଵାରା ଆମେ ବୈଜ୍ଞାନିକ ପାଇଁ ଏକାନ୍ତ ଆବଶ୍ୟକ ହେଉଥିବା ନିରପେକ୍ଷତା ନାମକ ଗୁଣଟିକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାଉ । ପ୍ରତ୍ୟେକ ପ୍ରଶ୍ନର ସର୍ବଦା ଦୁଇଟି ଦିଗ ରହିଛି ବୋଲି କହିବାବେଳେ ସେ ପ୍ରକୃତରେ ସେହି କଥାଟିର ଚିନ୍ତା କରିଥାଏ । ଏଇଟି ହେଉଛି ବସ୍ତୁତଃ ଏପରି ଗୋଟିଏ ଦୃଷ୍ଟିକୋଣ, ଯାହାକୁ କି ସାଧାରଣତଃ ଏବଂ, ମୁଁ ଭାବେ ବେଶ୍‍ ନିନ୍ଦାତ୍ମକ ଭାବରେ, ଜ୍ଞାନର ଅନୁଧାବନ କରୁଥିବା ଖାସ୍ ବ୍ୟକ୍ତିମାନଙ୍କର ପ୍ରାୟ ଏକ ଧର୍ମ ବୋଲି କୁହାଯାଏ । ଅଧିକତମ କ୍ଷେତ୍ରରେ, ପାଣ୍ଡିତ୍ୟଅର୍ଜନରେ ମନୋଯୋଗ ରଖିଥିବା ପୃଥିବୀଟିର ସେହି ବ୍ୟକ୍ତିମାନେ ନିଜନିଜ ଜୀବିକାକ୍ଷେତ୍ରର ପଦମାନଙ୍କୁ ସୁରକ୍ଷିତ ରଖିବା ସହିତ ସଙ୍ଗତି ରଖୁଥିବା ଆପଣାର ଆଦର୍ଶଗୁଡ଼ିକର ଅନୁଶୀଳନ କରିବାରେ ଖୁବ୍ କ୍ରିୟାଶୀଳ ରହିଥାନ୍ତି । ତଥାପି, ସେମାନଙ୍କ ମଧ୍ୟରେ ଏପରି ବିଦ୍ଵାନ୍ ମଧ୍ୟ ଅବଶ୍ୟ ଥାଆନ୍ତି, ଯେଉଁମାନେ ବିଶ୍ଵାସ କରୁଥାନ୍ତି ଯେ, ଥରେ କୌଣସି ନିଷ୍ପତ୍ତି ଅନୁସାରେ ସତକୁସତ କାର୍ଯ୍ୟ କରିବାକୁ ଆରମ୍ଭ କଲେ ଭାବନା ଏବଂ ବିଚାରସାମର୍ଥ୍ୟର ମୁକ୍ତ ଅନୁଧାବନଟି ମଧ୍ୟ ସତକୁସତ ଚିରଦିନ ନିମନ୍ତେ ବିପନ୍ନ ହୋଇ ଯାଇଥାଏ ।

 

ଉଦାହରଣ ସ୍ଵରୂପ, ଏହିଭଳି ଦୃଷ୍ଟିକୋଣଟିଏ ଆମକୁ ବହୁ ସାମାଜବିଜ୍ଞାନୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଯିବ । ଏହି ମହାଶୟଗଣ ପ୍ରାୟ ଅଭ୍ୟସ୍ତ ଭାବରେ କରିଥାନ୍ତି ଯେ ସେମାନେ ଯାହାକିଛି ଅଧ୍ୟୟନ କରୁଥାନ୍ତି, ସେଗୁଡ଼ିକୁ ଏକ ବର୍ଣ୍ଣନାତ୍ମକ ଧରଣର ହୋଇଥାଏ ଏବଂ ତଦ୍ଦ୍ଵାରା ପ୍ରାୟ କୌଣସି ମୂଲ୍ୟ ବା ମାନ ନିର୍ଦ୍ଧାରଣ କରିବାର ପ୍ରୟାସ କରାଯାଏନାହିଁ । ଏହି ବେଶ୍ ବଳିଷ୍ଠ ଶବ୍ଦଟି ଦ୍ଵାରା ସେମାନେ ଏତିକି ବୁଝନ୍ତି ଯେ, ସମାଜ ମଧ୍ୟରେ ଚତୁର୍ଦ୍ଦିଗକୁ ଦୃଷ୍ଟିପାତ କରି ସେମାନେ ଯେତିକି ଯାହା ଦେଖନ୍ତି, ସେଇଟିର ହିଁ ବର୍ଣ୍ଣନାଟିଏ କରିଦିଅନ୍ତି ଏବଂ କୌଣସି ଉନ୍ନତିବିଧାନ ବିଷୟରେ ଆଦୌ କୌଣସି ପରାମର୍ଶ ଦିଅନ୍ତିନାହିଁ । ଏପରିକି ସେମାନେ କେବେହେଲେ ଯଥେଷ୍ଟ ଦୃଢ଼ତାର ସହିତ ଗୋଟିଏ ସମାଜକୁ ଭଲ ଅଥବା ମନ୍ଦ ବୋଲି କହିନଥାନ୍ତି-। କାରଣ ଏପରି ଦୃଢ଼ ଉକ୍ତିମାନ କଲେ ତାହାର ଅର୍ଥ ହେବ ଯେ, ସେମାନେ ଏକ ପକ୍ଷପାତ ବିଚାର କରୁଛନ୍ତି, ଗୋଟିକୁ ଠିକ୍ ବୋଲି କହି ଆଉଗୋଟିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି-

 

କାରଣ, ବିଜ୍ଞାନ ଦ୍ଵାରା ସମ୍ମତ ସେହି ନିଷ୍ପକ୍ଷତାର ଅର୍ଥ ହେଉଛି ଯେ, ବସ୍ତୁ ତଥା ଘଟଣାମାନ ପ୍ରକୃତରେ ଯେଉଁଭଳି, ସେଗୁଡ଼ିକୁ ଆମେ ସେହିଭଳି ହିଁ ସ୍ଵୀକାର କରିବା,–ସେଗୁଡ଼ିକରେ ଆଦୌ କୌଣସି ହେରଫେର ଆଣି ପୂରାଇଦେବା ନାହିଁ । ଗୋଟିଏ ପ୍ରତି ବିଶେଷ ମମତା ଦେଖାଇ ଆଉଗୋଟିଏ ପ୍ରତି ଅବଜ୍ଞା ପୋଷଣ କରିବାନାହିଁ । ତେଣୁ, ଯଦି ସମାଜରେ ଆମେ ଆରମ୍ଭ କରିଥିବା କୌଣସି କାର୍ଯ୍ୟକ୍ରମ ସେହି ନିରପକ୍ଷତାର ଖିଲାପ କରୁଛି ବୋଲି ଅନୁମାନ ହେବ, ତେବେ ଆମେ ଅବଶ୍ୟ ଆଶଙ୍କା କରିବା ଯେ, ବସ୍ତୁମାନେ ପ୍ରକୃତରେ ଯେଉଁ ପ୍ରକାରେ ରହିଛନ୍ତି, ସେଗୁଡ଼ିକୁ ସେହିପରି ବୋଲି ଜାଣିବାରୁ ଆମକୁ ବଞ୍ଚିତ କରି ରଖାଯାଉଛି କିମ୍ବା ସେଗୁଡ଼ିକର ହୁଏତ କଦର୍ଥ ମଧ୍ୟ କରାଯାଉଛି । ଏବଂ, ଯଦି ଏପରି ଜଣାପଡ଼େ ଯେ, ଯାବତୀୟ ପ୍ରକାରର ସାମାଜିକ କର୍ମଯୋଜନା ପ୍ରକୃତରେ ଭ ଉକ୍ତ ନିରପେକ୍ଷତାର ଉପାଦାନଟିକୁ ନଷ୍ଟ ହିଁ କରିଦେଉଛି ତେବେ ଆମେ ତା’ପରେ ସଂପୂର୍ଣ୍ଣ ନିଶ୍ଚିତଭାବେ ଜାଣିବା ଯେ, ସର୍ବବିଧ ସମାଜକାର୍ଯ୍ୟ ବସ୍ତୁଗୁଡ଼ିକର ସମ୍ୟକ୍ ଭାବରେ ପ୍ରସ୍ତୁତ ଜ୍ଞାନରୁ ମଧ୍ୟ ତାହା ଆମକୁ ବଞ୍ଚିତ କରି ରଖିଛି ଏବଂ କ୍ଷେତ୍ରଟି ଭିତରେ ବହୁ ପ୍ରମାଦ ଆଣି ପୂରାଇ ଦେଉଛି । ଅର୍ଥାତ୍, ବିଜ୍ଞାନର ସେହି ଭୂମିରେ ସର୍ବବିଧ ପକ୍ଷପାତରୁ ମୁକ୍ତ ହୋଇ ରହିବାକୁ ହେଲେ ଏକ ରାଜନୀତିକ ନିଷ୍ପକ୍ଷତା ଅବଲମ୍ବନ କରି ରହିବାର ଆବଶ୍ୟକ ଶକ୍ତିଟିଏ ମଧ୍ୟ ଅବଶ୍ୟ ରହିଥିବ ।

 

ମାତ୍ର, ପ୍ରକୃତରେ ସେପରି ମୋଟେ କିଛିହେଲେ ଘଟେନାହିଁ; ଏକ ନକାରାତ୍ମକ ରୀତିରେ କହିଲେ, ବିଜ୍ଞାପନକ୍ଷେତ୍ରରେ ନିଷ୍ପକ୍ଷତା କହିଲେ ତାହା ଏହିଭଳି ବୁଝାଇବ ଯେ, ତୁମେ ଶେଷକୁ ଯେଉଁପରି ସିଦ୍ଧାନ୍ତଟିଏ ବାହାରୁ ବୋଲି ଇଚ୍ଛା କରୁଛ, ସେଇଟିକୁ ଆଖିଆଗରେ ରଖି ଆଦୌ କିଛି ହେଲେ ଆରମ୍ଭ କରିବନାହିଁ । କାରଣ, ସେଭଳି କ୍ଷେତ୍ରରେ ତ ତୁମେ ସେଇଟି ସହିତ ଅନୁକୂଳ ପରି ଲାଗୁଥିବା ଯୁକ୍ତିଗୁଡ଼ିକୁ ମଧ୍ୟ ଉଦ୍‌ଭାବନ କରିବା ନିମନ୍ତେ ଖୁବ୍ ଇଚ୍ଛା କରୁଥିବ । ଏଇଟିର ଅର୍ଥ ହେଉଛି ଯେ, ତୁମେ କୌଣସି ଉକ୍ତି ଠିକ୍ ହେଉ ବୋଲି ଇଚ୍ଛା କରୁଥିବାରୁ ହିଁ ସେଗୁଡ଼ିକୁ ଆଦୌ ଠିକ୍ ବୋଲି ସ୍ଵୀକାର କରିବନାହିଁ; ଏପରିକି ସେଗୁଡ଼ିକ ବିଷୟରେ ସଂଶୟ ବ୍ୟକ୍ତ କରିବାଦ୍ଵାରା ମଧ୍ୟ ସେଗୁଡ଼ିକ ମଧ୍ୟରେ ଆଉ ଆଦୌ କୌଣସି ମୂଲ୍ୟ ରହିଥିବ ବୋଲି ମନେ ହେବନାହିଁ ଓ ଶେଷରେ, ତାହାର ଅର୍ଥ ହେଉଛି, କୌଣସି ଖାସ୍ ଦଳ କିମ୍ବା ଖାସ୍ ଗୋଷ୍ଠୀର କାର୍ଯ୍ୟକ୍ରମଟିକୁ କ୍ରିୟାଶୀଳ କରି ରଖିବା ନିମନ୍ତେ ତୁମେ କଦାପି ପ୍ରକୃତ ଘଟଣାଗୁଡ଼ିକୁ ଛାଡ଼ି ବାହାରି ଯିବନାହିଁ ଅଥବା ସେଗୁଡ଼ିକରେ ଅନ୍ୟ କୌଣସି ଅର୍ଥକୁ ଆଣି ପୂରାଇ ଦେବନାହିଁ ।

 

ତେବେ, ନିରପେକ୍ଷ ଦୃଷ୍ଟି କହିଲେ ତଥା ଏଗୁଡ଼ିକ ବିଷୟରେ ସତର୍କ ରହିବା କହିଲେ କ’ଣ ଆମକୁ ମନେ ରଖିବାକୁ ହେବ ଯେ, ଆମେ ସମାଜର ସକଳ ସମସ୍ୟା ବିଷୟରେ ମଧ୍ୟ ନିରପେକ୍ଷ ହୋଇ ରହିବା ? କିମ୍ବା, କଥାଟିକୁ ଆଉପ୍ରକାରେ କହିଲେ, ଯଦି ଗୋଟିଏ ଖାସ୍ କାର୍ଯ୍ୟକ୍ରମର ଅନୁକୂଳ ହୋଇ ହିଁ କାର୍ଯ୍ୟ କରିବା ନିମନ୍ତେ ଗୋଟିଏ ନିଷ୍ପତ୍ତି ଗ୍ରହଣ କରିବା, ସେଇଟିର କ’ଣ ଏପରି ଅର୍ଥ ହେବ ଯେ, ଯେଉଁ ଆଉ କାର୍ଯ୍ୟକ୍ରମମାନଙ୍କୁ ବର୍ଜନ କରି ଆମେ ଏଇଟିକୁ ଗ୍ରହଣ କଲୁ, ସେଗୁଡ଼ିକରେ ରହିଥିବା ପ୍ରକୃତ ବକ୍ତବ୍ୟଗୁଡ଼ିକୁ ଆମେ ଯଥାର୍ଥ ଭାବରେ ବୁଝିବାଲାଗି ଏହାପରେ କୌଣସି ଚେଷ୍ଟା କରିବାନାହିଁ ? ନାଇଁ, ଆମେ ଏପରି କେବେହେଲେ ସେଇଟିର ଅର୍ଥ କରିବାନାହିଁ । ପ୍ରଥମତଃ, ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ରହିଥିବା ଆମର ଜ୍ଞାନଟିର ସାହାଯ୍ୟରେ ବିଚାର କରି ତ ଆମେ ଗ୍ରହଣୀୟ ବୋଲି ଆମ ନିଷ୍ପତ୍ତିର ଏଇଟିକୁ ଗ୍ରହଣ କରିପାରିଲୁ । ଦ୍ଵିତୀୟତଃ, ପରବର୍ତ୍ତୀ ଆମ କାର୍ଯ୍ୟାନୁଷ୍ଠାନ ସମୟରେ ମଧ୍ୟ ସେହି ଅନ୍ୟଗୁଡ଼ିକର ଜ୍ଞାନର ମଧ୍ୟ ଖୁବ୍ ପ୍ରାସଙ୍ଗିକତା ରହିବ । କାରଣ, ସେଇଟି ନଥିଲେ, ପ୍ରକୃତରେ କେଉଁ ଗୋଷ୍ଠୀଗୁଡ଼ିକ ସହିତ ଆମେ ସଂଗ୍ରାମ କରୁଛୁ ବା କେଉଁ ଗୋଷ୍ଠୀଗୁଡ଼ିକୁ ଆମର ସହଯୋଗୀରୂପେ ପାଇ ପାରିବାର ଏକ ସମ୍ଭାବନା ମଧ୍ୟ ରହିଛି, ଆମେ ସେକଥାଟିକୁ ଆଦୌ ବୁଝି ପାରିବାନାହିଁ । ଥରେ ସ୍ଵୀକୃତ କାର୍ଯ୍ୟଟି ଆରମ୍ଭ ହୋଇଗଲେ, ଏହି ଯାବତୀୟ ଜ୍ଞାନ ଆମ ନିମନ୍ତେ ଆଗ ଅପେକ୍ଷା ବରଂ ଅଧିକ ମହତ୍ତ୍ଵପୂର୍ଣ୍ଣ ହୋଇ ଯାଇଥିବ । ଏବଂ ତେଣୁ ସେଇଟିର ଯଥାର୍ଥତା ଆମ ଆଗରେ ଆହୁରି ଅଧିକ ମୂଲ୍ୟବାନ୍ ମଧ୍ୟ ବୋଧ ହେବ । ତେଣୁ, ଏହି କଥାଟି କଦାପି ସତ୍ୟ ନୁହେଁ ଯେ, ଏକ ନିଷ୍ପତ୍ତି ଗ୍ରହଣ କରିନେବା ପରେ ସେହିସବୁ ଜ୍ଞାନର ଆମଲାଗି କୌଣସି ଅର୍ଥ ରହିବନାହିଁ । ବରଂ ତାହାର ଠିକ୍ ବିପରୀତ କଥାଟି ହିଁ ସତ୍ୟ ହେବ । କ୍ରିୟାଶୀଳତା ଦ୍ଵାରା ଆମର ବୁଝିବା କ୍ଷେତ୍ରଟି ଅଧିକ ସ୍ପଷ୍ଟ ହେବ, ଅଧିକ ଗଭୀର ମଧ୍ୟ ହେବ । କିନ୍ତୁ, ନିଷ୍କ୍ରିୟତା ଦ୍ଵାରା ତାହା ଆଉ କୌଣସି କାମରେ ଲାଗିବନାହିଁ ଏବଂ ନିରର୍ଥକ ହୋଇ ରହିଯିବ ।

 

ଏଠାରେ ଆମେ ପୂର୍ବବର୍ତ୍ତୀ ଦୃଷ୍ଟାନ୍ତଟିକୁ ପୁନର୍ବାର ଫେରିଯିବା । ଏହି କଥାଟି ପ୍ରକୃତରେ ସତ୍ୟ ଯେ, ଫାସିଷ୍ଟବାଦ ଜାତିଗତ ବାଛବିଚାର ଦ୍ଵାରା ପରିଚାଳିତ ହୋଇ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରେ । ସୁନିଶ୍ଚିତ ଭାବରେ ସତ୍ୟ ଯେ, ଫାସିଜ୍‌ମ୍‌ ଲୋକମତ ଦ୍ଵାରା ଗଢ଼ା ହୋଇଥିବା ସରକାରକୁ ଭାଙ୍ଗି ପକାଏ ଏବଂ ନାଗରିକମାନଙ୍କୁ ସେମାନଙ୍କର ଅଧିକାର ଗୁଡ଼ିକରୁ ବଞ୍ଚିତ କରି ରଖିଥାଏ । ପ୍ରକୃତରେ ସତ ଯେ, ଫାସିଜମ୍ ସମଗ୍ର ସଂଗଠନମାନଙ୍କୁ ବିଲୁପ୍ତ କରେ ଏବଂ ଶ୍ରମିକମାନଙ୍କୁ ଅକଥନୀୟ ଭାବରେ ଏବଂ ଅତିବେଶୀ ପରିମାଣରେ ଶୋଷଣ କରୁଥାଏ । ସଂପୂର୍ଣ୍ଣ ସତ୍ୟ ଯେ, ଫାସିଜମ୍‍ ସମଗ୍ର ପୃଥିବୀ ଉପରେ ବିଜୟୀ ହେବାକୁ ଇଚ୍ଛା କରୁଥାଏ ଓ ତାହାହିଁ ତା’ର ଏକମାତ୍ର ବୈଦେଶିକ ନୀତି ହୋଇ ରହିଥାଏ । ଯାବତୀୟ ସତ୍ୟର ନିର୍ଦ୍ଧାରଣ କରାଯାଉଥିବା ପରି ଆମେ ଏହି ସତ୍ୟଟିର ମଧ୍ୟ ନିର୍ଦ୍ଧାରଣ କରୁ, ଅର୍ଥାତ୍, ବାସ୍ତବ ତଥ୍ୟଗୁଡ଼ିକୁ ଭିତ୍ତି କରି ଏକ ସିଦ୍ଧାନ୍ତରେ ଉପନୀତ ହେଉ । ଏହି ସିଦ୍ଧାନ୍ତମାନଙ୍କରେ ଉପନୀତ ହେବାଲାଗି ଆଦୌ ମନରୁ ଉଦ୍‌ଭାବନ କରି କୌଣସି କାରଣକୁ ଦର୍ଶାଯାଇ ନଥାଏ, ଅଥବା ଆମେ ଇଚ୍ଛା କରୁଥିବା ମୁତାବକ କେତୋଟି ବିଶ୍ଵାସକୁ ଗ୍ରହଣ କରି ନିଆଯାଇ ନଥାଏ ଅଥବା ପ୍ରାପ୍ତ ପ୍ରକୃତ ସତ୍ୟଗୁଡ଼ିକରେ କୌଣସି ପକ୍ଷପାତପୂର୍ଣ୍ଣ କଦର୍ଥ ମଧ୍ୟ କରାଯାଏନାହିଁ । ପୂର୍ଣ୍ଣମାତ୍ରାରେ ଏକ ବୈଜ୍ଞାନିକ ନିରପେକ୍ଷତାକୁ ଅବଲମ୍ବନ କରି ସେହି ସବୁଗୁଡ଼ିକୁ କରାଯାଇଥାଏ-

 

ତେବେ, ବର୍ତ୍ତମାନ ପ୍ରକୃତରେ ଏପରି କୁହାଯାଇ ପାରିବ କି, ଯଦି ମୁଁ ଫାସିଜମ୍ ବିରୋଧରେ ସଂଗ୍ରାମ କରି ବାହାରିବି, ତେବେ ମୁଁ ବୈଜ୍ଞାନିକ ଦୃଷ୍ଟିକୋଣରୁ କୌଣସି ପକ୍ଷପାତ କରି ପକାଇଲି ଓ ତେଣୁ ଆଉ ନିଷ୍ପକ୍ଷ ରହିଲିନାହିଁ ବୋଲି ଏକ ମନ୍ତବ୍ୟ କରାଯିବ ? ଫାସିଜମ୍‍ ହେଉଛି ଏକ ଘୋର ଅନିଷ୍ଟକାରୀ ମନ୍ଦ ଏବଂ ସେଇଟିକୁ ଯଥାଶୀଘ୍ର ଅବଶ୍ୟ ହଟାଇ ଦେବାକୁ ହିଁ ପଡ଼ିବ ବୋଲି ଏକ ନିନ୍ଦାବାଦ କଲେ ସେହି ସତ୍ୟଗୁଡ଼ିକର ଆଦୌ କୌଣସି ହେରଫେର କରି ପକାଇବି କି ଅଥବା ସେଗୁଡ଼ିକର ଅବଜ୍ଞା କରିବି କି ? ଠିକ୍ ତାହାର ଓଲଟାଟା ହେଉଛି ପ୍ରକୃତ କଥା,–କାରଣ, ଫାସିଜମ୍ ସେହି ଉପର ଲିଖିତ ଅକାଣ୍ଡମାନ ଘଟାଉଛି ବୋଲି ତ ଆମେ ଫାସିଜ‌ମ୍ ସହିତ ସଂଗ୍ରାମ କରିବା ବୋଲି ମୁଁ ସମସ୍ତଙ୍କୁ କହୁଛି । ପ୍ରକୃତରେ ସେହି ବସ୍ତୁସତ୍ୟମାନଙ୍କୁ ଆଧାର କରି ତ ମୁଁ ଏପରି ଏକ କ୍ରିୟାଶୀଳତା ଆରମ୍ଭ ହେବା ଉଚିତ ବୋଲି କହୁଛି । ମୋ’ର ଏହି ନିଷ୍ପତ୍ତି କେବେହେଲେ ପ୍ରକୃତ ବସ୍ତୁସତ୍ୟ ଗୁଡ଼ିକର କଦର୍ଥ କରିବନାହିଁ, କାରଣ ସେହିଗୁଡ଼ିକ ଉପରେ ନିର୍ଭର କରି ତ ମୁଁ ଏପରି ଗୋଟିଏ ଗୋଟିଏ ନିଷ୍ପତ୍ତି କରିଛି ! ମୁଁ ରାଜନୀତିର କ୍ଷେତ୍ରରେ ଆଦୌ ନିରପେକ୍ଷ ନୁହେଁ,–ମାତ୍ର ବିଜ୍ଞାନ ବିଷୟରେ ମୁଁ ମୋଟେ କୌଣସି ପକ୍ଷପାତିତା କରୁନାହିଁ । ଏବଂ, ଯଦି ସକଳ ବିଜ୍ଞାନ ଓ ସବୁ ସଂସ୍କୃତିର ଏହି ଏଡ଼େ ବଡ଼ ଶତ୍ରୁ ସହିତ ମୁଁ ସଂଗ୍ରାମ ନକରେ, ତେବେ ସାଧାରଣ ବିଚାରରେ ମୋଟେ ମଧ୍ୟ ପ୍ରକୃତରେ ଆଉ କେତେ ପରିମାଣରେ ଗୋଟିଏ ବୈଜ୍ଞାନିକ ବୋଲି କୁହାଯିବ ?

 

ଆଉ ଗୋଟିଏ ଦ୍ୱିତୀୟ ଅନୁମାନ ରହିଛି, ଏବଂ ସେଇଟିକୁ ମଧ୍ୟ ଆମେ ନିଶ୍ଚୟ ପରୀକ୍ଷା କରି ଦେଖିବା; ସେଇଟି ହେଉଛି ଯେ, କୌଣସି ପକ୍ଷ ଗ୍ରହଣ କଲେ ତଦ୍ଦ୍ଵାରା ଏକ ନୀତିବିଚାରଗତ ଖାସ୍ ଉପାଦାନ ବିଜ୍ଞାନ ମଧ୍ୟକୁ ଆସିଯିବ । ଏହି କଥାଟିକୁ ଖୁବ୍ କଠୋର ଭାବରେ ଧରି ବସିଲେ, ଏପରି ଗୋଟିଏ ବିଶ୍ଵାସ ରଖିଥିବାର ଅର୍ଥ ହେବ ଯେ, ଜଣେ ବୈଜ୍ଞାନିକର କୌଣସି ପରିସ୍ଥିତିରେ ମଧ୍ୟ କୌଣସି ନୀତିଗତ ମତ ରହିବା ଆଦୌ ଠିକ୍ ହେବନାହିଁ,–ଅନ୍ତତଃ ଯେଉଁସବୁ ବିଷୟରେ ତାକୁ ଜଣେ ବୈଜ୍ଞାନିକ ବୋଲି କୁହାଯାଇ ପାରିବ, ଅନ୍ତତଃ ସେହିସବୁ ବିଷୟରେ କ୍ଷେତ୍ରରେ କେବେହେଲେ ନୁହେଁ ।

 

ଏପରି ଗୋଟିଏ ଧାରଣା ରହିବାର ପଶ୍ଚାତରେ ଗୋଟିଏ ବେଶ୍ ଉତ୍ତମ ଐତିହାସିକ କାରଣ ଅଛି । ଯେତେବେଳେ ଆଧୁନିକ ବିଜ୍ଞାନ ମଧ୍ୟଯୁଗ-କାଳୀନ କୁହୁଡ଼ିଟି ମଧ୍ୟରୁ ମୁକ୍ତ ହୋଇ ଆସୁଥିଲା, ସେତେବେଳେ ପ୍ରକୃତିରେ ରହିଥିବା ବସ୍ତୁସତ୍ୟଗୁଡ଼ିକୁ ପ୍ରମାଣ କରିବା ସକାଶେ ଆଦୌ କୌଣସି ନୈତିକ କାରଣ ବ୍ୟବହାର କରିବାରୁ ତାହା ସର୍ବଦା କ୍ଷାନ୍ତ ହୋଇ ରହିବା ପ୍ରକୃତରେ ଅତ୍ୟାବଶ୍ୟକ ଥିଲା । ସେହି ପଦ୍ଧତିଟିକୁ ବ୍ୟବହାର କରି, ଉଦାହରଣ ସ୍ଵରୂପ, ଆରିଷ୍ଟଟଲ୍ ଚନ୍ଦ୍ରର ଗୋଲାକାର ଆକୃତିଟିକୁ ପ୍ରମାଣ କରିଥିଲେ : କାରଣ ସେହି ଗୋଲ୍ ଆକୃତିଟି ହେଉଛି ସର୍ବୋତ୍ତମ ଆକୃତି ଏବଂ ଏହି କଥାଟି ସଂପୂର୍ଣ୍ଣ ଅବଶ୍ୟମ୍ଭାବୀ ଯେ ପରେମେଶ୍ୱର କେବଳ ସର୍ବୋତ୍ତମ ଆକୃତିଟିକୁ ଦେଇ ଯାହାକିଛି ପ୍ରକୃତରେ ସୃଷ୍ଟି କରିବେ । ଯୁକ୍ତିଟିର ସିଦ୍ଧାନ୍ତଟି ଅବଶ୍ୟ ସତ୍ୟ, କିନ୍ତୁ ସେଥିରେ ଯେଉଁ କାରଣଟିର ସାହାଯ୍ୟ ନିଆ ଯାଇଛି, ସେଗୁଡ଼ିକୁ କାରଣ ବୋଲି ଆଦୌ କୁହା ହେବନାହିଁ ।

 

ଏହି ପ୍ରକାରର ପ୍ରମାଣ ବିରୋଧରେ ବେଶ୍ ଏକ ଦୀର୍ଘ ସଂଗ୍ରାମ କରିବାକୁ ହୋଇଥିଲା ଏବଂ ବୈଜ୍ଞାନିକମାନେ ଏହି ସିଦ୍ଧାନ୍ତଟିକୁ ବର୍ଜନ କରିବେ ବୋଲି ସଂପୂର୍ଣ୍ଣ ଭାବରେ ଅନ୍ୟ ପ୍ରାନ୍ତଟିକୁ ହିଁ ଚାଲି ଯାଇଥିଲେ । ସେମାନେ ବିଶ୍ଵାସ କଲେ ଯେ ବସ୍ତୁସତ୍ୟ ଓ ମୂଲ୍ୟ ଭିତରେ ଆଦୌ କୌଣସି ସଂଯୋଗ ନାହିଁ । ପ୍ରକୃତରେ ସେମାନେ ବେଳେ ବେଳେ ଏପରି ମଧ୍ୟ ବିଚାର କରିଥିବା ମନେ ହେଉଛି ଯେ ଏହି ଦୁଇଟିଯାକ ଶୃଙ୍ଖଳା ହେଉଛନ୍ତି ପରସ୍ପରର ସଂପୂର୍ଣ୍ଣ ଭାବରେ ବିରୋଧୀ ଏବଂ, ଗୋଟିଏ ଚର୍ଚ୍ଚାକୁ ଆସିବା ମାତ୍ରକେ ଆରଟି ଅବଶ୍ୟ ବାହାରି ଯିବ ହିଁ ଯିବ । ଆମେ ଏହି ବିଶ୍ଵାସଟିକୁ ପରୀକ୍ଷା କରି ଦେଖିବା ।

 

ଆମେ ଅବଶ୍ୟ ସ୍ଵୀକାର କରିବା ଯେ କୌଣସି ନୈତିକ ବ୍ୟାଖ୍ୟା ଦ୍ଵାରା ଆମେ ପ୍ରକୃତ ସତ୍ୟଗୁଡ଼ିକୁ କଦାପି ପ୍ରମାଣ କରି ପାରିବାନାହିଁ । କିନ୍ତୁ, ସେଥିରୁ କ’ଣ ଏପରି କଥାଟିଏ ମଧ୍ୟ କହିହେବ ଯେ, ବାସ୍ତବରେ ଘଟୁଥିବା ଘଟଣାବଳୀକୁ ବୈଜ୍ଞାନିକ ପ୍ରଣାଳୀଦ୍ଵାରା ପ୍ରମାଣିତ କରିଦେବା ପରେ ସେଗୁଡ଼ିକୁ ନେଇ ଆଉ ଆଦୌ କୌଣସି ନୈତିକ ବ୍ୟାଖ୍ୟା ମୋଟେ କରି ହେବନାହିଁ ? ଏହି କଥାଟି ଆଦୌ ଦାବୀ କରାଯାଇ ପାରିବନାହିଁ । ବସ୍ତୁସତ୍ୟମାନଙ୍କୁ ପ୍ରମାଣ ଦେଇ ଦେଖାଉଥିବାର ପ୍ରକ୍ରିୟାରେ ନୈତିକ ତତ୍ତ୍ଵଗୁଡ଼ିକୁ ବ୍ୟବହାର କରିବାରେ ଅବଶ୍ୟ ନିଷେଧ ରହିବ; କିନ୍ତୁ ତାହାର ଆଦୌ ଅର୍ଥ ନୁହେଁ ଯେ, ସେହି ବସ୍ତୁସତ୍ୟମାନଙ୍କର ମୂଲ୍ୟାୟନ କରୁଥିବା ସମୟରେ ଆମେ ନୀତିଶାସ୍ତ୍ରର ବ୍ୟବହାରକୁ ମଧ୍ୟ ନିଷିଦ୍ଧ କରି ରଖିବା । ହଁ, ଆମ ଚଉପାଶରେ ଥିବା ବସ୍ତୁଗୁଡ଼ିକରେ ହୁଏତ ନୈତିକ କାରଣଚୟର ସିନା ଆରୋପ କରି ପାରିବାନାହିଁ, କିନ୍ତୁ ସେଗୁଡ଼ିକ ମଧ୍ୟରେ କୌଣସି ଗୋଟିକୁ ବାଛୁଥିବା ସମୟରେ ଆମେ ସେହି ପ୍ରକାରର କାରଣମାନଙ୍କୁ ଅବଶ୍ୟ ବ୍ୟବହାର କରି ପାରିବା । ଯେଉଁ ଭୂମିଟିକୁ ଆଧାର କରି କୌଣସି କାର୍ଯ୍ୟ ସମ୍ଭବ ହେଉଛି, ବିଜ୍ଞାନ ସେହି ଆଧାରଟିକୁ ହିଁ ସ୍ଥିର କରିଦିଏ,–କେଉଁ ସାଧନଗୁଡ଼ିକର ସାହାଯ୍ୟ ଗ୍ରହଣ କରି କାର୍ଯ୍ୟଟି କରାଯିବ, ସେଇଟିକୁ ମଧ୍ୟ ବିଜ୍ଞାନ ନିର୍ଦ୍ଦେଶିତ କରି ଦେଇଥାଏ; ମାତ୍ର ନାନାଭଳି କାର୍ଯ୍ୟକ୍ରମ ଭିତରୁ କେଉଁଠି ଠିକ୍ ଏବଂ ତେଣୁ ସେଇଟିକୁ ଗ୍ରହଣ କରିବା ଉଚିତ, ନୈତିକ ବିଚାର ହିଁ ତାହାର ଅବଶ୍ୟ ନିଷ୍ପତ୍ତି କରିବ । ତେଣୁ, ଯେଉଁ ବୈଜ୍ଞାନିକ ଏଇଟିକୁ ସଂପୂର୍ଣ୍ଣ ଭାବରେ ବର୍ଜନ କରୁଥାଏ, ସିଏ ସମ୍ଭବତଃ କେତେକ ପରିମାଣରେ ଜଣେ ବୈଜ୍ଞାନିକ ହୋଇ ରହିବ ସତ, କିନ୍ତୁ ତାକୁ ଆମେ କେବଳ ଜଣେ ଅଧାମଣିଷ ବୋଲି ହିଁ କହିବା । ତା’ ମଥାରେ ସମ୍ଭବତଃ ଜ୍ଞାନ ମଧ୍ୟ ରହିଥିବ, କିନ୍ତୁ ସିଏ ତାହାକୁ କେବେହେଲେ କାର୍ଯ୍ୟରେ ପରିଣତ କରିବନାହିଁ । ସିଏ ଏତେ ଏତେ କଥା ଜାଣିଛି ବୋଲି ନିଶ୍ଚୟ କହିବ, ମାତ୍ର ସେଗୁଡ଼ିକ କୌଣସି କାମରେ ଲାଗିବନାହିଁ ।

 

ପରିଶେଷରେ, ମୁଁ ଯେପରି ଭାବୁଛି, ଆମେ ସର୍ବଦା ନିଶ୍ଚୟ ସ୍ଵୀକାର କରିବା ଯେ, ପ୍ରକୃତରେ ବୃହତ୍ ସମସ୍ୟାମାନଙ୍କର କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ କରିବାକୁ ଏକ ଭ୍ରମ ବୋଲି ହିଁ କୁହାଯିବ । ଥରେ କୌଣସି ଗୋଟିଏ ସଂଗ୍ରାମ ମଧ୍ୟରେ ସାମିଲ ହେବାମାତ୍ରେ ହିଁ, ପ୍ରଶ୍ନଟିର ବସ୍ତୁତଃ ଦୁଇଟି ପାର୍ଶ୍ଵ ରହିଛି ବୋଲି ଦୃଷ୍ଟିଗୋଚର ହେବ; ସେହି କ୍ଷେତ୍ରରେ ଆମେ ଯାହାକିଛି କରିବା ଅଥବା ସବୁଟିକୁ ଯେମିତି ସେମିତି ଛାଡ଼ି ଦେଇଥିବା, ତଦ୍ଦ୍ଵାରା ଏପାଖଟି ଅଥବା ସେପାଖଟି ପାଇଁ ତାହା ଅବଶ୍ୟ ଅନୁକୂଳ ହେବ । ବିଶ୍ଵାସ କୁଳୋଉ ନଥିବା ଯେଉଁ ବ୍ୟକ୍ତିଗଣ ଏହି ସାଂପ୍ରତିକ କାଳରେ ଲୋକତନ୍ତ୍ରର ସହାୟତା କରିବେ ବୋଲି ଆସିନାହାନ୍ତି, ସେମାନେ ସେହିପରି କରି ଫାସିଷ୍ଟ୍‌ବାଦର ସହାୟତା କରିଛନ୍ତି ବୋଲି ବିଚାରିବାକୁ ହେବ । ବିଜ୍ଞାନପ୍ରତି ‘ନିଷ୍ଠାପର’ ରହିବା ନିମନ୍ତେ ସେମାନେ ଯେ କିଛି କରୁନାହାନ୍ତି,–ସେହିପରି ଏକ ସ୍ଥିତି ଉପରେ ହିଁ ହିଟଲର୍ ସବୁଠାରୁ ଅଧିକ ବିଶ୍ଵାସ ସ୍ଥାପନ କରିଥିଲା ଏବଂ, ସେଥିରେ ତାକୁ ସଫଳତା ମଧ୍ୟ ମିଳିଥିଲା ।

 

ଏହିପରି ଭାବରେ ଆମେ ବର୍ତ୍ତମାନ ଗୋଟିଏ ସିଦ୍ଧାନ୍ତରେ ଆସି ପହଞ୍ଚିବା, ଯାହାଦ୍ୱାରା କି ମୂଳ ବିବାଦଟିର ସଂପୂର୍ଣ୍ଣ ଭାବରେ ଖଣ୍ଡନ ହୋଇଯାଉଛି; କାରଣ ଆମେ ବେଶ୍ ଦେଖିପାରୁଛୁ ଯେ, ଯେଉଁଠାରେ କୌଣସି ପ୍ରଶ୍ନର ଦୁଇଗୋଟି, କେବଳ ଦୁଇଗୋଟି ଦିଗ ରହିଛି, ସେଠାରେ ଆମେ ଦୁଇଟି ମଧ୍ୟରୁ କୌଣସି ଗୋଟିକୁ ଗ୍ରହଣ ନକରିବାଟା ଆଦୌ ସମ୍ଭବ ହେବନାହିଁ । ଆମେ ଯେତେ ଯାହା ଚେଷ୍ଟା କଲେ ମଧ୍ୟ ନିରପେକ୍ଷ ହୋଇ ରହି ପାରିବାନାହିଁ । ତଟସ୍ଥ ହୋଇ ବାହାରେ ରହିଯିବା,–ସେହି କଥାଟିକୁ କେଡ଼େ ପ୍ରୀତିପୂର୍ଣ୍ଣ ଭାବରେ ତତ୍ତ୍ଵର କ୍ଷେତ୍ରରେ ସୁରକ୍ଷିତ କରି ଅବଶ୍ୟ ରକ୍ଷାଯାଇଛି,–ବାସ୍ତବ ଜୀବନକ୍ଷେତ୍ରରେ ସେଇଟି ପ୍ରକୃତରେ ବୃଥା ବୋଲି ହିଁ ପ୍ରମାଣିତ ହୋଇଯାଉଛି ।

 

(୫) ଯେତେବେଳେ ସେହି ଭାରସାମ୍ୟଧର୍ମୀ ମନୁଷ୍ୟ ନିଜ ଭିତରକୁ ହିଁ ଆଖି ବୁଲାଇ ଆଣି ଦେଖିବାକୁ ଆରମ୍ଭ କରିଦିଏ,–ବାହାର ପୃଥିବୀଟିର ଏହି ବହୁସନ୍ଦିଗ୍ଧତାପୂର୍ଣ୍ଣ ବିଭାବଗୁଡ଼ିକ ପଟୁ ଆପଣାକୁ ପ୍ରତ୍ୟାହାର କରିନେଇ ନିଜ ଭିତରକୁ ଅନାଏ, ସ୍ଵଆତ୍ମାର ସୌହାର୍ଦ୍ଦ୍ୟପୂର୍ଣ୍ଣ ଘନିଷ୍ଟତାଗୁଡ଼ିକ ଉପରେ ଦୃଷ୍ଟିପାତ କରେ, ସେତେବେଳେ ସିଏ ଯେ ଆପେ ମଧ୍ୟ ବହୁତ ସହୃଦୟତା ରହିଥିବା ଜଣେ ମନୁଷ୍ୟ, ସେହି କଥାଟିକୁ ଆବିଷ୍କାର କରିଥାଏ । ସେତେବେଳେ ଜାଣିଥାଏ ଯେ ବିଦାଦରତ ଉଭୟ ପକ୍ଷ ନିମନ୍ତେ ସିଏ ନିଜର ସହାନୁଭୂତି ବ୍ୟକ୍ତ କରିପାରିବ । ସିଏ ଭାବିବାକୁ ଆରମ୍ଭ କରେ ଯେ, ସେମାନେ ଯେପରି ଜଣେ ଜଣେ ମନୁଷ୍ୟ, ସିଏ ନିଜେ ମଧ୍ୟ ଠିକ୍ ସେହିଭଳି ଜଣେ ମନୁଷ୍ୟ । ସେମାନଙ୍କଠାରେ ଅନ୍ୟମାନଙ୍କ ସହିତ ନାନାପ୍ରକାର ଦ୍ଵନ୍ଦ୍ଵରତ ହୋଇ ରହିବା ପାଇଁ ଅବଶ୍ୟ ଯେଉଁ ପ୍ରବୃତ୍ତି ରହିଛି, ଯେଉଁଟିରୁ କି ସିଏ ସ୍ଵୟଂ ମୁକ୍ତ ହୋଇ ପାରିଛି । ସିଏ ଅନୁଭବ କରେ ଯେ, ଆଲୋଚିତ ପ୍ରଶ୍ନଟିର ଦୁଇଟିଯାକ ପାର୍ଶ୍ଵରେ ହିଁ ସେଇ ମନୁଷ୍ୟମାନେ ରହିଥିବାରୁ ହିଁ ସମସ୍ୟାଟିର ଉଚ୍ଚତାଟା ମଧ୍ୟ ବେଶ୍ ଊଣା ହୋଇ ଆସୁଛି ।

 

ଏକ କ୍ଷୁଦ୍ର ଆକାରର ଦମ୍ଭଠାରୁ କିଛି ଅଧିକକୁ ସୂଚାଇ ଦେଇ ପାରୁଥିବା ଏହି ବେଶ୍ ସୁଖପ୍ରଦ ଦୃଷ୍ଟିକୋଣଟି ଅନେକ ସମୟରେ ଗୋଟିଏ ବେଶ୍ ତଦନୁରୂପ ଭ୍ରାନ୍ତି ସହିତ ସେହି ଅନ୍ୟ ଭ୍ରାନ୍ତିଟିର ସମତୁଲ ମଧ୍ୟ ହୋଇଥାଏ । ସାଧାରଣ ଭାବରେ କହିବାକୁ ଗଲେ, ଦ୍ଵନ୍ଦ୍ଵରତ ପକ୍ଷଗୁଡ଼ିକ ଉପରେ ସହାନୁଭୂତିସମ୍ପନ ହୋଇ ଦୃଷ୍ଟିପାତ କରିବାକୁ ଅବଶ୍ୟ ସହୃଦୟତା ରହିଥିବା ଏକ ମନୋଭାବ ବୋଲି କୁହାଯିବ;–ମାତ୍ର ସେହି ପକ୍ଷଗୁଡ଼ିକ ମଧ୍ୟ ସ୍ଵୟଂ ସହୃଦୟତାର ପରିଚୟ ଦେଉଥିଲେ ଯାଇ ସେପରି ସମ୍ଭବ ହେବ । ମାତ୍ର, ଗୋଟିଏ ପକ୍ଷ ଯଦି ମନୁଷ୍ୟମାନଙ୍କ ସକ୍ଷଶେ କ୍ଷତିକାରକ ହେଉଥିବା କେତେ ଆଚରଣ ମଧ୍ୟରେ ଲିପ୍ତ ହୋଇ ରହିଥାଏ, ସେତେବେଳେ ଏଇଟି ସହିତ ସହାନୁଭୂତିପୂର୍ଣ୍ଣ ସମ୍ପର୍କ ରଖୁଥିବା, ମଣିଷମାନଙ୍କୁ ମଧ୍ୟ ପ୍ରକୃତରେ ବିଚିତ୍ର ବୋଲି କୁହାଯିବ । ଏପରି ଗୋଟିଏ ନୀତିପରାମର୍ଶ ରହିଛି ଯେ, ‘ଆମେ ପାପକୁ ସିନା ଘୃଣା କରିବା, ମାତ୍ର ପାପୀକୁ ପ୍ରକୃତରେ ଭଲ ପାଉଥିବା ।’ ହଁ, ଯେଉଁମାନଙ୍କର ଏପରି ଗୋଟିଏ କସରତ ନିମନ୍ତେ ସାମର୍ଥ୍ୟ ରହିଛି, ଏହି ପରାମର୍ଶବାକ୍ୟଟି ଅନୁସାରେ କାର୍ଯ୍ୟ କରିବାଟାକୁ ମୁଁ ସେହିମାନଙ୍କ ଲାଗି ହିଁ ଛାଡ଼ିଦେଉଛି ।

 

‘ସବୁ କଥା ବୁଝି ପାରୁଥିବା, ଅର୍ଥାତ୍ ସବୁକିଛି ଦୋଷକୁ ମାର୍ଜନା ମଧ୍ୟ କରିଦେବା’,–ଏହି ପ୍ରାଚୀନ ଓ ଖୁବ୍ ପରିଚିତ ବାକ୍ୟଟିର ଆବଶ୍ୟକ ସୀମାଗୁଡ଼ିକୁ ବେଶ୍ ସାବଧାନ ହୋଇ ନିର୍ଣ୍ଣୟ କରି ଦେବାଲାଗି ବର୍ତ୍ତମାନ ସମୟଟିଏ ଆସି ଯାଇଛି । ଉଦାହରଣ ସ୍ଵରୂପ, ପ୍ରକୃତରେ ଯଥେଷ୍ଟ ପରିମାଣରେ ପ୍ରମାଣ ରହିଛି ଯେ, ଫାସିଜମ୍‌କୁ ଆମେ ତାହାର ଉଭୟ ସମାଜଗତ ଏବଂ ମନସ୍ତାତ୍ତ୍ଵିକ ମୂଳକାରଣଗୁଡ଼ିକ ସହିତ ଖୁବ୍ ଉତ୍ତମ ଭାବରେ ସର୍ବଦା ବୁଝି ପାରିବା; ସେଥିପାଇଁ ଆମକୁ ସହାନୁଭୂତି ସହିତ ତାହାର ଚର୍ଚ୍ଚା କରିବାକୁ ବାଧ୍ୟ ହେବାକୁ ପଡ଼ିବନାହିଁ ଅଥବା ଚକ୍ଷୁରୁ ଲୋତକବର୍ଷଣ କରାଇ ତାହାକୁ କ୍ଷମା ପ୍ରଦାନ ମଧ୍ୟ କରିବାକୁ ହେବନାହିଁ । ସମାଜର କ୍ଷେତ୍ରରେ ଫାସିଷ୍ଟ୍‌ମାନେ ଯେଉଁପରି କାର୍ଯ୍ୟ କରିଛନ୍ତି, ସେଥିରୁ ସେହି ଫାସିଷ୍ଟ୍‌ମାନେ ଏପରି ଗୋଟିଏ ଧାତୁର ମନୁଷ୍ୟ ବୋଲି ସ୍ପଷ୍ଟ ପ୍ରମାଣମାନ ମିଳିଯାଉଛି, ଯେଉଁମାନଙ୍କ ଭିତରେ କି ସର୍ବବିଧ ସହୃଦୟତା, କରୁଣାଭାବ ବା ଶ୍ରଦ୍ଧାସ୍ନେହ ସତେଅବା କେଡ଼େ ସାବଧାନତା ସହିତ କୋଉ ତଳେ ପୋତିହୋଇ ରହିଥିଲା, ବା, ସେହିପରି ସମ୍ଭାବନାଟିଏ ପାଇଥିଲେ ମଧ୍ୟ, ସଂପୂର୍ଣ୍ଣ ଭାବରେ ଉନ୍ନୂଳିତ ହୋଇ ଯାଇଥିଲା । ଏହିସବୁ ସ୍ଵାଭାବିକ ଭାବ ତଥା ଅନୁଭବର ସ୍ଥାନରେ ଏକ ସର୍ବଗିଳା ଘୃଣାକୁ ଆଣି ଖଞ୍ଜି ଦିଆ ଯାଇଥିଲା; ଅନ୍ୟ ମନୁଷ୍ୟମାନେ ଯାହାକିଛିର କଳ୍ପନା କରିଛନ୍ତି, ଗଢ଼ିଛନ୍ତି ଓ ପ୍ରଶଂସା କରି ଆସିଛନ୍ତି, ସେହି ସବୁକିଛିକୁ ଭାଙ୍ଗି ଚୂନା କରିଦେବା ସକାଶେ ଏକ ସଦାଅଶାନ୍ତ ଆସୁରିକ ଆଙ୍‌କାକ୍ଷା ଆଣି ଭରି ଦିଆ ଯାଇଥିଲା । ନାତ୍‌ସୀ ରାଜତ୍ଵକାଳର ହର୍ମ୍ୟଟି ହତ୍ୟାର ଶିକାର ହୋଇଥିବା କେତେ କେତେ ସଂସ୍କୃତି (ଜର୍ମାନ ସଂସ୍କୃତି ସମେତ)ର ପଦକଦ୍ଵାରା ସଜ୍ଜିତ ହୋଇ ମଧ୍ୟ ରହିଥିଲା । କୌଣସି କଂସେଇର ହାଣଶାଳରେ ଯେପରି ଖପୁରିମାନେ ଝୁଲୁଥାଆନ୍ତି, ଠିକ୍ ସେହିପରି । ସେହି ବର୍ବର ମଧ୍ୟଯୁଗର ବିଭୀଷିକାଗୁଡ଼ିକର ପୁନରାବୃତ୍ତି ହେଲା,-ସେହି ସେକାଳର ଘାତକ ଓ ତା’ର କୁରାଢ଼ିଟି ସ୍ଥାନରେ ଏମାନେ କେଡ଼େ ଅଭୂତପୂର୍ବ ନିପୁଣତାମାନ ଦେଖାଇ ଗଣସଂହାରର ସାଧନାଦିର ଉଦ୍‌ଭାବନ ଘଟାଇଥିଲେ । ଏବଂ, ଯେଉଁ ବ୍ୟକ୍ତିମାନେ ଏହିସବୁ ଭୟାବହତାର କୁକର୍ମଗୁଡ଼ିକୁ ସହାନୁଭୂତି ସହିତ ଦେଖିବା ଲାଗି ସମର୍ଥ ହେଲେ, ସେମାନଙ୍କୁ ପ୍ରକୃତରେ ଏକ ଅତି ବିଚିତ୍ର ପ୍ରକାରର ମନୁଷ୍ୟ ବୋଲି ହିଁ କହିବାକୁ ହେବ । ଏବଂ, ଏହି ବ୍ୟକ୍ତିମାନଙ୍କୁ ବଳର ପ୍ରୟୋଗ ଦ୍ଵାରା ଯେତେଶୀଘ୍ର ସେମାନଙ୍କର ସେହି ସହାନଭୂତିସକଳରୁ କ୍ଷାନ୍ତ କରାଯାଇ ପାରିବ, ମନୁଷ୍ୟଜାତି ପାଇଁ ତାହା ପ୍ରକୃତରେ ସେତେ ଅଧିକ ମଙ୍ଗଳର କଥା ମଧ୍ୟ ହେବ-

 

ତେଣୁ, ମୁଁ ଶେଷରେ ଏହିପରି କହିବି ଯେ, କୌଣସି କିଛି ବିଷୟରେ ଆପଣାର ମତଟିଏ ବ୍ୟକ୍ତ କରିଦେବା ପୂର୍ବରୁ ଆମକୁ ନିଃସନ୍ଦେହ ଭାବରେ ଉତ୍ତମରୂପେ ହିଁ ସବୁ ବିଷୟ ବୁଝିବାକୁ ହେବ ବୋଲି ସ୍ଵୀକାର କଲେ ମଧ୍ୟ, ତଥାପି, ଆମେ ଯେଉଁଗୁଡ଼ିକୁ ସ୍ପଷ୍ଟତଃ ବୁଝିଛୁ, ସେଗୁଡ଼ିକ ପ୍ରତି ଆପଣାର ସମର୍ଥନ ବ୍ୟକ୍ତ କରିବାଲାଗି ଆମେ କେବେହେଲେ ବାଧ୍ୟ ହେବାନାହିଁ । ମନ୍ଦକୁ ମନ୍ଦ ବୋଲି ଜାଣିବା ପରି ଯଦି ଆମେ ତାହାକୁ ଘୃଣା ନକରୁ ଏବଂ ତା’ସହିତ ସଂଗ୍ରାମ ନକରୁ,–ତେବେ ଏଭଳି ଏକ ଆଚରଣ ଦ୍ଵାରା ଆମେ ମନୁଷ୍ୟର ସେହି ଭବ୍ୟତମ ସାମର୍ଥ୍ୟ-ଆମକୁ ଆକ୍ରମଣ କରି ଆମଉପରେ ବିଜୟପ୍ରାପ୍ତ ହେବାଲାଗି ଅଗ୍ରସର ହେଉଥିବା ମନ୍ଦଗୁଡ଼ିକ ଉପରେ ବିଜୟଲାଭ କରିବାର ସେହି ସାମର୍ଥ୍ୟକୁ ସେଇଟି ପାଖରେ ନେଇ ଅବଶ୍ୟ ସମର୍ପିତ କରିଦେଲୁ ବୋଲି କୁହାଯିବ । ଏପରି କୌଣସି ନୈତିକ ସିଦ୍ଧାନ୍ତ କେଉଁଠାରେ ରହିଥିବ ବୋଲି ମୋତେ ଜଣା ନାହିଁ, ଯାହାକି, ଆମର ସର୍ବୋତ୍ତମ ଆଶାମାନେ ସଦିଚ୍ଛାର ଏକ ଅଗାଧ ଅସମର୍ଥତାର ସାଗର ମଧ୍ୟରେ ବୁଡ଼ି ଯାଉଥିବା ସମୟରେ ଆମେ ତଥାପି ଏକ କୁଣ୍ଠାଗ୍ରସ୍ତ, ସହାନୁଭୂତିଶୀଳ ଆଦୌ-କିଛି-ନକରିବା-ଉଚିତ ବୋଲି ଆମକୁ କୌଣସି ପରାମର୍ଶ ଦେଉଥିବ ।

 

ସହୃଦୟ ହେବା, ନିଜ ହୃଦୟଟିକୁ ସକ୍ରିୟ କରିବାର ଅର୍ଥ ହେଉଛି ମାନବଜାତିକୁ ଭଲ ପାଇବା । ଏବଂ, ମୁଁ ବରଂ ଆହୁରି କହିବି ଯେ, ମାନବଜାତିକୁ ଭଲପାଇବାର ଅର୍ଥ ହେଉଛି, ଏହାର ଶତ୍ରୁମାନଙ୍କୁ ଲୋପକରି ଦେବା ।

 

*      *      *

 

(୬) ପରିଶେଷରେ ଭାରସାମ୍ୟବାଦୀ ଜଣେ ବ୍ୟକ୍ତି ଯାହା ନ୍ୟାୟ ସେଇଟି ହିଁ ସର୍ବଦା ବଜାୟ ରହିଥାଉ ବୋଲି ସବୁବେଳେ ଇଚ୍ଛା କରୁଥାଏ ଏବଂ, ପ୍ରତ୍ୟେକ ପ୍ରଶ୍ନର ସକଳ ଅବକାଶରେ ଦୁଇଟି ଦିଗ ରହିଛି ବୋଲି ଯେତେବେଳେ ଆମକୁ କହେ, ସେତେବେଳେ ଅଧିକାଂଶ ସମୟରେ ଏହି ଅର୍ଥରେ ସେକଥାଟିକୁ କହୁଥାଏ ଯେ, ଏକ ବିବାଦ ମଧ୍ୟରେ ଥିବା ଦୁଇଟିଯାକ ପକ୍ଷର କଥାକୁ ଆମେ ଅବଶ୍ୟ ଶୁଣିବା । ଏବଂ, ଏହିପରି ଗୋଟିଏ ନୀତିଠାରୁ ଅଧିକ ପରିମାଣରେ ନ୍ୟାୟଯୁକ୍ତ ଓ ଉଦାରତାପୂର୍ଣ୍ଣ ଯୁକ୍ତି ପ୍ରକୃତରେ ଆଉ କ’ଣ ହୋଇପାରେ ! ବିଶେଷତଃ, ଯାବତୀୟ ସାମାଜିକ ପରିପ୍ରେକ୍ଷୀରୁ ତାହାକୁ ବିଚ୍ଛିନ୍ନ କରିନେଇ କେବଳ ଏକ ସଂପୂର୍ଣ୍ଣ ନୀତିରୂପେ ତାହାର ଉଲ୍ଲେଖ କରୁଥିବା ସମୟରେ । କିନ୍ତୁ, ଯଦି ସେଠାରେ ଏହି ବାସ୍ତବ ପୃଥିବୀଟିକୁ ପୃଷ୍ଠଭୂମି ରୂପେ ଗ୍ରହଣ କରାଯାଏ, ତେବେ ଏଇଟିରେ ଆହୁରି କେତେ କେତେ ଭିନ୍ନ ଉପାଦାନମାନ ଅବଶ୍ୟ ଆସି ପ୍ରବେଶ କରିବ ଏବଂ ତାହା ଫଳରେ ସେଇଟିର ନୀତିଗତ ରଙ୍ଗଟି ମଧ୍ୟ ବେଶ୍ ବଦଳି ଯାଉଥିବ,–ଏପରିକି, ସେଇଟିର ଓଲଟାଟି ହିଁ ବରଂ ଉଚିତ ହେବ ବୋଲି ଅନୁଭବ ହେବ ।

 

ସକଳ ପକ୍ଷ ନିଜନିଜର କଥା କହିବେ ଏବଂ ଆମେ ତାକୁ ନିଶ୍ଚୟ ଶୁଣିବା,–ଏପରି ମନ୍ତବ୍ୟଟିଏ ମୁଖ୍ୟତଃ ଏଇଥି ସକାଶେ କୁହାଯାଏ ଯେ, ଆମେ କେବେହେଲେ କୌଣସି ସତ୍ୟକୁ କଦାପି ଦବାଇ ରଖିବାନାହିଁ ଏବଂ ଯୁକ୍ତିଯୁକ୍ତ କୌଣସି କିଛିକୁ ଆଦୌ ଏଡ଼ାଇ ଚାଲି ଯିବାନାହିଁ । ପୁଣି, ଏପରି ଏକ ଅନୁମାନ ବି କରାଯାଉଥାଏ ଯେ, ଏହି ପକ୍ଷଗୁଡ଼ିକ ନିଶ୍ଚୟ ଗୋଟିଏ ଭୁଲରେ ପଡ଼ି ଆପଣାର ଦାବୀମାନଙ୍କୁ କରୁଛନ୍ତି ଏବଂ ଭୁଲ କଥାଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି, ସେମାନେ ପ୍ରକୃତରେ ତଥାପି ପୂର୍ଣ୍ଣ ସାଧୁତାର ସହିତ କଥାଗୁଡ଼ିକୁ ଭାବିଛନ୍ତି ଏବଂ ନିଜ ତରଫରୁ କିଛି କହିବାଲାଗି ଉଚିତ ବୋଲି ଅନୁଭବ କରୁଛନ୍ତି,– ସେମାନେ ‘ସାଧୁତାର ସହିତ’ ଆପଣାର ଏକ ବକ୍ତବ୍ୟ ରହିଛି ବୋଲି ବିଚାର କରୁଛନ୍ତି,–ସେହି କଥାଟିର ବସ୍ତୁତଃ ଏହି ଅର୍ଥ ହେବ ଯେ, ସେମାନେ ଆଦୌ ପ୍ରତାରଣା କରିବାର କୌଣସି ଉଦ୍ଦେଶ୍ୟ ରଖି ଅଥବା କାହା ବିଷୟରେ କୌଣସି ଦ୍ଵେଷପୂର୍ଣ୍ଣ ଅପପ୍ରଚାର କରିବା ଲାଗି ନିଜର ଯୁକ୍ତିମାନଙ୍କୁ ଫାନ୍ଦି ବିବାଦ କରିବାକୁ ଆସି ନାହାନ୍ତି । ହଁ, କେବଳ ଗୁଡ଼ିଏ ମିଥ୍ୟାକୁ ପ୍ରସାରିତ କରିଦେବାର ଗୋଟିଏ ମତଲବ ରଖି ସମସ୍ତଙ୍କ ଆଗରେ କିଛି ନା କିଛି କହିବା ପାଇଁ ଏକ ସୁଯୋଗ ଖୋଜିବାରେ ଲାଗିଥିବା ଜଣେ ବ୍ୟକ୍ତି ଓ ଏକ ଭୁଲ ଦୃଷ୍ଟି ପୋଷଣ କରିଥିଲେ ମଧ୍ୟ ତଥାପି ପୂର୍ଣ୍ଣ ନିଷ୍ଠାର ସହିତ ତାହା ସପକ୍ଷରେ ଅନ୍ୟମାନଙ୍କ ପାଖରେ ଯୁକ୍ତିମାନ ବାଢ଼ୁଥିବା ଆଉଜଣେ ବ୍ୟକ୍ତି, ଏହି ଉଭୟଙ୍କ ମଧ୍ୟରେ ସର୍ବଦା ଗୋଟିଏ ପୂରା ଭିନ୍ନତା ନିଶ୍ଚୟ ରହିଥିବ । ଭୁଲ କଥାଟିଏ କହୁଥିଲେ ମଧ୍ୟ ତଥାପି ଜଣେ ସାଧୁ ମନୁଷ୍ୟର ବକ୍ତବ୍ୟକୁ ଅବଶ୍ୟ ଶୁଣିବା ବୋଲି ସମସ୍ତେ ସ୍ଵୀକାର କରିବେ । କିନ୍ତୁ, କେବଳ ମିଥ୍ୟାବାଦୀମାନଙ୍କ ବ୍ୟତୀତ, ମିଥ୍ୟାବାଦୀମାନଙ୍କର କଥାଗୁଡ଼ିକୁ ମଧ୍ୟ ଶୁଣିବା ଉଚିତ ବୋଲି କିଏ କାହିଁକି ବୃଥା ଇଚ୍ଛା ବି କରୁଥିବ ?

 

ମୋ ବିଚାରରେ, କେବଳ ପୂରା ଏକ ତତ୍ତ୍ଵ ହିସାବରେ ଏଭଳି କଥାଟିଏ ଅବଶ୍ୟ କୁହାଯାଇ ପାରିବ ଯେ, ନିତାନ୍ତ ସଚେତନ ଭାବରେ ମିଥ୍ୟାର ବୟାନ ଦେବା ନିମନ୍ତେ କାହାରି କୌଣସି ଅଧିକାର ରହିବା ଉଚିତ ହେବନାହିଁ । କିନ୍ତୁ, ପ୍ରକୃତରେ ଘଟିଥିବା କଥାମାନଙ୍କର ଉଦାହରଣଗୁଡ଼ିକ ଉପରେ ଦୃଷ୍ଟିପାତ କଲେ ଏହି ତତ୍ତ୍ଵଟି ଭିତରେ ରହିଥିବା ଅକାଟ୍ୟ ଯୁକ୍ତିଟି ଦ୍ଵାରା ଆମେ ପ୍ରକୃତରେ ପରାଭୂତ ହିଁ ହୋଇଗଲା ପରି ଅନୁଭବ କରିବା । ହିଟଲର୍ କ୍ଷମତାକୁ ଆସିବା ପୂର୍ବର ଜର୍ମାନୀରେ, ସୋସିଆଲ୍ ଡିମେକ୍ରାଟିନ୍ ପାର୍ଟିର ନେତାମାନଙ୍କ ଉପରେ ଏପରି ଗୋଟିଏ ଧାରଣା ଭୂତପରି ସବାର ହୋଇ ରହିଥିଲା ଯେ ସମସ୍ତଙ୍କୁ ମୁକ୍ତଭାବରେ କଥା କହିବାର ଅଧିକାର ଦିଆଯିବାର ଅର୍ଥ ହେଉଛି ଯେ, ନାତ୍‌ସୀମାନେ ଯାହା ଇଚ୍ଛା କରିବେ, ଅବାଧ ଭାବରେ ତାହା ଅବଶ୍ୟ କହିପାରିବେ । ଏବଂ, ସେହି ସ୍ଥିତିରେ, ନାତ୍‌ସୀମାନେ କ୍ଷମତାକୁ ଅଧିକାର କରିନେବା ନିମନ୍ତେ ଜର୍ମାନୀ ଦେଶର ଅଧିବାସୀମାନଙ୍କ ଭିତରେ ଗୋଟିଏ ବ୍ୟାପକ ପୂର୍ଣ୍ଣଭିତ୍ତିର ପ୍ରତିଷ୍ଠା କରିନେବାର ଉଦ୍ଦେଶ୍ୟ ରଖିଥିଲେ । ଏବଂ, ଏପରି ଭିତ୍ତିଟିଏ ନିର୍ମାଣ କରିବା ନିମନ୍ତେ ଖୁବ୍ ଆବଶ୍ୟକ ଥିଲା ଯେ, ସେମାନେ ନିଜର ମିଥ୍ୟାପୂର୍ଣ୍ଣ ତତ୍ତ୍ଵଗୁଡ଼ିକୁ (ଉଦାହରଣ ସ୍ଵରୂପ, ଇହୁଦୀମାନଙ୍କୁ ଘୃଣା କରିବା) ପ୍ରଚାର କରିବେ । ପ୍ରଚାରପତ୍ର ବାଣ୍ଟିବେ, ବହିମାନ ଛାପିବେ ଏବଂ ଭାଷଣ ମଧ୍ୟ ଦେବେ । ଏବଂ, ଏହିସବୁ କାର୍ଯ୍ୟ କରିବାପାଇଁ ନାତ୍‌ସୀମାନଙ୍କୁ ପରିପୂର୍ଣ୍ଣ ସୁଯୋଗ ଦେବା ଫଳରେ ଆଖର ଅନ୍ୟ ସବୁ ମଣିଷଙ୍କର ସ୍ଵାଧୀନତାକୁ ଅର୍ଥହୀନ କରି ଦିଆଯାଇଥିଲା । କେତେ କେତେ ନିର୍ଯାତନାରେ ତାହାର ଶେଷ ନହେଲା,–ହତ୍ୟା କରାଗଲା, ଗୋଟିଏ ମହାଯୁଦ୍ଧ ବି ହେଲା,–ଅର୍ଥାତ୍ ପୃଥିବୀର ନିୟୁତ ନିୟୁତ ମନୁଷ୍ୟ ମୃତ୍ୟୁମୁଖରେ ପଡ଼ିଲେ । ଏହିପରି ଭାବରେ ଅସଦ୍‌ବ୍ୟବହାର ହେବାଦ୍ୱାରା ବାକ୍‌ସ୍ଵାଧୀନତାର ସେହି ଅଧିକାରଟି କେବଳ ନିଜକୁ ଅର୍ଥହୀନ ବୋଲି ପ୍ରମାଣ କଲା ତା’ ନୁହେଁ, ତା’ ସହିତ ସମଗ୍ର ପ୍ରଗତିକାମୀ ମାନବଜାତି ଯେଉଁସବୁ ଯାବତୀୟ ଅଧିକାରକୁ ସର୍ବଦା ଉଚ୍ଚ ମୂଲ୍ୟ ଦେଇ ଆସିଥିଲା ଓ ହୃଦୟ ମଧ୍ୟରେ ସଞ୍ଚିତ କରି ରଖିଥିଲା, ସେଗୁଡ଼ିକୁ ମଧ୍ୟ ଅର୍ଥହୀନ କରି ଦେଇଥିଲା ।

 

ହଁ, ସକଳ ଅବସରରେ ତଥା ସବୁଠାରେ ତାହାହିଁ ହେବ । ଯେତେବେଳେ ଏପରି ଦଳେ ମନୁଷ୍ୟ ଥିବେ ଯେଉଁମାନେ କି ଅନ୍ୟମାନଙ୍କର ଉତ୍ପୀଡ଼ନକୁ ହିଁ ନିଜର କାର୍ଯ୍ୟରୂପେ ଗ୍ରହଣ କରିଥିବେ, ସେମାନଙ୍କୁ ଅଟକାଇ ରଖାନଗଲେ ସେମାନେ ଅପର ସମସ୍ତଙ୍କର, ସକଳ ସମଷ୍ଟିଗୁଡ଼ିକୁ ଗିଳି ପକାଇବା ପାଇଁ ବାହାରିବେ, ସେମାନଙ୍କୁ ଧ୍ଵଂସ କରିଦେବେ । ଯେଉଁ ମନୁଷ୍ୟମାନେ ଆପଣାର ମତ ଏବଂ ମୂଲ୍ୟଦୃଷ୍ଟିଗୁଡ଼ିକୁ ସଚେତନ ଓ ସୁନିର୍ଦ୍ଦିଷ୍ଟ ଭାବରେ ସମ୍ଭବ କରି ନପାରିବେ, ସେମାନେ ଆପଣାର ଭାଗ୍ୟ ଦ୍ଵାରା ଏପରି ବାଧ୍ୟ ହେବେ ଯେ ଅନ୍ୟମାନେ ସେଗୁଡ଼ିକୁ ସେମାନଙ୍କ ପାଇଁ ଗଢ଼ିବାକୁ ଆସି ପହଞ୍ଚିଯିବେ ଓ ହାତରେ ଚାବୁକ ଓ ତେଲ ଧରି ବଳପୂର୍ବକ ସେମାନଙ୍କୁ ସେଗୁଡ଼ିକୁ ଶିଖିବାଲାଗି ବାଧ୍ୟ କରାଇବେ । ହଁ, କେବଳ ଅସହିଷ୍ଣୁତାକୁ ବାଦ୍ ଦେଇ ସହିଷ୍ଣୁତା ଆଉ ସବୁକିଛିକୁ ସହ୍ୟ କରି ପାରିବ । ପ୍ରତ୍ୟେକ ମଣିଷ ଯାଏ ସ୍ଵାଧୀନତାକୁ ଅବଶ୍ୟ ପ୍ରସାରିତ କରି ଦେଇହେବ; କିନ୍ତୁ, ଯେଉଁମାନେ ମନୁଷ୍ୟମାନଙ୍କୁ ଆପଣାର ଗୋଲାମ କରି ରଖନ୍ତି, ସେମାନଙ୍କୁ ଅବଶ୍ୟ ବାଦ୍ ଦେବାକୁ ପଡ଼ିବ ।

 

*      *      *

 

(୭) ବର୍ତ୍ତମାନ ଛଅଗୋଟି ଭିନ୍ନ ଭିନ୍ନ ଘୋଷଣାକ୍ଷେତ୍ରରେ ଭାରସାମ୍ୟରକ୍ଷାକାରୀ ଏବଂ ସଦାକୁଣ୍ଠାଗ୍ରସ୍ତ ଦୁଇଟିଯାକ ପକ୍ଷର ବିରୋଧ କରିସାରିବା ପରେ କର୍ତ୍ତବ୍ୟ ହେଉଛି ଯେ, ଆମେ କିଞ୍ଚିତ୍ ଅନୁକମ୍ପା ଦେଖାଇ ଗୋଟିଏ କ୍ଷେତ୍ରରେ ଏପରି ଏକ ମତର ଆଲୋଚନା ମଧ୍ୟ କରିବା, ଯାହାକୁ କି କେତେ ପରିମାଣରେ ପ୍ରକୃତରେ ସମର୍ଥନ କରାଯାଇ ପାରିବ । ସେହି ଅନୁସାରେ ଆମେ ଏଠାରେ ‘ପ୍ରତ୍ୟେକ ସର୍ବଦା ନିଶ୍ଚୟ ଦୁଇଟି ପାଖ ରହିଛି’ ନାମକ କଥାଟିକୁ ଏପରି ଭାବରେ ବ୍ୟାଖ୍ୟା କରିବା, ଯାହାର ଅର୍ଥ ହେବ ଯେ, ଗୋଟିଏ ସମସ୍ୟାର ସଂପୂର୍ଣ୍ଣ ଯତ୍ନର ସହିତ ଅଧ୍ୟୟନ ନକରି ଆମେ କଦାପି କୌଣସି ନିଷ୍ପତ୍ତିରେ ଆଦୌ ଆସି ପହଞ୍ଚି ଯିବାନାହିଁ । ଏହି ଖାସ୍ ମତଟି ହୁଏତ ସଂପୂର୍ଣ୍ଣ ଭାବରେ ବର୍ଜନୀୟ ବୋଲି ବୋଧ ବି ହୋଇପାରେ । ମୁଁ ମଧ୍ୟ ଏଇଟିକୁ ପ୍ରକୃତରେ ଠିକ୍ ବୋଲି ଅନୁମାନ କରୁଛି; କାରଣ ଯଦି ଆମେ ଆଦୌ କୌଣସି ଗାର ନରଖି ବିଚାର କରିବାରେ ଲାଗିଥିବା ଏବଂ ତଦ୍ଦ୍ୱାରା ପ୍ରକୃତରେ କାର୍ଯ୍ୟାନୁଷ୍ଠାନର ମୁହୂର୍ତ୍ତଟିକୁ କେବଳ ଗଡ଼ାଇ ଦେବାରେ ଲାଗିଥିବା, ତେବେ ସେଇଟି ମଧ୍ୟ କଦାପି ଉଚିତ ହେବନାହିଁ । ଏବଂ, ଉଭୟେ ଭାରସାମ୍ୟ ରକ୍ଷାକାରୀ ଓ ସଦାକୁଣ୍ଠିତ ହର୍ଟ ବିଷୟଟିକୁ ନେଇ ଘୋର ଅଧ୍ୟୟନ କରୁଥିବା ଦେଖାଯିବା ସକାଶେ ଅନୁରୂପ ତରିକାମାନ ମଧ୍ୟ ବେଶ୍ ବାହାର କରିବାରେ ଲାଗିଥିବେ ଏବଂ ଅନବରତ କହୁ ବି ଥିବେ, “ହଁ, ଆଉ ଟିକିଏ ଅପେକ୍ଷା କର, ହଁ ଆଉ ମୁହୂର୍ତ୍ତେ, ମୁଁ ଏପର୍ଯ୍ୟନ୍ତ ପ୍ରମାଣମାନଙ୍କୁ ପରୀକ୍ଷା କରି ଦେଖିବାର କାର୍ଯ୍ୟଟିକୁ ସାରିନାହିଁ ।” କିନ୍ତୁ, ଲୋକମାନେ ସିନା ଅପେକ୍ଷା କରିପାରନ୍ତି, ମାତ୍ର ଘଟଣାମାନେ ମୋଟେ ଅପେକ୍ଷା କରନ୍ତିନାହିଁ । ପୁନଶ୍ଚ, ଘଟଣାଗୁଡ଼ିକ ଘଟି ଯାଉଥିବା ସହିତ ଅନେକ ସମୟରେ ଅଧ୍ୟୟନ କରାଯାଉଥିବା ସମସ୍ୟାଟିର ମଧ୍ୟ କିଛି ସମାଧାନ ମିଳି ଯାଇଥାଏ । ଏବଂ, ପରୀକ୍ଷା ଭିତରେ ନିମଗ୍ନ ଘୋର ଅଧ୍ୟୟନକାରୀମାନେ ଏହା ଫଳରେ ପୂର୍ବପରି ହିଁ ଭାରସାମ୍ୟଟିଏ ବାହାର କରିବାରେ ଅଥବା କୁଣ୍ଠାଗ୍ରସ୍ତ ହୋଇ ରହିବାର କାର୍ଯ୍ୟଟିରେ ପୁନର୍ବାର ଲାଗିଯାଆନ୍ତି ।

 

ସର୍ବଦା ବଦଳି ଯିବାରେ ଲାଗିଥିବା ଏକ ପରିବେଶକୁ କିଛି ପରିମାଣରେ ପ୍ରଭାବିତ କରିବା, ସର୍ବବିଧ ଅଧ୍ୟୟନ ପଛରେ ବସ୍ତୁତଃ ସେହିପରି ଗୋଟିଏ ଉଦ୍ଦେଶ୍ୟ ରହିଥାଏ । ଆମେ ନିଜେ ଯେପରି ଇଚ୍ଛା କରୁଥିବା, ସେହି ମୁତାବକ ପ୍ରଭାବଟିକୁ ପକାଇବା ସକାଶେ ପ୍ରକୃତରେ ଏପରି ଏକ ଆବଶ୍ୟକତା ଥାଏ ଯେ, ଆମେ ଭୌତିକ ତଥା ସାମାଜିକ ଦୁଇଟିଯାକ ଜଗତରେ ଘଟୁଥିବା ଘଟଣାଗୁଡ଼ିକର ଯଥାର୍ଥ ଭାବରେ ଭଲ କରି ଅବଶ୍ୟ ଅଧ୍ୟୟନ ମଧ୍ୟ କରିବା । ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଅନ୍ତତଃ ଏକ ଆଦର୍ଶ ଅନୁସାରେ, ଆମେ ପ୍ରଥମେ ସର୍ବବିଧ ସମ୍ଭାବନା ଏବଂ କାର୍ଯ୍ୟକ୍ରମ ବିଷୟରେ ଅବହିତ ହେବା ଓ ତା’ପରେ ଯାଇ ମନକୁ ଥିର କରି କିଛି ନିଷ୍ପତ୍ତିରେ ଯାଇ ପହଞ୍ଚି ପାରିବା; କାରଣ, ସେପରି ନହୋଇ ପାରିଲେ, ଆମର ନିଷ୍ପତ୍ତିଟି ସମ୍ଭବତଃ ଆମର ଜ୍ଞାନର କିଛି ଅଭାବ ରହିଥିବା ହେତୁ ନିଷ୍ଫଳ ମଧ୍ୟ ରହିଯିବ ।

 

ଆମେ ଏଇଟିକୁ ଆମ ନକ୍‌ସାଟିରେ ରହିଥିବା ଗୋଟିଏ ସୀମା ବୋଲି ମାନିବା । ମୁଁ ଆଗରୁ ଯେପରି ସୂଚିତ କରିଦେଇଛି, ଏକ ଦ୍ଵିତୀୟ ସୀମା ମଧ୍ୟ ରହିଛି । ଯାବତୀୟ ନକ୍‌ସା ଅର୍ଥାତ୍ ଯୋଜନାକୁ ଇତିହାସର ଏକ ଖାସ୍ ମୁହୂର୍ତ୍ତ ନିମନ୍ତେ କରାଯାଇଥାଏ; ସେହି ମୁହୂର୍ତ୍ତଟି ଲାଗି ସେମାନଙ୍କର ଏକ ପ୍ରାସଙ୍ଗିକତା ଥାଏ,–ହଁ କେବଳ ସେହି ମୁହୂର୍ତ୍ତଟି ଲାଗି । ଯେତେବେଳେ ମୁହୂର୍ତ୍ତଟି ଗତ ହୋଇଯାଏ, ଯେତେବେଳେ ଆଉଗୋଟିଏ ମୁହୂର୍ତ୍ତ ପ୍ରକୃତରେ ଆସି ଯାଇଥାଏ ଏବଂ ମୂଳ ଯୋଜନାଟି ସହିତ ତାହାର କୌଣସି ସମ୍ପର୍କ ହୁଏତ ଆଉ ନଥାଏ, ଭାବନା ଓ ଟିକିନିଖିରେ ଯେତେ ବିଚକ୍ଷଣ ହୁଏତ ହୋଇଥିଲେ ମଧ୍ୟ, ଯୋଜନାଟିର ସେତେବେଳେ ଆଉ କୌଣସି କାର୍ଯ୍ୟ ନଥାଏ ଏବଂ ପୂର୍ବ-ଅଭିଳଷିତ ପ୍ରକାରେ ଆଉ କୌଣସି ପ୍ରଭାବ ପକାଇବାକୁ ମଧ୍ୟ ନଥାଏ । “ନିତାନ୍ତ ଅଳ୍ପ ଏବଂ ଖୁବ୍ ବିଳମ୍ବରେ” ବୋଲି ସେହି ପ୍ରଖ୍ୟାତ ଉଭୟ ସୁଖ ତଥା ଦୁଃଖର ଅନୁଭୂତି ଆଣି ଦେଉଥିବା କଥାଟି ଆମକୁ ପ୍ରକୃତରେ ସେହିପରି ନୀତି ତଥା ଦର୍ଶନର ସଂକେତ ଦେଇ ଯାଇଥାଏ ।

 

ତେଣୁ, ନିଜ ଚତୁର୍ଦ୍ଦିଗରେ ଅବସ୍ଥିତ ପୃଥିବୀଟିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ନିମନ୍ତେ ମନୁଷ୍ୟମାନେ ଯେଉଁ ନାନା ପ୍ରୟାସ କରିବାରେ ଲାଗିଥାନ୍ତି, ସେଗୁଡ଼ିକ ସର୍ବଦା ଦୁଇଟି ସୀମା ମଧ୍ୟରେ କିଳି ହୋଇ ରହିଥାନ୍ତି । ପ୍ରଥମତଃ, ସେମାନେ ଆବଶ୍ୟକ ଜ୍ଞାନ ହାସଲ କରିବା ପୂର୍ବରୁ ଆଦୌ କୌଣସି କାର୍ଯ୍ୟ ଆରମ୍ଭ କରିବେନାହିଁ ଏବଂ, ଅନ୍ୟ ପକ୍ଷରେ, ଅନୁକୂଳ ସୁଯୋଗଟି ଅନ୍ତର୍ହିତ ହୋଇ ଚାଲିଯିବା ପୂର୍ବରୁ ହିଁ ସେମାନେ ଯାହାକିଛି କରିବାର ନିଶ୍ଚୟ କରିବେ । ଏହି ସୀମାଦୁଇଟି ସବୁ ସମୟରେ ବେଶ୍ ସଂକୀର୍ଣ୍ଣ ମଧ୍ୟ ହୋଇଥାନ୍ତି, ଏବଂ ଏପରିକି ବେଳେବେଳେ ବଡ଼ ନୈରାଶ୍ୟଜନକ ଭାବରେ ସଂକୀର୍ଣ୍ଣ ହୋଇ ରହିଥାନ୍ତି । ପୃଥିବୀ ଉପରେ ଏକ ସର୍ବଦା ହିଁ ବୃଦ୍ଧି ପାଉଥିବା ପ୍ରଭୁତ୍ଵ ଅର୍ଜନ କରି ପାରିବାଲାଗି ମନୁଷ୍ୟର ସେହି ସୀମାଗୁଡ଼ିକରୁ ଉପରକୁ ଉଠିଯିବାର ପ୍ରଚେଷ୍ଟାଟି ଏବେ ମଧ୍ୟ ଅବ୍ୟାହତ ରହିଛି ଏବଂ ମୁଁ ଭାବୁଛି, ତାହାର ସବୁକିଛି ବିଜୟଲାଭ ମଧ୍ୟରେ ସେଇଟିକୁ ହିଁ ସର୍ବାପେକ୍ଷା ଅଧିକ ପ୍ରତିଷ୍ଠା ଲାଭ କରିଥିବା ବିଜୟ ବୋଲି ନିଶ୍ଚୟ କୁହାଯିବ ।

 

କୁଣ୍ଠାଗ୍ରସ୍ତମାନେ କାହିଁକି କୁଣ୍ଠା କରୁଥାନ୍ତି

 

ଯେଉଁ ବିଶ୍ଵାସଟି ସମ୍ପର୍କରେ ଆମେ ଏପର୍ଯ୍ୟନ୍ତ ଆଲୋଚନା କରି ଆସିଛୁ, ସେଇଟି ଯେ ପ୍ରକୃତରେ କେତେ ଅଧିକ ପରିମାଣରେ ଅସ୍ପଷ୍ଟ ଏବଂ, ସେହି ଆଲୋଚନାରୁ ଆମେ ଯେଉଁ ଏତେ ପ୍ରକାରର ଅର୍ଥକୁ ବାହାର କରି ଦର୍ଶାଇଛୁ, ସେଇଟିକୁ ପରୀକ୍ଷା କରି ବର୍ତ୍ତମାନ ପ୍ରକୃତରେ ଦେଖାଯାଇ ପାରିବ । ବସ୍ତୁତଃ କୌଣସି ଗୋଟିଏ ଅର୍ଥ ମଧ୍ୟ ନିରୋଳା ଭାବରେ ଠିକ୍ ନୁହେଁ ଏବଂ, ପରାମର୍ଶଟିକୁ ବେଶ୍ ଅନ୍ଧାର ଭିତରେ ଅସ୍ପଷ୍ଟ କରି ରଖିବା ଲାଗି ଆବଶ୍ୟକ ଯାବତୀୟ ଭ୍ରାନ୍ତିକାରିତା ମଧ୍ୟ ଅଧିକାଂଶଙ୍କ ଭିତରେ ଭର୍ତ୍ତି ହୋଇ ରହିଛି ।

 

ଏହି ସବୁ ଧାରଣା ଯେ ଆମକୁ କେତେ ଅବ୍ୟର୍ଥ ଭାବରେ ବହୁ ଭାବରେ ବହୁ କିସମର ଧୋକାରେ ନେଇ ପକାଇ ଦେଉଛି, ସେଗୁଡ଼ିକ ଭିତରେ ରହିଥିବା ସାମଗ୍ରୀମାନଙ୍କର କେବଳ ଏକ ବିଶ୍ଳେଷଣ କରିଦେଲେ ତାହା ମୋଟେ ଯଥେଷ୍ଟ ହେବନାହିଁ । କେତେ ଖାସ୍ ବ୍ୟକ୍ତି ଯେ ବିଶେଷ ଭାବରେ ଏହି ନିର୍ଦ୍ଦିଷ୍ଟ ଭ୍ରମଗୁଡ଼ିକ ଆଡ଼କୁ ଗୋଡ଼ ଖସାଇ ଦେବାକୁ ସତେଅବା ଆଗରୁ ତିଆରି ହୋଇ ରହିଥାନ୍ତି, ଆମଲାଗି ସେଇଟି ବିଷୟରେ ମଧ୍ୟ କିଛି ଜାଣିବାର ପ୍ରୟୋଜନ ରହିଥିବ । ହଁ, ଆମେ ସେହି ବିଶେଷ ମିଜାଜଟିର ପ୍ରକୃତିଟି ବିଷୟରେ ଏକ ମନସ୍ତାତ୍ତ୍ଵିକ ଅନୁସନ୍ଧାନ କରିବାଲାଗି ଇଚ୍ଛା କରିବା,–ସେଥିଲାଗି ନିଶ୍ଚୟ ଆମର ଆଗ୍ରହ ଜାତ ହେବ ଏବଂ ତଦ୍ଦ୍ଵାରା ପ୍ରସଙ୍ଗଟିର କ୍ଷେତ୍ରରେ ଏକ ଆଲୋକପାତ ମଧ୍ୟ ସମ୍ଭବ ହୋଇଯିବ । ଅବଶ୍ୟ, ମୋ’ ଭିତରେ ସେପରି କୌଣସି ସାମର୍ଥ୍ୟ ଅଥବା ପ୍ରତିଭା ରହିଥିବ ବୋଲି ମୋ’ର ଆଦୌ ମନେ ହେଉନାହିଁ, ଏବଂ, ସେକଥା ଯାହା ହୋଇଥାଉ ପଛକେ, ସେହି ଭ୍ରାନ୍ତିଗୁଡ଼ିକୁ ଏବଂ ସେଥିଲାଗି ପ୍ରବଣତା ରହିଥିବା ମିଜାଜଗୁଡ଼ିକୁ କିଞ୍ଚିତ୍ ଇତିହାସଗତ ଭୂମିକା ସହିତ ଦେଖାଇଦେଇ ପାରିଲେ ତାଦ୍ଦ୍ୱାରା ବରଂ ଅଧିକ ଲାଭ ବୋଲି ମୁଁ ଅନୁମାନ କରି ପାରୁଛି ।

 

ଆମେ ବର୍ତ୍ତମାନ ବାସ୍ତବ ଭୂମିର ଏହି କଥାଟିକୁ ଆରମ୍ଭ କରିବା ଯେ, ଏପରି କେତେ କେତେ ମନୁଷ୍ୟ ଥାଆନ୍ତି, ଯେଉଁମାନେ କି ସାମାଜିକ ଏବଂ ରାଜନୀତି-ସମ୍ପର୍କିତ କୌଣସି ସମସ୍ୟା ବିଷୟରେ କେବେହେଲେ କୌଣସି ବିଚାର କରୁନଥାନ୍ତି । ଅଥବା, ପୁନଶ୍ଚ, ଆହୁରି ବହୁସଂଖ୍ୟକ ସମସ୍ୟାର କ୍ଷେତ୍ରରେ ମଧ୍ୟ ସେମାନେ ଏଡ଼େ ଚମତ୍କାର ଭାବରେ ନିଜ ଭିତରେ ଏପାଖ ସେପାଖ ହେଉଥାନ୍ତି ଯେ, ସେମାନଙ୍କର ଅକଲ ଭିତରେ କୌଣସି ସଙ୍ଗତିଯୁକ୍ତ ସମଗ୍ର କ୍ରିୟାଶୀଳତା ରହିଥିବାର ଆଦୌ ଦେଖା ଯାଉନଥାଏ । ଏପରି କ’ଣ ପାଇଁ ହୁଏ ?

 

ଏହି ବ୍ୟକ୍ତିମାନେ ସମାଜର ସମସ୍ୟାଗୁଡ଼ିକ ବିଷୟରେ କୌଣସି ନିଷ୍ପତ୍ତି ଗ୍ରହଣ କରି ପାରନ୍ତିନାହିଁ,–କାରଣ ସେମାନଙ୍କଠାରେ ସେମାନଙ୍କର ମୂଳବିଶ୍ଵାସଗୁଡ଼ିକରେ କ୍ଷେତ୍ରରେ ପ୍ରକୃତରେ ନାନା ବିରୋଧ ରହିଥାଏ । ସମାଜ ସମ୍ୱନ୍ଧରେ ଯେକୌଣସି ତତ୍ତ୍ଵବିଷୟକ ଅନୁମାନ, ସେଗୁଡ଼ିକୁ ସଚେତନ ଅଥବା ଅସଚେତନ ଯେଉଁପରି ଭାବରେ ଯିଏ ମାନୁଥାଉ ପଛକେ,–ସେଥିରେ କେତେଗୁଡ଼ିଏ ବେଶ୍ ଟାଣ ଏବଂ ଆଧାର ରହିଥିବା ଏକ ଆବେଦନ ରହିଥାଏ । ଏପରି ଘଟିବା ଖୁବ୍ ସମ୍ଭବ,–ବସ୍ତୁତଃ ସେଇଟିର ଏକ ସୁନିଶ୍ଚିତ ସମ୍ଭାବନା ହିଁ ରହିଥାଏ ଯେ, ଯେତେବେଳେ ଗୋଟିଏ ବିଶେଷ ସମସ୍ୟାର କ୍ଷେତ୍ରରେ ସେହି ତତ୍ତ୍ୱାନୁମାନମାନଙ୍କୁ ପ୍ରୟୋଗ କରାଯାଏ, ସେତେବେଳେ ସେମାନେ ପ୍ରକୃତରେ ଗୋଟିଏ ଆଉଗୋଟିକର ବିରୋଧ କରୁଥିବାର ଦୃଷ୍ଟିଗୋଚର ହୁଏ । ମନେ କରାଯାଉ ଯେ ଜଣେ ବ୍ୟକ୍ତି ରାଜନୀତିକ ଗଣତନ୍ତ୍ରର ଗଢ଼ଣ ଏବଂ ଛାଞ୍ଚଗୁଡ଼ିକୁ ବିଶ୍ଵାସ କରୁଛନ୍ତି ମାତ୍ର ଶ୍ରମିକମାନେ କୌଣସି ସଂଗଠନ ଗଢ଼ନ୍ତୁ ବୋଲି ଇଚ୍ଛା କରୁନାହାନ୍ତି । ଇହୁଦୀ, ନିଗ୍ରୋଗଣ, ବିଦେଶାଗତ କିମ୍ବା ଆଉ ଅନ୍ୟମାନଙ୍କୁ ମଧ୍ୟ ଏହି ଦୁଃଖଦାୟକ ତାଲିକାଟିରେ ବେଶ୍‍ ଯୋଡ଼ି ଦିଆଯାଇ ପାରିବ । ପୁନର୍ବାର ଅନୁମାନ କରାଯାଉ ଯେ, ମଜୁରି ଏବଂ ଶ୍ରମ କରିବାର ଅବଧିଟି ବିଷୟରେ ରହିଥିବା ଆଇନଟିକୁ ସତକୁସତ ଲାଗୁ କରାଯାଉ ବୋଲି ଶ୍ରମିକମାନଙ୍କର ସେହି ସଂଗଠନମାନେ ରାଜନୀତିକ ଗଣତନ୍ତ୍ରର ଅନୁଷ୍ଠାନଗୁଡ଼ିକୁ ବ୍ୟବହାର କରି ଦାବୀ କରି ବାହାରିଲେ । ହାତରେ କୌଣସି କର୍ମ ବା ରୋଜଗାର ନଥିବା ସମୟଟି ନିମନ୍ତେ ବୀମା, ବାର୍ଦ୍ଧକ୍ୟକାଳୀନ ଭତ୍ତା ଓ ସେହିପରି ଆଉ ଅନ୍ୟ ଦାବୀଗୁଡ଼ିକୁ ନେଇ ସକ୍ରିୟ ହେବାକୁ ଇଚ୍ଛା କଲେ । ଆମର ଉକ୍ତ ବନ୍ଧୁଜଣକ (ସେମାନେ ପ୍ରକୃତରେ ସର୍ବଦା ଅଛନ୍ତି) ଗୋଟିଏ ପାଖରେ ଗଣତନ୍ତ୍ର ଉପରେ ରହିଥିବା ତାଙ୍କର ବିଶ୍ଵାସ ଏବଂ ଶ୍ରମିକ ସଂଗଠନ ସମ୍ବନ୍ଧରେ ତାଙ୍କ ଭିତରେ ଥିବା ଅଶ୍ରଦ୍ଧା-ଦୁଇଟିର ମଝିରେ ଏକ ଧର୍ମସଙ୍କଟରେ ଅବଶ୍ୟ ଯାଇ ପଡ଼ିଯିବେ । ଯଦି ରାଜନୀତିକ ଲୋକତନ୍ତ୍ର ଉପରେ ଆସ୍ଥା ରଖିଥିବେ, ତେବେ ଶ୍ରମିକମାନଙ୍କର ଅନବରତ ଅଗ୍ରଗତିକୁ ମଧ୍ୟ ସେ ଅବଶ୍ୟ ଉଚିତ ବୋଲି ଗ୍ରହଣ କରିବେ ଏବଂ, ଯଦି ଶ୍ରମିକମାନଙ୍କ ବିଷୟରେ ଅଶ୍ରଦ୍ଧା ରଖିବେ, ତେବେ ସମାନ ଭାବରେ ସ୍ଥିର ହୋଇ ଏକ ନିଷ୍ପତ୍ତି କରି ସିଏ ଗଣତନ୍ତ୍ରର ଅନୁଷ୍ଠାନଗୁଡ଼ିକ ସମ୍ବନ୍ଧରେ ରହିଥିବା ନିଜର ବିଶ୍ଵାସଟିକୁ ଅବଶ୍ୟ ଜଳାଞ୍ଜଳି ଦେବେ ।

 

ତେଣୁ, ସିଏ ବର୍ତ୍ତମାନ କିଛି ସମୟ ଲାଗି ଏପାଖ ସେପାଖ ଏବଂ କୌଣସି ନିଷ୍ପତ୍ତି କରି ପାରୁନଥିବେ । କେତେ ସମୟରେ ଗଣତନ୍ତ୍ରର ସିଦ୍ଧାନ୍ତଟିକୁ ସମର୍ଥନ କରୁଥିବେ ଏବଂ ପୁନର୍ବାର କେତେ ସମୟରେ ଶ୍ରମିକମାନଙ୍କର କ୍ରିୟାଶୀଳତାରେ ଅବଶ୍ୟ ତଥାପି ବାଧାମାନ ରହୁ ବୋଲି ନିଜର ଆପତ୍ତିଟିକୁ । ବେଳେ ବେଳେ ତ ସିଏ ହୁଏତ କୌଣସି ନିଷ୍ପତ୍ତି ମଧ୍ୟ କରୁନଥିବେ । ସିଏ ସତେଅବା କେବଳ କୌଣସି ବିଚାର କରିବେ ନାହିଁ ଏବଂ ଭାବୁଥିବେ : ନାଇଁ, ଏହି ପୃଥିବୀ ପ୍ରକୃତରେ ବଡ଼ ଜଟିଳ ହୋଇଗଲାଣି, ଚତୁର୍ଦ୍ଦିଗରେ କେବଳ ସ୍ଵାର୍ଥପରତା ଏବଂ ଦ୍ଵନ୍ଦ୍ଵ ହିଁ ଭରି ରହିଛି । ଆଗେ ତ ସବୁ ବେଶ୍ ସ୍ପଷ୍ଟ ହୋଇ ରହିଥିଲା–ଏକ ସ୍ଵାର୍ଥତ୍ୟାଗର ଭାବନା ମଧ୍ୟ ପୂରି ରହିଥିଲା । ସେସବୁ ଏବେ ଆଉ କିଛିହେଲେ ନାହିଁ । ହଁ, ସିଏ ତା’ପରେ ଜଣେ କିଛି ନକରୁଥିବା କୁଣ୍ଠାଗ୍ରସ୍ତ ବ୍ୟକ୍ତିର ଭୂମିକାକୁ ବେଶ୍ ଖସି ଆସନ୍ତି; ସିଏ ଯେଉଁଠାରେ ଥାଆନ୍ତି, ସେହିଠାରେ ଜଣେ ଭାରସାମ୍ୟ ରକ୍ଷାକାରୀର ଭୂମିକାକୁ ଗ୍ରହଣ କରିନିଅନ୍ତି । ଭାରସାମ୍ୟ ରଖି ପାରୁଛନ୍ତି ବୋଲି ଖୁବ୍ ସମ୍ଭବ ଆପଣାକୁ ସାବାସ୍ ବୋଲି କହୁଥାନ୍ତି ।

 

ହଁ, ଯୁଦ୍ଧକ୍ଷେତ୍ରଟିର ସିନା ଊର୍ଦ୍ଧ୍ଵ ହୋଇ ରହିଥାନ୍ତି, ତଥାପି ସକଳ ପ୍ରତୀତିରେ ଏକ ଘୋର ବିଫଳତାର ଭାବନା ତାଙ୍କୁ ସେହି ନିଜଭିତରେ ହିଁ ସତେଅବା ଫୋଡ଼ି ପକାଉଥିବା ପରି ଅନୁଭବ ହେଉଥାଏ । ଭିତରେ କିଏ ଗୋଟିଏ ଦୁଃଖୀ ହୋଇ ରହିଥାଏ ଏବଂ ତାଙ୍କ ଆଦର୍ଶମାନେ ତାଙ୍କ ଉପରେ ସତେ ଯେପରି ଅତ୍ୟନ୍ତ ରୁଷ୍ଟହୋଇ ପଡ଼ିଥିବା ପରି ସେ ତୁଚ୍ଛା ଏହି ଯାବତୀୟ ସଂସାରିକତାଗୁଡ଼ିକ ଭିତରେ ଲିପ୍ତ ହୋଇ ରହିଛନ୍ତି ବୋଲି ଆପଣାର ସମକାଳୀନମାନଙ୍କୁ ଭର୍ତ୍ସନା ମଧ୍ୟ କରୁଥାନ୍ତି । ଏପରିକି ନିଜ ନେତାମାନଙ୍କୁ ବି ନିନ୍ଦା କରନ୍ତି : ହଁ, ଏକଦା ସେହିମାନଙ୍କର କଥାଗୁଡ଼ିକରେ ବିଶ୍ଵାସ କରି ସିଏ ସେମାନଙ୍କର ମାର୍ଗରେ ପଛେ ପଛେ ମଧ୍ୟ ଯାଉଥିଲେ ଏବଂ, ଯେଉଁମାନଙ୍କୁ ସିଏ ସମ୍ଭବତଃ ବର୍ତ୍ତମାନ ସଂପୂର୍ଣ୍ଣ ଅଯୋଗ୍ୟ ନେତାମାନଙ୍କ ମଧ୍ୟରେ ତଥାପି ସର୍ବୋତ୍ତମ ବୋଲି ମଧ୍ୟ ବିଚାର କରୁଥାନ୍ତି । ହଁ, ସମ୍ପ୍ରତି ତଥାପି ଚାଲିଥିବା ସଂଗ୍ରାମଟିରେ ସେହି ନେତାମାନେ ଗୋଟିଏ ଗୋଟିଏ ଆବଶ୍ୟକ କୌଶଳରୂପେ ଯେଉଁସବୁ ଶିଥିଳତା ଅବଲମ୍ବନ କରୁଥାଆନ୍ତି, ସେହିଗୁଡ଼ିକୁ ସିଏ ସକଳ ନୀତି ତଥା ସକଳ ଆଦର୍ଶ ଦୃଷ୍ଟିରୁ ଏକ ପରାଜୟର ସ୍ଵୀକାର ବୋଲି କହି ଆକ୍ରମଣ ମଧ୍ୟ କରନ୍ତି । ସେହି ନେତାମାନେ କ’ଣ ପାଇଁ ତାଙ୍କ କଥା ନଶୁଣିବେ ? ଏହି ଊର୍ଦ୍ଧ୍ଵରୁ ଥାଇ ସେ ଯେଉଁସବୁ କଥାକୁ ଦେଖି ପାରୁଛନ୍ତି, ନେତାମାନେ ମଧ୍ୟ କାହିଁକି ସେଗୁଡ଼ିକୁ ନଦେଖିବେ ? ସିଏ ଦୀର୍ଘଶ୍ଵାସ ପକାଇବାରେ ଲାଗିଥାନ୍ତି ।....

 

ମୁଁ ଯେଉଁ ବନ୍ଧୁଙ୍କୁ ଦୃଷ୍ଟିରେ ରଖି ଏହି କଥାମାନ କହୁଛି, ପ୍ରକୃତରେ ବହୁ ବାସ୍ତବତାକୁ ଏକତ୍ର କରି ତାଙ୍କର କଳ୍ପନା କରାଯାଇଛି । ମାତ୍ର, ସିଏ ତଥାପି ଆଦୌ କଳ୍ପନା ନୁହନ୍ତି । ସ୍ପଷ୍ଟତଃ ସିଏ ଚିନ୍ତା ଓ ଭାବନାର ଏପରି ଏକ ଚଳନ୍ତି ପ୍ରକାରର ପ୍ରତିନିଧିତ୍ୱ କରୁଛନ୍ତି, ଯାହାକି ସପ୍ତଦଶ ଶତାବ୍ଦୀରୁ ବିଂଶ ଶତାବ୍ଦୀର ଭିତରକୁ କାୟା ବିସ୍ତାର କରି ରହିଛି । ଏହି ପ୍ରବୃତ୍ତିଟିକୁ ହିଁ ତ ଆମେ ଆମର ଉଦାର ପରମ୍ପରାର ଏକ ଅବଧି ବୋଲି କହୁଛୁ ।

 

ଆଗରୁ ରହିଥିବା ସାମନ୍ତବାଦର ସ୍ଥାନଟିକୁ ଅଧିକାର କରି ଯେତେବେଳେ ପୁଞ୍ଜିବାଦ ଆସି ପହଞ୍ଚିଲା, ସେହି ପୁଞ୍ଜିବାଦର ଔଚିତ୍ୟକୁ ସମର୍ଥନ କରି ସେତେବେଳେ ଏହି ପରମ୍ପରାର ଆବିର୍ଭାବ ଘଟିଥିଲା । ବ୍ୟକ୍ତି ହାତରେ ରହିଥିବା ସମ୍ପତ୍ତିଟି ଉପରେ ଯେ ସେହି ବ୍ୟକ୍ତିର ହିଁ ଅଧିକାର ରହିବ, ଅତ୍ୟନ୍ତ ବିଶଦ ଭାବରେ ପ୍ରାୟ ଏକ ଗଣିତ କଷି ତାହାକୁ ଆଇନସଙ୍ଗତ ବୋଲି ଘୋଷଣା କରାଯାଇଥିଲା । ସେତିକିବେଳେ ଏବଂ ତାହାରିଦ୍ଵାରା ହିଁ ଶାସନର କ୍ଷେତ୍ରରେ ଏକ ଲୋକତାନ୍ତ୍ରିକ ପଦ୍ଧତିକୁ ଗ୍ରହଣ କରାଯିବ ଏବଂ ନାଗରିକ ହିସାବରେ ପ୍ରତ୍ୟେକ ବ୍ୟକ୍ତିଙ୍କର ନିର୍ଦ୍ଦିଷ୍ଟ ସ୍ଵାଧୀନତାମାନ ରହିବ ବୋଲି ମଧ୍ୟ ତଦନୁରୂପ ରାଜନୀତି-କ୍ଷେତ୍ରର ତତ୍ତ୍ଵଟି ମଧ୍ୟ କାର୍ଯ୍ୟକାରୀ ହୋଇଥିଲା । କହିବା ବାହୁଲ୍ୟ ଯେ, ଏହି ସବୁଗୁଡ଼ିକୁ ସାମନ୍ତବାଦୀ ମାଲିକମାନଙ୍କର ବିରୋଧରେ ଗୋଟିଏ ଗୋଟିଏ ଅସ୍ତ୍ରରୂପେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା ୧୬୮୮ ଖ୍ରୀଷ୍ଟାବ୍ଦ ପରେ ଶ୍ରୀ ଲକ୍ ଏହି ସିଦ୍ଧାନ୍ତଟି ସହିତ ଏକ ସାଧାରଣ ସହିଷ୍ଣୁଭାବର ତତ୍ତ୍ଵଟିକୁ ବି ଆଣି ମିଶାଇ ଦେଇଥିଲେ,–ସମାଜରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବ ତଥା ଅନ୍ୟମାନଙ୍କୁ ମଧ୍ୟ ବଞ୍ଚିବାକୁ ଦେଉଥିବ । କାରଣ, ବଣିକମାନେ ବେଶ୍ ଆବିଷ୍କାର କରିଥିଲେ ଯେ, ପୃଥିବୀଯାକ ସବୁଆଡ଼କୁ ଆପଣାର ବାଣିଜ୍ୟକୁ ପ୍ରସାରିତ କରିନେଇ ପାରିବାକୁ ହେଲେ ଏବଂ ଏହି ଇଉରୋପରେ ମଧ୍ୟ ତାହାକୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ଚାଲୁ ରଖିବାକୁ ହେଲେ, ସେମାନେ କଦାପି ଅନ୍ୟ ଜାତିମାନଙ୍କର ମତାମତ ବିଷୟରେ ଅତିମାତ୍ରାରେ ଅସହିଷ୍ଣୁତା ଦେଖାଇ ପାରିବେନାହିଁ । ଶ୍ରୀଯୁକ୍ତ ଯୋଶିଆ ଟକର୍ ଯେପରି ୧୭୫୦ ଖ୍ରୀଷ୍ଟାବ୍ଦରେ ମନ୍ତବ୍ୟଟିଏ ଦେଇଥିଲେ, ନିଜନିଜର ଧର୍ମଚାରଣାର କ୍ଷେତ୍ରରେ ସମସ୍ତଙ୍କର ସ୍ଵାଧୀନତା ରହିଥିଲେ ତାହା ପ୍ରକୃତରେ ଖୁବ୍ ଭଲ ହେବ,–ସିଏ ସଂପୂର୍ଣ୍ଣ ଭାବରେ ଏକ ବାଣିଜ୍ୟବେପାରର ଆବଶ୍ୟକତାଟିକୁ ନଜରରେ ରଖି ସେହି କଥାଟିକୁ କହିଥିଲେ ।

 

ସମ୍ପତ୍ତି ଉପରେ ବ୍ୟକ୍ତିଗତ ମାଲିକାନା, ରାଜନୀତି କ୍ଷେତ୍ରରେ ଲୋକମାନଙ୍କର ଶାସନ ଏବଂ ତା’ ସହିତ ଏକ ସହିଷ୍ଣୁତା,–ଉକ୍ତ ଉଦାରତାବାଦୀ ପରମ୍ପରାଟିରେ ଗୋଟିଏ ଗୋଟିଏ ମୁଖ୍ୟ ଉପାଦାନ ରୂପେ ସେହି ତିନୋଟିଯାକ ଅନ୍ତର୍ଭୁକ୍ତ ହୋଇ ରହିଛି । ଆମର ଏହି ଆଧୁନିକ କାଳଟିରେ ସମ୍ଭବତଃ ଏହି ଖାସ୍ ପରମ୍ପରାଟି ସବୁଠାରୁ ଅଧିକ ଶକ୍ତିଶାଳୀ ବୋଲି ପ୍ରମାଣିତ ମଧ୍ୟ ହୋଇଛି । ଏହି ପାଶ୍ଚାତ୍ୟ ଜଗତରେ ବାସ କରୁଥିବା ଆମଭିତରୁ ଅନେକେ ପ୍ରକୃତରେ ସେହି ପରମ୍ପରାଟିରେ ବଢ଼ିଛନ୍ତି ଏବଂ ଆମର ସର୍ବବିଧ ରାଜନୀତି-ସମ୍ପର୍କୀୟ ବିଚାରଟା ସତେ ଯେପରି କେତୋଟି ସ୍ଵୟଂସ୍ପଷ୍ଟ ସତ୍ୟର ଗୋଟିଏ ବ୍ୟବସ୍ଥାରୁ ହିଁ ସକଳ ସାକାରତା ଲାଭ କରି ପାରିଛି ।

 

ମାତ୍ର, ଏହି କଥାଟି ମଧ୍ୟ ସତ ଯେ, ଏହି ବିଗତ କୋଡ଼ିଏଟି ବର୍ଷର ଉଦାରତାବାଦରେ ରହିଥିବା ଉକ୍ତ ତିନୋଟିଯାକ ସତ୍ୟ ଏକ ସନ୍ତୋଷଦାୟକ ସହାବସ୍ଥାନ ରକ୍ଷା କରି ଆଦୌ ଅବିକ୍ଷୁବ୍ଧ ଭାବରେ ପ୍ରକୃତରେ ରହି ପାରିନାହାନ୍ତି । ଇଟାଲି ଏବଂ ଜର୍ମାନୀର ପୁଞ୍ଜିବାଦୀମାନେ ନିଜନିଜର ବ୍ୟକ୍ତିଗତ ସମ୍ପତ୍ତିକୁ ରକ୍ଷା କରିବାଲାଗି ଫାସିଷ୍ଟ୍‌ବାଦ ଭିତରେ ଆସି ପଶି ଯାଇଛନ୍ତି ଏବଂ ତଦ୍ଦ୍ଵାରା ଏକାନ୍ତ ସୁନିଶ୍ଚିତ ଭାବରେ ହିଁ ଉଦାରତାବାଦର ଅନ୍ୟ ଦୁଇଟିଯାକ ନୀତିକୁ ବର୍ଜନ କରିଛନ୍ତି । ସାଂପ୍ରତିକ ଇତିହାସ ଉପରେ ସେମାନଙ୍କର ଏତେଏତେ ପ୍ରଭାବ ପଡ଼ିଛି ଏବଂ, ସେଇଟିକୁ ଦେଖି ମନେ ହୋଇଛି ଯେ ତିନୋଟିଯାକ ମୂଳ ସତ୍ୟ ସତେଯେପରି ଆଉ କେବେହେଲେ ମଧ୍ୟ ପରସ୍ପର ମଧ୍ୟରେ କୌଣସି ସମନ୍ଵୟ ଓ ସହସ୍ଥିତିହିଁ ସମ୍ଭବ କରି ପାରିବେନାହିଁ । ସେଗୁଡ଼ିକ ମଧ୍ୟରେ ଆଦୌ କୌଣସି ସହସ୍ଥିତି ବସ୍ତୁତଃ ସମ୍ଭବ ହେବ କି ନାହିଁ, ଆଗ ଏହି କାଳଟିର ଘଟଣାଗୁଡ଼ିକ ଦ୍ଵାରା ସେଇଟି ପ୍ରତିଷ୍ଠିତ ହେବାକୁ ତଥାପି ବାକୀ ରହିଛି ।

 

ମୁଁ ଜଣେ ଭବିଷ୍ୟଦ୍ରଷ୍ଟା ନୁହେଁ ଯେ ଏହିସବୁ ଘଟଣାଚୟରୁ ତାତ୍କାଳିକ ଭାବରେ କେଉଁ ସମସ୍ୟାଟି ଆବିର୍ଭୂତ ହେବ, ସେକଥା ରୋକଠୋକ୍ କହିଦେଇ ପାରିବି । ଅବଶ୍ୟ, ଏତିକିମାତ୍ର କହିପାରିବା ତଥାପି ନିରାପଦ ମନେ ହେଉଛି ଯେ, ସମ୍ପତ୍ତିରେ କ୍ଷେତ୍ରରେ ବ୍ୟକ୍ତିଗତ ମାଲିକାନାର ଏହି ସାଂପ୍ରତିକ ପଦ୍ଧତିଟି ଯଦି ସମ୍ପୃକ୍ତ ଦେଶମାନଙ୍କରେ ଜୀବନନିର୍ବାହର ମାନଗୁଡ଼ିକରେ ଉନ୍ନତି ଲକ୍ଷ୍ୟ କରି ପାରିଲାଭଳି ବେଶ୍ ଅନୁକୂଳ ଲକ୍ଷଣମାନ ପ୍ରକୃତରେ ଦର୍ଶାଇ ପାରିବ, ଏବଂ ତେଣେ ପୃଥିବୀଯାକର ଉପନିବେଶମାନଙ୍କର ଅଧିବାସୀମାନେ ଅଧିକ ସ୍ଵାଧୀନତା ମଧ୍ୟ ପାଇବେ, ତେବେ ହୁଏତ ସେହି ମୂଳ ତିନୋଟି ତତ୍ତ୍ଵର କ୍ଷେତ୍ରରେ ଏକ ସମନ୍ଵୟ ପ୍ରକୃତରେ ଘଟିବ । କିନ୍ତୁ, ବ୍ୟକ୍ତିଗତ ସମ୍ପତ୍ତିର ଅଧିକାରୀ ହୋଇ ରହିବାର ସେହି ନୀତିଟି ଯଦି ଆପଣାର ସୁରକ୍ଷାଟିକୁ ବଜାୟ ରଖିବାକୁ ଯାଇ ଲୋକସାଧାରଣଙ୍କର ଜୀବନଧାରଣ-ମାନରେ ପ୍ରକୃତରେ ଅବନତି ଘଟାଇବ ଏବଂ ଉପନିବେଶର ଲୋକମାନଙ୍କୁ ନିଜର ଦାସତ୍ଵ ମଧ୍ୟରେ ପକାଇ ରଖିଥିବ, ତେବେ ନୀତିଗୁଡ଼ିକର କ୍ଷେତ୍ରରେ କୌଣସି ସହସ୍ଥିତି ଆଦୌ ସମ୍ଭବ ହେବନାହିଁ । ଏହି ଯାବତୀୟ ବିକଳ୍ପକୁ ସମ୍ମୁଖରେ ରଖି ଉଦାରତାବାଦୀମାନଙ୍କର କର୍ତ୍ତବ୍ୟ ହେବ ଯେ, ସେମାନେ ଆପଣାର ସେହି ଉଦାରତାବାଦକୁ ଏକ ଅଧିକ ଉଚ୍ଚ ଭୂମିରେ ନେଇ ପ୍ରତିଷ୍ଠିତ କରିବେ ଅଥବା ତାହାକୁ ଏପରି ଗୋଟିଏ ଅନ୍ୟ ପ୍ରକାରେ ରୂପାନ୍ତରିତ କରିଦେବେ ଯାହାଫଳରେ କି ତାହା ଏକ ଅଧିକ ପରିମାଣରେ ସାମାଜିକ ଅଗ୍ରଗତିର ପ୍ରତିନିଧିତ୍ଵ କରି ପାରୁଥିବ ।

 

ଯାହାକିଛି ଯେପରି ହେଉ ପଛକେ, ଏହି କଥାଟି ଅତ୍ୟନ୍ତ ସ୍ପଷ୍ଟ ଯେ, ଆଉ ମନୁଷ୍ୟମାନେ କେବେହେଲେ କୌଣସି ପରିସ୍ଥିତିରେ ମଧ୍ୟ ସାମାଜିକ କ୍ରିୟାଶୀଳତାରୁ ନିଜକୁ ପ୍ରତ୍ୟାହୃତ କରି ରଖି ପାରିବେନାହିଁ କିମ୍ବା ଏହିପରି ଅନିର୍ଦ୍ଦିଷ୍ଟ କାଳଯାଏ ତାହାକୁ ଆଉ ଗଡ଼ାଇ ଦେଇ ପାରିବେନାହିଁ । ଆମର ଏହି ପୃଥିବୀଟି ବିଷୟରେ ଅବଶ୍ୟ କିଛି ଜ୍ଞାନ ଅର୍ଜନ କରିବାର ସାମାନ୍ୟ କ୍ଷେତ୍ରଟିରେ ମଧ୍ୟ ଏହି କଥାଟି ନିଃସନ୍ଦେହ ଭାବରେ ସତ୍ୟ ଯେ, ଯେଉଁଠାରେ ଏକ ନିଷ୍ପତ୍ତି ବୋଲି ମୋଟେ କିଛି ନଥିବ, ସେଠାରେ ଆଉ ସବୁକିଛି ମଧ୍ୟ କୁହୁଡ଼ିରେ ଆଚ୍ଛନ୍ନ ହୋଇ ଅବଶ୍ୟ ରହିବ ଏବଂ ତଦ୍ଦ୍ଵାରା କୌଣସି କାର୍ଯ୍ୟ ସାଧିତ ହେବନାହିଁ । ହଁ, ଧୈର୍ଯ୍ୟଶୀଳତା, ସହନଶୀଳତା, ନିରପେକ୍ଷତା ତଥା ସେହି ଜାତିର ଆଉ ସବୁକିଛି ବଢ଼ିଆରୁ ବଢ଼ିଆ କଥାମାନ,–ଏକ ନିଷ୍ପତ୍ତି ଗ୍ରହଣ କରିବାରେ ଏଗୁଡ଼ିକ ବସ୍ତୁତଃ ସହାୟକ ପରି କାର୍ଯ୍ୟ ସିନା କରିବେ, ସେମାନେ କେବେହେଲେ ପ୍ରତିବନ୍ଧକ ହେବେନାହିଁ । ଏବଂ, ଯେଉଁ ଅସଲ ଲକ୍ଷ୍ୟମାନଙ୍କୁ ହାସଲ କରିବା ନିମନ୍ତେ ସେଗୁଡ଼ିକର ପ୍ରୟୋଜନ ହୋଇଥିଲା, ସେହି ଲକ୍ଷ୍ୟଗୁଡ଼ିକରୁ ହୁଡ଼ିଯିବା ପାଇଁ ଆମେ ସେଗୁଡ଼ିକୁ କେବେହେଲେ ପ୍ରୟୋଜନର ଅତିରିକ୍ତ ଭାବରେ ଯାବୁଡ଼ି ଧରିବାନାହିଁଟି !

☆☆☆

 

Unknown

ତୁମ ଭାବନା ଅନୁସାରେ ତୁମେ

 

ସେଗୁଡ଼ିକ ଦ୍ରୂତ ବେଗରେ ଅତିକ୍ରମ କରି ଚାଲି ଯାଉଥାନ୍ତି,–ସେହି ମେଞ୍ଚା ମେଞ୍ଚା ନୀଳ ଏବଂ ଲାଲଗୁଡ଼ିକ । ଧଳା ରଙ୍ଗର ଏକ ଓଲଟ ତ୍ରିଭୁଜ, ତା’ ମଝିରେ ଓସାରିଆ ନୀଳ ଗାରଟିଏ ପଡ଼ି ତାକୁ ଦୁଇଭାଗ କରି ରଖିଛି । ଏକ ଗମ୍ବୁଜ ଆକାରର ଲୋହିତ ଅରାଏ, ଯେଉଁଥିରୁ କି କିଛି ପୀତବର୍ଣ୍ଣ ଫିଡ଼ିକି ବାହାରି ଯାଉଛି, ତଳଭାଗଟା ସଂପୂର୍ଣ୍ଣ ଟାଣ ହୋଇ ରହିଛି । ଗୁଡ଼ିଏ ଧ୍ୱନି ସେହି ଖଣ୍ଡମାନଙ୍କୁ ବିକୀର୍ଣ୍ଣ କରିଦେବାରେ ଲାଗିଛି । ସତେଅବା ଏକ ଘୂର୍ଣ୍ଣିର ଧାରଣା ସୃଷ୍ଟି କରି ଛିଟା ଛିଟା ଧୂସରରଙ୍ଗ ଏକ ନୀରବ ସ୍ପନ୍ଦନମୟତା ସହିତ ଆପଣାକୁ ଯୁକ୍ତ କରି ରଖିଛି । ହଁ, କଳାରଙ୍ଗର ଚତୁର୍ଭୁଜଟି ଗୋଟିଏ ଲାଲରଙ୍ଗର ବୃତ୍ତଟି ପାଖରେ ଧମ୍ବି ରହିଗଲା ବେଳକୁ ନାନାଭଳି ଚିଁ ଚିଁ ଶବ୍ଦ ହେବାପରି ଶୁଭୁଛି । ଏହି ଧ୍ୱନି ତଥା ଖଣ୍ଡ ଖଣ୍ଡଭଳି ଦେଖାଯାଉଥିବା ଚିହ୍ନଗୁଡ଼ିକ ମଧ୍ୟକୁ ଏକ ମଧୁର ଏବଂ ତୀକ୍ଷ୍‌ଣ ସ୍ଵାଦମୟ ଆବେଦନ ବି ପ୍ରବିଷ୍ଟ ହୋଇ ଆସୁଛି । ହଁ, ଛୁଇଁ ହେଉଥିବା ସେହି କଠୋର ବସ୍ତୁ-ଅନୁଭବଟି ବେଶ୍‍ ସୁଖକର ମନେ ହେଉଛି, ଏକ ଅବିଚ୍ଛିନ୍ନ ବିଜୟଲାଭକାରୀ ପ୍ରୟାସର ଅନ୍ତରଙ୍ଗ ବୋଧକୁ ସମ୍ଭବ କରି ଆଣୁଛି ।

 

ଅପରାହ୍ନ ସମୟରେ କୌଣସି ପଦବ୍ରଜର ଆନନ୍ଦ ଲାଭ କରିବାକୁ ବାହାରିଥିବା ଜଣେ ଶୁଦ୍ଧ ଅହଂବାଦୀର ଆଖିକୁ ପୃଥିବୀର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଅଂଶ ହୁଏତ ଅନେକ ପରିମାଣରେ ଏହିପରି ଦେଖା ଯାଉଥିବ । ହଁ, ସେ ଗୋଟିଏ ସହରର କୌଣସି ରାସ୍ତା ଧରି ଚାଲିଯାଉଛି ଏବଂ ଏହିପରି ଯାଉଥିବା ସମୟରେ ତା’ର ଦୃଷ୍ଟି ଅନ୍ୟ ମନୁଷ୍ୟମାନଙ୍କ ଉପରେ ମଧ୍ୟ ପଡ଼ି ପାରୁଛି, ସିଏ ଏହିପରି ଚାଲି ଯାଉଯାଉ ଦେଖିବ ଯେ, ଜଣେ ବ୍ୟକ୍ତି,–ସିଏ ଧଳାରଙ୍ଗର ଗୋଟିଏ କମିଜ ପିନ୍ଧିଛି, ନୀଳରଙ୍ଗର ଗୋଟିଏ ଟାଇ ବି ବାନ୍ଧିଛି । ପୁଣି ଏପରି ଜଣେ ମହିଳାଙ୍କୁ ମଧ୍ୟ ଦେଖୁଛି, ଯିଏକି ଲୋହିତ ରଙ୍ଗର ଏକ ଟୋପି ଉପରେ ଚଢ଼େଇପର ନେଇ ଲଗାଇଛନ୍ତି । ପିଚୁକରା ରାସ୍ତା ଉପରେ ଚାଲି ଯାଉଥିବା ମୋଟରଗାଡ଼ିର ଚକାମାନ ଘରଘର ଶବ୍ଦ କରୁଛନ୍ତି । ଲାଲବତୀ ଆଗରେ ଅଟକି ଛିଡ଼ା ହୋଇଥିବା ଗୋଟିଏ ଟ୍ରକର ବ୍ରେକ୍ ଚିପିଦେବା ବେଳକୁ ଅନୁରୂପ ଶବ୍ଦଟିଏ ମଧ୍ୟ ବେଶ୍ ଶୁଣିହେଉଛି । ହଁ, ସିଏ ପାଟି ଭିତରେ କ’ଣ ଗୋଟିଏ ବସ୍ତୁକୁ ନେଇ ଜାକିଛି ଓ ତେଣୁ ଏକ ମଧୁର ସ୍ଵାଦ ମଧ୍ୟ ଉପଭୋଗ କରିହେଉଛି । ପାଟି ଭିତରଟା ଚାଲିଥିବା ହେତୁ ତାକୁ ପ୍ରାୟ ସ୍ଥାୟୀ ଭାବରେ କ’ଣ ଗୋଟିଏ କର୍ମସିଦ୍ଧିର ବୋଧ ମଧ୍ୟ ମିଳିଯାଉଛି ।

 

କିନ୍ତୁ କେହି ଅବଶ୍ୟ ଭାବିବେ, କେଡ଼େ ମାମୁଲି କଥାଗୁଡ଼ିକୁ କେତେ କୁଶଳତା ଦେଇ ଏକ ନିଖୁଣ ବର୍ଣ୍ଣନାରୂପେ ସେଠାରେ ପ୍ରକାଶ କରା ନଯାଇଛି । ହଁ, ମୁଁ ମଧ୍ୟ ଏଇଟିକୁ ବେଶ୍ ବିଚିତ୍ର ବୋଲି ସ୍ଵୀକାର କରୁଛି । ମାତ୍ର, ଏଇଟି ମୋଟେ ମୋ’ ନିଜର ଶୈଳୀ ନୁହେଁ, କାରଣ ମୁଁ ତ ପ୍ରକୃତରେ ଏପରି ଭାଷାକୁ ବ୍ୟବହାର କରୁଛି, ଯେଉଁଟିକୁ କି ବେଶ୍ ଏକ ଫେଶନ ପରି ଆମ ଏକାଳର ଦର୍ଶନଶାସ୍ତ୍ର ବ୍ୟବହାର କରୁଛି । ‘ବସ୍ତୁ’ ବୋଲି ନକହି ‘ଅରା ଅରା ରଙ୍ଗ’ ବୋଲି କହିବା,–ଏବେ ତ ସେଇଟି ହିଁ ଏକ ଶୈଳୀରେ ପରିଣତ ହୋଇ ଯାଇଛି । ଏବଂ, ତାହାର କାରଣ ହେଉଛି ଯେ, ପ୍ରଥମଟି ଅପେକ୍ଷା ଦ୍ଵିତୀୟଟି ପ୍ରକୃତରେ ଆମକୁ ସ୍ପଷ୍ଟତଃ ଅପେକ୍ଷାକୃତ ଅଳପ ଗୋଟିଏ କ୍ଷେତ୍ରର ଅନୁମାନଟିଏ ଆଣି ଦେଉଛି ଏବଂ ତେଣୁ ଆମକୁ କାର୍ଯ୍ୟତଃ ଅପେକ୍ଷାକୃତ ଅଳପ ପ୍ରଶ୍ନର ସମ୍ମୁଖୀନ କରାଉଛି । ଏହି ମାର୍ଗଟି ପ୍ରକୃତରେ ଆମକୁ ନିତାନ୍ତ ଗୁଡ଼ାଏ ପ୍ରାୟ କୌଣସି ସୀମା ନଥିବା ଚିନ୍ତାକ୍ଷେତ୍ରକୁ ଯଥାସମ୍ଭବ ଏଡ଼ି ରହିବା ବିଷୟରେ ସତର୍କ କରିଦେଉଛି । ତେଣୁ, ଯେଉଁ ଦର୍ଶନ–ବ୍ୟାଖ୍ୟାକାରୀ ଯେତିକି ଆବଶ୍ୟକ, କେବଳ ସେତିକି ଭିତରେ ରହିବା ଏବଂ କେବଳ ଆପଣାର ପ୍ରତ୍ୟକ୍ଷଭାବେ ଜାଣିବାଟି ଉପରେ ନିର୍ଭର କରିବ, ସିଏ ଏହି କଥାଟିକୁ ଜାଣିଛି ( କିମ୍ବା ଜାଣିଛି ବୋଲି ବିଚାରୁଛି) ଯେ, ତା’ର ଚେତନା ମଧ୍ୟରେ ପ୍ରକୃତରେ ଲାଲ୍‍ ରଙ୍ଗର ଅରାଏ ସ୍ଥାନ ରହିଛି । ଅବଶ୍ୟ ଏକଥା ମଧ୍ୟ ସତ ଯେ, ସେହି ଅରାଟିକୁ ଜାଗ୍ରତ ଏବଂ ସଚଳ କରି ଆଣିବା ଭଳି ସେଠାରେ କୌଣସି ବସ୍ତୁ ରହିଛି କି ନାହିଁ, ସିଏ ସେଇଟି ବିଷୟରେ ଆଦୌ ନିଶ୍ଚୟ ହୋଇ ପାରିବନାହିଁ । ଏବଂ, ତେଣୁ ସିଏ ଅନୁଭବ କରୁଛି ଯେ, ଯେଉଁଟି ବିଷୟରେ ଜଣେ ବ୍ୟକ୍ତିକଦାପି ନିଶ୍ଚୟ ହୋଇ ନପାରିବ, ସେଇଟିକୁ ନେଇ କିଛି ଅନୁମାନ ନକରିବା ହୁଏତ ସର୍ବଦା ଅଧିକ ନିରାପଦ ହେବ ।

 

ଅହଂବାଦ’ ନାମକ ଏହି ଶବ୍ଦଟି ବାକୀ ଯାବତୀୟ ଶବ୍ଦର ତୁଳନାରେ ଆପଣାର ବ୍ୟୁତ୍ପତ୍ତିଗତ ଅର୍ଥଟି ବିଷୟରେ ପ୍ରକୃତରେ ସବୁଠାରୁ ଅଧିକ ବିଶ୍ଵସ୍ତ ରହି ଆସିଛି । ଆଦୌ ଏକ ଅସଚେତ ଆକସ୍ମିକ ପରିବର୍ତ୍ତନ ହେତୁ ନୁହେଁ, ଅଧିକାତର ଭାବରେ ସଂପୂର୍ଣ୍ଣ ଇଚ୍ଛାକୃତ ନିଷ୍ପତ୍ତିଦ୍ଵାରା ପରିଚାଳିତ ହୋଇ ଲାଟିନ୍ ଭାଷାର ଦୁଇଗୋଟି ଶବ୍ଦ ଦେଇ ତାହାର ଗଠନ ହୋଇଛି : ପ୍ରଥମଟିର ଅର୍ଥ ହେଉଛି, କେବଳ ଜଣେ ଆଉ କେହି ହିଁ ନାହାନ୍ତି’ ଏବଂ ଦ୍ଵିତୀୟଟି ‘ମୁଁ ନିଜେ ବୁଝାଉଛି । ଏହିପରି ଭାବରେ ଦୁଇଟିକୁ ଏକତ୍ର ମିଶାଇ ତିଆରି ହୋଇଥିବା ଶବ୍ଦଟିର କେଡ଼େ ଚମତ୍କାର ଶବ୍ଦଟିର କେଡ଼େ ଅର୍ଥଟି ହେଉଛି ଯେ, ପ୍ରତ୍ୟେକ ବ୍ୟକ୍ତି ସିଧା କେବଳ ଆପଣାର ଅସ୍ତିତ୍ଵ ବିଷୟରେ ହିଁ ସଜ୍ଞାନ ହୋଇ ପାରିବ । ହଁ, ସିଏ ତା’ର ନିଜର ଅବବୋଧ ଗୁଡ଼ିକ ବିଷୟରେ ସଜ୍ଞାନ ହେବ, ଯେଉଁଗୁଡ଼ିକ ତା’ ଚେତନାକୁ ପ୍ରକୃତରେ ଡରାଇ ରଖିଛନ୍ତି । ପୁନଶ୍ଚ, ଯଦି ସେପରି ମଧ୍ୟ ବିଶ୍ଵାସ କରାଯିବ ଯେ ସେହି ତାତ୍କାଳିତ ସଜ୍ଞାନତା ହେଉଛି ବସ୍ତୁତଃ ଗୋଟିଏ ମାତ୍ର ଗ୍ୟାରେଣ୍ଟି, ଯାହାକି ଜଗତ ବିଷୟରେ ଆମର ଜ୍ଞାନକୁ ଆଦୌ କୌଣସି ପ୍ରମାଣିକତା ମଧ୍ୟ ଯୋଗାଇ ଦେବ, ତେବେ ସେଥିରୁ ଏହି ସିଦ୍ଧାନ୍ତଟିଏ ବାହାରିବ ଯେ, ଆମେ କେବଳ ନିଜର ଅସ୍ତିତ୍ଵ ବିଷୟରେ ଏବଂ ନିଜର ଅବବୋଧଗୁଡ଼ିକ ବିଷୟରେ ହିଁ ସୁନିଶ୍ଚତ ରହିପାରିବା ।

 

ହଁ, ଏହି ସନ୍ଦେହ ଏବଂ ଅସ୍ଵୀକାର ଏହି ଉଭୟଙ୍କ ମଧ୍ୟରେ ବସ୍ତୁତଃ କେବଳ ପାହୁଣ୍ଡେମାତ୍ର ବ୍ୟବଧାନ ରହିଥାଏ,–ଏବଂ ସହଜରେ ହିଁ ଏଇଟିକୁ ସେଇଟିକୁ ଚାଲି ଯାଇହୁଏ । ଅର୍ଥାତ୍, ମୁଁ ଯଦି କେବଳ ମୋ’ ନିଜର ଅସ୍ତିତ୍ଵ ଏବଂ ନିଜ ଅବବୋଧଗୁଡ଼ିକ ଅସ୍ତିତ୍ଵ ବ୍ୟତୀତ ଆଉ କିଛିହେଲେ ବି ଜାଣି ପାରିବିନାହିଁ, ଏବଂ ମୁଁ, ଯଦି ଅନ୍ୟ କୌଣସି ବସ୍ତୁ ବା ବ୍ୟକ୍ତି ବିଷୟରେ ନ୍ୟାୟତଃ କିଛି ନଜାଣି ପାରିବି, ତେବେ ସେଗୁଡ଼ିକର ଅସ୍ତିତ୍ଵ ବିଷୟରେ କୌଣସି ଅନୁମାନ କରିବାର ପ୍ରୟୋଜନ ମଧ୍ୟ ଆଉ ମୋ’ ପାଇଁ କାହିଁକି କ’ଣ ରହିବ ? ମୁଁ ବସ୍ତୁତଃ ଯେଉଁଟିକୁ କଦାପି ଜାଣି ନପାରିବି, ସେଗୁଡ଼ିକୁ ସମ୍ପର୍କରେ କିଛି ଅନୁମାନ କରିବାକୁ ମଧ୍ୟ ମୋ'ର କେଉଁ ଲାଭ ହେବ ? ମୋ’ ଭିତରେ ଏହିପରି ପ୍ରତ୍ୟୟଟିଏ ବୃଦ୍ଧି ପାଇବାରେ ଲାଗିଥିବା ଯେ ଖୁବ୍ ସମ୍ଭବ ଏହି ପୃଥିବୀରେ ଏହି ସଚେତନା ‘ମୁଁ'ଟା ବ୍ୟତୀତ ଆଉ ଆଦୌ କିଛି ହିଁ ନାହିଁ । କାଳକ୍ରମେ ‘ଖୁବ୍‌ ସମ୍ଭବ’ ବୋଲି କହିବାର ମଧ୍ୟ ପ୍ରୟୋଜନ ନଥିବ । ମୁଁ କେବଳ ଏକମାତ୍ର ହିଁ ରହିଛି, ଏହିପରି ଗୋଟିଏ ଉତ୍ସାହପୂର୍ଣ୍ଣ ବିଶ୍ଵାସ ଫଳରେ ମୋ’ର ସେହି ସତର୍କ ରହିବାକୁ ମନ କରୁଥିବା ବିଶ୍ଵାସଟି ମଧ୍ୟ ଅନ୍ତର୍ହିତ ହୋଇଯିବ । ଏହି ତାରାମାନେ, ସୂର୍ଯ୍ୟ ଓ ଗ୍ରହଗୁଡ଼ିକ ସତେଅବା କ୍ରମେ ଅଧିକରୁ ଅଧିକ ସଙ୍କୁଚିତ ହୋଇଆସି କୌଣସି ଏକ କ୍ଷୁଦ୍ର କୋଠରୀର କେତେଗୋଟି ଆସବାବରେ ପରିଣତ ହେବେ । ହିଁ, ସେହି କୋଠରୀଟି ହେଉଛି କେବଳ ମୋ’ ନିଜର ଏହି ଚେତନା ଏବଂ, ଏହି ଯାବତୀୟ ସର୍ବବିଧ ବିସ୍ମୟ ମଧ୍ୟରେ ମୁଁ ଅବଶ୍ୟ ବସିଥିବି–ଏକାକୀ ଧୈର୍ଯ୍ୟଶୀଳ ଭାବରେ ବସି ମୋ’ ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ସବୁକିଛିକୁ ପ୍ରତ୍ୟକ୍ଷ କରୁଥିବି, ସକଳ ସତ୍ତାର ସେହି ଗୋଟିଏ ମାତ୍ର ଆଦର୍ଶ ନମୁନା ହୋଇ ରହିଥିବି, ସେହି ଏକମାତ୍ର ଶାଶ୍ଵତ ତଥା ବିନାଶହୀନ 'ଆତ୍ମସତ୍ତା' ହୋଇ ବିଦ୍ୟମାନ୍ ଥିବି ।

 

ଏହିପରି ଏକାନ୍ତବାସୀ ହୋଇ ରହି ସେତେବେଳେ ସେହି; ଆତ୍ମସତ୍ତା’ ପ୍ରକୃତରେ କ’ଣସବୁ କରେ ? ହଁ ଚିନ୍ତା କରୁଥାଏ, ଅନୁଭବ କରୁଥାଏ, ଅଭିଳାଷମାନ କରେ, କେତେ କେତେ ବିଚାରକୁ ନିଜମଧ୍ୟକୁ ସମ୍ଭାରି ଆଣିବାରେ ଲାଗିଥାଏ । ଏକ ଶୁଦ୍ଧ ସଜ୍ଞାନତାର ସ୍ଵଚ୍ଛତା ଭିତରେ କଦାପି କ୍ଳାନ୍ତ ଅନୁଭବ କରୁନଥିବା ଜଣେ ବୀର ପରି ବିରାଜିତ ରହିଥାଏ । ଅଗଣନ କେତେ କେତେ ଶବ୍ଦର ଏକ ବସ୍ତ୍ରକୁ ବୁଣିବାରେ ଲାଗିଥାଏ । ହଁ ତାକୁ କ’ଣ ଆହାର ଗ୍ରହଣ କରିବାକୁ ହୁଏ ଏବଂ ଆହାରଦ୍ଵାରା ଗୋଟିଏ ଶରୀରର ପୋଷଣ କରିବାକୁ ବି ହୁଏ ? ହଁ, ହୁଏ; ମୋ'ର ଚେତନାଟି ଯେଉଁଯାଏ ସେଗୁଡ଼ିକୁ ଆଣି ବାଢ଼ି ଦେଉଥାଏ, ସେଇଯାଏ । ଏହି ଯେଉଁ ଚେୟାରଗୁଡ଼ିକ, ସେଗୁଡ଼ିକୁ ଉପେରେ ବସିବାକୁ ହେବ କି,–ଏବଂ ମନୁଷ୍ୟମାନଙ୍କ ସହିତ କଥା କହିବାକୁ ହେବ କି ? ହଁ, ହେବ’ ଯେଉଁଯାଏ ମୋ’ ଭିତରେ ‘ଅବବୋଧଗୁଡ଼ିକର ବିଡ଼ାମାନେ’ ରହିଥିବେ, ଯେଉଁମାନେ କି ସେହିସବୁ ନାମଗୁଡ଼ିକର ସମକ୍ଷରେ କୌଣସି ଅନୁସ୍ପନ୍ଦନ ବ୍ୟକ୍ତ କରି ପାରୁଥିବେ । ପୁନଶ୍ଚ, କେତେକ ବସ୍ତୁକୁ ଭଲ ଓ ଆଉ କେତେକେ ବସ୍ତୁକୁ ମନ୍ଦ ବୋଲି କୁହାଯାଇ ପାରିବ କି ? ହିଁ, ଅବଶ୍ୟ ପାରିବ, ଯେଉଁଯାଏ ସେମାନେ ମୋ' ଅନୁଭୂତି ଏବଂ ଅଭିଲାଷମାନଙ୍କ ପାଇଁ ଠିକ୍, ଲାଗୁଥିବେ କିମ୍ବା ସେଗୁଡ଼ିକର ବିରୋଧ କରୁଥିବେ । ହଁ, ବସ୍ତୁଗୁଡ଼ିକ ପ୍ରକୃତରେ ଅଛନ୍ତି, କାରଣ ସେଗୁଡ଼ିକୁ ବିଷୟରେ ମୁଁ ଭାବି ପାରୁଛି । ହଁ, ସେହି ଭାବିବାଦ୍ଵାରା ହିଁ ତ ସବୁ ଏହିପରି ହୋଇ ରହିଛି ।

 

ମାତ୍ର, ଏକଥା ଖୁବ୍ ସତ୍ୟ ଯେ, ଅଧିକସଂଖ୍ୟକ ମନୁଷ୍ୟ କଦାପି ନିଜକୁ ଜଣେ ଜଣେ ଏହିଭଳି ଅହଂବାଦୀ ବୋଲି ସ୍ଵୀକାର କରିବାକୁ ଇଚ୍ଛୁକ ହେବେନାହିଁ । କାରଣ, ସେମାନେ ଯେତେବେଳେ ଯାହାକିଛି କରନ୍ତି, ସେଗୁଡ଼ିକ ସଂପୂର୍ଣ୍ଣ ଭାବରେ ଏକ ବିପରୀତ ସତ୍ୟାନୁମାନର ଭୂମି ଉପରେ ହିଁ ନିର୍ଦ୍ଧାରିତ ହୋଇଥାନ୍ତି । ସେମାନେ ଯେତେବେଳେ ସକାଳ ହେଲେ ଶଯ୍ୟାତ୍ୟାଗ କରନ୍ତି, ସେତେବେଳେ ସେମାନେ ଏପରି ଏକ ଶଯ୍ୟାରୁ ଉଠନ୍ତି, ଯେଉଁଟିକୁ କି ସେମାନେ ଆପଣାର ମନ ଭିତରେ କେବଳ କେତୋଟି ଅବବୋଧ ଠାରୁ ବହୁତ ଅଧିକ ବୋଲି ଅନୁଭବ କରିଥାନ୍ତି । ସେମାନେ ଦିନମାନ ଯେଉଁ ପୃଥିବୀରେ ବିଚରଣ କରନ୍ତି, ସେଇଟି ସେମାନଙ୍କ ବାହାରେ ସ୍ଵାଧୀନ ଭାବରେ ରହିଛି ବୋଲି ଖୁବ୍ ଭଲ କରି ଜାଣନ୍ତି । ଏବଂ, ନିଦ୍ରାରୂପକ ଚେତନା ସେହି ସ୍ଥଗିତ ଅବସ୍ଥାଟିରେ ସେହି ମନୁଷ୍ୟମାନେ ରାତ୍ରି ଆସିଲାଣି ଦେଖି ଲେଉଟି ବି ଆସନ୍ତି ଏବଂ ସେତେବେଳେ ସଂପୂର୍ଣ୍ଣ ଭାବରେ ଏହି ପ୍ରତ୍ୟହ ଦ୍ଵାରା ପରିଚାଳିତ ହେଉଥାନ୍ତି ଯେ, ସେମାନଙ୍କ ଲାଗି ଅଜ୍ଞାତ ହୋଇ ରହିଥିଲେ ମଧ୍ୟ ଜଡ଼ ବିଶ୍ଵଟି ତଥାପି ଆପଣାର କୌଣସି ଅସ୍ତିତ୍ଵକୁ ହରାଇ ଦେଇ ନଥାଏ ।

 

ଏହିପରି ଭାବରେ ସଂସାରରେ ଆତଯାତ ହେଉଥିବା ସାଧାରଣ ମନୁଷ୍ୟଟିଏ,– ଦାର୍ଶନିକମାନେ ତାହାକୁ ସତେଅବା ଅମାପ ଶ୍ରଦ୍ଧା ସହିତ ସର୍ବବିଧ ଅଯୁକ୍ତି ଇତ୍ୟାଦି ଦ୍ଵାରା ସତେଅବା ଆଉ କ’ଣଟିଏ ପରି ଅନୁମାନ କରିବାରେ ଲଗିଥାନ୍ତି,–ସିଏ ସମଗ୍ରତଃ ଜଣେ ବାସ୍ତବବାଦୀ ରୂପେ ତା’ ନିଜର ପ୍ରକୃତ ଅନୁଭବମାନଙ୍କ ଦ୍ଵାରା ହିଁ ପରିଚାଳିତ ହେଉଥାଏ । ଏପରି କୌଣସି କଳ୍ପନା ମଧ୍ୟରେ ହୁଡ଼ି ଯିବା ସକାଶେ ସିଏ ଆଦୌ କେତେବେଳେ ହେଲେ ଚିନ୍ତା କରେ ନାହିଁ ଯେ ଏହି ‘ପୃଥିବୀରେ କେବଳ ତାହାରି ମଥାଭିତରେ ହିଁ ସବୁକିଛି ଅସ୍ତିତ୍ଵ ଅଛି, ଯେଉଁସବୁ ଜଟିଳ–ପାଣ୍ଡିତ୍ୟପୂର୍ଣ୍ଣ ଅମୂର୍ତ୍ତ ଅନୁମାନମାନ ଜଣେ ବିଶପ୍ ବର୍କ୍‌ଲେଙ୍କର ବ୍ୟାଖ୍ୟାକ୍ଷେତ୍ରରେ ଆକୃତିମାନ ଲାଭ କରିଥାଆନ୍ତି, ସେଗୁଡ଼ିକରେ ତା’ର ଆଦୌ କୌଣସି ଭାଗ ନଥାଏ । ହଁ, କେବଳ ଏହି ସତ ଜଟିଳତାମୁକ୍ତ ସମତଳ ଜଗତଟି–ଏଇଟି ମଧ୍ୟରେ ଅତ୍ୟନ୍ତ ଦୃଶ୍ୟମାନ ଭାବରେ ଏକ ଅନ୍ୟତ୍ଵ ହିଁ ପ୍ରତିଷ୍ଠିତ ହୋଇ ରହିଥାଏ ଏବଂ ସେହି ସବୁକିଛି କେତେ ବ୍ୟତିକ୍ରମହୀନ ଭାବରେ ତା’ଠାରୁ ବାହାରେ ହୋଇ ରହିଥାଏ । ଏବଂ ଅନ୍ୟ ପକ୍ଷରେ ଉକ୍ତ ସାଧାରଣ ମନୁଷ୍ୟଟି ଅଭାବନୀୟ ଭାବରେ ତା’ଠାରୁ ଆପଣାର ସେହି ସ୍ପଷ୍ଟ ପ୍ରଜ୍ଞାଟି ଦ୍ଵାରା ହିଁ ଆପଣାର ଜୀବନକୁ ବଞ୍ଚୁଥାଏ । ଶ୍ରୀ ବ୍ରର୍ଟାଣ୍ଡ ରସେଲ୍ ଥରେ ଯେପରି ଗୋଟିଏ ମନ୍ତବ୍ୟ ଦେଇଥିଲେ, ଯେତେବେଳ ଜଣେ ବ୍ୟକ୍ତି ତୁଚ୍ଛା ଦର୍ଶନର ସୂତ୍ରମାନ ବଖାଣିବାକୁ ମନ କରିବ, ସେତେବେଳେ ସିଏ ବର୍ତ୍ତମାନ ନ୍ୟାୟଶାସ୍ତ୍ରର ସୂତ୍ର ଅନୁସାରେ ପରିଚାଳିତ ହେବ କିମ୍ବା ଜଣେ ପ୍ରକୃତିସ୍ଥ ମଣିଷ ହୋଇ ରହିବ, ପ୍ରଥମରୁ ହିଁ ତାହାକୁ ପ୍ରକୃତରେ ସେହି ବିଷୟରେ ନିଷ୍ପତ୍ତିଟିଏ ଗ୍ରହଣ କରିବାକୁ ହେବ । ଦାର୍ଶନିକମାନେ ଅନେକ ସମୟରେ ନ୍ୟାୟଶାସ୍ତ୍ରର ପ୍ରୟୋଜନଗୁଡ଼ିକୁ ମାନନ୍ତି । ଜଣେ ସାଧାରଣ ମନୁଷ୍ୟ ଅଧିକାଂଶ କ୍ଷେତ୍ରରେ ସୁସ୍ଥ ଓ ପ୍ରକୃତିସ୍ଥ ଥାଏ ।

 

ଆମର ଅବବୋଧମାନଙ୍କ ଦ୍ଵାରା ଚାଳିତ ହୋଇ ଆମେ ସକଳ ବସ୍ତୁର କଳ୍ପନା କରୁଛୁ କି ? ସେହି ସନ୍ଦେହ ଭିତରେ ପଡ଼ି ରହିବା ବ୍ୟତୀତ ଅହଂବାଦରେ ଯାଇ ପହଞ୍ଚି ପାରିବା ସକାଶେ ଅନ୍ୟ କେତେ ମାର୍ଗ ମଧ୍ୟ ଅଛି । ଉଦାହରଣ ସ୍ୱରୂପ, ଏପରି ଭାବିବା ମଧ୍ୟ ବେଶ୍ ସମ୍ଭବ ଯେ, ଆମର ଚତୁଷ୍ପାର୍ଶ୍ଵରେ ରହିଥିବା ପ୍ରକୃତରେ ଏତେ ପରିମାଣରେ ଟାଣ ଏବଂ ଶକ୍ତ ବ୍ୟବସ୍ଥାଟିଏ ହୋଇ ପାରିନାହିଁ ଯେଉଁଥିରୁ କି ସର୍ବବିଧ ଭାବନା ତଥା କଳ୍ପନାର ମୁକ୍ତ କ୍ରିୟାଶୀଳତାକୁ ବହିଷ୍କୃତ କରି ରଖିହେବ । ଶ୍ରୀଯୁକ୍ତ ଲୁଇସ୍ ମମ୍‌ଫୋର୍ଡ଼୍ ଏଣୁ ଲେଖିଛନ୍ତି, ଅନେକ ସମୟରେ ଜଣେ ମନୁଷ୍ୟର କଳ୍ପନା ତାକୁ ଭୁଲ୍ ମଧ୍ୟରେ ପରିଚାଳିତ କରି ନେଇଛି, ଏବଂ ଆଲୋକ ନିମନ୍ତେ କରାଯାଉଥିବାର ତା’ର ପ୍ରୟାସମାନେ ତାକୁ ନେଇ ଅଧିକ ଗଭୀର ଅନ୍ଧକାର ମଧ୍ୟରେ ପକାଇ ଦେଇଛନ୍ତି । ପରିପୂର୍ଣ୍ଣତା ଅର୍ଜନ କରିବାର ତା’ର ପ୍ରବଳ ଇଚ୍ଛା କେତେ କେତେ ସମୟରେ ତାକୁ ଅମାନୁଷିକ ମଧ୍ୟ କରିଛି, ନୃଶଂସ କରାଇଛି ଏବଂ କେତେ କେତେ ଜୀବନକୁ ଅସ୍ଵୀକାର ମଧ୍ୟ କରିଛି । ବିଜ୍ଞାନଦ୍ଵାରା ପରିପ୍ରେରିତ ହୋଇ ବସ୍ତୁଗୁଡ଼ିକୁ ବସ୍ତୁଜ୍ଞାନରେ ଦେଖିବା ତୁଳନାରେ ନାନା ମିଥ୍ୟାକଳ୍ପନା ଓ ଧର୍ମ ପ୍ରଶ୍ରୟ ଦ୍ଵାରା ପରିଚାଳିତ ହୋଇ ସିଏ ଆଶ୍ରୟଗୁଡ଼ିକ ଉପରେ ବ୍ୟକ୍ତିଭାବର ଆରୋପ କରିବାକୁ ଅପେକ୍ଷାକୃତ ଅଧିକ ସହଜ ବୋଲି ଭାବିଛି । କିନ୍ତୁ, ଏହିସବୁ ଯାବତୀୟ ଚେଷ୍ଟା କରୁଥିବାର ଚୂଡ଼ାନ୍ତ ପରିଣାମଟି ସ୍ୱରୂପ ସିଏ ଆପଣାର ଏହି ସ୍ଥିତି ତଥା ଅନ୍ତିମ ନିୟତଟି ବିଷୟରେ ଏକ ଗଭୀରତର ଅନ୍ତର୍ଦୃଷ୍ଟି ସିନା ଲାଭ କରିଛି, ମାତ୍ର, ଏହି ଜୀବନକ୍ଷେତ୍ରରେ ଥିବା ତା’ର ବାସ୍ତବ ସକ୍ରିୟତାଗୁଡ଼ିକ ତାକୁ ସେଇଟିକୁ କେବେହେଲେ ପ୍ରଦାନ କରି ପାରିନଥାନ୍ତେ । କାରଣ, ଆପଣାର ଆଦର୍ଶଗତ ସର୍ଜନାଗୁଡ଼ିକର ହିଁ ସହାୟତା ଦ୍ଵାରା ମନୁଷ୍ୟ ତା’ ପଶୁକ୍ଷେତ୍ରୀୟ ନିୟତିଟିକୁ ଅଟକାଇ ରଖିପାରୁଛି । ମନୁଷ୍ୟର କଳ୍ପନା ଏବଂ ପରାହଂ ତାକୁ ନିଜ ସମାଜର ସଂକୀର୍ଣ୍ଣ ତାତ୍କାଳିତ ବାଡ଼ଗୁଡ଼ିକର ଊର୍ଦ୍ଧ୍ୱକୁ ଉଠିଯାଇ ପାରିବାରେ ସର୍ବଦା ସାହାଯ୍ୟ କରୁଛନ୍ତି ।*

 

* Lewis Mumford : The Condition of Man. Harcourt, Brace & Co. New York, 1944,p,II.

 

ଏହି ଉଦ୍ଧୃତିଟିରୁ ଆମେ ବେଶ୍ ଜାଣି ପାରୁଛୁ ଯେ, ମନୁଷ୍ୟର ଜୀବନରେ କଳ୍ପନାବୃତ୍ତି ଏବଂ ବିଜ୍ଞାନ ଗୋଟିଏ ଗୋଟିଏ ପରିପୂରକ ଭୂମିକା ଗ୍ରହଣ କରନ୍ତି ବୋଲି ଏଠାରେ ବିଚାର କରାଯାଇଛି । ହଁ, ବିଜ୍ଞାନ ଖୁବ୍ ଆୟାସର ସହିତ ନିଜ କାର୍ଯ୍ୟଟିକୁ କରିଥାଏ ଏବଂ କଳ୍ପନାବୃତ୍ତି ନିମନ୍ତେ ସବୁ ସହଜ ହୋଇ ରହିଥାଏ । କିନ୍ତୁ ଏହି ଦ୍ଵିତୀୟଟି ବେଳେ ବେଳେ ଧୋକାରେ ନେଇ ପକାଇ ଦେଉଥିଲେ ମଧ୍ୟ ସମଗ୍ରତଃ ଅଧିକ ଗଭୀର ହୋଇ ରହିଥାଏ । ଏକ ପ୍ରାଣୀ ହିସାବରେ ମନୁଷ୍ୟମାନଙ୍କର ନିୟତି ଯାହା ହୋଇଥାଉ ପଛକେ, ଆମେ ଯେ ତାହାର ସୀମାଟିକୁ ଅତିକ୍ରମ କରିଯାଉ, ସେଇଟି ପୃଥିବୀ ସମ୍ବନ୍ଧରେ ବିଜ୍ଞାନଦ୍ଵାରା ପ୍ରାପ୍ତ ହେଉଥିବା ଜ୍ଞାନର ବୃଦ୍ଧିଦ୍ଵାରା ପ୍ରକୃତରେ ସମ୍ଭବ ହୁଏନାହିଁ, ମାତ୍ର ଆମର ଆଦର୍ଶ ସର୍ଜନା ଓ ସଂରଚାନମାନଙ୍କ ଦ୍ୱାରା ହୁଏ, ଏପରି ଗୋଟିଏ କଳ୍ପନାୟତନର ଉପସ୍ଥାପନା ଦ୍ଵାରା ସମ୍ଭବ ହୁଏ, ଯାହାକି ଆମ ଇଚ୍ଛାଟିର ଅସଲ ଉପାଦାନଟିକୁ ବ୍ୟକ୍ତ କରି ଆଣିଥାଏ ।

 

ହଁ, ଆଦର୍ଶଚୟର ଗୋଟିଏ କଳ୍ପନାୟତନ ମଧ୍ୟରେ ବହୁ ଆଦର୍ଶ ଏପରି ଭାବରେ ଗୋଟିଏ ଆହୁରି ଅନେକଙ୍କ ସହିତ ଛନ୍ଦି ହୋଇ ରହିଥାନ୍ତି, ଯାହାକି ଏକ ନୂତନ ଯୁଗାବର୍ତ୍ତନ ବିଷୟରେ ଆମର ଭାବନାଟି କ୍ଷେତ୍ରରେ ଏକ ମୀମାଂସକ ରୂପେ କାର୍ଯ୍ୟ କରୁଥାଏ ଏବଂ, ସେହି କାରଣରୁ କେଉଁଟି ବସ୍ତୁତଃ ସବୁଠାରୁ ଅଧିକ କାମ୍ୟ, ସେହି ବିଷୟରେ ରହିଥିବା ବହୁସଖ୍ୟକଙ୍କର ମତକୁ ପ୍ରତିଫଳତି କରାଇ ଦେଉଥାଏ । ଶ୍ରୀଯୁକ୍ତ ମମ୍‌ଫୋଡ଼୍‌ଙ୍କର ତତ୍ତ୍ଵ ଏବଂ ତାହାର ପ୍ରୟୋଗ ଅନୁସାରେ କୌଣସି ଆଦର୍ଶଚୟର ସମଗ୍ର ଆୟତନଟିର ସେଇଟି ପ୍ରକୃତ ବସ୍ତୁସ୍ଥିତିଟି ସହିତ କେତେଦୂର ସଂଗତି ରକ୍ଷା କରି ପାରୁଛି, ତାହାରି ଅନୁସାରେ କେବେହେଲେ ଏକ ଅସଲ ପରଖ ହୋଇ ପାରିବନାହିଁ । ସେହି ଆଦର୍ଶଚୟର କଳ୍ପନାୟତନଟି ବରଂ କେତେ ପରିମାଣରେ ମନୁଷ୍ୟର ମୌଳିକ ଆବଶ୍ୟକତା ଗୁଡ଼ିକର ପ୍ରତିନିଧିତ୍ଵ କରୁଛି, ଅସଲ ପରୀକ୍ଷାଟି ସେହି ଅନୁସାରେ ଅବଶ୍ୟ ହେବ । ତେଣୁ, ଉପରଲିଖିତ କ୍ଷେତ୍ରଟିରେ ଭୌତିକ ଅଥବା ସାମାଜିକ ଯାବତୀୟ ସ୍ଥିତିକୁ ଏକ ବାସ୍ତବ ଅର୍ଥରେ ସମକ୍ଷରେ ରଖି ନୁହେଁ, ମାତ୍ର ମନୁଷ୍ୟର ଆଶୟଗତ ଜୀବନଟିର ସନ୍ଦର୍ଭରେ ରଖି ସେହି ପରଖଟି କରାଯାଉଛି । ହଁ, ସେହି ଆଶୟଗତ ଅସ୍ତିତ୍ଵଟିକୁ ଆମେ କୌଣସି କଳ୍ପନା ଅଥବା ସ୍ଵପ୍ନର ଏକ ପ୍ରେକ୍ଷା ଉପରେ ମଧ୍ୟ ପ୍ରତ୍ୟକ୍ଷ କରିପାରିବା ସିନା, ମାତ୍ର ବିଜ୍ଞାନ ତ ସକଳ କ୍ଷେତ୍ରରେ ଭାଷାଗତ ଏପରି ନାନା ଅଭିବ୍ୟକ୍ତି ସହିତ ଗ୍ରଥିତ ହୋଇ ରହିଥାଏ, ଯେଉଁଗୁଡ଼ିକ କି ଯଥାସମ୍ଭବ ଗାଣିତିକ ଧାରାରେ ମଧ୍ୟ ଅବଶ୍ୟ ଯଥାର୍ଥ ହୋଇଥିବ । ତେଣୁ, ସତେଅବା ଗୋଟିଏ ପ୍ରକାରର କାବ୍ୟିକ କଳ୍ପନାଦ୍ଵାରା ପ୍ରେରଣା ଲାଭ କରି ବିଜ୍ଞାନ ତୁଳନାରେ ଆଦର୍ଶ ପଟର କଳ୍ପାନାୟତନଟି ମନୁଷ୍ୟବାସ୍ତବରେ କ୍ଷେତ୍ରଟିରେ ହୁଏତ ଅଧିକ ଗଭୀର ପର୍ଯ୍ୟନ୍ତ ଯାଇ ପ୍ରବେଶ କରି ପାରିବ ।

 

ହଁ, ଏକ ସନ୍ଦେହ ମଧ୍ୟ କରାଯାଇ ପାରିବ ଯେ ତାହା, ଆହୁରି ଅଧିକ ଗଭୀରଯାଏ ମଧ୍ୟ ଯାଇ ପହଞ୍ଚିଯିବ । ଅବଶ୍ୟ ଯେତିକି ଭିତରକୁ ଯାଉଥିବ, ତା’ ଦେହରେ ସେତିକି ଅଧିକ କାଦୁଅ ବୋଳି ହୋଇ ଯାଉଥିବ ଏବଂ, ସାଧାରଣତଃ ପ୍ରତ୍ୟୟଗତ ଭାବନାର କ୍ଷେତ୍ରରେ ସେହି କାଦୁଅ ବୋଳି ହୋଇଯାଉ ଥିବାଟାକୁ ଆମେ ହୁଏତ ଭୁଲ୍‍ ଭାବରେ ଏକ ଗଭୀରତା ବୋଲି ମଧ୍ୟ ଗ୍ରହଣ କରି ନେଉଥିବା । ଏବଂ ସେହି ସକଳ କ୍ଷେତ୍ରରେ ଏପରି ହେବ ଯେ, ଆମର ଯାବତୀୟ ପ୍ରତ୍ୟୟ ପ୍ରକୃତରେ ନିତାନ୍ତ ଅହଂବାଦୀ ହୋଇ ଯାଉଥିବ । କାରଣ, ଆପଣାର ଯାବତୀୟ ସୁଯତ୍ନଶୀଳ ପ୍ରୟୋଗ–କୌଶଳଗୁଡ଼ିକ ସତ୍ତ୍ୱେ ବିଜ୍ଞାନ ଆମକୁ ବସ୍ତୁସତ୍ୟର କେବଳ ଏକ ଗୌଣସତ୍ୟ ହିଁ ପ୍ରଦାନ କରି ପାରୁଥିବ ଏବଂ ମୁଖ୍ୟ ଅସଲ ସତ୍ୟଟି ସଂପୂର୍ଣ୍ଣ ଭାବରେ ଆମର ହାତଛଡ଼ା ହୋଇ ଯାଇଥିବ । ଫଳରେ ମୂଳଭୂତ ସତ୍ୟଗୁଡ଼ିକ ସମ୍ବନ୍ଧରେ ଆମର ଅନ୍ତର୍ଦୃଷ୍ଟିଟି କେବଳ କେତୋଟି ଅଣବିଜ୍ଞାନ ଏବଂ ଅଣବୌଦ୍ଧିକତାର ପ୍ରକ୍ରିୟା ମଧ୍ୟରେ ଯାଇ ବାନ୍ଧି ହୋଇ ରହିଥିବ । ଆମେ ପ୍ରତ୍ୟେକେ ହିଁ ସେତେବେଳେ ଆପଣାର ସେହି ସାନ ସାନ କୋଠରୀମାନଙ୍କୁ ଫେରିଯାଇ ସେଇଠି ବାନ୍ଧିହୋଇ ଯାଇଥିବା,–ଆମ ଆଶୟସତ୍ତାଟିର ଦୁର୍ଗ ଭିତରେ ଯାଇ ରହିଥିବା, ଯେଉଁଠାରେ କି ଥାନଟି ପରିଷ୍କାର ଅଛି କି ନାହିଁ ଚଟାଣଟି ଓଳିଆ ହୋଇଛି କି ନାହିଁ, ଆସବାବମାନଙ୍କ ଉପରୁ ଧୂଳିଗୁଡ଼ିକୁ ଝାଡ଼ିଦିଆ ହୋଇଛି ତ, ଏହିପରି କେତେଟା ଶୃଙ୍ଖଳା ରକ୍ଷା କରୁଥିବା ମାମୁଲି କଥାକୁ ପ୍ରାଧାନ୍ୟ ଦେଇ ଯାହାକିଛି ପ୍ରଶ୍ନ ଆମକୁ ତତ୍ପର କରି ରଖିଥିବେ । ଠିକ୍ ନିଜର କପଡ଼ାଗୁଡ଼ିକୁ ପରିଧାନ କଲାପରି ଆମେ ସେତେବେଳେ ଆମର ପ୍ରଶ୍ନଗୁଡ଼ିକୁ ମଧ୍ୟ ପରିଧାନ କରିଥିବା,–ଠିକ୍ ଦିଶିବ ଅଥବା ଆକର୍ଷକ ଦେଖାଯିବ ବୋଲି ସେଗୁଡ଼ିକୁ କରୁଥିବା,–ଯେପରି ତୁଚ୍ଛା ଲଙ୍ଗାଳା କାହିଁକି ହୋଇଛୁ ବୋଲି କେହି ଆମକୁ କହି ନପାରିବ, ସେଇଥିଲାଗି ଏଗୁଡ଼ିକୁ କରୁଥିବା ।

 

ଏକଦା ଯାହା ଦର୍ଶନବିଦ୍ୟାର ପ୍ରବୀଣମାନଙ୍କର ଏକ ବିଶେଷ ଅପରାଧ ହୋଇ ରହିଥିଲା, ସେଇଟି ଏହିପରି ଭାବରେ ସଂପ୍ରତି ଜନସାଧାରଣକୁ ସେମାନଙ୍କର ପଥ ଦେଖାଇଦେଇ ପାରିବାଭଳି ବିଚାରମାନ ଆଣି ଯୋଗାଉଥିବା ମନୁଷ୍ୟମାନଙ୍କର ଗୋଟିଏ ସ୍ଥାୟୀ ଅଭ୍ୟାସରେ ପରିଣତ ହୋଇଛି । ଏହି ବାଗିର୍ ବ୍ୟକ୍ତିମାନଙ୍କ ଭିତରେ ଏକ ସାଧାରଣ ଧାରଣା ପକ୍କାହୋଇ ରହିଥିବାର ଲକ୍ଷ୍ୟ କରାଯାଉଛି, ଯାହା ଖୁବ୍ ପ୍ରତ୍ୟୟର ସହିତ କହିବାରେ ଲାଗିଛି ଯେ, ଏହି ପୃଥିବୀର ସର୍ବୋତ୍ତମ ପରମ ରହସ୍ୟମାନ ପ୍ରକୃତରେ ସେହି ବ୍ୟକ୍ତି-ଅନ୍ତର୍ଗତ ଆଶୟଟି ଭିତରେ ହିଁ ପୋତା ହୋଇ ରହିଛି ଏବଂ ତାହାକୁ କ୍ୱଚିତ୍ ହିଁ ସେଠାରୁ ଖୋଳି ବାହାରକୁ ଆଣିବା ସମ୍ଭବ ହେବ । ଆଉଗୋଟିଏ ଏପରି ବିଶ୍ଵାସ ମଧ୍ୟ ରହିଛି ଯେ, ସବୁ ମନୁଷ୍ୟଙ୍କ କ୍ଷେତ୍ରରେ ଏହି ଅତିମହାର୍ଘ ସୁବର୍ଣ୍ଣଟି ଆଦୌ ପ୍ରଚ୍ଛନ୍ନ ହୋଇ ରହିନାହିଁ । ବୁଦ୍ଧି ବୋଲି ପରିଚିତ ଆପଣାର ଏକ ବୃତ୍ତିଦ୍ଵାରା ପରିଚାଳିତ ସେହି ବିଶିଷ୍ଟ ବର୍ଗଟିର ବ୍ୟକ୍ତିମାନେ କେଡ଼େ ପୁଲକିତ ହୋଇ ଏପରି ଗୋଟିଏ ପ୍ରତ୍ୟୟ ବଳରେ କହିବାରେ ଲାଗିଛନ୍ତି ଯେ, ସେମାନଙ୍କ ଠାରେ ଏହି ସୁବର୍ଣ୍ଣଟି ଅବଶ୍ୟ ରହିଛି । ଏବଂ, ଯୁଗପତ୍‍ ଭାବରେ ଅପେକ୍ଷାକୃତ୍ କମ୍‍ ପୁଲକର ସହିତ ସେମାନେ ଏପରି ମଧ୍ୟ ବେଶ୍ ବିଶ୍ଵାସ କରୁଛନ୍ତି ଯେ, ଏହି ବହୁ ବହୁ ସଂଖ୍ୟାର ମନୁଷ୍ୟ–ଆଶୟମାନଙ୍କ ଠାରେ ସେଇଟି ପ୍ରକୃତରେ ମୋଟେ ନାହିଁ । ଏଇଟି ଫଳରେ କେଡ଼େ ବିଚକ୍ଷଣତାର ପରିଚୟ ଦେଇ ଏପରି ଏକ ସହକାରିତା କାର୍ଯ୍ୟତଃ ବିକାଶଲାଭ କରିପାରୁଛି ଯାହାଦ୍ଵାରା କି, ଯେଉଁମାନେ ବିଚାରର କ୍ଷେତ୍ରରେ ସମୃଦ୍ଧି ଲାଭ କରିଛନ୍ତି, ସେମାନେ ଅଧିକ ପଇସାରେ ସମୃଦ୍ଧ ହୋଇ ରହିଥିବା ବ୍ୟକ୍ତିମାନଙ୍କ ସହିତ ଏକାଠି ହୋଇ ଆପଣାର ସମ୍ପଦଟିକୁ ଉଦାର ଭାବରେ ବିତରଣ କରି ପାରୁଛନ୍ତି ଓ ଆପଣାର ସେହି ମୁକ୍ତହସ୍ତ ବିତରଣଟି ଦ୍ଵାରା ସେମାନଙ୍କର ସେହି ମିତ୍ରବର୍ଗଙ୍କର ସଦକୁଣ୍ଠାପୂର୍ଣ୍ଣ ଉଦାରତାଟିର ଏକ କ୍ଷତିପୂରଣ ମଧ୍ୟ ସମ୍ଭବ କରି ପାରୁଛନ୍ତି ।

 

ଆମର ଏହି ବର୍ତ୍ତମାନ କାଳର ବର୍ଷମାନଙ୍କରେ, ଆପଣା ଭିତରେ ଜୀବନର ସତେଅବା ସକଳ ରହସ୍ୟ ଗୁପ୍ତ ଭାବରେ କୋଲପ ପଡ଼ି ରହିଛି ବୋଲି ବିଶ୍ଵାସ କରୁଥିବା ଉକ୍ତ ଅହଂବାଦୀମାନେ ରାଜନୀତି ଏବଂ ସାମରିକ କ୍ଷେତ୍ରର ଜଣେ ଜଣେ ବିଶେଷଜ୍ଞ ଭାବରେ ମଧ୍ୟ ସାଧାରଣ ଜନଗଣଙ୍କ ସମ୍ମୁଖର ଆବିର୍ଭୂତ ହୋଇଛନ୍ତି । ରାଜନୀତି ବିଷୟରେ ଏବଂ ସାମରିକ ବ୍ୟାପାର ବିଷୟରେ–ପ୍ରକୃତରେ ବିଦ୍ୟମାନ ସତ୍ୟସ୍ଥିତି ବିଷୟରେ ପରିଚିତିଟିଏ ଅର୍ଜନ କରିଥିବା ଅର୍ଥରେ ଯଥେଷ୍ଟ ଜ୍ଞାନ ଅବଶ୍ୟ ରହିଥିବାରୁ ଏବେ ଏହି ପଦଟି ସକାଶେ ଏକ ବିଶ୍ଵସ୍ତରୀୟ ବା ଏପରିକି ଏକ ସାଧାରଣ ଯୋଗ୍ୟତା ବୋଲି ମଧ୍ୟ ସେପରି ଭାବରେ ବୋଧହୁଏ ବିଚାର କରାଯାଉନାହିଁ । କାରଣ, ଏହି ବିଶେଷଜ୍ଞମାନେ ଯେଉଁସବୁ ଘୋଷଣାମାନ ନାନା ଅବସରରେ କରିଛନ୍ତି, ସେଗୁଡ଼ିକ ଭିତରେ ମିମ୍ନୋକ୍ତ ଏଗୁଡ଼ିକ ମଧ୍ୟ ରହିଛି : ମ୍ୟୁନିକ୍‌ରେ ବସିଥିବା ମନ୍ତ୍ରଣାଟି ଆମର ଏହି ସମୟରେ ପ୍ରକୃତରେ ଶାନ୍ତିର ପ୍ରତିଷ୍ଠା କରିଥିଲା, ଆପଣାକୁ ଅସ୍ତ୍ରଶସ୍ତ୍ର ଦ୍ଵାରା ସୁରକ୍ଷିତ କରି ରଖିବା ପୂର୍ବରୁ ହିଁ ଚେକୋସ୍ଲୋଭାକିଆ ଏବଂ, ଅଧିକ ସୁରକ୍ଷିତ ହୋଇ ରହିଥିଲା, ଜର୍ମାନୀ ଏବଂ ରୁଷିଆ ଭିତରେ ଆଦୌ ଯୁଦ୍ଧ ହେବନାହିଁ ଏବଂ, ଜର୍ମାନୀ ଓ ଜାପାନ କେହିହେଲେ ଆମେରିକାର ଉପରେ ଆକ୍ରମଣ କରିବେ ନାହିଁ ।

 

ଜର୍ମାନୀ ପ୍ରକୃତରେ ରୁଷିଆ ଆକ୍ରମଣ କଲା ଏବଂ ମନେ ହେଉଛି ସେହି ଘଟଣାଟି ଦ୍ଵାରା ପୃଥିବୀର କାମୁନିଷ୍ଟ୍‌ମାନେ ହିଁ ସବୁଠାରୁ ଅଧିକ ପରିମାଣରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ; ଏବଂ, ଉକ୍ତ ବିଷୟରେ ବିଶେଷଜ୍ଞମାନେ ଏହିପରି କିଛି ଭବିଷ୍ୟାନୁମାନ ମଧ୍ୟ କରିଥିଲେ :

 

ମୁଁ ଯେତେଦୂର ବିଚାରୁଛି, ହିଟଲର୍ ମାତ୍ର ତିରିଶିଟା ଦିନ ମଧ୍ୟରେ ରୁଷିଆକୁ ଦଖଲ କରିନେବ । *

 

ରୁଷିଆର ଯୁଦ୍ଧକ୍ଷେତ୍ରରୁ ନାନା ବିରୋଧୀ ସମାଚାର ଆସି ପହଞ୍ଚୁଥିଲେ ମଧ୍ୟ ଆମେରିକାର ବିଶେଷଜ୍ଞମାନେ ସେମାନଙ୍କର ସେହି ବିଶ୍ଵାସଟି ବିଷୟରେ ମୋଟ ସନ୍ଦେହ ବ୍ୟକ୍ତ କରିନାହାନ୍ତି,–ଏବଂ ରୁଷିଆ ଯେ କୌଣସି ପ୍ରକାରରେ ନାତ୍‌ସୀ ଯୁଦ୍ଧାସ୍ତ୍ର–ସଜ୍ଜିତ ବାହିନୀର ଗତିରୋଧ କରି ପାରିବନାହିଁ, ସେମାନେ ସତେଅବା ଦୁଃଖ ପ୍ରକାଶ କଲାଭଳି ତଥାପି କହୁଥିଲେ-।**

 

* Marthin Dies as quoted in the New York Times june 24 1941.p.3.

 

** Drew pearson and Robert S. Allen Washington Merry Go-Round. July 18. 1941.

 

ହଁ, ବେଶ୍ କିଞ୍ଚିତ ଯୁକ୍ତିଦ୍ଵାରା ସମ୍ୱଳିତ ନିଶ୍ଚୟତା ସହିତ ଗୋଟିଏ କଥାକୁ ଅନୁମାନ କରି ହେବ ଯେ, ଇତିହାସରେ ଯୋସେଫ୍ ଷ୍ଟାଲିନ୍ ନାମରେ ପରିଚିତ ସେହି କକେସୀୟ, ସେହି ଦସ୍ୟୁଦଳମୁଖ୍ୟ ଜୁଗାସ୍‌ଭିଲିଙ୍କର ସେହି ନିଦାରୁଣ ଅପକୀର୍ତ୍ତିକର ପତନଟି ଆମ ସମ୍ମୁଖରେ ସ୍ପଷ୍ଟ ହୋଇ ଆସୁଛି ।*

 

ଗୋଟିଏ କଥା ମୋତେ ଖୁବ୍ ସୁନିଶ୍ଚିତ ବୋଧ ହେଉଛି । ଗତ ଚଉଠ-ଶତାବ୍ଦୀର ସୋଭିଏଟ୍ ରାଷ୍ଟ୍ର ବର୍ତ୍ତମାନ ଖତମ ହିଁ ହୋଇଯାଉଛି । ଆଉ କୌଣସି ଶକ୍ତି ହୁଏତ ତା’ଉପରେ ବିଜୟ ହାସଲ କରିବ ଅଥବା ସମଗ୍ର ଭୂମିଟା ବହୁ ଖଣ୍ଡରେ ବିଭାଜିତ ହୋଇଯିବ ବା ଗୋଟିଏ ଅକମ୍ୟୁନିଷ୍ଟ ଧାରାରେ ତା’ର ଏକ ପୁନର୍ଗଠନ ହେବ ।**

 

ଏକ ଅତ୍ୟନ୍ତ ସରଳ ପ୍ରଣାଳୀରେ ବିଚାର କରି ଶ୍ରୀଯୁକ୍ତ ସ୍ନୋ ସମ୍ଭବତଃ ଏପରି କଳ୍ପନା କରି ପାରିବେ ଯେ, ସୋଭିଏଟ୍ ସରକାର ସୋଭିଏଟ୍ ଗରିଲାମାନଙ୍କୁ ସଂପୂର୍ଣ୍ଣ ଭାବରେ ରାଜନୀତିକ ସମର୍ଥନ ଜଣାଇବେ ଏବଂ ଜଣଗତ ନିୟୁତ ନିୟୁତଙ୍କୁ ମଧ୍ୟ ଏକ ଶକ୍ତିଶାଳୀ ପ୍ରତିରୋଧରେ ନେତୃତ୍ଵ ଦେବାଲାଗି ଆବଶ୍ୟକ କ୍ଷମତା ମଧ୍ୟ ଅବଶ୍ୟ ପ୍ରଦାନ କରିବେ । ଷ୍ଟାଲିନ୍‌ଙ୍କ ରାଜତ୍ଵ କାଳରେ ଯିଏ ରୁଷିଆ ବିଷୟରେ ପରିଚିତ ଥିବ, ସିଏ ଏହି କଥାଟିକୁ ନିଶ୍ଚୟ ଜାଣିଥିବ ଯେ ତାଙ୍କ ସରକାର ତାଙ୍କ ପୋଲିସ୍ ବିଭାଗଟାର ବାହାରେ ରୁଷିଆରେ କୌଣସି ସଶସ୍ତ୍ର ବାହିନୀ କ୍ରିୟାଶୀଳ ହୋଇ ରହୁ ବୋଲି ଅନୁମତି ପ୍ରଦାନ କରିବା ନିମନ୍ତେ କୌଣସି ସାହସ କରିବନାହିଁ-।***

 

*Eugene Lyons : “The End of Joseph Stalin,” American Mercury, August, 1941, Vol, 53, p, 136.

 

**Freda Utley : “The Limits Russian Resistance,”American Mercury. Sepember, 1941, Vol, 53, p, 300.

 

*** ତତ୍ରୈବ, p, 298

 

ଏହି ଶେଷ ଭବିଷ୍ୟବିଷୟକ ଅନୁମାନଟି ସମ୍ଭବତଃ ସବୁଠାରୁ ଅଧିକ ପରିମାଣରେ ଦୟାର ଯୋଗ୍ୟ, କାରଣ, ଏକ ଘୋର ଅସନ୍ତୁଷ୍ଟ ଜନସମୂହ ଉପରେ ସୋଭିଏଟ୍ ସରକାର ସଂପୂର୍ଣ୍ଣ ଭାବରେ ଏକ ଉତ୍ପୀଡ଼ନପୂର୍ଣ୍ଣ ବ୍ୟବସ୍ଥା ଜାରି କରି ରଖିଥିଲା ବୋଲି ଲେଖକଙ୍କର ମନ ଭିତରେ ମୂଳରୁ ହିଁ ଯେଉଁପରି ବିଶ୍ଵାସଟିଏ ରହିଥିଲା, ସିଏ ସ୍ପଷ୍ଟତଃ ସେଇଟିରୁ ହିଁ ଏହିଭଳି ଗୋଟିଏ ଅନୁମାନ କରିଛନ୍ତି । ପ୍ରକୃତ ତଥ୍ୟରୁ ଆମେ ଜାଣିଛୁ ଯେ, ରୁଷୀୟ ଗରିଲାମାନେ ସଶସ୍ତ୍ର ଭାବରେ ପ୍ରଶିକ୍ଷଣ ପାଇ ସାରିଥିଲେ ଏବଂ ଏଣେ ନିୟମିତ ସୈନ୍ୟବାହିନୀଟି ସହିତ ସେମାନଙ୍କର କେଉଁପରି ଯୋଗସୂତ୍ର ଏବଂ ସମ୍ପର୍କ ରହିବ, ସେହି ବିଷୟରେ ସବୁ ପୂର୍ବରୁ ହିଁ ସ୍ଥିରୀକୃତ ହୋଇ ସାରିଥିଲା, କୁମାରୀ ଉଟ୍‌ଲେ ସେପରି ଲେଖିଥିବା ସମୟରେ ସେହି କଥାଟି ଆଦୌ ଅଜ୍ଞାତ ହୋଇ ରହିନଥିଲା ।

 

ଗୋଟିଏ ପାଖରେ ଏହିପରି ବିଶେଷଜ୍ଞମାନେ ଦେଇଥିବା ବିଜ୍ଞପ୍ତି ସକଳ ଏବଂ ଅନ୍ୟ ପାଖରେ ପ୍ରକୃତରେ ଘଟିଥିବା ଘଟଣାଚୟ–ଦୁଇଟି ମଧ୍ୟରେ ସେପରି କୌଣସି ଉଲ୍ଲେଖଯୋଗ୍ୟ ମେଳ ପରିଲକ୍ଷିତ ଆଦୌ ହୁଏନାହିଁ ଏବଂ ବସ୍ତୁତଃ ସେହି ଉଭୟ ଘଟଣାକ୍ରମ ସତେଅବା ଗୋଟିଏ ଅନ୍ୟଟିର ବିପରୀତ ଦିଗରେ ଗତି କରିଥିବା ପରି ଅନୁମାନ ହୋଇଥାଏ । କିନ୍ତୁ ଖୁବ୍ କ୍ଵଚିତ୍ ଏପରି ଶୁଣିବାକୁ ମିଳେ ଯେ ଜଣେ ସେହିପରି ବିଶେଷଜ୍ଞଙ୍କର ମନ୍ତବ୍ୟଟିକୁ ଗ୍ରହଣର ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା, କାରଣ ତାଙ୍କ କହିବାଗୁଡ଼ିକ ବାସ୍ତବ ସ୍ଥିତିଟି ସହିତ ପ୍ରକୃତରେ ମେଳ ଖାଇ ପାରିନଥିଲେ । ସାମରିକ ବିଭାଗର ଯେଉଁ ବିଶେଷଜ୍ଞମାନେ ଜର୍ମାନ୍ ସେନାବାହିନୀକୁ ଏକାବେଳେକେ ଅଜେୟ ବୋଲି କହିଥିଲେ ଏବଂ ତେଣୁ କେବଳ ବିମାନ-ବାହିନୀର ଶକ୍ତି ଉପରେ ନିର୍ଭର କରି ଯୁଦ୍ଧରେ ଜୟଲାଭ କରାଯାଇ ପାରେ ବୋଲି ଘୋଷଣା କରିଥିଲେ, ସେମାନେ ବର୍ତ୍ତମାନ ମଧ୍ୟ ନିଜ ନିଜ ପଦରେ ପ୍ରତିଷ୍ଠିତ ହୋଇ ରହିଛନ୍ତି ଏବଂ ସମ୍ୱାଦଗୁଡ଼ିକର ବିଶ୍ଳେଷଣ କରୁଛନ୍ତି । ଯେଉଁ ରାଜନୀତି-ବିଷୟକ ବିଶେଷ ପଦସ୍ଥମାନେ ଦେଶ ଅଚିରେ ଗୋଟିଏ ଦୁର୍ଭିକ୍ଷର * ସମ୍ମୁଖୀନ ହେବାକୁ ଯାଉଛି ଠାରୁ ଆରମ୍ଭ କରି ଆମେରିକାରେ କମ୍ୟୁନିଷ୍ଟବାଦ ଆସି ପହଞ୍ଚି ଗଲାଣି ବୋଲି କହିବା ଯାଏ ନାନା ଭବିଷ୍ୟାନୁମାନ କରି ଅଛନ୍ତି (ନିର୍ବାଚନର ବର୍ଷମାନଙ୍କରେ ହିଁ ଏହି ଦ୍ୱିତୀୟ କଥାଟିକୁ ବିଶେଷ ଭାବରେ କଳ୍ପନା କରାଯାଇଥିଲା) । ସେମାନେ ବର୍ତ୍ତମାନ ମଧ୍ୟ ସେହିଭଳି ଭବିଷ୍ୟାନୁମାନ କରୁଛନ୍ତି ଏବଂ ଠିକ୍‍ ଆଗପରି ଖୁବ୍‍ ସଫଳତା ମଧ୍ୟ ଲାଭ କରୁଛନ୍ତି ।

 

*e.g Louis Bromfield; “ We aren’t going to have Enough to Eat. “Readers Digest, August. 1943. P. 111. Though ours is the richest agricultural nation, our people are not going to have enough food.... The situation will grow worse this fall, and reach its most desperate state this winter, especially from February on…. If it were possible. I would rather not think about next February. By then most of our people will be living on a diet well below the nutrition level. “Quite a contribution to war time morale !

 

ନିଜର ବୁଦ୍ଧିଗୁଡ଼ାକୁ ତୁମେ ନିଜପାଖରେ ରଖି ପାରିବ କି ?

 

ଏପରି କଥାମାନ କିପରି ସମ୍ଭବ ବି ହେଉଛି ? ଅବଶ୍ୟ, ହୁଏତ ଏପରି କୁହାଯାଇ ପାରନ୍ତା ଯେ, ଏହି ବିଶେଷଜ୍ଞମାନେ ପ୍ରକୃତରେ ମୋଟେ ବିଶେଷଜ୍ଞ ନୁହନ୍ତି,–ସେମାନେ ଗୁଡ଼ାଏ କେବଳ ପ୍ରଚାର ପାଇଁ ରହିଛନ୍ତି,–ଅର୍ଥାତ୍ ସେମାନେ ପ୍ରକୃତ ଘଟଣାଗୁଡ଼ିକର କୌଣସି ଯଥାର୍ଥ ବ୍ୟାଖ୍ୟା ଦେବାକୁ ଚାହୁନାହାନ୍ତି । ମାତ୍ର, କରା ହେଉଥିବା କାର୍ଯ୍ୟଟି ବିଷୟରେ କିଛି ପ୍ରଭାବ ପକାଇବା ଲାଗି ସେହିଭଳି କରିଛନ୍ତି । ଅବଶ୍ୟ ଆମେ ସେପରି କୌଣସି ଦ୍ଵେଷାରୋପ କରିବା ପାଇଁ ମୋତେ ଇଚ୍ଛା କରିବାନାହିଁ । ଯେଉଁକଥାଟି ସବୁଠାରୁ ଅଧିକ ଆଲୋଚ୍ୟ ବୋଲି ଆମେ ବିଚାର କରୁଛୁ, ସେଇଟି ହେଉଛି ଯେ, ଜଣେ ବିଶେଷଜ୍ଞ ଦେଉଥିବା ବିବୃତ୍ତିଗୁଡ଼ିକ ସହିତ ତା’ଉପରେ ଆଦୌ ନିର୍ଭରଶୀଳ ହୋଇ ରହିନଥିବା ଗୋଟିଏ ପୃଥିବୀର ରହିଥିବା କୌଣସି ସମ୍ପର୍କ ଉପରେ ଜଣେ ବିଶେଷଜ୍ଞଙ୍କର ବିଶ୍ଵସନୀୟତା ଆପାତତଃ ନିର୍ଭର କରିବନାହିଁ । ଏବଂ, ଯଦି ତାଙ୍କର ବିଶ୍ଵସନୀୟତା ଏଇଟିରେ ନଥାଏ ତେବେ ତାହା ଅନ୍ୟ କେଉଁଠାରେ ହିଁ ରହିଥିବ ! ହଁ ଜଣେ ବିଶେଷଜ୍ଞଙ୍କର ନିଜ ବିଚାରଗୁଡ଼ିକ ସଂପୃକ୍ତ ଅନ୍ୟମାନଙ୍କ ଉପରେ ପ୍ରତ୍ୟୟ ଜନ୍ମାଇ ପାରିବାଭଳି କେତେଦୂର ଉଚିତ ଭାବରେ ସଂଗଠିତ ହୋଇ ରହିଛି, ସେଇଟି ଅବଶ୍ୟ ତାହାରି ଉପରେ ନିର୍ଭର କରିବ । ସେଇଟି ଭିତରେ ଏକ ନ୍ୟାୟସଙ୍ଗତି ଅବଶ୍ୟ ଥିବ, ପାଠକର ରୁଚିବୋଧ ପ୍ରତି ତାହାର ଏକ ଆବେଦନ ରହିଥିବ କିମ୍ବା (ଏଇଟିର ମଧ୍ୟ ଅବଶ୍ୟ ଏକ ସମ୍ଭାବନା ରହିଛି) ସେଇଟି ମଧ୍ୟରେ ଏକ ନୈତିକ ପ୍ରତ୍ୟୟବୋଧ ଥିବ । ହଁ, ତାହାର ବିଚାରଟି ଦ୍ଵାରା ହିଁ ଏଗୁଡ଼ିକ ଅନୁରୂପ ଭାବରେ ନିର୍ଦ୍ଧାରିତ ହେଉଥିବ, ଅଥବା, ଗୋଟିଏ ବେଶ୍ ଅସମ୍ମାନସୂଚକ ସତ୍ୟାନୁମାନର ଅବତାରଣା ଦ୍ଵାରା କିଛି ସମୟ ନଷ୍ଟ କରିବାକୁ ମନ କରି, ମନେ କରାଯାଉ ଯେ, ଜଣେ ବିଶେଷଜ୍ଞ କୌଣସି ଏକ ଖାସ୍ ମତଲବ ରଖି ଆମକୁ ତାଙ୍କରି ଇଚ୍ଛା କରୁଥିବା ଅନୁସାରେ ହୁଏତ କିଛି କରାଇ ନେବାକୁ ଇଚ୍ଛା କରୁଛନ୍ତି । ତାଙ୍କୁ ତେଣୁ ଅବଶ୍ୟ ବିଶ୍ଵାସ କରିବାକୁ ହେବ, ନୁହେଁ କି ?–ଯେ ଆମେ ସମସ୍ତେ ତାଙ୍କର, ମତଟି ପ୍ରକୃତରେ ଠିକ୍‌ ବୋଲି ବିଶ୍ଵାସ କରିପାରିଲେ ସିଏ ଆପଣାର କଳ୍ପିତ ସେହି ଘଟଣାଟିକୁ ମଧ୍ୟ ସତକୁସତ ଘଟାଇ ବି ପାରିବେ କିମ୍ବା, ଯଦି ସେପରି ନଘଟେ, ଆମେ ତଥାପି ସେହିପରି ଘଟଣାଟି କେଉଁଠି ନା କେଉଁଠି ନିଶ୍ଚୟ ଘଟିଛି ବୋଲି ହୁଏତ ଅନୁଭବଟିଏ କରୁଥିବା । ପ୍ରଥମ ସ୍ଥିତିରେ ସିଏ ଜଣେ ଉଇଲିଅମ୍ ଜେମ୍‌ସ୍‌ଙ୍କ ପରି ମନେ ହେଉଥିବେ ଓ ଦ୍ଵିତୀୟଟିରେ ମୁସୋଲିନଙ୍କ ଭଳି । * ବର୍ତ୍ତମାନ ଆମେ କିଞ୍ଚିତ୍ ଅଧିକ ନିକଟବର୍ତ୍ତୀ ହୋଇ ସେହି ଦୁଇଟିଯାକ ଧାରଣା ବିଚାର କରିବା ।

 

*There is a good historical reason for juxtaposing these two names, Mussoline, who always had a flair for literacy, acknowledged Jame’s pragmatism as one of the sources of his thought Politically, James was the opposite of a fascist. Peace to his shade ! he was a decocrat beguiled by boundless curiosity.

 

ଏକ ପରିପୂର୍ଣ୍ଣ ସଦିଚ୍ଛା ଦ୍ଵାରା ପ୍ରେରିତ ହୋଇ ଏବଂ ଏକ ବିଶେଷ ସୌଭାଗ୍ୟ ଅର୍ଜନ କରିବାରେ ଆଉ ବିଳମ୍ବ ‘ହେବା ଉଚିତ ନୁହେଁ ନୁହେଁ ବୋଲି ଅଧୀର ହୋଇପଡ଼ି ଶ୍ରୀ ଜେମ୍‌ସ୍ ସତ୍ୟର ଉପନୀତ ହେବାର ଏକ ସିଦ୍ଧାନ୍ତ ବାହାର କରିଥିଲେ, ଯାହାର ସାହାଯ୍ୟ ଗ୍ରହଣ କରି ମନୁଷ୍ୟମାନଙ୍କର ଅଧୀରତମ ଅଭିଳାଷଗୁଡ଼ିକ ମଧ୍ୟ ସେତେବେଳେ ଉପଲବ୍ଧ ହୋଇ ପାରୁଥିବା ଗୋଟିଏ ସଫଳତା ତତ୍‌କ୍ଷଣାତ୍ ଲାଭ କରି ପାରିବେ । କୌଣସି ଘଟଣା ନିଶ୍ଚୟ ଘଟିବ ବୋଲି ଦୃଢ଼ ଭାବରେ ବିଶ୍ଵାସ କରିପାରିଲେ ସେଇଟିଦ୍ଵାରା ଘଟଣାଟିର ଘଟିବା ନିମନ୍ତେ ମଧ୍ୟ ପ୍ରଭୂତ ସହାୟତା ମିଳିବ;–ତୁମେ ଦୃଢ଼ ବିଶ୍ଵାସ ସହିତ ଯେଉଁ ଘଟଣାଟି ଘଟୁ ବୋଲି ଦାବୀ କରୁଥିବ, ସେଥିରୁ ବଳ ନେଇ ଘଟଣାମାନେ ମଧ୍ୟ ଅତିଶୀଘ୍ର ତାହାରି ଅନୁରୂପ ହୋଇ ଅବଶ୍ୟ ଘଟିବେ । ଏବଂ ଏହିପରି ଭାବରେ ବିଗତ କାଳଟିର ସେହି ରୋମାଣ୍ଟିକ୍‌ବାଦୀ ଚିନ୍ତା କରିଥିଲେ ;

 

ସେମାନେ ସେହି ପୁରୁଷଟିକୁ ଅବଶ୍ୟ ଭଲ କେଡ଼େ ତେଜୀୟାନ୍ ଭାବରେ ଅଡ଼ି ବସୁଥିବା କେତେ ପରୁଷଙ୍କ ପାଖରେ ନାରୀମାନଙ୍କର ହୃଦୟଗୁଡ଼ିକ ପ୍ରକୃତରେ କେତେ ନା କେତେ ହଟି ଯାଉଥିବା ପରି ମନେ ନହୁଏ ! ସେହି ନାରୀମାନେ ଯେ ଏପରି ଅଡ଼ି ବସିବାଦ୍ୱାରା ସେହି ପୁରୁଷଟିକୁ ଭଲ ପାଇବା ଲାଗି ସମ୍ମତ ହେବେନାହିଁ, ପୁରୁଷଟି ସେହି ଅନୁମାନଟିକୁ ମାନିନେବା ସକାଶେ ଆଦୌ ରାଜୀ ହେଉନଥାଏ । ଏକ ଖାସ୍ ପ୍ରକାରର ସତ୍ୟଟି ପାଇଁ ବାସନା ଏହି କ୍ଷେତ୍ରରେ ସେହି ସତ୍ୟଟିର ନିଶ୍ଚୟ ଗୋଟିଏ ଅସ୍ତିତ୍ଵ ରହିଥିବ ବୋଲି ପ୍ରତ୍ୟୟ ଜନ୍ମାଇଥାଏ ଏବଂ, ଏଭଳି ଅନ୍ୟ ଅନେକ ପ୍ରକାରର ଅଗଣନ କ୍ଷେତ୍ରରେ ମଧ୍ୟ ସେହିପରି ଘଟିଥାଏ । ସେହି ବ୍ୟକ୍ତିଟି ବ୍ୟତୀତ ଆଉ ଅନ୍ୟ ପ୍ରକାରର କାହାରି ଯାବତୀୟ ପଦୋନ୍ନତି, ଅଭୀଷ୍ଟସିଦ୍ଧି ତଥା କର୍ମନିଯୁକ୍ତିମାନ ପ୍ରକୃତରେ ଘଟେ, ଯାହାର ଜୀବନରେ କି ସେଗୁଡ଼ିକ ଗୋଟିଏ ଗୋଟିଏ ଅବଶ୍ୟ ସମ୍ଭାବ୍ୟ ଅନୁମାନ ରୂପେ ଜୀବନ୍ତ ହୋଇ ରହି ନଥାନ୍ତି, ସେଗୁଡ଼ିକ ଦିନେ ନା ଦିନେ ଘଟିବ ବୋଲି ବିଶ୍ଵାସ ନଥାଏ, ସେମାନେ ସତକୁସତ ଘଟିବା ପୂର୍ବରୁ ମଧ୍ୟ ସେଗୁଡ଼ିକ ନିମନ୍ତେ ଅନ୍ୟ ବହୁତକିଛିକୁ ଛାଡ଼ି ନଥାନ୍ତି, ଏବଂ, ଆଗରୁ ହିଁ ସେଗୁଡ଼ିକ ସକାଶେ ଏକାଧିକ ବିପଦର ସମ୍ମୁଖୀନ ହୋଇ ନଥାନ୍ତି ? ହଁ, ସେମାନଙ୍କର ସେହି ବିଶ୍ଵାସ ହିଁ ତା’ ଉପରେ ରହିଥିବା ଶକ୍ତିଗୁଡ଼ିକ ଉପରେ ଏକ ଦାବୀ ପରି କାର୍ଯ୍ୟ କରେ ଏବଂ ସେଇଟି ସତକୁସତ ଘଟିବାଟିକୁ ସାକାର କରି ଆଣୁଥାଏ । *

 

* William James : The will to Behave, Longmans Green & Co, New York 1899, p, 24.

 

ଯଥାସମ୍ଭବ ଅଧିକ ସଫଳ ଭାବରେ ନିଜର କୌଣସି ଅଭିଳାଷର ପକ୍ଷକୁ ସମର୍ଥନ ଜ୍ଞାପନ କରିବାକୁ ଅବଶ୍ୟ ଉଚିତ ବୋଲି ଘୋଷଣା କରୁଥିବା ଏହି ସିଦ୍ଧାନ୍ତଟି ପ୍ରକୃତରେ କେତେ ଉପଯୋଗୀ ହୋଇଥାଏ ବା ହୋଇ ନଥାଏ, ମୁଁ ସେହି ବିଷୟରେ କୌଣସି ବିବରଣ ଦେଇପାରିବି ନାହିଁ । କାରଣ, ଏହି ମତୋକ୍ତିଟିକୁ ଜାଣିବା ପୂର୍ବରୁ ହିଁ ସେଇଟିକୁ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମୁଁ ଗ୍ରହଣ କରି ନେଇଥିଲି । ଏହି ଯାବତୀୟ ପଦୋନ୍ନତି, ଅଭୀଷ୍ଟପୂରଣ ଓ କର୍ମନିଯୁକ୍ତି ସହିତ ମୋ’ର ଯେପରି କୌଣସି ନିକଟପରିଚୟ କରିନଥିଲେ ହେଁ ମୁଁ ଅବଶ୍ୟ କହିବାକୁ ଇଚ୍ଛା କରିବି ଯେ, ସେଗୁଡ଼ିକୁ ଲାଭ କରିବାକୁ ହେଲେ ସେଗୁଡ଼ିକୁ ନିମନ୍ତେ ସର୍ବଦା ଅଧିକ ସଘନ କ୍ଷୋ ଦୃଢ଼ ଭାବରେ ଆଶା ପୋଷଣ କରିବାକୁ ହେବ । ଏବଂ, ମୁଁ ନିଜେ କେବେହେଲେ ସେହି ଦୃଢ଼ତାର ଦୃଷ୍ଟାନ୍ତ ମଧ୍ୟ ହୋଇ ପାରିନାହିଁ । ପଦୋନ୍ନତି, ଅଭୀଷ୍ଟପୂରଣ ଏବଂ ପଦାନିଯୁକ୍ତି ମୋ’ ନିଜର ଯୋଗ୍ୟତାଠାରୁ ଆହୁରି କେତେ ଅନ୍ୟ କାରଣ ଉପରେ ମଧ୍ୟ ସର୍ବଦା ନିର୍ଭର କରିଥାଏ,– ଏପରି ଏକାଧିକ କାରଣ, ଯାହାଉପରେ କି ମୋ’ର ଅତି କମ୍ ପ୍ରଭାବ ରହିଛି ବା ହୁଏତ ମୋଟେ କୌଣସି ପ୍ରଭାବ ନାହିଁ । ଯଦି ତୁମେ ନିଜର କୌଣସି ଭାବନାକୁ ପ୍ରକୃତରେ ଯଥେଷ୍ଟ ପରିମାଣରେ ତୀବ୍ର କରି ପାରିବ, ତେବେ ଘଟଣାଗୁଡ଼ିକ ମଧ୍ୟ ତାହାରି ଅନୁସାରେ ଅବଶ୍ୟ ଘଟିବ–ଏହି ସିଦ୍ଧାନ୍ତମତଟିରୁ ମୁଁ ବସ୍ତୁତଃ ସେତେବେଶୀ ସାନ୍ତ୍ଵନା କେବେହେଲେ ଲାଭ କରି ପାରିନାହିଁ ।

 

କିନ୍ତୁ ହଁ, ଏହି କଥାଗୁଡ଼ିକ ପ୍ରକୃତରେ ସତ୍ୟ ବୋଲି ଦୃଢ଼ତା ସହିତ ଭାବି ସେଗୁଡ଼ିକୁ ବାସ୍ତବତଃ ଅର୍ଥାତ୍ ସତକୁସତ ଘଟାଇ ପାରିବା ନିମନ୍ତେ ଯେଉଁ ଉଦ୍ୟମଟିର ପରାମର୍ଶ ଦିଆଯାଏ, ସେଇଟି ଆମର ମୁଣ୍ଡଟା ଭିତରେ ତଥାପି ଏକ ଭୟାନକ ପ୍ରକାରର ଉତ୍ତାପ ସୃଷ୍ଟି କରିବାର କାରଣ ଅବଶ୍ୟ ହୋଇପାରେ । ଆମର ସେହି ଭାବନାମାନେ ଅଗ୍ନିର ରୂପ ଧାରଣ କରି ଏପରି ଜଳିବାରେ ଲାଗନ୍ତି, ଯାହାକୁ କି କ୍ଵଚିତ୍ ନିର୍ବାପିତ କରି ହୁଏ । ଏବଂ, ଇନ୍ଧନଟା ଥିବାଯାଏ ସେହି ଜଳିବାଟା ଲାଗି ହିଁ ରହିଥାଏ । ଏବଂ, ବିଶେଷଜ୍ଞମାନଙ୍କର ଖାସ୍ କାର୍ଯ୍ୟଟି ହେଉଛି ଯେ, ସେମାନେ ଉକ୍ତ ଇନ୍ଧନଟିକୁ ଅବଶ୍ୟ ଯୋଗାଇଦେବେ । ଏବଂ, ଆମ ଇଚ୍ଛାମାନଙ୍କର କୌଣସି ପ୍ରକୃତ ପରିପୂରଣ ଘଟାଇ ଯଦି ସେମାନେ ସେହି ଇନ୍ଧନକୁ ଯୋଗାଇ ନପାରିବେ, ସେତେବେଳେ ସେମାନେ ଆମର ମନକୁ ବେଶ୍ ଘେନାଉଥିବା ଧାରଣା ଓ କଳ୍ପନାର ସୌଧମାନ ଠିଆ କରି ରଖିବା ନିମନ୍ତେ ଆହୁରି ଅନ୍ୟକିଛିଗୁଡ଼ିକୁ ଯୋଗାଇ ଦେବାଲାଗି ନିଶ୍ଚୟ ବାଧ୍ୟ ହେବେ । ସେମାନେ ଆମ ରୁଚିଗୁଡ଼ାକୁ ଆସି ମନ୍ଥି ପକାଇବେ, ଆମର ନାନା ଅଶ୍ରଦ୍ଧା ଓ ଘୃଣାକୁ ଠାବ କରିନେବେ,–ଆମ ଭିତରେ ରହିଥିବା କିଞ୍ଚିତ୍ ଜ୍ଞାନର ଅନ୍ନଦାନାଗୁଡ଼ିକୁ ଓ ଆମ ଅଜ୍ଞାନର କେଡ଼େ କେଡ଼େ ବଡ଼ ପିଷ୍ଟକମାନଙ୍କୁ ଆବିଷ୍କାର କରିବେ, ଆମର ଏହି ରାଶି ରାଶି ସନ୍ଦେହ, ରାଶି ରାଶି ଆଶା ତଥା ଆଶଙ୍କା ଆମର ଶ୍ଲାଘା ଏବଂ ଅନୁଶୋଚନା ସବୁକିଛିକୁ ଆସି ଅଣ୍ଡାଳିବେ । ଥରେ ଆମ ଉପରେ ସେମାନଙ୍କର ହୃଦ୍‌ବୋଧ ହେଉଥିବା ପରି ଅକ୍ତିଆରଟାଏ ପାଇଗଲେ ସେମାନେ କ୍ରମଶଃ କେଡ଼େ ଚତୁରତା ସହିତ ଏକ ପ୍ରତ୍ୟୟକୁ ଆମଭିତରେ ଆଣି ପୂରାଇ ଦେବେ ଯେ, ଆମ ମନର ଆମ ଭିତରେ ରହିଥିବା ସେହି ଯେଉଁ ଅନ୍ତର୍ଗତ କ୍ରିୟାଶୀଳତା ସେଇଟି ହେଉଛି ତାହାର ଏହି ବାହାରଟି ବିଷୟରେ ସର୍ବାଧିକ ସଜ୍ଞାନତା ଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣ ଏବଂ ଆମ ମନ–ଅଭ୍ୟନ୍ତରର ସେହି ଅନ୍ତରତମ ଅଧିଷ୍ଠାନଟି ହେଉଛି ଭାବାନୁରାଗ । ଏବଂ, ଏହିପରି ଭାବରେ ଆମର ପ୍ରକୃତ ଅଭିଜ୍ଞତା ଉପରେ ଭାବନାଟି ବିଜୟ ହୁଏ ଏବଂ ଭାବନାବୃଦ୍ଧିଟି ଉପରେ ଭାବବେଗଟି ହିଁ ବିଜୟୀ ହୋଇଥାଏ । ବର୍ତ୍ତମାନ ଚାଲ, ଆମେ ସେଇ ବିଶେଷଜ୍ଞମାନଙ୍କର କଥାକୁ ଶୁଣିବା :

 

ଏକଥାଟି ସଂପୂର୍ଣ୍ଣ ସତ ଯେ, ଫାସିଷ୍ଟବାଦ ହେଉଛି ସର୍ବୋପରି ଏକ କ୍ରିୟାଶୀଳତା, ଏକ ଭାବକ୍ଷେତ୍ରୀୟ ଅଭିବ୍ୟକ୍ତି ଏବଂ, ତାହା ସର୍ବଦା ଏହିପରି ହିଁ ହୋଇ ରହିଥିବ ।....ଏବଂ, ଏହା କେବଳ ଏକ ଅନ୍ତରର ଅନୁଭବ ଓ ଆବେଗ ହୋଇଥିବାରୁ ଏବଂ, ଆମ ଭିତରେ ଏକ ଗଭୀର ସ୍ତରରେ ରହିଥିବା ଆମ ଜାତିସଚେତନ ମୂଳପ୍ରବୃତ୍ତିଟିକୁ ପୂର୍ଣ୍ଣ ଅଚେତନ ଅର୍ଥାତ୍ ସ୍ଵତଃସ୍ଫୁର୍ତ୍ତ ଭାବରେ ପୁନର୍ବାର ଜାଗୃତ କରି ଆଣୁଥିବାରୁ ସେଥିରେ ନିହିତ ହୋଇ ରହିଥିବା ସେହି ଶକ୍ତିଟି ହିଁ ଗୋଟିଏ ସମୂହର ଆତ୍ମାଟିକୁ ପ୍ରକୃତରେ ସଚଳ କରିଦେଉଛି ଏବଂ ଏହିପରି ଗୋଟିଏ ଅପ୍ରତିରୋଧୀ ଜାତୀୟ ଅଭିଳାଷର ପ୍ରବାହଟିକୁ, ମୁକ୍ତ କରିଦେଉଛି, ଅଟକାଇ ରଖିଥିବା ବନ୍ଧମାନଙ୍କୁ ଭାଙ୍ଗିଦେଇ ପାରୁଛି । *

 

ମନୁଷ୍ୟ ସମାଜକୁ ଏହି ଯାବତୀୟ ଦୁଃଖ ଆସି ଆଚ୍ଛନ୍ନ କରିଦେଲା କାରଣ ଠିକ୍ ଏହି କ୍ଷେତ୍ରରେ ହିଁ ସିଏ ନିଜର ସ୍ଵାଭାବିକ ଅନ୍ତର୍ଗତ ପ୍ରବୃତ୍ତିଗୁଡ଼ିକୁ ମାନି ପଛେ ପଛେ ଅଗ୍ରସର ହେବାର ଅବହେଳା ପ୍ରଦର୍ଶନ କରିଥିଲା ଏବଂ ନାନାବିଦ୍ଧ ଅଧାସିଝା ବୃଦ୍ଧିଗତ ଶିକ୍ଷାରେ ମଜ୍ଜି ରହିଲା । .....ବାହାରର ପୃଥିବୀଟା ଏବେ ମଧ୍ୟ ସେହି ନେଶ୍‌ନାଲ୍ ସୋସିଆଲିଷ୍ଟ୍ ବିପ୍ଳବର ଆତ୍ମିକ ମୂଳଭୂମିଟିକୁ ବୁଝିବାରେ ସମର୍ଥ ହୋଇ ପାରିନାହିଁ ଏବଂ ଏବେ ମଧ୍ୟ ଲୋକତନ୍ତ୍ର ଓ ଏକନାୟାକତ୍ଵର ଶାସନ ଦୁଇଟି ମଧ୍ୟରୁ କେଉଁଟି ଗ୍ରହଣୀୟ, ସେହି ବିଷୟରେ ଗୁଡ଼ାଏ ବିତର୍କ କରିବାରେ ଲାଗିଛି । ଏବଂ ତେଣେ ଜର୍ମାନୀରେ ହେଉଥିବା ବିପ୍ଳବଟି ଯେ ପ୍ରକୃତରେ ଶବ୍ଦର ସର୍ବୋଚ୍ଚ ଅର୍ଥରେ ପ୍ରକୃତରେ ଅସଲ ଲୋକତନ୍ତ୍ର, ସେହି ଦେଶରେ ସେହି ସତ୍ୟଟି ପ୍ରତିପାଦିତ ହୋଇଯାଉଛି । ...ହଁ, ମୁଁ ନିଜେ ହେଉଛି ସେହି ଜର୍ମାନୀ ଦେଶର ଅଧିବାସୀମାନଙ୍କ ମଧ୍ୟରେ, ମୁଁ ଜର୍ମାନୀ ବାହାରର କୌଣସି ଦେଶରେ ଆଦୌ ଜଣେ ବୁଦ୍ଧିଜୀବୀ ନୁହେଁ ଅଥବା ସେହି ତଥାକଥିତ ଆନ୍ତର୍ଜାତିକ ବିପ୍ଳବର ପ୍ରଚାର କରୁଥିବା କୌଣସି ଦେବଦୂତ ମଧ୍ୟ ନୁହେଁ । **

 

ପ୍ରତ୍ୟେକ ରାଜନୀତିକ ବିରାଟ ବିପ୍ଳବ, ଯଦି ତାହା ସତକୁସତ ବୃହତ୍ ହୋଇଥିବ, ତାହା କେବେହେଲେ କେବଳ ବାହାରେ ଘଟୁଥିବା ଘଟଣାଚୟର ବିଷୟ ହୋଇ ରହିବ ନାହିଁ; ଅନ୍ୟପକ୍ଷରେ ସର୍ବଦା ହିଁ ଏକ ଦାର୍ଶନିକ ବୋଧକୁ ଆଖି ଆଗରେ ରଖି ତାହା ଅବଶ୍ୟ ଜାଗୃତ ହେଉଥିବ । ***

 

* Alfredo Racco : “The Political Doctrine of fascism.” in D.O Wagener’s Social Raformers . Macmillan New York p. 644

 

** Adofl Hitler : Speech to the Reichstag. Januaary 30. 1937 Vital Speeches Vol. 3. p. 256

 

*** Alfred Rosenberg : For Culture and the spirit.” in the Lving Age. March 1935 . p. 33 (Translated from the Volkischer Beobachter).

 

ବୁଦ୍ଧି ବା କୌଣସି ବୁଦ୍ଧିରୁ ପ୍ରସୂତ ଧାରଣା କଦାପି ଜୀବନର ନିୟନ୍ତ୍ରଣ କରିନଥାଏ । ଆମେ ତ ବରଂ ଠିକ୍ ତାହାର ବିପରୀତ କଥାଟିକୁ ସତ୍ୟ ରୂପେ ଉପଲବ୍ଧି କରିଛୁ : ଜୀବନ ହିଁ ବୁଦ୍ଧିକୁ ନିୟନ୍ତ୍ରଣ କରେ ଏବଂ ତାହାର ପରିଚାଳନା କରୁଥାଏ । ଜୀବନର ସେପରି ଆଦୌ ଏକ ଲକ୍ଷ୍ୟ ନଥାଏ । ମନୁଷ୍ୟଜାତିର କୌଣସି ଲକ୍ଷ୍ୟ ନାହିଁ । ଆମେ ସଂପ୍ରତି ଏକ ବିରାଟ କାର୍ଯ୍ୟସାଧନର ସେଇ ସୁଉଚ୍ଚ ଲକ୍ଷ୍ୟହୀନତାକୁ ପରିଷ୍କାର ଭାବେ ଦେଖିପାରୁଛୁ । ବୁଦ୍ଧିର ସକଳ ବୋଲକୁ ଅମାନ୍ୟ କରି ବିଚାରମାନେ ରକ୍ତ ମଧ୍ୟରେ କାର୍ଯ୍ୟ କରନ୍ତି । ଚେତନା ହେଉଛି ଉଦାସୀନତା ଓ ନଷ୍କ୍ରିୟତାର ଏକ ବ୍ୟାପାର । ଜୀବନ ହିଁ ସବୁକିଛି ଓ ସେହି ଜୀବନର କୌଣସି ଖାସ ବ୍ୟବସ୍ଥା ନାହିଁ; ଖାସ୍ ଅଗ୍ରଗତି ନାହିଁ, ବିଚାରରୁ ପ୍ରସୂତ କୌଣସି ବିବେକ ମଧ୍ୟ ନାହିଁ । ଜୀବନ ସଂପୂର୍ଣ୍ଣ ଭାବରେ କେବଳ ଆପଣ ନିମନ୍ତେ ହିଁ ରହିଛି ଆଦୌ କିଛିକୁ ବି ଅପେକ୍ଷା କରୁନାହିଁ । *

 

ମନୁଷ୍ୟର ଜୀବନ ଏପରି ଗୋଟିଏ ମୂଳଭୂତ ଗଢ଼ଣରେ ତିଆରି ହୋଇଛି ଯେଉଁଟିରେ କି ବସ୍ତୁଗୁଡ଼ିକ ସମ୍ପର୍କରେ ଏକ ବୋଧ ଅର୍ଜନ କରିବାର କୌଣସି ସ୍ଥାନ ନାହିଁ, ମନୁଷ୍ୟମାନଙ୍କ ଭିତରେ ଏକ ପାରସ୍ପରିକ ବୁଝାମଣାର କୌଣସି ଅବକାଶ ନାହିଁ; ଏଇଟି ହେଉଛି ପ୍ରାଣଧର୍ମୀ ଶକ୍ତିଗୁଡ଼ିକର ଏକ ଅନବରତ ଅଭିବୃଦ୍ଧି ଏବଂ ଅନବରତ ସଂଗ୍ରାମ ଏବଂ ତାହାରି ମାଧ୍ୟମରେ ହିଁ ସେଇଟି ମନୁଷ୍ୟଧର୍ମଟିକୁ ସର୍ବଦା ରୂପାୟିତ କରିନେଉଛି ।**

 

ଜର୍ମାନ୍‌ମାନେ ତ ବର୍ତ୍ତମାନ ସେହି ପଥଟିକୁ ଗ୍ରହଣ କରିଛନ୍ତି, ଯେଉଁଟିକୁ କି ଊନବିଂଶ ଶତାବ୍ଦୀର ଜର୍ମାନ୍ ଦାର୍ଶନିକମାନେ ସେମାନଙ୍କ ଲାଗି ନକ୍ସା କାଟି ପ୍ରକୃତରେ ଦେଖାଇ ଦେଇଥିଲେ-। ବିଗତ ଏକଶହ ବର୍ଷର ଇତିହାସ ଏହି ଘଟଣାଟିର ଗୋଟିଏ ଉତ୍ତମ ଉଦାହରଣ ହୋଇ ରହିଛି ଯେ, ସମାଜର ଏହି ବିବର୍ତ୍ତନ-କ୍ଷେତ୍ରରେ ଅନିବାର୍ଯ୍ୟ ବୋଲି ମୋଟେ କିଛି ନାହିଁ; ତୁମେ ଯେଉଁପରି ଭାବିବ, ତାହାହିଁ ବାସ୍ତବରୂପେ ଅବଶ୍ୟ ପ୍ରକଟ ହୋଇ ଉଠିବ ।***

 

*Oswald Spengler, quoted in Leonard Barnes : Empire or Democracy ? Gollancz, London, 1939, p, 226.

 

**Ludwig Klages, quoted in Leonard Barnes : op, cit, p, 225,

 

***Gladstone Murray, Public Relations Counsel, formerly General Manager of the Canadian Broadcasting Corporation : “Is the Profit Motive Anti-social ?, in vital Speches, Vol, II, p, 149,

 

ଉକ୍ତିର ଏହି ସଂଗ୍ରହଟି ପ୍ରକୃତରେ କେତେ ଆଗ୍ରହୋଦ୍ଦୀପକ ନହୋଇଛି । ପ୍ରଥମ ପାଞ୍ଚାଗୋଟି ଉଦ୍ଧୃତି ସିଧା ପାଞ୍ଚଜଣ ପ୍ରବୀଣ ଫାସିଷ୍ଟ୍‌ଙ୍କ ମୁହଁରୁ ଅବଶ୍ୟ ‘ପ୍ରବୀଣ’ ବୋଲି କହିଲେ ସେହି ଶବ୍ଦଟି ହିଟ୍‌ଲରଙ୍କ ନିମନ୍ତେ ପ୍ରୟୋଗ କଲାବେଳେ କିଞ୍ଚିତ୍ ଅଳ୍ପ ପରିମାଣରେ ବଳହୀନ ପରି ମନେ ବି ହେଉଛି । ଏବଂ ଷଷ୍ଠଟି ଯେଉଁଟିକି ମୁଁ ଜାଣିବାରେ ଜଣେ ଫାସିଷ୍ଟ୍‌ଙ୍କର ମୁହଁରୁ ଉଚ୍ଚାରିତ ହୋଇନାହିଁ, ଏହିଟିର ପୂର୍ବବର୍ତ୍ତୀ ଉକ୍ତିଗୁଡ଼ିକ ଦୃଷ୍ଟିରୁ ବେଶ୍‍ ଯାଥାର୍ଥ ମନ୍ତବ୍ୟଟିଏ ପରି ହୋଇଛି । ଏବଂ, ସେଗୁଡ଼ିକ ଦ୍ଵାରା ବ୍ୟକ୍ତ ହେଉଥିବା ସାଧାରଣ ତତ୍ତ୍ଵମର୍ମଗୁଡ଼ିକର ଉଦ୍ଦେଶ୍ୟ ଓ ପ୍ରଭାବ ବିଷୟରେ ଆମକୁ ଅବଶ୍ୟ ଏକ ସର୍ବୋତ୍ତମ ଅନ୍ଦାଜ ମିଳିଯିବ ଯଦି ଆମେ ତା’ ଆଗରୁ ବୁଦ୍ଧିମାର୍ଗର ସେହି ବୈଜ୍ଞାନିକ ପଦ୍ଧତିଟିର ଦୁଇଟିଯାକ ବୃହତ୍ ନୀତିକୁ ସହଜ ଭାବରେ ବୁଝାଇଦେଇ ପାରିବା । ଏହି ନୀତି ଏବଂ ସୂତ୍ରଦୁଇଟି ହେଉଛନ୍ତି : (୧) ସଂପୃକ୍ତ ବ୍ୟକ୍ତିଟିଠାରୁ ବାହାରେ ସ୍ଵାଧୀନ ଭାବରେ ଅବସ୍ଥିତ ଏକ ଜଗତରେ ଦୃଷ୍ଟିଗୋଚର ହୋଇ ପାରୁଥିବା ଘଟଣାଚୟ ସହିତ ତୁଳନା କରି ଆମେ ଯାବତୀୟ ସୂତ୍ରୋକ୍ତିକୁ ପରଖି ଦେଖିବା ଏବଂ (୨) ସେଗୁଡ଼ିକୁ ଗୁନ୍ଥି ଏପରି ଏକ ସଙ୍ଗତ ବ୍ୟବସ୍ଥା ମଧ୍ୟ ତିଆରି କରିବା ଯାହାକି ଅନ୍ତର୍ଗତ ଭାବରେ ସୁସଙ୍ଗତ ମଧ୍ୟ ହୋଇଥିବ,–ଅର୍ଥାତ୍ ଏପରି ଏକ ବ୍ୟବସ୍ଥା ମଧ୍ୟକୁ ଗୁନ୍ଥି ଆଣିବା, ଯାହାର ଅନ୍ତର୍ଗତ ହୋଇ ରହିବାଦ୍ଵାରା ସେହି ଉକ୍ତିମାନେ ଆଦୌ ପରସ୍ପରର ବିରୋଧ କରୁନଥିବେ । ଏବଂ, ଏହି ସୂତ୍ରଗୁଡ଼ିକ ମଧ୍ୟରେ ଆଦୌ କୌଣସି ଶିଥିଳତା ନଥିବ । ପ୍ରଥମଟି ଆମକୁ ଏପରି ଏକ ଜଗତ ମଧ୍ୟରେ ବାନ୍ଧି ରଖିଥିବ, ଯେଉଁଟି କି ପ୍ରକୃତରେ ଯେଉଁପରି ନ୍ୟାୟତଃ ସେହିପରି ହୋଇ ରହିଛି, ଏପରି ଗୋଟିଏ ଜଗତ, ଯେଉଁଟିରେ ଆମେ ଆପଣାର କୌଣସି ଖିଆଲ ଅନୁସାରେ ବସ୍ତୁମାନଙ୍କୁ କଦାପି ବଦଳାଇ ଦେଇ ପାରିବାନହିଁ । ଅବଶ୍ୟ, ଆମର ଲବ୍ଧ ଜ୍ଞାନଟି ଅନୁସାରେ ବେଳେ ବେଳେ ହୁଏତ କିଛି ବଦଳାଇ ପାରିବା । ମାତ୍ର, ସେଇଟି ମଧ୍ୟ ସର୍ବଦା କରି ପାରିବାନାହିଁ । ଦ୍ଵିତୀୟଟି ଆମକୁ ନ୍ୟାୟକ୍ଷେତ୍ରର ଆବଶ୍ୟକତାଗୁଡ଼ିକ ସହିତ ବାନ୍ଧି ରଖିବ ଯାହାଫଳରେ ଆମେ ଯେଉଁଠାରେ ଇଚ୍ଛା ସେଠାରୁ ଆମ ନିଜର ଖୁସୀ ଅନୁସାରେ କିଛି ଆଣି ଆଦୌ ଏକାଠି ଗୁନ୍ଥିଦେଇ ପାରିବାନାହିଁ; ମାତ୍ର ଯେଉଁଗୁଡ଼ିକୁ ସଂଗତି ସହିତ ଏକତ୍ର ଗୁନ୍ଥି ହେବ, କେବଳ ସେହିଗୁଡ଼ିକୁ ହିଁ ଗୁନ୍ଥି ଆଣି ପାରୁଥିବା ।

 

ଫାସିଷ୍ଟ୍‌ବାଦର ନେତାମାନେ ଏକଥାଟିକୁ ଖୁବ୍ ଉତ୍ତମଭାବେ ଜାଣନ୍ତି, ଏବଂ ସେହି କାରଣରୁ ସେମାନେ ପ୍ରଚାର କରୁଥିବା ଜ୍ଞାନମୀମାଂସାଗତ ତୁଚ୍ଛା ନିରର୍ଥକ କୌଣସି ମାର୍ଗକୁ ଅବଲମ୍ବନ କରି ଆପଣାର କାର୍ଯ୍ୟକ୍ରମଟିକୁ ସଚେତନ ଭାବରେ କେବେହେଲେ ବିପନ୍ନ କରି ଦିଅନ୍ତିନାହିଁ । କିନ୍ତୁ ଯେତେବେଳେ ତୁମେ ଗୋଟିଏ ଗୋଟିଏ ସଂପୂର୍ଣ୍ଣ ଲୋକସମୂହକୁ, ନିଜ ସମୂହଟି ସମେତ ଆପଣାର ଦାସ କରି ରଖିବାରୁ ବାହାରିଛ, ସେତେବେଳେ ଏକାନ୍ତ ଆବଶ୍ୟକ ହେବ ଯେ, ତୁମେ (୧) ଏହି ପୃଥିବୀ ପ୍ରକୃତରେ ଯେଉଁପରି, ତୁମେ ତାହାକୁ ସେହିପରି ଦେଖିବାରୁ ସେମାନଙ୍କୁ ଅସମର୍ଥ କରି ରଖିବ ଏବଂ (୨) ତୁମ ଆଦର୍ଶଟାକୁ ମଧ୍ୟ ସେମାନେ ଯେପରି ଏକ ଉଚିତ ସମୀକ୍ଷାତ୍ମକ ଭାବରେ ପରୀକ୍ଷା କରି ପାରିବେ, ତୁମେ ସେହିପରି ସେମାନଙ୍କୁ କୌଣସି ଅବସର କଦାପି ଦେବନାହିଁ । ଏବଂ, ପ୍ରକୃତ କ୍ଷେତ୍ରରେ, ତୁମର ଆର୍ଦଶବାଦଟିକୁ ବ୍ୟକ୍ତ କରୁଥିବା ବ୍ୟକ୍ତିମାନେ ମଧ୍ୟ ତୁଚ୍ଛା କୌଣସି ନା କୌଣସି ପ୍ରଚାରମୂଳ ସ୍ଵାର୍ଥର ସାଧନ କରିବା ନିମନ୍ତେ ବଛା ହୋଇ ଆସିଥିବେ ଏବଂ, ଏହିପରି ଭାବରେ ସେହି ପୂରା ଗଦାଟାଯାକ ହିଁ ଏପରି ବହୁସଂଖ୍ୟାର ଉକ୍ତିଦ୍ଵାରା ଭର୍ତ୍ତିହୋଇ ରହିଥିବ, ଯେଉଁଗୁଡ଼ିକୁ କି ନ୍ୟାୟଯୁକ୍ତି ଯେତେ ଯାହା ଆଖିବୁଜା ପ୍ରସାରଣ ସହିତ ମଧ୍ୟ ପରସ୍ପର ସହିତ ଏକ ସଂଗତି ମଧ୍ୟକୁ ଆଣି ପାରୁନଥିବ । ଉଦାହରଣ ସ୍ୱରୂପ, ସେହି ଏକା ସାରଣୀଟି ମଧ୍ୟରେ ‘ଆର୍ଯ୍ୟମାନଙ୍କର ମୁଣ୍ଡର ବାଳ କହରା ଓ ଆଖିର ରଙ୍ଗ ନୀଳ’ ଏବଂ ଜାପାନୀମାନେ ଆର୍ଯ୍ୟ-ଅଂଶରୁ ଜାତ ହୋଇଛନ୍ତି,–ଏହି ଦୁଇଟି ଉକ୍ତିକୁ ତୁମେ ଅନ୍ତର୍ଗତ କରି ମୋଟେ ରଖି ପାରିବନାହିଁ । ଅଥବା, ସେହି କାରଣରୁ, ‘ହିଟ୍‌ଲର୍ ଜଣେ ଆର୍ଯ୍ୟବଂଶ ସମ୍ଭୁତ’ ବୋଲି ଆଉଗୋଟିଏ କଥାକୁ ତା’ ସହିତ ମିଶାଇଦେଇ ପାରିବନାହିଁ ।

 

ଏହି କ୍ଷେତ୍ରରେ ତୁମେ ତେବେ କ’ଣ କରିବ ? ପ୍ରଥମତଃ ତୁମେ ପ୍ରାୟ ଏହିପରି କେତୋଟି ନୀତିବାକ୍ୟକୁ ବ୍ୟକ୍ତ କରୁଥିବା ପୁରଧାଡ଼ୀ ବୟାନମାନଙ୍କୁ ବ୍ୟବହାର କରି ନ୍ୟାୟତର୍କର ପ୍ରଥମ ନୀତିଟି ମଧ୍ୟରେ ହିଁ ଏକ ପ୍ରମାଦ ଆଣି ପୂରାଇଦେବ : ‘ସମାଜର ଚର୍ଚ୍ଚା ଓ ଆଲୋଚନା କରୁଥିବା ବିଜ୍ଞାନଗୁଡ଼ାକୁ ଆଦୌ ବିଜ୍ଞାନ ବୋଲି କହି ହେବନାହିଁ’, ବିଜ୍ଞାନର ପ୍ରୟୋଗ କରାଯିବା ଦ୍ଵାରା ବାସ୍ତବ ସତ୍ୟଟାକୁ ବହୁପ୍ରକାରରେ କଦର୍ଥ କରି ଦିଆଯାଏ’, ‘ବିଜ୍ଞାନ ଆଦୌ ଯଥେଷ୍ଟ ନୁହେଁ’, ‘ତା’ ସହିତ ବିଶ୍ଵାସ ମଧ୍ୟ ରହିଥିବା ଆବଶ୍ୟକ’, ‘ବୁଦ୍ଧିର ପ୍ରୟାସ ବଳରେ ଆମେ ଗଭୀରତମ ସତ୍ୟଗୁଡ଼ିକ ଯାଏ ଆଦୌ ଯାଇ ପାରିବାନାହିଁ, ଏବଂ, ଏହି ଅସରନ୍ତ ପଂକ୍ତିଟିର ଶେଷରେ ମୁଣ୍ଡିଟିଏ ମାରିଦେବା ପରି ‘ଆମେ କେବଳ ସେହି ଅନ୍ତରସ୍ଥ ଭାବଟି ଦ୍ଵାରା ପ୍ରେରିତ ହୋଇ ବଞ୍ଚୁଛୁ’ ବୋଲି ଏକ ମନ୍ତବ୍ୟ ହିଁ କରିଦେବ ।

 

ପୁନଶ୍ଚ, ନିମ୍ନୋକ୍ତ କିସମର କେତୋଟି ବାକ୍ୟଦ୍ଵାରା ଆମର ଦ୍ଵିତୀୟ ବୁଦ୍ଧିଦ୍ଵାରା ପ୍ରେରିତ ଶୃଙ୍ଖଳାଟିକୁ ମଧ୍ୟ ଅର୍ଥ କଦର୍ଥ କରି ଦେଇହେବ; ‘ ନ୍ୟାୟଶାସ୍ତ୍ରଟା ଆମକୁ ଖୁବ୍ କଠୋର ଭାବରେ ବାନ୍ଧି ରଖେ ଓ ମୁକ୍ତ ଭାବରେ ଚିନ୍ତା କରିବାର ସୁଯୋଗ ଦିଏନାହିଁ, ‘ତୁମେ କିପରି ଭାବୁଛ ସେଇଟି ଅସଲ କଥା ନୁହେଁ, କିପରି ଅନୁଭବ କରୁଛ, ସେଇଟି ହେଉଛି ଏକମାତ୍ର ଅସଲ କଥା’, ଆମର ଭାବାବେଗଟି ହିଁ ଆମକୁ ସତ୍ୟ ପାଖରେ ନେଇ ପହଞ୍ଚାଇ ଦେଇଥାଏ’, ‘ନାଇଁ ଏହି ଦରସିଝା ବୁଦ୍ଧିସର୍ବସ୍ଵ ଶିକ୍ଷାରେ କିଛି ହେଲେ ଲାଭ ନାହିଁ, ‘ମୁଁ ବିଦେଶରୁ ଏଠାକୁ ଆସିଥିବା ଆଦୌ ଜଣେ ବୁଦ୍ଧିମାର୍ଗୀ ମନୁଷ୍ୟ ନୁହେଁ’, ‘ବିଚାରମାନେ ବୁଦ୍ଧିର ବୋଲି ମାନନ୍ତିନାହିଁ, ସେମାନେ ତ ରକ୍ତ ଭିତରେ ହିଁ କାର୍ଯ୍ୟ କରୁଥାଆନ୍ତି’, ‘ଜୀବନ କେବଳ ତା’ ନିଜପାଇଁ ହିଁ ରହିଛି । ଏବଂ, ଏହି ପୂରା ଧାଡ଼ିଟାରେ ଗୋଟିଏ ମୁଣ୍ଡି ମାରି ତୁମେ ଶେଷରେ କେଡ଼େ ଆହ୍ଲାଦର ସହିତ ‘ତେଣୁ ଆମେ ରକ୍ତ ସାହାଯ୍ୟରେ ହିଁ ଚିନ୍ତା କରିବା’ ବୋଲି ନିଶ୍ଚୟ କହିପାରିବ ।

 

ଏହି ଦୁଇଟିଯାକ ପ୍ରକ୍ରିୟା ମଧ୍ୟଦେଇ ଯାଇସାରିବା ପରେ,–ନିଜର ମାନସିକ ସ୍ତରରେ ଏହି କେତେ ପାନ ବିରେଚକକୁ ସେବନ କରିସାରି,–ସେମାନେ ପରିଶେଷରେ ଫାସିଷ୍ଟ୍‌ବାଦୀ କ୍ଷମତାର ପୂର୍ଣ୍ଣ ଅଧୀନକୁ ନିଶ୍ଚୟ ଆସିଯିବେ । ସେମାନେ ବର୍ତ୍ତମାନ ବିଷୟ–ଆଧାରିତ ବସ୍ତୁସତ୍ୟରେ ଆଦୌ କୌଣସି ଆଗ୍ରହ ପ୍ରକାଶ କରିବେନାହିଁ, ସେଇଟିର କୌଣସି କଳ୍ପନା ମଧ୍ୟ କରି ପାରିବେନାହିଁ ଏବଂ, ଭିନ୍ନ ଭିନ୍ନ ବିଚାର ମଧ୍ୟରେ ଯେ ସର୍ବଦା ଏକ ସଂଗତି ଥାଏ, ସେହି ବିଷୟରେ ଆଉ କୌଣସି ପ୍ରକାର ସଜ୍ଞାନ ନଥିବେ । ସେମାନେ ସେତେବେଳେ କେଡ଼େ ବିଶ୍ଵାସର ସହିତ ଏହିପରି ମନ୍ତବ୍ୟମାନଙ୍କୁ ଶ୍ରବଣ କରିବେ ଏବଂ ଶୁଣି ସେଗୁଡ଼ିକର ନିରର୍ଥକତାକୁ ଆଦୌ ହସି ଉଡ଼ାଇଦେବେ ନାହିଁ;

 

ଫାସିଷ୍ଟ୍‌ବାଦର ଏକ ନିଜସ୍ଵ ନୈତିକତା ରହିଛି, ଏବଂ ଯେକୌଣସି ପରିସ୍ଥିତିରେ ମଧ୍ୟ ଆମେ ସେହିଗୁଡ଼ିକୁ ଅବଲମ୍ବନକରି ରହିବୁ ଏବଂ ଆମର ସେହି ନୈତିକତାର ମାର୍ଗଟି ଆମକୁ ବାଧ୍ୟ କରଛି ଯେ, ଆମେ ଆପଣାର କଥାଟିକୁ ଆଦୌ କୌଣସି ପ୍ରକାର କୁଣ୍ଠା ନରଖି ସମସ୍ତଙ୍କୁ ନିଶ୍ଚୟ କହି ପାରିଥିବୁ । ଏବଂ ଯେତେବେଳେ ଆମର କାହାରି ସହିତ ଏକ ପ୍ରକୃତ ବନ୍ଧୁତା ସ୍ଥାପିତ ହୋଇ ପାରିବ, ତେବେ ଆମେ ତା’ ପାଖରେ ଶେଷପର୍ଯ୍ୟନ୍ତ ବିଶ୍ଵାସଭାଜନ ହୋଇ ରହିଥିବୁ । *

 

ଏହି କଥାଟି ପରିପୂର୍ଣ୍ଣ ଭାବରେ ସତ୍ୟ ଯେ ଜଣେ ଫାସିଷ୍ଟ୍ ତା’ର ଜଣେ ପ୍ରତିବେଶୀକୁ ସର୍ବଦା ଭଲ ପାଏ’ ମାତ୍ର ସେହି ପ୍ରତିବେଶୀଟି ସତେ ଯେପରି ଗୋଟିଏ ଅସ୍ପଷ୍ଟ ଛାୟା ହୋଇ କଳ୍ପନା ମଧ୍ୟରେ କେବେହେଲେ ଅବସ୍ଥାନ କରୁନଥାଏ, ସେହି ପ୍ରତିବେଶୀକୁ ଭଲ ପାଉଛୁ ବୋଲି ଆମ ନିଜର ଆବଶ୍ୟକ କଠୋର ପ୍ରଶିକ୍ଷଣରେ କୌଣସି ପ୍ରତିବନ୍ଧକ ଆଣି ଛିଡ଼ା କରୁନାହିଁ ଏବଂ, ସ୍ଥାନମର୍ଯ୍ୟାଦାର ସର୍ବବିଧ ପାର୍ଥକ୍ୟ ରକ୍ଷା କରିବାରେ ଏବଂ ତା’ ସହିତ ଆମେ ରଖିଥିବା ବାହ୍ୟ ଦୂରତାଗୁଡ଼ିକର କ୍ଷେତ୍ରରେ ଆମେ ଆହୁରି କମ୍ ସାଲିଶ୍ ବି କରିଥାଉ । **

 

ଉପସ୍ଥିତ ମୁହୂର୍ତ୍ତଟିରେ ଯେଉଁ କଥାଟି ଆମକୁ ସର୍ବାଧିକ ପରିମାଣରେ ଆନନ୍ଦ ପ୍ରଦାନ କରୁଛି, ସେଇଟି ହେଉଛି ଯେ, ବର୍ତ୍ତମାନ ଆମେ ଭିତରେ ଏପରି ଜଣେ ଉପସ୍ଥିତ ରହିଛନ୍ତି (ଇତାଲୀର ବେନିଟୋ ମୁସୋଲିନି) । ସିଏ ହେଉଛନ୍ତି ଆମ ଇତିହାସରେ ଥିବା ସେହି ଏକକ ମନୁଷ୍ୟମାନଙ୍କ ମଧ୍ୟରେ ଜଣେ, ଯେଉଁମାନଙ୍କର କି ଇତିହାସର ଘଟଣାମାନ କୌଣସି ବିଚାର କରେନାହିଁ, ମାତ୍ର ଯେଉଁମାନେ ସ୍ଵୟଂ ନିଜ ଦେଶର ଇତିହାସକୁ ପ୍ରକୃତରେ ଆକୃତିଟିଏ ପ୍ରଦାନ କରି ଥାଆନ୍ତି । ***

 

* Benito Mussolini; “Germany and Italy : The Greatest and Soundest Democracies,” a speech made in Berlin. Sptember 28, 1937, Vital Speeches, Vol. lV. P. 17.

 

*Bcnito Mussolini : ‘‘The principles of Fascism” in Living Age, Vol 345 p. 238.

 

***Adolf Hitler : Speech of september 28. 1937. On the same occasion as Mussolini’s(supra) Fital Speeches. Vol IV. P. 18. Those words are widely amusing coming as they do from the mouth that was about to swallaow the oyster .

 

କ୍ଵଚିତ୍ କୌଣସି ସାନ୍ତ୍ଵନା ପ୍ରଦାନ କରୁଥିଲେ ମଧ୍ୟ ତଥାପି ଏପରି ଚିନ୍ତା କରିବାକୁ କିଞ୍ଚିତ୍ ସ୍ଥିରତା ପ୍ରାପ୍ତ ହୋଇପାରୁଛି ଯେ, ଅଣଫାସିଷ୍ଟ ଏକାଧିକ ଦେଶରେ ଠିକ୍ ଏହିପରି ଭ୍ରାନ୍ତିଯୁକ୍ତ ନାନା କଳ୍ପନା ରହିଛି ଏବଂ ସେଗୁଡ଼ିକୁ ମଧ୍ୟ ସେହି ସମାଜ ଉଦ୍ଦେଶ୍ୟର ସଧାନରେ ବେଶ୍ ବ୍ୟବହାର କରାଯାଇ ପାରିବ । ତେଣୁ, ଏକ ଦାର୍ଶନିକ ଭିତ୍ତିର ସମୀକ୍ଷଣ ଦ୍ଵାରା ସେହି ମିଥ୍ୟାଟିର ଅପସାରଣ ଓ ବିନାଶ,–ଆମେ ତାହାକୁ ପୃଥିବୀରେ ସର୍ବତ୍ର ଗଣତନ୍ତ୍ର ଲାଗି ହେଉଥିବା ସାଧାରଣ ସଂଗ୍ରାମ ଏକ ଅଂଶ ବୋଲି ନିଶ୍ଚୟ କହିବା । ଏବଂ, ସେହି ସମୀକ୍ଷାଟିର ଏକ ପ୍ରସ୍ତାବନା ହିସାବରେ ଏଠାରେ କେତୋଟି ମିଥ୍ୟାର ଉଦାହରଣ ଦେବାକୁ ଆବଶ୍ୟକ ମନେ ବି କରିବା; ସେହି ମିଥ୍ୟାଗୁଡ଼ିକୁ ପ୍ରକୃତରେ ଯେଉଁପରି ଭାବରେ ପ୍ରୟୋଗ କରାଯାଇଥିଲା, ଆମେ ତାହାରି କେତୋଟି ଉଦାହରଣ ଦେବା । ନିମ୍ନରେ ପ୍ରଦତ୍ତ ହୋଇଥିବା କେତେଗୋଟି ଉଦ୍ଧୃତି ଆମେରିକାର ଅର୍ଥନୀତି-କ୍ଷେତ୍ରରେ ଘଟିଥିବା ସେହି ବୃହତ୍ ମାନ୍ଦାର ଏକ ‘ମାନସିକ’ ପ୍ରତିଭାସ ଆଣି ସମ୍ଭବତଃ ଯୋଗାଇ ଦେଇ ପାରିବ ।

 

ମୁଁ ଭାବୁଛି ଯେ ଏବର୍ଷଟିର (୧୯୩୦) ଆମ ବେପାର-କାରବାରର ସାଧାରଣ ଅବସ୍ଥାଗୁଡ଼ିକର ସମଗ୍ରତଃ ବେଶ୍ ଅନୁକୂଳ ଭାବରେ ୧୯୨୮ ମସିହାର ଅବସ୍ଥାମାନଙ୍କ ସହିତ ତୁଳନା କରାଯାଇ ପାରିବ । ୧୯୨୯ ମସିହାରେ ଅବସ୍ଥାଟି ଅତ୍ୟନ୍ତ ଖରାପ ଥିଲା ଏବଂ ଅତ୍ୟନ୍ତ ପରିମାଣରେ ଏକ ସ୍ଫୀତିଯୁକ୍ତ ଶିଖର–ଅବସ୍ଥାଟି ସେବର୍ଷ ଏତେ ଅନ୍ୟପ୍ରକାର ଥିଲା ଯେ, ତାହାକୁ ଆମେ ଆଦୌ କୌଣସି ତୁଳନା ନିମିତ୍ତ ଗୋଟିଏ ଉପଯୁକ୍ତ ବର୍ଷ ହିସାବରେ ଗ୍ରହଣ କରି ପାରିବାନାହିଁ । ମୁଁ ଭାବୁଛି ଯେ ଆର୍ଥିକ ଅଗ୍ରଗତିରେ ଏକ ରକ୍ଷଣଶୀଳତା ପ୍ରାୟ ଅତ୍ୟନ୍ତ ସ୍ଵାଭାବିକ ଭାବରେ ପୁନର୍ବାର ଦେଖାଗଲେ ତାହାକୁ ଭୁଲ୍ କରି ଗୋଟିଏ ସାଧାରଣ ମାନ୍ଦା ଅବସ୍ଥା ବୋଲି କୁହା ଯାଉଥାଏ ।

 

ଯଦି ଆମେରିକାର ଲୋକଙ୍କୁ ଏହି କଥାଟି ବୁଝାଇ ଦିଆଯାଇ ଥାଆନ୍ତି । ଯେ ଏହି ସାନ ସ୍ଥିତିଟି ପ୍ରକୃତରେ ଘଟିଲା, କାରଣ ଖୁବ୍ ଅଳ୍ପସଂଖ୍ୟକ କେତେ ଧନୀ ବ୍ୟକ୍ତି ତଥାପି ଆହୁରି ଧନୀ ହେବାପାଇଁ ଚେଷ୍ଟା କରିଥିଲେ ଏବଂ ଏଥିଲାଗି ସେମାନଙ୍କର ଜୀବନରେ ଦ୍ଵନ୍ଦ୍ଵମାନ ଉପୁଜି ନଥିଲେ ଆମକୁ ମୋଟେ କୌଣସି ମାନ୍ଦାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା । ଯଦି ଜଣେ ଶ୍ରମଜୀବୀ ତା’ ପରିବାରରେ ଆବଶ୍ୟକ ହେଉଥିବା ମୋଟରଗାଡ଼ି, ରେଡ଼ିଓ ଓ କପଡ଼ା ଇତ୍ୟାଦି କ୍ରୟ କରି ପାରିଥାନ୍ତା ଏବଂ ଜଣେ ବେପାରୀ ମଧ୍ୟ ପୂର୍ବପରି ତା’ର ଯାବତୀୟ ନିର୍ବାହକୁ ଅବ୍ୟାହତ ରଖି ପାରିଥାନ୍ତା, ତେବେ କୌଣସି ମାନ୍ଦା କେବେହେଲେ ଘଟିନଥାନ୍ତି । କିନ୍ତୁ ସେପରି ହେଲାନାହିଁ ଓ ବଡ଼ ବ୍ୟାଙ୍କ୍‌ ମାଲିକମାନେ ବଡ଼ ବଡ଼ ବ୍ୟାପାରୀ ଏବଂ କାରଖାନା ମାଲିକମାନଙ୍କୁ ଡକାଇ କହି ଦେଇଥିଲେ ଯେ, ଆଗକୁ ଗୋଟିଏ ଭାରି କଠିନ ସମୟ ଆସୁଛି ଏବଂ ତେଣୁ ସେମାନଙ୍କୁ ମଧ୍ୟ ନିଜ କମରପଟିଗୁଡ଼ିକୁ କଷି କରି ବାନ୍ଧି ସମର ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । *

 

ବ୍ୟବସାୟରେ ଗୋଟିଏ ଗୋଟିଏ ମାନ୍ଦା ସମୟରେ ଯେ ଗୋଟିଏ ଗୋଟିଏ କାରଣ ହେଉଛି ଅପବ୍ୟୟ, ଅସାଧୁତା ଏବଂ ଈଶ୍ଵରଙ୍କର ଇଚ୍ଛା ଅନୁସାରେ କାର୍ଯ୍ୟ କରିବାକୁ ଆନୁଗତ୍ୟର ଅଭାବ । ଅର୍ଥାତ୍ ନୈତିକ ଚରିତ୍ରର କ୍ଷେତ୍ରରେ ଏକ ଘୋର ସ୍ଖଳନ । ହିସାବମାନେ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସେହି କଥାଟିକୁ ଦେଖାଇ ଦିଅନ୍ତି । ସଂପୂର୍ଣ୍ଣ ନିର୍ଭୁଲ ଭାବରେ ସେମାନେ ଦେଖାଇ ଦେଇଥାନ୍ତି ଯେ, କେତୋଟି ଆବଶ୍ୟକ ଉପାୟ ଗ୍ରହଣ କରିପାରିଲେ ବ୍ୟବସାୟର କ୍ଷେତ୍ରରେ ଘଟୁଥିବା ମାନ୍ଦାଗୁଡ଼ିକରୁ ଅବଶ୍ୟ ମୁକ୍ତି ମିଳି ପାରିବ । ହଁ, ଏକ ନୌତିକ ଜାଗରଣ ଦ୍ଵାରା ସମ୍ଭବ ହେବ, ଆଧ୍ୟାତ୍ମିକ ପୁନରୁତ୍‌ଥାନ ଦ୍ଵାରା ଘଟିବ ଏବଂ ଚରିତ୍ରର ପୁନଃସ୍ଥାପନା ଦ୍ଵାରା ଅବଶ୍ୟ ହେବ । ହଁ ଆମେରିକାନ୍ ବ୍ୟାଙ୍କ୍‌ମାଲିକମାନଙ୍କର ଆସୋସିଏସନ୍ ପୁଞ୍ଜି ଯୋଗାଇଦେବ । ଆମେରିକାନ୍ ପରିସଂଖ୍ୟାନ ପକ୍ଷଟିଏ ଜଣେ ବ୍ୟକ୍ତି ପ୍ରାପ୍ତ ହୋଇଥିବା ଫଳଗୁଡ଼ିକର ପରିମାଣ ନିର୍ଣ୍ଣୟ କରିଦେବ-। କିନ୍ତୁ, ୱାଇ.ଏମ୍. ସି.ଏ. ହେଉଛି ସେହି ପ୍ରକୃତ ଏବଂ ଅସଲ ସଂସ୍ଥାଟି, ଯିଏକି ପ୍ରକୃତରେ ସମସ୍ୟାଟିର ସଂପୂର୍ଣ୍ଣ ମୂଳକୁ ଯାଇ ଅବସ୍ଥାଟିକୁ ତନଖି ଦେଖିବାକୁ ଇଚ୍ଛା କରିବ । ଅନ୍ୟ ସେହି ପୂର୍ବୋକ୍ତ ସଂସ୍ଥାଚୟର ମିଳିତ ପ୍ରୟାସମାନ ଅପେକ୍ଷା ଏହି ଶେଷଟି ଭିତରେ ହିଁ ବୃହତ୍ତର ନାନା ସମ୍ଭାବନା ନିହିତ ହୋଇ ରହିଛି । ସମୃଦ୍ଧିଟିକୁ ଆଣିବାକୁ ଇଚ୍ଛା କରିଥିଲେ କର୍ମ କରିବା ଏବଂ ଜୀବନ ବଞ୍ଚିବାର ମାର୍ଗଗୁଡ଼ିକୁ ଲୋକମାନଙ୍କୁ ଯଥାରୀତି ଅଭ୍ୟସ୍ତ କରିବାକୁ ପଡ଼ିବ । ହଁ, ତ୍ରିଭୁଜଟିର ତିନୋଟିଯାକ ପଟେ,–ଭୌତିକ, ମାନସିକ ଏବଂ ଆଧ୍ୟାତ୍ମିକ ତିନୋଟିଯାକ ମୂଲ୍ୟାନୁଭୂତିର କ୍ଷେତ୍ରରେ ପ୍ରଶିକ୍ଷିତ ହେବାକୁ ପଡ଼ିବ । **

 

*Gilbert T. Hodges, President of the Advertising Federation of America, New York Times, October 19, 1930.

 

** Roger Babson : Message to the National Committee of the YMCA, New York Times, September 13, 1930.

 

ଏହି ପୂର୍ବବର୍ତ୍ତୀ ଲିଖିତାଂଶଗୁଡ଼ିକୁ ମଧ୍ୟରୁ ପ୍ରଥମଟିରେ ମାନ୍ଦାର ଅବସ୍ଥାଟିକୁ ବିଶେଷଜ୍ଞମାନଙ୍କ ମନରେ ରହିଥିବା ଗୋଟିଏ ପରିସଂଖ୍ୟାନଗତ ତ୍ରୁଟି ବୋଲି କହି ସତେଅବା ଅସ୍ଵୀକାର କରାଯାଇଛି । ଦ୍ଵିତୀୟଟିରେ ତାହାକୁ ପ୍ରାୟ କାନରୁ କାନ ହୋଇ ଜ୍ଞାତ ହେଉଥିବା ବ୍ୟାପାର ବୋଲି କୁହାଯାଇଛି ଯାହାକୁ କି ବେଶ୍‍ କପଟପୂର୍ଣ୍ଣ ଭାବରେ ବଡ଼ ବଡ଼ ବ୍ୟାଙ୍କ୍‌ମାଲିକଙ୍କ ଦ୍ଵାରା ପ୍ରଚାର କରାଯାଇଛି । ଏବଂ, ତୃତୀୟଟିରେ, ସତେଅବା ତୁଚ୍ଛା କୌଣସି ଶୂନ୍ୟ ଉପରେ ଚିତ୍ର ଆକାରର ଅଙ୍କା ଯାଇଥିବା ଏକ ବିସ୍ମୟକାରୀ ଦୃଷ୍ଟାନ୍ତ ସଦୃଶ ଆଧ୍ୟାତ୍ମିକତାର ଅଭାବ ହେତୁ ଏହିଭଳି ମାନ୍ଦାଟିଏ ଭୋଗିବାକୁ ହୋଇଥାଏ ବୋଲି ବିଶ୍ଵାସ କରିବା ନିମନ୍ତେ ଆମକୁ ପରାମର୍ଶ ଦିଆଯାଇଛି । ଯଦି ଆମେରିକାବାସୀମାନେ ‘ଯଥାର୍ଥ’ ଆଦର୍ଶଗୁଡ଼ିକର ଅଧିକାରୀ ହୋଇଥାନ୍ତେ, ତେବେ ଅର୍ଥନୀତିର କ୍ଷେତ୍ରରେ କୌଣସି ବିପର୍ଯ୍ୟୟ ହେଉନଥାନ୍ତା ବୋଲି କୁହାଯାଇଛି ।

 

ବସ୍ତୁତଃ, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଏହି ସବୁଯାକ ମନ୍ତବ୍ୟୋକ୍ତି ଦ୍ଵାରା ଗୋଟିଏ କଥା ଯେପରି ମୋଟେ କହିବାକୁ ନପଡ଼େ ସେଥିପାଇଁ ଚେଷ୍ଟା କରାଯାଇଛି । ପୁଞ୍ଜିବାଦର ବ୍ୟବସ୍ଥାଟି ମଧ୍ୟରେ ରହିଥିବା ଏକ ଖାସ୍ କାରଣ ହେତୁ ମାନ୍ଦାର ସମ୍ମୁଖୀନ ହେବାକୁ ହେଉଛି, ସେହି କଥାଟିକୁ ଏଡ଼ି ଦିଆଯାଇଛି । ଏବଂ, ପୁଞ୍ଜିବାଦ ନାମକ ବ୍ୟବସ୍ଥାଟିରେ ବ୍ୟାଙ୍କ୍‌ମାଲିକ, ବିଜ୍ଞାପନଦାତା ତଥା ପରିସଂଖ୍ୟାନଗୁଡ଼ିକର ବିଶେଷଜ୍ଞ,–ଏହି ପ୍ରତ୍ୟେକଙ୍କର ସ୍ଵାର୍ଥ ଜଡ଼ିତ ହୋଇ ରହିଛି । ଏପରି କହିବା ଅପେକ୍ଷା ଆଉ ଅଧିକ ସହଜ ବସ୍ତୁତଃ କ’ଣ ରହିଛି ଯେ ଏକ ମନକ୍ଷେତ୍ରରେ ରହିଥିବା କାରଣରୁ କୌଣସି ମାନ୍ଦାର ସମ୍ମୁଖୀନ ହେବାକୁ ପଡ଼ିଛି ! ଆମେ ପ୍ରକୃତ ସ୍ଥିତିଟିକୁ ହୁଏତ ଟାଳି ଦେଉଛୁ ଏବଂ ତେଣୁ ସେଥିରୁ ଶୀଘ୍ର ବାହାରି ଆସି ପାରୁନାହୁଁ,–ପୁଣି ସେଥିରେ ନୈତିକତାର ମଧ୍ୟ ସଂପୃକ୍ତିଟିଏ ପ୍ରଚ୍ଛନ୍ନ ହୋଇ ରହିଛି, ଇତ୍ୟାଦି ଇତ୍ୟାଦି । ଯଦି ସେହି ବିପର୍ଯ୍ୟୟଟି ଏକ ମାନସିକ କ’ଣ ଗୋଟିଏ ହୋଇଥାନ୍ତା, ତେବେ ତାହାର ଆରୋଗ୍ୟ ତ ସେହି ମାନସିକ କ୍ଷେତ୍ରର ହି ଗୋଟିଏ ପଦକ୍ଷେପ ଦ୍ଵାରା ହୁଅନ୍ତା । ପୁନଶ୍ଚ, ଅର୍ଥନୀତି–କ୍ଷେତ୍ରରେ ଘଟୁଥିବା ଘଟଣାମାନ କିପରି ଏକ ବାସ୍ତବ ପୂର୍ବାପରସମ୍ବନ୍ଧ ଅନୁସାରେ ଆସନ୍ତି, ଆମେ ସେବିଷୟରେ ମୋଟେ କିଛି ମୁଣ୍ଡ ଖେଳାଇବା ନାହିଁ, ମାତ୍ର, ପରିସଂଖ୍ୟାନମାନଙ୍କର ଏକ ଭିନ୍ନ ପ୍ରକାର ବ୍ୟାଖ୍ୟା କରିଦେବା ଦ୍ଵାରା ହିଁ ସବୁକିଛିର ସମାଧାନ ହୋଇଯିବ,–ତା’ ସହିତ ଅନ୍ୟ କିସମର ଜନରବଗୁଡ଼ିକୁ ବରଂ ପ୍ରଚାର କରିଦେବା ଅଥବା କୌଣସି ୱ୍ୱାଇ.ଏମ୍.ସି.ଏ. ରେ ଯାଇ ଆନୁଷ୍ଠାନିକ ଭାବରେ ଯୋଗ ମଧ୍ୟ ଦେବା ।

 

ଆମର ସକଳ ପ୍ରଫୁଲ୍ଲତାକୁ ବିପନ୍ନ କରି ନଦେଇ ଆମେ ପ୍ରକୃତରେ ଏହିଭଳି ‘ବ୍ୟାଖ୍ୟାଗୁଡ଼ିକ’ ଦ୍ଵାରା ଜନମାନସରେ ଆଦୌ କୌଣସି ଆସ୍ଥା ସମ୍ଭବ କରିପାରିବା କି ? ଅବଶ୍ୟ ଏପରି ହୋଇପାରେ ଯେ, ଏହି ମନ୍ତବ୍ୟଗୁଡ଼ିକର ରଚୟିତାମାନେ ଆପଣାର ଚିନ୍ତାକ୍ଷେତ୍ରର ମୂର୍ଖତାଟା ମଧ୍ୟରେ ଏପରି ଗୁଡ଼ାଇ ହୋଇ ରହିଥିଲେ ଯେ, ସେମାନେ କହୁଥିବା କଥାଗୁଡ଼ିକୁ, ଲୋକମାନେ କିପରି ଭାବରେ ଗ୍ରହଣ କରିବେ, ସେଇଟିର ବିଚାର କରିବା ନିମନ୍ତେ ଅସମର୍ଥ ହୋଇ ହିଁ ରହିଗଲେ । ତଥାପି, ଦୁର୍ଭାଗ୍ୟବଶତଃ ଏହି କଥାଟି ମଧ୍ୟ ସତ୍ୟ ଯେ, ଆମ ଲୋକମାନଙ୍କ ଠାରେ ଏପରି ଗୋଟିଏ ମନୋଭାବ ରହିଛି–ଏବଂ ଆମର ଖବରକାଗଜ ଗୀର୍ଜାମାନଙ୍କରୁ ଦିଆ ଯାଉଥିବା ଧର୍ମ-ଉପଦେଶ ଓ ରେଡ଼ିଓ ସେଇଟିକୁ ସର୍ବଦା ଉତ୍ସାହ ଦେଇ ଆସିଛନ୍ତି,–ଯାହାକି ଆମର ସର୍ବବିଧ ସମସ୍ୟା କେବଳ ମନଃପ୍ରସୂତ କେତୋଟି ପ୍ରଶ୍ନ ବ୍ୟତୀତ ଆଉ କିଛି ନୁହେଁ ବୋଲି ସେମାନଙ୍କୁ ପ୍ରବର୍ତ୍ତାଇ ଆସିଛି । ଅପେକ୍ଷାକୃତ ଏକ ଅଧିକ ସ୍ଥୂଳ ରୂପ ଧାରଣ କରି ସେହି ମନୋଭାବଟି ଅନେକ ସମୟରେ ବହୁତ ବହୁତଙ୍କୁ ଜଉତିଷ ଏବଂ କାଳିସୀ ଲାଗିଥିବା ବ୍ୟକ୍ତିମାନଙ୍କ ପାଖକୁ ମଧ୍ୟ ନେଇଯାଉଛି । ଏବଂ, ଅପେକ୍ଷାକୃତ କିଞ୍ଚିତ୍‌ ଉଚ୍ଚତର ଅବସର ମାନଙ୍କରେ,–ଏଗୁଡ଼ିକର ଯଦି ଆଦୌ ଉଚ୍ଚତର ବୋଲି ପ୍ରକୃତରେ କିଛି ରହିଥାଏ,–ସେମାନେ ନାନାବିଧ ସୁସଂଗଠିତ ଏବଂ ଅସଂଗଠିତ ପ୍ରୟାସ ଦ୍ୱାରା ଯଥାର୍ଥ ଭାବରେ ଚାରିପାଖରେ ରହିଥିବା ପରିସ୍ଥିତି ସହିତ ଆପଣାକୁ ଖାପ ଖୁଆଇନେଇ ପାରୁନଥିବା ମନଗୁଡ଼ିକୁ ଆବଶ୍ୟକ ପ୍ରକାରେ ବାଟକୁ ଆଣିବାଲାଗି ବରାଦ ମଧ୍ୟ କରୁଛନ୍ତି । ଏବଂ ସେତେବେଳେ ଆମର ପରିବେଶ ଓ ତାହାର ଶକ୍ତିଶାଳୀ ଯାବତୀୟ ପ୍ରଭାବଗୁଡ଼ିକୁ ପୂରା ପାସୋରି ଦିଆଯାଉଛି । ଅବଶ୍ୟ, ଏହି କଥାଟି ମଧ୍ୟ ସଂପୂର୍ଣ୍ଣ ଭାବରେ ସତ୍ୟ ଯେ, ଆନନ୍ଦଦାୟକ ନାନା ଭାବନାରେ କେତେ ବିନ୍ଦୁ ପାଣି ଭିତରେ ପୃଥିବୀର ଅଡ଼ୁଆ ଏବଂ ଜଟିଳତାଗୁଡ଼ାକ କେହି ଇଚ୍ଛା କଲା ମାତ୍ରକେ ଆଦୌ ବୁଡ଼ି ଯାଉନାହିଁ ।

 

ସେହି ମନୋଭାବଟିକୁ ଆମେ ପଳାଇ ଯିବାର ହିଁ ଏକ ମନୋଭାବ ବୋଲି କହିବାଟା ଖୁବ୍‌ ସହଜ ହେବ ସିନା, ମାତ୍ର ସେଥିରେ କିଛି ସତ୍ୟ ଅବଶ୍ୟ ରହିଛି । ଏହି ଶବ୍ଦଟିର ଉଚ୍ଚାରଣ ଦ୍ୱାରା ଯେଉଁସବୁ ଲୋକସ୍ୱଭାବର ଚିତ୍ର ଆମ ଆଗରେ ଦୃଶ୍ୟ ହୋଇ ଆସିଥାଏ, ସେଗୁଡ଼ିକର ତୁଳନାରେ ଖାସ୍‌ ସେହି ଶବ୍ଦଟିକୁ ହୁଏତ ଅଧିକ କୁତ୍ସିତ ବୋଲି କୁହାଯିବା ଉଚିତ । ମାତ୍ର, ବାସ୍ତବଟିରୁ ପଳାଇଯିବାଟା ପ୍ରକୃତରେ କେବଳ ସେହିସବୁ ବାଟ ଧରି ପଳାଇବା ଦ୍ୱାରା ସମ୍ଭବ ହୁଏ, ଯାହାସହିତ ପଳାଇ ଯାଉଥିବା ମନୁଷ୍ୟଟିର ପୂର୍ବରୁ ଅବଶ୍ୟ ଏକ ପରିଚୟ ରହିଥାଏ । ଏବଂ, ପଳାୟନ କରୁଥିବା ସେହି ବ୍ୟକ୍ତିଟି ସ୍ପଷ୍ଟତଃ କଦାପି ଏପରି ଗୋଟିଏ ସ୍ଥାନକୁ ପଳାଇବାକୁ ଇଚ୍ଛା କରିବନାହିଁ, ଯେଉଁଟି କି ସିଏ ପଳାଇ ଯାଉଥିବା ସ୍ଥାନଟି ପରି ସମାନ ଭାବରେ କଠିନ ଓ କଷ୍ଟକର ହୋଇଥିବ । ତେଣୁ, ଯଦି ଯୂଥ ଯୂଥ ମନୁଷ୍ୟ ଏକ ପ୍ରତିକୂଳ ବସ୍ତୁସ୍ଥିତିର ସମ୍ମୁଖୀନ ହୋଇ ନିଜ ମନର ଅଳିନ୍ଦଟିରେ ଯାଇ ଆଶ୍ରୟ ନେଉଥିବେ, ତେବେ ତାହାର କାରଣ ହେଉଛି ଯେ, ଏକ ଦୀର୍ଘ ପରମ୍ପରା ହିଁ ସେମାନଙ୍କୁ ସେହି ଆଶ୍ରୟଟିକୁ ଗ୍ରହଣ କରିବାଟି ହିଁ ସର୍ବୋତ୍ତମ ବୋଲି ସର୍ବଦା ପରାମର୍ଶ ଦେଇ ଆସିଥିବ । ସେହି ପରମ୍ପରାଟିର ମଧ୍ୟ ଏକାଧିକ ଦିଗ ଥିବ,–କାରଣ ସେହି ଆବଶ୍ୟକ ଦିଗରେ ଆସିବା ଲାଗି ତାହା ବୃଦ୍ଧି, କ୍ରିୟାଶୀଳତା, ବିଜ୍ଞାନ ଏବଂ ଭାବାବେଗ,–ଏହିପରି ନାନା କିସମର ମନୁଷ୍ୟଙ୍କୁ ଆସିବା ନିମନ୍ତେ ନିଶ୍ଚୟ ପରାମର୍ଶ ଦେଉଥିବ । ସେମାନଙ୍କ ମଧ୍ୟରେ ହୃଦୟର ବଳ ପାଉନଥିବା କେତେ ବ୍ୟକ୍ତି ରହିଥିବେ, ସେପରି ବେଶୀ ଆଶା କରି ପାରୁନଥିବା ମନୁଷ୍ୟମାନେ ଥିବେ, ସଂଶୟବାଦୀ ଥିବେ, କେବଳ ଦୋଷଗୁଡ଼ିକୁ ଦେଖି ପାରୁଥିବା କିଛି ଲୋକ ଥିବେ, ଧର୍ମବିଶ୍ୱାସୀ ରହିଥିବେ, ଏପାଖରୁ ସେପାଖ ଓ ସେପାଖରୁ ଏପାଖ ହେବାରେ ଲାଗିଥିବା କିଛି ମନୁଷ୍ୟ ରହିଥିବେ । ଏବଂ, କୌଣସିଥିରେ ଖାସ୍‌ ବିଶ୍ୱାସ ନଥିବା କେତୋଟି ମତର ହିଁ ପୋଷଣ କରୁଥିବା ବ୍ୟକ୍ତି ଅବଶ୍ୟ ଥିବେ । ପ୍ରକୃତ ସ୍ଥିତିଟି ଅନୁସାରେ, ସେହି ପରମ୍ପରାଟି ଏବେ ମଧ୍ୟ ଅଛି ଏବଂ ଆଧୁନିକ ଦର୍ଶନର ମଞ୍ଜ ଭିତରେ ମଧ୍ୟ ବିଦ୍ୟମାନ ରହିଛି ।

 

ଗୋଟିଏ ଆଶ୍ରୟସ୍ଥାନର ଇତିହାସ

 

ଗ୍ରୀକ୍‌ମାନେ, ଏପରିକି ସେମାନଙ୍କର କୌଣସି ସୁଦୀର୍ଘ ତଥା ଦୁଃଖାଚ୍ଛନ୍ନ ଗୋଧୂଳିକ୍ଷଣର ପର୍ଯ୍ୟାୟମାନଙ୍କରେ ମଧ୍ୟ ଏହି ନିରାଟ ଅହଂବାଦ ପ୍ରତି କୌଣସି ଆକର୍ଷଣ ଅନୁଭବ କରିଥିବାର କୌଣସି ନିଦର୍ଶନ ଦେଇ ନାହାନ୍ତି । ମଧ୍ୟଯୁଗର ଦର୍ଶନବିତ୍‌ମାନେ ବସ୍ତୁସତ୍ୟ ଓ ମାନସିକ କଳ୍ପନା ମଧ୍ୟରେ ନାନା ମିଶ୍ରଣ–ବିମିଶ୍ରଣରେ ଆସି ପଡ଼ି ଯାଇଥିଲେ ମଧ୍ୟ ଅହଂବାଦର କୌଣସି ପ୍ରଦର୍ଶନ କରିନାହାନ୍ତି । ଅବଶ୍ୟ, ସେହି ସମୟରେ ସେଠା ମିଷ୍ଟିକ୍‌ମାନଙ୍କର କ୍ଷେତ୍ରରେ ତାହାର କିଛି କିଛି ଆଭାସ ମଧ୍ୟ ପରିଲକ୍ଷିତ ହେଉଛି । ମାତ୍ର, ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀର ପ୍ରମୁଖ ଦାର୍ଶନିକମାନଙ୍କ ଭିତରେ ସ୍ପିନୋଜା ହେଉଛନ୍ତି ଏକମାତ୍ର ଉଦାହରଣ, ଯିଏକି ସେହି ଅହଂବାଦରୁ ନିଜକୁ ସଂପୂର୍ଣ୍ଣ ପ୍ରକାରେ ମୁକ୍ତ କରି ରଖିଛନ୍ତି । ବୀଜ ରୂପରେ ହେଉ ଅଥବା ବିକଶିତ ଏକ ଫୁଲର ରୂପରେ ହେଉ, ଦେକାର୍ଡ଼, ଲାଇକ୍‌ନିତ୍‌ଜ୍‌, ଲକ୍‌, ବର୍କେ୍‌ଲେ, ହ୍ୟୁମ ଓ କାଣ୍ଟ୍,–ଏହି ସମସ୍ତଙ୍କର ବିଚାରରେ ଅହଂବାଦ ନିଶ୍ଚୟ ରହିଛି ।

 

ଏହି କଥାଟିକୁ ପ୍ରକୃତରେ ଆହୁରି ଅଧିକ ପରିମାଣରେ ମଧ୍ୟ ଉଲ୍ଲେଖଯୋଗ୍ୟ ବୋଲି କୁହାଯିବ, କାରଣ ସେକାଳେ ଦର୍ଶନର ବିଚାରଜଗତଟି ଦୁଇଟି ବିବାଦୀ ପକ୍ଷରେ ବିଭାଜିତ ହୋଇ ରହିଥିବା ପରି ପ୍ରତୀତ ହେଉଥିଲା । ପ୍ରଥମଟି ହେଉଛି ବୁଦ୍ଧିବାଦୀମାନଙ୍କର ପକ୍ଷ : ଏମାନେ ଦେକାର୍ଡ଼୍‌ଙ୍କୁ ଜନକ ବୋଲି କହୁଥିଲେ ଏବଂ ଏପରି କୌଣସି ଚରମ ଯୁକ୍ତିମତ ଭିତରେ ହିଁ ଏକ ମୌଳିକ ସତ୍ୟର ସନ୍ଧାନ କରୁଥିଲେ, ଯେଉଁଟିକି, ଆପଣାର ଅସ୍ତିତ୍ୱକୁ ଆପେ ପ୍ରତିପାଦିତ କରୁଥିବାରୁ, ସଂପୃକ୍ତ ସବୁରି ସକାଶେ ନିଶ୍ଚୟ ସକଳ ବିବାଦର ଅତୀତ ହୋଇ ରହିବ । ଲକ୍‌ଙ୍କ ଠାରୁ ନିଷ୍ପନ୍ନ ହୋଇ ଆସିଥିବା ପ୍ରତ୍ୟକ୍ଷ–ଅନୁଭବବାଦୀମାନେ ସକଳ ଅବବୋଧର ତାତ୍କାଳିକ ନିର୍ଣ୍ଣୟ ମଧ୍ୟରେ ହିଁ ସବା ମୂଳରେ ରହିଥିବା ଏକ ସତ୍ୟର ସନ୍ଧାନ କରିଥିଲେ । ସେହି କ୍ଷେତ୍ରରେ ଏହିପରି ଭାବରେ ଏକ ଦ୍ୱନ୍ଦ ମଧ୍ୟ ରହିଥିଲା ଯେ, ବୁଦ୍ଧିବାଦୀମାନେ ସକଳ ଅବବୋଧକୁ ଅସ୍ପଷ୍ଟ ଓ ଭ୍ରମପୂର୍ଣ୍ଣ ବୋଲି ବିବେଚନା କରୁଥିଲେ ଏବଂ ଅନ୍ୟ ପକ୍ଷରେ ପ୍ରତ୍ୟକ୍ଷ–ଅନୁଭବର ପକ୍ଷଟି ସେଗୁଡ଼ିକୁ ‘ଆପେ–ସ୍ପଷ୍ଟ’ ବୋଲି ଗ୍ରହଣ କରୁଥିଲେ, ଆମେ ପ୍ରତ୍ୟକ୍ଷ କରି ପାରୁଥିବା ଘଟଣାଗୁଡ଼ିକରେ ଯେଉଁଗୁଡ଼ିକର ଆଦୌ କୌଣସି ଆଧାର ନଥିଲା । ଏହି ମତଗତ ଦ୍ୱନ୍ଦଟିର ଯେ କୌଣସି ସମାଧାନ ସମ୍ଭବ ହୋଇନଥାନ୍ତା ସେ କଥା ନୁହେଁ, ଏବଂ ଏହି ପ୍ରସଙ୍ଗରେ ମୁଁ ଏପରି ମଧ୍ୟ ରହିବା ସକାଶେ ଉଚିତ ବୋଲି ଭାବୁଛି ଯେ, ବୈଜ୍ଞାନିକ ପ୍ରଣାଳୀରେ ଯେଉଁ ଦୁଇଟି ସୂତ୍ରକୁ ମୁଁ ଏହା ପୂର୍ବରୁ ଉଲ୍ଲେଖ କରି ଦେଇଥିଲି ସେଗୁଡ଼ିକ ମଧ୍ୟ ଯଥାକ୍ରମେ ଉକ୍ତ ପ୍ରତ୍ୟକ୍ଷାନୁଭବବାଦୀ ଏବଂ ବୁଦ୍ଧିବାଦୀଙ୍କ ଠାରୁ ଆହୃତ ହୋଇ ଆସିଥିଲା ।

 

ଆମର ଏହି ବର୍ତ୍ତମାନ ଉଦ୍ଦେଶ୍ୟଟିର ସାଧନ ଲାଗି ଏହି କଥାଟିକୁ ଧ୍ୟାନରେ ରଖିଥିବା ବେଶ୍‌ ମହତ୍ତ୍ୱପୂର୍ଣ୍ଣ ଯେ, ଉକ୍ତ ଦୁଇଟିଯାକ ମତ, ସଂପୂର୍ଣ୍ଣ ବିପରୀତ ଗୋଟିଏ ଗୋଟିଏ କାରଣ ହେତୁ ମଧ୍ୟ ସମାନ ପରିମାଣରେ ସୁନିଶ୍ଚିତ ଭାବରେ ଆଖର ଅହଂବାଦ ଭିତରେ ଯାଇ ପଡ଼ିଗଲେ-। ସିଏ ସନ୍ଧାନ କରି ବାହାରିଥିବା ସେହି ସୁନିଶ୍ଚିତ ସତ୍ୟଟିରେ ଆସି ପହଞ୍ଚିବା ଲାଗି ଦେକାର୍ଡ଼ ନିଜେ ଚିନ୍ତା କରି ପାରୁଥିବା ସକଳ ଉକ୍ତିର ସତ୍ୟତା ବିଷୟରେ ଆଗ ସନ୍ଦେହ ବ୍ୟକ୍ତ କରିବାର ଏକ ପ୍ରୟୋଗର ପରୀକ୍ଷା କଲେ । ଏବଂ ତା’ ପରେ ତାଙ୍କୁ ଏପରି ଗୋଟିଏ ସତ୍ୟରେ ଆସି ଉପନୀତ ହୋଇଥିବା ପରି ଲାଗିଥିଲା ଯେ, କେବଳ ଗୋଟିକୁ ଛାଡ଼ିଦେଲେ ଆମେ ବେଶ୍‌ ସଂଗତି ସହିତ ସକଳ ଅବଧାରଣଗୁଡ଼ିକ ବିଷୟରେ ଏକ ସଂଶୟ ଅବଶ୍ୟ ବ୍ୟକ୍ତ କରିପାରିବା, ‘ମୁଁ ଅଛି’,–କେବଳ ଏହି ଏକମାତ୍ର ଉକ୍ତିଟିର କ୍ଷେତ୍ରରେ କୌଣସି ସଂଶୟର ପ୍ରକାଶ କଲେ ତଦ୍ଦ୍ୱାରା ଆମେ ନିଜର ହିଁ ବିରୋଧ କରିବା । କାରଣ, ମୁଁ ଅଛି ବୋଲି କଥାଟିରେ ଯଦି ମୁଁ ସନ୍ଦେହ କରିବି, ତେବେ ସେହି ସନ୍ଦେହଟିକୁ ବ୍ୟକ୍ତ କରିବାଲାଗି ମଧ୍ୟ ମୋ’ର ଅବଶ୍ୟ ଏକ ଅସ୍ତିତ୍ୱ ଥିବ ହିଁ ଥିବ । ଅର୍ଥାତ୍‌, ମୋ’ର ଆଗ ଅସ୍ତିତ୍ୱଟିଏ ଥିବ ଓ ମୁଁ ତେବେଯାଇ ହୁଏତ ଆଦୌ କୌଣସି ବିଷୟରେ ଏକ ସନ୍ଦେହ ପ୍ରକଟ କରିବା ନିମନ୍ତେ ସମର୍ଥ ହେବି ଏବଂ, ଏହିପରି ଭାବରେ ଏକ ନିର୍ମଳ ଯୁକ୍ତିଯୁକ୍ତତା ସହିତ ସବାଆଗ ମୁଁ ଅବଶ୍ୟ ରହିବି । ପ୍ରଥମେ ମୁଁ ଥିଲେ ସିନା ତା’ ପରେ ଆଦୌ କୌଣସି ସତ୍ୟରେ ଯାଇ ପହଞ୍ଚି ପାରିବି !

 

ହଁ, ଏଇଟି ହେଉଛି ସେହି ‘ମୁଁ ଭାବୁଛି, ତେଣୁ ଅବଶ୍ୟ ଅଛି’ ନାମକ ତତ୍ତ୍ୱଟି । ସମ୍ଭବତଃ ସବୁଯାକ ଦାର୍ଶନିକ ତତ୍ତ୍ୱ ମଧ୍ୟରୁ ସବୁଠାରୁ ଅଧିକ ବିଖ୍ୟାତ ସେହି ତତ୍ତ୍ୱ । ନିଜର ସେହି ଯୁକ୍ତିଟି ଦ୍ୱାରା ଶ୍ରୀଯୁକ୍ତ ଦେକାର୍ଡ଼ ପ୍ରକୃତରେ କ’ଣ ପାଇଥିଲେ, (ପ୍ରସଙ୍ଗତଃ, ସେହି ଯୁକ୍ତିଟି ମଧ୍ୟ ପ୍ରମାଦଯୁକ୍ତ) ବର୍ତ୍ତମାନ ଆମେ ସେହିଟିକୁ ପରୀକ୍ଷା କରି ଦେଖିବା । ଏହି ଯୁକ୍ତିଟିର ସାହାଯ୍ୟ ନେଇ ସେ ‘ମୁଁ ଅଛି’ ବୋଲି କୁହା ହୋଇଥିବା ଏକ ମୌଳିକ ସିଦ୍ଧାନ୍ତରେ ଆସି ଉପନୀତ ହୋଇଛନ୍ତି । ବସ୍ତୁତଃ, ଏହି ଉକ୍ତିଟି ଆମକୁ ଆଦୌ କୌଣସି ପରିଣାମ-ସତ୍ୟରେ ଆଣି ପହଞ୍ଚାଇବାରେ ମୋଟେ ସମର୍ଥ ହୋଇ ପାରେନାହିଁ । କାରଣ, ମୁଁ ଅଛି ବୋଲି କେବଳ ଏତିକି ବାସ୍ତବସତ୍ୟରୁ ମୁଁ ଆଉ କିପରି ଆଉ ଆଦୌ କିଛିର ଅସ୍ତିତ୍ୱ ବିଷୟରେ ଅନୁମାନଟିଏ କରି ପାରିବି ? ମୁଁ ତାହା ସ୍ପଷ୍ଟତଃ କଦାପି କରି ପାରିବିନାହିଁ; କାରଣ, ସେହି କ୍ଷେତ୍ରରେ ମୋତେ ‘ମୁଁ ଅଛି’ ଉକ୍ତିଟି ସହିତ ଆହୁରି କେତେ ଅନ୍ୟ ଉକ୍ତିକୁ ଆଣି ଯୋଡ଼ିବାକୁ ପଡ଼ିବ, ଯେଉଁଗୁଡ଼ିକୁ କି, ଶ୍ରୀ ଦେକାର୍ଡ଼୍‌ଙ୍କର ନିଜ ତତ୍ତ୍ୱଟି ଅନୁସାରେ ଆଦୌ ସ୍ୱତଃ ପ୍ରାମାଣିକ ଓ ସ୍ପଷ୍ଟ ଭାବରେ ସତ୍ୟ ବୋଲି କୁହାଯାଇ ପାରିବନାହିଁ । ଯୁକ୍ତିଟିର ସଂପୂର୍ଣ୍ଣ ଆରମ୍ଭରୁ ହିଁ ମୁଁ ପ୍ରକୃତରେ ସେହି ଅହଂବାଦୀ ଗର୍ତ୍ତଟିରେ ଯାଇ ପଡ଼ି ଯାଇଥିବି । ମୁଁ ସତେଅବା ଦୁଆରଟିକୁ ବନ୍ଦ କରି ତାଲାଟିକୁ କୁଆଡ଼େ ଫିଙ୍ଗି ଦେଇଥିବି ।

 

ପୁନଶ୍ଚ, ପ୍ରତ୍ୟକ୍ଷାନୁଭବର ପଦ୍ଧତିର ସାହାଯ୍ୟ ଗ୍ରହଣ କରି ମଧ୍ୟ ମୁଁ ଏହି ପୂର୍ବଟି ଠାରୁ କିଛି ଅଧିକ ପ୍ରମାଣମୁକ୍ତ ପରିଣାମରେ ଯାଇ ପହଞ୍ଚି ପାରିବିନାହିଁ । ଏହି ଦ୍ୱିତୀୟ ତତ୍ତ୍ୱଟି ଘୋଷଣା କରୁଥାଏ ଯେ ଯାହା କିଛି ପ୍ରକୃତ ଏବଂ ବାସ୍ତବ ତାହା ଆମକୁ ଆମ ଇନ୍ଦ୍ରିୟାଗତ ଅବବୋଧରୁ ପ୍ରାପ୍ତ ହୋଇଥାଏ । ଶ୍ରୀଯୁକ୍ତ ଲକ୍‌ କହନ୍ତି, ଜଣେ ବ୍ୟକ୍ତି ବରଫ ଉପରେ ଚାଲୁଥିବାର ମୁଁ ଯଦି ନିଜେ ଦେଖିବି, ତେବେ ଆଉ ସେହି ଘଟଣାଟି ଆଦୌ ଏକ ସମ୍ଭାବନାର ସ୍ତରରେ ରହିବନାହିଁ,–ଏବଂ ତାହାକୁ ଜ୍ଞାନ ବୋଲି କୁହାଯିବ ।* ବାସ୍ତବଟି ହେଉଛି ଯେ, ଇନ୍ଦ୍ରିୟର ଅବବୋଧଟି ପ୍ରତ୍ୟକ୍ଷ କରୁଥିବା ସମୟରେ ପ୍ରକୃତରେ ରଙ୍ଗମାନଙ୍କୁ ଦେଖେ, ଧ୍ୱନିଗୁଡ଼ିକୁ ଶ୍ରବଣ କରେ,–ଠିକ୍ ସେହିପରି ଭାବରେ କିଛି ସ୍ୱାଦ ବି ପାଏ, ବାସନାଟିଏ ଠଉରାଇ ପାରେ, ଏବଂ ଗଢ଼ଣଟିଏ ଦେଖୁଥାଏ । ଲକ୍ ଅନ୍ଦାଜ କରିଥିଲେ ଯେ, ଏହି ଯାବତୀୟ ଅବବୋଧ ସ୍ୱାଧୀନ ଭାବରେ କୌଣସି ଅବସ୍ଥିତି ରହିଥିବା ବସ୍ତୁଗୁଡ଼ିକର ଉତ୍ସରୁ ହିଁ ସମ୍ଭୂତ ହୋଇ ଥାଆନ୍ତି ସତ, ମାତ୍ର ମନୁଷ୍ୟର ଚେତନାକ୍ଷେତ୍ରରେ ହିଁ ସେମାନେ ଅବସ୍ଥାପିତ ହୋଇ ରହିଥାନ୍ତି । ଏବଂ, ଏଥିରୁ ଏହି ସ୍ଥିତିଟି ହିଁ ଆସି ଦେଖାଦେଉଛି; ଆମ ମନର ସମ୍ମୁଖଟାରେ କେବଳ ତା’ର ଅବବୋଧଗୁଡ଼ିକ ରହିଛି ଏବଂ ଯେଉଁ ବସ୍ତୁଚୟ ଉକ୍ତ ଅବବୋଧମାନଙ୍କୁ ସମ୍ମୁଖରେ ଆଣି ପହଞ୍ଚାଇ ଦେଉଛନ୍ତି, ସେଗୁଡ଼ିକ କେବେହେଲେ ସିଧା ଦୃଷ୍ଟିଗୋଚର ହେଉନାହାନ୍ତି । ପୁନଶ୍ଚ, ଯଦି ଏକଥାଟି ସତ ହୁଏ ଯେ, ବାସ୍ତବ ହୋଇ ରହିଥିବା ସବୁକିଛିକୁ ଆମେ ସର୍ବଦା ସିଧା ଭାବରେ ହିଁ ଜାଣୁ, ତେବେ ସେଥିରୁ ଏହି ସମସ୍ୟାଟି ମଧ୍ୟ ଆସି ପହଞ୍ଚିଯିବ ଯେ, ଅବବୋଧଚୟ ହେଉଛନ୍ତି ସତକୁସତ ବାସ୍ତବ; ମାତ୍ର, ବସ୍ତୁମାନେ ନିଶ୍ଚୟ ଅଛନ୍ତି ବୋଲି ଆମ ଜାଣିବାଟି ଭିତରେ ଅବଶ୍ୟ ଏକ ସନ୍ଦେହ ରହିବ ହିଁ ରହିବ ।

 

*John Locke : Essay on the Human understanding. Book IV, Chapter XV, p. 5

 

ଏହି ପରିଣାମଟିର କାରଣରୁ ବିଶପ୍‌ ବର୍କ୍‌ଲେ ଏପରି ଗୋଟିଏ ସୂତ୍ରରେ ଆସି ପହଞ୍ଚିଲେ ଯାହାକି ସକଳବିଧ ଅହଂବାଦୀ ସିଦ୍ଧାନ୍ତ ମଧ୍ୟରେ ପ୍ରଖ୍ୟାତତମ ହୋଇ ରହିଛି । ସିଏ କହିଥିଲେ, ବସ୍ତୁଗୁଡ଼ିକ ଯେ ଅଛନ୍ତି, ତାହା ସେହି ବସ୍ତୁମାନେ ଦୃଷ୍ଟିଗୋଚର ହୋଇ ଆମ ସମ୍ମୁଖକୁ ଆସିବାଦ୍ୱାରା ପ୍ରକୃତରେ ପ୍ରମାଣିତ ହେଉଛି । ଏବଂ, ଏହିପରି ଗୋଟିଏ ଘୋଷଣାରୁ ଆମେ ଆଦୌ କୌଣସି ବ୍ୟତିକ୍ରମ ନଥିବା ଏପରି ଗୋଟିଏ ସିଦ୍ଧାନ୍ତରେ ଯାଇ ପହଞ୍ଚିବା ଯେ, ଯେତେବେଳେ ବସ୍ତୁଗୁଡ଼ିକ ଦୃଷ୍ଟିଗୋଚର ହେଉନଥାନ୍ତି, ସେତେବେଳେ ସେମାନଙ୍କର କୌଣସି ଅସ୍ତିତ୍ୱ ନଥାଏ । ସେହି ଅନୁସାରେ, ଆମେ ଯଦି କୌଣସି ଘରର କବାଟ ବନ୍ଦ ହୋଇଥିବାର ଦେଖିବାକୁ ପାଇବା ଏବଂ ତା’ ଭିତରେ ଥିବା ବସ୍ତୁମାନଙ୍କୁ ତେଣୁ ଦେଖି ପାରୁନଥିବା ଏବଂ ଆମ ପହୁଞ୍ଚ ମଧ୍ୟରେ ରହିଥିବା କୌଣସି ଚେତନା ସେଗୁଡ଼ିକର ଅସ୍ତିତ୍ୱଟିଏ ଅଛି ବୋଲି ଆମକୁ କହୁନଥିବ, ତେବେ ସ୍ପଷ୍ଟତଃ ସେହି ବସ୍ତୁମାନେ ମଧ୍ୟ କେବେହେଲେ ନଥିବେ । କେଡ଼େ ଚମତ୍କାର ଭାବରେ ଆମର ସାଧାରଣ ଜ୍ଞାନକୁ ମଧ୍ୟ ପରାଭୂତ କରି ଦେଉଥିବା ଏହି ତତ୍ତ୍ୱଟି ଶ୍ରୀଯୁକ୍ତ ବର୍କ୍‌ଲେ (ମୁଁ ଭାବୁଛି, ଏହିଟି ଦ୍ୱାରା କିଛି ଅସୁବିଧା ଦେଖାଦେବାରୁ) କେଡ଼େ ଭବ୍ୟ ଏକ ଗଦ୍ୟଦ୍ୱାରା ନିମ୍ନୋକ୍ତ କଥାଟିକୁ ମଧ୍ୟ ଉଲ୍ଲେଖ କରିଥିଲେ :

 

ସ୍ୱର୍ଗଭୂବନର ସବୁ ଗାୟକ ଏବଂ ଏହି ଧରଣୀର ଯାବତୀୟ ନିର୍ମିତ ବସ୍ତୁ,–ଗୋଟିଏ ଶବ୍ଦରେ କହିଲେ, ଆମର ଏହି ପୃଥିବୀର କେଡ଼େ ଶକ୍ତିଶାଳୀ ନିର୍ମାଣକାୟଟିକୁ ସମ୍ଭବ କରିଥିବା ସେହି ସର୍ବବିଧ ବସ୍ତୁ,–ଗୋଟିଏ ମନର କଳ୍ପନା ନକରିଥିବା ପର୍ଯ୍ୟନ୍ତ ସେଗୁଡ଼ିକର ପ୍ରକୃତରେ ଆଦୌ କୌଣସି ଅସ୍ତିତ୍ୱ ନାହିଁ । ଅର୍ଥାତ୍, ସେହି ସବୁକିଛିର ଅସ୍ତିତ୍ୱକୁ ଗୋଚର ମଧ୍ୟକୁ ଆଣିବାକୁ ପଡ଼ିବ, ଅର୍ଥାତ୍‌ ଜାଣିବାକୁ ପଡ଼ିବ; ଏବଂ, ସେହି ହେତୁ, ଯେପର୍ଯ୍ୟନ୍ତ ସେମାନେ ମୋର ଗୋଚରକୁ ଆସିନାହାନ୍ତି ବା ମୋ’ର ମନଭିତରେ କୌଣସି ସ୍ଥାନ ପାଇନାହାନ୍ତି କିମ୍ବା ଅନ୍ୟ କୌଣସି ସ୍ପଷ୍ଟ ଆତ୍ମାର ମନଭିତରକୁ ଆସିନାହିଁ, ତେବେ ହୁଏତ ସେମାନଙ୍କର ଆଦୌ କୌଣସି ଅସ୍ତିତ୍ୱ ନାହିଁ ବୋଲି କୁହାଯିବ ବା ତା’ ନହେଲେ ସେଗୁଡ଼ିକ କୌଣସି ଶାଶ୍ୱତ ଆତ୍ମାର ମନଭିତରେ ଅବସ୍ଥାନ କରୁଥିବ ।*

 

* George Berkeley : The Principles of Human Knowledge, Part I, Sec, VI.

 

ଅର୍ଥାତ୍‌, ଇନ୍ଦ୍ରିୟପ୍ରତ୍ୟକ୍ଷବାଦ କେବଳ ଚେତନାର ଭୂମିରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ଥିବା ଅବବୋଧଗୁଡ଼ିକୁ ହିଁ ସୁନିଶ୍ଚିତ ଭାବରେ ବାସ୍ତବ ବୋଲି ଘୋଷଣା କରେ । ଏବଂ ତଦ୍ଦ୍ୱାରା ତାହା ମନକୁ କେବଳ ସେହି ଅବବୋଧଗୁଡ଼ିକର ବାଡ଼ ଭିତରେ ବନ୍ଦୀ କରି ରଖିଥାଏ ଏବଂ ଆପଣା ବାହାରେ ରହିଥିବା ପୃଥିବୀଟି ମଧ୍ୟକୁ କୌଣସି ବାଟ ମଧ୍ୟ ପାଇ ପାରେନାହିଁ । ଶ୍ରୀଯୁକ୍ତ ଲକ୍‌ଙ୍କର ସତ୍ୟାନୁମାନଟିର ଏକ ଚୂଡ଼ାନ୍ତ ବିଶ୍ଳେଷଣ କରି ଆମେ ବସ୍ତୁତଃ ବେଶ୍‌ ଦେଖିପାରିବା ଯେ, ବୁଦ୍ଧିବାଦର ଆୟତନ ମଧ୍ୟରେ ରହିଥିବା ଅନ୍ୟ ଯେକୌଣସି ଅନୁମାନ ଠାରୁ ଅଧିକତର ଭାବରେ ହିଁ ତାହା ସର୍ବନାଶର କାରଣ ହୋଇଥାଏ । କାରଣ, ତଦ୍ଦ୍ୱାରା ପ୍ରକୃତରେ ଏପରି ଘଟେ ଯେ, ଯାବତୀୟ ଇନ୍ଦ୍ରିୟଗତ ଅବବୋଧରେ ମନୁଷ୍ୟର ଆତ୍ମାସତ୍ତା (ବା ଆତ୍ମା) କୁ ଆଦୌ ସିଧା କରି ସ୍ୱୀକୃତି ପ୍ରଦାନ କରା ଯାଏନାହିଁ ଏବଂ ତେଣୁ ତାହାକୁ ଏକ ଅତ୍ୟନ୍ତ ସଂନ୍ଦେହ–ଉତ୍‌ଥାପନକାରୀ ଆଉକିଛି ପରି ବାହାର ବି କରିଦିଆ ଯାଇଥାଏ । ହଁ, ଶ୍ରୀଯୁକ୍ତ ହ୍ୟୁମ୍‌ ପ୍ରକୃତରେ ଅଙ୍ଗଛେଦର ସେହି କାର୍ଯ୍ୟଟିକୁ କରିଥିଲେ, ଯାହାଙ୍କର ଅତ୍ୟନ୍ତ ନିଷ୍ଠୁରତାପୂର୍ଣ୍ଣ ବିଶ୍ଳେଷଣ କେବଳ ଅବବୋଧଗୁଡ଼ିକର ଏକ ପ୍ରବାହ ବ୍ୟତୀତ ଆଉ କିଛି ମଧ୍ୟ ବାକୀ ରଖିଲାନାହିଁ । ଅବବୋଧଗୁଡ଼ିକୁ ପ୍ରେରିତ କରି ଆଣିବା ନିମନ୍ତେ ସେହି କ୍ଷେତ୍ରରେ କୌଣସି ବସ୍ତୁ ନଥିଲେ ଏବଂ, ସେଗୁଡ଼ିକୁ ଗ୍ରହଣ କରିପାରିବା ସକାଶେ କୌଣସି ମନ ମଧ୍ୟ ନଥିଲା ।

 

ମୋ’ର ଅନୁମାନ, ବର୍କ୍‌ଲେଙ୍କର ଏହି ସିଦ୍ଧାନ୍ତଟିକୁ ସାଧାରଣତଃ ଏପରି ଏକ ଦୃଷ୍ଟାନ୍ତବତ୍‌ ଗ୍ରହଣ କରା ଯାଇଥାଏ, ଯେଉଁଥିରେ ପ୍ରକୃତରେ କିମ୍ଭୂତ ଭଳି କିଛି ରହିଥିବା ପରି ଅନୁଭୂତ ହେଉଥାଏ, ଏବଂ, ସେହି କେଡ଼େ ବିଚିତ୍ର ଖାସ୍‌ କିଛିକୁ ସାମନାକୁ ଆଣିବାଲାଗି ଦାର୍ଶନିକମାନେ ଭାରି ସୁଖ ପାଆନ୍ତି । ଅବଶ୍ୟ, ମୁଁ ତଥାପି ଏକଥାଟି ଉପରେ ମଧ୍ୟ ଗୁରୁତ୍ୱ ଦେବି ଯେ, ଏହି ସିଦ୍ଧାନ୍ତଟିକୁ ବହୁ କ୍ଷେତ୍ରରେ ବହୁସଂଖ୍ୟଙ୍କ ବ୍ୟକ୍ତି ସମର୍ଥନ କରନ୍ତି,–ଅବଶ୍ୟ, ସେହି ସମର୍ଥକମାନେ ମଧ୍ୟ ଏହିପରି ଏକ ସମର୍ଥନ କରୁଛନ୍ତି ବୋଲି ସବୁବେଳେ ସଜ୍ଞାନ ନଥାନ୍ତି । ଉଦାହରଣ ସ୍ୱରୂପ, ସାର୍ ଜେମ୍‌ସ୍‌ ଜିନ୍‌ସ୍‌ ଓ ସାର୍‌ ଆର୍ଥର୍‌ ଏଡ଼ିଙ୍ଗ୍‌ଟନ୍‌ଙ୍କର ଦାର୍ଶନିକ ଭାବବ୍ୟାଖ୍ୟାମାନଙ୍କରେ ସେଇଟିର ବେଶ୍‌ ଶକ୍ତିଶାଳୀ ସଙ୍କେତମାନ ରହିଥିବା ପରି ଖୁବ୍ ବୋଧ ହୋଇଥାଏ । ଏହି ଉଭୟେ ହେଉଛନ୍ତି ଜଣେ ଜଣେ ପଦାର୍ଥବିଜ୍ଞାନୀ, ଯେଉଁମାନେ କି ପଦାର୍ଥବିଜ୍ଞାନ ଅପେକ୍ଷା ଈଶ୍ୱରତତ୍ତ୍ୱକୁ ସେମାନଙ୍କର ଅପ୍ରତ୍ୟାଶିତ ଅବଦାନଗୁଡ଼ିକ ଦ୍ୱାରା ଅଧିକ ପ୍ରଖ୍ୟାତି ଅର୍ଜନ କରିଛନ୍ତି । ଶ୍ରୀ ବର୍କ୍‌ଲେଙ୍କ ସମ୍ବନ୍ଧରେ ସମ୍ଭବତଃ ସେହି ଗୋଟିଏ ମାତ୍ର ଅବିମିଶ୍ରିତ ଅସାଧାରଣ କଥାଟି ହେଉଛି ଯେ, ସେ ସଂପୂର୍ଣ୍ଣ ଭାବରେ ଖୁଣଶୂନ୍ୟ ଓ ଯଥାର୍ଥ ଏକ ପ୍ରଣାଳୀର ମାଧ୍ୟମରେ ନିଜର ସେହି ସିଦ୍ଧାନ୍ତଟିର ଉପସ୍ଥାପନା କରି ପାରିଛନ୍ତି ଏବଂ ସର୍ବୋଚ୍ଚ ସନ୍ତୋଷଲାଭର ଏକ ଧୈର୍ଯ୍ୟ ସହିତ ସେଇଟିର ନିହିତାର୍ଥଗୁଡ଼ିକୁ ସାମନା କରି ପାରିଛନ୍ତି । ଆମେ କାହିଁକି ସେହି ସଜ୍ଜନବତ୍‌ ବିଶପ୍‌ଙ୍କ ଉପରେ ଆମ ବିଦ୍ରୂପଟିକୁ ଅଜାଡ଼ି ଦେବା, ଯିଏକି ସତକୁସତ ସଂପୂର୍ଣ୍ଣ ସ୍ପଷ୍ଟ ଭାବରେ ନିଜର କଥାଟିକୁ କହିବା ବ୍ୟତୀତ ଆଉ ଅନ୍ୟ କିଛିହେଲେ ଅପରାଧ କରିନାହାନ୍ତି ? ଅଥଚ ଅପର ପକ୍ଷରେ ଏପରି ଅନ୍ୟ ବ୍ୟକ୍ତିମାନଙ୍କର ମୁଣ୍ଡ ଉପରେ କାହିଁକି ପ୍ରଶଂସାମାନ ନେଇ ପିନ୍ଧାଇ ଦେଉଥିବା, ଯେଉଁମାନଙ୍କର କେତେ ନା କେତେ ଅପରାଧ ପ୍ରକୃତରେ ସେମାନଙ୍କର ସ୍ୱବିଚାରର ଅସ୍ପଷ୍ଟତା ମଧ୍ୟରେ ହିଁ ଲୁଚିକରି ରହିଛି ?

 

ସୁତରାଂ, ବିଶପ୍‌ ବର୍କ୍‌ଲେଙ୍କର ପ୍ରମୁଖ ଗ୍ରନ୍ଥଟି ଶୂନ୍ୟଗର୍ଭ ଆଦର୍ଶବାଦ ପାଇଁ ଅତ୍ୟନ୍ତ ଚମତ୍କାର ଭାବରେ ଗୋଟିଏ ବିଷନାଶକ ପ୍ରତିପାଚନ ଭଳି ନିଶ୍ଚୟ କାର୍ଯ୍ୟ କରିଛି । ଉକ୍ତ ଗ୍ରନ୍ଥଟିରେ ଆମ୍ଭମାନଙ୍କୁ ଅଭିପ୍ରେତ ସିଦ୍ଧାନ୍ତଟିର ପ୍ରକୃତ ସାରବସ୍ତୁ ଗୁଡ଼ିକ ପ୍ରାପ୍ତ ହୋଇଯିବ; ସେଥିରେ ବିଶ୍ୱାତୀତବାଦ ଅଥବା, ବିଶ୍ୱସ୍ତରୀୟ ସକଳ ଆତ୍ମା, ବ୍ରହ୍ମାଣ୍ଡ-ଚେତନା ଏବଂ ପୂର୍ଣ୍ଣପରିଶୁଦ୍ଧ ଭାବନା ଇତ୍ୟାଦିର ଗଠନଗତ ଆକାରଚୟକୁ ପୁଞ୍ଜି କରି ଆଦୌ କୌଣସି ଅତି–ଅଳଙ୍କରଣଯୁକ୍ତ ସଜ୍ଜା ଇତ୍ୟାଦିର ତାଡ଼ନା କେଉଁଠିହେଲେ ନଥିବ । କେବଳ ସିଦ୍ଧାନ୍ତଟି ହିଁ ରହିଥିବ,–ସଂପୂର୍ଣ୍ଣଭାବେ ଆବରଣହୀନ ଏବଂ ସଙ୍କୋଚରହିତ ଭାବରେ ଏବଂ, ଆବରଣହୀନ ହୋଇଥିବାରୁ ଏକ ବିଶେଷ ପ୍ରକାରର ସୌନ୍ଦର୍ଯ୍ୟ ମଧ୍ୟ ଅବଶ୍ୟ ଥିବ । ଅନ୍ୟ ଯାବତୀୟ ଅବସରର ତୁଳନାରେ ଆମେ କେବଳ ସେହି ତତ୍ତ୍ୱଟିର ପରିଚୟଟିକୁ ହିଁ ଲାଭ କରି ପାରୁଥିବା,–ଯେଉଁଟିର କି ଆଦୌ କୌଣସି ବକ୍ରତା ନରଖି ବୟାନ କରା ଯାଇଥିବ : ବସ୍ତୁଗୁଡ଼ିକ ଠାରୁ ଚେତନା ଆଗରୁ ରହିଛି ଏବଂ ସେହି ଚେତନା ହିଁ ଏହି ପୃଥିବୀଟିକୁ ସମ୍ଭବ କରି ରଖିଛି ବୋଲି ଆମକୁ କହିବାରେ ଲାଗିଥିବ ।

 

ଆମେ ବର୍ତ୍ତମାନ ଆପଣାକୁ ଆଉଗୋଟିଏ, ଏବଂ ମୁଁ ଭାବୁଛି, ଅଧିକ ଅନୁସନ୍ଧାନ କରିବା ପାଇଁ ଇଚ୍ଛା କରୁଥିବା ପ୍ରଶ୍ନ ପଚାରିବା । ଯେଉଁ ତତ୍ତ୍ୱମତଟି ଆମ ସାଧାରଣ ଅବବୋଧର ସ୍ପଷ୍ଟତମ ଅନୁମାନଗୁଡ଼ିକର ବିରୋଧ କରୁଛି, ସେଇଟି ବସ୍ତୁତଃ କେଉଁ କାରଣରୁ ଏତେ ଅଧିକ ପରିମାଣରେ ଲୋକପ୍ରିୟ ହୋଇଛି ? ଲୋକମାନେ କ’ଣ ପାଇଁ ଏପରି ବିଶ୍ୱାସ କରିବା ପାଇଁ ସତେଅବା ଖୁବ୍‌ ଅନୁକୂଳ ଅନୁଭବ କରୁଛନ୍ତି ଯେ, ଏକ ସ୍ୱୟଂ-ପରିଚାଳିତ ସ୍ୱାଧୀନ ବ୍ୟବସ୍ଥାରୂପେ ଆମର ଏହି ବ୍ରହ୍ମାଣ୍ଡଟି କେବେହେଲେ ତିଷ୍ଠି ରହି ପାରିବନାହିଁ ଏବଂ ତେଣୁ ସେଇଟି ସେମାନଙ୍କର ଚେତନାଟିର ନିଶ୍ଚୟ ଅଧୀନ ହୋଇ ରହିବ,–ତା’ ନହେଲେ ଆଉ କାହାର କିମ୍ବା ଈଶ୍ୱରଙ୍କର ଚେତନାର ଅଧୀନ ହୋଇ ରହିବ । ଶ୍ରୀଯୁକ୍ତ ବର୍କ୍‌ଲେ ମଧ୍ୟ କେବେହେଲେ ଏପରି ଯୁକ୍ତି କରିବେନାହିଁ, କାରଣ, ଅନ୍ୟ ଯେକୌଣସି ସିଦ୍ଧାନ୍ତବତ୍ ଏଇଟି ମଧ୍ୟ କେତେ ଉତ୍ତମ ପ୍ରମାଣଦ୍ୱାରା ସାବ୍ୟସ୍ତ ହୋଇ ରହିଥିଲେ ମଧ୍ୟ, ସେଗୁଡ଼ିକ ଅଭିପ୍ରେତ ସିଦ୍ଧାନ୍ତଟିର ଆବଶ୍ୟକତାଗୁଡ଼ିକୁ ଆଦୌ ପୂରଣ କରି ପାରିବେନାହିଁ । ପୁନଶ୍ଚ, ଦର୍ଶନକ୍ଷେତ୍ରର ସିଦ୍ଧାନ୍ତମାନେ ପ୍ରକୃତରେ କେତେଦୂର ବ୍ୟବହାର୍ଯ୍ୟ ହୋଇପାରିବେ କି ନାହିଁ, ତାହା ନିର୍ଭର କରନ୍ତି ନାହିଁ । ବ୍ୟବହାର୍ଯ୍ୟତା ନାମକ ଯେଉଁ ସାମର୍ଥ୍ୟଟି କୌଣସି ସିଦ୍ଧାନ୍ତକୁ ବହୁତଙ୍କର ମନରେ ସମ୍ଭବ କରାଇ ରଖିଥାଏ, ସେହି ସିଦ୍ଧାନ୍ତଟିର ପ୍ରକୃତରେ କେତେ ପରିମାଣରେ ପ୍ରାସଙ୍ଗିକତା ରହିଛି, ତାହାରି ଉପରେ ହିଁ ନିର୍ଭର କରିଥାଏ । ଏକ ନିର୍ଦ୍ଦିଷ୍ଟ ସାମାଜିକଭୂମି ଉପରେ ଆମେ ସେହି ଜୀବନଟିକୁ ଯେପରି ବଞ୍ଚୁଥାଉ, ତାହାରି ଉପରେ ।

 

କଥାଟିକୁ ବର୍ତ୍ତମାନ ଆମେ କିଞ୍ଚିତ୍‌ ଅଧିକ ସରଳ କରି ଆଲୋଚନା କରିବା । ମନୁଷ୍ୟମାତ୍ରକେ ପ୍ରକୃତରେ କୌଣସି ନା କୌଣସି ପ୍ରକାରେ ସର୍ବଦା ଦର୍ଶନ କରୁଥାନ୍ତି,–ଅର୍ଥାତ୍‌ ଜଣେ ବ୍ୟକ୍ତି ପୃଥିବୀ ବିଷୟରେ ଲାଭ କରୁଥିବା ତା’ ଅଭିଜ୍ଞତାଟିକୁ ଭୂମି କରି କିଛି କିଛି ସାଧାରଣ ଧାରଣା ନିର୍ମାଣ କରି ନେଇଥାଏ । ସେହି ସାଧାରଣ ଧାରଣାଗୁଡ଼ିକ ହୁଏତ ସଂଖ୍ୟାରେ ଖୁବ୍‌ କମ୍‌ ହୋଇପାରେ, ଅତ୍ୟନ୍ତ ପରିମାଣରେ ନିତ୍ୟାନ୍ତ ୟାଡ଼ୁସାଡ଼ୁ ବି ହୋଇପାରେ, ତଥାପି ସେମାନେ ଅବଶ୍ୟ ଥାଆନ୍ତି । ଏବଂ, ଯେଉଁ ଅନୁଭବମାନଙ୍କୁ ଅବଲମ୍ବନ ରୂପେ ଗ୍ରହଣ କରି ସେହି ଧାରଣାଗୁଡ଼ିକ ଛିଡ଼ା ହୋଇ ଥାଆନ୍ତି, ତାହାହିଁ ସାଧାରଣ ସତ୍ୟଗୁଡ଼ିକୁ ଗଠିତ କରି ଆଣିଥିବା ବ୍ୟକ୍ତିଟିର ଜୀବନକାହାଣୀ ହୋଇ ରହିଥାଏ : ବସ୍ତୁଜଗତଟି ସହିତ ତା’ର ହୋଇ ଚାଲିଥିବା କେତେ କ୍ରିୟା ଏବଂ ପ୍ରତିକ୍ରିୟା, ସିଏ ବାସ କରୁଥିବା ତା’ ସମାଜ ସହିତ କେତେ କ୍ରିୟା ଓ ପ୍ରତିକ୍ରିୟା । ଏବଂ, କୌଣସି ଦାର୍ଶନିକ ସିଦ୍ଧାନ୍ତକୁ ଯଦି ବହୁତ ସଂଖ୍ୟାରେ ମନୁଷ୍ୟମାନେ ଗ୍ରହଣ କରିବାର ଲକ୍ଷ୍ୟ ଥାଏ, ତେବେ ଅଧିକାଂଶ ବ୍ୟକ୍ତି ଯେଉଁସବୁ ସାଧାରଣ ସତ୍ୟକୁ ପ୍ରକୃତରେ ଗ୍ରହଣ କରିଥାନ୍ତି, ତେବେ ସେଗୁଡ଼ିକ ସହିତ ଏଇଟିର ଅବଶ୍ୟ ଏକ ମେଳ ରହିଥିବା ଆବଶ୍ୟକ ବା ଅନ୍ତତଃ ଆଦୌ ବିରୋଧ କରୁନଥିବା ଆବଶ୍ୟକ । ବେଶ୍‌ ନାନା ସମୃଦ୍ଧି ହାସଲ କରିଥିବା ଭିକ୍ଟୋରିଆ ଯୁଗରେ ସମାଜ ଆପଣାଛାଏଁ ସର୍ବଦା କେବଳ ଅଗ୍ରଗତି ହିଁ କରୁଥିବ ବୋଲି କହୁଥିବା ହେଆର୍ବର୍ଟ୍ ସ୍ପେନ୍‌ସରଙ୍କର ତତ୍ତ୍ୱଟି କି ଚମତ୍କାର ଭାବରେ ବ୍ୟବହାର୍ଯ୍ୟ ବୋଲି ଗୃହୀତ ହୋଇ ଯାଇଥିଲା, କିନ୍ତୁ ପ୍ରଥମ ବିଶ୍ୱଯୁଦ୍ଧ ପରେ ସେଇଟି ଆଉ ତିଷ୍ଠି ରହି ପାରିଲାନାହିଁ । ସେହି ବର୍ଷମାନଙ୍କରେ ଏବଂ ପରବର୍ତ୍ତୀ ଆଉ କେତୋଟିରେ ଲୋକମାନେ ଆବିଷ୍କାର କଲେ ଯେ, ସମାଜରେ ଯନ୍ତ୍ରବତ୍ ଅର୍ଥାତ୍‌ ଆପେ ଆପେ ଆଦୌ କୌଣସି ଅଗ୍ରଗତି କଦାପି ହୁଏନାହିଁ,–ନାଇଁ, ଅଗ୍ରଗତି ନିମନ୍ତେ ସଂଗ୍ରାମ କରିବାକୁ ହୋଇଥାଏ,–ବରଂ, ଅନେକ ସମୟରେ, ସଂଗ୍ରାମ କରାଯାଉଥିଲେ ମଧ୍ୟ ଅଗ୍ରଗତି ତଥାପି ହୁଏନାହିଁ । ତେଣୁ, ଏକଥାଟି ସତରେ ସତ ଯେ, ଶ୍ରୀଯୁକ୍ତ ସାଣ୍ଟାୟନା ଯେପରି ଖୁବ୍‌ ଚତୁର ଭାବରେ ଏକ ମନ୍ତବ୍ୟ କରିଛନ୍ତି, ଦର୍ଶନମାନେ କେବେହେଲେ ଭୁଲ୍‌ ବୋଲି ପ୍ରମାଣିତ ହୁଅନ୍ତି ନାହିଁ, କେବଳ ବର୍ଜିତ ହିଁ ହୁଅନ୍ତି ।

 

ଆମେ ପୂର୍ବରୁ ହିଁ ଉଲ୍ଲେଖ କରିଛୁ ଯେ, ଆଧୁନିକ ଦର୍ଶନ,–ତାହା ବୁଦ୍ଧିବାଦୀ କିମ୍ବା ଇନ୍ଦ୍ରିୟପ୍ରତ୍ୟକ୍ଷବାଦୀ ଯେଉଁଟି ହୋଇଥାଉ ପଛକେ,–ନିଜର ମଞ୍ଜଟି ଭିତରେ ସେହି ଚରମ ଅହଂବାଦୀ ଦର୍ଶନଟିକୁ ଧାରଣ କରି ରହିଛି । ଏହି ଉକ୍ତିଟିର ପ୍ରକୃତରେ ବହୁସଂଖ୍ୟକ ତାତ୍ପର୍ଯ୍ୟ ରହିଛି । ଏହି କ୍ଷେତ୍ରରେ, ଆମେ କେବଳମାତ୍ର ଗୋଟିଏ ଆଲୋଚନା ଆଦୌ କରୁନାହୁଁ,–ବରଂ, ଆଧୁନିକ ବିଚାରର ସର୍ବପ୍ରଧାନ ଗତିସ୍ରୋତଟିର ଚର୍ଚ୍ଚା କରୁଛୁ । ଏବଂ, ଆମେ ସ୍ପଷ୍ଟ ଭାବରେ ଦେଖିପାରୁଛୁ ଯେ, ତାହା ସତେଯେପରି କୌଣସି ସହଜାତ ବ୍ୟାଧି ପରି ସେହି ଚରମ ଅହଂବାଦଟି ଦ୍ୱାରା ଆକ୍ରାନ୍ତ ହୋଇ ରହିଛି । ଏଇଟି ପଛରେ ରହିଥିବା କାରଣରୁ ଆମେ ପ୍ରକୃତରେ ଗୋଟିଏମାତ୍ର ପ୍ରମୁଖ ବିଚାରଦୃଷ୍ଟିରେ ଯାଇ ନିଶ୍ଚୟ ପାଇଯିବା ଯାହାର ଉତ୍ସ ଆଧୁନିକ ସମାଜର ସତେଅବା କେଉଁ ଗଭୀର ଭିତରେ ରହିଛି । ଏବଂ, ସେହି ବିଚାରଦୃଷ୍ଟିଟିକୁ ଆମେ, ମୁଁ ଭାବୁଛି, ଯଥାର୍ଥ ଭାବରେ ‘ବ୍ୟକ୍ତିବାଦ’ ବୋଲି କହି ପାରିବା ।

 

ଏବଂ, ସେହି ବ୍ୟକ୍ତିବାଦ ଆମର ଏହି କାଳଟିରେ ସକଳ ଅର୍ଥରେ ଗୋଟିଏ ସଂପୂର୍ଣ୍ଣ ମେଦିନୀ-ଦୃଷ୍ଟିର ଆକାର ଗ୍ରହଣ କରିଛି ଏବଂ ତାହାରି ସୂତ୍ରଗୁଡ଼ିକୁ ମାନି ନେଇ ପଛକୁ ପଛ ଆମ ଅଧ୍ୟୟନର ସବୁଯାକ କ୍ଷେତ୍ରର ବ୍ୟାଖ୍ୟା କରାଯାଇଛି । ସେହି ବ୍ୟକ୍ତିବାଦର ପ୍ରକୃତି ଏବଂ ମହତ୍ତ୍ୱଟି ମଧ୍ୟ ଆମର ବୋଧ ମଧ୍ୟକୁ ସବୁଠାରୁ ଅଧିକ ଉତ୍ତମରୂପେ ସ୍ପଷ୍ଟ ହୋଇ ଆସିବ, ଯଦି ଆମେ ଆଉଗୋଟିଏ ମେଦିନୀଦୃଷ୍ଟିର ଆଗ ମୂଲ୍ୟାୟନ କରିପାରିବା । ହଁ, ଏହି ଦ୍ୱିତୀୟ ଦୃଷ୍ଟିଟି ଉକ୍ତ ପ୍ରଥମଟି ଦ୍ୱାରା ହିଁ ପ୍ରକୃତରେ ସତେଅବା ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ବି ଯାଇଥିଲା । ଏହି ଅନ୍ୟଟି ଅର୍ଥାତ୍‌ ଆଗଟି ଆମର ମଧ୍ୟଯୁଗୀନ ସାମାଜିକ ବ୍ୟବସ୍ଥାଟିର ଚିତ୍ରଟିଏ ଉପସ୍ଥାପିତ କରି ରଖିଥିଲା ଏବଂ ନିଃସନ୍ଦେହ ଭାବରେ ତାହାର ପକ୍ଷସମର୍ଥନ ମଧ୍ୟ କରିଥିଲା । ସାମନ୍ତବାଦକୁ ଆମେ ଏକ ଅନୁଲମ୍ବ ସୋପାନଧର୍ମୀ ସାମାଜିକ ବ୍ୟବସ୍ଥା ବୋଲି ଜାଣିବା ଯାହାକି ଚାଷଜମିର ମାଲିକାନାକୁ ଆଧାର କରି ରହିଥିଲା । ସେହି ସାମାଜିକ ଖମ୍ବଟିର ସର୍ବନିମ୍ନ ଭାଗରେ ଶ୍ରମ ଖଟୁଥିବା ଦାସଟିଏ,–ସିଏ ନିଜେ ଆବାଦ କରୁଥିବା ଭୂମିଟି ସହିତ ବାନ୍ଧି ହୋଇ ନିଜର ଜୀବନ ବଞ୍ଚୁଥିଲା ଏବଂ ଜଣେ ସାମନ୍ତଙ୍କର ପ୍ରଜା ହୋଇ ରହିଥିଲା । ସାମନ୍ତଜଣକ ଜମିର ମାଲିକ ହୋଇ ରହିଥିଲା । ସାମନ୍ତଟି ତା’ ସ୍ତରରେ ଜଣେ ରାଜାଙ୍କ ଅଧୀନରେ ଥିଲା ଏବଂ ରଜା ମଧ୍ୟ ପବିତ୍ର ରୋମାନ୍ ସମ୍ରାଟଙ୍କ ଠାରେ ଅନୁଗତ ହୋଇ ରହିଥିଲେ । (ବା, ଅନ୍ତତଃ ସମ୍ରାଟ ସ୍ୱୟଂ ସେହିଭଳି ବିଶ୍ୱାସ କରୁଥିଲେ ।) ପୋପ୍ ଆପଣା ସାର୍ବଭୌମତ୍ୱକୁ ସେଣ୍ଟ୍ ପିଟର୍‌ଙ୍କ ଠାରୁ ଲାଭ କରିଥିଲେ । ସେଣ୍ଟ୍‌ ପିଟର୍‌ ତ ଆଉ ପୃଥିବୀ-ପୃଷ୍ଠରେ ନଥିଲେ ଏବଂ ତେଣୁ, ତାଙ୍କର ସେହି ଅଧିକାରଟିକୁ କେହି ଚୁନୌତି ଦେବାର କୌଣସି ଅବକାଶ ମଧ୍ୟ ନଥିଲା । ସନ୍ଥ ପିଟର୍‌ ସେହି ସ୍ୱୀକୃତିଟିକୁ ପ୍ରାୟ ସେହି ଉଚ୍ଚତମ କର୍ତ୍ତୃତ୍ୱପଦ ଠାରୁ, ଖ୍ରୀଷ୍ଟିଆନ୍‌ ଧର୍ମରେ ଘୋଷିତ ତିନୋଟି ସର୍ବୋଚ୍ଚ ଆରୋପଣ ମଧ୍ୟରୁ ଦ୍ୱିତୀୟଟି ଠାରୁ, ଅର୍ଥାତ୍‌ ଯୀଶୁଖ୍ରୀଷ୍ଟଙ୍କ ଠାରୁ ହିଁ ଲାଭ କରିଥିଲେ । ଏବଂ, ତେଣୁ ଏହିପରି ଭାବରେ କ୍ଷେତ୍ରରେ ଚାଷ କରୁଥିବା ଦାସଟି ଠାରୁ ସେହି ଉଚ୍ଚତମ ସତ୍ତାଙ୍କ ପର୍ଯ୍ୟନ୍ତ ଯାହାକୁ ଏହି ବିଶ୍ୱବ୍ରହ୍ମାଣ୍ଡର ନିୟାମକ ପରମକର୍ତ୍ତା ତଥା ମାଲିକ ବୋଲି କୁହାଯାଉଛି–ଏହିପରି ଏକ ଅବିଚ୍ଛିନ୍ନ ସାରଣୀ ପ୍ରତିଷ୍ଠିତ ହୋଇ ରହିଥିଲା । ଅର୍ଥାତ୍‌ ସମାଜ ଏହିପରି ଅଧୀନସ୍ଥତାର ସୋପାନକ୍ରମରେ କେଡ଼େ ଭବ୍ୟ ଭାବରେ ପରିକଳ୍ପିତ ହୋଇ ରହିଥିଲା ଏବଂ ଶାନ୍ତ କରି ରଖିଥିଲା । ଏପରି ନ୍ୟାୟତଃ ଆଶା କରାଯାଉଥିଲା ଯେ, ଯେଉଁଠାରେ ଅଧସ୍ତନତା ହିଁ ନିର୍ଣ୍ଣାୟକ ନୀତି ହୋଇ ରହିଛି, ସେଠାରେ ତାହାରି ଅନୁରୂପ ହୋଇ ଏକ ଅଧୀନତା ଅବଶ୍ୟ ରହିବ ।

 

ସୋପାନକ୍ରମର ସେଇ ବାସ୍ତବ ବ୍ୟବସ୍ଥାଟି ଏହିପରି ଭାବରେ ଗୋଟିଏ ନ୍ୟାୟରେ ହିଁ ପରିଣତ ହୋଇ ଯାଇଥିଲା । ଏବଂ ତାହା ସନ୍ଥ ପଲ୍‌ଙ୍କର ଗୋଟିଏ ସମାଜ-ହିସାବର ବିବେକପୂର୍ଣ୍ଣ ପ୍ରୟୋଗ ଦ୍ୱାରା ବେଶ୍ ଦୃଢ଼ ହୋଇ ରହିଥିଲା । ସେହି ମହାନ୍‍ ଧର୍ମପ୍ରଚାରକ “ଆମେ କେହି କାହାଠାରୁ ଅଲଗା ନୋହୁ ଓ ପରସ୍ପର ସହିତ ସଦସ୍ୟତାର ସୂତ୍ରଟିଏ ଦ୍ୱାରା ଏକତ୍ର ବନ୍ଧା ହୋଇ ରହିଛୁ” ବୋଲି ଘୋଷଣା କରିଥିଲେ । ମନୁଷ୍ୟର ସମାଜଟି ମଧ୍ୟ ମନୁଷ୍ୟମାନଙ୍କର ସେହି ଶରୀରଟି ଭଳି : ପ୍ରତ୍ୟେକ ଏକକ ଗୋଟିଏ ବିଶେଷ କାର୍ଯ୍ୟରେ ନିୟୋଜିତ ହୋଇ ରହିଛି । ଆମ ଶରୀରରେ ଫୁସ୍‌ଫୁସ୍‌ କଦାପି ହୃଦ୍‌ଯନ୍ତ୍ରର କାର୍ଯ୍ୟକୁ କରି ପାରିବନାହିଁ, ହୃଦ୍‌ଯନ୍ତ୍ର ମଧ୍ୟ ମଥାର କାମ କରି ପାରିବନାହିଁ । ମଧ୍ୟଯୁଗର ସେହି ରୀତିଟିରେ ହିଁ ଏହି ତୁଳନାଟିକୁ ଅଧିକରୁ ଅଧିକ ବିଶଦ ଭାବରେ ବିକଶିତ କରି ନିଆ ଯାଇଥିଲା । ହଁ, ସବାଉଚ୍ଚରେ ପୋପ୍ ନା ସମ୍ରାଟ,–ଏଇଟିକୁ ନେଇ କେତେକ ପ୍ରଶ୍ନର ଉତ୍‌ଥାପନ ଅବଶ୍ୟ ହୋଇଥିଲା; କାରଣ କୌଣସି ଶରୀର କ୍ଷେତ୍ରରେ ନ୍ୟାୟତଃ ଦୁଇଜଣ ସର୍ବୋଚ୍ଚ ହୋଇ ରହି ପାରିବେନାହିଁ । କିନ୍ତୁ ବିଧାନମାନ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ଯକୃତ୍‌ ବୋଲି କୁହାଗଲା ଏବଂ ସାଧାରଣ ଜନଗଣ ଗୋଡ଼ର ଆଙ୍ଗୁଠି ହୋଇ ରହିଥିଲେ । ଯେତେବେଳେ କୌଣସି କାରଣରୁ ଲୋକମାନେ ବିଦ୍ରୋହୀ ଭାବ ଦେଖାଉଥିଲେ, ସେତେବେଳେ ରାଜନୀତିର ଶରୀରଟି ବାତରୋଗ ଦ୍ୱାରା ପୀଡ଼ିତ ହୋଇଛି ବୋଲି କୁହା ଯାଉଥିଲା । *

Unknown

 

*It may seem incredible that such ideas were ever seriously entertained. I must indicate, therefore, that the evidence for their being so is to bw found in Giercke : Political Theories of the Middle Ages, Macmillam, New York, 1900, Ch, IV passim, notes 76-79.

 

ଏକ ଦୁର୍ଭାଗ୍ୟର କଥା ଯେ କାବ୍ୟବତ୍ ଏହି ଚମତ୍କାର ବ୍ୟବସ୍ଥା ସତ୍ତ୍ୱେ ମଧ୍ୟଯୁଗରେ ସମାଜଟିରେ ପଣ୍ୟମାନଙ୍କର ମଧ୍ୟ ପ୍ରୟୋଜନ ରହିଥିଲା ଏବଂ ସେହି କାରଣରୁ ଏଭଳି ଗୋଟିଏ ଶ୍ରେଣୀର ମଧ୍ୟ ଆବଶ୍ୟକତା ଥିଲା, ଯେଉଁମାନେ କି ପ୍ରକୃତରେ ସେହି ପଣ୍ୟଗୁଡ଼ିକୁ ଉତ୍ପାଦନ କରିପାରିବେ । ଏବଂ, ସେହି ଶ୍ରେଣୀଟି ଖୁବ୍‌ ଅଚିରେ ଆବିଷ୍କାର କରି ପାରିଥିଲା ଯେ, ଏକ ସାଧାରଣ ସତ୍ୟ ହିସାବରେ, ଜଣେ ଯେତେ ଅଧିକ ପରିମାଣର ଦ୍ରବ୍ୟ ଉତ୍ପାଦନ କରି ବିକ୍ରୟ କରିପାରିବ, ତଦ୍ଦ୍ୱାରା ସିଏ ସେତେ ଅଧିକ ବିତ୍ତର ଅଧିକାରୀ ହୋଇପାରିବ । ପୁନଶ୍ଚ, ସାମନ୍ତବାଦୀ ମାଲିକମାନେ ସର୍ବଦା ଅଧିକରୁ ଅଧିକ ଅର୍ଥ ଆବଶ୍ୟକ କରୁଥିଲେ : ଏବଂ ଭୂମିର ଅଧିକାରୀମାନେ ଅତିମାତ୍ରାରେ କରଜ ବି କରୁଥିଲେ । ତେଣୁ, ମହାଜନମାନେ କ୍ରମେ ବ୍ୟାପାରରତ ଶ୍ରେଣୀଟିର ଏକ ଅଂଶରେ ପରିଣତ ହୋଇ ଯାଉଥିବା ପରି ବୋଧ ହେଲା ଏବଂ ଗୀର୍ଜାସଂସ୍ଥାଟା ସେମାନଙ୍କର ସେହି ସ୍ୱଭାବଟିର ନିନ୍ଦା କରି (ଗୀର୍ଜା ହାତରେ ମଧ୍ୟ ବହୁତ ଜମି ରହିଥିଲା) ସେମାନଙ୍କୁ ସୁଧଖୋର ବୋଲି କହୁଥିଲେ ମଧ୍ୟ, ସେହି ନୂତନ ବର୍ଗଟି ସ୍ୱୟଂ ଶାସନକର୍ତ୍ତା ମାନଙ୍କର ଆବଶ୍ୟକତା ଗୁଡ଼ିକର ସୁଯୋଗ ନେଇ ଖୁବ୍ ସମୃଦ୍ଧି ଲାଭ କରୁଥିଲା ।

 

ସେହି ଘଟଣାକ୍ରମରେ ବାଣିଜ୍ୟ କରୁଥିବା ବର୍ଗଟି ସହିତ ସାମନ୍ତବାଦୀ ସମ୍ଭ୍ରାନ୍ତ ବର୍ଗଙ୍କର ବେଶ୍‌ ସିଧା ଭାବରେ ଦ୍ୱନ୍ଦ୍ୱଟିଏ ଉପସ୍ଥିତ ହେଲା । ମଧ୍ୟଯୁଗର ସେଇ ସର୍ବବିଧ ସମ୍ବନ୍ଧ ଯେଉଁ ଜଟିଳ ବିଧାନବ୍ୟବସ୍ଥାଟି ଦ୍ୱାରା ପରିଚାଳିତ ହେଉଥିଲା, ପଣ୍ୟମାନଙ୍କର ଉତ୍ପାଦନ-କ୍ଷେତ୍ରରେ ଯାବତୀୟ ବୃଦ୍ଧିରେ ବହୁ ଅନ୍ତରାୟ ସୃଷ୍ଟି କରିଥିଲା । ତେଣୁ, ପରିଣାମ ଏହିପରି ହେଲା ଯେ, ଯେଉଁସବୁ ସମାଜ ଆପଣାର ସାଧ୍ୟ ପାଉଥିବା ଯାଏ ଅଧିକରୁ ଅଧିକ ଉତ୍ପାଦନ କରିବା ନିମନ୍ତେ ବାଟ ଛାଡ଼ି ଦିଅନ୍ତି ନାହିଁ, ମଧ୍ୟଯୁଗର ସମାଜଟି ମଧ୍ୟ ସେହିପରି ଏକ ଦଶାରେ ଆସି ପଡ଼ିଲା : ସେହି ସମାଜ ଫାଟି ଫାଳ ଫାଳ ହୋଇ ଯାଇଥିଲା । ସଂପୂର୍ଣ୍ଣ ଭାବରେ ଧରା ପଡ଼ିଗଲା ଯେ, ସେହି ଏଡ଼େ ସୁନ୍ଦର ଅନୁଲମ୍ବ ସ୍ତମ୍ବଟି ପ୍ରକୃତରେ ତୁଚ୍ଛା କାଠରେ ହିଁ ତିଆରି ହୋଇଛି ଏବଂ ତେଣୁ ଇତିମଧ୍ୟରେ ଉଇମାନେ ତା’ ଭିତରେ ଆସି ପଶିଗଲେଣି ଏବଂ ତା’ର ମଞ୍ଜଟିକୁ ଖାଇ ପୋଲା କରିଦେଲେଣି ।

 

ଏହି ଉଇଗୁଡ଼ିକ ଦ୍ୱାରା ସୁନିର୍ଦ୍ଦିଷ୍ଟ ଭାବରେ ସେହି ବଣିକ, ବ୍ୟାଙ୍କ୍‌–କାରବାରୀ ଏବଂ ବେପାରୀମାନଙ୍କୁ ବୁଝାଉଥିଲା, ଆମେ ପୂର୍ବରୁ ଯେଉଁମାନଙ୍କୁ ସୂଚାଇ ଦେଇଛୁ । ଇତିହାସରେ ସେଇମାନଙ୍କୁ ହିଁ ଆମ ଆଧୁନିକ ପୁଞ୍ଜିବାଦୀମାନଙ୍କର ଇତିହାସସ୍ଥ ପୂର୍ବପୁରୁଷ ବୋଲି କୁହାଯିବ । ବିଗତ ଚାରିଶହ ବର୍ଷର ଅବଧି ମଧ୍ୟରେ, ଇତିହାସରେ ଅଧିକାଂଶତଃ ସେହିମାନଙ୍କର କରାମତିମାନ ଲିପିବଦ୍ଧ ହୋଇ ରହିଛି ଏବଂ ଦର୍ଶନର ଆଲୋଚନା ମଧ୍ୟ ମୋଟାମୋଟି ସେହିମାନଙ୍କର ମତ ଏବଂ ଅଭିପ୍ରାୟଗୁଡ଼ିକୁ ଲିପିବଦ୍ଧ କରିଛି । ବାଣିଜ୍ୟର କାରବାର କ୍ଷେତ୍ରରେ ଏହି ଅଭିବୃଦ୍ଧି ଫଳରେ ମଧ୍ୟଯୁଗର ସାମାଜିକ ଇତିହାସରେ ଯାହାସବୁ ବିଶେଷ ଭାବରେ ଘଟିଲା, ସେଗୁଡ଼ିକ ଉପରେ ଏକ ଦୃଷ୍ଟିପାତ କରିବା ଏଠାରେ ଆମଲାଗି ବିଶେଷ ଭାବରେ ଅବଶ୍ୟ ଶିକ୍ଷାପ୍ରଦ ହେବ ।

 

ସେହି ପ୍ରଥମ କାଳରୁ ହିଁ ନୂଆ ସ୍ଥିତିଗୁଡ଼ିକ ପରିଣାମଗୁଡ଼ିକୁ ଖୁବ୍‌ ଉଲ୍ଲେଖନୀୟ ଭାବରେ ଲକ୍ଷ୍ୟ କରି ହେଉଥିଲା । ମଧ୍ୟଯୁଗର ବିଚାରଟି କେଡ଼େ ସମାହିତ ଚିତ୍ତରେ କହି ପାରୁଥିଲା ଯେ, ଆମ ସମାଜରେ ପ୍ରତ୍ୟେକ ବ୍ୟକ୍ତିର ଅବଶ୍ୟ ଏକ ସମୁଚିତ ସୁନିର୍ଦ୍ଦିଷ୍ଟ ସ୍ଥାନ ରହିଛି : ହଁ, ସମ୍ଭ୍ରାନ୍ତ ନିମନ୍ତେ ତା’ର ଉଚିତ ଥାନ ରହିଛି ଏବଂ ସେହି ଅନୁସାରେ ଉଚିତ କର୍ତ୍ତବ୍ୟମାନ ରହିଛି; ସେହିପରି ଜଣେ ବଣିକର ରହିଛି ଏବଂ ସେହି କ୍ଷେତ୍ରରେ ଜଣେ ଆଉଜଣକର ସ୍ଥାନକୁ ହଡ଼ପ କରି ନେଇଯିବା କେବେହେଲେ ଉଚିତ ହେବନାହିଁ । କିନ୍ତୁ, ବାସ୍ତବତଃ ଅବସ୍ଥା ଏହିପରି ହିଁ ହେବାରେ ଲାଗିଥିଲା ଯେ, ଜଣେ ଉତ୍ତମ ବେପାରୀ ହେବାକୁ ହେଲେ (ଅର୍ଥାତ୍ ଭଲ ଲାଭ କମାଇବାକୁ ହେଲେ) ଗୋଟିଏ ବେପାରୀକୁ ସମ୍ଭ୍ରାନ୍ତ ବର୍ଗଟି ସହିତ ଅବଶ୍ୟମ୍ଭାବୀ ଭାବରେ ସଂଘାତରେ ଆସିବାକୁ ହେଉଥିଲା । ଏବଂ, ଠିକ୍ ସେହିପରି ଭାବରେ, ଜଣେ ସମ୍ଭ୍ରାନ୍ତକୁଳର ମନୁଷ୍ୟ ନିଜର ଉକ୍ତ ପରିଚୟଟିକୁ ଉଚିତ ପ୍ରକାରେ ବଜାୟ ରଖିବାକୁ ହେଲେ (ସର୍ବଦା ସମୃଦ୍ଧି ଲାଭ କରୁଥିବା ଜଣେ ଭୂମିମାଲିକ ରୂପେ) ଜଣେ ପଣ୍ୟଜୀବୀ ସୌଦାଗରର କର୍ମପରିସରକୁ ସୀମିତ କରି ରଖିବାକୁ ମଧ୍ୟ ହେଉଥିଲା । ତେଣୁ, ଫଳ ସ୍ୱରୂପ, ତତ୍ତ୍ୱଟି ବସ୍ତୁତଃ ମୁଣ୍ଡଟାକୁ ତଳଆଡ଼େ ରଖି ଗୋଡ଼ ଦୁଇଟିକୁ ଉପର ଆଡ଼କୁ କରି ଠିଆ ହେବାକୁ ବାଧ୍ୟ ହେଲା,–କାରଣ ଏହି ଦୁଇ ଶ୍ରେଣୀ ଯେତେ ପର୍ଯ୍ୟାପ୍ତ ଭାବରେ ନିଜ ନିଜର ବିହିତ କାର୍ଯ୍ୟଗୁଡ଼ିକର ସମ୍ପାଦନ କରିଥିଲେ, ସେମାନଙ୍କ ମଧ୍ୟରେ ସେତିକି ଅଧିକ ପରିମାଣରେ ଦ୍ୱନ୍ଦ୍ୱମାନେ ଆସି ଉପସ୍ଥିତ ହେଲେ । ଜଣେ ଜଣକର ଅସ୍ତିତ୍ୱକୁ ସ୍ୱୀକାର କରି ସେହି ଅନୁସାରେ କୌଣସି ଅଶାନ୍ତି ସୃଷ୍ଟି ନକରି ଅନୁଗତ ହୋଇ ରହିବା ପରିବର୍ତ୍ତେ ଉକ୍ତ ତତ୍ତ୍ୱଟି ହେତୁ ସେମାନେ ବସ୍ତୁତଃ ଅଧିକ କଳହର କାରଣ ହୋଇଥିଲେ ।

 

ଏହି ନିରର୍ଥକ ବୃଥାପରିମାଣଟିକୁ ଦେଖି ଉକ୍ତ ତତ୍ତ୍ୱର ଯେଉଁ ବ୍ୟାଖ୍ୟାତାମାନେ ବେପାରୀ ପଟଟାର ସମର୍ଥନ କରୁଥିଲେ (ହଁ, ସେମାନଙ୍କୁ ପୁଣି ପ୍ରଗତିବାଦୀ ବୋଲି କୁହାଯାଉଥିଲା-!), ସେମାନେ ବର୍ତ୍ତମାନ ସେହି ସିଦ୍ଧାନ୍ତଟିକୁ ସଂପୂର୍ଣ୍ଣ ଭାବରେ ବର୍ଜନ କରିବା ନିମନ୍ତେ ପ୍ରସ୍ତୁତ ହୋଇଥିଲେ । ଏବଂ, ସେଇଟି ବଦଳରେ ତାହାର ଠିକ୍ ବିପରୀତ ଆଉଗୋଟିଏ ମତର ସମର୍ଥନ କରିଥିଲେ । ଜଣେ ମନୁଷ୍ୟର ଯୋଗ୍ୟତାକୁ ସମାଜରେ ସିଏ କରୁଥିବା କୌଣସି କାର୍ଯ୍ୟ ଅନୁସାରେ ବିବେଚନା କରିବା ଆଦୌ ଉଚିତ ହେବନାହିଁ ବୋଲି ସେମାନେ ଘୋଷଣା କରିଥିଲେ; ବରଂ, ଜଣେ ମଣିଷ ଆପଣା ସକାଶେ ଯାହାକିଛି ହାସଲ କରିପାରିଲା, ସେଇଟି ଅନୁସାରେ ହିଁ ତା’ର ଯୋଗ୍ୟତା ନିରୂପିତ ହୁଏ ବୋଲି ସେମାନେ ମତ ଦେଇଥିଲେ । ଆଗରୁ ଏହି ସମାଜର ନାନା ଅବୟବକୁ ଗୋଟିଏ ସମଗ୍ରରୂପେ ଏକତ୍ର ଭାବେ ବିଚାର କରାଯାଉଥିଲା ଏବଂ, ବର୍ତ୍ତମାନ ସମାଜ କହିଲେ ସେମାନେ ଏପରି ଗୋଟିଏ ଗଢ଼ଣକୁ ବୁଝିଲେ, ଯେଉଁଥିରେ କି ପ୍ରକୃତରେ ବହୁତ ବହୁତ ବ୍ୟକ୍ତି ଏକ ସମୂହରେ ବାସ କରୁଥାନ୍ତି । ଏପରି ଜଣେ ଜଣେ ଏକକଙ୍କର ସମୂହ, ଯେଉଁମାନଙ୍କର ନିଜ ନିଜ ସ୍ୱାର୍ଥଗୁଡ଼ିକ ସେମାନଙ୍କୁ କର୍ମରେ ପ୍ରେରିତ କରି ରଖିଥିବ । ସେମାନଙ୍କର ସ୍ୱଭାବସ୍ଥ ଯାବତୀୟ ନାନା ଅଧିକାର ଦ୍ୱାରା ସେମାନଙ୍କର ଚମ ବେଶ୍‌ ବହଳ ହୋଇ ଯାଇଥିବ-। ହଁ, ଏପରି କଳ୍ପନା କରା ଯାଇଥିଲା ଯେ, ଏହି ଏକକଗୁଡ଼ିକ ମାତ୍ର କିଛି ସମୟ ଲାଗି ହିଁ ଜଣେ ଆଉଜଣେ ସହିତ କୌଣସି ନା କୌଣସି ସମ୍ବନ୍ଧରେ ଯୋଡ଼ା ହୋଇ ରହିଥିଲେ-। ଆପଣା ଆପଣାର ସ୍ୱାର୍ଥମାନଙ୍କର ସନ୍ତୋଷବିଧାନ ନିମନ୍ତେ ଏକତ୍ର ଥିଲେ; ଏହିପରି ସମ୍ବନ୍ଧଗୁଡ଼ିକ ମଧ୍ୟରେ ସେମାନେ ରହିବେ ବୋଲି ଏକ ଚୁକ୍ତି ଅନୁସାରେ ରହିଥିଲେ,–ବହୁ କଠୋରତା ସହିତ ସେମାନଙ୍କୁ ଏକ ସମୂହ ଭିତରେ ରଖିଥିବା ଏକ ଚୁକ୍ତି,–ଏହାଦ୍ୱାରା ସେମାନଙ୍କର ଉପକାର ମଧ୍ୟ ହେଉଥିଲା-। ଏମାନଙ୍କର ପରସ୍ପର ଉପରେ ରହିଥିବା ପ୍ରଭାବଟି ବିଷୟରେ ହୁଏତ ଏତିକି କୁହାଯାଇ ପାରିବ ଯେ, ସେମାନେ ଏକାଧିକ ପ୍ରକାରେ ଗୁଡ଼ିଏ ଗୁଲି ପରି ଗୋଟିଏ ଗଦା ଆକାରରେ ଜମା ହୋଇ ରହିଥିଲେ ।

 

ମନୁଷ୍ୟବ୍ୟକ୍ତିକୁ ତା’ ବ୍ୟକ୍ତିପଣ ଉପରେ ଏପରି ମହତ୍ତ୍ୱ ଦେଇ ଦେଖିବା,–ତା’ର ସକଳ ପ୍ରତିଭା ତଥା ସାମର୍ଥ୍ୟଗୁଡ଼ିକୁ ଏପରି ମହତ୍ତ୍ୱ ଦେବା,–ଆମ ମନୁଷ୍ୟମାନଙ୍କର ବିଚାରଗତ ଭୂମିଟି ଉପରେ ସେଇଟିକୁ ଏକ କେଡ଼େବଡ଼ ଲାଭ ବୋଲି କହିବାକୁ ହେବ । ଅବଶ୍ୟ, ଅନ୍ୟ ପକ୍ଷରେ ସାମାଜିକ କର୍ତ୍ତବ୍ୟସାଧନର ସେହି ବିଚାରଟି ଆଉ ରହିଲା ନାହିଁ, ସେହି ଘଟଣାଟିକୁ ମଧ୍ୟ ଏକ ବୃହତ୍‌ କ୍ଷତି ବୋଲି କୁହାଯିବ । କାରଣ, ଏହା ଫଳରେ ଜଣେ କଂସେଇ ସମାଜର ଖାଦ୍ୟ-କ୍ଷେତ୍ରରେ ରହିଥିବା ଏକ ଚାହିଦାର ପୂରଣ କରୁଥିବାରୁ ସମାଜରେ ରହିଛି ବୋଲି ଦାବୀ କରି ପାରିଲାନାହିଁ । ବର୍ତ୍ତମାନ ସିଏ କେବଳ ଏତିକି କହିପାରିଲା ଯେ, ପଶୁ ହାଣି ମାଂସ ବିକ୍ରୀ କରିବା ହେଉଛି ଜୀବିକା ଅର୍ଜନ କରିବାର ଅନେକ ପନ୍ଥା ମଧ୍ୟରେ ଗୋଟିଏ ପନ୍ଥା । ଅନେକ ଲୋକଙ୍କୁ ବେଶ୍ ଅଧିକ ପରିମାଣର ମାଂସ ଆଣି ଯୋଗାଇ ପାରିଲେ ଯେ ତାକୁ ଜଣେ ‘ଭଲ’ କଂସେଇ ବୋଲି କୁହାଯିବ, ସେକଥା ଆଦୌ ନୁହେଁ; ମାତ୍ର, ଜଣେ ସାଧାରଣ କଂସେଇ ଯେତିକି ରୋଜଗାର କରିଥାଏ, ସିଏ ତା’ଠାରୁ ଅନେକ ଅଧିକ ରୋଜଗାର କରିବାକୁ ସମର୍ଥ ହେଲାଣି ବୋଲି ତାକୁ ସେପରି କହି ପ୍ରଶଂସା କରଯିବ ।* ଅର୍ଥାତ୍, ବିଚାରଟି ଆଉ ପୂର୍ବବତ୍ ଏକ ସମଗ୍ରତାବୋଧୀ ସିଦ୍ଧାନ୍ତ ହୋଇ ନରହି ଗୋଟିଏ ଗତିସୂଚକ ଏକକତାବୋଧକ ସିଦ୍ଧାନ୍ତକୁ ବଦଳି ଯାଇଥିଲା । ଏଇ ଦୁଇଟିଯାକ ଗୋଟିଏ ଆଉଗୋଟିକର ବିରୋଧ କରୁଥିବା ସିଦ୍ଧାନ୍ତ ବର୍ତ୍ତମାନ ଏପରି ଗୋଟିଏ ସମନ୍ୱୟ ଲାଗି ଅପେକ୍ଷା କରୁଛନ୍ତି, ଯାହାକି ଏକ ଗତିଶୀଳ ସମଗ୍ରତାବୋଧକ ସିଦ୍ଧାନ୍ତର ଉପସ୍ଥାପନା କରିପାରିବ, ଏବଂ ସେଇଥିରେ ହିଁ ଆମର ଭବିଷ୍ୟତର ଆଶାଟିଏ ନିହିତ ହୋଇ ରହିଛି । ସେହି ଅନ୍ୟଭଳି ବିକଳ୍ପଟି, ଆଦୌ କୌଣସି ପରିବର୍ତ୍ତନ ହେଉନଥିବା ଏବଂ ପ୍ରତ୍ୟେକ ମନୁଷ୍ୟକୁ ଅଲଗା ଅଲଗା ଗୋଟିଏ ଗୋଟିଏ ଏକକରୂପେ କଳ୍ପନା କରୁଥିବା ସେହି ସିଦ୍ଧାନ୍ତଟି,–ଯାହାକୁ କି ଫାସିଷ୍ଟବାଦର ଅନ୍ତର୍ଗତ ଏକ ଅସଲ ଅଭିପ୍ରାୟ ବୋଲି କୁହାଯିବ (ବାହାରେ ମୁହଁଟି ଉପରେ ସେପରି ଦେଖା ଯାଉନଥିଲେ ମଧ୍ୟ),–ହଁ, ବର୍ତ୍ତମାନ ସେଇଟିକୁ ଚୂଡ଼ାନ୍ତ ଭାବରେ ବିନଷ୍ଟ କରିଦେବାକୁ ହେବ । **

 

*These remark refers, of course, to Adam Smith’s wonderful epitomising of the whole theory. “It is not from the benevolence of the butcher, the brewer, or the baker, that we expect our dinner, but from their regard to their own interest. We address ourselves, not to their humanity, but to their self-love; and we never talk to them of our own necessities, but of their advantages.” The wealth of Nations, Book I, Ch, II.

 

** The reader may, if he wishes, work out this dialectic according to the following definitions: static means rigidly hierarchical inform, dynamic means fluid with the sense of social responsibility, atomistic means dominated by self-interest and lacking in the sense of social responsibility, atomistic means dominated by self-interest and lacking in the sense of social responsibility.

 

ଏକକ ବହୁସଂଖ୍ୟକ ବ୍ୟକ୍ତିଙ୍କର ଏକ ସମୂହ, ସେଇଟି ହେଉଛି ସମାଜ,–ସେହି ବିଚାରଟି ଦ୍ୱାରା ସପ୍ତଦଶ, ଅଷ୍ଟାଦଶ ଏବଂ ଊନବିଂଶ;–ଏହି ତିନୋଟିଯାକ ଶତାବ୍ଦୀର ସବୁଯାକ ଭାବନା ବସ୍ତୁତଃ ବାଡ଼ ଦିଆ ହୋଇ ରହିଥିଲା । ଦର୍ଶନର ଦୃଷ୍ଟିରୁ ଦେଖିଲେ ଲାଇବ୍‌ନିତ୍‌କ୍‌ଙ୍କର “ଗବାକ୍ଷହୀନ monads” ଦ୍ୱାରା ତାହା ଆପଣାର ଚରମ ଅସଙ୍ଗତିଟିକୁ ପ୍ରତିପାଦନ କରିଦେବାର ସ୍ଥିତିରେ ଯାଇ ଉପସ୍ଥିତି ହୋଇଥିଲା ।–ଅର୍ଥନୀତିର କ୍ଷେତ୍ରରେ ମ୍ୟାଞ୍ଚେଷ୍ଟର୍‌ ମ୍ୟାନ୍ ଏବଂ ଇତିହାସ–ଆଲୋଚନାରେ କାର୍ଲାଇଲ୍‌ଙ୍କର Heroର ସିଦ୍ଧାନ୍ତର ମାଧ୍ୟମରେ ମଧ୍ୟ ସେଇଟି ହିଁ ଘଟିଥିଲା । ଏବଂ, ତାହାର ଏକ ସମାନ୍ତର ରୂପେ, ନୀତିଶାସ୍ତ୍ରରେ ଶ୍ରୀ ବେନ୍ଥାମ୍‌ ସେତେବେଳେ ସମାଜରେ ବାସଜନିତ ସୁଖକୁ ସେଥିରେ ବାସ କରୁଥିବା ବ୍ୟକ୍ତିମାନେ ସମ୍ଭବ କରି ପାରୁଥିବା ନିଜନିଜ ସୁଖର ଏକ ‘ସମଷ୍ଟି’ ବୋଲି ବ୍ୟାଖ୍ୟା କରି ଦେଇଥିଲେ । ଏହି ସମଗ୍ର ଆଧୁନିକ କାଳଟିରେ ମନସ୍ତତ୍ତ୍ୱ ମଧ୍ୟ ପ୍ରଧାନତଃ ସେହି ବ୍ୟକ୍ତି-ମଣିଷଟିର ହିଁ ଅଧ୍ୟୟନ କରିଛି ଏବଂ ସାମାଜିକ ମନୋବିଜ୍ଞାନକୁ ସେଇଟି ସହିତ ସତେଅବା ଏକ ଗୌଣ ଅଂଶ ଏବଂ ପରିଶିଷ୍ଟ ପରି ଯୋଡ଼ି ଦେଇ ରଖାଯାଇଛି । ଜଣେ ବ୍ୟକ୍ତି–ଏକକର ଯାହାକିଛି କାମ୍ୟ ବୋଲି ଜାଣିହୋଇ ପାରୁଥିବ, ନୀତିଶାସ୍ତ୍ର ପ୍ରଧାନତଃ ସେତିକି ମଧ୍ୟରେ ଆପଣାକୁ ସୀମିତ କରି ରଖିଛି : ଏବଂ ସାମାଜିକ ନୈତିକ ଅନୁବଦ୍ଧତା ପ୍ରାୟ ଗୋଟିଏ ପରିଶିଷ୍ଟକୁ ମଧ୍ୟ ବୁଝାଇଛି । ବ୍ୟକ୍ତି ବନାମ ରାଷ୍ଟ୍ର–ଏହିପରି ଗୋଟିଏ ତୁଚ୍ଛା ଏବଂ କୃତ୍ରିମ ସମସ୍ୟାକୁ ନେଇ ରାଜନୀତିବିଜ୍ଞାନ ନିଜକୁ ମୁଖ୍ୟତଃ କ୍ରିୟାଶୀଳ କରିଛି । ମାତ୍ର, ସେହି ରାଷ୍ଟ୍ରଟା ପ୍ରକୃତରେ କାହାର ? ସେହି ବାସ୍ତବ ପ୍ରଶ୍ନଟି ଏକାନ୍ତ ଗୌଣ ଭାବରେ ସେଇଟି ସହିତ ଯୋଡ଼ା ହୋଇ ରହିଛି । ପ୍ରତିପତ୍ତି ବିସ୍ତାରି ରହିଥିବା ଏବଂ ସର୍ବଦା ଅପରିହାର୍ଯ୍ୟ ହୋଇ ରହିଥିବା ସେହି ‘ମୁଁ’ ବୋଧଟା ସମ୍ଭବତଃ ଗୋଟିଏ ମଧ୍ୟ ଅଧ୍ୟୟନର ବିଭାଗକୁ ଛାଡ଼ି ମୋଟେ ରହି ପାରିନାହିଁ । ସତେ ଯେପରି, ଆମର ଏହି ସମଗ୍ର ସାଂପ୍ରତିକ ଇତିହାସଟି କୌଣସି ବିଲିଆର୍ଡ଼୍ ଖେଳର ବୋର୍ଡ଼ ଉପରେ କିଞ୍ଚିତ୍‌ ସମୟର ହିଁ ଏକ କାରବାରରେ ପରିଣତ ହୋଇ ରହିଛି ।

 

ଯେତେବେଳେ ବୌଦ୍ଧିକ ଅନୁଶୀଳନର ସାଧାରଣ ବାୟୁମଣ୍ଡଳଟି ଏହିଭଳି ହୋଇ ରହେ, ତେବେ ସେହି ଏକାନ୍ତ ଭାବେ ମର୍ମହୀନ ଅହଂବାଦଟା ଯେ କାହିଁକି ଏହିପରି ଅଧିକରୁ ଅଧିକ ସମୃଦ୍ଧି ଲାଭ କରି ଆସିଛି, ଆମେ ସେହି କଥାଟିକୁ ଖୁବ୍‌ ଅନାୟାସରେ ବୁଝିଯିବା । ଯେପର୍ଯ୍ୟନ୍ତ ଏହି ବାହାର ପୃଥିବୀଟି ଏପରି ଅଶ୍ୱସ୍ତିକର ବୋଧ ହେଉଛି ଏବଂ ତେଣେ ଭିତରେ ଅନ୍ତରାତ୍ମାଟା କେତେ ସୁଖଦ ଅନୁଭବ କରୁଛି, ତେବେ ସଂପୂର୍ଣ୍ଣ ଅନମନୀୟ ଭାବରେ ସେହି ବିଶ୍ୱାସଟି ସଂପୃକ୍ତ ସକଳଙ୍କୁ ମାଡ଼ି ବସିଥିବେ ଯେ, ହଁ, ଭାବନାଟି ଅନୁସାରେ ହିଁ ବସ୍ତୁଚୟ । ଶ୍ରୀଯୁକ୍ତ ଏମର୍ସନ୍‌ଙ୍କର ସେହି କ୍ଳାନ୍ତିହୀନ ଦୃଢ଼ପରାମର୍ଶ ଏବଂ ଶ୍ରୀ ଉଇଲିଅମ୍‌ ଜେମ୍‌ସ୍‌ଙ୍କର ସେହି ଅତ୍ୟୁଜ୍ଜ୍ୱଳ ଭବିଷ୍ୟବାଣୀ ଗୁଡ଼ିକ ଦ୍ୱାରା ପ୍ରାୟ ବାଧ୍ୟ ହୋଇ ସେହି ବିଶ୍ୱାସଟିରେ ଦୀକ୍ଷିତ ହୋଇଥିବା ଆମେରିକାବାସୀମାନେ ନିଶ୍ଚୟ ସେହି ଅଭ୍ୟାସଟିକୁ ଛାଡ଼ିବାକୁ ଇଚ୍ଛା କଲେ ପ୍ରକୃତରେ ତାହା ସେମାନଙ୍କୁ ବିଶେଷ କଷ୍ଟକର ଲାଗିବ । ମାତ୍ର, ତଥାପି ସେଇଟିକୁ ଛାଡ଼ିବାକୁ ହିଁ ହେବ,–ତେବେଯାଇ ସେମାନେ ଅଗ୍ରଗତି କରିପାରିବେ । ଯେଉଁ ବ୍ୟକ୍ତି ଆପଣାର ଭାବନାଗୁଡ଼ିକ ମଧ୍ୟରେ ବାସ କରିବାରେ ଲାଗିଥାଏ, ସିଏ ଏହି ପୃଥିବୀରେ ଆଦୌ ବାସ କରି ପାରିବନାହିଁ । ଯିଏ କେବଳ ନିଜ ଭିତରେ ରହିଥିବା କଥାଟିକୁ ହିଁ ଶୁଣିବାରେ ଲାଗିଥାଏ, ସିଏ ଏହି ସମଗ୍ର ବ୍ରହ୍ମାଣ୍ଡଚୟର ସଂଗୀତଟିକୁ କେବେହେଲେ ଶିଖିବାକୁ ଯୋଗ୍ୟ ହୁଏନାହିଁ ।

 

ଆଶ୍ରୟସ୍ଥଳୀ ଅଜ୍ଞାନର

 

ଭାବନା ହେତୁ ହିଁ, ବସ୍ତୁମାନେ ଯେଉଁଭଳି ଅଛନ୍ତି ସେହିଭଳି ତିଆରି ହୋଇଛନ୍ତି ବୋଲି ସେହି ସିଦ୍ଧାନ୍ତଟିରେ ଯେ ଲୋକମାନେ ଖୁବ୍‌ ସମ୍ଭବ ବିଶ୍ୱାସ କରିବେ, ତାହାର ଇତିହାସଗତ କାରଣମାନଙ୍କୁ ଆମେ ବର୍ତ୍ତମାନ ଆଲୋଚନା କରି ଦେଖିପାରିଛୁ । ଆମେ ଏହି କଥାଟିକୁ ମଧ୍ୟ ପରୀକ୍ଷା କରି ଜାଣିପାରିଛୁ ଯେ ଏଭଳି ଏକ ବିଶ୍ୱାସ ଯେଉଁସବୁ ପରିଣାମରେ ନେଇ ପହଞ୍ଚାଇ ଦିଏ, ଆମେ ସେଗୁଡ଼ିକୁ ଫାସିଷ୍ଟବାଦୀ ବୋଲି କହି ମଧ୍ୟ ପାରିବା । ଏବଂ, ଏହିସବୁ ସତ୍ୟକୁ ଆମକୁ ଏହି କ୍ଷେତ୍ରରେ ନିହିତ ହୋଇ ରହିଥିବା ବିପଦଗୁଡ଼ିକ ସମ୍ବନ୍ଧରେ ନିଶ୍ଚୟ ସତର୍କ ସିନା କରିଦେବ, କିନ୍ତୁ, ସେଇଟି ସଂପୂର୍ଣ୍ଣଭାବରେ ଯେ ଏକ ମିଥ୍ୟା ବିଶ୍ୱାସ, ସେମାନେ ଆମକୁ ସମ୍ଭବତଃ ତାହା ଦର୍ଶାଇ ଦେଉନଥିବେ । ତେଣୁ ସେଥିପାଇଁ ଆଉ ଅଧିକ କେତେକ ଚର୍ଚ୍ଚାର ଆବଶ୍ୟକତା ରହିଛି ।

 

ଭାବନା ହିଁ ଏସବୁକୁ ଏପରି ଭାବରେ ଘଟାଇଥାଏ, ଏପରି ଗୋଟିଏ ମନ୍ତବ୍ୟ ବ୍ୟକ୍ତ କରି ଆମେ କହିବାକୁ ଚାହୁଛୁ ଯେ, ବସ୍ତୁମାନେ ଯେଉଁପରି ଅଛନ୍ତି, ସେମାନେ ସେହିପରି ହୋଇ ରହିଛନ୍ତି, କାରଣ, ଆମେ ସେଗୁଡ଼ିକୁ ସେହିପରି ଭାବରେ ହିଁ ଦେଖୁଛୁ । ଅଥବା, କିଛି ପରିମାଣରେ ଅଧିକ ଯଥାର୍ଥ ଭାବରେ କହିଲେ, ଯାବତୀୟ ବସ୍ତୁର ଅସ୍ତିତ୍ୱ ଓ ସ୍ୱଭାବ ଆମ ନିଜର ଚେତନା ଦ୍ୱାରା ହିଁ ନିରୂପିତ ମଧ୍ୟ ହେଉଛି । ଆମ ନିଜ ଚେତନାଟି ବ୍ୟତୀତ, ଉକ୍ତ ସିଦ୍ଧାନ୍ତଟି ଅନୁସାରେ, ବସ୍ତୁଗୁଡ଼ିକର ପ୍ରକୃତରେ କୌଣସି ଅସ୍ତିତ୍ୱ ସମ୍ଭବ ହେବନାହିଁ କିମ୍ବା ତେଣୁ, ସେମାନଙ୍କର ସ୍ୱଭାବ ବୋଲି ମଧ୍ୟ ସେତେବେଳେ ଆଦୌ କିଛି ନଥିବ ।

 

ତେଣୁ, ସେହି ଚେତନା ହେଉଛି ସବାମୂଳ ବସ୍ତୁସତ୍ୟ । ଏବଂ, ଆଉ ସବୁକିଛି ସେହି ଚେତନା ଉପରେ ଅବଶ୍ୟ ନିର୍ଭର କରିବ । ତେଣୁ, ଏହି ବିଶ୍ୱବ୍ରହ୍ମାଣ୍ଡ ଯେତେ ଦିନରୁ ରହିଛି, ଉକ୍ତ ଚେତନାଟି ମଧ୍ୟ ଅବଶ୍ୟ ସେତିକି ଦିନରୁ ବିଦ୍ୟମାନ ରହିଥିବ କିମ୍ବା, ସମ୍ଭବତଃ ତା’ ପୂର୍ବରୁ ମଧ୍ୟ ଥିବ । ଏହି କଥାଟି କିନ୍ତୁ ଆମ ପରି ଜଣେ ବ୍ୟକ୍ତିର ଚେତନାକ୍ଷେତ୍ରରେ କଦାପି ସମ୍ଭବ ହେବନାହିଁ । ଅର୍ଥାତ୍‌, ଯଦି କୌଣସି ଜଣେ ମନୁଷ୍ୟର ଚେତନାଟା ଏହି ବ୍ରହ୍ମାଣ୍ଡଟିକୁ ବିଦ୍ୟମାନ୍‌ କରି ନରଖିଛି, ତେବେ ସମ୍ଭବତଃ ଅନୁମାନ କରାଯିବ ଯେ ପୁରୁଷ ପରେ ପୁରୁଷ ମନୁଷ୍ୟମାନଙ୍କର ଚେତନା ହିଁ ସେହି କାର୍ଯ୍ୟଟିକୁ ନିଶ୍ଚୟ କରିଛି ।

 

ଏହି ଦ୍ୱିତୀୟ ଅନୁମାନଟିରୁ ମଧ୍ୟ ସେପରି କୌଣସି ଅଧିକ ସ୍ପଷ୍ଟତା ମିଳି ପାରିବନାହିଁ । ଭୂତତ୍ତ୍ୱବିଦ୍ୟାର ହିସାବ ମୁତାବକ ପୃଥିବୀର ବୟସକୁ ସହସ୍ର–କୋଟିର ଖନ୍ଦାଯାଏ ପ୍ରଲମ୍ବିତ କରାଇ ନେଇହେବ; ଏବଂ, ଏଣେ ଆମେ ମନୁଷ୍ୟମାନେ ତ ମାତ୍ର ପ୍ରାୟ ପାଞ୍ଚଲକ୍ଷ ବର୍ଷ ହେଲା ଏଠାରେ ରହିଛୁ ବୋଲି ପ୍ରମାଣ ମିଳି ପାରୁଛି । ଏବଂ, ଖାସ୍‌ ବ୍ରହ୍ମାଣ୍ଡର ବୟସ ବିଷୟରେ କିଛି ଚେଷ୍ଟା କରିବାକୁ ଗଲେ,–ଆଗ କୁହାଯାଉ ତ ଆଦୌ କୌଣସି ଖାସ୍‌ ମୁହୂର୍ତ୍ତରେ ତାହାର ପ୍ରଥମ ଆବିର୍ଭାବ ହେଲା ? ତେଣୁ, ଆଦୌ କୌଣସି ସନ୍ଦେହ ରହିବା ଉଚିତ ନୁହେଁ ଯେ ମନୁଷ୍ୟର ଚେତନା ଏହି ପୃଥିବୀ ଏବଂ ବିଶ୍ୱବ୍ରହ୍ମାଣ୍ଡକୁ ଏକ ଅସ୍ତିତ୍ୱ ପ୍ରଦାନ କରିଛି । ଅର୍ବୁଦ ଏବଂ ଖର୍ବ ଖର୍ବ ବର୍ଷ ଏପରି ଅତିପାତ ହୋଇ ଯାଇଛି, ଯେତେବେଳେ ମନୁଷ୍ୟର ଚେତନା ସମ୍ଭବ ହୋଇ ନଥିଲା । ଏବଂ, ତାରାଗଣ ସେମାନଙ୍କର ଗତିପଥରେ ଅବଶ୍ୟ ଗତି କରୁଥିଲେ, ଜ୍ୟୋତିଷର ବୈଜ୍ଞାନିକ-ଗଣକମାନଙ୍କ ଲାଗି କୌଣସି ଅପେକ୍ଷା ରଖିନଥିଲେ ।

 

ଏକ ସର୍ବଶେଷ ସମ୍ଭାବନା ବାକୀ ରହିଛି : କୁହା ଯାଇପାରେ ଯେ ଏକ ବିଶ୍ୱଚେତନା ମଧ୍ୟରେ ଏହି ବ୍ରହ୍ମାଣ୍ଡଟି ବିଦ୍ୟମାନ୍‌ ରହିଆସିଛି,–ତାହାକୁ ବିଶ୍ୱାତ୍ମା ବୋଲି ମଧ୍ୟ କୁହାଯାଇପାରେ । ହଁ, ଏକ ଅସୁବିଧାର ସମାଧାନ କରିଦେଇ ପାରିବା ନିମନ୍ତେ ଏହି ଧାରଣାଟି ମଧ୍ୟରେ ଏକ ପ୍ରୟୋଗଯୋଗ୍ୟ ଉପାୟର ପ୍ରାୟ ପ୍ରତ୍ୟକ ଲକ୍ଷଣ ରହିଥିବା ପରି ବେଶ୍‌ ମନେ ହେଉଛି । ମାତ୍ର, ଆମର ଭାବନା ଅନୁସାରେ ହିଁ ବସ୍ତୁଗୁଡ଼ିକ ସମ୍ଭବ ଯେ ହୋଇଥାଆନ୍ତି, ଏହି କଥାଟି ଉପରେ ଏକ ସଂପୂର୍ଣ୍ଣ ପ୍ରତ୍ୟୟ ପୂର୍ବରୁ ହିଁ ପ୍ରତିଷ୍ଠିତ ହୋଇଯାଇ ନଥିଲେ ଆମେ କେବେହେଲେ ଏକ ବିଶ୍ୱ-ଚେତନାର ଅସ୍ତିତ୍ୱ ବିଷୟରେ କୌଣସି ଅନୁମାନ କରି ପାରିବାନାହିଁ । ଏବଂ, ତୁମର ସେହି ଆଗ ପ୍ରତ୍ୟୟଟି ଯେ ପ୍ରକୃତରେ ସଂପୂର୍ଣ୍ଣ ତର୍କସଙ୍ଗତ, ସେଇଟି ବିଷୟରେ ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ହେବାକୁ ପଡ଼ିବ । ଅନୁମାନଟିର ପ୍ରକୃତରେ ଆଉ ଅନ୍ୟ କୌଣସି ବ୍ୟବହାର୍ଯ୍ୟତା ଦୃଷ୍ଟିଗୋଚର ହୁଏନାହିଁ । ଗଣିତ ଜ୍ୟୋତିଷ ତାରାମାନଙ୍କର ଇତିହାସକୁ ଲିପିବଦ୍ଧ କରେ, ଭୂତତ୍ତ୍ୱବିଜ୍ଞାନ ପୃଥିବୀ ସମ୍ୱନ୍ଧରେ ପ୍ରାପ୍ତ ହେଉଥିବା ସତ୍ୟଗୁଡ଼ିକୁ ଲେଖିରଖେ ଓ ନୃବିଜ୍ଞାନ ମନୁଷ୍ୟର ଇତିବୃତ୍ତଟିକୁ ସାଇତି ରଖୁଥାଏ; ଏହି ସର୍ବବିଧ କାର୍ଯ୍ୟରେ ସେମାନେ ଆଦୌ କୌଣସି ବିଶ୍ୱଗତ ଚେତନାକୁ ଆବାହନ କରି ଆଣିନଥାନ୍ତି ଏବଂ ଆମେ ଅତ୍ୟନ୍ତ ଉତ୍ତମ ଭାବରେ ଅବଶ୍ୟ ଜାଣୁ ଯେ, କୌଣସି ପ୍ରକାରର ବୈଜ୍ଞାନିକ ଲକ୍ଷ୍ୟସାଧନରେ ସେହି ଅନୁମାନଟିର କୌଣସି ଆବଶ୍ୟକତା ନଥାଏ ।

 

ବା, ଶ୍ରୀଯୁକ୍ତ ବର୍କ୍‌ଲେ ଯେପରି ଭାବରେ ସମସ୍ୟାଟିକୁ ବ୍ୟକ୍ତ କରିଛନ୍ତି, ବର୍ତ୍ତମାନ ଆମେ ସେହି ପ୍ରକାରେ ସମସ୍ୟାଟିର ଆଲୋଚନା କରିବା । ସିଏ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଘୋଷଣା କରିଛନ୍ତି ଯେ, ଆମ ଚେତନା ଉପରେ ନିର୍ଭରଶୀଳ ହୋଇ ନରହି ବସ୍ତୁଗୁଡ଼ିକ ଅସ୍ତିତ୍ୱ ଧାରଣ କରି ରହିଛନ୍ତି ବୋଲି ଅନୁମାନ କରିବାର କୌଣସି ଅର୍ଥ ନାହିଁ । ଅର୍ଥାତ୍‌, ବର୍କ୍‌ଲେ ହଁ ବୋଲି କହୁଛନ୍ତି ଓ ସମସ୍ତେ ମଧ୍ୟ ହଁ ବୋଲି କହିବେ ଯେ, ଆମର ଯାବତୀୟ ଇନ୍ଦ୍ରିୟଗତ ଅବବୋଧ ଆମ ବାହାରେ ଥିବା ଏକ ଅନ୍ୟ କୌଣସି ଉତ୍ସରୁ ହିଁ ନିଷ୍ପନ୍ନ ହୋଇ ଆସନ୍ତି । ଅବବୋଧମାନେ ଅତ୍ୟନ୍ତ ହଠଧର୍ମୀ,–ସେମାନେ ଆମ ଖୁସୀ ଅନୁସାରେ ଆସନ୍ତି ନାହିଁ, କିମ୍ବା ଆମର ଇଚ୍ଛାଟାରୁ ହିଁ ଆପଣା ସକାଶେ ଆଦୌ କୌଣସି ସାମଗ୍ରୀ ଗ୍ରହଣ କରିନଥାନ୍ତି । ଜଣେ ମନୁଷ୍ୟ ଆପଣାର ଆଖିକୁ ଖୋଲି ପୃଥିବୀ ଆଡ଼କୁ ଅନାଇବା ମାତ୍ରକେ, ସେହି ପରିସ୍ଥିତିରେ ଯେଉଁଗୁଡ଼ିକ ଦେଖିବାର ଥାଏ, ସିଏ ସେଗୁଡ଼ିକୁ ଅବଶ୍ୟ ଦେଖିଥାଏ । ମାତ୍ର, ଯଦି ଆମର ବାହାରେ ହିଁ ଆମ ଅବବୋଧଗୁଡ଼ିକର ଏକ ଉତ୍ସ ରହିଥାଏ, ତେବେ ସେଥିରୁ ଏପରି ଏକ ଯୁକ୍ତିଯୁକ୍ତ ଅନୁମାନ ନିଷ୍ଠାଦିତ ହୋଇଆସିବ ଯେ, ପ୍ରକୃତରେ ବସ୍ତୁମାନଙ୍କରୁ ହିଁ ସେଗୁଡ଼ିକର ଆଗମନ ଘଟେ । ଏବଂ, ସେମାନଙ୍କର ‘ଦୁରାଗ୍ରହ’ଟି ସେତେବେଳେ ପ୍ରମାଣ କରି ଦେଖାଇଦେବ ଯେ, ସେହି ଉତ୍ସଟି ଆମଠାରୁ ପ୍ରକୃତରେ ସ୍ୱାଧୀନ ହୋଇ ରହିଛି ଏବଂ ଆମ ବାହାରେ ଏକ ବିଷୟ-ଆଧାରିତ ପୃଥିବୀ ପ୍ରକୃତରେ ରହିଛି ବୋଲି ମଧ୍ୟ ତଦ୍ଦ୍ୱାରା ପ୍ରତିପାଦିତ ହୋଇଯିବ ।

 

ପୁନଶ୍ଚ, ସେହି କ୍ଷେତ୍ରରେ ଏକ ବିକଳ୍ପ ମଧ୍ୟ ରହିଛି ଏବଂ ତାହା ସେଇଟି ହେବାକୁ ମଧ୍ୟ ବାଧ୍ୟ ହେବ, ଯେଉଁଟିକୁ ସ୍ୱୟଂ ବର୍କ୍‌ଲେ ହିଁ ନିର୍ବାଚିତ କରିଥିଲେ । ସେ ଯେଉଁପରି କହିଥିଲେ, ଆମେ ବହିଃସ୍ଥ ସେହି ଉତ୍ସଟିକୁ ଈଶ୍ୱର ବୋଲି କହିବା । ତେବେ ଏପରି ଘଟିବ ଯେ, ଏହି ଅନୁମାନଟିରେ ଆଗର ସେହି ଏକା ଅସମର୍ଥତାମାନ ରହିଥିବ । ଏକ ଦର୍ଶନଧର୍ମୀ ବ୍ୟାଖ୍ୟାର ସାଧନାରୂପେ ଏକ ବିଶ୍ୱଚେତନା ରହିଛି ବୋଲି କହୁଥିବା ତତ୍ତ୍ୱଟି ମଧ୍ୟରେ ଯାହା ଥିଲା, ଏହି କ୍ଷେତ୍ରରେ ମଧ୍ୟ ସେଇଟିର ସମ୍ମୁଖୀନ ହେବାକୁ ପଡ଼ିବ । ପୁନଶ୍ଚ, ଧର୍ମୀୟ ଅନୁଭବଟିର ସାକ୍ଷ୍ୟକୁ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରି ନିଆଗଲେ ମଧ୍ୟ, ଏଥିରେ ତଥାପି ଖୁବ୍‌ କମ୍ ଉପାଦାନ ରହିଥିବା ପରି ଲାଗିବ, ଯାହାକି ଆମ ଭୌତିକ ଇନ୍ଦ୍ରିୟବୋଧର ଗୋଟିଏ ପ୍ରତ୍ୟକ୍ଷ ଉତ୍ସରୂପେ ଦେବତାଙ୍କୁ ଆଣି ଛିଡ଼ା କରାଇଦେଇ ପାରିବ । ଯେଉଁ ଈଶ୍ୱର ଏହି ପୃଥିବୀ ଏବଂ ଆକାଶର ସୃଷ୍ଟି କରିବା ଉଦ୍ଦେଶ୍ୟରେ ତାଙ୍କର ସେହି ସର୍ବଶକ୍ତିମତ୍ତା ନାମକ ସାମର୍ଥ୍ୟଟିକୁ କାର୍ଯ୍ୟକାରୀ କରିଥିଲେ, ସିଏ କଦାପି ତାଙ୍କଦ୍ୱାରା ସୃଷ୍ଟ ହୋଇଥିବା ଏହି ପ୍ରାଣୀବର୍ଗର ମଥାଟା ଲାଗି କିଛି ସାମଗ୍ରୀ ମଧ୍ୟ ଯୋଗାଇ ଦେବାକୁ ଆପଣାକୁ ଆଦୌ ନିୟୋଜିତ କରିନଥିଲେ ।

 

ପରିଶେଷରେ, ଏହି କଥାଟି ବେଶ୍‌ ସମ୍ଭବ ଭଳି ମନେହେଉଛି ଯେ, ମନୁଷ୍ୟର ଅନୁଭବ ବିଷୟରେ ଏକ ଭୁଲ୍‌ ଦୃଷ୍ଟିକୋଣ ପୋଷଣ କରୁଥିବାରୁ ହିଁ ସମଗ୍ର ପ୍ରମାଦଟିର ପ୍ରକୃତରେ ଆବିର୍ଭାବ ହୋଇଛି : ଏବଂ, ସେହି ପ୍ରମାଦଟି ହେଉଛି ଯେ, ଆମର ଯାହାକିଛି ଯେତେବେଳେ ଅନୁଭବ ହୋଇଥାଏ, ତାହା ମୂଳତଃ ଆମର ମନନଶକ୍ତିରୁ ହିଁ ଜନ୍ମଲାଭ କରିଥାଏ । ହଁ, ଆମର ମନ କେତେ କ’ଣ ଅନୁଭବ ଗ୍ରହଣ କରୁଥାଏ ଏବଂ ସେଗୁଡ଼ିକୁ ତନଖି ଦେଖିବାରେ ଲାଗିଥାଏ । ଯଦି, ଏହି ତନଖି ଦେଖିବାରେ ହିଁ ମନର ସବୁଯାକ କାର୍ଯ୍ୟ ଶେଷ ହୋଇ ଯାଉଥାନ୍ତା, ତେବେ ଆମର ଏହି ଯାବତୀୟ ପ୍ରତ୍ୟକ୍ଷର ପଶ୍ଚାତରେ ପ୍ରକୃତରେ ବସ୍ତୁମାନେ ମଧ୍ୟ ନିଶ୍ଚୟ ରହିଛନ୍ତି ବୋଲି ମନ କେବେହେଲେ ଆପଣାକୁ ସଂପୃକ୍ତ କରି ପକାଇ ଧନ୍ଦିହେଉନଥାନ୍ତା । ମାତ୍ର, ଜଣେ ମନୁଷ୍ୟର ଯାବତୀୟ ଅନୁଭବ ମଧ୍ୟରେ ମୋଟେ କେବଳ ଏକ ମନନ ହିଁ ନଥାଏ । ଏଥିରେ, ସକଳ ଅବସରରେ, ବହୁତ କିଛି ରହିଥାଏ ଏବଂ ସେହିଗୁଡ଼ିକୁ ନେଇ ପ୍ରତ୍ୟକ୍ଷ ହେଉଥିବା ପୃଥିବୀକୁ ନେଇ ଏକ ସକ୍ରିୟ ପରିଚାଳନର ପ୍ରକ୍ରିୟା ଲାଗିଥାଏ । ବାହାରୁ ଏହି ପୃଥିବୀରୁ ବହୁବିଧ ସ୍ପନ୍ଦନ ଅବଶ୍ୟ ଆସୁଥାଏ ସତ, ମାତ୍ର ଆମେ ମଧ୍ୟ ନିଜ ପରିବେଶଟିକୁ ଆମଅନୁରୂପ କରି ଗଢ଼ି ନେଉଥାଉ । ଏବଂ, ଏହି କଥାଟି ଦୀର୍ଘକାଳରୁ ସଂପୂର୍ଣ୍ଣ ନିଶ୍ଚିତ ଭାବରେ ବିଦିତ ମଧ୍ୟ ରହିଛି ଯେ, ଏହି ପରିଚାଳନ ତଥା ନିଜର ଇଚ୍ଛା ଅନୁରୂପ କରି ପରିବେଶଟିକୁ ତିଆରି କରିନେବାର କ୍ରିୟାଟି ବସ୍ତୁତଃ ସଫଳ ହେବାକୁ ହେଲେ, ଏକଥାଟି ମଧ୍ୟ ସବୁ ସମୟରେ ଆବଶ୍ୟକ ଯେ, ଆମେ ଏହି ପୃଥିବୀଟିକୁ ମଧ୍ୟ ଏକ ସ୍ୱାଧୀନ ବ୍ୟବସ୍ଥା ବୋଲି ସ୍ୱୀକାର କରି ନେଇଥିବା ଏବଂ ସେଇଟିର ସ୍ୱଭାବଟିକୁ ଯଥାର୍ଥ ଭାବରେ ଜାଣିଥିଲେ ଯାଇ ଆମେ ତାହାକୁ ନେଇ ଆମଲାଗି ଯାହାକିଛି ସମ୍ଭବ କରିପାରିବା । ବସ୍ତୁତଃ, ଏହି ଦୃଷ୍ଟିରୁ ହିଁ ବିଜ୍ଞାନ ଆପଣାର ସର୍ବବୃହତ୍‌ ସଫଳତାଗୁଡ଼ିକୁ ହାସଲ କରିଛି,–ଏବଂ, ଏହି ହାସଲ କରିବାରେ ବିଜ୍ଞାନ ଗଣିତର ସାହାଯ୍ୟ ନେଇଛି, ପ୍ରୟୋଗଶାଳାରେ କରା ଯାଇଥିବା ବିଶ୍ଳେଷଣଗୁଡ଼ିକ ଦ୍ୱାରା ଉପକୃତ ହୋଇଛି; ବସ୍ତୁଗୁଡ଼ିକ ଆମଲାଗି ସିଧା ପ୍ରତ୍ୟକ୍ଷ ନହେଉଥିବା ସମୟରେ ସେମାନେ କେଉଁପ୍ରକାରେ ଆଚରଣ କରନ୍ତି, ବିଜ୍ଞାନ ଆମକୁ ସେହି ବିଷୟରେ ଆବଶ୍ୟକ ବିବରଣ ଆଣି ଦେଇଛି । ଏବଂ, ପ୍ରକୃତରେ ତାହାରି ଅନୁପାତରେ ହିଁ, ଏହି ଭୌତିକ ପୃଥିବୀଟି ଉପରେ ସର୍ବଦା ହିଁ ବୃଦ୍ଧି ପାଉଥିବା ନିୟନ୍ତ୍ରଣଟି ତାହାର ନିତ୍ୟସାକ୍ଷୀ ହୋଇ ରହିଛି ।

 

ଏହିସବୁ ଆଲୋଚନାରୁ ତେଣୁ ଏହି ସାଧାରଣ ସତ୍ୟଟିଏ ନିଷ୍ପନ୍ନ ହେଉଥିବା ପରି ମନେ ହେଉଛି ଯେ, ପ୍ରଥମେ ଚେତନା ଓ ତା’ ପରେ ଯାଇ ଏହି ପୃଥ୍ୱୀ ନାମକ ସର୍ଜନା, ଏପରି ଆଦୌ ନୁହେଁ : ଚେତନା ପରେ, ଆଗ ପୃଥିବୀ ଅର୍ଥାତ୍‌ ପ୍ରକୃତି । ପ୍ରକୃତି ଜନନକ୍ଷମ ହୋଇଥିବାରୁ, ସେହି ନାନାବିଧ ସମ୍ପଦଗୁଡ଼ିକ ମଧ୍ୟରେ ମନୁଷ୍ୟମାନେ ମଧ୍ୟ ସୃଷ୍ଟ ହୋଇ ଆସିଛନ୍ତି । ସେହି ମନୁଷ୍ୟଗଣଙ୍କର ଚେତନା ରହିଛି । ଏକ ଶକ୍ତିବିଶିଷ୍ଟ ଅନବରତ ପ୍ରଭାବସକ୍ରିୟତା ଦ୍ୱାରା ପ୍ରକୃତି ଉକ୍ତ ଚେତନାକୁ ମଧ୍ୟ ଆକାର ପ୍ରଦାନ କରି ଆସିଛି । ତେଣୁ, ବସ୍ତୁଗୁଡ଼ିକ ଯେଉଁଭଳି ଅବସ୍ଥାରେ ଅଛନ୍ତି, ଭାବନା ବା ଚେତନା ସେଗୁଡ଼ିକୁ ସେହିପରି ଭାବରେ ତିଆରି କରି ଆଣିଛି ବୋଲି ସତକୁସତ ବିଶ୍ୱାସ କରୁଥିଲେ ଆମେ ଏହି ବିଶ୍ୱସର୍ଜନାଟି ବିଷୟରେ ଠିକ୍ ବିପରୀତ ଧାରଣାଟିକୁ ହିଁ କରିବାରେ ଲାଗିଥିବା । ଏବଂ, ଏହି ପ୍ରମାଦରୁ ଆହୁରି ଅଧିକ ବୃହତ୍ ପ୍ରମାଦମାନେ ଅବଶ୍ୟ ନିଷ୍ପନ୍ନ ହୋଇ ଆସିବେ । ତେଣୁ, ବସ୍ତୁଗୁଡ଼ିକୁ ଭାବନା ବୋଲି ବିଶ୍ୱାସ କରିବା ଜନିତ ସେହି ଅତି ସଂକ୍ଷିପ୍ତ ଓ ଅଳ୍ପସ୍ଥାୟୀ ସୁଖଟି ଆମର ଏହି ପ୍ରକୃତ ପୃଥିବୀଟିରେ ରହିଥିବା ପ୍ରକୃତ ମନ୍ଦଗୁଡ଼ିକର ଅପସାରଣ-କାର୍ଯ୍ୟଟି ଦ୍ୱାରା ନିରନ୍ତର ନିରସ୍ତ ହୋଇ ରହିଥିବ ।

 

ଏହି ଶେଷୋକ୍ତ କାର୍ଯ୍ୟଟି ହେଉଛି ସୁନିଶ୍ଚିତ ଭାବରେ ଆମ ସମ୍ମୁଖରେ ରହିଥିବା ଆମର ସର୍ବପ୍ରଧାନ କାର୍ଯ୍ୟ; ଏବଂ ସେହି କାର୍ଯ୍ୟଟି ସହିତ ସଂପୃକ୍ତ ହୋଇ ପାରିବାଲାଗି ସଙ୍କଟ ବେଳେ ତଥା ଆଦୌ କୌଣସି ସଙ୍କଟ ନାହିଁ ବୋଲି ପ୍ରତୀତ ହେଉଥିବା ବେଳେ ଆମଲାଗି ଏକ ଆହ୍ୱାନ ନିଶ୍ଚୟ ଆସିବାରେ ଲାଗିଥିବ । ଏବଂ, ଯଥାର୍ଥ ବୁଦ୍ଧିଦ୍ୱାରା ପରିଚାଳିତ ହେଉଥିବା ମନୁଷ୍ୟମାନଙ୍କର ଶକ୍ତିଗୁଡ଼ିକ ସେହିଗୁଡ଼ିକ ଲାଗି ହିଁ ପ୍ରବୃତ୍ତ ହୋଇ ରହିଥିବ । ଏହି କଥାଟି ହୁଏତ ବିଚିତ୍ର ବୋଲି ମନେ ହୋଇପାରେ,–ମାତ୍ର ସେଇଟି ପ୍ରକୃତରେ ସତ୍ୟ ଏବଂ ତାହାହିଁ ନ୍ୟାୟୋଚିତ ଯେ, ଯେଉଁମାନଙ୍କର ମନ ଭିତରେ ଏକ ଯଥାର୍ଥ ବୁଦ୍ଧି ରହିଥିବା ଏବଂ ଯେଉଁମାନଙ୍କର ସମାଜ ବିଷୟରେ ଏକ ଲକ୍ଷ୍ୟ ପରି ଲକ୍ଷ୍ୟ ଥିବ, ଆଖର ସେଇମାନେ ହିଁ ଆପଣା ଭିତରେ ରହିଥିବା ସେହି ଆତ୍ମାସ୍ତରୀୟ ମୋହରହିତ ଶାନ୍ତ ସ୍ଥିତିଟିକୁ ଲାଭ କରିବେ, ଏହି ନାନାବିଧ ରହସ୍ୟମାର୍ଗୀ ସିଦ୍ଧାନ୍ତମାନେ ଆମକୁ ଯାହାର ମିଥ୍ୟା-ପ୍ରତିଶ୍ରୁତି ଦେଇ ଆସିଛନ୍ତି । କାରଣ, ସେମାନେ ତ କାର୍ଯ୍ୟତଃ ପୃଥିବୀ ପାଖରୁ ପଳାଇ ଯିବାକୁ ହିଁ ଆମକୁ ପ୍ରବର୍ତ୍ତାଇ ରଖିଛନ୍ତି । ଏବଂ, ଅପର ପକ୍ଷରେ, ଯଥାର୍ଥ ନ୍ୟାୟବୁଦ୍ଧି ଆମକୁ ଏହି ପୃଥିବୀଟିକୁ ବଦଳାଇବା ନିମନ୍ତେ ହିଁ ଉତ୍ସାହ ଯୋଗାଇ ଆସିଛି ।

☆☆☆

 

କଳା ଓ ରାଜନୀତିକୁ ମୋଟେ ମିଶାଇ ହେବନାହିଁ

 

ଜର୍ମାନୀ ଅଧିକାର କରିବା ପରେ ପ୍ରାୟ ପ୍ରଥମେ ହିଁ ଯେଉଁ ପୁରସ୍କାର-ରତ୍ନଟି ଆମର ହସ୍ତଗତ ହୋଇଥିଲା, ସିଏ ହେଉଛନ୍ତି ରେନି ରାଇଫେନ୍‌ଷ୍ଟାହଲ୍‌–ଏକଦା ହିଟ୍‌ଲର୍‌ଙ୍କର ଅତ୍ୟନ୍ତ ପ୍ରିୟ ସେହି ପ୍ରଖ୍ୟାତ ଚଳଚ୍ଚିତ୍ର-ଅଭିନେତ୍ରୀ । ତାଙ୍କୁ ପ୍ରଶ୍ନମାନ ପଚାରି ବିବରଣୀ ସଂଗ୍ରହ କରୁଥିବା ସୈନ୍ୟଜଣକ ତାଙ୍କୁ ପଚାରିଥିଲେ, ଶ୍ରୀମତୀ, ମୁଁ ତ ଦୀର୍ଘ ବହୁଦିନ ହେଲା ବହୁ ଚଳଚ୍ଚିତ୍ର ଦେଖି ଯାଇଛି, ମାତ୍ର ତୁମ ବିଷୟରେ ମୋଟେ କିଛି ଶୁଣିନାହିଁ । ହଁ, ସୈନିକଟି ପ୍ରକୃତରେ କିଛି ଶୁଣି ନଥିଲା, କାରଣ, ଥରୁଟିଏ ହଲିଉଡ଼୍ ଯାଇଥିଲେ ମଧ୍ୟ ରେନି ଆମେରିକାର ଫିଲ୍‌ମ୍‌ରେ କେବେହେଲେ କୌଣସି ପ୍ରସିଦ୍ଧି ଲାଭ କରିନଥିଲେ । ହଁ, ଇଉରୋପରେ ତାଙ୍କର ବହୁତ ଖ୍ୟାତି ରହିଥିଲା ଏବଂ, ଯେପରି ବୋଧ ହେଉଛି, ସୌନ୍ଦର୍ଯ୍ୟବୋଧର ତତ୍ତ୍ୱ ବିଷୟରେ ତାଙ୍କର ଏକ ନିଜସ୍ୱ ମତ ରହିଥିଲା । ସଂବାଦ ସରବରୋହ ସଂସ୍ଥାରୁ ଜଣା ଯାଉଛି :

 

ଏକାଧାରରେ ଚଳଚ୍ଚିତ୍ରର ପ୍ରଯୋଜିକା ଏବଂ ଅଭିନେତ୍ରୀ କହିଥିଲେ ଯେ, ସିଏ ହିଟ୍‌ଲର୍‌ ଜଣେ ବେଶ୍‌ ଚମତ୍କାର ବ୍ୟକ୍ତି ଥିଲେ ବୋଲି ସର୍ବଦା ବିଚାର କରୁଥିଲେ । ମାତ୍ର, ନାତ୍‌ସୀ ପାର୍ଟିଟା ବିଷୟରେ ସେ ନୀତିଗତ ଭାବରେ ଦୂରବର୍ତ୍ତୀ ହୋଇ ରହିଥିଲେ କାରଣ, ମୁଁ ହେଉଛି କଳାର ସୃଷ୍ଟି କରୁଥିବା ଏକ ବିଶେଷକ୍ଷେତ୍ରର ଜଣେ ବ୍ୟକ୍ତି ଏବଂ ମୁଁ ରାଜନୀତିରେ କୌଣସି ଭାଗ ନେଇ ପାରିବିନାହିଁ ।’’ ହଁ, “ମୋର ନିକଟତମ ବନ୍ଧୁଙ୍କ ଭିତରେ କେତେଜଣ ହେଉଛନ୍ତି ଇହୁଦୀ ।”

 

“ମୁଁ ରାଜନୀତିରେ କୌଣସି ଭାଗ ନେଇ ପାରିବିନାହିଁ ।” ଏହି ଶବ୍ଦମାନଙ୍କୁ ଶୁଣି ତତ୍‌କ୍ଷଣାତ୍‌ ଜଣେ ଚିତ୍ର-ଅଙ୍କନକାରୀ ଶିଳ୍ପୀଙ୍କ କଥା ମୋ’ର ମନେ ପଡ଼ିଗଲା, ଯାହାଙ୍କ ସହିତ ମୋ’ର କେତେବର୍ଷ ତଳେ ଦେଖା ହୋଇଥିଲା । କଥୋପକଥନ ଏବଂ ସୁରାପାନ ଉଭୟେ ପରିବେଶଟିକୁ ଗରମ କରି ରଖିଥିଲେ । ସିଏ କହିଥିଲେ, “ମୁଁ ହେଉଛି ଜଣେ କଳାକାର” ଏବଂ ଏପରି କହି ସମ୍ଭବତଃ ଯେତିକି ପ୍ରକୃତରେ ସତ୍ୟ, ତା’ଠାରୁ ବେଶ୍‌ କିଛି ଅଧିକକୁ ସତ୍ୟ ବୋଲି ଘୋଷଣା କରୁଥିଲେ । “ଏବଂ, ଯଦି ଆଗାମୀ ପୀଢ଼ିମାନଙ୍କ ହାତରେ ଦେବା ନିମନ୍ତେ ଅଳ୍ପ କେତୋଟି ଫୁଲକୁ ହିଁ ସଞ୍ଚି ରଖିପାରିବି, ତେବେ ମୁଁ ଭାବୁଛି ସେତିକି ନିଶ୍ଚୟ ଯଥେଷ୍ଟ ହେବ ।’’ ସେହି ସମୟରେ ସ୍ପେନ୍ ବୁଡ଼ି ବୁଡ଼ି ଯାଉଥାଏ ଓ ତାହାର ଲମ୍ବା ଛାଇଟା ସମଗ୍ର ଇଉରୋପରେ ଅଧିକରୁ ଅଧିକ ଗାଢ଼ ହୋଇ ଆସୁଥାଏ ଏବଂ ନିଃସନ୍ଦେହ ଭାବରେ ଅନୁଭବ କରି ହେଉଥିଲା ଯେ ଜଣେ କଳାକାର ହୁଏତ କେତେଗୁଡ଼ିଏ ଫୁଲ ସଂଗ୍ରହ କରିବା ଅପେକ୍ଷା ବହୁତ ଅଧିକ କେତେ କ’ଣ କରିପାରନ୍ତା । କାରଣ, ସେହି ସମୟରେ ସଫଳତାର ସହିତ ସ୍ପେନ୍ ସାଧାରଣତନ୍ତ୍ରଟିକୁ ରକ୍ଷା କରି ପାରିଥିଲେ ମୃତ୍ୟୁମୁଖରେ ପତିତ ହୋଇଥିବା ଲକ୍ଷ ଲକ୍ଷ ମନୁଷ୍ୟଙ୍କର ପ୍ରାଣରକ୍ଷା ହୋଇଥାନ୍ତା, ଆହୁରି କେତେ ଲକ୍ଷଙ୍କର ଦୁଃଖ କଷଣକୁ ଦୂର କରାଯାଇ ପାରିଥାନ୍ତା । ଏବଂ କେତେ କେତେ ସମୂହ ପରାଧୀନ ହୋଇ ରହିବାର ଦୁର୍ଗତିରୁ ନିସ୍ତାର ମଧ୍ୟ ପାଇଥାନ୍ତେ । ଏବଂ, ଏହିସବୁକିଛିକୁ ‘ରାଜନୀତି’ ବୋଲି କହି ଆଡ଼େଇଦେବା, ଏବିଷୟରେ କଳାର ଆଦୌ କିଛିହେଲେ କରିବାର ନାହିଁ ବୋଲି ଦାବୀ କରିବା-ତାହାର ଅର୍ଥ ହେଉଛି ଯେ କଳାର ମନୁଷ୍ୟମାନଙ୍କର ଜୀବନ ସହିତ ପ୍ରକୃତରେ କୌଣସି ସମ୍ପର୍କ ନାହିଁ ବୋଲି ଘୋଷଣା କରିବା ।

 

ଏସବୁ ଭ୍ରାନ୍ତିରୁ ତେବେ କାହାର ବା କେଉଁମାନଙ୍କର ଲାଭ ହେବ ? ମୋ’ର ସେହି ଚିତ୍ରଶିଳ୍ପୀ ବନ୍ଧୁ କଦାପି ଲାଭବାନ୍ ହେବେନାହିଁ; କାରଣ ଏହିପରି ଭାବରେ ସ୍ପେନ୍‌କୁ ଉପେକ୍ଷା କରି ସେ ମନୁଷ୍ୟମାନଙ୍କର ମୁକ୍ତି ଲାଭ କରିବାର ଲକ୍ଷ୍ୟଟିକୁ ହିଁ ଉପେକ୍ଷା କରୁଥିଲେ । ଏହିପରି ଏକ ଦୃଷ୍ଟିଭଙ୍ଗୀର ପୋଷଣ କରିବାଦ୍ଵାରା ସେ କଳାର କ୍ଷେତ୍ରକୁ ଯେତେ ବ୍ୟାପକ ସମୃଦ୍ଧି ତଥା ଉର୍ବରକଶକ୍ତି ଯୋଗାଇ ଦେଉଥିଲେ ମଧ୍ୟ ମନୁଷ୍ୟମାନଙ୍କର ମୁକ୍ତିଲାଭ କରିବାର କ୍ଷେତ୍ରଟିକୁ ଉପେକ୍ଷା ହିଁ କଲେ । ତୁମେ ନୁହଁ, ମୁଁ ନୁହେଁ, କାରଣ ଆମେ ତ ସେହି ବର୍ଷଗୁଡ଼ିକର ମୃତବତ୍ ଶାନ୍ତ ଅବସ୍ଥାଟିରୁ ସତେଅବା କେଉଁଠୁ ଏକ ଧକ୍କା ଆସି ବାଜିଥିଲା ପରି ଜାଗ୍ରତ ହୋଇ ଉଠିଥିଲୁ । ଇଉରୋପର ଜନଗଣ ମଧ୍ୟ ଲାଭବାନ୍ ହେଲେ ନାହିଁ;–ଯେଉଁମାନଙ୍କୁ ଦେଶ ବାହାରେ ଶତ୍ରୁମାନଙ୍କର ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ ଦେଶର ଭିତରେ ମଧ୍ୟ ସେହି ଶତ୍ରୁମାନଙ୍କ ସହିତ ସହଯୋଗ କରୁଥିବା ତତ୍ତ୍ଵଗୁଡ଼ିକର ମୁକାବିଲା କରିବାକୁ ହେଉଥିଲା । କେବଳ ଫାସିଷ୍ଟ୍‌ମାନେ ହିଁ ଉପକୃତ ହେଲେ; ଭବିଷ୍ୟତର ସେହି ବିଜୟୀମାନେ ଉପକୃତ ହେଲେ, ଯେଉଁମାନେ କି ଏହାଦ୍ଵାରା ସେମାନଙ୍କର ସ୍ଵାଭାବିକ ଶତ୍ରୁମାନଙ୍କୁ ନୀରବତା ଅବଲମ୍ବନ କରି ରହିବାକୁ ବାଧ୍ୟ କରିଥିଲେ । ହଁ, ହତ୍ୟାକାରୀ ଲୁକ୍କାୟିତ ଭାବରେ ନିକଟବର୍ତ୍ତୀ ହୋଇ ଆସୁଥାଏ, ତରବାରୀଟି ହାଣିବ ବୋଲି ପ୍ରସ୍ତୁତ ହେଉଥାଏ; ମାତ୍ର, ଯାହାର ହତ୍ୟା କରାଯିବ, ସିଏ ଫୁସୁଫୁସୁ ହୋଇ ବି କହୁଥାଏ, “ନାଇଁରେ, ମୁଁ ହେଉଛି ଜଣେ କଳାବିତ୍,–ମୋ’ର ବର୍ତ୍ତମାନ ଆଦୌ କିଛିହେଲେ କହିବାର ନାହିଁ ।’’

 

ଏହିପରି ଭାବରେ, କଳା ଏବଂ ରାଜନୀତି ଆଦୌ ସମ୍ଭବ ହୋଇ ପାରିବେନାହିଁ,–ତାହାର ଆମ ସମାଜର ସ୍ତରରେ ଅବଶ୍ୟ ନାନାବିଧ ବ୍ୟବହାର-ମୂଲ୍ୟ ରହିଥାଏ । ସର୍ବପ୍ରଥମ ଲକ୍ଷ୍ୟଟି ହେଉଛି ନୀରବ ରହିବା ଏବଂ ଅସ୍ତ୍ରଗୁଡ଼ିକୁ ତ୍ୟାଗ କରିବା । ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଜାଣନ୍ତି ଯେ, ସୌନ୍ଦର୍ଯ୍ୟବୋଧର ଯାବତୀୟ ଅବସରରେ ଯେତେବେଳେ ପ୍ରାୟ ଏକ ଉତ୍ତେଜନାର ପ୍ରତୀତି ଦେଇ ଭାବଗୁଡ଼ିକର ସଂପ୍ରେଷଣ ହୁଏ, ସେତେବେଳେ ମନ ଉପରେ ପ୍ରକୃତରେ ତା’ର ଖୁବ୍ ଶକ୍ତିଶାଳୀ ପ୍ରଭାବ ପଡ଼େ । ସେଗୁଡ଼ିକୁ ଯେ କେବଳ ଅପେକ୍ଷାକୃତ ଅଧିକ ଆଗ୍ରହ ସହିତ ଗ୍ରହଣ କରି ନିଆଯାଏ ତା’ ନୁହେଁ, ମାତ୍ର ସେଗୁଡ଼ିକୁ ଆଧାର କରି କିଛି କ୍ରିୟାଶୀଳ ଆଚରଣ ମଧ୍ୟ କରା ଯାଇଥାଏ । ଭାବନା ଏବଂ ମନନର କ୍ଷେତ୍ରରେ ଏକ ଅଗ୍ନିର ସଂଚାର ହେବାକୁ ଲାଗେ ଏବଂ ତାହା ଅବିଳମ୍ବେ ବ୍ୟାପ୍ତ ହୋଇ ଯାଉଥାଏ । ଯଦି ‘ଟମକକାଙ୍କ କୁଟୀର’ଟି ସମ୍ମୁଖରେ ରହିଥାଏ, ତେବେ ତେଣେ ଭିତରେ ବର୍ଣ୍ଣ ବର୍ଣ୍ଣ ଭିତରେ ସତେଅବା ପୁଣି ଏକ ଗୃହଯୁଦ୍ଧ ଲାଗିଗଲା ପରି ଅନୁଭବ ହେଉଥାଏ । ତେଣୁ, ପ୍ରତିକ୍ରିୟାଶୀଳ ଉପାଦାନମାନେ ଆଦୌ କୌଣସି ବିପଦ ଭିଆଇବାକୁ ମନ କରନ୍ତିନାହିଁ । ସେମାନଙ୍କର ସାମର୍ଥ୍ୟ ପାଉଥିଲା ଯାଏ, ତେଣୁ, ମନୁଷ୍ୟସମାଜର ଦୁଃଖଭୋଗ ଏବଂ ସେଇଟିରୁ ନିଷ୍କୃତି ଲାଭ କରିବାର ଉପାୟର କିଞ୍ଚିତ୍ ଆଭାସ ଦେଉଥିବା ଉପନ୍ୟାସ, ନାଟକ ବା ଚିତ୍ରକଳାର ଯେପରି କୌଣସି ପ୍ରଭାବ ପଡ଼ିବାର ଅବକାଶ ନରହେ, ସେମାନେ ସେହି ବିଷୟରେ ସର୍ବଦା ଯତ୍ନଶୀଳ ହୋଇ ରହି ଥାଆନ୍ତି ।

 

ଯେପର୍ଯ୍ୟନ୍ତ ଗଣତନ୍ତ୍ରର ଏହି ବ୍ୟବସ୍ଥାଟିଏ ରହିଛି, ସେପର୍ଯ୍ୟନ୍ତ ସରକାରୀ ବରାଦର ନିୟମଗୁଡ଼ିକୁ ଜାରି ରଖି ଏହିସବୁ ପ୍ରକାରର ବସ୍ତୁକୁ କଦାପି ନିଷିଦ୍ଧ କରି ରଖି ହେବନାହିଁ । ଏବଂ, ଦମନର ରୀତିଗୁଡ଼ିକ ମଧ୍ୟ ଅବଶ୍ୟ ଅପେକ୍ଷାକୃତ ଅଧିକ ସୂକ୍ଷ୍ମ ହେବ । ପୁନଶ୍ଚ, କୌଣସି ଅନ୍ୟ କ୍ଷେତ୍ରରେ ସେମାନଙ୍କର ଯଥାର୍ଥ କରଣୀୟଟି ରହିଛି ବୋଲି ଉପନ୍ୟାସ-ଲେଖକ, ନାଟ୍ୟକାର ଅଥବା ଶିଳ୍ପୀମାନଙ୍କୁ ପ୍ରବର୍ତ୍ତାଇ ପାରିବାର ତୁଳନାରେ ସେହି ଦମନ ମଧ୍ୟ ଯୁଗପତ୍ ଭାବରେ ଅଧିକ ଫଳପ୍ରଦ ହୋଇ ପାରୁଥିବ । ହଁ, ଯେଉଁ ମନୁଷ୍ୟମାନେ ପ୍ରକୃତରେ ସମସ୍ତଙ୍କଠାରୁ ଅଧିକ ଉତ୍ତମ ଏବଂ ଭାବଯୁକ୍ତ ଭାବରେ ସେଗୁଡ଼ିକୁ ଆଣି ଅବଶ୍ୟ ବାଢ଼ିଦେଇ ପାରିଥାନ୍ତେ, ସେମାନେ ଆପେ ସେହି ସାମାଜିକ ବିଷୟଗୁଡ଼ିକୁ ଯେତେବେଳେ ବର୍ଜନ କରିବାକୁ ବାହାରିବେ, ତେବେ ଅବଶିଷ୍ଟ ଅଳପସମର୍ଥ କଳାକାରମାନଙ୍କଠାରୁ ସେପରି କୌଣସି ଭୟର ଆଶଙ୍କା କରିବାର ବସ୍ତୁତଃ କୌଣସି ପ୍ରୟୋଜନ ହିଁ ରହିବନାହିଁ ।

 

ତେଣୁ, ସର୍ବପ୍ରଥମେ ତାହାକୁ ଏକ ନିରୋଧକ ଭାବରେ ବ୍ୟବହାର କରାଯାଉଛି । ଏହା ବ୍ୟତୀତ ତାହାର ଗୋଟିଏ ଦ୍ଵିତୀୟ ଉପଯୋଗିତା ମଧ୍ୟ ରହିଛି : ଯାବତୀୟ ଫୁସୁଲାଇବା ଓ ପ୍ରଲୋଭନମାନ ଦେଖାଇବା ସତ୍ତ୍ୱେ ଯେଉଁସବୁ କଳାତ୍ମକ କୃତି ତଥାପି ମନୁଷ୍ୟସମାଜର ଆଶାଗୁଡ଼ିକର ପକ୍ଷରେ ରହିଛି, ସେଗୁଡ଼ିକର ବିରୋଧରେ ଆକ୍ରମଣ କରିବା ସମୟରେ ତାହାକୁ ଏକ ଅସ୍ତ୍ରପରି ମଧ୍ୟ ବ୍ୟବହାର କରାଯାଉଛି । ଏଗୁଡ଼ିକ ହେଉଛି ତୁଚ୍ଛା ପ୍ରଚାର ଏବଂ ଏଥିରେ କଳା ବୋଲି ଆଦୌ କିଛି ନାହିଁ ବୋଲି କହିବାର କାରଣ ହେଉଛି ଯେ, କଳାସ୍ରଷ୍ଟାର ସେହି କ୍ଷେତ୍ରରେ ନିଜ ବିଦ୍ୟାଟି ବିଷୟରେ କୌଣସି ଜ୍ଞାନ ନାହିଁ ଅଥବା ବିଧାନଟି ମୁତାବକ ସିଏ ଯେଉଁଯାଏ ଯାଇ ପାରିଥାନ୍ତା, ତା’ ଠାରୁ ଆହୁରି ସେପାଖରେ ରହିଥିବା ଉଦ୍ଦେଶ୍ୟଗୁଡ଼ିକ ପାଖରେ ସେହି ଜ୍ଞାନକୁ ସେ ସମର୍ପି ହିଁ ଦେଇଛି । ଏହିପରି ଭାବରେ, ଏକ ଉପନ୍ୟାସର ପାଠକବର୍ଗଙ୍କୁ ହୁରାଡ଼ି ଦିଆଯାଉଛି, ନାଟକ ନିମନ୍ତେ ଶ୍ରୋତା ରହୁନାହାନ୍ତି,–ଏବଂ ଗୋଟିଏ ଚିତ୍ରକୁ ଦେଖିବାପାଇଁ କେହି ଆସୁନାହାନ୍ତି । ବସ୍ତୁତଃ ଖାସ୍ ସଂପୃକ୍ତ କୃତିଟି ଲାଗି ନୁହେଁ, ମାତ୍ର ସେଇଟି ଭିତରେ ରହିଥିବା ସାମାଜିକ ଆଦେଦନଟି ଯେ ଆକ୍ରମଣର ପ୍ରକୃତ କାରଣ ହୋଇ ରହିଥିଲା, ସେଇଟି ବିଷୟରେ ଆଦୌ କୌଣସି ସୂଚନା ନଦେଇ ହିଁ ମିଥ୍ୟା-ବିଶ୍ଵାସଟି ନିଜର ସେହି ଅଭିପ୍ରାୟଟିକୁ ହାସଲ କରୁଛି ।

 

ପରିଶେଷରେ ଏପରି କୁହାଯିବ ଯେ, ମିଥ୍ୟାବିଶ୍ଵାସଟି ଆପଣାର ଉତ୍ପତ୍ତି-କାରଣ ଏବଂ ଅଭିପ୍ରାୟକୁ ସଂପୂର୍ଣ୍ଣ ଭାବରେ ଘୋଡ଼ାଇ ରଖି ଯଦି ଆଖର ସୌନ୍ଦର୍ଯ୍ୟବୋଧ ବିଷୟରେ ଆପଣାର କୌଣସି ସ୍ଵାଧୀନ ତତ୍ତ୍ଵର ପ୍ରତିଷ୍ଠା କରିବା ସକାଶେ ଆଗଭର ହେଉଥିବ, ତେବେ ତାହା ପ୍ରକୃତରେ ଅସୁମାରି ବହୁ ଅନିଷ୍ଟର ମଧ୍ୟ କାରଣ ହେବ । ମନୁଷ୍ୟମାନଙ୍କର ଯାବତୀୟ ସାମର୍ଥ୍ୟ ଭିତରେ ସର୍ବାଧିକ ଶକ୍ତିଶାଳୀ ବୋଲି ସ୍ଵୀକୃତ ହୋଇ ଆସିଥିବା ଏହି କଳାତ୍ମକ ପ୍ରତିଭା ସେହି ସ୍ଥିତିରେ ଆପଣାକୁ ସେହି ଭାଗ୍ୟହୀନ ସାମସନ୍ ବୋଲି ସ୍ଵୀକାର କରି ହିଁ ନେବ ଏବଂ ନିଜକୁ ଚକ ମୁହଁରେ ନେଇ ପକାଇଦେବ । ବିଶ୍ଵାସଘାତିନୀ ଦଲାଇଲାର ପ୍ରବଞ୍ଚନାରେ ପଡ଼ିଯାଇ ଓ ଧୂର୍ତ୍ତ ଫିଲିସ୍ତିନୀୟମାନଙ୍କର ଚକ୍ରାନ୍ତ ହେତୁ ଆପଣାର ଚକ୍ଷୁ ହରାଇ ସିଏ ଆଉ ଦେଉଳଗୁଡ଼ିକୁ ଯାଇ ଭାଙ୍ଗିଦେବା ଲାଗି ଆଦୌ ଇଚ୍ଛା କରିବନାହିଁ, ଚିନ୍ତା ମଧ୍ୟ କରି ପାରିବନାହିଁ ।

 

କିଛି ନକହିବା ଆଦୌ ସମ୍ଭବ କି ?

 

ରାଜନୀତିକ ଅଭିପ୍ରାୟଟିଏ ରଖିଥିବା ଏକ ସିଦ୍ଧାନ୍ତର ଖାତିରିରେ ରାଜନୀତିକୁ ଏଡ଼ି ରହିଯିବା ନିମନ୍ତେ ଚେଷ୍ଟା କରୁଥିବା କଳାକାରମାନେ ଯେ ପ୍ରକୃତରେ ଥାଆନ୍ତି, ସେଇଟି ଭିତରେ ଗୋଟିଏ ବିଡ଼ମ୍ବନା ସର୍ବଦା ପ୍ରଚ୍ଛନ୍ନ ହୋଇ ରହିଥାଏ । ଅବଶ୍ୟ କଳାରେ ନିଷ୍ଠା ରଖିଥିବା ବ୍ୟକ୍ତିମାନେ କାରିଗରିରେ ମଧ୍ୟ ଅବଶ୍ୟ ନିଷ୍ଠା ରଖିଥାଆନ୍ତି । ସେମାନେ କେତେ କେତେ କଷଣ ସହିତ ଆପଣାର ସେହି ନାନା କୌଶଳଗୁଡ଼ିକୁ ହାସଲ କରି ନଥାନ୍ତି । ଏବଂ ସେଗୁଡ଼ିକୁ ହାସଲ କରି ସେମାନେ ଅତ୍ୟନ୍ତ ପ୍ରତିଭାଶାଳୀ ମଧ୍ୟ ହୋଇଥାଆନ୍ତି । ଲେଖକ, ସଂଗୀତକାର ଓ ଚିତ୍ରଶିଳ୍ପୀମାନଙ୍କର କ୍ଷେତ୍ରରେ ସଂପୂର୍ଣ୍ଣ ଭାବରେ ସ୍ଵାଭାବିକ ଯେ, ଏମାନେ ଏସବୁ ବିଶେଷ ସାମର୍ଥ୍ୟ ହାସଲ କରିବାଦ୍ଵାରା ଯେପରି ଭାବରେ ଉପକୃତ ହେଲେ, ସେଇଟିର ତୁଳନାରେ ଯେଉଁ ମାର୍ଗଗୁଡ଼ିକୁ ଅବଲମ୍ବନ କରି ସେଇଟିକୁ ଲାଭ କରିଛନ୍ତି, ସେଇଟି ବିଷୟରେ ଅଧିକ ସଂପୃକ୍ତ ହୋଇ ରହିଥାନ୍ତି । ଏବଂ, ଆମ ଯେଉଁମାନଙ୍କ ନିମନ୍ତେ ସେହି କୃତିଗୁଡ଼ିକର ନିର୍ମାଣ ହୋଇଥାଏ, ଆମେ ମଧ୍ୟ ସେହି ନିର୍ମାତାମାନଙ୍କ ଦ୍ଵାରା ବ୍ୟବହାର କରା ଯାଇଥିବା ଆଖର ଟେକନିକ୍‍ଗୁଡ଼ିକୁ ମଧ୍ୟ ଅଧିକ ବାହାଦୁରି ଦେଉ । ଆମେ ବେଶ୍ ବିଚାର କରୁ ଯେ, ଯେଉଁଟିର ସର୍ଜନା ହୋଇଛି ସେଇଟି ନୁହେଁ, ଯେଉଁପରି ତାହା ତିଆରି ହୋଇଛି, ସେଇଟିରେ ହିଁ ଗୁଣଗୁଡ଼ିକୁ ସମଝି ପାରିବାର ଅସଲ ପରଖଟି ନିଶ୍ଚୟ ନିହିତ ହୋଇ ରହିଛି ।

 

ଅର୍ଥାତ୍, ବାହାରର ଆକୃତିଟି ଠାରୁ ଅନ୍ତର୍ଗତ ଆଦେଦନଟିକୁ ଏପରି ଅଲଗା କରି ପକାଇବା, ପରିଣାମଟିକୁ ଟେକ୍‌ନିକ୍‌ଟିରୁ ଅଲଗା ବୋଲି ଦେଖିବା,–ଆମେ ଏକାଧିକ ବସ୍ତୁ ମଧ୍ୟରୁ ଗୋଟିକରେ ଆଉଗୋଟିଏ ଠାରୁ ଯେ ଅଧିକ ଆଗ୍ରହ ପ୍ରକାଶ କରୁଛୁ,–ସେଇଟି କେବଳ ସେଇଟିରୁ ହିଁ ଜନ୍ମଲାଭ କରିଥାଏ । ଗୋଟିକ ଠାରୁ ଆଉଗୋଟିକୁ ଅଧିକ ମୂଲ୍ୟ ଦେବା,–ଏଇଟା ଆଦୌ ସବୁକାଳେ ନଥିଲା ଏବଂ ନିଃସନ୍ଦେହ ଭାବରେ କଦାପି ସବୁକାଳକୁ ରହିବନାହିଁ । କଳାର ଜଣେ ସ୍ରଷ୍ଟା ଆପଣାକୁ ଏବଂ ଆପଣାର କୃତିକୁ କେତେ ପରିମାଣରେ ତା’ର ଚତୁଷ୍ପାର୍ଶ୍ଵର ଜୀବନଠାରୁ ଅଲଗା କରି ରଖିପାରିବ, ସେହି କଥାଟିର ଅନୁସନ୍ଧାନ କରିବାକୁ ଆରମ୍ଭ କରିବାକୁ ମନ କଲେ ହିଁ ଆଙ୍ଗିକ ଏବଂ ଆତ୍ମିକକୁ ପରସ୍ପରଠାରୁ ଅଲଗା କରି ଦେଖିବାର ଆଉ କୌଣସି ଆବଶ୍ୟକତା ନଥିବ । ଏହି ଅସଂପୃକ୍ତତାକୁ ସଂପୂର୍ଣ୍ଣ ଭାବରେ ସମ୍ଭବ କରିବାଲାଗି ଆମକୁ ତେବେ କ’ଣସବୁ ଅବଶ୍ୟ କରିବାକୁ ହେବ ?

 

ତେବେ, ଦୃଷ୍ଟାନ୍ତ ସ୍ୱରୂପ, ଚାଲ, ଜଣେ ଲେଖକର କଥା ବିଚାର କରିବା । ଶବ୍ଦକୁ ସିଏ ମାଧ୍ୟମ କରିହିଁ ଯାହାକିଛି ଲେଖୁଛି । ଶବ୍ଦମାତ୍ରେ ହିଁ ପ୍ରତ୍ୟେକଟିର ଗୋଟିଏ ଅର୍ଥ ଅଛି–ଏବଂ ସେହି ଅର୍ଥମାନଙ୍କର ସଂବେଗଗତ ଏକାଧିକ ଖିଅ ମଧ୍ୟ କେତେ କ’ଣ ସହିତ ଲାଗିଛି । ନକାରାତ୍ମକ ଭାବରେ ଯେତେ ଯାହା ସନ୍ଦେହ ବ୍ୟକ୍ତ କରୁଥିଲେ ମଧ୍ୟ, କେତେକ ଶବ୍ଦକୁ ଏକତ୍ର କରି ଆଣିବାଦ୍ଵାରା ଜଣେ ଲେଖକ ଆଦୌ କିଛି କହିବାକୁ ଇଚ୍ଛା କରୁନାହିଁ ବୋଲି ତଥାପି କହିବା ପ୍ରକୃତରେ ଖୁବ୍ କଷ୍ଟକର ହେବ ଏବଂ, ଶବ୍ଦଗୁଡ଼ିକୁ ପ୍ରୟୋଗ କରି ଲେଖକଟିଏ ଯାହାକିଛି ବ୍ୟକ୍ତ କରିବ, ତଦ୍ଦ୍ଵାରା ସିଏ ପାଠକମାନଙ୍କର ସଂବେଗକ୍ଷେତ୍ରରେ ଅବଶ୍ୟ କିଛି ନା କିଛି ଭାବକୁ ଗତିଶୀଳ କରାଇ ଆଣୁଥିବ । କିନ୍ତୁ, ଏହି ସକଳ ପ୍ରକ୍ରିୟାଟି ମଧ୍ୟରେ ଯୁକ୍ତ ହୋଇ ରହିଥିବା ସମୟରେ ସିଏ ଅବଶ୍ୟ ଚତୁଷ୍ପାର୍ଶ୍ଵର ଜୀବନ ଏବଂ ପୃଥିବୀଟି ସହିତ ଅନ୍ତରଙ୍ଗ ଭାବରେ ବାନ୍ଧି ହୋଇ ରହିଥିବ । ଯଦି ସିଏ ଆପେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ କେବଳ ଧ୍ୱନି ପରି ବ୍ୟବହାର କରୁଥିବ,–ଏପରି ଏତୋଟି ଧ୍ୱନି, ଯେଉଁଗୁଡ଼ିକର କି କୌଣସି ଅର୍ଥ ନାହିଁ, ତେବେ ଯାଇ ନିଜର ସେହି କାର୍ଯ୍ୟଟିରୁ ଅଲଗା ହୋଇ ରହିଛି ବୋଲି ସମ୍ଭବତଃ କହି ହେବ ଏବଂ, ସେତେବେଳେ ମଧ୍ୟ ସେଗୁଡ଼ିକରେ ଆଦୌ କୌଣସି ଅର୍ଥ ରହିଥିବା ପରି ବୋଧ ହେଉଥିବ । ବସ୍ତୁତଃ କୌଣସି ଅର୍ଥ ମଧ୍ୟ ନଥିବ । କୁମାରୀ ଗେଟ୍ରୁଡ଼୍ ଷ୍ଟାଇନ୍‌ଙ୍କ ପରି କେହି କେହି ଏହି ଟେକ୍‌ନିକ୍‌ଟିକୁ ବ୍ୟବହାର କରିବାର ଚେଷ୍ଟା କରିଛନ୍ତି, ମାତ୍ର ସେଗୁଡ଼ିକ ସ୍ଥାୟୀ ହୋଇ ରହି ପାରିଛି ବୋଲି କୁହାଯାଇ ପାରିବନାହିଁ ।

 

ଜଣେ ଚିତ୍ରଶିଳ୍ପୀର କ୍ଷେତ୍ରଟି ନ୍ୟାୟତଃ ଅଧିକ ପ୍ରଶସ୍ତ,–ତେଣୁ ସେ ଇଚ୍ଛା କଲେ ନିଶ୍ଚୟ ଅଧିକ ସହଜରେ ଆପଣାକୁ ଅସଂଲଗ୍ନ କରି ରଖିପାରିବ । ସିଏ ଯେ ଏହି ସାଧାରଣ ମାମୁଲି ଜୀବନଟାର ରୂପାକୃତି ତଥା ଗତିଶୀଳତାମାନଙ୍କୁ କାନଭାସ୍ ଉପରେ ଫୁଟାଇ ପାରିବା ଲାଗି ବାଧ୍ୟ ହେଉଥିବ, ସେକଥା ଆଦୌ ନୁହେଁ । ସିଏ ଯଦି ସେହିପରି ଇଚ୍ଛା କରିବ, ତେବେ ଆଦୌ ‘ବିଷୟ-ଆଧାରିତ’ ନହୋଇ ନିଜର ଚିତ୍ରଗୁଡ଼ିକୁ ଉକୁଟାଇ ଆଣି ପାରିବ;–ଅର୍ଥାତ୍ ସଂପୂର୍ଣ୍ଣ ଭାବରେ ନିଜର ପସନ୍ଦରେ ହିଁ ସେ ନାନାବିଧ ରେଖାୟତନ ଭିତରେ ରଙ୍ଗଗୁଡ଼ିକୁ ଆଣି ଭରିଦେବ ଏବଂ, ବାହାର ଜଗତରେ ଅବସ୍ଥିତ କୌଣସି ବସ୍ତୁ ସହିତ ସେଗୁଡ଼ିକର ସାମଞ୍ଜସ୍ୟ ନଥିବ । ଚିତ୍ରଶିଳ୍ପୀମାନଙ୍କ ପକ୍ଷରେ ଏଇଟି ଆହୁରି ଅନେକ ମଧ୍ୟରେ ଗୋଟିଏ ପସନ୍ଦ ହୋଇ ରହିଥିବା ପର୍ଯ୍ୟନ୍ତ ଏହି କ୍ରିୟାବିଧିଟି ବିଷୟରେ ପ୍ରକୃତରେ କୌଣସି ଆପତ୍ତି ରହି ପାରିବନାହିଁ : କାରଣ, ସେହି କନା କିମ୍ବା କପଡ଼ା ଉପରେ ଆକ୍ଷରିକ ଚିତ୍ରଣ ଆଦି ଉପସ୍ଥାପିତ ହୋଇ ରହିବା ଉଚିତ ବୋଲି ଆମେ କେବେହେଲେ ଇଚ୍ଛା କରିବାନାହିଁ । ପୁନଶ୍ଚ, ଖାସ୍ ଚିତ୍ରଟିଏ ଆଙ୍କିବାର କ୍ଷେତ୍ରରେ ଆମେ ସେହିପରି କୌଣସି ପ୍ରତ୍ୟାଶା ରଖିଥିବାର ମଧ୍ୟ କୌଣସି କାରଣ ରହିବା ଉଚିତ ନୁହେଁ । ତଥାପି, ଏହି କ୍ଷେତ୍ରରେ ମଧ୍ୟ, ଯଦି ସଂପୂର୍ଣ୍ଣ ନିରାସକ୍ତ ରହି ଯାହାକିଛି କରିବା ପ୍ରକୃତରେ ସମ୍ଭବ ହୁଏ, ତେବେ ଉଦ୍ଦିଷ୍ଟ ଚିତ୍ରଟିରେ ସଂବେଗଗତ ଆବେଦନ ବୋଲି ଯେପରି ଆଦୌ କିଛିହେଲେ ନରହେ, ଶିଳ୍ପୀଙ୍କୁ ମଧ୍ୟ ସେହିପରି ଏକ ଲକ୍ଷ୍ୟ ରଖିବା ଅତ୍ୟାବଶ୍ୟକ ହେବ । ଉଦାହରଣ ସ୍ୱରୂପ, ଶ୍ରୀ କାଣ୍ଡିନ୍‌ସ୍କି କେବେହେଲେ କୌଣସି ନକଲ କରନ୍ତି ନାହିଁ : ମାତ୍ର ତାଙ୍କର ଚିତ୍ର–ସଂଯୋଜନାଟିର ଭବ୍ୟ ଉପସ୍ଥାପନା ମଧ୍ୟରେ ସର୍ବଦା ଏକ ସୌଷମ୍ୟ ଏବଂ ଗତିଶୀଳତା ବିଦ୍ୟମାନ ଥାଏ ଏବଂ ସେଇଟି ମଧ୍ୟ ଚିତ୍ରଟିକୁ ଦେଖୁଥିବା ବ୍ୟକ୍ତିଟିର ଭାବନାଗତ ରେଖାଟି ଲାଗି ଅନ୍ୟ କେତେଗୁଡ଼ିଏ ଭାବକଳ୍ପର ଅବକାଶକୁ ମଧ୍ୟ ସୃଷ୍ଟି କରି ଆଣିପାରେ ।

 

ହଁ, ଏକ ସଙ୍ଗୀତ ଶୁଣିବା ମାତ୍ରକେ ସଂଗୀତକାର ଅନ୍ୟ ସଂଗୀତକାରମାନଙ୍କଠାରୁ ଅଧିକ ନିରାସକ୍ତ ଭାବରେ ହିଁ ତାହାର ରଚନା କରିଥିବା ପରି ବୋଧ ହୁଏ । ଜଣେ ଲେଖକର କ୍ଷେତ୍ରରେ ଯାହା ଘଟି ନଥାଏ, ସିଏ ଏପରି କେତେ ଧ୍ୱନିକୁ ନେଇ କିଛି ରଚନା କରିଥାନ୍ତି, ଯେଉଁଗୁଡ଼ିକର କି କୌଣସି ଅପରିବର୍ତ୍ତନୀୟ ଅର୍ଥ ନଥାଏ । ତଥାପି, ତାକୁ ଲେଖକମାନଙ୍କ ପରି ସଂପୂର୍ଣ୍ଣ ଭାବରେ ହିଁ ଆପଣାର ସଂବେଗଗତ ସଂଲଗ୍ନତା ଗୁଡ଼ିକ ଦ୍ଵାରା ହିଁ ଅବଶ୍ୟ ବଞ୍ଚିବାକୁ ପଡ଼ୁଥାଏ । ଶ୍ରୀଯୁକ୍ତ ଚାଇକୋଭ୍‌ସ୍ଥି ଜଣେ ଆଶାବାଦୀ ଥିଲେ ବୋଲି କେହି ଆଦୌ କହିବନାହିଁ । ଶ୍ରୀ ବୀଥୋଫେନ୍ ଜୀବନରେ କେବେ କୌଣସି କ୍ଷୁଦ୍ର ଧାରଣାକୁ ଧରି ବଞ୍ଚିଥିବାର ପ୍ରକୃତରେ କଳ୍ପନା କରି ହୁଏନାହିଁ । ତାଙ୍କରି ସମ୍ପର୍କରେ କହିବାକୁ ଗଲେ, ସେହି ବିଶାଳ ପ୍ରତିଭାସମ୍ପନ୍ନ ବ୍ୟକ୍ତିଜଣକ ସର୍ବଦା କହୁଥିଲେ ଯେ, ତାଙ୍କର ପ୍ରତ୍ୟେକ ରଚନାରେ ତାଙ୍କ ନିଜ ଜୀବନର ଦର୍ଶନଟିର କିଛି ନା କିଛି ଭାଗର ଅବଶ୍ୟ ଅଭିବ୍ୟକ୍ତି ଘଟିଥିଲା । କୌଣସି ସାଂଗୀତିକ ରଚନାର ବାହ୍ୟତଃ କୌଣସି ନିହିତାର୍ଥ ନଥାଏ ବୋଲି ଯାହା ବ୍ୟକ୍ତ କରାଯାଇଥାଏ, ସେହିସବୁ କ୍ଷେତ୍ରରେ ଶ୍ରୋତାମାନଙ୍କୁ ହିଁ ସେମାନଙ୍କର ମନ ସଙ୍ଗୀତଟିଏ ଶ୍ରବଣ କରି ଏକ ମୁକ୍ତ ବିହରଣ ଆରମ୍ଭ କରିଦେବା ପରେ ଆପଣା ଆପଣାର ଅର୍ଥମାନଙ୍କୁ ଆଣି ଯୋଗାଇ ଦେବାଲାଗି ଆବାହନ କରାଯାଇଥାଏ । ତେଣୁ, ସମ୍ଭବତଃ ଏପରି କଥାଟିଏ କୁହାଯାଇ ପାରିବ ଯେ, ଏକ ସଙ୍ଗୀତ ଭିତରୁ ସର୍ବବିଧ ଅର୍ଥସମର୍ଥତାର ସମ୍ଭାବନାକୁ ବାହାର କରି ନେଇଯିବାର ଏକମାତ୍ର ଉପାୟ ହେଉଛି ଯେ, କୃତିଟିକୁ ଏପରି ଅତ୍ୟଧିକ ମାତ୍ରାରେ ନୀରସ କରି ରଖିବା, ଯାହାଫଳରେ କି ସେଥିରୁ ମୋଟେ କୌଣସି ଆବାହନ ପ୍ରକୃତରେ ସମ୍ଭବ ହେଉନଥିବ ।

 

ତେଣୁ, ମୋଟେ ସମ୍ଭବ ବୋଲି ମନେ ହେଉନାହିଁ ଯେ, ଏପରି ବହୁ କଳାକୃତି ନିଶ୍ଚୟ ସମ୍ଭବ, ଯେଉଁଗୁଡ଼ିକର କି ଜୀବନ ସହିତ କୌଣସି ଆବେଦନଗତ ସମ୍ପୃକ୍ତି ନଥିବ, ଜୀବନ ବଞ୍ଚିବାର ନାନା ସମସ୍ୟା ସହିତ ଯାହାର କୌଣସି ଡୋର ଲାଗି ନଥିବ । ଅଧିକାଂଶ କଳାସ୍ରଷ୍ଟା ସେମାନଙ୍କର ନିଜସ୍ୱ ଏହି ସମର୍ଥତାଗୁଡ଼ିକର ଉତ୍ସ ସଦୃଶ କାର୍ଯ୍ୟ କରୁଥିବା ଆମର ଏହି ମାନବୀୟ ଜୀବନକୁ ଅସ୍ଵୀକୃତ କରି ରଖିବାର କ୍ଷେତ୍ରରେ ଅବଶ୍ୟ ବହୁ ଅନତିକ୍ରମ୍ୟ ଅସୁବିଧାର ସମ୍ମୁଖୀନ ହେବେ । ଯେକୌଣସି କଳାକୁ ତୁମେ ଅନ୍ତଃଶୂନ୍ୟ କରି ରଖିବାକୁ ଯେତେଯାହା ଚେଷ୍ଟା କର ପଛକେ, ତଥାପି କିଛି ନା କିଛି ସଙ୍କେତ, କିଛି ଭାରି କ୍ଷୀଣ ଭାବରେ ଶୁଣା ଯାଉଥିବା ଏକ ବାର୍ତ୍ତା ଅବଶ୍ୟ ରହିଥିବ, ଯାହାକି ଅନ୍ୟ ମନୁଷ୍ୟମାନଙ୍କର ମନଃତଳଟିକୁ ଅବଶ୍ୟ ଏକ ସଚଳତା ଆଣି ଦେଇ ଯାଉଥିବ । ମୋ’ ର ମନେ ପଡ଼ୁଛି, କିପରି ଫାସିଷ୍ଟବାଦର ସେହି ପ୍ରକୋପମାନେ ବୃଦ୍ଧି ପାଇବାରେ ଲାଗିଥିବା ସମୟରେ ମୁଁ କବି ଶ୍ରୀଯୁକ୍ତ ମାକ୍‌ଲିଶ୍‌ଙ୍କର ନିମ୍ନୋକ୍ତ କବିତାଧାଡ଼ିଗୁଡ଼ିକୁ ବାରମ୍ବାର ଆବୃତ୍ତି କରୁଥିଲି :

 

ହଁ, ସ୍ପେନ୍ ବୁଡ଼ିଯିବ ଓ କୁଆଡ଼େ ଅଦୃଶ୍ୟ ହୋଇଯିବ,

ଆଫ୍ରିକାର ସେହି ସମୁଦ୍ରବେଳାର ସ୍ଵର୍ଣ୍ଣିମ ବାଲୁକା ତଥା ସନ୍ଧ୍ୟାର

ସେହି ମୁହୂର୍ତ୍ତଟି ଆଉ ଦୃଶ୍ୟମାନ୍ ହେବନାହିଁ ଏବଂ ଆଉ କେବେହେଲେ

ସେହି ଭୂଇଁଟିରେ ବିକୀର୍ଣ୍ଣ ହୋଇ ରହିଥିବା ଶୀର୍ଣ୍ଣ ଆଲୋକଟି ମଧ୍ୟ

ନିକଟବର୍ତ୍ତୀ ହୋଇ ତଳକୁ ନଇଁ ଆସିବନାହିଁ; ଅଥବା

ସମୁଦ୍ର ଉପରେ ସେହି ସୁଦୀର୍ଘ ଆଲୋକଟି ମଧ୍ୟ ପଡ଼ୁନଥିବ ।

 

ଏବଂ ଏଠାରେ, ଏହି ଖରା ପଡ଼ିଥିବା ଥାନଟିରେ ତଳ ଆଡ଼କୁ ମୁହଁ କରି ଆମେ ସେହି ଅନୁଭବଟିକୁ କରୁଥିବା ଯେ କେଡ଼େ ସତ୍ଵର ଏବଂ କେତେ ଛପି ଛପି ରାତ୍ରିର ସେହି ଛାୟାଟି ହିଁ କାୟା ବିସ୍ତାରି ଆସୁଛି !

 

କବି ପ୍ରକୃତରେ ଆସନ୍ନ ହୋଇ ଆସୁଥିବା ରାତ୍ରିଟିର ଏକ ବର୍ଣ୍ଣନା ଦେବା ବ୍ୟତୀତ ଆଉ ଅଧିକ କିଛି କରିବାପାଇଁ ଇଚ୍ଛା କରୁନଥିଲେ; କିନ୍ତୁ ତାଙ୍କର ଧାଡ଼ିଗୁଡ଼ିକ ସଂପୂର୍ଣ୍ଣ ଅପ୍ରତିରୋଧ୍ୟ ଭାବରେ କେତେ କେତେ ପ୍ରତୀକାତ୍ମକତାରେ ପୂର୍ଣ୍ଣାବେଦନ ହୋଇ ରହିନଥିଲା ।

 

ଏହି ସମସ୍ତ କଥା ସତ୍ୟ ହୋଇଥିବାରୁ, ଆମେ ସମ୍ଭବତଃ ନ୍ୟାୟତଃ ଏକ ସନ୍ଦେହ ବ୍ୟକ୍ତ କରି ସେହି କଳାକୃତିମାନଙ୍କର ବିଚାର କରିବା, ଯେଉଁଗୁଡ଼ିକ କି ଜୀବନଠାରୁ ଦୂରବର୍ତ୍ତୀ ହୋଇ ରହିଛନ୍ତି ବୋଲି ଦାବୀ କରନ୍ତି । ଆମେ ସୁନିଶ୍ଚିତ ଭାବରେ ବି ଅନୁଭବ କରୁଥିବା, ଏପରି ଅନୁମାନ କରି କଳାର ସ୍ରଷ୍ଟା ବସ୍ତୁତଃ ଗୋଟିଏ ଭ୍ରାନ୍ତି ଭିତରେ ହିଁ ଯାଇ ପଡ଼ିଥାଏ । ଆମେ ଆହୁରି ଏପରି ମଧ୍ୟ ଅନୁଭବ କରିବା ଯେ, ଏପରି ଦାବୀ କରି ସିଏ ପ୍ରକୃତରେ କୌଣସି କପଟତାର ଆଚରଣ କରୁଛି । କାରଣ, ଏବଂ ଏପରି ଖୁବ୍ ସମ୍ଭବ ମଧ୍ୟ ହୋଇପାରେ, କଳାକୃତିଟି ପ୍ରକୃତରେ ଜୀବନର ଆଧାର ଉପରେ ଅବଶ୍ୟ ଠିଆ ହୋଇଛି,–ସେକଥା ଆଦୌ ସତ ନୁହେଁ ବୋଲି ସ୍ରଷ୍ଟା ଯେତେ କହୁଥିଲେ ମଧ୍ୟ ପ୍ରକୃତରେ ଠିଆ ହୋଇଛି । ଏହାର କାରଣ ସ୍ୱରୂପ ହୁଏତ ଅନୁମାନ କରାଯାଇ ପାରେ ଯେ, ସିଏ ନିଜେ ସେହିଭଳି କୌଣସି ଆଧାର ବିଷୟରେ ସଚେତନ ହୋଇ ପାରିନାହିଁ ଅଥବା ତାହାକୁ ଲୁଚାଉଛି । ଏହି କ୍ଷେତ୍ରରେ ସେଥିପାଇଁ ଦୁଇ ପ୍ରକାରର ସମ୍ଭାବନା ରହିବ-: ଏକ ଭ୍ରମଯୁକ୍ତ ତଟସ୍ଥତା ବା ନିରାସକ୍ତ ରହିଥିବାର ଭାବନା, ଯେଉଁଟି ଭିତରେ କୃତିତ୍ଵର ଅଚେତନ ଭାବରେ ନିଶ୍ଚୟ ବକ୍ତବ୍ୟଟିଏ ରହିଛି, ଅଥବା ଏକ କପଟପୂର୍ଣ୍ଣ ଦୂରବର୍ତ୍ତିତା ଏବଂ ଅନାସକ୍ତି, ଯାହାଭିତରେ କି ପ୍ରକୃତରେ ଇଚ୍ଛାକୃତ ଭାବରେ ବକ୍ତବ୍ୟଟିକୁ ଲୁଚାଇ ରଖାଯାଇଛି ।

 

ଏହି ଉଭୟପ୍ରକାର ମଧ୍ୟରୁ ଗୋଟିଏ ନିର୍ଦ୍ଦିଷ୍ଟ କଳା-କୃତିକୁ ପ୍ରକୃତରେ ଖାସ୍ ଯେଉଁଟିର ଅନ୍ତର୍ଭୁକ୍ତ କରିହେବ, ତାହାର ନିର୍ଣ୍ଣୟ କରିବାର କାର୍ଯ୍ୟଟି ସମ୍ଭବତଃ କଷ୍ଟକର ହୋଇପାରେ, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦୁଇଟିଯାକରେ ଶ୍ରେଣୀଭୁକ୍ତ ହୋଇ ରହି ପାରୁଥିବା କୃତିମାନଙ୍କର ସଂଖ୍ୟା ନିଶ୍ଚୟ ବହୁତ ମଧ୍ୟ ହେବ । ଏବେ ଅଳ୍ପଦିନ ହେବ ଗୋଟିଏ ପ୍ରକାରର ନବ-ଭିକ୍ଟୋରୀୟବାଦ ନାମରେ ପ୍ରବୃତ୍ତିଟିଏ ବି ଆରମ୍ଭ ହୋଇ ଯାଇଛି । କଳାରେ ପ୍ରଦର୍ଶିତ ହେଉଥିବା ବସ୍ତୁଗୁଡ଼ିକୁ ମାଧ୍ୟମ କରି ପୁରୁଣା କୃଷି-ପରିବାର, ଜଳସ୍ରୋତରେ ଚାଲୁଥିବା ଦାନା ପେଷା ହେଉଥିବା ଚକ ଏବଂ ମିସିସିପି ଷ୍ଟୀମର୍ ଆଦିକୁ କିଞ୍ଚିତ୍ ନୂଆ କଦରରେ ଆଣି ଉପସ୍ଥାପିତ କରାଯାଉଛି । ଏହି ଚିତ୍ରଗୁଡ଼ିକୁ ଏକଦା ପୂର୍ବପୁରୁଷମାନଙ୍କର ଗୃହକାନ୍ଥରେ ଦେଖିବାକୁ ମିଳୁଥିଲା । ଶ୍ରୀଯୁକ୍ତ ଇଲିଅଟ୍ ଶ୍ରୀ କିପ୍‌ଲିଙ୍ଗ ଲେଖିଥିବା କବିତାମାନଙ୍କର ସମ୍ପାଦନା କରିଛନ୍ତି ଏବଂ ଶ୍ରୀଯୁକ୍ତ ଅଡ଼େନ୍ ଟେନିସନ୍‌ଙ୍କ ଦ୍ଵାରା ଲିଖିତ କବିତାବଳୀର । ଆମ ଏକାଳର ଦୁଇଜଣ ଦୁର୍ଦ୍ଦାନ୍ତ ଭାବରେ ଦୁର୍ବୋଧ୍ୟ କବି କାହିଁକି ଯେ ସେକାଳର ଦୁଇଜଣ ଅତ୍ୟନ୍ତ ସରଳ ତଥା ସହଜବୋଧ୍ୟ କବିଙ୍କୁ ମନ କରିଛନ୍ତି, ସେହି ବିଷୟରେ ମୁଁ ସ୍ପଷ୍ଟ ଭାବରେ କୌଣସି କାରଣ ଖୋଜି ବାହାର କରି ପାରୁନାହିଁ । କିନ୍ତୁ ସେକାଳର ନୈତିକତାର ଏକ ତଲାଶ କରି ବାହାରିବାକୁ ସେମାନେ ଯେ ମନ ବଳାଇଛନ୍ତି, ମୁଁ ତାହା ମୋଟେ ଚିନ୍ତା କରି ପାରୁନାହିଁ । ଜାଣିକରି ଅଥବା ନଜାଣି କରି ଯେପରି ହେଉ ପଛକେ, ସେମାନେ ଆମର ଏହି ବର୍ତ୍ତମାନର ପୃଥିବୀର ଏକ ପ୍ରବୃତ୍ତିକୁ ହିଁ ବ୍ୟକ୍ତ କରୁଛନ୍ତି । ଏବଂ, ବେଶ୍ ଏକ ନକାରାତ୍ମକ ଭାବର ପ୍ରଦର୍ଶନ ସହିତ ତାହା କରୁଛନ୍ତି ।

 

ମାତ୍ର, ଏହି ଦୃଷ୍ଟାନ୍ତଗୁଡ଼ିକ ପ୍ରକୃତରେ ବେଶ୍ ଅଳ୍ପାୟତନ ଏବଂ ଆମର ଏହି ଆଲୋଚନା ପାଇଁ ପର୍ଯ୍ୟାପ୍ତ ହେବା ନିମନ୍ତେ ଏକ ବୃହତ୍ତର ଦୃଷ୍ଟିପରିସରର ଆବଶ୍ୟକତା ରହିଛି । ଏହା ନିଶ୍ଚୟ ଏକ ସତ୍ୟ ହୋଇଥିବ ଯେ, କଳାଜଗତର ଗୋଟିଏ କୃତି ଯେତେ ଅଧିକ ପରିମାଣରେ ଶ୍ରୋତାଗଣଙ୍କର ବଡ଼ ବଡ଼ ସମୂହ ନିମନ୍ତେ ଅଭିପ୍ରେତ ହୋଇ ରହିଥିବ, ସେଥିରେ ସେତିକି ଅଧିକ ପରିମାଣରେ ଅଧିକ ଅଧିକ ସଂଖ୍ୟାରେ କେବଳ ପରୋକ୍ଷ ଭାବରେ ହିଁ କୌଣସି ସ୍ଥାନ ପାଇଥିବେ । ସର୍ବାଧିକ ସଂଖ୍ୟାରେ ବିକ୍ରୀ ହେଉଥିବା ଉପନ୍ୟାସମାନେ ସାଧାରଣତଃ ସିଧାସଳଖ ଭାବରେ ଏକ କାହାଣୀକୁ ହିଁ ବାଢ଼ି ଦେଉଥାଆନ୍ତି, ଅର୍ଥାତ୍, ମୁଖ୍ୟତଃ କିଛି ଘଟଣା, ଯେଉଁମାନେ କି ବେଶ୍ ବେଗର ସହିତ ଘଟି ଯାଉଥାନ୍ତି ଏବଂ ଉତ୍ତେଜିତ କରି ରଖନ୍ତି । ସେଗୁଡ଼ିକରେ ଖୁବ୍ କମ୍ ମନ୍ତବ୍ୟକୁ ଅବକାଶ ଦିଆ ଯାଇଥାଏ ।

 

କଳାକୃତିର ହୁଏତ ସବୁଠାରୁ ଅଧିକ ପରିମାଣର ବିନମ୍ରତା ପ୍ରକାଶ କରୁଥିବା କିସମଟି ହେଉଛି କମିକ୍ ଧାରାବାହିକ ଚିତ୍ରସାରଣୀଗୁଡ଼ିକ : ମାତ୍ର ଏବେ ସେଗୁଡ଼ିକ ଏପରି ଅଧିକ ଓ ଆହୁରି ସଂଖ୍ୟାରେ ସାଧାରଣଙ୍କ ପାଖରେ ଯାଇ ପହଞ୍ଚି ଯାଉଛି ଯେ, ଅତ୍ୟନ୍ତ କୃତସଂକଳ୍ପ ଭାବରେ ସେଗୁଡ଼ିକର ଆକର୍ଷଣରୁ ଆପଣାକୁ ମୁକ୍ତ କରି ନପାରିଲେ ଆମେ ଅନେକ ତାହାର ଜାଲଟି ଭିତରେ ଅବଶ୍ୟ ପଡ଼ିଯିବାରେ ଲାଗିଥିବା । ମୁଁ ସାନଥିବା ସମୟରେ ଦିନକୁ ଗୋଟିଏ କରି କମିକ୍ ମିଳି ଯାଉଥିଲା । ଏବେ ପ୍ରତ୍ୟହ ଗୋଟିଏ ଗୋଟିଏ ନୂଆ କମିକ୍ । ତଥାପି, ସେଗୁଡ଼ିକ ଭିତରେ ଗୋଟିଏ ଗୋଟିଏ ଏପରି କିଛି ଥିଲା, ଯେଉଁଗୁଡ଼ିକରେ କିଛି ଦିକ୍‌ନିର୍ଦ୍ଦେଶ ମଧ୍ୟ ରହିଥିଲା । ଉଦାହରଣ ସ୍ୱରୂପ, ଗୋଟିକରେ ବିଗତ କାଳର ନବାବ ଏବଂ ସମ୍ଭ୍ରାନ୍ତମାନଙ୍କ ବିରୋଧରେ ଗଣତନ୍ତ୍ର ନାମକ ସେହି ଅନ୍ୟ ପକ୍ଷଟିର ବିଦ୍ରୋହକୁ ସୂଚିତ କରି ଦିଆ ଯାଇଥିଲା । କମିକ୍‍ଟିର କର୍ତ୍ତା ସତକୁସତ ସଚେତନ ହୋଇ ଏହି ଚିତ୍ରଗୁଡ଼ିକୁ ପ୍ରକାଶ କରିଥିଲେ କି ନାହିଁ ମୋତେ ଜଣାନାହିଁ, କିନ୍ତୁ ସେଇଟି ନିମନ୍ତେ ମୁଁ ତାଙ୍କ ପାଖରେ ନିଶ୍ଚୟ ଋଣୀ ହିଁ ହୋଇ ରହିଛି ।

 

ଆମ କାଳର ଏହି କମିକ୍ କାହାଣୀମାନଙ୍କର ସେହି ଉତ୍‌ଶୃଙ୍ଖଳ ପ୍ରଦର୍ଶନ ପଛରେ ଆମେ ଆପଣାର ଇଚ୍ଛାମତ ନାନା ଭଳି ଆଦର୍ଶବାଦ ରହିଥିବା ପରି ଅବଶ୍ୟ ଅନୁମାନ କରିପାରିବା-। ଗୋଟିଏ ସାଧାରଣ ମନୁଷ୍ୟ ପ୍ରକୃତରେ ବଡ଼ ଅସମର୍ଥ ଏବଂ କମିକ୍ ଭିତରର ସେହି ଅତିମାନବଟି ଆସି ତାକୁ ମଦଦ କରିବା ସକାଶେ ଉପସ୍ଥିତ ହୋଇ ଯାଇଥାଏ । ବିଚରା ଆମେ ପାଠକମାନେ, ଯେଉଁମାନେ କି ଆମ ଅକ୍ତିଆରର ଏକାବେଳେକେ ବାହାରେ ରହିଥିବା ଏକ ସମାଜବନ୍ଧା ବ୍ୟବସ୍ଥା ଦ୍ଵାରା ପ୍ରତ୍ୟେକ ପାର୍ଶ୍ଵରେ ହିଁ ଖର୍ବ ହୋଇ ରହିଥାଉ, ଆମେ ଏପରି ଜଣେ ଏତେ ସମର୍ଥ ମନୁଷ୍ୟର ଅସ୍ତିତ୍ଵକୁ କଳ୍ପନାମଧ୍ୟରେ ଦେଖି ବହୁତ ସୁଖ ପାଉ, ଯାହାଠାରେ କି ଅମିତ ସାମର୍ଥ୍ୟ ରହିଛି ଏବଂ ଯିଏ କେଡ଼େ କେଡ଼େ ମହାନ୍ ନାନା ଉଦ୍ଦେଶ୍ୟର ସାଧନରେ ସେଗୁଡ଼ିକର ପ୍ରୟୋଗ କରୁଛି । ହଁ, ଅବଶ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟର କଥା ଯେ, ସିଏ କେବଳ ଏକ ସ୍ଥାନାପନ୍ନ ହିସାବରେ ହିଁ ଯାହାକିଛି ପ୍ରତୀତି ଆଣି ଦେଉଛି,–ଆଦୌ କୌଣସି ପ୍ରେରଣା ପ୍ରକୃତରେ ଦେଉନାହିଁ-। ଆମ ବାହାରୁ ଏକ ସହାୟତା ଆସିବ ଏବଂ ହସ୍ତକ୍ଷେପ କରିବ ବୋଲି ସେଇଟି ଆମକୁ ବିଶ୍ଵାସ କରିବାକୁ ପ୍ରରୋଚନା ଦେଉଛି ଏବଂ, ଉଚିତ ପ୍ରକାରେ ସଂଗଠିତ କରି ଆଣିପାରିଲେ ଆମର ନିଜର ବଳଟି ଯେ କେତେ ଫଳସମର୍ଥ ହୋଇ ପାରିବ, ସେଇଟିକୁ ଆମଠାରୁ ଭୁଲାଇ ରଖୁଛି । ମୁଁ ଆଶଙ୍କା କରୁଛି ଯେ, କାହାଣୀଟି ବସ୍ତୁତଃ ଗୋଟିଏ ପଶ୍ଚାଦ୍‍ଗାମୀ ସମାଜସିଦ୍ଧାନ୍ତ ଉପରେ ଦଣ୍ଡାୟମାନ ରହିଛି । ଏବଂ ଯାହା ହେଉ ପଛକେ, ଆମେ ତାହାକୁ ଏକ ତୁଚ୍ଛା କାହାଣୀ ବୋଲି ଆଦୌ କହି ପାରିବାନାହିଁ ।

 

ସମୂହଗୁଡ଼ିକ ସକାଶେ ଉଦ୍ଦିଷ୍ଟ ସେହି ବୃହତ୍ତମ କଳା-ପ୍ରକାରଟି ହେଉଛି ସିନେମା । ଏବଂ, ଏଇଟି ବିଷୟରେ ସବୁଠାରୁ ଅଧିକ ଉତ୍ସାହଯୁକ୍ତ ଭାବରେ ସର୍ବତ୍ର ବିଶ୍ଵାସ କରାଯାଇଥାଏ ଯେ, ଏହି ସିନେମା ବା ଚଳଚ୍ଚିତ୍ର ସଂପୂର୍ଣ୍ଣ ଭାବରେ କେବଳ ମନୋରଞ୍ଜନ ନିମନ୍ତେ ଏବଂ ସେଥିରେ ପ୍ରଚାରର କୌଣସି ସ୍ଥାନ ନଥାଏ । ହଁ, ଏହି ମନୋରଞ୍ଜନ ନାମକ ବ୍ୟାପାରଟି ଏବେ ବସ୍ତୁତଃ ଗୋଟିଏ ସଂକେତ-ଶବ୍ଦରେ ପରିଣତ ହୋଇ ଗଲାଣି । ସର୍ବପ୍ରଥମେ ଏଥିରୁ ଏହିଭଳି ଅର୍ଥଟିଏ ପ୍ରକାଶ ପାଉଥିବା ପରି ବୋଧ ବି ହୁଏ ଯେ, ଏଇଟି ଫଳରେ ତୁମର ମନଟା ସରସ ହୋଇଯିବ ଏବଂ ଯାବତୀୟ ଉଦବିଗ୍ନତାରୁ ନିଷ୍କୃତି ମିଳିବ, ବହୁ ଅସୁନ୍ଦର ଅନ୍ତରସ୍ଥ ଭାବ ତଥା ପରାଜୟବୋଧରୁ ବାହାରିଆସି ହେବ । କେତେ କେତେ ବିଫଳ ବାସନାକୁ ବିକଳ୍ପ ପଥଟିଏ ପାଇଗଲା ପରି ସାନ୍ତ୍ଵନା ମିଳିବ । କାରଣ, ପର୍ଦ୍ଦାଟି ଉପରେ ଏପରି ଘରର କୋଠରୀମାନ ଦେଖିବାର ସୌଭାଗ୍ୟଲାଭ ହେବ, ଯେଉଁପରି କୋଠରୀମାନଙ୍କରେ ଆମେ ପ୍ରକୃତରେ ବାସ କରିବା ନିମନ୍ତେ ଇଚ୍ଛା କରୁଛୁ ଏବଂ ବାସ କରି ପାରୁନାହୁଁ; ଏପରି ନର ତଥା ନାରୀମାନଙ୍କର ଆକୃତିମାନ, ଯେଉଁମାନଙ୍କୁ ଆମେ ଭଲ ପାଇବା ନିମନ୍ତେ ଇଚ୍ଛା କରୁଛୁ ଅଥଚ ଭଲ ପାଇ ପାରୁନାହୁଁ । ଖୁବ୍ ସମ୍ଭବ ଏଗୁଡ଼ିକର ଅର୍ଥ ହେଉଛି ଯେ, ସିନେମା ଆମର ସକଳ ମନୋଯୋଗକୁ ନେଇ ତାହାରି ମଧ୍ୟରେ ଆକୃଷ୍ଟ କରି ରଖିଥିବ ଏବଂ ସେହିପରି ଭାବରେ ଆମ ଜୀବନର ଅନ୍ତତଃ କେତୋଟି ମୁହୂର୍ତ୍ତ ଅତିବାହିତ ହୋଇ ଯାଉଥିବ ।

 

ଏହି ସିନେମା ପ୍ରକୃତରେ କିଛି ‘ଶିକ୍ଷା’ ମଧ୍ୟ ଦେଇଥାଏ କି ? ଅବଶ୍ୟ ଦେଇଥାଏ,–ବୋଲି ହୁଏତ ବେଶ୍ ଗୋଟିଏ ପ୍ରକାରର ଖଳତାପୂର୍ଣ୍ଣ ବ୍ୟଞ୍ଜନା ଦେଇ ଉତ୍ତର ଦିଆଯାଇ ପାରିବ । ‘ମନୋରଞ୍ଜନ’କୁ କେନ୍ଦ୍ର କରି ଯେତେ ଯେଉଁଭାବେ ପ୍ରତିବାଦମାନ କରା ଯାଉଥାଉ ପଛକେ ଏହି କଥାଟିକୁ କଦାପି ଲୁଚାଇ ହେବନାହିଁ ଯେ, ଚଳଚ୍ଚିତ୍ର ଦେଖୁଥିବା ଜନଗଣ ବିଗତ କେତେ ବର୍ଷ ମଧ୍ୟରେ ଏହି ବିଷୟରେ ଏକ ସଂପୂର୍ଣ୍ଣ ଜୀବନ-ଦର୍ଶନକୁ ହିଁ ଗ୍ରହଣ କରିନେବାରେ ଲାଗିଛନ୍ତି । ସେମାନେ ଏହିଭଳି ଶିକ୍ଷାଟିଏ କରିନେବାରେ ଲାଗିଛନ୍ତି ଯେ, ପଚିଶି ବର୍ଷ ବୟସ ଅତିକ୍ରମ କରି ଯାଇଥିବା କୌଣସି ନାରୀ କଦାପି ସୌନ୍ଦର୍ଯ୍ୟବତୀ ହୋଇ ପାରିବନାହିଁ ଏବଂ ତେଣୁ ତା’ ଠାରେ ଆଉ ମୋଟେ ଆକର୍ଷଣ କରି ପାରିବାର ଶକ୍ତି ନଥିବ, ମାତ୍ର ପୁରୁଷମାନେ ବେଶ୍ ଅଧିକ ବୟସ ପର୍ଯ୍ୟନ୍ତ ସୁନ୍ଦର ଦେଖାଯାଇ ପାରିବେ ଓ ତେଣୁ ଆକର୍ଷଣ କରି ବି ପାରୁଥିବେ । ପୁନଶ୍ଚ, ନାରୀ-ସମ୍ପର୍କିତ ପୃଷ୍ଠଦୃଶ୍ୟଟି ପ୍ରକୃତରେ ବାହାରକୁ ପ୍ରତ୍ୟକ୍ଷ ହେଉନଥିଲେ ମଧ୍ୟ ତଥାପି ଯଥାସମ୍ଭବ ପରୋକ୍ଷରେ ଅନୁଭୂତ ହୋଇ ପାରୁଥିବ; ହଁ, ଯେଉଁମାନେ ଉତ୍ତମ ପରିଧାନମାନ ଗ୍ରହଣ କରି ଥାଆନ୍ତି, ଉତ୍ତମ ଭାବରେ ଯେଉଁମାନଙ୍କୁ ଭଲ ପାଇହୁଏ ଏବଂ ଯେଉଁମାନେ ଆମୋଦଶାଳାମାନଙ୍କ ସହିତ ପରିଚିତ ହୋଇ ରହିଥାନ୍ତି, ସେହି ମନୁଷ୍ୟମାନଙ୍କୁ ସର୍ବାପେକ୍ଷା ଆଗ୍ରହୋଦ୍ଦୀପକ ବ୍ୟକ୍ତି ବୋଲି କୁହାଯିବ । ସର୍ବୋପରି, ସେମାନେ ଏହି କଥାଟିର ମଧ୍ୟ ଶିକ୍ଷା ଲାଭ କରି ଆସୁଛନ୍ତି ଯେ, ଆମର ଏହି ବର୍ତ୍ତମାନର ସମାଜରେ ମୂଳଭୂତ ଭାବରେ ଭୁଲ୍ ବୋଲି କହିବାଭଳି ଆଦୌ କିଛିହେଲେ ହିଁ ନାହିଁ ।

 

ଏହିସବୁ କ୍ଷେତ୍ରରେ ଯେ ସର୍ବତ୍ର କେତେକ କଟକଣା ଜାରି ହୋଇ ରହିଥାଏ, ତାହାହିଁ ନିଃସନ୍ଦେହ ଭାବରେ ଘଟଣା ତଥା ଭାବନାଗୁଡ଼ିକ ନିଶ୍ଚୟ ରହିଛି ବୋଲି ପ୍ରମାଣ କରି ଦେଇଥାଏ । କାରଣ, ଯାବତୀୟ କଟକଣା ମନୁଷ୍ୟମାନଙ୍କୁ କୌଣସି ଖାସ୍ ଗୁଳା ମଧ୍ୟରେ ବାଧ୍ୟ କରି ରଖିବା ନିମନ୍ତେ ଉଦ୍ଦିଷ୍ଟ ହୋଇ ରହିଥାଏ । ଆମର ଏଠାରେ ଯେ ପ୍ରକୃତରେ କିପରି କଟକଣା ରହିଛି, ଗୋଟିଏ ଚଳଚ୍ଚିତ୍ରର ଦୃଷ୍ଟାନ୍ତରୁ ସେକଥାଟିକୁ ସ୍ପଷ୍ଟ ଭାବରେ ଜାଣିହେବ । ସେହି ଚଳଚ୍ଚିତ୍ରରେ ଜଣେ ମହିଳାଙ୍କର ଭୂମିକାଟିଏ ରହିଥିଲା, ଯିଏକି ତାଙ୍କ ସ୍ଵାମୀ ଆମେରିକାରେ ହିଟ୍‌ଲରଙ୍କ ପରି ଜଣେ ଏକାଧିନାୟକ ହୋଇ ବସିବା ନିମନ୍ତେ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଜାଣିବାକୁ ପାଇଥିଲେ । ସିଏ ତାଙ୍କୁ ଏକ ମୋଟରଗାଡ଼ି ଦୁର୍ଘଟଣାରେ ପ୍ରାଣତ୍ୟାଗ କରିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ ଓ ସେହି ଅନୁସାରେ ବାଟରେ ପଡ଼ୁଥିବା କୌଣସି ଗୋଟିଏ ପୋଲ ବନ୍ୟାରେ ଭାସି ଯାଇଛି ବୋଲି ତାଙ୍କୁ ପୂର୍ବରୁ ଟେଲିଫୋନ୍ କରି ଜଣାଇଦେଇ ନଥିଲେ । ସେହି ସ୍ଵାମୀଙ୍କର ମୃତ୍ୟୁ ପରେ ଫାସିଷ୍ଟ୍‌ବାଦୀ ସେହି ଷଡ଼ଯନ୍ତ୍ରଟି ଧରା ପଡ଼ିଗଲା ଏବଂ ତାହାକୁ ପଣ୍ଡ କରିଦିଆ ଯାଇଥିଲା ।

 

କାହାଣୀର ଲେଖକ ମୃତ ସ୍ଵାମୀ ତଥା ସ୍ତ୍ରୀଙ୍କୁ ଦର୍ଶକମାନେ ସେମାନଙ୍କୁ ଯେଉଁଭଳି ଦେଖିବାଲାଗି ଚାହିଥାଆନ୍ତେ, ସିଏ ସେହିପରି ଭାବରେ ହିଁ କାହାଣୀଟିକୁ ଶେଷ କରିଥିଲେ,–ହଁ, ପତି ପତ୍ନୀ ପରସ୍ପରକୁ ପରସ୍ପରର ବାହୁପାଶରେ ଆବଦ୍ଧ ହୋଇ ରହିଥିବାର ଦୃଶ୍ୟଟିଏ ରଖିଥିଲେ-। କିନ୍ତୁ ସେଇଟି ସମ୍ପର୍କରେ କଟକଣାଟିଏ ଆସି ହସ୍ତକ୍ଷେପ କରିଥିଲା । ଆପତ୍ତି ହେଲା ଯେ, ପତିଙ୍କର ଜୀବନାବସାନ ଘଟିବାରେ ସେହି ଘଟଣାଟିର କ୍ଷେତ୍ରରେ ପତ୍ନୀ ପ୍ରକୃତରେ ଏକ ନୈତିକ ଅପରାଧ କରୁଛନ୍ତି ଏବଂ ତେଣୁ ଦୋଷୀ ହୋଇଛନ୍ତି । ହଁ, ଏକ ନୈତିକ ଅପରାଧ ପାଇଁ ଶାସ୍ତି ହେଉଛି ମୃତ୍ୟୁଦଣ୍ଡ । ତେଣୁ, ପତ୍ନୀଙ୍କୁ ସେହି ମୃତ୍ୟୁଦଣ୍ଡ ଦିଆଯିବା ଉଚିତ । ଏବଂ, ସମ୍ବାଦପତ୍ରର କ୍ଷେତ୍ରରେ ସକ୍ରିୟ ରହିଥିବା ସ୍ଵାମୀ ବଞ୍ଚି ରହିଥିଲେ ଏବଂ, ତଦ୍ଦ୍ଵାରା ଦର୍ଶକମାନଙ୍କର ଆଂଶିକ ଭାବରେ ସନ୍ତୋଷବିଧାନ ମଧ୍ୟ କରା ଯାଇଥିଲା ।

 

ଏଠାରେ ଆମେ ଉଚିତ ଅନୁଚିତ ବିଚାର କରୁଥିବା ସେହି ନୈତିକ ବିଚାରଟିର ଆଲୋଚନା କରିବା ନାହିଁ, ଯାହାର ସହାୟତା ଗ୍ରହଣ କରି ଫାସିଷ୍ଟ୍‌ବାଦ ବିରୋଧରେ କରାଯାଉଥିବା ସଂଗ୍ରାମକୁ ଏକ ବିଶେଷ ଆଇନ୍‍ଗତ ପ୍ରଚଳନର ତୁଳନାରେ ପ୍ରକୃତରେ ନିମ୍ନତର ବୋଲି କହି ହେବ । ଏଠାରେ କେବଳ ଏତିକି ବୁଝି ପାରୁଥିବା ଯଥେଷ୍ଟ ହେବ ଯେ, ଏହାଦ୍ୱାରା ଚଳଚ୍ଚିତ୍ରଟିର ଦର୍ଶକମାନଙ୍କୁ ଦୁଇଟି କଥା ସ୍ମରଣ କରାଇଦିଆ ଯାଉଥିଲା : (୧) ଘଟଣାମାନେ ଅବଶ୍ୟ ଏକ ନିର୍ଦ୍ଧାରିତ ପ୍ରକାରେ ପ୍ରକୃତରେ ଘଟିବେ ଓ (୨) ତଥାପି ଅଧିକ ଉଲ୍ଲେଖଯୋଗ୍ୟ ଭାବରେ, ଘଟଣାମାନେ ବସ୍ତୁତଃ ଠିକ୍ ସେହିପରି ଭାବରେ ହିଁ ଘଟନ୍ତି । ଏହା ଖାସ୍ ସ୍ଥଳଟିରେ, ମୁଁ ଭାବୁଛି ଏହି ଶିକ୍ଷାଗୁଡ଼ିକ ଶ୍ରୋତାମାନଙ୍କର ମନ ଭିତରେ ରହିବା ସମ୍ଭବ ହେଉନଥିଲା । ଅବଶ୍ୟ, ସାଧାରଣତଃ ସେହି ଶିକ୍ଷାଗୁଡ଼ିକୁ ଏଠାରେ ମନେ କରାଇ ଦିଆ ଯାଇଛି । ଆମେରିକାର ଜାତିଗତ ବାଛବିଚାରର ଭାବନାଟାକୁ ଯେ ଚଳଚ୍ଚିତ୍ରର ରୁଢ଼ିବଦ୍ଧ ଧାରଣାମାନଙ୍କ ଦ୍ଵାରା ସ୍ଥାୟୀ କରି ରଖାଯାଇଛି ଏବଂ ସେଥି ସକାଶେ ଆଳସ୍ୟପରାୟଣ ମନୋରଞ୍ଜନପ୍ରିୟ ନିଗ୍ରୋ ଓ ନିପଟ-କପଟୀ ପ୍ରାଚ୍ୟଭୂଖଣ୍ଡବାସୀଙ୍କୁ ସେଥିପାଇଁ ନିମିତ୍ତ ପରି ବ୍ୟବହାର କରାଯାଇଛି, ଆମେ ଏଠାରେ ସେହି କଥାଟିର ଗୋଟିଏ ଅନୁମାନ କରିପାରିବା । ଏବଂ, ଏହି ଦ୍ଵିତୀୟ କାରଣଟି ହେତୁ ତ ଜାପାନରେ ଆବିର୍ଭୂତ ହୋଇଥିବା ଫାସିଷ୍ଟ୍‌ବାଦକୁ ପରିଷ୍କାର କରିବା ଆମର ଏଠାରେ ସଂପୂର୍ଣ୍ଣ ଭାବରେ ଅସମ୍ଭବପ୍ରାୟ ହିଁ ହୋଇ ରହିଛି ।

 

ଚଳଚ୍ଚିତ୍ରରୁ ସୂଚିତ ହେଉଥିବା ଦୃଷ୍ଟିଗତ ପ୍ରକାରଟି ତ ପ୍ରକୃତରେ କେତୋଟି ଖାସ୍ ମୂଲ୍ୟକୁ ଆଣି ଲୋକମାନଙ୍କ ଉପରେ ବଳପୂର୍ବକ ଲଦି ଦେଉଛି ଏବଂ ତଦ୍ଦ୍ଵାରା ସେମାନଙ୍କ କ୍ରିୟାଶୀଳତାର ଭୂମିଟିକୁ ମଧ୍ୟ ପ୍ରଭାବିତ କରି ରଖିଛି । ସଚେତନ କିମ୍ବା ଅସଚେତନ ଯେପରି ଭାବରେ ହେଉ ପଛକେ, ଯେକୌଣସି ଯୁକ୍ତିର ମାନଦଣ୍ଡରେ ତଉଲି ଦେଖିଲେ ମଧ୍ୟ ସିନେମା ମଧ୍ୟ ପ୍ରଚାରର କାର୍ଯ୍ୟଟିଏ କରୁଛି । ସିନେମା ଦେଖି ଯାଉଥିବା ଜନଗଣ ସିନା କିଛି ମନୋରଞ୍ଜନର ଅବସର ପାଉଛନ୍ତି ବୋଲି ବିଚାରୁଛନ୍ତି, କିନ୍ତୁ ବାସ୍ତବ କ୍ଷେତ୍ରରେ ସେମାନଙ୍କର ମଥାରେ କିଛି ଶିକ୍ଷା ମଧ୍ୟ ପୂରାଇ ଦିଆଯାଉଛି । ଏବଂ, ସବୁବେଳେ ଯେ କୌଣସି ଉତ୍ତମ ଅଭିପ୍ରାୟ ରଖି ତାହା କରାଯାଉଛି, ସେକଥା ମଧ୍ୟ ନୁହେଁ ।

 

ଧାରଣାଟି ଯେପରି ଆରମ୍ଭ ହୋଇଥିଲା

 

ତେଣୁ, କଳାସୃଷ୍ଟିର ସମଗ୍ର କ୍ଷେତ୍ରଟିକୁ ଆମେ ଯେତେବେଳେ ନିଘା କରି ଦେଖିବା, ଆମେ ସେତେବେଳେ ଏହି କଥାଟିକୁ ବୁଝିବାରେ ଅସମର୍ଥ ହେବାନାହିଁ ଯେ, ଜୀବନଠାରୁ ସତକୁସତ ଆସକ୍ତିଛିନ୍ନ ହୋଇ ରହିବା ପ୍ରକୃତରେ ଏକ ଅତ୍ୟନ୍ତ କଷ୍ଟକର କଥା । ଯେତେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ କଳାର ଜଣେ ସ୍ରଷ୍ଟା ପ୍ରକୃତରେ ସଂପୂର୍ଣ୍ଣ ଭାବରେ କ୍ଵଚିତ୍ ଆପଣାର ବକ୍ତବ୍ୟଟିକୁ ନକହି ଚୁପ୍ ହୋଇ ରହିଯିବ, ସିଏ କିଛି ବି ବିଷୟରେ ଅବଶ୍ୟ କିଛି ନା କିଛି କହିବାକୁ ଇଚ୍ଛା କରିବ । ଏବଂ, ଯେତେବେଳେ କିଛି ବ୍ୟକ୍ତ କରିବ, ସେତେବେଳେ ନିଶ୍ଚୟ କିଛି ମତକୁ ହିଁ ବ୍ୟକ୍ତ କରିବ ଏବଂ, ଯେତେବେଳେ ଏକ ମତକୁ ବ୍ୟକ୍ତ କରିବ, ସିଏ ସେପରି କରି କୌଣସି ପ୍ରଚାରରେ ଲିପ୍ତ ହୋଇ ଯାଉଛି କି ନାହିଁ, ସେହି କଥାଟିର ନିର୍ଣ୍ଣୟ କରିବା ସକାଶେ ଏକ ଯଥାର୍ଥ ବିଶ୍ଳେଷଣ କରି ପାରିବା ଭଳି ପ୍ରତିଭାର ପ୍ରୟୋଜନ ହେବ ।

 

ଯଦି ପ୍ରକୃତ କଥାଟି ଏହିପରି ହୋଇଥାଏ, ତେବେ, କଳାର ସ୍ରଷ୍ଟାମାନେ ଏତେ ଏତେ ସଂଖ୍ୟାରେ ସେମାନେ ଆଦୌ କୌଣସି ମତ ବ୍ୟକ୍ତ କରିବାକୁ ଏଡ଼ାଇ ରହିପାରିବେ ଏବଂ ସେହିଭଳି ଏଡ଼ାଇ ରହିଯିବା ଉଚିତ ମଧ୍ୟ ହେବ ବୋଲି କିପରି କେଉଁଠାରୁ ଯେ ଏପରି ଧାରଣାଟିଏ ପାଇଲେ, ସେହି ବିଷୟରେ ଆମକୁ କ୍ଵଚିତ୍ ହିଁ ବିସ୍ମିତ ହେବାକୁ ନପଡ଼ିବ । କାରଣ, ସେମାନେ ଯେ ଏପରି କରିବା ନିଶ୍ଚୟ ସମ୍ଭବ ବୋଲି ଦେଖି ଆସିଛନ୍ତି ସେତିକି ନୁହେଁ, ମାତ୍ର ତାହାକୁ ସତେଅବା ଏକ ସର୍ବମୀମାଂସକ ଆଦର୍ଶ ବୋଲି ଗ୍ରହଣ କରି ନେଇଛନ୍ତି । ଅବଶ୍ୟ, କେତେକଙ୍କ କ୍ଷେତ୍ରରେ ଏହା ଗୋଟିଏ ବାହାନା କିମ୍ବା ଏକ ମିଛ ସଫାଇ ପରି ବି ହୋଇପାରେ, କିନ୍ତୁ ଅନେକ କଳାରତ ବ୍ୟକ୍ତି ତାହାକୁ ଅତ୍ୟନ୍ତ ଉତ୍କଟ ଭାବରେ ବିଶ୍ଵାସ ମଧ୍ୟ କରିବାରେ ଲାଗିଥାଆନ୍ତି । ତେଣୁ, ତାହାକୁ ଏକ ଆକସ୍ମିକ ମୋହଭାବ ବୋଲି କହି ଆମେ କଦାପି ଏଡ଼ାଇ ଦେଇ ପାରିବାନାହିଁ ।

 

ହଁ, ଏହି ଭାବନାଟିର ନିତାନ୍ତ ଏବେ ହିଁ ଆବିର୍ଭାବ ଘଟିଛି ଏବଂ ସେଇଟି ପ୍ରକୃତରେ ବେଶ୍ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଘଟଣା । ସେକାଳର ଏପରି କୌଣସି ଜଣେ କଳାଶିଳ୍ପୀଙ୍କର ଦୃଷ୍ଟାନ୍ତ ଆମକୁ ଆଦୌ ମିଳିବ ନାହିଁ, ଯିଏକି ଆପଣା ସମୟର ଜଣେ ଉପାସକଙ୍କର ବିଶ୍ଵାସକୁ ଦୃଢ଼ କରି ରଖିବାର ଏକ ପ୍ରଚାରବତ୍ ଅଭିପ୍ରାୟକୁ ମନରେ ରଖି ଯୀଶୁମାତା ମାଡ଼ୋନାଙ୍କର ଏକ ଚିତ୍ରର ଅଙ୍କନ କରିଥିବେ । ଏବଂ, ଶିଳ୍ପୀ ମାଇକେଲ୍ ଆଞ୍ଜେଲୋ ମଧ୍ୟ, କର୍ତ୍ତାଙ୍କ ସହିତ ରହିଥିବା ତାଙ୍କର ସକଳ ମତସଂଘର୍ଷ ସତ୍ତ୍ୱେ ସିଷ୍ଟିନା ଚାପେଲର କାନ୍ଥ ଓ ଛାତରେ ଆପଣାର ଛବିଗୁଡ଼ିକୁ ଆଙ୍କିବା ନିମନ୍ତେ ମଧ୍ୟ କଦାପି ମନା କରି ନଥାନ୍ତେ, କାରଣ ନିଜର ଚିତ୍ରରେ ସିଏ ଏକ କାହାଣୀର ପ୍ରତିଫଳନ କରାଇବାକୁ କେବେ ଆଗ୍ରହ ପ୍ରକାଶ କରୁନଥିଲେ । ଲେଖକ ଜନ୍ ବୁନିୟାନ୍ ମଧ୍ୟ କିଛି ରାଜନୀତିକ ପରୋକ୍ଷ ଆବେଦନ ରହିଥିବା ଏକ ଧର୍ମୀୟ ଦୃଷ୍ଟିକୋଣକୁ ବହନ କରୁଥିଲା ବୋଲି ନିଜର ସେହି ସୁବିଖ୍ୟାତ ଉପନ୍ୟାସଟିକୁ ଲେଖିବାର ଇଚ୍ଛାଟିକୁ ଆଦୌ ପରିତ୍ୟାଗ କରିନଥାନ୍ତେ । ଜଣେ କଳାକାର ସ୍ରଷ୍ଟା, କଳାସ୍ରଷ୍ଟା ମାତ୍ରେ ସମସ୍ତେ ଆପଣାର ଏକ ବାର୍ତ୍ତାକୁ ପ୍ରକାଶରୂପ ଦେବେନାହିଁ ବୋଲି ଗୋଟିଏ ମନ୍ତବ୍ୟର ଅର୍ଥକୁ ସମ୍ଭବତଃ ଏହି ବ୍ୟକ୍ତିମାନେ ବୁଝି ମଧ୍ୟ ପାରିନଥାନ୍ତେ । ନାଇଁ, ନାଇଁ, ସେମାନେ ଯାହାକିଛିକୁ ନିଜ ହୃଦୟର ନିକଟତମ ହୋଇ ରହିଥିବା ପରି ଅନୁଭବ କରୁଥିଲେ, ସେମାନେ କେଡ଼େ ସରଳ ତଥା ଭବ୍ୟ ଭାବରେ ସେହି କଥାଟିକୁ ସର୍ବଦା କହିଦେଇ ପାରୁଥିଲେ ।

 

ହଁ, ସେହି ଅନ୍ୟଟି ହେଉଛି ଏବର ଏକ ଧାରଣା, କାରଣ ଏହାର ଚେରମାନେ ଆମର ଏହି ଆଧୁନିକ ସମାଜରେ ହିଁ ରହିଛନ୍ତି । ଏଇଟି ହେଉଛି ଆମର ସମସାମୟିକ ଏକ କାଳପର୍ଯ୍ୟାୟର । ଭିତରେ କେବେହେଲେ କୌଣସି ଉପାଦାନ ରହିବନାହିଁ ବୋଲି ଏହାଦ୍ଵାରା କୁହାଯାଉଛି; ସେଥିମଧ୍ୟରେ ଏପରି ଏକ ଅନୁମାନ ମଧ୍ୟ ନିହିତ ହୋଇ ରହିଛି ଯେ, ଏହି ପୃଥିବୀ ହେଉଛି ଏପରି ଏକ ବସ୍ତୁ, ଯେଉଁଟିରୁ ଦୂରରେ ରହିବାକୁ ପଡ଼ିବ; ଆଦୌ ଏପରି ବସ୍ତୁ ନୁହେଁ ଯେଉଁଟିରେ ରହିଥିବା ହେତୁ ଆମେ ଆଦୌ କୌଣସି ଆନନ୍ଦକୁ ପ୍ରକାଶ କରିପାରିବା । ହଁ, ଏହି ଧାରଣାଟି ଏକ ସଙ୍କଟ ଏବଂ ସ୍ଖଳନ-କାଳରୁ ହିଁ ପ୍ରସୂତ ହୋଇଛି । ଆଂଶିକ ଭାବରେ ଆର୍ଥିକ ଏବଂ ଆଂଶିକ ଭାବରେ ଆଦର୍ଶବାଦଗତ କେତେକ ଉତ୍ସରୁ ହିଁ ତାହାର ଉତ୍ପତ୍ତି ।

 

ଆମ ଆଧୁନିକ ସମାଜର ଗୋଟିଏ ଲକ୍ଷଣ ହେଉଛି ଯେ, ଏଥିରେ ଚିତ୍ରବିତ୍, ସଙ୍ଗୀତକାର ଓ ବିଦ୍ଵାନ୍‌ମାନେ ସେମାନେ ଯେ ନିଜର ସମାଜରେ କେଉଁଭଳି ଏକ ଭୂମିକା ଗ୍ରହଣ କରିବେ, ସେହି ବିଷୟରେ ସୁନିଶ୍ଚିତ ଭାବରେ କୌଣସି ମୀମାଂସା କରି ପାରିନାହାନ୍ତି । ସେମାନେ ନିଜକୁ ଏକ ଅତ୍ୟନ୍ତ ସ୍ପଷ୍ଟ ଅବଶ୍ୟ–କରଣୀୟରୁ ନିଜକୁ ଦୂରଛଡ଼ା କରି ରଖିଛନ୍ତି,–ଏବଂ, ସେମାନଙ୍କର ପୂର୍ବତନ ସାମନ୍ତବାଦୀ ପୀଢ଼ିର ସମଧର୍ମୀମାନେ ବସ୍ତୁତଃ କେବେହେଲେ ତାହା କରିନଥିଲେ । ପଣ୍ୟମାନଙ୍କର ଉତ୍ପାଦନର ମାଲିକ ଏବଂ ଶ୍ରମିକ କିଭଳି ଗୋଟିଏ ଗୋଟିଏ କାର୍ଯ୍ୟର ସମ୍ପାଦନ କରନ୍ତି, ତାହା ଅତ୍ୟନ୍ତ ସ୍ପଷ୍ଟ ଭାବରେ ସମସ୍ତଙ୍କୁ ଜଣାଥାଏ । ଏବଂ, ଏହି ଅନ୍ୟ କଥାଟି ମଧ୍ୟ ସର୍ବଦା ସମାନ ଭାବରେ ସ୍ପଷ୍ଟ ହୋଇ ରହିଥାଏ ଯେ, ବୈଜ୍ଞାନିକ ନାମକ ସେହି ଖାସ୍‍କୁଶଳ ସମୂହଟିର ସାହାଯ୍ୟ ନଥିଲେ ମାଲିକମାନେ ଆଦୌ କିଛିହେଲେ କରି ପାରିବେନାହିଁ । କିନ୍ତୁ, ଅନ୍ୟ ପକ୍ଷରେ, ସମାଜର ମୂଳଭୂତ ଆର୍ଥିକ ବ୍ୟବସ୍ଥାୟନ ଗୁଡ଼ିକ ସହିତ କଳାସ୍ରଷ୍ଟାମାନଙ୍କର ସେପରି କୌଣସି ଅନିବାର୍ଯ୍ୟତାର ସମ୍ପର୍କ ରହିନଥାଏ । ତେଣୁ, ସେହିମାନଙ୍କୁ ହିଁ ଏକମାତ୍ର ‘ସ୍ଵାଧୀନ’ ଉତ୍ପାଦନକାରୀ ବୋଲି କୁହାଯାଇ ପାରିବ,–ହଁ, ସେମାନେ ସୌନ୍ଦର୍ଯ୍ୟ ବୋଲି କୁହାଯାଉଥିବା ଏକ ପଣ୍ୟକୁ ବଜାରକୁ ନେଇଥାଆନ୍ତି । ଏବଂ, ଯେତେଦୂର ଚିନ୍ତା କରି ହେଉଛି, ସେମାନଙ୍କ ପଣ୍ୟ-ବିକ୍ରୀର ବଜାରରେ ପ୍ରକୃତରେ କୌଣସି ନିଶ୍ଚିତତା ମଧ୍ୟ ନଥାଏ । ସେହି ବଜାରର କାରବାରରେ କ୍ରେତାମାନଙ୍କର ଏକ ଭୟଙ୍କର ପ୍ରଭାବ ରହିଥାଏ ଏବଂ ତଦ୍ଦ୍ଵାରା ନିତାନ୍ତ ଅସହନୀୟ ଭାବେ ସେଠାରେ ଉତ୍ପାଦନକାରୀର ଇଚ୍ଛାମାନେ ସର୍ବଦା ସୀମିତ ହୋଇ ରହିଥାଆନ୍ତି-। ଯେଉଁମାନେ ଜୋତା ତିଆରି କରନ୍ତି ଏବଂ ଯେଉଁମାନେ ଜୋତା କିଣନ୍ତି, ହଳେ ଭଲ ଜୋତା କହିଲେ କ’ଣ ସବୁକୁ ବୁଝାଇବ ସେମାନେ ସେହି ବିଷୟରେ କେଡ଼େ ସହଜରେ ଏକ ସାଧାରଣ ସମ୍ମତିରେ ଅବଶ୍ୟ ଆସି ଉପନୀତ ହୋଇ ପାରିବେ । କିନ୍ତୁ, ଗୋଟିଏ ଭଲ ଛବି, ଭଲ କହି ଅଥବା ଭଲ ବାଦ୍ୟବୃନ୍ଦ କହିଲେ କ’ଣସବୁ ବ୍ୟାପାରକୁ ବୁଝାଇବ, ସେହି ବିଷୟରେ ଏକମତ ହୋଇ ପାରୁଥିବା ସେହି ବିକ୍ରେତା ତଥା କ୍ରେତାମାନେ ପ୍ରକୃତରେ କେଉଁଠାରେ ମିଳିବେ-? ଜଣେ କଳାସ୍ରଷ୍ଟା କାରିଗର ଆପେ ଯାହାକୁ ସୁନ୍ଦର ବୋଲି ଭାବୁଥାଏ, ବସ୍ତୁତଃ ସେଇଟିର ଉତ୍ପାଦନ କରୁନଥାଏ; ତା’ ଅନୁମାନରେ ଭାବୀ କ୍ରେତାଗଣ ଯାହାକୁ ସୁନ୍ଦର ବୋଲି ଭାବିବେ ଏବଂ ତେଣୁ ପସନ୍ଦ କରିବେ, ସିଏ ବରଂ ସେହିଗୁଡ଼ିକୁ ହିଁ ଗଢ଼ିବାରେ ଲାଗିଥାଏ । ସିଏ ନିଜେ ଯାହା କହିବାକୁ ଇଚ୍ଛା କରୁଛି, ସେଗୁଡ଼ିକୁ ଆଦୌ କହେନାହିଁ : ନିଜର ଅଭିଳାଷ ଅନୁସାରେ ନକ୍ସାଗୁଡ଼ିକୁ ଆଦୌ ବନାଏ ନାହିଁ । ତା’ ଭିତରେ ଥିବା ପ୍ରେରଣାର ଧାରାଟି ସତକୁସତ ଶୁଷ୍କ ହୋଇଯାଏ-। ଆଗକୁ ଅନାଇଦେବା ମାତ୍ରକେ ସିଏ ଏକ ଭୟାନକ ଦୃଶ୍ୟର ସମ୍ମୁଖୀନ ହୁଏ, ଯେଉଁଟିରେ ସତେଯେପରି ଗୋଟାଏ କୁରାଢ଼ି କେତେ କ’ଣକୁ ଖାଲି ହାଣି ପକାଇବାରେ ଲାଗିଥାଏ ।

 

ହଁ, ସତେ ଯେପରି । ମାତ୍ର, ଏତିକିରେ ମନ ନମାନୁଥିବା ପରି ଅପେକ୍ଷାକୃତ ଅଧିକ ଧନବାନ କ୍ରେତାମାନେ ନିଜ ଭିତରେ ଆଉ ଏକ ଖାସ୍ ପ୍ରବୃତ୍ତିର ପରିଚୟ ଦେଉଥିଲେ, ଯାହାକୁ ଶ୍ରୀ ମାଥ୍ୟୁ ଆରାନୋଲ୍‌ଡ଼୍ ଏକ ଫିଲିସ୍ତିନୀ ମନୋବୃତ୍ତି ବୋଲି କହୁଥିଲେ । ବହୁ ଦଶନ୍ଧି ପର୍ଯ୍ୟନ୍ତ ସେମାନେ ନୂତନ ପ୍ରତିଭାର ଅଭିବୃଦ୍ଧି ହେବାଭଳି ଆଦୌ କୌଣସିଥିରେ ହିଁ ଏକ ନିମ୍ନତମ ଆଗ୍ରହ ହିଁ ଦେଖାଉ ନଥିଲେ । ଉଦାହରଣ ସ୍ୱରୂପ, ଯେତେବେଳେ ସେମାନେ ଛବି କ୍ରୟ କରିବାରେ ଆପଣାର କିଛି ଧନରାଶି ବ୍ୟୟ କରୁଥିଲେ, ସେତେବେଳେ, ଶ୍ରୀଯୁକ୍ତ ଭେବଲେନ୍ ଯେପରି ବଢ଼ିଆ ଭାବରେ କଥାଟିକୁ ବର୍ଣ୍ଣନା କରିଛନ୍ତି, ସେମାନଙ୍କ ପାଖରେ କେତେ ଅଧିକ ପଇସା ପ୍ରକୃତରେ ମହଜୁଦ ରହିଛି ବୋଲି ଦେଖାଇ ଦେବା ନିମନ୍ତେ ସେହି କାର୍ଯ୍ୟଟିକୁ କରୁଥିଲେ । ଏବଂ, ସେଥିସକାଶେ ସେମାନେ ପୁରାତନ କାଳର ପ୍ରବୀଣମାନଙ୍କ ଦ୍ଵାରା ଅଙ୍କା ହୋଇଥିବା ଛବିଗୁଡ଼ିକୁ ହିଁ ସଂଗ୍ରହ କରୁଥିଲେ । ଏହି ସମସାମୟିକ ଏକ କାଳର ଛବିଟିଏ କ୍ରୟ କରି ସେଥିଲାଗି ଏକହଜାର ଡଲାର ମୁଦ୍ରା ଗଣିଦେଇ କେହି କଦାପି ଆପଣାର ବହୁପରିମାଣ ସମ୍ପତ୍ତିର ପରିଚୟ ଦେଇ ପାରିବନାହିଁ; କିନ୍ତୁ, ପୁରାତନ ଛବିକାର ରେଁବ୍ରାଣ୍ଟ୍‌ଙ୍କର ଛବିଟିଏ ପଚାଶ ହଜାର ଡଲାର ଦେଇ କ୍ରୟ କଲେ ତୁମର ଧନଶାଳିତା ଅବଶ୍ୟ ସ୍ପଷ୍ଟ ହୋଇଯିବ ।

 

ଅନ୍ୟ ସକଳ କ୍ଷେତ୍ରର କଳାକାରମାନଙ୍କର ତୁଳନାରେ ଛବିନିର୍ମାଣର କ୍ଷେତ୍ରଟିକୁ ହିଁ ଏହି ସ୍ଥିତିମାନେ ଅଧିକତର ପରିମାଣରେ ପ୍ରଭାବିତ କରିଥିଲେ । ତଥାପି, ସାଧାରଣ ଭାବରେ ସେହି ପ୍ରଭାବଟି କଳାସମ୍ପର୍କିତ ସମସ୍ତ କ୍ଷେତ୍ରରେ ପଡ଼ିଥିଲା ଏବଂ ଏକ ବିଦ୍ରୋହ ଓ ପ୍ରୟୋଗର ପରମ୍ପରା ସମ୍ଭବ କରି ଆଣିଲା । ଏବଂ, କ୍ୟାମେରା ଦ୍ଵାରା ଫଟୋ ଗ୍ରହଣ କରିବାର ନୂଆ ଉଦ୍‌ଭାବନଟି ଆସି ଛବିକଳାର ଜ୍ଞାପନଗତ ଉପଯୋଗିତାଗୁଡ଼ିକୁ ମଧ୍ୟ ସମାପ୍ତ କରି ଦେଇଥିଲା ଏବଂ ତାହା ଫଳରେ ଆଗର ସେହି କଳାପ୍ରକାରଗୁଡ଼ିକ ପ୍ରକୃତରେ ଗୁଡ଼ିଏ ସତେଅବା ତୁଚ୍ଛା ଅବ୍ୟାବହାରିକ ବନ୍ଧ୍ୟାତ୍ଵର ବଶବର୍ତ୍ତୀ ହୋଇ ବାଷ୍ପରେ ହିଁ ପରିଣତ ହୋଇ ଯାଉଥିଲେ । ତେଣୁ, ଏପରି ଗୋଟିଏ ମୁହୂର୍ତ୍ତରେ, ଯେତେବେଳେ ଦାସତ୍ଵବୃତ୍ତିଟା ତାହାର ଏକତିକ୍ତତମ ସୀମାରେ ଯାଇ ପହଞ୍ଚିଲା, ସେତେବେଳେ ଅପ୍ରତ୍ୟାଶିତ ଭାବରେ ଏକ ନୂତନ ମୁକ୍ତିଲାଭର ଅବକାଶ ଆବିର୍ଭୂତ ହୋଇ ଆସିଥିଲା । ପ୍ରଧାନତଃ ଏକ ନମୁନାର ଉପସ୍ଥାପନା ଉଦ୍ଦେଶ୍ୟରେ ଛବିକାରମାନେ ପୃଥିବୀକୁ ବିଷୟରୂପେ ଗ୍ରହଣ କରି ଛବି ଆଙ୍କି ପାରିଲେ ଅଥବା, ନମୁନାଗୁଡ଼ିକର ଉପସ୍ଥାପନ କରିବା ଆବଶ୍ୟକ ହେବାରୁ ପୃଥିବୀକୁ ବିଷୟରୂପେ ବ୍ୟବହାର କରି ଆଉ କୌଣସି ଛବି ବି ଆଙ୍କି ନଥିଲେ । ସଙ୍ଗୀତ–ନିର୍ମାତାମାନେ ହୁଏତ ପୂର୍ଣ୍ଣତାନ ସଙ୍ଗୀତମାନଙ୍କର ରଚନା କଲେ ଅଥବା ଆହୁରି ଅନ୍ୟଭଳି କ’ଣଟିଏ କଲେ, ଯାହାକି ଆଦୌ କୌଣସି ଛନ୍ଦତାନର ସୂଚନା ହିଁ ପ୍ରଦାନ କରୁନଥିଲା । କବିତାକାରମାନେ ମଧ୍ୟ ପାଣ୍ଡିତ୍ୟପୂର୍ଣ୍ଣ ଏବଂ ଅସ୍ପଷ୍ଟତାର ଦ୍ୟୋତକ ନାନା ଦାମ୍ଭିକତାର ଅଭିବ୍ୟକ୍ତି ଦ୍ଵାରା ସମ୍ଭବତଃ ଏକ ନୂତନ ଶକ୍ତିମତ୍ତାର ଆବିଷ୍କାର ହୋଇପାରିବ ବୋଲି ଅନୁମାନ କରିଥିଲେ ।

 

ଏହିପରି ଭାବରେ ଏକ ନୂତନ ଅଭ୍ୟସ୍ତତାରେ ଆପଣାକୁ ମଡ଼ାଇ ନେବାର ପ୍ରୟାସ କରୁ କରୁ ସେହି ପ୍ରକ୍ରିୟାରେ ଏକ ତତ୍ତ୍ଵ ମଧ୍ୟ ଜନ୍ମଲାଭ କରିଥିଲା; ଏକ ନୂତନ ଟେକ୍‌ନିକ୍‌କୁ ଅବିଳମ୍ବେ ନିଜକୁ ଏକ ନୂତନ ସୌନ୍ଦର୍ଯ୍ୟଶାସ୍ତ୍ରର ଜନକରୂପେ ଆବିଷ୍କାର କରିଥିଲା । ଊନବିଂଶ ଶତାବ୍ଦୀର ପ୍ରାରମ୍ଭକାଳର ରୋମାଣ୍ଟିକ୍‌ମାନେ ମନୁଷ୍ୟଜାତିର ସମ୍ମୁଖରେ ଆପଣାର ସେହି ଆହତ ସମାକୁଳତାଗୁଡ଼ିକୁ ଆଣି ଅର୍ପଣ କରିଦେବା ନିମନ୍ତେ ଆସି ପହଞ୍ଚିଥିଲେ ଏବଂ ତାହାରି ଜରିଆରେ ହିଁ ସମାଜରେ ଆପଣା ନିମନ୍ତେ ତଥାପି ଗୋଟିଏ ସ୍ଥାନ ତିଆରି କରିନେବାକୁ ଚେଷ୍ଟା କରିଥିଲେ । ଶତାବ୍ଦୀଟି ଶେଷ ହୋଇ ଆସୁଥିବା ବେଳକୁ କଳାକାରମାନେ ଆପଣାର କାର୍ଯ୍ୟକ୍ରମଟିକୁ ସତେଅବା ଏକ ପୂରା ଓଲଟା ରୂପ ଆଣି ଦେଇ ସାରିଥିଲେ : ସେମାନେ ନିଜ ଚତୁଷ୍ପାର୍ଶ୍ଵର ପୃଥିବୀଟି ମଧ୍ୟରୁ ନିଜକୁ ନିଷ୍କ୍ରାନ୍ତ କରି ନେଇଥିଲେ, ଯାବତୀୟ ନୀତିର ଭୂମିରୁ (ଶ୍ରୀଯୁକ୍ତ ନୀତଶେଙ୍କର ସହାୟତା ଗ୍ରହଣ କରି) ନିଜକୁ ସଂପୂର୍ଣ୍ଣ ଭାବରେ ଊର୍ଦ୍ଧ୍ଵକୁ ହିଁ ନେଇ ଯାଇଥିଲେ ଏବଂ ଅବଶିଷ୍ଟ ମନୁଷ୍ୟଜାତିଟା ମଧ୍ୟ ସେମାନଙ୍କ ସହିତ କଷଣ ଭୋଗ କରୁ ବୋଲି ଆହ୍ଵାନ ଦେଉଥିଲେ-। ଏପରି କହିବା ହୁଏତ କିଞ୍ଚିତ୍ ହୃଦୟହୀନ ବୋଧ ହୋଇପାରେ; ମାତ୍ର ଏହି ବ୍ୟକ୍ତିମାନେ ଏହିପରି କରି ଗର୍ବ ଅନୁଭବ କଲେ, ନିଜକୁ ସ୍ଵାଧୀନ ପରି ଭାବିଥିଲେ ଏବଂ ଖୁବ୍ ଚମତ୍କାର କେତୋଟି ଶକ୍ତିର ଅଧିକାରୀ ହୋଇ ଯାଇଥିବା ପରି ଅନୁଭବ କଲେ । ଏବଂ, କହନ୍ତୁ ତ, ଏହି ବାଗିର୍‌ର ମନୁଷ୍ୟମାନେ ନିଜେ ଆଦରି ନେଇଥିବା ବେଡ଼ିଗୁଡ଼ାକୁ ଯେ ଏପରି ଭଲ ପାଇବେ, ସେକଥା ଆଦୌ ପ୍ରତ୍ୟାଶା ମଧ୍ୟ କରିହେବ କି ?

 

ଶ୍ରୀ ବେନେଡ଼ିଟୋ କ୍ରୋଚେ, ଇଟାଲୀର ସେହି ଦାର୍ଶନିକଙ୍କର ମଣ୍ଡଳଟି ଭିତରୁ ସତେଅବା ଏକ ଅନୁମତିପତ୍ର ଲାଭ କରି ବାହାରି ଆସିଥିବାର ଘୋଷଣା କରିଥିବା ପରି ଦର୍ଶାଇ ଏହି ନୂତନ ପର୍ଯ୍ୟାୟଟିର ଉଦ୍‌ଘାଟନ କରାଯାଇଥିଲା । କ୍ରୋଚେ ଦର୍ଶାଇ ଯାଇଥିଲେ ଯେ, ଅସଲ କଳା କୌଣସି ନିୟମ ବା ମାପକର ଗୁଳାରେ ବାଧ୍ୟ ହୋଇ ରହିବନାହିଁ, ନୈତିକତା ସହିତ ତା’ର ମୋଟେ କିଛି ମଧ୍ୟ କରିବାକୁ ନଥିବ ଏବଂ, ତାହା ବ୍ୟବହାର୍ଯ୍ୟତାର କୌଣସି ହିସାବ ରଖିବନାହିଁ । ତାଙ୍କ କହିବା ଅନୁସାରେ, କଳା ହେଉଛି କେବଳ ଗୋଟିଏ ଅଭିବ୍ୟକ୍ତି । ଅର୍ଥାତ୍, ତୁମର ମନଭିତରେ ଯାହା ରହିଛି, ତୁମେ ତାହାକୁ ଶବ୍ଦ ଦେଇ ପ୍ରକାଶ କରିବ, ଛବିଟିଏ ଆଙ୍କିବ କିମ୍ବା ସଙ୍ଗୀତର ଏକ ଧ୍ୱନି-ସଂଯୋଜନ ଦ୍ଵାରା ବ୍ୟକ୍ତ କରିଦେବ । ଏତେ ଅଧିକ ପରିମାଣରେ ସମୟୋଚିତ ହୋଇ ପୂର୍ବରୁ କୌଣସି ସିଦ୍ଧାନ୍ତ ହିଁ ନିଜକୁ ପ୍ରକଟ କରିନଥିଲା, ଏବଂ ଏକ ମହୋଲ୍ଲାସ ସହିତ ତାହାର ସ୍ଵାଗତ ହେଲା;–ସତେଅବା ଗୋଟିଏ କେଡ଼େ ମହତ୍ତର ଆଦର୍ଶଟିଏ ଆସି ଅପେକ୍ଷା କରି ରହିଥିଲା । କାରଣ, ପରିପୂର୍ଣ୍ଣ ମାତ୍ରରେ ସୈଦ୍ଧାନ୍ତିକ ହୋଇ ରହିଥିବା ବିଧାନଗୁଡ଼ିକର ଅସଲ ସମସ୍ୟାଟି ଆଦୌ ନୁହେଁ ଯେ, ସେଗୁଡ଼ିକ ଗୋଟିଏ ଗୋଟିଏ ବିଧାନରୂପେ ଆସି ଆମ ଆଗରେ ରହିଥାନ୍ତି; ଅସଲ ସମସ୍ୟା ହେଉଛି ଯେ, ସେଗୁଡ଼ିକ କେବଳ ସିଦ୍ଧାନ୍ତବତ୍ ହିଁ ରହିଥାଆନ୍ତି । ଏବଂ, ଭିକ୍ଟୋରିଆ–କାଳର ନୈତିକ ବିଧାନଗୁଡ଼ିକର ମଧ୍ୟ ଏଇଟି ଅସଲ ଅସୁବିଧା ନୁହେଁ ଯେ ସେଗୁଡ଼ିକ କେବଳ ଏକ ନୈତିକତାର ହିଁ ଉଦବୋଧନ ଆଣି ଦେଉଥାନ୍ତି; ଅସଲ ସମସ୍ୟା ତଥା ଅସୁବିଧାଟି ହେଉଛି ଯେ, ସେଗୁଡ଼ିକ ସେହି ଭିକ୍ଟୋରୀୟ କାଳଟିର ଗୋଟିଏ ଗୋଟିଏ ନମୁନା ହୋଇ ରହିଥାଆନ୍ତି । ଶ୍ରୀ କ୍ରୋଚେଙ୍କର ଅନୁଗାମୀଗଣ ସେମାନଙ୍କର ବିରୋଧୀ ପକ୍ଷଟି ସଦୃଶ ପ୍ରକୃତରେ ସେହି ଏକା ଭୁଲଟିକୁ କରିଥିଲେ ଯେ, ସେମାନେ କେବଳ ସେହି ସେତେବେଳଟିର ରୁଚି ଓ କେବଳ ସେହି କାଳଟିର ନୈତିକତା ଗୁଡ଼ିକୁ ସର୍ବକାଳର ବୋଲି ସ୍ଵୀକାର କରି ନେଲେ । ମାତ୍ର, ଯେତେଯାଏ ଆଶା ପୋଷଣ କରା ଯାଇଥିଲା, ବିମୋଚନଟି କାର୍ଯ୍ୟତଃ ସେତେଯାଏ ସମ୍ଭବ ହେଲା କି ? ଯଦି ସକଳ କଳାତ୍ମକ ସକ୍ରିୟତା କେବଳ ଅଭିବ୍ୟକ୍ତି ହିଁ ହୁଏ, ତେବେ ସେହିସବୁ କଳାସ୍ରଷ୍ଟାମାନଙ୍କ ବିଷୟରେ ପୁଣି କ’ଣ କୁହାଯିବ, ଯେଉଁମାନେ କି ସେମାନେ ବଞ୍ଚୁଥିବା ପୃଥିବୀଟି ବିଷୟରେ ମଧ୍ୟ ସତକୁ ସତ କିଛି କହିବାକୁ ଇଚ୍ଛା କରିଥାନ୍ତି ? ଯଦି ସେମାନେ ସାଧାରଣ ଭାବରେ ସମାଜ-ସମ୍ପର୍କର ଏବଂ ନିର୍ଦ୍ଦିଷ୍ଟ ଭାବରେ ଏକ ବିପ୍ଳବ ବିଷୟରେ ମନ୍ତବ୍ୟ ପ୍ରଦାନ କରିବା ଲାଗି ଅଭିଳାଷ ରଖିଥାନ୍ତି ? ଏବଂ, କ୍ରୋଚେଙ୍କର କୌଣସି ଅନୁଗାମୀ ସେଥିରେ କୌଣସି ଆପତ୍ତି ମଧ୍ୟ କରି ପାରିବନାହିଁ । ସିଏ ଯେଉଁ ତତ୍ତ୍ଵଟିକୁ ପୋଷଣ କରୁଛି, ସେଥିରେ ସମାଜକୁ ନେଇ ମନ୍ତବ୍ୟମାନ ବ୍ୟକ୍ତ କରିବାକୁ ଆଦୌ ନିଷିଦ୍ଧ କରା ଯାଇନାହିଁ । ସେପରି କରିବାଲାଗି ସିଏ ଯେ ବାଧ୍ୟ ହେବନାହିଁ, ସେଇଟି କେବଳ ଏତିକିମାତ୍ର କଟକଣା ରଖିଛି, କ୍ରୋଚେଙ୍କର ରଚନାରେ ଏପରି କୌଣସି ସିଦ୍ଧାନ୍ତ ନାହିଁ, ଯାହାକି ଜୀବନ ବିଷୟରେ ଏକ ପୂର୍ଣ୍ଣ ଅନାସକ୍ତ ଭାବ ରଖିବା ବିଷୟରେ ତାହା ଆବଶ୍ୟକ ମନେ କରିଛି କିମ୍ବା କାହାକୁ ବାଧ୍ୟ କରିବାକୁ ମନ ବଳାଇଛି ।

 

ଦୁଇଜଣ ଇଂଲଣ୍ଡବାସୀ,–କ୍ଲାଇବ୍ ବେଲ୍ ଏବଂ ରୋଗର ଫ୍ରାୟଙ୍କ ଦ୍ଵାରା ୧୯୧୦ ସରିକି ଯାଇ ସେହି ଅଭାବଟିର ଆଖର ପୂରଣ କରାଗଲା । ସୌନ୍ଦର୍ଯ୍ୟବୋଧର ଆନନ୍ଦ ଲାଭ କରିବା ନିମନ୍ତେ ଆଙ୍ଗିକଟି ହିଁ ସଂପୂର୍ଣ୍ଣ ଭାବରେ ଅବଶ୍ୟ ଉଦ୍ଦେଶ୍ୟ ହୋଇ ରହିବ ବୋଲି ସେମାନେ ଦାବୀ କରିଥିଲେ ଓ ସେହି ଅନୁସାରେ ଏହି କ୍ଷେତ୍ରରେ ସର୍ବବିଧ ନିହିତାର୍ଥ, ଜୀବନ ସହିତ ରହୁଥିବା ଯାବତୀୟ ସଦୃଶତା ତଥା ବିଶେଷ ଭାବରେ ସମ୍ଭାବ୍ୟ ସର୍ବବିଧ ଅନ୍ତରଙ୍ଗ ଓ ବ୍ୟକ୍ତିଗତ ସମ୍ପର୍କକୁ ସଂପୂର୍ଣ୍ଣ ଅପ୍ରାସଙ୍ଗିକ ବୋଲି କହି ବାଦ୍ ଦେଇଥିଲେ । ଏବଂ ତେଣୁ, ସଙ୍ଗୀତର କ୍ଷେତ୍ରରେ ମଧ୍ୟ ବର୍ଣ୍ଣ ଏବଂ ନକ୍ସା ହିଁ ଏକମାତ୍ର ମୂଲ୍ୟ ହୋଇ ଅବଶ୍ୟ ରହିବେ । ତେବେ ସିନା ଜଣେ ପୁଲକିତ ଦ୍ରଷ୍ଟା ବା ଶ୍ରୋତା, ସେହି ବ୍ୟକ୍ତି-ନିରପେକ୍ଷ ଉପସ୍ଥାପନାଗୁଡ଼ିକୁ ଦେଖି ସଙ୍ଗେ ସଙ୍ଗେ ଏହି ସାଧାରଣ ଜୀବନର ସ୍ତରଟିରୁ ଊର୍ଦ୍ଧ୍ଵକୁ ଉଠିଯାଇ ପାରିବ–ସାଧାରଣ ମଣିଷମାନଙ୍କର ସୀମାଠାରୁ ଉପରକୁ ଚାଲିଯିବ । ତା’ ନହେଲେ, ଶ୍ରୀଯୁକ୍ତ ବେଲ୍‌ଙ୍କର କହିଥିବା ଅନୁସାରେ :

 

ସୌନ୍ଦର୍ଯ୍ୟବୋଧ–ଜନିତ ଆନନ୍ଦର ସେହି ଅତ୍ୟୁଚ୍ଚ ଶିଖରଗୁଡ଼ିକରୁ ମୁଁ ଏହି ମାମୁଲି ଉଷ୍ଣତାର ଅନୁଭବଟିଏ ଆଣି ଦେଉଥିବା ମନୁଷ୍ୟଜୀବନର ନିମ୍ନସ୍ଥ ଆରାମପ୍ରଦାନକାରୀ ପାଦଦେଶମାନଙ୍କ ଭିତରକୁ ଟଳି ପଡ଼ିଥିଲି । ଏଇଟି ପ୍ରକୃତରେ ଗୋଟିଏ ଆନନ୍ଦମୟ ରାଜ୍ୟ । ସେଠାରେ ଆପଣାକୁ ନେଇ ଅମିତ ଆନନ୍ଦ ଭୋଗ କରୁଥିବାରୁ କେହି ଆଦୌ ଲଜ୍ଜିତ ଅନୁଭବ କରୁନାହିଁ । ହଁ, କେବଳ ସେହି ବ୍ୟକ୍ତିଟି, ଯିଏକି କେବେହେଲେ ସେହି ଉଚ୍ଚତାମାନଙ୍କରେ ଯାଇ ପହଞ୍ଚି ପାରିନାହିଁ, ସେଇ ସମ୍ଭବତଃ ସେହି ଆରାମପରିପୂର୍ଣ୍ଣ ଉପତ୍ୟକାଗୁଡ଼ିକରେ ପହଞ୍ଚି କିଞ୍ଚିତ୍ ହତୋତ୍ସାହିତ ଅନୁଭବ କରିବ । ଏବଂ, ପ୍ରକୃତରେ କେହି ଏପରି କଳ୍ପନା ନକରୁ ଯେ, ସିଏ ଯେହେତୁ ରୋମାଞ୍ଚପୂର୍ଣ୍ଣ ଜୀବନର ଉଷ୍ଣତାଦାୟକ କ୍ଷେତଭୂମି ଏବଂ ଅପୂର୍ବ ଏକାନ୍ତସ୍ଥାନ ଗୁଡ଼ିକରେ ଆନନ୍ଦର ଆସ୍ଵାଦନ କରିଛି, ସେହି କାରଣରୁ ସେ କଳାରୂପକ ସେହି ସଦାଶୀତଳ ଶୁଭ୍ର ଶୃଙ୍ଗଗୁଡ଼ିକୁ ଆରୋହଣ କରିଥିବା ସେହି ଅନ୍ୟ ବ୍ୟକ୍ତିମାନଙ୍କର ସ୍ଵଭାବସହଜ ଏବଂ ଭାବ-ଉତ୍ତେଜକ ଉଲ୍ଲାସଗୁଡ଼ିକର ଆଦୌ କୌଣସି ଅନୁମାନ ବି କରିପାରିବେ । *

 

*Clive Bell : Art, The Frederick A, Stokes Co, New York, 1914, pp, 32-3.

 

ତାହାର ତିରିଶବର୍ଷ ପରେ ଏକ ପଶ୍ଚାଦ୍‌ଦୃଷ୍ଟି ପକାଇ ଆମେ ସେହି ଶୃଙ୍ଗମାନଙ୍କୁ ପ୍ରକୃତରେ ଏଡ଼େ ଶୀତଳ ତଥା ସେହି ଉଲ୍ଲାସମାନଙ୍କୁ ସେତେ ସ୍ଵଭାବସହଜ ବୋଲି ଆଦୌ ପ୍ରତ୍ୟକ୍ଷ କରି ପାରୁନାହୁଁ । ମାତ୍ର, ସେକାଳର ସେହି ଦିନଗୁଡ଼ିକରେ, ଯେତେବେଳେ ଚିତ୍ରକଳ୍ପବାଦୀ କବିମାନେ ଆପଣାର କୃତିଗୁଡ଼ିକରେ ମଣିମୁକ୍ତାମାନଙ୍କୁ ଆଣି ଖଞ୍ଜି ଦେଉଥିଲେ ଏବଂ ଚିତ୍ରକରମାନେ ତିନିପ୍ରସ୍ଥବିଶିଷ୍ଟ ଏକ ଶୈଳୀର ଆବିଷ୍କାର ମଧ୍ୟ କରୁଥିଲେ, ସେତେବେଳେ କେତେ କେତେ ମନୁଷ୍ୟ କେଡ଼େ ଉତ୍ସାହିତ ହୋଇ ବିଶ୍ଵାସ କରୁଥିଲେ ଯେ, ଆଖର ସ୍ଥାନ ବିଷୟରେ ଆମର ଧାରଣା ସ୍ଵର୍ଗରାଜ୍ୟର ଦ୍ଵାରଗୁଡ଼ିକୁ ଅବଶ୍ୟ କିଳି ରଖିବାରେ ସମର୍ଥ ହୋଇଛି ଏବଂ ଜ୍ୟାମିତିନାମକ ଆମର ଶାସ୍ତ୍ରଟା ତାରାକାମାନଙ୍କୁ ବହିଷ୍କୃତ କରି ମଧ୍ୟ ରଖିପାରିଛି । ସେହି ଯେଉଁ ବିଚିତ୍ର ସାମର୍ଥ୍ୟ ଦ୍ଵାରା ଏକ ଅମୂର୍ତ୍ତ ସିଦ୍ଧାନ୍ତ ଦ୍ଵାରା ଅପର ପକ୍ଷରେ ନିତାନ୍ତ ମୂର୍ତ୍ତ ତଥା ବାସ୍ତବ ଆବଶ୍ୟକତା ମାନଙ୍କର ପୂରଣ ସମ୍ଭବ ମଧ୍ୟ ହୋଇଛି, ସେଥିରୁ ବଳ ପାଇ ଏହି ବିଶ୍ଵାସଟି ପ୍ରକୃତ ସୃଜନଶୀଳ କଳାକାରମାନଙ୍କୁ ଏକ ଅତ୍ୟନ୍ତ ବିସ୍ମୟକାରୀ ଆବିଷ୍କାରର ଜଳଯାତ୍ରାରେ ବାହାରି ଯିବାର ପ୍ରେରଣା ଆଣି ଦେଲା ଏବଂ ଏଣେ, ଯୁଗପତ୍ ଭାବରେ, ନିତାନ୍ତ ଦମ୍ଭଯୁକ୍ତମାନଙ୍କ ନିମନ୍ତେ ବେଶ୍ ସ୍ଥାୟୀ ପୋତାଶ୍ରୟଟିଏ ଆଣି ବି ଯୋଗାଇ ଦେଇଥିଲା । ଗୋଟିଏ ପାର୍ଶ୍ଵରେ ପିକାସୋଙ୍କୁ ଆମେ ଅଜ୍ଞାତ କେତେ କେଉଁଠାରୁ ତାଙ୍କର ସେହି ନୂତନ ପୃଥିବୀଗୁଡ଼ିକୁ ମୁକ୍ତ କରି ଆଣୁଥିବାର ଦେଖିବା ଏବଂ ଅପର ପାର୍ଶ୍ଵରେ ସ୍ଵୟଂ ଶ୍ରୀଯୁକ୍ତ ବେଲ୍ ଏହିଭଳି ବାଚନିକ ମନ୍ତବ୍ୟଗୁଡ଼ିକରେ ବିହରଣ କରୁଥିବାର ମଧ୍ୟ ଦେଖିବାକୁ ପାଇବା : “ହଠାତ୍ କ’ଣ ଗୋଟାଏ ଦ୍ଵାରା ପ୍ରେରିତ ହୋଇଥିଲେ ମଧ୍ୟ, ସେମାନଙ୍କୁ ଆମୋଦିତ କରି ରଖିବାର ତୁଳନାରେ ତାହାକୁ ଆଦୌ ସେତେଦୂର ମନ୍ଦ ବୋଲି କୁହା ଯିବନାହିଁ ।” *

 

* ତତ୍ରୈବ, p, 163

 

ଅର୍ଥାତ୍, ଡିଜାଇନ୍ ବା ନକ୍ସାଟିକୁ ନେଇ ଏତେ ପରିମାଣରେ ତନ୍ମୟ ହୋଇ ରହିବା, ଫରାସୀ ଶିଳ୍ପୀମାନଙ୍କର ଚିତ୍ରରେ ଯାହାର ଖୁବ୍ ଚମତ୍କାର ଉପସ୍ଥାପନାମାନ କରାଯାଇଛି, ସେଇଟି ପ୍ରକୃତରେ ଖୁବ୍ ବଡ଼ ଆକାରରେ ହିଁ ସଫଳତା ହାସଲ କରି ପାରିଛି । ଅବଶ୍ୟ, କେତେକ ପ୍ରତିକ୍ରିୟାଶୀଳ ମଧ୍ୟ ରହିଥିଲେ, ଯେଉଁମାନେ କି ଅଚିରେ ଦେଖିବାକୁ ସମର୍ଥ ହୋଇଗଲେ ଯେ, ସେଇଟିର ଅନୁରୂପ ସୌନ୍ଦର୍ଯ୍ୟବୋଧ-ବିଷୟକ ସିଦ୍ଧାନ୍ତଟିକୁ ମଧ୍ୟ ଆମେ ଅନ୍ୟ ଏକାଧିକ ପ୍ରକାରେ କାମରେ ଲଗାଇ ପାରିବା;–ଏକ ବେଶ୍ ଅମନନୀୟ ବିଶେଷ ସିଦ୍ଧାନ୍ତରୂପେ ତାହା ଅବାଞ୍ଛିତ ଏକାଧିକ ଅଭିଯୋଗକାରୀମାନଙ୍କର ମୁହଁକୁ ମଧ୍ୟ ବନ୍ଦ କରିଦେଇ ପାରିବ । ଏହି ସର୍ବପ୍ରଥମ ଥର ପାଇଁ ଯେ ସ୍ଵାଧୀନତାର ଆକାଂକ୍ଷା ଦ୍ଵାରା ପ୍ରେରିତ ହୋଇଥିବା ଏକ ଉଦ୍ୟମକୁ ଅନ୍ୟମୁହାଁ କରି ଦାସତ୍ଵ ଆଡ଼କୁ ବାହି ନିଆଗଲା, ମୁଁ ଭାବୁଛି ସେକଥା ଆଦୌ ସତ୍ୟ ନୁହେଁ । ମାତ୍ର, ସେହି କଥାଟି ଯାହା ହୋଇଥାଉ ପଛକେ, ଉକ୍ତ ସିଦ୍ଧାନ୍ତଟିରେ ରହିଥିବା ମୂଲ୍ୟବାନ୍ ଉପାଦାନଟିକୁ ଆମେ କେବଳ ଗୋଟିଏ ଅନ୍ୟ ସୃଜନାତ୍ମକ ଅନୁଶୀଳନ ଦ୍ଵାରା ଉଦ୍ଧାର କରି ନେଇଯାଇ ପାରିବା, ଯାହାକି ଏପରି ଅନ୍ତରଙ୍ଗ ଭାବରେ ବାହ୍ୟ ଗଢ଼ଣ ଏବଂ ଅନ୍ତର୍ଗତ ବକ୍ତବ୍ୟ ମଧ୍ୟରେ ଏଭଳି ଐକ୍ୟଟିଏ ପ୍ରକୃତରେ ସମ୍ଭବ କରିବ, ଯେଉଁଟିରେ କି କୌଣସି ଗୋଟିଏକୁ ମଧ୍ୟ ବର୍ଜନ କରିବାର କୌଣସି ଆବଶ୍ୟକତା ରହିନଥିବ ।

 

ସୌନ୍ଦର୍ଯ୍ୟ, ଅନ୍ତଃସମ୍ପତ୍ ଓ ପ୍ରୟୋଜନୀୟତା

 

ଯେକୌଣସି କଳାକୃତିରେ ସମାଜ ନିମନ୍ତେ ମୋଟେ କୌଣସି ବାର୍ତ୍ତା ରହିଥିବା ଉଚିତ ନୁହେଁ ବୋଲି ଆପତ୍ତି କରୁଥିବା ଜଣେ ବ୍ୟକ୍ତି କ’ଣସବୁ ପ୍ରତିରକ୍ଷାର ପ୍ରାଚୀର ହୁଏତ ଛିଡ଼ା କରାଇ ରଖିପାରେ, ବର୍ତ୍ତମାନ ଆମେ ସେହି ବିଷୟରେ ଆଲୋଚନା କରି ଦେଖିବା । କାଳେ ତାକୁ କୌଣସି ମନ୍ତବ୍ୟ ଅପ୍ରୀତିକର ଲାଗିବ, ସେହି ଭୟରେ ତ ସେ ସେହିପରି ମତଟିଏ ପୋଷଣ କରୁଥାଏ । ଏହି ସନ୍ଦର୍ଭରେ ‘ଉଚିତ’ ବୋଲି ଯେଉଁ ଶବ୍ଦଟିର ବ୍ୟବହାର କରାଯାଇଛି, ସେଥିରେ ହୁଏତ କେତେକଙ୍କ ମନ ଭିତରେ ଏକ ଅସ୍ପଷ୍ଟତା ରହିଗଲା ପରି ଅନେକଙ୍କୁ ଲାଗୁଥିବ । ହଁ, ଯାବତୀୟ ଅର୍ଥରେ ଯାହାକିଛି ଅନୁମାନ କରାଯାଇ ପାରୁଛି, ଆମର ବିରୋଧ କରୁଥିବା ଉକ୍ତ ବ୍ୟକ୍ତି ଏହି ସ୍ଥଳରେ କୌଣସି ନୈତିକତାକୁ ଆଖିଆଗରେ ରଖି ନିଶ୍ଚୟ ଏପରି କହୁନାହାନ୍ତି । ଅର୍ଥାତ୍, ସିଏ ଏପରି ଭାବରେ କଥାଟିକୁ ବୁଝୁନାହାନ୍ତି ଯେ, ଏପରି ଏକ କଳାକୃତି ନିଶ୍ଚୟ ନୈତିକତା-ବିରୋଧୀ ହୋଇଥିବ । ସିଏ ସମ୍ଭବତଃ କେବଳ ଏହିଭଳି ବୁଝୁଥିବେ ଯେ, ଏଇଟି ସୌନ୍ଦର୍ଯ୍ୟବୋଧର ଦୃଷ୍ଟିକୋଣରୁ ପ୍ରକୃତରେ ସଫଳ ହୋଇ ପାରିନାହିଁ, ଅର୍ଥାତ୍, ସମାଜ ସହିତ ସମ୍ପର୍କିତ ଟିପ୍ପଣୀଟିଏ ଦେଇ ତାହାର ସୌନ୍ଦର୍ଯ୍ୟ ପକ୍ଷଟିକୁ ଦୁର୍ବଳ କରି ଦିଆଯାଇଛି, ହୁଏତ ଏକାବେଳେକେ ବହିଷ୍କୃତ କରି ରଖାଯାଇଛି । ଆପଣାର ଏହି ମତଟିକୁ ସମର୍ଥନ କରି ସିଏ ପ୍ରକୃତରେ କ’ଣ ସବୁ କହିବେ ?

 

ସିଏ ସର୍ବପ୍ରଥମେ ବିଷୟଟିକୁ ଏକ ସୀମା ପ୍ରଦାନ କରି ତା’ର ଚାରିପାଖରେ ପାଚେରୀଟିଏ ବୁଲାଇ ଆଣିବେ,–ଠିକ୍ ଯେପରି ଶ୍ରୀଯୁକ୍ତ ବେଲ୍ ଏବଂ ଶ୍ରୀଯୁକ୍ତ ଫ୍ରାୟ ଯେଉଁଭଳି କରିଥିବାର ଆମେ ଏଥିପୂର୍ବରୁ ଦେଖିଛୁ; ସିଏ କହିବେ ଯେ, କେବଳ ଆଙ୍ଗିକ ହିଁ ଯେକୌଣସି କଳାକୃତିର ଉତ୍ସରୂପେ କାର୍ଯ୍ୟ କରି ତାହାକୁ ଯାହାକିଛି ସୌନ୍ଦର୍ଯ୍ୟବୋଧଗତ ଉତ୍କର୍ଷ ପ୍ରଦାନ କରିଥାଏ; ଆତ୍ମିକ ବୋଲି କୁହାଯାଉଥିବା ସେହି ଅନ୍ୟ ଉତ୍ପାଦନଟି ତ କେବଳ ଅନ୍ୟମନସ୍କ କରାଏ ଏବଂ ତେଣୁ ତାହାର କୌଣସି ଯଥାର୍ଥ ପ୍ରାସଙ୍ଗିକତା ହିଁ ନଥାଏ । ଯେକୌଣସି କଳାବସ୍ତୁରେ ଯେ ଠିକ୍ କେଉଁଟିକୁ ଆଙ୍ଗିକ ଏବଂ କେଉଁଟିକୁ ଆତ୍ମିକ ବୋଲି କୁହାଯିବ, ସେହି ବିଷୟରେ ରହିଥିବା ସେହି ବିରାଟ ଅସୁବିଧାଟିକୁ ସତେଅବା ବିଚାରକୁ ନନେଇ ସେହି ଯୁକ୍ତିଟି ଉକ୍ତ ଦୁଇଟିକୁ ବେଶ୍ ଅଲଗା ଅଲଗା କରାଯାଇ ପାରିବ ବୋଲି ଦାବୀ କରିବ । ଏବଂ, ସେହି ଦୁଇଟିକୁ ଏପରି ଭାବରେ ଅଲଗା କରି ଦେଖିବାକୁ ପଡ଼ିବ, ଯେପରିକି (୧) ଏପରି କଳାକୃତି ଅବଶ୍ୟ ରହିଥିବେ, ଯେଉଁଗୁଡ଼ିକର ଆଙ୍ଗିକ ହିଁ ଥିବ ଏବଂ ଆତ୍ମିକ ବୋଲି ଆଦୌ କିଛି ନଥିବ ଅଥବା, (୨) ଏପରି କିଛି କଳାକୃତି ଥିବେ, ଯେଉଁଥିରେ ଉଭୟ ଥିବେ ସତ, ଏବଂ ତଥାପି ସେଗୁଡ଼ିକୁ ସୌନ୍ଦର୍ଯ୍ୟବୋଧ ଦୃଷ୍ଟିରୁ ସଫଳ ବୋଲି କୁହାଯାଇ ପାରୁଥିବ ଏବଂ ପୁନଶ୍ଚ, ଏଗୁଡ଼ିକର ବିଚାର କରୁଥିବା ସମୟରେ ଆମେ ଆତ୍ମିକ ଦିଗଟି ଦ୍ଵାରା କୌଣସି ପ୍ରକାରେ ପ୍ରଭାବିତ ନହୋଇ କେବଳ ଆଙ୍ଗିକ ଉପରେ (ସକଳ ଶ୍ରେଷ୍ଠତାର ଏକମାତ୍ର ଉତ୍ସ) ହିଁ ଆପଣାର ମନୋନିବେଶ କରିପାରିବା ।

 

ବର୍ତ୍ତମାନ, ପ୍ରଥମ ଅନୁମାନଟି ବିଷୟରେ କହିବାକୁ ଗଲେ, (୧) କେବଳ ଆଙ୍ଗିକ ଥିବ ଏବଂ ଆତ୍ମିକ ବୋଲି ଆଦୌ କିଛି ନଥିବ, ଏପରି ଏକ କଳାକୃତି ଯେ କେତେ ବିରଳ, ଆମେ ଆଗରୁ ସେହି ବିଷୟଟି ଉପରେ ଦୃଷ୍ଟିପାତ କରିସାରିଛୁ । କାରଣ, ସେପରି ସ୍ଥଳେ, ଜଣେ କଳାକାର ବାଧ୍ୟ ହୋଇ ପ୍ରକାଶ୍ୟ ଭାବରେ ଆଦୌ କିଛିହେଲେ ନକହିବା ବିଷୟରେ ଖୁବ୍ ସାବଧାନ ହୋଇ ରହିଥିବ ଏବଂ ତା’ ସହିତ ସଂପୂର୍ଣ୍ଣ ଭାବରେ ସୁନିଶ୍ଚିତ ରହିଥିବ ଯେ, ସିଏ ପ୍ରକାଶ୍ୟ ଭାବରେ ଏଭଳି ଆଦୌ କିଛିହେଲେ ବ୍ୟକ୍ତ ନକରିବା ଫଳରେ ଯେପରି ସେତିକିଦ୍ଵାରା ମଧ୍ୟ ତାହାର ସତକୁସତ କିଛି ଟିପ୍ପଣୀ କରିବାକୁ ରହିଛି ବୋଲି ବାହାରକୁ ଆଦୌ କିଛି ଜଣା ପଡ଼ିନଯିବ । କାରଣ, ଯେତେବେଳେ ଜଣେ ବ୍ୟକ୍ତି କିଛି କହୁନଥିବ, ଏବଂ ତେଣେ ସିଏ ନିଶ୍ଚୟ କିଛି କହୁଥିବ ବୋଲି ଅନ୍ୟ ପ୍ରତ୍ୟେକେ ପ୍ରତ୍ୟାଶା କରୁଥିବେ, ତେବେ ତାହାର ନୀରବତା (ବା, ଅନ୍ତତଃ ତାହାର ସେହି ନିରର୍ଥକତା) ମଧ୍ୟରେ ଅବଶ୍ୟ ଗୋଟିଏ ତାତ୍ପର୍ଯ୍ୟ ରହିଛି ବୋଲି ଅନୁଭୂତ ହେବ । ଅନ୍ୟମାନେ କୌଣସି ଟିପ୍ପଣୀ ଯେପରି ନଦେବେ, ମନରେ ସେହିପରି ଏକ ଶଙ୍କାଦ୍ଵାରା ପରିଚାଳିତ ହୋଇ ଆଧୁନିକ କାଳର କେତେଜଣ ଚିତ୍ରକାର ଆପଣାର ଅମୂର୍ତ୍ତ କଳାକୃତିମାନ ତିଆରି କରିଛନ୍ତି, ସେକଥା ମୁଁ ଜାଣେନାହିଁ; କିନ୍ତୁ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁମାନ କରିପାରୁଛି ଯେ, ସେମାନେ ଆମକୁ ଏକାଧିକ ନୂତନ ମାର୍ଗଶୈଳୀ ସହିତ ପରିଚିତ କରାଇ ଦେବାକୁ ସର୍ବଦା ଇଚ୍ଛା କରି ଆସିଛନ୍ତି, ଯାହାର ସାହାଯ୍ୟ ନେଇ ଆମେ ଏହି ବାସ୍ତବ ଜଗତଟିକୁ ଦେଖିପାରିବା, ଏବଂ ସେମାନେ ତଦ୍ଦ୍ଵାରା ସର୍ବଦା ହିଁ ନିଜ ଟିପ୍ପଣୀମାନ ଦେଇ ଆସିଛନ୍ତି । ଲେଜର୍ ଏବଂ ପିକାସୋଙ୍କ ପରି କେତେକଙ୍କର କ୍ଷେତ୍ରରେ ଟିପ୍ପଣୀଗୁଡ଼ିକୁ ସଂପୂର୍ଣ୍ଣ ସଚେତନ ଭାବରେ ଦିଆଯାଇଛି ଏବଂ ଅତ୍ୟନ୍ତ ପ୍ରତ୍ୟୟାତ୍ମକ ଭାବରେ ଦିଆହୋଇଛି, ଯାହାଫଳରେ କି ସେଗୁଡ଼ିକରେ ଥିବା ବାରତାଟି ବର୍ତ୍ତମାନ ପାଶ୍ଚାତ୍ୟ ଜଗତରେ ବାସ କରୁଥିବା ମନୁଷ୍ୟମାନଙ୍କ ଜୀବନର ଏକ ସ୍ଵାଭାବିକ ଅଂଶରେ ପରିଣତ ହୋଇଯାଇଛି । “ଏହି ଜୀବନଟିର, ତାହାକୁ ଆମେ ସଂପ୍ରତି ଯେପରି ଭାବରେ ବଞ୍ଚୁଛୁ, ତାହାର ପ୍ରକୃତରେ ଅର୍ଥ କ’ଣ,”–ଯଦି ତୁମକୁ ଏହିଭଳି ଏକ ପ୍ରଶ୍ନର ଉତ୍ତର ଦେବାକୁ ହୁଏ, ତେବେ ନାନା ଅନ୍ୟକଥା ଭିତରେ ତୁମକୁ ସେଇଟି ବିଷୟରେ ମଧ୍ୟ ଅବଶ୍ୟ ଭାବିବାକୁ ପଡ଼ିବ ।

 

ଦୁଇ ନମ୍ବର ଅନୁମାନଟିରେ, କଳାର କ୍ଷେତ୍ରରେ ଯାବତୀୟ ଟିପ୍ପଣୀକୁ ଅବଶ୍ୟ ଏଡ଼ି ରହିବାକୁ ପଡ଼ିବ, ବୋଲି ଆଦୌ ଧାରଣାଟିଏ ହିଁ କରାଯିବା ପୂର୍ବରୁ ଅତୀତରେ କଳାକାରିତାର ସର୍ବବିଧ କ୍ଷେତ୍ରରେ-ଚିତ୍ରଛବି, ସ୍ଥପତି, ସାହିତ୍ୟ ଏବଂ ସଙ୍ଗୀତ ସବୁକିଛିରେ ଅଧିକାଂଶ ଦୃଷ୍ଟାନ୍ତରେ ହିଁ ସୁନିଶ୍ଚିତ ଭାବରେ ତାହାର ନମୁନାମାନ ଦେଖିବାକୁ ମିଳିବ । ଏହି ପରବର୍ତ୍ତୀ ସିଦ୍ଧାନ୍ତଟିର ଫଳ ମୁତାବକ ତ ଆମକୁ ସେକ୍‌ସପିଅରଙ୍କର ରଚନାରୁ ଏକକୋକ୍ତି ଗୁଡ଼ିକୁ, ଜିଓଟୋଙ୍କର କୃତିମଧ୍ୟରୁ ଫ୍ରାନ୍‌ସିସ୍କାନ୍ କାହାଣୀମାନଙ୍କୁ ଏବଂ ସଙ୍ଗୀତଜ୍ଞ ବାଖ୍‌ଙ୍କର କୃତିଗୁଡ଼ିକରୁ ସମ୍ମିଳିତ ସ୍ତବଗାୟନ ଗୁଡ଼ିକୁ ପ୍ରକୃତରେ ବାହାର କରି ନେବାକୁ ହିଁ ପଡ଼ିବ । ସୌନ୍ଦର୍ଯ୍ୟର ଅନୁଭବ ଦୃଷ୍ଟିରୁ ସେମାନଙ୍କର ସୃଷ୍ଟିଗୁଡ଼ିକରେ ଏହିସବୁ ହିଁ ଅସଲ ଅଂଶ ହୋଇ ରହିଛନ୍ତି । ତା’ ନହେଲେ ଆମକୁ ଅନୁମାନ କରିବାକୁ ହେବ ଯେ, ହାମ୍‌ଲେଟ୍ କେବଳ କେତୋଟି ସୁଶ୍ରାବ୍ୟ ଶବ୍ଦକୁ ଉଚ୍ଚାରଣ କରିବା ବ୍ୟତୀତ ଆଉ କିଛିହେଲେ କରି ନାହାନ୍ତି–ଅତ୍ୟନ୍ତ ଆକସ୍ମିକ ଭାବରେ ସେଗୁଡ଼ିକୁ ଉଚ୍ଚାରଣ କରିଛନ୍ତି ଏବଂ ସେଗୁଡ଼ିକର କୌଣସି ପ୍ରାସଙ୍ଗିକତା ନାହିଁ । ଏବଂ, ଅନୁମାନ କରିବାକୁ ପଡ଼ିବ ଯେ, ଜିଓଟୋଙ୍କର ଭିତ୍ତିଚିତ୍ରମାନଙ୍କରେ ଶିଳ୍ପୀଙ୍କର ସେଣ୍ଟ୍ ଫ୍ରାନ୍‌ସିସ୍‍ଙ୍କ ପ୍ରତି ଯେଉଁ ମହାନ୍ ଶ୍ରଦ୍ଧାଭାବନା ରହିଥିଲା, ତାହାର ଆଦୌ କୌଣସି ପ୍ରଭାବ ପଡ଼ିନଥିଲା ଓ କୌଣସି ଅଭିବ୍ୟକ୍ତି ମଧ୍ୟ ଘଟିନଥିଲା । ସାଧାରଣ ଭାବରେ ତୁମକୁ ଅନୁମାନ କରିବାକୁ ହେବ ଯେ ଏହିସବୁ ବିଚାର ତଥା ଭାବନାର ସୌନ୍ଦର୍ଯ୍ୟବୋଧର କ୍ଷେତ୍ରରେ ପ୍ରକୃତରେ କୌଣସି ଆବେଦନ ହିଁ ନଥାଏ । ଏହି ଦୃଷ୍ଟିଟି ବାସ୍ତବରେ ଅତ୍ୟନ୍ତ ବିଚିତ୍ର ଏବଂ ଅତୀତର ସକଳ ମହାନ୍ କଳାକୃତି ତାହାର ବିରୋଧ କରି ଆସିଛନ୍ତି । ଏବଂ, ସେହି କାରଣରୁ, ଆମେ ସମ୍ଭବତଃ ଖୁବ୍ ସନ୍ଦେହ ମଧ୍ୟ କରିବା ଯେ, ଯେଉଁମାନେ ଏପରି ଏକ ମତର ପୋଷଣ କରୁଛନ୍ତି, ସେମାନଙ୍କ ଭିତରେ ସର୍ବବିଧ ବିଚାର ପ୍ରତି ଏକ ବିଶେଷ ଏବଂ କିମ୍ଭୂତ ଶତ୍ରୁତାଭାବ ନିଶ୍ଚୟ ରହିଛି । ଏବଂ, ଏପରି ମଧ୍ୟ ଅବଶ୍ୟ ହୋଇଥିବ ଯେ, ସେମାନେ ତର୍କଦ୍ଵେଷୀ ହୋଇଥିବେ, ଯାବତୀୟ ବୁଦ୍ଧିଗତ ବିଶ୍ଳେଷଣକୁ ଘୃଣା କରୁଥିବେ,–ଦାର୍ଶନିକ ପ୍ଲେଟୋ ଏମାନଙ୍କୁ ନିନ୍ଦା କରି ଏହି କଥାଟିକୁ ହିଁ କହିଥିଲେ ।

 

ବାହାର ପଟର ପ୍ରାଚୀରଟିକୁ ଏହିପରି ଭାବରେ ଭାଙ୍ଗି ଦେଇ ସାରି ଆମେ ଅବଶ୍ୟ ଜାଣିପାରିବା ଯେ ଆମର ବିରୋଧ କରୁଥିବା ସେହି ପକ୍ଷଟିର ଭିତର ପଟକୁ ମଧ୍ୟ ଆଉଗୋଟିଏ ପ୍ରାଚୀର ତିଆରି ହୋଇ ରହିଛି । ଇତିମଧ୍ୟରେ ସେହି ପଟଟି ହୁଏତ ରାଜୀ ହୋଇ ଯାଇଥିବ ଯେ, ଯାବତୀୟ କଳାକୃତି ମଧ୍ୟରେ ଅବଶ୍ୟ ଏକ ବିଚାରଗତ ଉପାଦାନ ରହିଛି ଏବଂ ତଦ୍ଦ୍ଵାରା ସେହି କୃତିଟି ଆଦୌ କୌଣସି ପ୍ରକାରେ ଦୂଷିତ ହୋଇ ଯାଏନାହିଁ । କିନ୍ତୁ, ପକ୍ଷଟି ହୁଏତ ତଥାପି କହିବ ଯେ, ଯଦି ଉକ୍ତ ଉପାଦାନଟା ପରେ ଆମର କ୍ରିୟାଟିକୁ କୌଣସି ପ୍ରକାରେ ପ୍ରଭାବିତ କରିବ ବୋଲି ଅଭିପ୍ରେତ ହୋଇ ରହିଥିବ, ତେବେ ସେହି କୃତିଟିରେ କେବଳ ସୁନ୍ଦର ଦେଖାଯିବା ବ୍ୟତୀତ କିଛି ନା କିଛି ପ୍ରୟୋଜନବାଦୀ ମତଲବ ନିହିତ ହୋଇ ରହିଥିଲା ବୋଲି ନିଶ୍ଚୟ କୁହାଯିବ । ବେଶ୍ ଅସ୍ପଷ୍ଟ ଭାବରେ ଏମର୍‌ସନ୍‌ଙ୍କୁ ସ୍ମରଣ କରି ସେହି ପକ୍ଷର ମୁଖପତ୍ରଟିଏ କହିବ ଯେ କେବଳ ସୌନ୍ଦର୍ଯ୍ୟ ହେଉଛି ସୌନ୍ଦର୍ଯ୍ୟ ଅବଶ୍ୟ ରହିଛି ବୋଲିର ସବୁକିଛି ହେତୁ । ଏବଂ, ସେଇଟିକୁ କୌଣସି କାର୍ଯ୍ୟସାଧନରେ ଆଣି ବ୍ୟବହାର କରିବା ଦ୍ଵାରା ସୌନ୍ଦର୍ଯ୍ୟ ରହିଥିବା ବସ୍ତୁମାନେ ନିଜର ସୌନ୍ଦର୍ଯ୍ୟକୁ ହରାଇ ବସନ୍ତି । ସଂକ୍ଷିପ୍ତ ଭାବରେ କହିଲେ, ସୌନ୍ଦର୍ଯ୍ୟ ଏବଂ ପ୍ରୟୋଜନ,–ଦୁଇଟି ମଧ୍ୟରେ କୌଣସି ସହାବସ୍ଥାନ ଆଦୌ ସମ୍ଭବ ନୁହେଁ ।

 

ଏହି ମତଟିକୁ ସମର୍ଥନ କରିବା ଅପେକ୍ଷା ତାହାର ଖଣ୍ଡନ କରିବା ପ୍ରକୃତରେ ଅଧିକ ସହଜ ହେବ । ଏକ ପ୍ରୟୋଜନରେ ଲାଗୁଥିବା କୌଣସି ବସ୍ତୁକୁ କଦାପି ଗୋଟିଏ କଳାତ୍ମକ କୃତି ବୋଲି କୁହାଯାଇ ପାରିବନାହିଁ, ଯଦି ସେହି କଥାଟି ସତ ହୋଇଥାନ୍ତା, ତେବେ ସ୍ଥାପତ୍ୟକୁ ଆଉ କଦାପି ସୌନ୍ଦର୍ଯ୍ୟାନୁଭବର ଗୋଟିଏ ଉତ୍ସ ବୋଲି ଗଣନା କରି ହୁଅନ୍ତା ନାହିଁ । ଏପରି କୌଣସି ଅଟ୍ଟାଳିକାର କ୍ଵଚିତ୍ କଳ୍ପନା କରିହେବ, ଯାହାକି କି ଆଦୌ କୌଣସି ଆବଶ୍ୟକତାର ପୂରଣ ଲାଗି ନୁହେଁ, ମାତ୍ର କେବଳ ତାହାର ସୌନ୍ଦର୍ଯ୍ୟ ସକାଶେ ତିଆରି କରାଯାଇଥିବ । ଆମର ସ୍ମରଣକୁ ଯେତେ ଯେତେ ବିସ୍ମୟଜନକ ସ୍ଥାପତ୍ୟର ଚିତ୍ର ପ୍ରକୃତରେ ଆସିଥାଏ, ସେଗୁଡ଼ିକ ସର୍ବତ୍ର ହିଁ କୌଣସି ସମାଧିସ୍ଥାନ, ମନ୍ଦିର, ଗୀର୍ଜା, ଭବନ କିମ୍ବା କାର୍ଯ୍ୟାଳୟର ଅବଶ୍ୟ ହୋଇଥିବ ଏବଂ ସେଗୁଡ଼ିକ ସଂପୂର୍ଣ୍ଣ ଅନିର୍ବାର୍ଯ୍ୟ ଭାବରେ ପ୍ରୟୋଜନୀୟତାର କୌଣସି ନା କୌଣସି ସଙ୍କେତ ଅବଶ୍ୟ ବହନ କରୁଥାଆନ୍ତି । ପୂରା ଖୋଲାହାତିଆ ଅପବ୍ୟୟୀମାନେ ମଧ୍ୟ ଆଦୌ କୌଣସି କାମରେ ଲାଗୁନଥିବ ଅଟ୍ଟାଳିକାମାନଙ୍କରେ ବୃଥା ଅର୍ଥବ୍ୟୟ କରିବାପାଇଁ ଅରାଜୀ ହିଁ ହୁଅନ୍ତି,–କଳାକୁ ଅର୍ଥନୀତି ଯେ କେତେ ପରିମାଣରେ ପ୍ରଭାବିତ କରି ଆସିଛି–ଆମକୁ ସେଥିରୁ କେଡ଼େ ଆଗ୍ରହୋଦ୍ଦୀପକ ଭାବରେ ସେହି କଥାଟିର ଉତ୍ତରଟିଏ ସର୍ବଦା ମିଳି ଯାଇଥାଏ ।

 

ପୁନଶ୍ଚ, ସୌନ୍ଦର୍ଯ୍ୟ ଏବଂ ଉପଯୋଗିତା,–ଦୁଇଟି ମଧ୍ୟରେ ଏତେ ନିବିଡ଼ ଭାବରେ ସବୁଠାରେ ସଙ୍ଗତିଟିଏ ରହିଥାଏ ଯେ, କେତେ କେତେ ଦ୍ରବ୍ୟର ଆକୃତିରୁ ହିଁ ସେଗୁଡ଼ିକର ଉପଯୋଗିତାଟି ମଧ୍ୟ ପ୍ରତିପାଦିତ ହୋଇ ପାରୁଥିଲେ ସେଗୁଡ଼ିକ ସମ୍ଭବତଃ ଆମ ଆଖିକୁ ଅଧିକ ସୁନ୍ଦର ମଧ୍ୟ ଦେଖାଯାଆନ୍ତି । ପ୍ରକାର୍ଯ୍ୟବାଦୀମାନଙ୍କର ମତରେ,–ସତକୁସତ ପ୍ରତ୍ୟୟ ଦେଇ ପାରୁଥିବା ଭଳି ଏକ ପ୍ରୟୋଗକୁ ମାଧ୍ୟମ କରି ଯେଉଁମାନେ ବସ୍ତୁତଃ ନିଜର ସିଦ୍ଧାନ୍ତଟିକୁ ପ୍ରତିପାଦିତ କରି ପାରିଛନ୍ତି, ଗୋଟିଏ ଗୃହର ସ୍ଥାପତ୍ୟ ଅତ୍ୟନ୍ତ ସିଧା ଓ ସହଜ ଭାବରେ ଦେଖାଇଦେଇ ପାରୁଥିବା ଉଚିତ ଯେ, ସେହି ଗୃହଟି ପ୍ରକୃତରେ ମନୁଷ୍ୟମାନେ ସେଥିରେ ବାସ କରି ପାରିବେ ବୋଲି ହିଁ ଉଦ୍ଦିଷ୍ଟ ହୋଇ ରହିଛି । ନିର୍ମିତ ଗୃହଟିର ଆଗଟା ଅମୁକ ବା ସମୁକ ଦେଶର ରୀତିରେ ତିଆରି ହୋଇଛି ବୋଲି କହି ସେହି କାରଣରୁ ଆଧୁନିକ କାଳର ଏକ ନିବାସଗୃହର ନୂତନ ଶୈଳୀଟି ସର୍ବବିଧ ଅପ୍ରାସଙ୍ଗିକତାରୁ ଆପଣାକୁ ମୁକ୍ତ କରି ରଖିଥାଏ ଏବଂ, ଗୃହର ନିର୍ମିତ ରୂପଟାରୁ ହିଁ ତା’ର ଉପଯୋଗିତାଟି ମଧ୍ୟ ବ୍ୟକ୍ତ ହୋଇ ଯାଉଥାଏ ।

 

ଏକ ସୁନିଶ୍ଚିତ କଥା ଯେ, ଉପଯୋଗିତାର ବିଚାରଟା ପଶିଗଲେ ତଦ୍ଦ୍ଵାରା ବସ୍ତୁଟିର ସୌନ୍ଦର୍ଯ୍ୟଟି ଅବଶ୍ୟ ନଷ୍ଟ କିମ୍ବା ଦୂଷିତ ହୋଇଯାଏ ବୋଲି ମୋଟେ କୁହାଯାଇ ପାରିବନାହିଁ । ହଁ, ସେହି କ୍ଷେତ୍ରରେ ଏପରି ଗୋଟିଏ ସମ୍ଭାବନା ରହିଥିବ ଯେ, ଏକ କଳାକୃତିର ଉପଯୋଗିତା ପରବର୍ତ୍ତୀ ପର୍ଯ୍ୟାୟର କ୍ରିୟାଶୀଳତାକୁ ପ୍ରଭାବିତ କରୁଥିଲେ ତାହାର ମର୍ଯ୍ୟାଦା କ୍ଷୁଣ୍ଣ ହୋଇ ପଡ଼ିବାର ହୁଏତ ଏକ ଆଶଙ୍କା ଆସି ପହଞ୍ଚିବ । ଉଦାହରଣ ସ୍ୱରୂପ, ଯଦି ଏକ କଳାତ୍ମକ କୃତିସ୍ୱରୂପ କୌଣସି ନାଟକରେ ସମାଜରେ ରହିଥିବା କୌଣସି ଅନ୍ୟାୟର ବର୍ଣ୍ଣନା ହୋଇଥିବ, ଏବଂ ତାର ଏକ ପ୍ରତିବିଧାନ କରିବା ନିମନ୍ତେ ସେଥିରେ ଆହ୍ଵାନ ଦିଆ ଯାଇଥିବ, ତେବେ ସେଥିରୁ ହୁଏତ କେହି ଏଭଳି ଗୋଟିଏ ମତ ବ୍ୟକ୍ତ କରିବେ ଯେ, ଏକ ପ୍ରତିକାର ଲାଗି ଆହ୍ଵାନ ଦେଉଥିବା ସେହି ‘ବାର୍ତ୍ତା’ଟିକୁ ଏହି କ୍ଷେତ୍ରରେ ପ୍ରବେଶ କରାଇବା ଦ୍ଵାରା ତାହାର ସୌନ୍ଦର୍ଯ୍ୟବେଦନର କ୍ଷେତ୍ରରେ ହାନି ଘଟିଲା । ହଁ, ଏପରି ବହୁସଂଖ୍ୟକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏପରି ବିଚାର କରନ୍ତି ଏବଂ, ଆମେ କଳା ଓ ରାଜନୀତିକୁ ଆଦୌ ଏକାଠି ଆଣି ମିଶାଇ ପକାଇବା ନାହିଁ ବୋଲି କହୁଥିବା ସମୟରେ ସେମାନେ ପ୍ରକୃତରେ ତାହାରି ଦ୍ଵାରା ହିଁ ପରିଚାଳିତ ହୁଅନ୍ତି । ସେମାନେ ଏହି କଥାଟିକୁ ଦର୍ଶାଇ ଦେବାପାଇଁ ଚାହୁଥାନ୍ତି ଯେ ପ୍ରଖ୍ୟାତ ନାଟ୍ୟକାର ସେକ୍‌ସପିଅର୍ ମଧ୍ୟ ଅନେକ ସମସ୍ୟାର ଆଲୋଚନା ନିଶ୍ଚୟ କରିଛନ୍ତି ସତ, ମାତ୍ର ସିଏ ଆଦୌ କୌଣସି ପକ୍ଷର ସମର୍ଥନ କରିନାହାନ୍ତି । ଏବଂ, ଏଭଳି କହିବାଦ୍ଵାରା ସେମାନେ ଇତିହାସଗୁଡ଼ିକର ସେହି ଦେଶପ୍ରୀତିମୂଳକ ଉତ୍ସାହଟିକୁ ପାସୋରି ଦେଇଛନ୍ତି । ଏବଂ, ଇବ୍‌ସନଙ୍କୁ ତ ସଂପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ।

 

ଏହି ମତଟି ଭିତରେ ରହିଥିବା ଭୁଲ୍‍ଟିକୁ ବୁଝିବାକୁ ହେଲେ, ଆମକୁ ଅବଶ୍ୟ ମନେ ରଖିବାକୁ ହେବ ଯେ, ସୌନ୍ଦର୍ଯ୍ୟବୋଧର ସର୍ବଦା ଏକ କାଳଗତ ସଞ୍ଚାରସୀମା ରହିଛି । ସେହି ବୋଧଟିର ଏକ ଉନ୍ମୋଷଣ ହୁଏ, କିଛି ସମୟ ଲାଗି ରହିଥାଏ ଏବଂ ତା’ପରେ ପରିସମାପ୍ତ ମଧ୍ୟ ହୁଏ । ଏବଂ, ପ୍ରଥମ ଉନ୍ମେଷଣା ଓ ପରିସମାପ୍ତି ମଧ୍ୟରେ ରହିଥିବା ଅବଧିଟି ଉପରେ ହିଁ ସୌନ୍ଦର୍ଯ୍ୟବୋଧଗତ ସଫଳତାଟି ନିର୍ଭରଶୀଳ ହୋଇ ରହିଥାଏ । ପୁନଶ୍ଚ, ଉପଯୋଗିତା-କ୍ଷେତ୍ରର ସେହି ଅନୁଭୂତିଟିର ଅନ୍ୟ ସଫଳତାଟି, ଅନ୍ୟ ପକ୍ଷରେ ଅନୁଭବଟି ସମାପ୍ତ ହୋଇଯିବାର ଏକ ପରବର୍ତ୍ତୀ ଅବଧିକୁ ହିଁ ସୂଚାଇ ଦେଉଥାଏ । ଏହି ଦୁଇ କିସମର ସଫଳତା ମଧ୍ୟରେ କାହିଁକି ଏକ ସଂଘାତ ରହିବ ହିଁ ରହିବ, ଆପାତତଃ ତାହାର ଆଦୌ କୌଣସି କାରଣ ନଥାଏ । ଅବଶ୍ୟ ଏକଥା ବେଶ୍ କଳ୍ପନା କରି ହେଉଛି ଯେ, ଯଦି ଉଭୟେ ସେହି ଗୋଟିଏ ସମୟଗତ ସୀମା ସହିତ ସଂପର୍କିତ ହୋଇ ରହିଥାଆନ୍ତି, ତେବେ ଏକ ସଂଘାତ ହୁଏତ ଦେଖା ଦେଇପାରେ । କିନ୍ତୁ, ଆମେ ଯେତିକିଯାଏ ଜାଣି ପାରିବା, ଆମକୁ ସୁନ୍ଦର ବୋଧ ହେଉଥିବା ଏକ ବସ୍ତୁ ତା’ର ସୌନ୍ଦର୍ଯ୍ୟର କ୍ଷେତ୍ରରେ ଆଦୌ କୌଣସି କ୍ଷତି ନଘଟାଇ ମଧ୍ୟ ପରେ ଆମର କ୍ରିୟାଗୁଡ଼ିକୁ ମଧ୍ୟ ଖୁବ୍ ପ୍ରଭାବିତ କରିପାରେ ।

 

ଆମ ନିଜ ଅନୁଭୂତି ଗୁଡ଼ିକରୁ ଆମେ ଏହି କଥାଟିକୁ ପରୀକ୍ଷା କରି ଦେଖିପାରିବା । ବିଗତ ପନ୍ଦର ବର୍ଷର ସେହି ସୁଦୀର୍ଘ ସଙ୍କଟସମୟଟି ବେଳେ, ଯେତେବେଳେ ମାନବଜାତି ଏକ ଉତ୍କଟ ନାନା ସନ୍ତାପ ଭିତରେ ଜୀବନ ବିତାଉଥିଲା, ସେତେବେଳେ ମୁଁ କବି ମିଲ୍‌ଟନ୍‍ଙ୍କର ଲିସିଡ଼ାସ୍ କାବ୍ୟଟିକୁ ବାରମ୍ବାର ପାଠ କରୁଥିଲି । ଯେତେବେଳେ ମୋ’ ରକ୍ତଟା ପାଣି ହୋଇ ଯାଇଥିବା ପରି ବୋଧ ହେଉଥାଏ ଓ ଅସ୍ଥିମାନେ ସତେଅବା କୌଣସି ଅବଲେହରେ ପରିଣତ ହୋଇ ଯାଇଥାନ୍ତି, ସେତେବେଳେ ଲିସିଡ଼ାସ୍ କାବ୍ୟରୁ ମୁଁ ମୋ’ ଭିତରେ ଏକ ପୂର୍ଣ୍ଣଶକ୍ତି ମେରୁଦଣ୍ଡର ଅନୁଭବ ପାଏ, ଯେଉଁଟି ରହିଥିଲେ ଲୋକେ ସିଧା ହୋଇ ବାଟ ଚାଲିପାରନ୍ତି ଏବଂ ହାତ ବଢ଼ାଇ ଏକ ଭବିଷ୍ୟକୁ ସ୍ପର୍ଶ କରି ପାରନ୍ତି । ହଁ, ଏହିପରି ସର୍ବବିଧ ସ୍ଥିତିରେ ମୁଁ ସେହି କାବ୍ୟଟିକୁ କାମରେ ଲଗାଇ ପାରିଛି । ତୁମ ଚାରିପଟେ ବିପଦମାନେ ତୁମକୁ ଘେରି ରହିଥିବେ,–ଏବଂ ସେତେବେଳେ ଏହି ଶକ୍ତି ରହିଥିବାର ଅନୁଭବଟି ପ୍ରକୃତରେ କେତେ ନା କେତେ କାମରେ ଆସି ଲାଗିପାରେ । ଏବଂ, ବଳ ଆଣି ଦେବାର ଏହି କ୍ଷେତ୍ରରେ କବିତା ସେହି କୋଉ କାଳରୁ ହିଁ ଗୋଟିଏ ସାଧନବୋଲି ସ୍ଵୀକୃତ ହୋଇ ଆସିଛି । ଲିସିଡ଼ାସ୍ କାବ୍ୟରେ ରହିଥିବା ସୌନ୍ଦର୍ଯ୍ୟ ଉପରେ ଏହିପରି ଏକ ଉଦ୍ଦେଶ୍ୟର ପ୍ରକୃତରେ କି ପ୍ରଭାବ ପଡ଼ିଥାଏ ?

 

କାରଣ, ଏହି କ୍ଷେତ୍ରରେ ସୌନ୍ଦର୍ଯ୍ୟର ପକ୍ଷଟି ଆଦୌ କୌଣସି ପ୍ରକାରେ ଖଣ୍ଡିତ ହୋଇଯାଉଛି ବୋଲି ମୋତେ ଆଦୌ ଦେଖା ଯାଉନାହିଁ । ଏପରି ଗୋଟିଏ ପ୍ରକାରର ସୁଖାନୁଭବ, ଯାହାର କେବଳ ଏକ ପୁନରାବୃତ୍ତି ହେଉଥିଲେ ମଧ୍ୟ ତଥାପି ଶୁଷ୍କ ଲାଗିବନାହିଁ,–ତାହାହିଁ ପ୍ରମାଣ କରି ଦେଉଛି ଯେ, ସେଇଟି ଭିତରେ ପ୍ରକୃତରେ କୌଣସି ଅପ୍ରାସଙ୍ଗିକତା ନାହିଁ । କିନ୍ତୁ ମୁଁ ଏଥିରୁ ଏହି ଶିକ୍ଷାଟିକୁ ମଧ୍ୟ ଲାଭ କରୁଛି : ଲିସିଡ଼ାସ୍ ମୋତେ ଯେ ଏତେ ବଳ ଆଣି ଦେଉଛି,–ସେହି କାରଣରୁ ହିଁ ତାହା ସୁନ୍ଦର ନୁହେଁ; ବରଂ, ଠିକ୍ ତାହାର ବିପରୀତ କଥାଟି ହିଁ ସତ,–ସେହି କାବ୍ୟଟି ସୁନ୍ଦର ବୋଲି ମୁଁ ସେଥିରୁ ଏତେ ବଳ ପାଇପାରୁଛି । ହଁ, ଆମେ ମନ କଲେ ନିଶ୍ଚୟ ଏପରି କୋଡ଼ିଏଟି ପୁସ୍ତକ ବାଛିନେଇ ପାରିବା, ଯେଉଁଗୁଡ଼ିକରେ କି ‘ପ୍ରେରଣା–ପ୍ରଦାନକାରୀ କବିତାବଳୀ’ ବା ‘ସାହସ ପ୍ରଦାନ କରୁଥିବା କେତୋଟି ସର୍ଗ’ ଭଳି ଶୀର୍ଷକମାନେ ବ୍ୟବହାର କରା ଯାଇଥିବ ଏବଂ ସେଗୁଡ଼ିକ ବିଷୟରେ ତୁମେ ପୂର୍ବରୁ ଅବଶ୍ୟ ଜାଣିଥିବ ଯେ ସେଗୁଡ଼ିକରେ ସାହସ ଅଥବା ପ୍ରେରଣା ଆଣି ଦେବାଭଳି ପ୍ରକୃତରେ କିଛି ହିଁ ନାହିଁ । କିନ୍ତୁ, ପ୍ରକୃତ ସୌନ୍ଦର୍ଯ୍ୟ ମଧ୍ୟରେ ଠିକ୍ ଏହି ଶକ୍ତି ହିଁ ରହିଥାଏ । ଏହିପରି ଏକ ମର୍ମରେ କବି ଶେଲୀ ଏକଦା ତ କହିଥିଲେ ଯେ,–ହଁ, କିଞ୍ଚିତ୍ ଖାମଖିଆଲୀ ଭାବରେ ହୁଏତ, ‘କବିମାନେ ହିଁ କେହି ହୁଏତ ସ୍ଵୀକାର ନକରିଥିଲେ ମଧ୍ୟ ପୃଥିବୀର ଅସଲ ବିଧାନଗୁଡ଼ିକର ନିର୍ମାତା’ । ତେଣୁ ଶେଷରେ ଆମେ କହିବା, ଗୋଟିଏ କଳାକୃତି ମଧ୍ୟରେ ଥିବା ସୌନ୍ଦର୍ଯ୍ୟ ବିଷୟରେ କୌଣସି ନିର୍ଣ୍ଣୟ କରିବା ହେଉଛି ଗୋଟିଏ କଥା ଏବଂ, ସେହି କଳାକୃତିଟି ସୁନ୍ଦର ହୋଇଥିବାରୁ ତାହାର କ’ଣସବୁ ପ୍ରଭାବ ପଡ଼ିବ, ସେହି କଥାଟିର ନିର୍ଣ୍ଣୟ କହିବା, ତାହା ବେଶ୍ ଆଉଗୋଟିଏ କଥା । ଏକ ସାମାଜିକ ମନ୍ତବ୍ୟ ମଧ୍ୟ ଏକ କଳାତ୍ମକତାର ନମୁନା ହୋଇପାରେ, ମାତ୍ର ତାହା ସତକୁସତ କଳାତ୍ମକ ହୋଇଥିବା ଅତ୍ୟନ୍ତ ଆବଶ୍ୟକ । ଯଦି ତାହା କେବଳ ଗୋଟିଏ ମନ୍ତବ୍ୟ ହୋଇଥିବ, ତେବେ ତାହାକୁ କଳା ବୋଲି କୁହାଯାଇ ପାରିବନାହିଁ-। ଏବଂ, ତାହା ସମ୍ଭବତଃ ସଫଳ ଭାବରେ କୌଣସି ବିଶ୍ଵାସର ସଞ୍ଚାର ମଧ୍ୟ କରି ପାରୁନଥିବ-

 

ଏବଂ, ବ୍ୟକ୍ତିଗତ ଅଭିଜ୍ଞତାରୁ ଏଇଟିର ସତ୍ୟତା ବିଷୟରେ ମଧ୍ୟ ଅବଧାରଣ କରାଯାଇ ପାରିବ । ଉଦାହରଣ ସ୍ୱରୂପ ମୁଁ ନିଜେ ମଧ୍ୟ ଗୋଟିଏ ପ୍ରମାଣ ଦେଇପାରିବି ଯେ, କୌଣସି ଏକ ବ୍ୟାପାର ବିଷୟରେ ପ୍ରତ୍ୟୟଟିଏ ଜନ୍ମିଲେ ହିଁ ତାହା ଯଥେଷ୍ଟ ହୋଇଯିବ । ହଁ, କତିପୟ ବର୍ଷ ପୂର୍ବେ ଆମର ଏହି ପୃଥିବୀରେ ପ୍ରକୃତରେ ଅସଲ କେଉଁ କଥାଟି ବିଗିଡ଼ି ଯାଇଥିବା ବିଷୟରେ ମୋ’ର ପ୍ରଥମ ଉପଲବ୍ଧି ଏକ ପଦ୍ୟରଚନାର ଅଚାନକ ସ୍ଫୁରଣରୂପେ ଆସି ମୋ’ ଅନୁଭୂତିକୁ ସ୍ପର୍ଶ କରିଥିଲା । “ମୁଁ ନିତାନ୍ତ ଅସ୍ପଷ୍ଟ ଭାବରେ କ’ଣ ସବୁ ଛନ୍ଦୋବଦ୍ଧ ଆକାରରେ କହି ପକାଇଲି ଏବଂ ସେ କଥାମାନେ ସତକୁସତ ଆସି ଆବିର୍ଭୂତ ହୋଇ ଯାଇଥିଲେ ।’’ ହଁ, ଆବିର୍ଭୂତ ହେଲେ ଏବଂ ଭଲ ବୋଲି ଲାଗିଥିଲେ; ଏବଂ, ଆଉ ଯାହାକିଛି ହେଉ ପଛକେ, ପରିମାଣରେ ବେଶ୍ ଉଲ୍ଲେଖଯୋଗ୍ୟ ଭାବରେ ବହୁତ ହିଁ ଥିଲେ । ସେଗୁଡ଼ିକୁ ଯେଉଁ ସମ୍ପାଦକଙ୍କ ନିକଟକୁ ମୁଁ ପଠାଇ ଦେଇଥିଲି, ସିଏ ସଦୟ ହୋଇ ‘ସେଗୁଡ଼ିକ ମଧ୍ୟରେ ରହିଥିବା ଉତ୍ତମ ଅଂଶଗୁଡ଼ିକୁ ଅଳ୍ପବହୁତ ପରିମାଣରେ ଖୋଜି ବାହାର କରି ଆଣିବାକୁ ପଡ଼ିବ’ ବୋଲି ମୋତେ ଲେଖି ପଠାଇଥିଲେ । ସମ୍ପାଦକ ସଂପୂର୍ଣ୍ଣ ସତ୍ୟ କହୁଥିଲେ ଏବଂ, ମୁଁ ଯେ କୌଣସି ଅର୍ଥରେ ମଧ୍ୟ ଆଦୌ କବି ନୁହେଁ, ମୁଁ ଇତିମଧ୍ୟରେ ସେହି ଦୁଃଖଦ ଅନୁଭବଟି ସହିତ ବେଶ୍ ଅଭ୍ୟସ୍ତ ହୋଇ ଯାଇଛି । ତଥାପି ଖୁବ୍ ଅଶ୍ଵସ୍ତ ମନେ ହେଉଛି ଯେ, (ମୋ’ ବିଚାରଗୁଡ଼ିକ ଯଥାର୍ଥ ହୋଇଥିଲେ ମଧ୍ୟ) ମୁଁ କେବେହେଲେ ଜଣେ କବି ହୋଇ ପାରିବିନାହିଁ । ଅଥଚ, ଅନ୍ୟ ପକ୍ଷରେ ଟି.ଏସ୍, ଇଲିଅଟ୍ (ତାଙ୍କ ବିଚାରଗୁଡ଼ିକ ଭୁଲ୍ ହୋଇଥିଲେ ମଧ୍ୟ) ନିଃସନ୍ଦେହ ଭାବରେ ଜଣେ କବି ହୋଇଛନ୍ତି । ତୁମେ ଯାହା କହ ପଛକେ, ଯାହା ପ୍ରକୃତରେ ଘଟିଥାଏ, ତାହାକୁ ହିଁ ପ୍ରକୃତ ଘଟଣା ବୋଲି ମାନିନେବାକୁ ହୁଏ ।

 

ଏହିଭଳି ଗୋଟିଏ ଗୋଟିଏ ବ୍ୟତିକ୍ରମକୁ ବାଦ୍ ଦେଲେ, କଳାର କ୍ଷେତ୍ରରେ ସମାଜସମ୍ପର୍କିତ ମନ୍ତବ୍ୟଟି ଅବଶ୍ୟ ସମ୍ଭବ ହୋଇ ପାରିବ; ଯଦି ସେହି ମନ୍ତବ୍ୟଟି ସ୍ପଷ୍ଟତଃ ଏକପାଖିଆ ହୋଇଥିବ, ଅର୍ଥର ପ୍ରଲୋଭନ ଦ୍ଵାରା ପ୍ରେରିତ ହୋଇ ଲେଖା ହୋଇଥିବ ବା ସଂପୂର୍ଣ୍ଣ ଏକ ଅସତ୍ୟକୁ ବ୍ୟକ୍ତ କରୁଥିବ, ତେବେ ସେହି ସ୍ଥଳରେ ଖୁବ୍ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ସର୍ବୋତ୍ତମ ସ୍ଥଳଗୁଡ଼ିକରେ ତାହାକୁ କ’ଣ କିଛିକୁ ଏଥିରେ ଘୋଡ଼ାଇ ପକାଇବାର ଏକ ଚେଷ୍ଟା କରାଯାଇଛି ବୋଲି ହୁଏତ କୁହାଯିବ ଓ ସର୍ବାପେକ୍ଷା ଅଧିକ ମନ୍ଦ କ୍ଷେତ୍ରରେ ତଦ୍ଦ୍ଵାରା ମିଥ୍ୟା ନିମନ୍ତେ ଏପରି ଏକ ଘୃଣା ହୁଏତ ଉଦ୍ରେକ ହୋଇ ଆସିବ ଯେ, ତାହା ଫଳରେ ରୁଚିସମ୍ପନ୍ନ ବ୍ୟକ୍ତିମାନଙ୍କର ମନରେ ସର୍ବବିଧ ସୌନ୍ଦର୍ଯ୍ୟାନୁଭୂତିକୁ ତାହା ପ୍ରକୃତରେ ହତ୍ୟା ହିଁ କରି ପକାଇବ । ମାତ୍ର କଳାକାରମାନେ ସେହି ପ୍ରତ୍ୟେକ ସଂଶୟ ବଶତଃ ନିଶ୍ଚୟ ଉପକୃତ ହେବେ । ଏବଂ, ଆମ ବିଷୟରେ କହିବାକୁ ଗଲେ, ଆମେ କାଳେ କିଏ ନିଜର ପ୍ରଚାରଦ୍ଵାରା ଆମକୁ ଖୁବ୍ ପ୍ରଭାବିତ କରି ପକାଇବ ବୋଲି ଭୟ କରି ଅନ୍ୟ ମନୁଷ୍ୟମାନଙ୍କର ମନଗୁଡ଼ିକୁ ଜାଣିବାର ସୁଯୋଗରୁ କେବେହେଲେ ଆପଣାକୁ ବଞ୍ଚିତ କରି ରଖିବାକୁ ଇଚ୍ଛା କରିବାନାହିଁ ।

 

ଏହି ସମ୍ପର୍କରେ ସର୍ବୋତ୍ତମ ମତଖଣ୍ଡନଟିକୁ ମୁଁ ପ୍ରକୃତରେ ଆଦୌ ଦେଇ ପାରିବି ନାହିଁ, କାରଣ, ସେଇଟି ହେଉଛି ବସ୍ତୁତଃ, ସ୍ଵୟଂ କଳାକାରମାନଙ୍କର କାର୍ଯ୍ୟ । ସେମାନେ ଯାହାକିଛିର ପ୍ରମାଣ କରନ୍ତି, ମୋ’ର ଯୁକ୍ତିଗୁଡ଼ିକୁ ଦେଇ ମୁଁ ମଧ୍ୟ ତାହାକୁ ପ୍ରମାଣ କରିଦେଇ ପାରିବି ସତ, କିନ୍ତୁ ଯେତେବେଳେ କଳାକାରମାନେ ହିଁ ସେମାନଙ୍କ ସମୟର ସମସ୍ୟାଗୁଡ଼ିକର ସମ୍ମୁଖୀନ ହୁଅନ୍ତି ଏବଂ କୁଶଳ ଭାବରେ ତାହା କରନ୍ତି, ସେତେବେଳେ ଯାଇ ଏକ ଅନ୍ଧବିଶ୍ଵାସ ପ୍ରକୃତରେ ଚାଲିଯାଏ । ଏହି ଆମ ସମୟର ଜଣେ ମିଲ୍‍ଟନ୍‍ଙ୍କୁ ହୁଏତ ଏକ ବିନାଶକାରୀ ପ୍ରଭାବ ବୋଲି କହି ନିନ୍ଦା କରା ଯାଇପାରେ, କିନ୍ତୁ କୌଣସି ପ୍ରକାଶକ ତାଙ୍କୁ କଦାପି ଜଣେ ଅକୁଶଳ କବି ବୋଲି କହିବନାହିଁ । ଆଦୌ ଦୂରବର୍ତ୍ତୀ ହୋଇ ରହିନଥିବା ମୁଁ ତ ଏପରି ଗୋଟିଏ କାଳର କଳ୍ପନା କରିପାରୁଛି, ଯେତେବେଳେ କି ‘ତୁମେ କେବେହେଲେ କଳା ଏବଂ ରାଜନୀତିକୁ ଏକାଠି ମିଶାଇ ପାରିବନାହିଁ’ ବୋଲି ସେହି ବିଶ୍ଵାସଟି ନିଶ୍ଚୟ ତଳେ ପଡ଼ି ଚୂନା ହୋଇଯିବ, କାରଣ ଏପରି ଅନେକ ଅତ୍ୟନ୍ତ ଶକ୍ତିଶାଳୀ କଳାକୃତି ଆଗରେ ଆସି ଛିଡ଼ା ହୋଇଥିବେ, ଯାହାର କେହି ପ୍ରତିରୋଧ କରି ପାରିବେନାହିଁ ଏବଂ ଯେଉଁଗୁଡ଼ିକ ଏତେ ମହିମାନ୍ଵିତ ହୋଇଥିବେ ଯେ କେହି ସେଗୁଡ଼ିକୁ ମୋଟେ ଭର୍ତ୍ସନା ମଧ୍ୟ କରି ପାରିବେନାହିଁ ।

 

ତେଣୁ, ଏହି କଳ୍ପନାମାନେ ଯେତେବେଳେ ବାସ୍ତବରେ ହିଁ ଦୃଷ୍ଟିଗୋଚର ହେବେ, ସେତେବେଳେ ଏହି ବହିର ପୃଷ୍ଠାଗୁଡ଼ିକରେ ନିବେଦିତ ହୋଇଥିବା କଥାଗୁଡ଼ିକୁ ଆଉ ମନେ ରଖିବାର କୌଣସି ଆବଶ୍ୟକତା ପଡ଼ିବନାହିଁ,–ସେଗୁଡ଼ିକୁ ବେଶ୍ ଗୋଟିଏ ପାଖକୁ ଆଡ଼େଇଦେଇ ହେବ । ଏବଂ, କଳାକାରମାନଙ୍କ ଭିତରେ କହିବା ନିମନ୍ତେ ବହୁ କଥା ପୂର୍ଣ୍ଣ ହୋଇ ରହିଛି ଏବଂ ସେମାନଙ୍କର ସେହି କଥାଗୁଡ଼ିକ ମନୁଷ୍ୟଜାତି ନିମନ୍ତେ ମଧ୍ୟ ବେଶ୍ ଅର୍ଥଦ୍ୟୋତକ ହୋଇପାରିବ ବୋଲି ସେମାନଙ୍କୁ ଯାଇ ପ୍ରବର୍ତ୍ତାଇବାର କୌଣସି ପ୍ରୟୋଜନ ନଥିବ; ଏପରି କେହି ସ୍ରଷ୍ଟା ନଥିବେ ଯିଏକି କୌଣସି ନା କୌଣସି ମାତ୍ରାରେ ଆଦୌ ଜଣେ ମନୁଷ୍ୟ ହୋଇ ନଥିବେ ବୋଲି ଯେପରି କୁହାଯାଇ ପାରିବ, ସେହିପରି ସମାନ ମହତ୍ତ୍ଵ ସହିତ ଅବଶ୍ୟ କୁହାଯିବ ଯେ, ଏପରି ଜଣେହେଲେ ମଧ୍ୟ ମଣିଷ ନାହିଁ, ଯିଏକି କେତେକ ମାତ୍ରାରେ ଜଣେ ସ୍ରଷ୍ଟା ହୋଇନଥିବ । ଏକ ପ୍ରତିଭା ଯେ ଦୁରତିକ୍ରମ୍ୟ କେତେ କ’ଣକୁ ଅବଶ୍ୟ ହାସଲ କରି ପାରିବ, ସେହି ପ୍ରଶଂସାପୂର୍ଣ୍ଣ ଉକ୍ତିଟିକୁ କୌଣସି ପ୍ରକାରେ ବର୍ଜନ ନକରି ଆମେ ତଥାପି ଏଭଳି ଏକ ଆଶା ନିଶ୍ଚୟ କରିପାରିବା ଯେ, କ୍ରମେ ସେହି ଅସାଧାରଣ ପ୍ରତିଭା ଏବଂ ସାଧାରଣ ଆମମାନଙ୍କ ମଧ୍ୟରେ ରହିଥିବା ଦୂରତାଟି ହ୍ରାସ ହୋଇ ଆସିବ ଏବଂ କାହାକୁ ବାଦ୍ ନଦେଇ ବିଶ୍ଵଯାକ ସମସ୍ତଙ୍କ ମଧ୍ୟରେ ହିଁ କଳାତ୍ମକତା ନିମନ୍ତେ ଏବଂ ଜୀବନ ନିମନ୍ତେ ଏକ ଅଭୂତପୂର୍ବ ଜାଗୃତି ଅବଶ୍ୟ ଘଟିବ । ଯେତେବେଳେ କଳାକାରଗଣ ସେମାନଙ୍କର ମନୁଷ୍ୟପଣର ଅନୁଭବଟିକୁ ପୁନର୍ବାର ଫେରିପାଇବେ, ପରିଶେଷରେ ସେତେବେଳେ ମନୁଷ୍ୟମାତ୍ରେ ପ୍ରତ୍ୟେକେ ମଧ୍ୟ ପୁନରାୟ କଳାତ୍ମକତାର ଅଧିକାରୀ ହେବେ ।

☆☆☆

 

Unknown

ନିଜର ବ୍ୟବସ୍ଥା ନିଜକୁ କରିବାକୁ ହୁଏ

 

ହଁ, ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଗୋଟିଏ ଅର୍ଥରେ ତୁମକୁ ନିଜକୁ ହିଁ ନିଜ ସଂସାରଟିକୁ ଗଢ଼ିବାକୁ ପଡ଼ିବ । ଆପଣା ଆବଶ୍ୟକତା ଗୁଡ଼ିକର ପରିପୂରଣର ଦାୟିତ୍ଵଟିକୁ ଯଦି ତୁମେ ସଂପୂର୍ଣ୍ଣ ଭାବରେ ଅନ୍ୟମାନଙ୍କ ଉପରେ ନେଇ ଲଦିଦେବ, ଯଦି ତୁମେ ନିଜେ ସେଥିପାଇଁ କୌଣସି ଉଦ୍ୟମ ନକରୁଥିବ, ତେବେ ତୁମର ଜୀବନଟା ହିଁ ଗୋଟାସୁଦ୍ଧା ପରନିର୍ଭର ହୋଇ ରହିଯିବ । ତୁମେ ସେହି ସ୍ଥିତିରେ କେବଳ ଜଣେ ସକଳ ଅବସରର ବିନୋଦନ ହିଁ କରୁଥିବା ଏପରି ଜଣେ ଭଦ୍ର ମଣିଷରେ ପରିଣତ ହୋଇଯିବ, ଯାହାର ଚାହିଦାମାନେ କେବଳ ଅନ୍ୟ ଲୋକମାନଙ୍କର ଶ୍ରମ-ଉପାର୍ଜନରୁ ହିଁ ସତେଅବା ଟିକସ କରି ଆଦାୟ ହୋଇ ଆସୁଥିବେ । ଅଥବା, ଯଦି ଆମେ ଏପରି ଗୋଟିଏ ସମାଜର କଳ୍ପନା କରିବା, ଯେଉଁଠାରେ କି କେହି ନିଜପାଇଁ ଆଦୌ କିଛିହେଲେ କରନ୍ତିନାହିଁ ମାତ୍ର ଅନ୍ୟମାନଙ୍କ ପାଇଁ ହିଁ ଯାହାକିଛି କରୁଥାନ୍ତି, ତେବେ ଆମ ଆଗରେ ଏପରି ଗୋଟିଏ ପୂରା ପ୍ରାଚୁର୍ଯ୍ୟ ଥିବା ସାମୁଦାୟିକ ଜୀବନର ନକ୍ସାଟିଏ ପ୍ରକଟ ହୋଇ ହିଁ ଆସିବ, ଯେଉଁଥିରେ କି ସମସ୍ତେ ପରସ୍ପରର କୌଣସି ନା କୌଣସି କାର୍ଯ୍ୟ କରି ଦେଉଥିବାର ମାଧ୍ୟମରେ ହିଁ ପ୍ରକୃତରେ ଜୀବିକା ଅର୍ଜନ କରୁଥିବେ ।

 

ଅଧ୍ୟାୟଟିର ଶୀର୍ଷକରେ ଯେଉଁ ଅର୍ଥଟିକୁ ସାଧାରଣ ଭାବରେ ସୂଚାଇ ଦିଆ ହୋଇଛି, ତାହା ପ୍ରକୃତରେ ଉକ୍ତ ଦୁଇଟିରୁ କୌଣସି ଗୋଟିଏକୁ ମଧ୍ୟ ବୁଝାଉନାହିଁ । ତାହାର ସମସ୍ତେ ବୁଝିପାରିବା ଭଳି ଅର୍ଥଟି ହେଉଛି, ଆମର ଜୀବନ କହିଲେ ପ୍ରକୃତରେ ଏକ ପ୍ରଚଣ୍ଡ ଏବଂ ଭୟଙ୍କର ସଂଘର୍ଷକୁ ବୁଝାଇବ, ଯେଉଁଥିରେ କି ପ୍ରତ୍ୟେକ ମନୁଷ୍ୟକୁ ସାମିଲ୍ ହୋଇ ରହିବାକୁ ପଡ଼େ, ଆପେ ଲାଭବାନ୍ ଏବଂ ଉପକୃତ ହେବାର ପନ୍ଥାଗୁଡ଼ିକୁ ଖୋଜି ବାହାର କରିବାକୁ ହୁଏ ଓ ତା’ ନହେଲେ ସିଏ ତିଷ୍ଠି ହିଁ ରହି ପାରେନାହିଁ; ତେଣୁ ପୂର୍ଣ୍ଣ ବିବେକର ସହିତ ମାନିନେବାକୁ ହୋଇଥାଏ ଯେ, ନିଜର ଲାଭ,–ତାହାହିଁ ସବାବଡ଼ ଭଲ ଏବଂ ଏକମାତ୍ର ଭଲ । ଏବଂ, ସେହି ବିବେଚନାଟି ମୁତାବକ ନିଜର ପରାଜୟ ଏବଂ ବିଲୟ, ସେଇଟି ହିଁ ମନ୍ଦ । ଯେଉଁଟି ଦ୍ଵାରା ଉକ୍ତ ପ୍ରଥମ ଲକ୍ଷ୍ୟଟି ସାଧିତ ହୋଇପାରେ ଏବଂ ଦ୍ଵିତୀୟଟିକୁ ଏଡ଼ି ହୁଏ, ସେହି କାର୍ଯ୍ୟଟିକୁ ହିଁ ସବାଆଗ ଉଚିତ କାର୍ଯ୍ୟ ବୋଲି କୁହାଯିବ । କାରଣ, ପ୍ରକୃତରେ ସର୍ବଦା ସେହିପରି ହିଁ ଘଟେ । ହଁ, ତୁମ ଘରଟିକୁ ଚୂନା କରିଦେଇ ମୁଁ ଯେଉଁ ଇଟାଗୁଡ଼ିକୁ ନିଜେ ଅଧିକାର କରିନିଏ, ସେହିଗୁଡ଼ିକ ଦ୍ଵାରା ହିଁ ମୁଁ ମୋ’ ସୁଖର ଘରଟିକୁ ତିଆରି କରି ପାରିବି ।

 

ଏହି ବିଚାରଟି ସମ୍ପର୍କରେ ହୁଏତ ଯାହାକିଛି ବି କୁହାଯାଇ ପାରିବ,–ଏବଂ, ବିଗତ ପଚିଶିଟିଯାକ ଶତାବ୍ଦୀ ମଧ୍ୟରେ ପ୍ରକୃତରେ ଏବିଷୟରେ ବହୁତ କିଛି କୁହାଯାଇଛି,–ସେଥିରେ ଆଦୌ କିଛିହେଲେ ଲୁଚାଇ ରଖିବାର ପ୍ରୟାସ କରା ଯାଇନାହିଁ ଏବଂ, ସେହି କାରଣରୁ କଥାଟିର ପ୍ରାୟ ସେପରି କିଛି ପ୍ରତିରୋଧ ମଧ୍ୟ ହୋଇନାହିଁ । ଆମେ କେଡ଼େ ସହଜରେ ବେଶ୍ ଭାବିପାରୁଛୁ ଯେ, ଏହି ବାର୍ତ୍ତାଟିର ବାହକମାନେ ପ୍ରକୃତରେ କିଛିହେଲେ ଲୁଚାଉ ନାହାନ୍ତି । ସେମାନେ ନିଜେ ଯେଉଁପରି ହେବାରେ ଲାଗିଛନ୍ତି, ଖୁବ୍ ନିଷ୍କପଟ ଭାବରେ ତାହାରି କଥାମାନ କହୁଛନ୍ତି, ସେମାନେ ଆମଲାଗି ମଧ୍ୟ ଏକ ଚେତାବନୀ ପ୍ରଦାନ କରୁଛନ୍ତି । ଏବଂ, ଯଦି ଆମେ ତଥାପି ସାବଧାନ ନହେବା, ତେବେ ତାହା କେବଳ ଆମରି ଏକ ନିର୍ବୋଧତା ବୋଲି କୁହାଯିବ ।

 

ସମ୍ଭବତଃ ଏହି କାରଣରୁ, ମୁଁ ଯେପରି ଅନୁଭବ କରିଆସିଛି, ସେହି ଖାସ୍ ଧାରଣାଟି କେତେକ ସଂପୂର୍ଣ୍ଣ ନିରୀହ ଓ ସରଳ ବ୍ୟକ୍ତିଙ୍କର ମନ ଭିତରେ ଏବେ ମଧ୍ୟ ବିଦ୍ୟମାନ୍ ରହିଛି । ‘ନୀତିଶାସ୍ତ୍ର’ ପଢ଼ାଇ ଥିବାର ଏହି ଏକାଧିକ ବର୍ଷର ଅବଧିଟି ମଧ୍ୟରେ ମୁଁ ବହୁସଂଖ୍ୟକ ଏପରି ଛାତ୍ରଛାତ୍ରୀଙ୍କର ପରିଚୟରେ ଆସିଛି, ଯେଉଁମାନେ କି କେଡ଼େ ଦୃଢ଼ ଭାବରେ ଉକ୍ତ ସିଦ୍ଧାନ୍ତଟିର ପକ୍ଷ-ସମର୍ଥନ କରୁଥିଲେ, ଏପରି ଏକ ଅନମନୀୟ-ପ୍ରାୟ ସଙ୍ଗତି ଦେଖାଇ ତାହାର ସମର୍ଥନ କରୁଥିଲେ ଯେ, ଏପରି କରି ଆପଣାର ଚରିତ୍ର ଉପରେ ହୁଏତ କଳା ବୋଳି ଦେବାକୁ ସମ୍ମତ ଥିଲେ ସିନା, ମାତ୍ର ଖୁବ୍ ଯତ୍ନ ସହକାରେ ମୋ’ ଚରିତ୍ର ଉପରେ କାଳିମା ନଲଗାଇବା ବିଷୟରେ ସର୍ବଦା ସାବଧାନ ରହିଥିଲେ । ବେଶ୍ ମନେ ପଡ଼ୁଛି, ସେମାନଙ୍କ ଭିତରେ ଜଣେ, ନିଜର ବଳକା ସମୟରେ ସିଏ କାହାର ବ୍ୟକ୍ତିଗତ କିରାନି ରୂପେ ମଧ୍ୟ କାର୍ଯ୍ୟ କରୁଥିଲା,–ସିଏ ତ ବହୁ ପରିମାଣରେ ଯୁକ୍ତିମାନ ବାଢ଼ି ଦେଇ କେଡ଼େ ସ୍ପଷ୍ଟ ଭାବରେ ଏକଥା ମଧ୍ୟ କହୁଥିଲା ଯେ, ହୋଟେଲ୍‌ରେ ଥିବା ଖାଦ୍ୟପଦାର୍ଥକୁ ମନ କଲା ମାତ୍ରକେ ସେଠାରୁ ଉଠାଇ ଆଣିବାକୁ ସର୍ବଦା ମନ କରୁଥିଲେ ମଧ୍ୟ କେବଳ ପୋଲିସ୍‌ର ଭୟରେ ସିଏ ସେହି କାର୍ଯ୍ୟଟିକୁ କରୁନଥିଲା । ହୁଏତ, ସିଏ ପ୍ରକୃତରେ ସତକଥାଟିଏ କହୁଥିଲା, କିନ୍ତୁ ନିଜର ଏକ ବିସମ୍ମତିକୁ ପ୍ରକଟ କରିବା ବିଷୟରେ ତା’ର ସେହି ଆନ୍ତରିକତାଯୁକ୍ତ ସାମର୍ଥ୍ୟଟି ଉପରେ ମୁଁ ପ୍ରକୃତରେ ଖୁବ୍ ଆସ୍ଥା ସ୍ଥାପନ ମଧ୍ୟ କରିଥାନ୍ତି । ସଂପୂର୍ଣ୍ଣ ବ୍ୟତିକ୍ରମହୀନ ଭାବରେ ସ୍ଵାର୍ଥପରତାର ଏହି ତରୁଣ ସମର୍ଥକମାନେ ସମସ୍ତେ ଦୟାବାନ୍ ଥିଲେ, ସେମାନଙ୍କ ଉପରେ ବିଶ୍ଵାସ ବି ରଖି ହେଉଥିଲା ଏବଂ ମୁଁ ଅନୁମାନ ବି କରୁଛି ଯେ ବେଳେବେଳେ କେଡ଼େ ମସୃଣବତ୍ ମନେ ହେଉଥିବା ସେମାନଙ୍କର ଅନ୍ୟ ଶ୍ରେଣୀଛାତ୍ରମାନଙ୍କ ତୁଳନାରେ ଏହି ପୂର୍ବୋକ୍ତମାନେ ଜଣେ ଜଣେ ନାଗରିକ ହିସାବରେ ଏକ ଅଧିକ ଉଚ୍ଚ ସ୍ତରରେ ହିଁ ରହିଥିଲେ ।

 

ଆପଣା ଆଡ଼ୁ ଆବଶ୍ୟକ ହେଲେ କିଛି ଆକ୍ରମଣାତ୍ମକ ଉପାୟ ଅବଲମ୍ବନ କରି ମଧ୍ୟ ତଥାପି ସଫଳତା ହାସଲ କରିବା ଉଚିତ ବୋଲି ତରୁଣମାନେ ଯେ ଏବେ ଗମ୍ଭୀର ଭାବରେ ବିଶ୍ଵାସ କରୁଛନ୍ତି, ମୁଁ ଭାବୁଛି ସେମାନେ ବସ୍ତୁତଃ ସେଇଟି ଠାରୁ ଦୂରରେ ହିଁ ରହିଛନ୍ତି; ବରଂ, ସ୍ଵାର୍ଥପରତା ତ ସତକୁସତ ସେହିମାନଙ୍କ ଠାରେ ଅଧିକ ରହିଛି, ଯେଉଁମାନେ ଖୋଲାଭାବରେ ସେଇଟି ବିଷୟରେ ହୁଏତ କିଛି କହୁନାହାନ୍ତି । ଉଦାହରଣ ସ୍ୱରୂପ, ମୁଁ ନିଜେ କଲେଜରେ ପଢ଼ୁଥିବା ସମୟରେ, ଉପର ଶ୍ରେଣୀର ଛାତ୍ରମାନଙ୍କୁ କେତେକ ପ୍ରଶ୍ନ ବିଷୟରେ ନିଜ ନିଜର ମତଗୁଡ଼ିକୁ ପ୍ରକଟ କରିବାକୁ ପଡ଼ୁଥିଲା : ବିଗତ ଚାରିବର୍ଷ ମଧ୍ୟରେ ‘ଶିକ୍ଷା’ ନା ‘ଅନ୍ୟମାନଙ୍କ ସହିତ ତୁମର ସମ୍ପର୍କ’–କେଉଁଟି ତୁମର ଅଧିକ କାମରେ ଲାଗିଛି,–ସେହିପରି ଗୋଟିଏ ପ୍ରଶ୍ନ । ‘ସମ୍ପର୍କ’ଟା ହିଁ ସବୁବେଳେ ଅଧିକ ଭୋଟ୍ ପାଉଥିଲା । ତାହାର ଅର୍ଥ ହେଉଛି, ଅଧିକତର ସଂଖ୍ୟାର ଛାତ୍ର ଜ୍ଞାନଲାଭ ଏବଂ ଯଥାର୍ଥ ଅନ୍ତର୍ଦୃଷ୍ଟି-ଲାଭ ତୁଳନାରେ ସମ୍ପର୍କସ୍ଥାପନକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଦେଉଥିଲେ । ସମ୍ପର୍କସ୍ଥାପନ ଦ୍ଵାରା ହିଁ ସେମାନେ ବୀମା କୋମ୍ପାନୀମାନଙ୍କର ପ୍ରଚାର କରି ପାରୁଥିଲେ ଏବଂ ଅନ୍ୟାନ୍ୟ କେତେକ ଉପାୟରେ କିଛି ଉପାର୍ଜନ ମଧ୍ୟ କରି ପାରୁଥିଲେ । ଅଧିକ ଲାଭଦାୟକ ବାସ୍ତବ କଥାଟି ହେଉଛି ଯେ, ତୁମେ ବର୍ତ୍ତମାନ ଯେଉଁମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିପାରିବ, ଭବିଷ୍ୟତରେ ସେହିମାନଙ୍କୁ ନିଜର କ୍ରେତାରୂପେ ସହଜରେ ହିଁ ପାଇବ । ପ୍ରାଚୀନ ଏକାଧିକ ଯୁଗର ଜ୍ଞାନ ଓ ପ୍ରଜ୍ଞା ଏହା ତୁଳନାରେ ତୁମକୁ ମୋଟେ ସେପରି ସାହାଯ୍ୟ କରି ପାରିବନାହିଁ । ହଁ, ବର୍ତ୍ତମାନର ଜଣେ କ୍ରେତା ଭବିଷ୍ୟତରେ ଜଣେ ବନ୍ଧୁ ହୋଇ ପାରିବ କି ନାହିଁ, ସେହି ବିଷୟରେ କେହି କେବେ ପ୍ରଶ୍ନଟିର କରିଥିବା ମୋ’ର ମନେ ପଡ଼ୁନାହିଁ ।

 

ଏହି ସିଦ୍ଧାନ୍ତଟିରେ ପ୍ରକୃତରେ କୌଣସି କପଟ ଆଉ ଅଥବା ନଥାଉ, ତାହା ଯେ କେଡ଼େ ସ୍ପଷ୍ଟ ଭାବରେ ନିଜର କଥାଟିକୁ ବ୍ୟକ୍ତ କରିଦେଇ ପାରୁଛି, ସେଇଟି ଭିତରେ ନିଶ୍ଚୟ କିଛି ପ୍ରତାରଣା ରହୁଥିବା ପରି ମନେ ହେଉଛି । ଆମକୁ ସତର୍କ ରହିବାକୁ ପରାମର୍ଶ ଦେବାର ମାଧ୍ୟମରେ ହିଁ ତାହା ଆମକୁ ସତକୁସତ ଅସତର୍କ କରି ଦେଉଛି । ଆମେ ସାଧାରଣତଃ ଭାବିଥାଉ ଯେ, ଯେଉଁଠି କଥାରେ ଦୁଇଟି ମତଲବ ରହିଥିବ, ତାହା କଦାପି ଏପରି ସିଧା ଭାବରେ ନିଜର କଥାଗୁଡ଼ିକୁ କହିବନାହିଁ । ତେଣୁ ଆଦୌ କୌଣସି ସନ୍ଦେହ ନକରି ଆମେ ଜଣେ ବ୍ୟକ୍ତିର ଆନ୍ତରିକତାକୁ ବିଶ୍ଵାସ ହିଁ କରିଥାଉ, ଯିଏକି ତୁମକୁ ଏହି ବର୍ତ୍ତମାନ ହିଁ କେଡ଼େ ସିଧା ହୋଇ ଆଦୌ କୌଣସି ନିଷ୍ଠାଦ୍ଵାରା ପରିଚାଳିତ ନହେବାକୁ ହିଁ ସିଏ ନିଜ ନୈତିକତାର ଅସଲ ସତ୍ୟରୂପେ ସର୍ବଦା ଗ୍ରହଣ କରିଥାଏ ବୋଲି କହିଛି । ଏବଂ, ଏହି ବ୍ୟକ୍ତିଟି ନିଶ୍ଚୟ ଜଣେ ନିଷ୍ଠାହୀନ ବ୍ୟକ୍ତି ହିଁ ହେବ,–କାରଣ ତା’ ନହେଲେ ତା’ ଭିତରେ ବସ୍ତୁତଃ ମୋଟେ କୌଣସି ସଙ୍ଗତି ମଧ୍ୟ ରହିବନାହିଁ । କାରଣ, ନିଷ୍ଠା ପ୍ରକୃତରେ ଏପରି ଗୋଟିଏ ଗୁଣ, ଯାହାକି ଅନ୍ୟମାନଙ୍କ ଭିତରେ ନିଜର ଆଚରଣ ବିଷୟରେ ଏକ ସତତତାର ନିଶ୍ଚିତ ପ୍ରତ୍ୟୟ ମଧ୍ୟ ପ୍ରଦାନ କରେ । ତେଣୁ, ଏଇଟି ହେଉଛି ଗୋଟିଏ ସାମାଜିକ ଗୁଣ । କିନ୍ତୁ, ଯେଉଁଠାରେ ସ୍ଵାର୍ଥପରତାକୁ ହିଁ ସବାଆଗର ନୀତି ବୋଲି ଗ୍ରହଣ କରା ଯାଇଥାଏ, ସେଠାରେ ଯାବତୀୟ ସମାଜସମ୍ପର୍କିତ ନୈତିକତାର ଆଦୌ କୌଣସି ସ୍ଥାନ ନଥାଏ । ଏବଂ, ଯେଉଁ ବ୍ୟକ୍ତି ସେହି ନୀତିଟି ପ୍ରତି ନିଷ୍ଠାବାନ୍ ହେବାଲାଗି ସ୍ଥିର କରିଥାଏ, ସିଏ ତ ଆପଣାର ଚରିତ୍ରରେ ଆଉ ସର୍ବବିଧ ଗୁଣ ବିଷୟରେ ଅନୁଶୋଚନା କରିବାକୁ ବାଧ୍ୟ ହେଉଥାଏ ଏବଂ ଯଥାଶୀଘ୍ର ସେଥିରୁ ନିଷ୍କୃତି ପାଇବା ଲାଗି ଚେଷ୍ଟା ମଧ୍ୟ କରୁଥାଏ ।

 

ତେଣୁ, ଆମ ସମ୍ମୁଖରେ ରହିଥିବା ସେହି ସିଦ୍ଧାନ୍ତଟିରେ କେତେ ନା କେତେ ବିରୋଧ ଭିତରେ ହିଁ ତିଷ୍ଠି ରହିବାକୁ ହୁଏ । ଏଇଟିକୁ ଆଦୌ ନିଜର ବୋଲି ଗ୍ରହଣ କରି ପାରୁନଥିବା ଜଣେ ନିରୀହ ବ୍ୟକ୍ତି ତଥାପି ବେଳେ ବେଳେ ସେଇଟିକୁ ଅନୁସରଣ କରିବା ଉଚିତ ବୋଲି କହୁଥାଏ,–ଏବଂ ସତେଅବା କୌଣସି ତାରୁଣ୍ୟସୁଲଭ ବିଦ୍ରୋହ ନିମନ୍ତେ ଗୋଟିଏ ବାଟ ପାଇ ଯାଉଥିଲା ପରି ଅନୁଭବ ବି କରେ । ମୋଟେ ସେତେ ଅଧିକ ନିରୀହ ହୋଇ ପାରିନଥିବା ଆଉଜଣେ ବ୍ୟକ୍ତି ସେଇଟି ଅନୁସାରେ ନିଜକୁ କ୍ରିୟାଶୀଳ ମଧ୍ୟ କରୁଥାଏ ଏବଂ, ତା’ଠାରୁ ଅଧିକ ବୟସର ଲୋକମାନଙ୍କ ଭିତରେ ସେଇଟି ପ୍ରଚ୍ଛନ୍ନ ହୋଇ ରହିଥିଲେ ମଧ୍ୟ ସେମାନେ ଯେପରି ଆଚରଣ କରୁଥାନ୍ତି, ସିଏ ମଧ୍ୟ ସେହିଗୁଡ଼ିକୁ ଅନୁକରଣ କରୁଥାଏ । ସ୍ଵୟଂ ସିଦ୍ଧାନ୍ତଟି କଦାପି ଖୋଲା ହୋଇ କୌଣସି ଗୁଣକୁ ସ୍ଵୀକାର କରିନେଇ ପାରେନାହିଁ ଏବଂ ତେଣୁ ତାହାର କହିବା ଏବଂ ଠିକ୍ ସେହି ଅନୁସାରେ ବୁଝିବା ମଧ୍ୟରେ ଆଦୌ କୌଣସି ପାର୍ଥକ୍ୟ ନାହିଁ ବୋଲି ସିଏ ସ୍ଵୀକାର କରିବ କି ନାହିଁ, ସେହି ବିଷୟରେ କିଛି ଠିକ୍ କରି ପାରୁନଥାଏ । ହଁ, ସିଦ୍ଧାନ୍ତଟି ଭିତରେ କେଉଁଠି ଏକ ନୈରାଶ୍ୟଭାବ ରହିବା ବିଷୟରେ ଖୁବ୍ ଘ୍ରାଣ କରି ହେଉଛି : ଯାହାକୁ ପ୍ରକୃତରେ ଉଚିତ ବୋଲି ନିଜ ଭିତରେ ଗ୍ରହଣ କରି ହୁଏନାହିଁ, ସେଇଟିକୁ ହିଁ ଉଚିତ ବୋଲି କହିବାର ଚେଷ୍ଟା କରୁଥିବାର ଏକ ଚୂଡ଼ାନ୍ତ ମିଛ ଆବେଗ ବେଶ୍ ଲକ୍ଷ୍ୟ କରିହୁଏ ଏବଂ, ସେହି ଆବେଗଟିର ଆହୁରି ସେପାଖରେ ଏପରି ଏକ ରିକ୍ତ ସ୍ଥାନ ରହିଥାଏ ଓ ଆଦୌ କୌଣସି ପ୍ରାଣବନ୍ତତା ନଥିବା କେତେ କେତେ ଭାବନାକୁ ସେହି ରିକ୍ତତା ଗିଳି ବି ପକାଉଥାଏ ।

 

ଏବଂ, ପ୍ରକୃତରେ ସେହିପରି ହିଁ ଘଟେ । ମନେ କରାଯାଉ ଯେ ତୁମେ ହେଉଛ ଏପରି ଜଣେ ବ୍ୟକ୍ତି, ଯାହାର କି ଅନ୍ୟ ବ୍ୟକ୍ତିମାନଙ୍କର ଶ୍ରମଜନିତ ଉପାଦାନକୁ ଆତ୍ମସାତ୍ କରିନେଇ ଖୁବ୍ ଅର୍ଥଲାଭ ହେଉଛି । ଅର୍ଥାତ୍, ତୁମର ରୋଜଗାରରେ ବହୁ ବ୍ୟକ୍ତିଙ୍କର ଅବଦାନ ରହିଛି ଏବଂ, ତୁମେ ବେଶ୍ ବହୁତ ଉପାର୍ଜନ କରିପାରୁଛ କାରଣ, ସେହି ଅନ୍ୟମାନେ ମୁଣ୍ଡପିଛା ବହୁତ କମ୍ ଅର୍ଜନ କରୁଛନ୍ତି । ପୁନଶ୍ଚ, ତୁମେ ଏକଥାଟି ବିଷୟରେ ନିଶ୍ଚୟ ସଜ୍ଞାନ ହୋଇ ରହିଛ ଯେ, ଆହୁରି ହଜାର ହଜାର ଲୋକ ମଧ୍ୟ ଠିକ୍ ତୁମରି ମାର୍ଗରେ ଆପଣାର ଆୟଟିକୁ ସମ୍ଭବ କରି ପାରୁଛନ୍ତି । ଯଦି ତୁମେ ପ୍ରଥମେ ସେକଥାଟିକୁ ଜାଣି ନଥିବ, ତେବେ ବର୍ତ୍ତମାନ ଅବଶ୍ୟ ଆବିଷ୍କାର କରିପାରିବ ଯେ, ଏହିପରି ଭାବରେ ଉକ୍ତ ଶୋଷଣଟି କ୍ଷେତ୍ରରେ ତୁମର ପ୍ରତିଦ୍ଵନ୍ଦୀମାନେ ମଧ୍ୟ ଅଛନ୍ତି ଏବଂ, ଯଦି ତୁମେ ଆପଣାର ଅର୍ଜନଗୁଡ଼ିକୁ ସୁରକ୍ଷିତ ରଖି ନପାରିବ, ତେବେ ତାହା ସେହି ଅନ୍ୟମାନଙ୍କ ପାଖକୁ ଚାଲିଯିବ ଏବଂ ଆଖର ତୁମେ ନିଃସ୍ଵ ହିଁ ହେବ । ତେଣୁ, ତୁମକୁ ନିଜ ରୋଜଗାରର ଉତ୍ସଗୁଡ଼ିକୁ ବଜାୟ ରଖିବାକୁ ପଡ଼ିବ ଏବଂ ସେହି ଉତ୍ସମାନେ ମଧ୍ୟ ତୁମ ପହୁଞ୍ଚ ଭିତରେ ଅବଶ୍ୟ ରହିଥିବେ । ହଁ, ଏହି କାର୍ଯ୍ୟଟିକୁ ସମ୍ପନ୍ନ କରିବା ସକାଶେ ତୁମପାଇଁ ଆହୁରି ଅନ୍ୟମାନେ ମଧ୍ୟ କାର୍ଯ୍ୟ କରୁଥିବେ ଏବଂ, ତୁମର ସ୍ଥାନଟିକୁ ଯେପରି ଆଉ କେହି ଅଧିକାର କରି ନନିଏ, ସେବିଷୟରେ ତୁମେ ସତର୍କ ରହିବ ।

 

ସେହିପରି ଗୋଟିଏ ସ୍ଥିତିରେ ତୁମଲାଗି ପୂରା ପୃଥିବୀଟା ହିଁ ଶତ୍ରୁମାନଙ୍କ ଦ୍ଵାରା ପୂର୍ଣ୍ଣ ହୋଇ ରହିଥିବା ପରି ବୋଧ ହେବାକୁ ଲାଗିବ । ସରକାର, ଶ୍ରମିକମାନଙ୍କର ସଂଗଠନ, ଏକଚାଟିଆ ସର୍ବବିଧ ସଂସ୍ଥା, କ୍ଷୁଦ୍ର ଓ ବୃହତ୍ ଅନ୍ୟ ବେପାରି ସମସ୍ତେ ତୁମର ସର୍ବନାଶ କରିବା ନିମନ୍ତେ ଷଡ଼ଯନ୍ତ୍ର କରିଥିବା ପରି ମନେ ହେବ । ଏବଂ, ତୁମଦ୍ଵାରା ଯୋଗାଡ଼ ହୋଇ ପାରୁଥିବା ସକଳ ଅସ୍ତ୍ରର ସାହାଯ୍ୟରେ ତୁମେ ସେମାନଙ୍କ ସହିତ ସଂଗ୍ରାମ ହିଁ କରିବ । ଏବଂ, କଥାଟି ନିଶ୍ଚୟ ବିଚିତ୍ର ବୋଲି ଲାଗିବ ସିନା, ନୈତିକତାର ନାନା ସିଦ୍ଧାନ୍ତ ମଧ୍ୟ ସେଥିମଧ୍ୟରୁ ନିଶ୍ଚୟ ଗୋଟିଏ ଅସ୍ତ୍ର ହୋଇଥିବ । ହଁ, ନୀତିର ଶାସ୍ତ୍ରକ୍ଷେତ୍ରଟି ସର୍ବତ୍ର ହିଁ କ୍ଷମତା ହାତରେ ଏକ ହତିଆର ଭଳି ବ୍ୟବହୃତ ହୋଇଥାଏ, କାରଣ ସେଇଟି ଦ୍ଵାରା ନିଜର ଆଚରଣଟିକୁ ଠିକ୍ ବୋଲି ଦର୍ଶାଇ ଦିଆଯାଉଥାଏ ଓ ଅନ୍ୟମାନଙ୍କୁ ସେଥିରେ ବିଶ୍ଵାସ କରିବା ନିମନ୍ତେ ଚେଷ୍ଟା କରାଯାଏ । ଏବଂ, ତାହାରି ଅନୁସାରେ, ତୁମେ ସମ୍ଭବତଃ ଏପରି ସଙ୍କେତଟିଏ ଦେବାର ଚେଷ୍ଟା କରିବ ଯେ, ତୁମେ ଯାହାକିଛି କରୁଛ, ତଦ୍ଦ୍ୱାରା କେବଳ ‘ଅଯୋଗ୍ୟ’ମାନଙ୍କୁ ହିଁ ନିକାଲି ବାହାର କରିଦେବାର ପ୍ରୟାସ କରୁଛ ଏବଂ ତେଣୁ ପ୍ରକୃତିର ସହାୟତା ହିଁ କରୁଛ । ଅଥବା, ଏପରି ହୁଏତ କହିବ ଯେ, ବହୁତ ମନୁଷ୍ୟ ଅଛନ୍ତି, ଯେଉଁମାନଙ୍କୁ କି ସ୍ଵଭାବତଃ ଅପେକ୍ଷାକୃତ କମ୍ ସମର୍ଥ ବୋଲି କୁହାଯିବ ଏବଂ, ତୁମେ ସେମାନଙ୍କ ପ୍ରତି ଯେଉଁଭଳି ଆଚରଣ କରୁଛ, ସେମାନେ ପ୍ରକୃତରେ କେବଳ ତାହାର ହିଁ ଯୋଗ୍ୟ । କିମ୍ବା, ହୁଏତ କହୁଥିବ ଯେ, ଜଣେ ମନୁଷ୍ୟର ଆଚରଣ ଅନୁସାରେ ତା’ ସହିତ ଯେପରି ବ୍ୟବହାର କରାଯିବା ପ୍ରକୃତରେ ଉଚିତ, ତୁମେ କାର୍ଯ୍ୟତଃ ତାହାହିଁ କରୁଛି ।

 

କିନ୍ତୁ, ବର୍ତ୍ତମାନ ଏପରି ମଧ୍ୟ ଅନୁମାନ କରାଯାଉ ଯେ, ଏହିସବୁ ଏବଂ ଏହିଭଳି ଅନ୍ୟ ଉଚିତ–ପ୍ରମାଣକାରୀ ଯୁକ୍ତିଗୁଡ଼ିକ ପ୍ରକୃତରେ କୌଣସି କାମ ଦେଉନାହାନ୍ତି । ମନେ କରାଯାଉ ଯେ ତୋଷାମଦ କରାଯିବାର ଏହି ଆଦର୍ଶବାଦୀ ମାର୍ଗଟି ଉପରେ ଝୁଲୁଥିବା ପରଦାମାନେ ସତକୁସତ କାଢ଼ି ହୋଇଗଲେ ଏବଂ ତେଣୁ ତୁମର ଅସଲ ଅଭିପ୍ରାୟଟା ପଦାରେ ପଡ଼ି ମଧ୍ୟ ଗଲା । ଅର୍ଥନୀତିର ନିରାଟ ତଥ୍ୟସତ୍ୟଟି ତୁମର ପଦ ଏବଂ ଆଚରଣଟିକୁ ଧରା ହିଁ ପକାଇଦେଲା । ଏବଂ, ତା’ପରେ ତୁମ ପାଖରେ ନିଜକୁ ବସ୍ତ୍ରାବୃତ କରି ରଖିବା ଉଚିତ ବୋଲି ଯୁକ୍ତି କରିବାକୁ ଆଉ କୌଣସି ମାର୍ଗ ହିଁ ଥିବାର ଦିଶୁନାହିଁ । ଏବଂ, ସେତେବେଳେ ତୁମେ ପୂରା ଓ ସିଧା ହୋଇ ହୁଏତ କଥାଗୁଡ଼ିକୁ କହିବାଲାଗି ମୋଟେ ପଶ୍ଚାତ୍‌ପଦ ହେବନାହିଁ । ଆଉ ତ ଲୁଚି ରହିଯିବାର କୌଣସି ବାଟ ନଥିବ, ତେବେ ସ୍ପଷ୍ଟ କଥାଟିଙ୍କୁ କହିଦେବା ବ୍ୟତୀତ ଆଉ ଅନ୍ୟ କୌଣସି ଚାରା ହିଁ ନଥିବ । ତେଣୁ ତୁମେ କହିବ,–ହଁ, ଲୋକମାନେ ତ ପ୍ରକୃତରେ ଏହିପରି, ତେଣୁ ମୁଁ ମଧ୍ୟ ଏହିପରି । ଏବଂ, ତେଣୁ, ଏହି ସ୍ଥିତିରେ ଯେତେଦୂର ସମ୍ଭବ ପ୍ରତ୍ୟେକକୁ ଏଥିରୁ ଯଥାସାଧ୍ୟ ଯୋଗାଡ଼ କରିନେବାକୁ ପଡ଼ିବ । ଏହିପରି ଭାବରେ ଯେତେବେଳେ ଅସଭ୍ୟ ଆଚରଣକୁ ଆମୋଦଦାୟକ, ବା ସ୍ଵାଭାବିକ, ପ୍ରକୃତରେ ଉପକାରୀ ଅଥବା ନ୍ୟାୟୋଚିତ ଓ ଅପରିହାର୍ଯ୍ୟ ବୋଲି ବର୍ଣ୍ଣନା କରି ଆଉ କାହାରି ମନରେ ଏକ ପ୍ରତ୍ୟୟ ଜନ୍ମାଇବା ସମ୍ଭବ ହୋଇ ପାରୁନାହିଁ, ତେବେ ଆଖର ଅନନ୍ୟୋପାୟ ହୋଇଯାଇ କେବଳ ଗୋଟିଏ ଦୀର୍ଘନିଃଶ୍ୱାସ ତ୍ୟାଗ କରି ଏତିକି କୁହାଯାଇ ପାରିବ, “ଥାଉ ଏତିକିରେ, ଆଉ ସେସବୁ କଥା ମୋଟେ କହିବା ଦରକାର ନାହିଁ ,–ମୋତେ ତ ଏହି ବାଟରେ ଯିବାକୁ ହିଁ ହେବ !’’ ହଁ, ସ୍ଵାର୍ଥପରତାକୁ ହିଁ ଏକମାତ୍ର ନୈତିକତା ବୋଲି ଆବୋରି ନେଇଥିବା ଜଣେ ବ୍ୟକ୍ତି ସେହିପରି କରିବ । ଏବଂ, ଏହିପରି କରିବାଟିକୁ କିଣେ ବୈଦ୍ୟ କିମ୍ବା ଶବ ପୋତା ହେବାର ଗାଡ଼ଗୁଡ଼ିକୁ ଖୋଳୁଥିବା ଜଣେ ଖୋଦକ,–ଦୁହିଁଙ୍କ ମଧ୍ୟରୁ ପ୍ରକୃତରେ କାହାର କର୍ତ୍ତବ୍ୟ ବୋଲି କୁହାଯିବ କେଜାଣି ?

 

ତେଣୁ, ସିଦ୍ଧାନ୍ତଟି ଆମ ସମାଜରେ ବାସ କରୁଥିବା ଜୀବନରେ ଏହିପରି ଭାବରେ ହିଁ ଏକ ବ୍ୟବହାରରେ ଲାଗିଥାଏ । ଏବଂ, ଏଇଟିକୁ ଏକ ଅନ୍ତିମ ସମାଧାନରୂପେ ଗ୍ରହଣ କରାଯାଉଥିବାରୁ ସେଥିରୁ ପ୍ରକୃତରେ ନୈତିକତା ସହିତ ସମ୍ପର୍କ ରଖୁଥିବା ଭୂମିଟିର ଏକାବେଳେକେ ସେହି ମୂଳଭୂତ ପ୍ରଶ୍ନଟି ହିଁ ଉତ୍‌ଥିତ ହୋଇ ଆସିଥାଏ । କେହି ଆଉଜଣେ ମନୁଷ୍ୟର ମଙ୍ଗଳ ବିଷୟରେ ନିଜକୁ ଆଦୌ ସଂପୃକ୍ତ କରି ରଖିବା ଉଚିତ ନୁହେଁ ବୋଲି ଏଥିରେ ମୂଳରୁ ହିଁ ଏତେ ଦୃଢ଼ ଭାବରେ ଦାବୀ କରା ଯାଉଥିବାରୁ, ଆମେ ତେବେ ବାଧ୍ୟ ହୋଇ ଅବଶ୍ୟ ଏହି କଥାଟିକୁ ମଧ୍ୟ ପଚାରିବା : ସତକୁସତ ଜଣେ ନିଜକୁ ଆଉ ଜଣକର ମଙ୍ଗଳ ସହିତ ସଂପୃକ୍ତ କରି ରଖିବାକୁ ଆଦୌ ଏକ ଉଚିତ କାର୍ଯ୍ୟ ବୋଲି କୁହାଯାଇ ପାରିବ କି ? ଆମେ ସମସ୍ତେ ସମ୍ଭବତଃ ଏପରି ଶିକ୍ଷାଟିଏ ପାଇ ଆସିଛୁ ଯେ ଆଗ ସମସ୍ତଙ୍କର ମଙ୍ଗଳ ସାଧନ ସହିତ ଆପଣାକୁ ସଂପୃକ୍ତ କରି ରଖିବା ହେଉଛି ଆମର କର୍ତ୍ତବ୍ୟ । ଆମକୁ ସାହସ, ଆତ୍ମ-ସଂଯମ, ଆନୁଗତ୍ୟ ପ୍ରଭୃତି ଗୁଣମାନଙ୍କର ପ୍ରଶଂସା କରିବାକୁ କୁହାଯାଉଛି । ଏଗୁଡ଼ିକ ପାଇଁ ତ ବହୁତ ତ୍ୟାଗର ଆବଶ୍ୟକତା ରହିଛି, ଆପଣାର ସୁଖକୁ ଯଥାସମ୍ଭବ ପଛରେ ରଖିବା ନିମନ୍ତେ ପରାମର୍ଶ ଦିଆଯାଇଛି । ଏପରିକି ନିଜପାଇଁ ଅଧିକରୁ ଅଧିକ ଧନ ନିଜ ଅଧିକାରକୁ ଆଣି ଜମା କରିବା ଏବଂ ଅନ୍ୟମାନଙ୍କ ସହିତ ପ୍ରତିଦ୍ଵନ୍ଦିତା କରି ବିଜୟୀହେବାକୁ ହିଁ ଉଚ୍ଚତର ମର୍ଯ୍ୟାଦା ପ୍ରଦାନ କରାଯାଉଥିବା ସମାଜଗୁଡ଼ିକରେ ମଧ୍ୟ ସେହିସବୁ ଗୁଣର ବହୁତ ପ୍ରଶଂସା କରାଯାଉଛି । ଅବଶ୍ୟ ଏହାର ଗୋଟିଏ ଖାସ୍ କାରଣ ହେଉଛି ଯେ, ସାଧାରଣ ମନୁଷ୍ୟଗଣ ଧନ ଜମା ନକଲେ ଏବଂ ପ୍ରତିଦ୍ଵନ୍ଦିତା ଆଡ଼େ ମନ ନଦେଲେ ତଦ୍ଦ୍ଵାରା ଶାସକମାନଙ୍କର ଅଧିକ ଉପକାର ହେବ ବୋଲି ହିଁ ଶାସକମାନେ ପ୍ରଜାଗଣଙ୍କୁ ସର୍ବଦା ଏହିସବୁ ବିଷୟରେ ନିରୁତ୍ସାହିତ ହିଁ କରିଛନ୍ତି । ମାତ୍ର, ଏହିସବୁ ଗୁଣରେ ଆଦୌ କୌଣସି ମୂଲ୍ୟ ନାହିଁ ବୋଲି ଦୃଢ଼ତାର ସହିତ ଦାବୀ କରୁଥିବା ଏକ ସିଦ୍ଧାନ୍ତର ସମ୍ମୁଖୀନ ହେବା ସମୟରେ ଏବଂ ସେହି ଗୁଣଗୁଡ଼ିକ ଆମକୁ ବୋକା ହିଁ ବନାଇ ରଖିବ ଓ ଆମପାଇଁ ନାନା ବିପଦକୁ ଡାକିଆଣିବ ବୋଲି ଯେତେବେଳେ କୁହାଯାଉଛି, ସେତେବେଳେ ଅତ୍ୟନ୍ତ ଆବଶ୍ୟକ ଯେ, ଆମେ ଆମର ଏହି ନୈତିକତାର ସଂପୂର୍ଣ୍ଣ ପରମ୍ପରାଟିକୁ ଏକାବେଳେକେ ତଳୁ ହିଁ ପରୀକ୍ଷା କରି ଦେଖିବା । ସ୍ୱାର୍ଥପରତାକୁ ବରଂ ପଛରେ ରଖି ଆମେ ସମାଜ-ମାନସିକତା ପରେ କାହିଁକି ଅଧିକ ପରିମାଣରେ ମହତ୍ତ୍ଵ ଦେବା, ସେହିଟିକୁ ଆବିଷ୍କାର କରିବାକୁ ଚେଷ୍ଟା କରିବା ।

 

ତେବେ, କହିବା ତ, ଆମେ କ'ଣ କେବଳ ନିଜର ଭଲଟାକୁ ଦେଖିବା, ଅନ୍ୟମାନଙ୍କର ଭଲକୁ ପୂରା ଭୁଲିଯିବା–ଅଥବା, ଅନ୍ୟମାନଙ୍କର ଭଲ ହେଉ ବୋଲି ସର୍ବଦା ଇଚ୍ଛା କରିବା ଓ ନିଜର ଭଲକୁ ଭୁଲିଯିବା ? ଏବଂ, ସେହି ଦୁଇଟିଯାକ ପରସ୍ପରର ସର୍ବଦା ପରିପୂରକ ହୋଇ ରହିଥିବାରୁ, ଦୁଇଟିଯାକ ଭଲକୁ ଏକାବେଳେ ହିଁ ନିଜର ଧ୍ୟାନରେ ଅବଶ୍ୟ ରଖିଥିବା ? ଏହି ପ୍ରଶ୍ନଟି ସମ୍ଭବତଃ ଅନ୍ୟ ଯାବତୀୟ ପ୍ରଶ୍ନର ତୁଳନାରେ ଅଧିକ ମହତ୍ତ୍ଵପୂର୍ଣ୍ଣ ଏବଂ ଆମକୁ ଏକ ମୀମାଂସାରେ ନିଶ୍ଚୟ ପହଞ୍ଚିବାକୁ ହେବ । ଯଦି ଆମେ ଉତ୍ତରଟିକୁ ଖୋଜି ଖୋଜି ପ୍ରକୃତରେ ଅଗ୍ରସର ହୋଇ ପାରୁଥିବା, ତେବେ ଆମକୁ ରାଜନୀତି, ଅର୍ଥନୀତି ଓ ସମାଜବିଜ୍ଞାନର ଭିତରେ ମଧ୍ୟ ଯାଇ ପ୍ରବେଶ କରିବାକୁ ପଡ଼ିବ ଏବଂ ବ୍ୟକ୍ତିଗତ ଟିକିନିଖି ଗୁଡ଼ିକର ବି ଆଲୋଚନା କରିବାକୁ ହେବ । ଏପରି କରି ଆମକୁ ଯେଉଁପରି ଉତ୍ତରଟିଏ ମିଳିବ, ତାହା ରାଜନୀତିକ ଦଳ, ଶାସନ ଚଳିବା ନିମନ୍ତେ ତିଆରି ହେଉଥିବା ଆଇନ୍‌ଗୁଡ଼ିକ ପ୍ରତି ଆମର ସମର୍ଥନ, ଶିଳ୍ପ ତଥା ଉଦ୍ୟୋଗକ୍ଷେତ୍ରରେ ରହିଥିବା ସମ୍ପର୍କଗୁଡ଼ିକ ବିଷୟରେ ଆମର ମତ ଏବଂ ଏପରିକି କୌଣସି ଏକ ନିମନ୍ତ୍ରଣ ରକ୍ଷା କରିବାରେ ଆମେ ଉଚିତ ପ୍ରକାରେ ଯଥା ଶୀଘ୍ର କ୍ରିୟାଶୀଳ ହେବା କି ନାହିଁ, ସେହି ସବୁକିଛିକୁ ନିଶ୍ଚୟ ପ୍ରଭାବିତ କରିବ । ତେଣୁ, ଏଇଟି ଭିତରେ ଥିବା ସର୍ବବିଧ ନିହିତାର୍ଥକୁ ଆପଣାର ଅନ୍ତର୍ଗତ କରି ରଖିଥିବା ଏହି କ୍ଷେତ୍ରରେ ସର୍ବୋତ୍ତମ ପ୍ରଶ୍ନଟି ହେବ: ତୁମେ ପ୍ରକୃତରେ ଲୋକମାନଙ୍କର ପକ୍ଷରେ ନା ବିପକ୍ଷରେ କେଉଁ ପଟେ ରହିଛି ?

 

ମାନବଜାତିର ପକ୍ଷରେ ଓ ବିପକ୍ଷରେ

 

“ମୁଁ ସେମାନଙ୍କର ବିପକ୍ଷରେ”–ଯଦି ଉତ୍ତରଟି ଏହିପରି ହୁଏ,–ଆମକୁ ନିଶ୍ଚୟ ସ୍ଵୀକାର କରିବାକୁ ହେବ ଯେ ଏଥିରେ ଆଦୌ କିଛିହେଲେ ଲୁଚାଇ ରଖିବାକୁ ଚେଷ୍ଟା କରାଯାଇ ନାହିଁ ଏବଂ ଏଥିରେ ଗୋଟିଏ ସରଳତା ମଧ୍ୟ ରହିଛି । ଏଥିପାଇଁ ଆମକୁ ଯେ ପରିସରଟିକୁ ବଢ଼ାଇ ବଢ଼ାଇ ପୂରା ପୃଥିବୀ ଯାକ ମନୁଷ୍ୟଙ୍କୁ ଅନ୍ତର୍ଭୁକ୍ତ କରି ରଖିବାକୁ ହେବ, ସେହି କଥାଟିକୁ ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ କୁହା ହୋଇନାହିଁ । ଆମେ ସମୂହମାନେ ଯେତେ ଯେତେ ବ୍ୟବସ୍ଥାର ଛାଞ୍ଚର ଅନ୍ତର୍ଗତ ହୋଇ ବାସ କରୁଛୁ, ସେଗୁଡ଼ିକ ଉପରେ ସତର୍କ ଏବଂ ବିବେକପୂର୍ଣ୍ଣ ଭାବରେ ଦୃଷ୍ଟିପାତ କରିବାକୁ ମଧ୍ୟ କୁହା ଯାଇନାହିଁ । ଏଇଟି କେବଳ ଖୁବ୍ ବେଶୀ ହେଲେ ସଂପୂର୍ଣ୍ଣ ଜାଲବିସ୍ତାରଟିର ଗୋଟିଏ ଅଂଶକୁ ଦେଖୁଛି, ମହୁଫେଣାଟିର ଗୋଟିଏ କଣକୁ ନଜରରେ ରଖିଛି, ଯେଉଁଠାରେ କି ତା'ର ସେହି ପ୍ରିୟ ନିଜ ଜୀବନଟି ସତେଅବା ଗୋଟିଏ ଖାସ୍ ମୁହୂର୍ତ୍ତ ନିମନ୍ତେ ଆସି ଅଟକି ଯାଇଛି, ସେହି ମୁହୂର୍ତ୍ତଟିକୁ ସୁନିଶ୍ଚିତ ଭାବରେ ଯଥା–ସମ୍ଭବ ଆରାମଯୁକ୍ତ କରି ରଖିବା, ବଞ୍ଚିଥିବାର ଏହି କ୍ଷଣଗୁଡ଼ିକୁ ଅତିକ୍ରମ କରିବାର ଏହି ଯାବତୀୟ ଗତିଶୀଳତାକୁ ଯଥାସମ୍ଭବ ସହଜ କରି ରଖିବା,–ବାସ୍, ଏତିକି ଉପରେ ହିଁ ନିଜର ସବୁଯାକ ଧ୍ୟାନକୁ ନିବେଶିତ କରି ରଖିବାକୁ ବୁଝାଉଛି । ମୁଁ ଏପରି ଏକାଧିକ ବ୍ୟାପାରିକଙ୍କୁ ଜାଣିଛି, ଯେଉଁମାନେ କି ନିଜର ସାନ ସାନ ନିଜ ପୃଥିବୀଗୁଡ଼ିକର ସମସ୍ୟାଗୁଡ଼ିକ ମଧ୍ୟରେ ଏପରି ବିଜଡ଼ିତ ଓ ମଗ୍ନ ହୋଇ ରହିଥିଲେ ଯେ, ସେମାନେ ଅର୍ଥନୀତି-କ୍ଷେତ୍ରରେ ସାମୂହିକ ଜୀବନରେ କୌଣସି ବ୍ୟବସ୍ଥା ମୋଟେ ଚାଲୁନାହିଁ ବୋଲି ଦୃଢ଼ନିଶ୍ଚିତ ହୋଇ ରହିଥିଲେ । “ଆପଣ ପ୍ରକୃତରେ କୋଉ ବିଷୟରେ ଚିନ୍ତା ପ୍ରକଟ କରୁଛନ୍ତି ?” –ଥରେ ମୋତେ ସେହିପରି ଜଣେ ବ୍ୟାପାରିକ ପ୍ରଶ୍ନ କରିଥିଲେ, “ପୁଞ୍ଜିବାଦ ବୋଲି ଆଦୌ କେଉଁଠି କିଛିହେଲେ ହିଁ ନାହିଁ !”

 

କେଡ଼େ ଉଶ୍ଵାସ କରି ରଖି ପାରୁଥିବା ସେହି ସରଳତାଟି ସହିତ ତୁଳନା କରି ଦେଖିଲେ ଆମ ଅନ୍ୟ ଭତ୍ତରଟି ନିଶ୍ଚୟ ଗୁର୍ଦ୍ଦୁ ଜଟିଳ ବୋଲି ନିଶ୍ଚୟ ବୋଧ ହେବ । କାରଣ, ଏଇଟିରେ ତ ଆମେ ପୂର୍ବରୁ ହିଁ ଗୁଡ଼ାଏ ହୋଇ ରହିଥିବା ଦୁଃଖଗୁଡ଼ିକୁ ଆହୁରି ଅଧିକ କରି ଦେଉଛୁ ଏବଂ ଆମ ସହିତ ରହିଥିବା ଏହି ପୃଥିବୀର ଅନ୍ୟ ମନୁଷ୍ୟମାନଙ୍କର ଭାଗ୍ୟଟି ବିଷୟରେ ବ୍ୟସ୍ତତା ପ୍ରକାଶ କରି ନିଜର ଅସ୍ତିତ୍ଵଟିକୁ ମଧ୍ୟ ରଖିବାରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛୁ । ହଁ, ଲୋକମାନଙ୍କର ପକ୍ଷରେ ଯାଇ ରହିବାର ଅର୍ଥ ହେଉଛି ଯେ ସେମାନଙ୍କ ପାଖରେ ମଧ୍ୟ ଯଥେଷ୍ଟ ଆହାର, ରହିବା ପାଇଁ ଗୃହ ଓ ପରିଧାନ ପାଇଁ ଯଥେଷ୍ଟ ବସ୍ତ୍ର ରହିଛି କି ନାହିଁ, ଆମକୁ ସେବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡ଼ୁଛି । ସେମାନଙ୍କର ଦୁଃଖକୁ ଆମେ ସେଥିଲାଗି ନିଜର ଜୀବନ ମଧ୍ୟକୁ ଡାକି ଆଣୁନାହୁଁ ସତ, ମାତ୍ର ତଥାପି ସେମାନେ ଯେଉଁସବୁ ଆଘାତ ତଥା ଅଭାବର ନିଶ୍ଚୟ ସମ୍ମୁଖୀନ ହେବାର ଆଶଙ୍କା ରହିଛି, ଆମେ ସେଗୁଡ଼ିକୁ ଅବଶ୍ୟ ଅନୁଭବ କରି ପାରୁଛୁ ! ପୁନଶ୍ଚ, ଆଦୌ କୌଣସି ଚତୁରତାର ପ୍ରୟୋଗ କରି ସେମାନଙ୍କ ପ୍ରତି ରହିଥିବା ଆମର ସହାନୁଭୂତିରେ ଖାସ୍ ସୀମାଗୁଡ଼ିଏ ଧାର୍ଯ୍ୟ କରି ରଖିବା ମଧ୍ୟ ଆଦୌ ସମ୍ଭବ ହେବନାହିଁ । ବରଂ ଏପରି ନିଶ୍ଚୟ ହେବ ଯେ, ସତକୁସତ ଲୋକତନ୍ତ୍ରରେ ବିଶ୍ଵାସ କରୁଥିବା ଏବଂ ଲୋକମାନଙ୍କର ପକ୍ଷରେ ରହିଥିବା ଜଣେ ବ୍ୟକ୍ତି ସମାଜର ଏହି ଥାକ ଥାକ ବ୍ୟବସ୍ଥାଟି ଭିତରେ ଯେତିକି ଯେତିକି ତଳକୁ ଯାଉଥିବ, ତା’ର ସହାନୁଭୂତି ତ ସେତିକି ସେତିକି ଅଧିକ ହିଁ ହେବ; କାରଣ, ଯେଉଁ ମନୁଷ୍ୟଗଣ ଯେତେ ଅଧିକ ଉତ୍ପୀଡ଼ନ ଏବଂ ଲୁଣ୍ଠନ ଦ୍ଵାରା କବଳିତ ହୋଇ ରହିଥିବେ, ସେମାନଙ୍କ ଲାଗି ତ ସିଏ ଆହୁରି ଅଧିକ ସୌହାର୍ଦ୍ଦ୍ୟ ଅନୁଭବ କରିବ, ସେମାନଙ୍କ ବିଷୟରେ ଅଧିକ ସଚଳ ବି ହେବ ଓ ଅଧିକ ଆଗ୍ରହର ସହିତ ସେମାନଙ୍କ ବିଷୟରେ ଚିନ୍ତା କରିବ । “ପ୍ରତ୍ୟେକ ମଣିଷର ଦାମ୍ କେତେ ?” –ସିଏ କଦାପି ସେହି ଭୟାନକ ତଥା କ୍ଷୟକାରୀ ଗଣିତଦ୍ୱାରା ନିଜର ଆବେଗର କ୍ଷେତ୍ରରେ ହିସାବ କରିବନାହିଁ; ସିଏ ଅନ୍ୟ ପକ୍ଷରେ ସମାଜର ଯେଉଁ ଅପଶକ୍ତିଚୟ ମନୁଷ୍ୟମାନଙ୍କୁ ସେମାନଙ୍କର ଏହି ଅବସ୍ଥାଟିରେ ଆଣି ପକାଇ ଦେଇଛି, ତାହାରି ବିଷୟରେ ସଂପୂର୍ଣ୍ଣ ଭାବେ ସଂଜ୍ଞାନ ହୋଇ ହିଁ ସବୁକିଛିର ବିଚାର ଅବଶ୍ୟ କରିବ ।

 

ଜଟିଳତାଟି ଏତିକିରେ ମୋଟେ ଶେଷ ହୋଇ ଯିବନାହିଁ । ଯେଉଁମାନେ ମନୁଷ୍ୟମାନଙ୍କର ପକ୍ଷଟିକୁ ବାଛିବେ, ସେମାନେ ଯେ କେବଳ ଆପଣା ଆବେଗଗତ ଜୀବନରେ ଅଧିକ ପ୍ରସାରଯୁକ୍ତ ଓ ପ୍ରଗାଢ଼ ହେବେ, ତାହା ଆଦୌ ନୁହେଁ, ସେମାନେ କ୍ରିୟାଶୀଳ ବି ହେବେ । ଅଭିଯାନମାନ ଆରମ୍ଭ କରିବେ । କବାଟମାନଙ୍କରେ ଯାଇ ଘଣ୍ଟି ବଜାଇବେ । ନିଜର ପରିପତ୍ରମାନ ବାଣ୍ଟିବେ ଏବଂ ପ୍ରଖ୍ୟାତ ବ୍ୟକ୍ତିମାନଙ୍କ ସହିତ କଥା ମଧ୍ୟ ହେବେ । ପ୍ରତ୍ୟେକ ମନୁଷ୍ୟର ଅଧିକାରଗୁଡ଼ିକ ବିଷୟରେ ବିଧାୟକମାନଙ୍କୁ ସ୍ମରଣ କରାଇଦେବେ (ଆବଶ୍ୟକ ପଡ଼ିଲେ) । ରାସ୍ତାକଡ଼ ଏବଂ ସଭାଗୃହମାନଙ୍କରେ ସଭା କରିବେ । ପତ୍ର ଲେଖି ସମ୍ବାଦପତ୍ରମାନଙ୍କୁ ଚେତାଇ ଦେବେ ଏବଂ ଅନ୍ତତଃ କେତେଦିନ ଯାଏ ପାଠକମାନଙ୍କର ପତ୍ରପାଇଁ ରହିଥିବା ସ୍ତମ୍ଭଗୁଡ଼ିକ ଆଖପାଖର ବାଜେ, ୟାଡ଼ୁସାଡ଼ୁ ଗୁଡ଼ାକ ବଦଳରେ ସାମୁଦାୟିକ ସଂପୃକ୍ତିର ଭାବନା ଦ୍ଵାରା ହିଁ ଭର୍ତ୍ତି ହୋଇ ରହିଥିବ । ସେମାନେ କମିଟିସବୁ ଗଠନ କରିବେ । ଯେଉଁମାନେ କି ଦ୍ଵିତୀୟଟି ସହିତ ଲଢ଼ାଇ କରିବେ ଏବଂ ପ୍ରଥମଟିକୁ ପ୍ରତିଷ୍ଠିତ କରି ରଖିବେ । ସେମାନେ ଅଟ୍ଟାଳିକା, ନିବାସଗୃହ ଓ ସଭାକକ୍ଷଗୁଡ଼ିକୁ ନାନା ବିତର୍କ ତଥା କଦାପି ଟଳୁ ନଥିବା ଆଶାଦ୍ୱାରା ପୂର୍ଣ୍ଣ କରି ରଖିବେ । ଏବଂ, ଗୋଟିଏ ସୌମ୍ୟବପୁ ହାତୀ ପରି ଆପଣାର ସ୍ଥୂଳ ଶରୀରଟିକୁ ଝୁଲାଇ ଝୁଲାଇ ସମାଜଟା ମଧ୍ୟ ଆଗକୁ ଚାଲି ଯାଉଥିବ । ଏବଂ, ଅଧିକାଂଶ ସମୟରେ ଉଚିତ ଦିଗରେ ହିଁ ଅଗ୍ରସର ହେଉଥିବ ।

 

ଏହି ଯାବତୀୟ ମଥା ଘୂରାଇ ଦେଉଥିବା ଚଞ୍ଚଳତାଗୁଡ଼ିକ ନିମନ୍ତେ କିପରି ଯେ ସମୟ ମିଳିଥାଏ, ସେକଥା କୌଣସି ଲୋକତନ୍ତ୍ରୀକୁ ଆଦୌ ଜଣା ନଥିବ । ଗୋଟିଏ ଦିନରେ ତ ମପାଚୁପା ସେତିକି ଘଣ୍ଟା ଅବଶ୍ୟ ରହିଥିବ ଏବଂ ଘଣ୍ଟାଟି ମଧ୍ୟ ଆମପାଇଁ ଆପଣାର ଗତିକୁ ଅଧିକ ଧୀର କରି ପାରିବନାହିଁ, ତଥାପି ସମୟ ନିଶ୍ଚୟ ଥିବ,–ମଧ୍ୟାହ୍ନ ତଥା ରାତ୍ରିର ଭୋଜନରୁ ମାଗି ଆଣିହେବ, ଅବସର–ସମୟରୁ ମଧ୍ୟ କାଟିହେବ ଏବଂ ହାୟ, ଶୋଇବା ସମୟରୁ ମଧ୍ୟ କାଟି ବାହାର କରାଯାଇ ପାରିବ । ଏବଂ, ସଂପୃକ୍ତ ସେହିଭଳି ବ୍ୟକ୍ତିଟି ସମ୍ଭବତଃ ସତେଅବା ଏକ ଅତିରଞ୍ଜନ କଲାପରି ଏକ ସଂକଟକାଳର ସମ୍ମୁଖୀନ ହେଲାପରି ଅନୁଭବ କରୁଥିବ ଏବଂ ସତେଅବା ନିଜର ଜଣେ ଖାମିନ୍ଦର ନଜର ଭିତରେ ରହିଥିବା ଭଳି ଆପଣାର ଜୀବନ ବଞ୍ଚୁଥିବ । ଏକାନ୍ତ ନିଶ୍ଚିତ ଏକ କଥା ଯେ, ତା’ର ଜୀବନଟି ପ୍ରକୃତରେ ପୂର୍ଣ୍ଣ ହୋଇ ରହିଥିବ,–କେତେ କେତେ ଶ୍ରମ ଓ ପ୍ରୟାସ ଦ୍ଵାରା ଭରିଥିବ ଏବଂ ପ୍ରାୟ କିଛିହେଲେ ହଜୁ ନଥିବ । ସିଏ ଯାହା ଯାହା ହାସଲ କରୁଥିବ, ସେଥିରେ କେତେ ନା କେତେ ଖୁସୀ ହୋଇ ପାରୁଥିବ ଏବଂ ବିଫଳତାଗୁଡ଼ିକୁ ମଧ୍ୟ ସ୍ଵୀକାର କରି ନେଉଥିବ ଏବଂ ତା’ର ସାମନାରେ ଥିବା ପୃଥିବୀଟି ଉପରେ ସୂର୍ଯ୍ୟଙ୍କର ଆଲୁଅ ଏବଂ ଛାଇ ଉଭୟ ଭାସି ଭାସି ଚାଲିଯିବାରେ ଲାଗିଥିବେ ।

 

ମୁଁ ଆଦୌ ଏପରି ଏକ ପ୍ରସ୍ତାବ ଆଣି ଥୋଇବାକୁ ଇଚ୍ଛା କରୁନାହିଁ ଯେ, ସମାଜଆଡ଼କୁ ମନ ରଖିଥିବା ବ୍ୟକ୍ତିମାନେ ନିଜର ଚତୁଷ୍ପାର୍ଶ୍ଵରେ ରହିଥିବା ପାଣିଗୁଡ଼ାକୁ ଅତ୍ୟନ୍ତ ତୀବ୍ର ଭାବରେ ନିଶ୍ଚୟ ଉତ୍ତେଜିତ କରି ରଖିବେ । ହଁ, ଉତ୍ତେଜନାମାନେ ସମ୍ଭବତଃ ଲୋକସଂପୃକ୍ତିର ଏକ ସୂଚନା ଦେଉଥିବେ ସତ, ମାତ୍ର ସେହି ସଂପୃକ୍ତିଟି ଯେ ଖୁବ୍ ବେଶୀ ବାହାରେ ମଧ୍ୟ ବ୍ୟକ୍ତ ହେଉଥିବ, ତାହାର କୌଣସି କାରଣ ନାହିଁ । ହଁ, ସମଗ୍ର ମାନବ ଜାତି ସହିତ ନିଜକୁ ଯୁକ୍ତ କରି ରଖିବାରେ ଏପରି ଗୋଟିଏ ଶାନ୍ତ ଅନୁରକ୍ତିଭାବ ମଧ୍ୟ ରହିଥାଏ, ଯାହାକି ଆପଣାକୁ ଅଧିକ ଉତ୍ତେଜନାରହିତ ଭାବରେ ମଧ୍ୟ ପ୍ରକଟ କରିପାରେ ଏବଂ କେବଳ ଏକ ସ୍ପର୍ଶ ଦ୍ଵାରା ମଧ୍ୟ ଯିଏ ଯେତିକି ହାସଲ କରେ, ଅଧିକ ତୀବ୍ରଭାବନାଯୁକ୍ତ ଅନ୍ୟମାନେ ମୁଷ୍ଟିର ପ୍ରୟୋଗ ଦ୍ଵାରା ମଧ୍ୟ ତାହା ଆଦୌ ହାସଲ କରି ପାରିନଥାନ୍ତି । ସେହି ଶାନ୍ତ ଅନୁରକ୍ତି ଭାବଟି ମଧ୍ୟରେ ତଥାପି ଏକ ଗଭୀରତା ରହିଥାଏ ଏବଂ ସେହି ଗଭୀରତାଗୁଡ଼ିକରେ କିଛି ତୀବ୍ର ବେଦନା ମଧ୍ୟ ରହିଥାଏ । ଉଦାହରଣ ସ୍ଵରୂପ, ଅନ୍ୟ ଅନେକେ ଯେଉଁସବୁ ସୁଯୋଗ ଏବଂ ଉପକାରରୁ ବଞ୍ଚିତ ହୋଇ ରହିଥାନ୍ତି, ସିଏ ଆପେ ସେଗୁଡ଼ିକୁ ଭୋଗ କରୁଥିବାର ଦେଖି ସେ ତୀବ୍ର ଘୃଣାରେ ହିଁ ପୂରି ଉଠୁଥାଏ ।

 

ଭାବନା, ଅନୁଭୂତି ବା କ୍ରିୟାଶୀଳତାର ମାନଦଣ୍ଡରେ ମାପି ଜାଣିହୁଏ, ସମାଜ ଆଡ଼କୁ ଢଳି ରହିଥିବା ସେହି ମନୋଭାବନା ହେଉଛି ଅପେକ୍ଷାକୃତ ଅଧିକ କଷ୍ଟସାଧ୍ୟ ଏକ ବ୍ରତ ଓ ଆଚରଣ । ଅନ୍ୟ ପକ୍ଷରେ, କେବଳ ନିଜର ଅହଂଟିକୁ ଏବଂ ନିଜର ବୋଲି ଭାବୁଥିବା ସବୁକିଛିକୁ ସତେଅବା ସବୁକିଛି ବୋଲି ଦେଖୁଥିବା, କେବଳ ଆପଣାର ସୁଖଭୋଗ ଓ ସମୃଦ୍ଧିଗୁଡ଼ିକୁ ନେଇ ଯୋଜନା କରୁଥିବା, ଏହି ବ୍ରହ୍ମାଣ୍ଡଟାକୁ ଗୋଟିଏ ଉଦ୍ୟାନ ପରି ଅନୁଭବ କରିବା ସକାଶେ ଏକାକୀ ତାହାରି ରସନା–ଇନ୍ଦ୍ରିୟଟିଏ ରହିଛି ବୋଲି ଧରିନେଇ କେବଳ ନିଜର ମାଂସଟାକୁ ଚର୍ବିଯୁକ୍ତ କରି ରଖିବା ଏବଂ ମିଜାଜଟାକୁ ଭଲ୍ଲସିତ କରି ରଖିବାରେ ଲାଗିଥିବା ଏବଂ ପରିଶେଷରେ ଏକ ପୃଥିବୀର ପରିସମାପ୍ତି ଏବଂ ଚୂଡ଼ାନ୍ତ ବିଲୟ ରୂପେ କେବଳ ଛଅ ଫୁଟ ଆୟତନର ମାଟିଟାକୁ ଝୁରି କାନ୍ଦିବାରେ ଲାଗିଥିବା,–ଏସବୁ ପ୍ରକୃତରେ ଅପେକ୍ଷାକୃତ କେଡ଼େ ସହଜ ଏବଂ କେଡ଼େ ନିରାପଦ ବୋଲି ବୋଧ ହେଉନଥିବ ! ହଁ, ସମ୍ଭବତଃ ଅଧିକ ସହଜ ଓ ଅଧିକ ନିରାପଦ । ତଥାପି, ଯେତେ ପ୍ରକାରେ ଆକର୍ଷଣଯୁକ୍ତ ହୋଇଥିଲେ ମଧ୍ୟ ସ୍ୱାର୍ଥପରତାର ନୈତିକତାଟା ଯେ ସଂପୂର୍ଣ୍ଣ ଭାବରେ ଏକ ମିଥ୍ୟା ନୈତିକତା, ବର୍ତ୍ତମାନ ଆମେ ସେଇଟିକୁ ହିଁ ଦର୍ଶାଇ ଦେବାର ଏକ ଚେଷ୍ଟା କରିବା ।

 

ଥ୍ରାସିମାକସ୍

 

ବର୍ତ୍ତମାନ ଆମେ ଆପଣାର କେତେ ନା କେତେ ଯୁକ୍ତି ତଥା ସୁପରାମର୍ଶ ପ୍ରଦାନ କରୁଥିବା ସେହି ସିଦ୍ଧାନ୍ତଟିର ଉପସ୍ଥାପନା କରିବାକୁ ଚେଷ୍ଟା କରିବା । ମନୁଷ୍ୟ କିମ୍ବା ଦୈବଦ୍ଵାରା କୃତ କୌଣସି ବିଧାନର ଦ୍ଵାହି ଦେଇ ଆମେ ସେଇଟିର ସମ୍ମୁଖୀନ ହେବା ନାହିଁ, କୌଣସି ରହସ୍ୟବାଦର ଅବତାରଣା କରିବା ନାହିଁ ଅଥବା ଏକ ପରବର୍ତ୍ତୀ ଆଉ କେଉଁଠାରେ ଆମକୁ ପୁରସ୍କାର ଓ ଶାସ୍ତି ଆଦି ମିଳିବାର କୌଣସି ଆଶା ବା ଆଶଙ୍କାର ଭାବନା ମଧ୍ୟ ଆଦୌ ଜନ୍ମାଇବା ଲାଗି ଚେଷ୍ଟା କରିବାନାହିଁ । ଆମେ ତାହାରି ନିଜ କ୍ଷେତ୍ରଟିରେ ହିଁ ସେଇଟିର ସମ୍ମୁଖୀନ ହେବା, ସେହିଠାରେ ତା’ ସହିତ ଯୁଦ୍ଧ କରିବା ଏବଂ ତାକୁ ପରାହତ କରିବା; ଯଦି ତାହା ନକରି ପାରିବା, ତେବେ ଆମେ ଅବଶ୍ୟ ସ୍ଵୀକାର ମଧ୍ୟ କରିବା ଯେ, ଏହି ସିଦ୍ଧାନ୍ତଟିରେ ଵହୁତ କିଛି ଅସୁବିଧା ଓ ପ୍ରମାଦ ରହିଥିଲେ ମଧ୍ୟ ତଥାପି ତାହାକୁ କଦାପି ପୂରା ଟାଳିଦେଇ ହେବନାହିଁ ।

 

ସ୍ଵାର୍ଥପରତାର ଏହି ନୀତିଶାସ୍ତ୍ର କହିଛି ଯେ, ମାନବୀୟ ବିଚାରର ଇତିହାସରେ ଦୁଇଟି ପ୍ରତିଷ୍ଠିତ ବ୍ୟାଖ୍ୟା ରହିଆସିଛି । ସେଥିରୁ ଗୋଟିଏ ହେଉଛି ସେହି ପ୍ରାଚୀନ କାଳର ପୃଥିବୀର ଏବଂ ଅନ୍ୟଟି ରେନେସାନ୍‌ସ୍ ସମୟର । ପ୍ରଥମଟି ହେଉଛି ଦାର୍ଶନିକ ପ୍ଲେଟୋ ତାଙ୍କ ‘ରିପବ୍ଲିକ୍' ପୁସ୍ତକର ପ୍ରଥମ ଭାଗରେ ଥ୍ରାସିମାକ୍‌ସ୍‌ଙ୍କର ଭାଷଣ ନାମରେ ଯାହାର ଉଲ୍ଲେଖ କରିଛନ୍ତି ଏବଂ ଦ୍ଵିତୀୟଟି ହେଉଛି ଗୋଟିଏ ଦେଶର ଶାସନ ବିଷୟରେ ରଚିତ ୧୫୧୩ ଖ୍ରୀଷ୍ଟାବ୍ଦରେ ମାକିଆଭେଲି ଲେଖିଥିବା ‘ଦି ପ୍ରିନ୍‌ସ' ନାମକ ପୁସ୍ତକ । ଦୁଇଟିଯାକ ବ୍ୟାଖ୍ୟା ପ୍ରକୃତରେ ବିଚକ୍ଷଣ । ପ୍ରକୃତରେ ଆମେ ଦାର୍ଶନିକ ପ୍ଲେଟୋଙ୍କର ଭୂୟସୀ ପ୍ରଶଂସା କରିବା ଯେ ଯେଉଁ ମତଟିକୁ ସିଏ ଆପେ ଘୃଣା କରୁଥିଲେ, କେଡ଼େ ଉଦାରତା ସହିତ ସେ ସେହିପରି ଗୋଟିଏ ଗ୍ରନ୍ଥକୁ ଏପରି ବାଗ୍ମିତାପୂର୍ଣ୍ଣ ଭାବରେ ଲେଖିଯାଇ ପାରିଛନ୍ତି । ବସ୍ତୁତ ସିଏ ଏପରି ସୁନ୍ଦର ଭାବରେ ସେହି ପୁସ୍ତକଟିକୁ ଲେଖି ପାରିଥିଲେ ଯେ, ତାଙ୍କଦ୍ୱାରା ଲିଖିତ ପରବର୍ତ୍ତୀ ନଅଟିଯାକ ଗ୍ରନ୍ଥରେ ସେ ଉକ୍ତ ପୁସ୍ତକଟିରେ ବ୍ୟକ୍ତ ହୋଇଥିବା ମତଟିର ପ୍ରାୟ ଖଣ୍ଡନ ହିଁ କରିନଥିଲେ ।

 

ସମ୍ଭବତଃ ଆମେ ବର୍ତ୍ତମାନ ଆପଣାକୁ ଏପରି ଗୋଟିଏ ଅବସରରେ ଏକତ୍ର ବସିଥିବା ପରି କଳ୍ପନା କରିବା, ଯେଉଁଠାରେ ଦେବୀ ବେଣ୍ଡିସ୍‌ଙ୍କର ସମ୍ମାନରେ ପାଳନ କରାଯାଉଥିବା ଗୋଟିଏ ଉତ୍ସବରେ ଶ୍ରୀ ପିରାୟୁସ୍ ଏକ ଘରୋଇ ଆପ୍ୟାୟନର ଆୟୋଜନ କରିଛନ୍ତି । ଗ୍ରୀକ୍‌ମାନେ ସେହି ଯୁଗରେ ଏକାଠି ବସି ତର୍କାଲୋଚନା କରିବାରେ ଧୁରନ୍ଧର ଥିଲେ; ସେମାନେ ଅନର୍ଗଳ ଭାବରେ କଥା କହି ପାରୁଥିଲେ,–ବିଶେଷତଃ ସେହି କାଳର ଶିଷ୍ଟ ଓ ସମ୍ଭ୍ରାନ୍ତମାନେ । ମନେ ହେଉଛି ସତେଯେପରି ଏମାନଙ୍କର କୌଣସି ଅନ୍ୟ ଧନ୍ଦା ହିଁ ନଥିଲା । ସେମାନଙ୍କର ଗଳ୍ପାମୋଦରେ ଗ୍ରୀକ୍ ଦର୍ଶନ ହିଁ ସବୁଠାରୁ ଅଧିକ ଭଲ ଭାବରେ ପାଚିଥିବା ଫଳଟିଏ ପରି ବ୍ୟବହୃତ ହେଉଥିଲା ଏବଂ ଏହି କ୍ଷେତ୍ରରେ ମୁଁ ନିଜେ ମଧ୍ୟ ପୂର୍ଣ୍ଣଭାବେ ସମ୍ମତ ହୋଇ କହିବି ଯେ, ଅବସରର ମୁହୂର୍ତ୍ତଗୁଡ଼ିକୁ ଏହିପରି ଅତିବାହିତ କରିବା ପ୍ରକୃତରେ ଯଥାର୍ଥ ମଧ୍ୟ ଥିଲା । ହଁ, ବର୍ତ୍ତମାନ ଉଲ୍ଲେଖ କରାଯାଇଥିବା ସେଦିନର ସେହି ଅବସରଟିରେ ‘ନ୍ୟାୟ’ ବିଷୟରେ ଏକ ଆଲୋଚନା ହେଉଥିଲା । ଉପସ୍ଥାପିତ ଏକାଧିକ ସଂଜ୍ଞା ମଧ୍ୟରୁ ସକ୍ରେଟିସ୍ ଦୁଇଟିକୁ ସେଗୁଡ଼ିକ ଉପସ୍ଥାପିତ ହୋଇଥିବା ମାତ୍ରେ ହିଁ ସଂପୂର୍ଣ୍ଣ ଭାବରେ କାଟି ପକାଇଥିଲେ । ସେହି ମେଳରେ ଅବଶ୍ୟ ଜଣେ ତରୁଣ ବ୍ୟକ୍ତି ଥିଲେ,–ଅତ୍ୟନ୍ତ ବିଚକ୍ଷଣତାଯୁକ୍ତ; କହିବା ଲାଗି ପ୍ରଖର ଭାବରେ ଆଗ୍ରହୀ ଏବଂ ଲଢ଼ିବା ନିମନ୍ତେ ସବୁବେଳେ ପ୍ରସ୍ତୁତ । ସକ୍ରେଟିସ୍‌ଙ୍କର ଉକ୍ତିଗୁଡ଼ିକ ତାଙ୍କୁ ସତେଅବା ଅତ୍ୟନ୍ତ ଅସହନୀୟ ଭାବରେ ତୁଚ୍ଛା ଶବ୍ଦମାନଙ୍କୁ ଲଗାଇ କରା ଯାଉଥିବା ଏକ ଆଡ଼ମ୍ବର ଭଳି ଲାଗିଲା । ଥ୍ରାସିମାକସ୍ ନାମକ ସେହି ତରୁଣ ଯୁବା ଏପରି ଏକ ନମୁନା ଥିଲେ, ପ୍ଲେଟୋ ଯେଉଁଟିର କଳ୍ପନା କରିବାକୁ ସର୍ବଦା ହିଁ ଭଲ ପାଉଥିଲେ । ସିଏ ପ୍ଲେଟୋ-କଳ୍ପନାର ସେହି ବାସ୍ତବବୁଦ୍ଧି-ସମ୍ପନ୍ନ ପୁରୁଷଟିଏ ଥିଲେ, ଯେଉଁମାନେ କି କାଳେ କାଳେ ଇତିହାସକୁ ଏକ ବିକ୍ଷୋଭ-ପରିପୂର୍ଣ୍ଣ ଅଶାନ୍ତିରେ ପରିଣତ କରି ଆସିଛନ୍ତି । ସେହିପରି ଜଣେ ବ୍ୟକ୍ତି ନୀତି ଏବଂ ନୈତିକତାର କଥାଜାଲଟା ଭିତରକୁ ହୁ’ କରି ପଶି ଆସନ୍ତି ଏବଂ ସଂପୂର୍ଣ୍ଣ ଆଲୋଚନାଟିକୁ କେବଳ ବାସ୍ତବ ସତ୍ୟଗୁଡ଼ିକ ମଧ୍ୟକୁ ବହି ନେଇ ଯାଆନ୍ତି–ଅତ୍ୟନ୍ତ କଠୋର ନାନା ସତ୍ୟ ମଧ୍ୟରୁ ଏହିପରି ବଙ୍କାଇ ନେଇଯିବାରେ କୌଣସି ସଙ୍କୋଚ ମଧ୍ୟ ପ୍ରକାଶ କରନ୍ତି ନାହିଁ । ଏବଂ, ଚିତ୍କାର କରି କହନ୍ତି, ନ୍ୟାୟ–ଯାହା କିଛି ଅଧିକ ବଳବାନ୍ ପକ୍ଷଟିର ସ୍ଵାର୍ଥସିଦ୍ଧି କରାଏ, ତାହାହିଁ ନ୍ୟାୟ ! କିମ୍ବା, କିଞ୍ଚିତ୍ ବଦଳାଇ କହିଲେ, ପ୍ରତିଷ୍ଠିତ ଶାସନଟାର ସ୍ଵାର୍ଥସିଦ୍ଧି କରାଏ ।

 

ଏହି ମତଟିର ବିରୋଧ କରି ସକ୍ରେଟିସ୍ ଦର୍ଶାଇ ଦେଇଥିଲେ ଯେ, ଗୋଟିଏ ଶାସନ ତ ନାଗରିକମାନଙ୍କର ରକ୍ଷଣାବେକ୍ଷଣ କରିବାକୁ ଓ ଯତ୍ନ ନେବାକୁ ଗଢ଼ା ହୋଇଥାଏ,–ମେଷମାନଙ୍କ ରକ୍ଷଣାବେକ୍ଷଣ ପାଇଁ ରହିଥିବା ଜଣେ ମେଷପାଳ ପରି । ସେହି ତୁଳନାଟି ମୋଟେ କାମ ଦେଇ ପାରିଲାନାହିଁ । କାରଣ, ଥ୍ରାସିମାକସ୍ ସେହି ମୁହୂର୍ତ୍ତରେ ହିଁ ଉତ୍ତର ଦେଇଥିଲେ, ହଁ, ମେଷପାଳ ତା’ ମେଷମାନଙ୍କର ଯତ୍ନ ନିଏ, କାରଣ ସିଏ (୧) ମେଷମାନଙ୍କର ଲୋମ କାଟି ରଖେ ଏବଂ (୨) ସେମାନଙ୍କର ମାଂସକୁ ଖାଏ । ଏହି କଥାଟିକୁ ଥ୍ରାସିମାକସ୍ ମୂଳରୁ ହିଁ କହିଥିଲେ । ତେଣୁ, ସକ୍ରେଟିସ୍ ଯେଉଁ ଉତ୍ତରଟି ଦେଲେ ସେଇଟି ତାହାର ବିରୋଧରେ ନୁହେଁ, ବରଂ ପକ୍ଷରେ ଯାଇଥିଲା !

 

ଏହି ପ୍ରଥମ ବିଜୟଟିରୁ ବେଶ୍ ଉତ୍ସାହିତ ଅନୁଭବ କରି ଥ୍ରାସିମାକସ୍ ଆପଣାର ବ୍ୟାଖ୍ୟାଟିକୁ ଆହୁରି ପୂର୍ଣ୍ଣାବୟବ କରି ଉପସ୍ଥାପିତ କରିଥିଲେ ଏବଂ, ସେଇଟି ଆମେ ବର୍ତ୍ତମାନ ଚର୍ଚ୍ଚା କରୁଥିବା ସିଦ୍ଧାନ୍ତଟିର ପକ୍ଷ ସମର୍ଥନ କରି ସର୍ବୋତ୍ତମ ତଥା ସମଗ୍ରତମ ମନ୍ତବ୍ୟଟିଏ ହୋଇଥିବାରୁ ଏଠାରେ ସେଇଟିକୁ ସଂପୂର୍ଣ୍ଣ ଭାବରେ ପ୍ରଦାନ କରାଯାଉଛି :

 

ମୋର ଏହି କଥାଗୁଡ଼ିକରୁ ଆପଣ ବର୍ତ୍ତମାନ ଖୁବ୍ ସହଜରେ ବୁଝି ପାରିବେ ଯେ, ଜଣେ ଆଦୌ ନ୍ୟାୟରେ ନଥିବା ବ୍ୟକ୍ତି ତୁଳନାରେ ଜଣେ ନ୍ୟାୟରେ ରହିଥିବା ବ୍ୟକ୍ତି ହିଁ ସର୍ବଦା ସବୁଠାରେ ସର୍ବାଧିକ ଦୁରବସ୍ଥାରେ ରହିଥାଏ । କାରଣ, ସର୍ବପ୍ରଥମ କଥା ହେଉଛି, ସେମାନଙ୍କର ପାରସ୍ପରିକ ଆଚରଣ ଗୁଡ଼ିକର କ୍ଷେତ୍ରରେ, ଯେତେ ଯେଉଁ ନ୍ୟାୟରେ ରହିଥିବା ଜଣେ ବ୍ୟକ୍ତି ନ୍ୟାୟରେ ନଥିବା ଆଉଜଣେ ବ୍ୟକ୍ତି ସହିତ ଭାଗୀଦାର ବସି ଯାହାକିଛି କରେ, ତାହାର ପରିଣାମ ଅବଶ୍ୟ ଏହିପରି ହେବ ବୋଲି ଆମେ ଜାଣିରଖିବା ଯେ, ଭାଗୀଦାରୀର ମିଆଦଟି ପୂର୍ଣ୍ଣ ହୋଇଗଲେ, ନ୍ୟାୟରେ ଥିବା ବ୍ୟକ୍ତିଟି ସବୁବେଳେ ନ୍ୟାୟରେ ନଥିବା ବ୍ୟକ୍ତିଟିର ତୁଳନାରେ କମ୍ ଲାଭବାନ୍ ହୁଏ, ସିଏ ସବୁବେଳେ କମ୍ ପାଏ । ପୁନଶ୍ଚ, ରାଷ୍ଟ୍ର ସହିତ ରହିଥିବା ସେମାନଙ୍କର କାରବାରମାନଙ୍କର କ୍ଷେତ୍ରରେ ମଧ୍ୟ, ଯଦି ଆପଣାର ସମ୍ପତ୍ତି ନିମନ୍ତେ କିଛି ଟିକସ ଦେବାକୁ ହେଉଥାଏ, ସେତେବେଳେ ନ୍ୟାୟରେ ଥିବା ମନୁଷ୍ୟଟିକୁ ଅଧିକ ଦେବାକୁ ପଡ଼େ ଏବଂ ନ୍ୟାୟରେ ନଥିବା ଆରଜଣଙ୍କୁ କମ୍ ଦେବାକୁ ହୋଇଥାଏ । ସମ୍ପତ୍ତିର ପରିମାଣ ଏକା ହୋଇଥିଲେ ମଧ୍ୟ ଏହିପରି କମ୍ ଓ ବେଶୀ ଦେବାକୁ ପଡ଼ିଥାଏ । ଏବଂ, ଅନ୍ୟ ପକ୍ଷରେ, ଯଦି କିଛି ପାଇବାକୁ ଥାଏ, ନ୍ୟାୟର ପଟଟା କିଛି ହିଁ ପାଏନାହିଁ ଓ ଅନ୍ୟାୟର ପଟଟି ବହୁ ଅର୍ଥ ପାଇଯାଏ ।

 

ବେଶ୍ ସ୍ପଷ୍ଟ ହୋଇଯାଉଛି ଯେ ସମ୍ଭବତଃ ୨୩୦୦ ବର୍ଷ ପୂର୍ବର ସେକାଳେ ମଧ୍ୟ, ଟିକସ ଦେବାକୁ ଯେପରି ନପଡ଼ିବ, ସେଥିପାଇଁ ଆପଣାର ପରିବାରମାନଙ୍କୁ ଓ ନୌକାଗୁଡ଼ିକୁ ଉଚିତ ଭାବରେ ସଂସ୍ଥାପିତ କରି ରଖିବାର ଆବଶ୍ୟକ ମାର୍ଗଗୁଡ଼ିକୁ ଲୋକେ ବେଶ୍ ଆବିଷ୍କାର କରି ସାରିଥିଲେ । ଏବଂ, ଯେତେବେଳେ ସେହି ଉଭୟ ପ୍ରକାରର ବ୍ୟକ୍ତି କାହା ଅଧୀନରେ କୌଣସି ପଦରେ ନିଯୁକ୍ତ ହୋଇ ରହନ୍ତି, ନ୍ୟାୟରେ ରହିଥିବା ବ୍ୟକ୍ତିଟିକୁ ସେପରି କୌଣସି କ୍ଷତିରେ ପଡ଼ିବାକୁ ନହେଉଥିଲେ ମଧ୍ୟ, ଅନ୍ୟତ୍ର ଯଥେଷ୍ଟ ଦୃଷ୍ଟି ଦେଇ ପାରୁନଥିବାରୁ ତା’ର ବ୍ୟକ୍ତିଗତ ବହୁତ କିଛି ବହୁତ ପରିମାଣରେ ବିଶୃଙ୍ଖଳ ହୋଇ ପଡ଼ନ୍ତି । ଏବଂ, ତେଣେ ତା’ର ଆଚରିତ ନୀତିଗୁଡ଼ିକ ସକାଶେ ସିଏ ବିଚରା ସାଧାରଣ ଅର୍ଥକୋଷରୁ ମଧ୍ୟ ଅନ୍ୟ କୌଣସି ଭାବେ ଆଦୌ ଉପକୃତ ହୋଇ ପାରୁନଥାଏ । ଏତଦ୍‌ବ୍ୟତୀତ ସତେଅବା କୌଣସି ଦୁର୍ଭାଗ୍ୟ ହେତୁ ତାକୁ ବାରବାର ନିଜର ମିତ୍ରଜନ ଓ ପରିଚିତ ଆହୁରି ଅନ୍ୟମାନଙ୍କର ମଧ୍ୟ ଅପ୍ରିୟ ହେବାକୁ ପଡ଼େ, କାରଣ, ନ୍ୟାୟ ସହିତ ସାଲିସ୍ କରି ସେମାନଙ୍କର କୌଣସି ଫାଇଦା କରାଇ ଦେବାକୁ ସେ ମୋଟେ ରାଜୀ ହୋଇ ପାରେନାହିଁ । ପ୍ରକୃତରେ, ଯଦି ଗାଡ଼ି ରଖୁଥିବା ଜାଗାରେ ନିଜର ବନ୍ଧୁ ତଥା ପରିଚିତମାନଙ୍କୁ ଏକ ଟିକେଟ କିଣିବାରୁ ଛାଡ଼ କରାଇ ନପାରିଲା । ତେବେ ଏହି ସ୍ଥାନୀୟ ପେଶାଦାର ରାଜନୀତି କରୁଥିବା ଲୋକମାନଙ୍କର ପ୍ରକୃତରେ କି ଦଶା ହେବ କହିଲ !

 

ମାତ୍ର, ନ୍ୟାୟରେ ନଥିଲେ ସବୁ ଠିକ୍ ଓଲଟା ହୋଇଯିବ । ଥ୍ରାସିମାକସ୍ କହୁଛନ୍ତି, ହଁ, ବର୍ତ୍ତମାନ ଯେଉଁ କଥାଟିକୁ କହୁଥିଲି, ସେହି କଥାଟିକୁ ହିଁ କହୁଛି : ନ୍ୟାୟରେ ନଥିବା ସେହି ମନୁଷ୍ୟଟିର କଥା, ଯିଏକି ପ୍ରକୃତରେ ବହୁତ ବହୁତ କଥା ଖୁବ୍ ବୁଝିପାରୁଛି । ନ୍ୟାୟର ବାଟ ଛାଡ଼ି ଅନ୍ୟାୟର ବାଟରେ ରହିଲେ ଜଣେ ମଣିଷ ଆପଣାର ଜୀବନରେ ଯେ ନ୍ୟାୟରେ ରହିଥିବା ଆଉଜଣେ ବ୍ୟକ୍ତିର ତୁଳନାରେ କେତେ ଅଧିକ ପରିମାଣରେ ଲାଭବାନ୍‌ ହୋଇପାରେ, ସେହି କଥାଟିର ବିଚାର କରିବାପାଇଁ ଇଚ୍ଛା କରୁଥିଲେ, ଆପଣ ମନୋଯୋଗ ସହକାରେ ବର୍ତ୍ତମାନ ତାହାରି କଥା ହିଁ ଶୁଣନ୍ତୁ ! ଏବଂ, ଯଦି ଆପଣ ପୂରା ପକ୍କା ଗୋଟିଏ ଅନ୍ୟାୟ ଉପରେ ଦୃଷ୍ଟିପାତ କରିବେ, ଯେଉଁଟିକି ଗର୍ହିତ କାର୍ଯ୍ୟଟିକୁ କରୁଥିବା ଜଣେ ବ୍ୟକ୍ତିକୁ ସବୁଠାରୁ ଅଧିକ ପରିମାଣରେ ସୁଖୀ କରି ରଖିଥାଏ ଏବଂ ଯେଉଁମାନଙ୍କ ପ୍ରତି ସେଇ କାର୍ଯ୍ୟଟି କରା ଯାଉଥାଏ ଏବଂ ଯେଉଁମାନେ ତଥାପି କୌଣସି ପ୍ରତିଶୋଧ ନେଇ ପାରୁନଥାନ୍ତି, ସର୍ବଦା ସେମାନେ ଏକ ସର୍ବଦୟନୀୟ ସ୍ଥିତି ଭିତରେ ହିଁ ପଡ଼ି ରହିଥାନ୍ତି । ତେବେ ସିନା ଆପଣ ସବୁଠାରୁ ଅଧିକ ସହଜରେ ଅସଲ ସତ୍ୟଟିକୁ ବୁଝିପାରିବେ ! ଏଇଟି ସତକୁସତ ଏକ ନିରଙ୍କୁଶତାର ବ୍ୟାପାର,–ଆଦୌ କ୍ଷୁଦ୍ର କ୍ଷୁଦ୍ର ମାତ୍ରାରେ ଗତି କରେନାହିଁ । ମାତ୍ର, ଗୋଟାସୁଦ୍ଧା ଆଖିବୁଜା ଭାବରେ, ଅନ୍ୟମାନଙ୍କର ସମ୍ପତ୍ତିକୁ ଖୋଲା ଅଥବା କପଟଯୁକ୍ତ ଭାବରେ ଆତ୍ମସାତ କରିବାରେ ଲାଗିଥାଏ । ସଂସାରୀମାନଙ୍କର ହେଉ କିମ୍ବା ପବିତ୍ର ଦେବମନ୍ଦିର ଗୁଡ଼ିକର ହେଉ, ସର୍ବସାଧାରଣ ହେଉ ଅଥବା କୌଣସି ବ୍ୟକ୍ତିର ହେଉ, ନାନା ଅପରାଧ କରିବାରେ ଲାଗିଥାଏ । ଏବଂ, ଯଦି ଆଉ କେହି ତାହା କରୁଥାନ୍ତା ଏବଂ ଧରା ପଡ଼ନ୍ତା, ତେବେ ଅବଶ୍ୟ ଶାସ୍ତି ପାଆନ୍ତା ଏବଂ ସମସ୍ତେ ତାକୁ ଛି’ ଛି’ ବୋଲି ମଧ୍ୟ କହନ୍ତେ । କାରଣ, କେହି ସେହିଭଳି ଅପରାଧକୁ ବେଳେବେଳେ କରୁଥିଲେ ମଧ୍ୟ, ସେମାନଙ୍କୁ ତ ଲୋକମାନେ ଦେବତା–ଦ୍ରୋହୀ ବୋଲି କହୁଛନ୍ତି; ଚୋର, ତସ୍କର ବା ଡକାଏତ ବୋଲି କହୁଛନ୍ତି । ମାତ୍ର, ଯେତେବେଳେ ଜଣେ ଲୋକ କେବଳ ଯେ ତାହାରି ପରି ଆଉଜଣେ ନାଗରିକର ସମ୍ପତ୍ତିକୁ ଲୁଟି କରି ନେଇଯାଉଛି ତା’ ନୁହେଁ, ସେମାନଙ୍କର ଘରଲୋକମାନଙ୍କୁ ଭୃତ୍ୟ ରୂପେ ଖଟାଇବା ଲାଗି ଧରିନେଇ ଯାଉଛି, ସେତେବେଳେ ସିଏ ଅର୍ଜୁଥିବା ସର୍ବବିଧ ବଦନାମ ସତ୍ତ୍ଵେ ତାକୁ ଜଣେ ସୁଖୀ ମଣିଷ ବୋଲି କୁହାଯାଉଛି, ସିଏ ଖୁବ୍ ଅନୁଗ୍ରହ ଲାଭ କରି ପାରିଲା ବୋଲି କୁହାଯାଉଛି । କେବଳ ଯେ ସିଏ ନିଜେ ବାସ କରୁଥିବା ନଗରର ଲୋକେ ସେପରି କହୁଛନ୍ତି, ତା’ ନୁହେଁ, ମାତ୍ର ସିଏ ଏତେ ଏତେ ଅନ୍ୟାୟ କରିପାରିଲା ବୋଲି ଶୁଣିବାକୁ ପାଉଥିବା ଆଉ ସମସ୍ତେ ମଧ୍ୟ ସେହିପରି ତାହାର ପ୍ରଶଂସା କରୁଛନ୍ତି । କାରଣ, ଯେତେବେଳେ ଲୋକେ ଅନ୍ୟାୟର ନିନ୍ଦା କରନ୍ତି, ସେତେବେଳେ ପ୍ରକୃତରେ ଡରୁଥାନ୍ତି ବୋଲି ତାହା କରନ୍ତି; ନିଜେ ଅନ୍ୟାୟଟାଏ କରି ପକାଇଲେ ବୋଲି ନୁହେଁ, ଅନ୍ୟାୟଟିକୁ ସହିଲେ ବୋଲି ଭୟ କରନ୍ତି । ତେଣୁ, ସକ୍ରେଟିସ୍, ପ୍ରକୃତ ସ୍ଥିତିଟି ହେଉଛି ଯେ, ବେଶ୍ ଯଥେଷ୍ଟ ମାତ୍ରାରେ କରା ଯାଉଥିବା ଏହି ଅନ୍ୟାୟ ପ୍ରକୃତରେ ନ୍ୟାୟଠାରୁ ଏକ ଅଧିକ ଶକ୍ତିଶାଳୀ, ଅଧିକ ଉଦାର ଓ ଅଧିକ ଭବ୍ୟ ପଦାର୍ଥ । ଏବଂ, ମୁଁ ଯେପରି ପ୍ରଥମରେ କହିଲି, ନ୍ୟାୟ ପ୍ରତି ବସ୍ତୁତଃ ଜଣେ ଅଧିକ ବଳବାନ୍ ବ୍ୟକ୍ତିର ଆଗ୍ରହ ରହିଥାଏ : ଏବଂ, ଅନ୍ୟାୟ ଲାଭବାନ୍ କରାଏ ଏବଂ ନିଜପାଇଁ ବହୁତ ବିଶେଷ ସୁଯୋଗ ମଧ୍ୟ ଆଣିଥାଏ । *

 

* Plato : Republic, Bk, I 343d-344c. Davies and Vaughn translation

 

କେଡ଼େ ଚମତ୍କାର ଭାବରେ ମନ୍ଦର ପକ୍ଷ-ସମର୍ଥନ କରି କୁହା ଯାଇଥିବା ଏହି କଥାଗୁଡ଼ିକର ବିଶ୍ଳେଷଣ କରି ଏଥିରେ ଥିବା ମୁଖ୍ୟ ବକ୍ତବ୍ୟଗୁଡ଼ିକୁ ବିଶେଷ ଭାବରେ ସୂଚାଇ ଦେବା ହୁଏତ ନିଶ୍ଚୟ ଉଚିତ ହେବ; (୧) ସାମାଜିକ ନ୍ୟାୟ କହିଲେ ସାଧାରଣତଃ ଯାହା ବୁଝାଯାଏ, ତାହା ବସ୍ତୁତଃ କେତେକ ଆଇନ୍ ଏବଂ ଚଳଣିର ସମଷ୍ଟିକୁ ବୁଝାଇବ, ଯାହାକୁ କି ଶାସକବର୍ଗଟି ଆପଣାର ଫାଇଦା ନିମନ୍ତେ ହିଁ କାର୍ଯ୍ୟକାରୀ କରି ରଖିଥାଏ । (୨) ନ୍ୟାୟ ହେଉଛି କାର୍ଯ୍ୟତଃ ଗୋଟିଏ ନୈତିକ ସିଦ୍ଧାନ୍ତ ମାତ୍ର, ଯାହାକୁ କି କେବଳ ଏକ ଭ୍ରାନ୍ତ ଧାରଣା ବୋଲି କୁହାଯିବ,–ସେଇଟିର ଆଶ୍ରୟ ତୁଚ୍ଛା ଦୁର୍ବଳମାନେ ହିଁ ନେଇଥାନ୍ତି ଏବଂ ସବଳମାନଙ୍କ ପାଖରୁ ନିଜକୁ ବଞ୍ଚାଇ ରଖିବାପାଇଁ ସେମାନେ ତାହା କରନ୍ତି । ଏବଂ, ତା’ ନହେଲେ ପ୍ରାୟ ଧର୍ମତଃ ସେମାନେ ମଧ୍ୟ କେଡ଼େ ଖୁସୀ ହୋଇ ଆପେ ସେହି ସବଳମାନଙ୍କୁ ଅନୁକରଣ କରୁଥାନ୍ତେ । (୩) ଅନ୍ୟାୟ ଅର୍ଥାତ୍ ସ୍ଵାର୍ଥପର ଆଚରଣ ହେଉଛି ସେହି ଗୋଟିଏ ମାତ୍ର ସୁନିଶ୍ଚିତ ବାଟ, ଯାହା ତୁମକୁ ବ୍ୟକ୍ତିଗତ ଯାବତୀୟ ଲାଭ ଆଣି ଦେଇପାରିବ । (୪) ହଁ, ଅନ୍ୟାୟ ବିଷୟରେ କେବଳ ଏହି ଗୋଟିଏ ମାତ୍ର ନିୟମ ସବୁବେଳେ ରହିବ ଯେ, ତାହା ବ୍ୟାପକ ହେବ, ଏବଂ ସର୍ବଦା ଯଥେଷ୍ଟ ପରିମାଣରେ ଆଚରିତ ହେଉଥିବ । କାରଣ, ପରିମାଣଟା କମ୍ ହୋଇଥିଲେ ସେଥିରେ ବହୁତ ବିପଦର ଆଶଙ୍କା ରହିଥିବ । ଦଣ୍ଡବିଧାନ ଏବଂ ଅପଯଶ, ଏମାନେ ଏତେ ନିକଟବର୍ତ୍ତୀ ହୋଇ ରହିଥିବେ ଯେ, ପ୍ରାୟ ସୁନିଶ୍ଚିତ ଭାବେ ହିଁ ଆପଣାର ପରାଜୟକୁ ଡାକି ଆଣୁଥିବ ।

 

ଏହି ଶେଷୋକ୍ତ ପ୍ରତିବନ୍ଧଟି ପ୍ରକୃତରେ ଆମ ପୃଥିବୀର ୯୯ ପ୍ରତିଶତ ମନୁଷ୍ୟଙ୍କ ଲାଗି ସ୍ୱାର୍ଥପର ହେବାର ସେହି ନିୟମଟିକୁ ସଂପୂର୍ଣ୍ଣ ଭାବରେ ଅକାମୀ କରି ଦେଉଛି । ସେମାନଙ୍କ ପାଖରେ କଦାପି ସେତେ ଶକ୍ତି ନଥିବ ଯେ ସେମାନେ ଏକ ବ୍ୟାପକ ରୂପ ଦେଇ ତାହାର ଆଚରଣ କରି ପାରିବେ । ସେମାନେ ଯେତେବେଳେ ଆଉକାହାର ସମ୍ପତ୍ତିକୁ ଆତ୍ମସାତ୍ କରନ୍ତି ବା ସେମାନଙ୍କର ଲୋକମାନଙ୍କୁ ବଳପୂର୍ବକ ଅପହରଣ କରି ନିଅନ୍ତି, ସେତେବେଳେ ସେମାନେ ଧରା ପଡ଼ିଲେ ଜେଲ୍‌ ଯାଆନ୍ତି ଏବଂ, ଧରା ନପଡ଼ିଲେ ମଧ୍ୟ ବହୁ ବିପଦ ତଥା ଅନିଶ୍ଚିତତା ମଧ୍ୟରେ ଜୀବନଯାପନ କରୁଥାନ୍ତି । କେବଳ ଅତ୍ୟନ୍ତ ଅଳ୍ପସଂଖ୍ୟକ ଖାସ୍ ମନୁଷ୍ୟଙ୍କ ନିମନ୍ତେ ଅନ୍ୟ ମନୁଷ୍ୟମାନଙ୍କର ଜୀବନ ଓ ସମ୍ପତ୍ତି ଦ୍ଵାରା ଆପେ ମୋଟା ହେବାର ବିଶେଷ ବ୍ୟବସ୍ଥାଟିଏ ରହିଥାଏ-। ଆମେ ଏମାନଙ୍କୁ ଆଦୌ ବିଶେଷ ଭାବରେ ଅନୁଗ୍ରହପ୍ରାପ୍ତ ବୋଲି କହିବାନାହିଁ । ସେମାନଙ୍କ ନିମନ୍ତେ ଜେଲ୍ ଯିବାର କୌଣସି ଭୟ ନଥାଏ, ବରଂ, ସେମାନଙ୍କୁ ଅଧିକରୁ ଅଧିକ ନିଶ୍ଚିତ ଭାବରେ ଏକ ପ୍ରତିଷ୍ଠା ହିଁ ପ୍ରାପ୍ତ ହେବାରେ ଲାଗିଥାଏ । ମାତ୍ର ଅଳ୍ପ କେତେକଙ୍କର ଗୋଟିଏ ଗୋଷ୍ଠୀ, କେଉଁଠି ଏକ ଦ୍ଵୀପରାଜ୍ୟରେ ଥାଇ ହଜାରର ହଜାର ମାଇଲ୍ ଦୂରରେ ଥିବା ପ୍ରାୟ ୩୫ କୋଟି ମନୁଷ୍ୟଙ୍କର ଏକ ଜାତିର ସମ୍ପତ୍ତିକୁ ଶୋଷି ନେଉଥାନ୍ତି । ସେମାନଙ୍କ ମଧ୍ୟରୁ ପଞ୍ଚାନବେ ପ୍ରତିଶତଙ୍କୁ ନିରକ୍ଷର ରଖିଥାନ୍ତି ଏବଂ ସମଗ୍ର ପୃଥିବୀର ଏକ ଅନ୍ୟତମ ସମ୍ପଦ ଏବଂ ସମ୍ଭାବନାପୂର୍ଣ୍ଣ ଅଞ୍ଚଳର ଲୋକମାନଙ୍କର ଆୟୁକୁ ହାରାହାରି ତେଇଶି ବର୍ଷରେ ନେଇ ରଖିଥାନ୍ତି-। ହଁ, ଥ୍ରାସିମାକସ୍‌ଙ୍କ ପାଖରେ ତାଙ୍କୁ ସମର୍ଥନ କରୁଥିବା କିଛି ବାସ୍ତବ ସତ୍ୟ ନିଶ୍ଚୟ ରହିଛି-। ପ୍ରାୟ ଏପରି ତ ଖୁବ୍ ଲାଗୁଛି ଯେ, ଅନ୍ୟାୟଟା ଯେତିକି ଯେତିକି ଅଧିକ ପରିମାଣରେ ଲାଭବାନ୍ ହେବାରେ ଲାଗିଥାଏ, ଅନ୍ୟାୟ କରିବାଟାକୁ ମଧ୍ୟ ସେତିକି ସେତିକି ଅଧିକ ନିରାପତ୍ତା ମିଳି ଯାଉଥାଏ ।

 

ମାକିଆଭେଲି

 

ଶୀର୍ଷକଟିରୁ ଯେପରି ପରିଷ୍କାର ହୋଇଯିବ, ‘ରାଜ୍ୟଶାସକ' ଗ୍ରନ୍ଥଟି ସ୍ଵୀକାର କରୁଛି ଯେ କେବଳ ଅତି ଅଳ୍ପ ମନୁଷ୍ୟଙ୍କର କ୍ଷେତ୍ରରେ ହିଁ ସ୍ୱାର୍ଥପରତାର ନୀତିଟି କାର୍ଯ୍ୟକାରୀ ହୋଇ ପାରିବ । ତାଙ୍କଦ୍ଵାରା ଲିଖିତ ଏହି ପୁସ୍ତକଟିରେ ମାକିଆଭେଲି ଏକ ତୀକ୍ଷ୍‌ଣ ବୁଦ୍ଧିମତ୍ତା ସହିତ ନିଜ ସମୟର ରାଜନୀତିକ ଚଳଣିଗୁଡ଼ିକୁ ଏକ ସାଧାରଣ ସୂତ୍ରର ଚେହେରା ଦେଇ ଆଲୋଚନା କରିଛନ୍ତି । ସେତେବେଳେ ତାଙ୍କ ଦେଶ ଇଟାଲୀରେ ରେନେସାନ୍‌ସର ମଧ୍ୟାହ୍ନ ସମୟ, କଳାସୃଷ୍ଟି ଏବଂ ନାନା ନୀଚସ୍ତରର ବହୁ ଦୁଷ୍ଟତାଦ୍ଵାରା ଭରପୂର । ସେକାଳର ପୋପ୍, ରାଜ୍ୟ ଓ ସାମନ୍ତ ଆଦି ଧର୍ମୀୟ ତଥା ପାର୍ଥିବ ଶାସନକାରୀଙ୍କ ବିଷୟରେ ଏତିକି କହିଲେ ଯଥେଷ୍ଟ ହେବ ଯେ, ଏପରି କୌଣସି ଗୋଟିଏ ପାପ ନଥିଲା, ଯାହା ସେମାନେ କରୁନଥିଲେ ଏବଂ ଏପରି ନୃଶଂସ, ହୀନ ଅଥବା ଅକଥନୀୟ କାର୍ଯ୍ୟ ନଥିଲା, ଯେଉଁଗୁଡ଼ିକରୁ ସେମାନେ ନିବୃତ୍ତ ହୋଇ ରହୁଥିଲେ । ଏହିଭଳି କହି ଆଦୌ କୌଣସି ଅତିରଞ୍ଜନ କରା ଯାଉନାହିଁ, କାରଣ ଏଗୁଡ଼ିକ ପ୍ରକୃତରେ ଅକ୍ଷରେ ଅକ୍ଷରେ ସତ-। ଜଣେ ସେହିପରି ଶାସକ ଷଷ୍ଠ ଆଲେକ୍‌ଜାଣ୍ଡର୍‌ଙ୍କ ଦ୍ଵାରା ସେହି ସମୟରେ କରା ଯାଇଥିବା ପାପଗୁଡ଼ିକର ଯଦି ଏକ ତାଲିକା କରାଯାଏ, ତେବେ ତୁମେ ସବୁଗୁଡ଼ିକର ହିଁ ଦୃଷ୍ଟାନ୍ତ ପାଇଯିବ,–ଉତ୍ପୀଡ଼ନ, ନରହତ୍ୟା ଏବଂ ହୀନତମ ବ୍ୟଭିଚାର, ସବୁକିଛିର ।*

 

*An excellent account of his and other’, iniquities will be found in John Addington Symonds : The Renaissance in Italy, Part I, Chapter III VII and VIII

 

ସ୍ୱାର୍ଥପରତାର ସମର୍ଥନ କରୁଥିବା ସେହି ନୈତିକ ସୂତ୍ରପରାମର୍ଶଟି ସହିତ ଶ୍ରୀଯୁକ୍ତ ମାକିଆଭେଲିଙ୍କର ନାମକୁ ଯେ ଏପରି ଯୋଡ଼ି ଦିଆଯାଇ ଆସିଛି, ତଦ୍ଦ୍ଵାରା ତାଙ୍କପ୍ରତି ଆଦୌ ନ୍ୟାୟବିଚାର କରା ଯାଇନାହିଁ । ରାଜ୍ୟର ଶାସକମାନେ ଭିତରେ ଏହିପରି ଏକ ଅଭିପ୍ରାୟକୁ ରଖି ଶାସନ କରିବା ଉଚିତ ବୋଲି ମାକିଆଭେଲି ପ୍ରକୃତରେ କେଉଁଠାରେ କହିନାହାନ୍ତି । ସିଏ କେବଳ ଏତିକି ମନ୍ତବ୍ୟ କରିଛନ୍ତି ଯେ, ଆପଣା ନିମନ୍ତେ କ୍ଷମତାକୁ ହାସଲ କରି ସ୍ଥାୟୀ କରି ରଖିବାକୁ ଇଚ୍ଛା କରୁଥିଲେ ଶାସକମାନଙ୍କୁ ଏହି ପ୍ରକାରର ରୀତିଗୁଡ଼ିକୁ ଅବଶ୍ୟ ଅବଲମ୍ବନ କରିବାକୁ ହେବ । ଏବଂ, ତାଙ୍କର ବିଚାର ମଧ୍ୟରେ କେତେ ପ୍ରଗତିଶୀଳ ଉପାଦାନ ମଧ୍ୟ ନିଃସନ୍ଦେହ ଭାବରେ ରହିଛି; ଉଦାହରଣ ସ୍ଵରୂପ, ଇଟାଲୀ ଆଉ ଏତେ ଖଣ୍ଡରେ ବିଭକ୍ତ ହୋଇ ନରହି ଗୋଟିଏ ଶାସନ ମଧ୍ୟକୁ ଆସୁ ବୋଲି ସେ ମତ ବ୍ୟକ୍ତ କରିଛନ୍ତି, ଆବଶ୍ୟକ ହେଲେ ଭତ୍ତା ଦେଇ ନିଯୁକ୍ତ କରା ଯାଉଥିବା ସୈନ୍ୟବାହିନୀର ନିନ୍ଦା କରିଛନ୍ତି । ପୁନଶ୍ଚ, ଯେତେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଗଣତନ୍ତ୍ର ପ୍ରତି ତାଙ୍କ ଭିତରେ ଏକ ସହାନୁଭୂତିପୂର୍ଣ୍ଣ ମନୋଭାବ ରହିଥିଲା ବୋଲି ସୂଚନା ମଧ୍ୟ ମିଳୁଛି । * ଏହି ଦୃଷ୍ଟିରୁ ତାଙ୍କର ଉକ୍ତ ପୁସ୍ତକଟିରେ କିଛି ଖ୍ରୀଷ୍ଟିୟାନ୍-ବିରୋଧୀ ମନୋଭାବ ବ୍ୟକ୍ତ କରା ଯାଇଥିଲା ଅଥବା ସାମନ୍ତବାଦୀ ବିଚାରର ଖିଲାପ କଲାଭଳି କିଛି ରହିଥିଲା ବୋଲି ଗ୍ରନ୍ଥଟିକୁ ସେହିପରି ଏକ ଅବିଚାରର ଶିକାର ହେବାକୁ ପଡ଼ିଲା କି ? –ସେହି କଥାଟିକୁ ଉତ୍ତମରୂପେ ଜାଣିବାକୁ ନିଶ୍ଚୟ ଆମର ଏକ ଆଗ୍ରହ ଜାତ ହେବ ।

 

କିନ୍ତୁ, ପ୍ରକୃତ କଥାଟି ଯାହା ହୋଇଥାଉ ପଛକେ, ମାକିଆଭେଲି ପ୍ରକୃତରେ ଏତେ ଉତ୍ତମରୂପେ ଆପଣାର କର୍ମଟିର ସମ୍ପାଦନ କରିଛନ୍ତି ଏବଂ ଏତେ ଦକ୍ଷତା ସହିତ ନିଜର ସାଧାରଣ ସୂତ୍ରାନୁମାନଗୁଡ଼ିକୁ ନିର୍ଦ୍ଧାରିତ କରି ଆଣିଛନ୍ତି, ସେହି ତାଙ୍କରି ସମୟଟିରୁ ହିଁ ଉତ୍ପୀଡ଼କମାନେ ତାଙ୍କର ପରାମର୍ଶଗୁଡ଼ିକୁ ମାନିଛନ୍ତି ଏବଂ, ମାକିଆଭେଲି ସେମାନଙ୍କୁ ସତକୁସତ ବୋକା ବନାଉଛନ୍ତି ବୋଲି ମୋଟେ ଜାଣି ପାରିନାହାନ୍ତି । ଏକ ଉଦାହରଣ ସ୍ଵରୂପ, ୰ଶ୍ରୀଯୁକ୍ତ ମୁସୋଲିନି ଆପଣାକୁ ପ୍ରକାଶ୍ୟ ଭାବରେ ମାକିଆଭେଲିଙ୍କର ଦାୟାଦ ବୋଲି ଘୋଷଣା କରିଛନ୍ତି ଏବଂ ଜଣେ ଏକନାୟକର ବହୁବ୍ୟସ୍ତତା ମଧ୍ୟରୁ ତଥାପି କିଛି ସମୟ ବାହାର କରି ତାଙ୍କର ସେହି ଗୁରୁଙ୍କ ବିଷୟରେ ଲେଖା ହୋଇଥିବା ଗୋଟିଏ ନିବନ୍ଧ ପାଇଁ ସିଏ ଏକ ମୁଖବନ୍ଧ ମଧ୍ୟ ଲେଖିଥିଲେ । ଏବଂ, ଇତାଲୀର ଗୋଟିଏ ବିଶ୍ଵବିଦ୍ୟାଳୟ ମଧ୍ୟ ତାଙ୍କୁ ଏକ ଅନୁରୂପ ସ୍ଵୀକୃତି ପ୍ରଦର୍ଶନ କରି ଡିଗ୍ରୀଟିଏ ମଧ୍ୟ ଦେଲେ ।** ଇତିହାସର ଏହି ସାନ ଘଟଣାଟିକୁ ଆମେ ଅବଶ୍ୟ ମନଭିତରେ ରଖିଥିବା, କାରଣ, ଶାସକ ମୁସୋଲିନିଙ୍କର ଜୀବନକାଳଟି ପ୍ରକୃତରେ ମାକିଆଭେଲିଙ୍କ ଦ୍ଵାରା ସୂଚିତ ନୀତିଗୁଡ଼ିକର ସ୍ଵଭାବ ତଥା ଲାଭଦାୟକତା ଉପରେ ପ୍ରଚୁର ପରିମାଣରେ ଆଲୋକପାତ କରିପାରୁଛି ।

 

*This is most apparent in his admiring description of the prince of the whose rule is founded in the love of his subjects–The Prince, Chapter IX.

 

**Cf. Mevlin Rader No Compromise, Maclillan, New York, 1939, Chapter V, Part 2.

 

ଶ୍ରୀଯୁକ୍ତ ମାକିଆଭେଲି ଯେଉଁଠାରୁ ଆରମ୍ଭ କରିଛନ୍ତି ସେଠାରୁ ନୁହେଁ, ମାତ୍ର ତାଙ୍କ ସିଦ୍ଧାନ୍ତଟିର ନ୍ୟାୟୋଚିତ ଆଧାରଟିରୁ ଆରମ୍ଭ କରି ହିଁ ଆମେ ଏପରି କହିପାରିବା ଯେ, ରାଜନୀତିର ଯାବତୀୟ ବିବାଦାସ୍ପଦତାର ସମ୍ମୁଖୀନ ହେବା ଲାଗି ଦୁଇଟି ବାଟ ରହିଛି : ଗୋଟିଏ ଆଇନ୍‌ର ବାଟ ଓ ଆଉଗୋଟିଏ ବଳପ୍ରୟୋଗର ବାଟ । ସମ୍ଭବତଃ ଆପଣାର ପ୍ରକୃତ ଭାବନାଗୁଡ଼ିକୁ କ୍ଷଣିକ ନିମନ୍ତେ ପ୍ରକାଶ କରି ମାକିଆଭେଲି କହୁଛନ୍ତି ଯେ, ପ୍ରଥମ ବାଟଟି ହେଉଛି ମନୁଷ୍ୟମାନଙ୍କର ଓ ଦ୍ଵିତୀୟଟି ହେଉଛି ପଶୁମାନଙ୍କର ।* ମାତ୍ର, ପ୍ରଥମଟି ଖୁବ୍ ସ୍ପଷ୍ଟତଃ ଆଦୌ ଯଥେଷ୍ଟ ହୋଇ ପାରେନାହିଁ; ଏବଂ ତେଣୁ ଜଣେ ଶାସକଙ୍କୁ ଦୁଇଟିଯାକର ପ୍ରୟୋଗକୁ ହିଁ ଶିଖିବାକୁ ହେବ । ତେବେ, ପଶୁର ଆଚରଣଟିକୁ ଗ୍ରହଣ କରି ତା’ପରେ ତାକୁ ସିଂହର ମାର୍ଗ ଏବଂ କୋକିଶିଆଳିର ମାର୍ଗ,–ଦୁଇଟିଯାକକୁ ମଧ୍ୟ କାମରେ ଲଗାଇବାକୁ ହେବ । “ଜାଲଗୁଡ଼ିକ କେଉଁଠାରେ ରହିଛି, ସେକଥାଟି ଜାଣିପାରିବା ସକାଶେ କୋକିଶିଆଳି ହେବାକୁ ପଡ଼ିବ ଏବଂ ହେଟାମାନଙ୍କୁ ଭୟ ଦେଖାଇବା ନିମନ୍ତେ ସିଂହଟିଏ ବନିବାକୁ ହେବ ।’’** ସଂକ୍ଷେପରେ କହିଲେ, ଜଣେ ଶାସକ ହାତରେ କୌଶଳ ଏବଂ ଅସ୍ତ୍ରବଳ,–ଏହିପରି ଦୁଇଗୋଟି ସାଧନ ରହିଥିବ ।

 

* Machiavelli, The Prince, Chapter XVIII, p, 141 in the Everyman edition.

 

** ତତ୍ରୈବ, P 142

 

ପୁନଶ୍ଚ, ଏହି ଉଭୟଙ୍କ ଭିତରୁ, ପ୍ରକୃତରେ କାମ ଦେଇ ପାରୁଥିବା ପର୍ଯ୍ୟନ୍ତ ପ୍ରଥମଟି ହିଁ ଅଧିକ ସନ୍ତୋଷଜନକ ବୋଲି ପ୍ରମାଣିତ ହେବ, କାରଣ ଏଇଟିଦ୍ୱାରା କୌଣସି ଶତ୍ରୁ ସୃଷ୍ଟି ହେବେନାହିଁ ଏବଂ ନିଜର ପ୍ରକୃତ ମତଲବଟିକୁ ମଧ୍ୟ ଏଇଟି ଗୁପ୍ତ ରଖି ପାରୁଥିବ । ଜଣେ ରାଜ୍ୟଶାସକ କାର୍ଯ୍ୟତଃ ଯେତେ ଯେତେ ପ୍ରତାରଣାର ପ୍ରୟୋଗ କରୁଥିବ, ସେଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ମହତ୍ତ୍ଵପୂର୍ଣ୍ଣଟି ହେଉଛି ଯେ, ସମ୍ପୃକ୍ତ ଅନ୍ୟ ସମସ୍ତେ ତାହାକୁ ଜଣେ ଅସାଧାରଣ ଭାବେ ବହୁଗୁଣଦ୍ୱାରା ସମ୍ପନ୍ନ ଜଣେ ବ୍ୟକ୍ତି ବୋଲି ଅନୁମାନ କରିବାରେ ଲାଗିଥିବେ । ଏପରି ହେବା ମୋଟେ ସହଜସାଧ୍ୟ ହେବନାହିଁ; କାରଣ, ସିଏ ନିଜଭିତରେ ଯେଉଁ ଗୁଣଚୟ ରହିଛି ବୋଲି ଏକ ଧାରଣାର ସୃଷ୍ଟି କରୁଥିବ, ସିଏ କେବେହେଲେ ଭୁଲରେ ମଧ୍ୟ ସେହି ଗୁଣମାନଙ୍କର ଅଧିକାରୀ ହେବାପାଇଁ ମନ ବଳାଇବ ନାହିଁ । କାରଣ, ସେପରି କ୍ଷେତ୍ରରେ ସେଗୁଡ଼ିକ ଭାରି ଭାରି ପଥରମାନ ହୋଇ ତାକୁ ପରିଶେଷରେ ନିଶ୍ଚୟ ବୁଡ଼ାଇ ହିଁ ଦେବେ । ଏଣୁ,

 

....ମୁଁ ଯେଉଁସବୁ ଉତ୍ତମ ଗୁଣର ଚର୍ଚ୍ଚା କରିଛି, ଜଣେ ଶାସକର ସେଗୁଡ଼ିକୁ ପ୍ରକୃତରେ ଅର୍ଜନ କରିବା ଆଦୌ ଉଚିତ ନୁହେଁ; କିନ୍ତୁ, ଏଇଟି ଏକାନ୍ତ ଆବଶ୍ୟକ ଯେ ତା’ଠାରେ ଗୁଣଗୁଡ଼ିକ ନିଶ୍ଚୟ ରହିଛି ବୋଲି ବାହାରକୁ ସର୍ବଦା ମନେ ହେଉଥିବ;...ଖୁବ୍ ମନେ ହେଉଥିବ ଯେ, ସିଏ ଅତ୍ୟନ୍ତ ଦୟାଳୁ, ଅତ୍ୟନ୍ତ ବିଶ୍ଵାସଯୋଗ୍ୟ, ସହୃଦୟତାଯୁକ୍ତ, ଧର୍ମନିଷ୍ଠ, ସଚ୍ଚୋଟ,–ଏବଂ, ଏହିପରି ଗୋଟିଏ ପ୍ରତୀତି ଦେଇ ପାରିବାକୁ ହେଲେ, ତୁମର ମନଟା କିନ୍ତୁ ଏପରି ଭାବରେ ଗଠିତ ହୋଇଥିବ ଯେ, ପ୍ରକୃତରେ ଏସବୁ ଗୁଣର ଅଧିକାରୀ ହେବାଲାଗି ଇଚ୍ଛା କରୁନଥିଲେ ମଧ୍ୟ ତୁମେ ଆବଶ୍ୟକତା ପଡ଼ିବା ମାତ୍ରକେ ଏଗୁଡ଼ିକର ସଂପୂର୍ଣ୍ଣ ଭାବରେ ଏକ ବିପରୀତ ଧାରଣା ଅବଶ୍ୟ ଦେଇ ପାରୁଥିବ । ...ତୁମେ ବାହାରକୁ ଯେପରି ମନେ ହେଉଥିବ, ସମସ୍ତେ ସେଇଟିକୁ ହିଁ ଦେଖୁଥିବେ, ଏବଂ, ଯେଉଁ ଅତ୍ୟନ୍ତ ଅଳ୍ପସଂଖ୍ୟକ ଲୋକ ତୁମେ ସତକୁସତ ଯାହା ବୋଲି ଜାଣିଥିବେ, ସେମାନେ କଦାପି ଅଧିକସଂଖ୍ୟକ ପକ୍ଷଟିର ବିରୋଧ କରିବାକୁ ସାହସ ହିଁ କରୁନଥିବେ । ସେହି ବହୁପକ୍ଷଟି ହିଁ ଆପଣାକୁ ଠିକ୍ ବୋଲି ସୁନିଶ୍ଚିତ ରହିଥିବ । *

 

ଏକ ଦୃଷ୍ଟାନ୍ତ ହିସାବରେ, ଏଠାରେ ମାକିଆଭେଲି ଦେଇଥିବା ଶ୍ରୀ ରାମିରୋ ଦ ଓର୍କୋଙ୍କର ଉଦାହରଣଟିକୁ ହୁଏତ ଉଲ୍ଲେଖ କରାଯାଇପାରେ, ଯାହାଉପରେ କି ସ୍ଵୟଂ ସମ୍ରାଟ ତାଙ୍କ ରାଜ୍ୟର ଏକ ଅଞ୍ଚଳରେ ପ୍ରଜାମାନଙ୍କୁ ଶାନ୍ତ କରି ଆଣିବାର ଏକ ଦାୟିତ୍ଵ ପ୍ରଦାନ କରିଥିଲେ-। ଶ୍ରୀ ରାମିରୋ ସେଠାକୁ ଯାଇ ଏପରି ନୃଶଂସ ଆଚରଣମାନ କଲେ ଯେ, ପ୍ରଜାମାନେ ତାଙ୍କ ପ୍ରତି ଏକ ଘୃଣାରେ ହିଁ ପୂରି ଉଠିଲେ । ସେହି ଘୃଣା ସ୍ଵୟଂ ସମ୍ରାଟଙ୍କ ପର୍ଯ୍ୟନ୍ତ ମଧ୍ୟ ପ୍ରସାରିତ ହୋଇ ଆସିଥିଲା । କହିବା ବାହୁଲ୍ୟ ଯେ, ସମ୍ରାଟ ନ୍ୟାୟତଃ ସେହି ଅଘଟଣାଟିର ଖୁବ୍ ଯୋଗ୍ୟ ମଧ୍ୟ ଥିଲେ । ସେ ରାମିରୋଙ୍କର ମୁଣ୍ଡକାଟ କରାଇଥିଲେ ଏବଂ ଏହାପରେ ନିଜେ ହିଁ ପ୍ରଜାମାନଙ୍କୁ ନ୍ୟାୟ ପ୍ରଦାନ କରିବାର ସତେଅବା ଜଣେ ଈଶ୍ୱରପ୍ରେରିତ ଦୂତର ଭୂମିକା ଗ୍ରହଣ କରିଥିଲେ-। ମାତ୍ର, ବିଂଶ ଶତାବ୍ଦୀରେ ତ ରୋମ୍‌ର ସମ୍ରାଟଙ୍କ ପରି ସେହି ଖଳମାନେ ପ୍ରକୃତରେ ଗୋଟିଏ ସାନପିଲା ପରି ହିଁ ମନେହେବେ । ମାକିଆଭେଲିଙ୍କର ନିଜ ରୁଚିଟିର ଅନୁସରଣ କରି ସାଂପ୍ରତିକ କାଳର ଏକ ଉଦାହରଣ ରୂପେ ଆମେ ଏଠାରେ ସେହି ବ୍ୟକ୍ତିଙ୍କର ଉକ୍ତିକୁ ଉଦ୍ଧାର କରିବା, ଯିଏକି ବିଶ୍ଵାସଘାତକତାର କ୍ଷେତ୍ରରେ ସତେଅବା ଜଣେ ସର୍ବାଗ୍ରରେ ରହିଥିବା ପିତା ବୋଲି ଦୃଶ୍ୟମାନ୍ ହେବେ ଓ ନରହତ୍ୟାରେ ବଡ଼ ବଡ଼ ହତ୍ୟାକାରୀଙ୍କୁ ମଧ୍ୟ ଅତିକ୍ରମ କରିଯିବେ । ସିଏ ହେଉଛନ୍ତି ଆଡ଼୍‌ଲଫ୍ ହିଟ୍‌ଲର୍ । ସିଏ ତ ଲୋକବିଶ୍ଵାସରେ ସମସ୍ତଙ୍କ ପାଖରେ ଘୋଷଣା କରିଥିଲେ ଯେ, ସ୍ଵୟଂ ଈଶ୍ଵର ହିଁ ତାଙ୍କୁ ବିଶେଷ ଭାବରେ ବାଛି ପୃଥିବୀକୁ ପଠାଇଛନ୍ତି ଯେପରିକି ସେ ତାହାର ଉଦ୍ଧାର କରିପାରିବେ,–ସମଗ୍ର ପୃଥିବୀକୁ ନୁହେଁ, ସେହି ପୃଥିବୀର ସର୍ବଲକ୍ଷଣଯୁକ୍ତ ନିଜ ଦେଶ ଜର୍ମାନୀକୁ ହିଁ ସର୍ବୋଚ୍ଚ କରି ପ୍ରତିଷ୍ଠିତ କରିପାରିବେ । କାରଣ, ବିଗତ ଏକାଧିକ ଦଶନ୍ଧିରେ ସେହି ପରମେଶ୍ଵର ଏକ ଅନନ୍ୟ ଶ୍ରଦ୍ଧାରେ ସେହି ଜର୍ମାନୀ ଆଡ଼କୁ ଆକୃଷ୍ଟ ହୋଇଛନ୍ତି । ଈଶ୍ଵରଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ହିଟଲର୍ ସିଏ ଉଦ୍ଧାର କରିବା ନିମନ୍ତେ ଜନ୍ମଗ୍ରହଣ କରିଥିବା ଜର୍ମାନ୍ ଜନଗଣର ପୂର୍ଣ୍ଣ ସ୍ଵୀକୃତି ମଧ୍ୟ ଲାଭ କରିଥିଲେ । ମୁଁ ନିଜ କାନରେ ଯେପରି ଶୁଣିଛି, ଅବିଶ୍ଵାସୀ ମାନଙ୍କର ବିଲୋପ କରିବା ସକାଶେ ଆସିଥିବା ସେହି ଖାସ୍ ବ୍ୟକ୍ତି ରୂପେ ହିଁ ସ୍ଵୀକୃତ ହୋଇଥିଲେ-। କିଛି ପରିମାଣର ଲୋକ ଯେ ସେହି କଥାଟିକୁ ଗ୍ରହଣ କରିନଥିଲେ, ସେଇଟି ଅବଶ୍ୟ ସତ ।

 

* ତତ୍ରୈବ, pp. 143-4

 

ହଁ, ଯେତେବେଳେ ଏକ ମାନବୀୟତା ଉପରେ ଦିବ୍ୟତାର ଆରୋପ କରା ଯାଇଥାଏ, ଏବଂ ଅନୁରୂପ ଭାବରେ ତାହାକୁ ଏକାଠି ଯୋଡ଼ି ପୂଜା କରାଯାଏ, ସେତେବେଳେ ଆଉ ଅଧିକ ସୁନିଶ୍ଚିତ ପ୍ରକାରେ ଅନ୍ୟ କ'ଣ ବା ତାହାର ସମକକ୍ଷ ହୋଇପାରିବ ? ରୋମ୍‌ର ସମ୍ରାଟମାନେ, ଯେଉଁମାନେ କି ଅପରାଧ ବିଷୟରେ ଆଦୌ ଅନଭିଜ୍ଞ ନଥିଲେ, ସେମାନେ ସେହି କୌଶଳଟିକୁ ଅତ୍ୟନ୍ତ ଉତ୍ତମରୂପେ ଜାଣିଥିଲେ ଏବଂ ଆମ ଏକାଳର ଜାପାନଦେଶର ସମ୍ରାଟମାନେ, ସେତେ ବେଶୀ ପରିମାଣରେ ସଫଳ ହୋଇ ପାରିନଥିଲେ ମଧ୍ୟ ବେଶ୍ ବିଶୁଦ୍ଧ ଭାବରେ ସେମାନଙ୍କୁ ନକଲ କରୁଛନ୍ତି । ସାଧାରଣ କୌଣସି ମନୁଷ୍ୟ–ଜରାୟୁରେ ପୋଖତ ହୋଇଥିବା ଭ୍ରୂଣଟିଏ ପିତାମାତାଙ୍କର ବହୁ ଅପୂର୍ଣ୍ଣତାଯୁକ୍ତ ଜିନ୍‌ଗୁଡ଼ିକ ଦ୍ଵାରା ସୀମିତ ପ୍ରଭାବଗୁଡ଼ିକ ମଧ୍ୟରେ ରହି ଏହି ପୃଥିବୀରେ ଆବିର୍ଭୂତ ହେଉଛି ଏବଂ ଲୋକବିଶ୍ୱାସରେ ସତେଅବା କେଉଁ ମେଘଲୋକରୁ ଆସି ଏଠାରେ ପ୍ରସର୍ଜିତ ହୋଇଥିବା ଆଉ କ'ଣଟିଏରେ ରୂପାନ୍ତରିତ ହୋଇଯାଉଛି, ଅଥବା ସିଧା ସୂର୍ଯ୍ୟାଲୋକରୁ ବା, ପ୍ରାଚୀନ ବିଶ୍ଵାସ-ପରମ୍ପରାରେ ଯେପରି କୁହାଯାଇଛି, କୌଣସି ଆଦିକାଳର ବୃକ୍ଷରୁ ଆସି ଏଠାରେ ଅବତୀର୍ଣ୍ଣ ହେଉଛି । ହଁ, ଈଶ୍ଵର ଯାହାକିଛି ଇଚ୍ଛା କରନ୍ତି, ତାହା ଅବଶ୍ୟ ଭଲ ହିଁ ଘଟାଇବ । ଏପରି ଏକ ଈଶ୍ୱରପ୍ରେରିତ ସତ୍ତା କଦାପି କୌଣସି ଭୁଲ କରିବନାହିଁ; ନୀରସ ସ୍ତରର ଲକ୍ଷ ଲକ୍ଷ ମନୁଷ୍ୟଙ୍କୁ ହତ୍ୟା କରୁଥିବା ବେଳେ ମଧ୍ୟ ତାହାକୁ ଭୁଲ ବୋଲି କୁହା ଯିବନାହିଁ ।

 

ଦିବ୍ୟ ସାମର୍ଥ୍ୟଗୁଡ଼ିକର ଏହିପରି ବହୁତ ଭବ୍ୟ ଗୁଣଗୁଡ଼ିକର ଆରୋପଣ ସହିତ ମଧ୍ୟ ଏହି ଅସ୍ତ୍ରସଜ୍ଜିତ ଈଶ୍ୱରପ୍ରେରିତ ବାର୍ତ୍ତାବହଗଣ କେତେକ ଅଧିକ ସାଧାରଣ ଗୁଣକୁ ମଧ୍ୟ ପ୍ରକଟ କରିଥାନ୍ତି ଅଥବା ସେମାନଙ୍କ ନିମନ୍ତେ ଅନ୍ୟମାନଙ୍କ ଦ୍ଵାରା ପ୍ରକଟ କରାଇଥାନ୍ତି । ହିଟ୍‌ଲର୍‌ଙ୍କର ଚରିତ୍ର ଯେ କେଡ଼େ ବିଶୁଦ୍ଧ, ତାହାକୁ ମଧ୍ୟ କେତେ ବହୁ ପ୍ରସାର ସହିତ ପ୍ରଚାରିତ କରା ଯାଇଥିଲା, ସେଗୁଡ଼ିକ ପ୍ରକୃତରେ ସେତେ ବିଶୁଦ୍ଧ ନଥିଲା ବୋଲି ଏବେ ଯାଇ ଅନୁମାନ କରାଯାଉଛି । ହଁ, ତାଙ୍କର ସଂଯମ ମଧ୍ୟ ସମାନ ଭାବରେ ପ୍ରସିଦ୍ଧି ଲାଭ କରିଥିଲା; ଏବଂ, ଏହାକୁ ଯଦି ଏକ ଗୁଣ ବୋଲି କୁହାଯାଏ, ସମ୍ଭବତଃ ସିଏ ସତକୁସତ ତାହାର ଅଧିକାରୀ ଥିଲେ । ହଁ, ରାଷ୍ଟ୍ରନୀତିଜ୍ଞମାନେ ଯେତେବେଳେ ଅନ୍ୟ ରାଷ୍ଟ୍ରଗୁଡ଼ିକ ସହିତ ଆଲୋଚନା କରନ୍ତି, ସେତେବେଳେ ସେହି ଗୁଣଟି ଅବଶ୍ୟ ବେଶ୍ ଉପଯୋଗୀ ହୋଇଥାଏ । ଆମକୁ ସର୍ବଦା କୁହାଯାଇଛି ଯେ, ହିଟଲର୍ ଏକ ବୃହତ୍ତର ଜର୍ମାନୀର ସ୍ଥାପନା ନିମନ୍ତେ ନିରନ୍ତର ଅତ୍ୟନ୍ତ ବ୍ୟାକୁଳ ଭାବରେ ଚିନ୍ତା କରୁଥିଲେ, ଏବଂ ସେହି ଅତ୍ୟୁତ୍ସାହ ଦ୍ଵାରା ପ୍ରେରିତ ସାରା ବିଶ୍ଵଟାକୁ ଅଧିକାର କରି ଆଣିବାର ଅତିପ୍ରୀତିଟି ତାଙ୍କୁ ମନୁଷ୍ୟସୁଲଭ ଆମ ସାଧାରଣ କାମବାସନାକୁ ଥିର କରି ରଖିବାରେ ସମ୍ଭବତଃ କିଛି ସହାୟତା କରୁଥିଲା । ସମୂହଗତ ଅଚେତନଟାର ନାନା ଲାଳସାରୁ ସେ କିଛି ଛୁଟି ମଧ୍ୟ ପାଇ ପାରିଥିଲେ ।

 

ହଁ, ବେଳେ ବେଳେ ଅପେକ୍ଷାକୃତ ଅଧିକ ଦୁର୍ବଳ କୌଣସି କଣ୍ଠସ୍ଵର ଆସି ହୁଏତ କାନରେ ବାଜିପାରେ, କିନ୍ତୁ ସେଇଟି ହେଉଛି ମାକିଆଭେଲିଙ୍କ ଜଣେ ଶିଷ୍ୟର ହିଁ କଣ୍ଠସ୍ଵର । ଆମଠାରେ ଯେଉଁ ଗୁଣଚୟ ଅଛି ବୋଲି ଆମେ ଦାବୀ କରୁ ଅଥବା ଯେଉଁ ପାପମାନ ଆମ ଭିତରେ ନାହିଁ ବୋଲି ଆମେ କହୁଥାଉ, ଦୁଇଟି ଭିତରୁ ପ୍ରକୃତରେ କେଉଁଟିକୁ ଅଧିକ ବିସ୍ମୟକର ଭାବରେ ମାମୁଲି ବୋଲି କୁହାଯିବ, ନିମ୍ନରେ ଉଦ୍ଧାର କରା ଯାଇଥିବା ଉକ୍ତିଟି ଯେପରି ବ୍ୟକ୍ତ କରୁଛି, ତାହା ଆଦୌ ସହଜରେ କୁହାଯାଇ ପାରିବନାହିଁ :

 

ମୋତେ ସବୁ ପ୍ରକାର ଖେଳ କସରତ ପ୍ରକୃତରେ ଭଲ ଲାଗେ; ମୁଁ ପୂର୍ଣ୍ଣ ବିଶ୍ଵାସର ସହିତ ମୋଟରଗାଡ଼ି ଚଳାଇପାରେ; ମୁଁ ଅତ୍ୟଧିକ ବେଗରେ ଗାଡ଼ି ଚଳାଇ କେତେ ଆଡ଼େ ଯାଇଛି–ତାହାକୁ ଦେଖି କେବଳ ମୋ’ ବନ୍ଧୁମାନେ ନୁହନ୍ତି, ପ୍ରବୀଣ ଏବଂ ଦୀର୍ଘ ଅଭିଜ୍ଞତା ଥିବା ଗାଡ଼ିଚାଳକମାନେ ମଧ୍ୟ ଚକିତ ହୋଇଛନ୍ତି । ମୁଁ ଉଡ଼ାଜାହଜରେ ଉଡ଼ିବାକୁ ବି ଭଲପାଏ । କେତେ ନା କେତେ ଥର ଉଡ଼ାଜାହଜରେ ଉଡ଼ିଥିବି । ନିଜର ଯେଉଁ ବେହେଲାଟି ଅଛି, ସେଇଟି ନେଇ ପ୍ରଶାନ୍ତ ମନରେ ମୁଁ ଘଣ୍ଟା ଘଣ୍ଟା ସଂଗୀତ ଭିତରେ ନିମଗ୍ନ ହୋଇ ରହିଛି । ଦାନ୍ତେଙ୍କ ପରି ବଡ଼ ବଡ଼ କବି, ପ୍ଲେଟୋଙ୍କ ପରି ସର୍ବୋଚ୍ଚ ସ୍ତରର କେଡ଼େ କେଡ଼େ ବଡ଼ ଦାର୍ଶନିକ । ମୁଁ ଘଣ୍ଟା ଘଣ୍ଟା ଧରି କବିତାରେ ନିଜକୁ ମଜ୍ଜାଇ ରଖିଛି, ଘଣ୍ଟା ଘଣ୍ଟା ଧରି ଧ୍ୟାନରେ ବସିଛି । ଏହିସବୁ ବ୍ୟତୀତ ଆଉ କୌଣସି ମନୋରଞ୍ଜନ ମୋତେ କେବେ ଆକୃଷ୍ଟ କରିନାହିଁ । ମୁଁ ସୁରାପାନ କରେନାହିଁ, ଧୂମପାନ ବି କରେନାହିଁ ଏବଂ ତାଆସ ଖେଳରେ ମଧ୍ୟ ମୋ’ର ଆଦୌ କୌଣସି ଆଗ୍ରହ ନାହିଁ । *

 

* Benito Musoling : My Autobiography, Scribner’s, New York, 1982, pp, 204-05. This is the book of which two reviwers wrote as follows : (1) “ For all his egocentricity, his bombast, Mussolini’s native sincerity is obvious.” (R.E. Larson, The Bookman, 68:708; (2) “The volume is delightful. There is not, as its ambassador-editor says, an insincere line in it.” (Arthur Livingstone, New York Herald Tribune Weekly Book Riview, Oct. 28, 1982, p. 4)

 

ମୋ’ର ତ ଭୟଙ୍କର ଭାବରେ ଏପରି ଏକ ଆଶଙ୍କା ହେଉଛି ଯେ, ମହାନ୍ ମାକିଆଭେଲିଙ୍କର ଜଣେ ଅନୁଗାମୀ, ଏକ ବିଶ୍ଵବିଦ୍ୟାଳୟରୁ ଜଣେ ଉଚ୍ଚତମ ଡିଗ୍ରୀପ୍ରାପ୍ତ ଉତ୍ତମ ଛାତ୍ର, ନୂତନ ରୋମ୍‌ସାମ୍ରାଜ୍ୟର ପ୍ରତିଷ୍ଠାତା ଓ ପ୍ରଧାନତମ ମୁଖ୍ୟ, ଏକାଧିକ ଦୃଷ୍ଟିରୁ ଏକ ଗଧ ହିଁ ଥିଲେ ।

 

‘ମୋ' ଭିତରର ନୈତିକ ଦୃଢ଼ଗଠନଟିକୁ କେହି ପରାଭୂତ କରିଦେଇ ପାରିବନାହିଁ’ ବୋଲି ମୁସୋଲିନିଙ୍କର ସେହି ଘୋଷଣାଟିରେ ଆମେ ଯେତେ ବେଶୀ ଆମୋଦିତ ଅନୁଭବ କରୁଥିଲେ ମଧ୍ୟ, କେଉଁପରି ଏକ ଆବେଗ ଅଥବା ଆବେଗମାନ ଆମଭିତରେ ଜାତ ହେବ ବୋଲି ମୁଁ କହି ପାରୁନାହିଁ, ଯେତେବେଳେ ଆମେ ସେହି ସମୟର ଆଉଜଣେ ବ୍ୟକ୍ତିଙ୍କର ଏକ ବୟାନ ଶୁଣିବାକୁ ପାଇବା । ନିତାନ୍ତ ଜଘନ୍ୟ ନାନା ଅପରାଧ ସକାଶେ ତାଙ୍କୁ ଫାଶୀଦଣ୍ଡ ଦିଆ ଯାଇଥିଲା । ଆମ ଭାଷାରେ ତ ତାଙ୍କର ନାମଟି ସେହିସବୁ ଅକୀର୍ତ୍ତିକୁ ସୂଚାଇ ଦେଉଥିବା ଏକ ଶବ୍ଦରୂପେ ହିଁ ବ୍ୟବହୃତ ହେଉଛି ! ଶ୍ରୀ ଭିଡ଼୍‌କୁନ୍ କୁଇସ୍‌ଲିଙ୍ଗ୍ ଥରେ କହିଥିଲେ : “ଏହି ମାନିବଜାତି ନିମନ୍ତେ ମୁଁ ଯେତେ ଯେତେ ଉପକାର କରିଛି, ଖୁବ୍ ବେଶୀ ମନୁଷ୍ୟ କଦାପି ତାହା କରିନଥିବେ ।” ** ଏହି ଉକ୍ତିଟିରେ ଯେଉଁ ମିଛ ଆସ୍ଫାଳନ ରହିଛି, ତାହା ପୂର୍ବୋକ୍ତ ସର୍ବବିଧ ବିଶ୍ଵାସଘାତକତାକୁ ନିଶ୍ଚୟ ନିଷ୍ପ୍ରଭ ହିଁ କରି ଦେଉଥିବ । ଖାସ୍ ‘ରାଜ୍ୟଶାସକ' ଗ୍ରଛଟାରେ ମଧ୍ୟ ଏହାର ସମତୁଲ ହେବା ପରି ଉଦାହରଣଟିଏ କେବେହେଲେ ନଥିବ,–ଉପରକୁ କେଡ଼େ ଭବ୍ୟତାରେ ସଦିଚ୍ଛା ଦ୍ଵାରା ପରିପୂର୍ଣ୍ଣ ପରି ଲାଗୁଥିବ ଏବଂ ତେଣେ ଯୁଗପତ୍ ଭାବରେ ପ୍ରାୟ ଅପରାଭୂତ ଭାବରେ ମଞ୍ଜ ଭିତରେ ସର୍ବଶେଷ ଗାରଟି ପର୍ଯ୍ୟନ୍ତ ଖଳ ହିଁ ଖଳ ହୋଇ ରହିଥିବ ।

 

ତଥାପି, କେବଳ କୌଶଳଟା କଦାପି ଯଥେଷ୍ଟ ହେବନାହିଁ; ସେଥିରେ ଯେତେଯାହା ଅତିପ୍ରଚାରର ଟେକ୍‌ନିକ୍ ଓ ଅତିଗୁଡ଼ାଏ ମହତ୍ତ୍ଵ ଦିଆ ଯାଉଥିବା ସେହି ବପୁବିପୁଳ ମିଥ୍ୟାଟାକୁ ଟାଣ ଟାଣ ଖମ୍ବ ପରି ଛିଡ଼ା କରି ରଖିଥିଲେ ମଧ୍ୟ ଯଥେଷ୍ଟ ହେବନାହିଁ । ମାକିଆଭେଲି କହୁଛନ୍ତି :

 

....ଅସ୍ତ୍ର ଧାରଣ କରିଥିବା ବାର୍ତ୍ତାବହମାନେ ସମସ୍ତେ ବିଜୟୀ ହୋଇଛନ୍ତି ଏବଂ ଯେଉଁମାନେ ଅସ୍ତ୍ରର ଆଶ୍ରୟ ନେଇନାହାନ୍ତି, ସେମାନେ ହାରି ଯାଇଛନ୍ତି । ଦର୍ଶାଇ ଦିଆଯାଇଥିବା କାରଣଗୁଡ଼ିକ ବ୍ୟତୀତ, ଲୋକମାନଙ୍କର ସ୍ୱଭାବ ମଧ୍ୟ ସର୍ବଦା ବଦଳି ବଦଳି ଯାଇଛି, ଏବଂ, ସେମାନଙ୍କୁ ପ୍ରବର୍ତ୍ତାଇ ନିଜ ଆଡ଼କୁ ନେଇଆସିବା ବେଶ୍ ସହଜ ହୋଇଥିଲେ ମଧ୍ୟ, ସେମାନଙ୍କୁ ସେହି ସ୍ଥିତିଟିରେ ଦୃଢ଼ କରି ରଖିବା ସର୍ବଦା ଅତ୍ୟନ୍ତ ଆୟାସକର ମଧ୍ୟ ହୋଇଛି । ତେଣୁ, ଆମର ସକଳ କ୍ଷେତ୍ରରେ ଏପରି ଉପାୟମାନ ଅବଲମ୍ବନ କରିବା ଆବଶ୍ୟକ ଯେ, ଯେତେବେଳେ ସେମାନଙ୍କର ବିଶ୍ଵାସଟି ଆଉ ରହୁନଥିବ, ସେତେବେଳେ ବଳର ପ୍ରୟୋଗ କରି ସେମାନଙ୍କୁ ସେଥିରେ ବାଧ୍ୟ କରି ରଖିବା ହୁଏତ ସମ୍ଭବ ହେବ ।” ***

 

* ତତ୍ରୈବ, p. 96

 

** UP dispatch from Osio, August 22, 1945.

 

*** Machiavelli, op, cit, pp, 48-49 (Chapter VI)

 

ଶ୍ରୀ ମାକିଆଭେଲି ମୋଟେ କୌଣସି କପଟ ନକରି ସେହି କଥାଟିରେ ଏକମତ ହୋଇ ଯାଇଛନ୍ତି, ଶ୍ରୀଯୁକ୍ତ ଆବ୍ରାହାମ୍ ଲିନ୍‌କଲନ୍ ଯେଉଁଟିକୁ ଆମେରିକାରେ ପ୍ରଖ୍ୟାତ କରି ରଖିଛନ୍ତି : “ତୁମେ କିଦାପି ସବୁ ମଣିଷଙ୍କୁ ସବୁଦିନ ପାଇଁ ବୋକା କରି ରଖି ପାରିବନାହିଁ ।” କାରଣ, “ଯଦି ଲୋକମାନଙ୍କର ଆଗ୍ରହ ସର୍ବଦା ବଦଳି ହିଁ ଯାଉଥାଏ’’, ତେବେ ସେମାନଙ୍କର ମନ ବଂଶଗତ ଭାବରେ ଯେ ସେହିପରି ଅସ୍ଥିର ହୋଇ ରହିଥାଏ, ସେକଥା ମୋଟେ ନୁହେଁ; ସେପରି ହୁଏ କାରଣ, ଶାସକମାନଙ୍କର ମନଭିତରେ ରହିଥିବା ପ୍ରକୃତ ମତଲବଟିକୁ ସେମାନେ ନିଶ୍ଚିତ ଭାବରେ ଆବିଷ୍କାର କରିନେଇ ପାରନ୍ତି । ସେହି କଥାଟିକୁ ଆପଣାର ଶିଷ୍ୟମାନଙ୍କ ଆଗରେ ଅଧିକ ସ୍ପଷ୍ଟ କରି ଦେଇଥିଲେ ମାକିଆଭେଲି ସେମାନଙ୍କର ଅଧିକ ଉପକାର ହିଁ କରିଥାନ୍ତେ,–କାରଣ, ଶିଷ୍ୟମାନେ ଏହି କଥାଟିକୁ ସତେଅବା ଦେଖି ମଧ୍ୟ ତଥାପି ଦେଖି ପାରନ୍ତି ନାହିଁ । ଯେଉଁ ଶିଷ୍ଟ ଗୋଷ୍ଠୀଟି ଶାସନ କରୁଥାଏ, ସେଇଟି ମଧ୍ୟ ନାନାପ୍ରକାରେ ଅନ୍ଧ ହୋଇ ରହିଥାଏ; ମାତ୍ର, ସହୁଠାରୁ ବଡ଼ ବିପଦଟି ତ ସେତିକିବେଳେ ପହଞ୍ଚେ, ଯେତେବେଳେ ସେହି ଗୋଷ୍ଠୀ ଲୋକେ ଆଦୌ କିଛି ଶିକ୍ଷା କରନ୍ତିନାହିଁ ବୋଲି ବିଶ୍ଵାସ କରିବାକୁ ମଧ୍ୟ ଆରମ୍ଭ କରେ । ନାଇଁ, ଲୋକମାନେ ଅବଶ୍ୟ ଶିକ୍ଷା କରନ୍ତି,–ସେଥିପାଇଁ ଯେ କୌଣସି ବହି ଅଥବା ଶିକ୍ଷାଲାଭ ଆଦୌ ଆବଶ୍ୟକ ହୁଏନାହିଁ, କେବଳ ତା’ ନୁହେଁ, ମାତ୍ର ଯେଉଁସବୁ ବହି ମିଛ କହୁଥାନ୍ତି ଏବଂ ଯେଉଁ ଶିକ୍ଷା ବୋକା ବନାଇବାରେ ଲାଗିଥାଏ, ସେମାନେ ସେହିଗୁଡ଼ିକରୁ ସର୍ବଦା ଶିକ୍ଷା ଲାଭ କରୁଥାନ୍ତି । ରୋଗରେ ପଡ଼ିବାକୁ ହେଉଥିଲେ ଏବଂ ପେଟ ଭୋକିଲା ରହିଥିଲେ ଯେଉଁ ଶିକ୍ଷା ଖୁବ୍ ନିଶ୍ଚିତ ଭାବରେ ମିଳେ, ତାହାହିଁ ଅସଲ କଥାମାନଙ୍କୁ କହି ଦେଉଥାଏ ଏବଂ ତେଣୁ ଚତୁରତମ ପ୍ରତାରଣାଗୁଡ଼ାକ ଆଉ ମୋଟେ ଭ୍ରମରେ ପକାଇ ପାରନ୍ତି ନାହିଁ ।

 

ତେଣୁ, ଆମର ଏହି ଶିକ୍ଷକ କହିଛନ୍ତି, ଯେତେବେଳେ କୌଶଳ କାଟୁ କରେନାହିଁ ବା କାମ ଦିଏନାହିଁ, ସେତେବେଳେ ଅବଶ୍ୟ ହିଂସାର ପ୍ରୟୋଗ କରିବାକୁ ହୋଇଥାଏ । କିନ୍ତୁ, ସେହି ହିଂସାକୁ ବସ୍ତୁତଃ କୌଶଳଯୁକ୍ତ ଭାବରେ ପ୍ରୟୋଗ କରିବାକୁ ହୁଏ । ତେଣୁ, ଜଣେ ଶାସନକର୍ତ୍ତା ମୋଟେ ଏକ ଅକୁଶଳ ଢଙ୍ଗରେ ସେହି ହିଂସାର ପ୍ରୟୋଗ କରିବନାହିଁ । ସିଏ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ଏବଂ ଆବଶ୍ୟକ ବେଗରେ ତାହାର ପ୍ରୟୋଗ କରିବ ।

 

...ସର୍ବବିଧ ଆଘାତକୁ ସେହି ଗୋଟିଏ ମୁଥରେ ହିଁ ଦେବାକୁ ହେବ, ଯେପରିକି, ଏ ବିଷୟରେ ଅଳ୍ପ ଅଭିଜ୍ଞତା ରହିଥିବାରୁ ଲୋକମାନେ ଅଧିକ ପରିମାଣରେ କୌଣସି ପ୍ରତିଆକ୍ରମଣ ମଧ୍ୟ କରି ପାରିବେନାହିଁ, କିନ୍ତୁ ଅପର ପକ୍ଷରେ, ସର୍ବଦା ସ୍ଵଳ୍ପ ପରିମାଣରେ ହିଁ ହିତକାର୍ଯ୍ୟଗୁଡ଼ିକ ହେଉଥିବ, ଯେପରିକି ତା' ବାସନାଟି ବହୁକାଳ ପର୍ଯ୍ୟନ୍ତ ପ୍ରକୃତରେ ରହି ପାରୁଥିବ । *

 

*ତତ୍ରୈବ, p.73 (Chapter VIII)

 

ଦ୍ରୂତ ଭାବରେ କରା ଯାଉଥିବା ହିଂସା ବିରୋଧଟାକୁ ଛିନ୍‌ଛତ୍ର କରିଦିଏ ଏବଂ ତାହାର ସର୍ବବିଧ ସଂଗଠନସମ୍ବନ୍ଧୀ ଯୋଜନାକୁ ନଷ୍ଟ କରି ଦେଇଥାଏ । ପୁନର୍ବାର ପ୍ରତିଷ୍ଠିତ ହୋଇ ପାରିବା ବେଳକୁ ଜଣେ ହିଂସାଟା ବି ବନ୍ଦ ହୋଇ ଯାଇଥାଏ । କୌଶଳଟା ପୁଣି ଲଗାମଗୁଡ଼ିକୁ ଧରି ଛିଡ଼ାହୋଇ ଯାଇଥାଏ ଏବଂ ପ୍ରତିପକ୍ଷ-ହିଂସାକୁ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିବାଲାଗି ହଠାତ୍ କୌଣସି ଅବସର ମଧ୍ୟ ମିଳି ପାରିନଥାଏ । ହଁ, ହିଟ୍‌ଲର୍ କୁଆଡ଼େ ଏପରି ସର୍ବଦା କହୁଥିଲେ ବୋଲି ଆମକୁ କୁହାଯାଇଛି : “ମୋ ପ୍ରକୃତ ମୁହୂର୍ତ୍ତଟା ଆସିବ ବୋଲି ମୁଁ ଅପେକ୍ଷା କରିଥାଏ ଏବଂ ସମୟ ଆସି ପହଞ୍ଚିବା ମାତ୍ରକେ ମୁଁ ସାଙ୍ଗେ ସାଙ୍ଗେ ବିଜୁଳି ପରି ଆଘାତ କରେ ।” ହଁ, ନିଜ ଗୁରୁଙ୍କର ସୂତ୍ରଟିକୁ ସେ ପ୍ରକୃତରେ ଖୁବ୍ ବିଶ୍ଵସ୍ତତା ସହକାରେ ନକଲ କରି ଏପରି କହିଛନ୍ତି । ଏବଂ, ଅଳ୍ପ କିଛି ସୀମା ହୁଏତ ରହିଥିଲା ସତ, କିନ୍ତୁ ସିଏ ଆଗରୁ ନିର୍ଦ୍ଦିଷ୍ଟ କରି ରଖିଥିବା ସଫଳତା ମଧ୍ୟ ତାଙ୍କୁ ମିଳି ଯାଇଥିଲା ।

 

ବର୍ତ୍ତମାନ, ମୂଳ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଅବଗତ ହୋଇସାରିବା ପରେ ଆମେ ଆଉ ମାକିଆଭେଲିଙ୍କର ଉକ୍ତ ଗ୍ରନ୍ଥଟିର ଅଧିକ ମର୍ମ-ଆବିଷ୍କାର କରିବାକୁ ଇଚ୍ଛା କରିବାନାହିଁ । ଅବଶ୍ୟ ଏଇଟି ଏକ ସତ କଥା ଯେ, ସେହି ପୁସ୍ତକଟି ବିଷୟରେ ଏକ ବିଶଦ ଜ୍ଞାନ ପ୍ରାପ୍ତ ହୋଇପାରିଲେ ଯେକୌଣସି ପାଠକ ତଦ୍ଦ୍ୱାରା ପ୍ରଭୂତ ଭାବରେ ଉପକୃତ ହୋଇପାରିବ । ବହିଟି ପ୍ରତିଷ୍ଠିତ କ୍ଷମତାର ଅନ୍ତର୍ନାଡ଼ୀମାନଙ୍କର କାର୍ଯ୍ୟକାରୀ ଗଠନଟି ବିଷୟରେ ଏପରି ପରିପୂର୍ଣ୍ଣ ଭାବରେ ଆଲୋକପାତ କରାଇ ସବୁକିଛିକୁ ସ୍ପଷ୍ଟ କରି ଦେଉଛି ଯେ, ଅର୍ଥନୀତି ଅଥବା ରାଜନୀତି ଯେଉଁ ସ୍ତରର ଅଧିପତି ହୁଅନ୍ତୁ ପଛକେ, ସେମାନଙ୍କର ଆଚରଣ ବିଷୟରେ ତାହା ଗୋଟିଏ ଅମୂଲ୍ୟ ମାର୍ଗଦର୍ଶକ ରୂପେ କାର୍ଯ୍ୟ କରି ପାରୁଛି । କିନ୍ତୁ, ଆମର ଏହି ଆଲୋଚନାଟିରେ ତ ଆମେ ଅପେକ୍ଷାକୃତ ଅଧିକ ପରିମାଣରେ ଏକ ସୀମିତ ବିଷୟକୁ ଆମର ପରିସର ରୂପେ ଗ୍ରହଣ କରିଛୁ । କାରଣ, ଏହି ଆଲୋଚନାରେ ଆମେ କୌଣସି ଖାସ୍ ରାଜ୍ୟଶାସକମାନଙ୍କର ଖାସ୍ ରହସ୍ୟଗୁଡ଼ିକୁ ତ ଅନୁସନ୍ଧାନ କରି ପଦାକୁ ଆଣିବାନାହିଁ, ମାତ୍ର ଏହିସବୁ ସିଦ୍ଧାନ୍ତ ଅନୁସାରେ ପ୍ରକୃତରେ ବଞ୍ଚୁଥିବା ଗୋଟିଏ ଜୀବନର ଗୁଣପରିମାଣ ବିଷୟରେ ହିଁ କିଛି ନିଷ୍ପତ୍ତି ଗ୍ରହଣ କରିବା । ଏପରି ଗୋଟିଏ ବ୍ୟକ୍ତି ଅଥବା କେତେକ ବ୍ୟକ୍ତିଙ୍କର ଏକ ସମଷ୍ଟି, ଯିଏକି କେବଳ ଆପଣା ସ୍ଵାର୍ଥଗୁଡ଼ିକର ବୃଦ୍ଧିକୁ ହିଁ ଏକମାତ୍ର ମତଲବ ହିସାବରେ ଗ୍ରହଣ କରିଛି ଏବଂ ସେଇଟିକୁ ହାସଲ କରିବା ନିମନ୍ତେ ବହୁ ବହୁ କୌଶଳ ତଥା ହିଂସାପରାୟଣତାର ଆଶ୍ରୟ ନେଇଛି, ସେହି ବ୍ୟକ୍ତି ତଥା ସେହି ଗୋଷ୍ଠୀଟି ବିଷୟରେ ଆମେ, ଅତି ସଂକ୍ଷେପ ଭାବରେ କହିଲେ, ପ୍ରକୃତରେ କ’ଣସକୁ ଚିନ୍ତା କରିବା ? ଏବଂ, ପୁନଶ୍ଚ, ଆମେ ମଧ୍ୟ କ'ଣ ନିଜ ନିଜ ସକାଶେ ବସ୍ତୁତଃ ସେହିପରି ମତଲବଗୁଡ଼ିକୁ ଓ ସେଗୁଡ଼ିକୁ ସିଦ୍ଧ କରିବାର ସେହି କାଟର ବାଟମାନଙ୍କୁ ଗ୍ରହଣ କରିବାପାଇଁ ଇଚ୍ଛା କରିବା ?

 

ସ୍ଵାର୍ଥର ଅନ୍ଵେଷଣ ସଫଳତା ଆଣି ଦିଏ କି ?

 

ଗୋଟିଏ ଅର୍ଥରେ ଆମେ ପ୍ରତ୍ୟେକ ପ୍ରକୃତରେ ଦୁଇଟି ଜୀବନକୁ ବଞ୍ଚୁ,–ଗୋଟିକୁ ଗୋଟିଏ ସାନ ପରିଧିରେ ଓ ଆଉଗୋଟିକୁ ଏକ ବୃହତ୍ତର ପରିଧି ମଧ୍ୟରେ ବଞ୍ଚିଥାଉ । ସାନ ପରିଧିଟି ଭିତରେ ଯେଉଁମାନେ ରହିଥାନ୍ତି, ଆମେ ସେମାନଙ୍କ ସହିତ ଅଳ୍ପ ବା ବହୁତ ପରିମାଣରେ ପ୍ରତ୍ୟହ ସମ୍ପର୍କରେ ଆସିଥାଉ : ଆମ ନିଜ ପରିବାର, ବନ୍ଧୁବର୍ଗ, ପରିଚିତମାନେ ଏବଂ ଅନ୍ୟାନ୍ୟ ସାଙ୍ଗସାଥିମାନେ । ବୃହତ୍ତର ପରିଧିଟି ମଧ୍ୟରେ ଆମେ ବାସ କରୁଥିବା ଜାତି ବୋଲି ପରିଚିତ ସେହି ସମୂହଟି ଥାଏ । ଦୁଇଟିଯାକ ଯୁକ୍ତ ହୋଇ ରହିଥାନ୍ତି ଏବଂ ତଥାପି ଅଲଗା ମଧ୍ୟ ରହିଥାନ୍ତି ଏବଂ, ଦୁଇଟିଯାକରେ ଆମେ କାର୍ଯ୍ୟତଃ ଅଲଗା ଅଲଗା ଆଚରଣ କରୁଥାଉ । ପୁନଶ୍ଚ ନିଜର ପରିବାର ଓ ବନ୍ଧୁମାନଙ୍କ ସହିତ ଯେଉଁ ଅନ୍ତରଙ୍ଗତା ଏବଂ ସୁପରିଚିତତାର ଅନୁଭୂତିଟି ମଧ୍ୟରେ ରହିଥାଉ, ସମାଜରେ ଆମର ସକଳ ସମ୍ପର୍କ ଏବଂ ସମ୍ପୃକ୍ତିର କ୍ଷେତ୍ରରେ ଠିକ୍ ସେହି ଅନୁଭୂତିଟିକୁ କଦାପି ବଞ୍ଚୁନାହିଁ । ଏପରିକି ସମାଜ ସହିତ ଆମର ପୂର୍ଣ୍ଣ ସମର୍ଥନ ଏବଂ ଶ୍ରଦ୍ଧା ରହିଥିଲେ ମଧ୍ୟ ତଥାପି ତାହା ସମ୍ଭବ ହୁଏନାହିଁ । ସମାଜପାଇଁ କ’ଣସବୁ ଭଲ, ସେଇଟି ବିଷୟରେ ଭାବୁଥିବା ସମୟରେ ଆମେ ସାଧାରଣ ଭାବରେ ଅର୍ଥନୀତି ଏବଂ ରାଜନୀତିର ଦୃଷ୍ଟିରେ ଚିନ୍ତା କରୁଥାଉ; ଅନ୍ୟ ପକ୍ଷରେ ଯେତେବେଳେ ଆମର ବନ୍ଧୁବର୍ଗ ଓ ପରିବାର ନିମନ୍ତେ କ’ଣସବୁ ଭଲ ବୋଲି ଚିନ୍ତା କରୁ, ସେତେବେଳେ ସେତେ ସାଧାରଣ ପ୍ରକାରେ ନୁହେଁ, ମାତ୍ର ଅପେକ୍ଷାକୃତ ଅଧିକ ନିର୍ଦ୍ଦିଷ୍ଟ ଭାବରେ କଥାଗୁଡ଼ିକର ବିଚାର କରୁ,–ସର୍ବଦା ଜଣେ ଜଣେ ବ୍ୟକ୍ତିଙ୍କୁ ମାଧ୍ୟମ କରି ଚିନ୍ତା କରିଥାଉ ।

 

ଏହି ପାର୍ଥକ୍ୟଟିକୁ ସମୁଚିତ ସୀମାଗୁଡ଼ିକୁ ଏକାବେଳେକେ ଡେଇଁଯାଇ ଦର୍ଶାଇବା ନିମନ୍ତେ ମୋ’ର ଆଦୌ କୌଣସି ଇଚ୍ଛା ନାହିଁ; କାରଣ, ଏହି ଦୁଇ ପରିଧିର ଆମ ଜୀବନରେ ଗୋଟିକ ଦ୍ଵାରା ଆରଟିର କ୍ଷେତ୍ରଟି ସର୍ବଦା ହିଁ ପ୍ରଭାବିତ ହେବାରେ ଲାଗିଥାଏ, ଉଦାହରଣ ସ୍ୱରୂପ, ଗୋଟିଏ କୌଣସି ସାମାଜିକ ବୃହତ୍ ସମସ୍ୟାର ଆମେ ପ୍ରକୃତରେ କେଉଁ ପାଖରେ ରହିବା, ତାହା ଠିକ୍ କରିବା ସମୟରେ ହୁଏତ ବହୁ ବନ୍ଧୁତା ଓ ବହୁ ପରିବାର ପୂରା ଭାଙ୍ଗି ମଧ୍ୟ ଯାଇପାରେ । ମାତ୍ର, ସ୍ଵାର୍ଥପରତାର ନୈତିକ ସ୍ଵଭାବଟିକୁ ନିରୂପଣ କରୁଥିବା ସମୟରେ ପାର୍ଥକ୍ୟଟି ଉପରେ ଦୃଷ୍ଟି ରହିଥିଲେ ତାହା ନିଶ୍ଚୟ ଆମର ସହାୟକ ହୋଇପାରିବ । କାରଣ ଏହି କ୍ଷେତ୍ରରେ ସ୍ଵାର୍ଥପରତାର ନୀତିଟା ଖୁବ୍ ଦାବୀ ମଧ୍ୟ କରେ ଯେ ଏଇଟି ପ୍ରକୃତରେ ବାସ୍ତବତା ଉପରେ ହିଁ ପ୍ରତିଷ୍ଠିତ ହୋଇ ରହିଛି ଏବଂ ତେଣୁ ଆମର ବାସ୍ତବ ଜୀବନରେ ସେଇଟି ହିଁ ଯଥାର୍ଥ କାମ ଦେଇପାରିବ । ଆହୁରି ଆଗକୁ ଯାଇ ମଧ୍ୟ ଦାବୀ କରୁଥାଏ ଯେ, ସେଇଟି ବ୍ୟତୀତ ଆଉ କୌଣସି ଅନ୍ୟ ନୈତିକତା ସମ୍ଭବ ମଧ୍ୟ ହୋଇ ପାରିବ ନାହିଁ । ମାକିଆଭେଲିଙ୍କର ସମର୍ଥନ କରୁଥିବା ପୂରା ଶିବିରଟି କହେ, ଆଉ ଯେତେ ଯାହା ନୈତିକତାର ବିଚାର, ସବୁଯାକ କେବଳ ମିଛ ଭ୍ରମ, ଏବଂ କେବଳ ଗୋଟାଏ ରୋମାଞ୍ଚକରତା । ସେମାନେ ପ୍ରକୃତରେ ଏହି କ୍ଷେତ୍ରରେ ବହୁତ ଗୁଡ଼ାଏ ହିଁ ଦାବୀ କରନ୍ତି ଏବଂ ଆମେ ତେଣୁ ସର୍ବପ୍ରଥମେ ସେହି କଥାଟିର ଆଲୋଚନା କରିବା ।

 

ଏବଂ ମୁଁ ପ୍ରଥମରୁ ହିଁ କହିରଖିବି ଯେ, ସ୍ଵାର୍ଥପରତାର ନୀତିଟି ଯେ କେବେହେଲେ କାମ ଦେବ ନାହିଁ, ମୁଁ ସେକଥା ଆଦୌ କହୁନାହିଁ । ଇତିହାସ ମଧ୍ୟ ଖୁବ୍ ସ୍ପଷ୍ଟ ଭାବରେ ଦର୍ଶାଇ ଦେଇଥାଏ ଯେ, ହଁ, ବେଳେବେଳେ ସ୍ଵାର୍ଥପରତା ପ୍ରକୃତରେ କାମ ଦେଇପାରିବ । ମାତ୍ର ସେହି ଇତିହାସ ତଥାପି କହିବ ଯେ, ବେଳେ ବେଳେ ତାହା କୌଣସି କାମ ଦେଇ ପାରେ ନାହିଁ । ମାକିଆଭେଲି ଶିବିରର ବେଶ୍ କେତେ ବ୍ୟକ୍ତି ହାତରେ ଧରିଥିବା ସେହି ଅସ୍ତ୍ରଟିଦ୍ଵାରା ହିଁ ଆପଣାକୁ ହତ୍ୟା କରିଛନ୍ତି । ଏବଂ, ଏହି ଘଟଣାଟି ଯେତେବେଳେ ଘଟେ, ସେତେବେଳେ ସେମାନେ ସର୍ବଦା ନିଜର ସିଦ୍ଧାନ୍ତଟିକୁ ନିନ୍ଦିତ ହେବାରୁ ମୁକ୍ତ କରି ଆଣନ୍ତି ଏବଂ ଘଟିଥିବା ବିଫଳତାଟି ନିମନ୍ତେ ଏକ ବ୍ୟକ୍ତିଗତ ଭୁଲ୍‌କୁ ଦୋଷ ଦିଅନ୍ତି । ହୁଏତ, ବେଳେବେଳେ ସେହି କାରଣଟି ସକାଶେ ବିଫଳତାଟି ଘଟିଥାଇପାରେ; କିନ୍ତୁ, ଏହି କ୍ଷେତ୍ରରେ ଏକ ଅଧିକତର ସମ୍ଭାବନା ଅବଶ୍ୟ ରହିଥାଏ ଯେ, ନୈତିକତା ବିଷୟରେ ଭୁଲ ସିଦ୍ଧାନ୍ତଟିଏ ଗ୍ରହଣ କରିଥିବାରୁ ବିଫଳ ହେବାକୁ ପଡ଼ିଥାଏ ।

 

ବନ୍ଧୁ ଏବଂ ପରିବାର ବର୍ଗଙ୍କର କ୍ଷୁଦ୍ରତର କ୍ଷେତ୍ରଟିରେ ସାଧାରଣତଃ ସ୍ଵାର୍ଥପରତାର ଯେଉଁ ଆଚରଣ ହୁଏ, ଆମେ ପ୍ରଥମେ ସେଇଟିର ବିଚାର କରିବା । ସେଠାରେ ସଫଳତା ମିଳିବାର ଏକ ଅତ୍ୟନ୍ତ କ୍ଷୀଣ ସମ୍ଭାବନା ରହିଥାଏ । କାରଣ, ଏହି କ୍ଷେତ୍ରରେ ସବୁକିଛି କାର୍ଯ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନ୍ୟମାନଙ୍କର ଦୃଷ୍ଟିରେ ପଡ଼େ । ସେହି ଅନ୍ୟମାନେ ତେଣୁ ସେଗୁଡ଼ିକର ସବୁବେଳେ ଏକ ଆକଳନ କରୁଥାନ୍ତି, ଆଚରଣର ପ୍ରକାରଗୁଡ଼ିକୁ ଆଦୌ ଦୀର୍ଘ ସମୟ ଲୁଚାଇ ରଖି ହୁଏନାହିଁ ଏବଂ, ହିଂସାର ଆଚରଣ ତ ଆହୁରି ଅଧିକ ଆଗର କଥା, କୌଶଳଗୁଡ଼ିକର ସ୍ଵଭାବଟା ମଧ୍ୟ ଅଚିରେ ଆପଣାଲାଗି ଏକାନ୍ତ ଭାବରେ ଆବଶ୍ୟକ ହେଉଥିବା ସେହି ଗୋପନୀୟତାଟିକୁ ମଧ୍ୟ ହରାଇ ବସେ । ଯେଉଁମାନଙ୍କର କ୍ଷତିସାଧନ କରିବା ଲାଗି ଇଚ୍ଛା କରାଯାଇଥାଏ, ସେମାନେ କ୍ଷତି କରିବାକୁ ଯାଉଥିବା ବ୍ୟକ୍ତିଟିକୁ ଖୁବ୍ ସହଜରେ ଜାଣି ନେଇଥାନ୍ତି ଏବଂ ତେଣୁ ଆପଣାର ଚାରି ପାଖରେ ନିରାପଦ ରହିବାର ଏକ ବଳୟ ମଧ୍ୟ ସୃଷ୍ଟି କରି ନିଅନ୍ତି, ଯାହାଦ୍ୱାରା କି ସେମାନେ ତା’ଠାରୁ ଦୂରବର୍ତ୍ତୀ ହୋଇ ରହନ୍ତି ଏବଂ, କ୍ଷତି ପହଞ୍ଚାଇବ ବୋଲି ପାଞ୍ଚ କରିଥିବା ସେହି ବ୍ୟକ୍ତିଟି ମଧ୍ୟ ସିଏ ସିଦ୍ଧ କରିବା ପାଇଁ ଇଚ୍ଛା କରୁଥିବା ଅଭିପ୍ରାୟଟି ଠାରୁ ବହୁଦୂରରେ ଯାଇ ରହିଥାଏ । ତା’ପରେ ସେ ଆଉ ମୋଟେ କାହାରି ସହିତ ବି ବନ୍ଧୁତା କରି ପାରେନାହିଁ, କୌଣସି ମେଳରେ ଯାଇ ଏକାଠି ହୋଇ ବସି ପାରେନାହିଁ । ଏବଂ, ଏହି କଥାଟି ଅତ୍ୟନ୍ତ ପରିଷ୍କାର ହୋଇଯାଏ ଯେ, ସ୍ଵାର୍ଥପର ହୋଇ ରହିବା ସକାଶେ ତାକୁ ଯେଉଁସବୁ ମୂଲ୍ୟରୁ ବିଚ୍ୟୁତ ହେବାକୁ ପଡ଼ିଲା, କେବଳ ତାହାର ବିପରୀତ ଏକ ନୈତିକତାର ଆଚରଣ ଦ୍ଵାରା ହିଁ ସିଏ ସେଗୁଡ଼ିକୁ ପୁନର୍ବାର ଫେରିପାଆନ୍ତା ।

 

ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ଯେଉଁମାନେ ସଚେତନ ଭାବରେ ସ୍ଵାର୍ଥପରତାକୁ ଜୀବନର ଏକ ଧର୍ମରୂପେ ଗ୍ରହଣ କରି ନେଇଥାନ୍ତି, ଏଠାରେ ସେହିମାନଙ୍କର ଏକ ଆଲୋଚନା କରାଯାଉଛି । ଯେଉଁମାନେ ମଝିରେ ମଝିରେ ହୁଏତ ସ୍ଵାର୍ଥପର ହୋଇ ଗୋଟାଏ କାର୍ଯ୍ୟ କରି ପକାନ୍ତି, ଏଠାରେ ସେମାନଙ୍କ ବିଷୟରେ ପ୍ରକୃତରେ କିଛି କୁହାଯାଉନାହିଁ । ଯେତେବେଳେ ଆଉ କାହାକୁ ବଞ୍ଚିତ କରି ଆପଣାର ଏକ ବାସନାର ପୂରଣ କରାଯାଏ, ସେତେବେଳେ ସେଇଟିକୁ ହିଁ ସ୍ଵାର୍ଥପରତା ବୋଲି କୁହାଯାଇଥାଏ । ଅର୍ଥାତ୍, ଜଣେ ଲାଭବାନ୍ ହେବ ବୋଲି ଆଉ ଜଣକର କ୍ଷତି କରାଯାଇଥାଏ । ମୁଁ ତ ଭାବୁଛି ଯେ, ପ୍ରତ୍ୟେକ ମନୁଷ୍ୟ, କୌଣସି ନା କୌଣସି ସମୟରେ ଏହି କିସମର କିଛି ନା କିଛି କାର୍ଯ୍ୟ ନିଶ୍ଚୟ କରିଥିବ । କିନ୍ତୁ, ଯଦି ସେହିପରି କରିବାକୁ ସିଏ ନିଜ ଜୀବନର ଏକ ଆଦତ ରୂପେ ଗ୍ରହଣ ନ କରିଥାଏ, ତେବେ ତାକୁ ଆମେ ମାକିଆଭେଲିଙ୍କ ମାର୍ଗରେ ଯାଉଥିବା ଜଣେ ବ୍ୟକ୍ତି ବୋଲି ଆଦୌ କହି ପାରିବାନାହିଁ । ଏବଂ, ଯଦି ସେହି ବ୍ୟକ୍ତି ନିଜର ପରିବାର, ପରିଚିତବର୍ଗ ତଥା ବନ୍ଧୁ ସ୍ଵଜନଙ୍କର କ୍ଷେତ୍ରରେ ମଧ୍ୟ ସେହି ରୀତି ଅନୁସାରେ ବାଟ ଚାଲୁଥିବ, ତେବେ ଅଚିରେ ତା’ର ପରିବାର, ପରିଚିତ ବର୍ଗ ଅଥବା ବନ୍ଧୁସ୍ଵଜନ ବୋଲି ମଧ୍ୟ ଆଉ ମୋଟେ କେହି ହିଁ ରହିବେ ନାହିଁ । ବ୍ୟକ୍ତିଗତ ଲାଭର ସେହି ସ୍ଵକୀୟ ଅଭିପ୍ରାୟଟିକୁ ଲୁଚାଇ ରଖିବାକୁ ସେହି ବ୍ୟକ୍ତି ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସମ୍ପୃକ୍ତ ଅନ୍ୟମାନେ ସେମାନଙ୍କର ବ୍ୟକ୍ତିଗତ କ୍ଷତିଟାକୁ ବୁଝି ପାରିବାରେ କ୍ଵଚିତ୍ ହିଁ ଅକ୍ଷମ ହେବେ ।

 

ଯେତେବେଳେ ବୃହତ୍ତର ସମ୍ପର୍କକ୍ଷେତ୍ର ଗୁଡ଼ିକରେ ସ୍ଵାର୍ଥପରତାର ଆଚରଣ କରାଯିବ, ସେତେବେଳେ ସ୍ଥିତିଗୁଡ଼ିକ ନିଶ୍ଚୟ ଅନ୍ୟ ପ୍ରକାରର ହେବ । ଏଠାରେ ପ୍ରକୃତରେ ଜାତୀୟ ଏବଂ ଆନ୍ତର୍ଜାତୀୟ କ୍ଷେତ୍ରଗୁଡ଼ିକର କଥା ହିଁ କୁହାଯାଉଛି । କୌଶଳ ଏବଂ ହିଂସାତ୍ମକତା କ୍ରିୟାଶୀଳ ହେବା ଲାଗି ସର୍ବଦା ଏକ ବୃହତ୍ କ୍ଷେତ୍ର ଦରକାର କରନ୍ତି ଏବଂ ସେହି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ହିଁ ସେହିପରି ବୃହତ୍ କ୍ଷେତ୍ରଗୁଡ଼ିକର କଥା ହିଁ କୁହାଯାଉଛି । କୌଶଳ ଏବଂ ହିଂସାତ୍ମକତା କ୍ରିୟାଶୀଳ ହେବାଲାଗି ସର୍ବଦା ଏକ ବୃହତ୍ କ୍ଷେତ୍ର ଦରକାର କରନ୍ତି ଏବଂ ସେହି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହିଁ ସେହିପରି ବୃହତ୍ କ୍ଷେତ୍ରମାନ ଉପଲବ୍ଧ ହୋଇ ପାରିବ । ଗୋଟିଏ ସଂପୂର୍ଣ୍ଣ ସମାଜର ପରିସର ମଧ୍ୟରେ ଶୋଷକ ଏବଂ ଶୋଷିତ ପକ୍ଷଦ୍ୱୟ ପରସ୍ପରଠାରୁ ବହୁ ପରିମାଣରେ ଦୂରବର୍ତ୍ତୀ ହୋଇ ରହିଥିବେ । ପୁନଶ୍ଚ, ଉକ୍ତ ଶୋଷିତମାନେ ମଧ୍ୟ ଜୀବନ ବଞ୍ଚିବାର ନାନା ତାତ୍କାଳିକ ସମସ୍ୟାମାନଙ୍କ ଭିତରେ ଏପରି ଗୁରାଇତୁରାଇ ହୋଇ ରହିଥିବେ ଯେ, ସେମାନେ ଶୋଷକମାନଙ୍କର କାର୍ଯ୍ୟକଳାପଗୁଡ଼ିକୁ ସେତେ ସହଜରେ ଆଦୌ କୌଣସି ଧ୍ୟାନ ମଧ୍ୟ ଦେଇ ପାରୁନଥିବେ । ପୁନଶ୍ଚ, ସେମାନଙ୍କ ମଧ୍ୟରେ ରହିଥିବା ଦୂରତାଟା ମଧ୍ୟ ଏକାଧିକ କେତେ ପରଦା ଏବଂ ପ୍ରତିବନ୍ଧକ ଦ୍ଵାରା ମଧ୍ୟ ଭର୍ତ୍ତି ହୋଇ ରହିଥିବ, ଯେଉଁଥିପାଇଁ ପ୍ରକୃତ କ୍ଷମତାଗୁଡ଼ିକର ପ୍ରୟୋଗ ସତେଅବା ଘୋଡ଼ାଇ ହୋଇ ରହି ଯାଉଥିବ ଏବଂ ନିକଟକୁ ଯାଇ ପ୍ରକୃତରେ ଆଦୌ କିଛି ଦେଖିବା ମଧ୍ୟ ସମ୍ଭବ ହେଉ ନଥିବ । ଆଉ କେଉଁଠାରୁ ନହେଲେ ବି, ଆମେ ନାତ୍‌ସୀମାନଙ୍କଠାରୁ ଶିକ୍ଷା କରି ପାରିବା ଯେ, ଗୋଟିଏ ସମୁଦାୟ ମଧ୍ୟରେ ରହିଥିବା ଯାବତୀୟ କିସମର ଅନୁଷ୍ଠାନ,–ଶିକ୍ଷାକ୍ଷେତ୍ରର, ପୌରଜୀବନର ଓ ଧର୍ମୀୟ ସଂଗଠନର ଠିକ୍ ସେହିପରି ଏକ ପଦ୍ଧତିକୁ ଅନୁସରଣ କରି ଗୋଷ୍ଠୀଗୁଡ଼ିକ ଭିତରେ ସନ୍ନିବିଷ୍ଟ ହୋଇ ରହିଥିବ । ଏବଂ, କ୍ଷୁଦ୍ର ପରିସରଟାରେ କୌଣସି ମିଥ୍ୟାକୁ ଆଦୌ ଦୀର୍ଘ ବହୁଦିନ ଯାଏ ସ୍ଥାୟୀ ଭାବରେ ଚଲାଇ ହେଉନଥିବା ବେଳେ, ଏହି ବୃହତ୍ତର ଆୟତନମାନଙ୍କରେ ସମାଜରେ ପ୍ରଚଳିତ ରହିଥିବା ଗୋଟିଏ ମିଥ୍ୟା-ବିଶ୍ଵାସକୁ ବେଶ୍ ଶହେବର୍ଷ ପର୍ଯ୍ୟନ୍ତ କ୍ରିୟାଶୀଳ କରି ରଖାଯାଇ ପାରିବ ।

 

ହିଂସା ସମ୍ପର୍କରେ ମଧ୍ୟ ଠିକ୍ ସେହିକଥା । ବହୁ ବହୁ ଆୟାସ ଏବଂ ପ୍ରଚେଷ୍ଟା ଦ୍ଵାରା ଆମେ ସମ୍ପ୍ରତି ମୋଟାମୋଟି ବ୍ୟକ୍ତିଗତ ଜଣଜଣିଆ ହିଂସାଗୁଡ଼ିକର ଗାରଗୁଡ଼ିକୁ ଡେଇଁ ଆସି ପାରିଛୁ । ସେହି କିସମର ହିଂସା ହୁଏତ ଚତୁର୍ଦ୍ଦଶ ଶତାବ୍ଦୀର ଫ୍ଲରେନ୍‌ସରେ ବେଶ୍ ପ୍ରଚଳିତ ହୋଇ ରହିଥିଲା, ଯେତେବେଳେ କି ପ୍ରତ୍ୟେକ ବାସଗୃହ ହୁଏତ ଏକ ଦୁର୍ଗ ସଦୃଶ ଅସ୍ତ୍ରଶସ୍ତ୍ରରେ ଭର୍ତ୍ତି ହୋଇ ରହିଥିଲା, ଆକ୍ରମଣଗୁଡ଼ିକରୁ ନିଜକୁ ରକ୍ଷା କରୁଥିଲା ଅଥବା ନିଜେ ମଧ୍ୟ ଆକ୍ରମଣରେ ପ୍ରବୃତ୍ତ ଥିଲା । ହଁ, ଆମେ ସେଥିରୁ ବାହାରି ଆସି ପାରିଲୁ; କିନ୍ତୁ ମୁଁ ଭାବୁଛି ଯେ, ହିଂସାର ଆଚରଣକୁ ନୈତିକତା ଦୃଷ୍ଟିରୁ ଅନୁଚିତ ବୋଲି ହୃଦୟଙ୍ଗମ କରି ଯେ ବାହାରି ଆସିଥିଲୁ ସେପରି ଆଦୌ ନୁହେଁ; ଆମେ ବାହାରି ଆସିଲୁ, କାରଣ ତାହା ସ୍ପଷ୍ଟ ଭାବରେ ହିଁ ଆପଣାକୁ ନିଷ୍ଫଳ ବୋଲି ପ୍ରତିପାଦିତ କରି ଦେଇଥିଲା । ଅବଶ୍ୟ, ଏକ ସାମାଜିକ ସ୍ତରରେ ଗୋଟିଏ ଆଇନକୁ ଜାରି କରି ରଖିବାର ଏବଂ ନିଜ ଜାତିର ସୁରକ୍ଷା ବ୍ୟବସ୍ଥା କରୁଥିବାର ଆଳରେ ହିଂସାକୁ ତଥାପି ଅବଲମ୍ବନ କରି ରହିବା ନିଶ୍ଚୟ ସମ୍ଭବ ହୋଇ ପାରିବ । କେବେ ମଧ୍ୟ ନ୍ୟାୟପୂର୍ଣ୍ଣ ଭାବରେ ହିଂସାର ପ୍ରୟୋଗ ହୋଇନାହିଁ ବୋଲି ମୁଁ କଦାପି କହୁନାହିଁ; କିନ୍ତୁ ମୁଁ ଦୃଢ଼ ଭାବରେ ଏପରି ମଧ୍ୟ କହିବି ଯେ, ଅଧିକାଂଶ କ୍ଷେତ୍ରରେ ଏକ ମିଛ ବାହାନା ଦେଖାଇ ନାନା ପ୍ରତାରଣା ହିଁ କରାଯାଇଛି । ଶ୍ରମିକମାନଙ୍କ ବିରୋଧରେ ପୋଲିସ୍ ଓ ସୈନ୍ୟବାହିନୀକୁ ଯେ ପ୍ରେରଣ କରାଯାଇଛି, ସେଇଟି ଦର୍ଶାଇ ଦେଉଛି ଯେ, ଆଇନ୍‍କୁ ଜାରି କରି ରଖିବା ନାଆଁରେ ପ୍ରକୃତରେ କେତେ କେତେ ଗାରକୁ ଡେଇଁ ଯାଇହେବ । ପୁନଶ୍ଚ ଗତ ଶତାବ୍ଦୀରେ ଉପନିବେଶମାନଙ୍କୁ ଜୟ କରି ଆଣିବାରେ ମଝିରେ ମଝିରେ ଯେପରି ଯୁଦ୍ଧାଭିଯାନର ଆଶ୍ରୟ ନିଆଯାଉଥିଲା, ‘ଜାତୀୟ ପ୍ରତିରକ୍ଷା’ର ଦୁଆ ଧରି କେତେ କ’ଣ ଯେ ଅବଶ୍ୟ କରିହେବ, ତାହା ବେଶ୍ ପ୍ରକଟ ମଧ୍ୟ ହୋଇ ପାରିଛି ।

 

ଏହି ବୃହତ୍ତର କ୍ଷେତ୍ରଟିର ସ୍ଵାର୍ଥପରତାର ନୀତିଟିର ପ୍ରକୃତରେ ଅଧିକ ପରିମାଣରେ ହିଁ ସଫଳତା ହାସଲ କରିବାର ସମ୍ଭାବନା ରହିଥାଏ । ମାକିଆଭେଲିଙ୍କର ମାର୍ଗକୁ ଗ୍ରହଣ କରି ନେଇଥିବା ମନୁଷ୍ୟଟି ତ ଏବେ ବୃହତ୍ ବୃହତ୍ ଆୟତନର ଅନ୍ୟାୟ କରି ପାରିଲାଣି ଏବଂ ତାହାର କାରଣ ହେଉଛି ଯେ, ତାହାରି ହାତରେ ରାଷ୍ଟ୍ରୀୟ କ୍ଷମତାର ଗଠନଟି ମଧ୍ୟ ନିୟନ୍ତ୍ରିତ ହୋଇ ପାରୁଛି-। ସେଇ ସଂଚାର ମାଧ୍ୟମରେ ସାଧନଚୟର ଅଧିକାରୀ ହୋଇଛି ଏବଂ ଚାହିଲା ମାତ୍ରକେ କେହି କଦାପି ତାକୁ ପରାସ୍ତ କରିଦେଇ ପାରିବ ନାହିଁ ଏବଂ ଏପରିକି ବିରୋଧ ମଧ୍ୟ କରି ପାରିବ ନାହିଁ-। ପୁନଶ୍ଚ, ସିଏ ଆପଣାର ଉତ୍ପୀଡ଼ନର ଶିକାର ହେବାରେ ଲାଗିଥିବା ବର୍ଗଟିକୁ କେଡ଼େ ସଫଳ ଭାବରେ ବିଭାଜିତ କରି ମଧ୍ୟ ରଖିପାରିଛି, ତୁଚ୍ଛା କାଳ୍ପନିକ ଏବଂ ମିଛ ଅଭିଯୋଗର ଭିତ୍ତିରେ ଗୋଟିକୁ ଆଉ ଗୋଟିକର ବିରୋଧୀ କରି ରଖିଛି ଏବଂ, ଏହି ସ୍ଥିତିଟି ରହିଥିବା ଯାଏ ସିଏ ତ କେଡ଼େ ନିଦକ ହୋଇ ଆପଣାର ଏହି କ୍ଷଣତାରେ ଦୀର୍ଘକାଳ ଯାଏ ରହିପାରିବ ବୋଲି ଅବଶ୍ୟ ବିଚାରିବ । ତଥାପି, ଏଠାରେ ମଧ୍ୟ କେବଳ ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ହିଁ ରହିବା ବ୍ୟତୀତ ପ୍ରକୃତରେ ଆଉ କିଛିହେଲେ ସମ୍ଭବ ହେବନାହିଁ ଏବଂ ଦ୍ଵାରଦେଶରେ ବିଫଳତା ହିଁ ଅନିବାର୍ଯ୍ୟ ଭାବରେ ଆଖର ଅପେକ୍ଷା କରି ରହିଥିବ । ୧୯୨୪ ଖ୍ରୀଷ୍ଟାବ୍ଦରେ ଯେତେବେଳେ ମୁଁ ପ୍ରଥମଥର ପାଇଁ ଇଟାଲୀ ଗଲି, ଶ୍ରୀଯୁକ୍ତ ମାତ୍ତେଓତ୍ତିଙ୍କ ହତ୍ୟା କରାଯାଇଥିବାର ଅବ୍ୟବହିତ ପରେ, ସେତେବେଳେ ଫାସିଷ୍ଟ୍ ସରକାରର ସ୍ତମ୍ଭଟା ବେଶ୍ ଦୋହଲିବାକୁ ଆରମ୍ଭ କରି ଦେଇଥିଲା । ମାତ୍ର ତାହାର ପକ୍ଷ ସମର୍ଥକମାନେ ଅବଶ୍ୟ ସେଇଟି ବେଶ୍ ଶକ୍ତିଶାଳୀ ଏବଂ ଅବିଚ୍ଛିନ୍ନ ଭାବରେ ତିଷ୍ଠି ରହିବ ବୋଲି ତଥାପି ଭବିଷ୍ୟବାଣୀ କରୁଥାନ୍ତି ଠିକ୍ ଯେପରି ହିଟ୍‌ଲର୍ ମଧ୍ୟ ତାଙ୍କର ପ୍ରତିଷ୍ଠିତ ସରକାରଟା ହଜାରେ ବର୍ଷ ନିଶ୍ଚୟ ରହିବ ବୋଲି ଆସ୍ଫାଳନ ମଧ୍ୟ କରିଥିଲେ । ସମୟ ଅତିକ୍ରାନ୍ତ ହୋଇ ଯାଉଥିବା ସହିତ ସେହି ଭବିଷ୍ୟୋକ୍ତିର ସନ୍ଦେହ ପ୍ରକଟ କରିବା ନିମନ୍ତେ କୌଣସି ବ୍ୟାଘାତ ଦେଖା ବି ଯାଉ ନଥିଲା । ମାତ୍ର, ତଥାପି, ନ୍ୟାୟ ପୁଣି ବାହୁଡ଼ି ଆସିଥିଲା,–ମିଲାନ୍ ସହରର ଏକ ସର୍ବସାଧାରଣ ସ୍ଥାନରେ ଆସି ପହଞ୍ଚିଲା ଏବଂ ଏପ୍ରିଲ୍ ମାସର ସେହି ପ୍ରାକ୍ ବସନ୍ତ କାଳରେ ମହାନାୟକଙ୍କର ଶରୀରଟା ଉପରକୁ ଗୋଇଠି କରି ଝୁଲୁଥିବାର ପ୍ରତ୍ୟକ୍ଷ କଲା ।

 

ବେଶ୍ ଗୋଟିଏ ସତ୍ୟକଥା ଯେ, ମାକିଆଭେଲିଙ୍କର ଅନୁଗାମୀମାନେ ବେଳେବେଳେ ଆପଣାର ଉଚିତ ଅଦୃଷ୍ଟଟିର ରକ୍ଷା ପାଇ ଯାଆନ୍ତି, ମନ୍ଦର ନ୍ୟାୟଟାର ଅନ୍ତର୍ଗତ ବିରୋଧ ସର୍ବଦା ପ୍ରକଟ ଭାବରେ ଜଣା ଯାଉନଥାଏ କିନ୍ତୁ ଏପରି ଏକାଧିକ ପରିଣାମ ରହିଛି, ଯାହାକୁ କି ସେମାନେ ନିଶ୍ଚିତ ଭାବରେ ଭୋଗ କରନ୍ତି ପ୍ରଧାନତଃ, ସିଏ ଯେ ପ୍ରକୃତରେ ମାକିଆଭେଲିଙ୍କର ଜଣେ ଶିବିରଭୁକ୍ତ, ସେହି କଥାଟିକୁ ସିଏ କେବେହେଲେ ଲୁଚାଇ ରଖି ପାରେନାହିଁ ଉତ୍ପୀଡ଼ନ ଭିଆଉ ଥିବା ତାହାର ପ୍ରତ୍ୟେକଟି କରଣି ତାକୁ ଲାଭବାନ୍ ଅବଶ୍ୟ କରିଥାଏ ସିନା, କିନ୍ତୁ ତା’ର ଚରିତ କ୍ଷେତ୍ରରେ ନାନା ସ୍ଫଳନର କାରଣ ମଧ୍ୟ ହୁଏ ନିଜେ ଆଚରୁଥିବା ସେହି ନୀତିଟି ଫଳରେ ସିଏ ସତେଅବା କୌଣସି ବାଧ୍ୟତାରେ ପଡ଼ି କପଟପୂର୍ଣ୍ଣ ଭାବରେ ପୁଣ୍ୟର କଥା କହୁଥାଏ ଏବଂ ପାପର ଆଚରଣ କରୁଥାଏ ଏହିପରି ଏକ ବିଭେଦ ତା’ ଚରିତ୍ରର ଏକାବେଳେକେ ମୂଳରେ ହିଁ ଗୋଟିଏ ଫାଟ ସୃଷ୍ଟି କରେ ଏବଂ ତାହାର ଫଳ ସ୍ୱରୂପ ଯେଉଁ ବ୍ୟକ୍ତିଗତ ଅସ୍ଥିରତା ତାକୁ ଗ୍ରାସ କରି ପକାଏ, ତା’ ଆପଣା ଲୁବ୍ଧତାର ଲେହନଟା ଦ୍ଵାରା ସେଇଟି ଅନୁକ୍ଷଣ ବୃଦ୍ଧି ହିଁ ପାଏ; ସେହି ଲୁବ୍ଧତା ପ୍ରକୃତରେ ଆଉ କୌଣସି ଶୃଙ୍ଖଳା ମାନିବାକୁ ରାଜୀ ହୁଏ ନାହିଁ ଏବଂ ତା’ ଜୀବନକୁ ବସ୍ତୁତଃ ଏକ କୋଳାହଳ ଓ ଉପଦ୍ରବରେ ପରିଣତ କରି ରଖିଥାଏ ତା’ର ସେହି ଲୋଭ ଦ୍ଵାରା ଆକ୍ରାନ୍ତ ହୋଇ ସିଏ ସର୍ବଦା ସତେଅବା ଜ୍ଵରରେ ଥରିବାରେ ଲାଗିଥାଏ ଏବଂ ତା’ର ସମଗ୍ର ଶରୀରଟି ତା’ ଅସ୍ଥି ଗୁଡ଼ାକ ଉପରେ କୌଣସି ଶବ ଗୃହ ସଦୃଶ ଗୋଟାସୁଦ୍ଧା ଭୁଷୁଡ଼ି ପଡ଼ିଥାଏ ତେଣୁ, ନାତ୍‌ସୀ ପାର୍ଟିଟା ଭିତରେ ଜଣେ ଉଚ୍ଚ ପଦଧାରୀ ଅଥବା/ଶିଳ୍ପୋଦ୍ୟାଗର କ୍ଷେତ୍ରରେ ଜଣେ ବୃହତ୍ କ’ଣ ଗୋଟାଏ ହେବା ସକାଶେ ଯଦି କୌଣସି ଆକର୍ଷଣ ରହିଥାଏ, ତେବେ ଆମେ ଅବଶ୍ୟ ମନେ ରଖିଥିବା ଯେ, ଏହିପରି ଜଣେ ହେବାକୁ ହେଲେ ଜଣେ ବ୍ୟକ୍ତିକୁ ଠିକ୍ ସେଇଟି ହିଁ ହେବାକୁ ମଧ୍ୟ ପଡ଼ିବ ସେହି ପଦରେ ରହିଥିବାର ଲାଭଗୁଡ଼ିକୁ ଅକ୍ତିଆର କରିବ ଏବଂ ତେଣେ ନିଜର ଚରିତ୍ରଟାକୁ ସେହିପରି ଭାବରେ ତିଆରି କରି ନଥିବ, ସେହିପରି ଆଦୌ ସମ୍ଭବ ହେବ ନାହିଁ ହଁ, ଯଦି ତୁମେ ପାଖରେ ଖୁବ୍ ସୁନା ଏବଂ ବହୁମୂଲ୍ୟ ନାନା ପରିଧାନ ଓ ବେଶ୍ ଯଥେଷ୍ଟ ସଂଖ୍ୟାରେ ଉପଭୋଗ୍ୟ ରମଣୀମାନେ ରହନ୍ତୁ ବୋଲି ତୁମେ ମନ କରୁଥିବ, ତେବେ ତୁମକୁ ଆପଣାକୁ ଏପରି ଏକ ଧାତୁର ମଣିଷଟିଏ କରି ତିଆରି କରିବାକୁ ମଧ୍ୟ ପଡ଼ିବ, ଯିଏକି ବିଷାକ୍ତ ବାଷ୍ପର ମାରଣଶାଳା ଏବଂ ପୋଡ଼ି ମାରି ପାଉଁଶ କରି ଦେବାର ଚୂଲୀମାନଙ୍କୁ ତିଆରି କରିବାର ଅଥବା କରାଇବାର ଉପଯୁକ୍ତ ଏକ ସାମର୍ଥ୍ୟ ମଧ୍ୟ ନିଶ୍ଚୟ ଅର୍ଜନ କରିବାକୁ ହେବ ଅର୍ଥାତ୍, ଏସବୁ ଦ୍ଵାରା ଯେତେ ଯେତେ ସ୍ଖଳନ ଘଟିବ, ଏହିସବୁ ଲାଭ କ୍ଵଚିତ୍ ତାହାର ସମକକ୍ଷ ହୋଇ ପାରୁଥିବ

 

ସ୍ଵାର୍ଥପର ହୋଇ ବଞ୍ଚିବାର ସେହି ଖାସ୍ ଜୀବନନୀତିଟିର ସବୁଠାରୁ ଅଧିକ ପରିମାଣରେ ବିଦ୍ରୁପାତ୍ମକ ଦିଗଟି ହେଉଛି ଯେ, ପ୍ରକୃତରେ ବାସ୍ତବ ବୁଦ୍ଧି ରହିଥିବା ବ୍ୟବହାର୍ଯ୍ୟ କୌଣସି ଏକ ମାର୍ଗ ନହୋଇ ତାହା ଏକ ବିଚିତ୍ର ଅର୍ଥରେ ଏକ ଆଦର୍ଶବାଦୀ ଆବେଦନ ହୋଇ ରହିଥାଏ ଓ ପରିପୂର୍ଣ୍ଣତା ହାସଲ କରିବାର ଉଦ୍‌ବୋଧନ ଦେଉଥାଏ ଏଇଟିକୁ ତ ଆମେ ଆୟା ସଂପୂର୍ଣ୍ଣ ସେହିସବୁ ନୀତି ମାର୍ଗର ସମତୁଲ ଭଳି ବିଚାର କରିବା, ଯେଉଁଗୁଡ଼ିକ ନାନା ଅମୂର୍ତ୍ତ ମୂଲ୍ୟର ଝଲମଲ ଆଣି ଦେଉଥାନ୍ତି ଏବଂ ଏତେ ଏତେ କଠୋରତା ଦ୍ଵାରା ଭରି ରହି ଥାଆନ୍ତି ଯେ, ବାସ୍ତବ ଘଟଣାମାନଙ୍କର କ୍ଷେତ୍ରକୁ ଆସି ସେମାନେ ପରସ୍ପରର ଖୁବ୍ ବିରୋଧ ମଧ୍ୟ କରନ୍ତି ଗୋଟିଏ ଦୃଷ୍ଟାନ୍ତ ନିଆଯାଉ ଶ୍ରୀଯୁକ୍ତ ମାକିଆଭେଲି କହିଛନ୍ତି, “ଯିଏ ଆଉଜଣେ ବ୍ୟକ୍ତିର ଶକ୍ତିଶାଳୀ ହେବାରେ କାରଣ ହୁଏ, ସିଏ ନିଜର ଧ୍ଵଂସସାଧନ କରେ, କାରଣ ସେହି ଅନ୍ୟ ବ୍ୟକ୍ତି ଜଣକ ହାସଲ କରିଥିବା ଉକ୍ତ ଶ୍ରେଷ୍ଠତା ହୁଏତ ଧୂର୍ତ୍ତତା ଦ୍ଵାରା ସମ୍ଭବ ହୋଇଥାଏ ଅଥବା ବଳର ପ୍ରୟୋଗ ଦ୍ଵାରା ମଧ୍ୟ ହୋଇଥାଏ ଏବଂ, ଯେଉଁ ବ୍ୟକ୍ତିଟିକୁ ଏହିପରି ଭାବରେ ଶକ୍ତି ସମ୍ପର୍ଣ୍ଣ କରା ଯାଇଥାଏ, ସିଏ ସେହି ଦୁଇଟିଯାକକୁ ହିଁ ଅବିଶ୍ଵାସ କରିବାରେ ଲାଗିଥାଏ ” * ଏବଂ, ଏଇଟି ଏକ ସତକଥା ଯେ ଜର୍ମାନ୍ ଫାସିଷ୍ଟ୍‌ବାଦର ଦୃଢ଼ ହେବାରେ ସହାୟତା କରି ଶ୍ରୀ ମୁସୋଲିନ୍ ଠିକ୍ ଏହାହିଁ କରିଥିଲେ, ଏବଂ, ମାକିଆଭେଲି ସେପରି କରିବାର ପରିଣାମ ବିଷୟରେ ଯାହା ଆଗରୁ ସୂଚାଇ ଦେଇଥିଲେ, ତାଙ୍କର ଏହି ନୀତିଟିର ପରିଣାମ ମଧ୍ୟ ଠିକ୍ ତାହାହିଁ ହେଲା ତେବେ, ଏଥିରୁ କ’ଣ ଆମେ ଅନୁମାନ କରିବା ଯେ, ଏହି କ୍ଷେତ୍ରରେ ଶିଷ୍ୟ ପ୍ରକୃତରେ ଗୁରୁଙ୍କର ସେହି ସତର୍କକାରୀ କଥାଟିକୁ କେବଳ ଭୁଲି ହିଁ ଯାଇଥିଲା ? ନାହିଁ, ସେ ପ୍ରକୃତରେ ଭୁଲି ନଥିଲେ କ୍ଷମତା ଅଧିକାର କରିବାର ରାଜନୀତିର ଏକ ଖେଳ ଦ୍ଵାରା ହିଁ ଏହିପରି ଏକ ମାର୍ଗର ଅନୁସରଣ କରିବା ଆବଶ୍ୟକ ହୋଇଥିଲା ଏବଂ, ଫାସିଷ୍ଟ୍‌ବାଦର ସେହି ସାଧାରଣ ଅଗଣତାନ୍ତ୍ରିକ ରୀତିଟିକୁ ଅନୁସରଣ କରିବା ହେତୁ ହୋଇଥିଲା ଏକ ଅନ୍ୟଭାବେ କହିଲେ, ମୁସୋଲିନିଙ୍କୁ ସେହି ସତର୍କ-ବାଣୀଟିର ପରିହାର କରିବାକୁ ପଡ଼ିଲା, ଏବଂ ମାକିଆଭେଲିଙ୍କର ଅନ୍ୟ ନିର୍ଦ୍ଦେଶଗୁଡ଼ିକୁ ତାଙ୍କୁ ମାନିବାକୁ ହେଲା ସିଦ୍ଧାନ୍ତ ଦୁଇଟି ପରସ୍ପରର ଖିଲାପ କରୁଥିଲେ ଏବଂ ତାଙ୍କୁ କୌଣସି ଗୋଟିଏକୁ ବାଛି ନେବାକୁ ପଡ଼ିଲା ଯଦି ସିଏ ଆର ପ୍ରକାରଟି ଅନୁସାରେ କାର୍ଯ୍ୟ କରିଥାନ୍ତେ, ତେବେ ପ୍ରକୃତରେ ଏକ ଭିନ୍ନ ପ୍ରକାରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତେ, ତାହା ତଥାପି ଗୋଟିଏ ବିପର୍ଯ୍ୟୟ ହିଁ ହୋଇଥାନ୍ତା ତେଣୁ, ମାକିଆଭେଲି ଦେଇ ଯାଇଥିବା ସିଦ୍ଧାନ୍ତଗୁଡ଼ିକର ଏହି ପ୍ରଧାନ ଅସୁବିଧା ହେଉଛି ଯେ, ତୁମେ ଏକାବେଳେକେ ସେହି ସବୁଗୁଡ଼ିକର ପାଳନ କରି ପାରିବନାହିଁ ଜଣେ ସଦାକ୍ରିୟାଶୀଳ ଏକନାୟକ ହିସାବରେ ତିଷ୍ଠି ରହିବାକୁ ହେଲେ ତୁମଲାଗି କରିବାକୁ ରହିଥିବା କେତୋଟି କାର୍ଯ୍ୟରୁ ତୁମେ ନିବୃତ୍ତ ରହିବାକୁ ନିଶ୍ଚୟ ବାଧ୍ୟ ହେଉଥିବ ମାକିଆଭେଲି ଆପେ ମଧ୍ୟ ସ୍ଵୀକାର କରିଛନ୍ତି ଯେ,“ବିଭିନ୍ନ ବିପନ୍ନତା ମଧ୍ୟରେ ରହିଥିବା ପାର୍ଥକ୍ୟ ଗୁଡ଼ିକୁ ଜାଣିବା, ବସ୍ତୁତଃ ସେଇଟି ହେଉଛି ପ୍ରକୃତ ବିବେକ ଏବଂ ତେଣୁ ଯେତେବେଳେ ବାଛିବ, ସେତେବେଳେ ଅପେକ୍ଷାକୃତ ଅଳ୍ପ ହାନିକାରକ ମନ୍ଦଟିକୁ ବାଛିବାକୁ ହେବ-” କିନ୍ତୁ, ସଂପୂର୍ଣ୍ଣ ଭଲଟିଏ ବାଛିବା ପରିବର୍ତ୍ତେ ଯେତେବେଳେ ତୁମେ ଏକ ଅପେକ୍ଷାକୃତ କମ୍ ହାନିକାରକ ମନ୍ଦଟିକୁ ବାଛିବାକୁ ବାଧ୍ୟ ହେବ, ତାହା ପଛରେ ଏପରି ଏକ କାରଣ ଖୁବ୍ ସମ୍ଭବ ଥିବ ଯେ, ବାସ୍ତବରେ ଘଟିଥିବା ଘଟଣାମାନ ତୁମକୁ ଏପରି କମ୍ ଶକ୍ତିଯୁକ୍ତ କରି ପକାଇଥିବେ ଯେ ତୁମେ କେବଳ ସମ୍ମୁଖସ୍ତ ବିପର୍ଯ୍ୟୟଟିକୁ ଯେ କୌଣସି ପ୍ରକାରେ ଟାଳିଦେବା ବ୍ୟତୀତ ପ୍ରକୃତ ଆଉ ଅନ୍ୟ କିଛିହେଲେ କରି ପାରୁନଥିବ ପ୍ରକୃତରେ ବିପର୍ଯ୍ୟୟଟିକୁ ଅଂଶତଃ ତ ତୁମେ ସ୍ଵୟଂ ସୃଷ୍ଟି କରିଥିବ କାରଣ ଏକ ଦୀର୍ଘକାଳରୁ ତୁମେ କୌଶଳ ଏବଂ ଶସ୍ତ୍ରବଳକୁ ଯେଉଁଭଳି ବ୍ୟବହାର କରି ଆସିଛ, ସେହି କାରଣରୁ ତ ତୁମକୁ ହଟାଇବା ସକାଶେ ତୁମ ବିରୋଧରେ କେତେ କେତେ ଆବଶ୍ୟକ ଅନ୍ୟ ବଳର ଆବିର୍ଭାବ ହୋଇଛି ଏବଂ ସେମାନେ ସମସ୍ତେ ଏକଜୁଟ ମଧ୍ୟ ହୋଇଛନ୍ତି- ଇଂଲଣ୍ଡ, ଆମେରିକା ଓ ସୋଭିଏଟ୍ ସରକାର ମଧ୍ୟରେ କେବେହେଲେ କୌଣସି ମେଣ୍ଟ ସମ୍ଭବ ନୁହେଁ ବୋଲି ନାତ୍‌ସୀମାନେ ବିଶ୍ଵାସ କରି ଆସିଥିବା ପରି ବୋଧ ହେଉଛି, କାରଣ ସେମାନଙ୍କ ଭିତରେ ଆଦର୍ଶଗତ ପାର୍ଥକ୍ୟମାନ ରହିଅଛି କିନ୍ତୁ, ନାତ୍‌ସୀମାନେ କାର୍ଯ୍ୟତଃ ଯାହା କଲେ, ତାହାରି ହେତୁ ହିଁ ସେହି ତିନୋଟି ଯାକ ଜାତିଙ୍କର ନାତ୍‌ସୀମାନଙ୍କର ବିନାଶ ନିମନ୍ତେ ଏକ ସାଧାରଣ ଆଗ୍ରହ ସୃଷ୍ଟି ହେଲା ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଦୂରଦୃଷ୍ଟିସମ୍ପନ୍ନ ଆଦର୍ଶବାଦୀମାନେ ଯେତେ ଯେତେ ପ୍ରୟାସ କରିଥିଲେ, ନାତ୍‌ସୀବାଦ ବିରୋଧରେ ଏକ ସାମୂହିକ ନିରାପତ୍ତା ଲାଗି ଶିବିରଟିଏ ଗଢ଼ି ଆଣିବାରେ ସେହି ନାତ୍‌ସୀମାନଙ୍କ ଦ୍ଵାରା ଅନୁସୃତ ହୋଇଥିବା ଏକାଧିକ ନୀତି ହିଁ ନିଶ୍ଚିତ ଭାବରେ ଅଧିକ ସୁଯୋଗ ଆଣି ଯୋଗାଇ ଦେଇଥିଲା

 

* ତତ୍ରୈବ, p, 181 (Chapter XXI)

 

ଗୋଟିଏ ସମସ୍ୟାର ଶେଷ

 

ସ୍ଵାର୍ଥପରତାର ପଶ୍ଚାତରେ କାର୍ଯ୍ୟ କରୁଥିବା ନୈତିକ ଦୃଷ୍ଟିଟି ବିଷୟରେ ଆମର ସମୀକ୍ଷା ଏ ପର୍ଯ୍ୟନ୍ତ ସେହି ନୀତିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ଯାହାକିଛି ଆଲୋଚନା କରିଛି । ଏଥିରେ ଆଦୌ କୌଣସି ପ୍ରଶ୍ନର ଉତ୍‌ଥାପନ ହେବାପରି ଲାଗୁ ନାହିଁ ଯେ, ଅତି କମ୍‌ସଂଖ୍ୟକ (ସମ୍ଭବତଃ ସଂପୂର୍ଣ୍ଣ ଲୋକ ସଂଖ୍ୟାର ଶତକଡ଼ା ଏକ) ପ୍ରକୃତରେ ସେଇଟିକୁ ନେଇ ଆଦୌ କିଛି ହାସଲ କରି ପାରିବେ ଏବଂ, ଅଧିକାଂଶ ସ୍ଥଳରେ ସେହି କାରଣରୁ ଶେଷ ପର୍ଯ୍ୟନ୍ତ ସେମାନଙ୍କର ସଫଳତାକୁ ସେମାନେ କେବେହେଲେ ସ୍ଥାୟୀ କରି ରଖି ପାରନ୍ତି ନାହିଁ । ଏହି ନୀତିଟିକୁ ପ୍ରକୃତ ଘଟଣାଗୁଡ଼ିକର କ୍ଷେତ୍ରରେ ପ୍ରୟୋଗ କରିବା ମାତ୍ରକେ ହିଁ ସେଥିରୁ ବହୁ ଆତ୍ମ-ବିରୋଧିତାର ଜନ୍ମ ହେବ ଏବଂ, ତେଣୁ ତାହାର ପ୍ରୟୋଗ ସହିତ ସମ୍ପୃକ୍ତ ମନୁଷ୍ୟମାନଙ୍କର ଚରିତ୍ରକୁ ଭ୍ରଷ୍ଟ କରିଦେବ ଓ ସେହି କ୍ଷେତ୍ରରେ ନାନା ବିଘଟଣ ମଧ୍ୟ ଘଟାଇବ । ମୁସୋଲିନି ତ ଏହି କଥାଟିକୁ ପ୍ରାୟ ଚିତ୍କାର କଲାପରି କହିବାକୁ କେତେ ଖୁସୀ ହେଉଥିଲେ, “ଶହେବର୍ଷ ଯାଏ ମେଣ୍ଢା ହୋଇରହିବା ଅପେକ୍ଷା ବରଂ ଦିନକ ପାଇଁ ଗୋଟିଏ ସିଂହ ହେବା ନିଶ୍ଚୟ ଭଲ ।” କିନ୍ତୁ, ନିଜର ସମୟଟି ଶେଷ ହୋଇ ଆସିବା ବେଳକୁ ଯେତେବେଳେ ସିଏ ଆପଣାର ଘାତକର ମୁହାଁମୁହିଁ ହୋଇଥିଲେ, ସିଏ ତ କେଡ଼େ ତରତର ହୋଇ ନିଜକୁ ଗୋଟାଏ ମେଣ୍ଢାରେ ହିଁ ପରିଣତ କରି ନେଇଥିଲେ ।

 

ମାତ୍ର, କେଉଁଟି କିଭଳି ଓ କେତେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିବ, କେବଳ ତାହାରି ପରୀକ୍ଷା କରି ଆମେ କଦାପି ସ୍ଵାର୍ଥପରତା ଏବଂ ସମାଜ-ମାନସିକତାର ଯୋଗ୍ୟତା ବିଷୟରେ କୌଣସି ଯଥାର୍ଥ ନିଷ୍କର୍ଷ କରି ପାରିବାନାହିଁ । ଉଭୟଟିର କାର୍ଯ୍ୟକାରୀ ହେବାର କ୍ଷେତ୍ରରେ ଖରାପ ସଫଳତାର ଅବକାଶମାନ ରହିଛି । ତେଣୁ, ଆମକୁ ଏହି କ୍ଷେତ୍ରରେ ପ୍ରକୃତରେ ଗୋଟିଏ ବୃହତ୍ତର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ,–ଗୋଟିଏ କେଉଁସବୁ କାରଣରୁ ଅନ୍ୟଟିଠାରୁ ଅଧିକ ଭଲ, ସେହି ପ୍ରଶ୍ନଟିର । ଆମକୁ ଏହି କଥାଟିକୁ ଦର୍ଶାଇ ଦେବାକୁ ହେବ ଯେ, ଯେଉଁ କାର୍ଯ୍ୟଟି ସମାଜ ପାଇଁ ଉପକାରୀ ହୋଇଥାଏ, ସେଇଟି ସେହି କାର୍ଯ୍ୟଟିକୁ କରୁଥିବା ଲୋକଟିକୁ ହୁଏତ ହାନି ପହଞ୍ଚାଉ ଥିଲେ ମଧ୍ୟ ସମାଜକୁ ହାନି ପହଞ୍ଚାଉ ନଥାଏ ଏବଂ ସେଇଟି ଏହି ଅନ୍ୟ କାର୍ଯ୍ୟଟି ଠାରୁ ନିଶ୍ଚୟ ଅଧିକ ଭଲ, ଯାହା, ସେଇଟି କରିବାଦ୍ଵାରା ବ୍ୟକ୍ତିଟି ଲାଭବାନ୍ ହେଉଥିଲେ ମଧ୍ୟ ସମାଜ କ୍ଷତି କରୁଥାଏ ।

 

ପ୍ରକୃତରେ ଏକ ଦୁରୂହ ସମସ୍ୟା । ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ହିଁ ନୀତି-ସମ୍ବନ୍ଧୀୟ ନାନା ସିଦ୍ଧାନ୍ତ ସର୍ବଦା ହିଁ ରହି ଆସିଛି ଏବଂ, ସେହି ସମୁଦାୟ କାଳଟି ମଧ୍ୟରେ କୌଣସି ବ୍ୟକ୍ତି ନିଜ ବୁଦ୍ଧିର ପ୍ରୟୋଗ କରି କେବେହେଲେ ପ୍ରମାଣ କରି ଦର୍ଶାଇ ଦେଇନାହିଁ ଯେ, ଭଲ ବିଷୟରେ କେବଳ ତାହାରି ଦ୍ଵାରା ପ୍ରଦତ୍ତ ସଜ୍ଞାଟି ହେଉଛି ସମ୍ଭାବ୍ୟ ଏକମାତ୍ର ସଜ୍ଞା । କେତେ ପ୍ରକାରର କେତେ କେତେ ମତଗତ ବିବାଦ ସର୍ବଦା ଲାଗି ରହିଛି, ତଥାପି ଶେଷ ହୋଇ ପାରିନାହିଁ । ଏବଂ, ସମସ୍ତେ କେବଳ ବିଫଳ ହିଁ ହୋଇଛନ୍ତି । ଏହିସବୁ ତଥ୍ୟଗତ କାରଣରୁ ଅବଶ୍ୟ ବୁଝି ହେବ ଯେ, ସେହି ପୁରୁଣା ଧିସାଟି ଅନୁସାରେ ସମସ୍ୟାଟିର ପ୍ରକୃତରେ କୌଣସି ସମାଧାନ ହୋଇ ପାରିବ ନାହିଁ ଏବଂ ତେଣୁ ଏକ ନୂତନ ମାର୍ଗର ହିଁ ସାହାଯ୍ୟ ନେବା ଆବଶ୍ୟକ ହେବ । ସମ୍ଭବତଃ ଆମେ ମଧ୍ୟ କିଛି ଚେଷ୍ଟା କରି ପାରିବା ।

 

ତେବେ, ପ୍ରଥମେ ଆମେ ପଚାରିବା, ପ୍ରକୃତରେ ଆଦୌ ଏହି ପ୍ରଶ୍ନଟିର କିପରି ଆବିର୍ଭାବ ମଧ୍ୟ ହୋଇଥାଏ ? ଆମର କୌଣସି ଖିଆଲ ଅନୁସାରେ ଯେ ସେଇଟି ମନକୁ ଆସେ, ସେକଥା ଆଦୌ ନୁହେଁ, ସତେଅବା କୌଣସି କ୍ରୀଡ଼ା କିମ୍ବା ମନୋରଞ୍ଜନର କୌଣସି ପହେଳିଟିଏ ନୁହେଁ, ଯାହାର ସମାଧାନ କରି ଦେବାକୁ ପଡ଼ିଥାଏ । ସିଏ ଆପଣାର ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବ ଅଥବା ସମାଜର ବୃଦ୍ଧି କାମନା କରି ଯାହାକିଛି କରିବ, ଯଦି କୌଣସି ବ୍ୟକ୍ତିକୁ ଏହି ବିଷୟରେ ଏକ ନିଷ୍ପତ୍ତି କରିବାକୁ ହୁଏ, କାରଣ ସିଏ ସେହିପରି ଗୋଟିଏ ନିଷ୍ପତ୍ତି ଗ୍ରହଣ କରିବାକୁ ବାଧ୍ୟ ହେଉଛି ଯେହେତୁ କ’ଣପାଇଁ ଦୁଇଟି ଯାକକୁ ଏକାବେଳେକେ କରି ହେଉନାହିଁ । ଯଦି ହେଉଥାନ୍ତା, ଯଦି ଦୁଇଟି ମଧ୍ୟରେ କୌଣସି ଅସଙ୍ଗତି ରହନ୍ତା ନାହିଁ, ତେବେ ଏଭଳି ଏକ ସମସ୍ୟା ଆଉ କ’ଣ ପାଇଁ ରହନ୍ତା ? ସିଏ ତ ଅନୁକ୍ଷଣ ପୂରା ଖୁସୀ ହୋଇ ଆପଣା ଇଚ୍ଛାଗୁଡ଼ିକର ପୂରଣ କରୁଥାନ୍ତା ଏବଂ ସ୍ପଷ୍ଟ ଭାବରେ ଜାଣି ଥାଆନ୍ତା ଯେ, ସିଏ ଆଦୌ କାହାରି ହେଲେ କୌଣସି ଅନିଷ୍ଟ ହିଁ କରୁନାହିଁ ଏବଂ ପ୍ରକୃତରେ ନାନାଭାବେ ଅନ୍ୟମାନଙ୍କର ସହାୟତା କରୁଛି । ଅର୍ଥାତ୍ ସମାଜର ପରିସ୍ଥିତିଟି ନିଶ୍ଚୟ ଏପରି ହୋଇଥିବ ଯାହା ସକାଶେ କି ଜଣେ ମନୁଷ୍ୟର ଲାଭଦ୍ଵାରା ଅନ୍ୟମାନଙ୍କର କ୍ଷତି ହେଉଥିବ । ପ୍ରଧାନତଃ, ଏହି ଜାତିର ଦୁଇଟି ପରିସ୍ଥିତି ରହିଥାଏ : (୧) ସେହି ସମାଜର ବସ୍ତୁ ତଥା ସେବାମାନେ ପର୍ଯ୍ୟାପ୍ତ ପରିମାଣରେ ନଥାନ୍ତି ଓ (୨) ମନୁଷ୍ୟମାନଙ୍କର ଗୋଟିଏ ଗୋଷ୍ଠୀ ଆଉ ଗୋଟିଏ ଗୋଷ୍ଠୀକୁ ଶୋଷଣ କରୁଥାଏ । ବର୍ତ୍ତମାନ ଆମେ ସେହି ବିଷୟରେ କିଛି ଅଧିକ କଥା ପକାଇବା ।

 

(୧) ବସ୍ତୁ ଓ ସେବାଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ନାହାନ୍ତି, ଯେପରିକି ସମାଜରେ ବାସ କରୁଥିବା ସବୁ ମନୁଷ୍ୟଙ୍କର ସାଧାରଣ ଅଭାବଗୁଡ଼ିକର ପୂରଣ ହୋଇ ପାରନ୍ତା । ସେହି କଥାଟିର ଅର୍ଥ ହେଉଛି ଯେ, ପର୍ଯ୍ୟାପ୍ତ ପରିମାଣରେ ଗୃହ ନାହିଁ, ପରିଧାନ ବସ୍ତ୍ର ନାହିଁ, ଖାଦ୍ୟ ନାହିଁ, ଶୁଶ୍ରୂଷା ଯତ୍ନ ନାହିଁ, ଶିକ୍ଷା ନାହିଁ, ଇତ୍ୟାଦି, ଇତ୍ୟାଦି । ପ୍ରତ୍ୟେକ ମନୁଷ୍ୟ ଯେପରି ଚାହୁଁଛି ଅଥବା ଏପରିକି ଯେତିକି ଆବଶ୍ୟକ କରୁଛି, ସେଗୁଡ଼ିକ ସେହି ଅନୁସାରେ ପ୍ରକୃତରେ ଉପଲବ୍ଧ ହେଉନାହିଁ-। ଏସବୁ ଯେ ଯଥେଷ୍ଟ ପରିମାଣରେ ଉପଲବ୍ଧ ହେଉ ନାହିଁ, ସେହି କାରଣରୁ କିମ୍ବା ଯେଉଁ କେତେ ଲୋକଙ୍କ ପାଖରେ ଏହିସବୁ ଦ୍ରବ୍ୟ ରହିଛି, ତାହାରି ହେତୁ ଅନ୍ୟମାନଙ୍କ ପାଖରେ ସେଗୁଡ଼ିକର ଅଭାବ ରହିଛି ବା ହୁଏତ ସେଗୁଡ଼ିକ ଆଦୌ ନାହିଁ । ଯେଉଁମାନଙ୍କ ପାଖରେ ରହିଛି, ସେମାନେ ଯେ ତାହାକୁ ନିଜ ପାଖରେ ରଖିବାକୁ ଇଚ୍ଛା କରୁଛନ୍ତି, ତାହାର ଅବଶ୍ୟ କାରଣ ରହିଛି ଏବଂ ଯେଉଁମାନଙ୍କ ପାଖରେ ସେଗୁଡ଼ିକ ନାହିଁ, ଏକ ସମାନ କାରଣରୁ ସେମାନେ ସେଗୁଡ଼ିକୁ ପାଇବାକୁ ଇଚ୍ଛା କରୁଛନ୍ତି । ଫଳରେ ଏକ ପ୍ରତିଦ୍ୱନ୍ଦିତା ଜନ୍ମଲାଭ କରୁଛି, ତାହା ସର୍ବଦା ହିଁ ଖୁବ୍ ଜୋର୍‌ରେ ଚାଲିଛି, ବେଳେ ବେଳେ ସହିଂସ ଭାବରେ ମଧ୍ୟ ଚାଲୁଛି । ସତକୁସତ ଏକ ପ୍ରାଚ୍ୟୁର୍ଯ୍ୟ ରହିଥିବା ସମାଜରେ ଏଭଳି ଆଦୌ ଘଟନ୍ତାନାହିଁ । ଯଦି ଯଥେଷ୍ଟ ପରିମାଣରେ ଆହାର ଥାଆନ୍ତା, ତେବେ ତୁମେ ଆଉ କ’ଣ ପାଇଁ ଅନ୍ୟ ଆଉ ଜଣକର ଆହାରକୁ ତା’ର ମୁହଁରୁ ଛଡ଼ାଇ ନେବାକୁ ଇଚ୍ଛା କରୁଥାନ୍ତା ? ଅର୍ଥାତ୍, ତୁମେ ଆଉ ଆଦୌ ସେପରି କରନ୍ତନାହିଁ ଏବଂ ସେହି ଅନ୍ୟଜଣେ ମଧ୍ୟ ସହଜରେ ହିଁ ତା’ ଅଭାବଟିର ପୂରଣ କରି ପାରନ୍ତା ।

 

କିନ୍ତୁ, ପରିସ୍ଥିତିଟି ବର୍ତ୍ତମାନ ଯେଉଁଭଳି ପ୍ରକୃତରେ ରହିଛି, ଅଧିକାଂଶ ମନୁଷ୍ୟଙ୍କ ପାଖରେ ସେମାନେ ଆବଶ୍ୟକ କରୁଥିବା ଦ୍ରବ୍ୟଗୁଡ଼ିକର ଅଭାବ ରହିଛି । ସେମାନେ ଯେ କାହିଁକି ଏପରି ଭାବରେ ବଞ୍ଚିତ ହୋଇ ରହିବେ, ସେମାନେ ତାହାର କୌଣସି କାରଣ ଦେଖୁନାହାନ୍ତି (ପ୍ରକୃତରେ କୌଣସି କାରଣ ମଧ୍ୟ ନାହିଁ) । ଅନ୍ୟ ବେଶ୍ କେତେ ଲୋକ ଖୁବ୍ ଲୋଭୀ ବୋଲି ସେମାନେ ଦେଖି ପାରୁଛନ୍ତି, ସେମାନଙ୍କ ଭିତରେ କେତେ ସଫଳ ମଧ୍ୟ ଦେଉଛନ୍ତି । ମନେ ହେଉଛି, ମନୁଷ୍ୟର ପ୍ରକୃତିଟା ହିଁ ହୁଏତ ସେହିପରି ତିଆରି ହୋଇଛି । ତେଣୁ, କାହିଁକି ମନ୍ଦ ବା ହୁଅନ୍ତା, ସେମାନେ ମଧ୍ୟ ପଶି ଯାଇ ପାରନ୍ତେ ଓ ଛଡ଼ାଇ ବି ଆଣନ୍ତେ । ହଁ, ଯଦି ସେହି ଲୋକମାନେ କୌଣସି ଦାର୍ଶନିକ ପରି ଏ ବିଷୟରେ କିଛି ଚିନ୍ତା କରିବାକୁ ଆରମ୍ଭ କରନ୍ତେ, ତେବେ ସେମାନେ ସେହି ମୂଳରୁ ହିଁ ମାକିଆଭେଲିଙ୍କର ଅନୁକରଣ କରି କହନ୍ତେ, “କିଛି ନିଜର ହାତର ପାଞ୍ଚ କରିବାକୁ ଇଚ୍ଛା କରିବା, ସେଇଟି ତ ପ୍ରକୃତରେ ମନୁଷ୍ୟର ପ୍ରକୃତିରେ ରହିଛି ଏବଂ ମନୁଷ୍ୟ ମାତ୍ରକେ ସମସ୍ତଙ୍କଠାରେ ରହିଛି ଓ ପାରିବା ମାତ୍ରକେ ତ ମନୁଷ୍ୟମାନେ ସର୍ବଦା ତାହାହିଁ କରୁଛନ୍ତି ।” * ସଫଳତା ହୁଏତ ନିରାପତ୍ତାର ଏକ ପ୍ରତୀତି ଆଣିଦିଏ ଏବଂ ବିଫଳତା ଦରିଦ୍ରତାର କାରଣ ହୁଏ, ରୋଗ ଏବଂ ମରଣର କାରଣ ହୁଏ । ପରିସ୍ଥିତି ଏହିଭଳି ହୋଇ ରହିଥିବା ଯାଏ, କିଏ ଆଉ କେଉଁ ଯୁକ୍ତିମାନ ଦେଖାଇ ତୁମେ ସମାଜ-ମାନସିକତା ବିଷୟରେ ଲୋକମାନଙ୍କର ହୃଦ୍‌ବୋଧ କରାଇ ପାରିବ ? ଜଣେ ବ୍ୟକ୍ତି ଯେପରି ଏକଦା କହିଛନ୍ତି, ସାପଟା ମୋଟେ ମନୁଷ୍ୟର ପତନ ଘଟାଇ ନାହିଁ, ଗଛରେ ଥିବା ଫଳଟା ହିଁ ତାକୁ ଭ୍ରଷ୍ଟ କରିଛି । *

 

*ତତ୍ରୈବ, p. 25 (Chapter III)

 

(୨) ଶୋଷଣର ଅର୍ଥ ହେଉଛି, ଅନ୍ୟ ମନୁଷ୍ୟମାନଙ୍କର ଶ୍ରମରୁ ଲବ୍ଧ ଉତ୍ପାଦନକୁ ନିଜେ ଆଦୌ ତାହାର ସଂପୂର୍ଣ୍ଣ ମୂଲ୍ୟ ନ ଦେଇ ଆତ୍ମସାତ୍ କରିନେବା । ଶୋଷିତ ହେଉଥିବା ବ୍ୟକ୍ତିଟି ନିଜ ସମୟର ଗୋଟିଏ ଅଂଶକୁ ନିଜଲାଗି ଦେଉଥାଏ ଓ ଆଉ ଗୋଟିଏ ଅଂଶକୁ ଆଉ କାହା ସକାଶେ ଦେବାକୁ ବାଧ୍ୟ ହୁଏ । ପ୍ରାଚୀନ କାଳରେ ଏହି ପୃଥିବୀରେ ଯେଉଁମାନଙ୍କ ପାଖରେ କ୍ରୀତଦାସମାନେ ଥିଲେ, ସେମାନେ ସେହି ଦାସମାନଙ୍କର ଶ୍ରମକୁ ଖଟାଇ ଆପଣାର ଧନବୃଦ୍ଧି କରୁଥିଲେ । ମଧ୍ୟ ଯୁଗରେ ମାଲିକମାନେ ମଧ୍ୟ ଗୋତିମାନଙ୍କୁ ସେହି ପ୍ରକାରେ ବ୍ୟବହାର କରିଥିଲେ । ଏବଂ, ଆମର ଏହି ସାଂପ୍ରତିକ କାଳରେ ଆମ ମାଲିକମାନେ ମଧ୍ୟ ଶ୍ରମିକମାନଙ୍କର ଶ୍ରମରେ ଆପେ ଲାଭବାନ୍ ହୋଇ ପାରୁଛନ୍ତି ।

 

ଏବଂ, ଏହି ଦୁଇ ତରଫର ସ୍ଵାର୍ଥମାନେ ପରସ୍ପରଠାରୁ ଭିନ୍ନ ଏବଂ ତେଣୁ ପରସ୍ପରର ବିରୋଧୀ । ଲାଭ କରୁନଥିଲେ ଜଣେ ମାଲିକ ମୋଟେ ତିଷ୍ଠି ପାରନ୍ତା ନାହିଁ ଏବଂ ବହୁତ ଲାଭ କରି ନ ପାରିଲେ ତା’ର ସ୍ଥିତିଟି ମଧ୍ୟ କଦାପି ଦୃଢ଼ ହୁଅନ୍ତା ନାହିଁ । କିନ୍ତୁ, ଶ୍ରମିକମାନଙ୍କୁ କମ୍ ମଜୁରି ଦେଇ ଅଥବା ଦ୍ରବ୍ୟଗୁଡ଼ିକର ମୂଲ୍ୟକୁ ବୃଦ୍ଧି କରି ସିଏ ଆପଣାର ଲାଭ-ପରିମାଣରେ ବୃଦ୍ଧି ସାଧନ କରି ପାରୁଛି, ତାହାର ଫଳସ୍ୱରୂପ ଶ୍ରମିକମାନେ ନିଜ ଜୀବନଧାରଣର ମାନକୁ କମ୍ କରି ଆଣିବା ପାଇଁ ବାଧ୍ୟ ହେଉଛନ୍ତି । ଏବଂ, ଅନ୍ୟପକ୍ଷରେ ସେମାନେ ସେହି ମାନରେ ବୃଦ୍ଧି ଘଟାଇଲେ ତେଣେ ଲାଭ ପରିମାଣଟା ହ୍ରାସ ହୋଇ ଯାଉଛି । ଏପରି ଅନୁମାନ କଲେ ଆମେ ନିଶ୍ଚୟ ଭୁଲ କରିବା ଯେ, ସେହି ଦୁଇଟି ଯାକ ତରଫ କେବଳ ଆପଣାର ଲୋଭ ଦ୍ଵାରା ପ୍ରେରିତ ହୋଇ ହିଁ ଯାହା କିଛି କରୁ ଥାଆନ୍ତି । ଏହିପରି ଏକ ବ୍ୟବସ୍ଥା ରହିଥିବା ପର୍ଯ୍ୟନ୍ତ, ମାଲିକ ଯାହା କରୁଛି, ପ୍ରକୃତରେ ତାହାହିଁ କରିବାକୁ ବାଧ୍ୟ ହେଉଛି; ନହେଲେ ତ ସିଏ ମୋଟେ ଜଣେ ମାଲିକ ହୋଇ ରହି ପାରିବ ନାହିଁ; ଶ୍ରମ କରୁଥିବା ପକ୍ଷଟି ମଧ୍ୟ ତାହାହିଁ କରୁଛି, ପ୍ରକୃତରେ ଯାହା କରିବାକୁ ବାଧ୍ୟ ହେଉଛି; ନ ହେଲେ ତ ତା’ର ଆଦୌ କୌଣସି ଅସ୍ତିତ୍ଵ ମଧ୍ୟ ରହିବ ନାହିଁ । ଜଣେ ଆପଣାର ସାମାଜିକ ସ୍ତରଟିକୁ ବଜାୟ ରଖିବା ଲାଗି ଯାହା କିଛି ହିଁ କରୁଛି, ଏବଂ ଆଉ ଜଣେ ବଞ୍ଚି ରହିବାଲାଗି ।

 

ଏହିପରି ଏକ ଅର୍ଥନୀତି ବ୍ୟବସ୍ଥା ଯେତେଦିନ ଯାଏ ରହିଛି, ସେ ପର୍ଯ୍ୟନ୍ତ ସମାଜ ମାନସିକତାରେ ରହିଥିବା ଉତ୍ତମ ଗୁଣଗୁଡ଼ିକ ଯେପରି ହେଲେ ରହୁ ବୋଲି ଦାବୀ କରିବା ଆଦୌ ସହଜ ନୁହେଁ । ମାନବପ୍ରତି ସଦିଚ୍ଛା, ବ୍ୟକ୍ତିଜୀବନର ସଂସ୍କାର ଏବଂ ଏକ ଅନ୍ତର୍ଗତ ଆଲୋକର ଉଦୟ ଘଟିବା ସମ୍ଭବତଃ କୌଣସି ନା କୌଣସି ଅର୍ଥରେ ଦ୍ଵନ୍ଦ୍ଵଟିକୁ କିଞ୍ଚିତ୍ ହ୍ରାସ କରି ଆଣିପାରେ; ମାତ୍ର ଏହାକୁ ସମ୍ଭବ କରି ରଖିଥିବା ବସ୍ତୁସ୍ଥିତିଗୁଡ଼ିକୁ ଦୂର କରିଦେଇ ନ ପାରିଲେ ଖାସ୍ ଦ୍ଵନ୍ଦ୍ଵଟିକୁ କଦାପି ଦୂର କରାଯାଇ ପାରିବନାହିଁ; ଏହି କଥାଟି ଆମକୁ ଆମ ପ୍ରକୃତ ଉତ୍ତରଟିର ପହୁଞ୍ଚ ଭିତରକୁ ନେଇ ଆସିବା ପରି ନଜର ହୋଇଯାଉଛି ।

 

ଗୋଟିଏ ସମସ୍ୟାର ପ୍ରକୃତରେ କିପରି ସମାଧାନ କରିହୁଏ ? ଯଦି ସମସ୍ୟାଟି କେବଳ ଗୋଟିଏ ସିଦ୍ଧାନ୍ତ ମାତ୍ର ହୋଇଥାଏ, ତେବେ ସେଇଟିକୁ ନାନା ଅଂଶରେ ବିଭାଜିତ କରି ବିଶ୍ଳେଷଣ କରା ଯାଇପାରେ ଏବଂ ତା’ପରେ ସେହି ଅଂଶଗୁଡ଼ିକୁ ଏକ ସଂଗତିଯୁକ୍ତ ଧାରା ମଧ୍ୟକୁ ଏକତ୍ର କରି ଅଣା ଯାଇପାରେ । କିନ୍ତୁ ଯଦି ସମସ୍ୟାଟି ବ୍ୟବାହାରିକ କ୍ଷେତ୍ରର ହୋଇଥାଏ, ତେବେ ସେହି ମୁତାବକ ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରା ଯାଇପାରେ, ଯାହାଦ୍ୱାରା କି ସାମସ୍ୟାଟିର ଆଉ କୌଣସି ଅସ୍ତିତ୍ଵ ମଧ୍ୟ ନଥିଲା ପରି ଅନୁଭବ ହୋଇପାରେ । ମନେ କର, ନିଉୟର୍କ ସହରରେ ଯାଇ ପହଞ୍ଚିବାଟି ମୋ’ ଆଗରେ ବର୍ତ୍ତମାନ ଏକ ସମସ୍ୟାରୂପେ ଦଣ୍ଡାୟମାନ ରହିଛି । ତେଣୁ, ମୁଁ ରେଳଗାଡ଼ି, ବସ୍ କିମ୍ବା କାର୍‌ଟିଏ ଧରିବାକୁ ସ୍ଥିର କରୁଛି ଓ ସେଇଟିର ସମାଧାନ କରୁଛି-। ଅର୍ଥାତ୍, ମୁଁ ଯେପରି ସେଠାରେ ଯାଇ ପହଞ୍ଚି ପାରିବି, ସେହି କାର୍ଯ୍ୟଗୁଡ଼ିକୁ କହୁଛି ।

 

ମାତ୍ର, ଅଢ଼େଇ ହଜାର ବର୍ଷ ହେଲା ଲୋକମାନେ ସ୍ଵାର୍ଥପରତା ବନାମ ସମାଜମନସ୍କତାର ଏହି ସମସ୍ୟାଟିର ଏପରି ଏକ ରୀତିରେ ସମାଧାନ କରି ଆସିଛନ୍ତି, ସତେଯେପରି ସେଇଟି କେବଳ ଏକ ସିଦ୍ଧାନ୍ତ ଏବଂ ସିଦ୍ଧାନ୍ତ ବ୍ୟତୀତ ମୋଟେ କିଛି ନୁହେଁ । ଏବଂ, ସେମାନେ ଆଦୌ କୌଣସି ଉତ୍ତରରେ ପହଞ୍ଚି ନାହାନ୍ତି । ବିଫଳ ହିଁ ହୋଇଛନ୍ତି । ହଁ, ବିଫଳ ହୋଇଛନ୍ତି, କାରଣ ଏହି ସମସ୍ୟାଟି ପ୍ରକୃତରେ ସିଦ୍ଧାନ୍ତର ଏକ ସମସ୍ୟା ନୁହେଁ, ଏଇଟି ବସ୍ତୁତଃ ଗୋଟିଏ ବ୍ୟବହାରିକ ସମସ୍ୟା । ତେଣୁ, ନୀତି ଓ ନୈତିକତା ବିଷୟରେ କେବଳ କିଛି ନୂଆ ନୂଆ ଦର୍ଶନ ତିଆରି କରି ଥୋଇଦେଲେ ସେହି ସମସ୍ୟାଟିର ସମାଧାନ ହେବ ନାହିଁ । ଏକ ନୂତନ ସମାଜକୁ ସମ୍ଭବ କରି ପାରିଲେ ଯାଇ ତାହାର ସମାଧାନ ହୋଇ ପାରିବ । ଯାହାକିଛି କାର୍ଯ୍ୟକ୍ରମ, ନୀତିଗୁଡ଼ିକର ନିର୍ଦ୍ଧାରଣ ଏବଂ ଯାହା କିଛି କ୍ରିୟାଶୀଳ ସେହି ନୂତନ ସମାଜଟି ଆଡ଼କୁ ଆମକୁ ଅଗ୍ରସର କରାଇ ନେଉଥିବ, ସେହି ସବୁର ହିଁ ସମସ୍ୟାଟିର ସମାଧାନ ଦିଗରେ ଅବଶ୍ୟ ଏକ ଅବଦାନ ରହିବ ।

 

ଆମ ମନୁଷ୍ୟ-ଜାତି ଯେତେବେଳେ ଏପରି ଗୋଟିଏ ସ୍ଥିତିରେ ଯାଇ ପହଞ୍ଚିବ, ଯେଉଁଥିରେ ଦ୍ରବ୍ୟ ଓ ସେବାମାନ ପ୍ରଚୁର ସଂଖ୍ୟାରେ ମହଜୁଦ ହୋଇ ରହିଥିବ ଏବଂ ଯାବତୀୟ ଶୋଷଣର ଅବସାନ ଘଟିଥିବ, ସେତେବେଳେ ତୁମର କଲ୍ୟାଣବିଧାନ ମୋ’ କଲ୍ୟାଣବିଧାନର କ’ଣ ପାଇଁ ଯେ ବିରୋଧୀ ହେବ ତାହାର ମୋଟେ କୌଣସି ସମାଜଗତ କାରଣ ରହିବନାହିଁ । ସେତେବେଳେ ସ୍ଵାର୍ଥପରତାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ କୁହାଯିବା ଭଳି କୌଣସି କାର୍ଯ୍ୟ ରହିବନାହିଁ । ତେଣୁ ତାହା ପ୍ରକୃତରେ ଅନାବଶ୍ୟକ ହୋଇଯିବ ଏବଂ ତା’ସହିତ ଆମର ଏହି ବର୍ତ୍ତମାନର ସମସ୍ୟାଟିର ମଧ୍ୟ ଅନ୍ତ ହେବ । ଏଣୁ, ଏହି ସମାଜମନସ୍କତାର ସେହି ଚୂଡ଼ାନ୍ତ ଦାର୍ଶନିକ ଔଚିତ୍ୟଟି ସର୍ବଦା ଅବଶ୍ୟ ଏହାହିଁ ହେବ ଯେ, ତାହା ସମଗ୍ର ସମସ୍ୟାଟିର ପ୍ରକୃତ ସମାଧାନଟିଏ ଆଣିଦେବ । ସ୍ଵାର୍ଥପରତା ବିଷୟରେ ତେଣୁ ସର୍ବଶେଷ ନିନ୍ଦନୀୟତାଟି ହେଉଛି ତାହା ଏକ ସମାଧାନକୁ ସବୁକାଳ ନିମନ୍ତେ ଅସମ୍ଭବ କରି ରଖିଥିବ ।

 

କିନ୍ତୁ, ଆମେ ସେହି ଲକ୍ଷ୍ୟରେ ପହଞ୍ଚି ପାରିବା କି ? ହଁ, ଏପରି ମଧ୍ୟ ହୋଇପାରେ ଯେ, ତୁମେ ଓ ମୁଁ, ଯେଉଁମାନେ କି ପୃଥିବୀଟି ଦ୍ଵାରା ଭାରାକ୍ରାନ୍ତ ହୋଇ କ୍ରମଶଃ ବୁଢ଼ା ହୋଇ ଚାଲିଛନ୍ତି, ଆମେ ସତକୁସତ ପହଞ୍ଚି ପାରିବା ନାହିଁ । ଆମେ ତ ସର୍ବାଧିକ ଏତିକି ଆଶା ଅନ୍ତତଃ କରିବା ଯେ ଆମେ ଏହି ଅତିକାୟ ତିମିଙ୍ଗଳକୁ କିଞ୍ଚିତ୍ ପରିମାଣରେ ଘୁଞ୍ଚାଇବାକୁ ଚେଷ୍ଟା କରିବା, ଆମ ପିଲାମାନେ ଓ ପିଲାମାନଙ୍କର ପିଲାମାନେ ସେହି ଇପ୍‍ସିତ ଅସଲ ପ୍ରତ୍ୟୁଷଟିର ହୁଏତ ପ୍ରତ୍ୟକ୍ଷ କରି ପାରିବେ । କିନ୍ତୁ, ଯଦି ନପାରିବା, ତଥାପି ମାନବଜାତି ସେହି ଲକ୍ଷ୍ୟରେ ନିଶ୍ଚୟ ଯାଇ ପହଞ୍ଚିବ । ଏହି ଆଣବିକଶକ୍ତିର ଉପଯୋଗ ହେବାର ପୂର୍ବରୁ ମଧ୍ୟ, ପୃଥିବୀରେ ଏକ ପ୍ରାଚୁର୍ଯ୍ୟର ଖୁବ୍ ସମ୍ଭାବନା ରହିଥିଲା । ବର୍ତ୍ତମାନ ତ ଏପରି ଅନୁଭବ ହେବା ଆବଶ୍ୟକ ଯେ, ଏହି ସମ୍ଭାବନାମାନଙ୍କର ସତକୁସତ ଆଦୌ କୌଣସି ସୀମା ନାହିଁ । ଏବଂ, ଶୋଷଣଟା ମଧ୍ୟ ପୃଥିବୀରେ ସବୁକାଳ ସକାଶେ କାହିଁକି ବା ରହିବ ? ଯେଉଁ ମନୁଷ୍ୟଜାତି କ୍ରୀତଦାସ-ପ୍ରଥାର ବିଲୋପସାଧନ କରିଛି ଓ ଗୋତିପ୍ରଥାର ମଧ୍ୟ ଉଚ୍ଛେଦ କରିଛି, ରାଜନୀତିକ ଲୋକତନ୍ତ୍ରର ନୂତନ ଶିକ୍ଷାଟିକୁ ହାସଲ କରି କାର୍ଯ୍ୟତଃ ପ୍ରେରଣା ମଧ୍ୟ କରିଛି, ସିଏ ଆପଣାର ସାମାଜିକ ନିୟତିଟି ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଅର୍ଜନ କରିବାରୁ ତାକୁ କେହି ମୋଟେ ବାଧା ସୃଷ୍ଟି କରି ଅଟକାଇ ରଖି ପାରିବ ନାହିଁ । ଏଇଟି ହୁଏତ ଗୋଟିଏ କଳ୍ପନା ବା କାହାଣୀର ସ୍ଵପ୍ନବତ୍ ପ୍ରତୀତ ମଧ୍ୟ ହୋଇପାରେ, କିନ୍ତୁ ଆହୁରି ଅଧିକ କାହାଣୀ ଏବଂ କଳ୍ପନା ପରି ଲାଗୁଥିବା ଏହି ମନୁଷ୍ୟର କେତେ କେତେ ସ୍ଵପ୍ନ ତ ଏହି ପୃଥିବୀରେ ପୂର୍ବରୁ ମଧ୍ୟ ସମ୍ଭବ ହୋଇ ପାରିଛି ।

 

ହଁ, ଶୋଇଥିବା ବେଳେ ମନୁଷ୍ୟମାନେ ଯେଉଁସବୁ ସ୍ଵପ୍ନ ଦେଖନ୍ତି, ସେଗୁଡ଼ିକ ହେଉଛନ୍ତି କେବଳ କୁହୁଡ଼ି, କେବଳ ଛାୟାମାତ୍ର । ମାତ୍ର, ସେମାନଙ୍କର ଜାଗ୍ରତ ଅବସ୍ଥାର ଯାବତୀୟ ସ୍ଵପ୍ନ, ସେଇଟି ମଧ୍ୟରେ ତ ଏକ ସମଗ୍ର ପୃଥିବୀର ତାତ୍ପର୍ଯ୍ୟ ହିଁ ନିହିତ ହୋଇ ରହିଥାଏ ।

☆☆☆

 

Unknown

ସମସ୍ୟାମାନେ ତୁଚ୍ଛା ଶବ୍ଦ

 

ଊନବିଂଶ ଶତାବ୍ଦୀର ତୃତୀୟ ଦଶକଟି କ୍ଷୁଧାରେ ଆରମ୍ଭ ହେଲା ଏବଂ ରକ୍ତପାତରେ ଶେଷ ହୋଇଥିଲା । ପ୍ରଥମେ ତ ମୁଠାଏ ଆହାରପାଇଁ ଅନ୍ନସତ୍ର ଗୁଡ଼ିକ ଆଗରେ ଲୋକମାନେ ଧାଡ଼ିମାନଙ୍କରେ ଯାଇ ଛିଡ଼ା ହେଉଥିଲେ ଏବଂ, ଦଶକଟି ସରିବା ବେଳକୁ କାରଖାନା ଓ ଗୋଦାମମାନଙ୍କ ଆଗରେ ଯାଇ ଧାଡ଼ି ବାନ୍ଧି ପିକେଟିଂ କଲେ ଏବଂ ତା’ପରେ ସୈନ୍ୟମାନେ ଧାଡ଼ି ବାନ୍ଧି ଯୁଦ୍ଧକ୍ଷେତ୍ରକୁ ଯାଉଥିବା ମଧ୍ୟ ଦୃଷ୍ଟିଗୋଚର ହୋଇଥିଲା । ସେହି ଯେଉଁ ଦଶବର୍ଷର ଅବଧିଟି,–ସେଇଟିକୁ ପ୍ରକୃତରେ ଭାରି ସହଜରେ ଏକ ବିଶେଷ କେତୋଟି ବର୍ଷ ବୋଲି ନିଶ୍ଚୟ ମନେ କରିହେବ,–ଆମେ ସେଇଟିକୁ ଏକ ବୃହତ୍ତର ସମାଜ-ପରିବର୍ତ୍ତନର ଗୋଟିଏ ଅଂଶ ବୋଲି ହିଁ ଜାଣିବା । ପରିବର୍ତ୍ତନଟି ତାହାର ଆଗର ଆରମ୍ଭ ହୋଇ ଯାଇଥିଲା ଏବଂ, ଏବେ ମଧ୍ୟ ସେଇଟି ସମାପ୍ତ ହୋଇ ଯାଇ ନାହିଁ । ତଥାପି, ସେହି ଦଶନ୍ଧିଟିର ଏକ ଖାସ୍ ପରିଚୟ ମଧ୍ୟ ରହିଥିଲା ଏବଂ, ସେତେବେଳେ ତାହାରି ଅନୁରୂପ କେତେକ ବିଶେଷ ମତଗତ ଦୃଷ୍ଟିକୋଣର ଆବିର୍ଭାବ ଘଟିଥିଲା । ଯେତେ ଯାହା ସମସ୍ୟା, ସେସବୁ ତୁଚ୍ଛା ଶାବ୍ଦିକ ବୋଲି ଘୋଷଣା କରୁଥିବା ଯେଉଁ ବିଶ୍ଵାସଟି, ସେଇଟି ମଧ୍ୟ ସେହି କାଳର ଗୋଟିଏ ମତ । ମୁଁ ଭାବୁଛି, ଲୋକସାଧାରଣଙ୍କ ଭିତରେ ଏଇଟି ସେତେ ବ୍ୟାପକ ଭାବରେ ତଥାପି ପ୍ରସାର ଲାଭ କରି ନାହିଁ ଏବଂ ଅଧିକାଂଶ ଲୋକ ଏପରି ଗୋଟିଏ ମତର ପୋଷଣ କରି ସମ୍ଭବତଃ ଆଦୌ ତିଷ୍ଠି ରହି ପାରି ନଥାନ୍ତେ । ଅବଶ୍ୟ ବୁଦ୍ଧିବାଦୀ ବର୍ଗଟି ଭିତରେ ତାହା ବେଶ୍ ଖୁଦ୍ ସର୍ବଜନବିଦିତ ହୋଇ ରହିଯାଇଛି, ଆମ ସମାଜର ଏପରି ଗୋଟିଏ ବର୍ଗ, ଯେଉଁଟିରେ କି ସଦସ୍ୟମାନେ ପୂର୍ଣ୍ଣତଃ ନିଜ ଇଚ୍ଛାରେ ନିଜକୁ ଆଣି ସାମିଲ କରି ଦେଇଥାନ୍ତି ଏବଂ, ପହଞ୍ଚି ଯାଇଛନ୍ତି ବୋଲି କେବଳ ଏକ ଘୋଷଣା କରି ହିଁ ବର୍ଗଟିର ଅନ୍ତର୍ଭୁକ୍ତ ହୋଇ ରହି ଥାଆନ୍ତି । ଯଦି ପାଠକମାନଙ୍କ ମଧ୍ୟରୁ କେହି ଆପଣାକୁ ଏହି ବର୍ଗଟିର ବାହାରେ ବୋଲି ଅନୁଭବ କରିଥାନ୍ତି, ତେବେ ସେମାନେ ସେହିପରି ଇଚ୍ଛା କଲେ ହୁଏତ ଏହି ଅଧ୍ୟାୟଟିରୁ ଆଗକୁ ପାଠ କରିବାକୁ ନିଜକୁ ବିରତ କରି ରଖି ପାରିବେ ଏବଂ ତଦ୍ଦ୍ଵାରା ଅନ୍ତତଃ ଗୋଟିଏ ସାମାଜିକ ଅନ୍ଧବିଶ୍ଵାସରୁ ବାହାରେ ରହି ବେଶ୍ ଲାଭବାନ୍ ହୋଇ ପାରିବେ । ମାତ୍ର, ସେମାନେ ଯଦି ଆପଣାକୁ ଏଇଟିର ଜଣେ ଜଣେ ସଦସ୍ୟ ବୋଲି ଜାଣିଥିବେ, ତେବେ ମୁଁ ଅବଶ୍ୟ ଏପରି ଭାବିବି ଯେ, ଏହି ଆଲୋଚନାଟି ସେମାନଙ୍କ ପାଇଁ ନିଶ୍ଚୟ ଉପଯୋଗୀ ହେବ ।

 

ଯେତେବେଳେ ହିଟ୍‌ଲର୍ ୧୯୩୮ରେ ଅଷ୍ଟ୍ରିଆରେ ପ୍ରବେଶ କଲେ, ସେତେବେଳେ ସିଏ ଆଉ ଅନ୍ୟ ପ୍ରତିଭାଶାଳୀ ବୁଦ୍ଧିଜୀବୀଙ୍କ ସହିତ ଭିଏନା-ଗୋଷ୍ଠୀ ନାମକ ଏକ ଦାର୍ଶନିକ ବିଚାରଶାଖାର କିଛି ସଦସ୍ୟଙ୍କୁ ମଧ୍ୟ ଦେଶର ବାହାରକୁ ତଡ଼ି ଦେଇଥିଲେ । ସେହି ଶାଖାଟି ଭିଏନା ସହରରେ ଦ୍ଵିତୀୟ ଦଶକଟିରୁ ରହି କ୍ରମେ ବୃଦ୍ଧିଲାଭ କରୁଥିଲା । ଗୋଷ୍ଠୀଟି ପ୍ରକୃତରେ ଊନବିଂଶ ଶତାବ୍ଦୀର ୟର୍ନ୍‌ଷ୍ଟ୍ ମାଖ୍ ଏବଂ ଅଷ୍ଟାଦଶ ଶତାବ୍ଦୀର ହ୍ୟୁମ୍‌ଙ୍କର ଦାର୍ଶନିକ ବିଚାର-ବିଶ୍ଳେଷଣକୁ ଭିତ୍ତି କରି ଆପଣାର ପ୍ରତିଷ୍ଠା କରିଥିଲା । ମୂଳତଃ ନ୍ୟାୟଶାସ୍ତ୍ର ଓ ବୈଜ୍ଞାନିକ ପ୍ରଣାଳୀର ଚର୍ଚ୍ଚା କରୁଥିଲା-। ବିଶ୍ଵାସ ମଧ୍ୟ କରୁଥିଲା ଯେ, ସବୁ ନହେଲେ ମଧ୍ୟ ଏଦଶକର ଅଧିକାଂଶ ମୁଖ୍ୟ ମୁଖ୍ୟ ସମସ୍ୟା ପ୍ରକୃତରେ ଶବ୍ଦମାନଙ୍କର ଯଥାର୍ଥ ବିବେଚନା ନକରି ଭାଷାରେ ବ୍ୟବହାର କରା ଯାଉଥିବାରୁ ହିଁ ଜନ୍ମଲାଭ କରିଛି । ତେଣୁ, ଗୋଷ୍ଠୀଟି ଦର୍ଶନଚର୍ଚ୍ଚାର କ୍ଷେତ୍ରଟିରୁ ବାକ୍ୟ-ବିନ୍ୟାସ ଏବଂ ସଜ୍ଞା ନିରୂପଣର ସର୍ବବିଧ ଅସ୍ପଷ୍ଟତାକୁ ଦୂର କରିବାର କାର୍ଯ୍ୟଟିକୁ ଅତ୍ୟାବଶ୍ୟକ ମନେ କରି ଗ୍ରହଣ କରି ନେଇଥିଲା । ନ୍ୟାୟଶାସ୍ତ୍ରୀୟ ପ୍ରତ୍ୟକ୍ଷବାଦ ନାମକ ଦର୍ଶନ-ପଦ୍ଧତିଟିର ପ୍ରକୃତରେ ଏହିପରି ଭାବରେ ଉଦ୍‌ଭବ ହୋଇଥିଲା ।

 

ମତଟିର ମୂଳ ପ୍ରତିଷ୍ଠାତାମାନଙ୍କର ଜୀବନ ତାହାରି ଫଳରେ ନାନା ବିପଦର ସମ୍ମୁଖୀନ ହୋଇଥିଲା । ଜଣେ ତାଙ୍କର ଛାତ୍ରଙ୍କ ଦ୍ଵାରା ନିହତ ହୋଇଥିଲେ । ଶ୍ରୀଯୁକ୍ତ ଭିଟ୍‌ଗେନ୍‌ଷ୍ଟାଇନ୍ ଯୁଦ୍ଧ ଆରମ୍ଭ ହେବା ମାତ୍ରକେ ଇଂଲଣ୍ଡ ପଳାଇଲେ । ଏବଂ ଆଉ ଜଣେ ଆମେରିକା ଚାଲି ଯାଇଥିଲେ । ଏବଂ, ପ୍ରତ୍ୟକ୍ଷବାଦର ସେହି ସିଦ୍ଧାନ୍ତଟି ସେମାନଙ୍କ ପୂର୍ବରୁ ମଧ୍ୟ ପଶ୍ଚିମାଭିମୁଖୀ ହୋଇ ଏପରି ଏକ ରୂପ ଧାରଣ କରି ନେଇଥିଲା, ଯାହାକି ସେମାନେ ହୁଏତ ଇଚ୍ଛା ମଧ୍ୟ କରି ନଥିଲେ । ନୂଆ ନୂଆ ଅନୁଗାମୀମାନେ ପହଞ୍ଚି ସାମାଜିକ ସମସ୍ୟାଗୁଡ଼ିକର ଚର୍ଚ୍ଚାମାନ ମଧ୍ୟ ଆରମ୍ଭ କରି ଦେଇଥିଲେ; ସେଗୁଡ଼ିକ ମଧ୍ୟ ସତେ ଯେପରି କେବଳ କେତେକ ଶବ୍ଦ ବ୍ୟତୀତ ମୋଟେ କିଛି ନୁହେଁ ବୋଲି ବିଚାର କଲେ । ସତେ ଯେପରି ଫାସିଷ୍ଟ୍‌ବାଦର ବିରୋଧରେ ଚାଲିଥିବା ସଂଘର୍ଷଟି ମଧ୍ୟ ଏକ ଖାସ୍ ମତଲବରେ ଶବ୍ଦଗୁଡ଼ିକର ବ୍ୟାଖ୍ୟା ବ୍ୟତୀତ ବସ୍ତୁତଃ କିଛି ନୁହେଁ ବୋଲି ଭାବିଲେ । ଏବଂ, ଯହୁଁ ଯହୁଁ ଭୟଙ୍କରତାମାନ ବୃଦ୍ଧି ପାଇଲା ଓ ଜୀବନମାନେ ବଳି ପଡ଼ିବାକୁ ଆରମ୍ଭ କଲେ, ସେତେବେଳେ ସେମାନେ ତାହାକୁ “ନ୍ୟାୟକୁ ଅବଲମ୍ବନ କରି ପୃଥିବୀର ଏକ ନିର୍ମାଣ” ଆରମ୍ଭ ହେଉଛି ବୋଲି କହିଥିଲେ ।

 

ଏହିପରି ଏକ ସଙ୍କଟମୟ ସମୟରେ ତଥା ଏପରି ଦୀର୍ଘକାଳ ନିମନ୍ତେ ଜଣେ ମନୁଷ୍ୟ “କେବେ ନ୍ୟାୟଶାସ୍ତ୍ର ଦ୍ଵାରା ପ୍ରେରିତ ହୋଇ ପୃଥିବୀର ଗଠନ” ବିଷୟରେ ମନୋନିବେଶ କରିବା ଲାଗି ଏପରି ଆଗ୍ରହୀ ହେବ ? ସେହି କାର୍ଯ୍ୟଟିର ଆଦୌ କୌଣସି ମହତ୍ତ୍ଵ ନାହିଁ ବୋଲି ମୁଁ କେବେହେଲେ କହୁନାହିଁ । ବରଂ, ଏହି କଥାଟି ଅଧିକ ପରିମାଣରେ ସତ୍ୟ ଯେ, ଯେତେ ଅପୂର୍ଣ୍ଣତାଯୁକ୍ତ ଭାବରେ ହେଉ ପଛକେ, ସେହି କାର୍ଯ୍ୟଟିରେ ହାତ ଦେଲେ ତାହା ଅନ୍ୟ ଯାବତୀୟ ସମସ୍ୟା ଉପରେ ମଧ୍ୟ ପ୍ରକୃତରେ ବହୁତ ଆଲୋକପାତ କରିବ । ମାତ୍ର, ଯେତେବେଳେ ଏମାନଙ୍କ ସଦୃଶ ମନୁଷ୍ୟମାନେ ଏଇଟି ହିଁ ଦର୍ଶନ-ଆଲୋଚନାର ସର୍ବପ୍ରଧାନ କର୍ତ୍ତବ୍ୟ ବୋଲି ଦାବୀ କରିବେ ଏବଂ ଦର୍ଶନ କେବଳ ଭାଷାକୁ ନେଇ ଅଧିକରୁ ଅଧିକ ଗାମ୍ଭୀର୍ଯ୍ୟ ସହିତ ଭାଷାର କ୍ଷେତ୍ରରେ ହିଁ ଆପଣାକୁ ସମ୍ପୃକ୍ତ କରି ରଖିବା ଉଚିତ ବୋଲି ଘୋଷଣା କରିବ, * ତେବେ, ଆମର ଏହି ନାନାଭାବେ ହିଂସ୍ରତାପୂର୍ଣ୍ଣ ସମୟଟାରେ ସେଇଟି ପରି ଗୋଟିଏ ଦୁର୍ବଳ ତଥା ସ୍ୱଳ୍ପ ବିଶ୍ଵାସ ସିଦ୍ଧାନ୍ତଟିଏ କିପରି ଯେ ସମୃଦ୍ଧି ଲାଭ କରି ପାରିଛି, ଆମକୁ ବସ୍ତୁତଃ ସେଇଟି ବିଷୟରେ ମଧ୍ୟ ଏକ ଅନୁସନ୍ଧାନ କରିବାକୁ ହେବ ।

 

*Ludwig Wittgenstein : Tractatus Logico-Philosophicus, Harcout, Brace & Co. New York, 1922, p, 63.

 

ତାହାର ଉତ୍ତର ସମ୍ଭବତଃ ଏହିଭଳି କିଛି ହୋଇପାରେ । ଆମେ ଅନୁମାନ କରିବା ଯେ ଜଣେ ମନୁଷ୍ୟ ଏଭଳି ଗୋଟିଏ ଘୋର ବିପତ୍ତି ଭିତରେ ବାସ କରୁଛି, ଯେଉଁଟି କି ସମଗ୍ର ସମୁଦାୟଟିକୁ ମଧ୍ୟ ଗ୍ରସ୍ତ କରି ରଖିଛି । ସମାଜ ଅବଶ୍ୟ ଆପଣାର କ୍ଷତିଗୁଡ଼ିକର ପୂରଣ କରି ପାରିବ ବୋଲି ଯଦି ସିଏ ବିଚାର କରୁଥିବ, ତେବେ ସିଏ ଏକାଧିକ ଦାର୍ଶନିକ ଅନୁମାନ ସହିତ ନିଜକୁ ସମ୍ପୃକ୍ତ କରି ପକାଇବ : ଉଦାହରଣ ସ୍ୱରୂପ, ଏହି ପୃଥିବୀରେ ମୋଟେ କିଛି ହେଲେ ଯେମିତି ସେମିତି ହୋଇ ରହେ ନାହିଁ ଏବଂ ତେଣୁ ସେଥିରେ ଏକ ପରିବର୍ତ୍ତନ ସର୍ବଦା ସମ୍ଭବ ହୁଏ-। କିମ୍ବା, ସମାଜରେ ଥିବା ଆମେ ସମାଜଠାରୁ ପ୍ରକୃତରେ ବହୁ ଜ୍ଞାନ ଲାଭ କରୁ ଏବଂ ସେହି ଜ୍ଞାନର ବଳରେ ହିଁ ତାହାକୁ ନିୟନ୍ତ୍ରିତ କରି ରଖିହୁଏ । କିନ୍ତୁ, ନାଇଁ, ଏହି ବିପଦଟିରୁ ସମାଜକୁ ଆଦୌ ରକ୍ଷା କରି ହେବ ନାହିଁ ବୋଲି ଯଦି ତୁମେ ବିଚାରୁଥିବ, ତେବେ ତୁମର ଦର୍ଶନମତ ଗୁଡ଼ିକ ମଧ୍ୟ ସେହି ଅନୁସାରେ ଅବଶ୍ୟ ତିଆରି ହୋଇଯିବେ । ତୁମେ ହୁଏତ ଧୈର୍ଯ୍ୟର ସହିତ ସବୁକିଛିକୁ ସହ୍ୟ କରି ନେବା ପାଇଁ ସ୍ଥିର କରିବ ଓ ତେଣୁ ଆତ୍ମସଞ୍ଜମ ଅବଲମ୍ବନ କରିବ କିମ୍ବା ନାଇଁ, ଏଥର କିଛି ଅଧିକ ସତର୍କ ଭାବରେ ସୁଖଗୁଡ଼ିକୁ ଭୋଗ କରିବାକୁ ହେବ ବୋଲି ନିଷ୍ପତ୍ତି କରିବ ଏବଂ ସୁଖବାଦୀ ହେବ । ଅଥବା, ଏପରି ଗୋଟିଏ ନିର୍ଣ୍ଣୟ ମଧ୍ୟ କରିପାରିବ ଯେ, ଆମେ ଗ୍ରହଣ କରି ନେଇଥିବା ସକଳ ମୂଲ୍ୟ ପ୍ରକୃତରେ ତିରସ୍କୃତ ହିଁ ହେବା ଉଚିତ ଏବଂ ସେହି କ୍ଷେତ୍ରରେ ତୁମକୁ ଜଣେ ତୁଚ୍ଛା ଦୋଷଦର୍ଶୀ ବୋଲି ମଧ୍ୟ କୁହାଯିବ । ଅଥବା, ତୁମେ ଏପରି ମଧ୍ୟ ଭାବିବା ନିମନ୍ତେ ଚେଷ୍ଟା ହୁଏତ କରିବ ଯେ, ଯଥାର୍ଥ ଜ୍ଞାନ ଅର୍ଜନ କରିବା କଦାପି ସମ୍ଭବ ନୁହେଁ ଏବଂ ଆମେ ପ୍ରକୃତରେ ସୁଖୀ ନୋହୁ ବୋଲି ପ୍ରକୃତରେ କହି ହେବନାହିଁ; ଏବଂ, ତାହାର ଅର୍ଥ ହେଉଛି ଯେ ତୁମେ ସଂଶୟବାଦୀଙ୍କ ପରି କହୁଛ, ଏକଦା ଗ୍ରୀସରେ ଏହି ଚାରୋଟିଯାକ ଦୃଷ୍ଟିକୋଣର ଆବିର୍ଭାବ ଘଟିଥିଲା; ଏକ ସାଧାରଣ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ସକଳ ସମୟରେ ଆମେ ସମସ୍ତେ ଏହିଭଳି ଆଦର୍ଶଗତ ପ୍ରକାରମାନଙ୍କ ଦ୍ଵାରା ହିଁ ପରିଚାଳିତ ହେଉ ।

 

ପୁନଶ୍ଚ, ଯଦି କୌଣସି ସମୂହ ବିପଦଟି ମଧ୍ୟରୁ ବାହାରି ଆସିବାର ମାର୍ଗଟିଏ ଆବିଷ୍କାର କରି ପାରିବ, ସେତେବେଳେ ଏହି ଦର୍ଶନମାନେ ମଧ୍ୟ ପ୍ରକୃତରେ ଅପସରି ଯିବେ । ତାହାର ଗୋଟିଏ କାରଣ ହେଉଛି ଯେ ସେଗୁଡ଼ିକ ଆଉ କୌଣସି କାମରେ ଲାଗିବେ ନାହିଁ ଓ ଏକ ଦ୍ଵିତୀୟ କାରଣ ହେଉଛି ଯେ, ଲୋକମାନେ ଏବଂ ସେମାନଙ୍କର ପ୍ରତ୍ୟେକ ଦିନର ଅଭିଜ୍ଞତାମାନ ତାହାକୁ ଭୁଲ ବୋଲି ପ୍ରମାଣ କରି ଦେଉଥିବେ । ସାମାଜିକ ସମସ୍ୟାଗୁଡ଼ିକର ସମାଧାନ କରି ଲୋକମାନେ ଏହି ଦୃଢ଼ ପ୍ରତ୍ୟୟଟିକୁ ଲାଭ କରିଥାନ୍ତି ଯେ, ସେମାନଙ୍କଠାରେ ଅବଶ୍ୟ ଆବଶ୍ୟକ ଜ୍ଞାନ ରହିଥାଏ-। ଏବଂ ତେଣୁ ସଂଶୟବାଦର କୌଣସି ଅବକାଶ ଆଉ ନଥାଏ । ସମାଧାନଟି ହେତୁ ପ୍ରାଚୁର୍ଯ୍ୟର ବୃଦ୍ଧି ହୁଏ ଏବଂ ବସ୍ତୁଗୁଡ଼ିକର ମଧ୍ୟ ଏକ ଅଧିକ ଉତ୍ତମ ବଣ୍ଟନ ସମ୍ଭବ ହୋଇଥାଏ । ତେଣୁ, ଅଧିକ ସୁଖ ସମ୍ଭବ ହୁଏ ଏବଂ ସମ୍ମୁଖୀନ ହେବାକୁ ପଡ଼ୁଥିବା ଆତଙ୍କିତ ଅବସ୍ଥାମାନଙ୍କର ସଂଖ୍ୟା କମିଯାଏ-। ଉଚିତ ବୋଲି ଗୃହୀତ ମୂଲ୍ୟଗୁଡ଼ିକର କ୍ଷେତ୍ରରେ ମଧ୍ୟ ଦୃଢ଼ତା ସମ୍ଭବ ହୋଇପାରେ । ପ୍ରସାରଣର ପର୍ଯ୍ୟାୟମାନଙ୍କରେ ଲୋକମାନଙ୍କର ପ୍ରକୃତରେ ଆସ୍ଥା ଥାଏ ଏବଂ ବୃହତ୍ ନାନାବିଧ ବିଚାର ମଧ୍ୟ କରି ହୁଏ । ପ୍ରତ୍ୟେକ ଦିନରେ ଯାହାକିଛି ପ୍ରକୃତରେ ସମ୍ଭବ ହେଉଥାନ୍ତି, ସେଗୁଡ଼ିକ ସଂଶୟବାଦୀମାନଙ୍କୁ ଅଡ଼ୁଆରେ ପକାଇ ଦିଅନ୍ତି, ପ୍ରାପ୍ତ ନାନା ସଫଳତା ଦ୍ଵାରା ମୁଗ୍ଧ ହୋଇ ଦୋଷଦର୍ଶୀମାନେ ଆପଣାର ଦୋଷଦର୍ଶିତାର ବେଢ଼ାମାନଙ୍କ ଭିତରୁ ବାହାରି ଆସନ୍ତି, ସୁଖକାମୀମାନେ ଆଉ ସଦାସତର୍କ ହୋଇ ରହିବାର କୌଣସି ପ୍ରୟୋଜନ ନାହିଁ ବୋଲି ଜାଣି ମିଛ ସତର୍କତାମାନଙ୍କରେ ପଡ଼ି ରହନ୍ତି ନାହିଁ ଏବଂ ସଂଯମବାଦୀମାନେ ଏହାପରେ ପ୍ରତିକୂଳ ସମୟରେ ସଂଯମ ଅବଲମ୍ବନ କରିବା ପରିବର୍ତ୍ତେ ଆଶାନ୍ଵିତ ଏବଂ ଉତ୍ସାହିତ ହୋଇ ରହନ୍ତି । ଏକ ଉଜ୍ଜ୍ଵଳତା ସତେଅବା ଭବିଷ୍ୟନାମକ ସେହି ସମ୍ଭାବନାଟିକୁ ସର୍ବଦା ଆଲୋକିତ କରି ରଖିଥାଏ ଏବଂ, ସେତେବେଳେ ଆଉ ଏପରି ବିଚାର କରିବାର ଆବଶ୍ୟକତା ମଧ୍ୟ ନଥାଏ ଯେ ପୁନର୍ଜୀବନ ଲାଭ କରିବାରେ ଲାଗିଥିବା ଏକ ପୃଥିବୀରେ ଦରଶନ ବସ୍ତୁତଃ କେବଳ କଥା ବଖାଣିବାର ଏକ ଶାବ୍ଦିକ ଧନ୍ଦା ହୋଇ ରହିଥାଏ ।

 

ତଥାପି, ଯଦି ବାହାରି ଆସିବାରେ ବିଳମ୍ବ ମଧ୍ୟ ଘଟେ ଏବଂ ତେଣୁ ପ୍ରତ୍ୟାଶାଗୁଡ଼ିକ ସମୟମତେ ବି ଫଳିବେ ନାହିଁ ବୋଲି ଜାଣି ହେଉଥାଏ, ଏବଂ ପୁନଶ୍ଚ, ଯଦି ଦୁର୍ଭାଗ୍ୟବଶତଃ ଏକ ଧୀର ଏବଂ ବିଷଣ୍ଣ କରି ରଖୁଥିବା ଅବନତିର ମଧ୍ୟ ସଙ୍କେତ ମିଳୁଥାଏ, ତେବେ ଦର୍ଶନର ଗତି ପ୍ରକ୍ରିୟାଟି ପ୍ରକୃତରେ ଏକ ଅନ୍ୟ ଦିଗରେ ହିଁ ଯିବାକୁ ଆରମ୍ଭ କରେ । ପ୍ରଥମତଃ, ଆମ ସମ୍ମୁଖରେ ଏକ ସାମାଜିକ ସଙ୍କଟ-ଅବସ୍ଥା ଆସି ଉପଗତ ହୋଇଥାଏ, ଯାହାକି ସମ୍ପୃକ୍ତ ଆମ ସର୍ବଜନଙ୍କୁ ହିଁ ବିପନ୍ନ କରେ ଏବଂ, ଦ୍ଵିତୀୟତଃ ଏଥିମଧ୍ୟରୁ ପ୍ରତିକାରଟିଏ ଖୋଜିବାକୁ ଯାଇ ଆମେ ଅତ୍ୟନ୍ତ ବିମୂଢ଼ ଓ ନିରାଶ ମଧ୍ୟ ହୋଇଯାଉ । ଏପରି ଯେ ଘଟେ, ସମ୍ଭବତଃ ତାହାର କାରଣ ହେଉଛି ଯେ, ଆମେ ଯଥେଷ୍ଟ ଦୂରଯାଏ ପରିସ୍ଥିତିଟିକୁ ଅନୁସନ୍ଧାନ କରି ଦେଖି ନଥାଉ; ତଥାପି, ଆମର ବିଫଳତାଟି ପ୍ରକୃତରେ ସ୍ପଷ୍ଟ ହିଁ ହୋଇ ଯାଉଥାଏ । ହୁଏତ ଆମେ ଠିକ୍ ସମାଧାନଟିକୁ ଖୋଜୁନଥିଲୁ ବୋଲି ଭାବିବାକୁ ଆରମ୍ଭ କରିଦେଉ । ସତେଅବା, ଖୁବ୍ ଛନ୍ଦିହୋଇ ପଡ଼ୁଥାଉ : ଭାବୁଥାଉ, ସମ୍ଭବତଃ କୌଣସି ଅସ୍ପଷ୍ଟ ବାକ୍ୟବିନ୍ୟାସ ଓ ଅସ୍ପଷ୍ଟ ସଜ୍ଞା ନିରୂପଣ ହେତୁ ଆମେ ହୁଏତ ଏପରି ଛନ୍ଦି ହୋଇଗଲୁ । ଭାରି ଅସୁଖୀ ହେଉ : ହଁ, ସେହି ‘ଅସୁଖୀ’ ଶବ୍ଦଟିର ନିର୍ଭୁଲ ସଂଜ୍ଞାଟିଏ କରିବାର ଏକ ବାଟ ଯଦି ଆମକୁ ଜଣା ଥାଆନ୍ତା, ତେବେ ଆମେ ତଥାପି ଅବଶ୍ୟ ସୁଖୀ ବୋଲି ବେଶ୍ ଆବିଷ୍କାର କରି ପାରନ୍ତୁ । ହଁ, ଆମ ବ୍ୟାଙ୍କ୍ ଖାତାରେ ଆଉ ପଇସା ନାହିଁ; ଏବଂ, ଯଦି ଆମେ ସତକୁସତ ‘ଅଛି’ ର ବାକ୍ୟ ବିନ୍ୟାସ ଏବଂ ‘ନାହିଁ’ର ନକାରାତ୍ମକତାଟିକୁ ଜାଣିଥାନ୍ତୁ, ତେବେ ତ ନିଶ୍ଚୟ ଧନୀ ହୋଇ ଯାଆନ୍ତୁ । କାରଣ, କଥାର କ୍ଷେତ୍ରରେ ପରିଷ୍କାର ନ ହୋଇଥିଲେ ତାହାହିଁ ସର୍ବବିଧ ବିମୂଢ଼ତାର କାରଣ ହୁଏ । ହଁ, କାରଣ, ଏହି ସବୁକିଛି ସମସ୍ୟା, ଏଗୁଡ଼ିକ କେବଳ ଶବ୍ଦଗତ ।

 

କେଡ଼େ ସହଜରେ ଏକ ସମାଧାନ ମିଳିଗଲା ପରି ଲାଗୁଛି, ଏଇଟି ହିଁ ହେଉଛି ସେଥିରେ ନିହିତ ପ୍ରକୃତ ଏକ ସୌନ୍ଦର୍ଯ୍ୟ । ଏକ ଯଥେଷ୍ଟ ଏବଂ ବୋଧ୍ୟ ପରିମାଣର ବୁଦ୍ଧି ରହିଥିବା ବ୍ୟକ୍ତି ଅନ୍ୟ ଜଣେ ଏହିପରି କହୁଥିବା ବେଳେ ସେଇଟିକୁ ଅବଶ୍ୟ ବୁଝି ପାରିବ । ଆପେ ମଧ୍ୟ ସେହିପରି କରିବାରେ ସମର୍ଥ ହେବ । ହୁଏତ ବଡ଼ ବଡ଼ ଅଭିଧାନର ସନ୍ଧାନ କରି କୌଣସି ଲାଇବ୍ରେରୀକୁ ଯିବା ଆବଶ୍ୟକ ହେବ,–କିଛି ଭଲ ଭଲ ବ୍ୟାକରଣ ଗ୍ରନ୍ଥର ସହାୟତା ଲୋଡ଼ିବାକୁ ହେବ ଏବଂ ଶବ୍ଦଗୁଡ଼ିକର ଯଥାର୍ଥ ବିଜ୍ଞାନ ବିଷୟରେ ମୋଟା ପୁସ୍ତକ ଅଧ୍ୟୟନ କରିବାକୁ ହେବ ।* ହଁ, ଏହି ସମଗ୍ର କାର୍ଯ୍ୟଟି ହୁଏତ ଟେଲିଫୋନ ବହିରେ ରହିଥିବା ନାମଗୁଡ଼ିକୁ ଗଣି ନିଜର ପରିଚିତ ବନ୍ଧୁ ସଂଖ୍ୟାରେ ଏକ ବୃଦ୍ଧି ଘଟାଇବା ପରି କିଞ୍ଚିତ୍ ପରିମାଣରେ ଅବଶ୍ୟ ଲାଗିବ ।

 

ପୁନଶ୍ଚ, ଯେତେବେଳେ ଏପରି ଗୋଟିଏ ଭୟଙ୍କର ସମସ୍ୟା ନିକଟରେ ଏଭଳି ଭବ୍ୟ ସମାଧାନଟିଏ ବିଦ୍ୟମାନ ରହିଥିବ, ସେତେବେଳେ ବୈଷମ୍ୟଟା ମଧ୍ୟ ଅତ୍ୟନ୍ତ ଜଳ ଜଳ ହୋଇ ନିଶ୍ଚୟ ଦିଶିଯାଇ ପାରିବ । ସାମାଜିକ ବିପର୍ଯ୍ୟୟଗୁଡ଼ିକ ବେଳେ ବେଳେ ଅତ୍ୟନ୍ତ ତୀବ୍ର ଅବଶ୍ୟ ହୋଇଥିବ; କିନ୍ତୁ, ଏହି ଶବ୍ଦାର୍ଥ ବିଜ୍ଞାନ ସଦୃଶ ଆଉ କିଛିହେଲେ କଦାପି ଅଧିକ ପ୍ରଶସ୍ତ ହେବ ନାହିଁ-। ଏବଂ, ଭଲ ବାକ୍ୟ ବିନ୍ୟାସ ଏବଂ ଅସ୍ପଷ୍ଟ ସଂଜ୍ଞାନିରୂପଣକୁ ନିଠ କରି ଧରି ତ ମନୁଷ୍ୟମାନେ ପୂରା ପାଗଳ ହୋଇଯିବେ ଏବଂ ପରସ୍ପରକୁ ହତ୍ୟା କରିବା ପାଇଁ ଅଗ୍ରସର ହୋଇ ଆସିବେ-। ପ୍ରତ୍ୟେକ ଶବ୍ଦ ବିଜ୍ଞାନୀ ନିଶ୍ଚିତ ଭାବରେ ଆପଣାକୁ ନିରର୍ଥକତାର କୌଣସି ମହାସାଗର ମଧ୍ୟରେ ଅବସ୍ଥିତ ଯଥାର୍ଥ ବୁଦ୍ଧିର ଗୋଟିଏ ଦ୍ଵୀପବତ୍ ଅବଶ୍ୟ ଅନୁଭବ କରୁଥିବ । ସିଏ ତା’ର ବାକ୍ୟଗୁଡ଼ିକୁ ସଂପୂର୍ଣ୍ଣ ନିର୍ଭୁଲ ଭାବରେ ରଚନା କରୁଥିବ ଏବଂ ପ୍ରତ୍ୟେକ ଶବ୍ଦର ଅର୍ଥଟିକୁ ସୁପ୍ରତିଷ୍ଠିତ କରି ରଖି ଦେଉଥିବ । ଏବଂ, ଯଦି ଚତୁର୍ଦ୍ଦିଗରୁ ହିଂସା ମାଡ଼ି ଆସୁଥିବ, ତେବେ ସିଏ ଆଉ ପ୍ରକୃତରେ କିପରି କ’ଣ କରି ପାରିବ ? ସିଏ ଯେ ସେହି ସଂଘର୍ଷଟିରୁ ନିଜକୁ ବିରାଟ କରି ରଖିବାଲାଗି ଅନୁମତି ଦେବ, ସେତିକି ନୁହେଁ, ସେଇଟି ପଛରେ ତା’ର ଦର୍ଶନଟି ମଧ୍ୟ ଅବଶ୍ୟ ଥିବ । ଏବଂ, ପଳାୟନ କରିବା ନିମନ୍ତେ ସିଏ ସେହି ଭିତରୁ ହିଁ ଏକ ଆଦେଶ ମଧ୍ୟ ପାଇଯିବ । *

 

* Chase, The Tyranny of words, Harcourtm Brace & Co, New York 1938, p. 94. Mr. Chase goes on to add, with charming wistfulness, “ Large sections are still blank in my mind. A book on the clarification of meaning should be so difficult to understand.”

 

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଶ୍ରୀଯୁକ୍ତ ଭିଟ୍‌ଗେନ୍‌ଷ୍ଟାଇନଙ୍କର କୁତର୍କଗୁଡ଼ିକ ଠାରୁ ଆରମ୍ଭ କରି ସେଗୁଡ଼ିକର ପରିପୂର୍ଣ୍ଣ ପ୍ରୟୋଗ ହେବାର ପର୍ଯ୍ୟାୟଟି ଯାଏ ଆସିବାଲାଗି ଏକ ଦୀର୍ଘ ସମୟ ଲାଗିଥିଲା । କିନ୍ତୁ ରାସ୍ତାଟି ସର୍ବଦା ସିଧା ହିଁ ରହିଥିଲା । ଭିଟ୍‌ଗେନ୍‌ଷ୍ଟାଇନ୍ ଯାହାକୁ ଭାଷାର ଏକ ସମ୍ୟକ୍ ଆଲୋଚନା ବୋଲି କହିଥିଲେ, ପରବର୍ତ୍ତୀ କାଳରେ ଶ୍ରୀଯୁକ୍ତ ଚେଜ୍ ତାହାକୁ ସାମାଜିକ କାର୍ଯ୍ୟକ୍ରମ ରୂପେ ପ୍ରଦର୍ଶିତ କରାଇଦେଲେ । ଶିଷ୍ୟଙ୍କର ନବୀନ ସମର୍ଥତାଟି ଗୁରୁ କହି ଯାଇଥିବା କଥାଟିକୁ ନୂତନ ଅର୍ଥବ୍ୟାଖ୍ୟା ଆଣି ଦେଇଥିଲା । ଶିଷ୍ୟ, ଶ୍ରୀଯୁକ୍ତ ଚେଜ୍‍ ସ୍ପେନ୍‌ର ଗୃହଯୁଦ୍ଧ ବିଷୟରେ ଯେଉଁ ଆଲୋଚନା କରିଥିଲେ, ତାହାରି ଆଲୋକଟିରୁ ହିଁ ପ୍ରତ୍ୟେକ ପକ୍ଷ ପ୍ରକୃତରେ କେଉଁଠାରେ ଯାଇ ସେତେବେଳେ ରହିଥିଲେ, ସେହି କଥାଟି ଖୁବ୍ ସ୍ପଷ୍ଟ ହୋଇଗଲା । ଶ୍ରୀଯୁକ୍ତ ଲୁଇ ଫିଶର୍ ୧୯୩୭ ମସିହାରେ ଯେଉଁପରି ଲେଖିଥିଲେ :

 

ବର୍ତ୍ତମାନ ସ୍ପେନ୍ ଉପରେ ଏକ ନିତାନ୍ତ ଲଜ୍ଜାହୀନ ଆକ୍ରମଣ ଆରମ୍ଭ ହୋଇ ଯାଇଛି । ଫାସିଷ୍ଟ୍‌ବାଦୀ ଶକ୍ତିମାନେ ସେମାନେ ନିଜେ ଦେଇଥିବା କେତେ ପ୍ରତିଶ୍ରୁତିର ଖୋଲାଖୋଲି ଉଲ୍ଲଙ୍ଘନ କରି ଓ ସର୍ବବିଧ ଆନ୍ତର୍ଜାତିକ ନିୟମକୁ ପାଣିକୁ ଫିଙ୍ଗିଦେଇ, ଶାଳୀନତା ଏବଂ ମାନବୋଚିତ ଯାବତୀୟ ଆଚରଣ ଭୁଲି ସ୍ପେନ୍‌ର ଅଧିବାସୀମାନଙ୍କୁ ଏବଂ ସେମାନେ ଲୋକତନ୍ତ୍ରର ପଦ୍ଧତି ଦ୍ଵାରା ଗଢ଼ିଥିବା ସରକାରକୁ ଦଳି ଚୂନା କରିଦେବା ଲାଗି ଚେଷ୍ଟା କରୁଛନ୍ତି । ମନେ ହେଉଛି, ଏଥିରେ ସତେଅବା ଆମର କାହାରି କିଛିହେଲେ କରିବାର ନାହିଁ । ଆମେ ସମସ୍ତେ କେଡ଼େ ସନ୍ତୋଷରେ ନିଷ୍କ୍ରିୟ ହୋଇ ବସିଛୁ; ଏହି ସଙ୍କଟ ସମୟରେ ସ୍ପେନ୍‌ର ଲୋକତନ୍ତ୍ର ଯେପରି ଆପଣାକୁ ରକ୍ଷା କରିପାରିବ, ଆମେ ସେଇଟି ସମ୍ଭବ ହୋଇ ପାରିବା ନିମନ୍ତେ କିଛି ବି କରୁନାହୁଁ । ନିରପେକ୍ଷତା ଅବଲମ୍ବନ କରି ରହିବାର ଏହି ଚରମ ଉଦାସୀନତା ଆମେରିକାକୁ ପ୍ରକୃତରେ କେଡ଼େ ସଫଳ ଭାବରେ ଫାସିଷ୍ଟ୍‌ମାନଙ୍କ ଆଡ଼କୁ ଆଉଜେଇ ନ ଦେଇଛି ।

 

ଶ୍ରୀଯୁକ୍ତ ଚେଜ୍‍ ଉକ୍ତ ବାକ୍ୟଗୁଡ଼ିକର ଉଦ୍ଧାର କରି ଏଭଳି ମନ୍ତବ୍ୟଟିଏ ମଧ୍ୟ ପ୍ରଦାନ କରିଛନ୍ତି :

 

ହଁ, ଏଥିରେ ବେଶ୍ ଆବେଗପୂର୍ଣ୍ଣ ଭାବରେ ୧୯୧୬ ବେଳର ସେହି ଏକାପରି ବୋଲଗୁଡ଼ିକର ସ୍ମରଣ କରାଯାଇଛି,–ଲୋକତନ୍ତ୍ରର ପକ୍ଷ ସମର୍ଥନ କରିବାକୁ ଆହ୍ଵାନଟିଏ ଦିଆଯାଇଛି । ମୁଁ ବେଶ୍ ବୁଝି ପାରୁଛି ଯେ ଶ୍ରୀଯୁକ୍ତ ଫିସର୍ ଆବଶ୍ୟକ ହେଲେ ଯୁଦ୍ଧ କ୍ଷେତ୍ରକୁ ଯିବାଲାଗି ମଧ୍ୟ ପ୍ରସ୍ତୁତ ଅଛନ୍ତି । ହଁ, ସିଏ ରୁଷିଆକୁ ରକ୍ଷା କରିବାକୁ ଯିବେ । ମୁଁ ସେଥିଲାଗି ମୋଟେ ପ୍ରସ୍ତୁତ ନୁହେଁ । ମୁଁ ତ ତୁମେ ଆଗରୁ କେବେହେଲେ ଦେଖି ନଥିବା ଗୋଟାଏ ଅଳସୁଆ ମନୁଷ୍ୟ, ଯିଏ କେଡ଼େ ସନ୍ତୁଷ୍ଟ ହୋଇ ରହି କେବଳ ବସି ହିଁ ରହିଥିବ ।

 

* ତତ୍ରୈବ, p, 340.

 

ଆମେ ଏହି କଥାଟିର ଐତିହାସିକ ପୃଷ୍ଠଭୂମିଟିକୁ ସ୍ମରଣ କରିବା । ସେତେବେଳେ ଜର୍ମାନୀରୁ ଏବଂ ଇତାଲୀରୁ ସୈନ୍ୟବାହିନୀ ଯାଇ ସ୍ପେନ୍‌ରେ ପହଞ୍ଚି ଯାଇଥିଲେ । ଏମାନେ ଆପେ ବାହାର କରିଥିବା ନୂତନ ଅସ୍ତ୍ରଗୁଡ଼ିକର ପରୀକ୍ଷା କରୁଥିଲେ ଏବଂ, ସର୍ବୋପରି, ଭାବୀ ବିଶ୍ଵଯୁଦ୍ଧ ସକାଶେ ଏକ ଅନୁକୂଳ ସ୍ଥିତି ମଧ୍ୟ ଯୋଗାଡ଼ କରି ନେଉଥିଲେ । ମାଦ୍ରିଦ ସହରର ପତନ ଘଟିଲା ଓ ତା’ପରେ ବରଷେ ମାତ୍ର ପୂରୁ ପୂରୁ ପାରିସ୍ ସହରର ପତନ ମଧ୍ୟ ଘଟିଥିଲା । ଆଉ ଗୋଟିଏ ବର୍ଷ ପରେ ରୁଷିଆ ଆକ୍ରମଣ ଆରମ୍ଭ ହୋଇଥିଲା ଓ ତାହାର ଛଅମାସ ପରେ ପର୍ଲ୍ ହାରବୋର ଉପରେ ଉଡ଼ାଜାହାଜମାନେ ଯାଇ ଉଡ଼ିଥିଲେ । ଫାସିଷ୍ଟ୍ ଶାସକମାନଙ୍କର ପହୁଞ୍ଚ ଭିତରେ ସେହି ଭୟଙ୍କର ମୁହୂର୍ତ୍ତରେ ପୃଥିବୀର ଭାଗ୍ୟ ଝୁଲିବାରେ ଲାଗିଥିଲା । ଆତ୍ମରକ୍ଷାର ସର୍ବପ୍ରଥମ ଧାଡ଼ିରେ ସ୍ପେନ୍ ହିଁ ଥିଲା ଓ ଶ୍ରୀଯୁକ୍ତ ଫିସର୍ ସେହି ପ୍ରଥମ ଧାଡ଼ିଟିକୁ ରକ୍ଷା କରିବା ସକାଶେ ନିବେଦନ ହିଁ କରିଥିଲେ । ଏବଂ, ଶ୍ରୀଯୁକ୍ତ ଚେଜ୍ ଅନ୍ୟ ପକ୍ଷରେ ସେଥିରେ ୧୯୧୬ ମସିହାର ଏକ ଆବେଗଯୁକ୍ତ ଆବେଦନ ବ୍ୟତୀତ ଆଉ କିଛିହେଲେ ବି ଦେଖି ପାରୁନଥିଲେ । ଏବଂ, ସେଥିଲାଗି ନିଜକୁ ଜଣେ ନାହିଁ ନଥିବା ନିର୍ଧୂମ ଅଳସୁଆ ଏବଂ ସନ୍ତୁଷ୍ଟ ହୋଇ ରହିଥିବା ବ୍ୟକ୍ତି ବୋଲି ମାନିନେଲେ । ଅର୍ଥାତ୍, ସକଳବିଧ ସମସ୍ୟାକୁ କେବଳ ଶାବ୍ଦିକ ବୋଲି ମାନିନେଲେ ଆମେ ନ୍ୟାୟତଃ ଓ ଅନିବାର୍ଯ୍ୟ ଭାବରେ ସବୁବେଳେ ସେହିପରି ଗୋଟିଏ ସିଦ୍ଧାନ୍ତରେ ଅବଶ୍ୟ ଯାଇ ପହଞ୍ଚିବା । ଏବଂ, ଏହିପରି ସେହି ସାମାଜିକ କାର୍ଯ୍ୟକ୍ରମ (ଯଦି ବସି ରହିବାଟାକୁ ଆଦୌ କୌଣସି କାର୍ଯ୍ୟକ୍ରମ ବୋଲି କୁହାଯାଏ), ସେହି ସିଦ୍ଧାନ୍ତ ଯେଉଁଟାକୁ ଠିକ୍ ବୋଲି କହିବାକୁ ଇଚ୍ଛା କରୁଥାଏ । ହଁ, ସେହି ବିଶ୍ଵାସ ତଥା ସେଇଟି ଯେଉଁ ବସି ରହିଥିବା ମାନଙ୍କୁ ସୃଷ୍ଟି କରିଥାଏ, ସେହିଗୁଡ଼ିକୁ ତ ଆମର ଏହି ସାଂପ୍ରତିକ ବର୍ଗଚୟର ମୃତ୍ୟୁ ଏବଂ ଯନ୍ତ୍ରଣାସକଳ ନିମନ୍ତେ ଅଂଶତଃ ଦାୟୀ କରିବାକୁ ପଡ଼ିବ ।

 

ଏବେ ଆମ ସମୟର ଇତିହାସ ଉପରେ ସତେଅବା କୌଣସି ଡାଆଣୀ ଡାକି ରୋଗ ଭଲ କରିବା ପରି ପ୍ରଭାବଟିଏ ପଡ଼ିଛି । ଜଣେ ଗୁଣିଆ ତ ସବୁବେଳେ ଏହିପରି ବିଶ୍ଵାସ କରିବ ଯେ, ତା’ ମନ୍ତ୍ର ବୋଲିବାରେ ନିଶ୍ଚୟ କିଛି ଭୁଲ ରହିଗଲା ବୋଲି ହିଁ ତା’ ଗୁଣିଟା ସଫଳ ହୋଇ ପାରିଲା ନାହିଁ । ତେଣୁ, ସିଏ ତା’ ଭାଷାରେ ଅଧିକ ଉନ୍ନତି ଘଟାଇବ, ଶବ୍ଦଗୁଡ଼ିକୁ ଅଧିକ ତୀକ୍ଷ୍‌ଣ କରିବ । ଏବଂ ଶବ୍ଦଗୁଡ଼ିକରେ ଏକ ପୁନଃସଂଯୋଜନା କରାଇବା ପାଇଁ ଚେଷ୍ଟା କରିବ । ତଥାପି, ଜୀବାଣୁମାନଙ୍କର ଗତିରୋଧ କରିବାରେ ମୋଟେ କିଛି କରି ପାରୁନଥିବା । ବରଂ ଓଲଟା କଥାଟି ଘଟିବ ଯେ, ତଦ୍ଦ୍ଵାରା ଜୀବାଣୁମାନେ ଅଧିକ ବଳ ପାଇବେ ଓ ଅଧିକ ବେଗରେ ଅଗ୍ରସର ହୋଇ ଯାଉଥିବେ । କାରଣ, ଯଥାର୍ଥ ପ୍ରକୃତ ଚିକିତ୍ସାଟିଏ ତଥାପି ସମ୍ଭବ ହୋଇ ନଥିବ । ଫାସିଷ୍ଟ୍‌ବାଦ ଶବ୍ଦଟିର ପ୍ରକୃତରେ କୌଣସି ସ୍ପଷ୍ଟ ଅର୍ଥ ନାହିଁ ବୋଲି ଯୁକ୍ତି କରି ଜର୍ମାନ୍ ଏବଂ ଇଟାଲୀର ଫାସିଷ୍ଟ୍‌ବାଦକୁ ଆଦୌ ଖତମ କରି ହୋଇନଥିଲା । ବରଂ, ଠିକ ଓଲଟା ପରିଣାମ ଘଟିବାପରି, ଶବ୍ଦଟିକୁ ଯେତିକି ଅଧିକ ଜୋର୍‍ ଦେଇ ଅର୍ଥହୀନ ବୋଲି କୁହାଗଲା, ସେହି ଆନ୍ଦୋଳନଟି ସେତିକି ଅଧିକ ବଳ ପାଇଲା ଏବଂ ତିଷ୍ଠି ରହିଲା । କାରଣ, ଶତ୍ରୁ ବୋଲି କେଉଁଠି କେହି ନାହାନ୍ତି ବୋଲି କହୁଥିବା ପର୍ଯ୍ୟନ୍ତ ଜନଗଣଙ୍କୁ କଦାପି ଶତ୍ରୁ ବିରୋଧରେ ସଂଗଠିତ କରି ହୁଏ ନାହିଁ । ଯଦି ଫାସିଷ୍ଟ୍‌ବାଦର ନାନା ଅବଶେଷକୁ ପୃଥିବୀଯାକ ତଥାପି ଅଭିବୃଦ୍ଧି ଲାଭ କରିବାକୁ ଛାଡ଼ି ଦିଆ ଯାଉଥିବ, ତେବେ ମନୁଷ୍ୟମାନଙ୍କର ଭବିଷ୍ୟସ୍ଥିତିଟି କେବେହେଲେ ପ୍ରତ୍ୟୟଯୁକ୍ତ ହୋଇ ପାରିବନାହିଁ ତଥା ତାହାର ନିୟତିଟିକୁ ନେଇ ବହୁବିଧ ନୈରାଶ୍ୟ ସବୁବେଳେ ରହିଥିବ । ଏବଂ ତେଣେ ଆମର କଳ୍ପିତ ଶବ୍ଦଟା ମୁତାବକ ବ୍ୟକ୍ତିମାନେ ତଥାପି ସମ୍ଭବ ହୋଇନାହାନ୍ତି ବୋଲି ଆମକୁ ଏକ ବୋଧ ଖୁବ୍ ଦିଆ ଯାଉଥିବ ।

 

ଦୁର୍ଭାଗ୍ୟବଶତଃ ବେଶ୍ ସେହିଭଳି ଏକ ପରିଣାମ ହିଁ ଆଖିରେ ଦେଖାଯିବା ପରି ଲାଗିଛି । କାରଣ, ଯେତେବେଳେ କେହି ବ୍ୟକ୍ତି କିମ୍ବା କୌଣସି ଆନ୍ଦୋଳନ ଏହି ଯାବତୀୟ ଅର୍ଥହୀନ ବିଚାରର ପ୍ରଦର୍ଶନ କରୁଛି ଓ ସେହି ଅନୁସାରେ ତାହାକୁ ନାମଟିଏ ବି ଦିଆଯାଉଛି, ସେତେବେଳେ ଜଣେ କେହି ନା କେହି ଶବ୍ଦବିଜ୍ଞାନୀ ନିଶ୍ଚତ ଭାବରେ ଆବିର୍ଭୂତ ହେଉଛନ୍ତି ଏବଂ, ସେହିପରି ଏକ ନାମକରଣର ଆଦୌ କୌଣସି ସଙ୍ଗତ ଅର୍ଥ ନାହିଁ ବୋଲି ଘୋଷଣା କରି ଦେଉଛନ୍ତି । ସିଏ କହୁଛନ୍ତି, ବାମ ପକ୍ଷଟାର ଯେପରି ନାମପତ୍ରଟିଏ ରହିଛି, ଦକ୍ଷଣପନ୍ଥୀମାନଙ୍କର ମଧ୍ୟ ସେହିପରି ଆଉଗୋଟିଏ ନାମସନ୍ତକ ରହିଛି ଏବଂ ଦୁଇଟିଯାକର ହିଁ ପ୍ରକୃତରେ ଅନୁରୂପ ଅର୍ଥ ନାହିଁ । ଏବଂ ଏହି ଯେଉଁ ଦୁଇଟିଯାକ ପକ୍ଷର ବାହାରେ ରହି ନିରପେକ୍ଷ ରହିବା, ସେଇଟି ବସ୍ତୁତଃ ଗୋଟାସୁଦ୍ଧା ଦେଖାଣିଆ କଥାଟିଏ । କାରଣ ବାସ୍ତବ ସକଳ ଅର୍ଥରେ ତାହା ଫାସିଷ୍ଟ୍‌ମାନଙ୍କୁ ହିଁ ସୁରକ୍ଷା ପ୍ରଦାନ କରୁଥାଏ କାରଣ ଏପରି ହେବାଦ୍ଵାରା ସାଧାରଣ ଜନଗଣ ସେମାନଙ୍କୁ ଚିହ୍ନି ପାରେନାହିଁ ଏବଂ ତେଣେ ଫାସିଷ୍ଟ୍‌ବାଦର ବିରୋଧ କରୁଥିବା ପକ୍ଷଟିକୁ ଏମାନେ କେବଳ କେତେଟା ଅନ୍ୟ ଶବ୍ଦଭିତରେ ଯାଇ ବାନ୍ଧି ହୋଇ ରହିଛନ୍ତି ବୋଲି ଅଭିଯୋଗ କରି କ୍ଷତି ମଧ୍ୟ ପହଞ୍ଚାଉ ଥାଆନ୍ତି ବର୍ତ୍ତମାନ ତ ମନୁଷ୍ୟମାନଙ୍କର କଲ୍ୟାଣସାଧନକୁ ଲକ୍ଷ୍ୟରୂପେ ଗ୍ରହଣ କରି ଆଗ୍ରହୀମାନଙ୍କୁ ଏକତ୍ର କରାଇବା କ୍ଵଚିତ୍ ସମ୍ଭବ ହିଁ ହେଉଛି, କାରଣ ସେହି କ୍ଷେତ୍ରରେ ନିଶ୍ଚୟ ଭାବରେ ଆଉଜଣେ ଆସି ସମଗ୍ର କାର୍ଯ୍ୟକ୍ରମଟି ଆଗରେ ବାଟ ଓଗାଳି ଛିଡ଼ା ହୋଇ ଯାଉଛି ଏବଂ ଏଥିରେ ଶବ୍ଦବ୍ୟବାହରଗତ କେତେ ଅସ୍ପଷ୍ଟତା ରହିଯାଇଛି ବୋଲି ଅଭିଯୋଗ କରୁଛି କାର୍ଯ୍ୟକାରିତାକୁ ମଧ୍ୟ ଶବ୍ଦବିଜ୍ଞାନ ଏହି ଦର୍ଶନ ଏକ ବେଶ୍ ଉପାଦେୟ ପରଖ ବୋଲି ଗ୍ରହଣ କରେ; ଏବଂ ତାହାରି ସାହାଯ୍ୟ ନେଇ ଯଦି ଆମେ ସେହି ଦର୍ଶନଟିକୁ ବିଚାର କରି ଦେଖିବା ତେବେ ଅବଶ୍ୟ ଉପଲବ୍ଧି ବି କରିବା ଯେ, ପ୍ରକୃତ ଅର୍ଥ ତଥା ମତଲବର କ୍ଷେତ୍ରରେ ଏପରି କରିବାଦ୍ଵାରା ସର୍ବଦା ଏକ ସ୍ଥିତାବସ୍ଥାର ପକ୍ଷଟିକୁ ଯେ ସମର୍ଥନ କରାଯାଉଥାଏ ଅଚିରେ ସେହି କଥାଟିକୁ ଜାଣିପାରିବା । କାର୍ଯ୍ୟତଃ, ବହୁସଂଖ୍ୟକ ଅବସରରେ ସେହି କଥାଟି ହିଁ ସର୍ବଦା ପ୍ରତ୍ୟକ୍ଷ ଭାବେ ପ୍ରତିପାଦିତ ହୋଇଛି ।

 

ଏହି ସିଦ୍ଧାନ୍ତଟି ପ୍ରକୃତରେ ସାଧାରଣ ଜୀବନରେ ଏକ ଗତିହୀନତା ଆଣିଦେବାରେ ଗୋଇଏ ମୂଳ କାରଣ; ସେହି ଗତିହୀନଟା ଆଦୌ ଧୀରେ ଧୀରେ ନୁହେଁ, ଖୁବ ଶୀଘ୍ର ହିଁ ଆସି ଗ୍ରାସ କରିଥାଏ । ବିଚାର ଓ କ୍ରିୟାଶୀଳତାର ସକଳ କ୍ଷେତ୍ରକୁ ଆକ୍ରାନ୍ତ କରେ ଏବଂ ସର୍ବତ୍ର ଗତିରହିତ କରିପକାଏ । ତାହାର ଏକ କଠୋର ସମୀକ୍ଷଣ କରିବା ଦ୍ଵାରା ଯଦି ମନୁଷ୍ୟମାନଙ୍କୁ ସଂଶୟାଚ୍ଛନ୍ନ କରି ନରଖି ପ୍ରକୃତରେ ପଥପ୍ରଦର୍ଶନ କରାଯାଇ ପାରୁଥାଆନ୍ତା, ତେବେ ଏହି କ୍ଷେତ୍ରରେ ଆପତ୍ତି କରିବାର ଆଦୌ ଅବକାଶ କାହିଁକି ରହନ୍ତା ? କିନ୍ତୁ, ପ୍ରକୃତରେ ଯାହା ଯେପରିଭାବେ ଘଟିଥାଏ, ଶବ୍ଦବିଜ୍ଞାନୀମାନେ ନ୍ୟାୟତତ୍ତ୍ଵ ଉପରେ ଆକ୍ରମଣ କରିଛନ୍ତି, ତାହା ଜ୍ଞାନ-ସମ୍ଭାବନାର ସକଳ ସାଧନକୁ ହିଁ ନଷ୍ଟ କରିଦେଇଛି ଏବଂ ନୀତିଶାସ୍ତ୍ର ଉପରେ ମଧ୍ୟ ଯେଉଁ ଆକ୍ରମଣ ହୋଇଛି, ତାହା ନିଜ ଜୀବନରେ ଆଦୌ କୌଣସି ନିଷ୍ପତ୍ତି ଗ୍ରହଣ କରିବା ଲାଗି ରହିଥିବା ବୁଦ୍ଧିଭୂମିଟିରୁ ମଧ୍ୟ ମନୁଷ୍ୟମାନଙ୍କୁ ବଞ୍ଚିତ କରିଛି । ତେଣୁ, ଜଣେ ମନୁଷ୍ୟ କେଉଁ ପରିସ୍ଥିତ ମଧ୍ୟରେ ଆଦୌ କିଛି କରିବାକୁ ଯାଉଛି ଏବଂ ସେଥିଲାଗି ତାକୁ କେଉଁ ସବୁ ମୂଲ୍ୟ–ସଚେତନତା ଦ୍ଵାରା ପରିଚାଳିତ ହେବାକୁ ପଡ଼ିବ, ସେବିଷୟରେ ସଂପୂର୍ଣ୍ଣ ଭାବରେ ଅନିଶ୍ଚିତ ହୋଇ ରହିଥିବା ଯାଏ ସିଏ ଆଦୌ କିପରି କୌଣସି ପ୍ରକାରେ କ୍ରିୟାଶୀଳ ହୋଇ ମଧ୍ୟ ପାରିବ ? ଏଣୁ ଯେପରି ସେହି ଗତିହୀନତାର ଶିକାର ହେବାକୁ ନପଡ଼ିବ, ଆମକୁ ସେହି ଆକ୍ରମଣଗୁଡ଼ିକୁ ଅବଶ୍ୟ ପ୍ରତ୍ୟାହତ କରିବାକୁ ହେବ । ଆମେ ସେଇଟିକୁ ହିଁ ଆମର ଏହି ଆଲୋଚନାର ସର୍ବପ୍ରଧାନ କାର୍ଯ୍ୟ ବୋଲି ଗ୍ରହଣ କରିବା ।

 

ତର୍କନ୍ୟାୟ ଉପରେ ଆକ୍ରମଣ

 

ଶବ୍ଦାର୍ଥଶାସ୍ତ୍ରର ଏହି ନାଟକଟିରେ କୌଣସି ସାମାନ୍ୟ ବ୍ୟକ୍ତି ଖଳନାୟକ ନୁହନ୍ତି; ସିଏ ହେଉଛନ୍ତି ନିଜେ ଆରିଷ୍ଟ୍‌ଟଲ୍, ତର୍କଶାସ୍ତ୍ରର ଜନକ । ମୁଁ ଭାବୁଛି ଯେ, ସତେଯେପରି ଗୋଟିଏ ଦଣ୍ଡ ପାଉଥିବା ପରି ବୃହତ୍ ବ୍ୟକ୍ତିମାନେ ସେମାନଙ୍କ ପରେ ଅପେକ୍ଷାକୃତ କମ୍ ବୁଦ୍ଧିସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ଵାରା ଅବମାନିତ ହୋଇଥାନ୍ତି । ଅବଶ୍ୟ, ଆରିଷ୍ଟ୍‌ଟଲଙ୍କର କ୍ଷେତ୍ରରେ ସେହି ଅନିବାର୍ଯ୍ୟ ଦଣ୍ଡଟି ତାଙ୍କୁ ଚକ୍ରବୃଦ୍ଧି ହାରାରେ ହିଁ ପ୍ରାପ୍ତ ହୋଇଛି କାରଣ ଦୁର୍ଭାଗ୍ୟବଶତଃ ମଧ୍ୟଯୁଗରେ ତାଙ୍କୁ ଗୋଟିଏ ପ୍ରକାରର ଏହି ଇହସ୍ତରର ପ୍ରାୟ ଜଣେ ସନ୍ଥରୂପେ ଘୋଷିତ ହେବାକୁ ମଧ୍ୟ ପଡ଼ିଛି । ତେଣୁ, ସେହି ଯୁଗର ତର୍କମୋହଧର୍ମୀ ଦର୍ଶନ ସବୁଯାକ ଦୋଷ ନିମନ୍ତେ ତାଙ୍କୁ ଦାୟୀ କରାଯାଇଛି ଏବଂ, ସମକାଳୀନ ଅଧିକାଂଶଙ୍କ ତୁଳନାରେ ସମ୍ଭବତଃ ବାସ୍ତବଟିକୁ ଅବଲୋକନ କରି ତାହାରି ଭିତ୍ତି ଉପରେ ଯିଏ ନିଜର ସିଦ୍ଧାନ୍ତଗୁଡ଼ିକର ନିର୍ଣ୍ଣୟ କରୁଥିଲେ, ଅକ୍ଷର ସେ ସେପରି କୌଣସି ପ୍ରତ୍ୟକ୍ଷ ଅବଲୋକନ କରୁନଥିବା ବ୍ୟକ୍ତିମାନଙ୍କର ଏକ ବୃହତ୍ ଉଦାହରଣ ବୋଲି କଳ୍ପନା କରାଯାଇଛି । ସପ୍ତଦଶ ଶତାବ୍ଦୀରେ ଲର୍ଡ଼ ବେକନ୍ ଗୋଟିଏ ଆରିଷ୍ଟ୍‌ଟଲ୍–ବିରୋଧୀ ଆନ୍ଦୋଳନର ନେତୃତ୍ଵ ମଧ୍ୟ ଗ୍ରହଣ କରିଥିଲେ ଏବଂ ଅନୁଭବଭିତ୍ତିକ ପ୍ରତ୍ୟକ୍ଷବାଦୀ ବିଜ୍ଞାନର ସମର୍ଥନ କରିଥିଲେ । ଏବଂ ପ୍ରକୃତସତ୍ୟ ତ ହେଉଛି ଯେ ସେହି ଆରିଷ୍ଟଟଲଙ୍କ ଦ୍ଵାରା ହିଁ ବୈଜ୍ଞାନିକ ପଦ୍ଧତି ମୌଳିକ ନୀତିଗୁଡ଼ିକର ମଧ୍ୟ ପ୍ରତିଷ୍ଠିତ କରିଦିଆ ଯାଇଥିଲା । ବିଂଶ ଶତାବ୍ଦୀରେ କାଉଣ୍ଟ୍ କର୍‌ଜିବସ୍କି ‘ଅଣ-ଆରିଷ୍ଟ୍‌ଟଲୀୟ ପଦ୍ଧତିଚୟ’ * ବୋଲି ଗୋଟିଏ ସର୍ବସ୍ଵୀକୃତ ଶୀର୍ଷକ ପ୍ରଦାନ କରି ବିଜ୍ଞାନର ଏକ ସଂପୂର୍ଣ୍ଣ ପୁନରୁଜ୍ଜୀବନର ମଧ୍ୟ ପ୍ରସ୍ତାବ ଦେଉଛନ୍ତି । ଏବଂ, କିଞ୍ଚିତ୍ ବିଶ୍ଳେଷଣ ସାହାଯ୍ୟରେ ଆମେ ଅବଶ୍ୟ ଜାଣିପାରିବା ଯେ, ଶ୍ରୀଯୁକ୍ତ କର୍ଜିବସ୍କି ଯେଉଁ ଅଭିଯୋଗଗୁଡ଼ିକୁ କରିଛନ୍ତି ସେଗୁଡ଼ିକ ଶ୍ରୀ ଚେକ୍‌ଙ୍କ ଅଭିଯୋଗଗୁଡ଼ିକ ପରି ଆରିଷ୍ଟ୍‌ଟଲଙ୍କର ପ୍ରାୟ ସମାନ ଭାବରେ ନିକଟବର୍ତ୍ତୀ ହୋଇ ରହିଛି ।

 

* Korzybski’s symbol for these systems is A, Pronounced “A-bar”. The bar indicates the negation of everything indicated by the symbol beneath it. Thus A= Non-Aristotelian. The device has been borrowed from Boolean Algebra.

 

ଶ୍ରୀଯୁକ୍ତ କର୍ଜିବସ୍କିଙ୍କ ମତରେ ସବୁଯାକ ଭୁଲ୍‌ର ମୂଳ ହେଉଛି ଯେ, ଆମେ ସାଧାରଣତଃ ଏପରି ଗୋଟିଏ ଏକରୂପତାର ବିଧାନ ଅନୁସାରେ ପରିଚାଳିତ ହୋଇଥାଉ ଯାହାକି, “ଯାହାକିଛି ଅଛି, ତାହା ନିଶ୍ଚୟ ଅଛି” ବୋଲି ଏକ ଯୁକ୍ତି ଉପରେ ତିଷ୍ଠି ରହିଥାଏ । ସେ କହନ୍ତି, ଏହି ଜଗତରେ ସବୁକିଛି ହେଉଛି ଗୋଟିଏ ପ୍ରକ୍ରିୟା, ଏବଂ ତେଣୁ, ଯାହାକିଛି ରହିଛି, ତାହା ଅନୁକ୍ଷଣ ଆଉ କିଛି ହେବାରେ ହିଁ ଲାଗିଛି । ମାତ୍ର, ଯଦି ସବୁକିଛି ଆଉ କିଛି ହେବାରେ ଲାଗିଛି, ତେବେ ତାହା ଯେପରି ଅଛି, କଦାପି ସେହିପରି ହୋଇ ରହି ପାରିବନାହିଁ । ଶ୍ରୀଯୁକ୍ତି ଚେଜ୍‍ ମଧ୍ୟ ପ୍ରାୟ ମାପିଚୁପି ସେହିକଥା ହିଁ କହିଛନ୍ତି :

 

ହଁ, ଗୋଟିଏ ସର୍ବଦା ସେହି ଏକା ରକେଟ ହୋଇ ହିଁ ରହିଛି । ହଁ, ଆମ କଥାଗୁଡ଼ିକୁ ଅନୁସାରେ ତାହା ଅବଶ୍ୟ ସେହିପରି ରହିଛି ସିନା, କିନ୍ତୁ ଦେଶ ଓ କାଳର କ୍ଷେତ୍ରରେ କେବେହେଲେ ସେଭଳି ଘଟୁନାହିଁ, ଏହି ମୁହୂର୍ତ୍ତରେ ତାହା ଜ୍ଵଳନ୍ତ ହୋଇ ରହିଛି ତ ପରବର୍ତ୍ତୀ ମୁହୂର୍ତ୍ତରେ ଖଣ୍ଡେ ପୋଡ଼ା ଡାଙ୍ଗ ହୋଇ ଆସି ଭୂଇଁରେ ପଡ଼ିଯାଉଛି । ସପ୍ତାହକ ପୂର୍ବରୁ ଫୁଟି ଛନଛନ ଦିଶୁଥିବା ଗୋଟିଏ ଗୋଲାପଫୁଲ ଆଜି ମଉଳି ଯାଉଛି ଗୋଟିଏ ଆଇସ୍‌କ୍ରୀମ୍ ଖରାରେ ପାଞ୍ଚମିନିଟ ରହିଗଲେ ଆଉ କ’ଣଟିଏ ହୋଇଯାଉଛି । *

 

ହଁ, ହଁ, ମୋ’ ଚାରିପାଖରେ କେବଳ ପରିବର୍ତ୍ତନ ଦେଖିବାକୁ ପାଉଛି । କେବଳ ପରିବର୍ତ୍ତନ ଏବଂ କ୍ଷୟ । ଦେଶ ଓ କାଳ ଦ୍ଵାରା ସମ୍ଭବ ହେଉଥିବା ଜଗତରେ ସୁନିଶ୍ଚିତ ଭାବରେ ସେହି ବିଧାନଟି କାର୍ଯ୍ୟକାରୀ ହୋଇ ରହିଛି । ମାତ୍ର ମୁଁ କେବେଳ ଏହି କଥାଟି ଦେଖି ବିସ୍ମିତ ମଧ୍ୟ ହେଉଛି ଯେ,–ଏପରି କେଉଁ ଚିନ୍ତା କରିଥିବା ବ୍ୟକ୍ତିମାନେ କଛନ୍ତି, ଯେଉଁମାନେ କି ଏଥିରେ ରାଜୀ ନହେଉଛନ୍ତି ? ସବାଆଗ ସେହି ପ୍ରଥମ କାଳଟିର ଗ୍ରୀକ୍‌ମାନେ ହୁଏତ ଆମର ଦୃଷ୍ଟିରେ ପଡ଼ିବେ–ପାର୍‌ମେନାଇଡ଼ିସ୍ ଓ ଜେନୋ, ଯେଉଁମାନେ କହୁଥିଲେ ଯେ, ଆମେ ନିଜ ଇନ୍ଦ୍ରିୟଗୁଡ଼ିକର ସାହାଯ୍ୟରୁ ତାହା ଯେପରି ଜାଣୁଛୁ, ସେସବୁ ଆମର ମତ ସିନା,–ସେଗୁଡ଼ିକୁ ସର୍ବଦା ଜ୍ଞାନବୋଲି କହି ହେବନାହିଁ । ଏବଂ, ଏବର ହେଗେଲ୍‌ବାଦୀମାନେ, ଯେଉଁମାନେ ପ୍ରତୀତି ଏବଂ ବାସ୍ତବ ସତ୍ୟକୁ ପରସ୍ପରଠାରୁ ଭିନ୍ନ ବୋଲି କହିଛନ୍ତି । ** ହଁ, ପାର୍‌ମେନାଇଡ଼ିସଙ୍କୁ ହୁଏତ ଦୋଷ ଦେଇହେବ ଯେ ସିଏ ତର୍କ ସହାୟତା ଦ୍ଵାରା ବାସ୍ତବ ଘଟଣାକୁ ପ୍ରତିପାଦନ କରିବାର ପ୍ରୟାସ କରିଛନ୍ତି, କାରଣ ସିଏ ଭାବନା ଏବଂ ସତ୍ତା ପରସ୍ପରଠାରୁ ଆଦୌ ଭିନ୍ନ ନୁହନ୍ତି ବୋଲି ଘୋଷଣା କରିଛନ୍ତି । ମାତ୍ର, ଶ୍ରୀଯୁକ୍ତ କର୍ଜ୍‌ବସ୍କିଙ୍କ *** ପରି ଏହି ସଦୃଶ ଏକ ମତକୁ ଆରିଷ୍ଟାଟ୍‌ଲୀୟ ସମୟରେ ଗୋଟିଏ ଉଦ୍‌ଭାବନ ବୋଲି କହିବା ପୂର୍ବରୁ ଆମେ ଅବଶ୍ୟ ମନେ ପକାଇବା ଯେ, ସେହି ତାଙ୍କରି କାଳରେ ହିଁ ହେରାକ୍ଲିଟସ୍ ବୋଲି ପାର୍‌ମେନାଇଡ଼ିସଙ୍କର ଜଣେ ବିରୋଧୀ ମଧ୍ୟ ରହିଥିଲେ ଯିଏ ବରଂ ଅପେକ୍ଷାକୃତ ଅଧିକ ଯଥାର୍ଥତା ସହିତ ପରିବର୍ତ୍ତନର ବିଧାନଟି ବିଷୟରେ ବହୁତ କଥା କହିଛନ୍ତି । ଏବଂ, ଆମ ଶବ୍ଦାର୍ଥବାଦୀ ବିଜ୍ଞାନୀମାନଙ୍କର ଉକ୍ତିଟିର ତୁଳନାରେ ତାହାକୁ ଅଧିକ ଗଭୀର ବୋଲି ମଧ୍ୟ କୁହାଯିବ । ଏବଂ, ଏପରି ଏକ ମତ ମଧ୍ୟ ଆମେ ଦେଇପାରିବା ଯେ ଆମେ ଏହି ଦୁଇଟିଯାକ ଶିବିରର ଆଲୋଚନା ନିଜର ଭାବନାରେ କାଳର ଆଦୌ କୌଣସି ହିସାବ ରଖିନାହାନ୍ତି । ପାର୍‌ମେନାଇଡ଼ିସ୍ ଓ ହେରାକ୍ଲିଟସ୍ ହେଉଛନ୍ତି ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଏବଂ ଆସିଷ୍ଟ୍‌ଟଲ୍ ତଥା ତାଙ୍କ ସହିତ ସେହି ସଂପୂର୍ଣ୍ଣ ଔପଚାରିକ ନ୍ୟାୟଶାସ୍ତ୍ରର କ୍ଷେତ୍ରଟି ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀର । ଏହି ଦୁଇଟି କାଳସୀମା ଭିତରେ ଆମେ ଗ୍ରୀକ୍ ଦର୍ଶନର ପ୍ରକୃତରେ ସବୁକିଛି ବିକାଶ ହୋଇଥିଲା ଏବଂ ସେହି ମଧ୍ୟ ଭେଟିବା, ଏବଂ ବହୁ ଦୃଷ୍ଟିରେ ତାଙ୍କୁ ଏହି ଖାସ୍ ଶବ୍ଦାର୍ଥମୂଳ ଦର୍ଶନଚର୍ଚ୍ଚାର ଜଣେ ଐତିହାସିକ ପୂର୍ବପୁରୁଷ ବୋଲି କୁହାଯିବ । ହଁ, ପ୍ରାୟ ଏପରି ଏକ ନିୟମ ରହିଥିବ ଯେ, ଆମେ ଯେତିକି ଯେତିକି ଅଧିକ ପରିମାଣରେ ପୁରାତନଟିକୁ ପାସୋରି ଦେଉ, ଏକ ନୂଆ ଦର୍ଶନର ଉତ୍ସାହଟା ମଧ୍ୟ ପ୍ରକୃତରେ ଆମଭିତରେ ସେତିକି ଅଧିକ ଊତ୍ତପ୍ତତା ସହିତ ପ୍ରଜ୍ଜ୍ଵଳିତ ହୋଇ ଉଠିବାଲାଗି ମନ କରେ ।

 

* Chase, op, cit, p,228

 

** Ih is interesting to observe that Mr. Chase believes Zeno’s paradoxes to be a “sardonic thrust at the absurdities of formal logic” (Op, cit, p, 73). The historical tradition is that Zeno was supporting Patmenides’s concept of a static universe.

 

*** Alfred Korzybski : Science and Sanity, The Science Press, Lancaster, Pa, 1933, p, 194.

 

ମନୁଷ୍ୟର ସେହି ପ୍ରାଥମିକ କାଳର ଦର୍ଶନଚିନ୍ତାରେ ଯାହାକିଛି ଭୁଲ୍ ରହିଥାଉ ପଛକେ, ଏକରୂପକତାର ସତ୍ୟଟିକୁ ବର୍ତ୍ତମାନ ଯେଉଁପରି ବୁଝାଇ ଦେବାକୁ ଇଚ୍ଛା କରାଯାଉଛି, ସେତେବେଳେ ସେଇଟିର ମୋଟେ ସେପରି ଅର୍ଥ କରାଯାଇ ନଥିଲା । ଏପରିକି ଆରିଷ୍ଟଟଲ୍ ମଧ୍ୟ ସେପରି ଅର୍ଥ କରିନଥିଲେ । ଶବ୍ଦ ଏବଂ ଉକ୍ତିଗୁଡ଼ିକର ଦୃଷ୍ଟିରୁ ବିଚାର କଲେ, ବିଧାନଟି ଏପରି ଏକ ଘୋଷଣା କରୁଛି ଯେ, ଆମେ ଯେତେବେଳ ଯାଏ କୌଣସି ଖାସ୍ ତର୍କବିଚାରର ଉପସ୍ଥାପନା କରୁଥିବା, ସେତେବେଳ ଯାଏ ସେଥିରେ ବ୍ୟବହୃତ ଶବ୍ଦ ଓ ଉକ୍ତିଗୁଡ଼ିକର ଅର୍ଥ ମଧ୍ୟ ସର୍ବଦା ଏକାଭଳି ହୋଇ ରହିବ । ନହେଲେ କେବଳ ଆରଜକତାହିଁ ଆସି ପହଞ୍ଚିବ । ଯଦି ଏପରି ହୁଏ ଯେ, ଶ୍ରୀ କର୍ଜିବ୍‌ସ୍କି ନିଜର ଲିଖିତ ପ୍ରଥମ ଅଧ୍ୟାୟରେ ଗୋଟିଏ କଥାକୁ ଏକ ଖାସ୍ ଅର୍ଥରେ ବ୍ୟବହାର କରୁଥିବେ ଏବଂ ଦ୍ଵିତୀୟ ଅଧ୍ୟାୟରେ ତାହାକୁ ଏକ ଭିନ୍ନ ଅର୍ଥରେ ଆଣି ଉପସ୍ଥାପିତ କରିବେ, ଏବଂ ତୃତୀୟଟିରେ ଆଉ କିଛି ଅନ୍ୟପ୍ରକାରେ ଅର୍ଥ ଦେଉଥିବେ, ଏପରିହେଲେ ପୁଣି କ’ଣ ହେବ ! ସେପରି ହେଲେ ସିଏ ନିଜେ ମଧ୍ୟ ଆଦୌ କୌଣସି ସିଦ୍ଧାନ୍ତରେ ଯାଇ ପହଞ୍ଚି ପାରିବେନାହିଁ କାରଣ, ସେହି କ୍ଷେତ୍ରରେ ସେ ବ୍ୟାଖ୍ୟା ବେଳେ ହୁଏତ ଗୋଟିଏ ବିଷୟରେ କହୁଥିବେ ଏବଂ ଆଉ ଅନ୍ୟକିଛି କେହି ଉପସଂହାର ମଧ୍ୟ କରିବେ ।

 

ତର୍କଗତ ଉପସ୍ଥାପନାର କ୍ଷେତ୍ରରେ ଏପରି ଏକ ଆବଶ୍ୟକତା କେବେହେଲେ ଆମର ଏହି ଚତୁର୍ଦ୍ଦିଗରେ ଥିବା ଜଗତର ସ୍ଵଭାବଟି ମଧ୍ୟରେ ପରିଲକ୍ଷିତ ହୋଇଥାଏ କି ? ହଁ ନିଶ୍ଚୟ ହେଉଥିବ; ଅବଶ୍ୟ ହେବ, ନହେଲେ ଏହି ପୃଥିବୀ ଓ ସେହି ପୃଥିବୀ ବିଷୟରେ ଆମଦ୍ଵାରା କରାଯାଉଥିବା ଉକ୍ତିଗୁଡ଼ିକ ଭିତରେ ମଧ୍ୟ କୌଣସି ସମସଙ୍ଗତି ରହିବା ମୋଟେ ସମ୍ଭବ ହେବନାହିଁ-। ପୁନଶ୍ଚ, ଆରିଷ୍ଟ୍‌ଟଲୀୟ କଥାଟିର ପ୍ରକୃତରେ ଆଉ କେଉଁ ସନ୍ଦର୍ଭ ରହିବା, ଯଦି ସେଇଟି ସୂଚିତ କରି ଦେଉଥିବା ଦର୍ଶନଗୁଡ଼ିକୁ ଅଚାନକ ଆଉ ଅଣ ଆରିଷ୍ଟ୍‌ଟଲୀୟ ହୋଇ ନରହିବ ଏବଂ ଆହୁରି ଅଧିକ ବିରୋଧଭାସର ଅବତାରଣା କରାଇ, ଯଦି ଯୁଗପତ୍ ଭାବରେ ସେଗୁଡ଼ିକୁ ଉଭୟ ଆରିଷ୍ଟ୍‌ଟଲୀୟ ଓ ଅଣ–ଆରିଷ୍ଟ୍‌ଟଲୀୟ ବୋଲି ମନେ ବି ହେଉଥିବେ ? ରକେଟ୍, ଛତୁ, ଗୋଲାପଫୁଲ ଏବଂ ଆଇସ୍‌କ୍ରୀମ–ଏମାନେ ସମସ୍ତେ ନିଃସନ୍ଦେହ ଭାବରେ ଗୋଟିଏ ଗୋଟିଏ ପ୍ରକ୍ରିୟା,–ମାତ୍ର ପ୍ରତ୍ୟେକଟି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଏବଂ ପ୍ରତ୍ୟେକଟିର ଆପଣାର ବିଶେଷ ସ୍ୱଭାବ ତଥା ଇତିହାସ ଅବଶ୍ୟ ରହିଛି । ପ୍ରତ୍ୟେକଟି ସଂପୂର୍ଣ୍ଣ ଭାବରେ କେବଳ ନିଜପରି ଏବଂ ଅନ୍ୟ ଆଉ କୌଣସି ପ୍ରକାରର ଆଦୌ ନୁହନ୍ତି । ଏକରୂପତା ନାମର ସେହି ସୂତ୍ରଟିକୁ ଆମେ ସର୍ବଦା ସଂପୂର୍ଣ୍ଣ ଅବସରରେ ଏହିପରି ଅର୍ଥରେ ହିଁ ବୁଝିବା । ଏହି କ୍ଷେତ୍ରରେ ଅର୍ଥଟିକୁ ବଦଳାଇଦେବାକୁ ଶବ୍ଦାର୍ଥ କ୍ଷେତ୍ରର ଖାସ୍ ବିଶେଷଜ୍ଞମାନେ ଇଚ୍ଛା କଲେ ଆମେ ତାହାକୁ କଦାପି ସ୍ଵୀକାର କରି ନେବାନାହିଁ ।

 

ବିରୋଧିତାର ଯେଉଁ ଅନ୍ୟ ସୂତ୍ରଟି ରହିଛି, ସେଇଟି ମଧ୍ୟ କୌଣସି ପ୍ରକାରରେ କମ୍ ତ୍ରୁଟିଶୂନ୍ୟ ନୁହେଁ । କାରଣ, ପରସ୍ପର-ବିରୋଧୀ ଉକ୍ତିମାନେ ସର୍ବଦା ରହିଛନ୍ତି, ଏବଂ କେବଳ ଯାଉଁଳି ହୋଇ ରହିଛନ୍ତି । ଅର୍ଥାତ୍, ସେମାନେ କଦାପି ଦୁଇଟି ସତ୍ୟ ହୋଇ ପାରିବେନାହିଁ, ଦୁଇଟିଯାକ ଏକାବେଳେକେ ଭୁଲ୍ ମଧ୍ୟ ହେବେନାହିଁ । ଉଦାହରଣ ସ୍ୱରୂପ, “ମୋ’ ବଗିଚାରେ ଗୋଲାପଗଛ ନାହିଁ” ଏବଂ “ମୋ ବଗିଚାରେ ଅନ୍ତତଃ ଗୋଟିଏ ଗୋଲାପଗଛ ଅବଶ୍ୟ ରହିଛି”–ଦୁଇଟିଯାକ ଉକ୍ତି ଏକାବେଳେକେ କଦାପି ସତ୍ୟ ହେବେନାହିଁ ଏବଂ ମିଛ ବି ହୋଇ ପାରିବେନାହିଁ । କିନ୍ତୁ କୌଣସି ଉକ୍ତିକୁ ଅବଶ୍ୟ ସତ୍ୟ ହେବାକୁ ପଡ଼ିବ, କାରଣ ମୋ’ ବଗିଚାରେ ଯେମିତି ହେଲେ ଗୋଟିଏ ଗୋଲାପଗଛ ନାହିଁ କଥାଟି ଯଦି ସତ୍ୟ ନହୁଏ, ତେବେ ମୋ’ ବଗିଚାରେ ଯେମିତି ହେଲେ ଗୋଟିଏ ଗୋଲାପଗଛ ନିଶ୍ଚୟ ଥିବ ଏବଂ ବଗିଚାରେ ଗୋଟିଏ ଗୋଲାପଗଛ ଅଛି କଥାଟି ଯଦି ସତ ନହୁଏ, ତେବେ ମୋ’ ବଗିଚାରେ ଆଉ ଗୋଲାପଗଛ ରହିବା କିପରି ସମ୍ଭବ ହେବ ?

 

ଅର୍ଥାତ୍ ବିରୋଧିତାର ସେହି ସୂତ୍ରଟି ଉପରେ ଆକ୍ରମଣ କରିବାକୁ ହେଲେ, ଏପରି ଯାଉଁଳି ବାକ୍ୟଗୁଡ଼ିକର ଏକତ୍ର ଅବସ୍ଥାନ ସମ୍ଭବ ବୋଲି କଥାଟିକୁ ଅସ୍ୱୀକାର କରିବାକୁ ହେବ । କିନ୍ତୁ, ଏପରି କ୍ଷେତ୍ରରେ କର୍ଜିବସ୍କି ଏବଂ ଚେଜ୍‍ଙ୍କ ଯୁକ୍ତିଗୁଡ଼ିକର ପୁଣି କି ଦଶା ହେବ ? ସେମାନେ ଉଭୟେ ଏପରି ଗୋଟିଏ ସିଦ୍ଧାନ୍ତ ଉପରେ ଆକ୍ରମଣ କରୁଛନ୍ତି, ଓ ସେହି ସିଦ୍ଧାନ୍ତକୁ ଆରିଷ୍ଟ୍‌ଟଲୀୟ ବୋଲି କହୁଛନ୍ତି । ସେହି ସିଦ୍ଧାନ୍ତଟିକୁ ସେମାନେ ମିଥ୍ୟା ବୋଲି କହୁଛନ୍ତି । ଏହି ସିଦ୍ଧାନ୍ତଟି ସତ୍ୟ ବୋଲି କେହି ଦାବୀ କରୁଛି ବୋଲି ବର୍ତ୍ତମାନ ଅନୁମାନ କରାଯାଉ, କର୍ଜିବ୍‌ସ୍କି ଏବଂ ଚେଜ୍‍ଙ୍କ ସେହି ଉକ୍ତିଟିର ନିଶ୍ଚୟ ଖଣ୍ଡନ କରିବାକୁ ପଡ଼ିବ, କିନ୍ତୁ ଯଦି ବିରୋଧିତାର ସେହି ଅନ୍ୟ ସିଦ୍ଧାନ୍ତଟି ଭୁଲ ହୋଇଥାଏ, ତେବେ ସେମାନେ ଆପଣାର ସବୁ ଶକ୍ତି ପ୍ରୟୋଗ କରି ଯେତେ ଚେଷ୍ଟା କଲେ ମଧ୍ୟ ତାହା ଅବଶ୍ୟ ବ୍ୟର୍ଥ ହିଁ ହେବ । “ଏଇଟି ଗୋଟିଏ ଭୁଲ୍ ସିଦ୍ଧାନ୍ତ “ବୋଲି ନିଜର ସମର୍ଥନ ଜଣାଇ, ସେମାନେ ଯେତେ ଯୁକ୍ତିପରେ ଯୁକ୍ତି ଆଣି ଗଦା କରିଦେଲେ ମଧ୍ୟ, “ଏହା ସିଦ୍ଧାନ୍ତଟି ଭୁଲ” ‘ନାମର ସିଦ୍ଧାନ୍ତଟି ‘ଏହି ସିଦ୍ଧାନ୍ତଟି ସତ୍ୟ’ ନାମକ ସିଦ୍ଧାନ୍ତଟିର ବସ୍ତୁତଃ ବିରୋଧ ନକରି ପାରିବାଯାଏ ସେମାନେ ବରଂ ଆପଣାର ସ୍ୟାହିକୁ ବଞ୍ଚାଇବା ହିଁ ଉଚିତ ହେବ । କାରଣ, ଆଦୌ କୌଣସି ବିରୋଧିତା ସମ୍ଭବ ନହେଲେ, କୌଣସି ମତକୁ ଖଣ୍ଡନ କରିବା ମଧ୍ୟ ମୋଟେ ସମ୍ଭବ ହେବନାହିଁ । ଏବଂ ଆଦୌ, କୌଣସି ମତର ଖଣ୍ଡନ କରିବା ସମ୍ଭବ ବୋଲି କଥାଟିର ଖଣ୍ଡନ କରିବା ମଧ୍ୟ କେବେହେଲେ ସମ୍ଭବ ହେବନାହିଁ ।

 

ସମ୍ଭବତଃ, ଚେଜ୍‍ ଏବଂ କର୍ଜିବ୍‌ସ୍କି ପ୍ରକୃତରେ ଏକଥା କହିବେନାହିଁ; ଶବ୍ଦମାନଙ୍କର କ୍ଷେତ୍ରରେ କ’ଣସବୁ ସମ୍ଭବ ଓ ବସ୍ତୁମାନଙ୍କର କ୍ଷେତ୍ରରେ କ’ଣସବୁ ସମ୍ଭବ,–ଏହି ଦୁଇଟି କ୍ଷେତ୍ରରେ ରହିଥିବା ପାର୍ଥକ୍ୟଟାକୁ ଦେବାରେ ହିଁ ସେମାନଙ୍କର ଯାହାକିଛି ଆଗ୍ରହ ରହିଛି । ହୁଏତ ସେମାନେ କହିପାରନ୍ତି ଯେ, ହଁ ଶବ୍ଦର କ୍ଷେତ୍ରରେ ବିରୋଧୀ ଉକ୍ତିମାନ ନିଶ୍ଚୟ ଅଛି, କିନ୍ତୁ ବାସ୍ତବ କ୍ଷତ୍ରରେ ସେପରି ମୋଟେ କିଛି ନାହିଁ । ଅର୍ଥାତ୍, ଅନ୍ୟଭାଷାରେ କହିଲେ, ଦେଶ ଏବଂ କାଳ ଏହି ପୃଥିବୀରେ ଏପରି କୌଣସି ସ୍ଥିତି ନାହିଁ, ଯେଉଁଗୁଡ଼ିକ ମଧ୍ୟରେ ଅନ୍ୟ ସ୍ଥିତିମାନେ ଆଦୌ ନାହାନ୍ତି । ମୋ’ ପକ୍ଷରେ ଏହି ମତଟିକୁ ବୁଝିବା ଆଦୌ ସହଜ ହେଉନାହିଁ । ଦେଶ ଓ କାଳର ପୃଥିବୀରେ ଏକ ସ୍ଥିତି ବୋଲି ଯାହାକିଛି ରହିଛି, କେବଳ ଆପଣାର ସେହି ରହିଥିବା ହେତୁ ହିଁ ସମ୍ଭାବ୍ୟ ଅନ୍ୟ ଯାବତୀୟ ସ୍ଥିତି ସେଠାରେ ପ୍ରକୃତରେ ନାହାନ୍ତି । ମନେ କରାଯାଇ ପାରେ ଯେ ତୁମେ ଅମୁକ ବିଶ୍ଵବିଦ୍ୟାଳୟରେ ୧୯୪୫-୧୯୪୬ରେ ଜଣେ ପୁରା ସମୟ ଛାତ୍ର ହିସାବରେ ଯୋଗ ଦେଇଛ । ତେବେ ସେହି ସ୍ଥିତିରେ ଏବଂ ଠିକ୍ ସେହି ବର୍ଷଟିରେ ତୁମେ ଆଉକୌଣସି ସ୍ଥାନରେ କଦାପି ଜଣେ ପୂରାସମୟ ଛାତ୍ର ହୋଇ ପାରିବନାହିଁ । ଏବଂ ତୁମେ ଜଣେ ପୂରାସମୟ ଛାତ୍ର ନୁହଁ ବୋଲି ମଧ୍ୟ କୁହାଯାଇ ପାରିବନାହିଁ ତେଣୁ, ତୁମେ ଅମୁକ ବିଶ୍ଵବିଦ୍ୟାଳୟରେ ଅମୁକ ବର୍ଷ ଜଣେ ପୂରା-ସମୟ ଛାତ୍ର ବୋଲି କହିବାଦ୍ଵାରା ଏକ ବାସ୍ତବିକ ପ୍ରକୃତ ଘଟଣାକୁ ହିଁ ସୂଚାଇ ଦେଉଛ । ତୁମେ ଅମୁକ ବିଶ୍ଵାବିଦ୍ୟାଳୟରେ ପୂରା-ସମୟ ଛାତ୍ର ବୋଲି କୁହାଯିବା ଦ୍ଵାରା ବହିଷ୍କୃତ ଅନ୍ୟ ସମ୍ଭାବନାଗୁଡ଼ିକ ମଧ୍ୟ ବ୍ୟକ୍ତ ହୋଇ ଯାଉଛି । ଦୁଇଟି ଉକ୍ତି ମଧ୍ୟରେ ଯେଉଁ ବିରୋଧିତା ରହିଛି, ସେଥିରୁ ଦୁଇଟିଯାକ ବାସ୍ତବସ୍ଥିତି ଯେ କଦାପି ଏକତ୍ର ସମ୍ଭବ ହେବେନାହିଁ, ତାହା ସେହି ଯଥାର୍ଥ ସ୍ଥିତିଟିକୁ ଅବଶ୍ୟ ସୂଚିତ କରିଦେଉଛି ।

 

ଏହି କଥାଟି ମନରେ ରଖି ବର୍ତ୍ତମାନ ଆମେ ବର୍ଜିତ ହୋଇ ରହି ଯାଇଥିବା ସଂଲଗ୍ନକାରୀ ଶବ୍ଦଟି ବିଷୟରେ ରହିଥିବା ସୂତ୍ରଟି ଆଲୋଚନା କରିବା ଶବ୍ଦାର୍ଥବିଜ୍ଞାନୀଙ୍କ ମନରେ ତ ତାହା ଗୋଟିଏ ଖାସ୍ ଆତଙ୍କର ହିଁ ସୃଷ୍ଟି କରିଥାଏ । ଏହି ସୂତ୍ରଟି ବିରୋଧ ଉକ୍ତି ଦୁଇଟିରେ ଥିବା ଦ୍ଵିତୀୟ ଦିଗଟିର ଚର୍ଚ୍ଚା କରିଥାଏ–ଅର୍ଥାତ୍ ବିରୋଧୀ ଏହି ଦୁଇଟି କେବେହେଲେ ଏକାବେଳେକେ ଭୁଲ ହେବେନାହିଁ,–ଅର୍ଥାତ୍ ଦୁଇଟିରୁ ଗୋଟିଏ ନିଶ୍ଚୟ ଠିକ୍ ହେବ । ଏହିଭଳି ସକଳ ପରିସ୍ଥିତିରେ ଆମ ସମ୍ମୁଖରେ କେବଳ ଦୁଇଗୋଟି ବିକଳ୍ପ ରହିଥାଏ । ତୁମେ ଦୁଇଟିଯାକକୁ କଦାପି ଗ୍ରହଣ କରି ପାରିବନାହିଁ, ଦୁଇଟିରୁ ଗୋଟିକୁ ଗ୍ରହଣ କରିବାକୁ ବାଧ୍ୟ ହେବ । ପୁନଶ୍ଚ, ଆଉ କୌଣସି ତୃତୀୟଟିଏ ମଧ୍ୟ ଆଣି ପାରିବନାହିଁ । ଅର୍ଥାତ କେବଳ ଏଇଟିକୁ ଅଥବା ସେଇଟିକୁ । ଉଦାହରଣ ସ୍ୱରୂପ,

 

ଆରିଷ୍ଟ୍‌ଟଲଙ୍କ ବିରୋଧରେ ଯାହାକିଛି ଅଭିଯୋଗ ହେଉଛି, ସିଏ ସେଥିରେ ଅବଶ୍ୟ ଦୋଷୀ, ଅଥବା,

 

ଆରିଷ୍ଟ୍‌ଟଲଙ୍କ ବିରୋଧରେ ହେଉଥିବା ସବୁଯାକ ଅଭିଯୋଗରେ ସେ ଦୋଷୀ ନୁହନ୍ତି । ଏବଂ, ଆଉଗୋଟିଏ ଉଦାହରଣ ଅନୁସାରେ,

 

ତୁମେ ଅମୁକ ବିଶ୍ଵବିଦ୍ୟାଳୟରେ ୧୯୪୫-୪୬ରେ ଜଣେ ପୂରାସମୟ ଛାତ୍ରରୂପେ ଯୋଗ ଦେଇନାହଁ ।

 

ଚେଜ୍ ଏବଂ କର୍ଜିବ୍‌ସ୍କି ଏହି ସଂରଚନାଟିକୁ’ ‘ଦୁଇମୂଲ୍ୟଯୁକ୍ତ’ ବୋଲି କହିଛନ୍ତି । ଏହାକୁ ଏକ ‘ସୀମା ସୂଚାଇ ଦେଉଥିବା ଦୃଷ୍ଟାନ୍ତ’ ହିସାବରେ ଗ୍ରହଣ କରିବା ସକାଶେ କର୍ଜିବ୍‌ସ୍କି ସମ୍ମତ ମଧ୍ୟ ଅଛନ୍ତି । ତାଙ୍କର ଯେଉଁ ପୁସ୍ତକରେ ସେ କଥାଟିର ଉଲ୍ଲଖେ କରିଛନ୍ତି, ଶ୍ରୀଯୁକ୍ତ ଚେଜ୍‍ ତାହାକୁ ମୋଟ ତିନିଥର ପଢ଼ିଥିଲେ ବୋଲି କହନ୍ତି । କିନ୍ତୁ ସିଏ ସଂରଚନାଟିକୁ ଆଦୌ ଠିକ୍ ବୋଲି ଗ୍ରହଣ କରିବାକୁ ରାଜୀ ହୋଇନାହାନ୍ତି । ସେହି ‘ଦ୍ଵିମୂଲ୍ୟଯୁକ୍ତ’ ଏବଂ ଅପେକ୍ଷାକୃତ ‘ଏକମୂଲ୍ୟଯୁକ୍ତ’ ସଂରଚନା ବଦଳରେ ଆମ ଶବ୍ଦାର୍ଥବିଜ୍ଞାନର ପ୍ରବକ୍ତାମାନେ ‘’ମୂଲ୍ୟଯୁକ୍ତ’ ସଂବରଚନାକୁ ବହୁ ଗୁଣ ଅଧିକ ଅର୍ଥଯୁକ୍ତ ବୋଲି ଦାବୀ କରନ୍ତି । ସେମାନେ ବିଚାର କରନ୍ତି ଯେ, କେବଳ ଏହି ସଂରକ୍ଷଣଟି ଦ୍ଵାରା ହିଁ ସମ୍ଭାବ୍ୟ ଘଟଣାଚୟର ସେହି ଚମତ୍କାର ବୈଚିତ୍ର୍ୟଟିକୁ ଲିପିବଦ୍ଧ କରାଯାଇ ପାରିବ । ଏହି ଜଗତ ବସ୍ତୁତଃ କେତେ ନା କେତେ ସଂଖ୍ୟାରେ ବସ୍ତୁଗୁଡ଼ିକ ଦ୍ଵାରା ଯେ ପୂର୍ଣ୍ଣ ହୋଇ ରହିଛି, ସେଥିରେ ଉଭୟରେ ଚେଜ୍‍ ଏବଂ କର୍ଜିବ୍‌ସ୍କି ସତେଅବା ଜଣେ ରାଜାପରି ଉତ୍‌ଫୁଲ୍ଲ ଅନୁଭବ କରିଛନ୍ତି । ଏଠାରେ ଶ୍ରୀଯୁକ୍ତ ଚେଜ୍‍ଙ୍କ ଲେଖାରୁ କେତେକ ଉକ୍ତିର ଦୃଷ୍ଟାନ୍ତ ଦିଆଯାଉଛି :

 

ଏକମୂଲ୍ୟଯୁକ୍ତ : ସମସାମୟିକ ଘଟଣାମାନେ ଆମେରିକାରେ କମ୍ୟୁନିଷ୍ଟବାଦର ପ୍ରବର୍ତ୍ତନକୁ ଅବଶ୍ୟମ୍ଭାବୀ କରି ଦେଉଛନ୍ତି ।

 

ଦ୍ଵିମୂଲ୍ୟଯୁକ୍ତ : ଘଟଣାମାନେ ଏପରି ଘଟୁଛନ୍ତି ‘ଯେ, ଆମେରିକାରେ ହୁଏତ କମ୍ୟୁନିଷ୍ଟବାଦ ନଚେତ୍ ଫାସିଷ୍ଟ୍‌ବାଦ, ଏହି ଦୁଇଟି ମଧ୍ୟରୁ ଗୋଟିଏ ନିଶ୍ଚୟ ଅବଶ୍ୟମ୍ଭାବୀ ହୋଇଯିବ ।

 

ବହୁମୂଲ୍ୟଯୁକ୍ତ : ମନେ ହେଉଛି ଆମେରିକାର ସରକାରୀ ଢାଞ୍ଚାଟା ଖୁବସମ୍ଭବ କ୍ରମେ ରାଜନୀତିକ ସଂରଚନାର ନାନାବିଧ ପ୍ରକାରରୁ ଗୋଟିଏ କୌଣସିକୁ ଗ୍ରହଣ କରିନେବ; ସେଗୁଡ଼ିକୁ ମଧ୍ୟକୁ କେତୋଟି ଅପେକ୍ଷାକୃତ ଅଧିକ ପରିମାଣରେ ଏକନାୟକତ୍ତ୍ଵର ଶାସନ ହୋଇପାରେ ଏବଂ ଆଉ କେତୋଟି ବର୍ତ୍ତମାନର ତୁଳନାରେ ଅପେକ୍ଷାକୃତ କମ୍ ଏକନାୟକତ୍ଵବାଦୀ ମଧ୍ୟ ହୋଇପାରେ-।*

 

* Chase, op, cit. pp 234-235

 

ଆମେ ବର୍ତ୍ତମାନ ଉପରିସ୍ଥ ଦ୍ଵିତୀୟ (ବା, କଠୋର’) ଉଦାହରଣଟି ଉପରେ କିଞ୍ଚିତ୍ ଦୃଷ୍ଟିପାତ କରିବା । ମୁଁ ଅନୁମାନ କରିବି ଯେ, ସେଇଟିରେ ଯେଉଁ ବିକଳ୍ପ ସୂଚନା ଦିଆଯାଇଛି, ସେଗୁଡ଼ିକୁ ଆମ ମନରେ ବେଶ୍ ଆତଙ୍କଟିଏ ସୃଷ୍ଟି କରିବ । ସେଇଟି ଅବଶ୍ୟ ସଂପୂର୍ଣ୍ଣ ଭାବରେ ଏକ ଭାବସଜ୍ଜାଗତ ବର୍ଣ୍ଣନାମାତ୍ର ଏବଂ ଆମକୁ ଏକ ସଂରଚନାଗତ ନ୍ୟାୟଯୁକ୍ତିର ପ୍ରୟୋଗ କରି ସେପରି କୁହାଯାଇଛି । “ଘଟଣାଗୁଡ଼ିକ ନିଶ୍ଚିତ କରି ଦେଉଛନ୍ତି ଯେ, ଆମେରିକାରେ ହୁଏତ କମ୍ୟୁନିଷ୍ଟବାଦ ନହେଲେ ଫାସିଷ୍ଟ୍‌ବାଦ ହେଉଛନ୍ତି ମାର୍ଗ ହିସାବରେ ପରସ୍ପରର ବିପରୀତ । କିନ୍ତୁ ସେମାନେ ପରସ୍ପରର ଆଦୌ ବିରୋଧୀ ନୁହନ୍ତି । ଦୁଇଟିଯାକ ସଂପୂର୍ଣ୍ଣ ଭାବରେ ଅଲଗା ଅଲଗା ହୋଇଥିଲେ ମଧ୍ୟ ସେହି ଭିତରେ ହିଁ ସବୁପ୍ରକାର ରାଜନୀତିକ ସମ୍ଭାବନା ନିଶ୍ଚୟ ନିଃଶେଷିତ ହିଁ ହୋଇଯିବ । ତେଣୁ ଏଭଳି ଦାବୀ କରିବା ଆଦୌ ଯୁକ୍ତିଯୁକ୍ତ ହେବନାହିଁ ଯେ, ଆମକୁ ଦୁଇଟି ଭିତରୁ ଗୋଟିଏକୁ ଅବଶ୍ୟ ଆଦରି ନେବାକୁ ହିଁ ପଡ଼ିବ । କିନ୍ତୁ, ଭୁଲ୍‌ଟି ପ୍ରକୃତରେ ଏହି ଏଇଟି ନହେଲେ ସେଇଟିରେ ନିହିତ ହୋଇ ରହିନାହିଁ, ମାତ୍ର ଏହିପରି ସମ୍ବନ୍ଧିତ କରି ରଖାଯାଇଥିବା ଏହି ଦୁଇଟି ବିରୋଧୀ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ଆମକୁ ଜଣାଇ ପାରିନାହାନ୍ତି । ଏବଂ, ଏହି ଶେଷୋକ୍ତ କଥାଟିକୁ ଅଧିକ ବଳ ପ୍ରଦାନ କରିବା ନିମନ୍ତେ ବହୁ-ମୂଲ୍ୟଯୁକ୍ତ ତୃତୀୟଟି ମଧ୍ୟ ପ୍ରକୃତରେ ଦ୍ଵିମୂଲ୍ୟଯୁକ୍ତ “କେତେକ ଅଧିକ ପରିମାଣରେ ଏବଂ ଆଉକେତେ ଅପେକ୍ଷାକୃତ କମ୍ ପରିମାଣରେ ଏକନାୟକତ୍ଵବାଦୀ” ସରଂଚନାଟିର ଦୃଷ୍ଟାନ୍ତଟିଏ ଆଣି ଯୋଗାଇ ଦେଉଛି ଏବଂ ତୃତୀୟ ସମ୍ଭାବନା (ସମାନ ଭାବରେ ଏକାନୟକତ୍ଵବାଦୀ) ଟିକୁ ପରୋକ୍ଷ ଭାବରେ ବହିଷ୍କୃତ କରିଦେଇ ପାରୁଛି ।

 

ତେଣୁ, ଅତ୍ୟନ୍ତ ସ୍ପଷ୍ଟ ହୋଇଯାଉଛି ଯେ, ଶ୍ରୀଯୁକ୍ତି ଚେଜ୍‍ ତାଙ୍କଦ୍ଵାରା ପ୍ରଦତ୍ତ ଦୃଷ୍ଟାନ୍ତଗୁଡ଼ିକରେ ନିହିତ ହୋଇ ରହିଥିବା ନ୍ୟାୟଟି ବିଷୟରେ ସଂପୂର୍ଣ୍ଣ ଭାବରେ ଅଜ୍ଞ ରହିଛନ୍ତି । ହିଁ, ଯେଉଁ ସମ୍ପର୍କୀୟତାଗୁଡ଼ିକ ତାଙ୍କର ମନଭିତରେ ଅଛି ଏବଂ ଯେଉଁଗୁଡ଼ିକୁ ସେ ନ୍ୟାୟଯୁକ୍ତିସମ୍ମତ ବୋଲି ଭ୍ରମ କରିଛନ୍ତି, ସେଗୁଡ଼ିକ ପ୍ରକୃତରେ ଆଉ ଗୋଟିଏ ପ୍ରକାରର ସଂପର୍କ ବୋଲି ଅବଶ୍ୟ ମନେ ରଖିବାକୁ ପଡ଼ିବ । ହିଁ, ସେହି ସମ୍ପର୍କୀୟତାଚୟ ତାଙ୍କ ଅନୁଭବ ଦ୍ଵାରା ହିଁ ପ୍ରସୂତ, ଆଦୌ ତାଙ୍କ ବିଚାରର ନୁହନ୍ତି । ସିଏ, ଫାସିଷ୍ଟ୍‌ବାଦ ଏବଂ କମ୍ୟୁନିଷ୍ଟବାଦ–ଏହିପରି ଦୁଇଟି ବିକଳ୍ପର ଉପସ୍ଥାପନା କରିଛନ୍ତି । ସିଏ ଯେ ସେହି ଦୁଇଟି ମଧ୍ୟରୁ କୌଣସି ଗୋଟିଏକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ, ସିଏ ସେକଥା ଜାଣନ୍ତି ଏବଂ ତାଙ୍କ ପାଠକମାନେ ମଧ୍ୟ କୌଣସି ଗୋଟିକୁ ଇଚ୍ଛା କରନ୍ତିନାହିଁ ବୋଲି ସେ କଳ୍ପନା କରି ନେଉଛନ୍ତି । ଦୁଇଟି ବିଶେଷ ବିକଳ୍ପରୁ ଆପଣାର ଭାବର କ୍ଷେତ୍ରରେ ତାଙ୍କ ଏହି ଯେଉଁ ହଟିଆସିବା, ତାହାକୁ ସେ ବିରୋଧୀଗୁଡ଼ିକ ସମେତ ଅନ୍ୟ ସର୍ବବିଧ ଦୁଇଟିରୁ ଗୋଟିକୁ ଗ୍ରହଣ କରିବାର ପରାମର୍ଶର ଦେଉଥିବା ଅନ୍ୟ ସବୁଯାକ ବିକଳ୍ପରୁ ମଧ୍ୟ ହଟି ଆସିବାର ଏକ ଅନ୍ୟ ସ୍ତରକୁ ରୂପାନ୍ତରିତ କରି ଦେଉଛନ୍ତି । କୌଣସି ନିର୍ଦ୍ଦିଷ୍ଟ ଆଦର୍ଶବାଦ ଦ୍ଵାରା ପ୍ରଭାବିତ ହୋଇଥିଲେ ଆଉ ଆଦୌ ଯେ ନିରାପଦ ହୋଇ ରହିବା ସମ୍ଭବ ହୁଏନାହିଁ, ଏଇଟି ହେଉଛି ପ୍ରକୃତରେ ତାହାର ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ । ଶ୍ରୀଯୁକ୍ତ ଚେଜ୍‍ ଫାସିଷ୍ଟ୍‌ବାଦ ଏବଂ କମୁନିଜ୍‌ମ୍ ଦୁଇଟିଯାକର ବିରୋଧ କରୁଥିବାରୁ ଆମକୁ ସତେଯେପରି ବୁଦ୍ଧିଯୁକ୍ତି ଦ୍ଵାରା ପରିଚାଳିତ ହୋଇ କିଛି ବିଚାର କରିବାର ମୂଳ ସୂତ୍ରଗୁଡ଼ିକୁ ହିଁ ତ୍ୟାଗ କରିବାଲାଗି ଗୋଟିଏ ପରାମର୍ଶ ଦିଆଯାଉଛି ! “ତୁମେ ନିଜେ ଗୁଣଯୁକ୍ତ ହୋଇ ଯେହେତୁ ରହିଛ, ତେଣୁ ଆଉ କଦାପି ବିଳାସଯୁକ୍ତ ଆହାର ଏବଂ ସୁରାଦ୍ଵାରା ଆକୃଷ୍ଟ ହିଁ ହେବନାହିଁ ।”

 

ନ୍ୟାୟଯୁକ୍ତି ମାର୍ଗଟି ଉପରେ ଏହି ଆକ୍ରମଣର ପଶ୍ଚାତରେ ରହିଥିବା ସାମାଜିକ କାରଣଗୁଡ଼ିକ ଅତ୍ୟନ୍ତ ସ୍ପଷ୍ଟ । ଯେଉଁ ବ୍ୟକ୍ତିମାନେ କେବେ କୌଣସି ନିଷ୍ପତ୍ତି ନେଇ ପାରନ୍ତିନାହିଁ ଅର୍ଥାତ୍, ଉଦାରତାବାଦର ପରିଣାମଗୁଡ଼ିକୁ ସର୍ବଦା ଏଡ଼ାଇବାରେ ଲାଗିଥିବା ଯେଉଁମାନେ ତଥାପି ଖୁବ୍ ଉଦାର ପରି ଦିଶିବାପାଇଁ ଇଚ୍ଛା କରୁଥାନ୍ତି, ସେମାନଙ୍କର ଏହି ଏଇଟି-ନଚେତ୍-ସେଇଟି ସଂରଚନା ବିଷୟରେ ଏକ ଅତିରିକ୍ତ ପରିମାଣର ଘୃଣାଭାବ ରହିଥାଏ; କାରଣ, ବାସ୍ତବ ଜୀବନରେ ଏହି ବ୍ୟକ୍ତିଗଣ ତଦ୍ଦ୍ଵାରା ଏପରି ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି, ଯେଉଁଗୁଡ଼ିକୁ ସେମାନେ ଆଦୌ ଏଡ଼ିଦେଇ ପଳାଇ ପାରନ୍ତିନାହିଁ । ଗୋଟିଏ ବିକଳ୍ପକୁ ବର୍ଜନ କଲେ ନ୍ୟାୟତଃ ଅନ୍ୟଟିକୁ ଗ୍ରହଣ କରିବାକୁ ପଡ଼ିଥାଏ ଏବଂ ସେହି ସ୍ଥିତିଟିକୁ ସେହି ମନୁଷ୍ୟମାନେ ଆଦୌ ମାନି ନେଇ ପାରନ୍ତିନାହିଁ, କାରଣ ସେମାନେ ତ ଦୁଇଟିଯାକରୁ ହିଁ ଆପଣାକୁ ସୁରକ୍ଷିତ କରି ରଖିବାକୁ ଇଚ୍ଛା କରିଥାନ୍ତି । ଅତ୍ୟନ୍ତ ମର୍ମପୀଡ଼ା ସହିତ ସେମାନେ ଅନ୍ୟ ସମ୍ଭାବନାଗୁଡ଼ିକର ସ୍ଵପ୍ନ ଦେଖୁଥାଆନ୍ତି ଏବଂ ଯେତେବେଳେ ସେଇଟିରେ ମଧ୍ୟ ସ୍ପଷ୍ଟଭାବେ ମୋଟେ କିଛିହେଲେ ଦେଖିପାରନ୍ତି ନାହିଁ ସେତେବେଳେ ସେମାନେ କେଡ଼େ ଗମ୍ଭୀର ଭାବରେ ଦର୍ଶନର ଆଶ୍ରୟ ଗ୍ରହଣ କରି ଚିନ୍ତା କରିବାକୁ ଆରମ୍ଭ କରନ୍ତି ଯେ, ଏଇଟି ଅଥବା ସେଇଟି ବୋଲି ପ୍ରକୃତରେ କେଉଁଠି କିଛି ବି ନାହିଁ । ‘ଏଇଟି ଅଥବା ସେଇଟି’କୁ ସେମାନେ ନ୍ୟାୟକ୍ଷେତ୍ରୀ ପଣ୍ଡିତମାନଙ୍କର ଏକ ଚାଲାଖି ବୋଲି ଭାବନ୍ତି, କେବଳ ମତାନ୍ଧମାନଙ୍କର ଏକ ଷଡ଼ଯନ୍ତ୍ର ବୋଲି ମଣନ୍ତି ।

 

କିନ୍ତୁ ରାଜନୀତିକ ଆବଶ୍ୟକତାଗୁଡ଼ିକର ଦ୍ଵାହି ଦେଇ ଏହିପରି ଭାବରେ ନ୍ୟାୟଯୁକ୍ତିକୁ ଜଳାଞ୍ଜଳି ଦେବାଦ୍ୱାରା ପ୍ରକୃତରେ ଶେଷରେ ଏକ ବିପପର୍ଯ୍ୟୟକୁ ହିଁ ଡାକି ଅଣାଯାଏ । ଯଦି ଆମେ ଏଇଟି ନହେଲେ ସେଇଟି ଧାରାରେ କୌଣସି ବିଚାର ନକରିବା, ତେବେ ନିୟମତଃ କୌଣସି ଏକ ନିଷ୍ପତ୍ତି ଗ୍ରହଣ କରିବାର ସେହି ମୋହଶୂନ୍ୟ ବିବେକର ସାଧନଟିକୁ ଅବଶ୍ୟ ହରାଇ ପକାଇବା । ସେତେବେଳେ ଏହି ପୃଥିବୀ ମଧ୍ୟ ସତେଅବା ଆମ ସାମନାରେ ବଢ଼ା ହୋଇଥିବା ଥାଳିଏ ଆହାର୍ଯ୍ୟପଦାର୍ଥସଦୃଶ ହୋଇ ରହିଥିବ, ଯାହା କି ଯେତେ ଯେପରି ଘାଣ୍ଟିଲେ ମଧ୍ୟ ସେହି ଥାଳିଏ ଆହାର୍ଯ୍ୟ ପଦାର୍ଥ ହୋଇ ରହିଥିବ । ଯଦି ଆମେ ବିରୋଧ ଦେଖି ପାରିବାର ସାମର୍ଥ୍ୟଟିକୁ ଛାଡ଼ି ଦେବା, ତେବେ ଯାବତୀୟ ଉକ୍ତି ଆମଲାଗି ସତେଅବା ସବୁକିଛିକୁ ସମାନ ବୋଲି ଦେଖିବାର ଏକ ସ୍ତରକୁ ହିଁ ଆସିଯିବ, ଏବଂ ସେତେବେଳେ ସେଥିମଧ୍ୟରୁ କୌଣସି ଗୋଟିକୁ ଆମେ ପ୍ରକୃତରେ ଠିକ୍ ଏବଂ ତେଣୁ ଅନ୍ୟ ସବୁଗୁଡ଼ିକୁ ଅଠିକ୍ ବୋଲି ଭିନ୍ନ ଭିନ୍ନ କରି ମୋଟେ ବିଚାର କରି ପାରିବାନାହିଁ । ଏବଂ, ସେତେବେଳେ ଆମେ ଏପରି ଏକ ଦୁଃସ୍ଵପ୍ନର ପୃଥିବୀରେ ଯାଇ ବାସ କରୁଥିବା, ଯେଉଁଟି ମଧ୍ୟରୁ କି ନ୍ୟାୟବୁଦ୍ଧିର ସକଳ ମାନଦଣ୍ଡକୁ ବାହାରକୁ ଫିଙ୍ଗି ହିଁ ଦିଆ ଯାଇଥିବ ଏବଂ ଯାହା କେବଳ ଗୁଡ଼ିଏ ଭୟପ୍ରଦ ଝଲକ ଓ କର୍ଣ୍ଣକଟୁ ସ୍ଵରରେ ପୂର୍ଣ୍ଣ ହୋଇ ରହିଥିବ । ସେତେବେଳେ ତୁମେ ଆଉ କିଛି ବି ଭାବି ପାରିବନାହିଁ । ତୁମ ପାଖରେ ଭାବି ପାରିବାର କୌଣସି ପଦ୍ଧତି ମଧ୍ୟ ନଥିବ । ପୁନଶ୍ଚ, କିଛି କରିବାକୁ ମଧ୍ୟ ନଥିବ, କେବଳ କ’ଣସବୁ ଅନୁଭବ କରିବାରେ ଲାଗିଥିବ । ଏହିପରି ଭାବରେ ତୁମଲାଗି ସେହି ଫାସିଷ୍ଟ୍‌ବାଦୀ ଆଦର୍ଶବାଦ ଆଡ଼କୁ ଖୁବ୍ ଶ୍ରୀଘ୍ର ଏକ ବାଟ ମିଳିଯିବ । ସ୍ପେନ୍‌ରେ ଗୃହଯୁଦ୍ଧ ଲାଗିଥିବା ସମୟରେ ଶବ୍ଦାର୍ଥବିଜ୍ଞାନର ମତଧାରୀମାନେ କାହିଁକି ଆଦୌ କୌଣସି ନିଷ୍ପତ୍ତି ନକରି ବସି ଯାଇଥିଲେ, ବର୍ତ୍ତମାନ ସେହି କଥାଟିକୁ ଅପେକ୍ଷାକୃତ ଅଧିକ ସ୍ପଷ୍ଟ ଭାବରେ ନିଶ୍ଚୟ ବୁଝି ହେଉଛି ।

 

ନୀତିଶାସ୍ତ୍ର ଉପରେ ଆକ୍ରମଣ

 

ଏହିପରି ଗୋଟିଏ କାର୍ଯ୍ୟ କରିବା ଭଲ କିମ୍ବା ଭଲ ନୁହେଁ, ଏହି ଅନ୍ୟ କାର୍ଯ୍ୟଟିରୁ ନିବୃତ ହୋଇ ରହିବା ଉଚିତ ହେବ କି ନାହିଁ, ସେହି ଅମୁକ ବ୍ୟକ୍ତିଙ୍କର ନୀତିଗୁଡ଼ିକ ଠିକ୍ ଅଥବା ଠିକ୍ ନୁହେଁ, ଏହି ଯାବତୀୟ ନିର୍ଣ୍ଣୟର ଚର୍ଚ୍ଚା କରି ଆମ ଜୀବନର ଗୋଟିଏ ବୃହତ୍ ଭାଗ ଅତିବାହିତ ହେବାରେ ଲାଗିଥାଏ । ଏହି କାଟର ପ୍ରଶ୍ନମାନେ ହେଉଛନ୍ତି ଗୋଟିଏ ଗୋଟିଏ ନୈତିକ ପ୍ରଶ୍ନ ଏବଂ, ସେଗୁଡ଼ିକରେ ସର୍ବଦା ଭଲ, ଭଲ ନୁହେଁ, ଠିକ୍, ଠିକ୍ ନୁହେଁ, ଉଚିତ, ବିଧେୟ ପ୍ରଭୃତି ଶବ୍ଦର ବ୍ୟବହାର କରାଯାଇଥାଏ ଏବଂ ସେହି କାରଣରୁ ସେଗୁଡ଼ିକୁ ଚିହ୍ନି ହୋଇଯାଏ । ଆମେ ଯେତେବେଳେ ଏହିସବୁ ଶବ୍ଦ ବ୍ୟବହାର କରୁ, ସେତେବେଳେ ଆମେ ଯେ କୌଣସି ଘଟଣା ବିଷୟରେ କହୁ ତା’ ନୁହେଁ, ଆମେ ଗୋଟିଏ କୌଣସି କଥାର ମୂଲ୍ୟାୟନ ମଧ୍ୟ କରୁ ଏବଂ ସେଇଟି ବିଷୟରେ ନିଜର ବିଚାରଟିକୁ ପ୍ରକଟ ମଧ୍ୟ କରିଥାଉ । ମୂଲ୍ୟାୟନ ମଧ୍ୟ କରୁ ଏବଂ ସେଇଟି ବିଷୟରେ ନିଜର ବିଚାରଟିକୁ ପ୍ରକଟ ମଧ୍ୟ କରିଥାଉ । ଉଦାହରଣ ସ୍ଵରୂପ, ଯେତେବେଳେ ଆମେ “ଗୋଟିଏ ଅଣୁବୋମା ଏକାବେଳେକେ ପଚାଶ ହଜାର ମଣିଷଙ୍କର ପ୍ରାଣନାଶ କରିପାରିବ” ବୋଲି କହୁ, ସେତେବେଳେ ଆମେ ଗୋଟିଏ ବାସ୍ତବ ସତ୍ୟ ବିଷୟରେ ହିଁ କହିଥାଉ; ଅନ୍ୟ ପକ୍ଷରେ “ପଚାଶ ହଜାର ମଣିଷଙ୍କର ପ୍ରାଣହାନି ଘଟାଇବା ଏକ ଗର୍ହିତ କାର୍ଯ୍ୟ” ବୋଲି କହୁଥିବା ସମୟରେ ପ୍ରକୃତରେ ଗୋଟିଏ କଥାର ମୂଲ୍ୟାୟନ ହୁଏ, ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ମାପକାଠି ପ୍ରୟୋଗ କରି ସେଇଟିର ବିଚାର କରାଯାଏ ।

 

ମନୁଷ୍ୟମାନଙ୍କର ଅନୁଭବ ଏପରି ଦର୍ଶାଇ ଦେଉଥିବା ପରି ବୋଧ ହୁଏ ଯେ, ଏକ ନୀତିଦ୍ୱାରା ପରିଚାଳିତ ହେଉଥିବା ଜୀବନ ପ୍ରକୃତରେ ବେଶ୍ ଏକ ଦାୟିତ୍ଵ ବହନ କରୁଥିବାର ଜୀବନ । ଅବଶ୍ୟ ଏପରି କେତେକ ମନୁଷ୍ୟ ମଧ୍ୟ ଥାଆନ୍ତି, ଯେଉଁମାନେ କି କୌଣସି ନା କୌଣସି ଉପାୟରେ ଆପଣାକୁ ଜଣେ ଜଣେ ନୀତି-ନିୟନ୍ତ୍ରଣକାରୀର ଭୂମିକାରେ ନେଇ ରଖିଥାଆନ୍ତି ଏବଂ, ସେହି ଉଚ୍ଚ ସ୍ଥାନଟିରେ ରହି ସେମାନେ ଅନ୍ୟମାନଙ୍କ ନିମନ୍ତେ ନିୟମମାନଙ୍କର ସୁପାରିଶ ହିଁ କରନ୍ତି,-ଆପେ ନିୟମଗୁଡ଼ିକୁ ମାନିବା ବିଷୟରେ ସତେଅବା ସେତେ ଚିନ୍ତା କରନ୍ତିନାହିଁ । ଆମେ ନୀତିଶାସ୍ତ୍ରକୁ କଦାପି ଏକ ନିଷେଧପ୍ରଧାନ ଶୃଙ୍ଖଳାର କ୍ଷେତ୍ର ବୋଲି କହି ପାରିବାନାହିଁ; ତଥାପି, ଏହି କଥାଟି ମଧ୍ୟ ସତ ଯେ ତାହା କେବଳ ନାନାଭଳି ନିଷେଧମାନଙ୍କୁ ଜାରି କରି ରଖିବାକୁ ଅସାଧାରଣ ଭାବରେ ବେଶ୍ ଭଲ ପାଉଥିବା ପରି ଅନେକ ସମୟରେ ନିଶ୍ଚୟ ମନେ ହେଉଥାଏ । ଜଣେ ଦୁଃଖୀ ମରଣଶୀଳ ମନୁଷ୍ୟ ନିଜର ସେହି ମରଣଶୀଳତା ବିଷୟରେ ସତେଅବା ଏକାନ୍ତ ଅସହନୀୟ ପ୍ରକାରେ ମ୍ରିୟମାଣ ହୋଇ ଏକଦା ଏପରି କହୁଥିବାର ଶୁଣା ଯାଉଥିଲା, “କେଡ଼େ ବିରକ୍ତିକର ଯେ, ମୋତେ ଭଲ ଲାଗୁଥିବା ଏଠି ପ୍ରତ୍ୟେକ ସକଳକଥା ହୁଏତ ନିୟମ ବିରୋଧୀ, ଅସ୍ଵାସ୍ଥ୍ୟକାରୀ ଅଥବା ଅନୈତିକ !” ମୁଁ ଭାବୁଛି, ପ୍ରକୃତରେ ସାଧୁ ପ୍ରତ୍ୟେକ ବ୍ୟକ୍ତି ଆପଣାର ହୃଦୟ ଭିତରେ ସେହି ଅଭିଯୋଗଟିର ଏକ ପ୍ରତିଧ୍ୱନି ଅବଶ୍ୟ ଶୁଣୁଥିବ ।

 

ହଁ, ଏକଥା ଖୁବ୍ ସତ୍ୟ ଯେ ମନୁଷ୍ୟମାନେ ନୀତିବାଦୀମାନଙ୍କ ଠାରୁ ବହୁତ ବହୁତ ପ୍ରବଚନ ଶୁଣି ଆସିଛନ୍ତି; କିନ୍ତୁ ଏକଥା ସତ୍ୟ ଯେ, ସେମାନେ ଆପଣାର ଉଦ୍‌ଭାବନ ବଳରେ ନୈତିକତାର କ୍ଷେତ୍ରରେ ନାନା ସାଲିଶ୍ ମଧ୍ୟ ସର୍ବଦା କରି ପାରିଛନ୍ତି । ଆପଣାର ଇଚ୍ଛାଟି ମୁତାବକ ମନଟାକୁ ଖାପଖୁଆଇ ଆଣିବାରେ ମନୁଷ୍ୟମାନେ ଯୁଗେ ଯୁଗେ କେତେ କୁଶଳତାର ପରିଚୟ ଦେଇଛନ୍ତି ଏବଂ, ଯଦି ସେହି ଚତୁରତାଟିକୁ ଭିତ୍ତି କରି ବୁଦ୍ଧିର ପରୀକ୍ଷା କରାଯାଇ ପାରନ୍ତା, ତେବେ ମହାନ୍‍ ବୁଦ୍ଧିସମ୍ପନ୍ନ ପ୍ରତିଭାର ଅଧିକାରୀମାନଙ୍କର ସଂଖ୍ୟା ପ୍ରକୃତରେ ପ୍ରଭୂତ ପରିମାଣରେ ନିଶ୍ଚୟ ବୃଦ୍ଧି ମଧ୍ୟ ପାଇପାରନ୍ତା । ଅବଶ୍ୟ, ଏହି ବିଂଶ ଶତାବ୍ଦୀଟି ପୂର୍ବରୁ ମୂଲ୍ୟାୟନ ବିଷୟରେ ଆମର ଯାବତୀୟ ବିଚାର ଏବଂ ମୀମାଂସା ବାକ୍ୟବିନ୍ୟାସ ଦୃଷ୍ଟିରୁ ପ୍ରାୟ ନିୟମତଃ ଅତ୍ୟନ୍ତ ଅସ୍ପଷ୍ଟ ହୋଇ ରହିବାକୁ ବାଧ୍ୟ ହୋଇଥାଏ ବୋଲି କାରଣ ଦର୍ଶାଇ ନୀତି ତଥା ନୈତିକତାର ତତ୍ତ୍ଵଟିର କୌଣସି ଟୀକା କରିବା ପାଇଁ କେହି କେବେ ମନ କରି ନଥିଲେ ।

 

ଏହି ବିଚକ୍ଷଣ କର୍ମଟି ବିଷୟରେ ଆମର ଆଲୋଚନାରେ ଆମେ ଏଠାରେ ଶ୍ରୀ ଚେଜ୍‍ ଓ କର୍ଜିବ୍‌ସ୍କିଙ୍କୁ ଛାଡ଼ି ଇଂଲଣ୍ଡକୁ ଆସିବା, ଯେଉଁଠାରେ କି ତୃତୀୟ ଦଶନ୍ଧିର ମଧ୍ୟଭାଗରେ ପ୍ରତ୍ୟକ୍ଷବାଦୀମାନେ ସେହି ବିଷୟଟିର ଚର୍ଚ୍ଚା କରିଥିଲେ । ସର୍ବପ୍ରଥମ ପର୍ଯ୍ୟାୟଟିରେ ସେମାନେ କହିଥିଲେ ଯେ ସକଳ ସତ୍ୟୋକ୍ତିକୁ ଆମେ ଦୁଇଟି ପ୍ରଧାନ ବର୍ଗରେ ବିଭାଜିତ କରି ଦେଖିପାରିବା : ଯେଉଁଗୁଡ଼ିକ କିଛି ଅର୍ଥକୁ ପ୍ରକାଶ କରୁଥାନ୍ତି ଓ ଆଉ ଯେଉଁଗୁଡ଼ିକ ଆଦୌ କୌଣସି ଅର୍ଥ ପ୍ରକାଶ କରନ୍ତି ନାହିଁ । ପ୍ରଥମ ଶ୍ରେଣୀରେ ଯେଉଁମାନେ ରହିଥାଆନ୍ତି, (୧) ସେଗୁଡ଼ିକରେ ଏକ ଦ୍ଵିରୁକ୍ତି ରହିଥାଏ, ଅର୍ଥାତ୍, ସେଗୁଡ଼ିକରେ ଥିବା କର୍ତ୍ତାପଦ ବ୍ୟତୀତ ଅବଶିଷ୍ଟ ଅଂଶଟି କେବଳ କର୍ତ୍ତାଟିର ସଂଜ୍ଞାଗୁଡ଼ିକର ନିରୂପଣ କରି ଦେଉଥାଏ ଏବଂ, ଦ୍ଵିତୀୟ ଶ୍ରେଣୀର ଉକ୍ତିଗୁଡ଼ିକୁ (୨) ସମ୍ଭାବ୍ୟ ଇନ୍ଦ୍ରିୟାନୁଭବଟି ସହିତ ମିଳାଇ ପ୍ରକୃତରେ ପରୀକ୍ଷା କରିବାକୁ ହିଁ ହୋଇଥାଏ । ସେହି ଅନୁସାରେ, ‘ଏକ ତ୍ରିଭୁଜ ହେଉଛି ତିନିଗୋଟି ବାହୁ ରହିଥିବା ସରଳରେଖା ଦ୍ଵାରା ସୂଚାଇ ଦିଆ ଯାଇଥିବା ଗୋଟିଏ କ୍ଷେତ୍ର’–ଏହି ଉକ୍ତିଟିର ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥ ରହିଛି, କାରଣ ଏଥିରେ କର୍ତ୍ତା ବ୍ୟତୀତ ବାକ୍ୟଟିର ବାକୀ ଅଂଶରେ କର୍ତ୍ତାଟିର ହିଁ ସଂଜ୍ଞାଟିକୁ କହି ଦିଆଯାଇଛି । ମାତ୍ର, ଅନ୍ୟପକ୍ଷରେ ‘ଶ୍ରୀ ଅମୁକ ଏକ ବାଦାମୀ ରଙ୍ଗର ପୋଷାକ ପରିଧାନ କରିଛନ୍ତି;–ଏହି ଉକ୍ତିଟିକୁ ଅମୁକ ବ୍ୟକ୍ତିଙ୍କୁ ଦେଖିବାପରେ ସତ୍ୟକଥାଟିକୁ ଜାଣିବା ନିଶ୍ଚୟ ସମ୍ଭବ ହେବ ।

 

ଏହି ଯୁକ୍ତିଟିକୁ, ଉଦାହରଣ ସ୍ଵରୂପ, ନୀତିଶାସ୍ତ୍ର ଅଥବା ଈଶ୍ଵରମୀମାଂସାର କ୍ଷେତ୍ରରେ ନେଇ ପ୍ରୟୋଗ କଲେ ଆମେ ତଦ୍ଦ୍ଵାରା ବେଶ୍ କେତେକ ଉଲ୍ଲେଖଯୋଗ୍ୟ ନିଷ୍କର୍ଷରେ ଯାଇ ପହଞ୍ଚି ପାରିବା । ‘ଈଶ୍ଵର ହେଉଛନ୍ତି ଏକ ତ୍ରିବିଭାବକଯୁକ୍ତ ଆଧ୍ୟାତ୍ମିକ ସତ୍ତା’,–କଥାଟିରେ ଅବଶ୍ୟ ଏକ ଅର୍ଥ ରହିଛି ବୋଲି ବୁଝିହେବ, କାରଣ, ଏକ ଆଚରିତ ଧର୍ମବିଶ୍ଵାସ ଅନୁସାରେ ଈଶ୍ଵରଙ୍କର ଠିକ୍ ସେହି ସଂଜ୍ଞାଟିକୁ ଦିଆଯାଇଛି । କିନ୍ତୁ, ଅନ୍ୟ ପକ୍ଷରେ, ‘ଈଶ୍ଵର ଅଛନ୍ତି’ ଉକ୍ତିଟିରେ କୌଣସି ଅର୍ଥ ରହିଥିବାର ପରିଲକ୍ଷିତ ହେଉନାହିଁ । କାରଣ, ଇନ୍ଦ୍ରିୟ-ଅନୁଭବ ଦ୍ଵାରା ଆମେ କଦାପି ସେପରି କୌଣସି ସତ୍ତାର କୌଣସି ପରିଚୟ ପାଇ ପାରିବାନାହିଁ । ସେମାନଙ୍କର ଏହି ଉକ୍ତିମାନଙ୍କରେ ପ୍ରକୃତରେ କୌଣସି ସତ୍ୟତା ନାହିଁ ବୋଲି ଏକ ଆପତ୍ତିର ଉତ୍‌ଥାପନ କରାଗଲେ, ଈଶ୍ଵର-ମୀମାଂସା କ୍ଷେତ୍ରର ଯେଉଁ ସୂତ୍ରକାରମାନେ କାଳେ କାଳେ ଅତ୍ୟନ୍ତ କଠୋର ହୋଇ ପଡ଼ୁଥିଲେ, ଏବଂ, ଏହିପରି ଏକ ଅଭିଯୋଗ କରି ଯେତେବେଳେ ଏକ ନୂଆ କଥାଟିକୁ କୁହାଗଲା ଏବଂ ସେମାନେ ଏଯାଏ ଆଦୌ କୌଣସି ଅର୍ଥ ବହନ କରୁଥିବା ଆଦୌ କିଛି କେବେହେଲେ କହିନାହାନ୍ତି ବୋଲି ଆପତ୍ତି ହେଲା, ସେତେବେଳେ ତ ସେମାନେ ସଂପୂର୍ଣ୍ଣ ପଣେ ଅଣନିଃଶ୍ଵାସୀ ହୋଇଗଲେ ।

 

ଏବଂ, ନୀତିଶାସ୍ତ୍ରର କ୍ଷେତ୍ରଟି ଉପରେ ପଡ଼ିଥିବା ତାହାର ପ୍ରଭାବଟି ତ ସମସ୍ତଙ୍କୁ ଆହୁରି ଅଧିକ ଆଚମ୍ବିତ କରିଦେଇଛି । ଏହି କ୍ଷଣକ ଆଗରୁ ଆମେ ପ୍ରକାଶ କରିଛୁ ଯେ, “ଗୋଟିଏ ମାତ୍ର ଅଣୁବୋମା ପଚାଶ ହଜାର ମନୁଷ୍ୟଙ୍କର ପ୍ରାଣହାନି ଘଟାଇ ପାରିବ ।” ସେଇଟି ତ ଏକ ସତ୍ୟକଥାଟିକୁ ପ୍ରକଟ କରିଦେଉଛି । ଇନ୍ଦ୍ରିୟଲବ୍‌ଧ ଅନୁଭୂତି ଦ୍ଵାରା ତାହାର ସତ୍ୟଟିକୁ ଅବଶ୍ୟ ଗୋଚରୀଭୂତ କରାଯାଇ ପାରିବ । ଏବଂ, ନ୍ୟାୟଶାସ୍ତ୍ରୀ ପ୍ରତ୍ୟକ୍ଷବାଦୀମାନେ ମଧ୍ୟ ଏହି ଉକ୍ତିଟିକୁ ଅର୍ଥଯୁକ୍ତ ବୋଲି ସ୍ଵୀକାର କରିବେ । ମାତ୍ର “ପଚାଶ ହଜାର ମନୁଷ୍ୟଙ୍କର ପ୍ରାଣହାନି ଘଟାଇବା ଗୋଟିଏ ଗର୍ହିତ କାର୍ଯ୍ୟ”–ଆମର ସେହି ଅନ୍ୟ ବାକ୍ୟଟି ଦ୍ଵାରା ଗୋଟିଏ ସ୍ଥିତିର ବର୍ଣ୍ଣନା କରା ଯାଇନାହିଁ,–ଏକ ମୂଲ୍ୟାୟନର ହିଁ ଉତ୍‌ଥାପନ କରାଯାଇଛି । ମୁଁ ମନୁଷ୍ୟମାନଙ୍କର ପ୍ରାଣହାନିକୁ ସିନା ଦେଖି ପାରିବି, ମାତ୍ର, ସେହି କାର୍ଯ୍ୟଟି ଯେ ଗର୍ହିତ, ସେକଥାଟିକୁ ମୁଁ ଦେଖି ପାରିବିନାହିଁ । ଏଠାରେ ମୁଁ ସେହି ଘଟଣାଟି ବିଷୟରେ ପ୍ରକୃତରେ କୌଣସି ବର୍ଣ୍ଣନା ଦେଉନାହିଁ । ଘଟଣାଟି ବିଷୟରେ ମୋ’ର ଦୃଷ୍ଟିକୋଣଟିକୁ ହିଁ ପ୍ରକଟ କରୁଛି । ‘ଗହିତ’ ବୋଲି ଏଥିରେ ବ୍ୟବହାର କରାଯାଇଥିବା ଶବ୍ଦଟି ଉକ୍ତିଟିରେ ବର୍ଣ୍ଣିତ ଘଟଣାଟି ବିଷୟରେ ଅଧିକ ମୋଟେ କିଛିହେଲେ କହୁନାହିଁ । ସେଇଟି ସମ୍ବନ୍ଧରେ ମୋ’ ଅନୁଭବଟିକୁ ହିଁ ଯାହା ବ୍ୟକ୍ତ କରୁଛି । ସତେଅବା ମୁଁ ଏହାଦ୍ୱାରା ମୋ’ ଭିତରେ ରହିଥିବା ଗୋଟିଏ ଭୟର ଭାବନାକୁ ବ୍ୟକ୍ତ କରି ‘ଗୋଟିଏ ଅଣୁବୋମା ପଚାଶ ହଜାର ମନୁଷ୍ୟଙ୍କର ପ୍ରାଣହାନି ଘଟାଇ ପାରିବ’ ବୋଲି ପ୍ରକୃତରେ କହିଛି ।

 

ବର୍ତ୍ତମାନ ଆମେ ଆଉଜଣେ ବ୍ୟକ୍ତିଙ୍କର କଳ୍ପନା କରିବା, ଯିଏକି ଏପରି ଏକ ଧ୍ଵଂସର ଘଟଣାକୁ ବେଶ୍ ଚମତ୍କାର ବୋଲି ଭାବୁଛନ୍ତି । ତାଙ୍କର ସେହି କଥାଟିକୁ ମଧ୍ୟ ଏପରି ଗୋଟିଏ ଉକ୍ତି ବୋଲି କୁହାଯାଇ ପାରିବ, ଯେଉଁଟିକୁ କି ସିଏ ସତେଅବା କୌଣସି ପ୍ରକାରର ଉପ୍ତିଟିଏ ଅନୁଭବ କଲାପରି କହୁଛନ୍ତି : ‘ଗୋଟିଏ ଅଣୁବୋମା ଦ୍ଵାରା ପଚାଶ ହଜାର ମଣିଷଙ୍କର ପ୍ରାଣହାନି ଘଟିପାରିବ ।’ ଆମେ ଅଧିକାଂଶ ମଣିଷ ତ ବେଶ୍ ସ୍ଵାଭାବିକ ଭାବରେ ଏହିଭଳି ମନେ କରିବା ଯେ, ଏଠାରେ ଚର୍ଚ୍ଚାକୁ ଆସିଥିବା ସେହି ଦୁଇଜଣ ବ୍ୟକ୍ତିଙ୍କର ବସ୍ତୁତଃ ପରସ୍ପରର ବିରୋଧ କରୁଥିବା ଦୁଇ ପ୍ରକାରର ନୈତିକ ମତ ଓ ବିଚାର ରହିଛି ଏବଂ, ସେମାନେ ସେହି ବିଷୟରେ ପରସ୍ପର ସହିତ ଗୋଟିଏ ବୌଦ୍ଧିକ ଆଲୋଚନା ମଧ୍ୟ କରିପାରିବେ । ଅବଶ୍ୟ, ଯଦି ମୁଁ ସେହି ପ୍ରଥମ ଜଣଟି ହୋଇଥାନ୍ତି, ତେବେ ମୁଁ ତା ବରଂ ଉକ୍ତ ଦ୍ଵିତୀୟ ବ୍ୟକ୍ତିଙ୍କୁ ପାଖରେ ରହୁଥିବା ଜଣେ ଚିକିତ୍ସକଙ୍କ ପାଖକୁ ନେଇଥାନ୍ତି, ଯିଏକି ତାଙ୍କର ଏହି ମାନସିକ ବିକୃତିଟିର ଚିକିତ୍ସା କରନ୍ତେ । କିନ୍ତୁ, ସେହି ନୂତନ ସିଦ୍ଧାନ୍ତଟି ଅନୁସାରେ, ଭୟଭୀତ ହୋଇ ପଡ଼ୁଥିବା ସେହି ପ୍ରଥମ ବ୍ୟକ୍ତି ଏବଂ ଉଲ୍ଲସିତ ହେଉଥିବା ଦ୍ଵିତୀୟ ବ୍ୟକ୍ତିଙ୍କ ମଧ୍ୟରେ ସତ୍ୟ ଅଥବା ମିଥ୍ୟାର ଆଦୌ କୌଣସି ପ୍ରଶ୍ନ ପ୍ରକୃତରେ ନାହିଁ; ଏହି ଭାବାବେଗ ଗୁଡ଼ିକୁ ନେଇ ଆଦୌ କୌଣସି କଳହ ଆଦୌ କିପରି ରହିପାରିବ ! ଅକ୍ସଫୋର୍ଡ଼୍‌ର ଦାର୍ଶନିକ ଶ୍ରୀଯୁକ୍ତ ଏ.ଜେ. ଆୟର୍ ଯେପରି କହିଛନ୍ତି :

 

ଚୋରି କରିବା ଯେ ମନ୍ଦକାର୍ଯ୍ୟ, ଏହି ବିଷୟରେ ଆଉଜଣେ ବ୍ୟକ୍ତି ଅବଶ୍ୟ ଅସମ୍ମତ ହୋଇ ପାରନ୍ତି, କାରଣ ଚୋରି ବିଷୟରେ ମୋ’ଠାରୁ ଏକ ଭିନ୍ନ ମତ ମଧ୍ୟ ସର୍ବଦା ରହିପାରେ । .....କିନ୍ତୁ, ଏଇଟି ମଧ୍ୟ ଗୋଟିଏ ସତକଥା ଯେ, ସିଏ ମୋ’ କଥାଟିକୁ କଦାପି ଭୁଲ ବୋଲି କହି ପାରିବେନାହିଁ । ଆମ ଦୁହିଁଙ୍କ ମଧ୍ୟରେ ଯେ କିଏ ଠିକ୍, ସେପରି ଏକ ପ୍ରଶ୍ନ କରିବାରେ ମଧ୍ୟ ଆଦୌ କୌଣସି ଅର୍ଥ ନାହିଁ । କାରଣ, ଆମେ ଉଭୟେ ହିଁ ଏହି କ୍ଷେତ୍ରରେ ଏକ ଯଥାର୍ଥ ସତ୍ୟକୁ ଆଦୌ ବ୍ୟକ୍ତ କରୁନାହୁଁ । *

 

*Alfred J. Ayer. Language, Truth and Logic. Oxford University Press, New York, 1936, p, 159 Mr. Ayer received his appellation in the New Statesman and Nation for March 27, 1937.

 

ଆମେ ତେଣୁ ଆମର ପ୍ରକୃତ ସ୍ଥିତିଟିକୁ ନିଶ୍ଚୟ ବୁଝି ପାରୁଥିବା । ଜଣେ କହୁଛନ୍ତି ଯେ ନୈତିକତା ଦୃଷ୍ଟିରୁ ଚୋରି କରିବା ହେଉଛି ଗୋଟିଏ ମନ୍ଦକାର୍ଯ୍ୟ ଏବଂ ଆଉଜଣେ ତାହାକୁ ଏକ ଚମତ୍କାର କାର୍ଯ୍ୟ ବୋଲି ମତ ଦେଉଛନ୍ତି । ଏବଂ, ଉଭୟେ ହିଁ ଏପରି କେତେକ ଶବ୍ଦର ଉଚ୍ଚାରଣ କରୁଛନ୍ତି, ଯେଉଁଗୁଡ଼ିକର ଏକ ଅତ୍ୟନ୍ତ ସୀମାବଦ୍ଧ ତାତ୍ପର୍ଯ୍ୟମାନ ରହିଛି ।

 

କିନ୍ତୁ, ଆମେ ଚୋରି କରିବା ପରିବର୍ତ୍ତେ ଗୋଟିଏ ଏତେ ଅଧିକ ସ୍ପଷ୍ଟ ହେଉନଥିବା ହୁଏତ ମାମୁଲି ଦୃଷ୍ଟାନ୍ତଟିଏ ନେବା । ଏପରି ଗୋଟିଏ ଘଟଣା ବିଷୟରେ ବିଚାର କରିବା, ଶବ୍ଦବାଦୀମାନେ ଯାହାକୁ ଘଟିବାକୁ ନଦେବାରେ ପ୍ରାୟ ସେପରି କିଛିହେଲେ କରିନାହାନ୍ତି, ରୁଷିଆ ଦେଶରେ ଗୋଟିଏ ବାଳକ ଥରେ କ’ଣ ଏକ ରୋଗରେ ପଡ଼ି ଚିକିତ୍ସା ପାଇଁ ଡାକ୍ତରଖାନା ଆସିଥିଲା । ତାକୁ ନିଶ୍ଚେତକ ଦିଆଯାଇଥିବା ସମୟରେ ସିଏ ହଠାତ୍ ତିନିବର୍ଷ ପୂର୍ବରୁ ଘଟିଥିବା କେତେକ କଥାକୁ ମନେ ପକାଇବାକୁ ଲାଗିଲା । ସେତେବେଳେ ନାତ୍‌ସୀମାନେ ତା’ଗାଆଁକୁ ଜୟ କରି ନେଇଥିଲେ ଓ ତା’ କକାକୁ ଫାଶୀର ଲଟକାଇ ଦେଇଥିଲେ । ଯେଉଁସବୁ କଥାକୁ ସେ ପୂର୍ବରୁ କାହାରି ଆଗରେ ବର୍ଣ୍ଣନା କରି କହିନଥିଲା, ବର୍ତ୍ତମାନ ସେହିଗୁଡ଼ିକ ହିଁ ତା’ଭିତରୁ ବାହାରି ଆସିଥିଲା :

 

“ତୁମେ କାନ୍ଦନା”,–ବାଳକଟି କାନ୍ଦି କାନ୍ଦି କହିଲା, “ଜେଜେମା, ତୁମେ ମୋଟେ କାନ୍ଦନାହିଁ । କକାଙ୍କୁ ମୁଁ ଏପରି ଅବସ୍ଥାରେ ଆଦୌ ଦେଖିବାକୁ ଇଚ୍ଛା କରୁନାହିଁ । ଦେଖିଲ, ଜର୍ମାନ୍‌ମାନେ ପ୍ରକୃତରେ କ’ଣ କରିଛନ୍ତି ! ତାଙ୍କର ମୁଣ୍ଡକୁ ପୂରା ଦି’ଫାଳ କରି ଦେଇଛନ୍ତି... ଭଗବାନ ତ ସବୁକିଛି ଦେଖୁଛନ୍ତି ।

 

“ଯେତେବେଳେ ସେମାନେ ତାଙ୍କୁ ତଳକୁ ଓହ୍ଲାଇ ଆଣି କବର ଦେଲେ, ସେତେବେଳେ ସିଏ କିପରି ପୂରା ଟାଣ ହୋଇ ଯାଇଥିଲେ ଚାହିଁ ଦେଖ । ତାଙ୍କୁ ତ ମୋଟେ କଫିନ୍ ଭିତରକୁ ଆଣି ରଖି ହେଲାନାହିଁ । ଦେଖ, ଦେଖ, ଆମ କକାଙ୍କର ପ୍ରକୃତରେ କି ଅବସ୍ଥା ହେଲା !

 

“କକାଙ୍କୁ ମୁଁ କେବେହେଲେ ଭୁଲି ପାରିବିନାହିଁ । (ବାଳକଟି ଭାରି ବିକଳ ହୋଇ କାନ୍ଦୁଥାଏ । ମୁଁ ଜର୍ମାନ୍‌ମାନଙ୍କୁ ହତ୍ୟା କରିବି । ଆଉ ବିଳମ୍ୱ କରନାହିଁ, ଶୀଘ୍ର ଆସ ହେ ରୁଷିଆବାସୀ, ଏହି ଜର୍ମାନ୍‍ମାନଙ୍କୁ ହତ୍ୟା କର । ମୋ’ କକା ପୁଣି ଜୀବିତ ହୋଇ ଉଠନ୍ତୁ ବୋଲି ମୁଁ ଇଚ୍ଛା କରୁଛି । ଭଗବାନ୍ ତାଙ୍କୁ ତାଙ୍କ କବର ଭିତରୁ ଫେରାଇ ଦିଅନ୍ତୁ । ଜେଜେମା, “ଜେଜେମା, ଦୁଃଖରେ ତୁମର ହୃଦ୍‌ଯନ୍ତ୍ରଟି ମଧ୍ୟ ବନ୍ଦ ହୋଇଯିବେ ।”*

 

* Ella Winter, I Saw The Russian People, Little, Brown & Co, Boston, 1945, p, 208

 

ନାତ୍‌ସୀମାନେ ବାଳକଟିର କକାଙ୍କୁ ନେଇ କ’ଣ କରିଥିଲେ, ମୁଁ ସେହି ବିଷୟରେ କିଛି କହୁନାହିଁ । ସେହି କେବଳ ଏତିକି ଦୋଷ କରିଥିଲେ ଯେ, ଜଣେ ଆହତ ରୁଷ୍ ସୈନିକକୁ ଉଦ୍ଧାର କରିଥିଲେ । ନାତ୍‌ସୀମାନେ ଅନ୍ୟ ଶିଶୁମାନଙ୍କୁ କ’ଣ ସବୁ ଗଞ୍ଜଣା ଦେଇଥିଲେ ଏଠାରେ ମୁଁ ସେବିଷୟରେ ମଧ୍ୟ କିଛି କହୁନାହିଁ । ସେମାନେ କେତେ କେତେ ପିଲାଙ୍କର ଜିଭକୁ କାଟି ଦେଇଥିଲେ ଏବଂ ସେମାନଙ୍କର ଦେହକୁ ଗୁଳି ମାରିବା ଅଭ୍ୟାସ ସମୟରେ ଲକ୍ଷ୍ୟରୂପେ ବ୍ୟବହାର କରିଥିଲେ । ମଇଡ଼ାନେକ୍ ମାରଣ-ଶିବିରରେ ସାନ ପିଲାମାନଙ୍କର ପିନ୍ଧା ଜୋତାମାନଙ୍କର ସେହି ଭୟାନକ ଗଦା ବିଷୟରେ ମଧ୍ୟ ମୁଁ କିଛି କହିବିନାହିଁ । ମୁଁ ତ କେବଳ ଦର୍ଶନ-ଚର୍ଚ୍ଚାକାରୀମାନଙ୍କର କଥା କହିବି, ଯେଉଁମାନେ କହନ୍ତି ଯେ ତୁମେ ନୈତିକତା ବିଷୟରେ ଯାହାକିଛି ବିଚାରମାନ ପ୍ରକଟ କର ପଛକେ, ସେଗୁଡ଼ିକ ତୁମର କେବଳ ବ୍ୟକ୍ତିଗତ କିଛି ଆବେଗ ବ୍ୟତୀତ କଦାପି କିଛି ନୁହେଁ । ଏବଂ, ରୁଷିଆର ସେହି ପିଲାଟି ଯେପରି ବିକଳ ହୋଇ “ଆଈମାଆ, ଦୁଃଖରେ ତୁମର ହୃଦ୍‌ଯନ୍ତ୍ରଟା ପ୍ରକୃତରେ ବନ୍ଦ ହୋଇଯିବ” ବୋଲି ଯାହା କହିଥିଲା, ସେମାନେ ସେଇ କଥାଟିକୁ ବିଚାର କରନ୍ତୁ ବୋଲି ମୁଁ ସେମାନଙ୍କୁ ଅନୁରୋଧ କରିବି । ଏବଂ, ତା’ପରେ କେତେକ ପରିମାଣରେ ଭୀରୁ ସେହି ନୀତିବାଦୀମାନଙ୍କର ଦୃଷ୍ଟି ଆକର୍ଷଣ କରି କହିବି, “ହେ ମହାଶୟମାନେ, ମୁଁ ଭାବୁଛି ଯେ ଏହା ଅବଶ୍ୟ ଏକ ନିରାଟ ମନ୍ଦ,–ପିଲାମାନଙ୍କୁ ନେଇ ଏପରି ଆଚରଣ କରିବା ହେଉଛି ସଂପୂର୍ଣ୍ଣ ଘୃଣାର ହିଁ ଯୋଗ୍ୟ ଗୋଟିଏ ମନ୍ଦ ଏବଂ ତାହାକୁ ପ୍ରତ୍ୟକ୍ଷ ଭାବରେ ଅବଶ୍ୟ ଦର୍ଶାଇ ଦିଆଯାଇ ପାରିବ । ଆପଣମାନେ କୁହନ୍ତୁ ତ, ନ୍ୟାୟଶାସ୍ତ୍ର ଅନୁସାରେ ମୁଁ ଗୋଟିଏ ଶୁଦ୍ଧ ସତ୍ୟବାକ୍ୟଟିଏ କହିନାହିଁ କି ?” ଏବଂ, ସେହି ସମ୍ପୃକ୍ତ ନୀତିବାଦୀମାନେ ଉତ୍ତର ଦେବେ, “ନାଇଁ, ଆପଣ କୌଣସି ଭୁଲ୍ କରିନାହାନ୍ତି ।” ଏବଂ, ତା’ପରେ ମୁଁ ତେବେ ଅବଶ୍ୟ କହିବି, “ହେ ମହାଶୟମାନେ, ରୁଷିଆର ସେହି ପିଲାଟିର ସମବୟସୀ ମୋ’ର ମଧ୍ୟ ଗୋଟିଏ ପୁଅ ଅଛି । ମୋ’ ପୁଅର ପ୍ରାୟ ସେହି ବୟସର ବହୁତ ବନ୍ଧୁ ରହିଛନ୍ତି ଏବଂ ମୋ’ ନିଜର କେତେ ବନ୍ଧୁଙ୍କର ପ୍ରାୟ ସେହି ବୟସର ପିଲା ଅଛନ୍ତି । ମୁଁ ଭାବୁନାହିଁ ଯେ, ପିଲାମାନଙ୍କର ଭଲକୁ ଆମେ କେବଳ ଏକ ବ୍ୟକ୍ତିଗତ ରୁଚିର ବ୍ୟାପାର ବୋଲି କହି ଟାଳିଦେଇ ପାରିବା ।”

 

ଏହି କଥାଟି ଏକାଧାରରେ ଗୋଟିଏ ନିରର୍ଥକ ଓ ତଥାପି ଉପଯୁକ୍ତ କଥା ଯେ, ଇତିହାସର ଠିକ୍ ସେହି ମୁହୂର୍ତ୍ତରେ, ଯେତେବେଳେ ସର୍ବାଧିକ ପରିମାଣରେ ତୀବ୍ର ଉତ୍ପୀଡ଼ନମାନ ଦିଆଯାଇଛି ଏବଂ ସର୍ବାଧିକ ପରିମାଣରେ ଭୟାନକ ଯନ୍ତ୍ରଣାମାନଙ୍କୁ ସହ୍ୟ କରାଯାଇଛି, ସେତେବେଳେ ଏପରି ଦର୍ଶନଟିଏ ତଥାପି ରହିବ, ଯାହାକି ନୈତିକ ବିଚାରଣାଗୁଡ଼ିକ ପଛରେ ଆଦୌ କୌଣସି ପ୍ରମାଣ ନାହିଁ ବୋଲି ଗୋଟିଏ ମତର ପୋଷଣ କରୁଥିବ । ଜଣେ ତ ଭାବିବ ହିଁ ଭାବିବ ଯେ, ଏଭଳି ମାନସିକତା ରହିଥିବା ଦାର୍ଶନିକଗଣ ସେମାନଙ୍କର ସେହି ସିଦ୍ଧାନ୍ତଟିର ନିଷ୍କର୍ଷ ଗୁଡ଼ିକରୁ ନିରସ୍ତ୍ର ହୋଇ ଆସିବେ ଏବଂ ଯେଉଁସବୁ ମୂଳ ଅନୁମାନଗୁଡ଼ିକ ହେତୁ ଏପରି ଗୋଟିଏ ମୂର୍ଖତା ସମ୍ଭବ ହୋଇ ପାରିଲା, ସେମାନେ ସେଗୁଡ଼ିକୁ ପୁନର୍ବାର ପରୀକ୍ଷା କରି ଅବଶ୍ୟ ଦେଖିବେ-। କାରଣ ପ୍ରକୃତ ନିଷ୍କର୍ଷଗୁଡ଼ିକ ହେଉଛନ୍ତି ଯେ ଆମେ ତୁଚ୍ଛା ଏହି ମସ୍ତିଷ୍କବୁଦ୍ଧିର ଆଶ୍ରୟ ନେଇ ଏବଂ ଯୁକ୍ତିକୁ ଭିତ୍ତି କରି ମାରଣ-ଶିବିର ଏବଂ ସେଥିରୁ ମୁକ୍ତିଲାଭ କରିବା ମଧ୍ୟରେ ଗୋଟିକୁ ଠିକ୍ ବୋଲି କହି ପାରିବାନାହିଁ । ଆମେ କଦାପି ଦର୍ଶାଇ ପାରିବାନାହିଁ ଯେ, ଫାସିଷ୍ଟ୍‌ମାନେ ଯାହାସବୁ କରୁଥିଲେ, ସେଗୁଡ଼ିକ କେବଳ ଅତ୍ୟନ୍ତ ଗର୍ହିତ ଏବଂ ଅତ୍ୟନ୍ତ ମନ୍ଦ । ଆମେ ସେଗୁଡ଼ିକ ପ୍ରତି କେବଳ ଅଶ୍ରଦ୍ଧା ହିଁ ପ୍ରକଟ କରିପାରିବା । କାରଣ, ଏଇଟି ବ୍ୟତୀତ ଆଉ ଅନ୍ୟ କୌଣସି ଦର୍ଶନମତ ସ୍ଵୟଂ ସେହି ଫାସିଷ୍ଟ୍‌ମାନଙ୍କୁ ଆଦୌ ଅଧିକ ପରିମାଣରେ ସନ୍ତୋଷ ପ୍ରଦାନ ମଧ୍ୟ କରିବ ନାହିଁ,–କାରଣ, ପ୍ରକୃତରେ ସେପରି ହେଲେ ନୀତିକ୍ଷେତ୍ରର ଯାବତୀୟ ପ୍ରଶ୍ନକୁ ପୂର୍ଣ୍ଣ ନିଶ୍ଚିନ୍ତ ଏବଂ ନିରାପଦ ଭାବରେ ପୋଲିସ୍ ହାତରେ ସମର୍ପି ଦେଇହେବ ।

 

ଏହି ଯାବତୀୟ ବ୍ୟାପାରରେ ରହିଥିବା ଏହି ନିରର୍ଥକତାର ମୂଳ କାରଣ ହେଉଛି ଯେ ଏହି କ୍ଷେତ୍ରରେ ଦର୍ଶନର ସବୁକିଛି ଚର୍ଚ୍ଚା ବେଶ୍ ବିଚିତ୍ର ପ୍ରକାରେ ଗୋଟିଏ ବିଶେଷଆଡ଼କୁ ଭାରି ଝୁଙ୍କି କରି ରହିଥାଏ । ଶ୍ରୀଯୁକ୍ତ ଆୟର ପ୍ରକୃତ ଘଟଣାଭିତ୍ତିକ ଏବଂ ପୁନରୁକ୍ତିମୂଳକ,–କେବଳ ଏହି ଦୁଇଟି ଉକ୍ତିର ଯାହାକିଛି ହିଁ ଅର୍ଥ ଥାଏ ଏବଂ ସେହି କାରଣରୁ, ଯଦି କୌଣସି ନୈତିକତାକୁ ଦୃଷ୍ଟିରେ ରଖିଥିବା ଏକ ଉକ୍ତିର ଆଦୌ କୌଣସି ଅର୍ଥ ରହିବା ଉଚିତ, ତେବେ ସେଗୁଡ଼ିକୁ କେବଳ ଏକ ମନଃସ୍ତରୀୟ ପ୍ରକୃତ ଘଟଣାକୁ ହିଁ ପ୍ରକାଶ କରି ପାରୁଥିବା ଉଚିତ । ମାତ୍ର, ସେହି ‘କେବଳ’ ଶବ୍ଦଟିର କେବେହେଲେ କୌଣସି ପ୍ରମାଣ ଦିଆଯାଇ ନଥାଏ ଏବଂ ତେଣୁ, ଆରମ୍ଭରୁ ଶେଷଯାଏ ଏଇଟି ଗୋଟିଏ ଅନୁମାନମାତ୍ର ହୋଇ ହିଁ ରହିଥାଏ । ବିଜ୍ଞାନ ଏବଂ ଗଣିତଶାସ୍ତ୍ରକୁ ଅତ୍ୟନ୍ତ ଗମ୍ଭୀର ଭାବରେ ବିଚାରକୁ ନିଆ ଯାଉଥିବାରୁ ସେହି ଅନୁମାନଟି କରା ଯାଇଥାଏ ଏବଂ ତେଣୁ ନୈତିକତା ବିଷୟରେ ଏକ ପୂର୍ଣ୍ଣବିମୁକ୍ତ ସଂଶୟବାଦ ପ୍ରକଟ କରାଯାଏ । ଏହାଦ୍ୱାରା, ଯାହା ରହିଛି, ସେଇଟି, ଯାହା ହେବା ଉଚିତ, ତାହାକୁ ପରାହତ କରି ରଖିଥାଏ ।

 

ତେଣୁ, ଶ୍ରୀଯୁକ୍ତ ଆୟର୍‌ଙ୍କୁ ପରି ବ୍ୟକ୍ତିମାନେ ନୈତିକତାକୁ ବେଶ୍ ଏକ ଅସାର ଓ ହାଲୁକା ବ୍ୟାପାର ବୋଲି ଗ୍ରହଣ କରୁଥିବା ପରି ଅବଶ୍ୟ ବୋଧ ହେବେ । ସେମାନେ ପ୍ରକୃତରେ ଏପରି ହାଲୁକା ବୋଲି ମୁଁ ମୋଟେ କହୁନାହିଁ; ତୁମ ଘରୁ ଯିବାପରେ ସେମାନେ କୌଣସି ଦ୍ରବ୍ୟଟିଏ ଲୁଚାଇ ନେଇଗଲେ ବୋଲି ଆଦୌ ଆଶଙ୍କା କରିବନାହିଁ । କିନ୍ତୁ ଦର୍ଶନର କ୍ଷେତ୍ରରେ ସେମାନେ ପ୍ରକୃତରେ ଅସାର ଏବଂ ହାଲୁକା କଥାମାନ ହିଁ କହନ୍ତି । କାରଣ, ନୈତିକତାର କୌଣସି କଥାକୁ ନଜରରେ ରଖି ସେମାନେ କେବେ ମଧ୍ୟ କିଛିହେଲେ କହନ୍ତିନାହିଁ । “ପିଲାମାନଙ୍କ ଉପରେ ଏପରି ଅତ୍ୟାଚାରମାନ କରିବାଦ୍ୱାରା ନାତ୍‌ସୀମାନେ ଏକ ମନ୍ଦ କାର୍ଯ୍ୟ କରିଛନ୍ତି” ବୋଲି ମୁଁ ଯେତେବେଳେ କହୁଥିଲି, ସେତେବେଳେ ନାତ୍‌ସୀମାନେ ପିଲାମାନଙ୍କ ଉପରେ ବହୁତ ଅତ୍ୟାଚାର କରିଛନ୍ତି ବୋଲି କେବଳ ଏତିକି ନକହି, ସୁନିଶ୍ଚିତ ଭାବରେ ତା’ଠାରୁ କିଛି ଅଧିକା କାର୍ଯ୍ୟ ମଧ୍ୟ କରିଥିଲି । ହଁ, ଶ୍ରୀଯୁକ୍ତ ଆୟର୍ ସମ୍ଭବତଃ କହିବେ ଯେ, ମୁଁ ଅଧିକ କିଛି କରୁଥିଲି ଅର୍ଥାତ୍ ଘଟଣାଟି ବିଷୟରେ ମୁଁ ମୋ’ର ବ୍ୟକ୍ତିଗତ ଅପସନ୍ଦଟିଏ ହିଁ ପ୍ରକଟ କରୁଥିଲି । ମାତ୍ର, ମୁଁ ତଥାପି କହିବି ଯେ, ସେତେବେଳେ ମୁଁ କହିଥିବା ସେହି କଥାଟି ମଧ୍ୟରେ କେବଳ ଗୋଟିଏ ପ୍ରକୃତ ଘଟଣା ଓ ସେଇଟି ବିଷୟରେ ମୋ’ର ଏହି ଅଶ୍ରଦ୍ଧା ପ୍ରକାଶ ବ୍ୟତୀତ ତଥାପି ଆହୁରି ଅଧିକ କିଛି ରହିଥିଲା, ମୁଁ ଏଥିରେ ଏହି କଥାଟିକୁ ମଧ୍ୟ ଅତ୍ୟନ୍ତ ଜୋର୍ ଦେଇ କହୁଥିଲି ଯେ, ନାତ୍‌ସୀମାନେ ପିଲାମାନଙ୍କ ଉପରେ ଯେ ଏପରି ଉତ୍ପୀଡ଼ନ ଭିଆଇଲେ, ପ୍ରତ୍ୟେକ ବ୍ୟକ୍ତିର ସେହି କଥାଟିର ଅବଶ୍ୟ ନିନ୍ଦା କରିବା ଉଚିତ । କାରଣ, ନୈତିକତାର କ୍ଷେତ୍ରଟିରେ କରାଯାଉଥିବା ଯାବତୀୟ ଉକ୍ତିର ସମଗ୍ର ତାତ୍ପର୍ଯ୍ୟଟି ହେଉଛି ଯେ, ସେଗୁଡ଼ିକୁ ବସ୍ତୁତଃ ସକଳ ମନୁଷ୍ୟଙ୍କର କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ । ତେଣୁ, ଜଣେମାତ୍ର ମଣିଷ ସେଇଟି ବିଷୟରେ ଆପଣାର ଅଶ୍ରଦ୍ଧା ପ୍ରକଟ କରିଦେଲେ ତଦ୍ଦ୍ଵାରା ସମସ୍ତଙ୍କ ଉପରେ କରାଯାଉଥିବା ଦାବୀଟିର କଦାପି ପୂରଣ ହୋଇ ଯିବନାହିଁ । ଅର୍ଥାତ୍, ଶ୍ରୀଯୁକ୍ତ ଆୟର୍ ଯେତିକିଯାଏ ସ୍ଵୀକାର କରୁଛନ୍ତି, ନୈତିକତା ସହିତ ସମ୍ପର୍କ ଥିବା ଉକ୍ତିଗୁଡ଼ିକର ପ୍ରକୃତରେ ସେତିକି ଠାରୁ ଅଧିକ ତାତ୍ପର୍ଯ୍ୟ ସର୍ବଦା ରହିଛି । ଏବଂ, ପ୍ରକୃତ ଅର୍ଥରେ, ସେହି ଅଧିକ ତାତ୍ପର୍ଯ୍ୟଟି ହେଉଛି ସେଗୁଡ଼ିକର ପ୍ରକୃତ ବାର୍ତ୍ତା । ତେଣୁ, ସେଗୁଡ଼ିକୁ ଆମେ ଏହିପରି ଗୋଟିଏ ଅର୍ଥରେ ତାତ୍ପର୍ଯ୍ୟଯୁକ୍ତ ବୋଲି କହିବା ଯେ, ଆମେ ସେଗୁଡ଼ିକୁ ନେଇ ବିତର୍କମାନ କରିପାରିବା ଓ ସେଗୁଡ଼ିକ ଭିତରେ ରହିଥିବା ସତ୍ୟଟିକୁ ପରଖି ଦେଖିପାରିବା ।

 

ଏଠାରେ ଆଉ ଏତିକି ମଧ୍ୟ କହିରଖିବା ଉଚିତ ହେବ ଯେ, ଯଦି ଶ୍ରୀଯୁକ୍ତ ଆୟରଙ୍କର ଯୁକ୍ତିଟି ସତ୍ୟ ହୋଇଥାଏ, ତେବେ ଯେଉଁସବୁ ଉକ୍ତି ଦ୍ଵାରା ସେ ତାହାର ମୁଖ୍ୟ ସୂତ୍ରଗୁଡ଼ିକୁ ବ୍ୟକ୍ତ କରିବାର ପ୍ରୟାସ କରୁଛନ୍ତି, ସେଗୁଡ଼ିକ ପ୍ରକୃତରେ ସଂପୂର୍ଣ୍ଣ ଅର୍ଥହୀନ ବୋଲି ପ୍ରମାଣିତ ହେବ । ସେହି ଉକ୍ତିଗୁଡ଼ିକୁ କଦାପି କେତୋଟି ସଂଜ୍ଞା ବୋଲିକହି ହେବନାହିଁ । ତେଣୁ, ସେଗୁଡ଼ିକ ମଧ୍ୟରେ ଆଦୌ କିଛି ଅର୍ଥ ରହୁ ବୋଲି ଆମେ ଯଦି ଇଚ୍ଛା କରିବା, ତେବେ (ସେହି ସିଦ୍ଧାନ୍ତଟି ସହିତ ସଙ୍ଗତି ରଖି) ସେଗୁଡ଼ିକୁ କୌଣସି ନା କୌଣସି ଇନ୍ଦ୍ରିୟଗତ ଅନୁଭବ ଦ୍ଵାରା ଠିକ୍ ବୋଲି ପ୍ରମାଣ ମଧ୍ୟ କରିବାକୁ ପଡ଼ିବ । ମାତ୍ର, ତୁମେ କିପରି ପ୍ରକୃତରେ କୌଣସି ଅର୍ଥ ରହିଥିବା ଓ ଆଦୌ ପୁନରୁକ୍ତି କରୁନଥିବା ଉକ୍ତିଗୁଡ଼ିକୁ ଇନ୍ଦ୍ରିୟ-ପ୍ରତ୍ୟକ୍ଷ ଦ୍ଵାରା ଅବଶ୍ୟ ପରୀକ୍ଷା କରି ଦେଖିହେବ ବୋଲି ପ୍ରତିପାଦିତ କରିପାରିବ ? କଦାପି କରି ପାରିବନାହିଁ । ବସ୍ତୁତଃ, ଆଦୌ କୌଣସି ଉକ୍ତିର ସମୁଦାୟ ଅର୍ଥଟିକୁ ତୁମେ ବ୍ୟକ୍ତ କରିପାରିଛ ବୋଲି କେବଳ ଇନ୍ଦ୍ରିୟଗତ ଅନୁଭବ ଦ୍ଵାରା ଆଦୌ କଦାପି ଦାବୀ କରି ପାରିବନାହିଁ । କାରଣ, ସେହିଭଳି କିଛି ଦାବୀ କରି ପାରିବାକୁ ହେଲେ ତୁମକୁ ପ୍ରାପ୍ତ ଇନ୍ଦ୍ରିୟ-ଅନୁଭବଟିକୁ ଦତ୍ତ ଉକ୍ତିଟି ସହିତ ତୁଳନା ମଧ୍ୟ କରି ପାରିବାକୁ ହେବ ଏବଂ ସେଇଟିର ଅର୍ଥକୁ ତୁମେ ପୂର୍ବରୁ ହିଁ ଜାଣିଥିବା ଆବଶ୍ୟକ ହେବ ।

 

ଏଣୁ, ଆମ ସପକ୍ଷରେ ଏପରି ଗୋଟିଏ ସିଦ୍ଧାନ୍ତ ବିଦ୍ୟମାନ ରହିଛି, ଯାହାକି ତା’ ନିଜର ପରଖଗୁଡ଼ିକ ଦ୍ଵାରା ହିଁ ଅର୍ଥହୀନ ବୋଲି ପ୍ରମାଣିତ ହୋଇଯାଉଛି । ସେହି ସିଦ୍ଧାନ୍ତଟିର ପକ୍ଷସମର୍ଥ କରିବାକୁ ହେଲେ ଆମକୁ ଯାବତୀୟ ନୈତିକ ବିଚାରର ବର୍ଜନ କରିବାକୁ ହେବ ବୋଲି କୁହାଯାଉଛି । ଅର୍ଥାତ୍, ଯେତେ ଯାହା ବୁଦ୍ଧିସମର୍ଥିତ ସାଧନର ସାହାଯ୍ୟ ନେଇ ଆମେ ଭଲଟିକୁ ପସନ୍ଦ କରି ଖରାପଟିକୁ ପରିହାର କରିପାରନ୍ତେ, ଆମକୁ ସେଗୁଡ଼ିକର ବର୍ଜନ କରିବାପାଇଁ ପରାମର୍ଶ ପ୍ରଦାନ କରାଯାଉଛି । ଏହିପରି ଆଦୌ କୌଣସି ଦିଗକୁ ଆକୃଷ୍ଟ ହେବାକୁ ହେଲେ ମୁଁ ଭାବୁଛି ଯେ ଏପରି ଗୋଟିଏ ସିଦ୍ଧାନ୍ତକୁ ଗ୍ରହଣ କରିବାକୁ ହେବ, ଯେଉଁଥିରେ କି ଏତେଗୁଡ଼ାଏ ଭୟଭୀତ ଏବଂ ପରାଜୟ-ସଚେତନ ହେବାକୁ ମୋଟେ ପଡ଼ିବନାହିଁ । ତେଣୁ, ଯାବତୀୟ ଦୀର୍ଘନିଃଶ୍ଵାସ-ତ୍ୟାଗ ଏବଂ ଅଣନିଃଶ୍ଵାସୀ ହୋଇ ପଡ଼ିବାର ବିଶ୍ଳେଷଣ କରିବାକୁ ଆମେ ଶବ୍ଦବାଦୀମାନଙ୍କର ହାତରେ ଛାଡ଼ି ବାହାରି ଆସିବା । ଆମେ ବରଂ ମନୁଷ୍ୟସମାଜ ନିମନ୍ତେ ଏକ ଅଧିକ ଉପଯୁକ୍ତ ଭବିଷ୍ୟର ସନ୍ଧାନରେ ଏହିପରି ହିଁ ଆଗ୍ରହୀ ହୋଇ ରହିଥିବା ।

 

ସାମାଜିକ ବିଚାରଗୁଡ଼ିକ ଉପରେ ଆକ୍ରମଣ

 

ବିଚାରର ନାନା ବିଚିତ୍ର ସାଗରମାନଙ୍କ ଉପରେ ବେଶ୍ ବାହାରି ଯାଇଥିବା ଏକ ପ୍ରମୋଦ-ଭ୍ରମଣରୁ ଫେରିଆସି ବର୍ତ୍ତମାନ ଆମେ ଏବେ ଅପେକ୍ଷାକୃତ ଅଧିକ ପରିଚିତ ବିଷୟମାନଙ୍କ ବିଷୟରେ କିଛି ଆଲୋଚନା ହୁଏତ କରିପାରିବା । ନ୍ୟାୟଯୁକ୍ତି ଓ ନୈତିକତା ଉପରେ ହୋଇଥିବା ଆକ୍ରମଣ ଦ୍ଵାରା ସାମାଜିକ ବିଚାରଗୁଡ଼ିକର ଯେଉଁ କ୍ଷତି ପ୍ରକୃତରେ ଘଟିଛି, ତାହା ବସ୍ତୁତଃ ଅଧିକ ବୃହତ୍ ଏବଂ ଅଧିକ ସ୍ପଷ୍ଟ । ଶବ୍ଦାର୍ଥବିଜ୍ଞାନୀମାନେ ତ ସର୍ବଦା ହିଁ ବିଜ୍ଞାନର ଭୂରି ଭୂରି ପ୍ରଶଂସା କରିଛନ୍ତି; ସେମାନେ ତ ଏପରି ଶୁଦ୍ଧତା ସହିତ ସେଇଟିକୁ କରିଛନ୍ତି, ଯେଉଁଟିରେ ପରିଚୟ ଏକଦା ଧର୍ମର କ୍ଷେତ୍ରରେ ହିଁ ପ୍ରାପ୍ତ ହେଉଥିଲା । ତଥାପି, ଏତିକି ଦର୍ଶାଇ ଦେଇପାରିବା ଆଦୌ କଷ୍ଟକର ହେବନାହିଁ ଯେ, ଯଦି ଶବ୍ଦାର୍ଥବାଦୀମାନଙ୍କର ମତଗୁଡ଼ିକ ଠିକ୍ ହୋଇଥିବ, ତେବେ ସମାଜରେ ବିଜ୍ଞାନ ବୋଲି ବସ୍ତୁତଃ ମୋଟେ ଆଉ କିଛି ହିଁ ରହିବନାହିଁ ।

 

ଯେକୌଣସି ବିଜ୍ଞାନ ଆମକୁ ଜଗତ ବିଷୟରେ କେତେକ ସାଧାରଣ ଉକ୍ତିର ଗୋଟିଏ ସୂତ୍ରବଦ୍ଧତାର ଅବଧାରଣା ଆଣି ଦେଇଥାଏ । ଉଦାହରଣ ସ୍ଵରୂପ, ମାଧ୍ୟାକର୍ଷଣ ତତ୍ତ୍ଵଟିକୁ ପ୍ରକାଶ କରୁଥିବା ସତ୍ୟୋକ୍ତିଟି କେବଳ ବୈଜ୍ଞାନିକ ଗାଲିଲେଓ ପିସା ସହରର ସେହି ମିନାରଟି ଉପରୁ ଭୂମିଆଡ଼କୁ ନିକ୍ଷେପ କରିଥିଲେ ବୋଲି କଥିତ ହୋଇ ଆସିଥିବା ଦୁଇଟି ବଲ୍ ବିଷୟରେ ହିଁ ସୀମିତ ହୋଇ ମୋଟେ ରହେନାହିଁ; ବରଂ, ତାହା ଏହିପରି ଏକ ଘୋଷଣା ମଧ୍ୟ କରିଥାଏ ଯେ, ଯଦି ଏକ ରିକ୍ତ ସ୍ଥାନର କଳ୍ପନା କରାଯାଏ, ତେବେ ଆମେ ଯେକୌଣସି ବସ୍ତୁକୁ ତଳ ଆଡ଼କୁ ନିକ୍ଷେପ କରିବା, ସେମାନେ ଏକା ବେଗରେ ଆସି ତଳେ ପଡ଼ିବେ । ତେଣୁ, ଗୋଟିଏ ବିଜ୍ଞାନ କେବଳ ଏକକ ଭାବରେ ଗୋଟିଏ ବସ୍ତୁକୁ ନୁହେଁ, ସର୍ବଦା ବର୍ଗ ତଥା ପ୍ରକାରମାନଙ୍କୁ ନେଇ ସବୁକିଛି କରିଥାଏ ।

 

ଦ୍ଵିତୀୟ କଥାଟି ହେଉଛି, ଯେକୌଣସି ବିଜ୍ଞାନ ଏକ ସିଷ୍ଟେମ୍ ଅର୍ଥାତ୍ ସମୁଦାୟିକ ନିକାୟକୁ ଭୂମିରୂପେ ଗ୍ରହଣ କରି ଯାହାକିଛି କରିଥାଏ । ନାନା ବସ୍ତୁ ଏବଂ ନାନା ଗଠନର ଅଧ୍ୟୟନ କରେ । କୌଣସି ସମୁଦାୟର ଜଣେ ବ୍ୟକ୍ତି ବା ସଦସ୍ୟର ଆଚରଣର ବ୍ୟାଖ୍ୟା କରିବାକୁ ଯାଇ ତାହା ତାହାର ଭିତ୍ତିରୂପେ ସମ୍ପୃକ୍ତ ସମୁଦାୟଟିର ସ୍ଵଭାବଟିର ବର୍ଣ୍ଣନା କରେ ଏବଂ, ଏଇଟି ସହିତ ଜଣେ ବ୍ୟକ୍ତିର ସମ୍ପର୍କ ବିଷୟରେ ନାନା ଅନୁମାନ କରିବାକୁ ଉଦ୍ୟତ ହୁଏ । ଯଦି ଆମେ ଆମ ଦେହକୁ ଆମ ଫୁସ୍‌ଫୁସ୍ କିମ୍ବା ରକ୍ତସଂଚାଳନର ରୀତିଟି ଠାରୁ ଅଲଗା କରି ବର୍ଣ୍ଣନା କରି ବସିବା, ତେବେ ଏକ ଏକକ ଭାବରେ ଅଧ୍ୟୟନ କରା ଯାଉଥିବା ସେହି ଖାସ୍ ଯନ୍ତ୍ରଟି ବିଷୟରେ ଆଦୌ ବିଶେଷ କିଛି ଜାଣି ପାରିବାନାହିଁ ।

 

ଏବଂ, ଯଦି କୌଣସି ପ୍ରକୃତରେ ଗୋଟିଏ ବିଜ୍ଞାନ ହୋଇ ରହିବାକୁ ହୁଏ, ତେବେ ଏହି ଜଗତର ସିଏ ଯେଉଁ ଅଂଶଟିର ବର୍ଣ୍ଣନା କରୁଛି, ତାହାର ସବୁକିଛି ଉକ୍ତି ଏବଂ ଉପସ୍ଥାପନା ସହିତ ତାହାର ଏକ ଯଥାର୍ଥ ଅନୁରୂପତା ମଧ୍ୟ ରହିବା ଏକାନ୍ତ ଆବଶ୍ୟକ । ମାତ୍ର, ଯଦି ପୃଥିବୀରେ ଏହି ବର୍ଗ ତଥା ନିକାୟମାନେ ନଥାନ୍ତେ, ଏବଂ ଯେକୌଣସି ବିଜ୍ଞାନର ଅଧିକାଂଶ ଉପସ୍ଥାପନା ସମ୍ଭବ ହୋଇ ପାରିବା ସକାଶେ ସେଗୁଡ଼ିକର ଅନୁରୂପ ହୋଇ ମଧ୍ୟ ଆଇ କିଛିହେଲେ ନଥାନ୍ତା । ତେବେ ସେହି କ୍ଷେତ୍ରରେ ଉକ୍ତ ବିଜ୍ଞାନଟିକୁ କେବଳ ନିଜେ କରିଥିବା ଉକ୍ତିଗୁଡ଼ିକ ମଧ୍ୟରେ ଅଣ୍ଡାଳି ହେବାକୁ ପଡ଼ନ୍ତା ଏବଂ ସେପରି ହେଲେ ସବୁକିଛି ଖାଲି ଗୁଡ଼ାଏ କଳ୍ପନା ଓ ଯୁକ୍ତିକୌଶଳରେ ପରିଣତ ହୋଇ ରହିଯାଆନ୍ତା । ତେଣୁ, ବିଜ୍ଞାନର ଏକ ଭୂମିକାରେ ପ୍ରକୃତରେ ଅବତୀର୍ଣ୍ଣ ହୋଇଥିବା ଜଣେ ବୈଜ୍ଞାନିକ ଗୋଟିଏ ମୂଳଭୂତ ପ୍ରକୃତ ପ୍ରୟୋଜନଟି ରୂପେ ସବାଆଗ କଦାପି ବିସ୍ତୃତ ହେବନାହିଁ ଯେ, ଏହି ବର୍ଗ ତଥା ନିକାୟଗୁଡ଼ିକ ପ୍ରକୃତରେ ଏକ ବସ୍ତୁସତ୍ୟ, ସେଗୁଡ଼ିକର ଅନ୍ତର୍ଗତ ହୋଇ ରହିଥିବା ବ୍ୟକ୍ତିମାନଙ୍କ ଭଳି ହିଁ ଏକ ସତ୍ୟ ।

 

କିନ୍ତୁ, ଶବ୍ଦାର୍ଥବିଜ୍ଞାନୀମାନେ ଏକଥାଟିକୁ ଅସ୍ଵୀକାର କରନ୍ତି । ସେମାନେ ମତ ଦିଅନ୍ତି ଯେ, ବ୍ୟକ୍ତିମାନେ ନିଶ୍ଚୟ ସତ୍ୟ, ମାତ୍ର ବର୍ଗ ତଥା ନିକାୟଗୁଡ଼ିକ ହେଉଛନ୍ତି ଗୋଟିଏ ଗୋଟିଏ ଅବାସ୍ତବ କଳ୍ପନା । ସେମାନେ ଏହିଭଳି ମତଟିଏ ପୋଷଣ କରନ୍ତି, ଏବଂ ଏହି କଥାଟିକୁ ଭୁଲିଯାଆନ୍ତି ଯେ ସେମାନେ କଠିନ ପଥର ସଦୃଶ ଆପଣାର ସଙ୍କୁଚିତ ପ୍ରତ୍ୟୟଟା ମଧ୍ୟରେ ନିଜର କେତେଗୁଡ଼ିଏ ପଳାୟନମାର୍ଗକୁ ଖୋଳିକରି ରଖିଛନ୍ତି । ଉଦାହରଣ ସ୍ଵରୂପ, ଶ୍ରୀଯୁକ୍ତ କର୍ଜିବ୍‌ସ୍କି କହନ୍ତି ଯେ, ଶବ୍ଦଗୁଡ଼ିକର ବାହାରେ ଥିବା ଏକାଧିକ ସ୍ତରରେ ଆମେ ସର୍ବଦା ଏବଂ ସଂପୂର୍ଣ୍ଣ ଭାବରେ ନିଦା ବ୍ୟକ୍ତିମାନଙ୍କୁ ନେଇ ହିଁ ଜୀବନ ବଞ୍ଚୁ ଓ ଭାବୁଥାଉ ଯେ ସେମାନେ ଆଦୌ ପରସ୍ପର ପରି ନୁହନ୍ତି । * କିନ୍ତୁ, ଜଣେ ନିଦା ବ୍ୟକ୍ତି ତ ସେହିପରି ଜଣେ ମନୁଷ୍ୟ ହୋଇଥିବ ଯାହାର କି ଆଦୌ କୌଣସି କିଛି ସହିତ ପ୍ରକୃତରେ ସଂପର୍କ ନଥିବ, କାହାରି ସହିତ ଖିଅଟିଏ ଲାଖିନଥିବ ଏବଂ ଆମକୁ ପୁଣି ତା’ ସହିତ ସଂପୂର୍ଣ୍ଣ ଭାବରେ ଯାହାକିଛି କାରବାର କରିବାଲାଗି ପରାମର୍ଶ ଦିଆଯାଉଛି । କିନ୍ତୁ, ଭାଷାକୁ ନେଇ ଏହିସବୁ ଯାବତୀୟ ଅମନୀୟତା ତ ଅପସରି ଯିବ, ଯେତେବେଳେ ‘ନିଦା’ ଶବ୍ଦଟିକୁ କେବଳ ଏହି ଗୋଟିଏ ଅର୍ଥରେ ବୁଝିବାକୁ ପଡ଼ୁଥିବ ଯେ, ଆମ ଆଗରେ ବିଦ୍ୟମାନ କୌଣସି ଏକକ ବସ୍ତୁ ଅନ୍ୟ କେଉଁଟି ସହିତ ହିଁ ଏକାଭଳି ହୋଇ ପାରିବନାହିଁ-। ପ୍ରକୃତରେ ଏକାଭଳି ହେବ ବି ନାହିଁ, ଏବଂ ସେଇଟି କାହାସହିତ କେବେ ମଧ୍ୟ ପୂରା ଏକାଭଳି ହୋଇ ରହିଥିଲା ବୋଲି କେହି ଆଦୌ ମନେ କରିବେନାହିଁ । ଏହି ଅତ୍ୟନ୍ତ ସ୍ପଷ୍ଟ ଓ ବସ୍ତୁତଃ ସବୁକାଳେ ଭାରି ବ୍ୟବହୃତ ହୋଇ ଆସିଥିବା କଥାଟା ପ୍ରକୃତରେ କୌଣସି ପ୍ରକାରେ ବାଟଟିଏ ପାଇ ପଳାଇ ଯିବା ସକାଶେ ଗୋଟିଏ ବାଟ ହିଁ ଯୋଗାଇଦେବା ସତେଅବା କୌଣସି ଦୁର୍ଗ ଭାଙ୍ଗି ଭୁଷୁଡ଼ି ପଡ଼ିବା ସମୟରେ ସେଠାରୁ ପଳାଇ ଯିବାପରି । ବ୍ୟକ୍ତିମାନେ ଜଣେ ଅନ୍ୟଠାରୁ ଭିନ୍ନ ପ୍ରକାରର କି ନୁହେଁ, ଏଠାରେ ସେଇଟି ଆଦୌ ଅସଲ ପ୍ରଶ୍ନ ନୁହେଁ । ଅସଲ ପ୍ରଶ୍ନଟି ହେଉଛି, ସେମାନଙ୍କ ଠାରେ ଅନେକ ସାଧାରଣ ଗୁଣ ଯେହେତୁ ଦୃଷ୍ଟିଗୋଚର ହୋଇଥାଏ, ଆମେ ସେମାନଙ୍କୁ ଗୋଟିଏ ଗୋଟିଏ ବାସ୍ତବ ଶ୍ରେଣୀର ଅନ୍ତର୍ଭୁକ୍ତ ବୋଲି କେତେଦୂର କହିପାରିବା ।

 

* Korzbski, op, cit, p 405. It happens that Aristotle also held the individual to be basically real. If Aristotelianism is “infantile,” what are we to say of the semantic philosophy ?

 

ଶବ୍ଦାର୍ଥବିଜ୍ଞାନୀମାନେ ସେମାନଙ୍କର ‘ସ୍ଥାନ’ ବିଷୟରେ ପୋଷଣ କରୁଥିବା ବିଚାରଟି ମଧ୍ୟରେ ସ୍ଥାନକୁ ଯେତେବେଳେ ଗୋଟିଏ ପ୍ଳେନମ୍ ଅର୍ଥାତ୍ ସଂପୂର୍ଣ୍ଣ ଅସ୍ତିତ୍ୱ ବୋଲି କହନ୍ତି, ସେତେବେଳେ ସେମାନେ ସମୁଦାୟ ତଥା ନିକାୟ ବିଷୟରେ ଏକ କ୍ଷୀଣ ସ୍ୱୀକୃତି ନିଶ୍ଚୟ ପ୍ରଦାନ କରିଥାନ୍ତି । ଜର୍ଜିବ୍‌ସ୍କି କହିଛନ୍ତି, ଆମେ ଯେତେବେଳେ ସ୍ଥାନଗତ ପୂର୍ଣ୍ଣତା କଥା କହୁଛୁ, ତେବେ ତାହା ଅବଶ୍ୟ କୌଣସି ବସ୍ତୁର କୌଣସି ସ୍ଥାନରେ କୌଣସି ଗୋଟିଏ ସମୟରେ ଏକ ଅବସ୍ଥିତିକୁ ଅବଶ୍ୟ ବୁଝାଇବ । ମାତ୍ର, ସେଇଟି ଭିତରେ ଖୁବ୍‌ କମ୍ ପରିମାଣରେ ନିକାୟ ବୋଲି ଆଦୌ କିଛି ରହିଥିବ, ଯାହାକି ଅଚିରେ କେବଳ ବ୍ୟକ୍ତିମାନଙ୍କର ପୂର୍ବାପର ଅବସ୍ଥିତିରେ ହିଁ ପରିଣତ ହୋଇ ଯାଉଥିବ ଏବଂ ସେମାନେ ହୁଏତ ଗୋଟିଏ ସୂତାରେ ପଡ଼ିଥିବା ଗୁଡ଼ିଏ ଗଣ୍ଠିପରି ହୋଇ ରହିଥିବେ:

 

ଆମର ଯାବତୀୟ ଅଭିଜ୍ଞତା ଓ ଲାଭ କରିଥିବା ସବୁକିଛି ଜ୍ଞାନ ନିର୍ଦ୍ଦିଷ୍ଟ ଭାବରେ ଦର୍ଶାଇ ଦେଉଛନ୍ତି ଯେ, ମାମୁଲି ଓ ନିତାନ୍ତ ସାଧାରଣ ବୋଲି କୁହା ଯାଉଥିବା ବସ୍ତୁଗୁଡ଼ିକ ପ୍ରକୃତରେ ଏକାନ୍ତ ଭାବରେ ବିରଳ; ସେଗୁଡ଼ିକୁ ଆମେ ଗୋଟିଏ ଗୋଟିଏ ଅତ୍ୟନ୍ତ ଜଟିଳ ଦୃଷ୍ଟାନ୍ତ ବୋଲି ଜାଣିବା, ଯେଉଁଗୁଡ଼ିକ ସେହି ପ୍ଲେନମ୍‌ ବା ସ୍ଥାନଟି ମଧ୍ୟରେ ପଡ଼ିଥିବା କେତୋଟି ଗଣ୍ଠିଭଳି ହିଁ ରହିଥାନ୍ତି । ଆମର ଏହି ଜୈବଜଗତ ତଥା ‘ଜୀବନ’ ବସ୍ତୁତଃ ଏହି ଜଡ଼ ସଂସାରର କେତୋଟି ଅତ୍ୟନ୍ତ ବିରଳ ଏବଂ ଆହୁରି ଅଧିକ ପରିମାଣରେ ଜଟିଳ ବିଶେଷ ଦୃଷ୍ଟାନ୍ତ ହୋଇ ରହିଥାନ୍ତି ଏବଂ, ସର୍ବଶେଷ କଥାଟି ହେଉଛି ଯେ, ଆମେ କହୁଥିବା ଏହି ତଥାକଥିତ ‘ବୁଦ୍ଧି’ ଦ୍ୱାରା ପ୍ରେରିତ ଜୀବନ ମଧ୍ୟ ସେହିପରି ଅଧିକରୁ ଅଧିକ ଜଟିଳ ଏବଂ ଆହୁରି ଅଧିକ ବିରଳ ଜୀବନ ବୋଲି ପରିଚିତ ଗୋଟିଏ ଗୋଟିଏ ଦୃଷ୍ଟାନ୍ତର ନମୁନା ହୋଇ ଅବସ୍ଥାନ କରୁଥାଆନ୍ତି । *

 

* ତତ୍ରୈବ, p, 480.

 

ଏହି ଉଦ୍ଧୃତିଟିରେ ପ୍ଲେନମ୍‌ର ଏହିପରି ଭାବରେ ଗଣ୍ଠିଦ୍ୱାରା ପୂର୍ଣ୍ଣ ହୋଇ ରହିଥିବା କଥାଟି ଠାରୁ ବ୍ୟବହୃତ ହୋଇଥିବା ଭାଷାର ନିଶାଖିଆ ଉତ୍ସାହଟା ସତେଅବା କେତେ ନା କେତେ ଗୁଣ ବଳି ପଡ଼ିଥିବା ପରି ଲାଗୁଛି । ତଥାପି ଖୁବ୍ ସହଜରେ ବୁଝି ହେଉଛି ଯେ, ବସ୍ତୁଚୟ ଯେ ପରସ୍ପର ଉପରେ ସର୍ବଦା କ୍ରିୟା କରନ୍ତି, ଶ୍ରୀ କର୍ଜିବ୍‌ସ୍କି ସେହି ସତକଥାଟିକୁ ଉପେକ୍ଷା କରି ଚାଲି ଯାଇଛନ୍ତି । ଏହି ବୋଧଟି ବ୍ୟତୀତ ସିଷ୍ଟେମ୍ ବା ନିକାୟ ଶବ୍ଦଟିର ପ୍ରକୃତରେ କୌଣସି ଅର୍ଥ ହିଁ ରହିବନାହିଁ । ସବୁକିଛିକୁ କେବଳ ଉପରେ ଉପରେ ବ୍ୟାଖ୍ୟାମାନ ଦେଇ ଶ୍ରୀଯୁକ୍ତ ଚେଜ୍‍ଙ୍କର ସେହି କବିତ୍ୱପୂର୍ଣ୍ଣ ଭାଷାରେ ‘କେବଳ ଅଣୁମାନଙ୍କର ଏକ ପାଗଳ ନୃତ୍ୟ’ରେ ପରିଣତ କରି ଦିଆଯାଇଛି । ସେହି ପାଗଳାମିଟା ଅବଶ୍ୟ ଆଦୌ ଅଣୁମାନଙ୍କର ନୁହେଁ । ଅଣୁମାନେ ବସ୍ତୁତ୍ୱ ଆଦୌ ଏତେବେଶୀ ପାଗଳ ନୁହନ୍ତି ଯେ ସେମାନେ ପରସ୍ପର ସହିତ ଯୁକ୍ତ ହେବାର ପ୍ରକ୍ରିୟାଟିକୁ ଏଡ଼ିଦେବେ । କାରଣ, ପରସ୍ପର ସହିତ ଯୁକ୍ତ ହେବାଦ୍ୱାରା ହିଁ ତ ସେମାନେ ବୃହତ୍‌ ତଥା କ୍ଷୁଦ୍ର ନିକାୟଗୁଡ଼ିକୁ ସମ୍ଭବ କରିପାରିବେ ଏବଂ ସେହିପରି ଭାବରେ ଏକ ପୃଥିବୀର ସର୍ଜନା କରିପାରିବେ-

 

ଏହି ବିଶ୍ୱଜଗତକୁ ଏପରି ଅନମନୀୟ ଭାବରେ ତାହା କେବଳ ଗୁଡ଼ିଏ ଅଣୁଦ୍ୱାରା ଭିନ୍ନ ଓ ବିରକ୍ତ ହୋଇ ରହିଛି ବୋଲି ଘୋଷଣା କରିବାର ପରିମାଣ ଯେ, ଏପରି କରି ସେଇଟି ବିଷୟରେ ଆମର ଜ୍ଞାନକ୍ଷେତ୍ରରେ ରହିଥିବା ବିଶ୍ୱାସଟି ବିଷୟରେ ଆମେ ଗୋଟିଏ ଅସ୍ଥିରତା ହିଁ ସୃଷ୍ଟି କରିବା । ସେହି ମୂଳରୁ ହିଁ ‘ପ୍ରତିଭାସ’ ଏବଂ ‘ସତ୍ୟ’ ମଧ୍ୟରେ ରହି ଆସିଥିବା ଭୟଙ୍କର ବ୍ୟବଧାନଟିକୁ ପୁନର୍ବାର ପ୍ରତିଷ୍ଠିତ କରିଆଣିବା ଏବଂ, ବିଚରା ଖୁବ୍‌ ବିନୟଶୀଳ ଅଥଚ ଅସତର୍କ ଜଣେ ସାଧାରଣ ପାଠକ ଏହାଦ୍ୱାରା ନିଜ ଅଭିଜ୍ଞତାରୁ ପ୍ରାପ୍ତ ହେଉଥିବା ସଂପୂର୍ଣ୍ଣ ସ୍ପଷ୍ଟ ଶିକ୍ଷାଗୁଡ଼ିକ ବିଷୟରେ ସନ୍ଦେହ ପ୍ରକଟ କରିବାକୁ ହୁଏତ ଆରମ୍ଭ ମଧ୍ୟ କରିବ । ତା’ର ଶତ୍ରୁମାନେ ଏକ ଅନୁଭବାତୀତ ଛଦ୍ମବେଶ ଧାରଣ କରି ଅନ୍ତର୍ହିତ ହୋଇଯିବେ । ମାତ୍ର ପୁଣି ଏକ କିମିଆ ପରି କ’ଣଟାଏ ଆବିର୍ଭୂତ ମଧ୍ୟ ହେବାକୁ ଲାଗିବ । ଏହି ପ୍ରକ୍ରିୟାଟିକୁ ଶ୍ରୀଯୁକ୍ତ ଚେଜ୍ କିପରି ସମ୍ପାଦନ କରିଛନ୍ତି ଓ ଦର୍ଶନରୁ ରାଜନୀତିରେ ଯାଇ ପହଞ୍ଚିଛନ୍ତି, ବର୍ତ୍ତମାନ ଆମେ ସେହି କଥାଟିକୁ ଦେଖିବା :

 

“ପ୍ରକୃତ ଅନୁଭବର ପୃଥିବୀରେ କୁକୁର ଜାତି ବୋଲି ଅଲଗା କିଛି ହିଁ ନାହିଁ । କେବଳ ମୋ’ ଜାଣିବାରେ ମୋ’ର ତିନୋଟି କୁକୁର ଅଛନ୍ତି, ଗୋଟିଏ ଧୀର, ଆଉ ଗୋଟିଏ ଅସଂପୃକ୍ତ ଏବଂ ପୁଣି ଆଉଗୋଟିଏ ଅତ୍ୟନ୍ତ ଦୁଷ୍ଟ ।” *

 

ମାନବଜାତି ବୋଲି ବସ୍ତୁତଃ କିଛିହେଲେ ନାହିଁ । ତୁମେ ଯେତେ ଉତ୍ସାହିତ ହୋଇ ‘ହେ ମାନବଜାତି, ଏଠିକି ଆ’ ବୋଲି ଡାକ ପଛକେ, ମୋଟେ ଜଣେ ମଣିଷ ବି ତୁମ କଥାର ଜବାବ ଦେବେନାହିଁ । **

 

ବରଂ, ତା’ ବଦଳରେ ଆମକୁ ଜଣେ ଜଣେ ଅମୁକ ବା ସମୁକ ବ୍ୟକ୍ତିଙ୍କର ଆଚରଣକୁ ଅଧ୍ୟୟନ କରିବାକୁ ପଡ଼ିବ । ***

 

ଶବ୍ଦାର୍ଥବିଜ୍ଞାନ ଅନୁସାରେ, ‘ଦଳ’ ବୋଲି କୌଣସି ବାସ୍ତବ ଅସ୍ତିତ୍ୱ ରହିଥିବା କିଛି ନାହିଁ, ଏଇଟି ଦ୍ୱାରା ଆମେ ଭୋଟ୍ ଦେଉଥିବା ଜଣେ ବ୍ୟକ୍ତିଙ୍କୁ ବୁଝିବା,–ଏପରି ଜଣେ ଜଣେ ବ୍ୟକ୍ତି, ଯେଉଁମାନେ କି ଅଳପ ବା ବହୁତ ପରିମାଣରେ ସ୍ଥାନୀୟ କର୍ତ୍ତାମାନଙ୍କର ନିୟନ୍ତ୍ରଣରେ ରହିଥାଆନ୍ତି-। ****

 

“ତେବେ, ଫାସିଷ୍ଟ୍‌ବାଦ କହିଲେ ଆମେ ପ୍ରକୃତରେ କ’ଣ ବୁଝିବା ? ଏକ ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ଖାସ୍‌ ଶବ୍ଦଟିର ପ୍ରକୃତରେ କୌଣସି ଅର୍ଥ ନାହିଁ । ହଁ, ଗୋଟିଏ ସନ୍ଦର୍ଭରେ ତାହା ମୁସୋଲିନି, ତାଙ୍କର ରାଜନୀତିକ ଦଳ ଓ ଇତାଲୀରେ ତାଙ୍କର କ୍ରିୟାକଳାପକୁ ସ୍ୱୀକାର କରୁଥିବା ଜଣେ ଅନୁଗାମୀକୁ ବୁଝାଇବ । ଏବଂ, ଆଉଗୋଟିଏ ସନ୍ଦର୍ଭରେ ହିଟଲର୍‌, ତାଙ୍କର ଦଳ ଓ ଜର୍ମାନୀରେ ତାଙ୍କର ରାଜନୀତିକ ଦଳଟିର ଅନୁସରଣ କରୁଥିବା ଜଣେ ମନୁଷ୍ୟକୁ ମଧ୍ୟ ବୁଝାଇବ । ଏହି ଦୁଇ ସନ୍ଦର୍ଭ ଆଦୌ ଗୋଟିଏ ନୁହନ୍ତି ଏବଂ ତେଣୁ, ସଂପୃକ୍ତ ଶବ୍ଦ ଦୁଇଟିର ବ୍ୟବହାର କରିବା ସମୟରେ ଆମେ ତାହାର ଇଟାଲୀୟ ପ୍ରକାରଟିକୁ ଫାସିଷ୍ଟ୍‌ବାଦ ଏବଂ ଜର୍ମାନ୍‌ ପ୍ରକାରଟିକୁ ନାତ୍‌ସୀବାଦ ବୋଲି କହିବା ।”*****

 

*Chase, op, cit, p, 51. The subnumerals are a semantic affectation which purports to emphasise the individuality of individuals.

 

**ତତ୍ରୈବ, p. 102.

 

***ତତ୍ରୈବ, P, 277.

 

****ତତ୍ରୈବ, p 347.

 

*****ତତ୍ରୈବ, P.188. But if “there is no ‘pqrty’ as an entity,” how can Mussolini and Hitler each have had one ?

 

ଶ୍ରୀ ଚେଜ୍‌ଙ୍କର ଖୁବ୍‌ ପ୍ରଶଂସା କରିଥିବା ଏବଂ ଚେଜ୍‌ ଆହୁରି ଆଗକୁ ମଧ୍ୟ କାହିଁକି ଗଲେନାହିଁ ବୋଲି କିଞ୍ଚିତ୍‌ ଦୁଃଖ କରିଥିବା ଶ୍ରୀଯୁକ୍ତ ବର୍ନାର୍ଡ଼୍‌ ଡିଭୋଟୋଙ୍କର ଗୋଟିଏ ଉକ୍ତିକୁ ମଧ୍ୟ ଆମେ ଏଠାରେ ଉଦ୍ଧାର କରିବା :

 

ଶ୍ରୀଯୁକ୍ତ ଚେଜ୍ କହୁଛନ୍ତି ଯେ ଆମେରିକାବାସୀ ଏକ-ତୃତୀୟାଂଶରୁ ଅଧିକ ଲୋକଙ୍କର ଯଥେଷ୍ଟ ଆହାର ନଥାଏ, ଭଲ ବାସଗୃହ ନଥାଏ ଏବଂ ସେମାନେ ପରିଧାନରେ ମଧ୍ୟ ଯାହିତାହି ହୋଇ ରହିଥାନ୍ତି । ସିଏ କ’ଣ ପ୍ରକୃତରେ ଗଣନା କରି ସଂଖ୍ୟାଟିକୁ ବାହାର କରିଛନ୍ତି ? ପ୍ରକୃତରେ କେହି ହିଁ ଗଣନା କରିନାହାନ୍ତି ଏବଂ ତେଣୁ ତାଙ୍କର ଏହି ଉକ୍ତିଟିର ବସ୍ତୁତଃ ସେପରି କିଛି ତାତ୍ପର୍ଯ୍ୟ ନାହିଁ । ହଁ, ନିଶ୍ଚୟ କିଛି ଭାବପ୍ରବଣତା ସୃଷ୍ଟି କରିବାରେ ଏକ ଉପଯୋଗିତା ନିଶ୍ଚୟ ରହିଥିବ । ସମୁଦାୟ ଉକ୍ତିଟିରେ ବ୍ୟବହୃତ ହୋଇଥିବା ଶବ୍ଦମାନଙ୍କ ମଧ୍ୟରୁ ଆମେ ଏଠାରେ ‘ଯଥେଷ୍ଟ ଆହାର ନାହିଁ’ ମନ୍ତବ୍ୟଟିକୁ ପ୍ରକୃତ ବାସ୍ତବତାଟିର ସନ୍ଦର୍ଭରେ ବର୍ତ୍ତମାନ ପରୀକ୍ଷା କରି ଦେଖିବା । ଏବଂ, ଖାଦ୍ୟସାର ଗୁଡ଼ିକର ବିଶେଷ ଅଧ୍ୟୟନ କରିଥିବା ବିଶେଷଜ୍ଞମାନଙ୍କର ପ୍ରଦତ୍ତ ବିବରଣୀମାନ ଦେଖିଲେ ହୁଏତ ଏହି ଉକ୍ତିଟିରେ କିଛି ପରିମାଣରେ ବୃଥାକଥା ମଧ୍ୟ ରହିଛି ବୋଲି ଖୁବ୍‌ ଧରା ପଡ଼ିଯିବ । ଏବଂ, ‘ଭଲ ବାସଗୃହ ନାହିଁ’ କଥାଟିର ତ ଏକାବେଳେକେ ଗୋଟିଏ କିଛି ଅର୍ଥ ନଥିବା ପରି ବୋଧ ହେଉଛି–ପ୍ରକୃତରେ କେଉଁ ମାନଦଣ୍ଡ ଅନୁସାରେ, କେଉଁସବୁ ପ୍ରକୃତ ସ୍ଥିତି ସହିତ ଏହି କଥାଟିକୁ କୁହା ଯାଇଛି । ଏଖ ଭଲ ବାସଗୃହର ପ୍ରକୃତରେ କେଉଁ ସଂଜ୍ଞାଟି ଅନୁସାରେ, ଏବଂ ଭଲ ବାସଗୃହ ରହିଥିବା କେଉଁ ବ୍ୟକ୍ତିମାନଙ୍କ ତୁଳନାରେ ? ଏବଂ ‘ଯାହିତାହି ପିନ୍ଧନ୍ତି’ କଥାଟିର ତ କୌଣସି ଖାସ୍‌ ଅର୍ଥନାହିଁ,–ହଁ, ଆମେ ପିନ୍ଧୁଥିବା କପଡ଼ା ଇତ୍ୟାଦି ବିଷୟରେ କିଛି କୁହାଯାଇଛି ବୋଲି ଯାହା ବୋଧ ହେଉଛି । *

 

ତେଣୁ, “ସତ୍ୟ” ବୋଲି ପ୍ରକୃତରେ ମୋଟେ କିଛିହେଲେ ନାହିଁ । ‘ସାମାଜିକ ନ୍ୟାୟ’ ବୋଲି ମଧ୍ୟ ଆଦୌ କିଛି ନାହିଁ । **

 

*In Harper’s Magazine, 176: pp. 222-223, January, 1938.

 

**ତତ୍ରୈବ, p, 224

 

ଅର୍ଥାତ୍, ଏହାପରେ ସବୁକିଛି ପ୍ରକୃତରେ ଦୃଷ୍ଟିଗୋଚର ହୋଇଯାଉଛି : କୁକୁର ଜାତି ବୋଲି କିଛିନାହିଁ, ମାନବସମାଜ ବୋଲି କିଛିନାହିଁ, ଲାଭ କରିବାକୁ ହିଁ ମୁଖ୍ୟ ଲଖ୍ୟରୂପେ ଗ୍ରହଣ କରିଥିବା ସଂସ୍ଥାମାନେ ନାହାନ୍ତି, ରାଜନୀତିକ ଦଳ ବୋଲି କିଛିନାହିଁ; ଫାସିଷ୍ଟ୍‌ବାଦ ନାହିଁ, ଯଥେଷ୍ଟ ଆହାର ନଥିବା ମନୁଷ୍ୟ କେହି ନାହାନ୍ତି, ଯଥଷ୍ଟ ବାସଗୃହ ନାହିଁ ବୋଲି କୁହା ଯାଉଥିବା କଥାର କୌଣସି ଅର୍ଥ ନାହିଁ, ମୋଟା ଓ ଯାହିତାହି ପରିଧାନ କହିଲେ କିଛି ବୁଝି ହେବନାହିଁ । ହଁ, ସତ୍ୟ ନାହିଁ, ସାମାଜିକ ନ୍ୟାୟ ବୋଲି କିଛି ନାହିଁ । ସ୍ଥିତିଟି ଯେତେବେଳେ ପ୍ରକୃତରେ ଏପରି, ତେବେ, କୌଣସି ଆର୍ଥିକ ସମସ୍ୟା ନାହିଁ, ରାଜନୀତିକ ସମସ୍ୟା ନାହିଁ, ଫାସିଷ୍ଟ୍‌ବାଦର ସମସ୍ୟା ନାହିଁ, ପରିଧାନର ସମସ୍ୟା ନାହିଁ, ବିଜ୍ଞାନର କୌଣସି ସମସ୍ୟା ନାହିଁ ଏବଂ ସାମାଜିକ ସମସ୍ୟା ବୋଲି କେଉଁଠାରେ କିଛିହେଲେ ନାହିଁ । ଶ୍ରୀଯୁକ୍ତ ଚେଜ୍ ଏବଂ ଶ୍ରୀଯୁକ୍ତ ଡିଭୋଟୋ ଗୋଟାଏ ନିଃଶ୍ୱାସରେ ହିଁ ଗୋଟାଏ କିମିଆ କରିଥିବା ପରି ପ୍ରତ୍ୟେକ ମୁଖ୍ୟ ସମସ୍ୟାକୁ ଗୋଟାଏ ଫୁଟ୍‌କି ମାରି ଉଡ଼ାଇ ଦେଇଛନ୍ତି । ଏବଂ, ପ୍ରକୃତରେ ସେହିସବୁ ସମସ୍ୟା ହିଁ ମନୁଷ୍ୟଜାତିର ସଂପୂର୍ଣ୍ଣ ଇତିହାସରେ ମନୁଷ୍ୟମାନଙ୍କୁ ଅନବରତ ବିବ୍ରତ କରି ରଖିଛି ।

 

ଯେଉଁ ପାଞ୍ଚୋଟି ଶବ୍ଦକୁ ଶ୍ରୀଯୁକ୍ତ ଚେଜ୍ ନିରର୍ଥକ ବୋଲି ଘୋଷଣା କରି କାଟି ଦେଇଛନ୍ତି, ସେଥିରୁ ଗୋଟିଏ (କୁକୁର ବିଷୟରେ) ହେଉଛି ଜୀବଶ୍ରେଣୀର ଏକ ନାମ ଓ ଅନ୍ୟଗୁଡ଼ିକ ଗୋଟିଏ ଚଳୁଥିବା ବ୍ୟବସ୍ଥାର ନାମ । ଏବଂ, ଶ୍ରେଣୀ ଓ ଚଳନ୍ତି ବ୍ୟବସ୍ଥା ମଧ୍ୟରେ ଅତ୍ୟନ୍ତ ଦୃଶ୍ୟମାନ ଭାବରେ ପାର୍ଥକ୍ୟ ରହିଥିବାରୁ ଆମେ ମଧ୍ୟ ସେହି ଅନୁସାରେ ସେଗୁଡ଼ିକ ବିଷୟରେ ଆମ ମନ୍ତବ୍ୟକୁ ଭାଗ ଭାଗ କରି ବ୍ୟକ୍ତ କରିବା ।

 

(୧) ଖୁବ୍ ଉଲ୍ଲେଖଯୋଗ୍ୟ କଥାଟିଏ ଯେ, ଶ୍ରୀଯୁକ୍ତ ଚେଜ୍ କୁକୁର-ଜାତି ବୋଲି ଆଦୌ କିଛି ଅଛି ବୋଲି ସ୍ୱୀକାର ନକରୁଥିଲେ ମଧ୍ୟ ତଥାପି ନିଜର ସେହି ତିନୋଟି କୁକୁରଙ୍କୁ ଜାଣିଛନ୍ତି । ବେଶ୍‌ ଜାଣି ହେଉଛି ଯେ, ତାଙ୍କର ସେହି ତିନୋଟି କୁକୁର ଭିନ୍ନ ଭିନ୍ନ ସ୍ୱଭାବର; କିନ୍ତୁ, ଯେତେ ଭିନ୍ନ ହୋଇଥିଲେ ମଧ୍ୟ ସେମାନେ ସମସ୍ତେ କୁକୁର । ତେବେ, ସେମାନେ ସମସ୍ତେ କୁକୁର ବୋଲି ଶ୍ରୀଯୁକ୍ତ ଚେଜ୍ ପୁଣି କିପରି ଜାଣି ପାରିଲେ ? କାରଣ ସେମାନଙ୍କ ପ୍ରତ୍ୟେକଙ୍କ ଠାରେ ଗୋଟିଏ କୁକୁରର ପ୍ରଧାନ ଲକ୍ଷଣମାନ ଅବଶ୍ୟ ରହିଛି । ଶ୍ରୀଯୁକ୍ତ ଚେଜ୍ ଏପରି ଭାବୁଥିବା ପରି ମନେହେଉଛି ଯେ, ଗୋଟିଏ ଗୋଟିଏ ବ୍ୟକ୍ତି-କୁକୁରଙ୍କର ଅସ୍ଥିତ୍ୱ ରହିଛି ସିନା, କିନ୍ତୁ କୁକୁରଜାତି ବୋଲି କହିବାଟା ହେଉଛି ଗୋଟିଏ ମନଗଢ଼ା କଥା । ମାତ୍ର, ଏକଥା ପ୍ରକୃତରେ କିଭଳି ସମ୍ଭବ ହେବ ? ଶ୍ରୀଯୁକ୍ତ ଚେଜ୍‌ଙ୍କର ମନ ବୋଲି ଆଦୌ କିଛି ଥାଉ ବା ନଥାଉ, ଗୋଟିଏ କୁକୁର ସହିତ ଆଉ ଗୋଟିକର ନିଶ୍ଚୟ ସାମଞ୍ଜସ୍ୟ ରହିବ । ତେଣୁ, ପ୍ରକୃତ କଥା ହେଉଛି, କୁକୁରମାନେ ହିଁ ଏକ କୁକୁରଶ୍ରେଣୀର ଅନ୍ତର୍ଗତ, ଏବଂ କୁକୁରନାମକ ଶ୍ରେଣୀଟି ମଧ୍ୟ କୁକୁରମାନଙ୍କର ଅନ୍ତର୍ଗତ ।

 

ଏହି କଥାଟିକୁ ଆମ ଆଉ ଗୋଟିଏ ପ୍ରକାରେ ବିଚାର କରିବା । ମନେକର, ତୁମ ରନ୍ଧା ଘର ଥାକରେ ଗୋଟିଏ ପାତ୍ରଭର୍ତ୍ତି ଆଚାର ରହିଛି ଏବଂ, ପାତ୍ରଟି ଉପରେ ‘ଆଚାର’ ବୋଲି ଲେଖା ହୋଇଥିବା ଲେବୁଲ୍‌ଟିଏ ମଧ୍ୟ ଅଛି । ଶ୍ରୀଯୁକ୍ତ ଚେଜ୍‌ ଏବଂ ଅନ୍ୟ ଶବ୍ଦାର୍ଥବିଜ୍ଞାନୀମାନଙ୍କର ମତ ଅନୁସାରେ ଆଚାର ହେଉଛି ବାସ୍ତବରେ ଅବଶ୍ୟ ଏକ ବସ୍ତୁ । ଅର୍ଥାତ୍, ଆଚାର ନିଶ୍ଚୟ ଅଛି, ମାତ୍ର ଆଚାର ବୋଲି ବସ୍ତୁପ୍ରକାରଟିଏ ହେଉଛି ଗୋଟିଏ ପୂରା ମନଗଢ଼ା କଥା । ଏକ ମାନସିକ ସଙ୍କେତମାତ୍ର, ଠିକ୍ ଯେପରି ଏଠାରେ ଆଲୋଚିତ ଆଚାରପାତ୍ର ଉପରେ ଲାଗିଥିବା ଲେବୁଲ୍‌ଟା ମଧ୍ୟ ଏକ ସଙ୍କେତ । ମୁଁ ତ ଭାବୁଛି, କୌଣସି ଗୃହର ମାଆ କଦାପି ଏପରି ଭାବରେ ଧାରଣା କରୁନଥିବ । ଶ୍ରୀଯୁକ୍ତ ଚେଜ୍‌ଙ୍କର ମୁଣ୍ଡଭିତରେ ରହିଥିବା ଆଚାରତ୍ୱର ଧାରଣା ନେଇ କୌଣସି ଘରଣୀ ମୋଟେ ଚିନ୍ତାରେ ପଡ଼ି ଯାଉନଥିବ । ସିଏ ତ ବରଂ ଆଚାର ଭିତରେ ରହିଥିବା ଆଚାରତ୍ୱ ବିଷୟରେ ପ୍ରକୃତରେ ଯାହାକିଛି ବୁଝିଥିବ । ଯଦି ଥାକରେ କୌଣସି ଆଚାର ନଥିବ, ତେବେ ସେ ବେଶ୍‌ ଜାଣିପାରିବ ଯେ ଦୋକାନୀ ତାକୁ ନିଶ୍ଚୟ ଠକିଛି । ହୁଏତ ସେହି ଦୋକାନୀ ମଧ୍ୟ ଜଣେ ଶବ୍ଦାର୍ଥବିଜ୍ଞାନୀ ହୋଇଥିବ ।

 

(୨) ଏହାପରେ ନିକାୟଗୁଡ଼ିକୁ ସୂଚିତ କରି ଦେଉଥିବା ଶବ୍ଦଗୁଡ଼ିକ । ଶ୍ରୀଯୁକ୍ତ ଚେଜ୍ କହିଛନ୍ତି ଯେ, ମନୁଷ୍ୟଜାତି ବୋଲି ବାସ୍ତବତଃ ଆଦୌ କିଛି ନାହିଁ । ଏବଂ, ଯଦି ତୁମେ ମନୁଷ୍ୟଜାତିକୁ ଆ’ ବୋଲି ଡାକିବ ଏବଂ ତୁମ ପାଖକୁ ଆସିବା ପାଇଁ କହିବ, ତେବେ ମୋଟେ କେହି ଜବାବ ଦେବେନାହିଁ । ହଁ, ନିଶ୍ଚୟ ଏକ ସତକଥା । ତୁମେ ଇଚ୍ଛା କଲେ ‘ହେ, ଯୁକ୍ତରାଜ୍ୟ ଆମେରିକାର ସେନାବାହିନୀ, ଏଠାକୁ ଆସ’ ବୋଲି ଯଦି ଖୁବ୍ ବଡ଼ପାଟିରେ କହିବ, ତେବେ ବି କେହି କୌଣସି ଜବାବ ଦେବେନାହିଁ । ତେବେ, ଆମେ ସେଇଥିରୁ କ’ଣ ଏହିଭଳି ଅନୁମାନ କରିବା ଯେ, ‘ଯୁକ୍ତରାଜ୍ୟ ଆମେରିକାର ସେନାବାହିନୀ’ ବୋଲି ବାସ୍ତବରେ କିଛି ନାହିଁ ? ଅତ୍ୟନ୍ତ ସ୍ପଷ୍ଟ କଥା, ଏପରି ଯୁକ୍ତି ସଂପୂର୍ଣ୍ଣ ଭାବରେ ନିରର୍ଥକ । ଶ୍ରୀଯୁକ୍ତ ଚେଜ୍ ନିଶ୍ଚୟ ଅନୁମାନ କରି ନେଇଛନ୍ତି ଯେ, କୌଣସି ସିଷ୍ଟେମ୍ ବା ନିକାୟର ଅନ୍ତର୍ଗତ ଜଣେ ବ୍ୟକ୍ତି ଯେଉଁଭଳି ଆଚରଣ କରିବ, ପୂରା ସିଷ୍ଟେମ୍‌ଟି ମଧ୍ୟ ପୂରା ସେହିଭଳି ଆଚରଣ କରିବ । ହଁ, ଜଣେ ବ୍ୟକ୍ତିକୁ ଯଦି ତୁମେ ଆ’ ବୋଲି କହିବ, ସିଏ ନିଶ୍ଚୟ ଜବାବ ଦେବ । ‘ମନୁଷ୍ୟଜାତି’ ମଧ୍ୟ ସେହିପ୍ରକାରେ ଆଚରଣ କରିବ ବୋଲି ଶ୍ରୀଯୁକ୍ତ ଚେଜ୍ ପ୍ରତ୍ୟାଶା କରିଛନ୍ତି କି ? ମନୁଷ୍ୟ-ଜାତି ଅର୍ଥାତ୍‌ ମନୁଷ୍ୟମାନଙ୍କର ଏକ ସମଷ୍ଟି । ଯେହେତୁ ସେହି ସମଷ୍ଟିଟି କୌଣସି ଜବାବ ଦେଇ ପାରିବନାହିଁ, ଶ୍ରୀଯୁକ୍ତ ଚେଜ୍ ଅନୁମାନ କରୁଛନ୍ତି ଯେ ସମଷ୍ଟି ବା ନିକାୟର ଆଦୌ କୌଣସି ଅସ୍ତିତ୍ୱ କଦାପି ନାହିଁ । ଅବଶ୍ୟ ସିଏ ଏକ ଭୁଲ ଅନୁମାନ କରିଥିଲେ । ଗୋଟିଏ ଅଂଶ ବିଷୟରେ ଯାହା ସତ, ତାହା ଯେ ପୂରା ସମଷ୍ଟିର କ୍ଷେତ୍ରରେ ଅବଶ୍ୟ ସତ ହେବ, ତାହାର କୌଣସି କାରଣ ନାହିଁ । ନ୍ୟାୟଶାସ୍ତ୍ରରେ ତାହାକୁ ଏକ ବିଚାରଗତ ପ୍ରମାଦ ବୋଲି ଘୋଷଣା କରାଯାଇଛି । ଏବଂ, ସର୍ବପ୍ରଥମେ ସ୍ୱୟଂ ଆରିଷ୍ଟଟ୍‌ଲ ସେହି ବିଷୟରେ ସୂଚିତ କରି ଦେଇଥିଲେ । ତେବେ ପ୍ରକୃତରେ କିଏ ପିଲାଙ୍କ ପରି ଆଚରଣ କରୁଛି, ଯେଉଁ ଦାର୍ଶନିକ ପ୍ରମାଦଟିକୁ ଆବିଷ୍କାର କରିଥିଲେ ନା ଯେଉଁ ଲେଖକ ଏବେ ମଧ୍ୟ ସେହି ପ୍ରମାଦଟି ମଧ୍ୟରେ ରହିଛନ୍ତି ?

 

‘ବାସ୍ତବତଃ ପୃଥିବୀରେ ଲାଭ କମାଇବାର ଆଦୌ କୌଣସି ସଂସ୍ଥା ବା ସିଷ୍ଟେମ୍ ନାହିଁ : ଶ୍ରୀଯୁକ୍ତ ଚେଜ୍ ଆମକୁ ସେହି କାଟର ଆଉକେତେ ମତବାଦୀଙ୍କୁ ଅଧ୍ୟୟନ କରିବା ନିମନ୍ତେ ଦୃଢ଼ ଭାବରେ ପରାମର୍ଶ ମଧ୍ୟ ଦେଇଛନ୍ତି । ହଁ, ଆମେ ଅବଶ୍ୟ ପଢ଼ିବା, ଅଧ୍ୟୟନ କରିବା । ଯଦି ସେହି ମତଟିକୁ ପୋଷଣ କରୁଥିବା ଶ୍ରୀଯୁକ୍ତ ଆଡ଼ାମ୍ କାମ କରିବାଲାଗି କୌଣସି କରାଖାନାକୁ ଯାଉଥିବେ, ତେବେ ସିଏ ବସ୍ତୁତଃ କେତେଗୁଡ଼ିଏ ସମ୍ବନ୍ଧର ଏକ ସିଷ୍ଟେମ୍ ମଧ୍ୟରେ ଯାଇ ପ୍ରବେଶ କରୁଥିବେ ଏବଂ ତାହାରି ଦ୍ୱାରା ଅବଶ୍ୟ ଜାଣୁଥିବେ ଯେ, କାରଖାନା ଭିତରୁ ଉତ୍ପାଦିତ ହେଉଥିବା ବସ୍ତୁଟି କୌଣସି ଜଣେ ବ୍ୟକ୍ତିର କାର୍ଯ୍ୟଦ୍ୱାରା ସମ୍ଭବ ହେଉଛି ବୋଲି ଆଦୌ ଚିନ୍ତା କରାଯାଇ ପାରିବନାହିଁ; ନାହିଁ, ପ୍ରକୃତରେ ଶତଶତ ମନୁଷ୍ୟଙ୍କର ସମ୍ମିଳିତ ଶ୍ରମଦ୍ୱାରା ସମ୍ଭବ ହୋଇ ପାରୁଛି । ଏବଂ, ଉକ୍ତ ମତର ଆଉଜଣେ, ଶ୍ରୀ ମର୍ଗାନ୍ ଯଦି ବ୍ୟାଙ୍କ୍‌ର ମାଲିକ ନହୋଇ କୌଣସି ଶିଳ୍ପୋଦ୍ୟୋଗର କାରବାର କରୁଥାନ୍ତେ, ତେବେ ଆମେ ଜାଣିପାରିବା ଯେ, ଶ୍ରୀ ଆଡ଼ାମ୍ ଯେଉଁ ପଣ୍ୟଦ୍ରବ୍ୟକୁ ଉତ୍ପାଦନ କରିଛନ୍ତି, ସିଏ ସେହିଗୁଡ଼ିକୁ ନେଇ ବଜାରରେ ବିକ୍ରି କରିବେ । ପୁନଶ୍ଚ, ପଣ୍ୟଟିକୁ ଉତ୍ପାଦନ କରିବାରେ ଯେତିକି ଖର୍ଚ୍ଚ ହୋଇଛି, ମର୍ଗାନ୍ ତା’ ଠାରୁ ଅଧିକ ମୂଲ୍ୟରେ ସେଗୁଡ଼ିକୁ ବିକ୍ରୟ କରିବେ । ଉତ୍ପାଦନର ମୋଟ ଖର୍ଚ୍ଚରେ ଶ୍ରୀ ଆଡ଼ାମ୍ ପାଇଥିବା ମଜୁରିକୁ ମଧ୍ୟ ନିଶ୍ଚୟ ଅନ୍ତର୍ଭୁକ୍ତ କରା ଯାଇଥିବା ଦ୍ରବ୍ୟଟିକୁ ବିକ୍ରୟ କରି ଯେଉଁ ଅର୍ଥପରିମାଣ ଆୟ କରାଯିବ ଓ ତାହାର ଉତ୍ପାଦନରେ ଯାହା ଖର୍ଚ୍ଚ ହୋଇଥିବ,–ଦୁଇଟି ମଧ୍ୟରେ ରହିଥିବା ପରିମାଣଟିକୁ ଶ୍ରୀ ମର୍‌ଗାନ୍ ପାଉଥିବା ଲାଭ ବୋଲି କୁହାଯିବ । ଏବଂ, ସେହି ଲାଭଟି ନମିଳିଲେ ସିଏ କଦାପି ବେପାରଟିକୁ ଚଲାଇ ପାରିବେନାହିଁ । ଏହିପରି ଭାବରେ ଏହି ଆଡ଼ାମ୍ ଏବଂ ମର୍ଗାନ୍‌ଙ୍କୁ ଆମେ ଗୋଟିଏ ସିଷ୍ଟେମ୍‌ର ହିଁ ଜଣେ ଜଣେ ସଦସ୍ୟ ବୋଲି କହିବା ଏବଂ କେବଳ ଲାଭ ମିଳୁଥିବା ଯାଏ ହିଁ ତାହା କ୍ରିୟାଶୀଳ ହୋଇ ରହିବ । ତେବେ ଲାଭ ବୋଲି କୌଣସି ସିଷ୍ଟେମ୍‌ ନାହିଁ ? ବସ୍ତୁତଃ, ଏଇଟି ସକଳ ଅର୍ଥରେ ଏକ ସିଷ୍ଟେମ୍ ଯାହାଦ୍ୱାରା ଲୋକେ ଲାଭ ଅର୍ଜନ କରନ୍ତି ।

 

ପୁନଶ୍ଚ, ପାର୍ଟି ଏବଂ ଫାସିଷ୍ଟ୍‌ବାଦ ବିଷୟରେ ଯାହାସବୁ ଏଡ଼େ ଶକ୍ତିଶାଳୀ ଭାବରେ ଘୋଷଣା କରାଯାଇଛି, ସେଗୁଡ଼ିକ ମଧ୍ୟ ସମାନ ଭାବରେ ନିତ୍ୟାନ୍ତ ହାସ୍ୟକର । ଖୁବ୍ ନିଶ୍ଚିତ କଥା ଯେ ଦେଶରେ ବ୍ୟକ୍ତିମାନେ ହିଁ ଆପଣାକୁ ଡିମୋକ୍ରାଟ୍ ବୋଲି ପରିଚିତ କରାନ୍ତି; ମାତ୍ର, ଏପରି ଗୋଟିଏ ସଂପୂର୍ଣ୍ଣ ସଂସ୍ଥା ମଧ୍ୟ ରହିଛି, ଯାହାକୁ ସମସ୍ତେ ଡିମୋକ୍ରାଟିକ୍‍ ପାର୍ଟି ବୋଲି ଜାଣନ୍ତି । ଗୋଟିଏ ସଂସ୍ଥା ବା ସଂଗଠନ, ଯାହାର କର୍ମକର୍ତ୍ତାଗଣ ଅଛନ୍ତି; ଏପରି ଗୋଟିଏ ସଂଗଠନ, ଯାହା ଏକାଧିକ ଅଭିଯାନର ନେତୃତ୍ୱ ଦେଉଛି । ଖୁବ୍ ନିଶ୍ଚିତ କଥାଟିଏ ଯେ, ଫାସିଷ୍ଟ୍ ବ୍ୟକ୍ତିମାନେ ଅଛନ୍ତି,–ମାତ୍ର ଫାସିଷ୍ଟବାଦ ମଧ୍ୟ ଅଛି–ଏକ ସୁନିର୍ଦ୍ଦିଷ୍ଟ ସାମାଜିକ ଓ ରାଜନୀତିକ କ୍ରିୟାଶୀଳତାର ସିଷ୍ଟେମ୍, ଯାହାର ବର୍ଣ୍ଣନା କରିହେବ, ସଂଜ୍ଞାନିରୂପଣ କରାଯାଇ ପାରିବ । ଯଦି ଏପରି ହୋଇନଥାନ୍ତା, ତେବେ ବସ୍ତୁତଃ ଜଣେ ବ୍ୟକ୍ତିକୁ ମଧ୍ୟ ଆଦୌ ଜଣେ ଫାସିଷ୍ଟ୍ ବୋଲି କହି ବା ଚିହ୍ନି ହେଉନଥା’ନ୍ତା । କାରଣ, କେତେକ ବ୍ୟକ୍ତିଙ୍କୁ ତ ଆମେ ଫାସିଷ୍ଟ୍‌ ବୋଲି କହିପାରୁଛୁ, କାରଣ ସେମାନେ ସେହି ନିର୍ଦ୍ଦିଷ୍ଟ ସିଷ୍ଟେମ୍‌ଟିର ପ୍ରତିଷ୍ଠା କରିବାକୁ ଓ ତାହାକୁ ସ୍ଥାୟୀ କରି ରଖିବାକୁ ପ୍ରୟାସମାନ କରୁଛନ୍ତି । ତେଣୁ, ଯଦି ଫାସିଷ୍ଟ୍‌ବାଦ ନାମକ ସେହି ଶବ୍ଦଟିର ପ୍ରକୃତରେ କୌଣସି ଅର୍ଥ ନଥାନ୍ତା (ଠିକ୍ ଯେପରି ଯେକୌଣସି ଶବ୍ଦର ଏକ ଅର୍ଥ ରହିଛି), ତେବେ ଆମେ କଦାପି ଏକ ଖାସ୍ ଶାସନକୁ ଫାସିଷ୍ଟ୍ ବୋଲି କହି ପାରନ୍ତୁ ନାହିଁ କିମ୍ବା ସେପରି ଗୋଟିଏ ଶାସନର ପ୍ରତିଷ୍ଠା ପାଇଁ କୌଣସି ସଂଗ୍ରାମ କରି ପାରନ୍ତୁନାହିଁ । ଅର୍ଥାତ୍, ଶ୍ରୀଯୁକ୍ତ ଚେଜ୍‌ଙ୍କର ଯୁକ୍ତିଟି ଆମକୁ ଆମ ଶତ୍ରୁମାନଙ୍କ ଆଡ଼କୁ ଆମର ଆଖିମାନଙ୍କୁ ବନ୍ଦ କରି ରଖିବାକୁ ଇଚ୍ଛା କରୁଛି କି ?

 

ବାକୀ ସେହି ‘ନିରର୍ଥକ’ ଶବ୍ଦମାନଙ୍କ ବିଷୟରେ କହିବାକୁ ଗଲେ, ମୋତେ ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ, ଶବ୍ଦାର୍ଥବାଦୀମାନେ କାର୍ଯ୍ୟତଃ ଯେଉଁସବୁ ମୂଲ୍ୟାୟନର ସହାୟତା ଗ୍ରହଣ କରିଛନ୍ତି, ସେମାନଙ୍କ କ୍ଷେତ୍ରରେ ସେହିଗୁଡ଼ିକର ପରୀକ୍ଷା କରି ହିଁ ମୁଁ ବେଶ୍‌ କୌତୁକ ଅନୁଭବ କରିବି । ଯଦି, ଶ୍ରୀଯୁକ୍ତ ଡି-ଭୋଟୋଙ୍କ ଭଳି, ସେମାନେ ‘ଯଥେଷ୍ଟ ଆହାର ମିଳୁ ନଥିବା’, ‘ଭଲ ଗୃହମାନଙ୍କର ବାସ କରୁନଥିବା’ ଓ ‘ଯାହାତାହି ପରିଧାନ ଧାରଣ କରିଥିବା’ ପ୍ରଭୃତି କଥାରେ ଆଦୌ କୌଣସି ଅର୍ଥ ରହିଛି ବୋଲି ବୁଝି ପାରୁନାହାନ୍ତି, ତେବେ ମୁଁ ଭାବୁଛି, ସେମାନଙ୍କ ପାଖରେ କୌଣସି କାମ ଓ ତେଣୁ କୌଣସି ରୋଜଗାର ନଥିବାରୁ ସପ୍ତାହକୁ କେବଳ ପାଞ୍ଚ ଡଲାର ମାତ୍ର ଅର୍ଥସାହାଯ୍ୟ ମିଳୁଥିଲେ, ସେମାନେ ପ୍ରକୃତରେ କିପରି ଆଚରଣ କରନ୍ତେ, ତାହା ଲକ୍ଷ୍ୟ କରି ଦେଖିଲେ ନିଶ୍ଚୟ ବେଶ୍ ଆମୋଦଦାୟକ ହୁଅନ୍ତା । ଏବଂ, ଯେତେବେଳେ କିଛିମାସ ପରେ ଯଦି ସେମାନେ ଆମପାଖକୁ ଆସି ଆପଣାର ପୁଷ୍ଟିହୀନତା–ଜନିତ ନାନା ଲକ୍ଷଣ, ପରିବେଶର ନାନା ତାଡ଼ନା ହେତୁ କ୍ଷୀଣ ସେମାନଙ୍କର ଦେହ ଏବଂ ପିନ୍ଧିଥିବା ମୋଟା କୋତରା ଛିଣ୍ଡା କପଡ଼ାମାନଙ୍କୁ ଦେଖାଇବାକୁ ଆରମ୍ଭ କରନ୍ତେ, ତେବେ ଆମେ ମଧ୍ୟ ସେମାନଙ୍କୁ ମନେ କରାଇ ଦିଅନ୍ତେ ଯେ, ଏକଦା ତ ସେଇମାନେ ହିଁ ‘ପ୍ରମାଣ’ କରି ଦେଇଥିଲେ ଯେ, ଏହି ଆବଶ୍ୟକତାରୁ କମ୍ ଆହାର, ଯାହାତାହି ପରିଧାନ ଏବଂ ଅନୁପଯୁକ୍ତ ବାସଗୃହ ସମ୍ପର୍କରେ ଜଣେ ମନୁଷ୍ୟ ଆଦୌ କଷ୍ଟ ପାଇବାକୁ ବାଧ୍ୟ ହେବନାହିଁ, କାରଣ ଏସବୁ ଶବ୍ଦଗୁଡ଼ିକର ପ୍ରକୃତରେ କୌଣସି ଅର୍ଥ ନାହିଁ । ଏବଂ, ଏସବୁ ନିତ୍ୟାନ୍ତ ହାସ୍ୟାସ୍ପଦ ଅନ୍ଧମତଗୁଡ଼ାକୁ ସେମାନେ ଏପରି ପ୍ରବଳ ଭାବମୟତା ସହିତ ଆବୋରି ରହିଥାନ୍ତି ଯେ, ସେମାନେ ମୋ’ କଥାଟିକୁ ସତକୁସତ ବୁଝିବେ ଓ ତାହା ସେମାନଙ୍କର ଯେ ହୃଦ୍‌ବୋଧ ହେବ, ମୋ’ର ସେବିଷୟରେ ଢେର ସନ୍ଦେହ ରହିଛି । କିନ୍ତୁ, ସେକଥା ଯେପରି ହୋଇଥାଉ ପଛକେ, ସେମାନଙ୍କର ପରଖଗୁଡ଼ିକୁ ଯେପର୍ଯ୍ୟନ୍ତ ଅନ୍ୟ ମନୁଷ୍ୟମାନଙ୍କ ଉପରେ ଲଦି ଦିଆ ଯାଉଥିବ, ତେବେ ସେହି ଶବ୍ଦାର୍ଥବିଜ୍ଞାନୀମାନେ ଆପଣାର ମତଗୁଡ଼ିକୁ ବଦଳାଇବା ନିମନ୍ତେ ବସ୍ତୁତଃ କୌଣସି କାରଣ ପାଇବେନାହିଁ ।

 

ସାଧାରଣ ଭାବରେ କହିଲେ, ଯେଉଁ ମନୁଷ୍ୟମାନେ ଦାରିଦ୍ର୍ୟ ହେତୁ ଭୋଗିବାକୁ ହେଉଥିବା ପରିଣାମମାନଙ୍କୁ ଅଥବା ଫାସିଷ୍ଟ୍‌ବାଦ କରୁଥିବା ଷଡ଼ଯନ୍ତ୍ରଗୁଡ଼ିକୁ ଆଦୌ ଘ୍ରାଣ କରି ପାରନ୍ତିନାହିଁ, ସେମାନଙ୍କର ବିଷୟରେ ଜଣେ ଯେଉଁଭଳି ପ୍ରତ୍ୟାଶାମାନ ରଖିଥିବ, ଏହି ଶବ୍ଦାର୍ଥବିଜ୍ଞାନୀମାନଙ୍କର ସମାଜ ସମ୍ପର୍କରେ ରହିଥିବା ମତମାନେ ମଧ୍ୟ କାର୍ଯ୍ୟତଃ ସେହିଭଳି ହିଁ ହେବେ । ନୈତିକତାର କ୍ଷେତ୍ରରେ ଶ୍ରୀଯୁକ୍ତ କର୍ଜିବ୍‌ସ୍କି ପ୍ରକୃତରେ ସମ୍ଭ୍ରାନ୍ତ ଶ୍ରେଣୀର ଜଣେ ବ୍ୟକ୍ତିପରି ଆପଣାର ମତଗୁଡ଼ିକୁ ପ୍ରଦାନ କରିଛନ୍ତି, ସିଏ ସର୍ବୋପରି ସର୍ବବିଧ ବ୍ୟାପାରଧର୍ମୀ ବୁଦ୍ଧିକୁ ଘୃଣା କରନ୍ତି, ଅର୍ଥାତ୍ କଳା, ବିଜ୍ଞାନ ଏବଂ ଉଦ୍‌ଭାବନ ନିମନ୍ତେ ଆମର ଆକାଙ୍‌କ୍ଷା ଉପରେ ପୁଞ୍ଜିବାଦର ଯେଉଁ ପ୍ରଭାବ ପଡ଼ିଛି, ସେଇଟିକୁ । * ଶ୍ରୀଯୁକ୍ତ ଚେଜ୍ ଏବଂ ଡି-ଭୋଟୋ, ଜଣେ କେବଳ ମୁରୁକି ମୁରୁକି ହସିବାରେ ଲାଗିଥିବା ଏବଂ ଆଉଜଣେ ଜଣେ କଠୋର ହୃଦୟ ଜଣେ ଜଣେ ରକ୍ଷଣଶୀଳ ବ୍ୟକ୍ତି । ସେମାନେ ଦୁହେଁଯାକ ବିଗତ ପନ୍ଦରବର୍ଷ ହେଲା ଫାସିଷ୍ଟ୍‌ବାଦବିରୋଧୀ ବିରାଟ ଆନ୍ଦୋଳନଟି ବିରୋଧରେ ଚାଲିଥିବା ସଂଘର୍ଷରେ ଶବ୍ଦାର୍ଥବିଜ୍ଞାନକୁ ଗୋଟିଏ ସାଧନ ପରି ବ୍ୟବହାର କରୁଛନ୍ତି । ସେମାନେ ପ୍ରକୃତରେ ଠିକ୍ କଥାଟି ହିଁ କରନ୍ତି, କାରଣ ଶବ୍ଦାର୍ଥବାଦୀ ସେହି ଦର୍ଶନର ତିଷ୍ଠି ରହିବା ସକାଶେ ବସ୍ତୁତଃ ଅନ୍ୟ କୌଣସି ସାମାଜିକ କାରଣ ନାହିଁ ।

 

ଜଣେ ମନଯୋଗୀ ପାଠକ କେତେ ଶବ୍ଦାର୍ଥବିଜ୍ଞାନୀଙ୍କ ଲେଖାରେ ଜାତିଗତ ବାଛବିଚାରର ବେଶ୍‌ ଏକ କ୍ଷୀଣ ଗୁଣୁଗୁଣୁ ଆବାଜ ମଧ୍ୟ ପାଇପାରିବ । ସର୍ବପ୍ରଥମେ ହିଁ ଏହି ଶବ୍ଦାର୍ଥବିଜ୍ଞାନକୁ ବେଶ୍‌ ସୌଖୀନ୍ ଓ ଲୋକପ୍ରିୟ ଅଧ୍ୟୟନ-କ୍ଷେତ୍ରରେ ପରିଣତ କରିଥିବା ଶ୍ରୀଯୁକ୍ତ ଓଗଡ଼େନ ଓ ଶ୍ରୀଯୁକ୍ତ ରିଚାର୍ଡ଼ସ୍‌ ଗୋଟିଏ କାହାଣୀର ଉଲ୍ଲେଖ କରିଛନ୍ତି । ତାହାକୁ ସେମାନେ ଗୋଟିଏ ‘ଖରାପ କିମ୍ବଦନ୍ତୀ’ ବୋଲି କହିଛନ୍ତି । ** ସେହି ପ୍ରସଙ୍ଗରେ ସେମାନେ ଇନ୍‌ଗ୍ରାହାମ୍ ନାମକ ଜନୈକ ବ୍ୟକ୍ତିଙ୍କର ଏହି ବିଦ୍ରୂପକାରୀ ଉକ୍ତିଟିକୁ ଉଦ୍ଧାର କରିଛନ୍ତି, ଏବଂ ସେଇଟି ପ୍ରତି ଆପଣାର ସମର୍ଥନ ଜ୍ଞାପନ କରିଛନ୍ତି :

 

ଗୋଟିଏ ଖାସ୍ କଥାକୁ ଆମେ ଅନେକ ସମୟରେ ବର୍ଣ୍ଣନା କରି କହିବାର ଅବସର ହିଁ ପାଉନାହିଁ । ହଁ, ଏକାବେଳେ ବହୁତ କଥାର ଏକ ସମଗ୍ର ଦୃଶ୍ୟ । ସେହି ଦୃଶ୍ୟଟି ଅନୁସାରେ ଜଣେ ନିଗ୍ରୋ ରେଲ୍‌ଲାଇନ୍‌ର ବାଡ଼ କଡ଼େକଡ଼େ ଯାଉଥିଲା । ହାତଭିତରେ ସିଏ ଗୋଟିଏ ତରଭୁଜ ବି ଧରିଥିଲା ଏବଂ ସେତେବେଳେ ଆକାଶରେ ଜହ୍ନଟି ମଧ୍ୟ ଏକ ମେଘଖଣ୍ଡକୁ ଠିକ୍ ଅତିକ୍ରମ କରି ବାହାରି ଆସୁଥିଲା । ***

 

ଶ୍ରୀ କର୍ଜିବ୍‌ସ୍କି କହିଛନ୍ତି ଯେ, ଆରିଷ୍ଟଟଲ୍‌ଙ୍କର ସୂତ୍ରନିକାୟଟି ମଧ୍ୟରେ ଆମେ ଦୁଇହଜାର ବର୍ଷରୁ ଆହୁରି ଅଧିକ ପୂର୍ବର ଗୋରା ମନୁଷ୍ୟଜାତିଟି ବିଷୟରେ ଏକ ଶବ୍ଦାର୍ଥବାଦୀ ପ୍ରତିଧ୍ୱନି ଅବଶ୍ୟ ଦେଖିବାକୁ ପାଉ । **** ଏକାନ୍ତ ସନ୍ଦେହରହିତ ଭାବରେ ସିଏ ବିଶ୍ୱାସ କରୁଛନ୍ତି ଯେ, ବିଭିନ୍ନ ଦର୍ଶନର ବିଚାରଗୁଡ଼ିକ ସଂପୃକ୍ତ ଦର୍ଶନବିତ୍ ମାନଙ୍କର ଜାତିଗତ ଉତ୍ସଗୁଡ଼ିକ ଦ୍ୱାରା ହିଁ ନିଷ୍ପନ୍ନ ହୋଇ ଆସିଥାଏ । ନିମ୍ନୋକ୍ତ ବାକ୍ୟମାନଙ୍କରେ ମଧ୍ୟ ସେହି ଅର୍ଥଟି ପ୍ରକୃତରେ ବ୍ୟକ୍ତ କରାଯାଇଛି ବୋଲି ବେଶ୍ ପ୍ରତୀତ ହେଉଛି :

 

* See the remarkable Table of Standards, Koraybski : op, cit, pp, 555-557.

** C.K. Ogden and I.A Richards, The meaning of meaning, Harcourt, Brace & Co, New York, 1923, p, 347n.

 

*** ତତ୍ରୈବ, p, 131

 

**** Korzbski, op, cit, p, 555

 

ଆମେ ଯେତେବେଳେ ବିଷୟଗତ ଆଧାରସ୍ତରଟିର ସନ୍ଧାନ ପାଇଯାଉ… ସେତେବେଳେ ଆମେ ଯାବତୀୟ ‘ଅର୍ଥ’ର ଏପରି ଭାବରେ ସଂଜ୍ଞା ନିରୂପଣ କରିବା, ଯେପରିକି ତାହା ପ୍ରକୃତ ଅଥବା ଅନୁମିତ ବା ଆକାଙ୍‌କ୍ଷିତ ସକଳ ସମ୍ବନ୍ଧକୁ ଏକ ସଚେତନ ଅନୁଭବ ସଦୃଶ ଆଣି ଉପସ୍ଥାପିତ କରି ପାରୁଥିବ; ସେହି ସମ୍ବନ୍ଧଗୁଡ଼ିକରେ ପ୍ରଥମ ସ୍ତରର ହିଁ ବିଷୟ-ଆଧାରିତ ତତ୍ତ୍ୱଚୟ ପ୍ରକଟ ହୋଇ ପାରୁଥିବେ : ସେଥିରେ ମାନସ-ନ୍ୟାୟଯୁକ୍ତିଗତ ସକଳ ଉପାଦାନ ଥିବ, ଏବଂ ସେଗୁଡ଼ିକର ସମୁଚିତ ମୂଲ୍ୟାୟନ ମଧ୍ୟ କରି ହେଉଥିବ,–ବ୍ୟକ୍ତିଗତ, ଭିନ୍ନ ଭିନ୍ନ ତଥା ପ୍ରଜାତିଗତ,–ପୁନଶ୍ଚ ପ୍ରକାଶ କରି ହେଉନଥିବା ସେହି ସର୍ବପ୍ରଥମ ସ୍ତରର,-ମାନସ-ଶରୀରତତ୍ତ୍ୱଗତ ପରିଣାମଚୟର ସନ୍ଦର୍ଭରେ । *

 

ଆମେ ଶ୍ରୀଯୁକ୍ତ ଚେଜ୍‌ଙ୍କ ସମ୍ପର୍କରେ ସେହିଭଳି କୌଣସି ଅଭିଯୋଗ କରିବାନାହିଁ, କାରଣ ପ୍ରଜାତିବାଦର ବିରୋଧ କରି ସେ ଆପଣାର ଏକ ଖାସ୍ ଯୁଯୁତ୍ସା ପ୍ରଦର୍ଶନ କରିବାରେ ପ୍ରକୃତରେ କୌଣସି କାର୍ପଣ୍ୟ କରିନାହାନ୍ତି । ତଥାପି, ଆମ ସମକ୍ଷରେ ଏପରି ଦୁଇଜଣ ଶବ୍ଦାର୍ଥବାଦୀ ରହିଛନ୍ତି, ଯେଉଁମାନେ କି ନିଗ୍ରୋମାନଙ୍କ ବିଷୟରେ ଅସହିଷ୍ଣୁତା ପ୍ରକଟ କରିଛନ୍ତି ଏବଂ, ଏପରି ଆଉଜଣେ ମଧ୍ୟ ଅଛନ୍ତି, ଯିଏକି ଜଣେ ଦର୍ଶନବିତ୍‌ର ଦର୍ଶନବିଚାର ସର୍ବଦା ତା’ର ପ୍ରଜାତିଟି ଦ୍ୱାରା ନିର୍ଦ୍ଧାରିତ ହୁଏ ବୋଲି ମନେ କରନ୍ତି ।

 

ପରିଶେଷରେ ଏହି ବ୍ୟକ୍ତିମାନେ ଯେଉଁ ଲେଖକମାନଙ୍କର ପ୍ରଶଂସା କରିଛନ୍ତି, ସେମାନଙ୍କୁ ପୃଷ୍ଠଭୂମିରେ ରଖି ମଧ୍ୟ ଆମେ ସେମାନଙ୍କ ବିଷୟରେ କିଛି ଶିକ୍ଷା କରିପାରିବା । ଶ୍ରୀଯୁକ୍ତ କର୍ଜିବ୍‌ସ୍କି ତ ଖୁବ୍ ବିପୁଳ ଭାବରେ ଇତିହାସକାର ସ୍ପେଙ୍ଗ୍‌ଲର୍‌ଙ୍କର ଗୁଣଗାନ କରିଛନ୍ତି । ** ନାତ୍‌ସୀମାନେ ସେହି ସ୍ପେଙ୍ଗ୍‌ଲର୍‌ଙ୍କର ଲେଖାରୁ କେତେ ପ୍ରେରଣା ଲାଭ କରିଥିଲେ । ସ୍ପେଙ୍ଗ୍‌ଲର୍‌ଙ୍କୁ ଅବଶ୍ୟ ବର୍ଜନ କରିଛନ୍ତି, କିନ୍ତୁ ଶ୍ରୀ ଆଲେକ୍‌ସି କାରେଲ୍‌ଙ୍କୁ ଉଦ୍ଧୃତିରେ ବ୍ୟବହାର କରିଛନ୍ତି । କାରେଲ୍ ଲେଖିଥିବା ପ୍ରଧାନ ପୁସ୍ତକଟିର ଆପଣା ସମୟରେ ଆମେରିକାରେ ଫାସିଷ୍ଟ୍ ଆଦର୍ଶବାଦର କ୍ଷେତ୍ରରେ ମଧ୍ୟ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା । ଅବଶ୍ୟ କ୍ଷଣକ ନିମନ୍ତେ ମଧ୍ୟ ମୁଁ ଆଦୌ ମନେ କରୁନାହିଁ ଯେ, ଏହିସବୁ ତଥ୍ୟ କର୍ଜିବ୍‌ସ୍କି ଏବଂ ଚେଜ୍‌ଙ୍କୁ ଜଣେ ଜଣେ ଫାସିଷ୍ଟ୍‌ ବୋଲି ଚିହ୍ନିତ କରାଇ ଦେଉଛି, କିନ୍ତୁ ଏଗୁଡ଼ିକ ଖୁବ୍ ଦର୍ଶାଇ ଦେଉଛନ୍ତି ଯେ, ଆମର ଏହି ଦୁଇଜଣଯାକ ଲେଖକ ଯେତେବେଳେ ସେମାନେ ଫାସିଷ୍ଟ୍‌ବାଦକୁ ଦେଖିଛନ୍ତି, ସେତେବେଳେ ତାକୁ ଫାସିଷ୍ଟ୍‌ବାଦ ବୋଲି ଚିହ୍ନି ନାହାନ୍ତି ଅଥବା ସେଥିରେ ରହିଥିବା କେତେକ ବିଚାରକୁ ବେଶ୍ ଅନୁକୂଳ ବୋଲି ଗ୍ରହଣ କରିଛନ୍ତି । ସେହି କଥାଟି ଯାହା ହୋଇଥାଉ ପଛକେ, ଆମେ ତତ୍ତ୍ୱଗତ ବିଶ୍ଳେଷଣ ଦ୍ୱାରା ଯାହାକିଛି ଅନୁମାନ କରିଥିଲୁ, ପ୍ରତ୍ୟକ୍ଷ ଅଭିଜ୍ଞତା ଦ୍ୱାରା ମଧ୍ୟ ତାହାରି ସମର୍ଥନ ହୋଇଥିବାର ପ୍ରମାଣ ପାଇଲୁ । ସେହି କଥାଟି ହେଉଛି ଯେ, ଶବ୍ଦାର୍ଥବାଦୀ ଦର୍ଶନ ଏବଂ ଫାସିଷ୍ଟ୍‌ ତଥା ପ୍ରତିକ୍ରିୟାଶୀଳ ବିଚାରର ପୃଥିବୀଟି ମଧ୍ୟରେ ସ୍ପଷ୍ଟତଃ ଗୋଟିଏ ସଗୋତ୍ରତା ଅବଶ୍ୟ ରହିଛି ।

 

* ତତ୍ରୈବ, p, 23. Except for the three dots to indicate omissions, the punctuation and italics are Korzybski’s. I saw “appears to be the meaning,” because it strikes me as improbable that this passafe can be clear in anybody’s mind, including the suthor’s

 

** ତତ୍ରୈବ, p, 47

 

ଯଦି ଊନବିଂଶ ଶତାବ୍ଦୀର ତୃତୀୟ ଦଶକଟି କ୍ଷୁଧାରୁ ଆରମ୍ଭ ହେଲା ଓ ରକ୍ତପାତରେ ଶେଷ ହୋଇଥିଲା, ରକ୍ତପାରରେ ଆରମ୍ଭ ହୋଇଥିବା ସେହି ଚତୁର୍ଥ ଦଶକଟିର ଯେପରି କ୍ଷୁଧାରେ ଶେଷ ନହୁଏ, ଆମେ ସେଥିଲାଗି ନିଶ୍ଚୟ ଉଦ୍ୟମାନ କରିବା ! କିନ୍ତୁ, ଏହି କାର୍ଯ୍ୟଟିରେ ଆମେ କେବେହେଲେ ସଫଳ ହେବାନାହିଁ, ଯଦି ଆମେ ଏହି କଥାଟିକୁ ସ୍ୱୀକାର ନକରିବା ଯେ, ଆମର ଏହି ବାସ୍ତବ ଜଗତଟି ଆମ ସମ୍ମୁଖରେ ସତକୁସତ ବାସ୍ତବ ସମସ୍ୟାମାନଙ୍କୁ ଆଣି ଛିଡ଼ା କରାଇଛି ଏବଂ, ସେହି ବାସ୍ତବ ସମସ୍ୟାମାନଙ୍କର ପ୍ରକୃତରେ ବାସ୍ତବ ସମାଧାନମାନେ ରହିଛନ୍ତି । ଆମକୁ ଗୋଟିଏ ପୂର୍ଣ୍ଣଧ୍ୱସ୍ତ ପୃଥିବୀର ପ୍ରତିପୂର୍ତ୍ତି କରିବାକୁ ହେବ, ଏହାର ଅଧିବାସୀମାନଙ୍କୁ ଆହାର, ବସ୍ତ୍ର ତଥା ବାସଗୃହ ଯୋଗାଇବାକୁ ପଡ଼ିବ; ଯେଉଁମାନେ ଏବେ ମଧ୍ୟ ଅତ୍ୟାଚାରିତ ହେଉଛନ୍ତି, ସେମାନଙ୍କୁ ମୁକ୍ତି ଦେବାକୁ ହେବ, ଯେଉଁମାନେ କେବେହେଲେ ମଧ୍ୟ ସାଧୁତା ସହିତ ଆଚରଣ କରୁଥିବା ହସ୍ତଗୁଡ଼ିକର ସ୍ପର୍ଶ ପାଇନାହାନ୍ତି, ସେହି ନିୟୁତସଂଖ୍ୟାର ମନୁଷ୍ୟମାନଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରିବାକୁ ପଡ଼ିବ । ଏହି କଥାଟିର ବସ୍ତୁତଃ ଅନୁମାନ ବି କରି ହେଉନାହିଁ ଯେ, ଯଦି ଆମେ ଏହିସବୁ କଥାକୁ ତୁଚ୍ଛା ନିରର୍ଥକ ଏବଂ ବୃଥା କେତେ ତୁଚ୍ଛା ଶବ୍ଦ ବୋଲି କହି ଏଡ଼ାଇ ଦେଉଥିବା, ତେବେ ଅନୁକମ୍ପାମୂଳକ ଏହି ପ୍ରକାରର ଏକ କ୍ଷୁଦ୍ରତମ କାର୍ଯ୍ୟକୁ ମଧ୍ୟ ଆମେ ଆଦୌ ସାଧିତ କରି ପାରିବାନାହିଁ । ଅଥବା, ଯଦି ଏଇଟିର ବିପରୀତ ଭୁଲଟିର ମଧ୍ୟ କଳ୍ପନା କରୁଥିବା ଓ କେବଳ ଭାଷାର କେତେକ ସରଳ ଆଉପ୍ରକାରେ ବ୍ୟବହାର ଦ୍ୱାରା ସମସ୍ୟାମାନଙ୍କର ସମାଧାନ ହୋଇଯିବ ବୋଲି ଯଦି ଭାବୁଥିବା, ତଦ୍ଦ୍ୱାରା ମଧ୍ୟ କଦାପି ସଫଳ ହୋଇ ପାରିବାନାହିଁ ।

 

ହଁ, ଭାଷାର ନିଶ୍ଚିତ ଭାବରେ ଏକ ସମସ୍ୟା ରହିଛି, କିନ୍ତୁ ଏଠାରେ ଆମେ ସେଇଟିର କୌଣସି ଆଲୋଚନା କରୁନାହୁଁ । ହଁ, ଆମେ କହୁଥିବା କଥାଗୁଡ଼ିକ ନିଶ୍ଚୟ ସ୍ପଷ୍ଟ ହେବ, ଅବଶ୍ୟ ପରିଶୁଦ୍ଧ ହେବ । କିନ୍ତୁ ସେଗୁଡ଼ିକ ମଧ୍ୟ ଚୂଡ଼ାନ୍ତ ଲକ୍ଷ୍ୟ ନୁହନ୍ତି । ଆମେ ସର୍ବଦା ଏତିକି ଦୃଷ୍ଟି ରଖିଥିବା ଯେ, ଆମର ବକ୍ତବ୍ୟଗୁଡ଼ିକ ଅଧିକ ସ୍ପଷ୍ଟ ହେଉଥିବ; ବାସ୍ତବ ଓ ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ ଯେତିକି ହେଉଥିବ, ସବୁବେଳେ ସେହି ଅନୁପାତରେ । ଏବଂ, ଆମେ ଯେପର୍ଯ୍ୟନ୍ତ ସେଗୁଡ଼ିକର ସମାଧାନରେ ବିଫଳ ହେଉଥିବା, ଆମର ମୁଖନିଃସୃତ କଥାଗୁଡ଼ିକ ମଧ୍ୟ ଅନୁରୂପ ଭାବରେ ଅସ୍ପଷ୍ଟ ଏବଂ ଥଙ୍ଗଥଙ୍ଗ ହୋଇ ରହିବେ । ବସ୍ତୁତଃ ସେହି କାରଣରୁ ହିଁ ଶବ୍ଦାର୍ଥବିଜ୍ଞାନୀମାନେ ଆପଣାକୁ ସ୍ପଷ୍ଟ କରି ପାରୁନଥାନ୍ତି ଓ ସେମାନଙ୍କୁ ବୁଝି ହେଉନଥାଏ । ଏବଂ, ତୁଚ୍ଛା ଅଡ଼ୁଆ ଓ ଅସ୍ପଷ୍ଟତାମାନଙ୍କର ଏକ ମିନାରବତ୍ ଶବ୍ଦାର୍ଥବାଦୀ ସେହି ଦର୍ଶନଟି ମଧ୍ୟ ସବୁଦିନ ସକାଶେ ଆମକୁ ସତର୍କ କରି ଦେଉଥାଏ ଯେ, ଯେଉଁମାନେ ଏହି ମନୁଷ୍ୟସମୂହର କଲ୍ୟାଣ ସହିତ ନିଜକୁ ସଂପୃକ୍ତ କରି ରଖିନଥାନ୍ତି, ସେମାନଙ୍କର ହୃଦୟ ଭିତରୁ ସେମାନେ ପ୍ରକୃତରେ ସର୍ବବିଧ ବୁଝିବାଶକ୍ତିକୁ ନିଶ୍ଚୟ ହରାଇ ବସିବେ ଓ ସେମାନଙ୍କର ଆଖିଗୁଡ଼ିକ ଭିତରେ ଆଉ ସମ୍ମୁଖଦୃଷ୍ଟି ବୋଲି ପ୍ରକୃତରେ କିଛି ରହିବନାହିଁ ।

☆☆☆

 

Unknown

ଶବ୍ଦମାନେ ମୋ’ର କିଛି କରି ପାରିବେ ନାହିଁ

 

ଆରମ୍ଭବେଳେ ଶବ୍ଦ ବୋଲି ଆଦୌ କିଛି ନଥିଲା । ସ୍ୱର ତଥା ବ୍ୟଞ୍ଜନବର୍ଣ୍ଣଗୁଡ଼ିକର ଏହି ଚମତ୍କାର ଉଚ୍ଚାରଣଗୁଡ଼ିକର ବ୍ୟବହାର ଦ୍ୱାରା ଆମେ ଯେ ନିଜକୁ ଏହି ଶବ୍ଦଗୁଡ଼ିକୁ ଦେଇ ଏଡ଼େ ସ୍ପଷ୍ଟଭାବରେ ବ୍ୟକ୍ତ କରିପାରୁଛୁ, ଏହି ସବୁକିଛି ହେଉଛି ମନୁଷ୍ୟର ସର୍ଜନା । ସେହି ସାମର୍ଥ୍ୟଟିକୁ ମନୁଷ୍ୟ ଦାନସୂତ୍ରରେ ମୋଟେ ଆଉ କାହାଠାରୁ ପାଇନାହିଁ । ଅନୁମାନ ହେଉଛି, ବାନରସଦୃଶ ଆମର କେହି ପୂର୍ବଗାମୀ ଏବଂ ତା’ ଠାରୁ ନିଷ୍ପନ୍ନ ବହୁ ବହୁ ପୀଢ଼ି ଆମର ନାକ ଓ ଗଳା ବାଟ ଦେଇ ବାୟୁଜନିତ ଧ୍ୱନିଗୁଡ଼ିକ ଅପେକ୍ଷା ମୋଟେ ଅଧିକ ସାଦୃଶ୍ୟ ରଖିଥିବା କିଛି ହାସଲ କରିନଥିଲେ, ଯାହାକୁ ଆମେ ଆମର ବର୍ତ୍ତମାନ ଅର୍ଥରେ କଥା ବୋଲି କହିପାରିବା । ହଁ, ଉକ୍ତ ଧ୍ୱନିଗୁଡ଼ିକ ମଧ୍ୟରେ ନିଶ୍ଚୟ କେତେକ ସାମଞ୍ଜସ୍ୟ ରହିଥିବ, କିନ୍ତୁ ସେଥିରେ ବୋଧ୍ୟତାର ଅଭାବ ରହିଥିବ, ଅର୍ଥାତ୍ ସେଗୁଡ଼ିକ ପଛରେ ଏକ ସାମାଜିକ ସହମତି କେତେବେଳେ ହେଲେ ନଥିବ ଏବଂ ତେଣୁ, ଏହା ସାଧାରଣତଃ ଆଦୌ ବୁଝି ହୋଇନଥିବ । ହଁ, ମୁହଁର କଥା ଆଗ ଆସିଲା, ଲେଖିବାର ରୀତିଟି ପରେ ଯାଇ ଆସିଥିଲା ।

 

ହଁ, ଭାଷାର ଉଦ୍‌ଭବ ହୋଇଥିଲା (ଏବଂ, ତାହାର ଉତ୍ପତ୍ତି ବିଷୟରେ ସର୍ବଦା କିଛି ନା କିଛି ଅନୁମାନ ହିଁ କରାଯାଇ ପାରିବ) । ପ୍ରଥମ କାଳରେ ଭାଷାର ଅଭାବ ଆମର ବହୁ ମୂଳର ସେହି ପୂର୍ବଜମାନଙ୍କୁ ନିଶ୍ଚୟ ଏକାଧିକ ପ୍ରକାରେ ଏକାନ୍ତ ଅଳ୍ପସମର୍ଥ କରି ରଖିଥିବ । ସେମାନେ ବସ୍ତୁଗୁଡ଼ିକ ଆଡ଼କୁ କେବଳ ଅଙ୍ଗୁଳିନିର୍ଦ୍ଦେଶ ସିନା କରି ପାରୁଥିବେ, କିନ୍ତୁ ଦ୍ରବ୍ୟ ଦ୍ରବ୍ୟ ମଧ୍ୟରେ ରହିଥିବା ନାନା ସମ୍ବନ୍ଧକୁ ବୁଝାଇ ଦେଇ ପାରିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବେ । ହଁ, ରୋମ ସାଲୁବାଲୁ ଗୋଟିଏ ଆଙ୍ଗୁଠି ଏଇ ବା ସେହି ଗଛ ଆଡ଼କୁ ଦୃଷ୍ଟି ଆକର୍ଷଣ କରି ପାରୁଥିବ ବୋଲି ବେଶ୍‌ ଅନ୍ଦାଜ କରି ହେଉଛି । କିନ୍ତୁ, କଣ୍ଠସ୍ୱର କିମ୍ବା ଅଙ୍ଗଭଙ୍ଗୀ, ଯେଉଁପରି ଉପାୟରେ ସାହାଯ୍ୟ ନେଇ ହେଉ ପଛକେ, ଏହି ଗଛଟି ସେଇ ଆରଟିର ବାମପଟକୁ ଅଛି, ସେହି ଧାରଣାଟିକୁ ଦେଇ ପାରିବା ଆଦୌ ସହଜ ହୋଇନଥିବ । ଏବଂ, ଉଦ୍ଭିଦଜଗତର ବହୁସଂଖ୍ୟକ କିସମ ମଧ୍ୟରୁ ଗଛ କେବଳ ଗୋଟିଏ କିସମର ପ୍ରତିନିଧିତ୍ୱ କରେ ବୋଲି କାହାକୁ ବୁଝାଇଦେଇ ପାରିବା ସମ୍ଭବତଃ ସମ୍ଭବ ହିଁ ହୋଇନଥିବ । ଆମେ ପୂର୍ବ ଅଧ୍ୟାୟରେ ଦେଖି ସାରିଛୁ ଯେ, ଏପରି ଏକାଧିକ ଆଧୁନିକ ଭଦ୍ରବ୍ୟକ୍ତି ଅବଶ୍ୟ ଅଛନ୍ତି, ଯେଉଁମାନଙ୍କର ଏକ ଉନ୍ନତ ମନ ବି ରହିଛି ଏବଂ ଯେଉଁମାନେ ପ୍ରକୃତରେ ସେହି ଆଦିମ ମାନବର ଠିକ୍ ଏହି କ୍ଷେତ୍ରରେ ରହିଥିବା ଅସୁବିଧା ଗୁଡ଼ିକ ଭିତରୁ ବାହାରି ବି ଆସି ପାରିନାହାନ୍ତି ।

 

ସେତେବେଳେ ଭାବ-ବିନିମୟର କ୍ଷେତ୍ର ସାଧାରଣତଃ ଅତ୍ୟନ୍ତ ସୀମିତ ହୋଇ ରହିଥିବାରୁ ପରସ୍ପରକୁ ପ୍ରତାରଣା କରିବା ମଧ୍ୟ ସେହିପରି ସୀମାବଦ୍ଧ ହୋଇ ରହିଥିବ । ସେତେବେଳେ ମଧ୍ୟ ଜଣେ ମନୁଷ୍ୟ ସଂଯମ ଅବଲମ୍ବନ କରି ବେଶ୍‌ ଚତୁର ଭାବରେ ଆପଣାର ଗୋଟାଏ ଅସନ୍ତୋଷକୁ ଲୁଚାଇ ରଖିବାକୁ ମଧ୍ୟ ଚେଷ୍ଟା କରିଥିବ । ପୁନଶ୍ଚ, ଏପରି ମଧ୍ୟ ବେଳେ ବେଳେ ହୋଇଥିବ ଯେ, ଭାବପ୍ରକାଶର ମାଧ୍ୟମରୂପେ ପ୍ରକଟ କରା ଯାଉଥିବ ଅଙ୍ଗଭଙ୍ଗୀଗୁଡ଼ିକର ମଧ୍ୟ ଭୁଲ ସୂଚନା ପ୍ରାପ୍ତ ହେଉଥିବ । ମାତ୍ର, ଭାଷାର ସଂପୂର୍ଣ୍ଣ ବିକାଶ ନହୋଇ ପାରିଥିବା ଯାଏ ଭାବି ଚିନ୍ତି ତୁମେ ଯେତେ ଛଳନା କର ଅଥବା ଧୋକା ଦେଉଥାଅ ପଛକେ, ତାହା କେବେହେଲେ ଆପଣାର ଅଭୀଷ୍ଟଗୁଡ଼ିକୁ ପୂର୍ଣ୍ଣ କରି ପାରିବନାହିଁ । ହଁ, ସଭ୍ୟ ବୋଲାଇବା ସକାଶେ ମନୁଷ୍ୟମାନଙ୍କୁ ସର୍ବଦା ହିଁ କିଛି ଟିକସ ଦେଉଥିବା ପରି କିଛି ଧୋକା ଦେବାକୁ ମଧ୍ୟ ପଡ଼େ । ମାତ୍ର, ସେଇଥିରୁ ମଧ୍ୟ ଯୁଗପତ୍ ଭାବରେ ସେମାନଙ୍କର ଅପୂର୍ଣ୍ଣତା ତଥା ସେମାନେ ଅବଶ୍ୟ ଅଧିକ ପରିପୂର୍ଣ୍ଣତା ହାସଲ କରି ପାରିବେ, ସେକଥାଟି ମଧ୍ୟ ଧରା ପଡ଼ି ଯାଇଥାଏ ।

 

ତେଣୁ, ଆମେ ଭାଷାକୁ ଧୋକା ଦେଉଥିବାର କେବଳ ଏକ ନିଷ୍କ୍ରିୟ ସାଧନ ବୋଲି ଆଦୌ ବୁଝିବାନାହିଁ, ଏହାକୁ ଏକ ମୁଖା ପରି ବ୍ୟବହାର ନକରିବା ପର୍ଯ୍ୟନ୍ତ ତାହା ମୋଟେ କିଛିହେଲେ ଗୁପ୍ତ ରଖି ପାରିବନାହିଁ ବୋଲି କହି ହେବନାହିଁ । ଭାଷା ବ୍ୟବହାର କରୁଥିବା ଜଣେ ବ୍ୟକ୍ତି ସଂପୂର୍ଣ୍ଣ ସାଧୁତା ଦ୍ୱାରା ପ୍ରେରିତ ହୋଇ ନିଜର ପ୍ରକୃତ ଭାବଗୁଡ଼ିକୁ ପ୍ରକାଶ କରିବା ନିମନ୍ତେ ସକଳ ଚେଷ୍ଟା କରୁଥିବା ସମୟରେ ମଧ୍ୟ ଭାଷା ତଥାପି ପ୍ରତାରିତ କରି ପାରୁଥିବ । ଶବ୍ଦ ତଥା ଶବ୍ଦଗୁଡ଼ିକୁ ଏକତ୍ର ସଂଯୋଜିତ କରି ରଖୁଥିବା ସକଳ ବାକ୍ୟବିନ୍ୟାସ,–ଉଭୟେ ହିଁ ସର୍ବଦା ଖୁବ୍ ଦକ୍ଷତାର ସହିତ କୌଶଳ କରିବାରେ ଲାଗିପାରନ୍ତି ଏବଂ ଶ୍ରୀଯୁକ୍ତ ଚେଜ୍ ଓ କର୍ଜିବ୍‌ସ୍କି ଯେଉଁଭଳି ରୀତିରେ ଆପଣାର ଇନ୍ଦ୍ରଜାଲଟିମାନ ପାତି ଦେଇ ପାରିଛନ୍ତି, ସେଇଥିରୁ ହିଁ ତାହାର ପରିପୂର୍ଣ୍ଣ ପ୍ରମାଣ ଖୁବ୍‍ ମିଳିଯିବ । ଏହି ପୃଷ୍ଠାଗୁଡ଼ିକୁ ଲେଖୁଥିବା ସମୟରେ ମୁଁ ଏହି ସଜ୍ଞାନତାଟି ଦ୍ୱାରା ବେଶ୍‌ ଉତ୍‌ପୀଡ଼ିତ ହେବାରେ ଲାଗିଛି ଯେ, ମୋ’ ନିଜର ଭାବନା ଅନୁସାରେ ଆକାରମାନ ପ୍ରଦାନ କରିଥିବା ବହୁସଂଖ୍ୟକ ବାକ୍ୟ ପାଠକର ମାନସକ୍ଷେତ୍ରରେ ବରଂ ଏକ ଭିନ୍ନ ଅର୍ଥ ପ୍ରଦାନ କରୁଥିବ । ସେହି ଅନ୍ୟ ଅର୍ଥଟିକୁ ମୁଁ ପ୍ରକୃତରେ ଠଉରାଇ ପାରିନାହିଁ; ମାତ୍ର ପାଠକ ଖୁବ୍ ସମୀଚୀନ ଭାବରେ ହିଁ ସେଇଟିକୁ ଗ୍ରହଣ କରିଛି, କାରଣ ଏଇଟି ମଧ୍ୟ ତାହାରି ଭିତରେ ନିଶ୍ଚୟ ରହିଛି ।

 

ହଁ, ଏକ ବାକ୍ୟ ବିନ୍ୟାସରେ ମୋଟେ ଦୋଷ ନାହିଁ ବୋଲି ଲାଗୁଥିବ, ଏବଂ ତଥାପି ଗୋଟିଏ ଅସ୍ପଷ୍ଟତା ବେଶ୍‌ ଥିବ । ଖୁବ୍‌ ସଂକ୍ଷେପରେ କୁହାଯାଇଥିବା ବାକ୍ୟଗୁଡ଼ିକରେ ଥିବ, ଅତ୍ୟନ୍ତ ସରଳ ଶବ୍ଦମାନଙ୍କରେ ମଧ୍ୟ ରହିଥିବ । ଜଣେ ପ୍ରଫେସର୍ ଏକ ଦୃଷ୍ଟାନ୍ତ ଦେଇ ମଧ୍ୟ ଉକ୍ତ କଥାଟିକୁ ଦେଖାଇ ଦେଇଛନ୍ତି :

 

ସୁନ୍ଦର ସାନସାନ ଝିଅମାନଙ୍କର ଶିବିର । *

 

ଯଦି ତୁମେ ଏହି କଥାଟି ଭିତରୁ ଧୈର୍ଯ୍ୟର ସହିତ ସମ୍ଭାବ୍ୟ ଅର୍ଥଗୁଡ଼ିକୁ ବାହାର କରିବ, ତେବେ ଅବଶ୍ୟ ଦେଖିବାକୁ ପାଇବ ଯେ, ଏଥିମଧ୍ୟରେ ପାଞ୍ଚଗୋଟି ଅର୍ଥ ରହିଛି । ହଁ ଚାରିଗୋଟି ଶବ୍ଦ, କିନ୍ତୁ ପାଞ୍ଚୋଟି ଅର୍ଥ :

 

୧. ସାନସାନ ଝିଅମାନଙ୍କ ପାଇଁ ଗୋଟିଏ ଶିବିର

 

୨. ଝିଅମାନଙ୍କ ପାଇଁ ଗୋଟିଏ ସୁନ୍ଦର ଓ ଏବଂ କ୍ଷୁଦ୍ର ଶିବିର

 

୩. ସୁନ୍ଦର ଏବଂ ସାନ ଝିଅମାନଙ୍କ ପାଇଁ ଗୋଟିଏ ଶିବିର ଏବଂ, ସୁନ୍ଦର ଶବ୍ଦଟିର ଆଉ ପ୍ରକାରେ ଅର୍ଥ କରି,

 

୪. ଝିଅମାନଙ୍କ ପାଇଁ ବରଂ ଗୋଟିଏ କ୍ଷୁଦ୍ର ଶିବିର

 

୫. ବରଂ ସାନ ଝିଅମାନଙ୍କ ପାଇଁ ଏକ ଶିବିର

 

ଏହି କଥାଟି ଦ୍ୱାରା ସମ୍ଭବତଃ ଦ୍ୱିତୀୟ ଅର୍ଥଟିକୁ ବ୍ୟକ୍ତ କରାଯାଇଛି । କିନ୍ତୁ ଏହି କ୍ଷେତ୍ରରେ ପାଞ୍ଚୋଟିର ଯେକୌଣସି ଅର୍ଥକୁ ମଧ୍ୟ ଅବଶ୍ୟ ବ୍ୟକ୍ତ କରିହେବ । ଏତେଗୁଡ଼ିଏ ବୈଚିତ୍ର୍ୟ ରହିଥିବା ହେତୁ, କେଉଁ ଅର୍ଥଟି ଯେ ସବୁଠାରୁ ଅଧିକ ଠିକ୍, ସେକଥା କିପରି ଜାଣି ବି ହେବ ?

 

*Williard Van Orman Quine : Elementary Logic. Ginn & Co, Boston, 1941, pp, 30-1.

 

ନିତ୍ୟାନ୍ତ ସାଧାରଣ ଏବଂ ସରଳ ମନେ ହେଉଥିବା ଭାଷାରେ ମଧ୍ୟ ଯଦି ଏତେ ଅସ୍ପଷ୍ଟତା ରହେ, ତେବେ ଅପେକ୍ଷାକୃତ ଅଧିକ ଜଟିଳ ବାକ୍ୟବିନ୍ୟାସ-ବିଶିଷ୍ଟ ଏବଂ ଅସହଜ ନାନା ଶବ୍ଦଦ୍ୱାରା ଭାରାକ୍ରାନ୍ତ ଉକ୍ତି ଏବଂ ଅଭିବ୍ୟକ୍ତିମାନଙ୍କରେ ପ୍ରକୃତରେ କେତେ ଅଧିକ ଅସ୍ପଷ୍ଟତା ଯେ ନିଶ୍ଚୟ ରହିବ, ଥରେ କଳ୍ପନା କରାଯାଉ ତ ! ଦର୍ଶନବିତ୍ ଖାସ୍‌ମାନେ ତ ବିଶେଷ ଭାବରେ ଏହି ପ୍ରମାଦଟି ବିଷୟରେ ସର୍ବଦା ଆସକ୍ତ ହୋଇ ରହନ୍ତି; ମାତ୍ର ଥିରଚିତ୍ତ ହୋଇ ବିଶ୍ଳେଷଣ କଲେ ତାହା ନିଶ୍ଚୟ ଦର୍ଶାଇ ଦେଇ ପାରିବ ଯେ ସେମାନେ ବହୁଜ୍ଞାନ ଦ୍ୱାରା କବଳିତ ଅନ୍ୟ ନାନା କ୍ଷେତ୍ରର ପ୍ରବୀଣମାନଙ୍କ ତୁଳନାରେ ବସ୍ତୁତଃ ଆଦୌ ଅଧିକ ପରିମାଣରେ ସେପରି ନୁହନ୍ତି । ମୁଁ ତ ଏଠାରେ ପାଞ୍ଚଜଣ ଅର୍ଥଶାସ୍ତ୍ରୀ, ଦଶଜଣ ରାଜନୀତି–ବିଜ୍ଞାନୀ ଏବଂ ସମ୍ଭବତଃ ଡଜନେ ଈସ୍ୱରତତ୍ତ୍ୱ-ବିଶାରଦଙ୍କର ଉଦାହରଣ ଆଣି ଦେଇପାରିବି, ଯେଉଁମାନଙ୍କର ଭାଷାକ୍ଷେତ୍ରର ଭୁରିଭୁରି ସାମର୍ଥ୍ୟ ସହିତ ଆଦୌ କୌଣସି ଦର୍ଶନଜ୍ଞାନୀ କୌଣସି ପ୍ରତିଦ୍ୱନ୍ଦିତା ମଧ୍ୟ କରି ପାରିବେନାହିଁ । ଏହି ପ୍ରତିଭାମାନେ ତୁମକୁ ପ୍ରକୃତରେ ଚକିତ ହିଁ କରିଦେବେ । ସେମାନେ ତ ଯୋଜନା କରିଥିବା ପରି ତୁମକୁ ସେମାନଙ୍କର ମତରେ ପୂରା ଦୀକ୍ଷିତ କରିନେବା ସକାଶେ ପୂର୍ଣ୍ଣତଃ ସଂଗଠିତ ହୋଇ ଆସି ଉପସ୍ଥିତ ହେବେ, ଯେଉଁଠି ବକ୍ତା ଆପଣାର ସେହି ଅସ୍ପଷ୍ଟତାକୁ ହିଁ ଆପଣାର ମୁଖାରୂପେ ପରିଧାନ କରିଥିବେ ଏବଂ ଏହିପରି ଭାବରେ ବିଭୂଷିତ ହୋଇ ଆପଣାକୁ ସତେଯେପରି ଜଣେ ଈଶ୍ୱରପ୍ରେରିତ ନବୀଙ୍କ ପରି ପ୍ରଦର୍ଶାଇ ହେଉଥିବେ । ହଁ, ୧୯୩୨ ମସିହାର ପ୍ରଚାର-ଅଭିଯାନ ସମୟରେ ଶ୍ରୀଯୁକ୍ତ ହୁଭର୍ ସ୍ୱର୍ଣ୍ଣମାନ ବିଷୟରେ କରିଥିବା ବକ୍ତୃତାଗୁଡ଼ିକୁ ମୁଁ ଏବେ ମଧ୍ୟ ଏହି ପ୍ରକାର ବକ୍ତିମାର ଏକ ନମୁନାରୂପେ ମନେ ରଖିଛି । ସେହି ଭାଷଣରେ ବାକ୍ୟଗୁଡ଼ିକୁ କୌଣସି ଆଲୋକ ହିଁ ଅନାବୃତ କରି ପାରୁନଥିଲା, କୌଣସି ଚାବିକାଠି ଦ୍ୱାରା କୋଲପଟିକୁ ଆଦୌ ଖୋଲି ପାରୁନଥିଲା ଶୁଦ୍ଧ ଶବ୍ଦମାନଙ୍କର ସତେଅବା ଏକ ପ୍ରସାରଯୁକ୍ତ ଏବଂ ନିଦ୍ରାଳୁ ସମୁଦ୍ରର ଦୂର ସେପଟୁ ତାଙ୍କର ସେହି ସକଳ ବର୍ଣ୍ଣନାର ଅତୀତ ଭାବନାଚୟ ସହିତ ଅସ୍ପଷ୍ଟ ସଂଗ୍ରାମଗୁଡ଼ିକୁ ବେଶ୍ ଶୁଣି ମଧ୍ୟ ହେଉଥିଲା ।

 

ଆମେ ଯେପରି ଯାହା ବୁଝୁଛୁ, ସେହିପରି କଥାଗୁଡ଼ିକୁ କହିବାକୁ ଓ ଅନ୍ୟ ବ୍ୟକ୍ତିମାନେ କ’ଣ ପ୍ରକୃତରେ ବୁଝୁଛନ୍ତି, ତାହା ଜାଣିବାକୁ ଆମେ ଯେତେବେଳେ ଯାଏ ମହତ୍ତ୍ୱପୂର୍ଣ୍ଣ ବୋଲି ବିଚାର କରୁଥିବା, ସେତେବେଳ ପର୍ଯ୍ୟନ୍ତ ଭାଷାରେ ସର୍ବଦା ଏକ ଯଥାର୍ଥତା ଅବଶ୍ୟ ରହିବା ବିଷୟରେ ନିଶ୍ଚୟ ଗୁରୁତ୍ୱ ମଧ୍ୟ ଅବଶ୍ୟ ଦେଉଥିବା; ମାତ୍ର ମନୁଷ୍ୟମାନେ ସାଧାରଣତଃ ଏହି କ୍ଷେତ୍ରରେ ଯେପରି ଅସମର୍ଥ ହୋଇ ରହି ଥାଆନ୍ତି, ସେଇଟିକୁ ଛାଡ଼ି ମଧ୍ୟ କେତେକ ବ୍ୟକ୍ତି ବସ୍ତୁତଃ ଜାଣିଶୁଣି ପ୍ରକୃତ ଅର୍ଥ ତଥା ପ୍ରକୃତ ଅଭିପ୍ରାୟମାନଙ୍କୁ ସତେଅବା ଘୋଡ଼ାଇ ରଖିବାର ମତଲବରେ ଭାଷାର ବ୍ୟବହାର କରିବା ନିମନ୍ତେ ଚେଷ୍ଟା କରନ୍ତି । ଅର୍ଥାତ୍, ନିରୀହତାରୁ ଘଟୁଥିବା ଅସ୍ପଷ୍ଟତାଟି ସହିତ ଆମେ ପ୍ରତାରଣାର ସେହି ଅସ୍ପଷ୍ଟତାଟିକୁ ନିଶ୍ଚୟ ସ୍ମରଣ ରଖିବା । ଧୂର୍ତ୍ତ ବ୍ୟକ୍ତିମାନେ ମଧ୍ୟ ବେଳେ ବେଳେ ଅଗତ୍ୟା ପରିସ୍ଥିତିରେ ପଡ଼ି ନିର୍ବୋଧତାର ହିଁ ପରିଚୟ ଦେଇଥାନ୍ତି ।

 

ଏକ ସାଧୁ ଅଭିପ୍ରାୟ ରଖି ଭାଷାର ଅସଦ୍‌ବ୍ୟବହାର କରିବାକୁ ମନ କଲେ ମଧ୍ୟ କିଛି ନା କିଛି ଘଟେ । କାରଣ ଭାବର ସଂପ୍ରେଷଣ ବୋଲି ଭାଷାର ଯେଉଁ ପ୍ରଧାନ ଉଦ୍ଦେଶ୍ୟ ରହିଛି, ସେଇଟି ଆଉ ସମ୍ଭବ ହୁଏନାହିଁ । ମାତ୍ର, ଯେଉଁଠାରେ ବିଦ୍ୱେଷ ଏବଂ ପ୍ରତାରଣା ଥାଏ ସେହି କ୍ଷେତ୍ରରେ ବସ୍ତୁତଃ ସମଧିକ କ୍ଷତି ହିଁ ଘଟିଥାଏ । “ଶବ୍ଦମାନେ ମୋ’ର କୌଣସି କ୍ଷତି କରି ପାରିବେନାହିଁ” ବୋଲି ଯେଉଁ ବିଶ୍ୱାସଟା ଆମଭିତରେ ଥାଏ, ତାହା ନିଃସନ୍ଦେହ ଭାବରେ ଅପମାନିତ ହେଉଥିବା ସମୟରେ ମଧ୍ୟ ଏକ ପ୍ରକାରର ଖୁସୀ କରି ରଖିଥିବା ଧୈର୍ଯ୍ୟଶୀଳତା ବି ନିଷ୍ପନ୍ନ କରିଆଣେ ସତ, ମାତ୍ର ବର୍ତ୍ତମାନର ଏହି ହିଂସ୍ରତାପୂର୍ଣ୍ଣ ଏବଂ ଅତ୍ୟନ୍ତ ବିକ୍ଷୁବ୍ଧ ଗୋଟିଏ ସମୟରେ ହୁଏତ ତାହାର ଏକ ତୁରନ୍ତ ପରିଣାମରୂପେ ଲାଠି ଏବଂ ଟେକାମାଡ଼ ଦ୍ୱାରା ମୋ’ ହାଡ଼ଉଡ଼ିକୁ ଭାଙ୍ଗି ବି ଦେଇପାରେ । ଦୁଇ ପ୍ରତିପକ୍ଷ ମଧ୍ୟରେ ଯେତେବେଳେ ଶବ୍ଦପ୍ରୟୋଗର ତୋପବର୍ଷଣ ଚାଲିଥାଏ, ସେତେବେଳେ ବୁଦ୍ଧିସଙ୍ଗତ ଯୁକ୍ତିଚୟ ସହିତ ସମାନତା ରକ୍ଷା କରି ମୋତେ ନାନା ଗାଳିଗୁଲଜର ଭୂଷଣରେ ଅଳଙ୍କୃତ ବି କରି ଦିଆ ଯାଇପାରେ । ଏବଂ, ସେହିସବୁ ଭର୍ତ୍ସନା ଓ ଗାଳି ମୋ’ର ସମ୍ମାନହାନି ମଧ୍ୟ କାହିଁକି ଘଟାଇ ନପାରିବ, ଗୁଡ଼ାଏ ଅପ୍ରାସଙ୍ଗିତାର ଅବତାରଣା କରି ସୁଖ ଅନୁଭବ ନକରିବ,–ମୋ’ ଠାରୁ ମୋ’ର ଜୀବିକା ଛଡ଼ାଇ ନେଇ ନଯିବ ଏବଂ ଏପରିକି ମୋ’ ଦେହ ଉପରେ ଆକ୍ରମଣ ବି ନକରିବ ? ସମ୍ଭବତଃ, ଆହୁରି ଅଧିକ ଦୁର୍ଭାଗ୍ୟଜନକ ଭାବରେ, ତାହା ଯଥାର୍ଥ ଆଲୋଚନାଟିକୁ ସଂପୂର୍ଣ୍ଣଭାବେ ଟାଳି ମଧ୍ୟ ଦେବ ଏବଂ ଏହିପରି କରି ପ୍ରଧାନ ବିଷୟଟିର କ୍ଷେତ୍ରରେ ଯାବତୀୟ ସକ୍ରିୟ ପଦକ୍ଷେପକୁ ଅଟକାଇ ରଖିଥିବ । ତେଣୁ, ସର୍ବପ୍ରଥମ ପ୍ରତିକାର ରୂପେ ଆମେ ଜ୍ଞାନଦିଗରେ ଯେ ଅବଶ୍ୟ ଅଗ୍ରସର ହେବା ତା’ ନୁହେଁ, ନିଜର ନିରାପତ୍ତା ଉପରେ ମଧ୍ୟ ଆଖି ରଖିଥିବା ଭାଷାକ୍ଷେତ୍ରର ସାଧାରଣତମ ଅପବ୍ୟବହାର ଗୁଡ଼ିକୁ ଜାଣି ରଖିବା । ଆପେ ସେଗୁଡ଼ିକ କେବେହେଲେ କରିବାନାହିଁ ବୋଲି ସତର୍କ ରହିବା କିମ୍ବା ଅନ୍ୟମାନଙ୍କ ଦ୍ୱାରା କରା ଯାଉଥିବା ସେହି ଅପଚାରମାନଙ୍କୁ କଦାପି ଆଦରି ନେବାନାହିଁ ।

 

ବହୁପାର୍ଶ୍ୱବିଶିଷ୍ଟ ଶବ୍ଦ

 

ଶବ୍ଦମାନେ ହୁଏତ ଆମର ଆଖିଗୁଡ଼ିକୁ ବହୁବିଧ ଚିତ୍ରର ସଙ୍କେତ ଆଣି ଦେଉଥାନ୍ତି ଅଥବା ଆମର କାନଗୁଡ଼ିକ ଲାଗି ନାନା ଧ୍ୱନିର ମଧ୍ୟ ଉପସ୍ଥାପନା କରନ୍ତି । ଶବ୍ଦଗୁଡ଼ିକ ମଧ୍ୟରେ ଅତ୍ୟନ୍ତ ବିସ୍ମୟକର ଭାବରେ ବହୁସଂଖ୍ୟକ ଲକ୍ଷଣ ମଧ୍ୟ ରହିଥାଏ । ସେଗୁଡ଼ିକୁ ଯେ ‘ସଙ୍କେତ’ ବୋଲି କୁହାଯାଉଛି, ତାହାର ଅର୍ଥ ହେଉଛି ଯେ ସେମାନେ ନିଜଠାରୁ ବାହାରେ ରହିଥିବା କିଛି ନା କିଛି ବସ୍ତୁର ସଙ୍କେତ ପ୍ରଦାନ କରୁଥାନ୍ତି ଏବଂ ସେହି ସଙ୍କେତମାନଙ୍କୁ ଆମେ ସେମାନଙ୍କର ଅର୍ଥ ବୋଲି ଜାଣୁ । ଶବ୍ଦମାନେ ଆମକୁ ବସ୍ତୁ, ଘଟଣା ଓ ସମ୍ବନ୍ଧ, ନାନା ଗୁଣ ତଥା ପରିମାଣର ପ୍ରସ୍ତାବନା ଆଣି ଦେଉଥାନ୍ତି । ଚଉକି, ବିସ୍ଫୋରଣ, ଭ୍ରାତୃଭାବନା, ସୌଜନ୍ୟ ଏବଂ ପାଞ୍ଚ,–ଏହି ପ୍ରତ୍ୟକଟି ଶବ୍ଦ କ୍ରମାନ୍ୱୟରେ ଗୋଟିଏ ଗୋଟିଏ ଅର୍ଥର ହିଁ ପ୍ରକାଶ କରୁଥାଆନ୍ତି । ଆଧୁନିକ ବିଜ୍ଞାନ ଓ ଦର୍ଶନର ସୂକ୍ଷ୍ମ ପରୀକ୍ଷଣଗୁଡ଼ିକ ଅନୁସାରେ ଏବେ ଆଉ ବସ୍ତୁ ଏବଂ ଘଟଣା ମଧ୍ୟରେ କୌଣସି ପ୍ରକାରର ଫରକ ନାହିଁ । ହଁ, ଆମେ କେତେବେଳେ କେଉଁଟି ଉପରେ ଅଧିକ ମହତ୍ତ୍ୱ ଦେଉଛୁ, ହୁଏତ ସେହି ଅନୁସାରେ ତଥାପି ଏକ ଫରକ ରହିପାରେ । ‘ଚଉକି’ ଶବ୍ଦଟିର କ୍ଷେତ୍ରରେ ଆମେ ସେହି ବସ୍ତୁଟିର ସ୍ଥାୟିତ୍ୱ ଉପରେ ଅଧିକ ମହତ୍ତ୍ୱ ଦେଇପାରୁ ଏବଂ, ‘ବିସ୍ଫୋରଣ’ ଶବ୍ଦଟିକୁ ବ୍ୟବହାର କରୁଥିବା ସମୟରେ ହୁଏତ ପରିବର୍ତ୍ତନର ବେଗଟି ଉପରେ ଅଧିକ ଗୁରୁତ୍ୱ ଦେଇଥାଉ ।

 

କୌଣସି ଏକ ସମାଜର ଚଳଣି ଅନୁସାରେ ହିଁ ଆଖର ଯାବତୀୟ ଅର୍ଥ ସ୍ଥିରୀକୃତ ହୋଇ ରହିଥାଏ । ଆମ ଦେହକୁ ବସିବାର ଏକ ମୁଦ୍ରାରେ ଧରି ରଖିପାରିବାର ଆସବାବମାନଙ୍କୁ ଆମେ କାହିଁକି ଚଉକି ବୋଲି କହୁଛୁ, ସେହି କଥାଟିର ପ୍ରକୃତରେ ନ୍ୟାୟଶାସ୍ତ୍ରଗତ କୌଣସି କାରଣ ହିଁ ନାହିଁ । ତାହାର ଏକମାତ୍ର କାରଣ ହେଉଛି ଯେ, ସେହି ଶବ୍ଦଟିକୁ ସେହି ଅବସରରେ ବ୍ୟବହାର କରୁଥିବା ଭାଷାଭାଷୀମାନେ ସେଇଟିକୁ ସେହି କ୍ଷେତ୍ରରେ ବ୍ୟବହାର କରିବାକୁ ରାଜି ହୋଇଛନ୍ତି । ଅବଶ୍ୟ ଏହି ରାଜି ହେବାଟି ମଧ୍ୟ ଆଦୌ ସେପରି କଠୋରତା ରହିଥିବା ଏକ ବ୍ୟାପାର ଆଦୌ ନୁହେଁ । ଭାଷା ସର୍ବଦା ହିଁ ବଦଳି ଯାଉଥାଏ; ପୁରୁଣା ଶବ୍ଦମାନେ ଚାଲିଯାଆନ୍ତି ଓ ନୂଆ ନୂଆ ଶବ୍ଦ ଆସିବାରେ ଲାଗିଥାନ୍ତି । ପୁରୁଣା ଅର୍ଥସବୁ ନୂଆ ଅର୍ଥକୁ ରୂପାନ୍ତରିତ ହୁଅନ୍ତି । ଏପରି ଘଟୁଥିବାରୁ ଅଭିଧାନର ପ୍ରଣେତାମାନଙ୍କୁ ମନ୍ଥର ହେବାକୁ ପଡ଼ିପାରେ, କିନ୍ତୁ ଏହି ପରିବର୍ତ୍ତନଗୁଡ଼ିକୁ ସେମାନେ କେବେହେଲେ ଅଟକାଇ ପାରିବେନାହିଁ । ସରକାରଗୁଡ଼ିକର କ୍ଷେତ୍ରରେ ଯେଉଁପରି ହୋଇଥାଏ, ଠିକ୍ ସେହିପରି ଅଭିଧାନଗୁଡ଼ିକ କେବଳ ଲୋକମାନେ ହିଁ ପକ୍କା ନିଷ୍ପତ୍ତିମାନ କରିଥାନ୍ତି ।

 

ଯଦି ଆପଣାର ସର୍ବସମ୍ମତ ସନ୍ଦର୍ଭଗୁଡ଼ିକ ବ୍ୟତୀତ ଶବ୍ଦମାନଙ୍କରେ ଆଉ କିଛିହେଲେ ତାତ୍ପର୍ଯ୍ୟ ନଥାନ୍ତା, ତେବେ ସେହି କ୍ଷେତ୍ରରେ ସେହି ସନ୍ଦର୍ଭଗୁଡ଼ିକୁ ହିଁ ଯେଉଁପରି ସେହିପରି କରି ରଖିବା ହିଁ ଏକମାତ୍ର ସମସ୍ୟା ହୁଅନ୍ତା । ପୃଥିବୀ ବିଷୟରେ ଆମର ଜ୍ଞାନରେ ବୃଦ୍ଧି ହେଉଥିବା ଅନୁସାରେ ସେହି ଶବ୍ଦଗୁଡ଼ିକ ମଧ୍ୟ ଯେପରି ବଦଳି ଯିବେ, ଆମକୁ ସେହି ଗୋଟିଏ ମାତ୍ର ବିଷୟରେ ହିଁ ସୁନିଶ୍ଚିତ ରହିବାକୁ ହୁଅନ୍ତା । ମାତ୍ର, ଶବ୍ଦଗୁଡ଼ିକର କୌଣସି ଅଭିଧାନ ମଧ୍ୟରେ ଯେତିକି ଅର୍ଥ ରହିଥାଏ, ସେମାନେ ସେଗୁଡ଼ିକ ବ୍ୟତୀତ ଆହୁରି କେତେକ’ଣ ସହିତ ମଧ୍ୟ ଗୁନ୍ଥିହୋଇ ଯାଉଥାନ୍ତି । ହଁ, ସେପରି ସହସମ୍ପର୍କଗୁଡ଼ିକ ପ୍ରକୃତରେ ଅନେକ ସମୟରେ ଖୁବ୍ ଅସ୍ପଷ୍ଟ ହୋଇ ରହିଥାନ୍ତି, ଆଖପାଖର କେତେ କେତେ କୁହୁଡ଼ି ଦ୍ୱାରା ଆଚ୍ଛନ୍ନ ହୋଇ ରହନ୍ତି, ଯାହାକି ପ୍ରତିଷ୍ଠିତ ସନ୍ଦର୍ଭମାନଙ୍କୁ ଘୋଡ଼ାଇ ରଖିଦିଏ ଏବଂ ସେହି କ୍ଷେତ୍ରରେ ସେଗୁଡ଼ିକୁ ସତେଅବା ସେହି ସନ୍ଦର୍ଭଟି ବୋଲି ହିଁ ଧରି ନିଆ ଯାଇଥାଏ । ଅତି ସଂକୀର୍ଣ୍ଣ ଏବଂ ସୀମାବଦ୍ଧ କୌଣସି ମନର କ୍ଷେତ୍ରରେ, ଉଦାହରଣ ସ୍ୱରୂପ, ଆମେ ବ୍ୟବହାର କରୁଥିବା ବିଦେଶୀ ଶବ୍ଦଟିରେ ତାହାର ଅସଲ ଅର୍ଥଟି ପ୍ରକୃତରେ ନାନାବିଧ ଅଶ୍ୱସ୍ତିକର ବୋଧ ଜନ୍ମାଉଥିବା ନାନା ବିଚିତ୍ର ତଥା ସଙ୍କଟସୂଚକ କେତେ ଧାରଣା ମଧ୍ୟ ମନକୁ ଆସିଯାଏ ଏବଂ ଫଳରେ ଶବ୍ଦଟି ଆଉ ଏକ ଦେଶରେ ଜନ୍ମଗ୍ରହଣ କରିଥିବା କୌଣସି ବ୍ୟକ୍ତିକୁ ନବୁଝାଇ କ’ଣ ସବୁ ମନ୍ଦ ଅମତଲବ ରହିଥିବା ଜଣେ ବ୍ୟକ୍ତିର ଧାରଣା ଆଣି ଦେଉଥାଏ । କିନ୍ତୁ, ଏତେ ଏତେ ମଣିଷ କାହିଁକି ଏପରି ଭୁଲ କରନ୍ତି ବୋଲି ପରିହାସ କରିବା ପୂର୍ବରୁ ମଧ୍ୟ ଆମେ ଆପେ ମଧ୍ୟ ଏହି ବିଦେଶୀ-ଅର୍ଥାତ୍ ଭିନ୍ନଦେଶୀ ବାଦଗୁଡ଼ିକ ବିଷୟରେ କିଭଳି ଦୃଷ୍ଟିକୋ‌ଣ ରଖିଛୁ, ବରଂ ସେହିକଥା ଚିନ୍ତା କରିବା ଉଚିତ । ଶବ୍ଦଟି ତ ଆକ୍ଷରିକ ଅର୍ଥରେ ସେହି ତତ୍ତ୍ୱଗୁଡ଼ିକୁ ବୁଝାଇବାକୁ ଯେଉଁଗୁଡ଼ିକର ଉତ୍ପତ୍ତି ଗୋଟିଏ ଅନ୍ୟ ଦେଶରେ ହୋଇଥିଲା ଏବଂ ବର୍ତ୍ତମାନ ଆମ ନିଜ ଦେଶରେ ମଧ୍ୟ ପ୍ରବେଶ କରି ସାରିଲାଣି । କିନ୍ତୁ, ‘ବାଦ’ କହିଲେ ଏକ ବିଦ୍ରୂପାତ୍ମକ ବୋଲିକୁ ବୁଝାଇବ ଏବଂ ‘ଭିନ୍ନଦେଶୀ’ କହିଲେ ଖୁବ୍‌ସମ୍ଭବ ଆମଭିତରେ ସେହି ପୁରୁଣା କାଳଗୁଡ଼ାକର ଏକ କୌଣସି ବାସ୍ତବତା ନଥିବା ଭୟକୁ ହୁଏତ ଜାଗୃତ କରି ଆଣିବ । ଏହି କଥାଟିର ଆମେରିକାରେ ତ ପ୍ରକୃତରେ କୌଣସି ତାତ୍ପର୍ଯ୍ୟ ହିଁ ରହିବା କଥା ନୁହେଁ କାରଣ, ଏପରି କ୍ୱଚିତ୍ ଆଦୌ କୌଣସି ତତ୍ତ୍ୱ କିମ୍ବା ସିଦ୍ଧାନ୍ତ ଥିବ, ଯାହାର ଉତ୍ପତ୍ତି ଏହି ଦେଶରେ ହୋଇଥିବ । ଏଠାରେ ହଠାତ୍ ମୋ’ର ସେହିଭଳି ଗୋଟିଏ ନାମ ମନେ ପଡ଼ିଯାଉଛି, ଯାହାକୁ କି ସମ୍ଭବତଃ ସେହି ଲୋହିତ ଭାରତୀୟମାନେ ସେହି ପୂର୍ବକାଳରେ ଉଦ୍‌ଭାବନ କରିଥିଲେ, ‘ସୁଖରେ ଶିକାର କରିବାର ଭୂମି’ ବୋଲି କୁହାଯାଇ ଆସିଥିବା ସେହି ପ୍ରଚଳିତ କଥାଟାକୁ ପରବର୍ତ୍ତୀ ସମୟରେ ଇଉରୋପରୁ ସେଠାକୁ ଯାଇ ବସତି ଜମାଉଥିବା ଲୋକେ ସତକୁସତ ଗୋଟିଏ ଭୟାନକ ବାସ୍ତବରେ ପରିଣତ କରି ଦେଇଥିଲେ ।

 

ଏହିସବୁ ଯେଉଁ ନୂଆ ନୂଆ ସଂଯୋଜନର କାରଣରୁ ଆକ୍ଷରିକ ଅର୍ଥମାନେ ସତେଅବା କ୍ରମେ ସଢ଼େଇ ପରି ଟାଣ ହୋଇ ଯାଆନ୍ତି, ସେଗୁଡ଼ିକର ସେପରି ହୋଇଯିବାର ଏକାଧିକ କାରଣ ଥାଏ । ଉଦାହରଣ ସ୍ୱରୂପ, କେତେ କେତେ ଶବ୍ଦରେ କୌଣସି ଖାସ୍ କାରଣରୁ ଭାବପ୍ରବଣ ବୋଳସବୁ ଆସି ଲାଗିଯାଇଥାଏ । ତୁ ଆଉ ଶାଗର ନାଁ ହିଁ ଧରିବୁନାହିଁ,–ଏପରି କି ସତେଅବା କୌଣସି ପୀଡ଼ାରେ ଛଟପଟ ହେଉଥିବା ଜଣେ ଲୋକ ତା’ ଖାଦ୍ୟ ବିଷୟରେ ଏକ ପ୍ରତିବାଦ ହିଁ ପ୍ରକଟ କରେ ଏବଂ ଶାଗ ପ୍ରତି ତା’ର ଏକ ଅନିଚ୍ଛାକୁ ହିଁ ବ୍ୟକ୍ତ କରୁଥାଏ । ଏହିସବୁ ରୂପାନ୍ତରୀକରଣ ହେଉଛନ୍ତି ବେଶ୍ ଘରୋଇ ଓ ବ୍ୟକ୍ତିଗତ; ମାତ୍ର ଏସବୁ ଯେତେବେଳେ ସାଧାରଣ ଏବଂ ସାର୍ବଜନୀନ ହୋଇଯାଏ, ଯେତେବେଳେ ଅଧିକାଂଶ ମନୁଷ୍ୟ କୌଣସି ବସ୍ତ୍ର କିମ୍ବା ଘଟଣା ବିଷୟରେ ଏହିପରି ଗୋଟିଏ ଭାବର ପୋଷଣ କରନ୍ତି, ସେତେବେଳେ ଗୋଟିଏ ଶବ୍ଦ ଭିତରକୁ ଏକ ନୂଆ ବାସନା ଆସି ପଶି ଯାଇଥାଏ ଏବଂ ତାହା ଏକ ସାମାଜିକ ବସ୍ତୁସତ୍ୟରେ ପରିଣତ ହୁଏ-। କୌଣସି ଶବ୍ଦର କଟୁତାକୁ ହ୍ରାସ କରି ଆଣିବାର ଅଭିଳାଷ ପୋଷଣ କରି ଅନେକ ସମୟରେ ଯେତେବେଳେ ବରଂ ନରମ ଏବଂ ମଧୁର କରି କିଛି କୁହାଯାଏ, ସେତେବେଳେ ଉକ୍ତ ପ୍ରକ୍ରିୟାଟିର ପ୍ରକୃତରେ ଗୋଟିଏ ଭାରି ଚମତ୍କାର ଉଦାହରଣ ମିଳି ଯାଇଥାଏ । ସେହି କ୍ଷେତ୍ରରେ ବସ୍ତୁତଃ ଏହିପରି ଘଟେ ଯେ, କୌଣସି ଏକ ଶବ୍ଦ ଅଥବା ଶବ୍ଦଗୁଚ୍ଛର ପ୍ରୟୋଗ ପ୍ରାୟ ନିୟମତଃ ଏକ ଅଶ୍ରଦ୍ଧା ପ୍ରକାଶ କରାଉଥିବା ପରି ଲାଗିବନାହିଁ ବୋଲି ଯଦି ତାକୁ ଈଷତ୍ ଅନ୍ୟ ଖୋଳଟିଏ ପିନ୍ଧାଇ ଦେଇ କୁହାଯାଏ, ସେତେବେଳେ ଏହି ଘଟଣାଟି ଘଟେ । ‘ମଡ଼ାବୁହାଳି’ମାନଙ୍କୁ ‘ମାଲଭାଇ’ ବୋଲି କହିବା,–ଏଇଟି ଆପାତତଃ ସେହିଭଳି ଗୋଟିଏ ଦୃଷ୍ଟାନ୍ତ । ସେହିପରି, ‘ମଡ଼ାଚଣ୍ଡିଆ’ ଶବ୍ଦଟି ସ୍ଥାନରେ ‘ଶବଦାହ-ସହାୟକ’ ବୋଲି ବେଶ୍‌ କୁହା ଯାଇପାରେ ।

 

ଗୋଟିଏ ହୀନ ଅର୍ଥାତ୍‌ ସମାଜର ଚକ୍ଷୁରେ ନିମ୍ନସ୍ତରର କାର୍ଯ୍ୟକୁ ଏକ ଭବ୍ୟ ଶବ୍ଦ-ପରିବର୍ତ୍ତନ ଦ୍ୱାରା କିପରି ଯେ କାନକୁ ଅଧିକ ସୁହାଇଲା ଭଳି ଭିନ୍ନ ଶବ୍ଦ ଦେଇ ଗ୍ରହଣୀୟ କରା ଯାଇପାରେ, ଆମ ଜୀବନ-କାରବାରର ଅନ୍ୟକେତେ କ୍ଷେତ୍ରର ମଧ୍ୟ ତାହାର ବହୁତ ଉଦାହରଣ ଦିଆଯାଇ ପାରିବ । …କେତେ ବର୍ଷ ପୂର୍ବେ ମୁଁ ଏପରି ଗୋଟିଏ ଘରେ ରହୁଥିଲି, ଯେଉଁଟିରେ ସେପରି କୌଣସି ଉତ୍ତମ ଉତ୍ତାପ-ବ୍ୟବସ୍ଥା ଯୋଗା ହେଉନଥିଲା । ଘରର ମାଲିକ ମୋତେ କହିଥିଲେ ଯେ, ଉତ୍ତାପ ଯୋଗାଉଥିବା ଚୁଲିରେ ଆଉ ମୋଟେ ଅଧିକ ଉତ୍ତାପ ଦେଇହେବାର ବ୍ୟବସ୍ଥା କରି ହେବନାହିଁ । ମୁଁ ତାଙ୍କୁ ତେଣୁ ଜଣେ ମିସ୍ତ୍ରୀ ଡାକି ଆବଶ୍ୟକ ପରିବର୍ତ୍ତନ କରାଇ ଦେବା ନିମନ୍ତେ ପରାମର୍ଶ ଦେଲି । କିନ୍ତୁ, ସର୍ବତ୍ର ଘରମାଲିକମାନେ ଯେପରି ଟାଳଟୁଳ କରନ୍ତି, ବର୍ତ୍ତମାନ ମଧ୍ୟ ସେହିପରି ହେବାରେ ଲାଗିଛି ବୋଲି ଦେଖି ମୁଁ ନିଜେ ଯାଇ ରାସ୍ତାରୁ ଜଣେ ମିସ୍ତ୍ରୀକୁ ଡାକି ଆଣିଥିଲି । ମିସ୍ତ୍ରୀ ଆସି ସବୁ ଟିକିନିକି କରି ଦେଖିଲା ଏବଂ ଶେଷରେ ଏକ ଅତ୍ୟନ୍ତ ସମ୍ମାନଯୁକ୍ତ କେଡ଼େ ବଡ଼ କ’ଣ ପରି ମୋତେ କହିଥିଲା, ‘ଆପଣ ଆପଣଙ୍କର ଘରମାଲିକଙ୍କୁ କହିବେ ଯେ, ଆପଣ ନିଜର ଜଣେ ଉତ୍ତାପଯୋଗାଣର ବିଶେଷଜ୍ଞ ଇଂଜିନିଅର୍‌ଙ୍କୁ ଡାକିଥିଲେ, ଏବଂ ସେହି ଇଂଜିନିଅର କହିଗଲେ ଯେ, ଚୁଲିରେ କିଛି ଅଧିକ କୋଇଲା ଦେଲେ ଅଧିକ ଭଲଭାବରେ ଜଳିବ ଏବଂ ତେବେ ଅଧିକ ଉତ୍ତାପ ମିଳିପାରିବ ।’

 

ଅଧିକ ସମ୍ମାନାସ୍ପଦ ଦେଖାଯିବା ନିମନ୍ତେ ଜଣେ ବ୍ୟକ୍ତିର ଏହି ଯେଉଁ ନୀରବ ପ୍ରଚେଷ୍ଟା, ତାହାକୁ ନେଇ ଆମେ ମୋଟେ କୌଣସି କଳହ କରିବାନାହିଁ । ଅବଶ୍ୟ ଶବ୍ଦଗୁଡ଼ିକର ଉତ୍ସକୁ ଭୁଲ୍ ଭାବରେ ଅନୁମାନ କରି ବିଶୁଦ୍ଧବାଦୀମାନେ ସତେଅବା ଭାରି ଅଶାନ୍ତ ଅନୁଭବ କରୁଥାନ୍ତି । ସାନ ସାନ ଭାବସୌଖୀନ ମନୁଷ୍ୟମାନେ ଶବ୍ଦମାନଙ୍କ ଭିତରେ ଗୋଟିଏ ଗୋଟିଏ ଅର୍ଥ ପରି ଗୋଟିଏ ସମ୍ବନ୍ଧିତ ବ୍ୟଞ୍ଜନା ମଧ୍ୟ ଯେ ରହିଥାଏ, ସେକଥାଟିକୁ ବେଶ୍‌ ଅନ୍ଦାଜ କରି ପାରୁଥିବାରୁ କିପରି ଭାବରେ ଯେ ଲାଭବାନ୍ ହୋଇପାରନ୍ତି, ସେହି କଥାଟିକୁ ଲକ୍ଷ୍ୟ କରିପାରିବା ହେଉଛି ପ୍ରକୃତରେ ଅଧିକ ମହତ୍ତ୍ୱପୂର୍ଣ୍ଣ । ହଁ, ଏହି ସଂପର୍କଗତ ଅନ୍ୟ ଅର୍ଥଗୁଡ଼ିକ ପ୍ରକୃତରେ ପ୍ରକୃତ ଅର୍ଥଟିକୁ ଝାପ୍‌ସା କରି ରଖିଦେଇ ପାରନ୍ତି ଏବଂ ଏପରିକି ପୂରା ଘୋଡ଼ାଇ ରଖିଦେଇ ବି ପାରନ୍ତି ଏବଂ, ସେହି ଅନ୍ୟ ଗଅଁଠାଗୁଡ଼ିକ ହିଁ ଅନ୍ୟମାନଙ୍କର ମାନସରେ ଉଚିତ ବା ଅନୁଚିତର ଭାବନାକୁ ଜାଗୃତ କରି ଆଣିଥାନ୍ତି ।

 

ଅପଶବ୍ଦକୁ ମାଧ୍ୟମ କରି ଭାଷା

 

ପ୍ରଚାରକୁ ମାଧ୍ୟମ କରି ନିଜର ଲକ୍ଷ୍ୟକୁ ସାଧନ କରିପାରିବ ବୋଲି ବିଚାରିଥିବା ଜଣେ ବ୍ୟକ୍ତି ଅନେକ ସମୟରେ ଗୋଟାଏ ନକଲି କ’ଣ କିଛିର ହିଁ ପ୍ରଚାର କରୁଥାଏ । ଯଦି ସେପରି ହୋଇ ନଥାନ୍ତା, ତେବେ ତ ସିଏ ବାସ୍ତବ ପ୍ରମାଣ ଓ ଯୁକ୍ତିଗୁଡ଼ିକୁ ଦେଇ ନିଜର କଥାମାନ ବେଶ୍ କହି ପାରନ୍ତା । ସିଏ ବସ୍ତୁତଃ ଖୁବ୍ ସହଜ ଓ ସିଧା କରି ଆପଣାର ମତଗୁଡ଼ିକୁ ବ୍ୟକ୍ତ କରି ଦିଅନ୍ତି । ମାତ୍ର, ସେହି ମତଗୁଡ଼ିକ ଅପ୍ରିୟ ଏବଂ ଯୁକ୍ତିଗୁଡ଼ିକ ଦୁର୍ବଳ ହୋଇଥିବାରୁ ସିଏ କେବଳ ଆଉ ଅନ୍ୟ କିଛି କହି ଲୋକମାନଙ୍କର ବିଶ୍ଵାସଭାଜନ ହୋଇ ପାରିବ ବୋଲି ଭାବିଥାଏ ଓ ପ୍ରମାଣ ପରିବର୍ତ୍ତେ ବହୁ ଚତୁରତା ଦ୍ଵାରା ନାନା ଶାବ୍ଦିକ କପଟତାର ପ୍ରୟୋଗ କରି ଆପଣାର କାର୍ଯ୍ୟଟିକୁ ସିଦ୍ଧ କରିବାରେ ଲାଗିଥାଏ । ଯାହାକିଛି ତର୍କ ତଥା ବିତର୍କ କରୁଥିବା ଜଣେ ବ୍ୟକ୍ତିର ସାଧୁତା ଏବଂ ସାଧାରଣ ଯଥାର୍ଥତାର ପ୍ରକୃତ କଷଟି ହେଉଛି ଯେ ସିଏ ସଂପୂର୍ଣ୍ଣ ନିଷ୍ଠାର ସହିତ ସର୍ବବିଧ ଯୁକ୍ତିର ଉପସ୍ଥାପନା କରିବାରେ କୌଣସି ତ୍ରୁଟି ରଖିବାକୁ ଆଦୌ ଇଚ୍ଛା କରିବ ନାହିଁ । ସମ୍ଭବତଃ ଏତିକିକୁ କେବେହେଲେ ସବୁକିଛି ବୋଲି କହିବା ଉଚିତ ନୁହେଁ, ତଥାପି ତାହା ଖୁବ୍ କାମରେ ଲାଗି ପାରିବ ଏବଂ, ସ୍ତମ୍ଭକାର ତଥା ବକ୍ତାମାନଙ୍କର କ୍ଷେତ୍ରରେ ତାହାର ପ୍ରୟୋଗ କଲେ ପାଠକମାନେ ତାହାର ପ୍ରମାଣ ପାଇଯିବେ ।

 

ସ୍ପଷ୍ଟବାଦୀ ହେବାରେ ବହୁତ ବିପଦ ଅଛି ଏବଂ ହାତରେ ପ୍ରମାଣ ମଧ୍ୟ ନାହିଁ ବୋଲି ଭଲ କରି ବୁଝୁଥିବା ଜଣେ ଭଦ୍ର ମନୁଷ୍ୟ ତେଣୁ ଆମକୁ ଫୁସୁଲାଇ ପାରିବାର ସେହି ଏକମାତ୍ର ଉପାୟରେ ହିଁ ଆମକୁ ଫୁସୁଲାଇବାକୁ ଆରମ୍ଭ କରିଦେବ । ହୁଏତ ସଙ୍ଗୀତ ଦ୍ଵାରା ଏକ ମନୋରମ ଗୁଞ୍ଜନ ଶୁଣିବାକୁ ମିଳୁଥିବ, ଆଲୋକଗୁଡ଼ିକ ବେଶ୍ ଆକୃଷ୍ଟ କରି ନେଇ ପାରିବା ଭଳି ଅଳପ ଅଳପ ଜଳୁଥିବେ,–କିନ୍ତୁ, ଶୀଘ୍ର, ଅଥବା ବିଳମ୍ବ ଯେପରି ହେଉ ପଛକେ, ବକ୍ତୃତାଟି ଅବଶ୍ୟ ଆରମ୍ଭ ହେବ । କିମ୍ବା ସୈନ୍ୟମାନେ ଯୁଦ୍ଧକୁ ଯାତ୍ରା କରୁଥିବାର ଧ୍ୱନିସଂକେତଟିଏ ଶୁଣା ବି ଯିବ ବା ଆଲୁଅଟା ମଧ୍ୟ କେଡ଼େ ଦୀପ୍ତ ହୋଇ ଜଳି ଉଠିବ । କିନ୍ତୁ, ଶ୍ରୀଘ ହେଉ ଅଥବା ଡେରିରେ ହେଉ ପଛକେ–ବକ୍ତୃତା ପ୍ରଦାନ ଅବଶ୍ୟ ଆରମ୍ଭ ହେବ । ଏବଂ, ସେହି ବକ୍ତୃତାରେ ପ୍ରକୃତରେ କ’ଣ ସବୁ ଥିବ ? ସେଇଟି ମଧ୍ୟରେ ଏହି ବାଗିର୍‍ ଶବ୍ଦଚୟ ଅବଶ୍ୟ ରହିଥିବ, ଯାହାକି ସିଏ ଯାହା କହିବାକୁ ଇଚ୍ଛା କରୁଛି ଓ ଆମେ ଯାହା ଶୁଣିଲେ ଆମକୁ ନିଶ୍ଚୟ ଭଲ ଲାଗିବ, ସେହିପରି ଶବ୍ଦମାନଙ୍କୁ ଏକାଠି ଯୋଡ଼ି ଦିଆ ହୋଇଥିବ । ସେ ଯାହା କହିବାକୁ ଇଚ୍ଛା କରୁନଥିବ ଏବଂ ଆମେ ଯାହାସବୁ ଶୁଣିଲେ ଆମକୁ ଆଦୌ ଭଲ ଲାଗିବ ନାହିଁ, ସେଇ ଦୁଇଟି ମଧ୍ୟ ସେଥିରେ ଆଦୌ ରହିନଥିବେ । ଏବଂ, ସମ୍ପୃକ୍ତ ଏଇଟି ଯେ ଏପରି ବେଶ୍ ସୁଚିନ୍ତିତ ଭାବରେ କରାଯାଉଛି, ଆମେ ସେହି ବିଷୟରେ ପ୍ରକୃତରେ କିଛି ହିଁ ଜାଣି ନଥିବା ।

 

ବର୍ତ୍ତମାନ ଏକ ଉଦାହରଣ ଉପରେ ଦୃଷ୍ଟିପାତ କରାଯାଉ । ଆମେରିକାର ଗୋଟିଏ ସହରରେ ଥିବା ଗୃହ ନିର୍ମାଣ ବିଭାଗର କର୍ତ୍ତୃପକ୍ଷ ଏକଦା ସହରତଳି ଅଞ୍ଚଳରେ ରହିଥିବା ଘରମାନଙ୍କୁ ଭାଙ୍ଗିଦେଇ ସେଗୁଡ଼ିକ ରହିଥିବା ସ୍ଥାନରେ ଏକ ଆଧୁନିକ ନିର୍ମାଣ-ଯୋଜନାକୁ କାର୍ଯ୍ୟକାରୀ କରିବାଲାଗି ପ୍ରସ୍ତାବ କରିଥିଲେ । ଏହି କଥାଟି କାହାକୁ ଆଗୋଚର ନାହିଁ ଯେ, ଏପରି ଗୋଟିଏ ଇଚ୍ଛାକୁ କାର୍ଯ୍ୟକାରୀ କରାଯିବା ଦ୍ଵାରା ସେହି ବସ୍ତିଗୁଡ଼ିକର ମାଲିକମାନେ ସେଠାରେ ତିଆରି କରିଥିବା ଭଡ଼ାଘରମାନଙ୍କୁ ହରାଇ ଥାଆନ୍ତି ଏବଂ ସେଠାରେ ସମ୍ପୃକ୍ତ ଦେଶ-ସରକାର ଜଣେ ଅବାଞ୍ଛିତ ପ୍ରତିଯୋଗୀର ଭୂମିକାରେ ଆସି ଅବତୀର୍ଣ୍ଣ ହୁଅନ୍ତି । ଏକଥାଟି ମଧ୍ୟ ସମସ୍ତେ ଜାଣନ୍ତି ଯେ, ଲୋକମାନେ ମଧ୍ୟ ସର୍ବତ୍ର ସହରତଳି ବସ୍ତିରେ ବାସ କରିବା ଅପେକ୍ଷା ଆଧୁନିକ ନିବାସ ଯୋଜନାର ଘରଗୁଡ଼ିକରେ ରହିବା ସକାଶେ ନିଶ୍ଚୟ ଅଧିକ ପସନ୍ଦ ମଧ୍ୟ କରିବେ । କିନ୍ତୁ, ଖାସ୍ ମତଲବଟିଏ ରଖି ଆସିଥିବା ପ୍ରଚାରକାରୀମାନଙ୍କର ସମସ୍ୟାଟି ହେଉଛି ଯେ, ନାଇଁ, ଏହି ଲୋକମାନେ ଏହିପରି ଭାବରେ ସହରତଳି ଅଞ୍ଚଳରେ ହିଁ ବାସ କରନ୍ତୁ । ମାତ୍ର, ସେମାନେ ସେଠାରେ ରହିବାକୁ ଇଚ୍ଛା କରୁ ନାହାନ୍ତି । ଏବଂ, ସେମାନେ ଯେଉଁଠାରେ ରହିବାଲାଗି ଇଚ୍ଛା କରୁ ନାହାନ୍ତି, ସେଠାରେ ଥିବା ଗୃହମାଲିକମାନଙ୍କୁ କ’ଣ ପାଇଁ ମିଛଟାରେ ଟିକସ ଗଣିବେ ? ଏହି କ୍ଷେତ୍ରରେ ସମସ୍ୟାଟିର ସମାଧାନ କରିବାକୁ ଯାଇ ପ୍ରଚାରକାରୀ ବକ୍ତା ଏହିପରି ଭାବରେ ସେମାନଙ୍କୁ ଯାଇ କହିଥିଲେ :

 

ଆମେରିକାର ଜଣେ ଉତ୍ତମ ନାଗରିକ ହିସାବରେ, ଲୋକମାନେ ଯେଉଁଠାରେ ରହିବେ ବୋଲି ପସନ୍ଦ କରୁଛନ୍ତି, ସେଠାରୁ ସେମାନଙ୍କର ନିଜ ଗୃହରେ ବାସ କରିବାର ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଇବାର ଏହି ଅଣ-ଆମେରିକୀୟ ପଦ୍ଧତିଟିକୁ ମୁଁ ସ୍ଵୟଂ ମଧ୍ୟ ଆଦୌ ସମର୍ଥନ କରୁନାହିଁ; କର୍ତ୍ତୃପକ୍ଷ ଲୋକମାନଙ୍କଠାରୁ ସେମାନଙ୍କର ନିଜ ଘରକୁ ଛଡ଼ାଇ ନେବାକୁ ବାହାରିଛନ୍ତି,–ଏବଂ ବଦଳରେ ସେମାନଙ୍କୁ ନୂଆଁଣିଆ ନୀଚା ଘରମାନ ଭଡ଼ାରେ ଦେବାକୁ ଯାଉଛନ୍ତି । ଏପରି କରି ସେମାନେ ପ୍ରକୃତରେ ତୁମ ହାତରେ ଗୋଟାଏ ମଧୁର ଫଳ ଆଣିଦେବେ ବୋଲି କହି ଛାର ଗୋଟାଏ କାଗେଜିଲେମ୍ବୁ ହିଁ ଧରାଇ ଦେଉଛନ୍ତି । ଏଇଟି ହେଉଛି ଏକ କମ୍ୟୁନିଷ୍ଟ ନୀତି । ଏହାଦ୍ଵାରା ପରିବାରଗୁଡ଼ିକର ଆକାରକୁ ସାନ କରି ଦିଆଯିବା, ଜନ୍ମ ନିୟନ୍ତ୍ରଣର ମଧ୍ୟ ପ୍ରବର୍ତ୍ତନ ଆରମ୍ଭ ହୋଇଯିବ ।

 

ଜଣେ ପାଦ୍ରୀ ଭାଷଣ ଦେଇ ଏପରି କହିଥିଲେ । ଏଥିରେ ପ୍ରକୃତରେ କୌଣସି ପ୍ରକାରର ପ୍ରମାଣ ଦିଆ ଯାଇ ନାହିଁ, କିନ୍ତୁ ଆମର କ’ଣ ସବୁ ଉପରେ ବିଶ୍ଵାସ ରଖିବା ଉଚିତ ହେବ, କେବଳ ସେହି କଥାଟିକୁ ସୂଚିତ କରି ଦିଆଯାଇଛି । ପ୍ରବର୍ତ୍ତାଇବାର ଅସଲ କାର୍ଯ୍ୟଟିକୁ ମୋଟାମୋଟି ଏହିପରି ଭାବରେ ଅଗ୍ରସର କରାଇ ନିଆଯାଇଛି :

 

୧. ମୁଁ ହେଉଛି ଜଣେ ଉତ୍ତମ ଆମେରିକାବାସୀ ଏବଂ ତେଣୁ, ତୁମମାନଙ୍କ ପାଇଁ ଯାହା ସର୍ବୋତ୍ତମ, ମୁଁ ସେଇଟିକୁ ଇଚ୍ଛା କରୁଛି । ମୁଁ ତେଣୁ ତୁମମାନଙ୍କ ପଟେ ରହିଛି । ହଁ, ଯେହେତୁ ଜଣେ ଆମେରିକାବାସୀ କେବେହେଲେ ମିଛ କହିବନାହିଁ, ତେଣୁ ମୋତେ ତୁମେମାନେ ଅବଶ୍ୟ ବିଶ୍ଵାସ କରିବ । ମୁଁ ଯେ ଜଣେ ଉତ୍ତମ ଆମେରିକାବାସୀ, ମୋ’ର ଏହି କଥାଟିକୁ ତୁମେମାନେ ନିଶ୍ଚୟ ବିଶ୍ଵାସ କରିବ ।

 

୨. ଲୋକମାନେ ବସ୍ତିରେ ଅବସ୍ଥିତ ଗୃହଗୁଡ଼ିକରେ ରହିବାକୁ ଇଚ୍ଛା କରୁଥିବାରୁ, ସେମାନଙ୍କୁ ସେଠାରୁ ଉଠାଇ ଅନ୍ୟ ଏକ ସ୍ଥାନକୁ ନେଇଯିବା ନିଶ୍ଚୟ ଗୋଟିଏ ଅଣ-ଆମେରିକାନ୍ ବ୍ୟାପାର । (ଅର୍ଥାତ୍, ତୁମେମାନେ ଏଥିରେ ନିଶ୍ଚୟ ଅସମ୍ମତ ହେବ ।)

 

୩. ଅନ୍ୟ ଲୋକମାନଙ୍କର ଆଖିକୁ ଏହି ବାସଗୃହଗୁଡ଼ିକ ହୁଏତ ସହରତଳି ଭଳି ଦେଖା ଯାଇପାରେ, କିନ୍ତୁ ତୁମ୍ଭମାନଙ୍କ ନିମନ୍ତେ ଏସବୁ ଗୃହ । ସେଗୁଡ଼ିକ ତୁମମାନଙ୍କର । କର୍ତ୍ତାମାନେ ସେଗୁଡ଼ିକୁ ଭାଙ୍ଗି ପକାଇ ସେଗୁଡ଼ିକର ସ୍ଥାନରେ ନୂଆଁଣିଆ ସାନ ସାନ ଘରମାନ ତିଆରି କରିବା ପାଇଁ ଇଚ୍ଛା କରୁଛନ୍ତି । ସେହି ନୂଆ ଘରଗୁଡ଼ିକ କେବେହେଲେ ତୁମେମାନେ ଏବେ ରହୁଥିବା ଏକବଖୁରିଆଗୁଡ଼ିକର ତୁଳନାରେ ସେତେ ପ୍ରଶସ୍ତ ହେବ ନାହିଁ ।

 

୪. ସେହି ଖୁବ୍ ମଧୁର ଫଳଟି ଓ କାଗେଜିଲେମ୍ବୁ : କାଗେଜିଲେମ୍ବୁ ମଧ୍ୟ ଦେଖିବାକୁ ସୁନ୍ଦର, କିନ୍ତୁ ମୋଟେ ସୁଆଦ ଲାଗିବ ନାହିଁ ।

 

୫. ପୂରା ଯୋଜନାଟି ଖୁବ୍ କମୁନିଷ୍ଟିଆ, ପୂରା କମ୍ୟୁନିଷ୍ଟ ମନୋଭାବର ନୁହେଁ, ମାତ୍ର କମୁନିଷ୍ଟିଆ, ଅର୍ଥାତ୍, ଅତ୍ୟନ୍ତ ପରିମାଣରେ ସେହିପରି ଅବଶ୍ୟ କିଛି ।

 

୬. ଏହି ନୂଆଁଣିଆ ଅତି ସାନ ଘରଗୁଡ଼ିକ ତୁମମାନଙ୍କୁ ନିଜ ପରିବାରଗୁଡ଼ିକର ଆକାରଟିକୁ ସୀମିତ କରି ଆଣିବା ପାଇଁ ପ୍ରବର୍ତ୍ତାଇବ,–ମାତ୍ର, ଅନ୍ୟ ପକ୍ଷରେ ତୁମର ଏହି ଏକବଖୁରିଆଗୁଡ଼ିକ ବଂଶର ଉତ୍ତରୋତ୍ତର ବୃଦ୍ଧି ନିମନ୍ତେ ସର୍ବଦା ତୁମକୁ ପ୍ରେରଣାମାନ ଦେଉଛନ୍ତି ।

 

ଏହି ଉକ୍ତିଟିର ମାଧ୍ୟମରେ ଅବଶ୍ୟ ଦୁଇ ପ୍ରକାରର କଥା କୁହାଯାଇଛି । ତେଣୁ, ଯେତେ ଅର୍ଥହୀନ ବୋଲି ହୁଏତ ବୋଧ ହେବ, ଆଦୌ ସେତେ ପରିମାଣରେ ଅର୍ଥହୀନ ନୁହେଁ । ବରଂ, ଅନ୍ୟ ପକ୍ଷରେ, ଏହି ବାସ୍ତବ ଘଟଣାର ପରିପ୍ରେକ୍ଷୀରେ ଅର୍ଥଟିକୁ ଉପଲବ୍ଧ କରି ଆଣିହେବ ଯେ, ସାଧାରଣ ଗୃହ ନିର୍ମାଣ ବ୍ୟବସ୍ଥାଟିର ବିରୋଧ କରିବା ଲାଗି ଏକ ପ୍ରବର୍ତ୍ତନା ଦେଇ ହିଁ ଉକ୍ତିଟିକୁ ପ୍ରକଟ କରାଯାଇଛି; ଏବଂ, ତେଣୁ, ଏହାର ଅର୍ଥ ଏହିପରି ହେବ ଯେ, “ଗୃହ ନିର୍ମାଣର କ୍ଷେତ୍ରରେ ବର୍ତ୍ତମାନ ସ୍ଥିତିଟି ଯେଉଁପରି ଅଛି, ତାହା ସେହିପରି ରହିଥାଉ ବୋଲି ମୁଁ ଇଚ୍ଛା କରୁଛି । ଏବଂ, ଅନ୍ୟ ସମସ୍ତେ ମଧ୍ୟ ସେହିପରି ଇଚ୍ଛା କରନ୍ତୁ ବୋଲି ଏକ ଅଭିପ୍ରାୟ ରଖି ସହରତଳିକୁ ବଦଳାଇ ଏକ ଅନ୍ୟ ରୂପ ଦେବାର ସେହି କଥାଟି ସହିତ ବେଶ୍ ପରୋକ୍ଷ ଅଥଚ ଇଚ୍ଛାକୃତ ଭାବରେ ସେଇଟି ସହିତ ‘ଅଣ-ଆମେରିକାନ୍’,‘ନୂଆଁଣିଆ ସାନ ସାନ’, ‘କାଗେଜିଲେମ୍ବୁ’, ‘କମୁନିଷ୍ଟିଆ’, ଓ ‘ଜନ୍ମ-ନିୟନ୍ତ୍ରଣ’ ଭଳି ଶବ୍ଦଗୁଡ଼ିକୁ ଆଣି ଯୋଡ଼ି ଦିଆଯାଇଛି । ହଁ, ଏହି କୌଶଳଟି ହୁଏତ କାଟୁ କରି ନପାରେ ବୋଲି କିଞ୍ଚିତ୍ ଭୟ ଅବଶ୍ୟ ରହିଛି, କାରଣ, କୌଣସି କାର୍ଯ୍ୟକ୍ରମରୁ ମିଳିବାକୁ ଯାଉଥିବା ସୁଫଳମାନ ଏତେ ଚମତ୍କାର ଭାବରେ ସ୍ପଷ୍ଟ ହୋଇ ଯାଉଛି ଯେ, ଏହା ସତ୍ତ୍ୱେ ମଧ୍ୟ ବ୍ୟବହାର କରା ଯାଇଥିବା ଶବ୍ଦଗୁଡ଼ିକର ନିନ୍ଦା ସୂଚକ ପ୍ରୟୋଗଟିର ସମ୍ଭବତଃ କୌଣସି ଫଳ ହିଁ ହେବ ନାହିଁ-। କାରଣ, ବହୁ ସଂଖ୍ୟକ ଲୋକ ଅନ୍ୟ ପକ୍ଷଟିର ମୁହଁରୁ ଠିକ୍ ଏହିପରି ଭାବରେ କଥାମାନ ଶୁଣି ଏହି ଯୋଜନାଟିର ଉପାଦେୟତା ବିଷୟରେ ଖୁବ୍ ପ୍ରତ୍ୟୟପୂର୍ଣ୍ଣ ଭାବରେ ସବୁକଥା ଜାଣି ସାରିଛନ୍ତି-

 

ଖୁବ୍ ମନେ ହେଉଛି ଯେ, ଭର୍ତ୍ସନା ବ୍ୟକ୍ତ କରିବାର ବେଶ୍ ଶକ୍ତିଶାଳୀ ଅସ୍ତ୍ର ରୂପେ ପ୍ରୟୋଗ କରାଯାଇ ପାରୁଥିବା ଶବ୍ଦମାନେ ସାଧାରଣତଃ ରାଜନୀତି-କ୍ଷେତ୍ରରେ ଉଗ୍ର ଏକାଧିକ ଉତ୍ସାହ ସହିତ ଏକାଠି ହୋଇ ଗୁନ୍ଥା ହୋଇଥାନ୍ତି । ହଁ, ଏକଦା, ଯେତେବେଳେ ମଧ୍ୟବିତ୍ତମାନଙ୍କର ବର୍ଗଟି ସାମ୍ଭ୍ରାନ୍ତମାନଙ୍କର ବିରୋଧରେ ବିଦ୍ରୋହ ଘୋଷଣା କଲା, ସେତେବେଳେ ‘ଜାକୋବିନ୍’, ‘ନାସ୍ତିକ’, ଏବଂ ‘ରିପବ୍ଲିକାନ୍’ ପ୍ରଭୃତି ବିଶେଷ ଶବ୍ଦ ବ୍ୟବହାରଗୁଡ଼ିକ ବସ୍ତୁତଃ ଏହି ଧରଣର ହିଁ ଥିଲା । ଅବଶ୍ୟ ଜାକୋବିନ୍‍ମାନେ ଫରାସୀ ବିପ୍ଳବର ବାମ ପକ୍ଷଟିର ପ୍ରତିନିଧିତ୍ଵ କରୁଥିଲେ; ଯଦି କେହି ସାମନ୍ତବାଦୀ ଭାବଦ୍ଵାରା ଜଡ଼ିତ ତତ୍କାଳୀନ ଗୀର୍ଜାର ବିରୋଧ କରୁଥିଲା, ତାକୁ ‘ନାସ୍ତିକ’ କୁହା ଯାଉଥିଲା ଏବଂ ରାଜତନ୍ତ୍ରର ବିରୋଧ କରୁଥିବା ବ୍ୟକ୍ତିମାନଙ୍କୁ ‘ରିପବ୍ଲିକାନ୍’ କହି ନିନ୍ଦା କରା ହେଉଥିଲା । କାଳକ୍ରମେ କେବଳ ‘ନାସ୍ତିକ ଛଡ଼ା ଅବଶିଷ୍ଟ ଶବ୍ଦଗୁଡ଼ିକର ମୃତ୍ୟୁ ହୋଇଯାଇଛି, କାରଣ ଯେଉଁସବୁ ସଂଗ୍ରାମ ସେଗୁଡ଼ିକୁ ଜୀବନ୍ତ କରି ରଖିଥିଲା, ସେମାନେ ମଧ୍ୟ ଅତୀତର କେତେ କେତେ ଦୂରରେ ଯାଇ ରହିଲେଣି । ଅବଶ୍ୟ, ‘ନାସ୍ତିକ’ ଶବ୍ଦଟିର କିଛି ଅର୍ଥଗୁରୁତ୍ଵ ତଥାପି ରହିଛି, କାରଣ ରାଜନୀତି ଏବଂ ସଂଗଠନ ମଧ୍ୟରେ ଆବଦ୍ଧ ଧର୍ମ ଭିତରେ ଏବେ ମଧ୍ୟ କିଛି ସଂଲଗ୍ନତା ବଳବତ୍ତର ରହିଛି । ସେହି ଶକ୍ତିଟି ସୁନିଶ୍ଚିତ ଭାବରେ କ୍ରମଶଃ ଅବଶ୍ୟ ହ୍ରାସ ହୋଇ ଯାଉଛି । କାରଣ, ସେହି ନାମର ଉତ୍ତରଦାୟୀମାନଙ୍କ ମଧ୍ୟରେ ସକଳ କିସମର ରାଜନୀତିକ ଗୋଷ୍ଠୀଟି ମଧ୍ୟ ଖୁବ୍ ଭେଟି ହେଉଛି ।

 

ଆମର ଏହି ବର୍ତ୍ତମାନ କାଳଟିରେ ମଧ୍ୟ ଆମେ ବେଶ୍ ଏକ ତୁଳନାତ୍ମକ ସମାନତା ରକ୍ଷା କରି ‘କମ୍ୟୁନିଷ୍ଟ’, ‘ରେଡ୍’, ‘ବାମପକ୍ଷୀ’, ‘ଅରାଜକତାବାଦୀ’, ଏବଂ ‘ସୋସିଆଲିଷ୍ଟ୍’ ଭଳି ଶବ୍ଦଗୁଡ଼ିକୁ ଆଣି ସେଗୁଡ଼ିକ ସହିତ ଯୋଡ଼ି ବି ପାରିବା । ‘କମ୍ୟୁନିଷ୍ଟ’ ଶବ୍ଦଟି ଅପେକ୍ଷା ‘ରେଡ଼୍’ ଶବ୍ଦଟି ଅଧିକ ଆୟତନଯୁକ୍ତ, ସେହିପରି ‘ବାମପକ୍ଷୀ’ ମଧ୍ୟ ‘ରେଡ଼୍’ ଠାରୁ; ଏବଂ, ବେଶ୍ ବୋଧ ହୋଇ ଯାଉଛି ଯେ, ଯେଉଁ କଥାଟିର ଆୟତନ ଅଧିକ, ସେଇଟି ଭିତରେ ଗୋଟିଏ ପ୍ରକାର ଶ୍ରୁତିମଧୁରତାର ବାସନାଟିଏ ରହିଥିବା ପରି ଲାଗୁଛି । ଆମେରିକାର ଏକ ରାଜନୀତି-କ୍ଷେତ୍ରର ଆନ୍ଦୋଳନ ରୂପେ ଅରାଜକତାବାଦର କୌଣସି ସ୍ଥାନ ନାହିଁ ଏବଂ, ସତକୁସତ କୌଣସି ପ୍ରାଣ ଆଣି ଦେଉଥିବା ଭଳି ଏକ ଉତ୍ସର ଅଭାବରୁ ବହୁ କାଳରୁ ଆଉ ସେହି ଲେବୁଲ୍‌ଟିର ପ୍ରାୟ କୌଣସି ବ୍ୟବହାର ହେଉନାହିଁ । ଏବେ ମଧ୍ୟ ସୋସିଆଲିଷ୍ଟମାନେ ରହିଛନ୍ତି, ମାତ୍ର ସାଧାରଣତଃ ସୋଭିଏଟ୍ ରୁଷିଆ ଓ କମ୍ୟୁନିଷ୍ଟ୍‌ମାନଙ୍କର ବିରୋଧିତା କରୁଥିବାରୁ ସେମାନେ ଇତିମଧ୍ୟରେ ବେଶ୍ ଏକ ସମ୍ମାନିତ ପାହିଆକୁ ଉନ୍ନୀତ ହୋଇ ଯାଇଛନ୍ତି । ବସ୍ତୁତଃ, ୧୯୧୪ ମସିହା ଠାରୁ, ଯେତେବେଳେ ଇଉରୋପ ମହାଦେଶର ସୋସିଆଲିଷ୍ଟ୍‌ମାନେ ସେମାନଙ୍କର ବିଶ୍ଵସ୍ତରୀୟ ଆଭିମୁଖ୍ୟକୁ ପରିତ୍ୟାଗ କରି ନିଜ ନିଜ ଦେଶର ସରକାରମାନଙ୍କର ଯୁଦ୍ଧନୀତିଗୁଡ଼ିକର ସମର୍ଥନ କରିଥିଲେ, ସେହି ସମୟରୁ ହିଁ ସେମାନଙ୍କର ବୈପ୍ଳବିକ ପରିବର୍ତ୍ତନର ସେହି ପୁରାତନ ଉଜ୍ଜ୍ଵଳତାଟିକୁ ମଧ୍ୟ ବହୁତ ପରିମାଣରେ ହରାଇ ବସିଲେ । ଏବଂ, ପରେ ଯେଉଁସବୁ ଉଦ୍‌ଭବମାନ ଦେଖିବାକୁ ମିଳିଲା, ସେଗୁଡ଼ିକ ପ୍ରକୃତରେ ଖୁବ୍ ଆଗ୍ରହୋଦ୍ଦୀପକ ହୋଇଥିଲା । ଆପଣାର ସମୟଟିକୁ ଆଦୌ ସେପରି କୌଣସି ପ୍ରକାରେ ଚକିତ ନକରି ନାତ୍‌ସୀମାନେ ନିଜକୁ ‘ନାଶନାଲ୍ ସୋସିଆଲିଷ୍ଟ୍’ ବୋଲି ଘୋଷଣା କରି ପାରିଥିଲେ । ଅବଶ୍ୟ, ଏଭଳି କହିଦେଲେ ହୁଏତ କଳ୍ପନା କରୁ ନଥିବେ ଯେ ସେମାନେ ନିଜକୁ ‘ନାଶନାଲ୍ କମ୍ୟୁନିଷ୍ଟ’ ବୋଲି କହିଥିଲେ ହୁଏତ ଅଧିକ ସମୀଚୀନ ହୋଇଥାନ୍ତା; କାରଣ, ଯେଉଁ ଅଭିଧାଟିକୁ ସେମାନେ ସବୁଠାରୁ ଅଧିକ ଭର୍ତ୍ସନା ବିଶିଷ୍ଟ ଭାବରେ ବ୍ୟବହାର କରୁଥିଲେ, ନିଜର ନାମଟି ସହିତ ସେହିଟିକୁ ପ୍ରକୃତରେ କିପରି ଯୋଡ଼ି ରଖିବାକୁ ମନ କରିଥାନ୍ତେ-?

 

ଏହିସବୁ ବିଚାରପ୍ରକ୍ରିୟା ଆମର ସମସ୍ୟାଟିର ପ୍ରକାରଟିକୁ ନିଶ୍ଚୟ ସ୍ପଷ୍ଟ କରି ଦେଖାଇ ଦେଉଥିବ । ଲୋକମାନେ ସାଧାରଣତଃ କେବଳ ଯୁକ୍ତି କରିବାର ଉତ୍ତେଜନା ହେତୁ ଶବ୍ଦମାନଙ୍କର ଯେଉଁ ଅପପ୍ରୟୋଗ କରନ୍ତି, ଏଠାରେ ଆମେ ଆଦୌ ତାହାର ଚର୍ଚ୍ଚା କରୁ ନାହୁଁ । ହଁ, ପୃଥିବୀ ଗୋଲାକାର ବୋଲି ତୁମେ ଦୃଢ଼ତା ସହିତ କହିବ ଏବଂ ଯଦି ମୁଁ ସେହି କଥାଟିକୁ ଶୁଣି ‘ତୁମେ ପ୍ରକୃତରେ ଜଣେ ବୋକା, କାରଣ ତୁମ କଥାରେ କେହି ମୋଟେ ବିଶ୍ଵାସ କରିବେ ନାହିଁ ବୋଲି ଉତ୍ତର ଦେବି, ତେବେ ସେଥିରେ ଏତିକି ଜାଣି ହେବ ଯେ, ଆମେ ଦୁହେଁଯାକ ହିଁ କେବଳ ଏକ ବ୍ୟକ୍ତିଗତ ସ୍ତରରେ ଅବସ୍ଥିତ ରହି ଏସବୁ କଥା କହୁଛୁ, ଯେଉଁଠି ଆମର ନିର୍ବୋଧତାଟି ଅତ୍ୟନ୍ତ ସ୍ପଷ୍ଟ ହୋଇ ଯାଉଛି ଏବଂ ତାହାଦ୍ୱାରା ପ୍ରକୃତରେ ସାମାନ୍ୟମାତ୍ର କ୍ଷତି ଘଟୁଛି । କିନ୍ତୁ, ‘ଶ୍ରମିକମାନଙ୍କର ମଜୁରିକୁ ଅବଶ୍ୟ ବଢ଼ାଇ ଦିଆଯିବା ଉଚିତ’ ବୋଲି ତୁମେ ମୋ’ ଆଗରେ ଆସି କହିବ ଏବଂ ମୁଁ, ‘ସେପରି ଜଣେ କମ୍ୟୁନିଷ୍ଟ ଭଳି ମୋଟେ କହିବନାହିଁ, କାରଣ କୌଣସି ବ୍ୟକ୍ତିର ହିଁ ସେପରି କହିବା ଉଚିତ ନୁହେଁ’ ବୋଲି ଜବାବ ଦେବି, ତେବେ କହିବାକୁ ହେବ ଯେ ଆମେ ଏକ ସାମାଜିକ ଦୃଷ୍ଟିର ସନ୍ଦର୍ଭରେ ଏପରି କହୁଛୁ, ଯେଉଁଠାରେ କି ସେଥିରେ ନିହିତ ଥିବା ନିର୍ବୋଧତାଟି ଆଦୌ କୌଣସି ପ୍ରକାରେ ସ୍ପଷ୍ଟ ନୁହେଁ ଏବଂ ତଦ୍ଦ୍ଵାରା ହେଉଥିବା କ୍ଷତିଟି ମଧ୍ୟ ମୋଟେ ସାମାନ୍ୟ ନୁହେଁ । କାରଣ, ଯଦି ମୁଁ ରାଜନୀତି ବିଷୟରେ ଲେଖାଲେଖି କରୁଥିବି, ତେବେ ଖୁବ୍ ସମ୍ଭବ ଏଭଳି ହୋଇଥିବ ଯେ, ମୁଁ ତୁମକୁ କିଛି ବ୍ୟକ୍ତିଗତ କାରଣରୁ ଘୃଣା କରୁଥିଲି ବୋଲି ତୁମକୁ ଜଣେ କମ୍ୟୁନିଷ୍ଟ ବୋଲି କହି ନଥିଲି । ମୁଁ ତ ସେପରି କହିଥିଲି, କାରଣ ତୁମର ମତଟିକୁ ମୁଁ ସ୍ଵତନ୍ତ୍ର ଭାବରେ ଦେଖାଇ ଦେବାକୁ ଚାହୁଁଥିଲି ଏବଂ ତାହାର ଯେପରି କୌଣସି ପ୍ରଭାବ ନ ପଡ଼ିବ, ସେଥିଲାଗି ପ୍ରୟାସ କରୁଥିଲି । ତେଣୁ, ରାଜନୀତିର କ୍ଷେତ୍ରରେ ଭର୍ତ୍ସନାତ୍ମକ ସମସ୍ତ ଭାଷାକୁ ଖୁବ୍ ସାବଧାନତା ସହକାରେ ବ୍ୟବହାର କରିବାକୁ ପଡ଼ିଥାଏ, ଏବଂ ଏପରିକି, ତଦ୍ଦ୍ଵାରା ବ୍ୟକ୍ତ କରା ଯାଉଥିବା କ୍ରୋଧକୁ ମଧ୍ୟ ସଂପୂର୍ଣ୍ଣ ଭାବରେ ଏକ ଛଳନାରେ ଢାଙ୍କୁଣି ଦେଇ ପ୍ରକାଶ କରିବାକୁ ହୋଇଥାଏ । ଏବଂ, ଏହି ସବୁକିଛିରେ ସମ୍ପୃକ୍ତ ମନୁଷ୍ୟଟିକୁ ହୁଏତ ତା’ ଜୀବିକାରୁ ବା ଏପରିକି ତା’ ଜୀବନରୁ ବଞ୍ଚିତ କରି ଦେବାର ମତଲବଟିଏ ରହିଥାଏ ଏବଂ ତାକୁ ତା’ର ସାଙ୍ଗସାଥୀମାନଙ୍କ ଠାରୁ ସୁନିଶ୍ଚିତ ଭାବରେ ଅଲଗା କରିନେବା ପାଇଁ ଏକ ଲକ୍ଷ୍ୟ ରଖିଥାଏ ।

 

ଏବଂ, ଯାହାକିଛି ଛପା ହୋଇ ଅଥବା କଥାକୁ ମାଧ୍ୟମ କରି ପ୍ରକାଶ ପାଇଥାଏ, ସେଥିରେ ସେହି କଥାଟିର ଭୂରି ଭୂରି ଦୃଷ୍ଟାନ୍ତ ଦେଖିବାକୁ ମିଳେ । କେତେକ ଖୁବ୍ ସ୍ଥୂଳ ଏବଂ ହାତରେ ଧରିଥିବା ମାଟି ପରି ଖୁବ୍ ସ୍ପଷ୍ଟ ଭାବରେ ବାରି ହୋଇଯାଏ ଏବଂ ଆଉ କେତେକ କ୍ଷେତ୍ରରେ କିଛି ଚାତୁରୀ ମଧ୍ୟ ଥାଏ । ନିମ୍ନରେ ପ୍ରଦତ୍ତ ଦୃଷ୍ଟାନ୍ତଟିର ‘ନିଭ ଡିଲ୍’ ସମୟର ଉଦାରବାଦୀ ଓ ସଂସ୍କାରକାମୀ ନୀତିଗୁଡ଼ିକ ପ୍ରକୃତରେ ଏକ ଅଗ୍ନିପରୀକ୍ଷାର ସମ୍ମୁଖୀନ ହୋଇଥିବା ପରି ନିଶ୍ଚୟ ବୋଧ ହେବ :

 

ଏକ ନିଷ୍କର୍ଷ କରି ଆଣି କହିବାକୁ ଗଲେ, ଶ୍ରୀଯୁକ୍ତ ରୁଜ୍‌ଭେଲଟ୍ ଆମେରିକାର ବାଣିଜ୍ୟକୁ ଜଣେ କମ୍ୟୁନିଷ୍ଟ୍ ଦ୍ଵାରା ହିଁ ନଷ୍ଟଭ୍ରଷ୍ଟ କରି ପକାଇବାକୁ ବେଶ୍ ପଥ ପରିଷ୍କାର କରି ଦେଇଛନ୍ତି । ସିଏ ନିଜେ ଅଥବା ତାଙ୍କର ପ୍ରଗତିବାଦୀ ମିତ୍ରମାନେ ସେହି ନୀତିଟିକୁ କଳ୍ପନା କରିଛନ୍ତି ଏବଂ ସେହି ସଂପୂର୍ଣ୍ଣ ଭାବରେ କମ୍ୟୁନିଷ୍ଟ ମନୋଭାବାପନ୍ନ ଲାଭ ଉପରେ ଧାର୍ଯ୍ୟ କରା ଯାଇଥିବା ଟିକସକୁ ଜୋର୍ କରି କାର୍ଯ୍ୟକାରୀ କରାଇଛନ୍ତି । ଏବଂ, ଯଦି ଏଇଟି ଏହିପରି ଭାବରେ କାର୍ଯ୍ୟକାରୀ ହୁଏ, ତେବେ, ଭବିଷ୍ୟତରେ କୌଣସି ଆର୍ଥିକ କ୍ଷେତ୍ରରେ ମାନ୍ଦା ସମୟରେ ତାହା ଯାବତୀୟ ସମ୍ମିଳିତ ଘରୋଇ ଉଦ୍ୟମକୁ ଆପଣାର ସହାୟତା କରୁଥିବା ସକଳ ମାର୍ଗରୁ ହିଁ ବଞ୍ଚିତ କରି ରଖିବ । ସେ ଶ୍ରମିକ ବିବାଦ-ବିଷୟକ ଆଇନଟିକୁ ମଧ୍ୟ ସେହିପରି ଜୋର୍ କରି ଲଦି ଦେଇଛନ୍ତି ଏବଂ ତାହା ଫଳରେ ଉଭୟେ ମାଲିକ ଓ ଶ୍ରମିକମାନେ କେତେ ନା କେତେ ଦୁଃଖ ଏବଂ ଦୁର୍ଗତିର ମଧ୍ୟ ସମ୍ମୁଖୀନ ହେଲେ । ତାଙ୍କର ସହଯୋଗୀମାନେ ସଂପୂର୍ଣ୍ଣ ଭାବରେ ଉଗ୍ର ମତବାଦୀ ହୋଇଥିବାରୁ ସମକାଳୀନ କେତେ କମ୍ୟୁନିଷ୍ଟ-ମାନସିକତା ଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଯାବତୀୟ ପ୍ରକ୍ରିୟା ମଧ୍ୟରେ ଆଣି ଅନ୍ତର୍ଭୁକ୍ତ କରିଛନ୍ତି । ଏବଂ, ସିଏ ପ୍ରଦାନ କରିଥିବା ଭାଷଣଗୁଡ଼ିକ, ବିଶେଷ କରି ୧୯୩୬ ମସିହାରେ ସଭାପତିର ପଦଟି ଗ୍ରହଣ କରୁଥିବା ସମୟର ଅଭିଭାଷଣଟି ତାଙ୍କର ସକଳ ଯୋଜନାରେ ଯେ କମ୍ୟୁନିଷ୍ଟବାଦର ଏକ ମୂଳ ରହିଛି, ସେହି କଥାଟିକୁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି । ମନରେ ଆଦୌ କୌଣସି କୁଣ୍ଠାବୋଧ ନକରି ମୁଁ ଏହି ତଥ୍ୟଗୁଡ଼ିକୁ ଏତିକି ଦର୍ଶାଇ ଦେବା ନିମନ୍ତେ ଆଣି ଉପସ୍ଥାପିତ କରିଛି ଯେ, ଦେଶର ସଭାପତି ବର୍ତ୍ତମାନ ଯୁକ୍ତରାଜ୍ୟ ଆମେରିକାକୁ କ୍ରମେ କମ୍ୟୁନିଷ୍ଟ୍ ହିଁ କରି ଦେଉଛନ୍ତି । *

 

* Mervin K. Hart : “This American System,” in vital Speeches, Vol. IV, p. 24 (February 1. 1938). The speech was doubtless vital, but for whom ?

 

ଯେଉଁ ଶ୍ରୋତାମାନଙ୍କୁ ସମ୍ମୁଖରେ ରଖି ଏହି ମନ୍ତବ୍ୟମାନ ଦିଆ ଯାଇଥିଲା, ସେମାନେ କଥାଗୁଡ଼ିକୁ ଶୁଣି ଭୟଙ୍କର ଭାବରେ ଆତଙ୍କିତ ହୋଇ ଉଠିଥିବେ । ଏହିପରି ‘କୌଣସି କୁଣ୍ଠାବୋଧ ନକରି ଯେତେବେଳେ ଏପରି କଥାମାନ ବ୍ୟକ୍ତ କରାଯାଏ, ସେତେବେଳେ ତାହା ପ୍ରକୃତରେ ଖୁବ୍ ଭୟଭୀତ କରି ଦେଉଥିବ । ...ତଥାପି, ଯଦି ଅଧିକସଂଖ୍ୟକ ଆମେରିକାବାସୀ ପ୍ରକୃତରେ ସେହିପରି କିଛି ଆତଙ୍କ ଅନୁଭବ କରି ଥାଆନ୍ତେ, ତେବେ ତ ସେମାନେ ନିର୍ବାଚନରେ ସେହି ନୀତିଟିକୁ ଅବଶ୍ୟ ବର୍ଜନ କରିଥାନ୍ତେ ଏବଂ ତାହାଫଳରେ ଜୀବିକା ନଥିବାରୁ ସେମାନଙ୍କୁ ମିଳିଥିବା କ୍ଷତିପୂରଣ ତଥା ସାମାଜିକ ବୀମାରୁ ଉପଲବ୍ଧ ଉପକାରଗୁଡ଼ିକୁ ନିଶ୍ଚୟ ହରାଇଥାନ୍ତେ । ଏହିପରି ଏକ ପରିଣାମର ଆଶଙ୍କା ମଧ୍ୟ ରହିଥିଲା । କିନ୍ତୁ ସେହି ପରିଣାମଟି ଯେ ଘଟିଲାନାହିଁ, ସେଥିସକାଶେ ଆମ ଦେଶବାସୀଙ୍କର ବୁଦ୍ଧିମତ୍ତାକୁ ହିଁ ଶ୍ରେୟ ଦେବାକୁ ହେବ । କାରଣ, ଗୋଟାଏ ଶବ୍ଦଟି ଦ୍ଵାରା ଭୟଭୀତ ହୋଇ ସେମାନେ ଦୁର୍ବଳତାକୁ ଏବଂ ଦାରିଦ୍ର୍ୟକୁ ବରଣ କରିନେବାକୁ ଆଦୌ ଇଚ୍ଛା କରିନଥିଲେ ।

 

ଉତ୍ତମ ନୀତିଗୁଡ଼ିକୁ ତେଣୁ ଏପରି ସ୍ଥୂଳ ତଥା ଅଶିଷ୍ଟ ନାନା ଚିତ୍ରଣ ଦେଇ ବଦନାମ କରିଦେବା ନିମନ୍ତେ ଇଚ୍ଛା କରିବା କେବେହେଲେ ମଧ୍ୟ ଉଚିତ ହେବ ନାହିଁ । ହଁ, ଏପରି ମଧ୍ୟ ଖୁବ୍ ସମ୍ଭବ ଯେ ଦୁଷ୍କାର୍ଯ୍ୟକୁ ଅନେକ ସମୟରେ ବିଜ୍ଞାନ ଓ ଉଚ୍ଚସ୍ତରର ରାଜନୀତିକ ସିଦ୍ଧାନ୍ତର ବେଶ୍ କିଛି ଶାନ୍ତ ରଙ୍ଗ ଦେଇ ମଧ୍ୟ ବେଶ୍ ବ୍ୟକ୍ତ କରା ଯାଇପାରେ । ଅର୍ଥନୀତିର ସିଦ୍ଧାନ୍ତ ଦର୍ଶାଇ କେତେ ବିସ୍ମୟକର ଭାବରେ ଯେ କ’ଣସବୁ ସମ୍ପାଦନ କରାଯାଇ ପାରେ, ନିମ୍ନରେ ତାହାର ଏକ ପ୍ରମାଣ ମିଳିଯିବ :

 

ଏକ ଧୀର ଗତି ରକ୍ଷା କରି ଟିକସବୃଦ୍ଧି କରିବା ଦ୍ଵାରା ବସ୍ତୁତଃ ପ୍ରାୟ ହସି ଖେଳିଲାପରି କମ୍ୟୁନିଷ୍ଟ୍‌ବାଦର ନିକଟବର୍ତ୍ତୀ ହେବା ସମ୍ଭବ ହୋଇଥାଏ ଏବଂ ତେଣେ ଉପରେ ବ୍ୟକ୍ତିଗତ ମାଲିକାନାର ଅଧିକାରଟିକୁ ଔପଚାରିକ ଭାବରେ ସ୍ଵୀକୃତି ମଧ୍ୟ ଦିଆଯାଉଥାଏ । ସୁଇଡ଼େନ୍ ଦେଶର ଜଣେ ବୀମା-ହିସାବ କ୍ଷେତ୍ରରେ ବିଶେଷଜ୍ଞ କହିଛନ୍ତି ଯେ, ଯଦି ଅନୁଦାନ, ରିଲିଫ୍, ପେନ‌୍‌ସନ୍, ବାର୍ଦ୍ଧକ୍ୟ କିମ୍ବା ବେକାରିକାଳୀନ ଭତ୍ତା ପାଉଥିବା ଲୋକମାନଙ୍କର ସଂଖ୍ୟା ଗୋଟିଏ ରାଜନୀତିକ ଦଳରେ ଅଧିକ ହୋଇଯିବ, ତେବେ ଅସଂପୂର୍ଣ୍ଣ ରୂପେ ସମ୍ଭବ ଯେ ସେମାନେ ପ୍ରକୃତରେ କର୍ମକ୍ଷେତ୍ରମାନଙ୍କରେ କର୍ମରତ ଅନ୍ୟ ଭାଗଟି ଉପରେ ଟିକସ ବସାଇବାକୁ ଆରମ୍ଭ କରିବେ ଏବଂ ତାହାରି ଫଳରେ ସେମାନେ ଦେଶକୁ ଗୋଟିଏ କମ୍ୟୁନିଷ୍ଟ ନୀତି ଅନୁସରଣ କରୁଥିବା ରାଷ୍ଟ୍ରରେ ପରିଣତ କରିଦେବେ । ହଁ, ସେଥିପାଇଁ ଆଦୌ କୌଣସି ପ୍ରକାର ବିପ୍ଳବ କରିବା ଦରକାର ହେବ ନାହିଁ, ରକ୍ତପାତ ଅଥବା ସେହିପରି ଆଉ କିଛି ହେଲେ କୌଣସି ଆବଶ୍ୟକତା ନଥିବ ।

 

ଏଠାରେ ମଧ୍ୟ ଆମେ, ଯେଉଁ ଅଭିପ୍ରାୟଟି ସହିତ କଥାଟିକୁ କୁହାଯାଇଥାଉ ପଛକେ, ସେଇଟିର ପଶ୍ଚାତରେ ରହିଥିବା ପ୍ରକୃତ ଅର୍ଥଟିକୁ ମଧ୍ୟ ବିଚାର କରି ପାରିବା । ପରିସଂଖ୍ୟାନର କ୍ଷେତ୍ରରେ ଜଣେ ବିଶେଷ ଅବଗାହୀ ଓ ସୁଇଡ଼େନ୍ ଦେଶର ବୀମା ବ୍ୟବସ୍ଥାର ଜଣେ ଉଚ୍ଚସ୍ତରୀୟ କର୍ମକର୍ତ୍ତାଙ୍କର ଗୋଟିଏ ଉକ୍ତିକୁ ଏଠାରେ ବାର୍ଦ୍ଧକ୍ୟକାଳୀନ ପେନ୍‌ସନ୍ କାମ ନଥିବା ଲୋକଙ୍କୁ ଦିଆଯାଉଥିବା ସହାୟତା, ସାମାଜିକ ବୀମା ଏବଂ ସାଧାରଣ ଭାବରେ କହିଲେ ଜଣେ ସାଧାରଣ ତୁମ ଆମଙ୍କ ଲାଗି ଉପଲବ୍ଧ ଯାବତୀୟ ସାହାଯ୍ୟ ବ୍ୟବସ୍ଥାର ବିରୋଧ କରିବା ପାଇଁ ପ୍ରୟୋଗ କରାଯାଇଛି । ଲୋକମାନେ ଯେପରି ସେମାନଙ୍କର ଦୈନନ୍ଦିନ ଅତ୍ୟାବଶ୍ୟକତାର ଆଦୌ ପୂରଣ କରି ପାରିବେନାହିଁ, ସେହିପରି ଗୋଟିଏ ଅଭିସନ୍ଧିରେ ଅସମ୍ଭବପ୍ରାୟ ଏକ ପରିଣତିର ସୂଚନା ଦେଇ ଏହି ପ୍ରୟାସଟି ହୋଇଛି ।

 

ମୁଁ ଆଉ ଗୋଟିଏ ମାତ୍ର ଉଦାହରଣ ଦେବି ଏବଂ ସେଇଟି ମଧ୍ୟ ଦର୍ଶାଇଦେବ ଯେ, ନିଜକୁ ଅଧିକ ପରିମାଣରେ ବିଜ୍ଞ ଏବଂ ସୁଅବହିତ ବୋଲି ମନେ କରୁଥିବା ଶ୍ରୋତାମାନେ ସର୍ବଦା ଶବ୍ଦର ଏହି ଅପବ୍ୟବହାର କ୍ଷେତ୍ରରେ ବରଂ ଅଧିକ ଲାଳିତ୍ୟ ଅବଶ୍ୟ ରହିବା ଉଚିତ ବୋଲି ଇଚ୍ଛା କରିଥାନ୍ତି । ଏକ ପ୍ରଚଳିତ ଆଇନ୍ ପ୍ରତି ଆପଣାର ବିରୋଧ ପ୍ରକଟ କରୁଥିବା ନିମ୍ନଲିଖିତ ବାକ୍ୟଗୁଡ଼ିକ କେଡ଼େ ଦୃଢ଼ତା ସହିତ କହୁଛନ୍ତି ଯେ, ଏକତ୍ର ମେଳ ହୋଇ ମୂଲଚାଲ କରିବାର ରୀତିଟିର ପ୍ରଚଳନ କରାଗଲେ ତାହା ସ୍ଵେଚ୍ଛାରେ ଆପଣାକୁ କ୍ରିୟାଶୀଳ କରି ରଖିବାର ନୀତିଟିର ବିରୋଧାଚରଣ କରିବ ଏବଂ ତେଣୁ “ଜନଶାସନ” ଉପରେ ମଧ୍ୟ ନିଶ୍ଚୟ ଆଞ୍ଚ ଆଣିବ :

 

ଇଂଲଣ୍ଡ ଓ ଆମେରିକା ମଧ୍ୟରେ ଏହି ଦୃଷ୍ଟିରୁ ଏକ ସାମଞ୍ଜସ୍ୟ ରହିଛି ଯେ, ଦୁଇଟିଯାକ ଦେଶରେ ଗଣତନ୍ତ୍ରର ଶାସନ ଚାଲୁଛି ଏବଂ ବାଧ୍ୟ କରି କିଛି କରାଇ ନେବାର ନୀତିଟିକୁ ଉଭୟ ଦେଶର କୌଣସି ମୁଖ୍ୟ ଉପାଦାନ କେବେହେଲେ ଗ୍ରହଣ କରି ନାହାନ୍ତି । ରୁଷିଆ, ଜର୍ମାନୀ ଏବଂ ଇଟାଲୀ ପରି ଫାସିଷ୍ଟ୍ ଦେଶମାନଙ୍କରେ ବାଧ୍ୟ କରାଇବାର ରୀତିଟିକୁ ଗ୍ରହଣ କରା ଯାଇଛି । ଇଂଲଣ୍ଡ ଓ ଯୁକ୍ତରାଜ୍ୟ ଆମେରିକାରେ ସ୍ଵେଚ୍ଛାରେ ହିଁ ସବୁକିଛି କରିବାର ଏକ ପରମ୍ପରା ବଳବତ୍ତର ରହିଛି, ଅର୍ଥାତ୍ ଜଣେ ବ୍ୟକ୍ତି କୌଣସି ସଙ୍ଗଠନରେ ଯୋଗ ଦେବାକୁ ଇଚ୍ଛା କଲେ ଯାଇ ସେଥିରେ ଯୋଗ ଦେଉଛି ଏବଂ ଇଚ୍ଛା ନକଲେ ତାହାର ବାହାରେ ମଧ୍ୟ ରହି ପାରୁଛି । ଏବଂ ସେହିଭଳି କରିବାର କ୍ଷେତ୍ରରେ ଦେଶର ଆଇନ୍ ତାକୁ ସୁରକ୍ଷା ପ୍ରଦାନ ମଧ୍ୟ କରୁଛି । ଏବଂ, ଗଣତନ୍ତ୍ରରେ ପ୍ରକୃତରେ ଏଇଟି ହେଉଛି ସବାବଡ଼ କଥା । ଏବଂ, ରୀତିଟି ହିଁ ଏକ ଗଣତନ୍ତ୍ର ଓ ଏକ ଫାସିଷ୍ଟ୍‌ବାଦୀ ରାଷ୍ଟ୍ର ମଧ୍ୟରେ ରହିଥିବା ସାମାଜିକ ପାର୍ଥକ୍ୟଟିକୁ ଆଗ ସୂଚାଇ ଦେଇ ପାରୁଛି । *

 

*George E. Sokolsky : “The Law and labor”, Atlantic Monrhly, Vol, 59. p, 438.

 

ଜଣେ ଶ୍ରମିକର ତା’ର ନିଜର ବିଚାର ଅନୁସାରେ ସିଏ କେଉଁ ଶ୍ରମିକ ସଙ୍ଗଠନରେ ଯୋଗ ଦେବ, ନିଜେ ହିଁ ବାଛିବାର ସର୍ବଦା ଅଧିକାର ରହିଛି ବୋଲି ରହିଥିବା କଥାଟି ଆଡ଼କୁ ଏଠାରେ ସମସ୍ତଙ୍କର ଧ୍ୟାନକର୍ଷଣ କରା ଯାଇଛି । ଅର୍ଥାତ୍, ଅଳ୍ପ ସଂଖ୍ୟକ ହୋଇଥିଲେ ମଧ୍ୟ କେତେଜଣ ଶ୍ରମିକ ଏକ କାରଖାନାରେ କାର୍ଯ୍ୟ କରୁଥିବା ସବୁ ଶ୍ରମିକ ଗୋଟିଏ ସଂଗଠନର ଅନ୍ତର୍ଗତ ହୋଇ ରହିବାର ଏକ ସ୍ଥିତିକୁ ଯେ କଦାପି ସମ୍ଭବ ହେବାକୁ ଦେବେ ନାହିଁ, ଏବଂ ଏହା ଫଳରେ ମାଲିକମାନଙ୍କ ଠାରୁ ଆପଣାର ଦାବୀ ହାସଲ କରି ପାରିବାଲାଗି ଶ୍ରମିକମାନଙ୍କ ପକ୍ଷଟିରେ ରହିଥିବା ଶକ୍ତିରେ ନିଶ୍ଚୟ ହ୍ରାସ ଘଟିବ । ମୂଳ ଉକ୍ତିଟିରେ ପ୍ରକୃତରେ ସେହି କଥାଟିକୁ କୁହା ଯାଇଥିଲା । ଯଦି ଶ୍ରମିକ ସଂଗଠନଗୁଡ଼ିକର ବଳକୁ କମ୍ କରିବାକୁ ନିଜ ଇଚ୍ଛାରେ ହିଁ ନିଜର ସଂଗଠନଟିକୁ ବାଛିନେବା ବୋଲି କୁହାଯାଏ ଏବଂ, ସଂଗଠନଗୁଡ଼ିକୁ ଶକ୍ତିଶାଳୀ କରିବାକୁ ବାଧ୍ୟ କରିବା ବୋଲି କୁହାଯାଏ, ତେବେଯାଇ ଆମେ ହୁଏତ ସେହି ଅନୁସାରେ ଗୋଟିକୁ ଅଗ୍ରାହ୍ୟ କରି ଆରଟିକୁ ଗ୍ରହଣ କରି ପାରିବା । ଏବଂ, ସେହି କାରଣରୁ ଉକ୍ତିଟିରେ ଆଲୋଚିତ ଆଇନ୍‌ଟିକୁ ଫାସିଷ୍ଟ୍ ବୋଲି କୁହାଯାଇଛି । କିନ୍ତୁ ବସ୍ତୁତଃ ଶ୍ରମିକମାନଙ୍କର ସର୍ବବିଧ ସଙ୍ଗଠନକୁ ଭାଙ୍ଗିଦେଇ ଚୂଡ଼ାନ୍ତ ଶୋଷଣ ସମ୍ମୁଖରେ ଶ୍ରମିକମାନଙ୍କୁ ସଂପୂର୍ଣ୍ଣ ଭାବରେ ହିଁ ଅରକ୍ଷ କରି ରଖିବା,–ଫାସିଷ୍ଟ୍‌ବାଦରେ ଏଇଟି ହେଉଛି ଏକ ମୌଳିକ ଏବଂ ଅପରିହାର୍ଯ୍ୟ ଆବଶ୍ୟକତା । ମାତ୍ର, ଘଟଣାଟି ଉପରେ ଗୋଟିଏ ଫାସିଷ୍ଟ୍ ଲେବୁଲ ମାରିଦେଲେ ବକ୍ତାଙ୍କର ମତଲବଟିକୁ ତାହା ଅଧିକ ସୁହାଇବ ବୋଲି ନିଶ୍ଚୟ ସିଏ ସେହିପରି କହିବାକୁ ମନ କରିଥିବେ । ପରିଶେଷରେ ସତେଅବା ସେତିକିରେ ସନ୍ତୁଷ୍ଟ ନହୋଇଥିଲା ପରି, ସେ ଫାସିଷ୍ଟ୍‌ମାନଙ୍କ ଭିତରେ ସୋଭିଏଟ୍ ଇଉନିଅନକୁ ଅନ୍ତର୍ଭୁକ୍ତ କରିଛନ୍ତି,–ଏପରି ଏକ ଦେଶ, ଯେଉଁଠାରେ ଶ୍ରମିକମାନେ ହିଁ ଅର୍ଥନୈତିକ ଏବଂ ରାଜନୀତିକ ଦୁଇ କ୍ଷେତ୍ରରେ ନେତୃତ୍ଵଗୁଡ଼ିକୁ ଗ୍ରହଣ କରିଛନ୍ତି । ଏହି ଉପାୟଟିକୁ ଅବଲମ୍ବନ କରି କେଡ଼େ ଭଦ୍ର ଭାବରେ ସେହି ପୁରୁଣା ‘କମୁନାତ୍‌ସୀ’ କଥାଟିକୁ ଆଣି ଏଠାରେ ଗଅଁଠାଇ ଦିଆଯାଇଛି । ଦୁଇଟି ସଂପୂର୍ଣ୍ଣ ଭିନ୍ନ ଭିନ୍ନ କଥାକୁ ଏକତ୍ର ଯୋଡ଼ି ଦିଆ ଯାଇଛି, କେବଳ ଗୋଟିଏ ଅକ୍ଷରର ବ୍ୟବହାର ଦ୍ଵାରା ଖେଳଟିଏ ଖେଳି । ହଁ, ନାତ୍‌ସୀ ପକ୍ଷର ତୁଙ୍ଗ ନାୟକମାନେ ଏହି ସଂଯୋଜନାଟି ବିଷୟରେ ଆପଣାର ମତଟିକୁ ପ୍ରଦାନ କରି ବସ୍ତୁତଃ କେଡ଼େ ଲଜ୍ଜାଜନକ ଭାବରେ ରୁଷିଆର ଲାଲ୍ ସେନାଟି ଅପେକ୍ଷା ଅଧିକ ଗ୍ରହଣୀୟ ବୋଲି ବୁଝି ଆଙ୍ଗ୍ଲୋ-ଆମେରିକାର ସେନାବାହିନୀ ଆଡ଼େ ଢଳି ବି ନ ପଡ଼ିଲେ ।

 

ତର୍କଶାସ୍ତ୍ର ଓ ଲାଲ୍ ରଙ୍ଗର ଲେବୁଲ୍‌ଟା

 

ଲାଲ୍ ରଙ୍ଗର ସେହି ଲେବୁଲ୍‌ଟି, ସେଇଟି ପ୍ରତ୍ୟକ୍ଷ ଅଥବା ନିହିତ ଯାହା ହୋଇଥାଉ ପଛକେ, ଏକ ନାକାରାତ୍ମକ ପ୍ରଭାବଶାଳୀ ସାଧନରୂପେ ତାହାକୁ ଖୁବ୍ ବ୍ୟବହାର କରାଯାଇ ପାରିବ । ଏକଥାଟି ନିଶ୍ଚୟ ସମ୍ଭବ ହେବ, କାରଣ ମାତ୍ର ଅଳପ କେତୋଟି ଅକ୍ଷର ମଧ୍ୟରେ ଏଥିରେ ଅତ୍ୟନ୍ତ ତିକ୍ତ ଓ ତିକ୍ତତର ଯାବତୀୟ ଘୃଣାକୁ ଏକତ୍ର କରି ଅଣାଯାଇଛି, ଆତଙ୍କ-ସୃଷ୍ଟିକାରୀ କେତେ କେତେ ଭୟକୁ ଘନୀଭୂତ କରି ରଖି ଦିଆଯାଇଛି । ନିଜର ନୀତିଗୁଡ଼ିକ ବିଷୟରେ ସଚ୍ଚୋଟ ହୋଇ ରହିଥିବା କମ୍ୟୁନିଷ୍ଟ୍‌ମାନେ ପ୍ରକୃତ ଉତ୍ପାଦନର ସାଧନମାନଙ୍କୁ ସାମୂହିକ ମାଲିକାନା ମଧ୍ୟରେ ଆଣି ରଖିବାକୁ ଇଚ୍ଛା କରନ୍ତି ଓ ସେହି କାରଣରୁ ବର୍ତ୍ତମାନର ବ୍ୟବସ୍ଥାଟି ମଧ୍ୟରେ ସାମିଲ୍ ହୋଇ ରହିଥିବା ବ୍ୟକ୍ତିମାନଙ୍କର ଚିତ୍ତରେ ଘୋର ତଥା ଅତିଘୋର ନାନା କ୍ରୋଧକୁ ଜାଗୃତ ମଧ୍ୟ କରନ୍ତି । ଏବଂ, ଏହି ମାଲିକମାନେ ମଧ୍ୟ ତାହାର ପ୍ରତିବାଦ ସ୍ୱରୂପ ଉପଲବ୍ଧ ହେଉଥିବା ସର୍ବବିଧ ଅସ୍ତ୍ର ଦ୍ଵାରା ତା’ର ପ୍ରତିରୋଧ କରନ୍ତି । ଏବଂ ସେହି କାରଣରୁ ହିଁ କାହାକୁ ଜଣେ କମ୍ୟୁନିଷ୍ଟ ବୋଲି କୁହାଗଲେ ତା’ ଭିତରେ ବେଶ୍ ଏକ ଭୟର ବି ସଂଚାର ହୋଇଥାଏ, କାରଣ ଯେଉଁ ବ୍ୟକ୍ତିଟିକୁ ସେପରି କୁହାଯାଏ, ସିଏ ମାର୍କାଟି ମଧ୍ୟରେ ରହିଥିବା ଅଭିପ୍ରାୟଟି ସମ୍ବନ୍ଧରେ ମଧ୍ୟ ଉତ୍ତମ ରୂପେ ସଜ୍ଞାନ ଥାଏ ଏବଂ ଅଚିରେ ସେଥିଲାଗି ନାନା ଶାସ୍ତି ମଧ୍ୟ ହୁଏତ ଭୋଗ କରିବାକୁ ପଡ଼ିବ ବୋଲି ଆଶଙ୍କା କରେ ।

 

ଖୁବ୍ ଏକ ସତ କଥା ଯେ, ନିଜ ଭିତରୁ ହୁଏତ ଏକ ଅସାଧାରଣ ଭାବ ପ୍ରତ୍ୟୟ ଆସି ସେହି ଶବ୍ଦଟିର ସମ୍ମୁଖୀନ ମଧ୍ୟ ହୋଇପାରେ, ଶବ୍ଦଟିର ଆରୋପ କରାଯାଉଥିବା ନିନ୍ଦାତ୍ମକ ଅର୍ଥଟିକୁ ଚିରି ବାହାର କରି ଦେଇପାରେ ଏବଂ ତା’ପରେ ସେହି ଶବ୍ଦଟିକୁ ଗୌରବ ଏବଂ ଆତ୍ମୋତ୍ସର୍ଗର ଏକ ପ୍ରଭାବଶାଳୀ ପ୍ରତୀକରୂପେ ମଧ୍ୟ ବ୍ୟବହାର କରିପାରେ । ଜଣେ ସେହିପରି ପ୍ରତିଭା, ଜଣେ ଆଗ ଧାଡ଼ିର ଫରାସୀ କମ୍ୟୁନିଷ୍ଟ ଗାବ୍ରିଏଲ୍ ଫେରିଙ୍କର ଉଦାହରଣରୁ ଆମେ ଜାଣୁ ଯେ, ସିଏ ବିଗତ ମହାଯୁଦ୍ଧ ସମୟରେ ସର୍ବପ୍ରଥମେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ଥିଲେ; ବନ୍ଦୀ ହୋଇ ରହିଥିବା ସମୟରେ ନିଜ ସାଥୀମାନଙ୍କର ସମ୍ବାଦ ଦେଇଦେଲେ ତାଙ୍କୁ ମୁକ୍ତ କରି ଦିଆଯିବ ବୋଲି ନାତ୍‌ସୀମାନେ ତାଙ୍କୁ କେତେ ପ୍ରକାରେ ପ୍ରଲୋଭିତ କରାଇଥିଲେ । ସକଳ ପ୍ରଲୋଭନ ସତ୍ତ୍ୱେ ସିଏ ମୁଣ୍ଡ ନୁଆଁଇଲେ ନାହିଁ ଏବଂ ଶେଷକୁ ତାଙ୍କପାଇଁ ଫାଶୀଦଣ୍ଡର ଆଦେଶ ହୋଇଥିଲା । ଫାଶୀ ପାଇବାର ପୂର୍ବଦିନ ସନ୍ଧ୍ୟା ସମୟରେ, ନାନା ବିମର୍ଷତା ଓ ଯନ୍ତ୍ରଣାରେ ଦ୍ୱାହି ହୋଇ ସିଏ ଆପଣାର ବିବେକ ଭିତରକୁ ଅନାଇ ଦେଖୁଥିଲେ । କାରଣ, ଯେତେବେଳେ ଜଣେ ମନୁଷ୍ୟ ଏକ ଆଦର୍ଶର ରକ୍ଷା ନିମନ୍ତେ ମୃତ୍ୟୁବରଣ କରିବାକୁ ଯାଉଥାଏ, ଆଦର୍ଶଟି ମଧ୍ୟରେ ପ୍ରକୃତରେ କିଛି ହେଲେ ଆଦୌ କୌଣସି ଖାଦ ନାହିଁ, ସିଏ ସେଇଟି ସମ୍ପର୍କରେ ସୁନିଶ୍ଚିତ ହୋଇ ପାରିବା ଲାଗି ଇଚ୍ଛା ମଧ୍ୟ କରେ । ଏହିପରି ଗୋଟିଏ ସମୟରେ ଅନେକ ଅଧିକ ସଂବେଦନାଯୁକ୍ତ ଭାବରେ ମନ ଭିତରେ ଆସି ସଂଶୟମାନ ଦେଖା ଦିଅନ୍ତି । ପ୍ରାୟ ଅଭ୍ୟସ୍ତ ଭାବରେ ଯେଉଁମାନେ ସଂଶୟବାଦୀ, ସେମାନେ ତ ତାହାର କଳ୍ପନା ମଧ୍ୟ କରି ପାରିବେ ନାହିଁ । ସେଦିନ ରାତିରେ ପେରି ଏଭଳି ଲେଖିଥିଲେ :

 

ମୋ’ ବନ୍ଧୁମାନଙ୍କର ଜାଣିବା ଉଚିତ ଯେ ମୁଁ ମୋ’ ଜୀବନର ଆଦର୍ଶଗୁଡ଼ିକ ପ୍ରତି ଆଦୌ ବିଶ୍ଵାସ ହରାଇନାହିଁ । ମୋ’ ଦେଶବାସୀ ଜାଣନ୍ତୁ ଯେ, ଯେପରି ମୋ’ ଦେଶ ଫ୍ରାନ୍‌ସ ବଞ୍ଚି ରହି ପାରିବ, ମୁଁ ସେଇଥିପାଇଁ ହିଁ ମୃତ୍ୟୁର ସମ୍ମୁଖୀନ ହେବି । ମୁଁ ଶେଷଥର ନିମନ୍ତେ ନିଜ ବିବେକ ଭିତରକୁ ଅନାଇ ଦେଖିଛି ଏବଂ, ତା’ ଭିତରେ ନକାରାତ୍ମକ କୁହାଯାଇ ପାରିଲାଭଳି କିଛିହେଲେ ଦେଖି ପାରିନାହିଁ । ଯଦି ମୁଁ ପୁନର୍ବାର ନିଜର ଜୀବନଟିକୁ ବଞ୍ଚିବାର ସୁଯୋଗ ଲାଭ କରିବି, ତେବେ ମୁଁ ଠିକ୍ ଏହି ମାର୍ଗଟିକୁ ହିଁ ନିଜର ମାର୍ଗ ବୋଲି ଗ୍ରହଣ କରିନେବି । ଆଜି ରାତିରେ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜାଣୁଛି ଯେ, ମୋ’ର ଜଣେ ପ୍ରିୟ ବନ୍ଧୁ ଯେତେବେଳେ “କମ୍ୟୁନିଷ୍ଟବାଦ୍ ହେଉଛି ଏଇ ପୃଥିବୀର ଯୌବନ-ସମୟ ଏବଂ ତାହା ବର୍ତ୍ତମାନ ପ୍ରକୃତରେ ଆଗାମୀ କାଲିର ସଙ୍ଗୀତଟିକୁ ପ୍ରସ୍ତୁତ କରୁଛି” ବୋଲି କହିଥିଲେ, ସେତେବେଳେ ସେ ଠିକ୍ କଥା ହିଁ କହିଥିଲେ । ମୃତ୍ୟୁର ଦ୍ଵାରଦେଶରେ ମୁଁ ଆପଣାକୁ ପ୍ରକୃତରେ ଅତ୍ୟନ୍ତ ବଳବାନ୍ ବୋଲି ଅନୁଭବ କରୁଛି । ବିଦାୟ, ଯେପରି କି ଫ୍ରାନ୍‌ସ ବଞ୍ଚି ରହିବ । *

 

*Taken from the pamphlet Ceux de Chateaubriant, by Fernand Grenier publish in London by the Communist Party, 1943, p, 30.

 

ଯେଉଁସବୁ ସତ୍ୟ ପାଇଁ ଶ୍ରୀଯୁକ୍ତ ପେରି ମୃତ୍ୟୁକୁ ବରଣ କରିଥିଲେ, ସେଗୁଡ଼ିକୁ ନେଇ ଆମେ ଯାହାକିଛି ଚିନ୍ତା ହୁଏତ କରିବା, ସିଏ ଲେଖିଥିବା ଏହି କେତୋଟି ବାକ୍ୟର ସ୍ଵର ଓ ମୁଁ ଆରରୁ ଯେଉଁମାନଙ୍କର ଉକ୍ତିମାନ ଉଦ୍ଧାର କରିଛି ସେମାନଙ୍କର ସ୍ଵର, ଉଭୟଟି ମଧ୍ୟରେ ଗୋଟିଏ ଖୁବ୍ ମହତ୍ତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି । ଜଣେ ବ୍ୟକ୍ତି ଯେତେବେଳେ ତା’ ଜୀବନର ଶେଷ ହିସାବଟିକୁ ପ୍ରସ୍ତୁତ କରି ରଖିଦିଏ ଏବଂ ସୁଖ ତଥା ଆରାମର ସକଳ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବାହାରି ଆସେ, ସେତେବେଳେ ସେ ଯାହାକିଛି କହିବ, ତାହାକୁ କଦାପି ମାମୁଲି ବା କିଛି ନୁହେଁ ବୋଲି କହି ହେବ ନାହିଁ । ସିଏ କହୁଥିବା ଶବ୍ଦଗୁଡ଼ିକୁ ଆଦୌ ଅପ୍ରାସଙ୍ଗିକ ବୋଲି କହି ଉଡ଼ାଇ ଦିଆଯାଇ ପାରିବନାହିଁ । ପୂରା କୌଣସି ବିଜ୍ଞାପନ ପରି ପ୍ରଚାର କରୁଥିବା ବ୍ୟକ୍ତି କଦାପି ବିଚାର ତଥା ଭାବର ଗମ୍ଭୀରତା ବିଷୟରେ ପତ୍ତା ମଧ୍ୟ ପାଇବ ନାହିଁ । ଯେଉଁମାନେ କୁତ୍ସାର ରଟନା କରନ୍ତି, ସେମାନଙ୍କ ଦ୍ଵାରା ଉକ୍ତ ହୋଇଥିବା ଶେଷକଥାଗୁଡ଼ିକୁ କେହି କ୍ଵିଚିତ୍ ହିଁ ଲିପିବଦ୍ଧ କରି ରଖିବାକୁ ମନ କରିଥାଏ-। ସେମାନଙ୍କର କଥାରେ ସେହି ସ୍ଵରମହିମାଟି ନଥାଏ । ତଥାପି, ମୋର ଖୁବ୍ ଅନ୍ଦାଜ ହେଉଛି ଯେ, ସେମାନଙ୍କ ତୁଣ୍ଡରୁ ବାହାରିଥିବା ସେହି ଖାସ୍ ଶେଷକଥାଗୁଡ଼ିକୁ ଶୁଣି ଶହୀଦମାନଙ୍କୁ ଅବଶ୍ୟ ହସ ଲାଗୁଥିବ ।

 

ଯଦି ଆମେ ହୁଏତ ଶ୍ରୀ ପେରିଙ୍କର ସେହି ବୀରତା-ପ୍ରଦର୍ଶନର କ୍ଷେତ୍ର ପାଇଁ ସମର୍ଥ ହୋଇ ନପାରିବା ଅଥବା ତାଙ୍କ ଆଦର୍ଶଗୁଡ଼ିକ ସହିତ ଏକମତ ହୋଇ ନପାରୁଥିବାରୁ ଆମେ ସେଗୁଡ଼ିକ ଅନୁସାରେ କ୍ରିୟାଶୀଳ ହେବାଲାଗି ଇଚ୍ଛା କରୁ ନଥିବା, ତେବେ ଆମେ ସେହି ସ୍ଥିତିରେ କ’ଣ କରି ପାରିବା ? ଆମକୁ ନିଶ୍ଚୟ କିଛି କରିବାକୁ ହିଁ ହେବ, ତା’ନହେଲେ ତ ସେହି କୁତ୍ସାକାରୀମାନେ ସକଳ ଆଲୋଚନାକୁ ବିଲୁପ୍ତ କରିଦେବେ ଏବଂ ଆପଣାର ମର୍ଜି ଅନୁସାରେ କୌଣସି ସକ୍ରିୟ ପଦକ୍ଷେପ ଗ୍ରହଣ କରାଯିବାକୁ ଅଚଳ କରି ପକାଇବେ । ସାଧାରଣତଃ ଏହିପରି ହୋଇଥାଏ ଯେ, ଆମେ କିଞ୍ଚିତ୍ ରୋଷ ବ୍ୟକ୍ତ କରି ଅଭିଯୋଗଟିକୁ ଅସ୍ଵୀକାର କରୁ; ମାତ୍ର ତଦ୍ଦ୍ଵାରା ନ୍ୟାୟତଃ ଗୋଟିଏ ନିତାନ୍ତ ଅପ୍ରାସଙ୍ଗିକ ପ୍ରଶ୍ନକୁ ନେଇ କେବଳ ସମୟ ନଷ୍ଟ କରିବା ହିଁ ସାର ହୁଏ ଏବଂ ଅନେକ ସମୟରେ ଆଦୌ କୌଣସି ପ୍ରତ୍ୟୟ ମଧ୍ୟ ଦେଇ ପାରୁନଥାଏ । ଲାଲ୍ ରଙ୍ଗର ମାର୍କାଟା ତ କେବେହେଲେ ଗୋଟାଏ ଗାଳି ହିସାବରେ ରହିଥିବା ତାହାର ସେହି ଉପଯୋଗିତାକୁ ହରାଇ ଦେବ ନାହିଁ, ଯେ ପର୍ଯ୍ୟନ୍ତ ଜନସାଧାରଣ ‘କମ୍ୟୁନିଷ୍ଟ’ ଶବ୍ଦଟିର ଯଥାର୍ଥ ତଥା ଆକ୍ଷରିକ ପ୍ରୟୋଗଟିକୁ ସ୍ପଷ୍ଟ ଭାବରେ ବୁଝି ନପାରିଛନ୍ତି, ଉଭୟ ଜନଗଣଙ୍କର ଜୀବନରେ ଏବଂ କାର୍ଯ୍ୟକ୍ରମମାନଙ୍କରେ । ବର୍ତ୍ତମାନ ଆମେ ତାହାର ଅର୍ଥଟିକୁ ଜାଣିବାକୁ ଚେଷ୍ଟା କରିବା ।

 

(କ) କେଉଁ ମନୁଷ୍ୟମାନେ କମ୍ୟୁନିଷ୍ଟ ?

 

ଯେଉଁ ମନୁଷ୍ୟମାନଙ୍କୁ ନେଇ ଆମେ କୌଣସି ଶ୍ରେଣୀଗତ ବିଭାଜନ କରିବାକୁ ଇଚ୍ଛା କରୁଛୁ, ସେମାନଙ୍କର ମତ ସମୂହକୁ ଭିତ୍ତି କରି ହିଁ ଯାହାକିଛି ରାଜନୀତିକ ଶ୍ରେଣୀ-ବିଭାଜନ ସମ୍ଭବ ହେବ । ସମ୍ପୃକ୍ତ ମନୁଷ୍ୟମାନେ ଯେଉଁ ଏକାପରି ମତଗୁଡ଼ିକୁ ଅବଲମ୍ବନ କରି ରହିଥାନ୍ତି, ସେହିଗୁଡ଼ିକ ଅନୁସାରେ ଗୋଟିଏ ଶ୍ରେଣୀର ସଦସ୍ୟରୂପେ ସେମାନଙ୍କର ଗଣନା କରାଯାଏ । କେବଳ ଗୋଟିଏ ସଙ୍ଗଠନରେ ଜଣେ ସଦସ୍ୟ ହୋଇଗଲେ ଯଥେଷ୍ଟ ହୁଏ ନାହିଁ; କାରଣ, ଏପରି ମଧ୍ୟ ହୋଇପାରେ ଯେ, ସେହି ସଂଗଠନଟି ମଧ୍ୟ ତା’ ନାମଟିରୁ ଅନୁମାନ କରାଯାଇ ପାରୁଥିବା ସବୁ ମତଗୁଡ଼ିକୁ ସମ୍ଭବତଃ ସ୍ଵୀକାର ବି କରୁ ନଥାଏ । ଅଥବା, ସେଗୁଡ଼ିକୁ ସ୍ଵୀକାର କରୁଥିଲେ ମଧ୍ୟ ଆପଣାର ନୀତିରୂପେ ହୁଏତ କ୍ରିୟାଶୀଳ କରି ନଥାଏ । ଅନୁସନ୍ଧାନ କରୁଥିବା ସବୁ ସଂସ୍ଥା ଯେପରି ନିଶ୍ଚୟ ଜାଣିଥିବେ, ପ୍ରକୃତରେ ସେହି ମତଗୁଡ଼ିକ ତଥା ସେହିଗୁଡ଼ିକୁ ଭିତ୍ତି କରି କରାଯାଉଥିବା କ୍ରିୟାଶୀଳତା, ଏହି କ୍ଷେତ୍ରରେ ସେହିଗୁଡ଼ିକ ବିଷୟରେ ଆମକୁ ଯାହାକିଛି ଚୂଡ଼ାନ୍ତ ପରିଚୟ ଉପଲବ୍ଧ ହୁଏ ।

 

ଏହି ପଦ୍ଧତିଟିକୁ ଅନୁସରଣ କରି ଆମେ ତାହାହେଲେ କହି ପାରିବା ଯେ, କମ୍ୟୁନିଷ୍ଟ ନାମକ ଏହି ଶବ୍ଦଟି ବସ୍ତୁତଃ ସେହିମାନଙ୍କୁ ବୁଝାଇବ, ଯେଉଁମାନେ କାର୍ଲ୍‍ମାର୍କ୍‌ସ୍‌ଙ୍କର ସିଦ୍ଧାନ୍ତଟିରେ ଅନ୍ତର୍ଗତ ହୋଇ ରହିଥିବା ବିଚାରଗୁଡ଼ିକୁ ଗ୍ରହଣ କରୁଥିବେ । ରୁଷ ବିପ୍ଳବ ସମୟରେ ଲେନିନ୍ ସେହି ସିଦ୍ଧାନ୍ତର ପ୍ରୟୋଗ କରିଥିଲେ ଏବଂ ବିପ୍ଳବଟି ପରେ ଷ୍ଟାଲିନ୍ ମଧ୍ୟ ଯେଉଁ କାର୍ଯ୍ୟଟିକୁ ହାତକୁ ନେଇଥିଲେ । ସେହି ସିଦ୍ଧାନ୍ତରେ ରହିଥିବା ବିଚାର ଏବଂ କାର୍ଯ୍ୟକ୍ରମଗୁଡ଼ିକ ମୋଟାମୋଟି ଏହିପରି ଭାବରେ ବୋଲି କୁହାଯାଇ ପାରିବ : (୧) ଭୂମି ଏବଂ ଉତ୍ପାଦନର ସାଧନଗୁଡ଼ିକ ଉପରେ ସାମୂହିକ ନିୟନ୍ତ୍ରଣର ଗୋଟିଏ ବ୍ୟବସ୍ଥା ରହି ପାରିଲେ ଆମ ବର୍ତ୍ତମାନ ସମାଜରେ ରହିଥିବା ଯାବତୀୟ ବିରୋଧର ଅନ୍ତ ହେବ ଏବଂ ଆଧୁନିକ ଯନ୍ତ୍ରକୌଶଳ ଯେଉଁ ପ୍ରାଚୁର୍ଯ୍ୟ-ସମ୍ଭାବନାକୁ ଆମଲାଗି ଆଣି ଦେଇଛି, ମାନବଜାତି ତାହାର ଅଧିକାରୀ ମଧ୍ୟ ହୋଇପାରିବ । (୨) କେବଳ ରାଜନୀତିକ କ୍ଷମତା ହସ୍ତଗତ ହେଲେ ଯାଇ ସେହି ବ୍ୟବସ୍ଥାର ପ୍ରତିଷ୍ଠା ହେବ ଏବଂ କୃଷକ, ପେଶାଦାର ତଥା ଅବଶ୍ୟ କେତେକ କ୍ଷୁଦ୍ର ମାଲିକଙ୍କର ସହଯୋଗରେ ଶ୍ରମିକଶ୍ରେଣୀ ହିଁ ସେହି କ୍ଷମତାର ଅଧିକାରୀ ହେବ । (୩) ରାଷ୍ଟୀୟ କ୍ଷମତାର ସଂପୂର୍ଣ୍ଣ ସଂଗଠନଟି ହାତକୁ ଆସିଯିବା ପରେ ଶ୍ରମିକଶ୍ରେଣୀ ସମାଜ ଭିତରେ ଗୋଟିଏ ଶ୍ରେଣୀରୂପେ ରହି ଆସିଥିବା ପୁଞ୍ଜିବାଦୀମାନଙ୍କର ଅସ୍ତିତ୍ଵଟିକୁ ସେଇଟିକୁ ହିଁ କାମରେ ଲଗାଇ ବିଲୋପ କରିଦେବ (ତାହାର ଅର୍ଥ ନୁହେଁ ଯେ, ଜଣେ ଜଣେ ବ୍ୟକ୍ତି ହିସାବରେ ମଧ୍ୟ ସେମାନଙ୍କୁ ଖତମ କରିଦେବ), ଏବଂ, (୪) ଏହିସବୁ ଘଟଣା ଗୋଟିଏ ଜାତିର ସୀମାୟତନ ମଧ୍ୟରେ ଘଟିବ, ଅର୍ଥାତ୍, କୌଣସି ଗୋଟିଏ ସ୍ଥାନରେ ସମାଜବାଦର ପ୍ରତିଷ୍ଠା ନିମନ୍ତେ ସବୁଠାରେ ହିଁ ତାହାର ସ୍ଥାପନା କରିବାକୁ ଆଦୌ ପଡ଼ିବ ନାହିଁ । ଏହିପରି କତିପୟ ବିଚାରର କ୍ଷେତ୍ରରେ କମୁନିଷ୍ଟମାନଙ୍କର ଉଦାରପନ୍ଥୀ ଏବଂ ରକ୍ଷଣଶୀଳ ମାନଙ୍କଠାରୁ ଏକ ପାର୍ଥକ୍ୟ ରହିଥାଏ (ଏହି ଉଭୟେ ପୁଞ୍ଜିବାଦକୁ ସମର୍ଥନ କରିଥାନ୍ତି ) ଏମାନେ ସୋସିଆଲିଷ୍ଟଙ୍କ ଠାରୁ ମଧ୍ୟ ଅଲଗା ବୋଲି ବାରି ହୋଇଯାଏ (କାରଣ ସୋସିଆଲିଷ୍ଟ୍‌ମାନେ ରାଷ୍ଟ୍ରୀୟ କ୍ଷମତାକୁ ଦାଖଲ କରି ନେବାର ସପକ୍ଷରେ ମତ ଦିଅନ୍ତି ନାହିଁ ) । ଲେଓ ଟ୍ରଟ୍‌ସ୍କିଙ୍କର ଅନୁଗାମୀମାନଙ୍କ ଠାରୁ ମଧ୍ୟ ସେମାନେ ଅଲଗା ବୋଲି ଜଣା ପଡ଼ନ୍ତି । ଏହି ଟ୍ରଟ୍‌ସ୍କିପନ୍ଥୀମାନେ ଗୋଟିଏ ଦେଶରେ ସମାଜବାଦର ସ୍ଥାପନା ହୋଇ ପାରିବ ବୋଲି ସ୍ଵୀକାର କରନ୍ତି ନାହିଁ । ଏହି ମାର୍କସବାଦୀ ସିଦ୍ଧାନ୍ତର ବିଗତ ଏହି ଶତାବ୍ଦୀବ୍ୟାପୀ ବିକାଶର ଧାରାଟି ଉପରେ ଦୃଷ୍ଟିପାତ କଲେ ଜଣାପଡ଼େ ଯେ, ଏଇଟି ମଧ୍ୟରେ ଘଟିଥିବା ସର୍ବବିଧ ମତବ୍ୟବଧାନ, ଅନ୍ତର୍ଦ୍ୱନ୍ଦ୍ଵ ଓ ବୈରଭାବ ସତ୍ତ୍ୱେ ବେଶ୍ ନିର୍ଦ୍ଦିଷ୍ଟ ଭାବରେ ଏହି ସବୁଯାକ ଗୋଷ୍ଠୀରେ ରହିଥିବା ସାମାନ୍ୟ ଲକ୍ଷଣ ସତ୍ୟଟି ଅବଶ୍ୟ ଘ୍ରାଣ କରିହେବ । ଗୋଟିଏ ଖାସ୍ ଆଇନ୍ ଓ ରାଜନୀତିକ କାର୍ଯ୍ୟକ୍ରମ ଯାହା କି ଆମେ ଏଠାରେ ବର୍ଣ୍ଣନା କରା ଯାଇଥିବା କମ୍ୟୁନିଷ୍ଟ ମାର୍ଗଟିର ବାହାରେ ଥାଏ, ସେଠାରେ ଏହି ‘କମ୍ୟୁନିଷ୍ଟ’ ଶବ୍ଦଟିର ପ୍ରୟୋଗ କରାଗଲେ ସେଇଟିର ତାତ୍ପର୍ଯ୍ୟଟି ପ୍ରକୃତରେ କିପରି କ’ଣ ହେବ, ସେକଥା ନିଶ୍ଚିତ କରି କହିବାକୁ ଚେଷ୍ଟା କଲେ ଆମକୁ ଗୋଟିଏ ଅଧିକ ସୂକ୍ଷ୍ମ ସମସ୍ୟାର ସମ୍ମୁଖିନ ହେଉଥିବା ପରି ନିଶ୍ଚୟ ଲାଗିବ । ଯଦି ସେହି କାର୍ଯ୍ୟକ୍ରମଟି ଏପରି ହୋଇଥିବ ଯେ ତାହା ଜାତିଟିକୁ ସାମ୍ୟବାଦର ଏକାବେଳେକେ ଧରାଯାଏ ନେଇ ଆସିବା ବା ତାହାର ଏକ ପ୍ରକୃତ ନିର୍ମାଣ ସହିତ ସମ୍ପୃକ୍ତ ରହିଥିବ, ତେବେ ସେହି କ୍ଷେତ୍ରରେ ସନ୍ଦେହର କୌଣସି ଅବକାଶ ନଥିବ ଯେ, ସେହି କ୍ଷେତ୍ରରେ ଉକ୍ତ ଶବ୍ଦଟିର ପ୍ରୟୋଗ ନିଶ୍ଚୟ ସମୀଚୀନ ହେବ । କିନ୍ତୁ ଆମେ ସେହି ଅନ୍ୟ କାର୍ଯ୍ୟକ୍ରମ ଏବଂ ପ୍ରୟୋଗ ସମ୍ପର୍କରେ କ’ଣ କହିବା, ଯେଉଁଗୁଡ଼ିକ କି ସମାଜବାଦର ପ୍ରକୃତରେ ବହୁ ଦୂରରେ ଯାଇ ରହିଥିବେ ଏବଂ ସେପରି କୌଣସି ଅଭିପ୍ରାୟକୁ ପୋଷଣ କରି ସେଗୁଡ଼ିକର କଳ୍ପନା ମଧ୍ୟ କରା ଯାଇନଥିବ ?

 

(ଖ) କୌଣସି କାର୍ଯ୍ୟକ୍ରମକୁ କେତେବେଳେ ଯାଇ ଏକ କମ୍ୟୁନିଷ୍ଟ କାର୍ଯ୍ୟକ୍ରମ ବୋଲି କୁହାଯିବ ?

 

ଗୋଟିଏ ଅର୍ଥରେ କୁତ୍ସାକାରୀମାନେ ଯେକୌଣସି କଥାକୁ ମଧ୍ୟ ‘କମ୍ୟୁନିଷ୍ଟ’ ବୋଲି କହିଥାଆନ୍ତି, ଏବଂ ଏପରି ଏକ ଅପବାଦକୁ ଶୁଣି ସେମାନେ ଆଦୌ ପ୍ରସନ୍ନ ହୋଇ ପାରନ୍ତିନାହିଁ । କିନ୍ତୁ, ସେମାନଙ୍କ ଭିତରୁ ଅପେକ୍ଷାକୃତ ଅଧିକ କୁଶଳମାନେ ଉକ୍ତ ଶବ୍ଦଟିର ପ୍ରୟୋଗ କରାଯିବା ସମୟରେ ଅନ୍ତତଃ ବୁଦ୍ଧିମତ୍ତାର ଏକ ପ୍ରତୀତି ଅବଶ୍ୟ ରହିଥିବା ଉଚିତ ବୋଲି ସର୍ବଦା ହିଁ ସଜ୍ଞାନ ରହିଥାନ୍ତି । ସେହି ଅନୁସାରେ ସେମାନେ ଅନେକ ସମୟରେ ଆପଣାର ଉକ୍ତ ପ୍ରୟୋଗଟିର ସପକ୍ଷରେ ଏଭଳି ଗୋଟିଏ ଭୂମି ରହିଥିବାର ଦର୍ଶାଇ ଦିଅନ୍ତି ଯେ ଆଲୋଚିତ କାର୍ଯ୍ୟକ୍ରମଟିକୁ କମ୍ୟୁନିଷ୍ଟମାନେ ସମର୍ଥନ କରୁଛନ୍ତି କିମ୍ବା ଉକ୍ତ କାର୍ଯ୍ୟକ୍ରମଟି ଦ୍ଵାରା କୌଣସି ନା କୌଣସି ପ୍ରକାରର ସାମୂହିକ ସକ୍ରିୟତା ରହିଥିବା ଉଦ୍ୟମର ଚିନ୍ତା କରାଯାଉଛି, ଏହି ଦୁଇଟିଯାକ କଥାରେ ଯଥେଷ୍ଟ ଆଧାର ହିଁ ନାହିଁ ଏବଂ ଆମେ ସେହି କଥାଟିକୁ ପରୀକ୍ଷା କରି ଦେଖିବା ।

 

ସାମ୍ୟବାଦୀ ହୋଇନଥିବା ସର୍ବବିଧ କାର୍ଯ୍ୟକ୍ରମ ପ୍ରତି କମ୍ୟୁନିଷ୍ଟବାଦର କେଉଁପରି ମନୋଭାବ ରହିବ, ସ୍ଵୟଂ ମାର୍କ୍‌ସ୍ ଏକଦା ତାହା ନିର୍ଦ୍ଦିଷ୍ଟ କରି ଦେଇଥିଲେ :

 

କମ୍ୟୁନିଷ୍ଟମାନେ ତତ୍କାଳିକ ଏକାଧିକ ଲକ୍ଷ୍ୟର ପୂରଣ ନିମନ୍ତେ ମଧ୍ୟ ସଂଗ୍ରାମ କରନ୍ତି, ଶ୍ରମିକବର୍ଗଙ୍କର ଏକାଧିକ ତୁରନ୍ତ ଆବଶ୍ୟକତାଗୁଡ଼ିକର ପୂରଣ ହେଉ ବୋଲି ମଧ୍ୟ ସଂଗ୍ରାମ କରୁଥାନ୍ତି; ମାତ୍ର, ଉପସ୍ଥିତ ମୁହୂର୍ତ୍ତଟିର ଏହି ଆନ୍ଦୋଳନଟିରେ ମଧ୍ୟ ସେମାନେ ସେହି ଆନ୍ଦୋଳନଟିର ଭବିଷ୍ୟତଟିର ମଧ୍ୟ ପ୍ରତିନିଧିତ୍ଵ କରନ୍ତି ଏବଂ ସେଇଟି ସହିତ ଆପଣାକୁ ସମ୍ପୃକ୍ତ କରି ରଖିଥାନ୍ତି ।

 

ତେଣୁ, କମ୍ୟୁନିଷ୍ଟମାନେ (ଏଠାରେ ସେମାନଙ୍କର ଯେପରି ଭାବରେ ସଜ୍ଞା କରାଯାଇଛି) ଯେ ଗୋଟିଏ କୌଣସି ଖାସ୍ ବିଧାନକୁ ସମର୍ଥନ ଜଣାଉ ଥାଆନ୍ତି, ସେଥିରୁ ଆମେ କେବେହେଲେ କେବଳ ଏତିକି ବ୍ୟତୀତ ଅନ୍ୟ କିଛି ଆଦୌ ଅନୁମାନ କରିବା ନାହିଁ ଯେ ସେମାନେ ଏଇଟିକୁ ଶ୍ରମିକମାନଙ୍କର ସ୍ଵାର୍ଥ ଦୃଷ୍ଟିରୁ ଅନୁକୂଳ ବୋଲି ବିଚାର କରୁଛନ୍ତି । ମାତ୍ର ତୁମେ ଏପରି ମଧ୍ୟ ବିଚାର କର ବୋଲି ଜଣେ କୁତ୍ସାକାରୀ ଇଚ୍ଛା କରୁଥାଏ ଯେ, ଏହି ବିଧେୟକଟି ପ୍ରକୃତରେ ବର୍ତ୍ତମାନ ଅଥବା ଯଥା ସମ୍ଭବ କମ୍ ସମୟରେ ସାମ୍ୟବାଦର ହିଁ ପ୍ରତିଷ୍ଠା ହେଉ ବୋଲି ନିଶ୍ଚୟ ଏକ ମତଲବ ରଖିଛି ଏବଂ ତେଣୁ ଅବଶ୍ୟ ଜାଣି ରଖିବାକୁ ହେବ ଯେ ସେହି କାରଣରୁ କମ୍ୟୁନିଷ୍ଟମାନେ ସେଇଟିର ସମର୍ଥନ କରୁଛନ୍ତି । କିନ୍ତୁ ଏକ ସୁନିଶ୍ଚିତ ସତ୍ୟ ଯେ, କୌଣସି ଗୋଟିଏ ଆଇନ୍ ପାସ୍ ହୋଇଯିବା ଦ୍ଵାରା ସାମ୍ୟବାଦର ମଧ୍ୟ ପ୍ରତିଷ୍ଠା ହୋଇଯିବା ସୁଦୂରପରାହତ ହୋଇ ରହିଥିବ । ଉପରେ ଉଲ୍ଲେଖ କରାଯାଇଥିବା ଆଇନ୍‌ଟି ବିଷୟରେ ମଧ୍ୟ ତାହାହିଁ କୁହାଯିବ । ହଁ, ଉଭୟ ମଧ୍ୟରେ କେବଳ ଏତିକି ସମ୍ପର୍କ ଖୁବ୍ ସମ୍ଭବ ରହିଥିବ ଯେ, ଆଇନ୍‌ଟି ଦ୍ଵାରା ଶ୍ରମିକ ସଂଗଠନଗୁଡ଼ିକ ହାତରେ ଯଥେଷ୍ଟ ପରିମାଣରେ ରାଜନୀତିକ ଓ ଆର୍ଥିକ କ୍ଷମତା ସୁରକ୍ଷିତ ରହିବ, ଯାହାଦ୍ୱାରା କି ସେମାନେ କୌଣସି ଏକ ପରବର୍ତ୍ତୀ ସମୟରେ ସାମ୍ୟବାଦର ପ୍ରତିଷ୍ଠା ଲାଗି କିଛି ପଦକ୍ଷେପ ଗ୍ରହଣ କରିପାରିବେ । ନାଇଁ, ଏହିଭଳି ଭାବରେ ସୁରକ୍ଷା ପାଇବା ଦ୍ଵାରା ଶ୍ରମିକମାନଙ୍କର ସଙ୍ଗଠନମାନେ ସିଧା ସକ୍ରିୟ ଭାବରେ ସେହି ସାମ୍ୟବାଦ ଆଡ଼କୁ ଗତି କରିବେ ବୋଲି କହିବା ନିମନ୍ତେ ସେହି କୁତ୍ସାକାରୀର ଯଦି ଉଦ୍ଦେଶ୍ୟ ଥିବ, ତେବେ ତାହାର ଏତିକି ଅର୍ଥ ହେବ ଯେ, ସିଏ ମଧ୍ୟ ପ୍ରାୟ ସେହି ମାର୍କସ୍‌ବାଦଟିର କଥା ହିଁ କହୁଛି ଏବଂ ପୃଥିବୀର ନିତାନ୍ତ ଅକୁଶଳ ଚିତ୍ରକାରମାନେ ଯେପରି କରିଥାନ୍ତି, ସିଏ ସ୍ଵୟଂ ଆଉ କୌଣସିଠାରେ ଯେଉଁ ଚିତ୍ରଟିକୁ ମଇଳା କରି ଦେବାକୁ ପାଞ୍ଚ କରୁଥିଲା, ବିଚରା ସିଏ ବର୍ତ୍ତମାନ ନିଜର ଦେହଟା ଉପରେ ମଧ୍ୟ ସେହିଗୁଡ଼ିକୁ ଆଙ୍କି ସମସ୍ତଙ୍କୁ ଦେଖାଇବା ପାଇଁ ବାହାରିଛି ।

 

ଗୋଟିଏ ରାଜନୀତିକ କାର୍ଯ୍ୟକ୍ରମକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କର କେବଳ ଗୋଟିଏ ଗୋଷ୍ଠୀର ମତକୁ ଆଧାର କରି ସମଗ୍ର କାର୍ଯ୍ୟକ୍ରମଟିକୁ ସର୍ବଦା କେବଳ ଏକ ନ୍ୟାୟବହିର୍ଭୂତ କଥା ବୋଲି କୁହାଯିବ । ଏବଂ, ସେହି ଗୋଷ୍ଠୀଟି ମଧ୍ୟ ଅତ୍ୟନ୍ତ ସାନ ଗୋଷ୍ଠୀଟିଏ ହୋଇଥିବ । ବରଂ, ଏକ ଯଥାର୍ଥ ବର୍ଣ୍ଣନାତ କେବଳ ତାହାକୁ କୁହାଯିବ, ଯାହାକି ତାହାର ପ୍ରକୃତ ସର୍ଜକ ତଥା ସମର୍ଥକମାନଙ୍କ ଉପରେ ନିଜକୁ ଆଧାରିତ କରି ରଖିଥିବ ଏବଂ କାର୍ଯ୍ୟକ୍ରମଟି ପ୍ରକୃତରେ ଯେଉଁ ବୃହତ୍ତର ଲକ୍ଷ୍ୟଗୁଡ଼ିକୁ ହାସଲ କରିବ ବୋଲି ସେମାନେ ଇଚ୍ଛା କରିଥିଲେ, ସେହିଗୁଡ଼ିକୁ ଅବଲମ୍ବନ କରି ରହିଥିବ । ଏହି କଷଟିଟି ଅନୁସାରେ ଏକଥା ସଂପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ଯେ, ଚର୍ଚ୍ଚିତ ସେହି ନୀତିଟିକୁ ଆଦୌ ମାର୍କ୍‌ସୀୟ କୌଣସି ଧାରାକୁ ଭିତ୍ତି କରି ଚିନ୍ତା କରାଯାଇ ନଥିଲା । ଏକ ରାଜନୀତିକ ଉଦାରବାଦର ଦର୍ଶନକୁ ଭିତ୍ତି କରି ସେଇଟିର କଳ୍ପନା ହୋଇଥିଲା । ଅର୍ଥାତ୍, ଉତ୍ପାଦନର ସାଧନଗୁଡ଼ିକ ବ୍ୟକ୍ତି-ମାଲିକାନା ବ୍ୟବସ୍ଥାଟିର ହାତରେ ରହିବ ଏବଂ ସେହି ବୃତ୍ତଟି ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତିକୁ ଅର୍ଥନୈତିକ ସୁଯୋଗଚୟ ଯୋଗାଇ ଦିଆଯିବ, ଏହିପରି ଏକ ଦୃଷ୍ଟିକୋଣକୁ ଭିତ୍ତି କରି । କିଞ୍ଚିତ୍ ବାସ୍ତବବୁଦ୍ଧି ରହିଥିବା କୌଣସି ବ୍ୟକ୍ତି କେବେବି ଗମ୍ଭୀରତା ସହିତ ବିଶ୍ଵାସ କରି ନଥିବ ଯେ, ସଭାପତି ରୁଜ୍‌ଭେଲ୍‌ଟ୍ ତଥା କଂଗ୍ରେସରେ କିମ୍ବା ଆମେରିକାର ଭୋଟ୍‌ଦାତାମାନଙ୍କ ମଧ୍ୟରେ ରହିଥିବା ତାଙ୍କର ସମର୍ଥକମାନେ ପ୍ରକୃତରେ କମ୍ୟୁନିଷ୍ଟ ହୋଇଥିବେ ଅଥବା ସେହି ଆଡ଼କୁ କିଞ୍ଚିତ୍ ପରିମାଣରେ ମଧ୍ୟ ଢଳି କରି ରହିଥିବେ ।

 

ଏବଂ, ସାମୂହିକ କ୍ରିୟାଶୀଳତା ରହିଥିବା ସେହି କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ମଧ୍ୟ ପ୍ରକୃତରେ କ’ଣ କୁହାଯିବ ? ସେଗୁଡ଼ିକୁ ମଧ୍ୟ ଯଥୋଚିତ ଭାବରେ ‘କମ୍ୟୁନିଷ୍ଟ’ ବୋଲି କୁହାଯାଇ ପାରିବ କି ? ଏଥିରେ ଆଦୌ କୌଣସି ସନ୍ଦେହ ରହିବ ନାହିଁ ଯେ, ସାମ୍ୟବାଦର ଯାବତୀୟ କାର୍ଯ୍ୟ କେବଳ ଏକ ସାମୂହିକ କାର୍ଯ୍ୟରୂପେ କରାଯାଇଥାଏ, କାରଣ ଏକ ସାମ୍ୟବାଦୀ ବ୍ୟବସ୍ଥା ମଧ୍ୟରେ ଯାବତୀୟ ପଦାର୍ଥର ଉତ୍ପାଦନ ଏବଂ ବିତରଣ ବିଷୟରେ ସମଗ୍ର ସମୂହଟି ହିଁ ଯାହାକିଛି ଯୋଜନା କରେ, ଏବଂ ସମୁଦାୟ ସମୂହଟିକୁ ଆଖି ଆଗରେ ରଖି ସେହି ଯୋଜନାମାନଙ୍କୁ କରାଯାଏ । ମାତ୍ର, ତେବେ, ସାମୂହିକ ସକଳ କାର୍ଯ୍ୟକୁ କ’ଣ ସୋସିଆଲିଷ୍ଟ୍ କାର୍ଯ୍ୟ ବୋଲି କୁହାଯିବ : ତିମିମାତ୍ରେ ସମସ୍ତେ ହେଉଛନ୍ତି ସ୍ତନ୍ୟପାୟୀ, କିନ୍ତୁ ତା ବୋଲି ସ୍ତନ୍ୟପାୟୀ ସମସ୍ତଙ୍କୁ ତିମି ବୋଲି କୁହାଯିବ କି ?

 

ହଁ, ତଥାପି ଏଭଳି ମନୁଷ୍ୟମାନେ ଅଛନ୍ତି, ଯେଉଁମାନେ ସେହିଭଳି ଭାବୁଥିବା ପରି ମନେ ହୋଇଥାଏ, କର୍ମ ନଥିବା ବ୍ୟକ୍ତିମାନଙ୍କୁ ନାନାବିଧ ସହାୟତା ଯୋଗାଇଦେବା ନାନାପ୍ରକାର ଶ୍ରମ କରି କିଛି ଉପାର୍ଜନ କରିବାର ପ୍ରକଳ୍ପମାନ, ସ୍ୱାସ୍ଥ୍ୟ-ବୀମା, ମଜୁରୀ ଓ ଦରଦାମ ଉପରେ ସରକାରୀ ନିୟନ୍ତ୍ରଣ ପ୍ରଭୃତି ଯେତେ ଯାହା କାର୍ଯ୍ୟ ହାତକୁ ନିଆଯାଏ, ଏଗୁଡ଼ିକୁ କୌଣସି ନା କୌଣସି ସମୟରେ ଏହିପରି ଭାବରେ ନିନ୍ଦା କରାଯାଇ ଆସିଛି । ତଥାପି, ସତ୍ୟ କଥାଟି ହେଉଛି ଯେ, ପୁଞ୍ଜିବାଦୀ ଦେଶମାନେ ମଧ୍ୟ ଅନେକ ସମୟରେ ସାମୂହିକ ନାନା କାର୍ଯ୍ୟ ହାତକୁ ନେଇଛନ୍ତି, ଏବଂ ଆଗରୁ ଯେପରି ପୁଞ୍ଜିବାଦୀ ଥିଲେ, ଏପରି କରି ମଧ୍ୟ ପୁଞ୍ଜିବାଦୀ ହୋଇ ହିଁ ରହିଛନ୍ତି । ଏମାନେ ଆପଣାର ଡାକ-ବ୍ୟବସ୍ଥା ପ୍ରଭୃତି ବିଭାଗରେ ସେହିଭଳି କରିଛନ୍ତି । ଏଗୁଡ଼ିକ ଆବଶ୍ୟକ ହୋଇଛନ୍ତି ଓ ତଥାପି ବ୍ୟକ୍ତିମାନେ ନିଜ ଆଡ଼ୁ ଆକୃଷ୍ଟ ହୋଇ ସେଗୁଡ଼ିକ ନିମନ୍ତେ ଅଗ୍ରସର ହୋଇ ବାହାରିବା ଭଳି ଲାଭ ମିଳିବ ନାହିଁ ବୋଲି ସେଗୁଡ଼ିକରେ ପଶିନାହାନ୍ତି । ଯୁଦ୍ଧ ପ୍ରଭୃତି ଖୁବ୍ କୌଣସି ଜରୁରୀ ପରିସ୍ଥିତିର ଅବସର ଗୁଡ଼ିକରେ ଅବଶ୍ୟ କରିଛନ୍ତି,–କାରଣ ସେତେବେଳେ ସମଗ୍ର ଜାତିଟି ହିଁ କ୍ରିୟାଶୀଳ ରହି ସାମୂହିକ ଭାବରେ ସବୁକିଛି ନକଲେ ବିଜୟ ଲାଭ କରିବା ସମ୍ଭବ ହେବ ବୋଲି ଆଦୌ ବିଶ୍ଵାସ ହୋଇନାହିଁ । ଯଦି ଯେକୌଣସି ସାମୂହିକ କ୍ରିୟାଶୀଳତା ସାମ୍ୟବାଦୀ ହୋଇଥାନ୍ତା, ପ୍ରଚାର ଦ୍ଵାରା ଜନମାନସକୁ ପ୍ରବର୍ତ୍ତାଇ ପାରିବା ସମ୍ଭବ ନିଶ୍ଚୟ ହେବ ବୋଲି ବିଶ୍ଵାସ କରୁଥିବା ସେହି ଖାସ୍ ଲୋକମାନେ ଯଦି ମନେ କରୁଥାନ୍ତି,–ତେବେ ସେଥିରୁ ଏହିପରି ଏକ ଉପସଂହାର କରିବାକୁ ହେବ ଯେ, ସାମ୍ୟବାଦୀ ଧାରାରେ ନିଜର ଆଚରଣକୁ ମାର୍ଜିତ କରି ନଜାଣି ପାରିଲେ ପୁଞ୍ଜିବାଦ କେବେହେଲେ ତା’ର ସର୍ବପ୍ରଧାନ ଅସଲ ଆବଶ୍ୟକତାମାନଙ୍କର ପୂରଣ କରି ପାରିବନାହିଁ ।

 

ଯଦି ଆମର ଏହି ବିଶେଷଣଟିରେ ଭୁଲ୍ ନଥାଏ, ତେବେ କେବଳ କମ୍ୟୁନିଷ୍ଟମାନେ ସମର୍ଥନ କରୁଛନ୍ତି ଅଥବା ସେଥିପାଇଁ କୌଣସି ସାମୂହିକ କ୍ରିୟାଶୀଳତା ଅବଲମ୍ବନ କରାଯାଉଛି ବୋଲି ଏକ ରାଜନୀତିକ କାର୍ଯ୍ୟକ୍ରମ କିମ୍ବା ବିଧି-ପ୍ରଣୟନକୁ ମୋଟେ କମ୍ୟୁନିଷ୍ଟ ବୋଲି କୁହାଯିବନାହିଁ । ସାମ୍ୟବାଦର ପ୍ରତିଷ୍ଠା ନିମନ୍ତେ ଏକ ବୃହତ୍ତର କାର୍ଯ୍ୟକ୍ରମ ସହିତ ସେଗୁଡ଼ିକୁ ଗୁନ୍ଥି ଦିଆଯାଇ ନଥିବା ଯାଏ ସାମ୍ୟବାଦ ବାହାରର ସର୍ବବିଧ କାର୍ଯ୍ୟକ୍ରମ ତଥା ପଦକ୍ଷେପ ନ୍ୟାୟତଃ ସେହି ବିଶେଷଣଟିରୁ ମୁକ୍ତ ହୋଇ ରହିପାରିବେ । ସେଗୁଡ଼ିକର ଅଧିକସଂଖ୍ୟକ ସମର୍ଥନ ଯେପରି ବିଚାର କରୁନଥିଲେ ପ୍ରକୃତରେ ତାହାହିଁ ହେବ । ଅନ୍ୟ ଯାବତୀୟ ସ୍ଥିତିରେ ସେହି ଶବ୍ଦଟିକୁ ଆଣି ଏଠାରେ ପ୍ରୟୋଗ କଲେ ତାହା ନିତାନ୍ତ ଭୁଲ ହେବ ଅଥବା ଏପରି କହି ପ୍ରକୃତରେ ନିଶ୍ଚୟ କୌଣସି କୁତ୍ସା କରାଯାଉଛି ବୋଲି ଜାଣିବାକୁ ହେବ । ଏବଂ, ସେତେବେଳେ ଯାହାକିଛି ସାମୂହିକ ଭାବରେ କରାଯାଉଛି କିମ୍ବା ଶ୍ରମିକମାନଙ୍କର ଭଲ ପାଇଁ ହେଉଛି, ତାହା ଅବଶ୍ୟମ୍ଭାବୀ ଭାବେ ସାମ୍ୟବାଦକୁ ଡାକି ନେଇ ଆସିବ, କେବଳ ଏହିପରି ଯୁକ୍ତିଟିଏ ଦ୍ଵାରା ହିଁ ସମ୍ପୃକ୍ତ ସେମାନେ ଆପଣାକୁ ବଞ୍ଚାଇ ରଖିବା ସକାଶେ ଚେଷ୍ଟା କରିବେ । ତେଣୁ, କୁତ୍ସାକାରୀମାନେ ପ୍ରକୃତରେ ଭୁଲଟିଏ କରୁଛନ୍ତି ଅଥବା ଅସାଧୁତାର କୌଣସି ଆଚରଣ କରୁଛନ୍ତି ବୋଲି ନିଜ ପାଖରେ ସ୍ଵୀକାର ହିଁ କରନ୍ତୁ । କିଛି ଭ୍ରାନ୍ତି ସୃଷ୍ଟି କରିବାକୁ ଉଦ୍ଦେଶ୍ୟ ରଖିଛନ୍ତି ବୋଲି ସ୍ଵୀକାର କରନ୍ତୁ । ଏହି ବିକଳ୍ପଗୁଡ଼ିକ ଭିତରୁ ସେମାନେ କେଉଁଟିକୁ ବାଛିବେ, ସେହି କଥାଟି ଜାଣିବା ନିଶ୍ଚୟ ବେଶ୍ ଆଗ୍ରହୋଦ୍ଦୀପକ ହୁଅନ୍ତା ।

 

ନ୍ୟାୟଶାସ୍ତ୍ର ଓ ଭାବାବେଗ

 

ସଂପୂର୍ଣ୍ଣ ଭାବରେ କେତେକ ଭାବାବେଗକୁ ପ୍ରେରିତ କରି ଆଣିବା ନିମନ୍ତେ ଯେତେବେଳେ ଶବ୍ଦଗୁଡ଼ିକୁ ବ୍ୟବହାର କରାଯାଏ, ସେଥିରୁ ଜାତ ହେଉଥିବା ବିରୋଧଗୁଡ଼ିକୁ ଏହିପରି ଭାବରେ ନିରୀକ୍ଷଣ କରିସାରିବା ପରେ ଆମେ ବର୍ତ୍ତମାନ ସର୍ବଶେଷ ପ୍ରଶ୍ନଟିକୁ ଆସିବା : ତେବେ ପ୍ରଧାନତଃ ନାନା ଆବେଗକୁ ବ୍ୟକ୍ତ କରୁଥିବା ଭାଷାକୁ ବ୍ୟବହାର କରିବା ପ୍ରକୃତରେ ଉଚିତ ହେବ କି,–ଏବଂ ଯଦି ହଁ, ତେବେ ଆମେ ଏହାକୁ କିପରି ଭାବରେ ବ୍ୟବହାର କରିବା ? ନିଜକୁ ପ୍ରମାଦ ଓ କୁତର୍କ ଦୁଇଟିଯାକରୁ ମୁକ୍ତ ରଖିବାକୁ ଚେଷ୍ଟା କରି ବେଶ୍ କେତେ ଲେଖକ ଆପାତତଃ ଏପରି ବିଶ୍ଵାସ କରିବାକୁ ଆରମ୍ଭ କରିଛନ୍ତି ଯେ, ନାଇଁ, ନାଇଁ, ଭାଷା ବସ୍ତୁତଃ ସର୍ବଦା ତଥା ସର୍ବପ୍ରକାରେ ହିଁ ଆବେଗମୁକ୍ତ ହେବା ଅତ୍ୟାବଶ୍ୟକ । ସତେଅବା ଏଡ଼େ ପାଟି କରି କିଛି କହିବା ପରିବର୍ତ୍ତେ ଏମାନେ ତ ଏଭଳି ଥିରିଥିରି ଭାବରେ ସବୁକଥା କହନ୍ତି, ଯାହାକୁ କ୍ଵଚିତ୍ ଶୁଣିହେବ । ତେଣୁ ଆଦୌ କୌଣସି ଆଳଙ୍କାରିକତା ନଥିବ, ଉପଦେଶ ନଥିବ, ଏପରିକି ଏକ କ୍ଷୀଣମାତ୍ରାରେ କୌଣସି ବୃତ୍ତିଗତ ଚଟୁଳତା ମଧ୍ୟ ରହିବନାହିଁ । ସେମାନେ ଲେଖୁଥିବା ଗଦ୍ୟଟି ଉପରକୁ ଏକ ବ୍ୟାପ୍ତିଯୁକ୍ତ ନିରପେକ୍ଷତା ଅବଶ୍ୟ ଅବତରଣ କରିଥିବ ।

 

ଆଦୌ କୌଣସି ସନ୍ଦେହ ନାହିଁ ଯେ ଏଇଟି ହେଉଛି ଠିକ ଓଲଟା ଗୋଟିଏ ଅତିମାତ୍ରା ଏବଂ ଆରଟି ଠାରୁ ଆଦୌ କମ୍ ଭ୍ରମଯୁକ୍ତ ମଧ୍ୟ ନୁହେଁ । ମନେ ହେଉଛି, ଏଇଟି ଏପରି ଗୋଟିଏ ବିଶ୍ଵାସ ଉପରେ ଭରା ଦେଇ ଠିଆ ହୋଇଥାଏ ଯେ, ଗୋଟିଏ ଏକକ ଶବ୍ଦ ନିଶ୍ଚୟ ପକ୍ଷପାତମୁକ୍ତ ହୋଇ ପାରୁଥିବାରୁ, ଯଦି ଏହି ରୀତିର ଶବ୍ଦଗୁଡ଼ିଏ ଲଗାଇ ଏକ ଗଦ୍ୟଶୈଳୀକୁ ନିର୍ମାଣ କରି ଆଣିହେବ, ତେବେ ତାହାକୁ ବେଶ୍ ସଂଗତି ରହିଥିବା ନିରପେକ୍ଷତା ବୋଲି ନିଶ୍ଚୟ କୁହାଯାଇ ପାରିବ । କିନ୍ତୁ, ଏହା ଆଦୌ ସେପରି କୌଣସି ଉଦ୍ଦେଶ୍ୟର ସାଧନ କରେ ନାହିଁ । ବରଂ, ବିପରୀତଟାଏ ସମ୍ଭବତଃ ଘଟେ ଯେ, ଆମେ ଯେତେବେଳେ ଯାହା ବିଷୟରେ କିଛି ଲେଖିବା, ମନୁଷ୍ୟ ଜୀବନରେ ତାହାର ଗୋଟିଏ କିସମର ତାତ୍ପର୍ଯ୍ୟ ନିଶ୍ଚୟ ରହିବ, ଏହିଭଳି କେବଳ ଏକ ଅନୁମାନ କଲେ ଯାଇ ଏଭଳି ଏକ ଶୈଳୀର ଆଦୌ କୌଣସି ଯଥାର୍ଥତା ରହିବ । ଏବଂ, ଭାଷାଟି ନିରପେକ୍ଷ ହୋଇଥିବାରୁ ମଧ୍ୟ ତାହାର ତାତ୍ପର୍ଯ୍ୟ ବୋଲି ମୋଟେ କିଛି ହିଁ ନଥିବ । ଏହିପରି ପୂର୍ଣ୍ଣମାତ୍ରାର ଏକ ନିରପେକ୍ଷତା ସବୁକିଛିକୁ କେବଳ ମାନ୍ଦା ହିଁ କରିଦିଏ : “ସେହି ସଂପୂର୍ଣ୍ଣ ଏକାନ୍ତ ଏବଂ ଏକସମତଳ ବାଲୁକାରାଶି କୁଆଡ଼େ କେତେ କେତେ ଯାଏ ବିସ୍ତାରିତ ହୋଇ ରହିଥାଏ ।”

 

ଏପରି ପ୍ରକାରେ ପ୍ରକୃତରେ ଏକ ନିରପେକ୍ଷତା ଅବଲମ୍ବନ କରି ରହିହେବ କି ନାହିଁ, ସେହି ବିଷୟରେ ମଧ୍ୟ ବହୁତ ସନ୍ଦେହ ଅବଶ୍ୟ ରହିବ । ଏହି ଶବ୍ଦମାନଙ୍କୁ ତ କେବଳ ଆମେ ମନୁଷ୍ୟମାନେ ହିଁ ବ୍ୟବହାର କରୁ ଏବଂ ମନୁଷ୍ୟ ଜୀବନର ସକଳ କ୍ଷେତ୍ରରେ ହିଁ ମାନବୀୟ ପ୍ରକୃତି ସହିତ ସେହି ଶବ୍ଦମାନ କେଡ଼େ ଚମତ୍କାର ଭାବରେ ଜଡ଼ିତ ଓ ମିଶ୍ରିତ ହୋଇ ରହିଥାନ୍ତି । ମୃତପ୍ରାୟ ଭାଷାମାନଙ୍କରୁ ଏକ ଜୀବନ୍ତ ଶବ୍ଦାବଳୀର ଉଦ୍‍ଭାବନ କରି ସେହି ବାସ୍ତବ ଘଟଣାଟି ଠାରୁ ନିଷ୍କୃତି ପାଇବାର ଯାବତୀୟ ପ୍ରଚେଷ୍ଟା କେବଳ ଏକ ମିଥ୍ୟାପୂର୍ଣ୍ଣ ଓ ଅପ୍ରିୟ ଶବ୍ଦମୟତାରେ ହିଁ ପରିସମାପ୍ତି ଲାଭ କରିଥାଏ । ଏପରିକି, ପକ୍ଷପାତରୁ ମୁକ୍ତ ବୋଲି ଅନୁମାନ କରାଯାଉଥିବା ବିଜ୍ଞାନର ଭାଷା ମଧ୍ୟ ଏହି କାଟର ଉକ୍ତ ସଂକ୍ରମଣରୁ ତଥାପି ନିର୍ଭରଯୋଗ୍ୟ ମୁକ୍ତି ଦେଇ ପାରେନାହିଁ । ବୈଜ୍ଞାନିକ ନିଉଟନ୍ ଆମକୁ ପରିଚିତ କରାଇ ଦେଇଥିବା ବିଶ୍ଵଚିତ୍ରଟି ପ୍ରତି ଅଷ୍ଟାବିଂଶ ଶତାବ୍ଦୀରେ ଯେଉଁ ବିସ୍ମୟ ଏବଂ କୃତଜ୍ଞ ଭାବ ଏକତ୍ର ପ୍ରକାଶ ପାଇଥିଲା, ତାହାହିଁ ତ ବର୍ତ୍ତମାନ ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କର ଆପେକ୍ଷିକତାବାଦ ପର୍ଯ୍ୟନ୍ତ ପ୍ରଲମ୍ବିତ ବି ହୋଇ ଆସିଛି । ପାତ୍ସର୍‌ଙ୍କର ଠେକୁଆ ଏବଂ ମେଣ୍ଡେଲଙ୍କର ମଟରଦାନାମାନଙ୍କୁ ମୁଁ ସତକୁସତ କୌଣସି ଗୀର୍ଜାର ଗବାକ୍ଷ ଉପରେ ଦେଖିବାକୁ ପାଇଛି । ଏପରିକି ଆଦୌ କୌଣସି ଭାବୋଦ୍ରେକ ଘଟାଉ ନଥିବା ଶାବ୍ଦିକତାହୀନ ଗାଣିତିକ ସମୀକରଣର ସୂତ୍ରଗୁଡ଼ିକ ମାନବୀୟ ଅନୁଭବର ଉଷ୍ମତାଟିକୁ କଦାପି ସଂପୂର୍ଣ୍ଣ ଭାବରେ ହଟାଇ ଦେଇ ପାରିବେ ନାହିଁ । ପୁନଶ୍ଚ, ଏହି ପରମାଣୁ–ଶକ୍ତି ମଧ୍ୟ ମନୁଷ୍ୟଜାତିର ଉପକାର କରିବ ଅଥବା ତାହାକୁ ସମୂଳେ ଧ୍ଵଂସ କରିଦେବ ବୋଲି କୁହାଯାଇ ଥିବାରୁ ଏବଂ, ଏହି ଦୁଇଟି ମଧ୍ୟରୁ ପ୍ରକୃତରେ କେଉଁଟି ଘଟିବ, ସେ ବିଷୟରେ କିଛି କହି ପାରିବାଲାଗି ଆମର କୌଣସି ସାମର୍ଥ୍ୟ ନଥିବାରୁ ଏକ ଆଶା ଏବଂ ନୈରାଶ୍ୟର ଦ୍ଵିସମ୍ଭାବନାଯୁକ୍ତ ଭାବାବେଗମୟତା ବର୍ତ୍ତମାନ E =mc2 ନାମକ ସେହି ଆପାତତଃ ନିରପେକ୍ଷ ସତ୍ୟୋକ୍ତିଟିକୁ ଜର୍ଜର କରି ରଖିଛି । ମୁଁ ତ ଏକଥା ମଧ୍ୟ କହିବି ଯେ ଏପରି କେତେ ପଦାର୍ଥ ବିଜ୍ଞାନୀ ମଧ୍ୟ ଅଛନ୍ତି, ଯେଉଁମାନେ କି, ଏଭଳି ଏକ ସତ୍ୟୋକ୍ତି ରହିଥିବା ସୂତ୍ରଟିଏ ଆଦୌ ବାହାରି ନଥିଲେ ହୁଏତ ଅଧିକ ଭଲ ହୋଇଥାନ୍ତା ବୋଲି ଭାବୁଛନ୍ତି ।

 

ତେଣୁ, ଯଦି ଏକ ସଂପୂର୍ଣ୍ଣ ନିରପେକ୍ଷ ଭାଷା ପ୍ରକୃତରେ ଅସମ୍ଭବ କିମ୍ବା ମିଥ୍ୟା ହୋଇଥାଏ, ଏବଂ, ତଥାପି ଭାବାବେଗଯୁକ୍ତ ଏକ ଭାଷା ମଧ୍ୟ ପ୍ରକୃତରେ ପ୍ରତାରଣା ହିଁ କରୁଥାଏ, ତେବେ ଆମେ ପୁଣି କେଉଁ ପ୍ରକାରର ଗୋଟିଏ ଭାଷା ବ୍ୟବହାର କରିବା ? ଶବ୍ଦ-ବ୍ୟବହାରର ଏକ ଯଥାର୍ଥତା ଅବଶ୍ୟ ରହିବ ବୋଲି କହିବାର ପୁଣି କେଉଁଭଳି ମାନଦଣ୍ଡ ରହିବ ? ମୁଁ ଭାବୁଛି, ଆମକୁ ଅବଶ୍ୟ କାହିବାକୁ ପଡ଼ିବ ଯେ, କୌଣସି ଶବ୍ଦର ବ୍ୟବହାର ପ୍ରକୃତରେ ଯଥାର୍ଥ ହେବ, ଯେତେବେଳେ (୧) ସେହି ଶବ୍ଦଟିର ଆକ୍ଷରିକ ଅର୍ଥଟି ବସ୍ତୁତଃ ଶବ୍ଦଟିକୁ ପ୍ରୟୋଗ କରା ଯାଉଥିବା କ୍ଷେତ୍ରରେ ରହିଥିବା ସକଳ ବସ୍ତୁକୁ ଅବଶ୍ୟ ବୁଝାଉଥିବ ଏବଂ (୨) ଏବଂ ସେଥିରେ ଭାବାବେଗର ଯେଉଁ ଆବେଦନଟି ରହିଥିବ, ସେହି ଯାବତୀୟ ବସ୍ତୁ, ଆଦୌ କୌଣସି ପୂର୍ବଗ୍ରହ ନରଖି ସାଧାରଣତଃ ଯେଉଁସବୁ ଭାବ ତଥା ଆବେଗର ଉନ୍ମେଷଣା ଆଣି ଦେଉଥିବେ, ପ୍ରକୃତରେ ସେଇଟି ତାହାରି ଅନୁରୂପ ହୋଇଥିବ । ଏହିପରି ଭାବରେ ଯେଉଁ କାର୍ଯ୍ୟକ୍ରମଟି ଆମକୁ ପ୍ରକୃତରେ ଏକ ବସ୍ତୁଗତ ପ୍ରାଚୁର୍ଯ୍ୟ, ସୁଖ ତଥା ସାମାଜିକ ଜୀବନର କ୍ଷେତ୍ରରେ ଶାନ୍ତି ଆଣିବାରେ ସହାୟତା କରିବ, ନ୍ୟାୟତଃ ସେହି କାର୍ଯ୍ୟକ୍ରମ ହିଁ ସମାଜରେ ରହିଥିବା ଅଧିକାଂଶ ମନୁଷ୍ୟଙ୍କର ନିଶ୍ଚୟ ସମର୍ଥନ ଲାଭ କରିବ । ଏବଂ, ଏହି କାର୍ଯ୍ୟକ୍ରମଟିକୁ ବର୍ଣ୍ଣନା କରି ଆମେ ଯେଉଁସବୁ ଶବ୍ଦର ବ୍ୟବହାର ମଧ୍ୟ କରିବା, ସେଗୁଡ଼ିକ କାର୍ଯ୍ୟତଃ ଅବଶ୍ୟ ଏପରି ହେବା ଉଚିତ, ଯାହାକି ଅଧିକତର ମନୁଷ୍ୟଙ୍କର ସମର୍ଥନ ଲାଭ କରିବାର ଅନୁକୂଳ ହୋଇଥିବ ।

 

ଏହିପରି ଏକ ମାନକ ଦ୍ଵାରା ପରିଚାଳିତ ହୋଇ ଆମେ ତୁରନ୍ତ ହିଁ ବୁଝିପାରିବା ଯେ, ‘ଅମଲାତନ୍ତ୍ର’, ‘କେବଳ ଏକରୂପେ କରି ସବୁକିଛିକୁ ଗଢ଼ି ଆଣିବା ପାଇଁ ବ୍ୟଗ୍ରତା, ‘ସାମୂହିକତାବାଦ’, ‘ସର୍ବାଧିକାରିତ୍ଵ’ ପ୍ରଭୃତି ଶବ୍ଦର ବ୍ୟବହାର କରୁଥିବା ସମୟରେ ବହୁ ମିଥ୍ୟାଧାରଣାର ହିଁ ଉଦ୍ରେକ କରାଯାଇଥାଏ । ଯେତେବେଳେ ଏଗୁଡ଼ିକର ପ୍ରକୃତରେ କୌଣସି ବାସ୍ତବ ପ୍ରୟୋଜନ କରାଯାଏ,–ମଝିରେ ମଝିରେ କେତେ ପ୍ରୟୋଗ ବସ୍ତୁତଃ ନ ହେଉଛି,–ଏବଂ ସାଧାରଣଙ୍କର କଲ୍ୟାଣକଳ୍ପେ ସେଗୁଡ଼ିକୁ ବୈଧାନିକ ଏକ ରୂପ ଦିଆଯାଏ, ସେତେବେଳେ ସେହି ବିଧିନିର୍ମାଣର କ୍ଷେତ୍ରରେ ଏବଂ ସାଧାରଣ ସେଗୁଡ଼ିକ ଦ୍ଵାରା ପରିପ୍ରେରିତ ହୋଇ ଆସୁଥିବା ନାନା ଭାବାବେଗ, ସେହି ଉଭୟ କ୍ଷେତ୍ରରେ ସେମାନେ ଆଦୌ ସମୁଚିତ ଭାବରେ କୌଣସି ପ୍ରତିନିଧିତ୍ଵ କରି ପାରନ୍ତିନାହିଁ । ବସ୍ତୁଟି ସମ୍ପର୍କରେ ଥିବା ଏକ ଅନୁକୂଳ ଅନୁଭବଟି ବ୍ୟବହୃତ ଶବ୍ଦଟିରେ ରହିଥିବା ଅନୁକୂଳତା ଦ୍ଵାରା ସ୍ଥାନଚ୍ୟୁତ ହୁଏ । ତେଣୁ, ‘ଘରୋଇ ଉଦ୍ୟୋଗ’, ‘ବ୍ୟକ୍ତିଗତ ନେତୃତ୍ଵ’, ‘ସ୍ଵାଧୀନ ଶ୍ରମଶକ୍ତି’ ଶବ୍ଦର ବ୍ୟବହାର ଦ୍ଵାରା ଅନେକ କ୍ଷେତ୍ରରେ ଏକ ଓଲଟା ପ୍ରତିକ୍ରିୟା ମଧ୍ୟ ସୃଷ୍ଟି ହୋଇଥାଏ । ଏବଂ, ଏପରି ପ୍ରକାରେ ପ୍ରକୃତରେ ବହୁ କ୍ଷେତ୍ରରେ ଘଟୁଥିବାରୁ, ଶବ୍ଦପ୍ରୟୋଗ ଦ୍ଵାରା ଏକ ଅନୁକୂଳ ପ୍ରତିକ୍ରିୟା ସୃଷ୍ଟି କରାଇବାର ଅଭିପ୍ରାୟକୁ କାର୍ଯ୍ୟକାରୀ କରି ତାହାରି ଫଳରେ ବସ୍ତୁଟି ସମ୍ପର୍କରେ ମଧ୍ୟ ଏକ ଅନନୁକୂଳ ପ୍ରତିକ୍ରିୟାର ସୃଷ୍ଟି ହେବାର ଅନ୍ୟ ସମ୍ଭାବନାଟିଏ ମଧ୍ୟ ଖୁବ୍ ରହିପାରେ ।

 

ଏହି ଯାବତୀୟ ଉଲ୍ଲେଖରୁ ଯେଉଁ ନିଷ୍କର୍ଷଟି ବାହାରିବ, ତାହା ଖୁବ୍ ସାଦା ଓ ସୁପରିଚିତ ପରି ମନେ ହୋଇପାରେ । ଏହି ଶବ୍ଦ ଏବଂ ସାଧାରଣତଃ ଜ୍ଞାନର କ୍ଷେତ୍ରରେ ଏକ ଅନବରତ ଆନ୍ତରିକତାର ପ୍ରୟୋଗ କରି ବାସ୍ତବ ଘଟଣାଟିର ବିଶ୍ଳେଷଣ କରିବା ବ୍ୟତୀତ ପ୍ରକୃତରେ ଆଉ କୌଣସି ବିକଳ୍ପ ନଥାଏ । ସେହି ପୁରାତନ ଭାବ ତଥା ପୁରାତନ ବିଚାରବୋଧଗୁଡ଼ିକୁ ଚିରସ୍ଥାୟୀ କରି ରଖିବାକୁ ସର୍ବଦା ଉଦ୍ୟମ କରୁଥିବା ନିତାନ୍ତ ଆଳସ୍ୟପରାୟଣ ଭାଷାଟି ପାଖରୁ ଏଡ଼ି ରହିବା ସକାଶେ ନିଜକୁ ଆବଶ୍ୟକ ଭାବରେ ପ୍ରଶିକ୍ଷିତ କରି ନନେଲେ ଏବଂ, ଭାବନାରେ ତଥା ଭାବର ଭୂମିରେ ଆମର ଯାବତୀୟ ବକ୍ତବ୍ୟକୁ ବସ୍ତୁସତ୍ୟଟିର ଅନୁରୂପ ନକରି ପାରିଲେ, ଆମର ସମ୍ମୁଖରେ ରହିଥିବା ବର୍ତ୍ତମାନଟା ସବୁବେଳେ ଆମ ବୋଧସାମର୍ଥ୍ୟର କିଞ୍ଚିତ୍ ବାହାରେ ଯାଇ ରହିଥିବ ଏବଂ ଭବିଷ୍ୟଟା ମଧ୍ୟ ଅତ୍ୟନ୍ତ ନୈରାଶ୍ୟଜନକ ଭାବରେ ଆମଲାଗି ଝାପ୍‌ସା ଦେଖା ଯାଉଥିବ । ଏହି ସମସ୍ୟାଟି ପ୍ରକୃତରେ ଯେଉଁ ବୃହତ୍ତର ସମସ୍ୟାଟିର ଅନ୍ତର୍ଗତ ହୋଇ ରହିଥାଏ, ସେହି ସାମସ୍ୟାଟି ହେଉଛି ଯେ, ଆମେ ସତେଅବା କେବଳ ହଠାତ୍ କୌଣସି ଭାବ ବା ଆବେଗର ଅଧୀନ ହୋଇ ରହିଥିବା କୌଣସି ଇତରଜୀବବତ୍ ନୁହେଁ, ନ୍ୟାୟତଃ ବୁଦ୍ଧିର ବିଧାନଗୁଡ଼ିକ ଦ୍ଵାରା ପରିଚାଳିତ ହୋଇ ଆମର ସର୍ବବିଧ କାର୍ଯ୍ୟ କରୁଥିବା । ମୋ’ ଜାଣିବାରେ କେବଳ ଦାର୍ଶନିକ ସ୍ପିନୋଜାଙ୍କ ବ୍ୟତୀତ ଆଉ କେହିହେଲେ ଏଇଟି ଠାରୁ ଏକ ଅଧିକ ଭଲ ପ୍ରତିକାର ବତାଇ ପାରି ନାହାନ୍ତି । ସେହି ପ୍ରତିକାରଟି ହେଉଛି, ଆମେ ଆମର ସେହି ଭାବାବେଗମାନଙ୍କୁ ବୁଝିବା ଓ ଏହି ପୃଥିବୀକୁ ମଧ୍ୟ ବୁଝିବା ଏବଂ ତାହାରି ଦ୍ଵାରା ହିଁ ସେହି ଭାବାବେଗମାନଙ୍କ ଉପରେ ଏକ ଯଥାର୍ଥ ନିୟନ୍ତ୍ରଣ ଅର୍ଜନ କରି ପାରିବା ।

 

କିଛି ବର୍ଷ ପୂର୍ବେ ମୋ’ର ଜଣେ ବନ୍ଧୁ ଜଣେ ଜନମତ–ସଂଗ୍ରହକାରୀଙ୍କ ଦ୍ଵାରା ନିମନ୍ତ୍ରିତ ହୋଇଥିଲେ । ସେଠାରେ ତାଙ୍କୁ ‘ମୁକ୍ତ ଉଦ୍ୟୋଗ’ ବିଷୟରେ ନିଜର ଗୋଟିଏ ସଂଜ୍ଞା ଦେବାକୁ ଅନୁରୋଧ କରା ଯାଇଥିଲା । ମୋ’ ବନ୍ଧୁଜଣକ କହିଥିଲେ, ‘ଏହି ମୁକ୍ତ ଉଦ୍ୟୋଗ ଶବ୍ଦଟିଦ୍ଵାରା କିଞ୍ଚିତ୍ ସହନୀୟ କରି କହିବା ଉଦ୍ଦେଶ୍ୟରେ ଏପରି ଏକ ବ୍ୟବସାୟ କରିବାର ଧାରାଟି ବିଷୟରେ କୁହାଯାଇଛି, ଯାହାଦ୍ଵାରା କି ବ୍ୟବସାୟୀମାନେ ଆପଣାର ଅଧିକରୁ ଅଧିକ ଲାଭ ଅର୍ଜନ କରିବାର ତୃଷାଟିକୁ ବେଶ୍ ଗୁପ୍ତ ରଖି ପାରୁଥିବେ ।’ ପ୍ରଶ୍ନକାରୀ ମତ-ସଂଗ୍ରାହକ ଏହି ଉକ୍ତିଟିକୁ ଲିପିବଦ୍ଧ କରି ରଖୁଥିବା ସମୟରେ ସେଠାରେ ସତେଅବା ଏକ ନିସ୍ତବ୍ଧତା ରାଜତ୍ଵ କରୁଥିଲା । ତା'ପରେ ବନ୍ଧୁଙ୍କୁ ପଚରାଗଲା, “ଆଜ୍ଞା, ଏହି ସହନୀୟ କରି ରଖିବା କଥାଟିର ଅର୍ଥ କ'ଣ ?”

 

ହଁ, ବିଚରା ଶବ୍ଦଗୁଡ଼ିକର ଭାଗ୍ୟ ପ୍ରକୃତରେ ଏହିପରି । ସେମାନେ ଆମ ଅଜ୍ଞାନତାର ମାପକ ଏବଂ ଆମ ଜ୍ଞାନର ମଧ୍ୟ ମାପକ । ସେମାନେ ଅଧିକ ଅନ୍ଧାରର ସୃଷ୍ଟି କରନ୍ତି, ଅଧିକ ଆଲୋକପାତ ବି କରିଥାନ୍ତି । ସେମାନଙ୍କୁ ବହନ କରୁଥିବା ନିଃଶ୍ଵାସପବନଟି ପରି ସେମାନେ ବେଶ୍ ଅପହଞ୍ଚବତ୍ ହୋଇ ରହିଥିଲେ ମଧ୍ୟ ଆମେ ତଥାପି ଏହି ନିମ୍ନୋକ୍ତ କଥାଟି ଉପରେ ବିଶ୍ୱାସ ମଧ୍ୟ ରଖିପାରିବା : ଯେଉଁମାନେ ଏହି ପୃଥିବୀଟିକୁ ବୁଝି ପାରନ୍ତି, ସେମାନେ ଅବଶ୍ୟ ଆପେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକରେ ମଧ୍ୟ ଆବଶ୍ୟକ ପ୍ରଭୁତ୍ଵ ଅର୍ଜନ କରି ପାରିବେ ଏବଂ, ଯେଉଁମାନେ ଶବ୍ଦ ଉପରେ ପ୍ରଭୁତ୍ଵ ଅର୍ଜନ କରିପାରିବେ, ସେମାନେ ମଧ୍ୟ ଏହି ପୃଥିବୀ ଉପରେ ପ୍ରଭୁତ୍ଵ ଅର୍ଜନ କରିବାର ମୂଳତତ୍ତ୍ଵ ଗୁଡ଼ିକୁ ନିଶ୍ଚୟ ଜାଣିଥିବେ ।

☆☆☆

 

Unknown

ସ୍ଵାଧୀନତା ଏବଂ ନିରାପତ୍ତା–ଏକାବେଳେକେ କଦାପି ସମ୍ଭବ ନୁହେଁ

 

ଏହି ମନୁଷ୍ୟସମାଜରେ ମନୁଷ୍ୟମାନେ ଯୁଗେ ଯୁଗେ କରି ଆସିଥିବା ବୃହତ୍‌କଳ୍ପନାର ସେହି ଖାସ୍ ମୁଲକଟିର ଅଧିବାସୀଗଣ ଏପରି ଗୋଟିଏ ଖାସ୍ ଆଚରଣକୁ ପ୍ରକଟ କରି ଆସିଥିବାର ଆମେ ବର୍ତ୍ତମାନ ଅବଶ୍ୟ ବେଶ୍ ପ୍ରତ୍ୟକ୍ଷ କରି ପାରିବା ଯେ, ସେଇଟିକୁ ସଂପୃକ୍ତ ଯେକୌଣସି ସମାଜର ଚଳଣିଟି କେଡ଼େ ସ୍ୱାଭାବିକ ଭାବେ ଗ୍ରହଣ କରି ନେଇଥାଏ ଏବଂ ତେଣେ ଆମର ବିବେକବୁଦ୍ଧିଟା ତାହାକୁ ପ୍ରକୃତରେ କେଡ଼େ ବିଚିତ୍ର ବୋଲି ଅନୁଭବ କରୁଥାଏ । ତଥାପି, ଏହି ପୁସ୍ତକରେ ଏପର୍ଯ୍ୟନ୍ତ ଆଲୋଚିତ ହୋଇନଥିବା ଆଉଗୋଟିଏ ଯୁକ୍ତି ମଧ୍ୟ ରହିଛି, ଯାହାକୁ କି ‘କେତେକ ନିର୍ଜୀବ ପ୍ରରୂପଗୁଡ଼ିକ ଦ୍ଵାରା ଦର୍ଶାଇ ଦେବାକୁ ଚେଷ୍ଟା କରା ଯାଉଥିବା ଏକ ଭୂତନାଚ’ ବୋଲି କୁହାଯାଇ ପାରିବ । ସେଇଟି ସମ୍ପର୍କରେ ଏକ ଆଲୋଚନାକୁ ମୁଁ ଏହି ଶେଷଯାଏ ଗଡ଼ାଇ ଗଡ଼ାଇ ନେଇ ଆସିଛି:–ଏଥିରେ ସେପରି କୌଣସି ଖାସ୍ ସ୍ଵାଦିଷ୍ଟତା ଯେ ରହିଛି ସେଥିପାଇଁ ନୁହେଁ, ମାତ୍ର ତାହାକୁ ସର୍ବୋତ୍ତମ ଭାବରେ ଏକତ୍ର ଏପରି ତିନିଗୋଟି ବିଚାରଦ୍ୱାରା ପ୍ରତିପାଦିତ କରିହେବ, ଯେଉଁଗୁଡ଼ିକୁ କି ସମାଜବିଷୟକ ଯାବତୀୟ ଚର୍ଚ୍ଚା ତଥା ଭାବନାର ସବାମୂଳରେ ଥିବା ଉପାଦାନ ବୋଲି କୁହାଯାଇ ପାରିବ । ସେହି ତିନିଗୋଟି ବିଚାର ହେଉଛନ୍ତି ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନା ଏବଂ, ସତେଅବା କୌଣସି ଖେଳପଟା ଉପରେ ରହିଥିବା ତିନୋଟି ମୂଲ୍ୟନିରୂପକ ରୂପେ ସେଗୁଡ଼ିକର ଚର୍ଚ୍ଚା କରାଯାଇ ପାରିବ ।

 

ବସ୍ତୁମାନଙ୍କୁ ନେଇ କରାଯାଇ ପାରୁଥିବା ଯାବତୀୟ ଅମୂର୍ତ୍ତ ଧାରଣା ଭିତରେ ସଚରାଚର ଏପରି କିଛି ଉପାଦାନ ରହିଥାଏ, ଯାହାକି ସେଗୁଡ଼ିକ ଭିତରକୁ ପ୍ରାୟ ସକଳ କ୍ଷେତ୍ରରେ କିଛି ମିଥ୍ୟାକୁ ମଧ୍ୟ ଡାକି ଆଣିଥାଏ । ସେହି ଧାରଣାମାନେ ଯେ ସବୁକ୍ଷେତ୍ରରେ ପ୍ରୟୋଗ ହୋଇଥାନ୍ତି ତା’ ନୁହେଁ, ଏବଂ ତେଣୁ ଏକକ ହିସାବରେ ସେମାନେ ଏକାଧିକ ପଦାର୍ଥକୁ ସୂଚିତ ମଧ୍ୟ କରିଦେଇ ପାରନ୍ତି । ବରଂ, ଅଧିକ ଠିକ୍ କଥାଟି ହେଉଛି, ଅମୂର୍ତ୍ତ ହୋଇଥିବାରୁ, ସେଗୁଡ଼ିକର ପଶ୍ଚାତରେ କୌଣସି ବାସ୍ତବତାର ବୋଧପ୍ରତୀତି ନଥାଏ ଏବଂ, ସେଗୁଡ଼ିକ ଯେପର୍ଯ୍ୟନ୍ତ ସେହି ଅବସ୍ଥାରେ ରହିଥାନ୍ତି, ସେପର୍ଯ୍ୟନ୍ତ ସେମାନେ ଯେ ଏକଦା ପ୍ରକୃତରେ କେଉଁ ଦ୍ରବ୍ୟଗୁଡ଼ିକୁ ସୂଚାଇ ଦେଉଥିଲେ, ଆମକୁ ଯଥାର୍ଥ ଭାବରେ ସେହି କଥାଟିକୁ ଆଉ କହି ପାରନ୍ତିନାହିଁ । ତଥାପି, ରେଫ୍ରିଜରେଟର୍ ଭିତରେ ରଖା ହୋଇଥିବା ଫୁଲମାନଙ୍କ ପରି, ସେମାନଙ୍କର ବାସନା ତଥା ସୁନ୍ଦର ରୂପଟି ତଥାପି ସେହି ପୂର୍ବପରି ରହିଥାଏ । ଆମେ ବର୍ତ୍ତମାନ ମଧ୍ୟ ସେଗୁଡ଼ିକର ଗୁଣଗାନ କରୁଥାଉ କିନ୍ତୁ, ସେଗୁଡ଼ିକ କେଉଁ ବଗିଚାଟିରୁ ଆସିଥିଲେ ବା କେଉଁପରି ଏକ ଜଳବାୟୁରେ ବଢ଼ିଥିଲେ, ସେହି ବିଷୟରେ କିଛିହେଲେ ଜାଣୁନାହିଁ । ତେଣୁ, ସେଗୁଡ଼ିକ ବସ୍ତୁତଃ ଆଉ କେଉଁଠାରେ ଏକ ପ୍ରଶସ୍ତରେ ବଗିଚାରେ ବା ବ୍ୟାପ୍ତତର ଆକାଶତଳେ ବଢ଼ିଥିଲେ ମଧ୍ୟ ଯଦି ଜଣେ ଫୁଲଦୋକାନୀ ମିଛ କହି ଫୁଲଗୁଡ଼ିକ ତା’ ନିଜର ସାନ ବଗିଚାଟିରେ ଥିଲେ ବୋଲି ଦାବୀ କରି ବାହାରିବ, ତେବେ ଆମେ ମଧ୍ୟ ଧୋକାରେ ପଡ଼ି ଫୁଲଗୁଡ଼ିକ ପ୍ରକୃତରେ ତା’ ନିଜ ବାରିର ବୋଲି ଭାବିବାକୁ ଆରମ୍ଭ କରିଦେବା ।

 

ହଁ, ତେଣୁ ଗୋଟିଏ ପ୍ରତାରଣା ସେଇଟିରୁ ସମ୍ଭବ ହୋଇଥାଏ, ଯେତେବେଳେ ସମାଜରେ ପ୍ରଚଳିତ ରହିଥିବା ଧାରଣାମାନଙ୍କୁ ଆମେ ଗୋଟିଏ ଗୋଟିଏ ଅମୂର୍ତ୍ତ ଅର୍ଥକଳ୍ପନାରୂଯେ ସଞ୍ଚିତ କରି ରଖିଥାଉ । ସେତେବେଳେ ସେଗୁଡ଼ିକର ନାନାପ୍ରକାରେ ୟାଡ଼ୁସାଡ଼ୁ ଅର୍ଥ ହେବାରେ ଲାଗିଥାଏ । ଅଳ୍ପ କେତେ ମନୁଷ୍ୟଙ୍କର ଗୋଟିଏ ଗୋଷ୍ଠୀ ହୁଏତ ସେହିପରି କୌଣସି ଶବ୍ଦକଳ୍ପନାକୁ ଅକ୍ତିଆର କରିନେଇପାରେ, ଆପଣାକୁ ସୁହାଇଲା ପରି ଏକ ବ୍ୟାଖ୍ୟାକୁ ତା’ସହିତ ଆଣି ଯୋଡ଼ି ଦେଇପାରେ ଏବଂ ସର୍ବତ୍ର ତା’ର ସେହି ନିଜ ଅର୍ଥରେ ହିଁ ତାହାର ବ୍ୟବହାର କରିପାରେ । ହଁ, ତଥାପି ସେଇଟି ମଧ୍ୟରେ ଏକ ସମାଜମୁଖୀ ଅର୍ଥାବେଦନ ଅବଶ୍ୟ ଥାଏ । ଅର୍ଥାତ୍, ସେଇ ପ୍ରକ୍ରିୟାଟିରେ ଚଳଣିଟିରେ ରହି ଆସିଥିବା ସାମାଜିକ ଆବେଦନଟି ସହିତ ଏହି ନୂଆ ଅର୍ଥର ପରବର୍ତ୍ତୀ ଆରୋପଟି ବେଶ୍ ଏକାଠି ଆସି ମିଶିଯାଏ । ଏବଂ ତା’ପରେ ଲୋକମାନେ ଏକ ବିଶେଷ ଗୋଷ୍ଠୀର ଗୁପ୍ତ ଖାସ୍ ଅର୍ଥଟିକୁ ସନ୍ଦର୍ଭରେ ରଖି ସମସ୍ତ ସମାଜ ନିମନ୍ତେ ପ୍ରଯୁଜ୍ୟ ବୋଲି ଅନୁମାନ କରିନେଇ ସେଇଟିକୁ ବେଶ୍ ଗ୍ରହଣ କରିନିଅନ୍ତି ।

 

ମୁଁ ଅନୁମାନ କରୁଛି, ସ୍ଵାଧୀନତା ନାମକ ସେହି ପ୍ରସଙ୍ଗଟିର କ୍ଷେତ୍ର ଭଳି ସେହି ଘଟଣାଟି ସେତେ ଅଧିକ ପରିମାଣରେ ବୋଧହୁଏ ଆଉ କେଉଁଠିହେଲେ ଦେଖିବାକୁ ମିଳିବ ନାହିଁ-। ଏବଂ, ଆମ ସମାଜର ଶାସନ କରୁଥିବା ସେହି ଶିଷ୍ଟବର୍ଗଟି ମଧ୍ୟ କେଡ଼େ ସ୍ଵାଭାବିକ ଭାବରେ ବିଶ୍ଵାସ କରୁଥାଏ ଯେ, ସେମାନେ ଯେପରି ସ୍ଥିତିଟିଏ ରହିଥିଲେ ନିରଙ୍କୁଶ ଓ ଅବାଧ ଭାବରେ କ୍ରିୟାଶୀଳ ହୋଇ ରହିପାରିବେ, ତାହାହିଁ ସ୍ଵାଧୀନତା । ସମାଜରେ ଥିବା ସମସ୍ତେ ଯେପରି ସେମାନଙ୍କର ସେହି ସଂଜ୍ଞାଟିକୁ ମାନିନେବା ଉଚିତ ବୋଲି ଯଦି ସେମାନେ ସଂପୃକ୍ତ ସମୂହଟିକୁ ପ୍ରବର୍ତ୍ତାଇ ଫୁସୁଲାଇ ସମ୍ମତ କରାଇନେଇ ପାରିବେ,–ଏବଂ ତା’ଦ୍ଵାରା ରାଜୀ ହୋଇ ସେହି ଲୋକେ ଯଦି ସେହି ସ୍ଵାଧୀନତାକୁ ଏକ ଭତ୍ତମ ପଦାର୍ଥ ବୋଲି ଗ୍ରହଣ କରୁଥିବେ, ତେବେ ତାହାହିଁ ସର୍ବୋତ୍ତମ ହେବ ଏବଂ ସର୍ବସାଧାରଣ ମଧ୍ୟ ଏମାନଙ୍କର ଶାସନଟିକୁ ସହଜରେ ହିଁ ଉଚିତ ବୋଲି ମାନିନେବେ । ବସ୍ତୁତଃ ଏକାଧିକାରୀ ଏବଂ ବ୍ୟାପାରୀ–ସଂଘମାନେ ପ୍ରକୃତରେ ଆପଣାର ସେହିଭଳି ଗୋଟିଏ ଅଭୀଷ୍ଟର ପୂରଣ କରି ପାରିଛନ୍ତି ଏବଂ ଅର୍ଥନୈତିକ କାରବାରକ୍ଷେତ୍ରରେ ସେମାନଙ୍କର ଏହି ଧର୍ମର ଆଚରଣଟାକୁ ‘ମୁକ୍ତ କାରବାର’ ବୋଲି କହି ଆସିଛନ୍ତି । ହଁ, ହିଁ, ଏହି ପଦ୍ଧତିଟିର ଆଉ ଆଉ ନାମକରଣମାନ ମଧ୍ୟ ହୋଇଛି ମାତ୍ର, ସେଗୁଡ଼ିକ ବେଶ୍ ପୁରୁଣା ହୋଇଗଲେଣି, ଆଉ ସେପରି ଆକର୍ଷକ ହୋଇ ପାରିନାହାନ୍ତି, କିମ୍ବା ଆକର୍ଷକ ହୋଇ ପାରିବାଭଳି ସେହି ନାମଗୁଡ଼ିକରେ କୌଣସି ପରିବର୍ତ୍ତନ ମଧ୍ୟ ହୋଇନାହିଁ । ପୁନଶ୍ଚ ଏଗୁଡ଼ିକର ଏତେ ଅଧିକ ସମୟରେ ପୁନରାବୃତ୍ତିମାନ ହୋଇଛି ଯେ, ସେଗୁଡ଼ିକୁ ସଂପୃକ୍ତ ସେହି ମନୁଷ୍ୟମାନେ ଯନ୍ତ୍ରବତ୍ ବ୍ୟବହାର କରୁଛନ୍ତି ଏବଂ ଆନୁମାନିକ ସେହି ପୁରୁଣା ପ୍ରାୟ ବାରଟା ପ୍ରକାରରେ ବ୍ୟବହାର ମଧ୍ୟ କରୁଛନ୍ତି । ମାତ୍ର, ଏଭଳି ପୁନରାବୃତ୍ତି ଅନେକ ବ୍ୟକ୍ତିଙ୍କୁ ଖୁବ୍ ନୀରସ ଲାଗେ ସିନା, କିନ୍ତୁ ଆହୁରି କେତେକଙ୍କ ମନରେ ଅଧିକ ପ୍ରତ୍ୟୟ ମଧ୍ୟ ଆଣେ । ଏବଂ, ସେହି ଅନୁସାରେ, ଏହିସବୁ ସକଳ ଶବ୍ଦର ବ୍ୟବହାର କରିବାଦ୍ୱାରା ସତେଅବା କୌଣସି କାନ୍ଥକୁ ପଥରମାନ ବସାଇ ଅଧିକ ମଜବୁତ କରି ରଖିବାର ଚେଷ୍ଟା ମଧ୍ୟ କରାଯାଏ, ଯେପରିକି ବାହାରେ ରହିଥିବା ଅନ୍ୟ ଲୋକେ ସେହି ବାହାରେ ହିଁ ରହିଥିବେ ଏବଂ ମୋଟେ ଭିତରକୁ ପ୍ରବେଶ କରି ପାରିବେନାହିଁ ।

 

ତଥାପି, ଅମୂର୍ତ୍ତ ଶବ୍ଦାନୁମାନଗୁଡ଼ିକୁ ବ୍ୟବହାର କରୁଥିବା ସେହି ଶାସକମାନେ ମଧ୍ୟ ସେପରି କରୁଥିବାରୁ କେତେ ବିପଦର ସମ୍ମୁଖୀନ ହୁଅନ୍ତି । ଏଗୁଡ଼ିକ ପଛରେ ସ୍ପଷ୍ଟ ଏବଂ ନିର୍ଦ୍ଦିଷ୍ଟ ଭାବରେ ସେପରି କୌଣସି ସନ୍ଦର୍ଭ ନଥିବାରୁ ସେମାନେ ସିନା କୌଣସି ଏକ ଶବ୍ଦକୁ ବ୍ୟବହାର କରିବାପାଇଁ ଆକୃଷ୍ଟ ହୋଇଥିଲେ, କିନ୍ତୁ ବସ୍ତୁତଃ ସେଇଟିକୁ ଶୁଣୁଥିବା ଅନ୍ୟ ଲୋକମାନେ ମଧ୍ୟ ତାହାକୁ ଅକ୍ତିଆର କରି ନେଇଥାନ୍ତି । ଅର୍ଥାତ୍, ଏହାଦ୍ୱାରା ଏପରି ଗୋଟିଏ ପ୍ରକ୍ରିୟା ଆରମ୍ଭ ହୋଇଯାଏ, ଯାହାଦ୍ଵାରା କି ଗୋଟିଏ ସମାଜରେ ସବୁ ଲୋକେ ମଧ୍ୟ ସଂପୃକ୍ତ ଗୋଟିଏ ଶବ୍ଦକୁ ଆଖର ନିଜର ଅଭିଜ୍ଞତା ମୁତାବକ ହିଁ ବୁଝିବାକୁ ଲାଗନ୍ତି : ଏପରି ଭାବିବାକୁ ଆରମ୍ଭ କରନ୍ତି ଯେ ସ୍ୱାଧୀନତା କହିଲେ କାର୍ଯ୍ୟତଃ ଗୋଟିଏ ଦେଶ ବା ଲୋକସମୂହକୁ ପରିଚାଳିତ କରୁଥିବା ଅର୍ଥନୀତିକ୍ଷେତ୍ରର ବ୍ୟବସ୍ଥାଟି ଉପରେ ସ୍ଵତଃ ହିଁ କେତେକ ନିୟନ୍ତ୍ରଣ ରହିବାର ଗୋଟିଏ ସ୍ଥିତିକୁ ହିଁ ଅବଶ୍ୟ ବୁଝାଇବ । କିନ୍ତୁ ଏହି ସଂଜ୍ଞାଟି କଦାପି ସବୁ ଶାସକଙ୍କର ମନୋମତ ହେବନାହିଁ । ଯେତେବେଳେ ପୁରୁଣା କୌଣସି ଅର୍ଥବୋଧର ସମ୍ମାନଟା ଏହି ନୂଆ ଅର୍ଥଟିକୁ ଆଚ୍ଛାଦିତ କରି ରଖିବାକୁ ଆରମ୍ଭ କରେ, ସେତେବେଳେ ଶାସନକର୍ତ୍ତାବୃନ୍ଦ ବେଶ୍ ଦେଖିପାରନ୍ତି ଯେ, ସେମାନେ ସତେଯେପରି ସଂପୂର୍ଣ୍ଣ ଅସାବଧାନ ଭାବରେ ସଂପୂର୍ଣ୍ଣ ଲୋକସମୁଦାୟଟି ହାତରେ ଏକ ସଂଗ୍ରାମର ଡାକରା ଦେବା ନିମନ୍ତେ ଏକ ସୁଯୋଗ ଆଣି ହିଁ ଦେଇ ପକାଇଛନ୍ତି । ସେମାନେ ଆପଣାଲାଗି ଏକ ଶତ୍ରୁଶିବିରକୁ ସମ୍ଭବ କରି ଆଣିଛନ୍ତି । ସେମାନଙ୍କୁ ଏକ ସଂଗଠିତ ରୂପ ପ୍ରଦାନ କରିଛନ୍ତି ଏବଂ ସେମାନଙ୍କ ନିଜ ତରଫରୁ ହିଁ ନାନା ଭଳି ଘୋଷଣାମାନ କରିବା ନିମନ୍ତେ ଏକ ଶବ୍ଦାବଳୀ ମଧ୍ୟ ଯୋଗାଇ ଦେଇଛନ୍ତି ।

 

ବର୍ତ୍ତମାନ ଆମ କଳ୍ପନାରେ ରହିଥିବା ଶବ୍ଦଧାରଣାଗୁଡ଼ିକୁ ଅପେକ୍ଷାକୃତ ଅଧିକ କୁଶଳତା ସହିତ ବ୍ୟବହାର କରିବା ଆବଶ୍ୟକ ହେଉଛି । ଯଦି ମନୁଷ୍ୟମାନେ ସେମାନଙ୍କର ତାତ୍କାଳିକ ଆବଶ୍ୟକତାମାନଙ୍କୁ ବ୍ୟକ୍ତ କରି ପାରୁଥିବା ଗୋଟିଏ ସେହିପରି ଶବ୍ଦକୁ ଆବିଷ୍କାର କରି ବ୍ୟବହାର କରନ୍ତି, ତେବେ ସେହି ଶବ୍ଦଟିର ସମ୍ମୁଖରେ ଆମକୁ ଆଉଗୋଟିଏ ଶବ୍ଦକୁ ମଧ୍ୟ ଆଣି ଉପସ୍ଥାପିତ କରିବାକୁ ହେବ । ଉଦାହରଣ ସ୍ଵରୂପ, ଯଦି ‘ସମାନତା’ ଶବ୍ଦଟି ଦ୍ଵାରା ଲୋକମାନେ ଯାହା ପାଇବା ଲାଗି ଇଚ୍ଛା କରନ୍ତି, ଯଦି ସେଇଟିକୁ ବ୍ୟକ୍ତ କରି ଆଣୁଥାଏ,–ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ସେହିଭଳି ହିଁ ଘଟୁଥିଲା, ତେବେ ଶାସକବର୍ଗଟା ସେଇଟିର ସ୍ଥାନରେ ଏପରି ଗୋଟିଏ ଅନ୍ୟ ଶବ୍ଦକୁ ଆଣି ବ୍ୟବହାର କରିବାକୁ ଇଚ୍ଛା କରିବେ, ଯେଉଁଟି କି ଆଦୌ କୌଣସି ପ୍ରକାରେ କମ୍ ପ୍ରଶଂସ୍ୟ ହୋଇ ନଥିବ ସିନା, କିନ୍ତୁ ଅର୍ଥର କ୍ଷେତ୍ରରେ ସେଇଟିର ତୁଳନାରେ ବେଶ୍ ବହୁତ ପରିମାଣରେ କମ୍ ଗଣତନ୍ତ୍ରଧର୍ମୀ ମଧ୍ୟ ହୋଇଥିବ । ଏହିପରି ଭାବରେ ଆମେ ଶ୍ରୀଯୁକ୍ତ ଜେରିମି ବେନ୍ଥାମ୍‌ଙ୍କର ସେହି ଶୀତଳିଆ କଥାଟିକୁ ଶୁଣିବାକୁ ପାଇବା, ଯିଏ ଏକଦା ଏହିପରି ମନ୍ତବ୍ୟଟିଏ କରିଥିଲେ : “ସମାନତାକୁ କୌଣସି ପ୍ରୋତ୍ସାହନ ଦେବା ଉଚିତ ନୁହେଁ, ହଁ, ଯେତେବେଳେ ତାହା ନିରାପତ୍ତାର କୌଣସି କ୍ଷତି ନକରୁଥିବ, ଯେଉଁଠାରେ ଦେଶରେ ଚଳୁଥିବା ଆଇନ୍‌ମାନେ ସମ୍ଭବ କରି ରଖୁଥିବା ପ୍ରତ୍ୟାଶାମାନଙ୍କୁ କୌଣସି ପ୍ରକାରେ ଚହଲାଇ ଦେଉନଥିବେ, ଯେତେବେଳେ କି ବାସ୍ତବ କ୍ଷେତ୍ରରେ ପ୍ରତିଷ୍ଠିତ ବିତରଣ-ପଦ୍ଧତିକୁ କୌଣସି ପ୍ରକାରେ ଅବ୍ୟବସ୍ଥିତ କରିଦେବାକୁ ବିଚାର କରୁନଥିବ, ସେହିସବୁ ସ୍ଥିତିରେ ହିଁ ସମାନତାର କଥା କୁହାଯିବା ଉଚିତ ହେବ-।” * ଅନ୍ୟ ଶବ୍ଦମାନ ବ୍ୟବହାର କରି କହିଲେ,–ଏବଂ ପ୍ରକୃତରେ ତ ସେହିପରି ଅନ୍ୟ ଶବ୍ଦମାନଙ୍କୁ ବ୍ୟବହାର କରି ସର୍ବଦା ବେନ୍ଥାମ୍‍ଙ୍କୁ ବ୍ୟକ୍ତ କରିବାକୁ ହୋଇଥାଏ,–ସମାନତା ହେଉଛି ଗୋଟିଏ ବେଶ୍ ଉତ୍ତମ କଥା; କିନ୍ତୁ, ତାହା ଯେପରି କେବେହେଲେ ଏବେ ସମ୍ପତ୍ତିର ବିତରଣ ଯେପରି ଧାରାରେ ରହିଛି, ସେଇଟି ଯେପରି କୌଣସି ପ୍ରକାରେ ତାହାକୁ ବଦଳାଇ ନଦିଏ, ତେବେ ଯାଇ-

 

* From Principles of the Penal Code, excerpted in D.O. Wanger: Social Reformers, p, 50.

 

ତେବେ ଏହି ପ୍ରକାରର ସମାନତା ପ୍ରକୃତରେ କିପରି ହୋଇଥିବ ? ହଁ, ଯେଉଁ ପ୍ରକାର ସମାନତା ବର୍ତ୍ତମାନ ମଜୁରି ଖଟୁଥିବା ଶ୍ରମିକମାନଙ୍କ ପାଇଁ ରହିଛି । ଏବଂ, ଖୁବ୍ ସ୍ପଷ୍ଟ କଥା ଯେ ତାହା ଏକ ଆରେକ ସହିତ ପ୍ରତିଦ୍ଵନ୍ଦିତା କରିବାରେ ଲାଗିଥିବା ମାଲିକମାନଙ୍କର କ୍ଷେତ୍ରରେ ପ୍ରଯୁଜ୍ୟ ବି ହେବନାହିଁ । ପ୍ରତ୍ୟେକ ମାଲିକ ତ ଯଥାସମ୍ଭବ ଅଧିକ ଓ ଆହୁରି ଅଧିକ କମାଇବା ନିମନ୍ତେ ପ୍ରୟାସୀ ହୋଇ ରହିଥିବେ । ପୁନଶ୍ଚ, ବର୍ତ୍ତମାନ ଶ୍ରମିକ ଏବଂ ସେମାନଙ୍କୁ ନିଯୁକ୍ତ କରୁଥିବା ମାଲିକମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କଗୁଡ଼ିକର କ୍ଷେତ୍ରରେ ମଧ୍ୟ ସେଇଟା ଆଦୌ ଲାଗୁ ହେବନାହିଁ । ବେନ୍ଥାମ୍ କହୁଛନ୍ତି,–ସେହି ତାଙ୍କ ସମୟରେ ମଧ୍ୟ ଏକ ପୁରୁଣା କୋଉ ଅମଳର ତଟୁଘୋଡ଼ାଟାଏ ଆରୋହଣ କରିଥିବା ପରି କଥାଟିକୁ କହୁଛନ୍ତି, “ଯଦି ପ୍ରକୃତରେ ଶ୍ରମନିଷ୍ଠା ରକ୍ଷା କରି କାମ କରୁଥିବା ଲୋକମାନଙ୍କର ଅବସ୍ଥା ଅଳସୁଆମାନଙ୍କର ଅବସ୍ଥା ତୁଳନାରେ ଅଧିକ ଭଲହୋଇ ନଥାନ୍ତା, ତେବେ ଶ୍ରମନିଷ୍ଠ ହେବା ସକାଶେ ଆଉ କୌଣସି କାରଣ ହିଁ ନଥାନ୍ତା ।’’

 

ଅଧିକ ଅର୍ଥର ଅଧିକାରୀ ହେବାର ଯେଉଁ ପ୍ରେରଣାଟି,–ଉପାର୍ଜିତ ଧନ ନିମନ୍ତେ ପ୍ରଦତ୍ତ ହୋଇଥିବା ଯେଉଁ ନିରାପତ୍ତାଟି,–ସମାଜ ଯେପରି ପ୍ରକୃତରେ ସଚଳ ଭାବରେ ଚାଲି ପାରିବ, ସେଇଟି ସକାଶେ ହିଁ ତାହାକୁ ଆବଶ୍ୟକ ବୋଲି ବିଚାର କରାଯାଉଛି । ଏପରିକି, ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନାର ସେହି କେଡ଼େ ଶକ୍ତିଶାଳୀ ଆକର୍ଷଣଗୁଡ଼ିକ ବେନ୍ଥାମ୍ କହିଥିବା ‘ଶ୍ରମପ୍ରତି ରହିଥିବା ସେହି ସ୍ଵାଭାବିକ ବିତୃଷ୍ଣା’ଟାକୁ ଅତିକ୍ରମ କରିବା ନିମନ୍ତେ ଯଥେଷ୍ଟ ହୋଇ ପାରୁନାହିଁ । ହଁ, କେବଳ ନିଜର ସମ୍ପତ୍ତି ଉପରେ ନିଜର ପୂର୍ଣ୍ଣ ଅଧିକାରଟାକୁ ହିଁ ରଖିପାରୁଛି:–ଏହା ଏପରି ଗୋଟିଏ ଅଧିକାର, ଯାହାକି ତୁମ ଆଗରେ ‘ସୁଖ, ପ୍ରାଚୁର୍ଯ୍ୟ ଏବଂ ନିରାପତ୍ତାର ସେହି ବୋଧଗୁଡ଼ିକୁ’ ଆଣି ଉପସ୍ଥାପିତ କରିପାରୁଛି । ଏହିପରି ଭାବରେ ବ୍ରିଟେନ୍, ଆମେରିକା ଓ ଫ୍ରାନ୍‌ସ ଦେଶର ସେହି ତିନୋଟିଯାକ ବିପ୍ଳବ ପଛରେ ଥିବା ସେହି ଆଖି ଝଲସାଇ ଦେଉଥିବା ଲକ୍ଷ୍ୟଗୁଡ଼ିକ ସତେଅବା ପଛରେ ରହି ଯାଉଛନ୍ତି ଏବଂ ଅଧିକ ସମୟୋପଯୋଗୀ ଅନ୍ୟ ଲକ୍ଷ୍ୟମାନଙ୍କୁ ବାଟ ଛାଡ଼ି ଦେଉଛନ୍ତି । ସେତେବେଳେ ସେହି ଅବସରମାନଙ୍କରେ ଯେଉଁଗୁଡ଼ିକର ଆକାଙ୍‌କ୍ଷା କରାଯାଇଥିଲା, ଏଣୁ ଜନଗଣ ସେଗୁଡ଼ିକ ଅପେକ୍ଷା କମ୍ ସ୍ଵାଧୀନ, କମ୍ ସମାନ ଏବଂ କମ୍ ଭାତୃଭାବାପନ୍ନ ହୋଇ ରହିବେ ଯେପରିକି ସେମାନଙ୍କର ଲାଳସାମାନେ ତୀକ୍ଷ୍‌ଣତର ହେବେ ଏବଂ ଉଦ୍ୟମଗୁଡ଼ିକ ମଧ୍ୟ ପୂର୍ଣ୍ଣ ନିରାପତ୍ତା ଲାଭ କରିପାରିବେ । ବହୁ ମଧୁର ପ୍ରତିଶ୍ରୁତିରେ ପରିପୂର୍ଣ୍ଣ ସେହି ବାଣିଜ୍ୟିକ କାରବାର–ନୀତିଟି ! ବସ୍ତୁତଃ କେତେ କେତେ ଦୁଃସାହସଯୁକ୍ତ ସେହି ଉଦ୍ୟମ, ଯେତେବେଳେ ପ୍ରକୃତରେ ସବୁକିଛି ପ୍ରାପ୍ତ ହୋଇ ଆସୁଥିବା ପରି ଲାଗୁଥିଲା ଏବଂ, କେଡ଼େ ଅତ୍ୟଧିକ ପରିମାଣରେ ମେଦଯୁକ୍ତ ଏବଂ ବହୁକାତରତା ଦ୍ଵାରା ପ୍ରପୀଡ଼ିତ ହୋଇ ଯେତେବେଳେ ତଥାପି ସବୁକିଛିକୁ ସଞ୍ଚି ରଖିବାକୁ ମଧ୍ୟ ପଡ଼ୁଥିଲା ।

 

ନିରପତ୍ତା, ସେଇଟି ମଧ୍ୟ ତ ଅନ୍ୟ ବହୁତ ବହୁତ ଧାରଣା ପରି ସେପରି ନିର୍ଦ୍ଦିଷ୍ଟ ବାସ୍ତବ ଅର୍ଥ ନଥିବା ଧାରଣାଟିଏ ! ଏବଂ, ଏଇଟିର ମଧ୍ୟ ସେହି ଅନ୍ୟଗୁଡ଼ିକ ପରି ଏକାଭଳି ଦଶା ହୋଇଛି-। ଲୋକମାନେ ଯିଏ ଯେପରି ଇଚ୍ଛା କରିଛନ୍ତି, ସେହିପରି ଅର୍ଥ ଦେଇ ତାହାକୁ ଅକ୍ତିଆର କରି ନେଇଛନ୍ତି । ବିଶେଷତଃ, ଗତ ପନ୍ଦରବର୍ଷ ମଧ୍ୟରେ, ‘ନିରାପତ୍ତା’ ନାମକ ସେହି ଧାରଣାଟି ଲୋକେ ଭୋଗିଥିବା ମାନ୍ଦାକାଳ ତଥା ଯୁଦ୍ଧଟି ଦ୍ଵାରା ନାନାଭାବେ ଦୁର୍ଗତ ଜନସମୂହଗୁଡ଼ିକର ଆବଶ୍ୟକତାଗୁଡ଼ିକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଦେଇଛି । କାମ ନଥିବା ସମୟର ବୀମା, ବାର୍ଦ୍ଧକ୍ୟକାଳୀନ ପେନ୍‌ସନ୍ ଏବଂ ଚିକିତ୍ସାଦି ସେବାର ଜାତୀୟ କାର୍ଯ୍ୟକ୍ରମଗୁଡ଼ିକୁ ବୁଝାଇଛି-। ସଂକ୍ଷେପରେ, ସମାଜରେ ଥିବା ସମସ୍ତଙ୍କର କଲ୍ୟାଣ ହୋଇ ପାରିବାଭଳି ଅନ୍ତତଃ ଆଂଶିକ ପରିମାଣରେ ବ୍ୟବସ୍ଥାମାନଙ୍କର ପୁନର୍ଗଠନକୁ ବୁଝାଇଛି । ଆଗରୁ ରହିଥିବା ବ୍ୟବସ୍ଥାଟିରେ ତ କେବଳ ଅଳ୍ପସଂଖ୍ୟକ ବ୍ୟକ୍ତି ହିଁ ଉପକୃତ ହୋଇ ପାରୁଥିଲେ । ଏକଦା ଶ୍ରୀଯୁକ୍ତ ବେନ୍ଥାମ୍ ଯେଉଁମାନଙ୍କ ପକ୍ଷର ପ୍ରତିନିଧିତ୍ଵ କରି ସମାନତା ଏବଂ ନିରାପତ୍ତାର ପରସ୍ପର-ବିରୋଧିତାକୁ ଦର୍ଶାଇ ଯେଉଁ ପୁଞ୍ଜିବାଦୀବର୍ଗର ପଟ ନେଇଥିଲେ, ସେମାନେ ତ ବର୍ତ୍ତମାନ ନିରାପତ୍ତାର ଦ୍ଵାହି ଦେଇ ସମାନତାର ବିରୋଧ କରିବା ଲାଗି ବାଧ୍ୟ ହେଉଛନ୍ତି । କାଳେ ଆହୁରି ଅଧିକ ନଙ୍ଗଳା ହୋଇ ଦିଶିବେ, ସେଥିପାଇଁ “କେବଳ ଆମରି ନିରାପତ୍ତା ନିମନ୍ତେ ସମାଜ ଅନୁରୂପ ଭାବରେ ଗଠିତ ହେବା ଉଚିତକୁ ଆମେ ନ୍ୟାୟୋଚିତ ଓ ଉପଯୁକ୍ତ ବୋଲି ଭାବୁଛୁ” ବୋଲି କହି ପାରୁନାହାନ୍ତି । କିନ୍ତୁ, ତା’ ବଦଳରେ ସେମାନଙ୍କର ପଟେ ରହିଥିବା ବ୍ୟକ୍ତିମାନେ ସମାଜ ସେହି ପ୍ରକାରେ ଗଠିତ ହୋଇ ପାରିଲେ ଅଧିକ ଭଲ ହେବ ବୋଲି ଯେକୌଣସି ପ୍ରକାରେ ବୁଝାଇଦେବାକୁ ଉଦ୍ୟମ କରୁଛନ୍ତି । ତେଣୁ, ସେମାନେ ଏପରି ଏକ ନୀତିସୂତ୍ରର କ୍ରମୋଦ୍‌ଭାଦନ କରି ଆଣିଛନ୍ତି, ଯାହାକି କେହି କେବେହେଲେ ଏକାବେଳେକେ ସ୍ଵାଧୀନ ଏବଂ ନିରାପଦ ହୋଇ ରହି ପାରିବନାହିଁ ବୋଲି କହି ବୁଝାଇ ଦେଉଛି । ଏବଂ, ସେହି କାରଣରୁ, ଦୁଇଟି ମଧ୍ୟରୁ ବରଂ ସ୍ଵାଧୀନ ହେବାଟା ହିଁ ଅଧିକ ଭଲ ବୋଲି କହିବାକୁ ଇଚ୍ଛା କରୁଛି, “କାହାପାଇଁ ଅଧିକ ଭଲ ?” ସେମାନଙ୍କୁ ଏପରି ଏକ ପ୍ରଶ୍ନ ପଚାରିବାଟା ସମ୍ଭବତଃ ନିର୍ଦ୍ଦୟତା ହିଁ ହେବ ।

 

ଦୁଃସାହସିକତାର ଆକର୍ଷଣ

 

ଯେଉଁ ସମର୍ଥକମାନଙ୍କୁ ଏହି ଏଡ଼େ କୃତଜ୍ଞତାପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଅର୍ପଣ କରାଯାଇଛି, ସେମାନେ ସମସ୍ତେ ଆଦୌ ଲେଖକ ନୁହନ୍ତି, କେବଳ ଭାଷଣ ଦେଉଥିବା ବ୍ୟକ୍ତି ମଧ୍ୟ ନୁହନ୍ତି, ସେମାନେ ଶିକ୍ଷାଦାତାମାନଙ୍କ ଭିତରେ ମଧ୍ୟ ରହିଛନ୍ତି, ଯେଉଁମାନେ କି ଆମର ଯୁବଗୋଷ୍ଠୀକୁ ଆବଶ୍ୟକ ପ୍ରେରଣାମାନ ଯୋଗାଇ ଦେବାକୁ ଆପଣାର ବ୍ରତରୂପେ ଗ୍ରହଣ କରିଛନ୍ତି । ବସ୍ତୁତଃ, ଏହିପରି ହୋଇଥାଏ ଯେ, ଗୋଟିଏ ସିଦ୍ଧାନ୍ତରେ ଯେତେ ଅଧିକ ପରିମାଣରେ ଏକ ଦାର୍ଶନିକତା ରହିଥାଏ, ସେତେବେଳେ ସେଇଟି ନିମନ୍ତେ ଜଣେ ଶିକ୍ଷାଦାତାଙ୍କର ସାହାଯ୍ୟକୁ ଲୋଡ଼ିବାର ଏକ ଅଧିକ ସମ୍ଭାବନା ଥାଏ । ସିଏ ସୁନିଶ୍ଚିତ ଭାବରେ ଜଣେ ସଦାଥିର ତଥା ସଦାବର୍ଦ୍ଧିଷ୍ଣୁ ବୁଦ୍ଧିର ଅଧିକାରୀ ହୋଇଥିବେ, ଜୀବନ ଉପରେ ଅବିଚଳ ଏବଂ ସମଗ୍ର ଦୃଷ୍ଟିପାତ କରି ପାରୁଥିବେ ଅଥବା ଅବଶ୍ୟ ଶୁଣିବାକୁ ପାଇଥିବେ ଯେ ଶ୍ରୀ ମାଥିଉ ଆର୍ନୋଲ୍‌ଡ଼୍ ଯେପରି କହି ଯାଇଛନ୍ତି, ତାଙ୍କର ସେହିପରି ଦୃଷ୍ଟିପାତ କରିବା ସର୍ବଦା ହିଁ ଅତ୍ୟନ୍ତ ଉଚିତ ହେବ । ଇଂରାଜୀ ଅଧ୍ୟାପନାର ବିଭାଗଟା ଯେପରି ନିରୂପିତ କରିଦେଇଛି, ସିଏ ସେହି ମୁତାବକ ଗଦ୍ୟର ସେହି ସୂକ୍ଷ୍ମତାଗୁଡ଼ିକୁ ମଧ୍ୟ ଠିକ୍ ଭାବରେ ସମଝି ପାରୁଥିବେ ଏବଂ, ଆଲୋଚ୍ୟ କ୍ଷେତ୍ରର ବୃହତ୍ତର ସାଧାରଣ ସନ୍ଦର୍ଭଗୁଡ଼ିକରେ ମଧ୍ୟ ତାଙ୍କର ଯଥେଷ୍ଟ ପରିଚୟ ଅବଶ୍ୟ ଥିବ । ହୁଏତ, ସିଏ ଏହିପରି ଭାବରେ ଆପଣାକୁ ବ୍ୟକ୍ତ କରିବେ :

 

କୌଣସି ଜଣେ ବ୍ୟକ୍ତିର ଦାୟିତ୍ଵଗୁଡ଼ିକ ଉପରେ କୌଣସି ଦୃଷ୍ଟି ନରଖି ତା’ ଅଧିକାର ଏବଂ ବିଶେଷ ସୁଯୋଗମାନଙ୍କୁ ଅତ୍ୟଧିକ ମହତ୍ତ୍ଵପ୍ରଦାନ କରିବା ଦ୍ଵାରା ଆମେ ବସ୍ତୁତଃ ବହୁ ପ୍ରମାଦ ଭିତରେ ପଶିଯାଇ କୌଣସି ସମାଜରେ କରାଯାଉଥିବା ଯାବତୀୟ ଉଦ୍ୟମର କ୍ଷେତ୍ରରେ ସ୍ଵାଧୀନତାର ଏକ ସ୍ଥାନାପନ୍ନ ରୂପେ ନିରାପତ୍ତାକୁ ଗ୍ରହଣ କରିଛୁ । ସାଂପ୍ରତିକ କାଳର ତଥା ପରିବର୍ତ୍ତୀ ପୀଢ଼ିମାନଙ୍କ ନିମନ୍ତେ ଏକ ଦାୟିତ୍ଵବୋଧକୁ ହିଁ ପୁନର୍ବାର ସବାଆଗରେ ରଖି ବର୍ତ୍ତମାନ ଆମକୁ ବ୍ୟକ୍ତିର ସେହି ଅନ୍ତର୍ଗତ ଯୋଗ୍ୟତା ତଥା ମହତ୍ତା ବିଷୟରେ ରହି ଆସିଥିବା ଆମ ବିଶ୍ଵାସର ଏକ ନୂତନ ପୁନର୍ବିନ୍ୟାସ କରିବାକୁ ହେବ ଏବଂ ଆମେରିକାର ସାଧାରଣ ଜୀବନରେ ସେହି ବୋଧଟିକୁ ସୁରକ୍ଷିତ କରିବା ନିମନ୍ତେ ଏକ ସଂକଳ୍ପ ମଧ୍ୟ ଗ୍ରହଣ କରିବାକୁ ପଡ଼ିବ । କାରଣ, ଯେଉଁସବୁ ଆଦର୍ଶକୁ ଆଧାର କରି ଆମେରିକାରେ ଏହି ସାଧାରଣତନ୍ତ୍ରଟିର ସ୍ଥାପନା ହୋଇଥିଲା ଏବଂ ଯାହାପରେ ଛିଡ଼ା ହୋଇ ତାହାର ବିକାଶ ସମ୍ଭବ ହେଲା, ତାହାରିଦ୍ଵାରା ହିଁ ସେହି ନୀତିଗୁଡ଼ିକ ଅବଶ୍ୟ ଅବିଚ୍ଛିନ୍ନ ହୋଇ ରହିବ ।....

 

ଏହି କଥାଟି ମନେ ରହିଥିବା ଉଚିତ ଯେ, ଗୋଟିଏ ଜାତିର ଏବଂ ଜଣେ ବ୍ୟକ୍ତିର ଜୀବନରେ ଆଗ ଏକ ସୁଶୃଙ୍ଖଳିତ ଜୀବନରୁ ହିଁ ଅସଲ ନିରାପତ୍ତାଟି ଉପଲବ୍ଧ ହୋଇଥାଏ । ଯେଉଁମାନେ ସବାଆଗ ନିରାପତ୍ତାକୁ ହିଁ ଏକ ଲକ୍ଷ୍ୟ ବୋଲି ଲୋଡ଼ୁଥାନ୍ତି, ଉକ୍ତ ସତ୍ୟଟିକୁ ସେମାନେ ଆଦୌ ଘ୍ରାଣ କରି ପାରନ୍ତିନାହିଁ । ହଁ, ଏଇଟି ତ ପ୍ରକୃତରେ ସେହି ସୁଖଟି ସଦୃଶ, ଯାହାକି ସତକୁସତ ସଫଳତା ଲାଭ କରୁଥିବା ଜଣେ ବ୍ୟକ୍ତିର ଜୀବନରେ ସମ୍ଭବ ହୁଏ; କିନ୍ତୁ ଯିଏ ସୁଖକୁ ନିଜ ଜୀବନର ଏକ ଲକ୍ଷ୍ୟବସ୍ତୁ ରୂପେ ଗ୍ରହଣ କରି ନେଇଥାଏ, ସିଏ କଦାପି ସୁଖଲାଭ କରେନାହିଁ-

 

ସକଳ ଜାତିର ତଥା ବ୍ୟକ୍ତିମାନଙ୍କର ଜୀବନରେ, ଯେତେବେଳେ ସର୍ବାଧିକ ମହତ୍ତ୍ଵ ପ୍ରଦାନ କରି ନିରାପତ୍ତା ଉପରେ ହିଁ ସକଳ ଦୃଷ୍ଟିକୁ ନିବଦ୍ଧ କରିରଖା ଯାଇଥାଏ, ସେହି କ୍ଷେତ୍ରରେ ସର୍ବବିଧ ଗତିଶୀଳତା ପ୍ରକୃତରେ ବନ୍ଦ ହୋଇଯାଏ ଏବଂ ପରାଜୟ ହିଁ ମିଳିଥାଏ ।

 

ପୁନଶ୍ଚ, ଯେତିକି ଉଦ୍ୟମ ଅର୍ଥାତ୍ କ୍ରିୟାଶୀଳତାର କଳ୍ପନା କରାଯାଇଛି, ସେତିକିର ଫଳରେ ହିଁ ସର୍ବବିଧ ଲାଭ ଅବଶ୍ୟ ଆସି ମିଳିପାରିବ ବୋଲି ଯେତେବେଳେ ଅତ୍ୟଧିକ ସତର୍କତା ଅବଲମ୍ବନ କରା ଯାଉଥାଏ ଓ ସେହି ବିଷୟରେ ହିଁ ଅତିରିକ୍ତ ବ୍ୟସ୍ତତା ପ୍ରକାଶିତ ହୁଏ, ସେତେବେଳେ ଯାବତୀୟ ବ୍ୟବସାୟ ଏବଂ ଶିଳ୍ପର କ୍ଷେତ୍ରରେ ଆଉ କୌଣସି ଗତିଶୀଳତା ରହି ପାରେନାହିଁ । ଏବଂ, ସେହିପରି ଯେତେବେଳେ ଶ୍ରମିକମାନେ ମଧ୍ୟ ଏକତ୍ର ଦଳବଦ୍ଧ ହୋଇ ସଂଗ୍ରାମ କରିପାରିବେ ବୋଲି ରହିଥିବା ଅଧିକାରଟି ବଳରେ, ସେ କେତେଘଣ୍ଟା କାମ କରି, କେତେ ମଜୁରି ପାଇବ, ଏବଂ କି ପ୍ରକାରର ଏବଂ କେତେ ନିଶ୍ଚିତ ହୋଇ ରହିଥିବା ନିଯୁକ୍ତି ଆଦି ବିଷୟରେ ମୂଲଚାଲ କରିବାରେ ଅତିବେଶୀ ନଜର ଦେଉଥିବ, ସେତେବେଳେ ମଧ୍ୟ ଅଗ୍ରଗତିର ଚକ ଶିଥିଳ ହୋଇ ଆସିବ ବୋଲି ପ୍ରମାଣ ରହିଛି ।*

 

* Carmichael : "Liberty vs. Security," Vital Speches, Vol. 4, p. 670. This is an address delivered at a banquet of the New York State Bankers Association, June 26, 1938, at the Saranac Inn, Uper Saranac, New York. The italics are Dr. Carmichael's.

 

ଭୋଜିଦ୍ଵାରା ଆପ୍ୟାୟନ କରାଉଥିବା ସେହି ଖାସ୍ ବ୍ୟକ୍ତିମାନେ କେଡ଼େ ପୂରା ସିଧା ଭାବରେ ଖାଦ୍ୟଦ୍ରବ୍ୟଗୁଡ଼ିକୁ ଗର୍ଭସାତ୍ କରୁ କରୁ ବିଚାରମାନଙ୍କୁ ମଧ୍ୟ ଗର୍ଭସାତ୍ କରିବାର ସେହି ଅନ୍ୟ ମାହାଲଟା ଭିତରକୁ ଯେ ଚାଲିଯାଆନ୍ତି, ସେକଥା ଦେଖି ମୁଁ ପ୍ରାୟ ତ ସବୁବେଳେ ଖୁବ୍ ଆଚମ୍ବିତ ହୋଇଯାଇଛି; କାରଣ, କଫିକୁ ପିଇବା ପରେ ଯେଉଁ ଦୀର୍ଘପ୍ରାୟ ବିରତି–ସମୟଟି ମିଳେ, ସେତେବେଳେ ତ ମୋର ଖାଲି ଶୋଇ ପଡ଼ିବାକୁ ହିଁ ମନ ହେଉଥାଏ । କିନ୍ତୁ, ଭୋଜନ ଅନ୍ତେ ଯେଉଁ ଶ୍ରୋତାମାନେ ଭାଷଣଟି ଶୁଣୁଥିଲେ, ସେମାନେ ଯେ କେବଳ ବିଚାରଗୁଡ଼ିକୁ ଗର୍ଭସାତ୍ କରିବାକୁ ଆରମ୍ଭ କରିଦେଲେ କେବଳ ତା ନୁହେଁ, ସେମାନେ ଜଣେ ବ୍ୟକ୍ତିଠାରେ ଅନ୍ତର୍ନିହିତ ହୋଇ ରହିଥିବା ଯୋଗ୍ୟତା ତଥା ମହତ୍ତା ବିଷୟରେ ରହିଥିବା ନିଜନିଜର ବିଶ୍ଵାସଟିକୁ ମଧ୍ୟ ସତେଅବା ଝାଡ଼ିଝୁଡ଼ି ନୂଆ ରୂପରେ ପ୍ରତ୍ୟକ୍ଷ ମଧ୍ୟ କରିପାରୁଥିଲେ । ମୁଁ ତ ଭାବୁଛି ଯେ ଆମେ ଏହି ପ୍ରତିଭାଚୟ ପାଖରେ ପ୍ରକୃତରେ ନତମସ୍ତକ ହେବା, କାରଣ ସେମାନଙ୍କର ସେହି ବଳିଷ୍ଠତାର ତ କୌଣସି ତୁଳନା ହିଁ ନଥିବ । ଅବଶ୍ୟ, ଏପରି ହୋଇପାରେ ଯେ, ଏମାନଙ୍କର ସେହି ଅପାର ସମର୍ଥତାଟି ବାହାରକୁ ଯେତେ ଅଧିକ ପରି ମନେ ହେଉଥିଲା । ବସ୍ତୁତଃ ତା'ଠାରୁ କିଛି ପରିମାଣରେ କମ୍ ହିଁ ଥିଲା କାରଣ, ବକ୍ତା ତାଙ୍କର ଶ୍ରୋତାମାନଙ୍କୁ ଖୁବ୍ ନିର୍ଭର ପ୍ରଦାନ କରି କହୁଥିଲେ ଯେ, ଜଣେ ବ୍ୟକ୍ତିର ସେହି ଅନ୍ତର୍ନିହିତ ଯୋଗ୍ୟତା ଏବଂ ମହତ୍ତା ପ୍ରକୃତରେ ଶ୍ରମିକମାନଙ୍କର ଏକାଠି ହୋଇ ଦାବୀଗୁଡ଼ିକ ପୂରଣ ନିମନ୍ତେ ମୂଲଚାଲ କରିବା ଓ ଶ୍ରମର ଅବଧି ହ୍ରାସ କରିବା, ଅଧିକ ମଜୁରୀ ପାଇବା ଏବଂ ସ୍ଥାୟୀରୂପେ ନିଯୁକ୍ତ ହେବା ଇତ୍ୟାଦି ଦାବୀର ଉପସ୍ଥାପନା କରିବାଠାରୁ ବସ୍ତୁତଃ ଅତ୍ୟନ୍ତ ଭିନ୍ନ,–ବରଂ ଅଧିକତର ଅର୍ଥରେ ସେଗୁଡ଼ିକର ବିରୋଧୀ ବୋଲି କୁହାଯାଇ ପାରିବ । ଏହି କିସମର ଗୋଟିଏ ବ୍ୟାଖ୍ୟା ଦେଇ ବ୍ୟାଙ୍କ୍‌ମାଲିକମାନେ ବ୍ୟକ୍ତିର ଅନ୍ତର୍ନିହିତ ଯୋଗ୍ୟତା ଏବଂ ମହତ୍ତା ବିଷୟରେ ରହିଥିବା ସେମାନଙ୍କର ବିଶ୍ଵାସଟି ବିଷୟରେ ପୁନଃସଚେତନ ହୋଇ ପାରନ୍ତି । ଏବଂ, ଏହିଭଳି ପରିସ୍ଥିତି ମାନଙ୍କରେ ବ୍ୟକ୍ତିର ଅନ୍ତର୍ନିହିତ ଯୋଗ୍ୟତା ଏବଂ ମହତ୍ତା ଆଖର ଶ୍ରୀଯୁକ୍ତ ଜ୍ୟାକ୍ ହର୍ନରଙ୍କର ସେହି “ଆରେ, ମୁଁ ପ୍ରକୃତରେ କେଡ଼େ ଭଲ ପିଲାଟିଏ” ଦ୍ଵାରା ବ୍ୟକ୍ତ ହେଉଥିବା କଥାଟି ପରି ଏକ ଦ୍ରବ୍ୟରେ ପରିଣତ ହୋଇ ଯାଇଥାଏ ।

 

ପୁନଶ୍ଚ, ଏକ ଯୋଜନା ଅନୁସାରେ ଯେତେ ପ୍ରୟାସ କରାଗଲେ ମଧ୍ୟ କଦାପି କୌଣସି ନିରାପତ୍ତା ଯେ ସମ୍ଭବ ହେବନାହିଁ, ସେହି କଥାଟିକୁ ଦର୍ଶାଇ ଦେଉଥିବା ବିଚକ୍ଷଣ ଯୁକ୍ତିଟିରେ କେତେକଙ୍କୁ ଏକ ଆରାମ ନିଶ୍ଚୟ ମିଳୁଥିବ । ସେହି ଏକା ଯୁକ୍ତିଟି ଅନୁସାରେ, ସୁଖ ପରି ଅନ୍ୟାନ୍ୟ ଅନେକ ଅନୁକୂଳ ସ୍ଥିତି ରହିଥିଲେ ଯାଇ ନିରାପତ୍ତା ସମ୍ଭବ ହେବ,–ତୁଚ୍ଛା ଛାଏଁ ଛାଏଁ ଆଦୌ ସମ୍ଭବ ହେବନାହିଁ । ମୁଁ ଭାବୁଛି, ଏହିପରି ଭାବରେ ସମ୍ଭବତଃ ଉକ୍ତ କଥାଟିର ଉତ୍ତର ଦିଆଯାଇ ପାରିବ ଯେ, ଯଦି ଆଗ ସେଇଟି ସମ୍ଭବ ହେଲେ ଏଇଟି ମଧ୍ୟ ସମ୍ଭବ ହେଉଥାଏ, ତେବେ ସେଇଟିର ଅନୁଶୀଳନ କରିବା ମଧ୍ୟ କାହିଁକି ସମ୍ଭବ ନହେବ ଏବଂ ତଦ୍ଦ୍ୱାରା ଆମକୁ ଏଇଟି ମଧ୍ୟ ଉପଲବ୍ଧ ହୋଇପାରିବ । ଏବଂ, ଏହିପରି ଭାବରେ ପ୍ରକୃତରେ ଯାହକିଛି ପ୍ରାପ୍ତ ହେବ, ଯଦି ତାହା ଏଇଟି ଓ ସେଇଟି ଦ୍ଵାରା ନିର୍ମିତ ହୋଇଥିବା ଏକ ସ୍ଥିତି ହୋଇଥାଏ, ତେବେ ଆମଲାଗି ଏପରି ନକହି ପାରିବାର କୌଣସି କାରଣ ମଧ୍ୟ କାହିଁକି ରହିବ ଯେ, ଆମେ ପ୍ରକୃତରେ ସେହି ଦୁଇଟି ମଧ୍ୟରୁ ଏଇଟି ବିଷୟରେ ଅଧିକ ଆଗ୍ରହ ପ୍ରକାଶ କରୁଛୁ ? ଏବଂ, ଏପରି କୌଣସି କାରଣ ମଧ୍ୟ ନାହିଁ ଯେ, ଆମଲାଗି ଅଧିକତର କାମ୍ୟ ସେହି ଆରଟିର ଅନୁବର୍ତ୍ତୀ ହୋଇ ଉପଲବ୍ଧ ହେଉଥିବାରୁ ଆମେ କ'ଣ ପାଇଁ ଆଗ ସେଇଟିକୁ ନେଇ ଆମର ଯୋଜନାଗୁଡ଼ିକୁ ନକରିବା ! ମାତ୍ର, ପୂର୍ବେ ପ୍ରଦତ୍ତ ହୋଇଥିବା ଯୁକ୍ତିଟି ତ ପ୍ରଥମ ପ୍ରାପ୍ତ ଫଳଟିର ଉଲ୍ଲେଖ କରୁଛି ଏବଂ ତାହାକୁ ସମ୍ଭବ କରାଉଥିବା ଉପାଦାନଗୁଡ଼ିକୁ ବେଶ୍ ପାସୋରି ଦେଉଛି । କାରଣ, ନିରାପତ୍ତା ମୋଟେ ଲକ୍ଷ୍ୟଟିଏ ହୋଇ ପାରିବନାହିଁ ବୋଲି ଯଦି ଲୋକମାନଙ୍କୁ ପ୍ରତ୍ୟୟଟିଏ ଦିଆଯାଇ ପାରିବ, ତେବେ ତ ସେମାନେ ସ୍ପଷ୍ଟତଃ ସେଇଟିକୁ ହାସଲ କରିବା ସକାଶେ କୌଣସି କାର୍ଯ୍ୟ ମଧ୍ୟ କରିବେନାହିଁ ।

 

ସ୍ଵାଧୀନତା ଓ ନିରାପତ୍ତା ଦୁଇଟିଯାକ କଦାପି ଏକାବେଳେକେ ସମ୍ଭବ ନୁହେଁ ବୋଲି ଏହି ଯେଉଁ କେଉଁକାଳର ଯୁକ୍ତିଟି, ତାହାର ସମର୍ଥନ କରୁଥିବା ପ୍ରକୃତ ମର୍ମଟିକୁ ଆମେ ଏହି ପୂର୍ବବର୍ତ୍ତୀ ଦୁଇ ପାରାରେ ପାଇଯିବା । ସେହି ଯୁକ୍ତିଟି ପ୍ରକୃତରେ କହିବାକୁ ଇଚ୍ଛା କରୁଛି ଯେ, ନିରାପତ୍ତା ରହିଲେ ଆଉ କୌଣସି ସଚଳତା ହିଁ ରହିବନାହିଁ । ଏହାଦ୍ଵାରା ଆଶଙ୍କା କରାଯାଇଛି ଯେ, ଥରେ ଲୋକମାନେ ନିରାପତ୍ତା ମଧ୍ୟରେ ରହିଲେ ସେମାନେ ଶ୍ରମର କ୍ଷେତ୍ରରେ ଖୁବ୍ ହୁଗୁଳା ହେବେ ଏବଂ ଏପରିକି ଅଳସୁଆ ହେବେ, ନିଷ୍କ୍ରିୟ ହୋଇ ରହିବେ । ନୂଆ ନୂଆ ବିଳାସର ସ୍ଵପ୍ନ ଦେଖିବେ ଏବଂ ହାଉଲେ ହାଉଲେ ଏପରି ଗେହ୍ଲା ହୋଇଯିବେ ଯେ, ଆପଣାକୁ ରକ୍ଷା କରି ପାରିବାର ଶକ୍ତିମାନଙ୍କୁ ହରାଇ ଦେବେ । ନିରାପତ୍ତା ଭିତରେ ରହି ଯାବତୀୟ ଭଦ୍ୟମଶୀଳତାର ଇଚ୍ଛା ହରାଇବେ ଏବଂ ତା’ପରେ ଆଉ କେହିହେଲେ ସେମାନଙ୍କୁ ଶ୍ରମ ଲାଗି ପ୍ରବୃତ୍ତ କରାଇ ପାରିବନାହିଁ ।

 

ଏବଂ, ଏକ ବେଶ୍ ବିଚିତ୍ର କଥାଟିଏ ଯେ, ନିରାପତ୍ତାର ବିରୋଧ କରୁଥିବା ଏହି ଯେଉଁ ଯୁକ୍ତିଟି, ଶ୍ରୀଯୁକ୍ତ ବେନ୍ଥାମ୍ ଏକଦା ନିରାପତ୍ତାର ସପକ୍ଷରେ ମଧ୍ୟ ଠିକ୍ ସେଇଟିକୁ ଆଣି ବାଢ଼ିଛନ୍ତି । ବେନ୍ଥାମ୍ କହୁଥିଲେ ଯଦି ଲୋକମାନେ ସେମାନଙ୍କ ନିକଟରେ ରହିଥିବା ସମ୍ପଦଗୁଡ଼ିକ ବିଷୟରେ ନିରାପଦ ଅନୁଭବ କରି ନପାରୁଥିବେ, ତେବେ ସେଗୁଡ଼ିକୁ ଅର୍ଜନ କରିବା ନିମନ୍ତେ ମଧ୍ୟ ସେମାନଙ୍କର କୌଣସି ଆଗ୍ରହ ରହିବନାହିଁ ଏବଂ ତେଣୁ କୌଣସି କାର୍ଯ୍ୟ ମଧ୍ୟ ସମ୍ଭବ ହେବନାହିଁ । ଅନ୍ୟ ଯୁକ୍ତିଟିରେ କୁହା ହେଉଛି ଯେ, ଯଦି ଲୋକେ ନିଜର ସମ୍ପଦଗୁଡ଼ିକ ବିଷୟରେ ନିରାପଦ ଅନୁଭବ କରିବେ, ତେବେ କର୍ମ କରିବାର କୌଣସି ଆଗ୍ରହ ରହିବନାହିଁ ଓ କେହି ଆଉ ଶ୍ରମ କରିବେନାହିଁ । ଏହିପରି ଭାବରେ ଦୁଇ ମତ ମଧ୍ୟରେ ଏକ ଧର୍ମସଙ୍କଟ ଆସି ଦେଖା ଦେଉଛି, ଯେଉଁଥିରେ ନିରାପତ୍ତା ରହିବା ଏବଂ ନିରାପତ୍ତା ନରହିବା ଦୁହେଁ ଗୋଟିଏ ଗୋଟିଏ ବିକଳ୍ପ ହୋଇ ରହିଛନ୍ତି ଏବଂ ଦୁଇଟିଯାକର ପରିଣାମ ରୂପେ ଏକ ବିଶ୍ଵମୟ ଆଳସ୍ୟପରାୟଣତାର ଧାରଣା ପ୍ରଦାନ କରାଯାଉଛି । ଏବଂ, ଆମ ସମାଜ ପରି ଏକ କ୍ଷେତ୍ରରେ ଏପରି ଗୋଟିଏ ପରିଣାମ ହେବ ବୋଲି ସ୍ପଷ୍ଟତଃ ଆଦୌ କୌଣସି ଅବକାଶ ହିଁ ନାହିଁ । କାରଣ, ଏଇଟିରେ ଯେତେ ଅସମଞ୍ଜସ ଭାବରେ ହେଲେ ମଧ୍ୟ ଏକ ପ୍ରକୃତ ସାଧନକୌଶଳଯୁକ୍ତ ସତତ ବିକାଶ ହୋଇ ଆସିଛି ।

 

ସେହି ଗୋଟିଏ ଯୁକ୍ତ ଦୁଇ ବିରୋଧୀ ମାର୍ଗରେ ଯେ ଅବଶ୍ୟ ପ୍ରାସଙ୍ଗିକ ହେବ, ତାହା କଦାପି ସମ୍ଭବ ନୁହେଁ । ମନୁଷ୍ୟମାନେ ଶ୍ରମ କରିବା ନିମନ୍ତେ ପ୍ରେରଣା ଲାଭ କରିବେ ବୋଲି ଯଦି ପ୍ରକୃତରେ ନିରାପତ୍ତାର ଆବଶ୍ୟକତା ରହିଥାଏ ଏବଂ ଯଦି ମନୁଷ୍ୟମାନଙ୍କୁ ଶ୍ରମରେ ପ୍ରବୃତ୍ତ କରି ରଖିବାପଇଁ ପ୍ରେରଣାର ଆବଶ୍ୟକତା ଥାଏ (ଅବଶ୍ୟ ରହିବା ଉଚିତ ବୋଲି ମୁଁ ସଂପୂର୍ଣ୍ଣ ନିଃସନ୍ଦେହ), ତେବେ ନିରାପତ୍ତାକୁ ମଧ୍ୟ ସ୍ପଷ୍ଟତଃ ଏକ ସଂପୂର୍ଣ୍ଣ ଭାବରେ କାମ୍ୟ ସାମାଜିକ ଲକ୍ଷ୍ୟ ବୋଲି ଅବଶ୍ୟ ସ୍ଵୀକାର କରିବାକୁ ହେବ । କିନ୍ତୁ, ଅନ୍ୟ ପକ୍ଷରେ, ଯଦି ନିରାପତ୍ତା ରହିବା ଫଳରେ ଶ୍ରମ କରିବା ବିଷୟରେ ଲୋକମାନଙ୍କର ଉତ୍ସାହ ଊଣା ହୋଇ ଯାଉଥାଏ, ଏବଂ ଯଦି ଲୋକମାନେ ଯେପରି ଶ୍ରମରେ ପ୍ରବୃତ୍ତ ହେବେ, ସେଥିଲାଗି ସେମାନଙ୍କୁ ଆବଶ୍ୟକ ପ୍ରେରଣା ମିଳିବାର ପ୍ରୟୋଜନ ମଧ୍ୟ ଥାଏ, ତେବେ ନିରାପତ୍ତାକୁ ନିଶ୍ଚୟ ଗୋଟିଏ ଅବାଞ୍ଛିତ ସାମାଜିକ କ୍ଷତିକାରକ ମନ୍ଦ ବୋଲି କୁହାଯିବ । ତେଣୁ, ଏହି ଦୁଇଟି ମତରୁ ଗୋଟିକୁ ଅବଶ୍ୟ ବାଛିନେବାକୁ ପଡ଼ିବ; କାରଣ ଦୁଇଟିଯାକ କଦାପି ଯୁଗପତ୍ ଭାବରେ ଠିକ୍ ହେବେ ନାହିଁ । ଅଥବା, ଇତିହାସର ସହାୟତା ଗ୍ରହଣ କରି ଯଦି ତୁମେ ଦୁଇଟି ଯାକକୁ ଉଚିତ ବୋଲି କହିବାକୁ ଚେଷ୍ଟା କରିବ, ତେବେ, ବେନ୍ଥାମଙ୍କର ମତ କାହିଁକି ତାଙ୍କ ସମୟରେ ଠିକ୍ ଥିଲା ଓ ବର୍ତ୍ତମାନ ଆଉ ଠିକ୍ ହୋଇ ରହିଲାନାହିଁ ଓ ଅନ୍ୟ ମତଟି ବେନ୍ଥାମ୍‌ଙ୍କ ସମୟରେ କାହିଁକି ଭୁଲ୍ ଥିଲା ଏବଂ ବର୍ତ୍ତମାନ ଠିକ୍ ବୋଲି ବିବେଚିତ ହେଲା, ତୁମକୁ ସେକଥାଟିକୁ ମଧ୍ୟ ବୁଝାଇ ଦେବାକୁ ପଡ଼ିବ ।

 

ଏହି ଦ୍ଵିବିଧ ମତକୁ ପରସ୍ପରର ନିକଟବର୍ତ୍ତୀ କରି ଆଣିବାର ଆଉଗୋଟିଏ ବାଟ ମଧ୍ୟ ରହିଛି : ଆମେ ଏପରି ଅନୁମାନ କରିବା ଯେ, ନିରାପତ୍ତା କହିଲେ ଦୁଇଟିଯାକ ମତ ଭିନ୍ନ ଭିନ୍ନ କଥା କଥାକୁ ବୁଝୁଛନ୍ତି । ବେନ୍ଥାମ୍ କହୁଛନ୍ତି ଯେ, ନିରାପତ୍ତା ନିଶ୍ଚୟ ରହିଥିବା ଉଚିତ, କାରଣ ତାହା ଏକ ସମ୍ପତ୍ତିର ଅଧିକାରୀଙ୍କୁ ସୁରକ୍ଷା ପ୍ରଦାନ କରେ । ଅର୍ଥାତ୍, ନିରାପତ୍ତା ପୁଞ୍ଜିବାଦୀମାନଙ୍କର ବହୁତ ଉପକାର କରିଥାଏ । ଏବଂ, ଅନ୍ୟ ମତଟି କହୁଛି ଯେ, ନିରାପତ୍ତା ମୋଟେ ଉଚିତ ନୁହେଁ, କାରଣ ଏହାଦ୍ଵାରା ଶ୍ରମିକମାନଙ୍କୁ ବାର୍ ମୂଲଚାଲ କରିବା ସକାଶେ ମିଛଟାରେ ମଉକାମାନ ମିଳିଯାଏ,–କମ୍ ସମୟ କାମ କରିବା, ମଜୁରି ବଢ଼ିବା, ଇତ୍ୟାଦି ଇତ୍ୟାଦି । ଅର୍ଥାତ୍ ଏହି ପ୍ରକାରର ନିରାପତ୍ତା ପୁଞ୍ଜିବାଦୀମାନଙ୍କ ନିମନ୍ତେ ଆଦୌ ଅନୁକୂଳ ହୁଏନାହିଁ । ଏଣୁ, ଏହି ଅର୍ଥରେ ଦୁଇଟିଯାକ ମତରେ ପ୍ରକୃତରେ ଗୋଟିଏ ସାଧାରଣ ଭୂମି ରହିଛି ବୋଲି ଖୁବ୍ ଜାଣିହୁଏ : ସୋମାନେ ଉଭୟେ ପୁଞ୍ଜିବାଦୀମାନଙ୍କର ହିଁ ମଙ୍ଗଳ କାମନା କରନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ଆପାତତଃ ରହିଥିବା ଦ୍ଵନ୍ଦ୍ୱଟି ଆଦୌ ରହେନାହିଁ । ଏବଂ ଆମେ ମଧ୍ୟ ବୁଝୁ ଯେ, ଯଦି ‘ନିରାପତ୍ତା’ ଶବ୍ଦଟିକୁ ଅଲଗା ଅଲଗା ଅର୍ଥରେ ବ୍ୟବହାର କରାଯାଇ ନଥାନ୍ତା, ତେବେ ଦୁହିଁଙ୍କ ମଧ୍ୟରେ ମତରେ ସଂପୂର୍ଣ୍ଣ ଐକଟିଏ ମଧ୍ୟ ରହିଥାନ୍ତା ।

 

ପୁନଶ୍ଚ, ବର୍ତ୍ତମାନ ସେହି ଯୁକ୍ତିଟିର ଗୋଟିଏ ତୃତୀୟ ପ୍ରକାରକୁ ମଧ୍ୟ ପରୀକ୍ଷା କରି ଦେଖାଯାଉ । ୧୯୪୫ ମସିହା ଅକ୍ଟୋବର ମାସରେ ଡକ୍ଟର୍ ଲାଙ୍ଗ୍‌ମୁର୍ ଆମେରିକାର ଏକ ସିନେଟ୍ କମିଟି ପାଖରେ ବିଜ୍ଞାନ–ଗବେଷଣାର କ୍ଷେତ୍ରରେ ସରକାରଙ୍କ ତରଫରୁ ସହାୟତା ପ୍ରଦାନ କରାଯିବା ବିଷୟରେ ଏକ ବକ୍ତବ୍ୟ ପ୍ରଦାନ କରୁଥିଲେ । ଶ୍ରୀ ଲାଙ୍ଗ୍‌ମୁର୍ ଆଶଙ୍କା କରୁଥିଲେ ଯେ, ଗବେଷଣା ନିମନ୍ତେ ବୈଜ୍ଞାନିକମାନଙ୍କୁ ଯେଉଁ ଉତ୍ସାହପ୍ରଦାନକାରୀ ପ୍ରତୀକରାଶିମାନ ଦିଆଯାଏ, ସରକାରଙ୍କର କେତେ ଆଚରିତ ରୀତିଗୁଡ଼ିକର କାରଣରୁ ସେହି କ୍ଷେତ୍ରରେ କିଛି ଅନ୍ୟପ୍ରକାର ଫଳ ମଧ୍ୟ ବେଶ୍ ଘଟିପାରେ:

 

ଆମେ ଆମର ଏହି ଅତୀତରୁ (ବ୍ୟକ୍ତିଗତ ସ୍ଵାଧୀନତା, ସ୍ଵାଧୀନ ଚିନ୍ତା, ସ୍ଵାଧୀନ ଉଦ୍ୟୋଗ, ଏକକ ଅଧିକାର ପ୍ରଭୃତି) ଏକ ଉତ୍ତରାଧିକାର ସୂତ୍ରରେ ପ୍ରୋତ୍ସାହନ–ପ୍ରଦାନର ଏପରି ଏକ ପରମ୍ପରା ଲାଭ କରି ପାରୁଛୁ । ଯାହା ଅନ୍ୟାନ୍ୟ ଦେଶମାନଙ୍କରେ ପ୍ରଚଳିତ ସେହି ବ୍ୟବସ୍ଥାଟିର ତୁଳନାରେ ଅଧିକ ଫଳପ୍ରଦ ହୋଇପାରିଛି । ମାତ୍ର ଆମର ଏହି ଦେଶରେ ସ୍ଵୀକୃତ ହୋଇଥିବା ପୁଞ୍ଜିବାଦୀ ଗଠନଧାରାଟିର କେତେକ କ୍ଷେତ୍ରରେ କିଛି ସରକାରୀ ନିୟନ୍ତ୍ରଣ ଅବଶ୍ୟ ରହିବାର ଯେଉଁ ପ୍ରୟୋଜନଟି ମଧ୍ୟ ଏଠାରେ ରହିଛି, ସେଥିରୁ ଉତ୍ସାହ ପାଇ ସମଗ୍ର ପୁଞ୍ଜିବାଦୀ ବ୍ୟବସ୍ଥାଟି ଉପରେ ମଧ୍ୟ ନାନା ଆକ୍ରମଣ ହୋଇଛି,–ସେହି ବ୍ୟବସ୍ଥାଟିର ଭଲ ଓ ମନ୍ଦ ଉଭୟ ଦିଗ ଉପରେ ଆକ୍ରମଣ କରାଯାଇଛି । ଏଠାରେ ମୁଁ ସେହିପରି କେତୋଟି କଥାର ତାଲିକା ଦେବି, ଯାହାକି ପ୍ରୋତ୍ସାହନଗୁଡ଼ିକୁ ସୀମିତ କରି ରଖିବାଲାଗି ଏବଂ ଏପରିକି ପୂରା ରୋକିଦେବା ପାଇଁ ମଧ୍ୟ ମନୋଭାବଟିଏ ପ୍ରକାଶ କରୁଛି । ଏଭଳି ଗୋଟିଏ ତାଲିକା ପ୍ରଦାନ କରି ମୁଁ କୌଣସିଟିର ପକ୍ଷ ବା ବିପକ୍ଷ କୌଣସିଟିକୁ ଆଦୌ ଗ୍ରହଣ କରୁନାହିଁ । ପ୍ରୋତ୍ସାହନ–ପ୍ରଦାନର କ୍ଷେତ୍ରରେ ସେଗୁଡ଼ିକର ଯେଉଁଭଳି ପ୍ରଭାବ ଇତ୍ୟାଦି ପଡ଼ୁଛି, ମୁଁ କେବଳ ସେତିକି ପ୍ରତି ଦୃଷ୍ଟି ଆକର୍ଷଣ କରିବାଲାଗି ଇଚ୍ଛା କରୁଛି । *

 

ଡକ୍ଟର୍ ଲାଙ୍ଗ୍‌ମୁର୍‌ଙ୍କ ତାଲିକାରେ ଏହିଗୁଡ଼ିକ ଅନ୍ତର୍ଭୁକ୍ତ ହୋଇ ରହିଥିଲେ : ଟ୍ରଷ୍ଟ୍‌ମାନଙ୍କର ବିରୋଧ କରୁଥିବା ଆଇନ୍‌ମାନ,–ଟିକସ ବସାଇବା, ପୌରସେବା, କର୍ମଯୋଗାଣର କ୍ଷେତ୍ରରେ ପୂର୍ବତନ ସୈନିକମାନଙ୍କୁ ଅଗ୍ରାଧିକାର, ସାମାଜିକ ନିରାପତ୍ତା ବିଷୟରେ ଆଇନ୍, ଏବଂ ଏକକ ଅଧିକାରର ବିରୋଧ, ଇତ୍ୟାଦି । ଅର୍ଥାତ୍ ଯେତେ ଯେତେ ଆଇନ୍ ଏକଚାଟିଆ ସଂସ୍ଥାମାନଙ୍କର କାର୍ଯ୍ୟ ଉପରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ ଏବଂ ସାଧାରଣ ଲୋକମାନଙ୍କ ନିମନ୍ତେ କିଛି ଖାସ୍ ଅନୁକୂଳତାର ସମ୍ଭାବନା ଆଣି ଯୋଗାଇ ଦେଉଥିଲେ, ସେହିଭଳି ଯାବତୀୟ ଆଇନ୍‌ଗୁଡ଼ିକର ଗୋଟିଏ ତାଲିକା । ସଂକ୍ଷେପରେ କହିଲେ, ଯେଉଁସବୁ ପ୍ରୋତ୍ସାହନ ବିଜ୍ଞାନ-ଗବେଷଣାର ଅନୁକୂଳ ହେବେ, ସେଗୁଡ଼ିକ ଯେପରି ହେଉ ପଛକେ, ଶେଷରେ ଏକଚାଟିଆ ରହିବାର ବ୍ୟବସ୍ଥାଟି ଲାଗି ମଧ୍ୟ ଅନୁକୂଳ ହେବେ । ପୁନଶ୍ଚ :

 

ମନେ ହେଉଛି, ଯୁକ୍ତରାଜ୍ୟ ଆମେରିକାରେ ଅଗ୍ରଣୀ ହୋଇ କିଛି ଆରମ୍ଭ କରି ପାରିବାର ମନୋଭାବଟି କ୍ରମଶଃ ମରି ମରି ଯାଇଛି । ବର୍ତ୍ତମାନ ତ ଆମେ ସପ୍ତାହରେ ତିରିଶି ଘଣ୍ଟା କାମ କରିବାର କଥା ମଧ୍ୟ କହିଲୁଣି । ଏକ କାର୍ଯ୍ୟରେ ନିଯୁକ୍ତ ହେବାର ଅଧିକାର ସମେତ ନିରାପତ୍ତା ଉପରେ ଏବ ଅତ୍ୟଧିକ ମହତ୍ତ୍ଵ ପ୍ରଦାନ କରାଯାଉଛି ଏବଂ ସୁଯୋଗ ଉପରେ ଅତି କମ୍-।"**

 

* New York Herald Tribune, October 9, 1945, p, 12

 

** ତତ୍ରୈବ ।

 

ଏହିସବୁ ବ୍ୟାଖ୍ୟାଗତ ସମୀକରଣକୁ ଶୁଣୁଥିବା ସମୟରେ ସମ୍ଭବତଃ ଖୁବ୍ ମନେହେବ ଯେ, ଏକଦା ଯେଉଁମାନେ ଏଠାରେ ପ୍ରଥମେ ହିଁ ଅଗ୍ରସର ହୋଇ କାର୍ଯ୍ୟମାନ ସମ୍ପାଦନ କରିଥିଲେ, ସେମାନେ କେବଳ ଅମିତ ସାହସ ରହିଥିବା ଜଣେ ଜଣେ ବୀର ପରି କେତେ ନା କେତେ ସ୍ଵପ୍ନ ଦ୍ୱାରା ହିଁ ଉଦ୍‌ବୁଦ୍ଧ ହୋଇଥିଲେ । ପ୍ରକୃତ କଥା ହେଉଛି ଯେ, ସେହି ଅଗ୍ରଣୀମାନଙ୍କ ଭିତରେ ଖୁବ୍ ବ୍ୟାବହାରିକ ଜ୍ଞାନ ମଧ୍ୟ ରହିଥିଲା ଏବଂ ସେହି ହେତୁ, କୌଣସି ଆର୍ଥିକ ଦୁର୍ଗତି ଦ୍ଵାରା ବାଧ୍ୟ ନହେଉଥିବା ପର୍ଯ୍ୟନ୍ତ କିମ୍ବା ଅଧିକତର ଲାଭପ୍ରାପ୍ତିର ସମ୍ଭାବନା ଦୃଷ୍ଟିଗୋଚର ନହେବା ପର୍ଯ୍ୟନ୍ତ ସେମାନେ କେବେହେଲେ ନିଜର ଘର ଛାଡ଼ି ଆଉ କୁଆଡ଼େ ଚାଲି ଯାଉନଥିଲେ । କିଛି ଦୁଃସାହସ ଦେଖାଇବା ପାଇଁ ହିଁ ଦୁଃସାହସୀ ହେବା, ସେମାନେ ଅଧିକାଂଶତଃ ଏଭଳି କୌଣସି ନିର୍ବୋଧତା ମଧ୍ୟକୁ ଗୋଡ଼ ଖସାଇ ଦେଉନଥିଲେ । ଆପଣାର ସର୍ବବିଧ ପ୍ରୟାସ ଓ କାର୍ଯ୍ୟର ଲକ୍ଷ୍ୟରୂଯେ ସେମାନେ ଅବଶ୍ୟ କିଛି ନା କିଛି ପାଇବେ ବୋଲି ଯାହାକିଛି ଅବଶ୍ୟ କରୁଥିଲେ । ସେମାନେ ନିରାପତ୍ତା ଚାହୁଁଥିଲେ,–ଏବଂ, ନିଜ ଘରେ ସେହି ନିରାପତ୍ତାଟିକୁ ପ୍ରକୃତରେ ପାଉନଥିଲେ ।

 

ହଁ, ପ୍ରକୃତରେ ବହୁତ ଆଶ୍ଚର୍ଯ୍ୟ ବି ମନେ ହୁଏ । ସେହି ଅଗ୍ରଗାମୀମାନେ ନିରାପତ୍ତା ନିମନ୍ତେ ହିଁ ସର୍ବବିଧ ଶ୍ରମ ତଥା ଉଦ୍ୟମରେ ରତ ହୋଇ ରହିଥିଲେ, ମାତ୍ର ଆମକୁ ତ ପରାମର୍ଶ ଦିଆଯାଇଛି ଯେ, ସେହି ଅଗ୍ରଗାମୀମାନଙ୍କ ପରି ଉଦ୍ୟମ କରିବାକୁ ହେଲେ ଆମକୁ ସେହି ନିରାପତ୍ତାକୁ ହିଁ ବର୍ଜନ କରିବାକୁ ପଡ଼ିବ । ଆପଣାର ସନ୍ତାନମାନେ ନିରାପଦ ରହିବେ ବୋଲି ସେହି ପୁରୋଗାମୀଗଣ କେତେ କେତେ ନୂଆ କଥାପାଇଁ ଗୋଡ଼ କାଢ଼ି ବାହାରି ପଡ଼ୁଥିଲେ, କିନ୍ତୁ ସେହିମାନଙ୍କର ସନ୍ତାନ ଆମେ ସେମାନଙ୍କ ଭଳି ଯେପରି ଆଗକୁ ନୂଆ ନୂଆ ଭଦ୍ୟମ ଲାଗି କ୍ରିୟାଶୀଳ ହୋଇ ପାରିବୁ, ଆମକୁ ସେଥିପାଇଁ ନିରାପତ୍ତାକୁ ବର୍ଜନ କରିବା ନିମନ୍ତେ କୁହାଯାଉଛି । ଅର୍ଥାତ୍, ଆମକୁ କୁହାଯାଉଛି ଯେ, ଆମେ ଆମର ସେହି ପୁରୋଗାମୀମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବୁ ମାତ୍ର, ସେମାନେ ଯେଉଁସବୁ ଉଦ୍ଦେଶ୍ୟର ସାଧନ ନିମନ୍ତେ ପ୍ରୟାସ କରିଥିଲେ, ସେଗୁଡ଼ିକୁ ବର୍ଜନ କରିବୁ । ଯୁକ୍ତିଟା ପ୍ରକୃତରେ ଗୋଡ଼ ଉପରକୁ ଏବଂ ମୁଣ୍ଡ ତଳକୁ କରି ଛିଡ଼ା ହୋଇଥିବା ପରି ଲାଗୁଛି ।

 

ନିରାପତ୍ତା ଏକ ଆଳସ୍ୟପଣ

 

ବେଶ୍ ଉଲ୍ଲେଖନୀୟ କଥାଟିଏ ଯେ, ନିରାପତ୍ତା, ଯାହା ସ୍ୱାଧୀନତାକୁ ବିପନ୍ନ କରୁଛି । ଯାହା ପ୍ରୋତ୍ସାହନକୁ ଦାବି ଦେଉଛି, ସେଇଟି ହେଉଛି ସକଳ ଅର୍ଥରେ କେବଳ ଶ୍ରମିକ ଏବଂ କୃଷକମାନଙ୍କର ନିରାପତ୍ତା, କେବଳ ସାନ ସାନ ବ୍ୟବସାୟୀମାନଙ୍କର ନିରାପତ୍ତା । ଆମେ କେହି କେତେବେଳେ ମଧ୍ୟ ଶୁଣିବାକୁ ପାଉନାହିଁ ଯେ କର୍ପୋରେଶନ୍‍ମାନଙ୍କର ଏବଂ ମୁକ୍ତ ଭାବରେ ଲାଭମାନେ ସତେଅବା ସୁଅ ପରି ବହି ଆସୁଥିବାର ସେହି ନିରାପତ୍ତାଟାରୁ ହିଁ ସେହିଭଳି ଏକ ଦୁଃଖଦ ପରିଣାମର ପ୍ରକୃତରେ ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥାଏ । ନାଇଁ, ନାଇଁ, ସପ୍ତାହରେ ତିରିଶି ଘଣ୍ଟା ପାଇଁ ଶ୍ରମ ଅଥବା ସମସ୍ତଙ୍କ ନିମନ୍ତେ କର୍ମଯୋଗାଣ,–ଏହିଭଳି ବ୍ୟବସ୍ଥାମାନଙ୍କ ହେତୁ ହିଁ ସର୍ବବିଧ ସ୍ଵାଧୀନତା ବିପନ୍ନ ହେବାକୁ ଆରମ୍ଭ କରେ ! କିନ୍ତୁ, ଏହାଦ୍ଵାରା ପ୍ରକୃତରେ କାହାର ସ୍ଵାଧୀନତା ବିପନ୍ନ ହୋଇଥାଏ ? ଶ୍ରମିକମାନଙ୍କ ସ୍ଵାଧୀନତା ଆଦୌ ନୁହେଁ, ଯେଉଁମାନେ କି ସପ୍ତାହରେ ତିରିଶି ଘଣ୍ଟାର ଶ୍ରମ ଏବଂ ସ୍ଥାୟୀ ଭାବରେ କର୍ମନିଯୁକ୍ତିର ସୁଯୋଗ ଲାଭ କଲେ ନିଜର ଜୀବନଗୁଡ଼ିକରେ ତ ଅଭୂତପୂର୍ବ ସ୍ଵାଧୀନତା ଲାଭ କରି ପାରିବେ । ଏବଂ, କୃଷକ ଓ କ୍ଷୁଦ୍ର ବ୍ୟବସାୟୀ,–ସବୁ ମଜୁରିଜୀବୀ ନିଯୁକ୍ତି ପାଇପାରିଲେ ନିଜର ଉତ୍ପାଦିତ ଦ୍ରବ୍ୟଗୁଡ଼ିକ ସକାଶେ ତ ଏକ ସ୍ଥାୟୀ ଏବଂ ସୁନିଶ୍ଚିତ ବିକ୍ରୟକ୍ଷେତ୍ର ମଧ୍ୟ ପାଇଯିବେ । ତେଣୁ, ତଦ୍ଦ୍ୱାରା କେବଳ ବଡ଼ ବଡ଼ ମାଲିକମାନେ ସେମାନଙ୍କର ଏହି ପୂର୍ବ ସ୍ଵାଧୀନତାଟିକୁ ହରାଇବେ ଯେ, ଏମାନେ ଆଉ ଆପଣାର ମନ ଏବଂ ମର୍ଜି ଅନୁସାରେ କାହାକୁ ନିଯୁକ୍ତ କରି ପାରିବେନାହିଁ ଅଥବା କର୍ମଚ୍ୟୁତ ବି କରି ପାରିବେ ନାହିଁ, କିମ୍ବା ଆପଣାର ଖୁସୀ ଅନୁସାରେ ଶ୍ରମିକମାନଙ୍କର ଶ୍ରମସମୟକୁ ଦୀର୍ଘ କରି ପାରିବେ ନାହିଁ-। ଏହି ବଡ଼ ବଡ଼ ନିଯୁକ୍ତିଦାତାମାନେ ଯାହା ହରାଇବେ, ସମାଜରେ ବାସ କରୁଥିବା ବାକୀ ଅନ୍ୟମାନେ ହିଁ ତାହାର ଅଧିକାରୀ ହେବେ ।

 

ତେଣୁ, ସମାଜସ୍ଥ ଅଧିକତର ସଂଖ୍ୟାରେ ମନୁଷ୍ୟମାନେ ପାଉଥିବା ସାମାଜିକ ଲାଭଗୁଡ଼ିକର ହିସାବଦ୍ଵାରା ଯଦି ନିରାପତ୍ତାର ସଂଜ୍ଞା-ନିରୂପଣ କରାଯାଏ, ତେବେ ଯେଉଁ ଗୋଟିଏ ମାତ୍ର ପ୍ରକାରର ସ୍ଵାଧୀନତା, ଯାହାକି ତାହାର ବିରୋଧ କରିବ, ସେଇଟି ହେଉଛି ତାଙ୍କରି ସ୍ଵାଧୀନତା, ଯେଉଁଟି ଦ୍ଵାରା କି ଅଧିକ ସଂଖ୍ୟାରେ ମନୁଷ୍ୟ ଲାଭବାନ୍ ହେଉଥିବା ସମୟରେ ଯେଉଁମାନଙ୍କର କ୍ଷତି ହୋଇଥାଏ । ମାତ୍ର, ସେତେବେଳେ ସ୍ଵାଧୀନତା ପ୍ରକୃତରେ ଏପରି ଏକ ଶବ୍ଦରେ ପରିଣତ ହୋଇଯାଏ, ଯାହାକି ଶୋଷକମାନଙ୍କର ଏକ କ୍ଷୁଦ୍ର ଶ୍ରେଣୀର ବିଶେଷ ସ୍ଵାର୍ଥଗୁଡ଼ିକୁ ଏକ ମୁଖାଦ୍ୱାରା ଲୁଚାଇ ହିଁ ରଖିଥାଏ, ଏବଂ, ଏହି ସତ୍ୟଟି ଥରେ ସ୍ପଷ୍ଟ ହୋଇଗଲେ ସ୍ଵାଧୀନତା ନାମକ ସେହି ବିଚାର ଓ କଳ୍ପନାଟିକୁ କେତେକ ବିଶେଷ ସ୍ଵାର୍ଥ ଏବଂ ସବୁ ମନୁଷ୍ୟଙ୍କର କଲ୍ୟାଣ, ଏହି ଦୁଇଟିଯାକକୁ ସେହି ଗୋଟିଏ କଥା ବୋଲି କହି ଉଡ଼ାଇ ଦେବାରେ କଦାପି ବ୍ୟବହାର କରି ହେବନାହିଁ । ଯେତେ ଇଚ୍ଛା ସେତେ ଲାଭ କମାଇ ପାରୁନଥିବା ସ୍ଵାଧୀନତା,–ପୂର୍ଣ୍ଣ କର୍ମନିଯୁକ୍ତି ଏବଂ ତିରିଶି-ଘଣ୍ଟା ସପ୍ତାହର ସମର୍ଥନ କରୁଥିବା ନିରାପତ୍ତାର ଅବଶ୍ୟ ବିରୋଧ କରିବ-। କିନ୍ତୁ, କିଏ ପ୍ରକୃତରେ ସମଗ୍ରତଃ ସମସ୍ତଙ୍କୁ ନେଇ ଏକ ସମାଜ ସମ୍ଭବ ହେବ ବୋଲି କହି ପାରିବ ?

 

ବର୍ତ୍ତମାନ ଏକ ସର୍ବଶେଷ ଯୁକ୍ତି ରହିଛି, ଯାହାକି କେତେକ ସାମାଜିକ କାରଣ ହେତୁ ହୁଏତ ଅନ୍ୟ ସମସ୍ତଙ୍କର ସ୍ଵାଧୀନତାର ବିରୋଧରେ ଯାଇ ପୁଞ୍ଜିବାଦୀମାନଙ୍କର ସେହି ସ୍ଵାଧୀନତାକୁ ଉଚିତ ବୋଲି କହିବ । ସେହି ଯୁକ୍ତିଟି ଏପରି କହିବ ଯେ, ଯାବତୀୟ କର୍ମ ପ୍ରେରଣାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦେଇ ଯାବତୀୟ ନିରାପତ୍ତା ସର୍ବବିଧ କ୍ରିୟାଶୀଳତାକୁ ଅନ୍ତର୍ହିତ କରି ନେଇଥାଏ-। ଅର୍ଥନୀତିର କଥାଗୁଡ଼ିକୁ ବ୍ୟବହାର କରି କହିଲେ ଉକ୍ତ ଯୁକ୍ତିଟି ଦ୍ଵାରା ଏଭଳି ଘୋଷଣାଟିଏ କରା ଯାଉଥାଏ ଯେ ଦ୍ରବ୍ୟ ଉତ୍ପାଦନ କରିବା ନିମନ୍ତେ ଏକ ପ୍ରେରଣା ଲାଭ ନକରୁଥିବା ପର୍ଯ୍ୟନ୍ତ ଲୋକମାନେ ଆଦୌ କୌଣସି ଦ୍ରବ୍ୟର ଉତ୍ପାଦନ କରିବାକୁ ଇଚ୍ଛା କରିବେନାହିଁ । ଅର୍ଥାତ୍, ନିରାପତ୍ତାର ବୋଧଟି ସେମାନଙ୍କୁ ଏପରି ଗୋଟିଏ ସ୍ଥିତିକୁ ପ୍ରଲୁବ୍ଧ କରି ନେଇଆସିବ, ଯେତେବେଳେ ସେମାନେ କର୍ମ କରିବା ସକାଶେ କୌଣସି ପ୍ରେରଣା ପାଇନଥିବେ ଏବଂ, ସେହି କାରଣରୁ ଉକ୍ତ ନିରାପତ୍ତା ଥିବା ସ୍ଥିତିଟିରେ ସେମାନେ ଆଦୌ କୌଣସି ପଦାର୍ଥର ଉତ୍ପାଦନ କରିବେନାହିଁ ।

 

ଏହିଭଳି ଏକ ଯୁକ୍ତିକୁ ବସ୍ତୁତଃ ଅସାଧାରଣ ଭାବରେ ଏକ ନିତାନ୍ତ ପିଲାଳିଆ ଯୁକ୍ତି ବୋଲି କୁହାଯିବ, କାରଣ ସେଇଟି ବେଶ୍ କେଡ଼େ ସହଜରେ ସ୍ଵୀକାର କରି ନେଉଛି ଯେ ଯେଉଁସବୁ ଅଭିପ୍ରାୟ ଦ୍ଵାରା ପ୍ରେରିତ ହୋଇ ପୁଞ୍ଜିବାଦୀମାନେ ଦ୍ରବ୍ୟମାନଙ୍କର ଉତ୍ପାଦନ ନିମନ୍ତେ ସକ୍ରିୟ ହୁଅନ୍ତି, କେବଳ ସେହିଗୁଡ଼ିକ ହିଁ ଯାହାକିଛି ଉତ୍ପାଦନ ସମ୍ଭବ କରାଇ ଥାଆନ୍ତି । ଏବଂ, ଏଇଟି ତ କେବଳ ସେହି ପୁଞ୍ଜିବାଦୀମାନଙ୍କର ହିଁ ଏକ ସ୍ଵଭାବ ଯେ ସେମାନେ କେବେହେଲେ କୌଣସି ପ୍ରକାରର ଦ୍ରବ୍ୟ-ଉତ୍ପାଦନ ଲାଗି ମନ ଦିଅନ୍ତିନାହିଁ, ଯଦି ତଦ୍ଦ୍ୱାରା ସେମାନେ କୌଣସି ଲାଭ ମଧ୍ୟ ପାଇ ପାରନ୍ତିନାହିଁ । ଯଦି ଲାଭ ଅର୍ଜନ କରିବାର ସୁଯୋଗଟିକୁ କାଢ଼ି ନିଆଯିବ, ତେବେ ଦ୍ରବ୍ୟମାନଙ୍କର ଉତ୍ପାଦନ ବିଷୟରେ ସେହି ପୁଞ୍ଜିବାଦୀମାନଙ୍କର କୌଣସି ଆଗ୍ରହ ହି ରହିବନାହିଁ । କୌଣସି ବଂଶାନୁକ୍ରମିକ କାରଣରୁ ଯେ ସେମାନେ ଏପରି ଅନ୍ଧ ହୋଇ ରହିଥାନ୍ତି, ସେକଥା ଆଦୌ ନୁହେଁ; ସେମାନେ ଆପଣା ପାଇଁ ଆମ ସମାଜରେ ଯେଉଁ ଭୂମିକାଟିକୁ ଗ୍ରହଣ କରି ନେଇଥାନ୍ତି, ସେହି କାରଣରୁ ହିଁ ଆଖିକୁ ବୁଜି ରଖିଥାଆନ୍ତି । ଯଦି ମନେ କରିବା, ତେବେ ଆମେ ତାହାକୁ ସେମାନଙ୍କର ଶିଳ୍ପୋତ୍ପାଦନ-ସ୍ତରୀୟ ଏକ ବିଚିତ୍ର ବେମାରି ବୋଲି କହି ପାରିବା ।

 

ସେକଥା ଯାହା ହୋଇଥାଉ ପଛକେ, ଏହି ଧାରଣାଟି ପୁଞ୍ଜିବାଦର ପକ୍ଷସମର୍ଥକମାନଙ୍କର ଏକ ମୌଳିକ ଅଂଶପ୍ରାୟ ହୋଇ ରହିଯାଇଛି; ଲୋକେ ଉତ୍ପନ୍ନ କରୁଥିବା ଦ୍ରବ୍ୟଗୁଡ଼ିକର ଆପେ ଅଧିକାରୀ ହୋଇ ରହିବାର ଏକମାତ୍ର ପ୍ରତିଶ୍ରୁତି ଦେଇ ଆମେ ସେମାନଙ୍କୁ ଆଦୌ ଦ୍ରବ୍ୟ–ଉତ୍ପାଦନର କ୍ଷେତ୍ରକୁ ଆଣି ପାରିବାନାହିଁ । ତେଣୁ, ମତ ବ୍ୟକ୍ତ କରା ଯାଇଥାଏ ଯେ, ସେଥିଲାଗି ଆଉକିଛି ଅଧିକା ପ୍ରେରଣା ମଧ୍ୟ ଅବଶ୍ୟ ରହିଥିବା ଉଚିତ,–ଯଥା, ଏହାଦ୍ଵାରା ସେମାନେ ତୁରନ୍ତ ଅଥବା ଭବିଷ୍ୟତରେ କିଛି ଲାଭ ହାସଲ କରିପାରିବେ, ପୃଥିବୀରେ ଉନ୍ନତି କରିପାରିବେ,–ହଁ, ଖ୍ୟାତି ବି ଲଭିବେ । ଏଗୁଡ଼ିକ ପ୍ରକୃତରେ ଗୋଟିଏ ଗୋଟିଏ ବେଶ୍ କଷ୍ଟସାଧ୍ୟ ଓ ପ୍ରଭାବଶାଳୀ ପ୍ରେରଣା, ଏଥିପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରମ କରିବାକୁ ହୁଏ, ନେତ୍ରଗୁଡ଼ିକରୁ ପୂର୍ଣ୍ଣ ସାଧୁତାର ସ୍ଵେଦ ବୁହାଇବାକୁ ପଡ଼ିଥାଏ ଏବଂ ସର୍ବଶେଷରେ ସାଧାରଣଙ୍କ ଠାରୁ ଖ୍ୟାତିଟିଏ ମଧ୍ୟ ଅବଶ୍ୟ ପ୍ରାପ୍ତ ହୋଇଥାଏ, ଯାହା ଉପରେ କି କ୍ଳାନ୍ତ ମନୁଷ୍ୟଟି ନିଜକୁ ଆଣି ଗଡ଼ାଇଦିଏ; ଜୀର୍ଣ୍ଣଶୀର୍ଣ୍ଣ ଏବଂ ପ୍ରାୟ ଚୂନା ହୋଇ ଯାଇଥିବା ତା’ ଧଡ଼ଟାରେ ସେତେବେଳେ ଆଉ କ’ଣ ଥାଏ ଯେ, ସେଇଟି ନିଜର ସେହି ପ୍ରାପ୍ତ ପୁରସ୍କାରଟିକୁ ଆଦୌ ଉପଭୋଗ କରି ବି ପାରିବ ! ଏବଂ, ଠିକ୍ ଅନ୍ୟ ପୂର୍ଣ୍ଣଭିନ୍ନ କ୍ଷେତ୍ରଟିରେ, ପୂର୍ଣ୍ଣ କର୍ମନିଯୁକ୍ତି ଓ ତିରିଶି-ଘଣ୍ଟିଆ ସପ୍ତାହ ତ ଚିତ୍ରଟିଏ ଆଣି ଦେଇଯାଉଛି ଯେ, ଏକ କର୍ମଚଞ୍ଚଳ ଜୀବନର ଆରାମ ଏବଂ ସୁଖସମୃଦ୍ଧିର ଏକ ଅବସ୍ଥା, ଯେଉଁଟି ମଧ୍ୟରେ ରହିଥିବାରୁ ଜଣେ ଶ୍ରମିକ କେଡ଼େ ଧୀରସୁସ୍ଥ ଭାବରେ ଗୋଟିଏ ସପ୍ତାହରେ ତିରିଶିଟା ଘଣ୍ଟା ସକାଶେ କାମ କରେ ଏବଂ ତେଣୁ ଅବଶିଷ୍ଟ ଶହେ ଅଡ଼ତିରିଶି ଘଣ୍ଟା ମନଇଚ୍ଛା ବୁଲିବାରେ ଲାଗିଥାଏ ଅଥବା ଶୋଇ ଶୋଇ ମଧ୍ୟ କଟାଇଦିଏ । ହଁ, ମନୁଷ୍ୟମାନେ ଇଚ୍ଛା କରୁଥିବା ଏହିପରି ଗୋଟିଏ ଜୀବନକୁ ଆମ ବୁଦ୍ଧିଟା ସିନା ସଙ୍ଗେ ସଙ୍ଗେ ସମର୍ଥନ କରିବାକୁ ବାହାରି ପଡ଼ିବ; କିନ୍ତୁ ରହିଥିବା ରୀତିଗୁଡ଼ିକ ତାହାର ତଥାପି ବିରୋଧ କରିବେ ଓ ସେପର୍ଯ୍ୟନ୍ତ ମଧ୍ୟ ବିରୋଧୀ ହୋଇ ରହିଥିବେ, ମୁଁ ଭାବୁଛି, ଯେପର୍ଯ୍ୟନ୍ତ ପଚାଶ କିମ୍ବା ଷାଠିଏ ଘଣ୍ଟିଆ ସପ୍ତାହଟା ଏହି କ୍ଷେତ୍ରଟିରେ ରୀତିଗୁଡ଼ିକର ପରିଚାଳନା କରୁଥିବା ମାଲିକମାନଙ୍କ ଲାଗି ତାହା ଲାଭଜନକ ହୋଇ ରହିଥିବ । ଏବଂ, ସମ୍ଭବତଃ ସେଥିପାଇଁ ଉପଦେଶାତ୍ମକ ଗାନସମୂହର ସବୁଯାକ ଭଜନାବଳୀର ଏକ ପୁନଃପ୍ରଚଳନର ମଧ୍ୟ ପ୍ରୟୋଜକଟିଏ ପଡ଼ିବ,

 

କାମ କର, କାରଣ ରାତି ମଧ୍ୟ ହୋଇଆସୁଛି, ଏବଂ ରାତି ହେଲେ ଜଣେ ମନୁଷ୍ୟ ଆଉ କୌଣସି କାମ କରେନାହିଁ ।

 

ଅନ୍ୟ ଭାଷାରେ କହିଲେ, ଜଣେ ମୃତ ଶ୍ରମିକ ଆଉ କୌଣସି ଲାଭ ଆଣି ଦେବନାହିଁ । ଏବଂ, ନିରାପତ୍ତା ଓ କର୍ମ କରିବାର ପ୍ରେରଣା ମଧ୍ୟରେ ରହିଥିବା ଏହି ଦ୍ଵନ୍ଦ୍ୱଟି ତ ସେହି ମୁହୂର୍ତ୍ତରେ ଅନ୍ତର୍ହିତ ହୋଇଯିବ, ଯେତେବେଳେ ଆମେ ଉପଲବ୍ଧି କରିବା ଯେ, ପ୍ରକୃତରେ ନିରାପତ୍ତା ଆପେ ହେଉଛି କର୍ମ କରିବା ନିମନ୍ତେ ଏକ ପ୍ରେରଣା । ନିରାପତ୍ତା ମଧ୍ୟରେ ରହିବା ଅର୍ଥାତ୍ ଏପରି ପ୍ରତ୍ୟେକ ଅବସ୍ଥାକୁ ସୁରକ୍ଷିତ ହୋଇ ରହିଥିବା, ଯାହାକି ଜଣେ ମନୁଷ୍ୟର ଆର୍ଥିକ ସ୍ଥିତିକୁ ବିପନ୍ନ କରି ଦେଉଥିବ, ତା'ର ଜୀବନକୁ ଓ ତା’ର ଯାବତୀୟ ସୁଖ-ସମ୍ଭାବନାକୁ, ନିରାପଦ ରଖିବା ଅର୍ଥାତ୍ ଏହି ସତ୍ୟଟି ବିଷୟରେ ଅବହିତ ରହିଥିବା ଯେ, ଯେଉଁସବୁ ଦ୍ରବ୍ୟ ଓ ସେବାଗୁଡ଼ିକୁ ସମ୍ଭବ କରାଇବାରେ ସିଏ ସହାୟତା କରିଛି, ସେଥିରେ ତା’ ନିଜର ମଧ୍ୟ ଏକ ସଂପୂର୍ଣ୍ଣ ଅଂଶ ନିଶ୍ଚୟ ରହିଛି ଏବଂ, ଆଜି ସେ ଶ୍ରମ କରୁଛି, କାରଣ କାଲି ତା’ ହାତରେ କୌଣସି କାମ ନଥିବ ବୋଲି ସେ ମୋଟେ ଆଶଙ୍କା କରୁନାହିଁ । ତା’ର ପୂର୍ଣ୍ଣ ଭରସା ଅଛି ଯେ, ତା’ ପରିବାର ଆଜିପରି କାଲି ମଧ୍ୟ ଅଖଣ୍ଡ ରହିବ ଓ ତା’ର ବନ୍ଧୁମାନେ ମଧ୍ୟ ତାକୁ ଛାଡ଼ି ମୋଟେ ଚାଲି ଯିବେନାହିଁ । ଏବଂ, ବାର୍ଦ୍ଧକ୍ୟ ସମୟରେ ମଧ୍ୟ ତାକୁ କଦାପି ଦାରିଦ୍ର୍ୟ କିମ୍ବା ଅନ୍ୟାନ୍ୟ କଷଣ ସହ୍ୟ କରିବାକୁ ପଡ଼ିବ ନାହିଁ । ଏହି ସର୍ବବିଧ ମୂଲ୍ୟମାନେ ହିଁ କର୍ମ ଏବଂ ଉଦ୍ୟମର ପ୍ରେରଣା ଆଣି ଦିଅନ୍ତି, କାରଣ ମନୁଷ୍ୟମାନେ ପ୍ରକୃତରେ ସେହିଗୁଡ଼ିକୁ ପାଇ ପାରିବେ ବୋଲି ଇଚ୍ଛା ପୋଷଣ କରିଥାନ୍ତି । ଯାବତୀୟ ଅଭାବ ସ୍ଵାଭାବିକ ରହିଥିବା ପର୍ଯ୍ୟନ୍ତ ତାହା ହିଁ ଘଟିଥାଏ । ଏହିସବୁ ଲକ୍ଷ୍ୟର ପୂରଣ ଜଣେ ମଣିଷକୁ ତତ୍ପର ରଖିଥାନ୍ତି ଏବଂ ଏହି ଲକ୍ଷ୍ୟମାନେ ସାମନାରେ ଥାଆନ୍ତି ବୋଲି ତାହା ବେଳେବେଳେ ଅତ୍ୟନ୍ତ ଚେଷ୍ଟାସାପେକ୍ଷ ଏବଂ ବେଳେବେଳେ ବେଶ୍ ବିରକ୍ତିକର ଶ୍ରମଖଟଣିଟିକୁ ତଥାପି ଏକ ପ୍ରତିଶ୍ରୁତିପୂର୍ଣ୍ଣ ଉଜ୍ଜ୍ୱଳତା ମଧ୍ୟ ପ୍ରଦାନ କରେ । ଏଗୁଡ଼ିକ ମନୁଷ୍ୟଗଣଙ୍କ ଲାଗି କେତେ କେତେ ସଂବେଦନା ଯେ ପୋଷଣ କରୁଥାଏ, ସେହି ତଥ୍ୟଗୁଡ଼ିକର ମହାନତାକୁ ସେଇଥିରୁ ହିଁ ଖୁବ୍ ଅନ୍ଦାଜ କରାଯାଇ ପାରିବ । ମାତ୍ର, ଆମେ କ୍ଷଣକ ନିମନ୍ତେ ଏଗୁଡ଼ିକର ବିଚାର ନକରି ମଧ୍ୟ ଏହି ପ୍ରଶ୍ନଟିକୁ ପଚାରି ପାରିବା : ଯଦି ନିରାପତ୍ତା କର୍ମନିଷ୍ଠ ହୋଇ ରହିବାର ପ୍ରେରଣା ଯୋଗାଇ ନପାରନ୍ତା, ତେବେ ଆଉ କାହାକୁ ଭିତ୍ତରୂପେ ଗ୍ରହଣ କରି ବୀମାର ବିକ୍ରୟଟା ପ୍ରକୃତରେ ସମ୍ଭବ ହୁଅନ୍ତା ?

 

ଦ୍ଵିତୀୟତଃ, ନିରାପତ୍ତା କହିଲେ କେବେହେଲେ ଏକ ସ୍ଥାଣୁ ଅବସ୍ଥାକୁ ବୁଝାଏନାହିଁ, ଯେଉଁଟା ଉପଲବ୍ଧ ହୋଇଗଲେ, ଆଉ ତା’ପରେ ଅଧିକ କିଛି କରିବାକୁ ପଡ଼େନାହିଁ । ବରଂ, ଠିକ୍ ଓଲଟା କଥାଟିକୁ ହିଁ କୁହାଯାଇ ପାରିବ : ସମସ୍ତ ସମାଜର ସମ୍ମିଳିତ ପ୍ରୟାସ ଦ୍ଵାରା ସେହି ନିରାପତ୍ତାକୁ ପ୍ରକୃତରେ ବଜାୟ ରଖିବାକୁ ହିଁ ପଡ଼େ । ସମାଜରେ ଥିବା ଲୋକମାନେ ଯଦି ବହୁସଂଖ୍ୟାରେ ଏହି କାର୍ଯ୍ୟଟିରୁ ଦୂର ହୋଇ ରହିଥାନ୍ତି, ତେବେ ଆଉ କୌଣସି ନିରାପତ୍ତା ଦେଖିବାକୁ ମିଳେନାହିଁ । ଜଣେ ବ୍ୟକ୍ତିର ଜୀବନରେ ମଧ୍ୟ ଠିକ୍ ଏହିକଥା ଘଟେ । ଉଦାହରଣ ସ୍ଵରୂପ, ଏଠାରେ ବହୁତ ପାଠ ପଢ଼ିଥିବା ଦୁଇଜଣ ପକ୍ଷସମର୍ଥକଙ୍କର କଥା ବିଚାର କରାଯାଉ । ଯେକୌଣସି ମାପକାଠି ଅନୁସାରେ ବିଚାର କଲେ ମଧ୍ୟ, ପୃଥିବୀରେ ରହିଥିବା ବର୍ତ୍ତମାନ ଧାରଣାଟି ଅନୁସାରେ ସେମାନଙ୍କ ଜୀବନରେ ନିରାପତ୍ତାଟିଏ ରହିଛି ବୋଲି ନିଶ୍ଚିତ ଭାବରେ କହି ହେଉଥାଏ-। ମାତ୍ର, ସେମାନଙ୍କର ସେହି ନିରାପତ୍ତାଟି ପ୍ରକୃତରେ କେଉଁ ଆକାର ଏବଂ ପ୍ରକାରର-? ହୁଏତ ଏକ ବେତନ ପାଇବାର ଚୁକ୍ତି,–ଯାହାର ମିଆଦଟି ଶେଷ ବି ହୋଇ ଯାଇପାରେ-। ତେଣୁ, ନିରାପତ୍ତାଟି ବଜାୟ ରଖିବାକୁ ହେଲେ ଆପଣଙ୍କର ଏହି ବ୍ୟକ୍ତିମାନଙ୍କୁ ଚୁକ୍ତିଟିକୁ ବଜାୟ ରଖିବାକୁ ପଡ଼େ-। ଚୁକ୍ତିଟିକୁ ବଜାୟ ରଖିବାଲାଗି ଚୁକ୍ତିଟିର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ ହିଁ କରିବାକୁ ପଡ଼େ । ଏବଂ, ଯଦି ତାହା ସମ୍ଭବ ନହୁଏ, ତେବେ ଚୁକ୍ତିଟି ମଧ୍ୟ ଭାଙ୍ଗିଯାଏ ଏବଂ ତେଣୁ କାର୍ଯ୍ୟଟି ହାତଛଡ଼ା ନ ହୋଇଯିବାର ନିରାପତ୍ତା ମଧ୍ୟ ଆଉ ରହେନାହିଁ । (ଅଥବା, ସେଥିଲାଗି ଅନ୍ୟ କୌଣସି ସ୍ଥାନରେ ସନ୍ଧାନ କରି ପାଇବାକୁ ହୋଇଥାଏ ।) ଏହିପରି ଭାବରେ, ବର୍ତ୍ତମାନର ନିରାପତ୍ତା ଏବଂ ଭବିଷ୍ୟତର ନିରାପତ୍ତା, ଦୁଇଟିଯାକର ଭାବନା ହିଁ ଲୋକମାନଙ୍କୁ କର୍ମରେ ତତ୍ପର କରି ରଖିଥାଏ-

 

ଅର୍ଥାତ୍, ନିରାପତ୍ତା ଯଦି କର୍ମତତ୍ପରତା ଆଣି ଦେଉଥାଏ ଏବଂ ଯଦି ନିରାପତ୍ତାର ସେହି ସ୍ଥିତିଟିକୁ ସତତ ବଜାୟ ରଖିବାକୁ ପଡ଼େ । ତେବେ, ସେଥିରୁ ଏହି ନିଷ୍କର୍ଷଟିଏ ମଧ୍ୟ ବାହାରିବ ଯେ, ଆମେ ସେହି ନିରାପତ୍ତା ନିମନ୍ତେ କାର୍ଯ୍ୟ କରିବା ଏବଂ ନିରାପତ୍ତା ମିଳିବା ପରେ ତାହାକୁ ବଜାୟ ରଖିବା ସକାଶେ ମଧ୍ୟ କାର୍ଯ୍ୟ କରୁଥିବା । କିନ୍ତୁ, ଯଦି ଏକଥାଟି ଠିକ୍ ହୁଏ, ତେବେ ନିରାପତ୍ତା ଆସିଗଲେ ଆଉ କର୍ମପ୍ରେରଣା ରହିବନାହିଁ ବୋଲି କହିବା ଆଦୌ ଉଚିତ ହେବନାହିଁ ଓ ନିରାପତ୍ତା ମିଳିଯିବା ପରେ ସମସ୍ତେ ଅଳସୁଆ ହୋଇ ବସିଯିବେ ବୋଲି ଭୟ ରହିବା ମଧ୍ୟ ଉଚିତ ନୁହେଁ । ତେଣୁ, ପୂର୍ଣ୍ଣ ନିଯୁକ୍ତି ଓ ତିରିଶି ଘଣ୍ଟାର ସପ୍ତାହ ଯଦି ଆମର ଲକ୍ଷ୍ୟ ହୋଇ ରହେ । ତେବେ ସେଗୁଡ଼ିକ ଦ୍ଵାରା କର୍ମରେ ତତ୍ପର ରହିବାର ଉତ୍ସାହ ଅବଶ୍ୟ ଜନ୍ମିବ ଏବଂ କଦାପି ବ୍ୟାହତ ହେବନାହିଁ । ବସ୍ତୁତଃ, ବହୁସଂଖ୍ୟକ ମନୁଷ୍ୟ ଏହିପରି ବିଶ୍ଵାସ ରଖିବାକୁ ବେଶ୍ ସମର୍ଥ ହୋଇ ପାରିବେ ବୋଲି ପ୍ରତ୍ୟୟ କରାଯାଉଥିବାରୁ ହିଁ କର୍ମପ୍ରେରଣାକୁ ଜାଗୃତ କରି ଆଣିବାର କ୍ଷେତ୍ରରେ ପଦୋନ୍ନତିର ସେହି ଅସମ୍ଭାବ୍ୟପ୍ରାୟ ଅଭିଳାଷଟିର ତୁଳନାରେ ଏହି ଦୁଇଟିଯାକ ପ୍ରୋତ୍ସାହନ ହିଁ ଅଧିକ ଶକ୍ତିଶାଳୀ ହୋଇ ପାରିବେ ।

 

ଏବଂ, ପ୍ରକୃତ ସ୍ଥିତିଟି ଏହିପରି ହୋଇଥିବାରୁ, ଆମେ ନିରାପତ୍ତା ମିଳିଯିବା ଦ୍ଵାରା ଆଳସ୍ୟପରାୟଣ ହେବାପାଇଁ ଅଧିକ ଉତ୍ସାହ ମିଳିଥାଏ ବୋଲି ଆଶଙ୍କା କରୁଥିବା ଧାରଣାଟା ଯେ କାହିଁକି କାହାର ମନକୁ ଆସିଲା, ସେଇଟି ହୁଏତ ଖୁବ୍ ଆଶ୍ଚର୍ଯ୍ୟ ପରି ମନେ ହୋଇପାରେ । ଏହି ଧାରଣାଟିକୁ ଆଂଶିକ ଭାବରେ ଏକ ସଂପୂର୍ଣ୍ଣ ମନଗଢ଼ା କଥା ବୋଲି କୁହାଯିବ; ମାତ୍ର, ଏପରି ଗୋଟିଏ ସାମାଜିକ ବସ୍ତୁସ୍ଥିତି ମଧ୍ୟ ଅବଶ୍ୟ ରହିଛି, ଯାହାକି ସେଇଟିକୁ ଜନ୍ମ ଦେବାଲାଗି ବେଶ ଅନୁକୂଳ ହୋଇଥାଏ । ଆମ ସମାଜରେ ଏପରି ଥାନ ପ୍ରକୃତରେ କେଉଁଠାରେ ରହିଛି, ଯେଉଁଠି କି ଆଳସ୍ୟ ଏବଂ ନିରାପତ୍ତା ଏକତ୍ର ହୋଇ ରହିଛନ୍ତି ବୋଲି ଯଦି ପ୍ରଶ୍ନଟିଏ ପଚରାଯାଏ, ତେବେ ଉତ୍ତରଟିଏ ଖୋଜି ଆମେ ନିଶ୍ଚୟ ଜାଣିପାରିବା ଯେ, ଏହି ସହାବସ୍ଥାନଟି ବସ୍ତୁତଃ ନିକିମା ହୋଇ ରହିଥିବା ଲୋକଙ୍କର ଶ୍ରେଣୀରେ ହିଁ ସମ୍ଭବ ହେଉଛି । ଏହି ଶ୍ରେଣୀର ଅନ୍ତର୍ଗତ ମନୁଷ୍ୟମାନେ ଭିନ୍ନ ଭିନ୍ନ ବ୍ୟବସାୟ-ସଂସ୍ଥାରେ ଯଥେଷ୍ଟ ପରିମାଣର ଅର୍ଥକୁ ନେଇ ଖଟାଇଛନ୍ତି, ଏବଂ ତାହା ସେମାନଙ୍କୁ ଅତ୍ୟନ୍ତ ଆରାମଯୁକ୍ତ ଭାବରେ ଜୀବନ ବଞ୍ଚିବାକୁ ସାମର୍ଥ୍ୟ ଆଣି ଦେବ ବୋଲି ସେମାନେ ତାହା କରିଛନ୍ତି । ଅଥବା, ଏପରି ମଧ୍ୟ ହୋଇଥିବ ଯେ, ସେମାନେ ସେଥିରୁ ପ୍ରାପ୍ତ ସୁଧରୁ ହିଁ ସେହି ସୁଖୀ ଜୀବନଟିକୁ ବଞ୍ଚି ପାରିବେ ବୋଲି ବିଚାର କରିଥାଆନ୍ତି । ‘ସୁଧ’ ଶବ୍ଦଟିର ଅର୍ଥରୁ ହିଁ ବୁଝିହୋଇ ଯାଉଛି ଯେ, ଏହି ଆୟଟିକୁ ସେମାନେ ପ୍ରକୃତରେ କିଛି କର୍ମସଂପାଦନ ଦ୍ଵାରା ଆଦୌ ଅର୍ଜି ନଥାନ୍ତି, ଅର୍ଥାତ୍, କିଞ୍ଚିତ୍ ଭାଷା ବଦଳାଇ କହିହେବ ଯେ, ଯେଉଁମାନେ ସେଇଟିକୁ ପାଆନ୍ତି, ସେମାନଙ୍କୁ ସେଥିଲାଗି କୌଣସି ଶ୍ରମ କରିବାକୁ ପଡ଼ି ନଥାଏ । ଅର୍ଥାତ୍, ସେମାନଙ୍କର ନିରାପତ୍ତାଟା ସେମାନଙ୍କର ଆଳସ୍ୟଟି ସହିତ ଏକ ପୂର୍ଣ୍ଣ ସଙ୍ଗତି ହିଁ ରଖିଥାଏ । ଅବଶ୍ୟ, ଏହି ଆଳସ୍ୟଟି ସହିତ ସେହି ଅନ୍ୟ ମନୁଷ୍ୟମାନଙ୍କ ଆଳସ୍ୟର କୌଣସି ସଙ୍ଗତି ନଥାଏ, ଯେଉଁମାନେ କି ଅଂଗତଃ ଆପଣାକୁ ବଞ୍ଚାଇ ରଖିବାଲାଗି ଓ ଅଂଶତଃ କୁପନ୍‍କଟାଳିମାନଙ୍କୁ କୁପନ୍ କାଟିବାକୁ ସମର୍ଥ କରିବାଲାଗି ଶ୍ରମ କରିବାକୁ ବାଧ୍ୟ ହୁଅନ୍ତି ।

 

ଏହିପରି ଭାବରେ, ସମାଜରେ କେବଳ ଗୋଟିଏ ଗୋଷ୍ଠୀ ଥାଏ, ଯେଉଁମାନଙ୍କର ନିରାପତ୍ତାରୁ ଏକ ଆଳସ୍ୟପରାୟଣତା ଜନ୍ମ ଲାଭ କରିବାର ସତତ ଏକ ସମ୍ଭାବନା ରହିଥାଏ ବୋଲି ବେଶ୍ ବିଚାର କରା ଯାଇପାରେ । ଯଦି, ଆମର ଏକ ମିଥ୍ୟା ଯେପରି ଆମକୁ କହି ଆସିଛି, ନିରାପତ୍ତା ପ୍ରକୃତରେ ଏକ ଅତ୍ୟନ୍ତ ମନ୍ଦ କଥା, କାରଣ ତାହା ମନୁଷ୍ୟମାନଙ୍କୁ ଅଳସୁଆ କରିପକାଏ, ତେବେ ଆମେ ତ ନିଜର ସର୍ବପ୍ରଥମ କାର୍ଯ୍ୟରୂପେ ସେହି କୁପନ୍–କଟାଳିମାନଙ୍କ ଠାରୁ ହିଁ ସେମାନଙ୍କର ନିରାପତ୍ତାକୁ କାଢ଼ି କରି ନେଇଯିବା, ଯେପରିକି ସେମାନେ ମଧ୍ୟ କିଛି ନା କିଛି କାର୍ଯ୍ୟ ଅବଶ୍ୟ କରିବେ । ତେବେ ଅଣ୍ଡିରା ହଂସଟା ମାଈ ହଂସର ଝୋଳକଂସାରେ ସ୍ନାନ କରିବାରେ ବ୍ୟସ୍ତ ହୋଇ ରହିଥାଉ ପଛକେ, ଯଦି, ଆମଭିତରେ କର୍ମ କରିବାର ଉତ୍ସାହଟିକୁ ଅତୁଟ କରି ରଖିବା ପାଇଁ ଆମକୁ ସ୍ଥାୟୀ କର୍ମନିଯୁକ୍ତି ଏବଂ ତିରିଶି–ଘଣ୍ଟା ସପ୍ତାହଙ୍କୁ ପରିତ୍ୟାଗ କରିବାକୁ ହୁଏ, ତେବେ ଚାଲ, ଆମେ ସର୍ବପ୍ରଥମେ ସେହି ଅମାପ ଅବସର ରହିଥିବା ଶ୍ରେଣୀଟିକୁ ହିଁ ନିରାପତ୍ତା ନଥିବାର ସେହି ଅତ୍ୟନ୍ତ ହିତକାରୀ କଠୋର ଜୀବନରୀତିଟି ମଧ୍ୟକୁ ପ୍ରବିଷ୍ଟ କରାଇ ଆଣିବା । ଏବଂ, ସେମାନେ ଅର୍ଜନ କରିନଥିବା ଆୟ ଉପରେ ଟିକସ ଲାଗୁ କରିବା ଏବଂ, ଯେଉଁ ଅନ୍ୟ ମନୁଷ୍ୟମାନଙ୍କର ସାଧୁ ଶ୍ରମ ଖଟିବାଟିକୁ ଦେଖି ସେମାନେ ଏତେ ଏତେ ପ୍ରଶଂସା କରିବାରେ ଲାଗିଥାନ୍ତି, ସେମାନଙ୍କୁ ମଧ୍ୟ ସେହି ଶ୍ରମରେ ନିଜର ପାରୁପର୍ଯ୍ୟନ୍ତ ଅଧିକରୁ ଅଧିକ ଉତ୍ତମ ପରିଚୟ ଦେବାଲାଗି ତତ୍ପର କରି ରଖିବା । ଯଦି ଏଭଳି କରି ପାରିବା, ତେବେ ଏପରି ଏକ କରାଳ ଆର୍ତ୍ତନାଦ ଶୁଣିବାକୁ ପାଇବା, ଯାହାକି ସେହି ସ୍ଵର୍ଗରାଜ୍ୟଟିକୁ ମଧ୍ୟ ଆଗରୁ କଦାପି ଏତେ ପରିମାଣରେ କମ୍ପାଇ ଦେଇନଥିବ ଏବଂ ସେହି ପ୍ରଥମ ଦିନଟା ନଯାଉଣୁ ମଧ୍ୟ ସମ୍ପାଦକ, ସମୀକ୍ଷକ ଓ ସ୍ତମ୍ଭକାରମାନଙ୍କର ଏପରି ପୂରା ପଲଟାଏ ଆସି ପହଞ୍ଚିଯିବ ଏବଂ ତା’ପରେ ଏହି କଥାଟିକୁ ପ୍ରମାଣ କରିବାରେ ଲାଗିଯିବ ଯେ, ହଁ, ସ୍ଵାଧୀନତାଠାରୁ ନିରାପତ୍ତା ହେଉଛି ପ୍ରକୃତରେ ଅଧିକ ମହତ୍ଵପୂର୍ଣ୍ଣ ଏବଂ ଆଳସ୍ୟ ହେଉଛି (ଅନ୍ତତଃ କେତେକଙ୍କର କ୍ଷେତ୍ରରେ), ସମାଜର ଆଖିରେ ପୂରା ଆଖିଦୃଶିଆ ହୋଇ ରହିଥିବା ଗୋଟିଏ ଅଳଙ୍କାର ବ୍ୟତୀତ ଆଉ କିଛି ବି ନୁହେଁ, ହଁ, “ଏଇଟି ହେଉଛି ତା’ର ଏକ ମନୋରଞ୍ଜନ, ଯାହା ଆଶ୍ରାରେ ସିଏ ଏମିତି ଭାବେ ନିଜର ଫୋଟକା ମାରିବାରେ ଲାଗିଥିବ ।”

 

ଆମେ ତ ଏତେ ଏତେ ମିଥ୍ୟାକୁ ପରୀକ୍ଷା କରି ଦେଖିଲୁ, କିନ୍ତୁ ଆମେ ଏକାବେଳେକେ କଦାପି ସ୍ଵାଧୀନ ଏବଂ ନିରାପଦ ହୋଇ ପାରିବାନାହିଁ ବୋଲି କହୁଥିବା ଏଇଟି ହେଉଛି ଖାସ୍ ଏଭଳି ଗୋଟିଏ ମିଥ୍ୟା, ଯାହାକୁ କି ଏକ ବିଶେଷ ଉଦେଶ୍ୟସାଧନ କରିପାରିବ ବୋଲି ଉଦ୍‌ଭାବନ କରାଯାଇଛି । ମନ ଭିତରେ ଏହିଭଳି କଥାଟିଏ ରଖି ସମାଜର ଶାସନକର୍ତ୍ତାମାନେ ଏଇଟିର ଉପସ୍ଥାପନା କରିଥାଆନ୍ତି ଯେ, ସେମାନେ ଆପେ ସ୍ଵାଧୀନ ଓ ନିରାପଦ ହୋଇ ରହିବେ, କିନ୍ତୁ ଆମେ ଅନ୍ୟମାନେ ସେପରି ହୋଇ କେବେହେଲେ ରହିବୁନାହିଁ । ଆମେ ମଧ୍ୟ ସ୍ଵାଧୀନତା ସହିତ ଜୀବନଟିଏ ବଞ୍ଚିବୁ ବୋଲି କହିଲେ ସେମାନେ ଉତ୍ତର ଦେଇ କହନ୍ତି ଯେ, ନାଇଁ, ନାଇଁ, ସେମାନେ ନିଜେ ନିରାପଦ ଭାବରେ ରହିବାପାଇଁ ଇଚ୍ଛା କରୁଛନ୍ତି । ଅନ୍ୟ ଏକ ଭାଷାରେ କହିଲେ, ସେମାନଙ୍କର ସ୍ଵାଧୀନତା ଓ ସେମାନଙ୍କର ନିରାପତ୍ତା ମଧ୍ୟରେ ଆଦୌ କୌଣସି ଅସଙ୍ଗତି ନାହିଁ: କିନ୍ତୁ ଆମର ସ୍ଵାଧିନତା ଏବଂ ଆମର ନିରାପତ୍ତା ସହିତ ସେମାନଙ୍କର ସେହି ଦୁଇଟିଯାକର ସଂପୂର୍ଣ୍ଣ ଭାବରେ ହିଁ ଅସଙ୍ଗତି ରହିଛି । ଏହି କଥାଟି ହୁଏତ ସତ ବି ହୋଇପାରେ, କିନ୍ତୁ, ଯଦି ଏହିପରି ହୋଇଥାଏ, ତେବେ ଯେଉଁ ତତ୍ତ୍ଵକାରମାନେ ସିଦ୍ଧାନ୍ତଟିର ପ୍ରଚାର କରୁଥାନ୍ତି, ତେବେ, ସମାଜରେ ଶ୍ରେଣୀ ଶ୍ରେଣୀ ଭିତରେ ଗୋଟିଏ ଦ୍ଵନ୍ଦ୍ୱ ରହିଛି ବୋଲି କହିଲେ ସେମାନଙ୍କର ମଧ୍ୟ ଆଉ ଅନ୍ୟମାନଙ୍କୁ ଦୋଷ ଦେବା ଆଦୌ ଉଚିତ ହେବନାହିଁ । ଦ୍ଵନ୍ଦ୍ଵଟି ସେହିମାନଙ୍କର ନିଜ ଗୀତଟି ଉପରେ ହିଁ ଗୋଟିଏ ବୋଝ ହୋଇ ଲଦା ହୋଇଛି ଏବଂ ବେଶ୍ ଆକର୍ଷିତ କରି ରଖିଥିବା ଆଉଗୋଟିଏ ସୁର ତଳେ କେବଳ ବେଶ୍ କ୍ଷୀଣ ଭାବରେ ଲୁକ୍କାୟିତ ହୋଇ ରହିଯାଇଛି ।

 

ସ୍ଵାଧୀନତା, ସମାନତା, ଭ୍ରାତୃଭାବନା

 

ଏହି ଅଧ୍ୟାୟଟିର ଆରମ୍ଭରେ ଆମେ ଯେଉଁଭଳି କହିଥିଲୁ, ଯଦି ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନା ତିନୋଟି ବିଭାବବିଶିଷ୍ଟ ଗୋଟିଏ ସମଗ୍ର ହୋଇଥାନ୍ତି, ତେବେ ନିରାପତ୍ତା କହିଲେ ହୁଏତ ସେହି ତିନୋଟିଯାକର ସାରମର୍ମଟିକୁ ବୁଝାଇବ । ଯଦି ତୁମେ ନିଜର ମନ ଭିତରେ ଅସୁରକ୍ଷା ଅର୍ଥାତ୍ ସର୍ବବିଧ ନିରାପତ୍ତାର ଅଭାବର ଦୃଷ୍ଟାନ୍ତଗୁଡ଼ିକୁ ଗୋଟି ଗୋଟି କରି ଚିନ୍ତା କରିପାରିବ, ତେବେ ସେକଥାଟିକୁ ମଧ୍ୟ ଖୁବ୍ ସହଜରେ ପ୍ରତ୍ୟକ୍ଷ କରି ପାରିବ । ଏବଂ ଅବଶ୍ୟ ଦେଖିପାରିବ ଯେ, ସେଗୁଡ଼ିକ ଆମକୁ ମୁଖ୍ୟତଃ ତିନି ପ୍ରକାରର ହୋଇ ଦୃଷ୍ଟିଗୋଚର ହେବେ । ଲୋକମାନେ ଅସୁରକ୍ଷିତ ହୋଇ ରହିଥିବା ପରି ଜାଣିପାରନ୍ତି କାରଣ, (୧) ସେମାନେ ଆପଣାର ବିବେକକ୍ଷେତ୍ରରେ ସ୍ଵନିର୍ଭର ହୋଇ ନରହି ଅତ୍ୟନ୍ତ ଅବିବେକୀ ଭାବରେ ସୀମାବଦ୍ଧ ହୋଇ ରହିଥାନ୍ତି, (୨) କାରଣ ସେମାନେଙ୍କ ଜୀବନ ସ୍ଥିତିଗୁଡ଼ିକ ଅତ୍ୟନ୍ତ ସ୍ଥଳ ଭାବରେ ଅସମାନ ହୋଇ ରହିଥାଏ ଏବଂ (୩) ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ରହିଥିବା ଦ୍ଵନ୍ଦ୍ଵଗୁଡ଼ିକ (ଆର୍ଥତ୍, ମନୁଷ୍ୟମାତ୍ରକେ ସମସ୍ତେ ପରସ୍ପରର ଭାଇ) ଉଭୟ ଜୀବନ ତଥା ଜୀବନରେ ହାସଲ କରାଇଯାଇ ପରିବାର ସମ୍ଭାବନାଗୁଡ଼ିକ ସର୍ବଦା ହିଁ ବିପନ୍ନ ହୋଇ ରହିଥାନ୍ତି । ତେଣୁ ହୁଏତ ବେଶ୍ ଅନୁମାନ କରି ହେବ ଯେ, ଯଦି ମଣିଷମାନେ କେବେ ବି ସ୍ଵାଧୀନ ଓ ସମାନ ହେବାରେ ସଫଳ ହେବେ ଓ ପରସ୍ପରକୁ ଭାଇ କରି ପାରିବେ, ତେବେ ସେମାନେ ସେତେବେଳେ ନିରାପତ୍ତା ମଧ୍ୟରେ ଜୀବନଯାପନ କରିବାର ଯଥାର୍ଥ ମର୍ମଟିକୁ ଅବଶ୍ୟ ଜାଣିବେ ।

 

ଏହି ତିନୋଟିଯାକ ହେଉଛନ୍ତି ଅବଶ୍ୟ କାମ୍ୟ । ଏହି ବିଚାର ତିନୋଟିକୁ ବହୁ ପ୍ରତାରଣାପୂର୍ଣ୍ଣ ଭାବରେ ବ୍ୟବହାର କରି କଦର୍ଥ କରି ପକାହୋଇଛି ସତ, ତଥାପି ସମାଜର ଜୀବନରେ ଶ୍ରେଷ୍ଠ ଗୋଟିଏ ଗୋଟିଏ ଆଦର୍ଶରୂପେ ସେଗୁଡ଼ିକର ଆକର୍ଷଣକୁ କେବେହେଲେ ଊଣା କରିଦେଇ ହେବନାହିଁ । ସେଗୁଡ଼ିକର ଗର୍ଭ ଭିତରେ ରହିଥିବା ସତ୍ୟଟି ଏତେ ଉଦାରତା ସହିତ ଦୃଢ଼ ହୋଇ ରହିଛି, ତାହା ଯଥେଚ୍ଛାଚାର ସହିତ କରା ଯାଉଥିବା ଯାବତୀୟ ପରିବର୍ତ୍ତନକୁ ଅବଶ୍ୟ ଏଡ଼ି ଦେଇ ପାରିବ । ଏବଂ, ଆମର ଏହି ପୃଥିବୀରେ ଯେତିକି ଅଧିକ ନ ପରିମାଣରେ ସେମାନଙ୍କର ଅଭାବ ପରିଲକ୍ଷିତ ହେଉଥିବ, ଆମେ ପ୍ରକୃତରେ କେଉଁସବୁ ଜୀବନମୂଲ୍ୟକୁ ଯେ ହଜାଇ ଦେବାରେ ଲାଗିଛୁ, ସେହି ସତ୍ୟଟି ମଧ୍ୟ ସେତିକି ସ୍ପଷ୍ଟ ହୋଇ ଯାଉଥିବ । କୌଣସି ଦୋଷଦର୍ଶିତାର ଏଭଳି ଆଦର୍ଶମାନଙ୍କୁ ଦୂଷିତ କରି ପକାଇବାକୁ ପ୍ରକୃତରେ କୌଣସି ଶକ୍ତି ହିଁ ନାହିଁ-। ଅବଶ୍ୟ, ଏହା ଗୋଟିଏ ସତ୍ୟକଥା ଯେ, ଅଧିକାଂଶ ଏପରି ବ୍ୟକ୍ତିମାନେ ସେଗୁଡ଼ିକର ବହୁ ପ୍ରଶଂସା କରି କଥା କହୁଥାନ୍ତି, ସେମାନେ ସେଗୁଡ଼ିକୁ ଅନେକ ସମୟରେ ନଷ୍ଟ କରିଦେବାକୁ ହିଁ ପଣ କରି ବାହାରି ଥାଆନ୍ତି । ଏବଂ, ଯେଉଁମାନେ ସେଗୁଡ଼ିକୁ ନିଜର ହୃଦୟ ମଧ୍ୟରେ ସାଇତି ରଖଥାନ୍ତି କିନ୍ତୁ, ସେହି ତୁଣ୍ଡଉପରେ ପ୍ରଶଂସା ତଥା ପ୍ରତାରଣାମନ ତଥାପି ଥାଆନ୍ତି, କାରଣ କେତେକ ମନୁଷ୍ୟ ଶୋଷଣ କରନ୍ତି ଏବଂ ଅନ୍ୟମାନେ ସେମାନଙ୍କ ଦ୍ଵାରା ଶୋଷିତ ହେଉଥାନ୍ତି; କାରଣ, ଏହି ଗୋଷ୍ଠୀ ଦୁଇଟି ଦ୍ଵନ୍ଦ୍ଵରତ ହୋଇ ରହିଥାନ୍ତି । କାରଣ, ବସ୍ତୁତଃ ସ୍ଵୟଂ ଶୋଷଣର ଅବସାନ ଘଟିଲେ ଯାଇ ପ୍ରକୃତରେ ସେହି ଦ୍ଵନ୍ଦ୍ଵଟିର ସମାଧାନ ସମ୍ଭବ ହେବ-। ମାତ୍ର, ଶୋଷଣମାନଙ୍କର ଅନ୍ତ ଘଟିଲେ ଯାଇ ପ୍ରକୃତ ଭ୍ରାତୃଭାବନାର ଆଗମନ ଘଟିବ; ଶକ୍ତି କ୍ଷେତ୍ରର ଏହି ଅସମଞ୍ଜସ୍ୟମାନ ଦୂର ହେଲେ ଯାଇ ସମାନତା ସମ୍ଭବ ହେବ ଏବଂ ଅଳ୍ପସଂଖ୍ୟକଙ୍କ ନିମନ୍ତେ ଅତିରିକ୍ତ ଭାବରେ ବିଶେଷ ବହୁ ସୁଯୋଗପ୍ରାପ୍ତିର ଅବସାନ ଘଟିଲେ ଯାଇ ସବୁ ମନୁଷ୍ୟଙ୍କ ପାଇଁ ଅସଲ ସ୍ଵାଧୀନତା ଉପଲବ୍ଧ ହେବ ।

 

ଏଣୁ, ଏହି ଆମର ତିନି ଆଦର୍ଶର କେଉଁଠି କେଉଁ ଶତ୍ରୁମାନେ ରହିଥିଲେ ମଧ୍ୟ ସେମାନେ ନିଜେ ପ୍ରକୃତରେ କ’ଣ, ସେକଥା ଆମକୁ ପୂରା ସିଧା ଭାବରେ ନଦର୍ଶାଇ ସେଗୁଡ଼ିକୁ ଆଦୌ ଲୁଚାଇ ରଖି ପାରିବେନାହିଁ କିମ୍ବା ସେଗୁଡ଼ିକର କୌଣସି ୟାଡ଼ୁସାଡ଼ୁ ଅର୍ଥ ମଧ୍ୟ କରି ପାରିବେନାହିଁ । ଆମେ ନିଜେ ମଧ୍ୟ ଆମ ଭିତରର ପ୍ରକୃତ ଅଭିପ୍ରାୟଗୁଡ଼ିକ ଦ୍ଵାରା ନ୍ୟାୟତଃ ଏଣେ ତେଣେ ହୁଡ଼ି ଯାଇ ଜାଣିଶୁଣି କୌଣସି ଭୁଲଧାରଣା କରି ପକାଇ ନଥିବାଯାଏ ସେହି ଆଦର୍ଶଗୁଡ଼ିକ ବିଷୟରେ କୌଣସି ଭୁଲ ଧାରଣା କରି ପରିବାନାହିଁ । ହଁ ସଂପୂର୍ଣ୍ଣ ସୁନିଶ୍ଚିତ ଭାବରେ ଏଇଟିକୁ ହିଁ ସବୁଠାରୁ ଅଧିକ ସୁଖଦାୟକ ଏକ ବିରୋଧାଭାସ ବୋଲି କୁହାଯିବ; ଆମେ ମନୁଷ୍ୟମାନେ ଯେତିକି ଯେତିକି ସେହି ମୂଳଭୂତ ସମାଜସତ୍ୟମାନଙ୍କୁ ଭ୍ରାନ୍ତ ଭାବରେ ଗ୍ରହଣ କରିଥିବା, ଆମେ ପ୍ରକୃତରେ ସେତିକି ଅଭ୍ରାନ୍ତ ଭାବରେ ସେଗୁଡ଼ିକ ବିଷୟରେ ବାଧ୍ୟ ହୋଇ ସଜ୍ଞାନ ହେଉଥିବା ଏବଂ ଆମ ଶାସକମାନେ ଆମକୁ ଯେତିକି ଯେତିକି ଅଧିକ ପ୍ରତାରିତ କରୁଥିବେ, ଆମେ ସେତିକି ଅଧିକ ପରିମାଣରେ ବାହାରି ଆସିବାକୁ ସେହି ପ୍ରତାରଣାକୁ ବର୍ଜନ କରି ବାହାରି ଆସିବାକୁ ପ୍ରବୃତ୍ତ ହିଁ ହେଉଥିବା । ଅବଶ୍ୟ ନାତ୍‌ସୀମାନେ ସେମାନଙ୍କର ଜନସମୂହଟି କ୍ଷେତ୍ରରେ କରି ପାରିଲେ, ଆମ ଶାସନକର୍ତ୍ତାମାନେ ଆମର ବିବେକଗ୍ରାମଟିକୁ ପୂରା ଅଚଳ କରି ପକାଇବାରେ ଆଦୌ ସମର୍ଥ ନହେଲେ ଯାଇ ସେକଥା ସମ୍ଭବ ହେବ ।

 

ପୁନଶ୍ଚ, ଉକ୍ତି ତିନୋଟିଯାକ ଆଦର୍ଶ ଗୋଟିଏ ଗୋଟିଏ ବିଚାରକଳ୍ପନାର ସ୍ତରରେ ପରସ୍ପର ସହିତ ପ୍ରକୃତରେ ଯୋଡ଼ି ହୋଇ ମଧ୍ୟ ରହିଛନ୍ତି ଏବଂ ଗୋଟିକର ଅର୍ଥ–ଆୟତନ ମଧ୍ୟରେ ଅନ୍ୟ ଦୁଇଟିର ଅର୍ଥ ମଧ୍ୟ ସର୍ବଦା ଯୋଡ଼ିହୋଇ ରହିଛି । ତୁମେ ସେପର୍ଯ୍ୟନ୍ତ ଗୋଟିଏ କୌଣସିଟି ମଧ୍ୟରେ ରହିଥିବା ଉପଦାନଟିକୁ ସଂପୂର୍ଣ୍ଣ ଭାବରେ ବ୍ୟକ୍ତି କରିଦେଇ ପାରିବନାହିଁ, ଯେପର୍ଯ୍ୟନ୍ତ ତୁମେ ସେହି ତିନୋଟିଯାକ ବିଷୟରେ ବସ୍ତୁତଃ ଏହି କଥାମାନ କହୁଛ ବୋଲି ଆବିଷ୍କାର କରିନଥିବ । ଉଦାହରଣ ସ୍ୱରୂପ, ଗୋଟିଏ ସ୍ଵାଧୀନ ସମାଜର କଳ୍ପନା କରିବା ପ୍ରକୃତରେ ସମ୍ଭବ ହେବ ନାହିଁ, ଯେଉଁଠାରେ ବୃହତ୍ ଅଥବା ଅଳପ ସଂଖ୍ୟାର ମନୁଷ୍ୟମାନେ ତଥାପି ସ୍ଵାଧୀନତାର ନିମ୍ନତମ ଆବଶ୍ୟକତାମାନଙ୍କରୁ ବଞ୍ଚିତ ହୋଇ ରହିଥାଆନ୍ତି ? ନାହିଁ, ସମ୍ଭବ ଯଥେବ ନାହିଁ । ମାତ୍ର, ଯଦି ମନୁଷ୍ୟମାତ୍ରକେ ସମସ୍ତେ ହିଁ ସ୍ଵାଧୀନତାର ସାମାନ୍ୟତମ ଆବଶ୍ୟକତାଗୁଡ଼ିକର ଅଧିକାରୀ ହୋଇ ପାରିଥିବା ଗୋଟିଏ ସମାଜକୁ ସ୍ଵାଧୀନ ସମାଜ ବୋଲି କୁହାଯାଏ, ତେବେ ସେହି ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ହିଁ ସମାନ ଭାବରେ ସେହି ନିମ୍ନତମ ଆବଶ୍ୟକତାଗୁଡ଼ିକ ନିଶ୍ଚୟ ଉପଲବ୍ଧ ହୋଇ ପାରୁଥିବ । ଏବଂ ସମାନ ଭାବରେ ଉକ୍ତ ବସ୍ତୁଗୁଡ଼ିକ ଉପଲବ୍ଧ ହେବାରେ ଅସଲ ସତ୍ୟଟି ହିଁ ସେହି ସମାଜଟିକୁ ସ୍ଵାଧୀନ ବୋଲି ପ୍ରତ୍ୟକ୍ଷତଃ ପ୍ରମାଣ କରିଦେବା ଅଥବା, ଏକ ସ୍ଵାଧୀନ ସମାଜ କ’ଣ ଏହିପରି ହୋଇଥିବ, ଯେଉଁଠାରେ ଅଧିକ ବା ଅଳ୍ପ ମନୁଷ୍ୟ ଅନ୍ୟ କେତେ ମନୁଷ୍ୟଙ୍କର କୌଣସି ଅନ୍ୟଭଳି କାର୍ଯ୍ୟକଳାପ ହେତୁ ଆପଣାର ଅପରିହାର୍ଯ୍ୟ ଅବଶ୍ୟକତାଗୁଡ଼ିକରୁ ବଞ୍ଚିତ ହୋଇ ରହିଥାନ୍ତି ? ନାଇଁ, ଆଦୌ ହେବନାହିଁ କିନ୍ତୁ, ଯଦି ଏକ ସ୍ଵାଧୀନ ସମାଜ ଏପରି ହୋଇଥିବ, ଯେଉଁଠାରେ କାହାରି ସର୍ବବିଧ ହସ୍ତକ୍ଷେପରୁ ମୁକ୍ତ ରହି ପ୍ରତ୍ୟେକ ମନୁଷ୍ୟ ଆପଣାର ଅପରିହାର୍ଯ୍ୟ ଆବଶ୍ୟକତାମାନଙ୍କୁ ପୂରଣ କରି ପାରୁଥିବେ, ବରଂ ସେହି ଅନ୍ୟମାନେ ସେହି କ୍ଷେତ୍ରରେ ସହାୟତା ହିଁ କରୁଥିବେ, ତେବେ ସେହି ସମାଜଟି ସଂପୃକ୍ତ ସମସ୍ତଙ୍କର ପୂର୍ଣ୍ଣ ସହଯୋଗରେ ଚାଲୁଥିବ ଏବଂ ସେଠାରେ ଏକ ଭ୍ରାତୃଭାବନା ରହିଛି ବୋଲି ପ୍ରକୃତରେ କହିହେବ । ଏବଂ, ସେହି ଭ୍ରାତୃଭାବନାଟି ବିଦ୍ୟମାନ ଥିବାଟାହିଁ ସେହି ସମାଜକୁ ଗୋଟିଏ ସ୍ଵାଧୀନସମାଜ ବୋଲି ଅବଶ୍ୟ ପ୍ରଣାମ କରିଦେବ । ସମାନତା ଓ ଭ୍ରାତୃତ୍ଵ ବିଷୟରେ କହିବାକୁ ଗଲେ, ସେଗୁଡ଼ିକ ଗୋଟିଏ ଆଉଗୋଟିଏ ସହିତ ଏପରି ସ୍ପଷ୍ଟ ଭାବରେ ସମ୍ବନ୍ଧିତ ହୋଇ ରହିଥିବାର ମୁଁ ଅନୁଭବ କରୁଛି ଯେ, ସେଇଟିକୁ ସ୍ଵତନ୍ତ୍ର ଭାବେ ଦର୍ଶାଇ ଦେବାର କୌଣସି ପ୍ରୟୋଜନ ନାହିଁ । କାରଣ, ଯେଉଁଠାରେ ଗୋଟିଏ ସମାଜର ଲୋକମାନେ ଅସମାନ ହୋଇ ରହିଥାନ୍ତି, ସେଠାରେ କୌଣସି ଭ୍ରାତୃତ୍ଵର କଳ୍ପନା ମଧ୍ୟ କରିହେବନାହିଁ ଏବଂ, ପୁନଶ୍ଚ, ଯେଉଁଠାରେ ଲୋକମାନେ ସମାନ ଥିବେ, କିନ୍ତୁ ସେଠାରେ କୌଣସି ଭାତୃଭାବନା ନଥିବ, ସେହି ପ୍ରକାରର ଏକ ସମାଜ ସମ୍ଭବତଃ କେଉଁଠି ହେଲେ ଦେଖିବାକୁ ମିଳିବନାହିଁ ।

 

ତଥାପି, ତିନୋଟିଯାକ ଆଦର୍ଶ ଏହିପରି ପରସ୍ପର ସହିତ ଅନ୍ତରଙ୍ଗ ଭାବରେ ଯୁକ୍ତ ହୋଇ ରହିଥିଲେ ହେଁ, ଯନ୍ତ୍ରଶିଳ୍ପପ୍ରଧାନ ଆମର ଏହି ସମାଜର ବିକାଶ ଘଟୁଥିବା ସଙ୍ଗେ ସଙ୍ଗେ ସେଗୁଡ଼ିକ ସତେଅବା ଗୋଟିଏ ଆଉଗୋଟିଏ ଠାରୁ ଅଲଗା ଅଲଗା ହୋଇ ଯାଉଥିବା ପରି ଏକ ପ୍ରବୃତ୍ତି ଦେଖାଦେଇଛି ଏବଂ, ଜିଜ୍ଞାସୁ ଯେକୌଣସି ବ୍ୟକ୍ତି ନିମନ୍ତେ ସେଗୁଡ଼ିକର ଆଧାରସ୍ଥ ସତ୍ୟଟି ବେଶ୍ ପରିଷ୍କାର ହୋଇ ରହିଥିଲେ ହେଁ, ଉକ୍ତ ବିକାଶଟିର ଫଳରେ ତାହା ଅନେକତଃ ଦୋଷଦୁଷ୍ଟ ମଧ୍ୟ ହୋଇଯାଇଛି । ଗୋଟିଏ ଗୋଷ୍ଠୀର ମନୁଷ୍ୟମାନେ ଯେଉଁମାନେ କି ଅନ୍ୟ ମନୁଷ୍ୟମାନଙ୍କର ଶ୍ରମରୁ ଆପେ ଲାଭବାନ ହେବାର ଏକ ସାମାଜିକ ଭୂମିକା ଗ୍ରହଣ କରିଛନ୍ତି, ସେମାନେ ସମାନତା ତଥା ଭ୍ରାତୃତ୍ଵକୁ ଗୋଟିଏ ଗୋଟିଏ କାମ୍ୟ ଆଦର୍ଶରୂପେ ଆଉ ନିଷ୍ଠାର ସହିତ ବିଶ୍ଵାସ କରୁନାହାନ୍ତି । ଆର୍ଥିକ କ୍ଷେତ୍ରର ପ୍ରଚଳିତ ବ୍ୟବସ୍ଥାଟିରେ ସେମାନେ ଅସମାନତାକୁ କାମ୍ୟରୂପେ ଗ୍ରହଣ କରି ପ୍ରତିଷ୍ଠିତ ରହିଛନ୍ତି । ଏବଂ, ଆର୍ଥିକ କ୍ଷେତ୍ରର ସେହି ଅସମାନ ବ୍ୟବସ୍ଥାକୁ ତ ସବୁଠାରୁ ଅଧିକ ଗୁରୁତ୍ଵଥିବା ଗୋଟିଏ ଅସମାନତା ବୋଲି ଅବଶ୍ୟ ହିଁ କୁହାଯିବ । ଅଧିକରୁ ଅଧିକ ଲାଭ ଅର୍ଜନ କରିବାକୁ ସେମାନେ ଯେପରି କାର୍ଯ୍ୟଗତ ପଦକ୍ଷେପମାନ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି, ତଦ୍ଦ୍ଵାରା ସେମାନେ ପରସ୍ପର ସହିତ ନାନା ପ୍ରତିଦ୍ଵନ୍ଦ୍ୱିତା ମଧ୍ୟରେ ଲିପ୍ତ ହୋଇ ଯାଉଛନ୍ତି; ଏବଂ, ଯେଉଁମାନଙ୍କର ଶ୍ରମ ବଳରେ ସେହି ଲାଭମାନ ସମ୍ଭବ ହେଉଛି, ସେମାନଙ୍କ ସହିତ ମଧ୍ୟ ପ୍ରତିଦ୍ଵନ୍ଦ୍ଵିତା କରୁଛନ୍ତି । ଏଣୁ ଏହି ଲାଭପ୍ରତ୍ୟାଶୀମାନଙ୍କ ଲାଗି ସହଯୋଗର ସେପରି କୌଣସି ମୂଳଭୂତ ପ୍ରୟୋଜନ ହିଁ ନାହିଁ; କେବଳ ଯାହା ଏକ ମାମୁଲି ବା ଆକସ୍ମିକ ପ୍ରୟୋଜନ ହୁଏତ ରହିଛି-। ସେହି କାରଣରୁ ସେମାନଙ୍କ ଲାଗି ଏହି ଭ୍ରାତୃତ୍ଵ ହୁଏତ କ୍ଵଚିତ୍ ଗୋଟିଏ ଆଦର୍ଶ ବୋଲି ମନେ ହେଉଛି ।

 

ମୁଁ ତ ଭାବୁଛି, ଏହିଭଳି ମନୁଷ୍ୟମାନେ ଆପଣାର ଭାଗ୍ୟଟିକୁ ଅନେକ ସମୟରେ ନିଶ୍ଚୟ ଗାଳି ଦେଇଥିବେ । ସେହି ଭାଗ୍ୟଟା କାହିଁକି ସେମାନଙ୍କର ବିପ୍ଳବୀ ପୂର୍ବପୁରୁଷମାନଙ୍କ ଉପରେ ଏପରି ଗୋଟିଏ ଆଦର୍ଶକୁ ଗ୍ରହଣ କରିବା ସକାଶେ ଆଣି ଲଦିଦେଲା, ସେଥିଲାଗି ତାକୁ ଖୁବ୍‍ ଭର୍ତ୍ସନା କରିଥିବେ । କିନ୍ତୁ, ଅସଲ କଥା ତ ହେଉଛି, ସେହିପରି ଏକ ବିଶେଷ ପ୍ରତିଭାର ଅଧିକାରୀ ହୋଇଥିବାରୁ ହିଁ ଉକ୍ତ ପୂର୍ବପୁରୁଷମାନେ ସେଗୁଡ଼ିକୁ ଗ୍ରହଣ କରିଥିଲେ, କାରଣ,’ ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବନା’, ଏହି ଆହ୍ଵାନଟିର ହିଁ ସେତେବେଳେ ଆବଶ୍ୟକତା ରହିଥିଲା, କାରଣ ତାହା ସମ୍ଭ୍ରାନ୍ତମାନଙ୍କର ବିରୋଧରେ ତତ୍କାଳୀନ ସାମନ୍ତବାଦୀ ସମାଜରେ ବାସ କରୁଥିବା ସକଳ ବର୍ଗର ମନୁଷ୍ୟମାନଙ୍କୁ ଏକତ୍ର ସମ୍ମିଳିତ କରାଇ ଆଣିପାରିଲା; ତାହା କଷଣ ଭୋଗ କରୁଥିବା ସମସ୍ତଙ୍କୁ ତଥା ସେମାନଙ୍କର ସକଳ ଅଭିଯୋଗକୁ ଦୃଢ଼ତା ପ୍ରଦାନ କରିଥିଲା, ଏବଂ ସମ୍ଭ୍ରାନ୍ତଗଣଙ୍କୁ ଏକୁଟିଆ ତଥା ସହାୟହୀନ କରି ଦେଇଥିଲା । କିନ୍ତୁ, ସେହି ନାନାବିଧ ବିପ୍ଳବ ପରେ ଯେତେବେଳେ ଜବାବଟିକୁ ଦେବାର ବେଳ ଆସିଥିଲା, ସେତେବେଳ ବିଜୟ ଲାଭ କରିଥିବା ମଧ୍ୟବର୍ଗଟି କୌଣସି ବିଧାନ-ପ୍ରଣୟନ ଦ୍ଵାରା ନୁହେଁ, ବନ୍ଧୁକର ଗୁଳି ଏବଂ ସଙ୍ଗୀନ ମୁନରେ ତାହାର ପରିଶୋଧ କଲା । ଜନଗଣ ସମୁଚିତ ପ୍ରାପ୍ୟଟିକୁ ଲାଭ କରିବେ ବୋଲି ପ୍ରୟାସ କରିଥିଲେ ଏବଂ ଅପର ଶିବିରଟି ସେଥିପାଇଁ ସମ୍ମତ ହେଲାନାହିଁ ।

 

ଏବଂ, ଏପର୍ଯ୍ୟନ୍ତ ମଧ୍ୟ ସେହି ହିସାବନିକାଶଟି ପୂରା ହୋଇ ପାରିନାହିଁ । ଶିଳ୍ପୋଦ୍ୟୋଗ କ୍ଷେତ୍ରର ସେହି ପୁଞ୍ଜିବାଦଟା ପ୍ରାୟ ଦେଢ଼ଶହ ବର୍ଷ ହେବ ବଳବତ୍ତର ହୋଇ ରହିଛି ଏବଂ ଉକ୍ତ ଅବଧିଟି ମଧ୍ୟରେ ଏହାଦ୍ଵାରା ମନୁଷ୍ୟର ଉତ୍ପାଦନ-ସାମର୍ଥ୍ୟ ପ୍ରଚୁର ପରିମାଣରେ ବୃଦ୍ଧି ପାଇଛି ଏବଂ ସମ୍ପ୍ରତି ତ ପରମାଣୁ ଶକ୍ତିର ନିୟନ୍ତ୍ରଣ ଫଳରେ ପୂର୍ବର ଯାବତୀୟ ବିଜୟଲାଭର ଗାରମାନେ କେତେ କେତେ ଊର୍ଦ୍ଧ୍ଵକୁ ଯାଇ ପାରିଛନ୍ତି । କିନ୍ତୁ ,ଏହି ସଂପୂର୍ଣ୍ଣ ଅବଧିଟି ପରେ ଓ ସେହି ଯାବତୀୟ ଉତ୍ପାଦନ-ଶକ୍ତିକୁ କ୍ରିୟାଶୀଳ କରିପାରିବା ପରେ ବର୍ତ୍ତମାନ ପୃଥିବୀର ସ୍ଥିତିଟି ପ୍ରକୃତରେ କେଉଁଭଳି ରହିଥିବା ଦୃଷ୍ଟିଗୋଚର ହେଉଛି ? ଇଉରୋପ ମହାଦେଶ ତ ଏକାନିରୁ ସେକାନି ଯାଏ ଧ୍ଵସ୍ତବିଧ୍ଵସ୍ତ ହୋଇଯାଇଛି । ଏସିଆର ଅଧିକାଂଶ ଭାଗ ହିଁ ଉଜୁଡ଼ି ଯାଇଛି । ଜଣାଯାଇଛି ଯେ ପଚାଶ କୋଟି ମଣିଷ ଅନାହାର ଭୋଗୁଛନ୍ତି ଏବଂ ଏହା ବାହାରେ ପୃଥିବୀଯାକ ଯେତେ କୋଟି ଯେଉଁଠାରେ ବାସ କରୁଛନ୍ତି, ସେମାନଙ୍କ ପାଖରେ ନିତାନ୍ତ ଆବଶ୍ୟକ ଅତିରିକ୍ତ ବଳକା କୌଣସି ଖାଦ୍ୟ ନାହିଁ । ସଂକ୍ଷିପ୍ତ କରି କହିଲେ, ଦେଢ଼ଶହ ବର୍ଷର ଶିଳ୍ପୋଦ୍ୟୋଗକ୍ଷେତ୍ରର ସେହି ପୁଞ୍ଜିବାଦ, ଇତିହାସଯାକର ସେହି ସର୍ବୋଚ୍ଚ ଉତ୍ପାଦନକ୍ଷମ ସମଜାତିରେ ବର୍ତ୍ତମାନ ଏହି ପୃଥିବୀର ଅଧିକତମ ମନୁଷ୍ୟ ନିଜର ସହଜତମ ଆର୍ଥିକ ଆବଶ୍ୟକତାଗୁଡ଼ିକୁ ମଧ୍ୟ ପୂରଣ କରି ପାରୁନାହାନ୍ତି ।

 

ପୁନଶ୍ଚ, ଆମେ ବର୍ତ୍ତମାନ ଆମର ଏହି ଅଦ୍ୟତମ ବିଶ୍ଵଯୁଦ୍ଧଟାର ଧ୍ଵଂସାବଶେଷ ଉପରେ ଆସି ଦଣ୍ଡାୟମାନ ହୋଇଛୁ । ଏବଂ, ଖୁବ୍ ଆଶଙ୍କା-ସଙ୍କୋଚିତ ହୋଇ ରହିଛୁ ଯେ, ଏହିପରି ଆଉ ଗୋଟିଏ ଯୁଦ୍ଧ ମଧ୍ୟ ଖୁବ୍ ହୋଇପାରେ । ହାଟବଜାର ଏବଂ କଞ୍ଚାମାଲର ଅନ୍ଵେଷଣ କରି କରି ପୁଞ୍ଜିବାଦୀ ଜାତିମାନେ ଏକ ଶତାବ୍ଦୀ ଯାବତ ଦ୍ଵନ୍ଦ୍ଵମାନଙ୍କରେ ଲିପ୍ତ ହୋଇ ରହିଛନ୍ତି ଏବଂ ତଥାପି ସେହି ଅନ୍ଵେଷଣ ବଳବତ୍ତର ରହିଛି । ବିଦେଶରେ ପୁଞ୍ଜିଲଗାଣର ସୁରକ୍ଷା ଦ୍ଵାରା ଏବେ ମଧ୍ୟ ଉପନିବେଶମାନଙ୍କର ଅଧିବାସୀଙ୍କ ଉପରେ ସେମାନେ ଦୀର୍ଘକାଳ ସହି ଆସିଥିବା ଅତ୍ୟାଚାର ସେହିପରି ହିଁ ଜାରି ରହିଛି । ଏବଂ, ଯେଉଁ ଜାତିଗଣ ଏକଦା ଉପନିବେଶର ମାଲିକ ଥିଲେ ସେମାନେ ଖସି ଖସି ସ୍ଵୟଂ ଉପନିବେଶରେ ପରିଣତ ହୋଇ ଯାଉଛନ୍ତି ।

 

ତଥାପି, ଇତିହାସଟି ମଧ୍ୟ ଆଦୌ ସମତଳତା ରକ୍ଷା କରି ଗତି ନକରୁ ଥିବାରୁ ତାହା ନିଜର ଏହି ନୂତନ ପର୍ଯ୍ୟାୟଗୁଡ଼ିକ ମଧ୍ୟରେ ନିଜ ଅତୀତର କିଛି ଭାଗକୁ ମଧ୍ୟ ବଜାୟ ରଖିବାକୁ ବାଧ୍ୟ ହେଉଛି ଏବଂ, ଅତ୍ୟନ୍ତ ସହଜରେ ପ୍ରାପ୍ତ ଅସଲ ସମ୍ପଦଗୁଡ଼ିକୁ ହୁଏତ ଦେଖି ମଧ୍ୟ ଦେଖି ପାରୁନାହିଁ । ଦ୍ଵିତୀୟ ବିଶ୍ଵଯୁଦ୍ଧ ଫାସିଷ୍ଟ୍‌ବାଦର ସେହି ଅତିପ୍ରବଳ ଉତ୍ପୀଡ଼ନଟାକୁ ଅବଶ୍ୟ ଲୁପ୍ତ କରିଦେଇ ପାରିଛି । କେତେକ ଅଳ୍ପସଖ୍ୟକ ଦେଶକୁ ବିଦେଶୀ ପୁଞ୍ଜିର ଆଧିପତ୍ୟରୁ ମଧ୍ୟ ମୁକ୍ତ କରି କରି ଆଣିଛି । ତେଣୁ, ଆମେ ସେଥିରୁ ନିଶ୍ଚୟ ଏହି ସିଦ୍ଧାନ୍ତରେ ଆସି ପହଞ୍ଚିବା ଯେ, ଏବର ଏହି କେତେ ବର୍ଷ ମଧ୍ୟରେ ଆମେ ଆମର ସେହି ତିନି ଆଦର୍ଶର କିଛି ପରିମାଣରେ ନିକଟତମ ବି ହୋଇଛୁ । ଏହି ଅଗ୍ରଗତିଟି ଖୁବ୍ ଆୟାସସାଧ୍ୟ ହୋଇଛି, ହିଂସାପୂର୍ଣ୍ଣ ମଧ୍ୟ ହୋଇଛି । ତଥାପି ତାହାକୁ ଅବଶ୍ୟ ଅଗ୍ରଗତି ବୋଲି କୁହାଯିବ । ମୁଁ ଭାବୁଛି, ଯାହା ଆମକୁ ଦୁଃଖ ଆଣି ଦେଉଛି, ତାହା ଆମ ପିଲାମାନଙ୍କ ନିମନ୍ତେ ଆଦୌ କୌଣସି ସୁଖ ଆଣି ଦେବନାହିଁ ବୋଲି ଯଦି ଆମେ ବିଚାର ନକରିବା, ତେବେ ଭବିଷ୍ୟତ ଲାଗି ରହିଥିବା ଆମର କର୍ତ୍ତବ୍ୟ କରିବାରେ କଦାପି ସଫଳ ହୋଇ ପାରିବାନାହିଁ ।

 

ଇତିହାସ ଯେତିକି ପୁରୁଣା, ଏହି ଆଶା ମଧ୍ୟ ସେତିକି ପୁରୁଣା । ଅବଶ୍ୟ ଏକଥାଟି ମଧ୍ୟ ସତ ଯେ, ସର୍ବବିଧ ଆଶା ସେହି ଇତିହାସରୁ ହିଁ ଜନ୍ମଲାଭ କରେ । ମାତ୍ର ଆମେ ସେହି ଆଶାଟିକୁ ଏକ ସମାନ ଅନୁପାତରେ ସେକାଳର ରାଜା ଏବଂ ସମ୍ରାଟ, ଧର୍ମକ୍ଷେତ୍ରର ଗାଦି-ଅଧିକାରୀ ତଥା ସାମନ୍ତ, ଏକଚାଟିଆ ବ୍ୟାପାରୀ ଓ ବୈଦେଶିକ ମନ୍ତ୍ରୀମାନଙ୍କର ସେହି ବହୁଉତ୍ତାପ ଦ୍ଵାରା ସଂବଳିତ ଦୂରଭିସନ୍ଧିମାନଙ୍କର ଇତିହାସର ସେହି ଅଂଶଟିରେ କଦାପି ଦେଖିବାକୁ ପାଇବାନାହିଁ । କାରଣ, ଏମାନେ ତ ସେମାନଙ୍କର ହାତରେ ରହିଥିବା ସମୟଟିର ଗୋଟିଏ ଭାଗକୁ ସମାଜରେ ଆପଣାର ଅଯୋଗ୍ୟତାଟାକୁ ପ୍ରଦର୍ଶନ କରିଥାଆନ୍ତି ଏବଂ ଅପର ଭାଗଟିକୁ ବିସ୍ତୃତ ହୋଇ ରହିଯିବାର ସେହି ଆଶଙ୍କାଟିର ପ୍ରତିରୋଧ କରିବାରେ କାଟି ଦିଅନ୍ତି । ତଥାପି, ମାନବ-ପ୍ରଗତିର କ୍ଷେତ୍ରରେ ସେମାନଙ୍କର ସମ୍ଭବତଃ ଯେତିକି କିଞ୍ଚିତ୍ ଅବଦାନମାନ ରହିଛି, ସେଗୁଡ଼ିକ ସେମାନଙ୍କର ଅନବଧାନରେ ହିଁ ହୋଇଛି,–ସେମାନଙ୍କର ନିଜ ସୁଖବୃଦ୍ଧି ନିମନ୍ତେ ହେଉଥିବା ସେମାନଙ୍କର ପ୍ରୟାସ ମଧ୍ୟରେ ଅକସ୍ମାତ୍‍ ଭାବରେ ହିଁ ହୋଇଛି ।

 

ଏବଂ, ଠିକ୍ ଅପର ପକ୍ଷରେ, ଆଶା ତ ସେହି ଶ୍ରେଣୀ ତଥା ଜନଗଣଙ୍କ ମଧ୍ୟରେ ଯାଇ ରହିଛି, ଯେଉଁମାନେ ସତେଅବା କେତେକେତେ ତଳେ ରହିଛନ୍ତି ଏବଂ ଉପରୁ ଅନାଇଲେ ଦିଶୁ ବି ନାହାନ୍ତି; ସେହି ଶ୍ରେଣୀର ନେତାମାନଙ୍କ ଭିତରେ ଆଶା ଅବସ୍ଥିତ ରହିଛି । ଆମର ଏହି ସଂପ୍ରତିକାଳଟା ଯେପରି ଘଟଣାମାନ ଘଟାଇ ପ୍ରମାଣ କରିଦେଲା, ଆଶା ନାତ୍‌ସୀମାନଙ୍କ ଭିତରେ ନାହିଁ, ମାତ୍ର ଯେଉଁ ଲୋକସମୂହ ଗୁଡ଼ିକ ଉପରେ ସେମାନେ ଅତ୍ୟାଚାର କରୁଥିଲେ ଅଥବା ଅତ୍ୟାଚାର କରିବେ ବୋଲି ଅନ୍ଦାଜମାନ ରଖିଥିଲେ, ଆଶା ସେହିମାନଙ୍କ ଠାରେ ହିଁ ରହିଛି । ତେଣୁ, ଏହାପରେ ଯେଉଁ ଭବିଷ୍ୟତଟି ଆସୁଛି, ତାହା ଗୋଟିଏ ଗୋଟିଏ ସାମ୍ରାଜ୍ୟର ଅଧିକାରୀ ଉଚ୍ଚ ସ୍ଵପ୍ନମାନ ଦେଖୁଥିବା ସେହି ଖାସ୍‌ମାନଙ୍କ ହାତରେ ନାହିଁ, ମାତ୍ର ସେହି ଅନ୍ୟମାନଙ୍କ ହାତରେ ହିଁ ରହିଛି, ଯେଉଁମାନଙ୍କ ଉପରେ କୌଣସି ସାମ୍ରାଜ୍ୟ ଗଢ଼ାହେବାରେ ଉଦ୍ୟମମାନ ବଳବତ୍ତର ରହିଛି । ସେମାନେ ଥରେ ମୁକ୍ତ ହୋଇଗଲେ ପୃଥିବୀ ମଧ୍ୟ ମୁକ୍ତ ହେବ; ସେହିମାନେ ସମାନତା ତଥା ଭ୍ରାତୃଭାବନା ମଧ୍ୟକୁ ନିଜକୁ ଉନ୍ନୀତ କରିନେଇ ପାରିଲେ ଆମେ ସମସ୍ତ ମଧ୍ୟ ଗୋଟିଏ ସୂତ୍ରରେ ଏକତ୍ର ବନ୍ଧାହୋଇ ରହିପାରିବା ।

 

କେତେ ମଣିଷ ସ୍ଵଭାବତଃ ହିଁ ଅନ୍ୟମାନଙ୍କର ତୁଳନାରେ ନୀରସ ଏବଂ କମ୍ ଯୋଗ୍ୟ ହୋଇ ରହିଥାନ୍ତି ବୋଲି ଯେଉଁ ବିଶ୍ଵାସଟି, ସେଥିରୁ ଉତ୍ପନ୍ନ ହେବାରେ ଲାଗିଥିବା ସେହି ଘୋର ପ୍ରତାରଣାଟି ବିଷୟରେ ଆମେ ବର୍ତ୍ତମାନ ଅବଶ୍ୟ ଏକ ଧାରଣ କରିପାରିବା । ସେହି ବିଶ୍ଵାସଟିର ଭ୍ରମରେ ପଡ଼ି ଆମେ ଆପଣାକୁ ସେହି ମନୁଷ୍ୟମାନଙ୍କଠାରୁ କିଛି ଶିଖି ପାରିବାଲାଗି ଅସମର୍ଥ କରିଦେଉ, କାରଣ ସେମାନେ ଆମକୁ ଆଉ କ'ଣ ବା ଶିଖାଇ ପାରିବେ ବୋଲି ଆମେ ଭାବିବାକୁ ଲାଗୁ । ଫଳରେ, ଏହି କ୍ଷେତ୍ରରେ ଏପରି ଗୋଟିଏ ବିପଦ ମଧ୍ୟ ଆସି ପହଞ୍ଚିଥାଏ ଯେ, ସେମାନେ ସ୍ଵାଧୀନତା, ସମାନତା ଏବଂ ଭ୍ରାତୃଭାବରେ ସ୍ଥାପନା ଲାଗି ସଂଗ୍ରାମଟିଏ କରିଥିବା ସମୟରେ ଆମେ ଆମ ଜୀବନରେ ଏହି ଆଦର୍ଶଗୁଡ଼ିକ ବିଷୟରେ ଅଧିକରୁ ଅଧିକ ଉଦାସ ହେବାରେ ଲାଗିଥାଉ । ସେମାନେ ନିଜ ସଂଗ୍ରାମରୁ ଶିକ୍ଷା ଗ୍ରହଣ କରନ୍ତି ଏବଂ ତାହାରି ଦ୍ଵାରା ଅଧିକ ଏବଂ ଆହୁରି ଅଧିକ ସତ୍ୟର ଉପଲବ୍ଧି କରୁଥାନ୍ତି; ମାତ୍ର ଆମେ ହୁଏତ ଆପଣାର ଭ୍ରାନ୍ତିଗୁଡ଼ିକ ଭିତରେ ବୁଡ଼ି ଯାଉଥାଉ । ଏବଂ, ବସ୍ତୁତଃ ନୈରାଶ୍ୟ ହେଉଛି ସେହି ଭ୍ରାନ୍ତିଗୁଡ଼ିକୁ ମଧ୍ୟରୁ ସବୁଠାରୁ ଅଧିକ ବଡ଼ ଓ ସବୁଠାରୁ ଅଧିକ ଭୟଙ୍କର ।

 

ଷୋଡ଼ଶ ଶତାବ୍ଦୀରେ ଦକ୍ଷିଣ ଆମେରିକାରେ ବାସ କରୁଥିବା ଏବେ ବିସ୍ମୃତପ୍ରାୟ ଆରୋକାନ୍ ଲୋହିତ ଭାରତୀୟମାନେ ବହିରାକ୍ରମଣକାରୀ ସ୍ପେନୀୟମାନଙ୍କ ସହିତ କରିଥିବା ସଂଗ୍ରାମରେ ଅମିତ ବୀରତ୍ଵର ପରିଚୟ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିବା ଜଣେ ସେନାମୁଖ୍ୟ କପ୍ତାନ୍ ଯେତେବେଳେ ସ୍ପେନୀୟମାନଙ୍କ ହାତରେ ଧରା ପଡ଼ିଲେ ସେତେବେଳେ ତାଙ୍କର ଦୁଇ ହାତକୁ କାଟି ଦିଆ ଯାଇଥିଲା ଓ ଆଗକୁ ଆଉ କେବେହେଲେ ଯୁଦ୍ଧ କରିପାରିବା ପାଇଁ ତାଙ୍କୁ ସଂପୂର୍ଣ୍ଣଭାବେ ସାମର୍ଥ୍ୟହୀନ କରି ଦିଆଗଲା । ଯେତେବେଳେ ସେ ଘରକୁ ଆସିଲେ ଆପଣାର ଜାତିର ଲୋକମାନଙ୍କୁ ସେ ଏପରି କହି ବୁଝାଇ ଦେଇଥିଲେ ଯେ, ସ୍ପେନୀୟ ପକ୍ଷ ଭୟ କରୁଥିବା ହେତୁ ହିଁ ଏଭଳି କରିଛନ୍ତି କାରଣ ଭୟରୁ ହିଁ “ନୃଶଂସତା ଜନ୍ମଲାଭ କରିଥାଏ ଏବଂ, ଭିତରେ ଭୀରୁ ହୋଇଥିଲେ ହିଁ ଜଣେ ମନୀଷ ନୃଶଂସ ମଧ୍ୟ ହୁଏ”;

 

ସିଏ ଏହିପରି ଭାବରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରି ଆପଣାର ଜୀବନ, ନିଜ ଶରୀର ଏବଂ ମୁକ୍ତି ଲାଗି ସଂଗ୍ରାମ କରିବା ନିମନ୍ତେ ଉଦ୍‌ବୋଧନ ଦେଇଥିଲେ । ଆମେ ବରଂ ସମ୍ମାନର ସହିତ ଯୁଦ୍ଧ କରି ମରିବା ପଛକେ, କିନ୍ତୁ ଶତ୍ରୁଶାସନର ଶାସନଜଞ୍ଜିରରେ ଦାସ ହୋଇ କଦାପି ରହିବାନାହିଁ ବୋଲି ସେମାନଙ୍କୁ କହିଥିଲେ । ଏହିପରି ଭାବରେ ସେ ଆପଣା ବାହିନୀର ସର୍ବମୁଖ୍ୟ ହିସାବରେ ନିଜର ସେହି କଟା ହାତଦୁଇଟିରେ ଗୋଛାଏ ଗୋଛାଏ ଶର ନେଇ ଧରାଇ ଦେଇଥିଲେ । ଏହିପରି ଭାବରେ ତାଙ୍କର ବାକ୍ୟଗୁଡ଼ିକରୁ ବଳ ଆହରଣ କରି ପରବର୍ତ୍ତୀ ଯୁଦ୍ଧରେ ସେମାନେ ଶତ୍ରୁମାନଙ୍କର ଭଣ୍ଡାରଟିକୁ ନଷ୍ଟ କରି ଦେଇଥିଲେ । ଏବଂ, କପ୍ତାନ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଆପଣାର ଦେଶବାସୀଙ୍କୁ ଏହିପରି ଭାବରେ ଉଦ୍‌ବୁଦ୍ଧ ମଧ୍ୟ କଲେ ଏବଂ, ଯେପରି ବିବରଣୀ ରହିଛି ଏବଂ ସମସ୍ତେ ସେଥିରେ ବିଶ୍ଵାସ କରୁଛନ୍ତି, କପ୍ତାନ୍ ଆପଣାର ବାକ୍ୟଗୁଡ଼ିକ ଦ୍ଵାରା ଏବଂ ଉପସ୍ଥିତି ଦ୍ଵାରା ଗୋଟିଏ ମାତ୍ର ଶର ନିକ୍ଷେପ ନକରି ମଧ୍ୟ ପ୍ରକୃତରେ ବହୁତ ଅଧିକ ହାସଲ କରାଇ ପାରିଥିଲେ,–ଏବଂ, ତାଙ୍କ ସୈନ୍ୟବାହିନୀର ଏକ ବୃହତ୍ ଅଂଶ ଆପଣାର ପ୍ରାଣପଣ ଶକ୍ତିର ପ୍ରୟୋଗ କରି ମଧ୍ୟ ସମ୍ଭବତଃ ସେତେ ବେଶୀ ହାସଲ କରିନଥିଲା । *

 

*From The Observations of Sir Richard Hawkins quoted in J.A. Froude Short Studies in Great Subjects, Oxford University Press, World’s Classics Series P. 319.

 

ସେହି ବୀରତ୍ଵର ଦୃଷ୍ଟାନ୍ତଟିକୁ ଆମର ଏହି ବିଂଶ ଶତାବ୍ଦୀରେ ମଧ୍ୟ ଅବଶ୍ୟ ଆରୋପିତ କରାଯାଇ ପାରିବ ଓ ଆମର ଜାତିବାଦୀ ମହନୀୟମାନେ ମଧ୍ୟ ତାହାକୁ ନିମ୍ନ ସ୍ତରରେ ରହିଥିବା ସେହି ଲୋକସମୂହର ଅସାଧ୍ୟ ବିଦ୍ରୋହାତ୍ମକତା ବୋଲି ବର୍ଣ୍ଣନା ମଧ୍ୟ କରିବେ । କିନ୍ତୁ, ସେଥିରୁ ମଧ୍ୟ ବହୁତ କିଛି ନିଶ୍ଚୟ ଶିକ୍ଷା କରାଯାଇ ପାରିବ ।

 

“ଭୟ ହିଁ ନୃଶଂସତାକୁ ଜନ୍ମଦିଏ ଏବଂ ଭୀରୁମାନେ ହିଁ ସର୍ବଦା ନୃଶଂସ ହୁଅନ୍ତି ।” ଫାସିଷ୍ଟ୍‍ମାନଙ୍କର ବର୍ବରତା ମଧ୍ୟରେ ମଧ୍ୟ ସେହି ସତ୍ୟଟି ଲୁକ୍କାୟିତ ହୋଇ ରହିଛି ଏବଂ, ଏବେ ମଧ୍ୟ ଆମର ଏହି ପୃଥିବୀରେ ଦୃଷ୍ଟିଗୋଚର ହେଉଥିବା ସେହି କାଟର ସକଳ ଭୟଙ୍କର ଉଦ୍ୟମଗତ କ୍ରିୟାଶୀଳତା ପଛରେ ମଧ୍ୟ ସେହି ସତ୍ୟଟି ଗୁପ୍ତ ହୋଇ ରହିଛି । ନୃଶଂସତା ହେଉଛି ଏକ ରୋଗର ସଂକ୍ରମଣ, ଯାହା କ୍ରମେ ମରି ମରି ଯାଉଥିବା ଉତ୍ପୀଡ଼ନମାନଙ୍କରୁ ହିଁ ବ୍ୟାପିବାକୁ ଆରମ୍ଭ କରିଛି । ସେହି ବଡ଼ ଅଥବା ସାନ ଉତ୍ପୀଡ଼ନମାନେ ଆଖର ବିଲୁପ୍ତ ହୋଇଯିବା ପୂର୍ବରୁ ହିଁ ସେମାନଙ୍କ ସହିତ ଏଠାରୁ ଆଉ ସବୁକିଛି ମଧ୍ୟ ବିଲୁପ୍ତ ହୋଇଯାଉ ବୋଲି ନାନାବିଧ ଉଦ୍ୟମ କରିବାରେ ଲାଗିଛନ୍ତି । ହଁ, ଯେଉଁ ଭୟଟା ହେତୁ ଏସବୁ ହେଉଛି, ସେଇଟି ହେଉଛି ତା’ ନିଜ ହାତରୁ କ୍ଷମତା ଚାଲିଯିବାର ସେହି ଅସଲ ଭୟଟା,–ଏବଂ, ତା’ ସହିତ ପ୍ରାୟ ଜଣେ ସାଙ୍ଗ ପରି ଯେଉଁ ଭୀରୁତାଟି ମଧ୍ୟ ରହିଛି, ସେଇଟି ଏକ ଅଧିକ ଭଲ ପୃଥିବୀ ଆସିବାକୁ ଆରମ୍ଭ କଲାଣି ବୋଲି ସଙ୍କେତଟିଏ ପାଇ ସଙ୍କୁଚିତ ଅନୁଭବ କରିବାର ଏକ କାତରତା । ଏବଂ, ଯେଉଁ ମନୁଷ୍ୟମାନେ ତଥାପି ସେହି ପୁରୁଣା ରୀତିଟା ମଧ୍ୟରେ ତିଷ୍ଠି ରହିବେ ବୋଲି ନୃଶଂସ ପ୍ରୟାସମାନ କରୁଛନ୍ତି, ସେମାନେ ଏକ ନୂତନ ବିକଳ୍ପକୁ ପରୀକ୍ଷା କରି ଦେଖିବାଲାଗି ନିଶ୍ଚୟ ବେଶ୍ ଭୟ ବି କରୁଥିବେ ।

 

ମାତ୍ର, ଯଦି ଆମେ ମଧ୍ୟ ଆଦୌ କୌଣସି କିଛିକୁ ଭୟ କରିବା, ତେବେ ସେହି ପୁରାତନ ରୀତିଗୁଡ଼ିକୁ ହିଁ ଭୟ କରିବା,–ସେହି ପୁରାତନ ରୀତିର ଅସହିଷ୍ଣୁତା ଏବଂ ଅପରାଧମାନଙ୍କୁ ଏବଂ ସେହି ମିଥ୍ୟାଗୁଡ଼ିକୁ ମଧ୍ୟ, ଯେଉଁମାନେ କି ଏକଦା ଆମର ଦୃଷ୍ଟିକୁ ଆଚ୍ଛନ୍ନ କରି ରଖିଥିଲେ । ଆମେ ତ ସେହି ଭବିଷ୍ୟଟି ଉପରେ ଆପଣାର ଦୃଷ୍ଟିକୁ ନିବଦ୍ଧ କରି ରଖିଛୁ–ସଂପୂର୍ଣ୍ଣ କୁଣ୍ଠାରହିତ ଭାବରେ ଏବଂ ଆଦୌ କୌଣସି ଶୋଚନା ନଥାଇ ଯେ, ସେଠାରେ ଆମ ଆସ୍ପୃହାଗୁଡ଼ିକର ଯଥାର୍ଥ ପରିପୂରଣ ହୋଇପାରିବ । ଯଦି ଆମ ପୃଥିବୀର ବର୍ତ୍ତମାନ ଶାସକମାନେ ଶାନ୍ତି ତଥା ଭ୍ରାତୃଭାବର କ୍ଷେତ୍ରଟି ମଧ୍ୟକୁ ସମ୍ମତ ହୋଇ ଆସିବେ, ତେବେ ଆମେ ସେମାନଙ୍କୁ ସେଯାଏ ଆଣିପାରିବା ଲାଗି ଅବଶ୍ୟ ସକଳ ପ୍ରୟାସ କରିବୁ । କିନ୍ତୁ, ଯଦି ସେମାନେ ଠିକ୍ ବର୍ତ୍ତମାନ ପରି କେବଳ ଆଖିର ଲୁହ ବ୍ୟତୀତ ଆଉ କିଛିହେଲେ ଆଣି ଦେବାଲାଗି ସମର୍ଥ ନହେବେ । ତେବେ ଆମେ, ପୃଥିବୀର ଆମେ ଏହି ଜନଗଣ, ଆପେ ଏହି ପୃଥିବୀକୁ ହାତକୁ ନେଇ ଆମର କଳ୍ପନାଟି ଅନୁସାରେ ତାହାକୁ ଏକ ନୂତନ ଗଢ଼ଣ ଅବଶ୍ୟ ଦେବୁ । ଏଇଟି ଅଥବା ସେଇଟି ଯେଉଁ ବାଟରେ ହେଉ ପଛକେ ଆମେ, ପ୍ରତ୍ୟେକ ମନୁଷ୍ୟ ଲାଗି ସେହି ଅଧିକ ନିରାପତ୍ତାଯୁକ୍ତ ସ୍ଥିତିଟିର ପୂର୍ବାପେକ୍ଷା ଅଧିକ ନିକଟ ହୋଇ ଆସିବୁ, ଯେଉଁଟିରେ କି ଆମର ଏହି ସଂପୂର୍ଣ୍ଣ ସାମାଜିକ ନିୟତିଟି ଉପରେ ଏକ ସମ୍ମିଳିତି ନିୟନ୍ତ୍ରଣର ସ୍ଥାପନା କରି ଆମେ ଆମ ପ୍ରତିଭା ତଥା ଶକ୍ତିଗୁଡ଼ିକୁ ବିମୋଚିତ କରି ଆଣିବୁ, ଏହି ଅସମାନ ବିଶେଷ ସୁଯୋଗର ସର୍ବବିଧ ପ୍ରତିବନ୍ଧକକୁ ଦୂର କରିବୁ ଏବଂ ଆପଣାକୁ ଏକ ବାସ୍ତବ ତଥା ଦୀର୍ଘସ୍ଥାୟୀ ଭ୍ରାତୃଭାବର ନିଦର୍ଶନ ଆଣି ଦେଖାଇଦେବୁ ।

 

ତେଣୁ, ବର୍ତ୍ତମାନ । ସଂଗ୍ରାମଟି ଗଭୀର ହୋଇ ଆସୁଥିବା ସହିତ, ମନ୍ଦଟା ଏବେ ମଧ୍ୟ ରହିଥିବା ହେତୁ ଏବଂ ଏପର୍ଯ୍ୟନ୍ତ ମଧ୍ୟ କାମ୍ୟ ଏବଂ ଭଲଟିର ସମୃଦ୍ଧି ହେଉ ନଥିବାରୁ, ଚାଲ ଆମଠାରେ ଯେତିକି ବଳ ରହିଛି, ଆମେ ତାହାକୁ ଏକତ୍ର କରି ଆଣିବା, ଆମ ବିଶ୍ଵାସ ଓ ସାହସକୁ ମଧ୍ୟ ଏକତ୍ର କରି ଆଣିବା, ଯେପରିକି ଆମର ସାନ ସାନ ଜୟଲାଭଗୁଡ଼ିକ ଶେଷରେ ସେହି ବୃହତ୍ ବୃହତ୍ ବିଷୟରେ ଯାଇ ଉପନୀତ ହେବ ଏବଂ, ଯେଉଁ ପୃଥିବୀଟିର ପ୍ରତୀକ୍ଷା ରହିଛି, ତାହା ସତକୁସତ ବାସ୍ତବ ପୃଥିବୀରୂପେ ପୂର୍ଣ୍ଣ ପ୍ରକଟ ହୋଇ ପାରିବ ।

Image